07.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବର୍ତ୍ତମାନ ସମୟରେ ତୁମେମାନେ ବାବାଙ୍କ ସହିତ ସେବାରେ ସହଯୋଗୀ ହୋଇଛ, ସେଥିପାଇଁ ତୁମର ଗୁଣଗାନ ହେଉଛି କିନ୍ତୁ ପୂଜନ ନୁହେଁ, କାହିଁକି ନା ତୁମମାନଙ୍କର ଶରୀର ଅପବିତ୍ର ଅଟେ ।’’

ପ୍ରଶ୍ନ:-
କେଉଁ ନିଶା ତୁମମାନଙ୍କ ବୁଦ୍ଧିରେ ନିରନ୍ତର ରହିବା ଦରକାର?

ଉତ୍ତର:-
ଆମେ ସମସ୍ତେ ଶିବବାବାଙ୍କର ସନ୍ତାନ, ତାଙ୍କଠାରୁ ରାଜଯୋଗ ଶିକ୍ଷା କରି ସ୍ୱର୍ଗରେ ରାଜତ୍ୱ କରିବାର ସମ୍ପତ୍ତି ନେଉଛୁ, ଏହି ନିଶା ତୁମର ନିରନ୍ତର ରହିବା ଦରକାର । ଯଦି ବିଶ୍ୱର ମାଲିକ ହେବାର ଅଛି, ତେବେ ବହୁତ ସାବଧାନତାପୂର୍ବକ ନିଜେ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ । କେବେହେଲେ ବି ବାବାଙ୍କର ନିନ୍ଦା କରାଇବାର ନାହିଁ । କାହା ସହିତ ଲଢେଇ-ଝଗଡା ମଧ୍ୟ କରିବାର ନାହିଁ । ତୁମେମାନେ କଉଡିରୁ ହୀରା ତୁଲ୍ୟ ହେଉଛ, ତେଣୁ ଭଲ ଭାବରେ ଦୈବୀଗୁଣର ଧାରଣା କରିବାକୁ ହେବ ।

ଗୀତ:-
ଯୋ ପିୟା କେ ସାଥ ହେ...

ଓମ୍ ଶାନ୍ତି ।
ପିଲାମାନେ ବୁଝିଲେ, ଯିଏ ଶିବବାବାଙ୍କ ସାଥିରେ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ବାପଦାଦାଙ୍କ ସାଥିରେ ଅର୍ଥାତ୍ ବ୍ରହ୍ମାବାବାଙ୍କ ସାଥୀରେ ଅଛନ୍ତି । ଏବେ ତ ଦୁଇଜଣଯାକ ଏକାଠି ଅଛନ୍ତି ନା । ଏକଥା ଭଲ ଭାବରେ ବୁଝାଇ ଦିଆଯାଇଛି ଯେ - ପରମପିତା ପରମାତ୍ମା ଶିବ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କିପରି କରିବେ? ଏକଥା ତ ମନୁଷ୍ୟମାନେ ଜାଣି ନାହାଁନ୍ତି । ତୁମେ ସନ୍ତାନମାନେ ହିଁ ଜାଣିଛ, ତାଙ୍କର ନିଜର ଶରୀର ନାହିଁ । ଶ୍ରୀକୃଷ୍ଣଙ୍କର ତ ନିଜର ଶରୀର ଅଛି । ଏପରି ତ କୁହାଯାଇପାରିବ ନାହିଁ ଯେ, ପରମାତ୍ମା ଶ୍ରୀକୃଷ୍ଣଙ୍କ ଶରୀର ଦ୍ୱାରା... ନା । ଶ୍ରୀକୃଷ୍ଣ ତ ହେଉଛନ୍ତି ସତ୍ୟଯୁଗର ରାଜକୁମାର । ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛନ୍ତି, ତେଣୁ ନିଶ୍ଚିତ ଭାବରେ ତାଙ୍କୁ ବ୍ରହ୍ମାଙ୍କ ଶରୀରରେ ହିଁ ପ୍ରବେଶ କରିବାକୁ ପଡିବ । ଆଉ କୌଣସି ଉପାୟ ନାହିଁ । ଏଥିରେ ପ୍ରେରଣା ଆଦିର କୌଣସି କଥା ନାହିଁ । ବାବା ବ୍ରହ୍ମାଙ୍କ ଦ୍ୱାରା ସବୁ କିଛି ବୁଝାଇ ଦେଉଛନ୍ତି । ବିଜୟମାଳା ଯାହାକୁ ରୁଦ୍ରମାଳା ବୋଲି କୁହାଯାଏ, ଯାହାକୁ ମନୁଷ୍ୟମାନେ ପୂଜା କରନ୍ତି, ସ୍ମରଣ କରୁଛନ୍ତି । ତୁମେ ସନ୍ତାନମାନେ ଜାଣିଛ ଯେ, ଏହି ରୁଦ୍ରମାଳାକୁ କେବଳ ସ୍ମରଣ କରାଯାଉଛି । ବ୍ରହ୍ମା ସରସ୍ୱତୀଙ୍କୁ ତ ମେରୁ କୁହାଯାଉଛି । ବାକି ରହିଲା ପିଲାମାନଙ୍କର ମାଳା । ବିଷ୍ଣୁଙ୍କର ତ ଗୋଟିଏ ମାଳା ରହିଛି, ଯାହାକୁ ପୂଜା କରାଯାଇପାରିବ । ବର୍ତ୍ତମାନ ତୁମେମାନେ ପୁରୁଷାର୍ଥୀ ଅଟେ । ଅନ୍ତିମ ସମୟରେ ତୁମକୁ ସ୍ମରଣ କରିବେ । ଆତ୍ମାମାନଙ୍କର ମାଳା ନା ଜୀବ ଆତ୍ମାମାନଙ୍କର ମାଳା? ପ୍ରଶ୍ନ ଉଠିବ ନା । ବିଷ୍ଣୁଙ୍କର ମାଳାକୁ ତ ଚୈତନ୍ୟ ଜୀବ ଆତ୍ମାମାନଙ୍କର ମାଳା କୁହାଯିବ । ଲକ୍ଷ୍ମୀ-ନାରାୟଣଙ୍କୁ ପୂଜା କରାଯାଇଥାଏ, କାରଣ ତାଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର । ରୁଦ୍ରମାଳା ଯାହାକି କେବଳ ଆତ୍ମାମାନଙ୍କର ମାଳା ଅଟେ, କାହିଁକି ନା ଶରୀର ତ ଅପବିତ୍ର ଅଟେ । ତାଙ୍କୁ ତ ପୂଜା କରାଯାଇ ପାରିବ ନାହିଁ । ଆତ୍ମାର କିପରି ପୂଜା କରାଯିବ? ତୁମେ କହୁଛ ରୁଦ୍ରମାଳାର ପୂଜା କରାଯାଇଥାଏ । କିନ୍ତୁ ନାଁ, ତା’ର ପୂଜା କରାଯାଏ ନାହିଁ । ତାକୁ ସ୍ମରଣ କରିବାର ମାଳା ବା ଜପାମାଳୀ କୁହାଯାଏ । ସେଥିରେ ଯେଉଁ ଦାନା ଗୁଡିକ ବି ରହିଛି, ସେଗୁଡିକ ତୁମ ବ୍ରାହ୍ମଣମାନଙ୍କର ହିଁ ସ୍ମାରକୀ ଅଟେ । ଯେତେବେଳେ ଶରୀରରେ ଥାଏ । ଦାନ ତ ବ୍ରାହ୍ମଣ ମାନଙ୍କର । ଏକଥା ତ କାହାକୁ ଜଣା ନାହିଁ ଯେ, ସେମାନେ କାହାକୁ ସ୍ମରଣ କରନ୍ତି । ଏମାନେ ହେଲେ ବ୍ରାହ୍ମଣ ଯେଉଁମାନେ ଭାରତର ସେବା କରୁଛନ୍ତି । ଯାହାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି । ଜଗତଅମ୍ବା ଏବଂ ବହୁତ ଦେବୀ ଆଦି ଅଛନ୍ତି, ତାଙ୍କୁ ସ୍ମରଣ କରିବା ଉଚିତ୍‌? ଲକ୍ଷ୍ମୀ-ନାରାୟଣ ପୂଜନ ଯୋଗ୍ୟ ହେଉଛନ୍ତି, ତୁମେ ନୁହଁ, କାହିଁକି ନା ତୁମର ଶରୀର ପତିତ । ଆତ୍ମା ପବିତ୍ର ହେଲେ ମଧ୍ୟ ତୁମର ପୂଜା ହୋଇପାରିବ ନାହିଁ, କେବଳ ସ୍ମରଣ କରାଯାଇ ପାରିବ । ଯଦି ତୁମକୁ କେହି ବି କିଛି ପଚାରୁଛନ୍ତି, ସେଥିପାଇଁ ତୁମେ ନିଜେ ବୁଝିଥିବା ଦରକାର । ତୁମେମାନେ ବ୍ରାହ୍ମଣୀ ଅଟ । ତୁମର ସ୍ମୃତିଚିହ୍ନ ଦେବୀମାନଙ୍କ ରୂପରେ ରହିଛି । ତୁମେ ଶ୍ରୀମତ ଅନୁସାରେ ନିଜେ ପାବନ ହେଉଛ ତେଣୁ ଏହି ମାଳା ପ୍ରଥମେ ବ୍ରାହ୍ମଣମାନଙ୍କର ବୋଲି ବୁଝିବାକୁ ହେବ, ପରେ ଦେବତାମାନଙ୍କର । ବିଚାର ସାଗର ମନ୍ଥନ କରିବା ଦ୍ୱାରା ଫଳାଫଳ ବାହାରିବ । ଯେତେବେଳେ ଆତ୍ମାମାନେ ଶାଳଗ୍ରାମ ରୂପରେ ଥାଆନ୍ତି, ସେତେବେଳେ ପୂଜା କରାଯାଇଥାଏ । ଶିବଙ୍କ ସହିତ ଶାଳଗ୍ରାମ ମାନଙ୍କର ମଧ୍ୟ ପୂଜା ହୁଏ କାରଣ ଆତ୍ମା ପବିତ୍ର, ଶରୀର ନୁହେଁ । ତୁମମାନଙ୍କୁ କେବଳ ସ୍ମରଣ କରୁଛନ୍ତି, କାହିଁକି? କାରଣ ତୁମେମାନେ ଶରୀର ସହିତ ସେବା କରୁଛ । ତୁମର ପୂଜା ହୋଇପାରିବ ନାହିଁ, ପୁଣି ଯେତେବେଳେ ଏହି ଶରୀରକୁ ତ୍ୟାଗ କରିଦେଉଛ, ସେତେବେଳେ ତୁମର ମଧ୍ୟ ଶିବଙ୍କ ସହିତ ପୂଜା କରାଯାଉଛି । ଏସବୁ ବିଷୟରେ ବିଚାର କରାଯାଉଛି ନା । ତୁମେ ବର୍ତ୍ତମାନ ବ୍ରାହ୍ମଣ ଅଟ । ଶିବବାବା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, ତେଣୁ ବ୍ରହ୍ମା ମଧ୍ୟ ସାକାରରେ ଅଛନ୍ତି । ତୁମେମାନେ କେତେ ମେହନତ କରୁଛ । ଏହି ମାଳା ଯେପରି ତୁମ ସାକାର ମନୁଷ୍ୟମାନଙ୍କର ଅର୍ଥାତ୍ ବ୍ରହ୍ମା ସରସ୍ୱତୀ ସହିତ ତୁମେ ସବୁ ଜ୍ଞାନ ଗଙ୍ଗାମାନଙ୍କର ହିଁ ସ୍ମାରକୀ ଅଟେ । ଏହି ରୁଦ୍ର ଯଜ୍ଞ ରଚନା କରି ତୁମେ ଭାରତକୁ ସ୍ୱର୍ଗ କରୁଛ । ଯେଉଁମାନଙ୍କୁ ପୂଜା କରୁଛନ୍ତି ସେଥିରେ କେବଳ ଶିବ ଏବଂ ଶାଳଗ୍ରାମମାନେ ଅଛନ୍ତି । ସେଥିରେ ବ୍ରହ୍ମା ସରସ୍ୱତୀଙ୍କର ଅଥବା ତୁମ ସନ୍ତାନମାନଙ୍କର ନାମ ନାହିଁ । ଏଠାରେ ତ ସମସ୍ତଙ୍କର ନାମ ରହିଛି । ତୁମମାନଙ୍କୁ ସ୍ମରଣ କରୁଛନ୍ତି । କେଉଁମାନେ ଜ୍ଞାନ ଗଙ୍ଗା ଥିଲେ । ସେ ତ ହେଉଛନ୍ତି ଜ୍ଞାନର ସାଗର । ଇଏ ହେଉଛନ୍ତି ବ୍ରହ୍ମପୁତ୍ର, ବଡ ନଦୀ । ଏହି ବ୍ରହ୍ମା ମାତା ମଧ୍ୟ ଅଟନ୍ତି । ସାଗର ତ କେବଳ ଜଣେ, ବାକି ଗଙ୍ଗାମାନେ ତ ଭିନ୍ନ-ଭିନ୍ନ ପ୍ରକାରର ହୋଇଥା’ନ୍ତି । କ୍ରମାନୁସାରେ ଯାହାଙ୍କ ପାଖରେ ଭଲ ଜ୍ଞାନ ରହିଛି, ତାଙ୍କୁ ସରୋବର କୁହାଯାଏ । ଯାହାର ମହିମା ମଧ୍ୟ ରହିଛି । କହନ୍ତି ମାନ ସରୋବରରେ ସ୍ନାନ କରିଲେ ପରୀ ହୋଇ ଯାଆନ୍ତି । ତେଣୁ ତୁମର ମାଳା ସ୍ମରଣ କରାଯାଉଛି । ସିମିରଣି ବୋଲି କହିଥା’ନ୍ତି ନା । କହନ୍ତି ସ୍ମରଣ କର, ସେମାନେ ତ କେବଳ ରାମ-ରାମ କହିଥା’ନ୍ତି । କିନ୍ତୁ ତୁମେ ତ ଜାଣିଛ ସ୍ମରଣ କାହାକୁ କରାଯିବ? ଯେଉଁମାନେ ଅଧିକ ସେବା କରିଥା’ନ୍ତି । ପ୍ରଥମେ ତ ବାବା ହେଲେ ଫୁଲ, ପୁଣି ମେରୁ ଦାନା, ଯିଏକି ବହୁତ ମେହନତ କରିଥା’ନ୍ତି ପୁଣି ସେହି ରୁଦ୍ର ମାଳା ହିଁ ବିଷ୍ଣୁଙ୍କର ମାଳା ହୋଇଥାଏ । ତୁମମାନଙ୍କର କେବଳ ଆତ୍ମାର ପୂଜା କରାଯାଉଛି । ତୁମେ ଏବେ ସ୍ମରଣ ଯୋଗ୍ୟ ହୋଇଛ । ତୁମକୁ ହିଁ ସ୍ମରଣ କରାଯାଉଛି । ବାକି ପୂଜା ହୋଇପାରିବ ନାହିଁ କାରଣ ଆତ୍ମା ପବିତ୍ର, କିନ୍ତୁ ଶରୀର ଅପବିତ୍ର ଅଟେ । ଅପବିତ୍ର ଜିନିଷର କେବେ ପୂଜା କରାଯାଇ ନ ଥାଏ । ତୁମେମାନେ ଯେତେବେଳେ ରୁଦ୍ରମାଳା