06.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯେତିକି
ସମୟ ମିଳୁଛି ଏକାନ୍ତରେ ରହି ଯୋଗର ଯାତ୍ରା କର, ଯେତେବେଳେ ତୁମେମାନେ ନିଜର ଲକ୍ଷ୍ୟରେ
ପହଞ୍ଚିଯିବ ସେତେବେଳେ ଏହି ଯାତ୍ରା ଶେଷ ହୋଇଯିବ ।’’
ପ୍ରଶ୍ନ:-
ସଂଗମ ଯୁଗରେ
ବାବା ନିଜର ସନ୍ତାନମାନଙ୍କ ଭିତରେ ଏଭଳି କେଉଁ ଗୁଣ ଭରି ଦେଉଛନ୍ତି, ଯାହାକି ଅଧାକଳ୍ପ
ପର୍ଯ୍ୟନ୍ତ ଚାଲିଥାଏ?
ଉତ୍ତର:-
ବାବା କହୁଛନ୍ତି - ଯେପରି ମୁଁ ଅତି ସୁଇଟ୍ ଅର୍ଥାତ୍ ମିଠା ଅଟେ, ସେହିପରି ପିଲାମାନଙ୍କୁ ମଧ୍ୟ
ସୁଇଟ୍ କରିଦେଉଛି । ଦେବତାମାନେ ବହୁତ ସୁଇଟ୍ ଅଟନ୍ତି । ତୁମେମାନେ ଏବେ ସୁଇଟ୍ ହେବା ପାଇଁ
ପୁରୁଷାର୍ଥ କରୁଛ । ଯେଉଁମାନେ ବହୁତଙ୍କର କଲ୍ୟାଣ କରୁଛନ୍ତି, ଯାହାଙ୍କ ଭିତରେ କୌଣସି ବିକାରୀ
ଭାବନା ନାହିଁ, ସେହିମାନେ ହିଁ ସୁଇଟ୍ ଅଟନ୍ତି । ସେହିମାନଙ୍କୁ ହିଁ ଉଚ୍ଚ ପଦ ପ୍ରାପ୍ତ ହୋଇଥାଏ
ଏବଂ ସେହିମାନଙ୍କର ହିଁ ପୁଣି ପୂଜା ହୋଇଥାଏ ।
ଓମ୍ ଶାନ୍ତି ।
ବାବା ବସି
ବୁଝାଉଛନ୍ତି ଏହି ଶରୀରର ମାଲିକ ହେଉଛି ଆତ୍ମା । ଏ କଥା ପ୍ରଥମେ ବୁଝିବା ଦରକାର କାହିଁକି ନା ଏବେ
ପିଲାମାନଙ୍କୁ ଜ୍ଞାନ ମିଳିଛି । ପ୍ରଥମେ ତ ବୁଝିବା ଦରକାର ଯେ ମୁଁ ହେଉଛି ଆତ୍ମା । ଶରୀର ଦ୍ୱାରା
ଆତ୍ମା କାମ କରାଇଥାଏ, ଅଭିନୟ କରିଥାଏ । ଏହିପରି ଖିଆଲ ଅନ୍ୟ କୌଣସି ମନୁଷ୍ୟମାନଙ୍କର ଆସେ ନାହିଁ
କାହିଁକି ନା ଦେହ-ଅଭିମାନରେ ଅଛନ୍ତି । ଏଠାରେ ଏହି ଖିଆଲରେ ବସାଯାଇଥାଏ ଯେ - ମୁଁ ହେଉଛି ଆତ୍ମା
। ଏହା ମୋର ଶରୀର ଅଟେ । ମୁଁ ଆତ୍ମା ହେଉଛି ପରମପିତା ପରମାତ୍ମାଙ୍କର ସନ୍ତାନ । ଏହି ସ୍ମୃତି
ହିଁ ଘଡି ଘଡି ଭୁଲିଯାଉଛନ୍ତି । ଏ କଥା ପ୍ରଥମେ ସମ୍ପୂର୍ଣ୍ଣ ଭାବରେ ସ୍ମରଣ କରିବା ଦରକାର ।
ତୀର୍ଥଯାତ୍ରାରେ ଗଲେ କହିଥାଆନ୍ତି ନିରନ୍ତର ଚାଲୁଥାଅ । ତୁମକୁ ମଧ୍ୟ ନିରନ୍ତର ସ୍ମୃତିରେ
ରହିବାକୁ ହେବ । ସ୍ମରଣ କରୁନାହାଁନ୍ତି ଅର୍ଥାତ୍ ଯାତ୍ରାରେ ନାହାଁନ୍ତି । ଦେହ-ଅଭିମାନ ଆସୁଛି ।
ଦେହ-ଅଭିମାନ ଆସିବା ଦ୍ୱାରା କିଛି ନା କିଛି ବିକର୍ମ ହୋଇଯାଉଛି । ଏପରି ବି ନୁହେଁ ଯେ ମନୁଷ୍ୟ
ସର୍ବଦା ବିକର୍ମ ହିଁ କରୁଛନ୍ତି । କିନ୍ତୁ ରୋଜଗାର ତ ବନ୍ଦ ହୋଇଯାଉଛି ନା ସେଥିପାଇଁ ଯେତେ
ସମ୍ଭବ ୟାଦର ଯାତ୍ରାରେ ଢିଲା କରିବା ଅନୁଚିତ୍ । ଏକାନ୍ତରେ ବସି ନିଜ ସହିତ ବିଚାର ସାଗର ମନ୍ଥନ
କରି ପଏଣ୍ଟସ୍ ବାହାର କରାଯାଇଥାଏ । କେତେ ସମୟ ବାବାଙ୍କ ସ୍ମତିରେ ରହୁଛୁ, ମଧୁର ଜିନିଷ ସବୁବେଳେ
ମନେ ପଡିଥାଏ ନା ।
ପିଲାମାନଙ୍କୁ ବୁଝାଯାଇଛି,
ବର୍ତ୍ତମାନ ସମସ୍ତ ମନୁଷ୍ୟ ମାତ୍ରକେ ପରସ୍ପରର କ୍ଷତି କରୁଛନ୍ତି । କେବଳ ଟିଚର୍ସମାନଙ୍କର ମହିମା
ବାବା କରୁଛନ୍ତି, ଏମାନଙ୍କ ମଧ୍ୟରୁ କେତେକ ଟିଚର ଖରାପ ଥାନ୍ତି ନଚେତ୍ ଟିଚର୍ସ ଅର୍ଥାତ୍ ଯିଏ
ଟିଚ୍ କରାଏ, ମ୍ୟାନର୍ସ ଅର୍ଥାତ୍ ଚଳଣି ଶିଖାଇଥାଏ । ଯିଏ ଧର୍ମଭାବାପନ୍ନ ଭଲ ସ୍ୱଭାବର ହୋଇଥାନ୍ତି,
ତାଙ୍କର ଚଳଣି ମଧ୍ୟ ଭଲ ହୋଇଥାଏ । ବାପା ଯଦି ମଦ ପିଉଥାଏ ତେବେ ପିଲାଙ୍କୁ ମଧ୍ୟ ସେହି ସଙ୍ଗ
ଲାଗିଯାଇଥାଏ । ଏହାକୁ ଖରାପ ସଙ୍ଗ ବୋଲି କୁହାଯିବ କାହିଁକି ନା ରାବଣ ରାଜ୍ୟ ନା । ରାମରାଜ୍ୟ
ଥିଲା ନିଶ୍ଚୟ କିନ୍ତୁ ତାହା କିପରି ଥିଲା, କିପରି ସ୍ଥାପନ ହେଲା, ଏହି ଆଶ୍ଚର୍ଯ୍ୟଜନକ ମଧୁର କଥା
ତୁମେ ପିଲାମାନେ ହିଁ ଜାଣିଛ । ମିଠା, ଆହୁରି ମିଠା, ସବୁଠାରୁ ମିଠା କୁହାଯାଏ ନା । ବାବାଙ୍କ
ୟାଦରେ ରହି ତୁମେ ପବିତ୍ର ହୋଇ ପୁଣି ପବିତ୍ର କରାଉଛ । ବାବା ନୂଆ ସୃଷ୍ଟିକୁ ଆସନ୍ତି ନାହିଁ,
ସୃଷ୍ଟିରେ ମନୁଷ୍ୟ, ଜୀବଜନ୍ତୁ, କ୍ଷେତ-ବାଡି ଆଦି ସବୁ କିଛି ଥାଏ । ମନୁଷ୍ୟମାନଙ୍କ ପାଇଁ ସବୁ
କିଛି ଦରକାର ନା । ଶାସ୍ତ୍ରରେ ଥିବା ପ୍ରଳୟର ବୃତ୍ତାନ୍ତ ମଧ୍ୟ ହେଉଛି ଭୁଲ୍ । ପ୍ରଳୟ ହୁଏ ହିଁ
ନାହିଁ । ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି । ପିଲାମାନଙ୍କୁ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଜ୍ଞାନକୁ
ସ୍ମୃତିରେ ରଖିବାକୁ ହେବ । ମନୁଷ୍ୟମାନଙ୍କର ତ ଅନେକ ପ୍ରକାରର ଚିତ୍ର ମନେ ପଡୁଛି । ମେଳା,
ଯାତ୍ରା ଆଦି ମନେ ପଡିଥାଏ । ସେ ସବୁ ହେଉଛି କ୍ଷଣସ୍ଥାୟୀ, ତୁମର ହେଲା ନିରନ୍ତର ସ୍ମୃତି,
ଅବିନାଶୀ ଖୁସୀ, ଅବିନାଶୀ ଧନ । ସେ ହେଉଛନ୍ତି ବେହଦର ବାବା ନା । ବିନାଶୀ ପିତାଙ୍କଠାରୁ ସବୁ
ବିନାଶୀ ସମ୍ପତ୍ତି ମିଳିଥାଏ । ଅବିନାଶୀ ବାବାଙ୍କଠାରୁ ଅବିନାଶୀ ସୁଖ ମିଳିଥାଏ । ଧନ ଦ୍ୱାରା
