07.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ତୁମେମାନେ ପରସ୍ପର ଆତ୍ମିକ ଦୃଷ୍ଟିରୁ ଭାଇ ଭାଇ ଅଟ, ତେଣୁ ତୁମର ପରସ୍ପର ସହିତ ଅତି ସ୍ନେହ ରହିବା ଉଚିତ୍ । ତୁମେ ସ୍ନେହରେ ଭରପୁର ଗଙ୍ଗା ହୁଅ, କେବେ ବି ଲଢେଇ ଝଗଡା କର ନାହିଁ ।

ପ୍ରଶ୍ନ:-
ଆତ୍ମିକ ପିତାଙ୍କୁ କେଉଁ ସନ୍ତାନମାନେ ବହୁତ ବହୁତ ପ୍ରିୟ ଲାଗିଥାନ୍ତି?

ଉତ୍ତର:-
(୧) ଯେଉଁମାନେ ଶ୍ରୀମତ ଆଧାରରେ ସାରା ବିଶ୍ୱର କଲ୍ୟାଣ କରୁଛନ୍ତି (୨) ଯେଉଁମାନେ ଫୁଲ ଭଳି ହୋଇଛନ୍ତି, କେବେ ବି କାହାକୁ କଣ୍ଟା ସଦୃଶ ଆଘାତ ଦେଉନାହାଁନ୍ତି, ପରସ୍ପର ସହିତ ବହୁତ ବହୁତ ସ୍ନେହରେ ରହୁଛନ୍ତି, କେବେ ବି ଅଭିମାନ କରୁନାହାଁନ୍ତି - ଏହିଭଳି ପିଲାମାନେ ବାବାଙ୍କୁ ବହୁତ-ବହୁତ ପ୍ରିୟ ଲାଗିଥାନ୍ତି । ଯେଉଁମାନେ ଦେହ-ଅଭିମାନର ବଶୀଭୂତ ହୋଇ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି, ସମ୍ପର୍କକୁ ତିକ୍ତ କରୁଛନ୍ତି, ସେମାନେ ବାବାଙ୍କର ଇଜ୍ଜତକୁ ତଳେ ପକାଉଛନ୍ତି, ତେଣୁ ସେମାନେ ବାବାଙ୍କର ନିନ୍ଦା କରାଉଥିବା ନିନ୍ଦୁକ ଅଟନ୍ତି ।

ଓମ୍ ଶାନ୍ତି ।
ଯେପରି ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତା ପ୍ରିୟ ଲାଗିଥାନ୍ତି । ସେହିପରି ଆତ୍ମିକ ପିତାଙ୍କୁ ମଧ୍ୟ ଆତ୍ମିକ ପିଲାମାନେ ବହୁତ ପ୍ରିୟ ଲାଗିଥାନ୍ତି, କାରଣ ସେମାନେ ଶ୍ରୀମତ ଆଧାରରେ ସାରା ବିଶ୍ୱର କଲ୍ୟାଣ କରୁଛନ୍ତି । କଲ୍ୟାଣକାରୀ ଆତ୍ମାମାନେ ବାବାଙ୍କୁ ବହୁତ ପ୍ରିୟ ଲାଗନ୍ତି । ତୁମେ ପରସ୍ପର ଭାଇ ଭାଇ, ତେଣୁ ତୁମମାନଙ୍କ ଭିତରେ ବହୁତ ସ୍ନେହ ରହୁଛି । ବାବାଙ୍କୁ ଜାଣିଥିବା ପିଲାମାନଙ୍କ ଭିତରେ ଯେତିକି ସ୍ନେହ ରହିବ, ସେତିକି ସ୍ନେହ ବାବାଙ୍କୁ ନ ଜାଣିଥିବା ଆତ୍ମାଙ୍କ ଭିତରେ ରହିବ ନାହିଁ । ତୁମର ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବା ଉଚିତ୍ । ଯଦି ଭାଇ ଭାଇ ହୋଇ ପରସ୍ପର ଲଢେଇ ଝଗଡା କରୁଛ ବା ପରସ୍ପର ଭିତରେ ସ୍ନେହ ନାହିଁ, ତେବେ ସେମାନଙ୍କୁ ଭାଇ ଭାଇ କୁହାଯିବ ନାହିଁ । ତୁମର ପରସ୍ପର ଭିତରେ ବହୁତ ସ୍ନେହ ରହିବା ଆବଶ୍ୟକ । ବାବାଙ୍କର ମଧ୍ୟ ଆତ୍ମାମାନଙ୍କ ସହ ସ୍ନେହ ରହିଛି ନା, ତେଣୁ ଆତ୍ମାମାନଙ୍କର ମଧ୍ୟ ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବା ଆବଶ୍ୟକ । ସତ୍ୟଯୁଗରେ ସମସ୍ତେ ପରସ୍ପରକୁ ସ୍ନେହ କରିଥାନ୍ତି, କାହିଁକି ନା ସେଠାରେ ଶରୀରର ଅଭିମାନ ନ ଥାଏ । ତୁମେ ଭାଇ ଭାଇ, ଏକ ପିତାଙ୍କ ସ୍ମୃତିରେ ସାରା ବିଶ୍ୱର କଲ୍ୟାଣ କରୁଛ । ନିଜର ତ କଲ୍ୟାଣ କରିବା ସହିତ ଅନ୍ୟ ଭାଇମାନଙ୍କର ମଧ୍ୟ କଲ୍ୟାଣ କରିବା ଆବଶ୍ୟକ । ସେଥିପାଇଁ ବାବା ଦେହ-ଅଭିମାନୀରୁ ଦେହୀ-ଅଭିମାନୀ କରୁଛନ୍ତି । ଲୌକିକ ଦୁନିଆରେ ଭାଇ ଭାଇ ପରସ୍ପର ମଧ୍ୟରେ ଧନ ସମ୍ପତ୍ତିରୁ ଭାଗ ନେବା ପାଇଁ ଲଢେଇ କରିଥାନ୍ତି । କିନ୍ତୁ ଏଠାରେ ତ ଲଢେଇ ଝଗଡାର କୌଣସି କଥା ହିଁ ନାହିଁ, ସମସ୍ତଙ୍କୁ ବାବାଙ୍କ ସହିତ ସିଧାସଳଖ ସମ୍ବନ୍ଧ ରଖିବାକୁ ହେଉଛି । ଏହା ହେଉଛି ବେହଦର କଥା । ଯୋଗବଳ ଦ୍ୱାରା ବାବାଙ୍କ ଠାରୁ ସମ୍ପତ୍ତି ନେବାକୁ ହେବ । ଲୌକିକ ପିତାଙ୍କ ଠାରୁ ସ୍ଥୂଳ ସମ୍ପତ୍ତି ପ୍ରାପ୍ତ କରୁଛନ୍ତି । ଏହା ଆତ୍ମିକ ପିତାଙ୍କଠାରୁ ଆତ୍ମିକ ପିଲାମାନଙ୍କ ପାଇଁ ସୂକ୍ଷ୍ମ ସମ୍ପତ୍ତି । ତେଣୁ ସମସ୍ତଙ୍କୁ ବାବାଙ୍କଠାରୁ ସିଧା ସଳଖ ସମ୍ପତ୍ତି ନେବା ଦରକାର । ଯେତେ ଯେତେ ବ୍ୟକ୍ତିଗତ ରୂପେ ମନେ ପକାଇବ ସେତିକି ସମ୍ପତ୍ତି ମିଳିବ । ବାପା ଦେଖନ୍ତି ପିଲାମାନେ ଯଦି ପରସ୍ପର ଭିତରେ ଲଢେଇ ଝଗଡା କରୁଛନ୍ତି ତେବେ କୁହନ୍ତି ତୁମେ କଣ ଅନାଥ କି? ଆତ୍ମିକ ଭାଇମାନଙ୍କୁ ପରସ୍ପର ଲଢେଇ ଝଗଡା କରିବା ଉଚିତ୍ ନୁହେଁ । ଯଦି ଭାଇ ଭାଇ ହୋଇ ପରସ୍ପର ମଧ୍ୟରେ ଲଢେଇ ଝଗଡା କରୁଛ, ପରସ୍ପର ମଧ୍ୟରେ ସ୍ନେହ ନାହିଁ ତେବେ ତୁମେ ରାବଣର ସନ୍ତାନ ହୋଇଗଲ । ସେମାନଙ୍କୁ ଆସୁରୀ ସନ୍ତାନ କୁହାଯିବ । ତେବେ ଦୈବୀ ସନ୍ତାନ ଓ ଆସୁରୀ ସନ୍ତାନ ମଧ୍ୟରେ ତଫାତ୍ କଣ ରହିଲା । ତୁମେମାନେ ମଧ୍ୟ ଦେହ-ଅଭିମାନୀ ହୋଇ ଲଢେଇ ଝଗଡା କରୁଛ । ଆତ୍ମା ଆତ୍ମା ସହ କେବେ ଲଢେଇ କରି ନ ଥାଏ । ତେଣୁ ବାବା କହୁଛନ୍ତି ମିଠା ସନ୍ତାନଗଣ, ପରସ୍ପର ମଧ୍ୟରେ ଲଢେଇ ଝଗଡା କର ନାହିଁ । ଲଢେଇ ଝଗଡା କରୁଛନ୍ତି, ତେଣୁ ତ ବୁଝାଇବାକୁ ପଡୁଛି । ଏଭଳି ହେଲେ ବାବା କହିବେ ଏମାନେ ତ ଦେହ-ଅଭିମାନୀ ରାବଣର ସନ୍ତାନ । ପରସ୍ପର ମଧ୍ୟରେ ଲଢେଇ ଝଗଡା କରୁଛନ୍ତି, ତେଣୁ ଏମାନେ ମୋର ସନ୍ତାନ ନୁହଁନ୍ତି । ତୁମେ ୨୧ ଜନ୍ମ ପରସ୍ପର ସ୍ନେହ, ପ୍ରେମରେ ବାନ୍ଧି ହୋଇ ରହୁଛ । ଏବେ ମଧ୍ୟ ଦେହୀ-ଅଭିମାନୀ ହୋଇ ରୁହ । ଯଦି ପରସ୍ପର ମଧ୍ୟରେ ମତଭେଦ ରହୁଛି, ସ୍ନେହ ରହୁନାହିଁ, ତେବେ ସେ ସମୟରେ ନିଜକୁ ରାବଣର ସମ୍ପ୍ରଦାୟ ବୋଲି ଭାବିବା ଉଚିତ୍ । ଯଦି ପରସ୍ପର ମଧ୍ୟରେ ଲଢେଇ ଝଗଡା କରିବ ତେବେ ବାବାଙ୍କର ଇଜ୍ଜତ ଯିବ । ଯଦିଓ ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି କହୁଛ କିନ୍ତୁ ଯଦି ତୁମ ଭିତରେ ଆସୁରୀ ଗୁଣ ଥିବ ତେବେ ଦେହ-ଅଭିମାନୀ କୁହାଯିବ । ଯେଉଁମାନେ ଦେହୀ-ଅଭିମାନୀ ସେମାନଙ୍କ ଭିତରେ ଈଶ୍ୱରୀୟ ଗୁଣ ରହିଥାଏ । ନିଜ ଭିତରେ ଈଶ୍ୱରୀୟ ଗୁଣ ଧାରଣ କରିଲେ ହିଁ ବାବା ସାଥୀରେ ନେଇଯିବେ, ସେହି ସଂସ୍କାର ସାଥିରେ ଯିବ । ବାବା ଜାଣିଛନ୍ତି ଯେ - ପିଲାମାନେ ଦେହ-ଅଭିମାନୀ ହୋଇ ପରସ୍ପର ମଧ୍ୟରେ ବହୁତ ଲଢେଇ ଝଗଡା କରୁଛନ୍ତି । ସେମାନେ ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି କହିପାରିବେ ନାହିଁ । ନିଜର କେତେ କ୍ଷତି କରୁଛନ୍ତି । ମାୟାର ଅଧିନ ହୋଇଯାଉଛନ୍ତି । ପରସ୍ପର ମତ ଭେଦରେ ରହୁଛନ୍ତି । ବର୍ତ୍ତମାନ ସାରା ଦୁନିଆରେ ମତଭେଦ ରହିଛି, ତେବେ ଈଶ୍ୱରୀୟ ସନ୍ତାନ ହୋଇ ଯଦି ମତଭେଦରେ ରହିଲ ତେବେ ତାଙ୍କର ଏବଂ ତୁମ ମଧ୍ୟରେ ପାର୍ଥକ୍ୟ କଣ ରହିଲା? ସେମାନେ ବାବାଙ୍କର ନିନ୍ଦା କରାଇଥାନ୍ତି । ବାବାଙ୍କର ନିନ୍ଦା କରାଉଥିବା ଆତ୍ମା, ମତଭେଦରେ ରହୁଥିବା ଆତ୍ମାମାନଙ୍କୁ ସ୍ୱର୍ଗରେ ସ୍ଥାନ ମିଳିବ ନାହିଁ । ତାଙ୍କୁ ନାସ୍ତିକ କୁହାଯିବ। ଆସ୍ତିକ ପିଲାମାନେ କେବେ ହେଲେ ଲଢେଇ ଝଗଡା କରିବେ ନାହିଁ । ତେଣୁ ତୁମମାନଙ୍କୁ ପରସ୍ପର ମଧ୍ୟରେ ଲଢେଇ ଝଗଡା କରିବା ଉଚିତ ନୁହେଁ । ପରସ୍ପର ଭିତରେ ପ୍ରେମପୂର୍ବକ ରହିବା, ତୁମେ ଏହିଠାରେ ହିଁ ଶିଖୁଛ, ଯାହା ଦ୍ୱାରା ତୁମେ ୨୧ ଜନ୍ମ ପରସ୍ପର ପ୍ରେମପୂର୍ବକ ରହିପାରିବ । ଯଦି ବାବାଙ୍କର ସନ୍ତାନ ହୋଇ ଭାଇ-ଭାଇ ହୋଇ ନ ରହି ପାରିଲ ତେବେ ସେମାନଙ୍କୁ ଆସୁରୀ ସନ୍ତାନ କୁହାଯିବ । ବାବା ପିଲାମାନଙ୍କୁ ବୁଝାଇବା ପାଇଁ ମୁରଲୀ ଶୁଣାଉଛନ୍ତି । କିନ୍ତୁ ଦେହ-ଅଭିମାନ କାରଣରୁ ସେମାନେ ଜାଣି ପାରୁ ନାହାଁନ୍ତି ଯେ, ବାବା ଆମ ପାଇଁ କହୁଛନ୍ତି । ମାୟା ବଡ ପ୍ରବଳ । ଯେପରି ମୂଷା କାମୁଡି ଦେଲେ ଜଣାପଡି ନ ଥାଏ । ମାୟା ମଧ୍ୟ ପ୍ରଲୋଭନ ଦେଇ ବଶୀଭୂତ କରିନେଉଛି । କିଛି ଜଣା ପଡୁନାହିଁ । ପରସ୍ପର ରାଗିବା ଋଷିବା ଆସୁରୀ ସମ୍ପ୍ରଦାୟୀମାନଙ୍କର କାମ । ଅନେକ ସେବାକେନ୍ଦ୍ରରେ ଲଢେଇ ଝଗଡା କରୁଛନ୍ତି, ମତଭେଦରେ ରହୁଛନ୍ତି । ବର୍ତ୍ତମାନ କେହି ହେଲେ ସଂପୂର୍ଣ୍ଣ ନିର୍ଭୁଲ ହୋଇ ନାହାଁନ୍ତି, ମାୟା ତୁମ ସହିତ ଯୁଦ୍ଧ କରିଚାଲିଛି । ମାୟା ଏଭଳି ମତିଭ୍ରମ କରିଦେଉଛି ଯେ, କାହାକୁ କିଛି ଜଣା ପଡୁନାହିଁ । ତେବେ ନିଜର ହୃଦୟକୁ ପଚାର ଆମର ପରସ୍ପର ମଧ୍ୟରେ ସ୍ନେହ ଅଛି ନା ନାହିଁ । ମୁଁ ପ୍ରେମର ସାଗରଙ୍କ ସନ୍ତାନ, ତେଣୁ ପ୍ରେମର ଭରପୁର ଗଙ୍ଗା ହେବା ଆବଶ୍ୟକ । ଲଢେଇ ଝଗଡା କରିବା, ଓଲଟା-ସିଧା କହିବା ଅପେକ୍ଷା, କିଛି ନ କହି ଚୁପ୍ ରହିବା ଭଲ । ଖରାପ ଶୁଣ ନାହିଁ... ଯଦି କାହା ଭିତରେ କ୍ରୋଧର ଅଂଶ ରହିଛି, ତେବେ ସେହି ସ୍ନେହ ଭାବ ରହିବ ନାହିଁ । ତେଣୁ ବାବା କହୁଛନ୍ତି - ପ୍ରତିଦିନ ନିଜର ହିସାବ ରଖ, ଯଦି ଆସୁରୀ ଚଳଣିରେ କୌଣସି ପରିବର୍ତ୍ତନ ହେଉନାହିଁ, ତେବେ ପରିଣାମ କଣ ହେବ? କେଉଁ ପଦ ପାଇବ? ବାବା ବୁଝାଉଛନ୍ତି - ଯଦି କୌଣସି ସେବା କରିବ ନାହିଁ ତେବେ ଅବସ୍ଥା କଣ ହେବ? ନିଚ୍ଚ ପଦ ପାଇବ । ସାକ୍ଷାତ୍‌କାର ତ ସମସ୍ତଙ୍କୁ ହେବ, ତୁମକୁ ମଧ୍ୟ ନିଜ ପାଠପଢାର ସାକ୍ଷାତ୍‌କାର ହେବ । ସାକ୍ଷାତ୍‌କାର ପରେ ହିଁ ତୁମର ଏହି ଦୁନିଆରୁ ବଦଳି ହେବ, ବଦଳି ହୋଇ ତୁମେ ନୂଆ ଦୁନିଆକୁ ଆସିବ । ଅନ୍ତିମ ସମୟରେ ସବୁ କିଛି ସାକ୍ଷାତ୍‌କାର ହେବ ଯେ କିଏ କେତେ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ତାପରେ ପୁଣି କାନ୍ଦିବେ, ମୁଣ୍ଡ ପିଟିବେ, ଦଣ୍ଡ ମଧ୍ୟ ଭୋଗ କରିବେ, ପଶ୍ଚାତାପ କରିବେ ଯେ, କାହିଁକି ବାବାଙ୍କ କଥା ମାନିଲି ନାହିଁ । ବାବା ତ ବାରମ୍ବାର ବୁଝାଉଛନ୍ତି - କୌଣସି ଆସୁରୀ ଗୁଣ ରହିବା ଉଚିତ୍ ନୁହେଁ । ଯାହାଙ୍କ ଭିତରେ ଦୈବୀ ଗୁଣ ଅଛି, ସେମାନଙ୍କୁ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ । ବାବାଙ୍କୁ ମନେ ପକାଇବା ବହୁତ ସହଜ, ଅଲଫ ଏବଂ ବେ । ଅଲଫ୍ ଅର୍ଥାତ୍ ବାବା, ବେ ଅର୍ଥାତ୍ ରାଜତ୍ୱ । ପିଲାମାନଙ୍କ ଭିତରେ ନିଶା ରହିବା ଦରକାର । ଯଦି ପରସ୍ପର ଭିତରେ ମତଭେଦରେ ରହିବେ, ଲଢେଇ ଝଗଡା କରିବେ, ତେବେ ନିଜକୁ ଈଶ୍ୱରୀୟ ସନ୍ତାନ କିପରି କହିପାରିବେ । ବାବା ବୁଝିଯିବେ ଯେ - ଇଏ ଆସୁରୀ ସନ୍ତାନ ଅଟନ୍ତି, ମାୟା ତାଙ୍କୁ ଭଲ ଭାବେ ଗ୍ରାସ କରିଦେଇଛି । କିନ୍ତୁ ତାଙ୍କୁ ଜଣା ପଡି ନ ଥାଏ, କେବଳ ଅବସ୍ଥା ହଲଚଲ ହୋଇଥାଏ । ସେମାନଙ୍କର ପଦ ମଧ୍ୟ କମ୍ ହୋଇଯାଇଥାଏ । ତେବେ ତୁମେ ପିଲାମାନେ ତାଙ୍କୁ ସ୍ନେହର ସହିତ ବୁଝାଇବା ପାଇଁ ପ୍ରଯତ୍ନ କରିବା ଉଚିତ୍ । ତାଙ୍କ ପ୍ରତି ସ୍ନେହର ଦୃଷ୍ଟି ରଖିବା ଦରକାର । ବାବା ପ୍ରେମର ସାଗର, ତେଣୁ ପିଲାମାନଙ୍କୁ ମଧ୍ୟ ଆକର୍ଷିତ କରିଥାଆନ୍ତି । ତେଣୁ ତୁମକୁ ମଧ୍ୟ ପ୍ରେମର ସାଗର ହେବାକୁ ପଡିବ ।

ବାବା ପିଲାମାନଙ୍କୁ ବହୁତ ପ୍ରେମର ସହିତ ବୁଝାଉଛନ୍ତି । ଶ୍ରେଷ୍ଠ ମତ ଦେଉଛନ୍ତି । ଈଶ୍ୱରୀୟ ମତ ଦ୍ୱାରା ତୁମେମାନେ ଫୁଲ ଅର୍ଥାତ୍ ଦିବ୍ୟଗୁଣ ସମ୍ପନ୍ନ ହୋଇଯାଉଛ । ବାବା ତୁମମାନଙ୍କୁ ସବୁ ଗୁଣ ପ୍ରାପ୍ତ କରାଉଛନ୍ତି । ଦେବତାମାନଙ୍କ ଭିତରେ ବହୁତ ସ୍ନେହ ଥାଏ । ସେହି ଅବସ୍ଥା ଏବେ ତୁମକୁ ଏହିଠାରେ ହିଁ ତିଆରି କରିବାକୁ ହେବ । ବର୍ତ୍ତମାନ ତୁମ ଭିତରେ ଏହି ଜ୍ଞାନ ରହିଛି କିନ୍ତୁ ଦେବତା ହେବା ପରେ ଏହି ଜ୍ଞାନ ରହିବ ନାହିଁ । ସେଠାରେ ଦୈବୀ ସ୍ନେହ ରହିଥାଏ । ତେଣୁ ପିଲାମାନଙ୍କୁ ଏବେ ଦିବ୍ୟଗୁଣ ଧାରଣ କରିବାକୁ ହେବ । ଏବେ ତୁମେମାନେ ପୂଜ୍ୟ ହେବା ପାଇଁ ପୁରୁଷାର୍ଥ କରୁଛ । ଏବେ ସଂଗମ ଯୁଗରେ ଅଛ । ବାବା ମଧ୍ୟ ଭାରତରେ ଆସୁଛନ୍ତି, ସେଥିପାଇଁ ଏଠାରେ ଶିବଜୟନ୍ତୀ ପାଳନ କରାଯାଉଛି । କିନ୍ତୁ ସେ କିଏ, କିଭଳି ଆସନ୍ତି, କେବେ ଆସନ୍ତି ଏବଂ ଆସି କଣ କରନ୍ତି - ଏକଥା କେହି ବି ଜାଣି ନାହାଁନ୍ତି । ତୁମେ ପିଲାମାନେ ମଧ୍ୟ ଏବେ ପୁରୁଷାର୍ଥର କ୍ରମାନୁସାରେ ଜାଣୁଛ । ଯିଏ ଜାଣିନାହାଁନ୍ତି ସେ କାହାକୁ ବୁଝାଇ ପାରିବେ ନାହିଁ, ତେବେ ତାଙ୍କର ପଦ କମ୍ ହୋଇଯିବ । ସ୍କୁଲମାନଙ୍କରେ ମଧ୍ୟ କେତେକ ଛାତ୍ରମାନଙ୍କର ଚାଲି ଚଳଣି ବହୁତ ଖରାପ ଥାଏ ଏବଂ କାହା କାହାର ଚାଲିଚଳଣି ବହୁତ ଭଲ ମଧ୍ୟ ହୋଇଥାଏ । କେହି ସଦା ଉପସ୍ଥିତ ହୋଇଥାଆନ୍ତି, କେହି କେହି ଅନୁପସ୍ଥିତ ମଧ୍ୟ ରୁହନ୍ତି । ଏଠାରେ ଯିଏ ବାବାଙ୍କୁ ମନେ ପକାଉଛନ୍ତି, ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୁରାଉଛନ୍ତି ତାଙ୍କୁ ହିଁ ଉପସ୍ଥିତ ବୋଲି କୁହାଯିବ । ବାବା କହୁଛନ୍ତି - ଉଠିବା, ବସିବା ସମୟରେ ମଧ୍ୟ ନିଜକୁ ସ୍ୱଦର୍ଶନ ଚକ୍ରଧାରୀ ମନେକର । ଭୂଲି ଗଲ ଅର୍ଥାତ୍ ଅନୁପସ୍ଥିତ ରହିଲ, ଯଦି ସର୍ବଦା ଉପସ୍ଥିତ ରହିବ ଅର୍ଥାତ୍ ବାବାଙ୍କୁ ମନେ ପକାଇବ ତେବେ ଉଚ୍ଚ ପଦ ପାଇବ । ଭୁଲି ଗଲେ ନିଚ୍ଚ ପଦ ପାଇବ । ବାବା ଜାଣିଛନ୍ତି, ଏବେ ଆଉ ଅଳ୍ପ ସମୟ ବାକି ଅଛି । ଉଚ୍ଚ ପଦ ପ୍ରାପ୍ତ କରୁଥିବା ଆତ୍ମାମାନଙ୍କ ବୁଦ୍ଧିରେ ଏହି ଚକ୍ର ସର୍ବଦା ଘୂରୁଥିବ । କୁହାଯାଏ ଶିବବାବାଙ୍କର ସ୍ମୃତି ଥାଉ, ମୁଖରେ ଜ୍ଞାନମୃତ ରହୁ, ତେବେ ଶରୀରରୁ ପ୍ରାଣ ବାହାରି ଯାଉ । ଯଦି କୌଣସି ଜିନିଷରେ ମମତା ରହିଥିବ ତେବେ ଅନ୍ତିମ ସମୟରେ ତାହା ହିଁ ମନେ ପଡିବ । ଯଦି ଖାଦ୍ୟ ପ୍ରତି ଲୋଭ ଥିବ ତେବେ ମରିବା ସମୟରେ ସେହି ଖାଦ୍ୟ ଖାଇବାର ଲାଳସା ରହିବ । ଏଭଳି ହେଲେ ପଦ ଭ୍ରଷ୍ଟ ହୋଇଯିବ । ବାବା କହୁଛନ୍ତି ସ୍ୱଦର୍ଶନ ଚକ୍ରଧାରୀ ହୋଇ ଶରୀର ତ୍ୟାଗ କର, ଅନ୍ୟ କିଛି ବି ଯେପରି ମନେ ନ ପଡୁ । ବିନା ସମ୍ବନ୍ଧୀ ଯେଭଳି ଆତ୍ମା ଏକୁଟିଆ ଆସିଥିଲା ସେହିଭଳି ଯିବାକୁ ହେବ । ଲୋଭ ମଧ୍ୟ କିଛି କମ୍ ନୁହେଁ । ଯଦି କୌଣସି ଜିନିଷ ପ୍ରତି ଲୋଭ ରହିବ, ତେବେ ଅନ୍ତିମ ସମୟରେ ତାହା ହିଁ ମନେ ପଡିବ, ଯଦି ନ ମିଳିଲା ସେହି ଆଶାରେ ମୃତ୍ୟୁବରଣ କରିବ । ତେଣୁ ତୁମମାନଙ୍କ ଭିତରେ ଲୋଭ ଆଦି ରହିବା ଉଚିତ୍ ନୁହେଁ । ବାବା ତ ବହୁତ ବୁଝାଉଛନ୍ତି କିନ୍ତୁ ଯିଏ ବୁଝିଲାବାଲା ହୋଇଥିବେ ସେ ହିଁ ବୁଝିବେ । ବାବାଙ୍କର ସ୍ମୃତି ନିରନ୍ତର ହୃଦୟରେ ଥାଉ - ବାବା ଓ ବାବା । ବାବା ବାବା ଶବ୍ଦ ମୁଖରେ କହିବାର ଆବଶ୍ୟକତା ନାହିଁ । ଭିତରେ କେବଳ ଅଜପାଜପ ଚାଲିଥାଉ । ବାବାଙ୍କର ସ୍ମୃତିରେ, କର୍ମାତୀତ ଅବସ୍ଥାରେ ଏହି ଶରୀର ତ୍ୟାଗ କଲେ ଉଚ୍ଚ ପଦ ପାଇ ପାରିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସ୍ନେହରେ ଭରପୁର ଗଙ୍ଗା ହେବାକୁ ପଡିବ । ସମସ୍ତଙ୍କ ପ୍ରତି ସ୍ନେହର ଦୃଷ୍ଟି ରଖିବାକୁ ହେବ । କେବେ ହେଲେ ମୁଖରେ ଓଲଟା କଥା କହିବାର ନାହିଁ ।

