07.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ସଂଗମଯୁଗ ହେଉଛି ସର୍ବୋତ୍ତମ ହେବାର ଶୁଭ ସମୟ, କାହିଁକି ନା ଏହି ସମୟରେ ବାବା ତୁମମାନଙ୍କୁ ନରରୁ ନାରାୟଣ ହେବାର ପାଠ ପଢାଉଛନ୍ତି ।”

ପ୍ରଶ୍ନ:-
ତୁମ ସନ୍ତାନମାନଙ୍କ ଭିତରେ ଏଭଳି କେଉଁ ଜ୍ଞାନ ରହିଛି ଯେଉଁ କାରଣରୁ ତୁମେ କୌଣସି ବି ପରିସ୍ଥିତିରେ କାନ୍ଦିପାରିବ ନାହିଁ?

ଉତ୍ତର:-
ତୁମ ପାଖରେ ଏହି ପୂର୍ବ-ପ୍ରସ୍ତୁତ ଡ୍ରାମାର ଜ୍ଞାନ ରହିଛି, ତୁମେମାନେ ଜାଣିଛ ଯେ ଏଥିରେ ପ୍ରତ୍ୟେକ ଆତ୍ମାର ସ୍ୱତନ୍ତ୍ର ପାର୍ଟ ରହିଛି, ବାବା ଆମକୁ ସୁଖର ସମ୍ପତ୍ତି ଦେଉଛନ୍ତି, ତେଣୁ ଆମେ ପୁଣି କିପରି କାନ୍ଦି ପାରିବୁ! ଚିନ୍ତା ଥିଲା ବ୍ରହ୍ମଲୋକ ନିବାସୀଙ୍କୁ ପାଇବାର - ସେ ତ ମିଳିଗଲେ ବାକି କ’ଣ ଦରକାର । ବକ୍ତାବର ଅର୍ଥାତ୍ ଭାଗ୍ୟବାନ ସନ୍ତାନମାନେ କେବେ କାନ୍ଦନ୍ତି ନାହିଁ ।

ଓମ୍ ଶାନ୍ତି ।
ଆତ୍ମାର ପିତା ବସି ସନ୍ତାନମାନଙ୍କୁ ଗୋଟିଏ କଥା ବୁଝାଉଛନ୍ତି । ଚିତ୍ରରେ ମଧ୍ୟ ଏହିପରି ଲେଖିବାକୁ ହେବ ଯେ ତ୍ରିମୂର୍ତ୍ତି ଶିବବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି । ତୁମେ ମଧ୍ୟ କାହାକୁ ବୁଝାଇଲେ କହିବ - ଶିବବାବା ଏପରି କହୁଛନ୍ତି । ଏହି ବ୍ରହ୍ମାବାବା ମଧ୍ୟ କହିବେ - ବାବା ତୁମକୁ ବୁଝାଉଛନ୍ତି । ଏଠାରେ ମନୁଷ୍ୟ, ମନୁଷ୍ୟକୁ ବୁଝାଉ ନାହାଁନ୍ତି କିନ୍ତୁ ପରମାତ୍ମା ଆତ୍ମାମାନଙ୍କୁ ବୁଝାଉଛନ୍ତି ଅଥବା ଆତ୍ମା, ଆତ୍ମାକୁ ବୁଝାଉଛି । ଶିବବାବା ହିଁ ଜ୍ଞାନର ସାଗର ଅଟନ୍ତି ଏବଂ ସେ ହେଉଛନ୍ତି ରୁହାନୀ ବାବା । ଏହି ସମୟରେ ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତାଙ୍କଠାରୁ ବର୍ସା ମିଳୁଛି । ଶାରୀରିକ ଅହଂକାର ଏଠାରେ ଛାଡିବାକୁ ପଡୁଛି । ଏହି ସମୟରେ ତୁମକୁ ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ । କର୍ମଧନ୍ଦା ଆଦି ଭଲେ କର ବାକି ଯେତିକି ସମୟ ମିଳୁଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ତୁମେ ଜାଣିଛ ଶିବବାବା ଏହାଙ୍କ ଶରୀରରେ ଆସିଛନ୍ତି । ସେ ସତ୍ୟ, ଚୈତନ୍ୟ ଅଟନ୍ତି । ସତ୍ ଚିତ୍ ଆନନ୍ଦ ସ୍ୱରୂପ କୁହାଯାଏ ନା । ବ୍ରହ୍ମା, ବିଷ୍ଣୁ, ଶଙ୍କର ଅଥବା କୌଣସି ମନୁଷ୍ୟ ମାତ୍ରର ଏହି ମହିମା ନୁହେଁ । ଶ୍ରେଷ୍ଠରୁ ଶ୍ରେଷ୍ଠ ଭଗବାନ ଜଣେ ହିଁ ଅଟନ୍ତି । ସେ ହେଉଛନ୍ତି ସୁପ୍ରିମସୋଲ୍ ଅର୍ଥାତ୍ ପରମ ଆତ୍ମା । ଏହି ଜ୍ଞାନ ମଧ୍ୟ ତୁମକୁ କେବଳ ଏହି ସମୟରେ ହିଁ ମିଳୁଛି । ପୁଣି କେବେ ବି ମିଳିବ ନାହିଁ । ପ୍ରତି ୫ ହଜାର ବର୍ଷରେ ଥରେ ବାବା ଆସୁଛନ୍ତି, ତୁମକୁ ଆତ୍ମ-ଅଭିମାନୀ କରାଇ ବାବାଙ୍କୁ ମନେ ପକାଇବାର ଶିକ୍ଷା ଦେବା ପାଇଁ, ଯାହା ଦ୍ୱାରା ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ, ସତ୍ତ୍ୱପ୍ରଧାନ ହେବାର ଆଉ କୌଣସି ଉପାୟ ନାହିଁ । ଯଦିଓ ମନୁଷ୍ୟ ଡାକୁଛନ୍ତି - ହେ ପତିତ-ପାବନ ଆସ କିନ୍ତୁ ଅର୍ଥ କିଛି ବୁଝୁ ନାହାଁନ୍ତି । ପତିତ-ପାବନ ସୀତାରାମ କହିଲେ ମଧ୍ୟ ଠିକ୍ ହେବ । ତୁମେ ସବୁ ସୀତା ଅଥବା ଭକ୍ତିନୀ ଅଟ । ସେ ହେଉଛନ୍ତି ଜଣେ ରାମ ଭଗବାନ, ତୁମ ଭକ୍ତମାନଙ୍କୁ ଭଗବାନଙ୍କ ଦ୍ୱାରା ଫଳ ମିଳିବା ଦରକାର । ମୁକ୍ତି ଅଥବା ଜୀବନମୁକ୍ତି- ଏହା ହେଉଛି ଫଳ । ମୁକ୍ତି-ଜୀବନମୁକ୍ତିର ଦାତା ଏକମାତ୍ର ସେହି ବାବା ହିଁ ଅଟନ୍ତି । ଡ୍ରାମାରେ ସର୍ବୋଚ୍ଚ ପାର୍ଟଧାରୀ ମଧ୍ୟ ଥା’ନ୍ତି ଏବଂ ନୀଚ୍ଚ ପାର୍ଟଧାରୀ ମଧ୍ୟ ଥା’ନ୍ତି । ଏହା ହେଉଛି ବେହଦର ଡ୍ରାମା, ଏହାକୁ ଆଉ କେହି ବୁଝିପାରିବେ ନାହିଁ । ତୁମେମାନେ ବର୍ତ୍ତମାନ ତମୋପ୍ରଧାନ କନିଷ୍ଠରୁ ସତ୍ତ୍ୱପ୍ରଧାନ ପୁରୁଷୋତ୍ତମ ହେଉଛ । ସତ୍ତ୍ୱପ୍ରଧାନକୁ ହିଁ ସର୍ବୋତ୍ତମ କୁହାଯାଉଛି । ବର୍ତ୍ତମାନ ତୁମେ ସର୍ବୋତ୍ତମ ନୁହଁ । ବାବା ତୁମକୁ ସର୍ବୋତ୍ତମ କରୁଛନ୍ତି । ଏହି ଡ୍ରାମାର ଚକ୍ର କିପରି ଘୂରୁଛି, ଏହାକୁ କେହି ବି ଜାଣି ନାହାଁନ୍ତି । କଳିଯୁଗ, ସଂଗମଯୁଗ ପୁଣି ହେଉଛି ସତ୍ୟଯୁଗ । ପୁରୁଣା ଦୁନିଆକୁ ନୂଆ କିଏ କରିବ? ବାବାଙ୍କ ବିନା କେହି କରିପାରିବେ ନାହିଁ । ବାବା ହିଁ ସଂଗମ ଯୁଗରେ ଆସି ପାଠ ପଢାଉଛନ୍ତି । ବାବା ନା ସତ୍ୟଯୁଗରେ ଆସୁଛନ୍ତି ନା କଳିଯୁଗରେ ଆସୁଛନ୍ତି । ବାବା କହୁଛନ୍ତି ମୋର ପାର୍ଟ ହିଁ ସଂଗମରେ ରହିଛି ସେଥିପାଇଁ ସଂଗମଯୁଗକୁ କଲ୍ୟାଣକାରୀ ଯୁଗ କୁହାଯାଉଛି । ଏହା ହେଉଛି ସଫଳତାସୂଚକ ବହୁତ ଶ୍ରେଷ୍ଠ ଶୁଭ ସମୟର ଯୁଗ । ଯେତେବେଳେ କି ବାବା ଆସି ତୁମ ସନ୍ତାନମାନଙ୍କୁ ନରରୁ ନାରାୟଣ କରାଉଛନ୍ତି । ମନୁଷ୍ୟ ତ’ ମନୁଷ୍ୟ ଅଟନ୍ତି କିନ୍ତୁ ସେମାନେ ଦୈବୀଗୁଣଧାରୀ ହୋଇଥା’ନ୍ତି, ତାହାକୁ ଆଦି ସନାତନ ଦେବୀ ଦେବତା ଧର୍ମ କୁହାଯାଉଛି । ବାବା କହୁଛନ୍ତି ମୁଁ ଏହି ଧର୍ମର ସ୍ଥାପନା କରୁଛି, ଏଥିପାଇଁ ତୁମକୁ ନିଶ୍ଚିତ ପବିତ୍ର ହେବାକୁ ପଡିବ । ପତିତ-ପାବନ ଏକମାତ୍ର ବାବା ହିଁ ଅଟନ୍ତି । ବାକି ସମସ୍ତେ କନ୍ୟା, ଭକ୍ତିନୀ ଅଟନ୍ତି । ପତିତ-ପାବନ ସୀତାରାମ କହିବା ମଧ୍ୟ ଠିକ୍ । କିନ୍ତୁ ପଛରେ ଯେଉଁ ରଘୁପତି ରାଘବ ରାଜା ରାମ କହିଦେଉଛନ୍ତି, ତାହା ଭୁଲ୍ ହୋଇଯାଉଛି । ମନୁଷ୍ୟ ବିନା ଅର୍ଥରେ ଯାହା ଆସୁଛି ତାହା କହିଦେଉଛନ୍ତି, ଜପ କରିବାରେ ଲାଗିଯାଉଛନ୍ତି । ତୁମେ ଜାଣିଛ ଚନ୍ଦ୍ରବଂଶୀ ଧର୍ମର ମଧ୍ୟ ଏବେ ସ୍ଥାପନ ହେଉଛି । ବାବା ଆସି ବ୍ରାହ୍ମଣ କୂଳ ସ୍ଥାପନ କରୁଛନ୍ତି, ଏହାକୁ ରାଜବଂଶ କୁହାଯିବ ନାହିଁ । ଏହା ଏକ ପରିବାର ଅଟେ, ଏଠାରେ ନା ତୁମ ପାଣ୍ଡବଙ୍କର ନା କୌରବଙ୍କର ରାଜତ୍ୱ ରହିଛି । ଯିଏ ଗୀତା ପଢିଥିବେ, ସେ ତୁରନ୍ତ ଏହି କଥାକୁ ବୁଝିପାରିବେ । ଏହା ମଧ୍ୟ ଗୀତା ଅଟେ । ଏହାକୁ କିଏ ଶୁଣାଉଛନ୍ତି? ଭଗବାନ । ତୁମକୁ ପ୍ରଥମେ ଏହା ବୁଝାଇବାକୁ ହେବ ଯେ ଗୀତାର ଭଗବାନ କିଏ? ସେମାନେ କହୁଛନ୍ତି ଶ୍ରୀକୃଷ୍ଣ ଭଗବାନୁବାଚ । ବାସ୍ତବରେ ଶ୍ରୀକୃଷ୍ଣ ତ’ ସତ୍ୟଯୁଗରେ ରହିବେ । ତାଙ୍କ ଭିତରେ ଥିବା ଆତ୍ମା ଅବିନାଶୀ ଅଟେ । ଶରୀରର ହିଁ ନାମ ବଦଳିଥାଏ । ଆତ୍ମାର ନାମ କେବେ ବଦଳୁନାହିଁ । ଶ୍ରୀକୃଷ୍ଣଙ୍କ ଆତ୍ମାର ଶରୀର ସତ୍ୟଯୁଗରେ ହିଁ ରହିବ । ପ୍ରଥମ ନମ୍ବରରେ ସେ ହିଁ ଯାଉଛନ୍ତି । ଲକ୍ଷ୍ମୀ-ନାରାୟଣ ନମ୍ବରଓାନ୍ ପୁଣି ସେକେଣ୍ଡ, ଥାର୍ଡ ହେଉଛନ୍ତି । ତେଣୁ ସେମାନଙ୍କର ନମ୍ବର ମଧ୍ୟ ଏତେ କମ୍ ରହିଥିବ । ଏଠାରେ ମାଳା ତିଆରି ହେଉଛି ନା । ବାବା ବୁଝାଉଛନ୍ତି ରୁଣ୍ଡ ମାଳା ବି ରହିଛି ଏବଂ ରୁଦ୍ର ମାଳା ମଧ୍ୟ ରହିଛି । ବିଷ୍ଣୁଙ୍କ ଗଳାରେ ରୁଣ୍ଡମାଳା ଦେଖାଇଥା’ନ୍ତି । ତୁମେ ସନ୍ତାନମାନେ କ୍ରମାନ୍ୱୟରେ ବିଷ୍ଣୁପୁରୀର ମାଲିକ ହେଉଛ । ତେଣୁ ତୁମେ ଯେପରି ବିଷ୍ଣୁଙ୍କ ଗଳାର ହାର ହେଉଛ । ପ୍ରଥମେ ଶିବଙ୍କ ଗଳାର ହାର ହେଉଛ, ତାକୁ ରୁଦ୍ରମାଳା