06.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ଶିବବାବା ବଗିଚାର ମାଲିକ ଅଟନ୍ତି, ତେଣୁ ଏହି ମାଲିକଙ୍କ ନିକଟକୁ ତୁମେ ମାଳିମାନେ ଭଲ ଭଲ ସୁଗନ୍ଧଯୁକ୍ତ ଫୁଲ ଅର୍ଥାତ୍ ଆତ୍ମାମାନଙ୍କୁ ଆଣିବାକୁ ହେବ, ଏଭଳି ଫୁଲ ଗୁଡିକୁ ଆଣ ନାହିଁ ଯିଏକି ମଉଳି ଯାଇଥିବ ।

ପ୍ରଶ୍ନ:-
ବାବାଙ୍କର ଦୃଷ୍ଟି କେଉଁ ପିଲାମାନଙ୍କ ଉପରେ ପଡୁଛି, କାହା ଉପରେ ପଡୁ ନାହିଁ?

ଉତ୍ତର:-
ଯେଉଁମାନେ ଉତ୍ତମ ସୁଗନ୍ଧ ପ୍ରଦାନ କରୁଥିବା ଫୁଲ ସବୁ ଅଛନ୍ତି ବା ଅନେକ କଣ୍ଟାଗୁଡିକୁ ଫୁଲ କରିବାର ସେବା କରୁଛନ୍ତି, ସେମାନଙ୍କୁ ଦେଖି ବାବା ଖୁସି ହୋଇଥାନ୍ତି ଏବଂ ସେହିମାନଙ୍କ ଉପରେ ହିଁ ବାବାଙ୍କର ଦୃଷ୍ଟି ପଡିଥାଏ । କିନ୍ତୁ ଯେଉଁମାନଙ୍କର ବୃତ୍ତି ଖରାପ, ଦୃଷ୍ଟି ଧୋକାବାଜ, ସେମାନଙ୍କ ଉପରେ ବାବାଙ୍କର ଦୃଷ୍ଟି ବି ପଡି ନ ଥାଏ । ବାବା ତ କହିବେ ପିଲାମାନେ ନିଜେ ଫୁଲ ହୋଇ ଅନେକଙ୍କୁ ଫୁଲ କର, ତେବେ ଯାଇ ତୁମକୁ ବୁଦ୍ଧିମାନ ମାଳି କୁହାଯିବ ।

ଓମ୍ ଶାନ୍ତି ।
ବାଗବାନ ବାବା ଅର୍ଥାତ୍ ବଗିଚାର ମାଲିକ ନିଜର ଫୁଲମାନଙ୍କୁ ଦେଖୁଛନ୍ତି । କାରଣ ଅନ୍ୟ ସମସ୍ତ ସେବାକେନ୍ଦ୍ରରେ ତ ଫୁଲ ଏବଂ ମାଳି ଅଛନ୍ତି, କିନ୍ତୁ ଏଠାକୁ ତୁମେ ବଗିଚାର ମାଲିକଙ୍କ ନିକଟକୁ ଆସୁଛ ନିଜର ସୁଗନ୍ଧ ବିତରଣ କରିବା ପାଇଁ । ତୁମେମାନେ ଫୁଲ ଅଟ ନା । ତୁମେ ମଧ୍ୟ ଜାଣିଛ ଏବଂ ବାବା ମଧ୍ୟ ଜାଣିଛନ୍ତି ଯେ - କଣ୍ଟାର ଜଙ୍ଗଲ ଅର୍ଥାତ୍ ବିକାରୀ ଦୁନିଆର ବୀଜ ରୂପ ହେଉଛି ରାବଣ । ଏମତି ଦେଖିବାକୁ ଗଲେ ତ ସାରା ବୃକ୍ଷର ବୀଜରୂପ ଜଣେ ହିଁ ଅଟନ୍ତି କିନ୍ତୁ ଫୁଲ ବଗିଚାକୁ କଣ୍ଟାର ଜଙ୍ଗଲରେ ପରିବର୍ତ୍ତନକାରୀ ତ କେହି ନିଶ୍ଚିତ ଥିବେ । ସେ ହେଉଛି ରାବଣ । ତେବେ ବିଚାର କର ବାବା ଠିକ୍ ବୁଝାଉଛନ୍ତି ନା । ଦେବତା ରୂପୀ ବଗିଚାର ବୀଜ ରୂପ ହେଲେ ବାବା । ତୁମେ ଏବେ ଦେବୀ-ଦେବତା ହେଉଛ ନା । ଏକଥା ତ ସମସ୍ତେ ଜାଣିଛନ୍ତି ଯେ, ଆମେ କେଉଁ ପ୍ରକାରର ଫୁଲ ଅଟୁ । ଫୁଲମାନଙ୍କୁ ଅର୍ଥାତ୍ ଦିବ୍ୟ ଗୁଣଧାରୀ ଆତ୍ମାମାନଙ୍କୁ ଦେଖିବା ପାଇଁ ବାଗବାନ ବା ବଗିଚାର ମାଲିକ ଏଠାକୁ ଆସୁଛନ୍ତି । ସେବାକେନ୍ଦ୍ରରେ ତ ମାଳିମାନେ ରହିଛନ୍ତି ନା । ସେହି ମାଳିମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛନ୍ତି । ସ୍ଥୂଳ ଫୁଲ ବଗିଚାର ମାଳିମାନେ ଭିନ୍ନ ଭିନ୍ନ ପ୍ରକାରର ଅଛନ୍ତି । କାହାର ଦରମା ୫୦୦ ଟଙ୍କା, କାହାର ୧୦୦୦ ଆଉ କାହାର ୨୦୦୦ । ମୋଗଲ ଗାର୍ଡନର ମାଳି ନିଶ୍ଚିତ ଭାବରେ ବହୁତ ବୁଦ୍ଧିମାନ ହୋଇଥିବେ, ତାଙ୍କର ଦରମା ମଧ୍ୟ ନିଶ୍ଚିତ ଅଧିକ ହୋଇଥିବ । ଏହି ଈଶ୍ୱରୀୟ ପରିବାର ମଧ୍ୟ ବହୁତ ବିଶାଳ ବଗିଚା ସଦୃଶ ଅଟେ । ଏଥିରେ କ୍ରମାନୁଯାୟୀ ଅନେକ ପ୍ରକାରର ମାଳି ରହିଛନ୍ତି । ଯିଏ ବହୁତ ଭଲ ମାଳି ସେ ବଗିଚାକୁ ମଧ୍ୟ ସୁନ୍ଦର ଭାବେ ସୁଶୋଭିତ କରିଥାନ୍ତି । ସୁନ୍ଦର ସୁନ୍ଦର ସୁଗନ୍ଧିତ ଫୁଲ ଗଛ ଲଗାଇଥାନ୍ତି । ରାଷ୍ଟ୍ରପତି ଭବନର ମୋଗଲ୍ ଗାର୍ଡନ କେତେ ସୁନ୍ଦର । ଏହି ସୃଷ୍ଟି ରୂପୀ ବଗିଚା ହେଉଛି ବହୁତ ବିଶାଳ ବଗିଚା । ଏହି ବଗିଚାର ଜଣେ ହିଁ ମାଲିକ ଅଟନ୍ତି । ଏହି କଣ୍ଟାର ଜଙ୍ଗଲର ବୀଜ ହେଉଛି ରାବଣ ଓ ଫୁଲ ବଗିଚାର ବୀଜ ହେଉଛନ୍ତି ଶିବବାବା । ପିତାଙ୍କ ଠାରୁ ସମ୍ପତ୍ତି ମିଳିଥାଏ । ରାବଣଠାରୁ ସମ୍ପତ୍ତି ମିଳି ନ ଥାଏ । ରାବଣ ତ ଅଭିଶାପ ଦେଇଥାଏ । ଯେତେବେଳ ଶ୍ରାପିତ ହୋଇଯାଉଛନ୍ତି ସେତେବେଳେ ସମସ୍ତେ ସୁଖଦାତା ବାବାଙ୍କୁ ମନେ ପକାଇଥାନ୍ତି । ବାବା ହେଉଛନ୍ତି, ସଦା ସୁଖଦାତା । ମାଳି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ରହିଥାନ୍ତି । ବଗିଚାର ମାଳିମାନେ କିପରି ଛୋଟ ଛୋଟ ବଗିଚା ତିଆରି କରୁଛନ୍ତି । କେଉଁ କେଉଁ ପ୍ରକାରର ଫୁଲ ଅଛି ସେ କଥା ବିଚାର କରୁଛନ୍ତି । କେବେକେବେ ବହୁତ ଭଲ ଭଲ ମାଳି ମଧ୍ୟ ଆସିଥାଆନ୍ତି, ତାଙ୍କର ଫୁଲର ସାଜସଜା ବହୁତ ଭଲ ହୋଇଥାଏ । ଏହା ଦେଖି ବଗିଚାର ମାଲିକ ବହୁତ ଖୁସି ହୋଇଥାଆନ୍ତି । ଓହୋ, ଏହି ମାଳି ତ ବହୁତ ଭଲ ଭଲ ଆତ୍ମା ରୂପୀ ଫୁଲକୁ ଆଣିଛନ୍ତି । ଇଏ ହେଉଛନ୍ତି ବେହଦର ପିତା, ବେହଦର ବାବାଙ୍କର ପ୍ରତ୍ୟେକ କଥା ବେହଦ । ତୁମେମାନେ ଅନ୍ତର୍ମନରେ ଜାଣୁଛ ଯେ, ବାବା ସଂପୂର୍ଣ୍ଣ ସତ୍ୟ କହୁଛନ୍ତି । ଅଧାକଳ୍ପ ରାବଣ ରାଜ୍ୟ । ଫୁଲ ବଗିଚାକୁ ରାବଣ ହିଁ କଣ୍ଟାର ଜଙ୍ଗଲ କରିଦେଉଛି । ଜଙ୍ଗଲରେ ତ କଣ୍ଟା ହିଁ କଣ୍ଟା ଥାଏ । କଣ୍ଟା ବହୁତ ଦୁଃଖ ଦେଇଥାଏ । ବଗିଚାରେ ଗୋଟିଏ ମଧ୍ୟ କଣ୍ଟା ନ ଥାଏ । ପିଲାମାନେ ଜାଣିଛନ୍ତି, ରାବଣ ଦେହ-ଅଭିମାନୀ କରିଦେଉଛି । ସବୁଠାରୁ ବଡ କଣ୍ଟା ହେଲା ଦେହ-ଅଭିମାନ ।

