06.09.26 Avyakt Bapdada Odia Murli 19.10.2011 Om Shanti Madhuban
“ବ୍ୟର୍ଥ ସମୟ, ବ୍ୟର୍ଥ
ସଂକଳ୍ପ ଉପରେ ବିଜୟୀ ହୋଇ ପରସ୍ପର ସହିତ ସଂସ୍କାର ମିଳନର ରାସ କରିବାର ସଂକଳ୍ପ କର ।“
ଆଜି ବାପଦାଦା ନିଜର
ଚାରିଆଡର ମିଠା ମିଠା ପ୍ୟାରା ପ୍ୟାରା ପିଲାମାନଙ୍କୁ ଦେଖୁଛନ୍ତି । ସମସ୍ତେ ବହୁତ ସ୍ନେହର ସହିତ
ନିଜର ଶୁଭେଚ୍ଛା ଜଣାଉଛନ୍ତି । ପିଲାମାନେ ଏତିକି ସ୍ନେହ କେବଳ ବାବାଙ୍କୁ ହିଁ କରୁଛନ୍ତି ଏବଂ ଏହି
ପରମାତ୍ମ ସ୍ନେହ ମଧ୍ୟ କେବଳ ଏବେ ହିଁ ପ୍ରାପ୍ତ ହେଉଛି । ପ୍ରତ୍ୟେକ ସନ୍ତାନ ଏବେ ସ୍ନେହରେ
ଲଭଲୀନ ଅଟେ । ବାବା ମଧ୍ୟ ସବୁ ପିଲାଙ୍କୁ ସ୍ନେହର ପ୍ରତ୍ୟୁତ୍ତର ଦେଉଛନ୍ତି, ବାଃ ପିଲାମାନେ
ବାଃ! ଚାହେଁ ସମ୍ମୁଖରେ ବସିଥାଅ, ଚାହେଁ ଦୂରରେ ବସିଥାଅ କିନ୍ତୁ ପ୍ରତ୍ୟେକ ସନ୍ତାନ ବାବାଙ୍କର
ଦିଲ୍ ଭିତରେ ସମାହିତ ଅଟେ । ସମସ୍ତଙ୍କ ଦିଲ୍ ଭିତରେ ଏହି ଗୀତ ବାଜୁଛି ଯେ ଏତେ ସ୍ନେହ ଆଉ କିଏ
କରିବ! ପିତା ଏବଂ ସନ୍ତାନମାନଙ୍କର ଏହି ଆତ୍ମିକ ସ୍ନେହ ପ୍ରତ୍ୟେକ ସନ୍ତାନଙ୍କୁ ଦେହଠାରୁ ନିଆରା
ଏବଂ ବାବାଙ୍କର ହୃଦୟରେ ସମାହିତ କରିଦେଉଛି ଏବଂ ଏହା ମଧ୍ୟ କେବଳ ଏବେ ହିଁ ପିଲାମାନଙ୍କୁ
ପ୍ରାପ୍ତ ହେଉଛି । ବାବା ମଧ୍ୟ ପିଲାମାନଙ୍କର ସ୍ନେହକୁ ଦେଖି ସେଥିରେ ସମାହିତ ହୋଇ ଯାଉଛନ୍ତି ।
ଆଜି ବାପଦାଦା ସମସ୍ତଙ୍କର ମସ୍ତକରେ ତିନୋଟି ଭାଗ୍ୟର ରେଖାକୁ ଦେଖୁଛନ୍ତି । ଗୋଟିଏ ହେଲା ପିତା
ସ୍ୱରୂପରେ ପ୍ରାପ୍ତ ହେଉଥିବା ସମ୍ପତ୍ତି ରୂପକ ଭାଗ୍ୟ, ଦ୍ୱିତୀୟରେ ଶିକ୍ଷକ ରୂପରେ ଶ୍ରେଷ୍ଠ
ଶିକ୍ଷାର ଭାଗ୍ୟ ଏବଂ ତୃତୀୟରେ ସତ୍ଗୁରୁ ରୂପରେ ପ୍ରାପ୍ତ ହେଉଥିବା ବରଦାନର ଭାଗ୍ୟ ।
ପ୍ରତ୍ୟେକଙ୍କର ମସ୍ତକ ଏହି ତିନୋଟି ଯାକ ଭାଗ୍ୟରେ ଚମକୁଛି । ବାପଦାଦା ମଧ୍ୟ ନିଜର ଭାଗ୍ୟଶାଳୀ
ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଚାହେଁ ସମ୍ମୁଖରେ ବସିଥାଆନ୍ତୁ, ଚାହେଁ ଦୂରରେ
ବସିଥାଆନ୍ତୁ କିନ୍ତୁ ଦିଲ୍ର ନିକଟରେ ହିଁ ଅଛନ୍ତି । ଏହିଭଳି ପିତା ଏବଂ ସନ୍ତାନମାନଙ୍କର ସ୍ନେହ
ସାରା କଳ୍ପ ଭିତରେ କେବଳ ଏହି ସମୟରେ ହିଁ ପ୍ରାପ୍ତ ହୋଇଥାଏ ଯାହାକୁ ତୁମେମାନେ ନିଜେ ଅନୁଭବ
କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଅନୁଭବ କରାଉଛ । ଏବେ କେହି ଲୋକ ଭାବୁଛନ୍ତି ଯେ ଏହି ବ୍ରାହ୍ମଣ
ଆତ୍ମାମାନଙ୍କୁ କିଛି ମିଳିଯାଇଛି । କିନ୍ତୁ କ’ଣ ମିଳିଯାଇଛି ତା’ହା ଏବେ ଧୀରେ ଧୀରେ ସ୍ପଷ୍ଟ
ହୋଇ ଚାଲିଛି । ବାବା ଦେଖୁଛନ୍ତି ଯେ ଏବେ ଏହି ପ୍ଲାଟିନମ୍ ଜୁବଲୀର ପ୍ରଭାବ ଚାରିଆଡେ ପଡିଛି ଏବଂ
ପିଲାମାନେ ମଧ୍ୟ ମନ ପ୍ରାଣ ଦେଇ ସେବା କରିଛନ୍ତି ଏବଂ ଆଗକୁ ମଧ୍ୟ ଯୋଜନା କରିଛନ୍ତି । ତେବେ
ବାପଦାଦା ମଧ୍ୟ ଚାରିଆଡର ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି, ବାଃ ପିଲାମାନେ ବାଃ! ଏହି ୭୫
ବର୍ଷକୁ ତୁମେମାନେ ନିଜ ନିଜର ପୁରୁଷାର୍ଥ ଅନୁସାରେ ଅତିକ୍ରମ କରିବା ସହିତ ନିଜେ ନିର୍ବିଘ୍ନ ହୋଇ
ଅନ୍ୟମାନଙ୍କୁ ନିର୍ବିଘ୍ନ କରି ପହଞ୍ଚି ଯାଇଛ । ଏବେ ବାବା ପିଲାମାନଙ୍କ ଠାରୁ କ’ଣ ଚାହୁଁଛନ୍ତି?