ହିଁ ସୁଖ ମିଳିଥାଏ, ସେଠାରେ ତ ଅପାର ଧନ ରହିବ । ସେଠାରେ ସବୁ କିଛି ସତ୍ତ୍ୱପ୍ରଧାନ ରହିବ । ତୁମ
ବୁଦ୍ଧିରେ ଅଛି ଆମେ ସେଠାରେ ସତ୍ତ୍ୱପ୍ରଧାନ ଥିଲୁ ପୁଣି ହେବାକୁ ପଡିବ । ଏକଥା ମଧ୍ୟ ତୁମେ ଏବେ
ଜାଣୁଛ, ତୁମମାନଙ୍କ ମଧ୍ୟରେ କ୍ରମାନୁସାରେ ଅଛନ୍ତି - ମଧୁର, ମଧୁରତର, ମଧୁରତମ ଅଛନ୍ତି ନା ।
ତୁମେ ବାବାଙ୍କଠାରୁ ମଧ୍ୟ ସୁଇଟ୍ ହେବାକୁ ଯାଉଛ ନା । ସେ ହିଁ ଉଚ୍ଚ ପଦ ପାଇବେ । ଯିଏ ବହୁତଙ୍କର
କଲ୍ୟାଣ କରୁଛନ୍ତି ସେ ହିଁ ହେଉଛନ୍ତି ମଧୁରତମ । ବାବା ମଧ୍ୟ ହେଉଛନ୍ତି ମଧୁରତମ ନା, ସେଥିପାଇଁ
ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । କେବଳ ମହୁ କିମ୍ବା ଚିନିକୁ ମଧୁର କୁହାଯାଉନାହିଁ । ଏଠାରେ
ମନୁଷ୍ୟଙ୍କର ଚଳଣିକୁ କୁହାଯାଉଛି । କହନ୍ତି ନା ଇଏ ହେଉଛନ୍ତି ମଧୁର ସନ୍ତାନ । ସତ୍ୟଯୁଗରେ କୌଣସି
ପ୍ରକାରର ସଇତାନୀ କଥା ରହିବ ନାହିଁ । ଏତେ ଉଚ୍ଚ ପଦ ଯେଉଁମାନେ ପାଉଛନ୍ତି, ନିଶ୍ଚୟ ସେମାନେ
ଏଠାରେ ପୁରୁଷାର୍ଥ କରିଥିବେ ।
ତୁମେ ଏବେ ନୂଆ ଦୁନିଆକୁ
ଜାଣିଛ । ତୁମ ପାଇଁ ତ ଯେପରି କାଲି ନୂଆ ଦୁନିଆ ସୁଖଧାମ ହେବ । ମନୁଷ୍ୟମାନଙ୍କୁ ଜଣା ହିଁ ନାହିଁ
- ଶାନ୍ତି କେବେ ଥିଲା । କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ । ତୁମେ ପିଲାମାନେ ଜାଣିଛ - ବିଶ୍ୱରେ
ଶାନ୍ତି ଥିଲା ଯାହାକୁ ଏବେ ପୁଣି ଥରେ ସ୍ଥାପନ କରୁଛ । ଏବେ ଏ କଥା ସମସ୍ତଙ୍କୁ ବୁଝଇବ କିପରି?
ଏଭଳି ପ୍ରକାରର ପଏଣ୍ଟସ୍ ସବୁ ବାହାର କରିବା ଦରକାର, ଯାହାକି ମନୁଷ୍ୟମାନଙ୍କର ବହୁତ ଆବଶ୍ୟକତା
ରହିଛି । ବିଶ୍ୱରେ ଶାନ୍ତି ହେଉ, ଏଥିପାଇଁ ରଡି ମାରୁଛନ୍ତି କାହିଁକି ନା ଅଶାନ୍ତି ବହୁତ ରହିଛି
। ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ମୁଖରେ ରହିବା ଉଚିତ୍ । ଏମାନଙ୍କ ରାଜ୍ୟ ଥିବା ସମୟରେ
ବିଶ୍ୱରେ ଶାନ୍ତି ଥିଲା, ତାକୁ ହିଁ ସ୍ୱର୍ଗ ଦୈବୀ ରାଜ୍ୟ କୁହାଯାଉଥିଲା । ସେଠାରେ ବିଶ୍ୱରେ
ଶାନ୍ତି ଥିଲା । ଆଜକୁ ୫ ହଜାର ବର୍ଷ ପୂର୍ବର କଥା ଏହା ଆଉ କେହିହେଲେ ଜାଣି ନାହାଁନ୍ତି । ଏହା
ହେଉଛି ମୁଖ୍ୟ କଥା । ସବୁ ଆତ୍ମାମାନେ ଏକତ୍ର କହୁଛନ୍ତି ଯେ ବିଶ୍ୱରେ କିପରି ଶାନ୍ତି ହେବ?
ସମସ୍ତ ଆତ୍ମାମାନେ ଡାକୁଛନ୍ତି, ତୁମେ ଏଠାରେ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ପୁରୁଷାର୍ଥ
କରୁଛ । ଯେଉଁମାନେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି ତୁମେ ତାଙ୍କୁ ଶୁଣାଅ ଯେ ଭାରତରେ ହିଁ ଶାନ୍ତି
ଥିଲା । ଯେତେବେଳେ ଭାରତ ସ୍ୱର୍ଗ ଥିଲା ତେବେ ଶାନ୍ତି ଥିଲା, ଏବେ ନର୍କ ହୋଇଯାଇଛି । ନର୍କ,
କଳିଯୁଗରେ ଅଶାନ୍ତି ରହିଛି । କାହିଁକି ନା ଅନେକ ଧର୍ମ ଅଛି, ଏହା ମାୟାର ରାଜ୍ୟ । ଭକ୍ତିର ମଧ୍ୟ
ବହୁତ ଆଡମ୍ବର ଅଛି । ତାହା ଦିନ-ପ୍ରତିଦିନ ବୃଦ୍ଧି ହୋଇ ଚାଲିଛି । ମନୁଷ୍ୟମାନେ ମଧ୍ୟ ମେଳା
ଯାତ୍ରା ଆଦିକୁ ଯାଉଛନ୍ତି । ଭାବୁଛନ୍ତି ନିଶ୍ଚୟ କିଛି ସତ୍ୟ ଥିବ । ତୁମେମାନେ ଏବେ ବୁଝୁଛ ଯେ
ତାହାଦ୍ୱାରା କେହି ପବିତ୍ର ହୋଇପାରିବେ ନାହିଁ । ପବିତ୍ର ହେବାର ରାସ୍ତା ମନୁଷ୍ୟ କେହିହେଲେ
ବତାଇପାରିବେ ନାହିଁ । ପତିତ-ପାବନ ଏକ ହିଁ ବାବା ଅଟନ୍ତି । ଦୁନିଆ ହିଁ ଗୋଟିଏ, କେବଳ ନୂଆ ଏବଂ
ପୁରୁଣା ବୋଲି କୁହାଯାଏ । ନୂଆ ଦୁନିଆରେ ନୂଆ ଭାରତ, ନୂଆ ଦିଲ୍ଲୀ କହୁଛନ୍ତି । ନୂଆ ହେବ,
ଯେଉଁଠାରେ ପୁଣି ନୂଆ ରାଜ୍ୟ ହେବ । ଏଠାରେ ପୁରୁଣା ଦୁନିଆରେ ପୁରୁଣା ରାଜ୍ୟ ରହିଛି । ପୁରୁଣା
ଏବଂ ନୂଆ ଦୁନିଆ କାହାକୁ କୁହାଯାଉଛି, ଏକଥା ମଧ୍ୟ ତୁମେ ଜାଣିଛ । ଭକ୍ତିର କେତେ ବଡ ବିସ୍ତାର
ରହିଛି । ଏହାକୁ ଅଜ୍ଞାନ କୁହାଯାଉଛି । ଜ୍ଞାନର ସାଗର ହେଉଛନ୍ତି ଏକମାତ୍ର ବାବା । ବାବା ତୁମକୁ
ଏପରି କହୁନାହାଁନ୍ତି ଯେ ରାମ-ରାମ କୁହ ଅଥବା ଆଉ କିଛି କର । ନାଁ, ପିଲାମାନଙ୍କୁ ବୁଝାଯାଉଛି
ବିଶ୍ୱର ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି । ଏହି ଶିକ୍ଷା ତୁମେ ଏବେ ପଢୁଛ । ଏହାର
ନାମ ହିଁ ହେଉଛି ଆତ୍ମିକ ଶିକ୍ଷା (ଆଧ୍ୟାତ୍ମିକ ଜ୍ଞାନ) । ଏହାର ଅର୍ଥ ମଧ୍ୟ କେହି
ଜାଣିନାହାଁନ୍ତି । ଜ୍ଞାନ ସାଗର ତ ଏକ ବାବାଙ୍କୁ ହିଁ କୁହାଯାଉଛି ସେ ହେଉଛନ୍ତି ସ୍ପିରିଚୁଆଲ୍
ନଲେଜ୍ଫୁଲ୍ ଫାଦର । ବାବା ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ତୁମେ ସନ୍ତାନମାନେ ଜାଣିଛ ଯେ
ଆତ୍ମିକ ବାବା ପଢାଉଛନ୍ତି । ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ । ଆତ୍ମିକ ଜ୍ଞାନକୁ ହିଁ
ଆଧ୍ୟାତ୍ମିକ ଜ୍ଞାନ ବୋଲି କୁହାଯାଉଛି ।
ତୁମେ ପିଲାମାନେ ଜାଣିଛ
ଯେ ପରମପିତା ପରମାତ୍ମା ହେଉଛନ୍ତି ବିନ୍ଦୁ, ସେ ଆମକୁ ପଢାଉଛନ୍ତି । ଆମେ ଆତ୍ମାମାନେ ପଢୁଛୁ ।
ଏହା ଭୁଲିବା ଅନୁଚିତ୍ । ଆମ ଆତ୍ମାମାନଙ୍କୁ ଯେଉଁ ଜ୍ଞାନ ମିଳୁଛି, ତାକୁ ପୁଣି ଆମେ ଅନ୍ୟ