ବାବା ରାତ୍ରୀରେ ବୁଝାଇ ଥିଲେ କାହାର କାହାର ସଂପୂର୍ଣ୍ଣ କାମୀ ଦୃଷ୍ଟି ରହୁଛି, ତ ଆଉ କାହାର ଆଶିଂକ କାମୀ ଦୃଷ୍ଟି ରହିଛି । କେହି କେହି ନୂଆ ନୂଆ ଆସିବା ସମୟରେ ବହୁତ ତୀବ୍ର ପୁରୁଷାର୍ଥ କରିଥାଆନ୍ତି, ଭାବନ୍ତି କେବେ ହେଲେ ବି ବିକାରଗ୍ରସ୍ତ ହେବୁ ନାହିଁ, ପବିତ୍ର ରହିବୁ । ସେହି ସମୟରେ ଶ୍ମଶାନି ବୈରାଗ୍ୟ ଆସିଥାଏ । ପୁଣି ଘରକୁ ଗଲେ ଅପବିତ୍ର ହୋଇଯାଆନ୍ତି, ଦୃଷ୍ଟି, ବୃତ୍ତି ଖରାପ ହୋଇଯାଏ । ଏଠାକୁ ଯେଉଁମାନଙ୍କୁ ବହୁତ ଭଲ ଫୁଲ ଭାବି ବାବାଙ୍କ ପାଖକୁ ନେଇ ଆସିଥାଆନ୍ତି କହିଥାଆନ୍ତି - ବାବା ଇଏ ବହୁତ ଭଲ ଫୁଲ, ମାଳି ଅର୍ଥାତ୍ ବ୍ରାହ୍ମଣୀ ଆସି କାନରେ କହିଦିଅନ୍ତି, ବାବା ଇଏ ଏ ପ୍ରକାରର ଫୁଲ ଅଟନ୍ତି । ବାବା ତ ଅନ୍ତର୍ଯ୍ୟାମୀ ନୁହଁନ୍ତି । ମାଳି ପ୍ରତ୍ୟେକଙ୍କର ଚାଲିଚଳନ ବିଷୟରେ କହିଥାଆନ୍ତି ଯେ - ବାବା ଏହାଙ୍କର ଦୃଷ୍ଟି ଠିକ୍ ନାହିଁ । ଏହାଙ୍କର ଚାଲିଚଳନ ରାଜକୀୟ ନୁହେଁ, ଏହାଙ୍କର ଚଳଣୀ ୧୦-୨୦% ପରିବର୍ତ୍ତିତ ହୋଇଛି । ମୂଖ୍ୟ କର୍ମେନ୍ଦ୍ରିୟ ହେଉଛି ଆଖି, ଯିଏକି ବହୁତ ଧୋକା ଦେଇଥାଏ । ମାଳି ଆସି ବାଗବାନଙ୍କୁ ଅର୍ଥାତ୍ ନିମିତ୍ତ ବ୍ରାହ୍ମଣୀ ବାବାଙ୍କୁ ଆସି ସବୁ କଥା ଜଣାଇବା ଆବଶ୍ୟକ । ବାବା ପ୍ରତ୍ୟେକଙ୍କୁ ପଚାରିଥାନ୍ତି - ତୁମେମାନେ କେଉଁ ପ୍ରକାରର ଫୁଲ ଆଣିଛ? କେହି ଗୋଲାପ, କେହି ମୋତି ଆଉ କେହି ତ ଅରଖ ସଦୃଶ ଗୁଣହୀନ ଆତ୍ମାଙ୍କୁ ମଧ୍ୟ ନେଇ ଆସନ୍ତି । ଏଠାରେ ବହୁତ ଖବରଦାର ରହିଥାନ୍ତି । ଜଙ୍ଗଲ ଅର୍ଥାତ୍ ପୁରୁଣା ଦୁନିଆକୁ ଗଲେ ପୁଣି ଝାଉଁଳି ଯାଇଥାନ୍ତି । ବାବା ଦେଖିଥାନ୍ତି ଏହା କେଉଁ ପ୍ରକାରର ଫୁଲ ଅଟେ । ମାୟା ଏଭଳି ଯିଏକି ମାଳିମାନଙ୍କୁ ମଧ୍ୟ ବଶୀଭୂତ କରିନେଉଛି, ଯାହା ଦ୍ୱାରା ମାଳିମାନେ ମଧ୍ୟ କଣ୍ଟା ସଦୃଶ ହୋଇଯାଉଛନ୍ତି । ବଗିଚାର ମାଲିକ ଅର୍ଥାତ୍ ବାବା ଆସିଲେ ପ୍ରଥମେ ବଗିଚାକୁ ଦେଖିଥାନ୍ତି ଏବଂ ବଗିଚାକୁ ସୁସଜ୍ଜିତ କରିଥାନ୍ତି । ପିଲାମାନେ ଖବରଦାର ରୁହ । ଅବଗୁଣକୁ ଦୂର କରିଚାଲ, ନଚେତ୍ ବହୁତ ପଶ୍ଚାତାପ କରିବାକୁ ପଡିବ । ବାବା ଲକ୍ଷ୍ମୀ-ନାରାୟଣ କରିବା ପାଇଁ ଆସିଛନ୍ତି ତେବେ ଆମେ କଣ ଲକ୍ଷ୍ମୀ ନାରାୟଣ ନ ହୋଇ ଚାକର ହେବା କି! ନିଜକୁ ନିରୀକ୍ଷଣ କରିବାକୁ ହେବ, ମୁଁ ଏଭଳି ଉଚ୍ଚ ପଦ ପାଇଁ ଯୋଗ୍ୟ ହୋଇଛି? ତୁମେମାନେ ଏକଥା ତ ଜାଣିଛ ଯେ କଣ୍ଟା ରୂପୀ ଜଙ୍ଗଲର ବୀଜ ହେଉଛି ରାବଣ ଓ ଫୁଲ ବଗିଚାର ବୀଜ ହେଉଛନ୍ତି ରାମ । ଏହିସବୁ କଥା ବାବା ବସି ବୁଝାଉଛନ୍ତି । ବାବା ବିଦ୍ୟାଳୟରେ ଦିଆଯାଉଥିବା ପାଠପଢାର ମହିମା କରୁଛନ୍ତି, କହୁଛନ୍ତି ସେ ପାଠପଢା ମଧ୍ୟ ଉତ୍ତମ ଅଟେ । କାରଣ ତାହା ରୋଜଗାରର ଉତ୍ସ ଅଟେ । ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ରହିଥାଏ । ଏହା ମଧ୍ୟ ପାଠଶାଳା । ଏଠାରେ ମଧ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି । ଅନ୍ୟ କୌଣସି ପାଠଶାଳାରେ ଏଭଳି ଲକ୍ଷ୍ୟ ଉଦ୍ଦେଶ୍ୟ ନାହିଁ । ତୁମର ଏକମାତ୍ର ଲକ୍ଷ୍ୟ କିପରି ନରରୁ ନାରାୟଣ ହେବ । ଭକ୍ତିମାର୍ଗରେ ବହୁତ ଲୋକ ସତ୍ୟ ନାରାୟଣଙ୍କ କଥା ଶୁଣିଥାଆନ୍ତି । ପ୍ରତି ମାସରେ ବ୍ରାହ୍ମଣଙ୍କୁ ଡାକିଥାଆନ୍ତି । ବ୍ରାହ୍ମଣମାନେ ଗୀତା ଶୁଣାଇଥାନ୍ତି । ଆଜିକାଲି ତ ପ୍ରକୃତ ବ୍ରାହ୍ମଣ କେହି ନାହାଁନ୍ତି କିନ୍ତୁ ତଥାପି ସମସ୍ତେ ଗୀତା ଶୁଣାଉଛନ୍ତି । ତୁମେମାନେ ହେଉଛ ପ୍ରକୃତ ବ୍ରାହ୍ମଣ, ସତ୍ୟ ପିତାଙ୍କର ସନ୍ତାନ । ତୁମେ ହିଁ ସତ୍ୟ କଥା ଶୁଣାଉଛ । ସତ୍ୟ ନାରାୟଣଙ୍କ କଥା, ଅମର କଥା, ତୃତୀୟ ନେତ୍ରର କଥା ମଧ୍ୟ ରହିଛି । ଭଗବାନଉବାଚ - ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି । ଦୁନିଆର କଥାକାରମାନେ ସମସ୍ତଙ୍କୁ ଗୀତା ଶୁଣାଉଛନ୍ତି, କଣ ତା ଦ୍ୱାରା କେହି ରାଜା ହୋଇଛନ୍ତି କି? ସଂସାରରେ ଏଭଳି କିଏ ଅଛନ୍ତି କି ଯିଏ କହିବେ ମୁଁ ନିଜେ ରାଜା ହେବି ନାହିଁ କିନ୍ତୁ ତୁମକୁ ରାଜାମାନଙ୍କର ରାଜା କରିବି । ଏଭଳି କେବେ ଶୁଣିଛ? ବାବା କେବଳ ଜଣେ ହିଁ, ଯିଏକି ପିଲାମାନଙ୍କୁ ବୁଝାଉଛନ୍ତି ।

ପିଲାମାନେ ଜାଣିଛନ୍ତି, ସେମାନେ ଏଠାକୁ ମାଲିକଙ୍କ ନିକଟକୁ ସତେଜ ହେବା ପାଇଁ ଆସୁଛନ୍ତି । ଏଠାକୁ ଆସି ମାଳି ବି ହେଉଛନ୍ତି, ଫୁଲ ବି ହେଉଛନ୍ତି । ମାଳି ତ ନିଶ୍ଚିତ ହେବାକୁ ପଡିବ । ଭିନ୍ନ ଭିନ୍ନ ପ୍ରକାରର ମାଳି ରହିଛନ୍ତି । ତେବେ ସେବା ନ କଲେ ଭଲ ଫୁଲ କେମିତି ହେବ? ପ୍ରତ୍ୟେକ ନିଜର ଅର୍ନ୍ତମନକୁ ପଚାରିବା ଦରକାର ଯେ, ମୁଁ କେଉଁ ପ୍ରକାରର ଫୁଲ ଅଟେ? କେଉଁ ପ୍ରକାରର ମାଳି ଅଟେ? ଏଥିପାଇଁ ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବାକୁ ହେବ । ବ୍ରାହ୍ମଣୀ ଅର୍ଥାତ୍ ନିମିତ୍ତ ଟିଚର ଜାଣିଛନ୍ତି - ମାଳି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଥାନ୍ତି ନା । କେହି କେହି ବହୁତ ଭଲ ମାଳି