କୁହାଯାଉଛି, ଯାହାକୁ ମନୁଷ୍ୟମାନେ ଜପିଥା’ନ୍ତି । ମାଳା ପୂଜା କରାଯାଏ ନାହିଁ, ସ୍ମରଣ କରାଯାଏ । ବିଷ୍ଣୁପୁରୀର ରାଜଧାନୀକୁ ଯେଉଁମାନେ କ୍ରମାନ୍ୱୟରେ ଯାଇଥାନ୍ତି ସେହିମାନେ ହିଁ ମାଳାର ଦାନା ହୋଇଥାନ୍ତି । ମାଳାରେ ସର୍ବ ପ୍ରଥମେ ଫୁଲ ଥାଏ ତା’ପରେ ଯୁଗଳଦାନା ରହିଥାଏ । ପ୍ରବୃତ୍ତି ମାର୍ଗ ଅଟେ ନା । ପ୍ରବୃତ୍ତି ମାର୍ଗ ବ୍ରହ୍ମା, ସରସ୍ୱତୀ ଏବଂ ପିଲାମାନଙ୍କଠାରୁ ଆରମ୍ଭ ହୋଇଥାଏ । ଏହିମାନେ ପୁଣି ଦେବତା ହୋଇଥା’ନ୍ତି । ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ପ୍ରଥମ । ଉପରେ ଫୁଲ ଶିବବାବା ରହିଛନ୍ତି । ମାଳାକୁ ଗଡାଇ ଗଡାଇ ପଛରେ ଫୁଲକୁ ମୁଣ୍ଡରେ ଲଗାଇଥା’ନ୍ତି ନା । ଶିବବାବା ହେଉଛନ୍ତି ଫୁଲ ଯିଏକି ପୁର୍ନଜନ୍ମରେ ଆସୁନାହାଁନ୍ତି,ଏହାଙ୍କ (ବ୍ରହ୍ମାଙ୍କ) ଶରୀରରେ ପ୍ରବେଶ କରିଥାନ୍ତି । ସେ ହିଁ ତୁମମାନଙ୍କୁ ବୁଝାଉଛନ୍ତି । ବ୍ରହ୍ମାଙ୍କର ଆତ୍ମା ତ ତାଙ୍କର ନିଜସ୍ୱ ଅଟେ । ସେ ନିଜର ଶରୀର ନିର୍ବାହ କରୁଛନ୍ତି, ତାଙ୍କର କାମ ହେଉଛି କେବଳ ଜ୍ଞାନ ଦେବା । ଯେପରି କାହାର ସ୍ତ୍ରୀ ଅଥବା ବାପା ମରିଗଲେ ତାଙ୍କର ଆତ୍ମାକୁ ବ୍ରାହ୍ମଣର ଶରୀରରେ ଡାକିଥା’ନ୍ତି । ଆଗରୁ ଆସୁଥିଲେ, ଏବେ ସେ କୌଣସି ଶରୀର ତ୍ୟାଗ କରି ତ ଆସୁ ନାହାଁନ୍ତି । ଏହା ଡ୍ରାମାରେ ପୂର୍ବରୁ ହିଁ ନିଧାର୍ଯ୍ୟ ହୋଇ ରହିଛି । ଏସବୁ ଭକ୍ତିମାର୍ଗ ଅଟେ । ସେହି ଆତ୍ମା ତ ଗଲା, ଯାଇ କରି ଅନ୍ୟ ଶରୀର ନେଲା । ତୁମକୁ ଏବେ ସମସ୍ତ ଜ୍ଞାନ ମିଳୁଛି, ସେଥିପାଇଁ କେହି ଶରୀର ଛାଡିଲେ ମଧ୍ୟ ତୁମର କୌଣସି ଚିନ୍ତା ନାହିଁ । ମା’ ମରିଗଲେ ମଧ୍ୟ ହାଲୁଆ ଖାଅ (ଶାନ୍ତା ଭଉଣୀଙ୍କର ଉଦାହରଣ) । ଏହି କନ୍ୟା ଯାଇ ତାଙ୍କୁ ବୁଝାଇଲେ ଯେ ତୁମେ କାନ୍ଦୁଛ କାହିଁକି? ସେ ଯାଇ ଅନ୍ୟ ଶରୀର ନେଲା । କାନ୍ଦିବା ଦ୍ୱାରା କ’ଣ ଫେରିଆସିବ କି ? ଭାଗ୍ୟବାନ ସନ୍ତାନ କ’ଣ କାନ୍ଦିଥା’ନ୍ତି କି? ତେଣୁ ସେଠାରେ ସମସ୍ତଙ୍କର କାନ୍ଦ ବନ୍ଦ କରାଇ ବୁଝାଇବାରେ ଲାଗିଗଲା । ଏହିପରି ବହୁତ କନ୍ୟାମାନେ ଯାଇ ବୁଝାଉଛନ୍ତି । ଏବେ କାନ୍ଦ ବନ୍ଦ କର । ନକଲି ବ୍ରାହ୍ମଣମାନଙ୍କୁ ମଧ୍ୟ ଖୁଆଅ ନାହିଁ । ମୁଁ ସତ୍ୟ ବ୍ରାହ୍ମଣଙ୍କୁ ନେଇଆସୁଛି । ପୁଣି ଜ୍ଞାନ ଶୁଣିବାରେ ଲାଗିଯାଆନ୍ତି । ଭାବନ୍ତି ଇଏ ତ’ ଠିକ୍ କଥା କହୁଛନ୍ତି । ଜ୍ଞାନ ଶୁଣି ଶୁଣି ଶାନ୍ତ ହୋଇଯାଆନ୍ତି । ୭ ଦିନ ନିମନ୍ତେ କେହି ଭାଗବତ ଆଦି ରଖିଲେ ମନୁଷ୍ୟମାନଙ୍କର ଦୁଃଖ ଦୂର ହୁଏ ନାହିଁ । ଏହି କନ୍ୟାମାନେ ତ ସମସ୍ତଙ୍କର ଦୁଃଖ ଦୂର କରିଦେଉଛନ୍ତି । ତୁମେ ଜାଣିଛ କାନ୍ଦିବାର କୌଣସି ଆବଶ୍ୟକତା ନାହିଁ । ଏହା ତ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ପ୍ରତ୍ୟେକଙ୍କୁ ନିଜର ପାର୍ଟ ବଜାଇବାକୁ ହିଁ ପଡିବ । କୌଣସି ଅବସ୍ଥାରେ ବି କାନ୍ଦିବା ଅନୁଚିତ୍ । ବେହଦର ବାବା-ଶିକ୍ଷକ-ଗୁରୁ ମିଳିଛନ୍ତି, ଯାହାଙ୍କ ପାଇଁ ତୁମେ ଏତେ ଧକ୍କା ଖାଉଛ । ପାର ବ୍ରହ୍ମରେ ରହୁଥିବା ପରମପିତା ପରମାତ୍ମା ମିଳିଗଲେ ତେବେ ବାକି କ’ଣ ଦରକାର । ବାବା ସୁଖର ବର୍ସା ଦେଉଛନ୍ତି । ତୁମେ ବାବାଙ୍କୁ ଭୁଲି ଯାଉଛ ତେଣୁ କାନ୍ଦିବାକୁ ପଡୁଛି । ବାବାଙ୍କୁ ମନେ ପକାଇଲେ ଖୁସି ରହିବ । ଓହୋ! ଆମେ ତ ବିଶ୍ୱର ମାଲିକ ହେଉଛୁ । ପୁଣି ୨୧ ପିଢି କେବେ କାନ୍ଦିବ ନାହିଁ । ୨୧ ପିଢି ଅର୍ଥାତ୍ ସମ୍ପୂର୍ଣ୍ଣ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଅକାଳ ମୃତ୍ୟୁ ହୁଏ ନାହିଁ, ତେଣୁ ଅନ୍ତରରେ କେତେ ଗୁପ୍ତ ଖୁସୀ ରହିବା ଦରକାର ।

ତୁମେ ଜାଣିଛ ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରି ଜଗତ୍‌ଜିତ୍ ହେବୁ । ଅସ୍ତ୍ରଶସ୍ତ୍ରର କୌଣସି କଥା ହିଁ ନାହିଁ । ତୁମେ ହେଉଛ ଶିବଶକ୍ତି । ତୁମ ପାଖରେ ଅଛି ଜ୍ଞାନ କଟୁରୀ, ଜ୍ଞାନ ବାଣ । ସେମାନେ ପୁଣି ଭକ୍ତିମାର୍ଗରେ ଦେବୀମାନଙ୍କୁ ସ୍ଥୂଳ ବାଣ ଖଣ୍ଡା ଆଦି ଦେଇ ଦେଇଛନ୍ତି । ବାବା କହୁଛନ୍ତି ଜ୍ଞାନ ତରବାରୀ ଦ୍ୱାରା ବିକାରକୁ ଜିତିବାକୁ ହେବ, ବାକି ଦେବୀମାନେ କ’ଣ ହିଂସ୍ରକ ଅଟନ୍ତି କି! ଏସବୁ ହେଉଛି ଭକ୍ତିମାର୍ଗ । ସାଧୁ-ସନ୍ଥ ଆଦି ନିବୃତ୍ତିମାର୍ଗୀ ଅଟନ୍ତି, ସେମାନେ ପ୍ରବୃତ୍ତି ମାର୍ଗକୁ ମାନନ୍ତି ହିଁ ନାହିଁ । ତୁମେ ତ ସାରା ପୁରୁଣା ଦୁନିଆର ଏବଂ ପୁରୁଣା ଶରୀରର ସନ୍ନ୍ୟାସ କରୁଛ । ଏବେ ବାବାଙ୍କୁ ମନେ ପକାଇଲେ ଆତ୍ମା ପବିତ୍ର ହୋଇଯିବ । ଜ୍ଞାନର ସଂସ୍କାର ସାଥୀରେ ନେଇଯିବ । ସେହି