ବାବାଙ୍କର ସର୍ବଦା ପ୍ରତ୍ୟେକ ସନ୍ତାନ ପ୍ରତି ଏହି ଆଶା ରହିଛି ଯେ ମୋ’ର ପ୍ରତ୍ୟେକ ସନ୍ତାନ ବାପ୍
ସମାନ ହୋଇଯାଆନ୍ତୁ । ବ୍ରହ୍ମାବାବା ଯେପରି ବିଜୟୀ ହୋଇଛନ୍ତି ସେହିପରି ପ୍ରତ୍ୟେକ ସନ୍ତାନ ସଦା
ବିଜୟୀ ହୁଅନ୍ତୁ । ଏଥିପାଇଁ ବ୍ରହ୍ମାବାବା କ’ଣ କରିଛନ୍ତି? ଫଲୋଫାଦର ଅର୍ଥାତ୍ ପିତାଙ୍କୁ
ଅନୁକରଣ କରିଛନ୍ତି । ତେଣୁ ତୁମେମାନେ ମଧ୍ୟ ପ୍ରତ୍ୟେକ ପାଦ ଉଠାଇବା ପୂର୍ବରୁ ଚେକ୍ କର ଯେ
ଏହିପରି କର୍ମ ବ୍ରହ୍ମାବାବା କରିଛନ୍ତି ତ? ବ୍ରହ୍ମାବାବା ସବୁ ପିଲାଙ୍କ ପ୍ରତି, ଯଦିଓ ଜାଣିଥିଲେ
ଯେ ଏଇ ପିଲାଟି ଦୁର୍ବଳ ଅଟେ, ପୁରୁଷାର୍ଥରେ ମଧ୍ୟ ଏବଂ ସେବାରେ ମଧ୍ୟ, କିନ୍ତୁ ଦୁର୍ବଳ ଆତ୍ମା
ପ୍ରତି ଆହୁରି ଅଧିକ ଦୟା ତଥା କଲ୍ୟାଣର ଭାବନା ରଖୁଥିଲେ । ସେହିଭଳି ବାପଦାଦା ସବୁ ପିଲାଙ୍କୁ ଏହି
କଥା କହୁଛନ୍ତି ଯେ ନିଜର ପରିବାରର ପ୍ରତ୍ୟେକ ଭାଇ ବା ଭଉଣୀଙ୍କ ପ୍ରତି ଶୁଭଭାବନା, ଶୁଭକାମନା,
ଦୟା ଏବଂ କଲ୍ୟାଣର ଦୃଷ୍ଟି ଦ୍ୱାରା ସେମାନଙ୍କର ମଧ୍ୟ ସହଯୋଗୀ ହୁଅ । ବାପଦାଦା ପୂର୍ବରୁ ମଧ୍ୟ
ଶୁଣାଇଛନ୍ତି ଯେ ସ୍ନେହ ରଖିବାରେ ପ୍ରତ୍ୟେକ ସନ୍ତାନ ଯଥା ଶକ୍ତି ପାସ୍ ହୋଇଯାଇଛନ୍ତି ଏବଂ ଏହି
ସ୍ନେହ କାରଣରୁ ହିଁ ଆଗକୁ ବଢି ଚାଲିଛନ୍ତି । ଏବେ ବାପଦାଦା ପିଲାମାନଙ୍କର ସ୍ନେହକୁ ଦେଖି ଖୁସି
ଅଛନ୍ତି । ସ୍ନେହ ବିଷୟରେ ପାସ୍ ହୋଇଥିବା କାରଣରୁ ପ୍ରତ୍ୟେକ ସନ୍ତାନ କ୍ରମାନ୍ୱୟ ହିସାବରେ
ଚାଲୁଛନ୍ତି । ଏବେ ବାପଦାଦା ଚାହୁଁଛନ୍ତି ଯେ ସ୍ନେହରେ କିଛି ବଳିଦାନ ମଧ୍ୟ ଦେବାକୁ ପଡିଥାଏ ।
ଯେହେତୁ ବାବାଙ୍କ ସହିତ ସ୍ନେହ ଅଛି, ତେଣୁ ତୁମକୁ କେଉଁ ବଳିଦାନ ଦେବାକୁ ପଡିବ? ଯାହା ବାପଦାଦା
ଚାହୁଁଛନ୍ତି ତାହା ତ ତୁମେମାନେ ବୁଝିସାରିଲେଣି, ବୁଝିପାରୁଛ ତ ବାବା କ’ଣ ଚାହୁଁଛନ୍ତି? କ’ଣ
ବୁଝିପାରୁଛ ତ? ମୁଣ୍ଡ ହଲାଅ? ବୁଝିପାରୁଛ? ତେବେ କରିବାକୁ ତ ହେବ, ଏଥିପାଇଁ ମଧ୍ୟ ସାହସ ଅଛି ତ!
ଯଦି ସାହସ ଅଛି ତେବେ ହାତ ଉଠାଅ । କ’ଣ ସାହସ ଅଛି ତ? ଆଚ୍ଛା, ତେବେ ପିଲାମାନଙ୍କର ସାହସ ଆଧାରରେ
ବାବାଙ୍କର ସାହାଯ୍ୟ ତ ନିଶ୍ଚିତ ମିଳିବ ।
ଏବେ ବାପଦାଦା ଚାହୁଁଛନ୍ତି, ତେବେ ଫଳାଫଳ ହିସାବରେ ବାପଦାଦା ଦେଖିଲେ ଯେ ସମ୍ପୂର୍ଣ୍ଣ ପବିତ୍ରତା
ହିସାବରେ ବ୍ୟର୍ଥ ସଂକଳ୍ପ ମଧ୍ୟ ଅପବିତ୍ରତାର ବୀଜ ଅଟେ । ତେଣୁ ବାପଦାଦା ଦେଖିଲେ ଯେ ଏହିଭଳି
ବ୍ୟର୍ଥ ସଂକଳ୍ପ ଚାଲିବାର ସଂସ୍କାର ଏବେ ମଧ୍ୟ ଅଧିକାଂଶ ପିଲାଙ୍କ ଭିତରେ ଲୁଚି ରହିଛି । ଗୋଟିଏ
ହେଲା ବ୍ୟର୍ଥ ସଂକଳ୍ପ, ଦ୍ୱିତୀୟଟି ବ୍ୟର୍ଥ ସମୟ ଏହା ଅଧିକାଂଶ ପିଲାଙ୍କ ଭିତରେ ଏବେ ମଧ୍ୟ
ଦେଖିବାକୁ ମିଳୁଛି ଏବଂ ବ୍ୟର୍ଥ ସଂକଳ୍ପର ଆଧାର ହେଲା ମନ, ଯାହାକି ମନମନାଭବ ହେବା ପାଇଁ ଦେଉ
ନାହିଁ । କାହିଁକିନା ବାପଦାଦା ବହୁତ ସମୟ ପୂର୍ବରୁ ହିଁ ସଂକେତ ଦେଇସାରିଛନ୍ତି ଯେ ଯାହା ବି
ହେବାର ଅଛି ତାହା ଅଚାନକ ହେବ । ତେଣୁ ଅଚାନକ ହିସାବରେ ବାପଦାଦା ଚେକ୍ କରିଛନ୍ତି ଯେ ଅଧିକାଂଶ
ପିଲାଙ୍କ ଭିତରେ ଏହି ବ୍ୟର୍ଥ ସଂକଳ୍ପର ସଂସ୍କାର ରହିଛି । ତେଣୁ ଯେହେତୁ ବ୍ରହ୍ମାବାବା ବ୍ୟର୍ଥ
ସଂକଳ୍ପ ଏବଂ ବ୍ୟର୍ଥ ସମୟ ଉପରେ ବିଜୟୀ ହୋଇ କର୍ମାତୀତ ହୋଇଛନ୍ତି, ସେଥିପାଇଁ ତୁମମାନଙ୍କୁ ମଧ୍ୟ
ପିତାଙ୍କୁ ଅନୁକରଣ କରିବାକୁ ହେବ ।
ବାପଦାଦା ଦେଖୁଛନ୍ତି ଯେ ମନ ତ ତୁମମାନଙ୍କର ରଚନା ଅଟେ, ଯେହେତୁ ତୁମେମାନେ ମନର ରଚୟିତା ଅଟ,
ତେଣୁ ମନକୁ ଚଲାଇବାବାଲା ତ ତୁମେ ହିଁ ଅଟ । ମନର ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର
ଶକ୍ତିର ମାଲିକ ଅଟ କିନ୍ତୁ ପିଣି ବି ମନ କେଉଁଠି ନା କେଉଁଠି ଧୋକା ଦେଇ ଦେଉଛି । ତୁମର ହିଁ ତ
ରଚନା ଅଟେ ନା! ମୋ’ର ବୋଲି କହୁଛ ନା! କିନ୍ତୁ ନିୟନ୍ତ୍ରଣ କରିବାର ଶକ୍ତି କମ୍ ଥିବାରୁ ଧୋକା
ଦେଇ ଦେଉଛି । ସେଥିପାଇଁ ମନକୁ ଘୋଡା ମଧ୍ୟ କୁହାଯାଉଛି । କିନ୍ତୁ ତୁମ ପାଖରେ ଶ୍ରୀମତ ରୂପକ
ଲଗାମ ମଧ୍ୟ ରହିଛି । କ’ଣ ଲଗାମ ଅଛି ତ! ଯଦି ମନ କେବେ ବି ବ୍ୟର୍ଥ ସଂକଳ୍ପ ଆଡକୁ ତୁମକୁ ଟାଣି
ନେଉଛି ତେବେ ଲଗାମକୁ ଟାଇଟ୍ କରିବା ଦ୍ୱାରା ବ୍ୟର୍ଥ ସଂକଳ୍ପର ସବୁ ଅପବିତ୍ରତାକୁ ସମୂଳେ ସମାପ୍ତ
କରି ଦେଇପାରିବ । ମନର ମାଲିକ ହୋଇ ବ୍ରହ୍ମାବାବା ଯେପରି ପ୍ରତିଦିନ ମନର ଚେକିଙ୍ଗ୍ କରୁଥିଲେ,
ସେହିପରି ପ୍ରତିଦିନ ଚେକ୍ କର ଏବଂ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କର । ତେଣୁ ଆଜି ବାପଦାଦା ଏହି କଥା
ଚାହୁଁଛନ୍ତି ଯେ ଏହି ବ୍ୟର୍ଥ ସଂକଳ୍ପକୁ ସମାପ୍ତ କର । ଖରାପ ସଂକଳ୍ପ କମ୍ ଚାଲୁଛି କିନ୍ତୁ
ବ୍ୟର୍ଥ ଅଧିକ ଚାଲୁଛି, ସେଥିପାଇଁ ଏଥିରେ ସମୟ ବହୁତ ନଷ୍ଟ ହେଉଛି । ତେଣୁ ମନର ମାଲିକ ହୋଇ ମନକୁ
ଏଭଳି ବ୍ୟସ୍ତ ରଖ ଯାହାକି ଅନ୍ୟ ଆଡକୁ ଆକର୍ଷିତ ହୋଇ ତୁମର ଲଗାମକୁ ଢିଲା କରିପାରିବ ନାହିଁ ।
କ’ଣ ଏହା ହୋଇପାରିବ ତ? ଆଜି ବାପଦାଦା ବ୍ୟର୍ଥ ସଂକଳ୍ପର ସମାପ୍ତି ପାଇଁ ସମସ୍ତଙ୍କୁ ସଂକଳ୍ପ
ଦେଉଛନ୍ତି । କ’ଣ ହୋଇପାରିବ ତ? ହାତ ଉଠାଅ, ଯେଉଁମାନେ ଭାବୁଛନ୍ତି ବ୍ୟର୍ଥ ସଂକଳ୍ପ ମଧ୍ୟ
ସମାପ୍ତ ହେଉ, ଏହାର ଉତ୍ସବ ମଧ୍ୟ ପାଳନ କରିବୁ ଏବଂ ବ୍ୟର୍ଥ ସମୟକୁ ମଧ୍ୟ ସଞ୍ଚୟ କରିବାକୁ ହେବ ।
ସମୟ ଏବଂ ସଂକଳ୍ପ ଉଭୟର ସଦୁପଯୋଗ କରିବାକୁ ହେବ କାହିଁକିନା ବାପଦାଦା ସମସ୍ତଙ୍କର ଚାର୍ଟକୁ
ଦେଖୁଛନ୍ତି । ତେବେ ଚାର୍ଟରେ ଅଧିକାଂଶ ପିଲାଙ୍କର ଏହି କମି ଦେଖିବାକୁ ମିଳିଲା । ତେଣୁ ମନର
ମାଲିକ ହିଁ ବିଶ୍ୱର ମାଲିକ ହେବ । ଯେପରି ବ୍ରହ୍ମାବାବା ମନଜିତ୍ ହୋଇ ବିଶ୍ୱର ମାଲିକ ହୋଇଗଲେ,
ଏବେ ତ ତୁମମାନଙ୍କୁ ପାଇଁ ଅର୍ଥାତ୍ ପିଲାମାନଙ୍କୁ ଆବାହନ କରୁଛନ୍ତି । ଆଡଭାନ୍ସ ପାର୍ଟୀ ମଧ୍ୟ
ତୁମମାନଙ୍କୁ ଆବାହନ କରୁଛନ୍ତି । ଶୁଣାଇଥିଲୁ ନା ଅମୃତବେଳା ୪ଟା ସମୟରେ ଆଡଭାନ୍ସ ପାର୍ଟୀ ବାଲା
ମଧ୍ୟ ବତନକୁ ଆସୁଛନ୍ତି ଏବଂ ପଚାରୁଛନ୍ତି ମୁକ୍ତିର ଗେଟ୍ କେବେ ଖୋଲିବ? ତେବେ ଏହାକୁ ଖୋଲିବ କିଏ?
