06.03.25 Avyakt Bapdada Odia Murli 15.12.2004 Om Shanti Madhuban
“ବାପଦାଦାଙ୍କର ବିଶେଷ
ଆଶା - ପ୍ରତ୍ୟେକ ସନ୍ତାନ ଆଶୀର୍ବାଦ ଦିଅନ୍ତୁ ଏବଂ ଆଶୀର୍ବାଦ ନିଅନ୍ତୁ”
ଆଜି ବାପଦାଦା ନିଜର
ଚିନ୍ତାମୁକ୍ତ ସମ୍ରାଟ ମାନଙ୍କର ସଭାକୁ ଦେଖୁଛନ୍ତି । ଏହି ରାଜ ସଭା ସାରା କଳ୍ପ ଭିତରେ କେବଳ ଏହି
ସମୟରେ ହିଁ ହେଉଛି । ତୁମେମାନେ ସେତିକି ନିଶାରେ ରହୁଥିବା କାରଣରୁ ଚିନ୍ତାମୁକ୍ତ ସମ୍ରାଟ ଅଟ ।
ସକାଳୁ ଉଠିବା ଠାରୁ, ଚାଲିବାରେ, ବୁଲିବାରେ, କର୍ମ କରିବାରେ ଏବଂ ଶୋଇବାରେ ମଧ୍ୟ ନିଶ୍ଚିନ୍ତରେ
ଶୋଉଛ । ଏହିଭଳି ଅନୁଭବ କରୁଛ ନା! କ’ଣ ଚିନ୍ତାମୁକ୍ତ ଅଟ ତ? ହୋଇସାରିଛ ନା ଏବେ ହେଉଛ? ହୋଇଯାଇଛ
ନା! ନିଶ୍ଚିନ୍ତ ମଧ୍ୟ ଅଟ ଏବଂ ସମ୍ରାଟ ମଧ୍ୟ ଅଟ । ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍ ଏହି ସର୍ବ
କର୍ମେନ୍ଦ୍ରିୟ ଉପରେ ରାଜ୍ୟ କରୁଥିବା ଚିନ୍ତାମୁକ୍ତ ସମ୍ରାଟ ଅଟ, ତେଣୁ ସ୍ୱରାଜ୍ୟ ଅଧିକାରୀ ଅଟ
। ତୁମମାନଙ୍କର ଏହିଭଳି ସଭା ଅଟେ । ଏବେ କାହାର କୌଣସି ଚିନ୍ତା ଅଛି କି! ଅଛି କିଛି ଚିନ୍ତା?
କାହିଁକି ନା ନିଜର ସବୁ ଚିନ୍ତା ବାବାଙ୍କୁ ଦେଇଦେଇଛ । ତେଣୁ ବୋଝ ଓହ୍ଲାଇ ଯାଇଛି ନା! ଚିନ୍ତା
ସମାପ୍ତ ହେଲା ଏବଂ ଚିନ୍ତାମୁକ୍ତ ସମ୍ରାଟ ହୋଇ ଅମୂଲ୍ୟ ଜୀବନର ଅନୁଭବ କରୁଛ । ସମସ୍ତଙ୍କର
ମସ୍ତକରେ ପବିତ୍ରତାର ଆଲୋକର ମୁକୁଟ ଆପେ ଆପେ ଚମକୁଛି । ତେବେ ଚିନ୍ତାମୁକ୍ତ ଆତ୍ମାମାନଙ୍କ ଉପରେ
ଆଲୋକର ମୁକୁଟ ଦେଖାଯାଉଛି, ଯଦି କୌଣସି ଚିନ୍ତା କରୁଛ ବା କୌଣସି ବୋଝ ନିଜ ଉପରକୁ ଉଠାଇ ନେଉଛ,
ତେବେ ଜାଣିଛ ତୁମ ମୁଣ୍ଡ ଉପରକୁ କ’ଣ ଆସି ଯାଉଛି? ବୋଝର ଟୋକେଇ ଆସିଯାଉଛି । ଏବେ ଚିନ୍ତା କର,
ମୁକୁଟ ଏବଂ ବୋଝର ଟୋକେଇକୁ ସମ୍ମୁଖକୁ ଆଣ, କ’ଣ ଭଲ ଲାଗୁଛି? ଟୋକେଇ ଭଲ ଲାଗୁଛି, ନା ଆଲୋକର
ମୁକୁଟ ଭଲ ଲାଗୁଛି? ଟୀରଚମାନେ କୁହ କ’ଣ ଭଲ ଲାଗୁଛି? ମୁକୁଟ ଭଲ ଲାଗୁଛି ନା! ତେଣୁ ସମସ୍ତେ
କର୍ମେନ୍ଦ୍ରିୟମାନଙ୍କ ଉପରେ ରାଜ୍ୟ କରିବାବାଲା ସମ୍ରାଟ ଅଟ । ପବିତ୍ରତା ହିଁ ତୁମକୁ ଆଲୋକର
ମୁକୁଟଧାରୀ କରିଦେଉଛି, ସେଥିପାଇଁ ତୁମମାନଙ୍କର ସ୍ମାରକୀ ଜଡ ଚିତ୍ରମାନଙ୍କରେ ଦୁଇଟି ମୁକୁଟ
ଦେଖାଇଛନ୍ତି । ଦ୍ୱାପର ଯୁଗଠାରୁ ରାଜା ତ ଅନେକ ହୋଇଛନ୍ତି, ସମ୍ରାଟ ମଧ୍ୟ ବହୁତ ହୋଇଛନ୍ତି
କିନ୍ତୁ ଦୁଇ ମୁକୁଟଧାରୀ କେହି ବି ହୋଇ ନାହାଁନ୍ତି । ଚିନ୍ତାମୁକ୍ତ ସମ୍ରାଟ ଏବଂ ସ୍ୱରାଜ୍ୟ
ଅଧିକାରୀ ମଧ୍ୟ କେହି ହୋଇନାହାଁନ୍ତି କାହିଁକି ନା ପବିତ୍ରତାର ଶକ୍ତି ହିଁ ମାୟାଜିତ୍,
କମ୍ରେନ୍ଦ୍ରିୟଜିତ୍ ବିଜୟୀ କରିଦିଏ । ତେବେ ଚିନ୍ତାମୁକ୍ତ ସମ୍ରାଟମାନଙ୍କର ଲକ୍ଷଣ ହେଲା -
ସର୍ବଦା ନିଜେ ମଧ୍ୟ ସନ୍ତୁଷ୍ଟ ରହୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରୁଥିବେ । କେବେ
ବି କୌଣସି କଥାର ଅପ୍ରାପ୍ତି ନଥିବ ଯାହାକି ଅସନ୍ତୁଷ୍ଟ ହେବେ । କାରଣ ଯେଉଁଠି ଅପ୍ରାପ୍ତି ଅଛି
