07.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସବୁଠାରୁ ଭଲ ଦୈବୀଗୁଣ ହେଲା ଶାନ୍ତ ରହିବା, ଅଧିକ କଥାବାର୍ତ୍ତା ନ କରିବା, ମିଠା କଥା କହିବା, ତୁମେ ପିଲାମାନେ ଏବେ ବ୍ୟକ୍ତରୁ ଅବ୍ୟକ୍ତ ଏବଂ ଅବ୍ୟକ୍ତରୁ ନିର୍ବାଣ ଅବସ୍ଥାକୁ ଯାଉଛ, ସେଥିପାଇଁ ଅଧିକ କଥାବାର୍ତ୍ତା କରନାହିଁ ।”

ପ୍ରଶ୍ନ:-
କେଉଁ ମୁଖ୍ୟ ଧାରଣାର ଆଧାରରେ ସମସ୍ତ ଦୈବୀଗୁଣ ସ୍ୱତଃ ଆସିଯିବ?

ଉତ୍ତର:-
ମୁଖ୍ୟ ହେଉଛି ପବିତ୍ରତାର ଧାରଣା । ଦେବତାମାନେ ପବିତ୍ର, ସେଥିପାଇଁ ସେମାନଙ୍କ ଭିତରେ ଦୈବୀଗୁଣ ରହିଛି । ଏହି ଦୁନିଆରେ କାହା ଭିତରେ ବି ଦୈବୀଗୁଣ ରହିପାରିବ ନାହିଁ । ରାବଣ ରାଜ୍ୟରେ ଦୈବୀଗୁଣ କେଉଁଠାରୁ ଆସିବ? ତୁମେ ରାଜକୀୟ ସନ୍ତାନମାନେ ଏବେ ଦୈବୀଗୁଣ ଧାରଣ କରୁଛ ।

ଗୀତ:-
ଭୋଳେନାଥ ସେ ନିରାଲା...

ଓମ୍ ଶାନ୍ତି ।
ଏବେ ପିଲାମାନେ ଜାଣୁଛନ୍ତି ଯେ ବିଗିଡି ଯାଇଥିବା ଦୁନିଆକୁ ସଜାଡିଲାବାଲା କେବଳ ଜଣେ ହିଁ ଅଟନ୍ତି । ଭକ୍ତିମାର୍ଗରେ ଅନେକଙ୍କ ପାଖକୁ ଯାଇଥା’ନ୍ତି । କେତେ ପ୍ରକାରର ତୀର୍ଥଯାତ୍ରା ଆଦି କରିଥା’ନ୍ତି । କିନ୍ତୁ ସଦ୍‌ଗତିଦାତା, ପଥପ୍ରଦର୍ଶକ, ମୁକ୍ତିଦାତା, ଭୁଲ୍‌କୁ ଠିକ୍ କରିବାବାଲା, ପତିତମାନଙ୍କୁ ପାବନ କରିଲାବାଲା କେବଳ ଜଣେ ହିଁ ଅଟନ୍ତି । ଏବେ ଗାୟନ ରହିଛି କିନ୍ତୁ ଅନେକ ମନୁଷ୍ୟ ଅନେକ ଧର୍ମ, ମଠ, ପନ୍ଥ, ଶାସ୍ତ୍ର ରହିଥିବା କାରଣରୁ ଅନେକ ରାସ୍ତା ଖୋଜୁଛନ୍ତି । ସୁଖ ଏବଂ ଶାନ୍ତି ନିମନ୍ତେ ସତ୍‌ସଙ୍ଗକୁ ଯାଇଥା’ନ୍ତି ନା । ଯେଉଁମାନେ ଯାଉନାହାଁନ୍ତି ସେମାନେ ବିକାରର ନିଶାରେ ମସ୍ତ ରହୁଛନ୍ତି । ଏ କଥା ମଧ୍ୟ ତୁମେମାନେ ଜାଣୁଛ ଯେ ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ । ମନୁଷ୍ୟ ଏ କଥା ଜାଣିନାହାଁନ୍ତି ଯେ ସତ୍ୟଯୁଗ କେବେ ହୋଇଥାଏ? ଏବେ କ’ଣ ଚାଲିଛି? ଏ କଥା ତ କୌଣସି ଛୋଟ ପିଲା ମଧ୍ୟ ବୁଝିପାରିବ । ନୂଆ ଦୁନିଆରେ ସୁଖ, ପୁରୁଣା ଦୁନିଆରେ ନିଶ୍ଚୟ ଦୁଃଖ ହିଁ ରହିବ । ଏହି ପୁରୁଣା ଦୁନିଆରେ ଅନେକ ମନୁଷ୍ୟ ଓ ଅନେକ ଧର୍ମ ରହିଛି । ଏକଥା ତୁମେ କାହାକୁ ହେଲେ ବି ବୁଝାଇପାରିବ । ଏହା ହେଲା କଳିଯୁଗ, ସତ୍ୟଯୁଗ ଅତୀତ ହୋଇଯାଇଛି । ସେଠାରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ଆଉ କୌଣସି ଧର୍ମ ନ ଥିଲା । ବାବା ତ ବହୁତ ଥର ବୁଝାଇଛନ୍ତି ଏବଂ ଏବେ ମଧ୍ୟ ବୁଝାଉଛନ୍ତି, ଯେଉଁମାନେ ଆସୁଛନ୍ତି ତାଙ୍କୁ ନୂଆ ଏବଂ ପୁରୁଣା ଦୁନିଆର ଫରକ ବତାଇବା ଉଚିତ୍ । ଭଲେ କେହି କିଛି ବି କୁହନ୍ତୁ କେହି ୧୦ ହଜାର ବର୍ଷ, କେହି ୩୦ ହଜାର ବର୍ଷ ଆୟୁଷ ବୋଲି କହୁଛନ୍ତି । ଅନେକ ମତ ରହିଛି ନା । ଏବେ ସେମାନଙ୍କ ପାଖରେ ତ ଶାସ୍ତ୍ରର ମତ ରହିଛି । ଅନେକ ଶାସ୍ତ୍ର, ଅନେକ ମତ । ମନୁଷ୍ୟମାନଙ୍କର ମତ ଅଟେ ନା । ମନୁଷ୍ୟମାନେ ହିଁ ତ ଶାସ୍ତ୍ର ଲେଖିଛନ୍ତି ନା । ଦେବତାମାନେ କୌଣସି ଶାସ୍ତ୍ର ଲେଖି ନାହାଁନ୍ତି । ସତ୍ୟଯୁଗରେ ଦେବୀ-ଦେବତା ଧର୍ମ ହେବ, ସେମାନଙ୍କୁ ମନୁଷ୍ୟ ବି କୁହାଯାଇପାରିବ ନାହିଁ । ତେଣୁ ଯେବେ କୌଣସି ମିତ୍ର ସମ୍ବନ୍ଧୀ ଆଦି ମିଶୁଛନ୍ତି ତାଙ୍କୁ ବସି ଏହି ଜ୍ଞାନ ଶୁଣାଇବା ଉଚିତ୍ । ଏ ସବୁ ହେଲା ବିଚାର କରିବାର କଥା । ନୂଆ ଦୁନିଆରେ କେତେ କମ୍ ମନୁଷ୍ୟ ରହିବେ । ପୁରୁଣା ଦୁନିଆରେ କେତେ ବୃଦ୍ଧି ହୋଇ ଚାଲିଛି । ସତ୍ୟଯୁଗରେ ଏକମାତ୍ର ଦେବତା ଧର୍ମ ଥିଲା । ମନୁଷ୍ୟମାନେ ମଧ୍ୟ ଅଳ୍ପ ଥିଲେ । ଦେବତାମାନଙ୍କ ପାଖରେ ହିଁ ଦୈବୀଗୁଣ ରହିଥାଏ । ମନୁଷ୍ୟମାନଙ୍କ ପାଖରେ ସେ ଗୁଣ ନଥାଏ । ସେଥିପାଇଁ ମନୁଷ୍ୟମାନେ ଯାଇ ଦେବତାମାନଙ୍କ ଆଗରେ ନମସ୍କାର କରିଥା’ନ୍ତି ନା । ଦେବତାମାନଙ୍କର ମହିମା ଗାୟନ କରିଥା’ନ୍ତି । ଜାଣୁଛନ୍ତି ସେମାନେ ସ୍ୱର୍ଗବାସୀ ଆମେ ନର୍କବାସୀ କଳିଯୁଗବାସୀ ଅଟୁ । ମନୁଷ୍ୟମାନଙ୍କ ପାଖରେ ଦୈବୀଗୁଣ ରହିପାରିବ ନାହିଁ । କେତେକ କୁହନ୍ତି ଅମୁକ ପାଖରେ ବହୁତ ଭଲ ଦୈବୀଗୁଣ ରହିଛି । ତାଙ୍କୁ କୁହ ନା, ଦୈବୀଗୁଣ କେବଳ ଦେବତାମାନଙ୍କ ପାଖରେ ରହିଥାଏ କାରଣ ସେମାନେ ପବିତ୍ର ଅଟନ୍ତି । ଏଠାରେ ପବିତ୍ର ହୋଇ ନ ପାରିବା କାରଣରୁ କାହାଠାରେ ବି ଦୈବୀଗୁଣ ରହିପାରିବ ନାହିଁ, କାରଣ ଏହା ଆସୁରୀ ରାଜ୍ୟ ଅଟେ ନା । ନୂଆ ବୃକ୍ଷରେ ଦୈବୀଗୁଣଧାରୀ ଦେବତାମାନେ ରହିଥା’ନ୍ତି ପୁଣି ବୃକ୍ଷ ପୁରୁଣା ହୋଇଯାଇଥାଏ । ରାବଣ ରାଜ୍ୟରେ ଦୈବୀଗୁଣଧାରୀ ରହିପାରିବେ ନାହିଁ । ସତ୍ୟଯୁଗରେ ଆଦି ସନାତନ ଦେବୀ-ଦେବତାମାନଙ୍କର ପ୍ରବୃତ୍ତିମାର୍ଗ ଥିଲା । ପ୍ରବୃତ୍ତିମାର୍ଗୀମାନଙ୍କର ହିଁ ମହିମାର ଗାୟନ କରାଯାଇଥାଏ । ସତ୍ୟଯୁଗରେ ଆମେ ପବିତ୍ର ଦେବୀ-ଦେବତା ଥିଲୁ, ସେଠାରେ ସନ୍ନ୍ୟାସ ମାର୍ଗ ନ ଥିଲା । କେତେ ପଏଣ୍ଟସ୍ ମିଳୁଛି । କିନ୍ତୁ ସବୁ ପଏଣ୍ଟସ୍ କାହାରି ବୁଦ୍ଧିରେ ରହିପାରିବ ନାହିଁ । ପଏଣ୍ଟସ୍ ଭୁଲିଯାଉଥିବାରୁ ଫେଲ୍ ହୋଇଯାଉଛନ୍ତି । ଦୈବୀଗୁଣ ଧାରଣ କରିପାରୁ ନାହାଁନ୍ତି । ଗୋଟିଏ ଦୈବୀଗୁଣ ବହୁତ ଭଲ, ତା’ ହେଲା କାହା