07.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସଂଗଦୋଷ
ବହୁତ କ୍ଷତି କରିଥାଏ, ସେଥିପାଇଁ ସଂଗଦୋଷଠାରୁ ନିଜକୁ ବହୁତ-ବହୁତ ଦୂରେଇ ରୁହ, ଏହା ବହୁତ ଖରାପ
ଅଟେ ।”
ପ୍ରଶ୍ନ:-
ତିନି ପ୍ରକାରର
ପିଲାଦିନ କ’ଣ? କେଉଁ ପିଲାଦିନକୁ କେବେ ବି ଭୁଲିବାର ନାହିଁ?
ଉତ୍ତର:-
ଗୋଟିଏ ପିଲାଦିନ - ଲୌକିକ ମାତାପିତାଙ୍କ ଠାରୁ ଜନ୍ମ ହେବା ଦ୍ୱାରା ମିଳିଥିଲା । ଦ୍ୱିତୀୟ
ପିଲାଦିନ - ଗୁରୁଙ୍କର ଶିଷ୍ୟ ହେବା ପରେ ଏବଂ ତୃତୀୟ ପିଲାଦିନ ଲୌକିକ ମାତା ପିତାଙ୍କୁ ଛାଡି
ଅଲୌକିକ ମାତା ପିତାଙ୍କର ହେବା ପରେ ମିଳିଲା । ଅଲୌକିକ ପିଲାଦିନ ଅର୍ଥାତ୍ ଈଶ୍ୱରଙ୍କର କୋଳର
ସନ୍ତାନ । ଈଶ୍ୱରଙ୍କର ସନ୍ତାନ ହେଲ ଅର୍ଥାତ୍ ମରଜୀବା ହୋଇଗଲ । ଏହି ଅଲୌକିକ ପିଲାଦିନକୁ କେବେ
ବି ଭୁଲିବାର ନାହିଁ । ଯଦି ଭୁଲିଗଲ, ତେବେ ବହୁତ କାନ୍ଦିବାକୁ ପଡିବ । କାନ୍ଦିବା ଅର୍ଥାତ୍
ମାୟାର ଆଘାତ ଲାଗିବା ।
ଗୀତ:-
ବଚପନ କେ ଦିନ
ଭୁଲା ନ ଦେନା....
ଓମ୍ ଶାନ୍ତି ।
ମିଠା ମିଠା
ରୁହାନୀ ପିଲାମାନେ ଗୀତର ଅର୍ଥ ବୁଝିଲେ । ପିଲାଦିନ ୩ ପ୍ରକାରର ଅଟେ । ଗୋଟିଏ ଲୌକିକ ପିଲାଦିନ,
ଦ୍ୱିତୀୟ ହେଉଛି ନିବୃତ୍ତିମାର୍ଗର, ସେଥିରେ ମଧ୍ୟ ଘରଦ୍ୱାର ଛାଡି ଜୀଇଁ ଥାଉ ଥାଉ ମରି ଗୁରୁଙ୍କର
ଅଥବା ସନ୍ନ୍ୟାସୀମାନଙ୍କର ହୋଇଥାନ୍ତି । ସିଏ ତାଙ୍କର ପିତା ନୁହଁନ୍ତି । ସେମାନେ ଗୁରୁଙ୍କର
ହୋଇଥାନ୍ତି, ସେମାନଙ୍କ ସାଥିରେ ରହିଥାନ୍ତି । ସେମାନେ ମଧ୍ୟ ଜୀଇଁ ଥାଉ ଥାଉ ମରି ଯାଇ ଗୁରୁଙ୍କର
ହୋଇଥାନ୍ତି, ଜଙ୍ଗଲକୁ ଚାଲିଯାଇଥାନ୍ତି । ତୃତୀୟଟି ହେଉଛି - ତୁମମାନଙ୍କର ଏହି ଆଶ୍ଚର୍ଯ୍ୟଜନକ
ମରଜୀବା ଜନ୍ମ । ଜଣେ ମାତା-ପିତାଙ୍କୁ ଛାଡି ଅନ୍ୟ ମାତା-ପିତାଙ୍କର ହେଉଛ । ଇଏ ହେଉଛନ୍ତି ରୁହାନୀ
ମାତା-ପିତା । ତୁମମାନଙ୍କର ଏହା ମରଜୀବା ଜନ୍ମ । ତୁମେ ଈଶ୍ୱରୀୟ କୋଳରେ ରୁହାନୀ ଜନ୍ମ ନେଉଛ ।
