07.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏଠାରେ ଶ୍ରୀକୃଷ୍ଣଙ୍କ ପରି ରାଜକୁମାର ହେବା ପାଇଁ ପାଠ ପଢୁଛ, ତୁମକୁ ସ୍ୱୟଂ ଭଗବାନ ପଢାଉଛନ୍ତି ।”

ପ୍ରଶ୍ନ:-
ବାବା ଯେତେବେଳେ ଭଗବାନୁବାଚ ଶବ୍ଦ କହୁଛନ୍ତି, ସେତେବେଳେ କେତେକ ସନ୍ତାନମାନେ ମଧ୍ୟ ଦ୍ୱନ୍ଦରେ ପଡିଯାଉଛନ୍ତି - କାହିଁକି?

ଉତ୍ତର:-
କାହିଁକି ନା ଭଗବାନ ତ ଗୁପ୍ତ ଅଟନ୍ତି । ସେମାନେ ଭାବୁଛନ୍ତି ବୋଧହୁଏ ଏହି ଦାଦା ଅର୍ଥାତ୍ ବ୍ରହ୍ମାବାବା ହିଁ ଭଗବାନୁବାଚ କହୁଛନ୍ତି । କିନ୍ତୁ ନିରାକାର ଭଗବାନଙ୍କୁ କହିବା ପାଇଁ ନିଶ୍ଚିତ ମୁଖ ଦରକାର ନା । ବାବା କହୁଛନ୍ତି ଏହା ଆଶ୍ଚର୍ଯ୍ୟଜନକ ଜ୍ଞାନ, ବୁଝିବାର କଥା ଯେ ମୁଁ କିପରି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତୁମକୁ ପାଠ ପଢାଉଛି ।

ଓମ୍ ଶାନ୍ତି ।
ଭଗବାନୁବାଚ । ଭଗବାନ କ’ଣ କହୁଛନ୍ତି? ଏହି ଭଗବାନୁବାଚ କିଏ କହିଲେ? କେହି ହେଲେ ତ ଦେଖାଯାଉ ନାହାଁନ୍ତି । ମନୁଷ୍ୟକୁ ଭଗବାନ କୁହାଯାଇ ପାରିବ ନାହିଁ । କେହି-କେହି ବୁଝନ୍ତି ଯେ କହିଲାବାଲା ହିଁ ନିଜେ କହୁଛନ୍ତି - ଭଗବାନୁବାଚ । କିନ୍ତୁ ନିରାକାର ଭଗବାନ କହୁଛନ୍ତି, ଏହିକଥା କେବଳ ତୁମେମାନେ ହିଁ ଜାଣୁଛ । ଇଏ କିଏ ବସିଛନ୍ତି! ଭଗବାନ କେଉଁଠି ଅଛନ୍ତି! ଏହା ନୂଆ କଥା, ସେଥିପାଇଁ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । କିନ୍ତୁ ଭଗବାନୁବାଚ ନିଶ୍ଚିତ ରହିଛି । କହୁଛନ୍ତି ଯେ ମୁଁ ପିଲାମାନଙ୍କୁ ରାଜଯୋଗ ଶିଖାଉଛି । ନରକୁ ନାରାୟଣ ଅଥବା କୃଷ୍ଣ, ନାରୀକୁ ଲକ୍ଷ୍ମୀ ଅଥବା ରାଧା କରିବା ପାଇଁ ଯୋଗ ଏବଂ ଜ୍ଞାନ ଶିଖାଉଛି, ଏହାଠାରୁ ଅଧିକ ଆଉ କ’ଣ ଦରକାର । ତୁମକୁ ମୁଁ ରାଜାମାନଙ୍କର ରାଜା, ରାଜକୁମାର ମାନଙ୍କର ରାଜକୁମାର କରାଉଛି । ରାଜକୁମାର-ରାଜକୁମାରୀମାନେ ମଧ୍ୟ ମନ୍ଦିରକୁ ଯାଉଥିବେ ନା । ବିକାରୀ ରାଜକୁମାର, ନିର୍ବିକାରୀ ରାଜକୁମାର ଶ୍ରୀକୃଷ୍ଣଙ୍କୁ ନମସ୍କାର କରନ୍ତି । ତେଣୁ ମୁଁ ତୁମକୁ ରାଜକୁମାରମାନଙ୍କର ରାଜକୁମାର କରାଉଛି । ତୁମେମାନେ ଶ୍ରୀକୃଷ୍ଣଙ୍କ ପରି ସ୍ୱର୍ଗର ରାଜକୁମାର ହୁଅ । ଜ୍ଞାନକୁ ଧାରଣ କରିଲେ ହିଁ ଏହିପରି ହେବ ନା । ଯେପରି ଡାକ୍ତର ଅଥବା ବାରିଷ୍ଟର (ଓକିଲ) ନିଜ ଛାତ୍ରଙ୍କୁ କହିବେ ନା, ମୁଁ ତୁମକୁ ଡାକ୍ତର ଅଥବା ବାରିଷ୍ଟର କରାଉଛି । କିନ୍ତୁ ପାଠ ପଢିଲେ ଯାଇ ତ ସେହିପରି ହେବେ ନା । ବାବା କହୁଛନ୍ତି ପିଲାମାନେ ତୁମେ ଭଲ ଭାବରେ ବୁଝୁଛ ଯେ ରାଜଯୋଗର ଶିକ୍ଷା କେବଳ ଭଗବାନ ହିଁ ଦେଉଛନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ରାଧା-କୃଷ୍ଣ ତ ଅଲଗା-ଅଲଗା ରାଜ ପରିବାରର ସନ୍ତାନ ଅଟନ୍ତି । ସେମାନଙ୍କର ପରସ୍ପର ମଧ୍ୟରେ ନିର୍ବନ୍ଧ ହୋଇଥାଏ, ପୁଣି ବିବାହ ପରେ ନାମ ବଦଳିଥାଏ, ସେଥିପାଇଁ ଚିତ୍ରରେ ମଧ୍ୟ ଲକ୍ଷ୍ମୀ-ନାରାୟଣଙ୍କ ତଳେ ରାଧା କୃଷ୍ଣଙ୍କୁ ଦେଖାଇଥାନ୍ତି ।

ଏବେ ବାବା ଭଲ ଭାବରେ ବୁଝାଉଛନ୍ତି ଯେ ଏହି ବ୍ରହ୍ମା ମଧ୍ୟ ପ୍ରଥମ ନମ୍ବରର ଭକ୍ତ ଥିଲେ । ପୂର୍ବରୁ ଶ୍ରୀନାରାୟଣଙ୍କର ପୂଜା କରୁଥିଲେ । ଶ୍ରୀକୃଷ୍ଣ ଅଥବା ଶ୍ରୀନାରାୟଣଙ୍କ ଭକ୍ତି କରିବା, ଏକା କଥା । ଶ୍ରୀକୃଷ୍ଣ ହିଁ ବଡ ହୋଇ ଶ୍ରୀନାରାୟଣ ହେଉଛନ୍ତି । ଏବେ ତୁମମାନଙ୍କୁ ନରରୁ ନାରାୟଣ କରିବା ପାଇଁ ରାଜଯୋଗ ଶିଖାଉଛନ୍ତି । ଏବେ ତୁମର ୮୪ ଜନ୍ମର ଚକ୍ର ପୂରା ହେଉଛି । ଏବେ ବ୍ରହ୍ମାବାବାଙ୍କର ଆତ୍ମା ମଧ୍ୟ ପାଠ ପଢୁଛନ୍ତି, ପୁଣି ଭବିଷ୍ୟତରେ କୃଷ୍ଣ ହେବେ । ବାବା କହୁଛନ୍ତି - ପିଲାମାନେ ତୁମେ ଜ୍ଞାନଚିତାରେ ବସି ଗୋରା ହେଉଛ ପୁଣି କାମଚିତାରେ ବସି କଳା ହୋଇଯାଇଛ । ଏହା କଂସପୁରୀ, ମୁଁ ତୁମକୁ କୃଷ୍ଣପୁରୀକୁ ନେଇଯିବାକୁ ଆସିଛି । ଶ୍ରୀକୃଷ୍ଣ ହିଁ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଥିଲେ... ଏଠାରେ କାହା ପାଖରେ ସର୍ବଗୁଣ ନାହିଁ । ମୁଁ ତୁମ ପିଲାମାନଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କରିବା ପାଇଁ ଆସିଛି । ତେବେ ଯୋଗବଳ ଦ୍ୱାରା ହିଁ ହୋଇପାରିବ । ବାହୁବଳ ହେଉଛି ହିଂସ୍ରକ ଲଢେଇ, ଯାହା ତୀର କମାଣ ଦ୍ୱାରା ହେଉଥିଲା । ପୁଣି ବନ୍ଧୁକ, ତରବାରୀ ଦ୍ୱାରା ହେଲା । ଏବେ ତ ବମ୍ ଦ୍ୱାରା ହେଉଛି । ନିଜେ କହୁଛନ୍ତି ଆମେ ଏପରି ବମ୍ ତିଆରି କରୁଛୁ ଯାହା ଦ୍ୱାରା ଘରେ ବସି ସବୁ ଭସ୍ମ କରିଦେବୁ । ପୁଣି ମିଲେଟ୍ରୀ କ’ଣ କରିବ! ବାବା କହୁଛନ୍ତି - ମଧୁର ସନ୍ତାନମାନେ ଏହା ହେଉଛି ପାଠଶାଳା । ମୁଁ ତୁମକୁ ରାଜକୁମାର ଶ୍ରୀକୃଷ୍ଣଙ୍କ ପରି କରୁଛି । ଯିଏ ସତ୍ୟଯୁଗରେ ପ୍ରଥମ ରାଜକୁମାର ଥିଲେ, ସେ ଏବେ ୮୪ ଜନ୍ମ ନେଇ କଳିଯୁଗରେ ତମୋପ୍ରଧାନ ହୋଇଯାଇଛନ୍ତି । ଭାରତରେ ହିଁ ତାଙ୍କର ରାଜ୍ୟ ଥିଲା । ପୁଣି ତାଙ୍କୁ ପୁନର୍ଜନ୍ମ ନେବାକୁ ପଡିବ ନା । ଯଦିଓ ଶ୍ରୀକୃଷ୍ଣଙ୍କୁ ଭଗବାନ କହିଲେ ଭଗବାନ କହୁଛନ୍ତି, ତେବେ ପୁଣି ପୁନର୍ଜନ୍ମରେ କିପରି ଆସିବେ? ଭଗବାନ ତ ନିରାକାର ଅଟନ୍ତି । ସିଏ ହିଁ ଏକମାତ୍ର ରଚୟିତା ଅଟନ୍ତି । ବାକି ସବୁ ହେଲେ ରଚନା, ସେଥିପାଇଁ ତ କହୁଛନ୍ତି ଯେ ଆମେ ଆତ୍ମାମାନେ ସବୁ ଭାଇ-ଭାଇ ଅଟୁ । ବାବା ବୁଝାଉଛନ୍ତି ଯେ ତୁମେ ବ୍ରହ୍ମାକୁମାର-କୁମାରୀମାନେ ପରସ୍ପର ମଧ୍ୟରେ ଭାଇ-ଭଉଣୀ ଅଟ । ତେବେ ପୁଣି ବିକାରୀ ଦୃଷ୍ଟି କିପରି ଯିବ । ତୁମେ ଭବିଷ୍ୟତ ପାଇଁ ବର୍ସା ଏକମାତ୍ର ବାବାଙ୍କଠାରୁ ନେଉଛ । ଯଦି ପବିତ୍ର ନ ରହିବ ତେବେ ଶାନ୍ତିଧାମ, ସୁଖଧାମକୁ କିପରି ଯିବ । ଚିତ୍କାର କରୁଛନ୍ତି ମଧ୍ୟ - ଆମ ପତିତମାନଙ୍କୁ ପାବନ କରିବାକୁ ଆସ । ତେବେ ବାବା କହୁଛନ୍ତି ମୋତେ ମନେ ପକାଅ । ଏହା ତୁମର ଅନ୍ତିମ ଜନ୍ମ । ତୁମେ ସବୁ ଆତ୍ମା ମାନେ ଏବେ ବାନପ୍ରସ୍ଥକୁ ଫେରି ଯାଇପାରିବ, ସେଥିପାଇଁ ତୁମେମାନେ ବାନପ୍ରସ୍ଥି ଅଟ । ଏହିପରି କୌଣସି ଗୁରୁ ରାସ୍ତା ବତାଇ ପାରିବେ ନାହିଁ । ଏହି ଜ୍ଞାନ ଏକମାତ୍ର ବାବାଙ୍କ ପାଖରେ ଅଛି । ସିଏ ହିଁ ପତିତ-ପାବନ ନିରାକାର ଅଟନ୍ତି । ବାବା କହୁଛନ୍ତି ମୋତେ ମନେ ପକାଅ । ଅଳ୍ପ ସମୟ ପାଇଁ ମୁଁ ଏହି ଶରୀରର ଆଧାର ନେଇଛି । ଶରୀର ବିନା ଆତ୍ମା କିପରି କଥା କହିବ! ଭଗବାନୁବାଚ ରହିଛି ଯେ ମୁଁ ବୃଦ୍ଧ ସାଧାରଣ ଶରୀରରେ ପ୍ରବେଶ କରି ତୁମମାନଙ୍କୁ ପାଠ ପଢାଉଛି । ମୁଁ କାହାରି ଗର୍ଭରେ ଆସୁନାହିଁ । ଗର୍ଭରେ ଆସିଲେ ତ ପୁନର୍ଜନ୍ମରେ ଆସିବାକୁ ହିଁ ପଡିବ । ମୁଁ ଥରେ ମାତ୍ର ଆସୁଛି, ମୋତେ ପ୍ରକୃତିର ଆଧାର ନିଶ୍ଚିତ ଦରକାର । ମୁଁ ବ୍ରହ୍ମାଙ୍କର ଶରୀରରେ ବସି ତୁମକୁ ପାଠ ପଢାଉଛି । ଇଏ ତ ପ୍ରଥମେ ନିଜର ହୀରାନୀଳାର ବ୍ୟାପାର କରୁଥିଲେ । କେହି ଗୁରୁ ଶିଖାଇ ନ ଥିଲେ, ଅଚାନକ ହିଁ ବାବା ପ୍ରବେଶ କଲେ । ବାବା କରିକରାଇଲାବାଲା ହୋଇଥିବା କାରଣରୁ ବ୍ରହ୍ମାଙ୍କ ଦ୍ୱାରା କର୍ତ୍ତବ୍ୟ କରାଉଛନ୍ତି । ବ୍ରହ୍ମା ମଧ୍ୟ ଶିଖି ଚାଲିଛନ୍ତି । ତାଙ୍କ ସହିତ ତୁମେ ମଧ୍ୟ ଶିଖୁଛ । ତୁମକୁ କହୁଛନ୍ତି, କିନ୍ତୁ ପ୍ରଥମେ ମୁଁ ଶୁଣୁଛି । ତୁମମାନଙ୍କୁ ପାଠ ପଢାଇବାକୁ ଆସୁଛି କିନ୍ତୁ ତୁମ ସହିତ ୟାଙ୍କ ଆତ୍ମା ମଧ୍ୟ ପାଠ ପଢୁଛି । ମୁଁ ପିଲାମାନଙ୍କୁ ରାଜଯୋଗ ଶିଖାଇବା ପାଇଁ ଆସିଛି । ଏହିପରି କେବେ କେହି ପାଠ ପଢାଉନାହାଁନ୍ତି । ଏହା ହେଉଛି ପବିତ୍ର