(୨) କୌଣସି ଜିନିଷ ପ୍ରତି ଲୋଭ ରଖିବାର ନାହିଁ । ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ । ଏପରି ଅଭ୍ୟାସ କରିବାକୁ ହେବ ଯେପରି ଅନ୍ତିମ ସମୟରେ ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ଜିନିଷ ମନେ ନ ପଡିବ ।

ବରଦାନ:-
ପୁରୁଣା ଦେହ ଏବଂ ଦୁନିଆର ସର୍ବ ଆକର୍ଷଣ ଠାରୁ ସହଜରେ ଏବଂ ସଦାସର୍ବଦା ଦୂରରେ ରହୁଥିବା ରାଜଋଷି ହୁଅ ।

ରାଜଋଷି ଅର୍ଥାତ୍ ଗୋଟିଏ ପଟେ ସର୍ବପ୍ରାପ୍ତିର ଅଧିକାରର ନିଶା ଏବଂ ଦ୍ୱିତୀୟ ପଟେ ବେହଦର ବୈରାଗ୍ୟର ଅଲୌକିକ ନିଶା । ବର୍ତ୍ତମାନ ସମୟରେ ଏହି ଦୁଇଟି ଯାକ ଅଭ୍ୟାସକୁ ବଢାଇଚାଲ । ବୈରାଗ୍ୟ ଅର୍ଥାତ୍ ଆଡ ହୋଇ ରହିବା ନୁହେଁ କିନ୍ତୁ ସର୍ବପ୍ରାପ୍ତି ଥିଲେ ମଧ୍ୟ ବିନାଶୀ ଆକର୍ଷଣ ଗୁଡିକ ମନ-ବୁଦ୍ଧିକୁ ଆକର୍ଷିତ କରୁ ନ ଥିବ । ସଂକଳ୍ପ ମାତ୍ରରେ ମଧ୍ୟ ଅଧୀନତା ନ ଥିବ, ତେବେ କୁହାଯିବ ରାଜଋଷି ଅର୍ଥାତ୍ ବେହଦର ବୈରାଗୀ । ଏହି ପୁରୁଣା ଦେହ ବା ଦେହର ପୁରୁଣା ଦୁନିଆ, ବ୍ୟକ୍ତ ଭାବ, ବୈଭବର ଭାବ - ଏହି ସବୁ ଆକର୍ଷଣଠାରୁ ସର୍ବଦା ଏବଂ ସହଜରେ ଦୂରରେ ରହୁଥିବା ଆତ୍ମା ।

ସ୍ଲୋଗାନ:-
ବିଜ୍ଞାନର ସାଧନଗୁଡିକୁ ବ୍ୟବହାର କର କିନ୍ତୁ ସେଗୁଡିକୁ ନିଜର ଜୀବନର ଆଧାର କର ନାହିଁ ।

ମାତେଶ୍ୱରୀଙ୍କର ମଧୁର ମହାବାକ୍ୟ

ଏହି ସଂଗମ ଯୁଗରେ ପ୍ରତ୍ୟକ୍ଷ ରୂପେ ମହାଭାରତ ଯୁଦ୍ଧର ପୁନରାବୃତ୍ତି ହେଉଛି

ଦେଖ, ମନୁଷ୍ୟମାନେ କହୁଛନ୍ତି ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ କୁରୁକ୍ଷେତ୍ରରେ ଯୁଦ୍ଧ ଲାଗିଲା ଏବଂ ପାଣ୍ଡବମାନଙ୍କର ସାଥୀ ଏବଂ ନିର୍ଦ୍ଦେଶକ ଶ୍ରୀକୃଷ୍ଣ ଥିଲେ । ନିଶ୍ଚିତ ରୂପେ ଯେଉଁ ପକ୍ଷରେ ପ୍ରକୃତିପତି ରହିବେ ତାଙ୍କର ହିଁ ବିଜୟ ହେବ । କିନ୍ତୁ ଶାସ୍ତ୍ରରେ ସବୁ କଥାକୁ ଗୋଳାଇ ମିଶାଇ ଦେଇଛନ୍ତି । ପ୍ରଥମେ ଏହି କଥା ବୁଝିବା ଦରକାର ଯେ ପ୍ରକୃତିପତି ଶ୍ରୀକୃଷ୍ଣ ନ ଥିଲେ । ପ୍ରକୃତିପତି ତ ପରମପିତା ପରମାତ୍ମା ହିଁ ଅଟନ୍ତି । କୃଷ୍ଣ ତ ସତ୍ୟଯୁଗର ପ୍ରଥମ ରାଜକୁମାର ତାଙ୍କୁ ଭଗବାନ କୁହାଯାଇ ପାରିବ ନାହିଁ । ତେବେ ପାଣ୍ଡବ ମାନଙ୍କର ସାରଥୀ ପରମାତ୍ମା ଥିଲେ ଶ୍ରୀକୃଷ୍ଣ ନୁହଁନ୍ତି । ପରମାତ୍ମା କେବେ ହେଲେ ନିଜର ପିଲାମାନଙ୍କୁ ହିଂସା କରିବାର ଶିକ୍ଷା ଦେବେ ନାହିଁ, ନା ପାଣ୍ଡବମାନେ କୌଣସି ହିଂସାର