ତୁମମାନଙ୍କ ସହିତ ଏବେ ରୁହାନୀ ବାବା କଥା ହେଉଛନ୍ତି । ସେମାନେ ସମସ୍ତେ ହେଉଛନ୍ତି ଶରୀରର ପିତା
। ଇଏ ହେଉଛନ୍ତି ରୁହାନୀ ବାବା, ସେଥିପାଇଁ ଗାୟନ କରୁଛନ୍ତି ଯେ ବାବାଙ୍କର ହୋଇ, ମରଜୀବା ହୋଇ
ପୁଣି ଏହିକଥା ଭୁଲିଯାଅ ନାହିଁ । ଶିବବାବା ହେଉଛନ୍ତି ସର୍ବୋଚ୍ଚ ଭଗବାନ । ଯେତେବେଳେ କେହି ଗୀତା
ଆଦି ଉପରେ କୌଣସି ତର୍କ କରୁଛନ୍ତି ତେବେ ପ୍ରଥମରୁ ଏହି କଥା ପଚାରିବା ଦରକାର ଯେ ସର୍ବୋଚ୍ଚ
ଭଗବାନ କିଏ? ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ କହୁଛନ୍ତି ପୁଣି କହୁଛନ୍ତି ଶିବ
ପରମାତ୍ମାୟେ ନମଃ.... ସିଏ ସବୁ ଧର୍ମାବଲମ୍ବୀମାନଙ୍କର ପିତା ଅଟନ୍ତି । ପ୍ରଥମେ-ପ୍ରଥମେ ଏହି କଥା
ବୁଝାଇବାକୁ ହେବ - ସିଏ ଏକମାତ୍ର ସର୍ବୋଚ୍ଚ ବାବା ଅଟନ୍ତି । ବ୍ରହ୍ମା, ବିଷ୍ଣୁଙ୍କୁ କେହି
ଈଶ୍ୱର ପିତା କହିବେ ନାହିଁ । ପ୍ରଥମେ ଏହି କଥା ପକ୍କା କରାଅ ଯେ ଈଶ୍ୱର ପିତା ଜଣେ ହିଁ ଅଟନ୍ତି,
ସିଏ ନିରାକାର ଅଟନ୍ତି, ଯାହାଙ୍କୁ ସ୍ରଷ୍ଟା ଏବଂ ପତିତ-ପାବନ ମଧ୍ୟ କହୁଛନ୍ତି । ବାବାଙ୍କଠାରୁ ତ
ନିଶ୍ଚିତ ସମ୍ପତ୍ତି ମିଳିବ । ଏହି ଖିଆଲ କର, ବେହଦର ବାବାଙ୍କଠରୁ ବର୍ସା କାହାକୁ ମିଳିଲା । ବାବା
ହେଉଛନ୍ତି ନୂଆ ଦୁନିଆର ରଚୟୀତା । ତାଙ୍କର ନାମ ହେଉଛି ଶିବ । ଶିବ ପରମାତ୍ମାୟେ ନମଃ କହିଥାନ୍ତି,
ତାଙ୍କର ଜୟନ୍ତୀ ମଧ୍ୟ ପାଳନ କରନ୍ତି । ସିଏ ହିଁ ପତିତ-ପାବନ, ରଚୟିତା, ଜ୍ଞାନର ସାଗର ଅଟନ୍ତି
ତେଣୁ ସର୍ବବ୍ୟାପୀର କଥା ରହୁନାହିଁ । କର୍ତ୍ତବ୍ୟ ଉପରେ ହିଁ ତାଙ୍କର ମହିମା ରହିଛି । ଅତୀତରେ
ଯେଉଁ କର୍ତ୍ତବ୍ୟ କରି ଯାଇଛନ୍ତି, ତାଙ୍କର ସେହି ମହିମାର ଗାୟନ କରାଯାଇଥାଏ । ସର୍ବୋଚ୍ଚ
ହେଉଛନ୍ତି ବାବା । ତାଙ୍କୁ ମୁକ୍ତିଦାତା ମଧ୍ୟ କହୁଛନ୍ତି, ଦୟାଶୀଳ, ଦୁଃଖହର୍ତ୍ତା ସୁଖକର୍ତ୍ତା
ମଧ୍ୟ କହୁଛନ୍ତି, ପଥପ୍ରଦର୍ଶକ ବୋଲି ବି କହୁଛନ୍ତି । କୌଣସି ନୂଆ ସ୍ଥାନକୁ ଗଲେ ଗାଇଡ୍କୁ
