07.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏବେ ପୂଜାରୀରୁ ପୂଜ୍ୟ ହେଉଛ, ପୂଜ୍ୟ ବାବା ତୁମମାନଙ୍କୁ ନିଜ ସମାନ ପୂଜ୍ୟ କରିବା ପାଇଁ ଆସିଛନ୍ତି ।”

ପ୍ରଶ୍ନ:-
ତୁମମାନଙ୍କ ଭିତରେ କେଉଁ ଦୃଢ଼ ବିଶ୍ୱାସ ରହିଛି?

ଉତ୍ତର:-
ତୁମର ଦୃଢ଼ ବିଶ୍ୱାସ ରହିଛି ଯେ ଆମେ ବଞ୍ଚି ଥାଉ ଥାଉ ବାବାଙ୍କଠାରୁ ସମ୍ପୂର୍ଣ୍ଣ ବର୍ସା ଅର୍ଥାତ୍ ସମ୍ପତ୍ତି ନେଇ ଦେଖାଇବୁ । ବାବାଙ୍କ ସ୍ମୃତିରେ ଏହି ପୁରୁଣା ଶରୀରକୁ ଛାଡି ବାବାଙ୍କ ସାଥିରେ ଯିବୁ । ବାବା ଆମକୁ ଘରକୁ ଯିବାର ସହଜ ରାସ୍ତା ବତାଉଛନ୍ତି ।

ଗୀତ:-
ଓମ୍ ନମଃ ଶିବାୟ...

ଓମ୍ ଶାନ୍ତି ।
ଓମ୍ ଶାନ୍ତି । ଓମ୍ ଶାନ୍ତି ତ ବହୁତ ମନୁଷ୍ୟ କହୁଛନ୍ତି । ପିଲାମାନେ ମଧ୍ୟ ଓମ୍ ଶାନ୍ତି କହୁଛନ୍ତି । ଶରୀର ଭିତରେ ଯେଉଁ ଆତ୍ମା ଅଛି — ସେ କହୁଛି ଓମ୍ ଶାନ୍ତି । କିନ୍ତୁ ଆତ୍ମାମାନେ ଯଥାର୍ଥ ଭାବରେ ନିଜକୁ ଜାଣିନାହାଁନ୍ତି, ନା ବାବାଙ୍କୁ ଜାଣିଛନ୍ତି । ଯଦିଓ ଡାକୁଛନ୍ତି କିନ୍ତୁ ବାବା କହୁଛନ୍ତି ମୁଁ ଯିଏ, ଯେପରି ଅଟେ ଯଥାର୍ଥ ରୀତି ମୋତେ କେହି ଜାଣିନାହାଁନ୍ତି । ତୁମେ ନିଜେ ନିଜକୁ ମଧ୍ୟ ଜାଣି ନ ଥିଲ ମୁଁ କିଏ, କେଉଁଠାରୁ ଆସିଛି । ଆତ୍ମା ପୁରୁଷ ଅଟେ ନା । ବାବାଙ୍କର ସନ୍ତାନ । ସମସ୍ତ ଆତ୍ମାମାନଙ୍କର ପିତା ହେଲେ ପରମାତ୍ମା । ତେଣୁ ଆତ୍ମାମାନେ ପରସ୍ପର ମଧ୍ୟରେ ଭାଇ ଭାଇ ହୋଇଗଲେ । ପୁଣି ଶରୀର ଦୃଷ୍ଟିରେ କାହାକୁ ପୁରୁଷ କାହାକୁ ନାରୀ କୁହାଯାଉଛି । କିନ୍ତୁ ଯଥାର୍ଥ ଭାବରେ ଆତ୍ମା କ’ଣ, ଏକଥା କୌଣସି ମନୁଷ୍ୟ ଜାଣିନାହାଁନ୍ତି । ଏବେ ତୁମମାନଙ୍କୁ ଏହି ଜ୍ଞାନ ମିଳୁଛି ଯାହାକୁ ତୁମେ ସାଥିରେ ନେଇ ଯାଉଛ । ସେଠାରେ ଏହି ଜ୍ଞାନ ରହିବ ଯେ - ମୁଁ ଆତ୍ମା ଏହି ପୁରୁଣା ଶରୀରକୁ ତ୍ୟାଗ କରି ଅନ୍ୟ ଏକ ଶରୀର ଧାରଣ କରିବି, କାରଣ ଆତ୍ମାର ପରିଚୟ ସାଥିରେ ନେଇ ଯାଇଥାଅ । ପୂର୍ବରୁ ତ ଆତ୍ମାକୁ ମଧ୍ୟ ଜାଣି ନ ଥିଲେ । ଆମେ କେବେଠାରୁ ପାର୍ଟ କରୁଛୁ, କିଛି ହେଲେ ଜାଣି ନ ଥିଲ । ଏବେ ମଧ୍ୟ କେହି କେହି ସମ୍ପୂର୍ଣ୍ଣ ଭାବେ ନିଜକୁ ଚିହ୍ନି ନାହାଁନ୍ତି । ମୋଟା ମୋଟି ଭାବେ ଜାଣିଛନ୍ତି ଏବଂ ସ୍ଥୂଳ ଭାବରେ ଲିଙ୍ଗ ରୂପକୁ ହିଁ ମନେପକାଉଛନ୍ତି । ମୁଁ ଆତ୍ମା ବିନ୍ଦୁ, ବାବା ମଧ୍ୟ ବିନ୍ଦୁ, ତାଙ୍କୁ ସେହି ରୂପରେ ମନେ ପକାଇବା, ଏପରି ବହୁତ କମ୍ ଅଛନ୍ତି । ବୁଦ୍ଧି କ୍ରମାନ୍ୱୟରେ ରହିଛି ନା । କେହି ତ ଭଲ ଭାବରେ ବୁଝି ଅନ୍ୟକୁ ମଧ୍ୟ ବୁଝାଇବାରେ ଲାଗିପଡୁଛନ୍ତି । ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ସେ ହିଁ ପତିତ ପାବନ ଅଟନ୍ତି । ପ୍ରଥମତଃ ମନୁଷ୍ୟମାନଙ୍କ ପାଖରେ ଆତ୍ମାର ପରିଚୟ ହିଁ ନାହିଁ, ତେଣୁ ଏ କଥା ମଧ୍ୟ ବୁଝାଇବାକୁ ହେବ । ନିଜକୁ ଆତ୍ମା ନିଶ୍ଚୟ କଲେ ବାବାଙ୍କୁ ମଧ୍ୟ ଜାଣିପାରିବ । ଆତ୍ମାକୁ ହିଁ ଚିହ୍ନି ନାହାନ୍ତି ସେଥିପାଇଁ ବାବାଙ୍କୁ ମଧ୍ୟ ପୁରା ଜାଣିପାରୁନାହାଁନ୍ତି । ଏବେ ତୁମେମାନେ ଜାଣୁଛ ଆମେ ଆତ୍ମା ବିନ୍ଦୁ ସ୍ୱରୂପ ଅଟୁ । ଏତେ ଛୋଟ ଆତ୍ମାରେ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି, ଏହି କଥାକୁ ମଧ୍ୟ ତୁମକୁ ବୁଝାଇବାକୁ ପଡିବ । ନଚେତ୍ କେବଳ ଏତିକି କହୁଛନ୍ତି ଯେ, ଏହି ଜ୍ଞାନ ତ ବହୁତ ଭଲ । ଭଗବାନଙ୍କ ସହିତ ମିଶିବା ପାଇଁ ବହୁତ ଭଲ ରାସ୍ତା ବତାଉଛନ୍ତି । କିନ୍ତୁ ମୁଁ କିଏ, ଆମର ପିତା କିଏ, ଏ କଥା କେହି ବି ଜାଣିନାହାନ୍ତି । କେବଳ ବହୁତ ଭଲ ବୋଲି କହିଦେଉଛନ୍ତି । କେହି ପୁଣି ଏମିତି ବି କହିଦେଉଛନ୍ତି ଯେ ଏମାନେ ସମସ୍ତଙ୍କୁ ନାସ୍ତିକ କରିଦେଉଛନ୍ତି । ତୁମେମାନେ ଜାଣିଛ - ଏହି ଜ୍ଞାନକୁ କେହି ହେଲେ ବୁଝୁନାହାଁନ୍ତି । ତୁମେ ବୁଝାଉଛ ଏବେ ପୂଜ୍ୟ ହେବାକୁ ଯାଉଛୁ । ଆମେ କାହାର ପୂଜା କରୁନାହୁଁ କାହିଁକିନା ଯିଏ ସମସ୍ତଙ୍କର ପୂଜ୍ୟ ସର୍ବୋଚ୍ଚ ଭଗବାନ ଅଟନ୍ତି, ଆମେ ତାଙ୍କର ସନ୍ତାନ ଅଟୁ । ସେ ହେଉଛନ୍ତି ପୂଜ୍ୟ ପିତାଶ୍ରୀ । ଏବେ ତୁମେ ଜାଣୁଛ ପିତାଶ୍ରୀ ଆମକୁ ନିଜର କରି ପାଠ ପଢ଼ାଉଛନ୍ତି । ସର୍ବୋଚ୍ଚ ପୂଜ୍ୟ ଏକମାତ୍ର ବାବା ହିଁ ଅଟନ୍ତି । ତାଙ୍କ ବ୍ୟତୀତ ଆଉ କେହି ପୂଜ୍ୟ କରିପାରିବେ ନାହିଁ । ପୂଜାରୀ ନିଶ୍ଚୟ ପୂଜାରୀ ହିଁ କରାଇବେ । ଦୁନିଆରେ ସମସ୍ତେ ହେଉଛନ୍ତି ପୂଜାରୀ । ତୁମକୁ ଏବେ ପୂଜ୍ୟ ଶିବବାବା ମିଳିଛନ୍ତି, ଯିଏ ନିଜ ସମାନ କରୁଛନ୍ତି । ତୁମକୁ ପୂଜା ଆଦି କରିବା ଛଡାଇ ଦେଉଛନ୍ତି । ନିଜ ସାଥିରେ ପରମଧାମ ଘରକୁ ନେଇଯାଉଛନ୍ତି । ଏହା ହେଲା ଛି ଛି ଦୁନିଆ, ମୃତ୍ୟୁଲୋକ । ରାବଣ ରାଜ୍ୟରେ ହିଁ ଭକ୍ତି ଆରମ୍ଭ ହେଉଛି । ମନୁଷ୍ୟ ପୂଜ୍ୟରୁ ପୂଜାରୀ ହୋଇଯାଉଛନ୍ତି । ପୁଣି ପୂଜାରୀରୁ ପୂଜ୍ୟ କରିବା ପାଇଁ ବାବାଙ୍କୁ ଆସିବାକୁ ପଡୁଛି । ଏବେ ତୁମେମାନେ ପୂଜ୍ୟ ଦେବତା ହେଉଛ । ଆତ୍ମା ଏହି ଶରୀର ଦ୍ୱାରା ପାର୍ଟ କରୁଛି । ଏବେ ବାବା ଆମକୁ ପୂଜ୍ୟ ଦେବତା କରୁଛନ୍ତି, ଆତ୍ମାକୁ ପବିତ୍ର କରୁଛନ୍ତି ସେଥିପାଇଁ ଉପାୟ ବତାଉଛନ୍ତି - ବାବାଙ୍କୁ ମନେ ପକାଅ ତେବେ ତୁମେ ପୂଜାରୀରୁ ପୂଜ୍ୟ ହୋଇଯିବ କାହିଁକିନା