ହେବାର ଯୋଗ୍ୟ ହୋଇଯାଉଛ, ପରେ ପୁଣି ଅନ୍ତିମ ସମୟରେ ତୁମେମାନେ ଶୁଦ୍ଧ ହୋଇଯାଉଛ । ତୁମକୁ ସାକ୍ଷାତ୍‌କାର ହେବ ଯେ କିଏ-କିଏ ସମ୍ମାନର ସହିତ ପାସ୍ ହେଉଛନ୍ତି । ସେବା କରିବା ଦ୍ୱାରା ତୁମର ନାମ ବିଖ୍ୟାତ ହୋଇଥାଏ । ଜଣାପଡିଯାଏ - ବିଜୟ ମାଳାରେ କିଏ-କିଏ କ୍ରମାନ୍ୱୟରେ ଆସିବେ! ଏହା ବହୁତ ଗୁହ୍ୟ କଥା ।

ମନୁଷ୍ୟ ତ କେବଳ ରାମ-ରାମ କହିଥା’ନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କୁ ସ୍ମରଣ କରିଥା’ନ୍ତି । ମାଳା କାହାର ହେବ? ଭଗବାନ ତ କେବଳ ଜଣେ । ବାକି ଯେଉଁମାନେ ପାଖରେ ବସିଛନ୍ତି ତାଙ୍କର ମାଳା ତିଆରି ହେଉଥିବ । ଏହି ମାଳାକୁ ଏବେ କେବଳ ତୁମେମାନେ ହିଁ ବୁଝିପାରୁଛ । ଯଦି ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀମାନେ ହିଁ ବୁଝି ପାରୁ ନ ଥିଲେ ତେବେ ଅନ୍ୟମାନେ କିପରି ବୁଝିବେ । ସମସ୍ତଙ୍କୁ ତ ପତିତରୁ ପାବନ ଏକମାତ୍ର ବାବା ହିଁ କରିବେ । ଖ୍ରୀଷ୍ଟଙ୍କ ପାଇଁ ଏପରି କୁହାଯିବ ନାହିଁ ଯେ, ସେ ପତିତମାନଙ୍କୁ ପାବନ କରିଥା’ନ୍ତି । ତାଙ୍କୁ ମଧ୍ୟ ଜନ୍ମ-ମରଣରେ ଆସି ତଳକୁ ଖସିବାକୁ ହିଁ ପଡିବ । ବାସ୍ତବରେ ତାଙ୍କୁ ଗୁରୁ ମଧ୍ୟ କୁହାଯିବ ନାହିଁ କାହିଁକି ନା ସମସ୍ତଙ୍କର ସଦ୍‌ଗତି ଦାତା ହେଉଛନ୍ତି ଏକମାତ୍ର ବାବା । ତାହା ତ ଯେତେବେଳେ ଅନ୍ତିମ ସମୟ ଆସିବ, ବୃକ୍ଷର ଅବସ୍ଥା ଜୀର୍ଣ୍ଣଶୀର୍ଣ୍ଣ ହୋଇଯିବ ସେତେବେଳେ ବାବା ଆସି ସମସ୍ତଙ୍କୁ ସଦ୍‌ଗତି ଦେବେ । ଧର୍ମର ସ୍ଥାପନା କରିବା ପାଇଁ ଆତ୍ମାମାନେ ଉପରୁ ଆସିଥା’ନ୍ତି । ତାଙ୍କୁ ତ ଜନ୍ମ-ମରଣରେ ଆସିବାକୁ ହିଁ ପଡିବ । କିନ୍ତୁ ସତଗୁରୁ କେବଳ ଜଣେ । ସେ ହିଁ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । କୌଣସି ମନୁଷ୍ୟ ସଚ୍ଚା ସତ୍‌ଗୁରୁ ହୋଇପାରିବେ ନାହିଁ । ସେମାନେ ତ କେବଳ ଧର୍ମ ସ୍ଥାପନ କରିବାକୁ ଆସିଥା’ନ୍ତି, ତାଙ୍କ ପଛରେ ସମସ୍ତେ ପାର୍ଟ କରିବା ପାଇଁ ଆସିବାରେ ଲାଗିଥା’ନ୍ତି । ଯେତେବେଳେ ସମସ୍ତଙ୍କର ତମୋପ୍ରଧାନ ଅବସ୍ଥା ଆସିଯାଏ, ସେତେବେଳେ ମୁଁ ଆସି ସମସ୍ତଙ୍କର ସଦ୍‌ଗତି କରିଥାଏ । ସମସ୍ତେ ଘରକୁ ଫେରି ଯିବେ ପୁଣି ନୂଆ ରୂପରେ ଚକ୍ର ଆରମ୍ଭ ହେବ । ତୁମେମାନେ ଏବେ ରାଜଯୋଗ ଶିଖୁଛ । ଯେଉଁମାନେ ଏବେ ରାଜଯୋଗ ଶିଖୁଛନ୍ତି ସେହିମାନେ ହିଁ ରାଜତ୍ୱ ପ୍ରାପ୍ତ କରିବେ ପୁଣି ସେମାନେ ରାଜା ହୁଅନ୍ତୁ ଅଥବା ପ୍ରଜା । ପ୍ରଜା ତ ଢେର ହେବେ । ରାଜା ପଦ ପାଇବାରେ ପରିଶ୍ରମ ରହିଛି । ଶେଷ ସମୟରେ ସବୁକିଛି ଜଣାପଡିଯିବ, କେଉଁମାନେ ବିଜୟ ମାଳାରେ ଗୁନ୍ଥା ହେବେ । ଅପାଠୁଆମାନେ ପାଠୁଆଙ୍କର ବୋଝ ବୋହିବେ । ସେମାନେ ସତ୍ୟଯୁଗକୁ ତ ଯିବେ କିନ୍ତୁ ତାଙ୍କୁ ଚାକର ବାକର ହେବାକୁ ପଡିବ । ଏକଥା ସମସ୍ତଙ୍କୁ ଜଣା ପଡିଯିବ । ଯେପରି ପରୀକ୍ଷା ସମୟରେ ସମସ୍ତଙ୍କୁ ଜଣାପଡିଯାଏ ଯେ, କିଏ-କିଏ ପାସ୍ ହେବେ । ଯଦି ପାଠପଢା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ତେବେ ଫେଲ୍ ହୋଇଯା’ନ୍ତି । ସେହିପରି ତୁମର ମଧ୍ୟ ଏହା ବେହଦର ପାଠପଢା ଅଟେ । ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତ ଗୋଟିଏ, ଯେଉଁଠି ପାଠପଢି ମନୁଷ୍ୟରୁ ଦେବତା ହୁଅନ୍ତି କିନ୍ତୁ ଏଥିରେ ମଧ୍ୟ କ୍ରମାନ୍ୱୟରେ ପାସ୍ ହୋଇଥା’ନ୍ତି । ପାଠପଢା ତ କେବଳ ଏକ ରାଜଯୋଗର ହିଁ ରହିଛି । ରାଜପଦ ପାଇବା ପାଇଁ ମେହନତ କରିବାକୁ ପଡିବ ଏବଂ ସେବା ମଧ୍ୟ କରିବାକୁ ହେବ । ଯେଉଁମାନେ ରାଜା ହେବେ ସେମାନଙ୍କୁ ପୁଣି ନିଜର ପ୍ରଜା ମଧ୍ୟ ତିଆରି କରିବାକୁ ପଡିବ । ଭଲ-ଭଲ କନ୍ୟାମାନେ ବଡ-ବଡ ସେଣ୍ଟରର ଦାୟିତ୍ୱ ନେଉଛନ୍ତି, ବହୁତ ପ୍ରଜା ତିଆରି କରୁଛନ୍ତି । ବାବା ମଧ୍ୟ କହୁଛନ୍ତି ବଡ ବଗିଚା ତିଆରି କର, ତେବେ ବାବା ମଧ୍ୟ ଆସି ଦେଖିବେ । ଏବେ ତ ବହୁତ ଛୋଟ ଅଛି । ବମ୍ବେରେ ତ ଲକ୍ଷ ଲକ୍ଷ ହୋଇଯିବେ । ସାରା ରାଜବଂଶ ତ ସୂର୍ଯ୍ୟବଂଶୀ ହୋଇଯିବେ, ତେଣୁ ବହୁତ ହୋଇଯିବେ । ଯେଉଁମାନେ ମେହନତ କରୁଛନ୍ତି ସେମାନେ ରାଜା ହେବେ ବାକି ତ ପ୍ରଜା ହୋଇଯିବେ । ଗାୟନ ମଧ୍ୟ କରାଯାଏ ଯେ ହେ ପ୍ରଭୁ, ତୁମର ସଦ୍‌ଗତିର ଲୀଳା । ତୁମେ କହୁଛ ବାଃ ବାବା! ଆପଣଙ୍କର ଗତି ମତି.... ସମସ୍ତଙ୍କର ସଦ୍‌ଗତି କରିବାର ଶ୍ରୀମତ ଏହା ସବୁଠାରୁ ନଥାଏ । ବାବା ସାଥିରେ ନେଇଯାଉଛନ୍ତି, ଏଠାରେ କାହାକୁ ହେଲେ ଛାଡିକରି ଯିବେ ନାହିଁ । ନିରାକାରୀ, ଆକାରୀ, ସାକାରୀ ଲୋକକୁ ମଧ୍ୟ କେହି ଜାଣି ନାହାଁନ୍ତି । କେବଳ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିବା ତାହା ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ନୁହେଁ । ପ୍ରଥମେ ତ ବ୍ରହ୍ମଲୋକକୁ ଜାଣିବାକୁ ପଡିବ । ଯେଉଁଠି ଆମେ ଆତ୍ମାମାନେ ରହିଥାଉ । ତୁମେମାନେ ସାରା ସୃଷ୍ଟିଚକ୍ରର ଜ୍ଞାନକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହେଉଛ । ଏସବୁ କେତେ ବୁଝିବାର କଥା ଅଟେ । ସେମାନେ ତ କହିଦେଉଛନ୍ତି ଶିବ ନାମ ରୂପରୁ ଅଲଗା ଅଟନ୍ତି । ତାଙ୍କର ଚିତ୍ର ମଧ୍ୟ ରହିଛି ତଥାପି କହିଦେଉଛନ୍ତି ନାମ ରୂପରୁ ଅଲଗା । ପୁଣି କହିଦେଉଛନ୍ତି ସର୍ବବ୍ୟାପୀ । ଜଣେ ଏମ.