ସାଥିରେ ନେଇଯାଇଥା’ନ୍ତି । ବିଦେଶରୁ କେହି ଆସିଲେ ତାଙ୍କୁ ଏଠାକାର ଗାଇଡ୍ ଦିଆଯାଇଥାଏ । ସବୁ
କିଛି ତାଙ୍କୁ ଦେଖାଇବା ପାଇଁ । ତୀର୍ଥ ଯାତ୍ରାକୁ ନେବା ପାଇଁ ପଣ୍ଡାମାନେ ରହିଥାନ୍ତି । ଏବେ
ବାବାଙ୍କୁ ଗାଇଡ୍ କୁହାଯାଉଥିବାରୁ ନିଶ୍ଚିତ ସିଏ ଗାଇଡ୍ କରିଥିବେ । ସର୍ବବ୍ୟାପୀ କହିବା ଦ୍ୱାରା
ସବୁ କଥାର ଅନ୍ତ ହୋଇଯାଉଛି । ପ୍ରଥମେ-ପ୍ରଥମେ ଏହି କଥା ବୁଝାଅ ଯେ ସମସ୍ତଙ୍କର ପିତା ଜଣେ ଅଟନ୍ତି
। ସର୍ବଶାସ୍ତ୍ରମୟୀ ଶିରୋମଣୀ ହେଉଛି ଗୀତା, ଏହା ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଛି । ଯଦି
ଏହାକୁ ସିଦ୍ଧ କରିଦେଲ ତେବେ ତା’ର ପିଲାଛୁଆ ଅର୍ଥାତ୍ ଅନ୍ୟ ସବୁ ଶାସ୍ତ୍ର ମିଥ୍ୟା ସିଦ୍ଧ
ହୋଇଯିବ ।
ପ୍ରଥମେ-ପ୍ରଥମେ ସତ୍ୟ
ଗୀତାର ସାର ଶୁଣାଇବା ଦରକାର । ଶିବ ଭଗବାନୁବାଚ । ତେବେ ଶିବବାବାଙ୍କର ଚରିତ୍ର କ’ଣ ହୋଇଥିବ? ସେ
ତ କେବଳ କହୁଛନ୍ତି, ମୁଁ ଏହି ଶରୀରର ଆଧାର ନେଇ ତୁମକୁ ପତିତରୁ ପାବନ କରିବାର ରାସ୍ତା ବତାଉଛି ।
ମୁଁ ପିଲାମାନଙ୍କୁ ରାଜଯୋଗ ଶିଖାଇବାକୁ ଆସୁଛି, ଏଥିରେ ଚରିତ୍ର କ’ଣ ରହିଲା । ଇଏ ତ ବୟୋଜ୍ୟେଷ୍ଠ
ଅଟନ୍ତି । ସିଏ କେବଳ ଆସି ପିଲାମାନଙ୍କୁ ପାଠ ପଢାଉଛନ୍ତି । ପତିତରୁ ପାବନ କରିବା ପାଇଁ ବାବା
ରାଜଯୋଗ ଶିଖାଉଛନ୍ତି । ତୁମେମାନେ ସତ୍ୟଯୁଗକୁ ଯାଇ ରାଜତ୍ୱ କରିବ । ତୁମକୁ ବର୍ସା ମିଳୁଛି, ବାକି
ସବୁ ଆତ୍ମାମାନେ ମୁକ୍ତିଧାମ, ନିରାକାରୀ ଦୁନିଆରେ ରହିବେ । ଏହା ସମ୍ପୂର୍ଣ୍ଣ ସହଜ କଥା ଅଟେ ।
ଭାରତରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ସେଠାରେ ଗୋଟିଏ ହିଁ ଧର୍ମ ଥିଲା । ଏବେ କଳିଯୁଗରେ
କେତେ ଢେର ମନୁଷ୍ୟ ଅଛନ୍ତି, ସେଠାରେ ବହୁତ କମ୍ ମନୁଷ୍ୟ ଥାନ୍ତି । ପରମପିତା ପରମାତ୍ମା ଏକ
ଧର୍ମର ସ୍ଥାପନା, ଅନେକ ଧର୍ମ ଗୁଡିକର ବିନାଶ କରିବା ପାଇଁ ଆସିଥା’ନ୍ତି । ବାକି ସମସ୍ତେ