ତୁମେମାନେ ହିଁ ତ ମୁକ୍ତିର ଗେଟ୍ ଖୋଲିବ ନା! ତୁମମାନଙ୍କର ସମ୍ପୂର୍ଣ୍ଣ ହେବା ଅର୍ଥାତ୍ ମୁକ୍ତିର
ଗେଟ୍ ଖୋଲିବା । ତେବେ ବାପଦାଦାଙ୍କ ସହିତ ଆଡଭାନ୍ସ ପାର୍ଟୀବାଲା ମଧ୍ୟ ବାର୍ତ୍ତଳାପ କରୁଛନ୍ତି ।
ଆଉ କେତେ ଦିନ ଅପେକ୍ଷା କରିବୁ? ତେଣୁ ବାପଦାଦା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି ଆଉ କେତେ ଦିନ?
ତେବେ କ’ଣ ଉତ୍ତର ଦେବ? ପ୍ରଥମ ଧାଡିବାଲା କୁହ ଆଉ କେତେ ଦିନ? ଅନ୍ୟ ସବୁ କାମ ପାଇଁ ତ ତାରିଖ
ନିଧାର୍ଯ୍ୟ କରୁଛ ନା! ତେଣୁ ଏହି କାର୍ଯ୍ୟର ତାରିଖ କେବେ? ବ୍ରହ୍ମାବାବା ତ ଫରିସ୍ତା ରୂପରେ
ଆବାହନ କରୁଛନ୍ତି । କ’ଣ ଏହାର ତିଥି ଅର୍ଥାତ୍ ତାରିଖ ଶୁଣାଇପାରିବ? କୁହ - ଏହାର ଡେଟ୍ ଫିକ୍ସ
କରିପାରିବ? ଏବେ କିଛି ଡେଟ୍ ଫିକ୍ସ କରିଛ କି? ପାଣ୍ଡବମାନେ ହାତ ଉଠାଅ, ଏହାର ତିଥି ନିଧାର୍ଯ୍ୟ
କରିଛ କି? କରିନାହଁ, କାହିଁକି? ତୁମର ଦିଦି କହୁଛନ୍ତି ଆମମାନଙ୍କର ତ ଲଗନ ଥିଲା ଯେ - ଏବେ ଘରକୁ
ଯିବୁ, ଘରକୁ ଯିବୁ, ଘରକୁ ଯିବୁ । ଦାଦୀ କହୁଛନ୍ତି ମୋ’ର ଏହି ଲଗନ ଥିଲା ଯେ - ମୋତେ କର୍ମାତୀତ
ହେବାର ଅଛି, କର୍ମାତୀତ ହେବାର ଅଛି..... । ତେବେ ତୁମ ସମସ୍ତଙ୍କର ତ ଦାଦୀ ଦିଦିଙ୍କ ସହ ସ୍ନେହ
ଅଛି ନା, ଏମିତି ତ ସମସ୍ତଙ୍କ ପ୍ରତି ଅଛି କାହିଁକିନା ଯେଉଁମାନେ ବି ଆଡଭାନ୍ସ ପାର୍ଟୀରେ
ଯାଇଛନ୍ତି, ସେମାନଙ୍କ ପ୍ରତି ତୁମମାନଙ୍କର ତ ସ୍ନେହ ରହିଛି, ତେଣୁ ସେମାନଙ୍କର ପ୍ରଶ୍ନର ଉତ୍ତର
ଦିଅ । ଏବେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ କିଛି ଉତ୍ତର ବାହାର କର । କ’ଣ କରିବ ତ?
ଆଜି ତ ଡବଲ ବିଦେଶୀମାନଙ୍କର ମିଳନର ଦିନ ଅଟେ ନା । ତେଣୁ ଡବଲ ବିଦେଶୀ ମାନେ ମଧ୍ୟ ପରସ୍ପର ଭିତରେ
ଆଲୋଚନା କରି ତାରିଖ ଶୁଣାଅ ଏବଂ ଭାରତବାଲା ମଧ୍ୟ ଏହା ଉପରେ ଚର୍ଚ୍ଚା କରି ଶୁଣାଇବ । କ’ଣ ଉତ୍ତର
ଅଛି ତ! ଯଦି ଅଛି ତେବେ କୁହ । ଯିଏ ହଁ କହିଲ ସେ ହାତ ଉଠାଅ । (ନ୍ୟୁୟର୍କଙ୍କର ମୋହିନୀ ଭଉଣୀ)
ବାବା ଆପଣ ଡେଟ୍ ଫିକ୍ସ କରନ୍ତୁ, ଆମେ ସଦା ପ୍ରସ୍ତୁତ ଅଛୁ) ନା ତୁମେମାନେ ତିଥି ନିଧାର୍ଯ୍ୟ କର,
ପ୍ରସ୍ତୁତ ତୁମକୁ ହିଁ ହେବାକୁ ପଡିବ ନା! ବାବା ତ କହିବେ ଏହି ବର୍ଷ ଦୀପାବଳୀରେ ହିଁ ଏହାର
ଦୀପାବଳୀ ପାଳନ କର । କ’ଣ ପ୍ରସ୍ତୁତ ଅଛ ତ? ନା କହିବ ବହୁତ ଶୀଘ୍ର ହୋଇଯାଉଛି, ସେଥିପାଇଁ କହୁଛୁ
ତୁମେ କୁହ (ଡକ୍ଟର ନିର୍ମଳା ଭଉଣୀ କହିଲେ ବାବା ଗୋଟିଏ ବର୍ଷ ଦିଅନ୍ତୁ) ଆଚ୍ଛା ସମସ୍ତେ ଏଥିରେ
ଏକମତ ଅଛ ତ, ଇଏ କହୁଛି ଗୋଟିଏ ବର୍ଷ ଦିଅ । ଯେଉଁମାନେ ଭାବୁଛ ଗୋଟିଏ ବର୍ଷ ସେମାନେ ହାତ ଉଠାଅ ।
ବଡ ହାତ ଉଠାଅ । ଆଚ୍ଛା ଏକ ବର୍ଷ ବାଲାଙ୍କର ନାମ ଲେଖି ରଖ । ଭଲ କଥା, ଅନ୍ୟମାନେ ହସୁଛନ୍ତି ।
କୁହ (ନିର୍ବେର ଭାଇ କହିଲେ ଏବେ ନୁହେଁ ତ କେବେ ନୁହେଁ, ଆଜି ଏବଂ ଏବେ ହେବ) ତେବେ ତାଳି ବଜାଅ ।