ଆତ୍ମାମାନଙ୍କୁ ଦେଉଛୁ । ଏହି ସ୍ମୃତି ସେତେବେଳେ ରହିବ ଯେତେବେଳେ ନିଜକୁ ଆତ୍ମା ଭାବି ବାବାଙ୍କ
ସ୍ମୃତିରେ ରହିବେ । ବାବାଙ୍କୁ ମନେ ପକାଇବାରେ ବହୁତ କଚ୍ଚା ଅଛନ୍ତି, ତୁରନ୍ତ ଦେହ-ଅଭିମାନରେ
ଆସିଯାଉଛନ୍ତି । ଦେହୀ-ଅଭିମାନୀ ହେବାର ଅଭ୍ୟାସ କରିବାକୁ ପଡିବ । ମୁଁ ଆତ୍ମା ଏହାଙ୍କୁ ଜିନିଷ
ଦେଉଛି । ମୁଁ ଆତ୍ମା ବ୍ୟାପାର କରୁଛି । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାରେ ହିଁ
ଫାଇଦା ରହିଛି । ଆତ୍ମାଠାରେ ଏହି ଜ୍ଞାନ ଅଛି ଯେ ମୁଁ ଯାତ୍ରାରେ ଅଛି । କର୍ମ ତ କରିବାକୁ ହିଁ
ହେବ । ପିଲାମାନଙ୍କୁ ମଧ୍ୟ ସମ୍ଭାଳିବାକୁ ହେବ । କର୍ମଧନ୍ଦା ମଧ୍ୟ କରିବାକୁ ପଡିବ । କର୍ମଧନ୍ଦା
କରିବା ସମୟରେ ମୁଁ ଆତ୍ମା ବୋଲି ମନେ ରହିବା, ଏହା ତ ବହୁତ ମୁସ୍କିଲ୍ । ବାବା କହୁଛନ୍ତି କୌଣସି
ବି ଓଲଟା କାମ କଦାପି କରିବା ଅନୁଚିତ୍ । ସବୁଠାରୁ ବଡ ପାପ ହେଉଛି କାମ ବିକାରର । ଏହା ବହୁତ
ହଇରାଣ କରିଥାଏ । ଏବେ ତୁମେ ପିଲାମାନେ ପାବନ ହେବା ପାଇଁ ପ୍ରତିଜ୍ଞା କରୁଛ । ତା’ର ହିଁ ପ୍ରତୀକ
ହେଉଛି ଏହି ରକ୍ଷାବନ୍ଧନ । ଆଗରୁ ତ ପଇସାକର ରାକ୍ଷୀ ମିଳୁଥିଲା । ବ୍ରାହ୍ମଣମାନେ ଯାଇ ରାକ୍ଷୀ
ବାନ୍ଧୁଥିଲେ । ଆଜିକାଲି ତ କେତେ ଫେସନେବୁଲ୍ ରାକ୍ଷୀ ତିଆରି କରୁଛନ୍ତି । ବାସ୍ତବରେ ଏହା
ବର୍ତ୍ତମାନର କଥା । ତୁମେ ବାବାଙ୍କ ସହିତ ପ୍ରତିଜ୍ଞା କରୁଛ ଯେ ଆମେ କେବେ ବିକାରଗ୍ରସ୍ଥ ହେବୁ
ନାହିଁ । ଆପଣଙ୍କଠାରୁ ବିଶ୍ୱର ମାଲିକ ହେବାର ସମ୍ପତ୍ତି ନେବୁ । ବାବା କହିବେ ୬୩ ଜନ୍ମ ତ ବିଷୟ
ବୈତରଣୀ ନଦୀରେ ଉବୁଟୁବୁ ହେଲ ତୁମକୁ ଏବେ କ୍ଷୀର ସାଗରକୁ ନେଇଯାଉଛି । ଏଭଳି କ୍ଷୀରର ସାଗର
କେଉଁଠି ନାହିଁ । ତାକୁ ତୁଳନା କରି କୁହାଯାଉଛି । ତୁମକୁ ଶିବାଳୟକୁ ନେଇଯାଉଛି । ସେଠାରେ
ଅସରନ୍ତି ସୁଖ ରହିଛି । ଏବେ ଏହା ହେଉଛି ଅନ୍ତିମ ଜନ୍ମ, ହେ ଆତ୍ମାମାନେ ପବିତ୍ର ହୁଅ । କ’ଣ
ବାବାଙ୍କ କଥା ମାନିବ ନାହିଁ? ଈଶ୍ୱର ତୁମର ପିତା କହୁଛନ୍ତି ମିଠା ସନ୍ତାନମାନେ ବିକାରଗ୍ରସ୍ତ
ହୁଅ ନାହିଁ । ଜନ୍ମ-ଜନ୍ମାନ୍ତରର ପାପ ମୁଣ୍ଡ ଉପରେ ରହିଛି, ମୋତେ ମନେ ପକାଇଲେ ହିଁ ତାହା ଭସ୍ମ
ହେବ । କଳ୍ପ ପୂର୍ବେ ମଧ୍ୟ ତୁମକୁ ଶିକ୍ଷା ଦେଇଥିଲି । ବାବା ମଧ୍ୟ ଗ୍ୟାରେଣ୍ଟି ସେତେବେଳେ
ଦେଉଛନ୍ତି ଯେତେବେଳେ ତୁମେ ଗ୍ୟାରେଣ୍ଟି କରୁଛ କି ବାବା ଆମେ ଆପଣଙ୍କୁ ମନେ ପକାଇବୁ । ଏହିଭଳି
ସ୍ମରଣ କରିଚାଲ ଯାହାଦ୍ୱାରା ଶରୀରର ଅଭିମାନ ନରହୁ । ସନ୍ନ୍ୟାସୀମାନଙ୍କ ମଧ୍ୟରେ କେହି-କେହି
ବହୁତ ତୀକ୍ଷ୍ମ ବ୍ରହ୍ମଜ୍ଞାନୀ ଥା’ନ୍ତି, ସେମାନେ ମଧ୍ୟ ଏପରି ବସି-ବସି ଶରୀର ତ୍ୟାଗ କରିଥା’ନ୍ତି