ସହିତ ଅଧିକ କଥାବାର୍ତ୍ତା ନ କରିବା, ମିଠା କହିବା, ବହୁତ କମ୍ କହିବା ଦରକାର, କାହିଁକି ନା ତୁମ ସନ୍ତାନମାନଙ୍କୁ ଟକି ଅର୍ଥାତ୍ ସାକାର ଲୋକରୁ ସୂକ୍ଷ୍ମଲୋକ, ସୂକ୍ଷ୍ମଲୋକରୁ, ବ୍ରହ୍ମଲୋକକୁ ଯିବାକୁ ହେବ । ତେଣୁ ବହୁତ କମ୍ କଥା ହେବା ଉଚିତ୍ । ଯିଏ ବହୁତ ଅଳ୍ପ ଧିରେ ଧିରେ କଥା କହିଥାଆନ୍ତି ବୁଝାଯାଏ ଯେ ଇଏ ରୟାଲ ଅର୍ଥାତ୍ ରାଜକୀୟ ପରିବାରର ଅଟନ୍ତି । ତୁମମାନଙ୍କ ମୁଖରୁ ସର୍ବଦା ରତ୍ନ ବାହାରିବା ଉଚିତ୍ ।

ସନ୍ନ୍ୟାସୀ ଅଥବା ଯେ କେହି ବି ହୋଇଥାଆନ୍ତୁ ତାଙ୍କୁ ନୂଆ ଏବଂ ପୁରୁଣା ଦୁନିଆର ପ୍ରଭେଦ ବତାଇବା ଉଚିତ୍ । ସତ୍ୟଯୁଗରେ ଦୈବୀଗୁଣଧାରୀ ଦେବତାମାନେ ଥିଲେ, ସେଠାରେ ମଧ୍ୟ ପ୍ରବୃତ୍ତି ମାର୍ଗ ଥିଲା । ସନ୍ନ୍ୟାସୀମାନଙ୍କର ଧର୍ମ ହିଁ ଅଲଗା । ଏକଥା ତ’ ଜାଣିଛ ଯେ ନୂଆ ସୃଷ୍ଟି ସତ୍ତ୍ୱପ୍ରଧାନ ହୋଇଥାଏ, ଏବେ ତମଃପ୍ରଧାନ ହୋଇଯାଇଛି । ଆତ୍ମା ତମଃପ୍ରଧାନ ହୋଇଗଲେ ଶରୀର ମଧ୍ୟ ତମଃପ୍ରଧାନ ମିଳିଥାଏ । ବର୍ତ୍ତମାନ ଏହା ହେଉଛି ପତିତ ଦୁନିଆ । ଏଠାରେ ସମସ୍ତଙ୍କୁ ପତିତ ହିଁ କୁହାଯିବ । ତାହା ହେଉଛି ପବିତ୍ର ସତ୍ତ୍ୱପ୍ରଧାନ ଦୁନିଆ, ସେହି ନୂଆ ଦୁନିଆ ଏବେ ପୁରୁଣା ହୋଇଯାଇଛି । ବର୍ତ୍ତମାନ ସମସ୍ତ ମନୁଷ୍ୟ ଆତ୍ମାମାନେ ନାସ୍ତିକ ହୋଇଯାଇଛନ୍ତି, ସେଥିପାଇଁ ଗଣ୍ଡଗୋଳ ହେଉଛି । ଶିବବାବାଙ୍କୁ ନ ଜାଣିବା କାରଣରୁ ପରସ୍ପର ମଧ୍ୟରେ ଲଢେଇ-ଝଗଡା କରୁଛନ୍ତି । ରଚୟିତା ଏବଂ ରଚନାକୁ ଜାଣିବାବାଲାଙ୍କୁ ହିଁ ଆସ୍ତିକ କୁହାଯାଇଥାଏ । ସନ୍ନ୍ୟାସ ଧର୍ମବାଲା ତ ନୂଆ ଦୁନିଆକୁ ଜାଣିନାହାଁନ୍ତି । ତେଣୁ ସେମାନେ ସେଠାକୁ ଆସିପାରିବେ ନାହିଁ । ବାବା ବୁଝାଉଛନ୍ତି ଏବେ ସମସ୍ତ ଆତ୍ମାମାନେ ତମଃପ୍ରଧାନ ହୋଇଯାଇଛନ୍ତି ପୁଣି ସମସ୍ତ ଆତ୍ମାମାନଙ୍କୁ ସତ୍ତ୍ୱପ୍ରଧାନ କିଏ କରିବେ? ତାହା ତ କେବଳ ବାବା ହିଁ କରିପାରିବେ । ସତ୍ତ୍ୱପ୍ରଧାନ ଦୁନିଆରେ ଖୁବ୍ କମ ମନୁଷ୍ୟ ରହିବେ । ବାକି ସମସ୍ତେ ମୁକ୍ତିଧାମରେ ରହିବେ । ବ୍ରହ୍ମତତ୍ତ୍ୱରେ ଆମେ ଆତ୍ମାମାନେ ନିବାସ କରିଥାଉ ଯାହାକୁ ବ୍ରହ୍ମାଣ୍ଡ କୁହାଯାଉଛି । ଆତ୍ମା ତ ଅବିନାଶୀ । ଏହି ଅବିନାଶୀ ନାଟକରେ, ସବୁ ଆତ୍ମାମାନଙ୍କର ପାର୍ଟ ରହିଛି । ନାଟକ କେବେ ଆରମ୍ଭ ହେଲା? ଏ କଥା କେବେ କେହି କହିପାରିବେ ନାହିଁ । ଏହା ଅନାଦି ଡ୍ରାମା ଅଟେ ନା । ବାବାଙ୍କୁ କେବଳ ଏହି ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ଆସିବାକୁ ପଡିଥାଏ, ଏପରି ନୁହେଁ ଯେ ବାବା ନୂଆ ସୃଷ୍ଟି ରଚନା କରୁଛନ୍ତି । ଯେତେବେଳେ ପତିତ ହୋଇଯାଉଛନ୍ତି ସେତେବେଳେ ଡାକୁଛନ୍ତି, ସତ୍ୟଯୁଗରେ କେହି ଡାକିବେ ନାହିଁ । ତାହା ହେଉଛି ପବିତ୍ର ଦୁନିଆ । ରାବଣ ପତିତ କରୁଛି, ପୁଣି ପରମପିତା ପରମାତ୍ମା ଆସି ପାବନ କରୁଛନ୍ତି । ତେବେ ଅଧା-ଅଧା ନିଶ୍ଚୟ କୁହାଯିବ, ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତି ଅଧା ଅଧା ଅଟେ । ଜ୍ଞାନ ଦ୍ୱାରା ଦିନ ହୋଇଥାଏ, ସେଠାରେ ଅଜ୍ଞାନତା ନ ଥାଏ । ଭକ୍ତିମାର୍ଗକୁ ଅନ୍ଧକାରମାର୍ଗ ବୋଲି କୁହାଯାଉଛି । ସେହି ଦେବତାମାନେ ହିଁ ପୁନର୍ଜନ୍ମ ନେଇ ନେଇ ପୁଣି ଅନ୍ଧକାରକୁ ଆସୁଛନ୍ତି ସେଥିପାଇଁ ଏହି ସିଢି ଚିତ୍ରରେ ଦେଖାଯାଇଛି - ମନୁଷ୍ୟ କିପରି ସତ୍ତ୍ୱ, ରଜଃ, ତମଃ ଅବସ୍ଥାକୁ ଆସିଥାଏ । ବର୍ତ୍ତମାନ ଏହି ଦୁନିଆରେ ସମସ୍ତଙ୍କର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ବାବା ପରିବର୍ତ୍ତନ କରିବା ପାଇଁ ଅର୍ଥାତ୍ ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ଆସୁଛନ୍ତି । ଦେବତାମାନେ ଥିବା ସମୟରେ ଆସୁରୀ ଗୁଣଧାରୀ ମନୁଷ୍ୟ ନଥିଲେ । ଏବେ ଆସୁରୀ ଗୁଣଧାରୀଙ୍କୁ ଦୈବୀଗୁଣଧାରୀ କିଏ କରିବେ? ଏବେ ଏହି ଦୁନିଆରେ ଅନେକ ଧର୍ମ, ଅନେକ ମନୁଷ୍ୟ ରହିଛନ୍ତି । ପରସ୍ପର ମଧ୍ୟରେ ଲଢେଇ-ଝଗଡା କରୁଛନ୍ତି, ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା, ତେଣୁ ଦୁଃଖର କୌଣସି କଥା ନ ଥିଲା । ଶାସ୍ତ୍ରରେ ବହୁତ ମନଗଢା କଥା ରହିଛି, ଯାହାକୁ ତୁମେମାନେ ଜନ୍ମ-ଜନ୍ମାନ୍ତର ପଢି ପଢି ଆସିଛ । ବାବା କହୁଛନ୍ତି ଏ ସବୁ ଭକ୍ତି ମାର୍ଗର ଶାସ୍ତ୍ର, ତାହା ପଢିବା ଦ୍ୱାରା ତୁମେ ମୋତେ ପ୍ରାପ୍ତ କରିପାରିବ ନାହିଁ । ମୋତେ ତ ନିଜକୁ ଥରେ ମାତ୍ର ଆସି ସମସ୍ତଙ୍କର ସଦ୍‌ଗତି କରିବାକୁ ପଡିଥାଏ । ଏମିତି କେହି ଏ ଦୁନିଆରୁ ଘରକୁ ଫେରି ଯାଇପାରିବେ ନାହିଁ । ବହୁତ ଧୈର୍ଯ୍ୟର ସହିତ ବୁଝାଇବା ଦରକାର ଯେମିତି କୌଣସି ହଙ୍ଗାମା ନ ହୋଇଯାଉ, ସେମାନଙ୍କର ତ ବହୁତ ଅହଂକାର ରହିଥାଏ ନା । ସାଧୁ-ସନ୍ଥଙ୍କ ସହିତ ଫଲୋଅର୍ସ (ଅନୁଗାମୀ)ମାନେ ମଧ୍ୟ ରହିଥା’ନ୍ତି । ସେମାନେ ତୁରନ୍ତ କହିଦେବେ ଏହାଙ୍କୁ ମଧ୍ୟ ସେହି ବ୍ରହ୍ମାକୁମାରୀମାନଙ୍କର ଜାଦୁ ଲାଗିଯାଇଛି । ଚତୁର ମନୁଷ୍ୟ ହୋଇଥିଲେ କହିବେ ଏହା ତ’ ବିଚାର କରିବାର କଥା । ମେଳା ପ୍ରଦର୍ଶନୀକୁ ଅନେକ ପ୍ରକାରର ମନୁଷ୍ୟ ଆସିଥାନ୍ତି ନା । ପ୍ରଦର୍ଶନୀ ଆଦିକୁ କେହି ବି ଆସିଲେ ତାଙ୍କୁ ବହୁତ ଧୈର୍ଯ୍ୟର ସହିତ ବୁଝାଇବା ଦରକାର । ଯେପରି ବାବା ଧୈର୍ଯ୍ୟର ସହିତ ଆମକୁ ବୁଝାଉଛନ୍ତି । ବହୁତ ଜୋରରେ ମଧ୍ୟ କଥା କହିବା ଉଚିତ୍ ନୁହେଁ । ପ୍ରଦର୍ଶନୀରେ ତ ବହୁତ ଲୋକ ଏକାଠି ହୋଇଯାଇଥାନ୍ତି । ପୁଣି ସେମାନଙ୍କୁ କହିଦେବା ଦରକାର - ଆପଣମାନେ କିଛି ସମୟ ଦେଇ ଏକାନ୍ତରେ ଆସି ବୁଝିଲେ ଆପଣଙ୍କୁ ରଚୟିତା ଏବଂ ରଚନାର ରହସ୍ୟ ବୁଝାଇବୁ । ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ରଚୟିତା ଶିବବାବା ହିଁ ବୁଝାଉଛନ୍ତି, ବାକି ସମସ୍ତେ ତ ନେତି-ନେତି ହିଁ କହୁଛନ୍ତି । କୌଣସି ମନୁଷ୍ୟ ସତ୍ୟଯୁଗକୁ ଯାଇପାରିବେ ନାହିଁ । ଏ ଜ୍ଞାନ ଦ୍ୱାରା ସମସ୍ତଙ୍କର ସଦ୍‌ଗତି ହୋଇଯିବ ପୁଣି ସେଠାରେ ଏହି ଜ୍ଞାନର କୌଣସି ଆବଶ୍ୟକତା ରହିବ ନାହିଁ । ଏହି ଜ୍ଞାନ ବାବାଙ୍କ ବ୍ୟତୀତ କେହି ବୁଝାଇ ପାରିବେ ନାହିଁ । ବୁଝାଇବା ପାଇଁ କୌଣସି ବୟସ୍କ ହୋଇଥିଲେ ମନୁଷ୍ୟମାନେ ବୁଝିବେ ଇଏ ଅନୁଭବୀ ଅଟନ୍ତି । ନିଶ୍ଚୟ ସତ୍‌ସଙ୍ଗ ଆଦି କରିଥିବେ । ଯଦି ଛୋଟ ପିଲା ବୁଝାଇବେ ତେବେ କହିବେ ଇଏ କ’ଣ ଜାଣିଛନ୍ତି । ତେଣୁ ଏମାନଙ୍କ ଉପରେ ବୟସ୍କମାନଙ୍କର ପ୍ରଭାବ ପଡିପାରିବ । ବାବା ମଧ୍ୟ ଥରେ ମାତ୍ର ଆସି ଏହି ଜ୍ଞାନ ବୁଝାଉଛନ୍ତି । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କରୁଛନ୍ତି । ମାତାମାନେ ବସି ତାଙ୍କୁ ବୁଝାଇଲେ ଖୁସି ହେବେ । ସେମାନଙ୍କୁ କୁହ ଜ୍ଞାନର ସାଗର ବାବା ଜ୍ଞାନର କଳସ ଆମ ମାତାମାନଙ୍କୁ ଦେଇଛନ୍ତି ଯାହାକି ଆମେ ପୁଣି ଅନ୍ୟମାନଙ୍କୁ ଦେଉଛୁ । ବହୁତ ନମ୍ରତାର ସହିତ କଥା କହିବା ଉଚିତ୍ । ଶିବ ହିଁ ଜ୍ଞାନର ସାଗର ଅଟନ୍ତି ଯିଏକି ଆମକୁ ଜ୍ଞାନ ଶୁଣାଉଛନ୍ତି । କହୁଛନ୍ତି ମୁଁ ତୁମ ମାତାମାନଙ୍କ ଦ୍ୱାରା ମୁକ୍ତି-ଜୀବନମୁକ୍ତିର ଦ୍ୱାର (ଗେଟ୍‌) ଖୋଲୁଛି, ଆଉ କେହି ଖୋଲି ପାରିବେ ନାହିଁ । ଆମେ ଏବେ ପରମାତ୍ମାଙ୍କ ଦ୍ୱାରା ରାଜଯୋଗର ପାଠ ପଢୁଛୁ । ଆମକୁ କୌଣସି ମନୁଷ୍ୟ ପଢାଉ ନାହାଁନ୍ତି । ଜ୍ଞାନର ସାଗର ଏକମାତ୍ର ପରମପିତା ପରମାତ୍ମା ହିଁ ଅଟନ୍ତି । ତୁମେ ସବୁ ଭକ୍ତିର ସାଗର ଅଟ, ଭକ୍ତିର ଅଧିକାରୀ ଅଟ, ଏପରି ନୁହେଁ କି ଜ୍ଞାନର ଅଧିକାରୀ । ଜ୍ଞାନର ଅଥରିଟୀ କେବଳ ମୁଁ ଅଟେ । ମହିମା ମଧ୍ୟ ଜଣଙ୍କର କରିଥା’ନ୍ତି । ସେ ହିଁ ଉଚ୍ଚରୁ ଉଚ୍ଚ ଅଟନ୍ତି । ଆମେ ତାଙ୍କୁ ହିଁ ମାନୁଛୁ । ସେ ଆମକୁ ବ୍ରହ୍ମାଙ୍କ ଶରୀର ଦ୍ୱାରା ପାଠ ପଢାଉଛନ୍ତି