ଆଚ୍ଛା, ବହୁତ ଭଲ କଥା । ତେବେ ଏବେ ଏବେ ସମସ୍ତେ ନିଜ ମନ ଭିତରେ ଏହି ପ୍ରତିଜ୍ଞା କର ଯେ କେବେ
ବି ବ୍ୟର୍ଥ ସଂକଳ୍ପକୁ ଆସିବାକୁ ଦେବୁ ନାହିଁ । କ’ଣ ହୋଇପାରିବ? ଏବେଠାରୁ କହୁଛ ଏବେ ନୁହେଁ ତ
କେବେ ନୁହେଁ, ତେଣୁ ଅତିକମ୍ରେ ଏହି ପ୍ରତିଜ୍ଞା ତ କରୁଛ ଯେ ଏବେଠାରୁ ବ୍ୟର୍ଥରେ ସମୟ ନଷ୍ଟ
କରିବୁ ନାହିଁ କି ସଂକଳ୍ପକୁ ମଧ୍ୟ ନଷ୍ଟ କରିବୁ ନାହିଁ । ଏଥିରେ ଯେଉଁମାନେ ପ୍ରସ୍ତୁତ ଅଛ ସେମାନେ
ହାତ ଉଠାଅ । ଅଧିକାଂଶ ପିଲା ହାତ ଉଠାଇଛନ୍ତି । ତେବେ ଯେଉଁମାନେ ଭାବୁଛ ଯେ ଆମକୁ ସମୟ ଲାଗିବ
ସେମାନେ ମଧ୍ୟ ହାତ ଉଠାଅ । କେହି ଉଠାଉ ନାହାଁନ୍ତି । ଅଳ୍ପ କେତେ ଜଣ ଅଛନ୍ତି, ଯେଉଁମାନେ କି
ହାତ ଉଠାଉଛନ୍ତି । ଆଚ୍ଛା - ତେବେ ଏହି ବର୍ଷ ଦୀପାବଳୀ ଦିନ ଏହି ଦୃଢ ସଂକଳ୍ପ କରିବ । ଯେଉଁ
ଅଧିକାଂଶ ପିଲାମାନେ ହାତ ଉଠାଇଛନ୍ତି, ସେମାନଙ୍କୁ ସ୍ୱାହା କରିବାକୁ ହେବ ସେଥିପାଇଁ ତୁମମାନଙ୍କ
ତରଫରୁ ଦୃଢ ସଂକଳ୍ପ ରଖିଥିବାରୁ ଆଜି କେକ୍ କାଟିବା । କ’ଣ ପସନ୍ଦ ତ! ଆଜିର କେକ୍ ଏହି ଦୃଢ
ସଂକଳ୍ପର ସୂଚକ ଅଟେ, କାହିଁକିନା ସମସ୍ତେ ଚାହୁଛଁନ୍ତି, ଅଜ୍ଞାନୀ ଆତ୍ମାମାନେ ମଧ୍ୟ ଚାହୁଛଁନ୍ତି
ଯେ ଏବେ କିଛି ଗୋଟିଏ ହେବା ଦରକାର, ହେବା ଦରକାର, କିନ୍ତୁ ସେମାନଙ୍କ ଭିତରେ ଶକ୍ତି ନାହିଁ ।
ତୁମମାନଙ୍କ ଭିତରେ ତ ସଂକଳ୍ପକୁ ପୂରଣ କରିବା ପାଇଁ ଶକ୍ତି ଅଛି । ଫଲୋ ଫାଦର କରିଛ ନା!
ବ୍ରହ୍ମାବାବାଙ୍କର ଜନ୍ମ ହିଁ ଦୃଢ ସଂକଳ୍ପ ଦ୍ୱାରା ହୋଇଛି । କରିବାର ଅଛି । ଭାବିବି ନୁହେଁ,
କ’ଣ କରିବି, କ’ଣ ନ କରିବି, ନା କରିବାକୁ ହିଁ ହେବ । ସେହି ଗୋଟିଏ ଦୃଢ ସଂକଳ୍ପ ହିଁ ଏତେ
ପିଲାଙ୍କର ଭବିଷ୍ୟତ ଗଢି ଦେଲା । ଏକା ବ୍ରହ୍ମାବାବା କେତେ ସାହସ ରଖି ଦେଖାଇଛନ୍ତି । ଅଧା ଭାଗ
ମିଳିଲା, ସେହିଥିରେ ଯଜ୍ଞ ରଚନା କରିଲେ । ଯଜ୍ଞ ପାଇଁ ବ୍ରାହ୍ମଣମାନଙ୍କୁ ରଚନା କରିଲେ କିନ୍ତୁ
ଏବେ ଦେଖ ଦେଶ ବିଦେଶର ଆତ୍ମାମାନେ ଆସି ପହଞ୍ଚିଗଲେ, ଏକା ବ୍ରହ୍ମାବାବାଙ୍କର ଦୃଢ ସଂକଳ୍ପ କାରଣରୁ
। ତେବେ ଦୃଢ ସଂକଳ୍ପ କ’ଣ ନ କରିପାରିବ । ଇଏ ତ ତୁମମାନଙ୍କ ପାଇଁ ଦୃଷ୍ଟାନ୍ତ ଅଟନ୍ତି । ସଂକଳ୍ପ
ମଧ୍ୟ କରୁଛ, ବହୁତ ଭଲ ଭଲ ସଂକଳ୍ପ ବାବାଙ୍କ ପାଖରେ ପହଞ୍ଚୁଛି କିନ୍ତୁ ସେଥିରେ ଦୃଢତା କମ୍ ରହୁଛି
। ଯଦି କୌଣସି କଥା ସମ୍ମୁଖକୁ ଆସିଗଲା ତେବେ ଦୃଢତା କମ୍ ହୋଇଯାଉଛି । ତେବେ ଦୃଢତା ହିଁ ସଫଳତାର
ଚାବିକାଠି ।
ଦେଖ ଦିଲ୍ଲୀର ପିଲାମାନେ ଦୃଢ ସଂକଳ୍ପ କରିଲେ, କରିବାକୁ ହିଁ ହେବ । ହୋଇଗଲା ନା, ଭାବିବୁ,
ଦେଖିବୁ, ଏଭଳି କରିନାହାଁନ୍ତି । ସମସ୍ତଙ୍କର ଦୃଢ ସଂକଳ୍ପ ଏବଂ ନିମିତ୍ତ ହୋଇଥିବା ପିଲାମାନଙ୍କର
ସହଯୋଗ ତଥା ଦୃଢ ସଂକଳ୍ପ ହିଁ ବାସ୍ତବିକ ସଫଳତାକୁ ପ୍ରାପ୍ତ କରାଇଛି । ଏଥିରେ ସମସ୍ତେ ହାତ