ପି. କହିଥିଲେ ଯେ ମୁଁ ଏହା ମାନିବି ନାହିଁ ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି । ମନୁଷ୍ୟ ପରସ୍ପରକୁ ମାଡ ମାରୁଛନ୍ତି, କ’ଣ ଏହା ଈଶ୍ୱରଙ୍କର କାମ? ଆଗକୁ ଗଲେ ଏହି କଥାକୁ ସମସ୍ତେ ବୁଝିବେ । ଯେତେବେଳେ କି ତୁମର ବୃଦ୍ଧି ମଧ୍ୟ ହେବ । ବାବା ରାତ୍ରିରେ ମଧ୍ୟ ବୁଝାଇଥିଲେ ଯେ, ଯେଉଁମାନେ ନିଜକୁ ହୁସିଆର ଭାବୁଛନ୍ତି ସେମାନେ ଏହିଭଳି ପତ୍ର ଲେଖନ୍ତୁ । ପୂରା ଜ୍ଞାନ କ’ଣ, ତାଙ୍କୁ ବୁଝାଇବା ଦରକାର । ତୁମେମାନେ ସେମାନଙ୍କୁ ଲେଖିପାରିବ ଯେ, ଆମେ ସମ୍ପୂର୍ଣ୍ଣ ଜ୍ଞାନ ଦେଇପାରିବୁ । ବ୍ରହ୍ମଲୋକର ଜ୍ଞାନ ମଧ୍ୟ ଦେଇପାରିବୁ । ନିରାକାର ବାବାଙ୍କର ପରିଚୟ ମଧ୍ୟ ଦେଇପାରିବୁ, ପୁଣି ପ୍ରଜାପିତା ବ୍ରହ୍ମା ଏବଂ ତାଙ୍କର ବ୍ରାହ୍ମଣ ଧର୍ମ ବିଷୟରେ ମଧ୍ୟ ବୁଝାଇପାରିବୁ । ଲକ୍ଷ୍ମୀ-ନାରାୟଣ ଏବଂ ରାମ-ସୀତାଙ୍କର ରାଜତ୍ୱ କିପରି ଚାଲୁଛି, ପୁଣି ତାଙ୍କଠାରୁ ରାଜତ୍ୱ କିଏ ଛଡାଇ ନେଉଛି, ସେହି ସ୍ୱର୍ଗ କେଉଁ ଆଡେ ଗଲା । ଯେପରି କୁହାଯାଏ ନର୍କ କୁଆଡେ ଗଲା? ସମାପ୍ତ ହୋଇଗଲା । ସେହିପରି ସ୍ୱର୍ଗ ମଧ୍ୟ ସମାପ୍ତ ହୋଇଯିବ । ସେ ସମୟରେ ମଧ୍ୟ ଭୂମିକମ୍ପ ଆଦି ହୋଇଥାଏ । ସେହି ହୀରାନୀଳାର ମହଲ ଆଦି ଏପରି ଚାଲିଗଲା ଯେ କେହି ବି ବାହାର କରିପାରିଲେ ନାହିଁ । ସୁନା ହୀରା ନୀଳାର ମହଲ କେବେହେଲେ ତଳୁ ବାହାରି ନାହିଁ । ସୋମନାଥ ମନ୍ଦିର ଆଦି ତ ପରେ ନିର୍ମାଣ ହୋଇଛି, ତାହାଠାରୁ ତ ଦେବୀ-ଦେବତାଙ୍କର ଘର ଉଚ୍ଚ ହେବ । ଲକ୍ଷ୍ମୀ-ନାରାୟଣଙ୍କ ଘର କିପରି ହୋଇଥିବ? ସେ ସବୁ ସମ୍ପତ୍ତି କୁଆଡେ ଗଲା? ଏଭଳି ଅନେକ ପ୍ରକାରର କଥା ଶୁଣିଲେ ବିଦ୍ୱାନମାନେ ଆଶ୍ଚର୍ଯ୍ୟ ହେବେ, କହିବେ ଏମାନଙ୍କର ଜବରଦସ୍ତ ଜ୍ଞାନ ଅଟେ । ମନୁଷ୍ୟମାନେ ତ କିଛି ବି ନ ଜାଣି ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ଏହି ସବୁ କଥା ନିଜେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଇବା ଦରକାର ।

ତୁମକୁ ଧନ ମିଳୁଛି ତେଣୁ ଦାନ କରିବାକୁ ହେବ । ବାବା ତୁମମାନଙ୍କୁ ଜ୍ଞାନ ଦେଇ ଚାଲିଛନ୍ତି ତେଣୁ ତୁମେ ମଧ୍ୟ ଅନ୍ୟକୁ ଦେଇଚାଲ । ଏହା ଅଖୁଟ ସମ୍ପତ୍ତି, କିନ୍ତୁ ସବୁର ଆଧାର ଧାରଣା ଉପରେ ରହୁଛି । ଯେତେ ଧାରଣା କରିବ ସେତେ ଉଚ୍ଚ ପଦ ପାଇବ । ବିଚାର କର, କେଉଁଠି କଉଡି, କେଉଁଠି ହୀରା । ହୀରାର ମୂଲ୍ୟ ସବୁଠାରୁ ଅଧିକ । କଉଡିର ମୂଲ୍ୟ ସବୁଠାରୁ କମ୍ । ଏବେ ତୁମେ କଉଡିରୁ ହୀରା ହେଉଛ । ଏକଥା କେବେ କାହାର ସ୍ୱପ୍ନରେ ମଧ୍ୟ ଆସି ନ ଥିବ । କେବଳ ଏତିକି ବୁଝିବେ ଯେ, ବାସ୍ତବରେ ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଯେଉଁମାନେ ଆସିକରି ଯାଇଛନ୍ତି । ବାକି ଏହି ରାଜ୍ୟ କେବେ କିଏ ଦେଲେ, ଏକଥା କିଛି ଜାଣି ନାହାଁନ୍ତି । ରାଜତ୍ୱ କିଏ ଦେଇଥିଲେ? ଏ ବିଷୟରେ ତ କିଛି ବି ଜ୍ଞାନ ନାହିଁ । ରାଜଯୋଗ ଦ୍ୱାରା ସ୍ୱର୍ଗର ରାଜତ୍ୱ ମିଳୁଛି । ଏହା କେତେ ବିଚିତ୍ର କଥା ନା । ତେବେ ଭଲ ଭାବରେ ପିଲାମାନଙ୍କ ବୁଦ୍ଧିରେ ନିଶା ରହିବା ଉଚିତ୍ । କିନ୍ତୁ ମାୟା ସେହି ସ୍ଥାୟୀ ନିଶା ରହିବାକୁ ଦେଉନାହିଁ । ଆମେ ଶିବବାବାଙ୍କର ସନ୍ତାନ । ଏହି ଜ୍ଞାନକୁ ଜାଣି ଆମେ ବିଶ୍ୱର ମାଲିକ ହେବୁ । ଏ କଥା କ’ଣ କାହାର ବୁଦ୍ଧିରେ ଆସୁଥିବ! ତେଣୁ ବାବା ବୁଝାଉଛନ୍ତି, ପିଲାମାନଙ୍କୁ କେତେ ମେହନତ କରିବାକୁ ପଡିବ । କୁହାଯାଏ, ଗୁରୁଙ୍କର ନିନ୍ଦୁକ କେଉଁଠି ସ୍ଥାନ ପାଇପାରିବେ ନାହିଁ । ଏହା ବର୍ତ୍ତମାନର କଥା । ସେମାନଙ୍କର ତ କୌଣସି ଲକ୍ଷ୍ୟ ହିଁ ନାହିଁ । ତୁମର ତ ଲକ୍ଷ୍ୟ ରହିଛି । ବାବା, ଏକା ଧାରରେ ପିତା, ଶିକ୍ଷକ, ଗୁରୁ ଅଟନ୍ତି । ତୁମେମାନେ ଜାଣିଛ ଏହି ପାଠପଢା ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ । ତେଣୁ କେତେ ସାବଧାନତାପୂର୍ବକ ପଢିବାକୁ ହେବ ଏବଂ ପଢାଇବାକୁ ହେବ । ଏପରି କୌଣସି କଥା ନ ହେଉ ଯାହା ଦ୍ୱାରା ବାବାଙ୍କର ନିନ୍ଦା ହୋଇଯିବ । କାହା ସହିତ ଲଢେଇ ଝଗଡା କରିବାର ନାହିଁ । ସମସ୍ତଙ୍କ ସହିତ ମିଠା କଥା ହେବା ଉଚିତ୍ । ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ । ବାବା କହୁଛନ୍ତି, ଦାନ ଦେଲେ ଗ୍ରହଣ ଛାଡିଯିବ । ନମ୍ବରୱାନ ଦାନ ହେଉଛି ଦେହ-ଅଭିମାନର । ବର୍ତ୍ତମାନ ତ ତୁମେ ଆତ୍ମ-ଅଭିମାନୀ ହୋଇଛ ଏବଂ ପରମାତ୍ମା-ଅଭିମାନୀ ମଧ୍ୟ ହେଉଛ । ଏହା ତୁମର ବହୁତ ଅମୂଲ୍ୟ ଜୀବନ । ବାବା କହୁଛନ୍ତି କଳ୍ପ-କଳ୍ପ ମୁଁ ତୁମକୁ ଏହିପରି ପାଠ ପଢାଇବାକୁ ଆସୁଛି ପୁଣି ତୁମେ ଭୁଲିଯାଉଛ, ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ, ଜ୍ଞାନରତ୍ନ ଧାରଣ କରୁଥିବା ଏବଂ ସେବାଧାରୀ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସମସ୍ତଙ୍କୁ ମିଠା କଥା କହିବାକୁ ହେବ । ଏପରି କୌଣସି କଥା କହିବାର ନାହିଁ, ଯାହା ଦ୍ୱାରା ବାବାଙ୍କର ନିନ୍ଦା ହେବ । ଦେହ-ଅଭିମାନକୁ ଦାନ ଦେଇ ଆତ୍ମ-ଅଭିମାନୀ ଏବଂ ପରମାତ୍ମା-ଅଭିମାନୀ ହେବାକୁ ପଡିବ ।