ସେଠାରେ ଅସନ୍ତୁଷ୍ଟତା ଅଛି । ଯେଉଁଠି ପ୍ରାପ୍ତି ରହିଛି ସେଠାରେ ସନ୍ତୁଷ୍ଟତା ରହିଛି । କ’ଣ
ଏହିଭଳି ହୋଇଛ ତ? ଚେକ୍ କର - ସଦା ସର୍ବପ୍ରାପ୍ତି ସ୍ୱରୂପ, ସନ୍ତୁଷ୍ଟ ଅଟ ତ? ଗାୟନ ମଧ୍ୟ ରହିଛି
- କୌଣସି ବି ବସ୍ତୁ ଅପ୍ରାପ୍ତ ନୁହେଁ, ଦେବତାମାନଙ୍କର ନୁହେଁ, ବ୍ରାହ୍ମଣମାନଙ୍କର ଭଣ୍ଡାରରେ ।
ସନ୍ତୁଷ୍ଟତା ହିଁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ଶୃଙ୍ଗାର ଅଟେ, ଶ୍ରେଷ୍ଠ ମୂଲ୍ୟ ଅଟେ । ତେବେ
ସମସ୍ତେ ସନ୍ତୁଷ୍ଟ ଆତ୍ମା ଅଟ ତ!
ବାପଦାଦା ଏହିଭଳି
ଚିନ୍ତାମୁକ୍ତ ସମ୍ରାଟ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ବାଃ ମୋ’ର ଚିନ୍ତାମୁକ୍ତ ସମ୍ରାଟ
ବାଃ । ସମସ୍ତେ ବାଃ ବାଃ ଅଟ ନା! ତେବେ ଯେଉଁମାନେ ଚିନ୍ତାମୁକ୍ତ ଅଟ ସେମାନେ ହାତ ଉଠାଅ । କ’ଣ
ନିଶ୍ଚିନ୍ତ ଅଟ ତ? କୌଣସି ଚିନ୍ତା ଆସୁ ନାହିଁ ତ? କେବେ ତ ଆସୁଥିବ ନା? କେବେ ବି ଆସୁ ନାହିଁ?
ବହୁତ ଭଲ କଥା । ତେବେ ଚିନ୍ତାମୁକ୍ତ ହେବାର ବିଧି ମଧ୍ୟ ବହୁତ ସହଜ ଅଟେ, କିଛି ମୁଶକିଲ୍ ନୁହେଁ
। କେବଳ ଗୋଟିଏ ଶବ୍ଦର ମାତ୍ରାରେ ଟିକିଏ ଅନ୍ତର ରହିଛି । ସେହି ଶବ୍ଦଟି ହେଲା ମୋ’ରକୁ ତୋ’ରରେ
ପରିବର୍ତ୍ତନ କରିଦିଅ । ମୋ’ର ନୁହେଁ ତୋ’ର । ତେବେ ହିନ୍ଦୀ ଭାଷାରେ ମେରା ମଧ୍ୟ ଲେଖ ଏବଂ ତେରା
ମଧ୍ୟ ଲେଖ, ତେବେ କ’ଣ ଅନ୍ତର ଦେଖାଯାଉଛି, ମେଁ ଏବଂ ତେ ର ନା! କିନ୍ତୁ ଫରକ କେତେ ବଡ ହୋଇଯାଉଛି
। ତେଣୁ ତୁମେ ସମସ୍ତେ ମୋ’ର କରିବାବାଲା ଅଟ, ନା ତୋ’ର ତୋ’ର କରିବାବାଲା ଅଟ? କ’ଣ ମୋ’ରକୁ
ତୋ’ରରେ ପରିବର୍ତ୍ତନ କରିନେଇଛ? ଯଦି କରିନାହଁ ତେବେ ଏବେ ହିଁ କରିଦିଅ । ମୋ’ର ମୋ’ର କରିବା
ଅର୍ଥ ଦାସ ହେବା ଏବଂ ଉଦାସ ହେବା । ମାୟାର ଦାସ ହୋଇଯାଉଛ ନା, ତେଣୁ ଉଦାସ ତ ନିଶ୍ଚିତ ହେଉଥିବେ
ନା । ଉଦାସୀ ଅର୍ଥାତ୍ ମାୟାର ଦାସୀ । ତୁମେମାନେ ମାୟାଜିତ ଅଟ, ମାୟାର ଦାସୀ ନୁହେଁ । ତେବେ କ’ଣ
କେବେ, କେବେ ଉଦାସୀ ଆସୁଛି କି? କେବେ କେବେ ତା’ର ସ୍ୱାଦ ମଧ୍ୟ ଚାଖି ନେଉଛ, କାହିଁକି ନା ୬୩
ଜନ୍ମ ଉଦାସ ରହିବାର ଅଭ୍ୟାସ ଅଛି ନା! ତେଣୁ କେବେ କେବେ ତାହା ଜାଗ୍ରତ ହୋଇଯାଉଛି, ସେଥିପାଇଁ
ବାପଦାଦା କ’ଣ କହୁଛନ୍ତି? ସବୁ ପିଲା ଚିନ୍ତାମୁକ୍ତ ସମ୍ରାଟ ଅଟ । ଯଦି ଏବେ ବି କେଉଁଠି ନା
କେଉଁଠି କୌଣସି କୋଣରେ ଚିନ୍ତାକୁ ଲୁଚାଇ ରଖିଛ ତେବେ ତାକୁ ଦେଇଦିଅ । ନିଜ ଉପରେ ବୋଝ କାହିଁକି
ରଖୁଛ? କ’ଣ ବୋଝ ରଖିବା ଅଭ୍ୟାସ ପଡିଯାଇଛି କି? ଯେବେକି ବାବା କହୁଛନ୍ତି ସବୁ ବୋଝ ମୋତେ ଦେଇଦିଅ,
ତୁମେ ହାଲୁକା ହୋଇ ଯାଅ । ଡବଲ ଲାଇଟ୍ ହୋଇଯାଅ । ତେବେ ଡବଲ ଲାଇଟ୍ ହେବା ଭଲ ନା! ବୋଝ ଉଠାଇବା
ଭଲ? ତେଣୁ ଭଲ ଭାବରେ ଚେକ୍ କରିବ । ଅମୃତବେଳାରେ ଯେତେବେଳେ ଉଠୁଛ, ସେତେବେଳେ ଚେକ୍ କରିବ ବିଶେଷ
କରି ବର୍ତ୍ତମାନ ସମୟରେ ସବ୍-କନ୍ସସ୍ରେ ଅର୍ଥାତ୍ ଅବଚେତନ ମନ ଉପରେ କୌଣସି ବୋଝ ନାହିଁ ତ?
ତେବେ ସବ୍-କନ୍ସସ୍ରେ ରହିବା ତ ଦୂରର କଥା ସ୍ପପ୍ନରେ ମଧ୍ୟ କୌଣସି ବୋଝର ଅନୁଭବ ହେବା ଉଚିତ୍
ନୁହେଁ । ତୁମମାନଙ୍କୁ ତ ଡବଲ ଲାଇଟ୍ ସ୍ଥିତି ପସନ୍ଦ ଅଟେ ନା! ତେଣୁ ବିଶେଷ ଭାବରେ ତୁମମାନଙ୍କୁ
ଏହି ପାଠ ଦିଆଯାଉଛି ଯାହାକୁ ଅମୃତବେଳାରେ ଚେକ୍ କରିବ । ଚେକ୍ କରିବା ତ ଜଣା ଅଛି ନା, କିନ୍ତୁ
ଚେକ୍ କରିବା ସହିତ ଚେଞ୍ଚ ଅର୍ଥାତ୍ ପରିବର୍ତ୍ତନ ମଧ୍ୟ କରିବ । ମୋ’ରକୁ ତୋ’ରରେ ପରିବର୍ତ୍ତନ
କରିଦେବ । ମୋ’ରକୁ ତୋ’ର । ତେଣୁ ଚେକ୍ କର ଏବଂ ଚେଞ୍ଚ କର କାହିଁକି ନା ବାପଦାଦା ବାରମ୍ବାର
ଶୁଣାଇ ଚାଲିଛନ୍ତି - ସମୟକୁ ଏବଂ ନିଜକୁ ଦେଖ । ସମୟର ଗତିକୁ ଦେଖ ଏବଂ ନିଜର ଗତିକୁ ମଧ୍ୟ ଦେଖ ।
ପୁଣି ଏଭଳି କହିବ ନାହିଁ ଯେ ମୋତେ ତ ଜଣା ହିଁ ନଥିଲା, ସମୟ ଏତେ ତୀବ୍ର ବେଗରେ ଚାଲିଗଲା! କେତେକ
ପିଲା ଭାବୁଛନ୍ତି ଏବେ ଯଦି ଟିକିଏ ଢିଲା ପୁରୁଷାର୍ଥ ମଧ୍ୟ ଚାଲୁଛି ତେବେ ଅନ୍ତ ସମୟରେ ତା’କୁ
ତୀବ୍ର କରିନେବୁ । କିନ୍ତୁ ବହୁତ କାଳର ଅଭ୍ୟାସ ହିଁ ଅନ୍ତ ସମୟରେ ସହଯୋଗୀ ହେବ! ରାଜା ହୋଇକରି ତ
ଦେଖ । କେହି କେହି ହୋଇଛନ୍ତି ଆଉ କେହି କେହି ହୋଇ ନାହାଁନ୍ତି । ଚାଲୁଛୁ ତ, କରୁଛୁ ତ, ସମ୍ପନ୍ନ
ହୋଇଯିବୁନି କି...ଏହିଭଳି ଭାବୁଛନ୍ତି । କିନ୍ତୁ ଏବେ ଚାଲିବାର ସମୟ ଆଉ ନାହିଁ । କରିବାର ସମୟ
ମଧ୍ୟ ନାହିଁ, ଉଡିବାର ଅଛି । ଏବେ ତ ଉଡିବାର ବେଗ ଆବଶ୍ୟକ । ଡେଣା ତ ମିଳିଯାଇଛି ନା!