। ଏଠାରେ ତୁମକୁ ତ ବାବା ବୁଝାଉଛନ୍ତି, ପବିତ୍ର ହୋଇଯିବାକୁ ପଡିବ । ସାଧୁସନ୍ଥମାନେ ତ ନିଜ ମତରେ
ଚାଲନ୍ତି । ଏପରି ନୁହେଁ ଯେ ସେମାନେ ଶରୀର ଛାଡି କୌଣସି ମୁକ୍ତି-ଜୀବନମୁକ୍ତିକୁ ଯାଉଛନ୍ତି ।
ନାଁ । ଏହିଠାକୁ ହିଁ ପୁଣି ଆସୁଛନ୍ତି କିନ୍ତୁ ତାଙ୍କର ଅନୁସରଣକାରୀ ଭାବୁଛନ୍ତି ଯେ ସେ ନିର୍ବାଣ
ଗଲେ । ବାବା ବୁଝାଉଛନ୍ତି - କେହି ଜଣେ ହେଲେ ଫେରି ଯାଇପାରିବେ ନାହିଁ, କାଇଦା ହିଁ ନାହିଁ ।
ବୃକ୍ଷର ବୃଦ୍ଧି ନିଶ୍ଚୟ ହେବ ।
ଏବେ ତୁମେ ସଂଗମଯୁଗରେ
ବସିଛ, ଆଉ ସବୁ ମନୁଷ୍ୟ କଳିଯୁଗରେ ଅଛନ୍ତି । ତୁମେ ଏବେ ଦୈବୀ ସମ୍ପ୍ରଦାୟର । ଯେଉଁମାନେ ତୁମ
ଧର୍ମର ହୋଇଥିବେ ସେମାନେ ଆସିଯିବେ । ଦେବୀ-ଦେବତାମାନଙ୍କର ମଧ୍ୟ ସେଠାରେ ବଂଶାବଳୀ ଅଛି ନା ।
ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି, ପୁଣି ଫେରି ଆସିବେ । ନଚେତ୍ ସେଠାରେ ଜାଗା
କିଏ ଭରିବ । ନିଶ୍ଚୟ ସେମାନେ ନିଜର ଜାଗା ଭରିବାକୁ ପୁଣି ଆସିଯିବେ । ଏହା ବହୁତ ସୂକ୍ଷ୍ମ କଥା ।
ବହୁତ ଭଲ ଭଲ ବ୍ୟକ୍ତି ମଧ୍ୟ ଆସିବେ ଯେଉଁମାନେ କି ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି
ପୁଣି ନିଜ ଜାଗାକୁ ଚାଲିଆସିବେ । ତୁମ ପାଖକୁ ମୁସଲମାନ ଆଦି ମଧ୍ୟ ଆସୁଛନ୍ତି ନା । ବହୁତ ଖବରଦାରୀ
ରଖିବାକୁ ପଡୁଛି, ତୁରନ୍ତ ଯାଞ୍ଚ କରିବେ, ଏଠାକୁ ଅନ୍ୟ ଧର୍ମାବଲମ୍ବୀମାନେ କିପରି ଆସୁଛନ୍ତି?
ଜରୁରୀ ପରିସ୍ଥିତିରେ ବହୁତଙ୍କୁ ଧରିଥାନ୍ତି ପୁଣି ପଇସା ମିଳିଲେ ଛାଡି ମଧ୍ୟ ଦିଅନ୍ତି । ଯାହା
କଳ୍ପ ପୂର୍ବରୁ ହୋଇଥିଲା, ତୁମେ ଏବେ ଦେଖୁଛ । କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା, ତୁମେ ଏବେ
ମନୁଷ୍ୟରୁ ଦେବତା ଉତ୍ତମ ପୁରୁଷ ହେଉଛ । ଏହା ହେଉଛି ସର୍ବୋତ୍ତମ ବ୍ରାହ୍ମଣମାନଙ୍କର କୁଳ ।
ବର୍ତ୍ତମାନ ବାବା ଏବଂ ସନ୍ତାନମାନେ ରୁହାନୀ ସେବା କରୁଛନ୍ତି । କୌଣସି ଗରୀବଙ୍କୁ ଧନବାନ୍ କରାଇବା
- ଏହା ହେଉଛି ରୁହାନୀ ସେବା । ବାବା କଲ୍ୟାଣ କରୁଥିବାରୁ ପିଲାମାନେ ମଧ୍ୟ ବାବାଙ୍କ ଭଳି ଅନ୍ୟକୁ
ସାହାଯ୍ୟ କରିବା ଉଚିତ୍ । ଯିଏ ବହୁତଙ୍କୁ ରାସ୍ତା ବତାଇବେ, ସେ ବହୁତ ଶ୍ରେଷ୍ଠ ହୋଇପାରିବେ ।
ତୁମେ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେ, କିନ୍ତୁ ଚିନ୍ତା କରିବାର ନୁହେଁ, କାହିଁକି ନା
ତୁମର ଦାୟିତ୍ୱ ବାବାଙ୍କ ଉପରେ ରହିଛି । ତୀବ୍ର ପୁରୁଷାର୍ଥ କରାଯାଉଛି ତାପରେ ଯେଉଁ ଫଳ ବାହାରୁଛି,
ବୁଝାଯାଉଛି ଯେ ଏହା ହେଉଛି କଳ୍ପ ପୂର୍ବ ସଦୃଶ । ବାବା ସନ୍ତାନମାନଙ୍କୁ କହୁଛନ୍ତି - ପିଲାମାନେ,
ଚିନ୍ତା କର ନାହିଁ । ସେବାରେ ମେହନତ କର । ନହେଲେ କ’ଣ କରିବ! ଏହି କୁଳର ନ ହୋଇଥିଲେ, ତୁମେ ଯେତେ
ବି ମୁଣ୍ଡ ପିଟ, ମୁଣ୍ଡ ଖରାପ କରିବେ, କେହି କମ୍ କରିବେ କେହି ବେଶି । ବାବା କହିଛନ୍ତି ବହୁତ
ଦୁଃଖ ଆସିଲେ ପୁଣି ଆସିବେ । ତୁମର କିଛି ହେଲେ ବ୍ୟର୍ଥ ଯିବ ନାହିଁ । ତୁମର କାମ ହେଉଛି ଠିକ୍ କଥା
କହିବା । ଶିବବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ଏପରି ବହୁତ
କହୁଛନ୍ତି ଯେ ଭଗବାନ ନିଶ୍ଚିତ ଅଛନ୍ତି । ମହାଭାରତ ଲଢେଇ ସମୟରେ ଭଗବାନ ଥିଲେ । କେବଳ କେଉଁ
ଭଗବାନ ଥିଲେ, ଏହିଥିରେ ହିଁ ଦ୍ୱନ୍ଦ୍ୱରେ ପଡିଛନ୍ତି । ଶ୍ରୀକୃଷ୍ଣ ତ ହୋଇପାରିବେ ନାହିଁ ।
ଶ୍ରୀକୃଷ୍ଣଙ୍କର ସେହି ରୂପ ପୁଣି ସତ୍ୟଯୁଗରେ ହିଁ ରହିବ । ପ୍ରତ୍ୟେକ ଜନ୍ମରେ ଚେହେରା ବଦଳିଯିବ
। ସୃଷ୍ଟି ଏବେ ବଦଳୁଛି । ପୁରୁଣାକୁ ନୂଆ ଏବେ ଭଗବାନ କିପରି କରୁଛନ୍ତି, ତାକୁ ମଧ୍ୟ କେହି ହେଲେ
ଜାଣିନାହାଁନ୍ତି । ଶେଷରେ ତୁମର ନାମ ପ୍ରସିଦ୍ଧ ହେବ । ସ୍ଥାପନା ହେଉଛି, ପୁଣି ଇଏ ରାଜ୍ୟ କରିବେ,
ବିନାଶ ମଧ୍ୟ ହେବ । ଗୋଟିଏ ପଟେ ନୂଆ, ଅନ୍ୟ ପଟେ ପୁରୁଣା ଦୁନିଆ - ଏହି ଚିତ୍ର ହେଉଛି ବହୁତ ଭଲ
। କହୁଛନ୍ତି ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ... କିନ୍ତୁ କିଛି
ହେଲେ ବୁଝୁ ନାହାଁନ୍ତି । ତ୍ରିମୂର୍ତ୍ତି ହେଉଛି ମୁଖ୍ୟ ଚିତ୍ର । ସର୍ବୋଚ୍ଚ ହେଉଛନ୍ତି ଶିବବାବା
। ତୁମେ ଜାଣିଛ - ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ୟାଦର ଯାତ୍ରା ଶିଖାଉଛନ୍ତି । ବାବାଙ୍କୁ
ମନେ ପକାଅ, ଯୋଗ ଅକ୍ଷର କଷ୍ଟ ଲାଗୁଛି । ୟାଦ ବା ମନେ ପକାଇବା ଅକ୍ଷର ବହୁତ ସହଜ । ବାବା ଅକ୍ଷର
ବହୁତ ପ୍ରିୟ ଅଟେ । ତୁମ ନିଜକୁ ମଧ୍ୟ ଲଜ୍ୱ୍ୟା ଲାଗିବ - ଆମେ ଆତ୍ମାମାନେ ବାବାଙ୍କୁ ମନେ ପକାଇ
ପାରୁ ନାହୁଁ, ଯାହାଙ୍କଠାରୁ ବିଶ୍ୱର ବାଦଶାହୀ ମିଳୁଛି! ସ୍ୱତଃ ଲଜ୍ୱ୍ୟା ଆସିବ । ବାବା ମଧ୍ୟ
କହିବେ ତୁମେ ତ ହେଉଛ ଅଜ୍ଞାନୀ, ବାବାଙ୍କୁ ୟାଦ କରିପାରୁ ନାହଁ ତେବେ ସମ୍ପତ୍ତି କିପରି ପାଇବ!
ବିକର୍ମ ବିନାଶ କିପରି ହେବ! ତୁମେ ହେଉଛ ଆତ୍ମା ମୁଁ ତୁମ ପରମପିତା ପରମାତ୍ମା ମଧ୍ୟ ହେଉଛ
ଅବିନାଶୀ ନା । ତୁମେ ଚାହୁଁଛ ଯେ ଆମେ ପାବନ ହୋଇ ସୁଖଧାମକୁ ଯିବୁ, ତେବେ ଶ୍ରୀମତକୁ ପାଳନ କର ।
ମୁଁ ତୁମର ପିତା, ମୋତେ ମନେ ପକାଇଲେ ତ ବିକର୍ମ ବିନାଶ ହେବ । ମନେ ନ ପକାଇଲେ ବିକର୍ମ ବିନାଶ
କିପରି ହେବ! ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସବୁ
ପ୍ରକାରର ପୁରୁଷାର୍ଥ କରିବାକୁ ହେବ, କୌଣସି ଚିନ୍ତା କରିବାର ନାହିଁ କାହିଁକି ନା ସ୍ୱୟଂ ପରମପିତା
ଆମର ଦାୟିତ୍ୱ ନେଇଛନ୍ତି ତେଣୁ ଆମର କିଛି ବି ବ୍ୟର୍ଥରେ ଯିବ ନାହିଁ ।