ହେବାର କଥା । ଏହି ସଂଗମଯୁଗ ପୁରୁଷୋତ୍ତମ ହେବା ପାଇଁ ଉଦ୍ଧିଷ୍ଟ । ଶ୍ରୀକୃଷ୍ଣ ପୁରୁଷୋତ୍ତମ ଥିଲେ । ସ୍ୱୟଂମ୍ବର ପରେ ତାଙ୍କର ଡିଗ୍ରୀ କିଛି କମ୍ ହୋଇଯାଉଛି, ସେଥିପାଇଁ ଶ୍ରୀକୃଷ୍ଣଙ୍କର ମହିମା ବହୁତ ରହିଛି । ତାର ନାମ ହିଁ ହେଉଛି ଶ୍ରୀକୃଷ୍ଣପୁରୀ, ଏହାକୁ କୁହାଯାଉଛି କଂସପୁରୀ । ବାକି ଭକ୍ତିମାର୍ଗରେ କାହାଣୀ ତିଆରି କରିଛନ୍ତି - କୃଷ୍ଣ ଏବଂ କଂସଙ୍କର ।

ପିଲାମାନଙ୍କୁ ବୁଝାଯାଉଛି ଯେ ପରିପକ୍ୱ ଅବସ୍ଥା ହେବା ଦ୍ୱାରା ଭକ୍ତି ସ୍ୱତଃ ଛାଡି ଯାଇଥାଏ । ତୁମେମାନେ କେବେ କାହାକୁ ଏପରି କୁହନାହିଁ ଯେ ଭକ୍ତି କରନାହିଁ । ତାଙ୍କୁ ଜ୍ଞାନ ଦେବାକୁ ହେବ । ବାବା ତୁମକୁ ଜ୍ଞାନ ଦେଇ ସ୍ୱର୍ଗର ରାଜକୁମାର କରିବାକୁ ଆସିଛନ୍ତି । ଶ୍ରୀକୃଷ୍ଣ ମଧ୍ୟ ସ୍ୱର୍ଗର ମାଲିକ ଥିଲେ, ଏବେ ନାହାଁନ୍ତି । ପୁର୍ନବାର ସିଏ ମଧ୍ୟ ଏହି ରାଜଯୋଗ ଦ୍ୱାରା ମାଲିକ ହେଉଛନ୍ତି । ତୁମକୁ ମଧ୍ୟ ପୁରୁଷାର୍ଥ କରି ବାବାଙ୍କୁ ମନେ ପକାଇବାକୁ ହେବ । ସ୍ୱର୍ଗର ସ୍ଥାପନକର୍ତ୍ତା ହେଉଛନ୍ତି - ସ୍ୱର୍ଗୀୟ ଈଶ୍ୱର ପିତା । ସିଏ ହିଁ ଆସି ନୂଆ ସୃଷ୍ଟି ରଚନା କରୁଛନ୍ତି । ସିଏ ସେତେବେଳେ ହିଁ କରିବେ ଯେତେବେଳେ କଳିଯୁଗ ଶେଷ ହେବ । ବାବା ସତ୍ୟଯୁଗ-ତ୍ରେତା ଯୁଗରେ ଆସୁନାହାଁନ୍ତି । କହୁଛନ୍ତି ମୁଁ କଳ୍ପ-କଳ୍ପ ସଂଗମଯୁଗରେ ହିଁ ଆସୁଛି । ସେମାନେ କଳ୍ପ ଅକ୍ଷର ବଦଳରେ କେବଳ ଯୁଗେ-ଯୁଗେ ଲେଖି ଦେଇଛନ୍ତି । ତଥାପି ବି ୪ଟି ଯୁଗ ରହିଛି । ପଞ୍ଚମ ହେଉଛି ଏହି ସଂଗମଯୁଗ । ତେବେ ତ ୫ ଅବତାର ବୋଲି ମାନ । କିନ୍ତୁ ଏତେ କଚ୍ଛ-ମଚ୍ଛ ପର୍ଶୁରାମ ଅବତାର କ’ଣ ଅଛି! ଏସବୁ ହେଉଛି ଶାସ୍ତ୍ରର କଥା । ଧର୍ମ ଓ ଭାରତର ନାମ ହିଁ ବଦଳାଇ ଦେଇଛନ୍ତି । ହିନ୍ଦୁ ଧର୍ମ ଏବଂ ହିନ୍ଦୁସ୍ତାନ କହିଦେଉଛନ୍ତି । ଭାରତର ନାମ କାହିଁକି ବଦଳିବ! ୟଦା ୟଦା ହି ଧର୍ମସ୍ୟ ଗ୍ଳାନି ଭବତୀ ଭାରତ । ଏଥିରେ ମଧ୍ୟ ଭାରତର ଅକ୍ଷର ଆସୁଛି । ବାବା ବୁଝାଉଛନ୍ତି ତୁମେ ଗୋଟିଏ ଜନ୍ମ ନୁହେଁ ଦ୍ୱାପରରୁ ଭକ୍ତି କରି ଆସିଛ । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ଥିଲା, କେବଳ ଶିବଙ୍କର ଭକ୍ତି କରୁଥିଲ । ଯେଉଁ ଶିବବାବା ହିଁ ଭାରତକୁ ସ୍ୱର୍ଗ କରିଥିଲେ, ଏବେ ପୁନର୍ବାର ସ୍ୱର୍ଗର ମାଲିକ କରିବାକୁ ଆସିଛନ୍ତି । ତେବେ ପତିତ ଶରୀରରେ ଆସି କହୁଛନ୍ତି ଯେ ମୁଁ ଆସୁଛି, ପତିତ ଶରରୀକୁ, ପତିତ ଦୁନିଆକୁ, ପତିତମାନଙ୍କୁ ପାବନ କରିବା ପାଇଁ । ଭକ୍ତିମାର୍ଗରେ ମୋ ପାଇଁ ବଡ ବଡ ମନ୍ଦିର ମାନ ତିଆରି କରିଥାନ୍ତି । ଏହା କେତେ ସ୍ପଷ୍ଟ କଥା । ବ୍ରହ୍ମାଙ୍କ ଶରୀରରେ ଶିବବାବାଙ୍କର ପ୍ରବେଶତା ହେବା ମାତ୍ରେ ଗୀତା ଆଦି ପଢିବା ଛାଡି ଦେଲେ, ଭକ୍ତି କରିବା ଛାଡି ଦେଲେ, ଅଚାନକ ହିଁ ଛାଡିଲେ । ତୁମକୁ କେହି କହିନାହାଁନ୍ତି ଯେ ଭକ୍ତି କର ନାହିଁ ।

ଏବେ ପିଲାମାନଙ୍କୁ ବାବା ବୁଝାଉଛନ୍ତି ଯେ ପୁର୍ନବାର ମୁଁ ତୁମକୁ କୃଷ୍ଣପୁରୀର ମାଲିକ କରାଉଛି । ଶ୍ରୀକୃଷ୍ଣଙ୍କର ପୁଣି ଆଠ ବଂଶାବଳୀ ଚାଲିବ । ପ୍ରଥମେ ସିଏ ସତ୍ୟଯୁଗର ରାଜକୁମାର ହେବେ ପରେ ସତ୍ୟଯୁଗର ମହାରାଜା ହେବେ । ୮ ପିଢି ତାଙ୍କର ଚାଲିବ । ସେ ସମୟରେ ଅନ୍ୟ କୌଣସି ରାଜତ୍ୱ ରହିବ ନାହିଁ । ତେଣୁ ବାବା କହୁଛନ୍ତି ତୁମେମାନେ ମଧ୍ୟ ସତ୍ୟଯୁଗର ରାଜକୁମାର ହୁଅ । ଭକ୍ତିରେ କୌଣସି ସୁଖ ନାହିଁ । ଜ୍ଞାନ ଆଧାରରେ ତୁମେ ସ୍ୱର୍ଗର ମାଲିକ ହେଉଛ । ଯଦି କାହାର ବାପା ମରିଗଲେ ତାଙ୍କୁ ପଚରାଯାଏ ତୁମର ବାପା କୁଆଡେ ଗଲେ! କହିବେ ସ୍ୱର୍ଗବାସୀ ହେଲେ । ବୁଝିଥା’ନ୍ତି ଯେ ଆତ୍ମା ଓ ଶରୀର ଉଭୟ ଗଲା । କିନ୍ତୁ ଶରୀର ତ ଏହିଠାରେ ଛାଡି ଦେଲେ, ବାକି ଗଲା ଆତ୍ମା । ଏହାର ଅର୍ଥ ହେଉଛି ପ୍ରଥମେ ସିଏ ନର୍କରେ ଥିଲେ । ଆତ୍ମା ଶରୀର ଛାଡି ସ୍ୱର୍ଗକୁ ଗଲା ପୁଣି ଏଥିରେ କାନ୍ଦିବା କ’ଣ ଦରକାର ? ସ୍ୱର୍ଗ କ’ଣ ଏଠାରେ ଅଛି? କିନ୍ତୁ କିଛି ବୁଝୁନାହାଁନ୍ତି । କହିଦିଅନ୍ତି ସବୁ ଈଶ୍ୱରଙ୍କର ହୁକୁମ । ସୁଖ ଦୁଃଖ ସବୁ ଈଶ୍ୱର ଦେଉଛନ୍ତି, ସବୁ ଈଶ୍ୱରଙ୍କର ରୂପ ଅଟେ । କିନ୍ତୁ ବାବା କହୁଛନ୍ତି ଯେ ମୁଁ ପିଲାମାନଙ୍କୁ ଦୁଃଖ କିପରି ଦେଇପାରିବି । ବାପା ଠାରୁ ପିଲା କ’ଣ କେବେ ଦୁଃଖ ମାଗିଥାଏ? ବାପ ପିଲାକୁ ଯୋଗ୍ୟ କରି ସମ୍ପତ୍ତି ଦେଇଯାଇଥାଏ । ବାକି ଦୁଃଖ ତ ପ୍ରତ୍ୟେକଙ୍କୁ କର୍ମ ଅନୁସାରେ ହିଁ ମିଳିଥାଏ । ବାବା କହୁଛନ୍ତି ଏବେ ସନ୍ତାନ ଆଦି କିଛି ବି ମାଗିବାର ଆବଶ୍ୟକତା ନାହିଁ । ଏବେ ଏହି ସମ୍ପତ୍ତି ଆଦି ସବୁ ମାଟିରେ ମିଶିଯିବ । ପୁଣି ତୁମର ସନ୍ତାନମାନଙ୍କୁ କ’ଣ ମିଳିବ! ଏତେ ସମୟ ନାହିଁ ଯେ ତୁମ ସମ୍ପତ୍ତିର ପିଲା ମାଲିକ ହେବ । ପିଲା ବଡ ହେଲେ ତେବେ ଯାଇ ମାଲିକ ହେବ, କିନ୍ତୁ ଏତେ ସମୟ ନାହିଁ । ବିନାଶ ସମ୍ମୁଖରେ ଉପସ୍ଥିତ । ମନୁଷ୍ୟମାନେ କହିଦେଉଛନ୍ତି କଳିଯୁଗ ଆହୁରି ୪୦ ହଜାର