ଅନୁସାରେ ନୂଆ ଦୁନିଆରେ ଜନ୍ମ ନେବ । ଯଦି ଏଠାରେ ବି ଜନ୍ମ ନେବ ତେବେ ଭଲ ଘରେ ରାଜାଙ୍କ ନିକଟରେ ଅଥବା ଧାର୍ମିକ ଘରକୁ ଏହି ସଂସ୍କାର ନେଇ କରି ଯିବ । ସମସ୍ତଙ୍କର ସ୍ନେହୀ ହେବ । କହିବେ ଇଏ ତ ଦେବୀ ଅଟନ୍ତି । ଶ୍ରୀକୃଷ୍ଣଙ୍କର ମହିମାର କେତେ ଗାୟନ କରୁଛନ୍ତି । ବାଲ୍ୟାବସ୍ଥାରେ ଦେଖାଇଥାନ୍ତି ଲହୁଣୀ ଚୋରାଇଲେ, ମାଠିଆ ଭାଙ୍ଗିଲେ, ଏପରି କଲେ... କେତେ କଳଙ୍କ ଲଗାଇ ଦେଇଛନ୍ତି । ଆଚ୍ଛା, ପୁଣି ଶ୍ରୀକୃଷ୍ଣଙ୍କୁ ଶ୍ୟାମଳ କାହିଁକି କରି ଦେଇଛନ୍ତି? ସେଠାରେ ତ ଶ୍ରୀକୃଷ୍ଣ ଗୋରା ହେବେ ନା । ଖାଲି ଶରୀର ଏବଂ ନାମ ବଦଳି ଚାଲିବ । ଶ୍ରୀକୃଷ୍ଣ ତ ସତ୍ୟଯୁଗର ପ୍ରଥମ ରାଜକୁମାର ଥିଲେ, ତାଙ୍କୁ କାହିଁକି ଶ୍ୟାମଳ କରିଦେଇଛନ୍ତି? କେବେହେଲେ କେହି କହିପାରିବେ ନାହିଁ । ସେଠାରେ ସାପ ଆଦି ରହିବ ନାହିଁ ଯିଏକି କଳା କରିଦେବ । ଏଠାରେ ବିକାର ରୂପକ ବିଷ ଚଢିଗଲେ କଳା ହୋଇ ଯାଉଛନ୍ତି । ସେଠାରେ ଏପରି କଥା ହୋଇପାରିବ ନାହିଁ । ତୁମେ ଏବେ ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ । ଏହି ବ୍ରାହ୍ମଣ ସମ୍ପ୍ରଦାୟ ବିଷୟରେ କାହାକୁ ହେଲେ ଜଣାନାହିଁ । ପ୍ରଥମେ-ପ୍ରଥମେ ବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କୁ ପୋଷ୍ୟ କରୁଛନ୍ତି । ପ୍ରଜାପିତା ଅଟନ୍ତି, ତେଣୁ ତାଙ୍କର ପ୍ରଜା ମଧ୍ୟ ଢେର ହେବେ । ବ୍ରହ୍ମାଙ୍କର କନ୍ୟା ସରସ୍ୱତୀଙ୍କୁ କୁହାଯାଏ । ସ୍ତ୍ରୀ ତ’ ନୁହଁନ୍ତି । ଏ କଥା କାହାକୁ ହେଲେ ଜଣା ନାହିଁ । ପ୍ରଜାପିତା ବ୍ରହ୍ମାଙ୍କର ତ ମୁଖ ବଂଶାବଳୀ ଅଟନ୍ତି । ସ୍ତ୍ରୀର କଥା ହିଁ ନାହିଁ । ଏହାଙ୍କ ଶରୀରରେ ବାବା ପ୍ରବେଶ କରି କହୁଛନ୍ତି ତୁମେ ମୋର ସନ୍ତାନ ଅଟ । ମୁଁ ୟାଙ୍କର ନାମ ବ୍ରହ୍ମା ରଖିଛି, ଯେଉଁମାନେ ବି ସନ୍ତାନ ହୋଇଛନ୍ତି ସମସ୍ତଙ୍କର ନାମ ବଦଳାଇଛି । ତୁମେ ସନ୍ତାନମାନେ ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ, ଏହାକୁ କୁହାଯାଉଛି - ହାରିବା ଏବଂ ଜିତିବାର ଖେଳ । ବାବା କେତେ ଶସ୍ତା ସଉଦା କରାଉଛନ୍ତି । ତଥାପି ବି ମାୟା ହରାଇ ଦେଉଛି ତେଣୁ ବାବାଙ୍କ ହାତ ଛାଡି ପଳାଇ ଯାଉଛନ୍ତି । ୫ ବିକାର ରୂପୀ ମାୟା ହରାଇ ଦେଉଛି । ଯାହାଙ୍କ ଭିତରେ ୫ ବିକାର ଥାଏ, ସେହିମାନଙ୍କୁ ହିଁ ଆସୁରୀ ସମ୍ପ୍ରଦାୟ ବୋଲି କୁହାଯାଏ । ମନ୍ଦିରରେ ଦେବୀମାନଙ୍କ ଆଗରେ ଯାଇ ମହିମା ଗାନ କରିଥା’ନ୍ତି - ଆପଣ ସର୍ବଗୁଣ ସମ୍ପନ୍ନ... । ବାବା ତୁମ ସନ୍ତାନମାନଙ୍କୁ ବୁଝାଉଛନ୍ତି - ତୁମେ ହିଁ ପୂଜ୍ୟ ଦେବତା ଥିଲ ପୁଣି ୬୩ ଜନ୍ମ ପୂଜାରୀ ହେଲ, ଏବେ ପୁଣି ପୂଜ୍ୟ ହେଉଛ । ବାବା ପୂଜ୍ୟ କରାଉଛନ୍ତି, ରାବଣ ପୂଜାରୀ କରାଉଛି । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ବାବା କୌଣସି ଶାସ୍ତ୍ର ପଢି ନାହାଁନ୍ତି । ସେ ତ ହେଉଛନ୍ତି ଜ୍ଞାନର ସାଗର । ୱାଲର୍ଡ ଅଲମାଇଟୀ ଅଥରିଟୀ ଅଟନ୍ତି । ଅଲମାଇଟି ଅର୍ଥାତ୍ ସର୍ବଶକ୍ତିମାନ । ବାବା କହୁଛନ୍ତି ମୁଁ ସମସ୍ତ ବେଦ ଶାସ୍ତ୍ର ଆଦିକୁ ଜାଣିଛି । ଏସବୁ ହେଉଛି ଭକ୍ତିମାର୍ଗର ସାମଗ୍ରୀ । ମୁଁ ଏ ସବୁ କଥାକୁ ଜାଣିଛି । ଦ୍ୱାପରରୁ ହିଁ ତୁମେ ପୂଜାରୀ ହେଉଛ । ସତ୍ୟଯୁଗ - ତ୍ରେତା ଯୁଗରେ ତ ପୂଜା ହେଉ ନାହିଁ । ତାହା ହେଉଛି ପୂଜ୍ୟ କୁଳ । ତା’ପରେ ପୁଣି ପୂଜାରୀ କୁଳ ହେଉଛି । ବର୍ତ୍ତମାନ ସମୟରେ ସମସ୍ତେ ପୂଜାରୀ ଅଟନ୍ତି । ଏ କଥା କାହାକୁ ଜଣା ନାହିଁ । ବାବା ହିଁ ଆସି ୮୪ ଜନ୍ମର କାହାଣୀ ବତାଉଛନ୍ତି । ପୂଜ୍ୟ ପୂଜାରୀ ଏହି ସାରା ଖେଳ ତୁମ ଉପରେ ହିଁ ଆଧାରିତ । ହିନ୍ଦୁ ଧର୍ମ କହିଦେଉଛନ୍ତି ନା । ବାସ୍ତବରେ ତ ଭାରତରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ହିନ୍ଦୁ ନୁହେଁ । କେତେ କଥା ବୁଝାଇବାକୁ ପଡୁଛି । ଏହି ପାଠପଢା ହେଉଛି ଗୋଟିଏ ସେକେଣ୍ଡର । ତଥାପି କେତେ ସମୟ ଲାଗିଯାଉଛି । କୁହାଯାଏ ସାଗରକୁ ସ୍ୟାହି ଆଉ ସାରା ଜଙ୍ଗଲକୁ କଲମ କଲେ ମଧ୍ୟ ଶେଷ ହୋଇପାରିବ ନାହିଁ । ଅନ୍ତିମ ସମୟ ପର୍ଯ୍ୟନ୍ତ ତୁମକୁ ଜ୍ଞାନ ଶୁଣାଉଥିବି । ତୁମେ ଏହାର କେତେ ବହି ତିଆରି କରିବ । ଆରମ୍ଭରେ ମଧ୍ୟ ବାବା ସକାଳୁ-ସକାଳୁ ଉଠି ଲେଖୁଥିଲେ, ପୁଣି ମମ୍ମା ଶୁଣାଉଥିଲେ, ସେବେଠାରୁ ଛପା ହୋଇ ଆସୁଛି । କେତେ କାଗଜ ନଷ୍ଟ ହୋଇଥିବ । ଗୀତା ତ’ କେତେ ଛୋଟ । ଗୀତାର ଲକେଟ୍ ମଧ୍ୟ ତିଆରି କରିଥା’ନ୍ତି । ଗୀତାର ବହୁତ ପ୍ରଭାବ ରହିଛି, କିନ୍ତୁ ଗୀତା ଜ୍ଞାନ ଦାତାଙ୍କୁ ଭୁଲି ଯାଇଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନର ତରବାରୀ ଦ୍ୱାରା ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଜ୍ଞାନର ସଂସ୍କାର ନିଜ ଭିତରେ ଭରିବାକୁ ହେବ । ପୁରୁଣା ଦୁନିଆ ଏବଂ ପୁରୁଣା ଶରୀରର ସନ୍ନ୍ୟାସ କରିବାକୁ ହେବ ।