(୨) ବାବାଙ୍କ ସମାନ
ବହୁତ-ବହୁତ ମିଠା ଅର୍ଥାତ୍ ସୁଖଦାୟୀ ହେବାକୁ ପଡିବ । ଅନେକଙ୍କର କଲ୍ୟାଣ କରିବାକୁ ହେବ । ଏହି
ଅନ୍ତିମ ଜନ୍ମରେ ନିଶ୍ଚିତ ଭାବରେ ପବିତ୍ର ହେବାକୁ ପଡିବ । ସମସ୍ତ କର୍ମଧନ୍ଦା କରି ମଧ୍ୟ ଅଭ୍ୟାସ
କରିବାକୁ ହେବ ଯେ ମୁଁ ଏକ ଆତ୍ମା ।
ବରଦାନ:-
ପ୍ରବୃତ୍ତି
ଅର୍ଥାତ୍ ଘର ଗୃହସ୍ଥର ବିସ୍ତାର ଭିତରେ ରହି ଫରିସ୍ତା ପଣିଆର ସାକ୍ଷାତ୍କାର କରାଉଥିବା ସାକ୍ଷାତ୍କାର
ମୂରତ ଭବ ।
ଘର ଗୃହସ୍ଥର ବିସ୍ତାର
ବହୁତ ଥିଲେ ମଧ୍ୟ ସେହି ବିସ୍ତାର ଗୁଡିକୁ ସଂକୁଚିତ କରିବା ସହିତ ସର୍ବଦା ଉପରାମ ରହିବାର ଅଭ୍ୟାସ
କର । ଏବେ ଏବେ ସ୍ଥୁଳ କାର୍ଯ୍ୟ କରୁଥିବ, ଏବେ ଏବେ ଅଶରୀରୀ ହୋଇଗଲ - ଏହିଭଳି ଅଭ୍ୟାସ ତୁମର
ଫରିସ୍ତା ପଣିଆର ସାକ୍ଷାତ୍କାର କରାଇଦେବ । ସର୍ବଦା ଉଚ୍ଚ ସ୍ଥିତିରେ ରହିବା ଦ୍ୱାରା ଛୋଟ ଛୋଟ
କଥା ସବୁ ବ୍ୟକ୍ତ ଭାବର ଅନୁଭବ ହେବ, ତେଣୁ ଉଚ୍ଚକୁ ଚାଲିଯିବା ଦ୍ୱାରା ନୀଚ୍ଚାପଣିଆ ଆପେ ଆପେ
ସମାପ୍ତ ହୋଇଯିବ ଏବଂ ତୁମେ ମେହନତ କରିବାରୁ ମୁକ୍ତ ହୋଇଯିବ, ସମୟ ମଧ୍ୟ ବଞ୍ଚିଯିବ ଏବଂ ସେବା
ମଧ୍ୟ ତୀବ୍ରଗତିରେ ହେବ । ତୁମର ବୁଦ୍ଧି ଏତେ ବିଶାଳ ହୋଇଯିବ ଯାହାକି ଏକା ସମୟରେ ଅନେକ କାର୍ଯ୍ୟ
ସଫଳ କରିପାରିବ ।
ସ୍ଲୋଗାନ:-
ନିଜର ଖୁସିକୁ
ବଜାୟ ରଖିବା ପାଇଁ ଆତ୍ମା ରୂପୀ ଦୀପରେ ଜ୍ଞାନ ରୂପୀ ଘୃତ ପ୍ରତିଦିନ ଢାଳୁଥାଅ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ବାବାଙ୍କର ପିଲାମାନଙ୍କ
ପ୍ରତି ସ୍ନେହ ରହିଛି ସେଥିପାଇଁ ସର୍ବଦା କହୁଛନ୍ତି ପିଲାମାନେ ତୁମେ ଯାହା ବି ହୋଇଥାଅ, ଯେପରି
ହୋଇଥାଅ, ତୁମେ ମୋର ଅଟ । ସେହିପରି ତୁମେମାନେ ମଧ୍ୟ ସର୍ବଦା ବାବାଙ୍କର ସ୍ନେହରେ ଲବଲୀନ ରୁହ
ଅର୍ଥାତ୍ ବୁଡି ରୁହ । ଦିଲ୍ରେ କୁହ ବାବା ଆପଣ ବି ଯିଏ ହୋଇଥାଆନ୍ତି ଆପଣ ହିଁ ଆମର । କେବେ ବି
ଅସତ୍ୟର ରାଜ୍ୟର ପ୍ରଭାବରେ ଆସ ନାହିଁ । ଶ୍ରେଷ୍ଠ ଭାଗ୍ୟର ରେଖା ଟାଣିବାର କଲମ ବାବା ତୁମମାନଙ୍କ
ହାତରେ ଦେଇ ଦେଇଛନ୍ତି, ତୁମେମାନେ ଯେତେ ଇଚ୍ଛା ସେତେ ନିଜର ଶ୍ରେଷ୍ଠ ଭାଗ୍ୟ ଗଢିପାରିବ ।
ବିଶେଷ ସୂଚନା:-
ବାବାଙ୍କର ଶ୍ରୀମତ ଅନୁସାରେ ମୁରଲୀ କେବଳ ବାବାଙ୍କର ପିଲାମାନଙ୍କ ପାଇଁ ହିଁ ଉଦ୍ଧିଷ୍ଟ, ନୁହେଁ
ଯେ ସେ ଆତ୍ମାମାନଙ୍କ ପାଇଁ ଯେଉଁମାନେ ରାଜଯୋଗର କୋର୍ସ ମଧ୍ୟ କରିନାହାଁନ୍ତି । ସେଥିପାଇଁ ସମସ୍ତ
ନିମିତ୍ତ ଟୀଚର୍ସ ଏବଂ ଭାଇଭଉଣୀମାନଙ୍କୁ ବିନମ୍ର ନିବେଦନ କରାଯାଉଛି ଯେ ସାକାର ମୁରଲୀର ଅଡିଓ ବା
ଭିଡିଓକୁ, ୟୁଟ୍ୟୁବ, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ବା କୌଣସି ବି ହ୍ୱାଟସପ୍ ଗ୍ରୃପରେ ପୋଷ୍ଟ
କରନ୍ତୁ ନାହିଁ ।