ବାବା ହେଉଛନ୍ତି ସମସ୍ତଙ୍କର ପୂଜ୍ୟ । ଯେଉଁମାନେ ଅଧାକଳ୍ପ ପୂଜାରୀ ହେଉଛନ୍ତି, ସେହିମାନେ ହିଁ ପୁଣି ଅଧାକଳ୍ପ ପୂଜ୍ୟ ହେବେ, ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ କେହି ବି ଜାଣିନାହାଁନ୍ତି । ଏବେ ବାବାଙ୍କ ଦ୍ୱାରା ତୁମେମାନେ ଜାଣୁଛ ଏବଂ ଅନ୍ୟମାନଙ୍କୁ ମଧ୍ୟ ବୁଝାଉଛ । ପ୍ରଥମତଃ ଏହି ମୁଖ୍ୟ କଥା ସମସ୍ତଙ୍କୁ ବୁଝାଇବାକୁ ହେବ ଯେ - ନିଜକୁ ଆତ୍ମା ବିନ୍ଦୁ ମନେ କର । ଆତ୍ମାର ପିତା ନିରାକାର, ସିଏ ହିଁ ଜ୍ଞାନର ସାଗର ଯିଏକି ଏଠାକୁ ଆସି ପାଠପଢ଼ାଉଛନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଶୁଣାଉଛନ୍ତି । ବାବା ଥରେ ମାତ୍ର ଆସୁଛନ୍ତି । ତାଙ୍କୁ ଥରେ ମାତ୍ର ଜାଣିବାକୁ ପଡୁଛି । ସିଏ ସଙ୍ଗମ ଯୁଗରେ ଥରେ ମାତ୍ର ଆସୁଛନ୍ତି । ପୁରୁଣା ପତିତ ଦୁନିଆକୁ ପବିତ୍ର କରୁଛନ୍ତି । ଏବେ ବାବା ଡ୍ରାମାର ପ୍ଲାନ୍ ଅନୁସାରେ ଆସିଛନ୍ତି । ଏହା କୌଣସି ନୂଆ କଥା ନୁହେଁ । କଳ୍ପ କଳ୍ପ ଏହିପରି ଆସୁଛନ୍ତି । ଗୋଟିଏ ସେକେଣ୍ଡ ମଧ୍ୟ ଆଗ ପଛ ହୋଇପାରିବ ନାହିଁ । ଏବେ ତୁମ ମନକୁ ଠିକ୍ ଲାଗୁଛି ବାସ୍ତବରେ ଆମମାନଙ୍କୁ ବାବା ସତ୍ୟ ଜ୍ଞାନ ଦେଉଛନ୍ତି । ପୁଣି କଳ୍ପ ପରେ ମଧ୍ୟ ବାବାଙ୍କୁ ଆସିବାକୁ ପଡିବ । ବାବାଙ୍କ ଦ୍ୱାରା ଏବେ ଯାହା କିଛି ଜାଣୁଛ ତାହା ପୁଣି କଳ୍ପ ପରେ ମଧ୍ୟ ଜାଣିବ । ଏକଥା ମଧ୍ୟ ଜାଣିଛ ଯେ ଏବେ ପୁରୁଣା ଦୁନିଆର ବିନାଶ ହେବ ପୁଣି ଆମେ ସତ୍ୟଯୁଗରେ ଆସି ନିଜର ପାର୍ଟ କରିବୁ । ସତ୍ୟଯୁଗୀ ସ୍ୱର୍ଗବାସୀ ହେବୁ । ଏକଥା ବୁଦ୍ଧିରେ ଅଛି ନା । ଏକଥା ସ୍ମୃତିରେ ରହିଛି ତେଣୁ ଖୁସି ମଧ୍ୟ ରହୁଛି । ଏହା ତୁମମାନଙ୍କର ଛାତ୍ର ଜୀବନ ଅଟେ ନା । ଆମେ ସ୍ୱର୍ଗବାସୀ ହେବା ପାଇଁ ପାଠ ପଢ଼ୁଛୁ, ଯେ ପର୍ଯ୍ୟନ୍ତ ପାଠପଢ଼ା ଶେଷ ନ ହୋଇଛି ସେପର୍ଯ୍ୟନ୍ତ ଏହି ଖୁସି ସ୍ଥାୟୀ ରହିବା ଆବଶ୍ୟକ । ବାବା ବୁଝାଉଛନ୍ତି ପାଠପଢ଼ା ସେତେବେଳେ ସମ୍ପୂର୍ଣ୍ଣ ହେବ ଯେତେବେଳେ ବିନାଶ ପାଇଁ ସାମଗ୍ରୀ ପ୍ରସ୍ତୁତ ହୋଇଯିବ । ତୁମେମାନେ ବୁଝିଯିବ - ନିଶ୍ଚୟ ନିଆଁ ଲାଗିବ । ପ୍ରସ୍ତୁତି ତ’ ହୋଇଚାଲିଛି । ପରସ୍ପର ମଧ୍ୟରେ କେତେ ଉତ୍ତେଜିତ ହେଉଛନ୍ତି । ଚାରିଆଡେ ଭିନ୍ନ ଭିନ୍ନ ପ୍ରକାରର ସୈନ୍ୟମାନେ ଅଛନ୍ତି । ସମସ୍ତେ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । କେହି ନା କେହି ଏପରି ପରିସ୍ଥିତି ସୃଷ୍ଟି କରିବେ ଯାହା ଫଳରେ ଲଢ଼େଇ ନିଶ୍ଚୟ ଲାଗିବ । କଳ୍ପ ପୂର୍ବ ଭଳି ବିନାଶ ହେବ । ତୁମେମାନେ ଦେଖିବ, ସନ୍ତାନମାନେ ଆଗରୁ ମଧ୍ୟ ଦେଖିଛନ୍ତି ଟିକିଏ ଅଗ୍ନି କଣିକା ଦ୍ୱାରା କେତେ ଲଢ଼େଇ ଲାଗିଥିଲା । ଏମିତି ପରସ୍ପରଙ୍କୁ ଡରାଉଛନ୍ତି । ଏହିପରି କର, ନହେଲେ ଆମକୁ ବମ୍ ପକାଇବାକୁ ପଡିବ । ମୃତ୍ୟୁ ସମ୍ମୁଖକୁ ଆସିଗଲେ ପୁଣି ତିଆରି ନ କରି ରହିପାରିବେ ନାହିଁ । ଆଗରୁ ମଧ୍ୟ ଲଢ଼େଇ ଲାଗିଥିଲା, ବୋମା ପକାଇ ଦେଇଥିଲେ । ଡ୍ରାମାରେ ନିଧାର୍ଯ୍ୟ ଥିଲା ନା । ଏବେ ତ ହଜାର-ହଜାର ସଂଖ୍ୟାରେ ବୋମା ଅଛି । ତୁମମାନଙ୍କୁ ନିଶ୍ଚୟ ବୁଝାଇବାକୁ ହେବ ଯେ ଏବେ ବାବା ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ ଆସିଛନ୍ତି । ସମସ୍ତେ ଡାକୁଛନ୍ତି, ହେ ପତିତ-ପାବନ ଆସ । ଏହି ଛି ଛି ଦୁନିଆରୁ ଆମକୁ ପାବନ ଦୁନିଆକୁ ନେଇଯାଅ । ତୁମେମାନେ ଜାଣିଛ ଦୁଇଟି ପାବନ ଦୁନିଆ ରହିଛି, ଗୋଟିଏ ହେଲା ମୁକ୍ତିଧାମ ଏବଂ ଅନ୍ୟଟି ହେଲା ଜୀବନମୁକ୍ତିଧାମ । ସମସ୍ତଙ୍କର ଆତ୍ମା ପାବନ ହୋଇ ମୁକ୍ତିଧାମକୁ ଚାଲିଯିବେ । ଏହି ଦୁଃଖଧାମ ବିନାଶ ହୋଇଯିବ, ଯାହାକୁ ମୃତ୍ୟୁଲୋକ କୁହାଯାଉଛି । ପ୍ରଥମେ ଅମରଲୋକ ଥିଲା, ପୁଣି ଚକ୍ର ଲଗାଇ ଏବେ ମୃତ୍ୟୁଲୋକକୁ ଆସିଛ । ପୁଣି ଅମରଲୋକର ସ୍ଥାପନ ହେଉଛି । ସେଠାରେ କାହାର ଅକାଳ ମୃତ୍ୟୁ ହେବ ନାହିଁ ସେଥିପାଇଁ ତାହାକୁ ଅମରଲୋକ କୁହାଯାଉଛି । ଶାସ୍ତ୍ରରେ ମଧ୍ୟ ଏହି ଶବ୍ଦ ରହିଛି, କିନ୍ତୁ ଯଥାର୍ଥ ଭାବରେ କେହି ବୁଝିନାହାନ୍ତି । ଏକଥା ମଧ୍ୟ ତୁମେମାନେ ଜାଣିଛ - ଏବେ ବାବା ଆସିଛନ୍ତି । ତେଣୁ ମୃତ୍ୟୁଲୋକର ବିନାଶ ନିଶ୍ଚୟ ହେବ । ଏହା ୧୦୦ ପ୍ରତିଶତ ନିଶ୍ଚିତ ଅଟେ । ବାବା ବୁଝାଉଛନ୍ତି ଯେ ନିଜ ଆତ୍ମାକୁ ଯୋଗବଳ ଦ୍ୱାରା ପବିତ୍ର କର । ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ । କିନ୍ତୁ ଏହି କଥାକୁ ମଧ୍ୟ ପିଲାମାନେ ମନେ ପକାଇ ପାରୁନାହାଁନ୍ତି । ବାବାଙ୍କଠାରୁ ବର୍ସା ଅଥବା ରାଜତ୍ତ୍ୱ ନେବା ପାଇଁ ପରିଶ୍ରମ ଦରକାର ନା । ସେଥିପାଇଁ ଯେତେ ଦୂର ସମ୍ଭବ ଯୋଗଯୁକ୍ତ ହୋଇ ରୁହ । ନିଜକୁ ଦେଖିବାକୁ ହେବ - କେତେ ସମୟ ମୁଁ ଯୋଗଯୁକ୍ତ ହୋଇ ରହୁଛି ଏବଂ କେତେ ଜଣଙ୍କୁ ଏ କଥା ମନେପକାଇ ଦେଇଛି? ମନମନାଭବ । ଏହାକୁ ମନ୍ତ୍ର ମଧ୍ୟ କୁହାଯାଉନାହିଁ, ଏହା ହେଉଛି ବାବାଙ୍କର ସ୍ମୃତି । ଦେହ-ଅଭିମାନକୁ ଛାଡିଦେବାକୁ ପଡିବ । ତୁମେ ଆତ୍ମା, ଏହା ହେଲା ତୁମର ରଥ, ଏହା ଦ୍ୱାରା ତୁମେ କେତେ କାମ କରୁଛ । ସତ୍ୟଯୁଗରେ ତୁମେ ଦେବୀ ଦେବତା ହୋଇ କିପରି ରାଜତ୍ୱ କରୁଛ, ପୁଣି ତୁମେମାନେ ସେହି