ଶାନ୍ତିଧାମକୁ ଚାଲିଯିବେ । ସେଠାରେ କୌଣସି ଅପବିତ୍ର ଆତ୍ମା ରହିପାରିବେ ନାହିଁ । ତାଙ୍କର ନାମ
ହିଁ ହେଉଛି ପତିତ-ପାବନ, ସମସ୍ତଙ୍କର ସଦ୍ଗତି ଦାତା । ଏହା ହେଉଛି ପୁରୁଣା ଦୁନିଆ, ଲୌହଯୁଗ ।
ସତ୍ୟଯୁଗକୁ ସ୍ୱର୍ଣ୍ଣିମଯୁଗ କୁହାଯାଉଛି । ଯେଉଁମାନେ ଦେବତାମାନଙ୍କର ପୂଜାରୀ ଅଟନ୍ତି, ସିଏ
ସହଜରେ ସବୁକିଛି ବୁଝିଯିବେ । ଯେଉଁମାନେ ପୂଜ୍ୟ ଅଟନ୍ତି ସେହିମାନେ ହିଁ ପୂଜାରୀ ହୋଇଥାନ୍ତି ।
ତେଣୁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ, ଆମେମାନେ ତାଙ୍କର ସନ୍ତାନ ଅଟୁ, ଏକଥା ଭୁଲି ଯାଅ
ନାହିଁ । ଯଦି ଭୁଲିଯିବ ତେବେ କାନ୍ଦିବାକୁ ପଡିବ । କିଛି-କିଛି ମାୟାର ଆଘାତ ଲାଗିଯିବ । ତେଣୁ
ଦେହୀ ଅଭିମାନୀ ହେବାକୁ ପଡିବ । ଆମ ଆତ୍ମାମାନଙ୍କୁ ବାବାଙ୍କ ପାଖକୁ ଫେରି ଯିବାକୁ ହେବ । ଏତେ
ଢେର ମନୁଷ୍ୟ ମରିବେ ପୁଣି କିଏ କାହା ପାଇଁ କାନ୍ଦିବ? ଭାରତରେ ସବୁଠାରୁ ଅଧିକ କାନ୍ଦିଥା’ନ୍ତି ।
ପ୍ରଥମ ୧୨ ମାସ ପର୍ଯ୍ୟନ୍ତ ୟା ହୁସେନ୍ ୟା ହୁସେନ୍ କହି ଛାତିକୁ ବାଡେଇ କାନ୍ଦିଥାନ୍ତି । ଏହା
ହେଉଛି ମୃତ୍ୟୁଲୋକର ନୀତି-ପ୍ରଥା, ବାବା ତୁମକୁ ଏବେ ସାରା ଅମରଲୋକର ନୀତି-ନିୟମ ଶିଖାଉଛନ୍ତି ।
ତୁମକୁ ଏବେ ସାରା ପୁରୁଣା ଦୁନିଆରୁ ବୈରାଗ୍ୟ ଆସୁଛି । ବାବା କହୁଛନ୍ତି - ମୋତେ ୟାଦ କର । ଏ ସବୁ
କିଛି ବିନାଶ ହୋଇଯିବ । ଏବେ ଆମେ ଘରକୁ ଫେରୁଛୁ, ଏହି ନାଟକ ସମ୍ପୂର୍ଣ୍ଣ ହେଉଛି । ଏହି ନାଟକରେ
ସମସ୍ତେ ଅଭିନେତା ଅଟନ୍ତି ପୁଣି ମୋହ କାହା ସହିତ ରଖିବା । ଜାଣିଥାନ୍ତି ଯେ ଏହାଙ୍କୁ ଯାଇ ଅଲଗା
ପାର୍ଟ କରିବାକୁ ହେବ । ତେଣୁ କାନ୍ଦିବାର ଆବଶ୍ୟକତା ନାହିଁ । ପ୍ରତ୍ୟେକଙ୍କର ପାର୍ଟ
ନିର୍ଦ୍ଧାରିତ ହୋଇ ରହିଛି । ଯେପରି ବାବା ଜ୍ଞାନର ସାଗର, ଆନନ୍ଦର ସାଗର, ପ୍ରେମର ସାଗର ଅଟନ୍ତି