ଦେଇଛନ୍ତି ଏବଂ ଏକମତ ହୋଇଛନ୍ତି । ହଁ ନା, ହଁ ନା ନୁହେଁ, ଗୋଟିଏ ହିଁ ଦୃଢ ମତ ହେବା ଦ୍ୱାରା
ଦୃଢତା ଭିତରେ କେତେ ଶକ୍ତି ରହିଛି । ତେଣୁ ଯେଉଁ କର୍ମ ଆରମ୍ଭ କରୁଛ, ସେଥିରେ ପ୍ରଥମେ ଦୃଢ
ସଂକଳ୍ପର ମଞ୍ଜି ପୋତି ଦେଖିବା, ତା’ର ଫଳ ନିଶ୍ଚିତ ଫଳିବ । ଏହି ୭୫ ବର୍ଷ କିପରି ବିତିଲା,
ବ୍ରହ୍ମାବାବା ଏବଂ ପିଲାମାନଙ୍କର ସଂଗ ହିଁ ଦୃଢ ସଂକଳ୍ପ ଆଧାରରେ ୭୫ ବର୍ଷ ପୂରଣ କରିଲେ ।
ଉମଙ୍ଗ-ଉତ୍ସାହ ଆଧାରରେ ନିଜେ ଆଗକୁ ବଢିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢାଇଲେ । ତେବେ ଯାଇ
୭୫ ବର୍ଷ ପୂରା ହେଲା । ତେଣୁ ଏବେ ଏହି ସଂକଳ୍ପ କର ଯେ ଆଜି ମୋତେ ବ୍ୟର୍ଥ ସମୟ, ବ୍ୟର୍ଥ
ସଂକଳ୍ପକୁ ସମାପ୍ତ କରିବାକୁ ହିଁ ହେବ । ଯେତେବେଳେ ବ୍ୟର୍ଥ ସମାପ୍ତ ହୋଇଯିବ, ସେତେବେଳେ ସର୍ବଦା
ଶ୍ରେଷ୍ଠ ସଂକଳ୍ପର ସମ୍ପତ୍ତି କମାଲ କରିବ ।
ତେବେ ବାପଦାଦା ଡବଲ ବିଦେଶୀମାନଙ୍କୁ ଦେଖି ଖୁସି ଅଛନ୍ତି । ଏମାନେ ବୃଦ୍ଧି ମଧ୍ୟ କରୁଛନ୍ତି ଏବଂ
ଡବଲ ସେବା ପ୍ରତି ବହୁତ ଭଲ ଧ୍ୟାନ ଦେଉଛନ୍ତି । ବାପଦାଦା କେବଳ ଏତିକି ସଂକେତ ପୁଣି ବି ଦେଉଛନ୍ତି
ଯେ ପରସ୍ପର ଭିତରେ ସଂସ୍କାର ମିଳନର ରାସ କର । ଏକଥା ଭାବ ନାହିଁ ଯେ ସେଣ୍ଟର ତ ଭଲ ଚାଲିଛି, ସେବା
ତ ଭଲ ହେଉଛି, କିନ୍ତୁ ଯେହେତୁ ଗୋଟିଏ ପରିବାର ଅଟେ, ପ୍ରଭୁ ପରିବାର ଅଟେ, ଲୌକିକ ପରିବାର ନୁହେଁ
ପ୍ରଭୁ ପରିବାର । ପ୍ରଭୁ ପରିବାରର ଅର୍ଥ ହେଲା ପରସ୍ପର ପ୍ରତି ଶୁଭଭବାନା, କଲ୍ୟାଣର ଭାବନା ।
ପରସ୍ପର ପ୍ରତି ଏହି ସଂକଳ୍ପ ରହୁ ଯେ ଆମ ସମସ୍ତଙ୍କୁ ଏକାଠି ହୋଇ ପରସ୍ପରକୁ ଆଗକୁ ବଢାଇ ମୁକ୍ତିର
ଗେଟ୍ ଖୋଲି ସାଥୀ ହୋଇ ଯିବାକୁ ହିଁ ହେବ, ସେଥିପାଇଁ ପ୍ରତ୍ୟେକ ସେବାକେନ୍ଦ୍ରରେ ଏଭଳି
ବାୟୁମଣ୍ଡଳ ରହୁ ଯାହାକି ଜଣାପଡୁଥିବ ଯେ ଏମାନେ ୮ ନୁହଁନ୍ତି, ୧୦ ନୁହଁନ୍ତି, ୧୦ଟି ଯାକ ୧
ଅଟନ୍ତି । ତେଣୁ ଆସନ୍ତା ଦୀପାବଳୀରେ ସମସ୍ତେ ନିଜ ଭିତରେ ସଂକଳ୍ପ କର ଯେ ଏବେ ସଂସ୍କାର ମିଳନର
ରାସ କରିବାକୁ ହିଁ ହେବ । ଜଣେ ବି ଆତ୍ମା କେହି କାହାଠାରୁ ଦୂରେଇ ନ ରହୁ, ସମସ୍ତେ ଏକ ମନ ହୋଇ
ରୁହନ୍ତୁ । ତେବେ ଏହି ବର୍ଷ ଦୀପାବଳୀ ଉତ୍ସବରେ ସଂସ୍କାର ମିଳନର ରାସ କର । ମନ ଭିତରେ ଦୃଢ
ସଂକଳ୍ପ କର ଯେ କେହି ଜଣେ ବି ମୋ ପାଇଁ ଅଶାନ୍ତି ନ ହେଉ, ସମସ୍ତେ ହାଲୁକା ରୁହନ୍ତୁ । ଯଦି
ସଂସ୍କାର ନ ମିଶେ ତେବେ ଅଶାନ୍ତ ହୋଇଥାଆନ୍ତି । ତେଣୁ ବାବା ଭାବୁଛନ୍ତି ଯେ ଏହି ସଂକଳ୍ପ ଦ୍ୱାରା
ମୁକ୍ତିର ଫାଟକ ଖୋଲିବା ପାଇଁ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇଯିବ । ତେଣୁ ଚେକ୍ କର, କେହି ବି ମୋ
ଉପରେ ଅସନ୍ତୁଷ୍ଟ ନୁହଁନ୍ତି ତ, ଏବଂ ମୋ ପାଇଁ କାହାର ମଥା ଭାରୀ ନ ହେଉ । କ’ଣ ଏହା ହୋଇପାରିବ?