ଅନୁଭବ କରିବ । ସେ ସମୟରେ ବାସ୍ତବରେ ସମସ୍ତେ ଆତ୍ମ-ଅଭିମାନୀ ହୋଇ ରହିଥା’ନ୍ତି । ଆତ୍ମା କହିବ ମୋର ଏହି ଶରୀର ବୁଢ଼ା ହୋଇଗଲାଣି । ଏହାକୁ ଛାଡି ନୂଆ ଶରୀର ନେବି । ସେଠାରେ ଦୁଃଖର କୌଣସି କଥା ନାହିଁ । ଏଠାରେ ଶରୀର ନ ଛାଡିବା ପାଇଁ କେତେ ଡାକ୍ତରଙ୍କର ଔଷଧ ଆଦି ଖାଇବାର କଷ୍ଟ କରୁଛନ୍ତି । ତୁମକୁ ରୋଗ ବେମାରୀ ଆଦିରେ ମଧ୍ୟ ଏହି ପୁରୁଣା ଶରୀର ପ୍ରତି କେବେ ବିତୃଷ୍ଣା ଆସିବା ଉଚିତ୍ ନୁହେଁ କାହିଁକି ନା ତୁମେମାନେ ଜାଣିଛ ଯେ ଏହି ଶରୀରରେ ରହି ଆମେ ବାବାଙ୍କଠାରୁ ବର୍ସା ନେବୁ । ଶିବବାବାଙ୍କ ସ୍ମୃତି ଦ୍ୱାରା ପବିତ୍ର ହୋଇଯିବୁ । ଏହା ହିଁ କଷ୍ଟକର ଅଟେ । କିନ୍ତୁ ପ୍ରଥମେ ତ ଆତ୍ମାକୁ ଜାଣିବାକୁ ପଡିବ । ମୁଖ୍ୟ ହେଉଛି ତୁମର ଯୋଗର ଯାତ୍ରା । ଯୋଗଯୁକ୍ତ ହୋଇ ରହି ପୁଣି ଆମେମାନେ ଶାନ୍ତିଧାମ ବ୍ରହ୍ମଲୋକକୁ ଚାଲିଯିବୁ । ଯେଉଁଠି ଆମେ ନିବାସ କରିଥାଉ । ତାହା ହିଁ ଆମର ଶାନ୍ତିଧାମ । ଶାନ୍ତିଧାମ, ସୁଖଧାମକୁ ତୁମେ ହିଁ ଜାଣୁଛ ଏବଂ ମନେ ପକାଉଛ । ଏକଥା ଆଉ କେହି ଜାଣିନାହାଁନ୍ତି । ଯିଏ କଳ୍ପ ପୂର୍ବରୁ ବାବାଙ୍କଠାରୁ ବର୍ସା ନେଇଥିଲେ ଏବେ ମଧ୍ୟ ସେହିମାନେ ହିଁ ନେବେ ।

ମୁଖ୍ୟ ହେଉଛି ଯୋଗର ଯାତ୍ରା । ଭକ୍ତିମାର୍ଗର ଯାତ୍ରା ଏବେ ଶେଷ ହୋଇଯିବ । ଭକ୍ତିମାର୍ଗ ହିଁ ସମାପ୍ତ ହୋଇଯିବ । ଭକ୍ତିମାର୍ଗ କ’ଣ? ଜ୍ଞାନ ଥିଲେ ହିଁ ବୁଝିପାରିବେ । ଭାବୁଛନ୍ତି ଭକ୍ତି ଦ୍ୱାରା ଭଗବାନଙ୍କୁ ପାଇବେ । କିନ୍ତୁ ଭକ୍ତିର ଫଳ କ’ଣ ଦେବେ? କିଛି ହେଲେ ଜଣାନାହିଁ । ତୁମେମାନେ ଏବେ ଜାଣୁଛ ବାବା ସନ୍ତାନମାନଙ୍କୁ ନିଶ୍ଚୟ ସ୍ୱର୍ଗର ବାଦଶାହୀର ବର୍ସା ଦେବେ । ସମସ୍ତଙ୍କୁ ବର୍ସା ଦେଇଥିଲେ, ଯଥା ରାଜା ରାଣୀ ତଥା ପ୍ରଜା ସମସ୍ତେ ସ୍ୱର୍ଗବାସୀ ଥିଲେ । ବାବା କହୁଛନ୍ତି ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମକୁ ସ୍ୱର୍ଗବାସୀ କରିଥିଲି । ଏବେ ପୁଣି ତୁମକୁ ସ୍ୱର୍ଗବାସୀ କରୁଛି । ପୁଣି ତୁମେ ଏହିପରି ୮୪ ଜନ୍ମ ନେବ । ଏ କଥା ବୁଦ୍ଧିରେ ମନେରହିବା ଉଚିତ୍‌, ଭୁଲିଯିବା ଉଚିତ୍ ନୁହେଁ । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଯାହା ବାବାଙ୍କ ପାଖରେ ଅଛି ତାହା ପିଲାମାନଙ୍କ ବୁଦ୍ଧିରେ ମଧ୍ୟ ରହିଛି । ଆମେ କିପରି ୮୪ ଜନ୍ମ ନେଉଛୁ, ଏବେ ପୁଣି ବାବାଙ୍କଠାରୁ ବର୍ସା ନେଉଛୁ, ଅନେକଥର ବାବାଙ୍କଠାରୁ ବର୍ସା ନେଇଛୁ, ବାବା କହୁଛନ୍ତି ଯେପରି ନେଇଥିଲ ପୁଣି ମଧ୍ୟ ନିଅ । ବାବା ତ ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି । ଦୈବୀଗୁଣ ଧାରଣ କରିବା ପାଇଁ ମଧ୍ୟ ସାବଧାନୀ ମିଳୁଛି । ତେବେ ନିଜକୁ ଯାଞ୍ଚ କରିବା ପାଇଁ ସାକ୍ଷୀ ହୋଇ ଦେଖିବା ଉଚିତ୍ ଯେ ଆମେମାନେ କେତେ ପୁରୁଷାର୍ଥ କରୁଛୁ, କେହି କେହି ଭାବୁଛନ୍ତି ଆମେ ବହୁତ ଭଲ ପୁରୁଷାର୍ଥ କରୁଛୁ । ପ୍ରଦର୍ଶନୀ ଆଦିର ପ୍ରବନ୍ଧ କରୁଛୁ । ଯାହାଦ୍ୱାରା ସମସ୍ତେ ଜାଣିଯିବେ ଯେ ଭଗବାନ ଆସିଛନ୍ତି । ମନୁଷ୍ୟ ବିଚରା ଘୋର ନିଦ୍ରାରେ ଶୋଇଛନ୍ତି । ଜ୍ଞାନ ବିଷୟରେ କାହାକୁ ଜଣାନାହିଁ ତେଣୁ ନିଶ୍ଚୟ ଭକ୍ତିକୁ ସମସ୍ତେ ଉଚ୍ଚ ବୋଲି ଭାବୁଛନ୍ତି । ଆଗରୁ କ’ଣ ତୁମ ପାଖରେ କୌଣସି ଜ୍ଞାନ ଥିଲା? ଏବେ ତୁମେମାନେ ଜାଣୁଛ, ଜ୍ଞାନର ସାଗର ହେଉଛନ୍ତି ବାବା, ସେ ହିଁ ଭକ୍ତିର ଫଳ ଦେଉଛନ୍ତି । ଯିଏ ଅଧିକ ଭକ୍ତି କରିଛନ୍ତି, ତାଙ୍କୁ ଅଧିକ ଫଳ ମିଳିବ । ଉଚ୍ଚପଦ ପାଇବା ପାଇଁ ସେହିମାନେ ହିଁ ଭଲ ଭାବରେ ପାଠ ପଢ଼ୁଛନ୍ତି । ଏହା କେତେ ମଧୁର କଥା । ବୁଢ଼ୀମାନଙ୍କ ପାଇଁ ମଧ୍ୟ ବହୁତ ସହଜ ଭାବରେ ବୁଝାଉଛନ୍ତି । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ସର୍ବୋଚ୍ଚ ହେଲେ ଭଗବାନ ଶିବ । ଶିବ ପରମାତ୍ମାୟ ନମଃ କୁହାଯାଉଛି, ସେ କହୁଛନ୍ତି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ । ବାସ୍ । ଆଉ କୌଣସି କଷ୍ଟ ଦେଉନାହାନ୍ତି । ଆଗକୁ ଗଲେ ଶିବବାବାଙ୍କୁ ମନେ ପକାଇବାରେ ଲାଗିପଡିବେ । ବର୍ସା ତ ନେବାକୁ ହେବ, ବଞ୍ଚି ଥାଉଥାଉ ବାବାଙ୍କଠାରୁ ବର୍ସା ନେଇକରି ଦେଖାଇବୁ । ଶିବବାବାଙ୍କ ସ୍ମୃତିରେ ରହି ରହି ଶରୀର ଛାଡି ଦେଉଛନ୍ତି, ପୁଣି ସେହି ସଂସ୍କାର ନେଇଯାଉଛନ୍ତି । ସେମାନେ ସ୍ୱର୍ଗକୁ ତ ନିଶ୍ଚୟ ଆସିବେ, ତେବେ ଯେତେ ଯୋଗ ସେତେ ପ୍ରାପ୍ତି ହେବ । ମୂଳ କଥା ହେଉଛି - ଚାଲିବା ବୁଲିବା ସମୟରେ ମଧ୍ୟ ଯେତେ ଦୂର ସମ୍ଭବ ଯୋଗଯୁକ୍ତ ହୋଇ ରହିବାକୁ ହେବ । ନିଜ ମୁଣ୍ଡ ଉପରୁ ବୋଝ ଓହ୍ଲାଇବାକୁ ହେବ । କେବଳ ଯୋଗବଳ ଦରକାର ଆଉ କୌଣସି କଷ୍ଟ ବାବା ଦେଉନାହାଁନ୍ତି । ବାବା ଜାଣିଛନ୍ତି ଅଧାକଳ୍ପରୁ ପିଲାମାନେ କଷ୍ଟ କରୁଛନ୍ତି । ତେଣୁ ତୁମକୁ ବର୍ସା (ସମ୍ପତ୍ତି) ନେବାର ସହଜ ରାସ୍ତା ବତାଇବା ପାଇଁ ଏବେ ମୁଁ ଆସିଛି । ସେଥିପାଇଁ କେବଳ ବାବାଙ୍କୁ ମନେ ପକାଅ । ଆଗରୁ ମଧ୍ୟ ମନେ ପକାଉଥିଲ କିନ୍ତୁ କୌଣସି ଜ୍ଞାନ ନ ଥିଲା, ଏବେ ବାବା ଜ୍ଞାନ ଦେଉଛନ୍ତି ଯେ ଏହିଭଳି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ଯଦିଓ ଶିବଙ୍କ ଭକ୍ତି ଦୁନିଆରେ ବହୁତ କରୁଛନ୍ତି, ତାଙ୍କୁ ବହୁତ ମନେ ପକାଉଛନ୍ତି କିନ୍ତୁ ତାଙ୍କର ପରିଚୟ ଜଣା ନାହିଁ । ବର୍ତ୍ତମାନ ବାବା ନିଜେ ଆସି ପରିଚୟ ଦେଉଛନ୍ତି ଯେ ମୋତେ ମନେ ପକାଅ । ଏବେ ତୁମେମାନେ ବୁଝିପାରୁଛ ଯେ, ଆମେ ବାବାଙ୍କୁ ଭଲ ଭାବରେ ଜାଣିଛୁ । ତୁମେ କହୁଛ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ । ବାବା ଏହି ଭାଗୀରଥଙ୍କର ଆଧାର ନେଇଛନ୍ତି, ଭାଗୀରଥ ମଧ୍ୟ ପ୍ରସିଦ୍ଧ ଅଟନ୍ତି, ଏହାଙ୍କ ଦ୍ୱାରା ବାବା ଜ୍ଞାନ ଶୁଣାଉଛନ୍ତି । ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି । କଳ୍ପ କଳ୍ପ ଏହି ଭାଗ୍ୟଶାଳୀ ରଥରେ ଆସୁଛନ୍ତି । ତୁମେ ଜାଣିଛ ଇଏ ସେହି, ଯାହାଙ୍କୁ ଶ୍ୟାମ ସୁନ୍ଦର କହୁଛନ୍ତି । ଏକଥା ମଧ୍ୟ ତୁମେମାନେ ବୁଝିଛ । ମନୁଷ୍ୟମାନେ ପୁଣି ଅର୍ଜୁନଙ୍କ ନାମ ରଖିଦେଇଛନ୍ତି । ଏବେ ବାବା ଯଥାର୍ଥ ଭାବରେ ବୁଝାଉଛନ୍ତି - ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି । ପିଲାମାନଙ୍କ ପାଖରେ ଏବେ ଜ୍ଞାନ ଅଛି ଯେ ଆମେ ଏବେ ବ୍ରହ୍ମାପୁରୀରେ ଅଛୁ ପୁଣି ବିଷ୍ଣୁପୁରୀର ମାଲିକ ହେବୁ । ବିଷ୍ଣୁପୁରୀରୁ ବ୍ରହ୍ମାପୁରୀକୁ ଆସିବା ପାଇଁ ୮୪ ଜନ୍ମ ଲାଗୁଛି । ଏ କଥା ମଧ୍ୟ ଅନେକ ଥର ବୁଝାଯାଇଛି ଯାହାକୁ ତୁମେ ପୁଣି ଥରେ ଶୁଣୁଛ । ଆତ୍ମାକୁ ଏବେ ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ସେଥିପାଇଁ ତୁମେ ଖୁସି ମଧ୍ୟ ହେଉଛ । ଏହି ଗୋଟିଏ ଅନ୍ତିମ ଜନ୍ମ ପବିତ୍ର ହେବା ଦ୍ୱାରା ଆମେ ପବିତ୍ର ଦୁନିଆର ମାଲିକ ହେବୁ । ତେଣୁ କାହିଁକି ପବିତ୍ର ନ ହେବୁ । ଆମେ ଏକ ପିତାଙ୍କର ସନ୍ତାନ ବ୍ରହ୍ମାକୁମାର କୁମାରୀ ଅଟୁ, ତଥାପି ମଧ୍ୟ ସେହି ଶାରୀରିକ ଭାବନାକୁ ବଦଳାଇବାରେ ସମୟ ଲାଗୁଛି । ଧିରେ ଧିରେ ଶେଷ ସମୟକୁ କର୍ମାତୀତ ଅବସ୍ଥା ହେବ । ବର୍ତ୍ତମାନ କାହାର କର୍ମାତୀତ ଅବସ୍ଥା ହେବା ଅସମ୍ଭବ । କର୍ମାତୀତ ଅବସ୍ଥା ହୋଇଗଲେ ଏହି ଶରୀର ମଧ୍ୟ ରହିବ ନାହିଁ, ଏହାକୁ ଛାଡିବାକୁ ପଡିବ । ଲଢ଼େଇ ଲାଗିଯିବ, ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହିବ, ଏଥିରେ ହିଁ ମେହନତ (ପରିଶ୍ରମ) ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସାକ୍ଷୀ ହୋଇ ନିଜକୁ ଦେଖିବାକୁ ହେବ ଯେ ମୁଁ କେତେ ପୁରୁଷାର୍ଥ କରୁଛି? ଚାଲିବା ବୁଲିବା ସମୟରେ କର୍ମ କରିବା ସମୟରେ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛି?