(୨) ଭାଗ୍ୟବାନ୍ ହେବାର ଖୁସିରେ ରହିବାକୁ ହେବ, କୌଣସି ବି କଥାର ଚିନ୍ତା କରିବାର ନାହିଁ । ଯଦି କେହି ଶରୀର ଛାଡି ଦିଅନ୍ତି ତେବେ ବି ଦୁଃଖର ଲୁହ ଗଡାଇବାର ନାହିଁ ।

ବରଦାନ:-
ନିୟନ୍ତ୍ରଣ କରିବାର ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ପାସ୍ ୱିଥ୍ ଅନର ହୁଅ ।

ଏବେ ଏବେ ଶରୀରକୁ ଆସିବା ଏବଂ ଏବେ ଏବେ ଶରୀରଠାରୁ ନିଆରା ହୋଇ ଅବ୍ୟକ୍ତ ସ୍ଥିତିରେ ସ୍ଥିତ ହୋଇଯିବା । ଯେତେଯେତେ ଦୁନିଆରେ ବିଶୃଂଖଳା ବଢି ଚାଲିଥିବ ସେହି ଅନୁସାରେ ନିଜର ସ୍ଥିତି ଅତି ଶାନ୍ତ ରହୁଥିବ । ଏଥିପାଇଁ ଏକତ୍ରିକରଣର ଶକ୍ତି ଦରକାର । ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରରୁ ସାର ସ୍ୱରୂପ ସ୍ଥିତିକୁ ଯାଇପାରୁଥିବ ଏବଂ ଗୋଟିଏ ସେକେଣ୍ଡ ଭିତରେ ସାରରୁ ବିସ୍ତାରକୁ ଆସିଯାଉଥିବ । ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତି ସମ୍ପନ୍ନ ଆତ୍ମାମାନେ ହିଁ ବିଶ୍ୱକୁ ନିୟନ୍ତ୍ରଣ କରିପାରିବେ ଏବଂ ଏହି ଅଭ୍ୟାସ ଅନ୍ତିମ ସମୟର ଗୋଟିଏ ସେକେଣ୍ଡର ପରୀକ୍ଷାରେ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରିଦେବ ।

ସ୍ଲୋଗାନ:-
ଯଦି ବାନପ୍ରସ୍ଥ ସ୍ଥିତିର ଅନୁଭବ କରିବ ଏବଂ କରାଇବ ତେବେ ବାଲ୍ୟ ଚପଳତା ସମାପ୍ତ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ବିଦେହୀ ହେବାରେ “ହେ ଅର୍ଜୁନ ହୁଅ”, ଅର୍ଜୁନଙ୍କ ବିଶେଷତା ହେଲା - ସଦା ସର୍ବଦା ବିନ୍ଦୁ ରୂପର ସ୍ମୃତି ସ୍ୱରୂପ ହୋଇ ବିଜୟୀ ହୋଇଥିଲେ । ଏହିଭଳି ନଷ୍ଟୋମୋହା ସ୍ମୃତି ସ୍ୱରୂପ ହେଉଥିବା ଅର୍ଜୁନ ହୁଅ । ସର୍ବଦା ଗୀତା ଜ୍ଞାନ ଶୁଣିବା ଏବଂ ମନନ କରିବାବାଲା ଅର୍ଜୁନ ହୁଅ । ଏହିଭଳି ବିଦେହୀ, ବଞ୍ଚିଥିଲେ ମଧ୍ୟ ସମସ୍ତେ ମୃତ ଅଟନ୍ତି, ଏହିଭଳି ବେହଦର ବୈରାଗ୍ୟ ବୃତ୍ତିବାଲା ଅର୍ଜୁନ ହୁଅ ।