ଉମଙ୍ଗ-ଉତ୍ସାହ ଏବଂ ସାହସର ଡେଣା ତ ସମସ୍ତଙ୍କୁ ମିଳିଛି, ଏହା ସହିତ ବାବାଙ୍କର ବରଦାନ ମଧ୍ୟ
ରହିଛି । କ’ଣ ବରଦାନ ମନେ ଅଛି ତ? ସାହସର ଗୋଟିଏ ପାଦ ତୁମର ଏବଂ ସାହାଯ୍ୟର ହଜାର ପାଦ ବାବାଙ୍କର,
କାହିଁକି ନା ବାବାଙ୍କର ପିଲାମାନଙ୍କ ସହିତ ହାର୍ଦ୍ଦିକ ସ୍ନେହ ରହିଛି । ତେଣୁ ସ୍ନେହୀ
ପିଲାମାନଙ୍କର ପରିଶ୍ରମ କରିବା ବା ଦେଖିପାରିବେ ନାହିଁ । ତେଣୁ ଯଦି ସ୍ନେହରେ ବୁଡି ରହିବ ତେବେ
ମେହନତ ସମାପ୍ତ ହୋଇଯିବ । କ’ଣ ମେହନତ କରିବାକୁ ଭଲ ଲାଗୁଛି କି? ଥକି ତ ଗଲଣି ନା! ୬୩ ଜନ୍ମ ଏଣେ
ତେଣେ ଭଟକି ଭଟକି ମେହନତ କରି କରି ଥକିଯାଇଥିଲ, କିନ୍ତୁ ବାବା ଆସି ନିଜର ସ୍ନେହ ଆଧାରରେ ତିନୋଟି
ସିଂହାସନର ଅଧିକାରୀ କରିଦେଲେ । ସେହି ତିନୋଟି ସିଂହାସନକୁ ତ ଜାଣିଛ ନା! କେବଳ ଜାଣିନାହଁ ବରଂ
ସିଂହାସନର ନିବାସୀ ହୋଇଯାଇଛ । ତେବେ ଅକାଳ ସିଂହାସନ ନିବାସୀ ମଧ୍ୟ ଅଟ, ବାପଦାଦାଙ୍କର ଦିଲ୍ତଖତ୍
ଅର୍ଥାତ୍ ହୃଦୟ ସିଂହାସନର ଅଧିକାରୀ ମଧ୍ୟ ଅଟ ଏବଂ ଭବିଷ୍ୟତର ବିଶ୍ୱ ରାଜ୍ୟ ସିଂହାସନର ଅଧିକାରୀ
ମଧ୍ୟ ଅଟ । ତେଣୁ ବାପଦାଦା ସବୁ ପିଲାଙ୍କୁ ସିଂହାସନ ଅଧିକାରୀ ରୂପରେ ଦେଖୁଛନ୍ତି । ଏହିଭଳି
ପରମାତ୍ମ ହୃଦୟ ସିଂହାସନ ଅନୁଭବ ସାରା କଳ୍ପରେ ଆଉ କେବେ ବି କରିପାରିବ ନାହିଁ । ତେବେ
ପାଣ୍ଡବମାନେ କ’ଣ ଭାବୁଛ? ସମ୍ରାଟ ଅଟ ତ? ସମସ୍ତେ ହାତ ଉଠାଉଛନ୍ତି । ନିଜର ସିଂହାସନକୁ କେବେ ବି
ଛାଡିବାର ନାହିଁ । ଦେହ-ଅଭିମାନରେ ଆସିବା ଅର୍ଥ ମାଟି ଉପରକୁ ଆସିବା । ଦେହ ମାଟି ଅଟେ ନା । ଯଦି
ସିଂହାସନ ଅଧିକାରୀ ହେଲ ତେବେ ବାଦଶାହ ଅର୍ଥାତ୍ ସମ୍ରାଟ ହେଲ ।
ବାପଦାଦା ସବୁ ପିଲାଙ୍କର
ପୁରୁଷାର୍ଥର ଚାର୍ଟକୁ ଚେକ୍ କରୁଛନ୍ତି । ଚାରିଟିଯାକ ବିଷୟରେ କିଏ କିଏ କେଉଁ ପର୍ଯ୍ୟନ୍ତ
ପହଞ୍ଚିଛନ୍ତି? ତେବେ ବାପଦାଦା ପ୍ରତ୍ୟେକ ସନ୍ତାନର ଚାର୍ଟକୁ ଚେକ୍ କରିଛନ୍ତି ଯେ ବାପଦାଦା ଯେଉଁ
ସବୁ ସମ୍ପତ୍ତି ଗୁଡିକ ପିଲାମାନଙ୍କୁ ଦେଇଛନ୍ତି । ପିଲାମାନେ ସେଗୁଡିକୁ କେତେ ପରିମାଣରେ ଜମା
କରିଛନ୍ତି? ତେଣୁ ଜମାର ଖାତାକୁ ଚେକ୍ କରିଛନ୍ତି କାହିଁକି ନା ସମ୍ପତ୍ତି ତ ବାବା ସବୁ ପିଲାଙ୍କୁ
ଏକାଭଳି ଏବଂ ଏକା ପରିମାଣରେ ହିଁ ଦେଇଛନ୍ତି, କାହାକୁ କମ୍ କାହାକୁ ଅଧିକ ଦେଇ ନାହାଁନ୍ତି । ତେବେ
ସମ୍ପତ୍ତିକୁ ଜମା ହେବାର ଚିହ୍ନ କ’ଣ? ସମ୍ପତ୍ତିଗୁଡିକୁ ତ ସମସ୍ତେ ଜାଣିଛ ନା, ସବୁଠାରୁ ବଡ
ସମ୍ପତ୍ତି ହେଲା ଶ୍ରେଷ୍ଠ ସଂକଳ୍ପ ରୂପୀ ସମ୍ପତ୍ତି । ତେବେ ସଂକଳ୍ପ ମଧ୍ୟ ସମ୍ପତ୍ତି ଅଟେ ଏବଂ
ବର୍ତ୍ତମାନର ସମୟ ମଧ୍ୟ ବହୁତ ବଡ ସମ୍ପତ୍ତି ଅଟେ କାହିଁକି ନା ବର୍ତ୍ତମାନ ସମୟରେ ଯାହା ବି
ପ୍ରାପ୍ତ କରିବାକୁ ଚାହିଁବ, ଯାହା ବି ବରଦାନ ନେବା ପାଇଁ ଚାହିଁବ, ନିଜକୁ ଯେତେ ଶ୍ରେଷ୍ଠ କରିବା