ତେବେ ବାବାଙ୍କୁ ଅନୁକରଣ କରି ତାଙ୍କ ଭଳି ହେବାର ଅଛି । ସାଗରରୁ ନଦୀ ଗୁଡିକ ବାହାରିଥାଏ । ସବୁ
କ୍ରମାନ୍ୱୟରେ ରହିଛି । କେହି-କେହି ଭଲ ଜ୍ଞାନର ବର୍ସା କରିଥାନ୍ତି, ଅନେକଙ୍କୁ ନିଜ ପରି
କରିଥାନ୍ତି । ନେତ୍ରହୀନ ମାନଙ୍କର ସାହାରା ହୋଇଥା’ନ୍ତି । ବାବାଙ୍କୁ ତ ବହୁତ ସାହାଯ୍ୟକାରୀ
ଦରକାର । ବାବା କହୁଛନ୍ତି - ତୁମେ ଅନ୍ଧମାନଙ୍କର ସାହାରା ହୁଅ । ସମସ୍ତଙ୍କୁ ରାସ୍ତା ବତାଅ ।
କେବଳ ଜଣେ ବ୍ରାହ୍ମଣୀ କ’ଣ ଅନ୍ଧମାନଙ୍କର ବାଡି ହେବେ । ତୁମ ସମସ୍ତଙ୍କୁ ହେବାକୁ ପଡିବ । ତୁମକୁ
ଜ୍ଞାନର ତୃତୀୟ ନେତ୍ର ମିଳିଛି, ଏହାକୁ କୁହାଯାଉଛି ତୃତୀୟ ନେତ୍ର ପ୍ରାପ୍ତିର କଥା । ଆତ୍ମା ପାଇଁ
ଦିବ୍ୟ ନେତ୍ର ରହିଛି । ମନୁଷ୍ୟମାନେ ତ କିଛି ହେଲେ ବି ବୁଝୁନାହାଁନ୍ତି । ବିଲ୍କୁଲ୍ ତୁଚ୍ଛ
ବୁଦ୍ଧି ହୋଇଯାଇଛନ୍ତି । ଭାରତବାସୀମାନେ ଏକଥା ଜାଣିନାହାଁନ୍ତି ଯେ ଆମର ଧର୍ମ କିଏ ସ୍ଥାପନ
କରିଥିଲେ । ବାବାଙ୍କର ଜନ୍ମ ମଧ୍ୟ ଏହିଠାରେ ହିଁ ହୋଇଥାଏ । ସେଥିପାଇଁ ଶିବଜୟନ୍ତୀ ମଧ୍ୟ ପାଳନ
କରୁଛନ୍ତି । ପୁଣି ସିଏ ସର୍ବବ୍ୟାପୀ କିପରି ହୋଇପାରିବେ । ବାବା ଏବଂ ରଚନାକୁ ଦୁନିଆରେ କେହିହେଲେ
ଜାଣି ନାହାଁନ୍ତି । ଋଷି-ମୁନି ଆଦି ନେତି-ନେତି ଅର୍ଥାତ୍ ଆମେ କିଛି ଜାଣିନାହୁଁ ବୋଲି
କହିଆସୁଛନ୍ତି । ସେମାନେ ଗୋଟିଏ ହିଁ ବଡ ଭୁଲ୍ କରିଦେଇଛନ୍ତି ଯେ ପରମାତ୍ମାଙ୍କୁ ସର୍ବବ୍ୟାପୀ
କହିଦେଉଛନ୍ତି । ତୁମେମାନେ ସିଦ୍ଧ କରି କୁହ ଯେ ସିଏ ସମସ୍ତଙ୍କର ପିତା, ପତିତ-ପାବନ, ମୁକ୍ତିଦାତା
ଅଟନ୍ତି । ସିଏ ଆମକୁ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ନେଇଯାଉଛନ୍ତି । ସେଠାରେ ଦୁଃଖର କୌଣସି କଥା
ହିଁ ନାହିଁ । ଶାସ୍ତ୍ରରେ ତ କ’ଣ କ’ଣ ସବୁ ଲେଖିଦେଇଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କ ପାଇଁ ମଧ୍ୟ
କହୁଛନ୍ତି - ସେଠାରେ କ’ଣ ତାଙ୍କର ବିକାର ବିନା ପିଲା ଜନ୍ମ ହେବ? ଆରେ ତାଙ୍କୁ କୁହା ହିଁ ଯାଉଛି
ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ । ତାହା ତ ପବିତ୍ର ଦୁନିଆ
। ଏହାକୁ ବିକାରୀ ଦୁନିଆ କୁହାଯାଉଛି । ପୁଣି କିପରି କହୁଛ ସେଠାରେ ମଧ୍ୟ ବିକାର ରହିବ ।
ପ୍ରଥମେ-ପ୍ରଥମେ ଯେ ପର୍ଯ୍ୟନ୍ତ ବାବାଙ୍କୁ ନ ଜାଣିଛନ୍ତି ତେବେ ସେ ପର୍ଯ୍ୟନ୍ତ କିଛି ବୁଝିପାରିବେ
ନାହିଁ । ସର୍ବବ୍ୟାପୀ କହିବା ଦ୍ୱାରା ବହୁତ ବଡ ଭୁଲ୍ ହୋଇଯାଇଛି । ଯେବେ ବାବାଙ୍କୁ ଜାଣିବେ ତେବେ
ସେହି ଭୁଲ୍ରୁ ବାହାରି ପାରିବେ । ନିଶ୍ଚୟ କରିବେ ଯେ ବାବା ଆମେ ପୁଣି ଥରେ ଆପଣଙ୍କର ହୋଇଛୁ,
ଆପଣଙ୍କଠାରୁ ରାଜ୍ୟ-ଭାଗ୍ୟ ନେବା ପାଇଁ । ଶାସ୍ତ୍ରରେ ତ ବହୁତ କଥା ଲେଖି ଦେଇଛନ୍ତି । ସତ୍ୟଯୁଗରେ
ଲକ୍ଷ୍ମୀ-ନାରାୟଣଙ୍କୁ ଦେଖାଉଛନ୍ତି ପୁଣି ପିଲାଦିନର ରାଧା-କୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି
। କୃଷ୍ଣ ତ ସ୍ୱର୍ଗର ରାଜକୁମାର ଥିଲେ । ପୁଣି କୃଷ୍ଣଙ୍କର ଜନ୍ମ ପରେ ଜନ୍ମ ଚେହେରା ତ ବଦଳିଯାଉଛି
। ଏକାଭଳି ଚେହେରା ତ କେବେ ହେଲେ ହୋଇପାରିବ ନାହିଁ । ଏପରି ନୁହେଁ ଯେ କୃଷ୍ଣ ପୁଣି ସେହି
ଚେହେରାରେ ଦ୍ୱାପରରେ ଆସିପାରିବେ । ଏହା ଅସମ୍ଭବ ଅଟେ ।
ତୁମେମାନେ ଜାଣିଛ ଯେ
ଆମେମାନେ ଅସଲରେ ମୂଳବତନର ବାସିନ୍ଦା ଅଟୁ । ତାହା ଆମର ମିଠା ଶାନ୍ତିଧାମ ଅଟେ, ଯେଉଁଥିପାଇଁ
ସମସ୍ତେ ଭକ୍ତି କରୁଛନ୍ତି । କହୁଛନ୍ତି ଯେ ଆମକୁ ଶାନ୍ତି ଦରକାର । ଆତ୍ମାକୁ କର୍ମେନ୍ଦ୍ରିୟ
ମିଳିଛି ଅଭିନୟ କରିବା ପାଇଁ, ପୁଣି ଶାନ୍ତିରେ କିପରି ରହିବ । ଶାନ୍ତି ପାଇବା ପାଇଁ ହିଁ
ଗୁମ୍ଫାମାନଙ୍କୁ ଯାଇ ହଠଯୋଗ ଶିଖୁଛନ୍ତି । ଯଦି ଏକମାସ ଧରି କେହି ଗୁମ୍ଫାରେ ବସିଲେ ତେବେ କ’ଣ
ତାଙ୍କ ପାଇଁ ତାହା ଶାନ୍ତିଧାମ ହୋଇଯିବ । ତୁମେମାନେ ଜାଣିଛ ଯେ ଏବେ ଆମେ ଶାନ୍ତିଧାମକୁ ଯାଇ ପୁଣି