(୨) ଏହି ଶରୀର ପ୍ରତି କେବେ ବିତୃଷ୍ଣା ଆସିବା ଉଚିତ୍ ନୁହେଁ । କାରଣ ଏହି ଶରୀରରେ ବଞ୍ଚି ରହି ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । ସ୍ୱର୍ଗବାସୀ ହେବା ପାଇଁ ଏହି ଜୀବନରେ ପୁରା ପାଠ ପଢ଼ିବାକୁ ପଡିବ ।

ବରଦାନ:-
ତ୍ରିକାଳଦର୍ଶୀ ଏବଂ ସାକ୍ଷୀଦ୍ରଷ୍ଟା ହୋଇ ପ୍ରତ୍ୟେକ କର୍ମ କରିବା ସହିତ ବନ୍ଧନମୁକ୍ତ ସ୍ଥିତିର ଅନୁଭବ ଦ୍ୱାରା ଦୃଷ୍ଟାନ୍ତ ସ୍ୱରୂପ ହୁଅ ।

ଯଦି ତ୍ରିକାଳଦର୍ଶୀ ସ୍ଥିତିରେ ସ୍ଥିତ ହୋଇ କର୍ମର ଆଦି-ମଧ୍ୟ-ଅନ୍ତକୁ ଜାଣି କର୍ମ କରୁଛ ତେବେ କୌଣସି ବି କର୍ମ ବିକର୍ମ ହୋଇପାରିବ ନାହିଁ, ସର୍ବଦା ସୁକର୍ମ ହିଁ ହେବ । ସେହିପରି ଯଦି ସାକ୍ଷୀଦ୍ରଷ୍ଟା ହୋଇ କର୍ମ କରିବ ତେବେ କୌଣସି ବି କର୍ମର ବନ୍ଧନରେ ବାନ୍ଧି ହୋଇ କର୍ମବନ୍ଧନୀ ଆତ୍ମା ହେବ ନାହିଁ । କର୍ମର ଫଳ ଶ୍ରେଷ୍ଠ ହେବା କାରଣରୁ କମ ର୍ସମ୍ବନ୍ଧରେ ତ ଆସିବ କିନ୍ତୁ ବନ୍ଧନରେ ବାନ୍ଧି ହେବ ନାହିଁ । ଯଦି କର୍ମ କରିବା ସମୟରେ ନ୍ୟାରା ଏବଂ ପ୍ୟାରା ହୋଇ କର୍ମ କରିବ ତେବେ ଅନେକ ଆତ୍ମାଙ୍କ ସମ୍ମୁଖରେ ଦୃଷ୍ଟାନ୍ତ ରୂପ ଅର୍ଥାତ୍ ଉଦାହଣର ସ୍ୱରୂପ ହୋଇଯିବ ।

ସ୍ଲୋଗାନ:-
ଯେଉଁମାନେ ସର୍ଦଦା ମନ ଭିତରେ ସନ୍ତୁଷ୍ଟ ରହିଥାଆନ୍ତି ସେହିମାନେ ହଁ ଡବଲ ଲାଇଟ୍ ଅଟନ୍ତି ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଯେକୌଣସି ସମର୍ଥ ସଂକଳ୍ପ ଆତ୍ମିକ ଶକ୍ତି ଅର୍ଥାତ୍ ଏନର୍ଜିକୁ ଜମା କରିଥାଏ ଏବଂ ସମୟ ମଧ୍ୟ ସଫଳ କରିଥାଏ । କିନ୍ତୁ ବ୍ୟର୍ଥ ସଂକଳ୍ପ ତୁମର ଶକ୍ତି ଏବଂ ସମୟକୁ ବ୍ୟର୍ଥରେ ନଷ୍ଟ କରିଥାଏ । ସେଥିପାଇଁ ଏବେ ବ୍ୟର୍ଥ ସଂକଳ୍ପର ରଚନା ବନ୍ଦ କର କାରଣ ଏହି ରଚନା ହିଁ ଆତ୍ମା ରୂପୀ ରଚୟିତାକୁ ଦୁଃଖୀ କରିଥାଏ, ତେଣୁ ସର୍ବଦା ଏହି ନିଶାରେ ରୁହ ଯେ ମୁଁ ଆତ୍ମା ମାଷ୍ଟର ସର୍ବଶକ୍ତିବାନ ଅଟେ, ସମର୍ଥ ଆତ୍ମା ଅଟେ, ତା’ହେଲେ କେବେ ବି ନିଜେ ଦୁଃଖୀ ହେବ ନାହିଁ ଏବଂ ଅନେକ ଆତ୍ମାଙ୍କର ଦୁଃଖ ଦୂର କରିବାବାଲା ହୋଇଯିବ ।