ପାଇଁ ଚାହିଁବ ତାହା ଏବେ ହିଁ କରିପାରିବ । ଏବେ ନୁହେଁ ତ କେବେ ନୁହେଁ । ଯେପରି ସଂକଳ୍ପ ରୂପୀ
ସମ୍ପତ୍ତିକୁ ବ୍ୟର୍ଥରେ ନଷ୍ଟ କରିବା ଅର୍ଥ ନିଜର ପ୍ରାପ୍ତିଗୁଡିକୁ ନଷ୍ଟ କରିବା । ସେହିପରି ଯଦି
ସମୟର ଗୋଟିଏ ସେକେଣ୍ଡକୁ ମଧ୍ୟ ବ୍ୟର୍ଥରେ ନଷ୍ଟ କରିଦେଉଛ, ସଫଳ କରୁ ନାହଁ ତେବେ ବହୁତ କିଛି
ହରାଇ ଦେଉଛ । ଏହା ସହିତ ଜ୍ଞାନ ରୂପୀ ସମ୍ପତ୍ତି, ଗୁଣର ସମ୍ପତ୍ତି, ସର୍ବ ଶକ୍ତି ରୂପୀ ସମ୍ପତ୍ତି
ଏବଂ ପ୍ରତ୍ୟେକ ଆତ୍ମା ଏବଂ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ହେଉଥିବା ଆଶୀର୍ବାଦର ସମ୍ପତ୍ତି
ମଧ୍ୟ ପ୍ରାପ୍ତ କରିଛ । ତେବେ ପୁରୁଷାର୍ଥ କରିବାରେ ସବୁଠାରୁ ସହଜ କାମ ହେଲା “ଆଶୀର୍ବାଦ ଦିଅ ଏବଂ
ଆଶୀର୍ବାଦ ନିଅ” । ସୁଖ ଦିଅ ଏବଂ ସୁଖ ନିଅ । ଦୁଃଖ ଦିଅ ନାହିଁ କି ଦୁଃଖ ନିଅ ନାହିଁ । ଏମିତି
ବି ନୁହେଁ ଯେ ଦୁଃଖ ତ ହେଉ ନାହଁ କିନ୍ତୁ ତୁମକୁ ଯଦି କେହି ଦେଉଛି ତା’କୁ ସ୍ୱୀକାର କରିନିଅ,
ନା, କାରଣ ଏହାଦ୍ୱାରା ଦୁଃଖୀ ତ ହେବ ନା! ତେବେ ଆଶୀର୍ବାଦ ଦିଅ, ସୁଖ ଦିଅ ଏବଂ ସୁଖ ନିଅ । କ’ଣ
ଆଶୀର୍ବାଦ ଦେବା ଜଣା ଅଛି ତ? ଜାଣିଛ ତ? ନେବା ଜଣା ଅଛି ତ? ଯାହାକୁ ଆଶୀର୍ବାଦ ଦେବା ଏବଂ ନେବା
ଜଣା ଅଛି ସିଏ ହାତ ଉଠାଅ । ଆଚ୍ଛା - ତେବେ ସମସ୍ତଙ୍କୁ ଜଣା ଅଛି? ଆଚ୍ଛା - ଡବଲ ବିଦେଶୀମାନଙ୍କୁ
ଜଣା ଅଛି ତ? ଅଭିନନ୍ଦନ, ଦେବା ମଧ୍ୟ ଜଣା ଅଛି ତେବେ ଆଉ କ’ଣ ଦରକାର? ଯଦି ଆଶୀର୍ବାଦ ନେଉଥିବ ଏବଂ
ଆଶୀର୍ବାଦ ଦେଉଥିବ ତେବେ ସମ୍ପନ୍ନ ହୋଇଯିବ । ଆଚ୍ଛା । ଯଦି କେହି ତୁମକୁ ଅଭିଶାପ ଦେଲା ତେବେ
କ’ଣ କରିବ? ତାକୁ ନେବ? ଯଦି ଅଭିଶାପ ଦେଲା ତେବେ ତୁମେ କ’ଣ କରିବ? ନେବ କି ନାହିଁ? ଧରିନିଅ ଯଦି
ତା’ର ଅଭିଶାପକୁ ଗ୍ରହଣ କରିନେଲ ତେବେ ତୁମ ଭିତରେ ଆଉ ସ୍ୱଚ୍ଛତା ରହିଲା କି? ଅଭିଶାପ ତ ଖରାପ
ଜିନିଷ ଅଟେ ନା! ଯଦି ତୁମେ ତାକୁ ନେଇଗଲ, ନିଜ ଭିତରେ ତା’କୁ ସ୍ୱୀକାର କରିନେଲ ତେବେ ତୁମ ଭିତର
ତ ସ୍ୱଚ୍ଛ ରହିଲା ନାହିଁ ନା! ଯଦି ଟିକିଏ ବି କିଛି ଡିଫେକ୍ଟ ରହିଲା ତେବେ ଫରଫେକ୍ଟ ଅର୍ଥାତ୍
ସମ୍ପୂର୍ଣ୍ଣ ତ ହୋଇପାରିବ ନାହିଁ । ଯଦି କେହି ତୁମକୁ ଖରାପ ଜିନିଷ ଦେବ ତେବେ କ’ଣ ତୁମେ ତା’କୁ
ନେବ କି? ଯଦି କୌଣସି ବହୁତ ସୁନ୍ଦର ଫଳ ହୋଇଥିବ କିନ୍ତୁ ତାହା ଖରାପ ହୋଇଯାଇଥିବ ତେବେ କ’ଣ ତୁମେ
ତାକୁ ନେବ? ଫଳ ତ ବଢିଆ ଅଟେ, କିନ୍ତୁ ନେବ କି? ନେବ ନାହିଁ ନା, ନା କହିବ ଆଚ୍ଛା ଭଲ ଜିନିଷଟା
ଯଦି ଦେଉଛି ତେବେ ନେଇ ନେବା । ସେହିପରି ଯଦି କେହି ତୁମକୁ ଅଭିଶାପ ଦେଉଛି ତେବେ ତୁମେ ତା’କୁ ମନ
ଭିତରେ ଆଦୌ ଧାରଣ କର ନାହିଁ, ଯଦି ବୁଝିପାରୁଛ ଏହା ଅଭିଶାପ ଅଟେ ତେବେ ତା’କୁ ଭିତରେ ଧାରଣ କର
ନାହିଁ, ନଚେତ୍ ଡିଫେକ୍ଟ ହୋଇଯିବ ଅର୍ଥାତ୍ ଅସୁବିଧା ହୋଇଯିବ । ତେବେ ଏହି ବର୍ଷକୁ ଶେଷ ହେବା
ପାଇଁ ଏବେ ଆଉ ଅଳ୍ପ ଦିନ ବାକି ଅଛି ତେଣୁ ନିଜ ଅନ୍ତର ଭିତରେ ଦୃଢ ସଂକଳ୍ପ କର । ଏବେ ବି ଯଦି
କାହାର ବଦ୍ଦୁଆ ଅର୍ଥାତ୍ ଅଭିଶାପକୁ ମନ ଭିତରେ ରଖିଛ ତେବେ ତା’କୁ ବାହାର କରିଦିଅ ଏବଂ କାଲିଠାରୁ
ସମସ୍ତଙ୍କୁ ଦୁଆ ଅର୍ଥାତ୍ ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ । କ’ଣ ମଞ୍ଜୁର ଅଟେ ତ? ପସନ୍ଦ ଅଟେ
ତ? ପସନ୍ଦ ଅଟେ ନା କରିବାକୁ ହିଁ ପଡିବ । ପସନ୍ଦ ତ ଅଟେ କିନ୍ତୁ ଯେଉଁମାନେ ଭାବୁଛନ୍ତି ଯାହା ବି
ହୋଇଯାଉ, କରିବାକୁ ହିଁ ପଡିବ, ସେମାନେ ହାତ ଉଠାଅ । କରିବାକୁ ହିଁ ପଡିବ ।
ତେବେ ଯେଉଁ ସବୁ ସ୍ନେହୀ
ସହଯୋଗୀମାନେ ଆଜି ଆସିଛନ୍ତି ସେମାନେ ହାତ ଉଠାଅ । ବାପଦାଦା ସେମାନଙ୍କୁ ଅଭିନନ୍ଦନ ଦେଉଛନ୍ତି
କାହିଁକି ନା ତୁମେମାନେ ସହଯୋଗୀ ମଧ୍ୟ ଅଟ ଏବଂ ସ୍ନେହୀ ମଧ୍ୟ ଅଟ କିନ୍ତୁ ଆଜି ଆଉ ଗୋଟିଏ ପାଦ
ଉଠାଇ ବାବାଙ୍କ ଘରକୁ ବା ନିଜ ଘରକୁ ଆସିଛ, ସେଥିପାଇଁ ଅଭିନନ୍ଦନ । ଆଚ୍ଛା ଯେଉଁମାନେ ବି ସ୍ନେହୀ
ସହଯୋଗୀ ହୋଇ ଆସିଛନ୍ତି କ’ଣ ସେମାନେ ମଧ୍ୟ ଭାବୁଛନ୍ତି ତ ଆଶୀର୍ବାଦ ଦେବୁ ଏବଂ ଆଶୀର୍ବାଦ ନେବୁ?
ଭାବୁଛ ତ? ସାହସ ରଖୁଛ ତ? ଯେଉଁମାନେ ବି ସାହସ ରଖିବ ତାଙ୍କୁ ସାହାଯ୍ୟ ନିଶ୍ଚିତ ମିଳିବ ତେଣୁ
ଲମ୍ବା ହାତ ଉଠାଅ । ଆଚ୍ଛା । ତେବେ ତ ତୁମେମାନେ ମଧ୍ୟ ଭରପୂର ହୋଇଯିବ, ସେଥିପାଇଁ ଅଭିନନ୍ଦନ ।
ଆଚ୍ଛା । ଯେଉଁମାନେ ନିୟମିତ ବିଦ୍ୟାର୍ଥୀ ଅଟନ୍ତି କିନ୍ତୁ ବ୍ରାହ୍ମଣ ଜୀବନରେ ବାପଦାଦାଙ୍କ ସହିତ
ମିଶିବା ପାଇଁ ପ୍ରଥମ ଥର ଆସିଛନ୍ତି କିନ୍ତୁ ନିଜକୁ ବ୍ରାହ୍ମଣ ମନେ କରୁଛନ୍ତି । ନିୟମିତ
ବିଦ୍ୟାର୍ଥୀ ଅଟନ୍ତି, ସେମାନେ ଯଦି ଭାବୁଛନ୍ତି ଯେ କରିବାକୁ ହିଁ ପଡିବ, ତେବେ ହାତ ଉଠାଅ । କ’ଣ
ଆଶୀର୍ବାଦ ଦେବ ଏବଂ ଆଶୀର୍ବାଦ ନେବ ତ? ଟୀଚରମାନେ ହାତ ଉଠାଉଛନ୍ତି ତ? କ୍ୟାବିନ୍ ବାଲା ହାତ
ଉଠାଉ ନାହାଁନ୍ତି । ଏମାନେ ଭାବୁଛନ୍ତି ଆମେ ତ ଏବେ ମଧ୍ୟ ଦେଉଛୁ । ଏବେ ସମସ୍ତଙ୍କୁ କରିବାକୁ
ହିଁ ହେବ । ଯାହା ବି ହୋଇଥାଉ, ସାହସ ରଖ । ଦୃଢ ସଂକଳ୍ପ ରଖ । ଧରିନିଅ ଯଦି ଅଭିଶାପର ପ୍ରଭାବ
ପଡିଗଲା, ତେବେ ଅଧିକ ୧୦ ଗୁଣା ଆଶୀର୍ବାଦ ଦେଇ ତାକୁ ସମାପ୍ତ କରିଦିଅ । ଗୋଟିଏ ଅଭିଶାପର
ପ୍ରଭାବକୁ ୧୦ ଗୁଣା ଆଶୀର୍ବାଦ ଦେଇ ତାକୁ ହାଲୁକା କରିବାକୁ ହେବ ତା’ପରେ ସାହସ ଆସିଯିବ । କ୍ଷତି
ତ ତୁମର ହେଉଛି ନା, ଅନ୍ୟଲୋକ ତ ଅଭିଶାପ ଦେଇ ଚାଲିଗଲା କିନ୍ତୁ ଯିଏ ସେହି ଅଭିଶାପକୁ ନିଜ ଭିତରେ
ସମାହିତ କରିନେଲା, ତେବେ ଦୁଃଖୀ କିଏ ହେଉଛି? ନେବାବାଲା, ନା ଦେବାବାଲା? ଦେବାବାଲା ମଧ୍ୟ ଦୁଃଖୀ
ହେଉଛି କିନ୍ତୁ ନେବାବାଲା ତ ଅଧିକ ଦୁଃଖୀ ଦେଉଛି ନା । କାରଣ ଦେବାବାଲା ତ ବେପରୁଆ ହୋଇଥାଏ ନା ।
ଆଜି ବାପଦାଦା ନିଜର ଦିଲ୍ର
ବିଶେଷ ଆଶା ଶୁଣାଉଛନ୍ତି । ବାପଦାଦାଙ୍କର ସବୁ ପିଲାଙ୍କ ପ୍ରତି ଚାହେଁ ଦେଶବାସୀ ହୁଅନ୍ତୁ, ଚାହେଁ
ବିଦେଶବାସୀ ହୁଅନ୍ତୁ, ଚାହେଁ ସହଯୋଗୀ ମଧ୍ୟ ହୁଅନ୍ତୁ କାହିଁକି ନା ସହଯୋଗୀ ମାନଙ୍କୁ ମଧ୍ୟ
ପରିଚୟ ତ ମିଳିଛି ନା । ତେବେ ଯଦି ପରିଚୟ ମିଳିଯାଇଛି ତେବେ ପରିଚୟରୁ ମଧ୍ୟ ପ୍ରାପ୍ତି ତ କରିବା
ଉଚିତ୍ ନା । ତେଣୁ ବାପଦାଦାଙ୍କର ଏହି ଆଶା ରହିଛି ଯେ ମୋ’ର ପ୍ରତ୍ୟେକ ସନ୍ତାନ ସମସ୍ତଙ୍କୁ
ଆଶୀର୍ବାଦ ଦେଇ ଚାଲିଥାଆନ୍ତୁ । ତେଣୁ ଆଶୀର୍ବାଦର ଭଣ୍ଡାର ଯେତେ ଜମା କରିପାରିବ କରିଚାଲ କାହିଁକି
ନା ଏହି ସମୟରେ ଯେତେ ଆଶୀର୍ବାଦ ଜମା କରିବ ବା ଏକାଠି କରିବ ସେହି ଅନୁସାରେ ଯେତେବେଳେ ତୁମେମାନେ
ପୂଜ୍ୟ ହେବ ସେତେବେଳେ ଭକ୍ତ ଆତ୍ମାମାନଙ୍କୁ ଆଶୀର୍ବାଦ ଦେଇପାରିବ । ତେଣୁ କେବଳ ଏବେ ତୁମମାନଙ୍କୁ
ଆଶୀର୍ବାଦ ଦେବାର ନାହିଁ, ଦ୍ୱାପର ଯୁଗଠାରୁ ମଧ୍ୟ ଭକ୍ତ ଆତ୍ମାମାନଙ୍କୁ ଆଶୀର୍ବାଦ ଦେବାକୁ ପଡିବ
। ତେଣୁ ସେତିକି ଆଶୀର୍ବାଦର ଷ୍ଟକ୍ ଜମା କରିବାକୁ ହେବ । ରାଜା ସନ୍ତାନ ଅଟ ନା! ବାପଦାଦା ତ
ପ୍ରତ୍ୟେକ ସନ୍ତାନକୁ ରାଜା ସନ୍ତାନ ରୂପରେ ଦେଖୁଛନ୍ତି, କମ୍ ନୁହେଁ । ଆଚ୍ଛା!
ତେବେ ବାପଦାଦାଙ୍କର
ଆଶାକୁ ସମସ୍ତେ ଧ୍ୟାନ ଦେଇ ଶୁଣିଲ ତ? ଯେଉଁମାନେ ଏହା ଉପରେ ଗୁରୁତ୍ୱ ଦେଲ ସେମାନେ ହାତ ଉଠାଅ ।
ଆଚ୍ଛା! ବାପଦାଦା ୬ ମାସର ପାଠ ମଧ୍ୟ ଦେଇଛନ୍ତି କ’ଣ ତାହା ମନେ ଅଛି ତ? ଟୀଚରମାନଙ୍କୁ ମନେ ଅଛି
ତ? କିନ୍ତୁ ଏହି ଦୃଢ ସଂକଳ୍ପର ଫଳାଫଳକୁ ଏକ ମାସ ମଧ୍ୟରେ ହିଁ ଦେଖିବୁ କାହିଁକି ନା ନୂତନ ବର୍ଷ
ତ ଶୀଘ୍ର ଆରମ୍ଭ ହୋଇଯିବ ନା । ତେବେ ସେହି ୬ ମାସର ପାଠ ଅଲଗା, ଏହି ଦୃଢ ସଂକଳ୍ପର ଫଳାଫଳକୁ ଏକ
ମାସରେ ଦେଖାଯିବ । ଠିକ୍ ଅଛି ନା? କ’ଣ କହୁଛ ଟୀଚରମାନେ - ଏକମାସ ଠିକ୍ ହେବ ନା? ପାଣ୍ଡବମାନେ,
ଠିକ୍ ଅଛି ତ? ଆଚ୍ଛା ଯେଉଁମାନେ ପ୍ରଥମ ଥର ପାଇଁ ମଧୁବନରେ ପହଞ୍ଚିଛନ୍ତି ସେମାନେ ହାତ ଉଠାଅ ।
ବହୁତ ଭଲ କଥା । ଦେଖ ବାପଦାଦାଙ୍କୁ ସର୍ବଦା ନୂଆ ନୂଆ ପିଲାମାନେ ବହୁତ ପ୍ରିୟ ଲାଗିଥାଆନ୍ତି ।
କିନ୍ତୁ ନୂଆ ନୂଆ ପିଲାମାନେ ମଧ୍ୟ ବୃକ୍ଷର ନୂଆ ପତ୍ର ସଦୃଶ ଅଟନ୍ତି ଯାହାକି ପକ୍ଷୀମାନଙ୍କୁ
ମଧ୍ୟ ବହୁତ ପ୍ରିୟ ହୋଇଥାଏ । ସେହିପରି ନୂଆ ପିଲାମାନେ ମଧ୍ୟ ମାୟାକୁ ବହୁତ ପ୍ରିୟ ଲାଗିଥାଆନ୍ତି
। ସେଥିପାଇଁ ସବୁ ନୂଆ ପିଲାମାନେ ପ୍ରତିଦିନ ନିଜର ନବୀନତାକୁ ଚେକ୍ କରୁଥିବ, ଆଜି ଦିନରେ ମୁଁ
ନିଜ ଭିତରେ କ’ଣ ନବୀନତା ଆଣିଛି? କେଉଁ ବିଶେଷ ଗୁଣ ବା ବିଶେଷ ଶକ୍ତିକୁ ନିଜ ଭିତରେ ଧାରଣ କରିଛି?