ଯୁଦ୍ଧ କରି ସ୍ୱରାଜ୍ୟ ନେଇ ଥିଲେ । ଏହି ଦୁନିଆ କର୍ମକ୍ଷେତ୍ର ଅଟେ । ଏଠାରେ ମନୁଷ୍ୟ ଯେଉଁଭଳି କର୍ମ ରୂପି ବୀଜ ରୋପଣ କରେ, ସେହିଭଳି ଭଲ ମନ୍ଦ ଫଳ ଭୋଗିଥାଏ । ଯେଉଁ କର୍ମକ୍ଷେତ୍ରରେ ପାଣ୍ଡବ ଅର୍ଥାତ୍ ଭାରତମାତା ଶକ୍ତି ଅବତାର ମଧ୍ୟ ଉପସ୍ଥିତ ଅଛନ୍ତି । ପରମାତ୍ମା ଭାରତ ଭୁଖଣ୍ଡରେ ହିଁ ଆସିଥାଆନ୍ତି ତେଣୁ ଭାରତକୁ ଅବିନାଶୀ ଭୂଖଣ୍ଡ କୁହାଯାଏ । ପରମାତ୍ମାଙ୍କ ଅବତରଣ ଭାରତ ଭୂମିରେ ହିଁ ହୋଇଥାଏ କାରଣ ଅଧର୍ମର ବୃଦ୍ଧି ଏହି ଭାରତ ଭୂମିରେ ହିଁ ହୋଇଥାଏ । ତେଣୁ ସେହିଠାରେ ହିଁ ପରମାତ୍ମା ଯୋଗ ବଳରେ କୌରବ ରାଜ୍ୟର ବିନାଶ କରି ପାଣ୍ଡବ ରାଜ୍ୟ ସ୍ଥାପନ କରିଲେ । ପରମାତ୍ମା ଆସି ଧର୍ମର ରାଜ୍ୟ ସ୍ଥାପନ କଲେ କିନ୍ତୁ ଭାରତବାସୀ ନିଜର ସେହି ପବିତ୍ର ଧର୍ମ ଓ ନିଜର ଶ୍ରେଷ୍ଠ କର୍ମକୁ ଭୁଲି ନିଜକୁ ହିନ୍ଦୁ କହୁଛନ୍ତି । ବିଚରା ଆତ୍ମାମାନେ ନିଜର ଧର୍ମକୁ ନ ଜାଣି ଅନ୍ୟ ଧର୍ମ ସହ ଯୋଡି ହୋଇ ଯାଇଛନ୍ତି । ଏହି ଅବିନାଶୀ ଜ୍ଞାନ ଅବିନାଶୀ ମାଲିକ ନିଜେ ଆସି କହୁଛନ୍ତି । ଏମାନେ ନିଜର ସ୍ୱଧର୍ମକୁ ଭୁଲି ସିମୀତ ଭାବନାରେ ବାନ୍ଧି ହୋଇ ଯାଇଛନ୍ତି । ଯାହାକୁ ଅତି ଧର୍ମଗ୍ଲାନି ବୋଲି କୁହାଯାଇଛି । କାହିଁକିନା ଏସବୁ ପ୍ରକୃତିର ଧର୍ମ । ପ୍ରଥମେ ନିଜର ସ୍ୱଧର୍ମକୁ ଜାଣିବାର ଅଛି । ପ୍ରତ୍ୟେକଙ୍କର ସ୍ୱଧର୍ମ ହେଉଛି ମୁଁ ଆତ୍ମା ଶାନ୍ତ ସ୍ୱରୂପ । ନିଜର ପ୍ରକୃତ ଧର୍ମ ହେଉଛି ଦେବତା ଧର୍ମ । ଏହି ୩୩ କୋଟି ଭାରତବାସୀ ହିଁ ଦେବତା ଥିଲେ । ସେଥିପାଇଁ ତ ପରମାତ୍ମା କହୁଛନ୍ତି ନିଜର ଦେହର ଧର୍ମକୁ ପରିତ୍ୟାଗ କର । ସର୍ବଧର୍ମାନି ପରିତ୍ୟଜ..... ଏହି ହଦର ଧର୍ମ ପାଇଁ ଏତେ ଆନ୍ଦୋଳନ ହୋଇଯାଇଛି । ଏବେ ଏହି ହଦର ଧର୍ମରୁ ବାହାରି ଆତ୍ମାର ସ୍ୱଧର୍ମରେ ସ୍ଥିତ ହେବାକୁ ପଡିବ । ଅବିନାଶୀ ପିତା ସର୍ବଶକ୍ତିମାନ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବାକୁ ପଡିବ । ତେବେ ସର୍ବଶକ୍ତିମାନ ପ୍ରକୃତିପତି ପରମାତ୍ମା ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । କଳ୍ପ ପୂର୍ବରୁ ମଧ୍ୟ ଯେଉଁ ପକ୍ଷରେ ସାକ୍ଷାତ୍ ପ୍ରକୃତିପତି ପରମାତ୍ମା ଥିଲେ ତାଙ୍କର ବିଜୟର ଗାୟନ ରହିଛି । ଆଚ୍ଛା! ଓମ୍ ଶାନ୍ତି ।