(୨) ନିଜକୁ ମିଳୁଥିବା ଜ୍ଞାନ ଧନକୁ ଦାନ କରିବାକୁ ହେବ, ପାଠପଢା ଦ୍ୱାରା ରାଜତ୍ୱ ମିଳୁଛି ତେଣୁ ସର୍ବଦା ଏହି ନିଶାରେ ସ୍ଥାୟୀ ଭାବରେ ରହିବାକୁ ହେବ । ବହୁତ ଧ୍ୟାନପୂର୍ବକ ପାଠପଢିବାକୁ ହେବ ।

ବରଦାନ:-
ସାକ୍ଷୀପଣିଆର ଆସନ ଦ୍ୱାରା ପରେଶାନୀ ଅର୍ଥାତ୍ ବ୍ୟତିବ୍ୟସ୍ତ ଶବ୍ଦକୁ ସମାପ୍ତ କରୁଥିବା ମାଷ୍ଟର ତ୍ରିକାଳଦର୍ଶୀ ଭବ ।

ଏହି ସୃଷ୍ଟି ନାଟକରେ ଯାହା ସବୁ ଘଟୁଛି ସେଥିରେ କଲ୍ୟାଣ ଭରି ରହିଛି, ତେଣୁ କାହିଁକି, କ’ଣର ପ୍ରଶ୍ନ ବୁଦ୍ଧିମାନ ବ୍ୟକ୍ତିଙ୍କ ମନରେ ଉଠିପାରିବ ନାହିଁ । ଏଥିରେ କ୍ଷତି ଭିତରେ ମଧ୍ୟ କଲ୍ୟାଣ ଭରି ରହିଛି । ଯଦି ବାବାଙ୍କର ସଂଗ ଏବଂ ହାତରେ ହାତ ରହିଥିବ ତେବେ ଅକଲ୍ୟାଣ ହୋଇପାରିବ ନାହିଁ । ଏହିଭଳି ଶ୍ରେଷ୍ଠ ବିଚାର ରୂପୀ ଆସନ ଉପରେ ଯଦି ସର୍ବଦା ସ୍ଥିତ ହୋଇ ରହିଥିବ ତେବେ କେବେ ବି ବ୍ୟତିବ୍ୟସ୍ତ ହୋଇପାରିବ ନାହିଁ । ତେବେ ସାକ୍ଷୀ ପଣିଆର ଆସନ ବ୍ୟତିବ୍ୟସ୍ତ ଶବ୍ଦକୁ ସମାପ୍ତ କରିଦେଇଥାଏ, ସେଥିପାଇଁ ତ୍ରିକାଳଦର୍ଶୀ ହୋଇ ପ୍ରତିଜ୍ଞା କର ଯେ ମୁଁ କେବେ ବି ବ୍ୟତିବ୍ୟସ୍ତ ହେବି ନାହିଁ, କାହାକୁ କରିବି ନାହିଁ ।

ସ୍ଲୋଗାନ:-
ନିଜର ସମସ୍ତ କର୍ମେନ୍ଦ୍ରିୟ ଗୁଡିକୁ ଶୃଙ୍ଖଳିତ ଭାବରେ ଚଲାଇବା ହିଁ ସ୍ୱରାଜ୍ୟ ଅଧିକାରୀ ହେବା ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ନିଶ୍ଚୟବୁଦ୍ଧିର ଅର୍ଥ ହେଲା ଚିନ୍ତାମୁକ୍ତ ସମ୍ରାଟ, ସେ ହିଁ ବାପ ସମାନ ଅଟନ୍ତି । ବିନାଶୀ ଧନର ଅଧିକାରୀ ଆତ୍ମାମାନେ ଯେତିକି ଧନ ରୋଜଗାର କରିଥାଆନ୍ତି, ସମୟ ଅନୁସାରେ ସେତିକି ଚିନ୍ତାରେ ରହିଥାଆନ୍ତି । କିନ୍ତୁ ଯେଉଁମାନଙ୍କର ବିଶ୍ୱାସ ଅଛି ଯେ ଆମେ ଈଶ୍ୱରୀୟ ସମ୍ପତ୍ତିର ମାଲିକ ଏବଂ ପରମାତ୍ମା ପିତାଙ୍କର ବାଳକ ଅଟୁ ସେମାନେ ସ୍ୱପ୍ନରେ ମଧ୍ୟ ସର୍ବଦା ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି, କାହିଁକିନା ସେମାନଙ୍କର ବିଶ୍ୱାସ ଅଛି ଯେ ଏହି ଈଶ୍ୱରୀୟ ସମ୍ପତ୍ତି ଗୁଡିକ କେବଳ ଏହି ଜନ୍ମରେ ନୁହେଁ ଅନେକ ଜନ୍ମ ସାଥୀରେ ରହିଛି ଏବଂ ସାଥୀରେ ରହିବ, ତେଣୁ ସେମାନେ ନିଶ୍ଚୟବୁଦ୍ଧି, ନିଶ୍ଚିନ୍ତ ସ୍ଥିତିରେ ରହିଥାଆନ୍ତି ।