ବର୍ଷ ପଡିଛି । ଏହି ବ୍ରହ୍ମାକୁମାର-କୁମାରୀମାନେ ତ ବିନାଶ-ବିନାଶ କହୁଛନ୍ତି । ଗୋଟିଏ କାହାଣୀ ଅଛି ନା - ବାଘ ଆସିଲା, ବାଘ ଆସିଲା... ଶେଷରେ ଆସି ବାଘ ଖାଇଗଲା ନା । ସମସ୍ତେ ଭାବୁଛନ୍ତି ଯେ ଧିରେ-ଧିରେ କାଳ ଆସିବ । ଏସବୁ ତ ହୋଇ ଚାଲିଛି କିନ୍ତୁ ତୁମେ କହୁଛ ମହାକାଳ ଆସିଛନ୍ତି । ଶିବବାବା କାଳର କାଳ ଆସିଛନ୍ତି, ଯିଏ ସବୁ ଆତ୍ମାମାନଙ୍କୁ ଘରକୁ ନେଇଯିବେ । ତେବେ ଶରୀର ତ ନିଶ୍ଚିତ ଛାଡିବାକୁ ପଡିବ, ସେଥିପାଇଁ ବାବା କହୁଛନ୍ତି ଯୋଗ ଦ୍ୱାରା ପବିତ୍ର ହୁଅ । ଆତ୍ମାମାନଙ୍କୁ ପବିତ୍ର କରି ପୁଣି ଘରକୁ ନେଇଯିବେ । ଯଦି ପବିତ୍ର ନ ହେଲ ତେବେ ଅନ୍ତିମ ସମୟରେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ଉଚ୍ଚ ପଦ ମଧ୍ୟ ପାଇପାରିବ ନାହିଁ । ଶ୍ରୀକୃଷ୍ଣ ପ୍ରଥମ ନମ୍ବରରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଥା’ନ୍ତି । ତାଙ୍କୁ ହିଁ ବୃତ୍ତି ମିଳୁଛି । ସିଏ ୨୧ ଜନ୍ମର ରାଜ୍ୟ ଅଧିକାରୀ ହେଉଛନ୍ତି । ବାବା କେତେ ସହଜ ଭାବେ ବୁଝାଉଛନ୍ତି । ବୁଦ୍ଧିରେ ମଧ୍ୟ ରହୁଛି ପୁଣି ଭୁଲି ହୋଇଯାଉଛି । କାହାଠାରୁ ଭକ୍ତି ଛଡାଇବା ଅନୁଚିତ୍ । ବାବା ଆସିଛନ୍ତି - ଭକ୍ତମାନଙ୍କୁ ଭକ୍ତିର ଫଳ ଦେବା ପାଇଁ । କହୁଛନ୍ତି ମୁଁ କଳ୍ପ ପୂର୍ବ ଭଳି ସେହି ସାଧାରଣ ଶରୀରରେ ଆସିଛି । କଳ୍ପ-କଳ୍ପ ଆସି ତୁମକୁ ପାଠ ପଢାଉଛି । ଏହା ହେଉଛି ଉଚ୍ଚରୁ ଉଚ୍ଚ ପାଠପଢା । ତୁମେ ଜାଣିଛ ଯେ ଆମେ ସତ୍ତ୍ୱପ୍ରଧାନ ଥିଲୁ । ଏବେ ତମୋପ୍ରଧାନ ହୋଇଯାଇଛୁ, ପୁଣି ଭାରତ ହିଁ ସତ୍ତ୍ୱପ୍ରଧାନ ହେବ । ଅନ୍ୟ ଧର୍ମାବଲମ୍ବୀମାନେ ଏତେ ସୁଖ କିମ୍ବା ଦୁଃଖ ମଧ୍ୟ ଭୋଗ କରୁନାହାଁନ୍ତି । ଅନ୍ୟ ଦେଶର ଲୋକମାନଙ୍କ ପାଖରେ ପଇସା ବହୁତ ଥିବାରୁ ଗରୀବ ଦେଶକୁ କରଜ ଦେଉଛନ୍ତି । ସେମାନେ ବିଚରା ଜାଣିନାହାଁନ୍ତି ଯେ, ଏହା ତ ଫେରସ୍ତ ଚାଲିଛି । ବିଲ୍‌କୁଲ୍ ଘୋର ଅନ୍ଧକାରରେ କୁମ୍ଭକର୍ଣ୍ଣର ନିଦ୍ରାରେ ଶୋଇଛନ୍ତି । ପଛକୁ ହାୟ-ହାୟ କରି ଉଠିବେ । ପୁଣି ତୁମେ କହିବ - ଟୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବ ହୋଇଗଲା କାହିଁକି ନା ଲଢେଇ ଆରମ୍ଭ ହୋଇଯିବ । ପୁଣି କ’ଣ କରିବେ! ପୁରୁଣା ଦୁନିଆରେ ନିଆଁ ଲାଗିଗଲେ ପୁଣି ଟୁଲେଟ୍ ହୋଇଯିବ । ସେଥିପାଇଁ ବାବା କହୁଛନ୍ତି - ପିଲାମାନେ, ଏବେ ଜଲ୍‌ଦି ଜଲ୍‌ଦି ପୁରୁଷାର୍ଥ କରିଚାଲ । ବାବା କୌଣସି ଅଧିକ କଷ୍ଟ ଦେଉନାହାଁନ୍ତି । ବାବାଙ୍କୁ ଆସି କହୁଛନ୍ତି କି ବାବା ଘରେ ପୂଜା ନକଲେ ସେମାନେ କହୁଛନ୍ତି ଏମାନେ ନାସ୍ତିକ ହୋଇଗଲେଣି । ବାବା ରାୟ ଦେଉଛନ୍ତି ସାକ୍ଷୀ ହୋଇ ବାବାଙ୍କ ସ୍ମୃତିରେ ରୁହ । ଅଳ୍ପ-ଅଳ୍ପ ପୂଜା ବାହାରୁ ଲୋକ ଦେଖାଣିଆ ଭାବେ କରିଦିଅ । ଗୋଟିଏ ହେଉଛି ହୃଦୟର ସହ କରିବା, ଅନ୍ୟଟି ହେଉଛି ରାଜି କରିବା ପାଇଁ କରିବା । ଅନ୍ତରରେ ତୁମକୁ ଶିବବାବାଙ୍କୁ ସ୍ମରଣ କରିବାକୁ ହେବ । ଯଦି କେହି ହଇରାଣ କରୁଛନ୍ତି ତେବେ ପୂଜା କରି ଦେଖାଅ, ତେବେ ସେ ଖୁସି ହୋଇଯିବେ । ଏହା କୌଣସି ପାପର କାମ ନୁହେଁ । ବାବା ତ ଅନେକଙ୍କୁ କହୁଛନ୍ତି ଯେ ବିବାହ ଆଦିକୁ ଯାଅ । ଉଭୟ ପଟର ସମ୍ପର୍କ ରକ୍ଷା କରିବାକୁ ହେବ । ସେଠାରେ ମଧ୍ୟ ଜ୍ଞାନ ଶୁଣାଉ-ଶୁଣାଉ କାହାକୁ ତୀର ଲାଗିଯିବ । ତେଣୁ ବହୁତ ଯୁକ୍ତି ସହକାରେ ବା କୌଶଳତାପୂର୍ବକ ଚାଲିବାକୁ ହେବ । ବାବାଙ୍କର ନିର୍ଦ୍ଦେଶ ହେଉଛି ଏବେ ପତିତ ହୁଅ ନାହିଁ । ପବିତ୍ର ହେବା ଦ୍ୱାରା ତୁମେ କୃଷ୍ଣପୁରୀର ମାଲିକ ହେବ । ଶିବବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ତୁମେ ବିଶ୍ୱର ମାଲିକ ହୋଇଯିବ । ପିଲାମାନେ, ଏହିପରି ଯୁକ୍ତି ଦ୍ୱାରା ତୁମେ ନିଜର ମିତ୍ର-ସମ୍ବନ୍ଧୀମାନଙ୍କୁ ବୁଝାଇପାରିବ । ତାହା ଶାରୀରିକ ଯାତ୍ରା, ଏହା ରୁହାନୀ(ଆତ୍ମିକ) ଯାତ୍ରା । ଏହି ରୁହାନୀ ଯାତ୍ରା ବାବା ଶିଖାଉଛନ୍ତି । କହୁଛନ୍ତି ମୋତେ ମନେ ପକାଇଲେ ତୁମେ ପତିତରୁ ପାବନ ହୋଇଯିବ ଓ ସବୁ ଦୁଃଖ ଦୂର ହୋଇଯିବ । କେହି ବିରଳ ବ୍ୟାପାରୀ ଏହି ବ୍ୟାପାର କରିବେ ଅର୍ଥାତ୍ ବୈକୁଣ୍ଠର ବାଦାଶାହୀ ନେବେ । ତେଣୁ ଶ୍ରୀମତରେ ଚାଲୁଥାଅ । ଏପରି ନହେଉ ଯେ ପଇସା ଆଦି ବେକାରରେ ଚାଲିଯାଉ, କିଛି ଫଳ ନ ମିଳୁ । ଘରଦ୍ୱାର ଆଦି ସମ୍ଭାଳିବାକୁ ହେବ, ପିଲାମାନଙ୍କୁ ପାଳିବାକୁ ମଧ୍ୟ ହେବ । କେବଳ ଶ୍ରୀମତରେ ଚାଲିବାକୁ ହେବ । ରାୟ ନେବା ଉଚିତ୍ ଯେ ବାବା ଏହି ଅବସ୍ଥାରେ ଆମେ କ’ଣ କରିବୁ! ବାବା କନ୍ୟା କହୁଛି ଯେ ମୁଁ ବିବାହ କରିବି ତେବେ ବାବା କହୁଛନ୍ତି ବିବାହ କରାଇବାକୁ ହିଁ ପଡିବ କାହିଁକି ନା ତାର ଭାଗ ଅଛି, ତାକୁ ଦେଇଦିଅ । ବାବା କେବଳ ବୁଝାଉଛନ୍ତି ତଥାପି କିଛି ଯଦି ପଚାରିବାକୁ ହୁଏ, ତେବେ ବାବାଙ୍କୁ ପଚାରି ଶ୍ରୀମତରେ ଚାଲ । ପିଲାମାନଙ୍କୁ ବାବାଙ୍କର ଆଜ୍ଞାରେ ଚାଲିବାକୁ ହେବ, ଏଥିରେ ହିଁ କଲ୍ୟାଣ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପ୍ରତ୍ୟେକ କର୍ମ ସାକ୍ଷୀ ହୋଇ ଶିବବାବାଙ୍କ ସ୍ମୃତିରେ କରିବାକୁ ହେବ । ଲୌକିକ, ଅଲୌକିକ ଉଭୟଙ୍କ ସହିତ ସମ୍ପର୍କ ରଖିବାକୁ ହେବ । ଲୌକିକ ସମ୍ବନ୍ଧୀଙ୍କ ସହିତ ଯୁକ୍ତିଯୁକ୍ତ ଭାବରେ ଚାଲିବାକୁ ହେବ ।

(୨) ବର୍ତ୍ତମାନ ଏହି ଅନ୍ତିମ ଜନ୍ମରେ ଏହା ଆମର ବାନପ୍ରସ୍ଥ ଅବସ୍ଥା ଅଟେ । ଘରକୁ ଫେରିବାକୁ ହେବ, ସେଥିପାଇଁ ପବିତ୍ର ନିଶ୍ଚୟ ହେବାକୁ ପଡିବ, କୌଣସି ପ୍ରକାରର ବନ୍ଧନ ତିଆରି କରିବାର ନାହିଁ ।

ବରଦାନ:-
ପରମାତ୍ମ ଆଜ୍ଞାର ପାଳନା ଦ୍ୱାରା ସର୍ବ ଇଚ୍ଛାଗୁଡିକୁ ସମାପ୍ତ କରୁଥିବା ମାୟାପ୍ରୁଫ ଭବ ।

ଅମୃତବେଳାଠାରୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ ଦିନଚର୍ଯ୍ୟାରେ ଯାହା ସବୁ ଆଜ୍ଞା ମିଳିଛି, ସେହି ଅନୁସାରେ ନିଜର ମନୋବୃତ୍ତିକୁ, ଦୃଷ୍ଟିକୁ, ସ୍ମୃତିକୁ, ସଂକଳ୍ପକୁ, ସେବାକୁ ଏବଂ ସମ୍ବନ୍ଧଗୁଡିକୁ ଚେକ୍ କର । ଯେଉଁମାନେ ପ୍ରତ୍ୟେକ ସଂକଳ୍ପରେ, ପ୍ରତି ପାଦରେ ପରମାତ୍ମାଙ୍କର ଆଜ୍ଞାକୁ ପାଳନ କରିଥାଆନ୍ତି ସେମାନଙ୍କର ସମସ୍ତ ଇଚ୍ଛା ବା ଆଶାଗୁଡିକ ସମାପ୍ତ ହୋଇଯାଇଥାଏ । ଯଦି ମନ ଭିତରେ ପୁରୁଷାର୍ଥ କରିବାର ବା ସଫଳତା ପ୍ରାପ୍ତ କରିବାର ମଧ୍ୟ ଇଚ୍ଛା ରହିଛି, ତେବେ ନିଶ୍ଚିତ ଭାବରେ କେଉଁଠି ନା କେଉଁଠି, କୌଣସି ନା କୌଣସି ଆଜ୍ଞା ପାଳନ ହେଉ ନାହିଁ । ତେଣୁ ଯେତେବେଳେ ବି କୌଣସି ଦ୍ୱନ୍ଦ୍ୱ ବା ସଂଶୟ ଆସୁଛି, ସେତେବେଳେ ନିଜକୁ ଚାରିଆଡୁ ଚେକ୍ କର, ଯାହାଦ୍ୱାରା ଆପେ ଆପେ ମାୟା ପ୍ରୁଫ ହୋଇଯିବ ।

ସ୍ଲୋଗାନ:-
ନିଜର ସୂକ୍ଷ୍ମ ଦୁର୍ବଳତାଗୁଡିକୁ ଚିନ୍ତନ କର, ସେଗୁଡିକୁ ସମାପ୍ତ କରିଦେବା ହିଁ ସ୍ୱଚିନ୍ତନ ଅଟେ ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ଯେପରି କୌଣସି ସ୍ଥାନ ଯଦି ଖାଲି ପଡିଯାଏ, ତେବେ ଅଲରାଉଣ୍ଡ ସେବାଧାରୀମାନେ ଯଥା ସମୟରେ ସେହି ସ୍ଥାନକୁ ପୂରଣ କରିଦିଅନ୍ତି । ସେହିପରି ଯଦି କାହାଦ୍ୱାରା କୌଣସି ବି ଶକ୍ତିର କମୀ ଅନୁଭବ ହେଉଛି, ତେବେ ନିଜର ସହଯୋଗ ଦ୍ୱାରା ସେହି କମୀକୁ ପୂରଣ କରିଦିଅ, ଯାହାଦ୍ୱାରା ଅନ୍ୟମାନଙ୍କର ଦୁର୍ବଳତାଗୁଡିକୁ ମଧ୍ୟ କାହାକୁ ଅନୁଭବ ହେବ ନାହିଁ - ତେବେ କୁହାଯିବ ଦାତାଙ୍କର ସନ୍ତାନ ହୋଇ ଯଥା ସମୟରେ ତାଙ୍କୁ ସହଯୋଗର ଦାନ ଦେଲ ।