ଯଦି ଏହିଭଳି ଚେକ୍ କରି ଚାଲିଥିବ ଏବଂ ନିଜକୁ ପରିପକ୍ୱ କରିଚାଲିଥିବ ତେବେ ସୁରକ୍ଷିତ ରହିପାରିବ,
ଅମର ରହିପାରିବ । ତେବେ ଅମର ରହିବାକୁ ହିଁ ହେବ ଏବଂ ଅମର ପଦ ପାଇବାକୁ ହିଁ ହେବ । ଆଚ୍ଛା!
ଚାରିଆଡର ଚିନ୍ତାମୁକ୍ତ
ସମ୍ରାଟମାନଙ୍କୁ, ସର୍ବଦା ଆତ୍ମିକ ନିଶାରେ ରହୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ନିଜର
ପ୍ରାପ୍ତ ହୋଇଥିବା ସମ୍ପତ୍ତିକୁ ଜମା ଖାତାରେ ବୃଦ୍ଧି କରିଚାଲିଥିବା ତୀବ୍ର ପୁରୁଷାର୍ଥୀ
ଆତ୍ମାମାନଙ୍କୁ, ସର୍ବଦା ଗୋଟିଏ ସମୟରେ ତିନି ପ୍ରକାରର ସେବା କରୁଥିବା ଶ୍ରେଷ୍ଠ ସେବାଧାରୀ
ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ପଦ୍ମ ପଦ୍ମ ପଦ୍ମଗୁଣା ଶୁଭେଚ୍ଛା ଏବଂ
ନମସ୍ତେ ।
ବରଦାନ:-
ସର୍ବଶକ୍ତିଗୁଡିକୁ ଆଦେଶ ମୁତାବକ ନିଜର ସହଯୋଗୀ କରୁଥିବା ପ୍ରକୃତିଜିତ୍ ଆତ୍ମା ହୁଅ ।
ସବୁଠାରୁ ବଡରୁ ବଡ ଦାସୀ
ପ୍ରକୃତି ଅଟେ । ଯେଉଁ ପିଲାମାନେ ପ୍ରକୃତିଜିତ୍ ହେବାର ବରଦାନ ପ୍ରାପ୍ତ କରିନିଅନ୍ତି ସେମାନଙ୍କର
ଆଦେଶ ମୁତାବକ ସର୍ବଶକ୍ତିଗୁଡିକ ଏବଂ ପ୍ରକୃତି ରୂପୀ ଦାସୀ କାର୍ଯ୍ୟ କରିଥାଆନ୍ତି ଅର୍ଥାତ୍ ଯଥା
ସମୟରେ ସହଯୋଗ ଦେଇଥାଆନ୍ତି । କିନ୍ତୁ ପ୍ରକୃତିଜିତ୍ ହେବା ପରିବର୍ତ୍ତେ ଯଦି ଅବହେଳା ପଣିଆର
ନିଦରେ ବା ଅଳ୍ପକାଳର ପ୍ରାପ୍ତିର ନିଶାରେ ବା ବ୍ୟର୍ଥ ସଂକଳ୍ପର ନାଚ କରିବାରେ ମସ୍ତ ହୋଇ ନିଜର
ସମୟକୁ ନଷ୍ଟ କରୁଛ ତେବେ ଶକ୍ତିଗୁଡିକ ତୁମର ଆଦେଶ ଅନୁସାରେ କାର୍ଯ୍ୟ କରିପାରିବେ ନାହିଁ
ସେଥିପାଇଁ ଚେକ୍ କର ଯେ ପ୍ରଥମେ ମୁଖ୍ୟ ସଂକଳ୍ପ ଶକ୍ତି, ନିର୍ଣ୍ଣୟ ଶକ୍ତି ଏବଂ ସଂସ୍କାର ରୂପୀ
ଶକ୍ତି - ଏହି ତିନୋଟି ଯାକ ମୋର ଆଦେଶରେ ଚାଲୁଛନ୍ତି ତ?
ସ୍ଲୋଗାନ:-
ଯଦି
ବାପଦାଦାଙ୍କର ଗୁଣ ଗାନ କରି ଚାଲିବ ତେବେ ନିଜେ ମଧ୍ୟ ଗୁଣ ମୂରତ ହୋଇଯିବ ।
ଅବ୍ୟକ୍ତ ଈଶାରା:-
“କମ୍ବାଇଣ୍ଡ ରୂପର ସ୍ମୃତି ଦ୍ୱାରା ସଦା ବିଜୟୀ ହୁଅ” କମ୍ବାଇଣ୍ଡ ରୂପର ସେବା ବିନା ସଫଳତା
ମିଳିବା ଅସମ୍ଭବ ଅଟେ । ଏମିତି ନୁହେଁ ଯେ ସେବା କରିବାକୁ ଯିବ ଏବଂ ଫେରିଆସି କହିବ ମାୟା ଆସିଗଲା,
ମୁଡ୍ ଅଫ୍ ହୋଇଗଲା, ସ୍ଥିତି ବିଗିଡି ଗଲା ସେଥିପାଇଁ ବିଶେଷ ଧ୍ୟାନ ଦିଅ ଯେ - ସେବାରେ ସଫଳତା
ପାଇବାର ବା ସେବାରେ ବୃଦ୍ଧି କରିବାର ସାଧନ ହେଲା ସ୍ୱ ଅର୍ଥାତ୍ ନିଜର ସେବା ସହିତ ସମସ୍ତଙ୍କର
ସେବା ଏକାଠି ହେବା ଦରକାର ।