ସେଥିପାଇଁ ବ୍ରହ୍ମାକୁମାର-କୁମାରୀମାନଙ୍କର ଗାୟନ ରହିଛି । ଏହିପରି ବହୁତ ମଧୁର ଭାବରେ ବସି ବୁଝାଅ । ଭଲେ ଯେତେ ବି ପଢିଥାଆନ୍ତୁ । ଢେର ପ୍ରଶ୍ନ କରିଥା’ନ୍ତି । ପ୍ରଥମେ-ପ୍ରଥମେ ତ ବାବାଙ୍କ ଉପରେ ହିଁ ସେମାନଙ୍କୁ ନିଶ୍ଚୟ କରାଇବାକୁ ହେବ । ପ୍ରଥମେ ତୁମକୁ ଏହି କଥାକୁ ବୁଝ ଯେ ରଚୟିତା ବାବା ଅଟନ୍ତି ନା ନୁହେଁ । ସମସ୍ତଙ୍କର ରଚୟିତା ହେଉଛନ୍ତି ଏକମାତ୍ର ଶିବବାବା ଅଟନ୍ତି, ସେ ହିଁ ଜ୍ଞାନର ସାଗର ଅଟନ୍ତି । ପିତା, ଶିକ୍ଷକ, ସଦ୍‌ଗୁରୁ ମଧ୍ୟ ଅଟନ୍ତି । ପ୍ରଥମେ ଏହି ନିଶ୍ଚୟ ହେବା ଦରକାର ଯେ ରଚୟିତା ବାବା ହିଁ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ସେ ହିଁ ଆମକୁ ବୁଝାଉଛନ୍ତି, ତେଣୁ ସିଏ ନିଶ୍ଚୟ ଠିକ୍ ବୁଝାଇବେ ନା । ତେବେ କୌଣସି ପ୍ରଶ୍ନ ଉଠିପାରିବ ନାହିଁ । ବାବା ସଂଗମ ଯୁଗରେ ହିଁ ଆସୁଛନ୍ତି । କହୁଛନ୍ତି କେବଳ ମୋତେ ମନେପକାଅ ତେବେ ପାପ ଭସ୍ମ ହୋଇଯିବ । ମୋର କାମ ହିଁ ହେଉଛି ପତିତମାନଙ୍କୁ ପବିତ୍ର କରିବା । ବର୍ତ୍ତମାନ ହେଉଛି ତମଃପ୍ରଧାନ ଦୁନିଆ । ତେବେ ପତିତ-ପାବନ ବାବାଙ୍କର ପରିଚୟ ବିନା କାହାକୁ ଜୀବନମୁକ୍ତି ମିଳିପାରିବ ନାହିଁ । ଏବେ ସମସ୍ତେ ଗଙ୍ଗାସ୍ନାନ କରିବାକୁ ଯାଉଛନ୍ତି ତେବେ ପତିତ ହେଲେ ନା । ମୁଁ ତ ଏକଥା କହୁ ନାହିଁ କି ଗଙ୍ଗା ସ୍ନାନ କର ନାହିଁ । ମୁଁ ତ କହୁଛି ମୋତେ ମନେପକାଅ । ମୁଁ ତୁମ ସମସ୍ତ ପ୍ରେମିକାଙ୍କର ପ୍ରେମିକ ଅଟେ । ସମସ୍ତେ ଏକମାତ୍ର ପ୍ରେମିକଙ୍କୁ ମନେପକାଉଛନ୍ତି । ରଚନାର କ୍ରିଏଟର (ସ୍ରଷ୍ଟା) ହେଉଛନ୍ତି ଏକମାତ୍ର ବାବା । ସେ କହୁଛନ୍ତି ଦେହୀ-ଅଭିମାନୀ ହୋଇ ମୋତେ ମନେପକାଅ, ତେବେ ଏହି ଯୋଗ ଅଗ୍ନି ଦ୍ୱାରା ବିକର୍ମ ବିନାଶ ହୋଇଯିବ । ଏହି ଯୋଗ ବାବା ଏବେ ହିଁ ଶିଖାଉଛନ୍ତି, ଯେତେବେଳେ କି ପୁରୁଣା ଦୁନିଆର ପରିବର୍ତ୍ତନ ହେବାର ଅଛି । ଏବେ ବିନାଶ ସମ୍ମୁଖରେ ଉପସ୍ଥିତ । ଏବେ ଆମେ ଦେବତା ହେବାକୁ ଯାଉଛୁ । ବାବା କେତେ ସହଜ ଭାବରେ ବୁଝାଉଛନ୍ତି । ଯଦିଓ ବାବାଙ୍କ ସମ୍ମୁଖରେ ଶୁଣୁଛନ୍ତି କିନ୍ତୁ ସମସ୍ତେ ତ ଏକାଭଳି ଶୁଣୁନାହାଁନ୍ତି । ବୁଦ୍ଧି ଅନ୍ୟ ଅନ୍ୟ ଆଡକୁ ଚାଲିଯାଉଛି । ଭକ୍ତିରେ ମଧ୍ୟ ଏହିପରି ହୋଇଥାଏ । ସାରା ଦିନ ତ’ ଏମିତି ନଷ୍ଟ ହୋଇଯାଉଛି ବାକି ଯେଉଁ ସମୟ ନିଧାର୍ଯ୍ୟ କରାଯାଇଛି, ସେଥିରେ ମଧ୍ୟ ବୁଦ୍ଧି କୁଆଡେ କୁଆଡେ ଚାଲିଯାଉଛି, ଏହିଭଳି ଅବସ୍ଥା ସମସ୍ତଙ୍କର ହେଉଥିବ । ମାୟା ଅଟେ ନା!