ଆସିଥାନ୍ତି ଯାହାଙ୍କର ବହୁତ ବଡ ସୁନ୍ଦର ବଗିଚା ଥାଏ । ଭଲ ମାଳି, ଭଲ ବଗିଚା ତିଆରି କରିଥାନ୍ତି । ଭଲ ଭଲ ଫୁଲ ନେଇଆସିଥାନ୍ତି, ଯେଉଁ ଫୁଲକୁ ଦେଖି ହୃଦୟ ଆନନ୍ଦିତ ହୋଇଯାଏ । କେହି କେହି ସାଧାରଣ ଫୁଲ ନେଇ ଆସନ୍ତି । ବଗିଚାର ମାଲିକ ବୁଝିଯାଆନ୍ତି ଯେ, ଇଏ କେଉଁ ପଦ ପାଇବେ । ଏବେ ତ ପୁଣି ବି ଅଳ୍ପ ସମୟ ଅଛି । ଗୋଟିଏ ଗୋଟିଏ କଣ୍ଟାକୁ ଫୁଲ କରିବା ପାଇଁ ପରିଶ୍ରମ କରିବାକୁ ପଡୁଛି । କେହି କେହି ତ ଫୁଲ ହେବା ପାଇଁ ଚାହୁଁ ନାହାଁନ୍ତି । କଣ୍ଟା ହୋଇ ରହିବାକୁ ପସନ୍ଦ କରୁଛନ୍ତି । ବହୁତ କୁଦୃଷ୍ଟି ରହୁଛି, ଏଠାକୁ ଆସିଲେ ମଧ୍ୟ ସେମାନଙ୍କଠାରୁ ଦିବ୍ୟଗୁଣର ସୁଗନ୍ଧ ଆସୁନାହିଁ । ମାଲିକ ଚାହୁଁଛନ୍ତି ମୋର ସମ୍ମୁଖରେ ଫୁଲମାନେ ବସିବା ବହୁତ ଭଲ, ଯେଉଁମାନଙ୍କୁ ଦେଖି ଖୁସି ହୋଇଥାଏ । କାହାର ଦୃଷ୍ଟି ବୃତ୍ତି ଖରାପ ହୋଇଥିଲେ - ତାଙ୍କ ପ୍ରତି ନଜର ଯାଇ ନ ଥାଏ । ତେବେ ଜଣ ଜଣଙ୍କୁ ଦେଖିଥାନ୍ତି, ଇଏ ମୋର କେଉଁ ପ୍ରକାରର ଫୁଲ ଅଟନ୍ତି? କେତେ ଦିବ୍ୟଗୁଣର ସୁଗନ୍ଧ ରହିଛି? କଣ୍ଟାରୁ ଫୁଲ ହୋଇଛନ୍ତି କି ନାହିଁ? ପ୍ରତ୍ୟେକ ନିଜେ ମଧ୍ୟ ବୁଝିପାରିବେ ଆମେ କେତେ ପର୍ଯ୍ୟନ୍ତ ଫୁଲ ହୋଇଛୁ? ସଂପୂର୍ଣ୍ଣ ଫୁଲ ହେବା ପାଇଁ ପୁରୁଷାର୍ଥ କରୁଛୁ? ବାରମ୍ବାର କହୁଛନ୍ତି - ବାବା ଆମେ ଆପଣଙ୍କୁ ଭୁଲିଯାଉଛୁ? ଯୋଗଯୁକ୍ତ ସ୍ଥିତିରେ ରହିପାରୁ ନାହୁଁ । ବାବା କହୁଛନ୍ତି ଯଦି ମୋତେ ମନେ ପକାଇବ ନାହିଁ ତେବେ ଫୁଲ କେମିତି ହେବ? ଯୋଗ କରିଲେ ତ ପାପ ନାଶ ହେବ, ତେବେ ଯାଇ ତ ଫୁଲ ହୋଇ ପୁଣି ଅନ୍ୟକୁ ମଧ୍ୟ ଫୁଲ କରିପାରିବ । ଏହିଭଳି କଲେ ତୁମେ ମାଳି ପଦବାଚ୍ୟ ହୋଇପାରିବ । ବାବାଙ୍କୁ ମାଳିମାନଙ୍କର ଆବଶ୍ୟକତା ରହିଛି । କେହି ମାଳି ଅଛନ୍ତି କି? ନିଜେ କାହିଁକି ମାଳି ହୋଇପାରିବ ନାହିଁ? ସବୁ ବନ୍ଧନରୁ ମୁକ୍ତ ହେବାକୁ ପଡିବ ନା । ଏଥିପାଇଁ ଅର୍ନ୍ତମନରେ ବହୁତ ଉତ୍ସାହ ଆସିବା ଦରକାର । ସେବା କରିବା ପାଇଁ ବହୁତ ଉଲ୍ଲାସ ମଧ୍ୟ ରହିବା ଦରକାର । ବନ୍ଧନମୁକ୍ତ ହେବା ପାଇଁ ମେହନତ କରିବା ଆବଶ୍ୟକ । ଯାହାଙ୍କ ସହିତ ବହୁତ ସ୍ନେହ ଥାଏ ତାଙ୍କୁ ଛାଡି ଦିଆଯାଏ କି? ବାବାଙ୍କ ସେବା ନିମନ୍ତେ ଯେପର୍ଯ୍ୟନ୍ତ ନିଜେ ଫୁଲ ହୋଇ ଅନ୍ୟକୁ ଫୁଲ ନ କରିଛ ତେବେ ଉଚ୍ଚ ପଦ କିପରି ପାଇବ? ତୁମକୁ ୨୧ ଜନ୍ମ ପାଇଁ ଉଚ୍ଚ ପଦ ମିଳୁଛି । ସେଠାରେ ମହାରାଜା, ରାଜା, ବଡ ବଡ ସାହୁକାର ମଧ୍ୟ ରହିବେ । ପୁଣି କ୍ରମାନୁଯାୟୀ ଛୋଟ ସାହୁକାର ଏବଂ ପ୍ରଜା ମଧ୍ୟ ରହିବେ । ସେଥି ମଧ୍ୟରୁ ମୁଁ କଣ ହେବି? ଯିଏ ନିଜେ ପୁରୁଷାର୍ଥ କରିବେ ସିଏ ହିଁ କଳ୍ପ କଳ୍ପାନ୍ତର ଉଚ୍ଚ ପଦ ପାଇବେ । ତେଣୁ ସମ୍ପୂର୍ଣ୍ଣ ବୁଦ୍ଧି ବଳ ଲଗାଇ ପୁରୁଷାର୍ଥ କରିବାକୁ ପଡିବ । ନରରୁ ନାରାୟଣ ହେବା ଉଚିତ୍ । ଯିଏ ଭଲ ପୁରୁଷାର୍ଥୀ ହୋଇଥିବେ ସିଏ ହିଁ ଏହି ସବୁ କଥାକୁ କାର୍ଯ୍ୟକାରୀ କରିବେ । ପ୍ରତିଦିନ ଲାଭ କ୍ଷତିର ହିସାବ ରଖିବା ଉଚିତ୍ । ବର୍ଷକରେ ଥରେ ନୁହେଁ ପ୍ରତିଦିନ ନିଜର ଲାଭ କ୍ଷତିର ହିସାବ ରଖିବା ଆବଶ୍ୟକ । କ୍ଷତି ହେବା ଉଚିତ୍ ନୁହେଁ । ଯଦି ଘାଟା ହେଲା ତେବେ ଥାର୍ଡକ୍ଲାସ ପଦ ପାଇବେ । ସ୍କୁଲରେ ମଧ୍ୟ କ୍ରମାନୁଯାୟୀ ରହିଥାଆନ୍ତି ନା ।

ମଧୁର ସନ୍ତାନମାନେ ଜାଣିଛନ୍ତି - ସୃଷ୍ଟି ରୂପୀ ବୃକ୍ଷର ବୀଜ ହେଉଛନ୍ତି ବାବା, ଯାହାଙ୍କର ଆଗମନରେ ଆମ ଉପରେ ବୃହସ୍ପତ୍ତିଙ୍କର ଦଶା ରହୁଛି । ପୁଣି ରାବଣ ରାଜ୍ୟ ଆସିଲେ ରାହୁର ଦଶା ଆସିଯାଉଛି । ତାହା ହେଉଛି ସର୍ବୋତ୍ତମ ଦଶା । ଏହା ହେଉଛି ସର୍ବ କନିଷ୍ଠ ଦଶା । ରାବଣ ଶିବାଳୟକୁ ଏକଦମ୍ ବେଶ୍ୟାଳୟ କରିଦେଉଛି । ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଦଶା ରହିଛି । ପ୍ରଥମେ ବୃକ୍ଷ ନୂଆ ହୋଇଥାଏ, ପୁଣି ଅଧା ସମୟ ଅତିକ୍ରାନ୍ତ ହେବା ପରେ ପୁରୁଣା ହୋଇଥାଏ । ବାଗବାନ ଅର୍ଥାତ୍ ବଗିଚାର ମାଲିକ ମଧ୍ୟ ଅଛନ୍ତି ଏବଂ ଏଠାରେ ଥିବା ମାଳିମାନଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ପ୍ରତ୍ୟେକ ମାଳି, ମାଲିକଙ୍କ ପାଖକୁ ଫୁଲ ନେଇ ଆସୁଛନ୍ତି । କେହି କେହି ଏଭଳି ଭଲ ଫୁଲ ଅର୍ଥାତ୍ ଦିବ୍ୟଗୁଣ ସମ୍ପୂର୍ଣ୍ଣ ଆତ୍ମାଙ୍କୁ ନେଇ ଆସୁଛନ୍ତି, ଯେଉଁମାନେ କି ବାବାଙ୍କ ସହିତ ମିଶିବା ପାଇଁ ବଡ ଆତୁର ହୋଇଥାଆନ୍ତି, ବିଭିନ୍ନ ଯୁକ୍ତି ରଚନା କରି କନ୍ୟାମାନେ ଆସୁଛନ୍ତି, ସେଭଳି ଫୁଲକୁ ଦେଖି ବାବା କୁହନ୍ତି ବହୁତ ସୁନ୍ଦର ଫୁଲ ଆଣିଛ । ଯଦିଓ ମାଳି ସେକେଣ୍ଡ କ୍ଲାସର ହୋଇଥାଆନ୍ତି, କିନ୍ତୁ ଆଣିଥିବା ଫୁଲ ଫାଷ୍ଟକ୍ଲାସ ହୋଇଥାଆନ୍ତି, ଯେଉଁମାନେ କି ବିଶ୍ୱର ମାଲିକ କରୁଥିବା ବାବାଙ୍କ ସହିତ ମିଶିବା ପାଇଁ ବଡ ଉତ୍କଣ୍ଠା ପ୍ରକାଶ କରିଥାଆନ୍ତି । ଘରେ ମାଡ ଖାଇବା ସମୟରେ ମଧ୍ୟ କହିଥାଆନ୍ତି, ଶିବବାବା ମୋତେ ରକ୍ଷା