ହୋଇପାରିବ? ମୁଣ୍ଡ ହଲାଅ, ହୋଇପାରିବ? ଯଦି ହୋଇପାରିବ ତେବେ ହାତ ଉଠାଅ । ତେବେ ଏହି ଦୀପାବଳୀର
ଶୋଭା ବହୁତ ଭଲ ହୋଇଯିବ । ବାପଦାଦା ଡବଲ ବିଦେଶୀମାନଙ୍କୁ ପ୍ରତିଦିନ ଦିଲ୍ ଭିରେ ପ୍ରକଟ କରୁଛନ୍ତି,
କାହିଁକି ଜାଣିଛ? କାହିଁକି ପ୍ରକଟ କରୁଛନ୍ତି? କାହିଁକିନା ଡବଲ ବିଦେଶୀ ମାନେ ସାରା ବିଶ୍ୱରେ
ବାବାଙ୍କର ନାମ ବିଖ୍ୟାତ କରିବା ପାଇଁ ନିମିତ୍ତ ହୋଇଛନ୍ତି । ତେବେ କେଉଁ କଥା ପାଇଁ ନିମିତ୍ତ
ହୋଇଛନ୍ତି? ଯେବେକି ଏମାନେ ଭାରତବାସୀ ନୁହଁନ୍ତି, ବିଦେଶୀ ଅଟନ୍ତି, ଏମାନେ ଯଦି ନିଜର ଭାଗ୍ୟ ଗଢି
ପାରୁଛନ୍ତି, ତେବେ ଆମେ କାହିଁକି ବାକି ରହିବୁ! ଏହିଭଳି ପ୍ରେରଣା ଦିଲ୍ଲୀର ପ୍ରୋଗ୍ରାମରୁ ହିଁ
ଭାରତରେ ବହୁତ ଭଲ ପ୍ରସାର ହୋଇଯାଇଛି । ସେଥିପାଇଁ ବାପଦାଦା ସେବା ଉଦ୍ଦେଶ୍ୟରେ ତୁମମାନଙ୍କୁ
ପ୍ରକଟ କରୁଛନ୍ତି । ଏମାନେ ଭାରତକୁ ନିଦରୁ ଉଠାଇବେ, ଏବେ ବି ଉଠାଉଛନ୍ତି ଏବଂ ଆଗକୁ ମଧ୍ୟ ଏହିଭଳି
ଭି.ଆଇ.ପି. ମାନଙ୍କୁ ବାହାର କରିବେ ଯେଉଁମାନେ କି ଭାରତବାସୀଙ୍କୁ ଜାଗ୍ରତ କରିବେ । ସେମାନଙ୍କର
ଅନୁଭବ ଭାରତବାସୀଙ୍କୁ ଜାଗ୍ରତ କରିବ । ବାପଦାଦାଙ୍କର ମନେ ଅଛି ଆରମ୍ଭ ସମୟରେ ବହୁତ ଭି.ଆଇ.ପି.
ମାନଙ୍କୁ ନେଇ କରି ଆସୁଥିଲେ, କାର୍ଯ୍ୟକ୍ରମ କରୁଥିଲେ, ଏବେ ସେହିଭଳି ସେବା ହେଉ ନାହିଁ । ତେଣୁ
ଏଭଳି ଭି.ଆଇ.ପି. ମାନଙ୍କୁ ପ୍ରସ୍ତୁତ କର ଯେଉଁମାନେ କି ଷ୍ଟେଜ ଉପରେ ନିଜର ଅନୁଭବ ଶୁଣାଇବେ ।
ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକ କରୁଛ, ଅନୁଭବ ମଧ୍ୟ ଶୁଣାଇଛ କିନ୍ତୁ ଅଳ୍ପ ସମୟ ପାଇଁ ।
ତେଣୁ ଏବେ ଏଭଳି ପି.ଆଇ.ପି. ଙ୍କୁ ଆଣ ଯେଉଁମାନେ କି ଭାରତବାଲାଙ୍କର ଭାଗ୍ୟକୁ ଜାଗ୍ରତ କରିବେ ।
ଏବେ ବି ବିଦେଶୀମାନଙ୍କ ସହିତ ଭାରତର ଯେଉଁ ଏକାଠି ସେବା କରିଲ ତା’ର ମଧ୍ୟ ଭଲ ପ୍ରଭାବ ପଡିଲା ।
ଏବେ ମିଳିମିଶି ଏହିଭଳି ସେବାକୁ ବଢାଇଚାଲ । ଆଉ ଗୋଟିଏ ମୁଖ୍ୟ କଥା ହେଲା ସମସ୍ତେ ନିଜକୁ ଚାହେଁ
ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତି ଶୀଘ୍ର ଶୀଘ୍ର ଏଭଳି ସମ୍ପନ୍ନ କରିଦିଅ ଯାହାକି
ତୁମମାନଙ୍କର ସମ୍ପନ୍ନତା ମୁକ୍ତିର ଦ୍ୱାର ଖୋଲିଦେବ । ଆଚ୍ଛା!