କେହି-କେହି ସନ୍ତାନ ବାବାଙ୍କ ସମ୍ମୁଖରେ ବସି ଧ୍ୟାନରେ ଚାଲିଯାଇଥା’ନ୍ତି । ତେବେ ଏହା ମଧ୍ୟ ସମୟ ନଷ୍ଟ ହେଲା ନା । ରୋଜଗାର ତ ହେଲା ନାହିଁ । ବାବା ତ କହୁଛନ୍ତି ଯୋଗଯୁକ୍ତ ହୋଇ ରୁହ, ଯାହାଦ୍ୱାରା ବିକର୍ମ ବିନାଶ ହେବ । ଧ୍ୟାନରେ ଚାଲିଗଲେ ବୁଦ୍ଧିରେ ବାବାଙ୍କର ସ୍ମୃତି ରହି ନ ଥାଏ । ଏହିସବୁ କଥାରେ ବହୁତ କ୍ଷତି ହୋଇଥାଏ । ତୁମେମାନେ ଆଖି ବନ୍ଦ କରି ମଧ୍ୟ ବସିବା ଅନୁଚିତ୍ । ଯୋଗରେ ବସିବାକୁ ହେବ ନ । ଆଖି ଖୋଲା ରଖିବାରେ ଡରିବା ଉଚିତ୍ ନୁହେଁ । ଆଖି ଯେପରି ଖୋଲା ରହୁ । ବୁଦ୍ଧିରେ ଏକମାତ୍ର ପ୍ରେମିକଙ୍କର ହିଁ ସ୍ମୃତି ରହୁ । ଆଖି ବନ୍ଦ କରି ବସିବା, ଏହା ନିୟମ ନୁହେଁ । ବାବା କହୁଛନ୍ତି ଯୋଗରେ ବସ । ଏପରି କହୁନାହାଁନ୍ତି ଯେ ଆଖି ବନ୍ଦ କର । ଆଖି ବନ୍ଦ କରି, କାନ୍ଧ ତଳକୁ କରି ବସିଲେ ବାବା କିପରି ଦେଖିବେ । ଆଖି କେବେ ବନ୍ଦ କରିବା ଉଚିତ୍ ନୁହେଁ । ଯଦି ଆଖି ବନ୍ଦ ହୋଇଯାଉଛି ତେବେ ଅନ୍ୟ କିଛି ରହସ୍ୟ ଅଛି, ଅନ୍ୟ କାହାକୁ ମନେପକାଉଥିବ । ବାବା କହୁଛନ୍ତି - ଯଦି ଅନ୍ୟ କୌଣସି ମିତ୍ର-ସମ୍ବନ୍ଧୀ ଆଦିଙ୍କୁ ମନେପକାଇବ ତେବେ ତୁମେ ବାବାଙ୍କର ସତ୍ୟ ପ୍ରେମିକା ହୋଇପାରିବ ନାହିଁ । ବାବାଙ୍କର ସଚ୍ଚା ପ୍ରେମିକା ହେଲେ ହିଁ ତୁମେମାନେ ଉଚ୍ଚ ପଦ ପାଇପାରିବ । ତେବେ ସମସ୍ତ ମେହନତ କେବଳ ବାବାଙ୍କୁ ମନେପକାଇବାରେ ହିଁ ରହିଛି । ଯେଉଁ ପିଲାମାନେ ଦେହ-ଅଭିମାନରେ ଆସି ବାବାଙ୍କୁ ଭୁଲିଯାଉଛନ୍ତି ସେମାନେ ପୁଣି ଧକ୍କା ଖାଉଛନ୍ତି, ତେଣୁ ବହୁତ ବହୁତ ମିଠା ହେବା ଦରକାର । ବାତାବରଣ ମଧ୍ୟ ବହୁତ ମିଠା ହେବା ଦରକାର, ଯେପରି କୌଣସି ଶବ୍ଦ ନ ହେଉ । ଯଦି କେହି ବି ଆସିବେ ତେବେ ଦେଖିବେ - ଏମାନେ କେତେ ମିଠା କଥା କହୁଛନ୍ତି । ତେଣୁ ବହୁତ ସାଇଲେନ୍ସ ରହିବା ଉଚିତ୍ । କେବେ ହେଲେ ବି ଲଢେଇ-ଝଗଡା କରିବା ଉଚିତ୍ ନୁହେଁ । ନଚେତ୍ ପିତା, ଶିକ୍ଷକ, ଗୁରୁ ତିନିଜଣଙ୍କର ନିନ୍ଦା ହୋଇଯିବ । ଏଭଳି କରିଲେ ପୁଣି ପଦ ମଧ୍ୟ ବହୁତ କମ ପାଇବ । ପିଲାମାନଙ୍କୁ ଏବେ ଜ୍ଞାନ ମିଳୁଛି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ପାଠ ପଢାଉଛି କେବଳ ଉଚ୍ଚ ପଦ ପାଇବା ପାଇଁ । ତୁମକୁ ପାଠପଢି ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ । ନିଜେ ମଧ୍ୟ ବୁଝିପାରିବେ, ଯଦି ଆମେ କାହାକୁ ଶୁଣାଉ ନାହୁଁ ତେବେ କ’ଣ ଉଚ୍ଚ ପଦ ପାଇ ପାରିବୁ! ପ୍ରଜା ସୃଷ୍ଟି ନ କରିପାରିଲେ ପଦ କ’ଣ ମିଳିବ! ଯୋଗ, ଜ୍ଞାନ ନ ଥିଲେ ନିଶ୍ଚୟ ପାଠୁଆଙ୍କର ବୋଝ ଉଠାଇବାକୁ ହେବ । ତେଣୁ ନିଜକୁ ଦେଖିବା ଦରକାର, ଯଦି ବର୍ତ୍ତମାନ ଫେଲ୍ ହୋଇ କମ୍ ପଦ ପାଇଲେ ତେବେ କଳ୍ପ-କଳ୍ପାନ୍ତର ପାଇଁ ମଧ୍ୟ କମ୍ ପଦ ହୋଇଯିବ । ବାବାଙ୍କର କାମ ହେଲା ବୁଝାଇବା, ଯଦି ନ ବୁଝିଲେ ତେବେ ନିଜର ପଦ ଭ୍ରଷ୍ଟ କରିବେ । କିପରି କାହାକୁ ବୁଝାଇବା ଦରକାର - ଏ କଥା ମଧ୍ୟ ବାବା ବୁଝାଉଛନ୍ତି । ଯେତେ କମ୍ ଏବଂ ଧିରେ କଥା କହିବ ସେତେ ଭଲ । ବାବା ସେବାଧାରୀଙ୍କର ମହିମା ମଧ୍ୟ କରିଥା’ନ୍ତି । ବହୁତ ଭଲ ସେବା କରିଲେ ବାବାଙ୍କର ହୃଦୟରେ ରହିପାରିବେ । ସେବା ଦ୍ୱାରା ହିଁ ତ ହୃଦୟରେ ବସିପାରିବ ନା । ସେଥିପାଇଁ ଯୋଗର ଯାତ୍ରାର ଆବଶ୍ୟକତା ଅଛି ତେବେ ଯାଇ ସତ୍ୱପ୍ରଧାନ ହେବ । ଯଦି ଅଧିକ ଦଣ୍ଡ ପାଇଲ ତେବେ ପଦ ମଧ୍ୟ କମ୍ ହୋଇଯିବ । ପାପ ଭସ୍ମ ନ ହେଲେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ପଦ ମଧ୍ୟ କମ୍ ହୋଇଯିବ । ଏହାକୁ ହିଁ କ୍ଷତି କୁହାଯାଉଛି । ଏହା ମଧ୍ୟ ବ୍ୟାପାର ଅଟେ ନା । ତେଣୁ ନିଜର କ୍ଷତି କରିବା ଉଚିତ୍ ନୁହେଁ । ଦୈବୀଗୁଣ ଧାରଣ କରିବାକୁ ପଡିବ ଏବଂ ଶ୍ରେଷ୍ଠ ମଧ୍ୟ ହେବାକୁ ପଡିବ । ବାବା ପିଲାମାନଙ୍କ ପାଇଁ ଭିନ୍ନ-ଭିନ୍ନ କଥା ଶୁଣାଉଛନ୍ତି, ତେବେ ଯିଏ କରିବ ସିଏ ପାଇବ । ତୁମକୁ ପରିସ୍ତାନୀ ହେବାକୁ ହେବ, ଗୁଣ ମଧ୍ୟ ସେହିପରି ଧାରଣ କରିବାକୁ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କାହା ସହିତ ବି ବହୁତ ନମ୍ରତାପୂର୍ବକ ଏବଂ ଧୀରେ ଧୀରେ କଥାବାର୍ତ୍ତା କରିବାକୁ ହେବ । ତୁମର ବ୍ୟବହାର ବହୁତ ମିଠା ହେବା ଦରକାର । ବାତାବରଣ ବହୁତ ଶାନ୍ତିପୂର୍ଣ୍ଣ ହେବା ଉଚିତ୍ । କୌଣସି ପ୍ରକାରର କୋଳାହଳ ନ ଥିବ ତେବେ ଯାଇ ସେବାରେ ସଫଳତା ମିଳିବ ।

(୨) ସଚ୍ଚା-ସଚ୍ଚା ପ୍ରେମିକା ହୋଇ ଏକମାତ୍ର ପ୍ରେମିକ ବାବାଙ୍କୁ ମନେପକାଇବାକୁ ହେବ । ଯୋଗ କରିବା ସମୟରେ କେବେ ବି ଆଖି ବନ୍ଦ କରି, କାନ୍ଧ ତଳକୁ କରି ବସିବା ଉଚିତ୍ ନୁହେଁ । ସର୍ବଦା ଦେହୀ-ଅଭିମାନୀ ସ୍ଥିତିରେ ରହିବାକୁ ହେବ ।

ବରଦାନ:-
ସର୍ବ ସମ୍ପତ୍ତିକୁ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ବ୍ୟବହାର କରୁଥିବା ଅଖଣ୍ଡ ମହାଦାନୀ ହୁଅ ।

ଯେପରି ବାବାଙ୍କର ଖାଦ୍ୟ ଭଣ୍ଡାର ଅର୍ଥାତ୍ ଜ୍ଞାନର ଭଣ୍ଡାର ସଦା ଚାଲୁ ରହିଛି, ପ୍ରତିଦିନ ଦେଇ ଚାଲିଛନ୍ତି ସେହିଭଳି ତୁମମାନଙ୍କର ମଧ୍ୟ ଅଖଣ୍ଡ ଲଙ୍ଗର ଚାଲୁ ରହିଥାଉ ଅର୍ଥାତ୍ ଭୋଜନ ଦାନ କରିବାର କାର୍ଯ୍ୟ ଚାଲୁରହିଥାଉ କାହିଁକି ନା ତୁମ ପାଖରେ ଜ୍ଞାନର, ଶକ୍ତିର, ଖୁସିର ଭରପୁର ଖାଦ୍ୟ ଭଣ୍ଡାର ରହିଛି । ଏଗୁଡିକୁ ସାଥୀରେ ରଖିବାରେ ବା ବ୍ୟବହାର କରିବାରେ କୌଣସି ବି ବିପଦର ଆଶଙ୍କା ନାହିଁ । ଯଦି ଏହି ଖାଦ୍ୟ ଭଣ୍ଡାର ସଦା ସର୍ବଦା ଖୋଲା ରହିଥିବ ତେବେ କୌଣସି ଚୋର ଆସିବ ନାହିଁ, ବରଂ ଏହାକୁ ବନ୍ଦ ରଖିବା ଦ୍ୱାରା ଚୋର ଆସିଯିବେ । ସେଥିପାଇଁ ପ୍ରତିଦିନ ନିଜକୁ ମିଳିଥିବା ସମ୍ପତ୍ତିଗୁଡିକୁ ଦେଖିବା ସହିତ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି କାର୍ଯ୍ୟରେ ଲଗାଅ, ତେବେ ଅଖଣ୍ଡ ମହଦାନୀ ହୋଇଯିବ ।

ସ୍ଲୋଗାନ:-
ଶୁଣିଥିବା ଜ୍ଞାନକୁ ସର୍ବଦା ମନନ କରୁଥାଅ, କାରଣ ମନନ-ଚିନ୍ତନ କରିବା ଦ୍ୱାରା ଶକ୍ତିଶାଳୀ ହୋଇଯିବ ।