କର । ସେମାନଙ୍କୁ ହିଁ ପ୍ରକୃତ ଦ୍ରୌପଦୀ କୁହାଯିବ । ଯାହା ଅତିକ୍ରାନ୍ତ ହୋଇଗଲା, ତାହାର ପୁଣି ପୁନରାବୃତ୍ତି ହେବ । କାଲି ତୁମେ ବାବାଙ୍କୁ ଡାକୁଥିଲ ଆଜି ବାବା ଆସି ରକ୍ଷା ପାଇବାର ଉପାୟ ବତାଉଛନ୍ତି । କହୁଛନ୍ତି, ପିଲାମାନେ ପ୍ରତିଦିନ ଜ୍ଞାନର ଭୁଁ-ଭୁଁ କର । ତୁମେ ହେଉଛ ଭ୍ରମରୀ, ସିଏ ହେଉଛନ୍ତି ପତଙ୍ଗ, ସେମାନଙ୍କୁ ପରିବର୍ତ୍ତନ କରିବା ପାଇଁ ଜ୍ଞାନର ଭୁଁ-ଭୁଁ କରିଚାଲ, କୁହ ଭଗବାନଉବାଚ - କାମ ମହାଶତ୍ରୁ, ତାହା ଉପରେ ବିଜୟ ପ୍ରାପ୍ତ କଲେ ବିଶ୍ୱର ମାଲିକ ହୋଇଯିବ । କେବେ କେବେ ଅବଳାମାନଙ୍କର କଥା ହୃଦୟକୁ ଛୁଇଁ ଯାଏ ଯାହା ଦ୍ୱାରା ଏକଦମ ଥଣ୍ଡା ହୋଇଯାଇ କୁହନ୍ତି ଠିକ ଅଛି, ତୁମେ ଯାଅ । ଏତେ ଶ୍ରେଷ୍ଠ ଜୀବନ ତିଆରି କରୁଥିବା ବାବାଙ୍କ ପାଖକୁ ଯାଅ । ମୋ ଭାଗ୍ୟରେ ନାହିଁ କିନ୍ତୁ ତୁମେ ତ ଯାଅ । ଏପରି ଦ୍ରୌପଦୀମାନେ ବନ୍ଧନରେ ଥାଇ ବାବାଙ୍କୁ ଡାକୁଛନ୍ତି । ବାବା ସମସ୍ତଙ୍କ ପାଖକୁ ଲେଖନ୍ତି ତୁମେ ଭ୍ରମରୀ ଭଳି ଜ୍ଞାନର ଭୁଁ ଭୁଁ କର । କେହି କେହି ଏଭଳି ସ୍ତ୍ରୀ ମଧ୍ୟ ଅଛନ୍ତି ଯାହାଙ୍କୁ ସୁର୍ପଣଖା, ପୁତନା କୁହାଯାଇଥାଏ । ପୁରୁଷ ତାଙ୍କ କାନରେ ଭୁଁ ଭୁଁ କରିଥାଆନ୍ତି । ସେ କୀଡା (ପୋକ) ସଦୃଶ ବିକାର ବିନା ରହିପାରନ୍ତି ନାହିଁ । ମାଲିକଙ୍କ ପାଖକୁ ଏହିଭଳି ଭିନ୍ନ ଭିନ୍ନ ପ୍ରକାରର ଫୁଲ ଅର୍ଥାତ୍ ଆତ୍ମା ଆସିଥାଆନ୍ତି ଯାହାକି ନ କହିଲେ ଭଲ । କେହି କେହି ଏଭଳି କନ୍ୟାମାନେ ମଧ୍ୟ କଣ୍ଟା ସଦୃଶ ଅର୍ଥାତ୍ ବିକାରୀ ହୋଇଯାଉଛନ୍ତି । ତେଣୁ ବାବା କହୁଛନ୍ତି - ନିଜର ଜୀବନ କାହାଣୀ ଶୁଣାଅ । ବାବାଙ୍କୁ ନ ଶୁଣାଇ ଲୁଚାଇଲେ ତାହା ବୃଦ୍ଧି ପାଇବ, ଏଠାରେ ମିଥ୍ୟା ତ ଚଳିବ ନାହିଁ । ତୁମର ବୃତ୍ତି ଅଧିକ ଖରାପ ହୋଇଯିବ । ବାବାଙ୍କୁ ଶୁଣାଇଲେ ତୁମର ରକ୍ଷା ହୋଇଯିବ । ସତ୍ୟ କହିବା ଉଚିତ୍‌, ନଚେତ୍ ବିଲ୍‌କୁଲ୍ ମହାରୋଗୀ ହୋଇଯିବ । ବାବା କହୁଛନ୍ତି - ଯିଏ ବିକାରଗ୍ରସ୍ତ ହୁଅନ୍ତି ତାଙ୍କର ମୁହଁ କଳା ହୋଇଯାଏ । କଳା ମୁହଁ ଅର୍ଥାତ୍ ପତିତ । କୃଷ୍ଣଙ୍କୁ ମଧ୍ୟ ଶ୍ୟାମ ସୁନ୍ଦର କହିଥାଆନ୍ତି । କୃଷ୍ଣଙ୍କୁ କଳା କରିଦେଇଛନ୍ତି, ରାମଙ୍କୁ, ନାରାୟଣଙ୍କୁ ମଧ୍ୟ କଳା ଦର୍ଶାଇଛନ୍ତି । ଏହାର ଅର୍ଥକୁ କିଛି ବି ବୁଝି ନାହାଁନ୍ତି । ତୁମ ପାଖରେ ଥିବା ନାରାୟଣଙ୍କ ଚିତ୍ର ଗୋରା, ଏହା ହିଁ ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତୁମେ କଣ କଳା ନାରାୟଣ ହେବ କି! ମନ୍ଦିରରେ ଯେଉଁ ମୂର୍ତ୍ତି ତିଆରି କରିଛନ୍ତି ସେମାନେ ଏଭଳି ନ ଥିଲେ । ବିକାରଗ୍ରସ୍ତ ହେବା ଦ୍ୱାରା କଳା ମୁହଁ ହୋଇଯାଇଥାଏ ଅର୍ଥାତ୍ ଆତ୍ମା କଳା ହୋଇଗଲା । ଆଇରନ୍ ଏଜ୍ ଅର୍ଥାତ୍ କଳିଯୁଗରୁ ଗୋଲଡେନ୍ ଏଜ୍ ଅର୍ଥାତ୍ ସତ୍ୟଯୁଗକୁ ଯିବାର ଅଛି । ସୁନାର ପକ୍ଷୀ ହେବାର ଅଛି । କାଲି କଲକତାବାଲୀ କୁହାଯାଏ । କେତେ ଭୟଙ୍କର ରୂପ ଦର୍ଶାଇଛନ୍ତି, ନ କହିଲେ ଭଲ । ବାବା କହୁଛନ୍ତି - ପିଲାମାନେ, ଏ ସବୁ ଭକ୍ତିମାର୍ଗ । ଏବେ ତୁମକୁ ଜ୍ଞାନମାର୍ଗ ପ୍ରାପ୍ତ ହୋଇଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଉଡିବାର ଡେଣାକୁ ମୁକ୍ତ କରିବା ପାଇଁ ପରିଶ୍ରମ କରିବାକୁ ହେବ । ସର୍ବ ବନ୍ଧନରୁ ମୁକ୍ତ ହୋଇ ବୁଦ୍ଧିମାନ ମାଳି ହେବାକୁ ପଡିବ । କଣ୍ଟାକୁ ଫୁଲ କରିବାର ସେବା କରିବାକୁ ପଡିବ ।

(୨) ନିଜେ ନିଜକୁ ଦେଖିବାକୁ ହେବ ଯେ ମୁଁ କେତେ ସୁଗନ୍ଧଯୁକ୍ତ ଫୁଲ ହେଲିଣି? ମୋର ମନୋଭାବ ଶୁଦ୍ଧ ଅଛି? ମୋର ଦୃଷ୍ଟି ଧୋକା ଦେଉନାହିଁ ତ? ନିଜର ଚାଲି-ଚଳଣିର ହିସାବ ରଖି ଦୁର୍ବଳତା ଗୁଡିକୁ ବାହାର କରି ଦେବାକୁ ହେବ ।

ବରଦାନ:-
ସ୍ୱରାଜ୍ୟ ଅଧିକାରର ନିଶା ଏବଂ ନିଶ୍ଚୟ ଆଧାରରେ ସର୍ବଦା ଶକ୍ତିଶାଳୀ ହେଉଥିବା ସହଜ ଯୋଗୀ ନିରନ୍ତର ଯୋଗୀ ହୁଅ ।

ସ୍ୱରାଜ୍ୟ ଅଧିକାରୀର ଅର୍ଥ ହେଲା ନିଜର ପ୍ରତ୍ୟେକ କର୍ମେନ୍ଦ୍ରିୟ ଉପରେ ରାଜ୍ୟ ଅର୍ଥାତ ଶାସନ କରୁଥିବା ଆତ୍ମା । କେବେ ସଂକଳ୍ପରେ ମଧ୍ୟ କର୍ମେନ୍ଦ୍ରିୟ ଗୁଡିକ ଧୋକା ଦେଉ ନ ଥିବେ । ଯଦି ଟିକିଏ ବି ଦେହ-ଅଭିମାନ ଆସିଲା ତେବେ ସହଜରେ କ୍ରୋଧ ବା ଉତ୍ତେଜନା ଆସିଯିବ, କିନ୍ତୁ ଯିଏ ସ୍ୱରାଜ୍ୟ ଅଧିକାରୀ ଆତ୍ମା ସେ ସର୍ବଦା ନିରହଂକାରୀ ଏବଂ ନିର୍ମାଣଚିତ୍ତ ହୋଇ ସେବା କରିଥାଆନ୍ତି ସେଥିପାଇଁ ମୁଁ ସ୍ୱରାଜ୍ୟ ଅଧିକାରୀ ଆତ୍ମା ଅଟେ ଏହି ନିଶ୍ଚୟ ଏବଂ ନିଶା ଆଧାରରେ ଶକ୍ତିଶାଳୀ ହୋଇ ମାୟାଜିତ୍ ତଥା ଜଗତ୍‌ଜିତ୍ ହୁଅ, ତାହା ହେଲେ ସଜହ ଯୋଗୀ ଏବଂ ନିରନ୍ତର ଯୋଗୀ ହୋଇଯିବ ।

ସ୍ଲୋଗାନ:-
ଯଦି ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ହୋଇ ନିଜର ମନ-ବୁଦ୍ଧି ଦ୍ୱାରା ଚତୁର୍ଦ୍ଦିଗରେ ଆଲୋକ ବିଚ୍ଛୁରିତ କରିବା ସେବାରେ ବ୍ୟସ୍ତ ରହିବ ତେବେ କୌଣସି କଥାରେ ଭୟ ଲାଗିବ ନାହିଁ।