ଚାରିଆଡର ସମ୍ମୁଖରେ ବସିଥିବା, ବା ଯେଉଁଠାରେ ବି ବସିଥାଆନ୍ତୁ ନା କାହିଁକି ସମସ୍ତଙ୍କର ଧ୍ୟାନ
ମଧୁବନ ଉପରେ ରହିଛି, ବାପଦାଦାଙ୍କୁ ଦେଖୁଛନ୍ତି, ଅଧିକାଂଶ ପିଲା ତ ଦେଖି ବି ପାରୁଛନ୍ତି ।
ବାପଦାଦା ମଧ୍ୟ ସବୁ ପିଲାଙ୍କୁ, ଚାରିଆଡର ପିଲାମାନଙ୍କୁ ସଦା ହର୍ଷିତ ରହୁଥିବା, ସଦା ଡବଲ
ପୁରୁଷାର୍ଥୀ ଅର୍ଥାତ୍ ସ୍ୱର ପୁରୁଷାର୍ଥରେ ମଧ୍ୟ ଏବଂ ସେବାର ପୁରୁଷାର୍ଥରେ ମଧ୍ୟ, ଏହିଭଳି ଡବଲ
ପୁରୁଷାର୍ଥୀ ଏବଂ ଡବଲ ନିଶ୍ଚୟ ଏବଂ ନିଶାରେ ରହୁଥିବା, ସର୍ବଦା ବାବାଙ୍କ ସଂଗରେ ହିଁ ରହୁଥିବା,
ସର୍ବଦା ପରସ୍ପର ଭିତରେ ମଧ୍ୟ କଲ୍ୟାଣ ଏବଂ ଶୁଭଭାବନାରେ ରହୁଥିବା, ସବୁ ପିଲାଙ୍କୁ ନାମ ସହିତ
ବାପଦାଦା ଦିଲ୍ର ୟାଦପ୍ୟାର ଦେଉଛନ୍ତି ।
କିନ୍ତୁ ଆଜି ଦିନଟି ବିତିଗଲା ପରେ ବ୍ୟର୍ଥ ସଂକଳ୍ପର ସମାପ୍ତିର ପ୍ରତିଜ୍ଞାକୁ ଭୁଲିଯିବ ନାହିଁ ।
ବାପଦାଦାଙ୍କ ପାଖରେ ରେକର୍ଡ ତ ସମସ୍ତଙ୍କର ପହଞ୍ଚିଯାଉଛି । ବାପଦାଦା ଦେଖିବେ ଯେ ତୀବ୍ର
ପୁରୁଷାର୍ଥୀ ପିଲାମାନେ କେତେ ଅଛନ୍ତି ଏବଂ ପରସ୍ପରକୁ ମଧ୍ୟ ଉମଙ୍ଗ ଉତ୍ସାହ ଦେଇ କେତେ ଆଗକୁ
ବଢାଉଛନ୍ତି । ଯଦି କେହି ଭୁଲ ବି କରୁଛି ତେବେ ବି ତା’ ପ୍ରତି ଯଦି ତୁମେ ମନ ଭିତରେ ସେହିଭଳି
ସଂକଳ୍ପ କରୁଛ, ଏଇଆ କରୁଛି, ସେଇଆ କରୁଛି, ସେଇଆ କରୁଛି.... ଏହାକୁ ମଧ୍ୟ ସମାପ୍ତ କର ।
ସେମାନଙ୍କୁ ମଧ୍ୟ ସହଯୋଗ ଦିଅ । ଶ୍ରେଷ୍ଠ ଭାବନା ଦିଅ । ଏହିଭଳି ସେବା କରି ସାରା ସଂଗଠନକୁ
ଶ୍ରେଷ୍ଠ ସଂକଳ୍ପ ବାଲା କରିବାକୁ ହିଁ ହେବ । କୌଣସି ବି ସେଣ୍ଟରରେ କେବେ ବି ପରସ୍ପର ପ୍ରତି
ଅନ୍ୟ କୌଣସି ଭାବନା ନ ରହୁ, ଶୁଭଭାବନା, ଶୁଭକାମନା ହିଁ ରହୁ । କ’ଣ ଠିକ୍ କଥା ନା! ଆଚ୍ଛା,
ବହୁତ ଭଲ । ଏବେ ସବୁ ପିଲାଙ୍କୁ ବାପଦାଦା ଅଭିନନ୍ଦନ ଦେବା ସହିତ ଦିଲ୍ର ୟାଦପ୍ୟାର ମଧ୍ୟ ଏକା
ସାଥୀରେ ଦେଉଛନ୍ତି । ଆଚ୍ଛା!
ବରଦାନ:-
ନିଷ୍କାମ ସେବା
ଦ୍ୱାରା ବିଶ୍ୱର ରାଜ୍ୟ ପ୍ରାପ୍ତ କରୁଥିବା ବିଶ୍ୱ କଲ୍ୟାଣୀ, ଦୟାଳୁ ଭବ ।
ଯେଉଁମାନେ ନିଷ୍କାମ
ସେବାଧାରୀ ଅଟନ୍ତି, ସେମାନଙ୍କୁ କେବେ ବି ଏହି ସଂକଳ୍ପ ଆସିପାରିବ ନାହିଁ ଯେ ମୁଁ ଏତେ ସେବା
କରୁଛି, ଏଥିପାଇଁ ମୋତେ କିଛି ମାନ୍-ଶାନ୍ ବା ମହିମା ମିଳିବା ଦରକାର.....। ଏହା ମଧ୍ୟ ନେବା
ହେଲା । ଦାତାଙ୍କର ସନ୍ତାନ ଯଦି ନେବାର ସଂକଳ୍ପ ମଧ୍ୟ କରୁଥିବେ ତେବେ ତାଙ୍କୁ ଦାତା କୁହାଯିବ
ନାହିଁ । ଏହିଭଳି ନେବାର ଭାବନା ଦେବାବାଲାଙ୍କୁ ଶୋଭା ପାଉ ନାହିଁ । ଯେତେବେଳେ ଏହି ସଂକଳ୍ପ
ସମାପ୍ତ ହୋଇଯିବ ସେତେବେଳେ ଯାଇ ବିଶ୍ୱ ମହରାଜାର ମର୍ଯ୍ୟାଦା ପ୍ରାପ୍ତ ହେବ । ଏହିଭଳି ନିଷ୍କାମ
ସେବାଧାରୀ, ବେହଦର ବୈରାଗୀ ହିଁ ବିଶ୍ୱ କଲ୍ୟାଣୀ, ଦୟାଳୁ ହୋଇଥାଆନ୍ତି ।
ସ୍ଲୋଗାନ:-
ନିଜର ଭୁଲ୍କୁ
ଅନ୍ୟ ଉପରେ ଲଗାଇବା ମଧ୍ୟ ପରଚିନ୍ତନ ଅଟେ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର । ସବୁଠାରୁ ବଡରୁ ବଡ ଦାନ ହେଲା - ଦାତାଙ୍କର ସନ୍ତାନ ହୋଇ
ସମସ୍ତଙ୍କୁ ସହଯୋଗ ଦେବା । ବିଗିଡି ଯାଇଥିବା କାର୍ଯ୍ୟକୁ, ବିଗିଡି ଯାଇଥିବା ସଂସ୍କାରକୁ, ବିଗିଡି
ଯାଇଥିବା ମୁଡ୍କୁ ଶୁଭଭାବନା ଦ୍ୱାରା ଠିକ୍ କରିବାରେ ସର୍ବଦା ସମସ୍ତଙ୍କର ସହଯୋଗୀ ହୁଅ । ଇଏ ତ
ଏଇଆ କହିଲା, ଏଇଆ କରିଲା, ଏସବୁ ଦେଖୁଥିଲେ, ଶୁଣୁଥିଲେ, ଜାଣୁଥିଲେ ମଧ୍ୟ ନିଜର ସହଯୋଗର ଷ୍ଟକ
ଦ୍ୱାରା ସେମାନଙ୍କୁ ପରିବର୍ତ୍ତନ କରି ଭରପୂର କରିଦେବା - ଏହା ସବୁଠାରୁ ବଡ ଦାନ ଅଟେ ।