ଅଭିନୟ କରିବା ପାଇଁ ସୁଖଧାମକୁ ଆସିବୁ । ଲୋକମାନେ କହୁଛନ୍ତି ଯେ ଯିଏ ସୁଖୀ ଅଟନ୍ତି ସେମାନଙ୍କ
ପାଇଁ ଏହା ସ୍ୱର୍ଗ, ଯିଏ ଦୁଃଖୀ ଅଟନ୍ତି ଏହା ସେମାନଙ୍କ ପାଇଁ ନର୍କ ଅଟେ । ତୁମେମାନେ ଜାଣିଛ
ସ୍ୱର୍ଗ ନୂଆ ଦୁନିଆକୁ ଏବଂ ନର୍କ ପୁରୁଣା ଦୁନିଆକୁ କୁହାଯାଉଛି । ଭଗବାନୁବାଚ, ଏହି ଭକ୍ତି,
ଯଜ୍ଞ-ତପ, ଦାନ-ପୁଣ୍ୟ ଆଦି କରିବା - ଏସବୁ ହେଉଛି ଭକ୍ତିମାର୍ଗ, ଏଥିରେ କୌଣସି ସାରାଂଶ ନାହିଁ ।
ସତ୍ୟଯୁଗ, ତ୍ରେତାକୁ ବ୍ରହ୍ମାଙ୍କର ଦିନ କୁହାଯାଏ । ବ୍ରହ୍ମାଙ୍କର ଦିନ ଅର୍ଥାତ୍ ତୁମ
ବ୍ରାହ୍ମଣମାନଙ୍କର ଦିନ, ପୁଣି ତୁମର ରାତ୍ରି ଆରମ୍ଭ ହୋଇଥାଏ । ତୁମେ ପ୍ରଥମେ-ପ୍ରଥମେ ସତ୍ୟଯୁଗକୁ
ଯାଉଛ ପୁଣି ତୁମେ ହିଁ ଚକ୍ରରେ ଆସୁଛ । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ତୁମେ
ହିଁ ହେଉଛ । ତୁମେମାନେ କହୁଛ ଶିବ ଭଗବାନୁବାଚ ଏବଂ ସେମାନେ କହୁଛନ୍ତି କୃଷ୍ଣ ଭଗବାନୁବାଚ ।
ଏଥିରେ ଅନ୍ତର ବହୁତ ରହିଛି । ସିଏ ପୂରା ୮୪ ଜନ୍ମ ନେଉଛନ୍ତି । ତାଙ୍କ ସହିତ ସାରା ସୂର୍ଯ୍ୟବଂଶୀ
ସମ୍ପ୍ରଦାୟ ପୁନର୍ଜନ୍ମ ନେଇ-ନେଇ ପୁଣି ବର୍ତ୍ତମାନ ଅନ୍ତିମ ସମୟରେ ରାଜ୍ୟ ଭାଗ୍ୟ ନେଉଛନ୍ତି ।
ତୁମ ଭିତରେ ଯେଉଁ ପିଲାମାନେ ଏହି କଥାକୁ ବୁଝୁଛନ୍ତି, ସେମାନଙ୍କୁ ହିଁ ମଜା ଲାଗୁଛି । ନୂଆ
ପିଲାମାନଙ୍କୁ ଏତେ ମଜା ଲାଗିବ ନାହିଁ । ତୁମେ କାହାର ନିନ୍ଦା କରୁନାହଁ, ବାବା ତୁମକୁ କେତେ ସହଜ
ଭାବେ ବୁଝାଉଛନ୍ତି । ଏଠାରେ ତୁମେ ବାବାଙ୍କ ପାଖରେ ବସିଛ, ତେଣୁ ଭଲ ଭାବରେ ବୁଝୁଛ । ବାହାରକୁ
ଗଲେ ସଂଗଦୋଷରେ ଆସିବା ଦ୍ୱାରା ଜଣାନାହିଁ କି ଅବସ୍ଥା ହୋଇଯିବ । ସଂଗଦୋଷ ବହୁତ ଖରାପ ଅଟେ ।
ସ୍ୱର୍ଗରେ ଏପରି କଥା ହୋଇ ନ ଥାଏ । ତା’ର ନାମ ହିଁ ହେଉଛି ସ୍ୱର୍ଗ, ବୈକୁଣ୍ଠ, ସୁଖଧାମ ।
ଶାସ୍ତ୍ରରେ ତ ଲେଖି ଦେଇଛନ୍ତି ଯେ ସେଠାରେ ମଧ୍ୟ ଅସୁର ଥିଲେ । ଏବେ ତୁମେ ଜାଣୁଛ ଯେ ଆମେ
ବିଶ୍ୱର ମାଲିକ ଥିଲୁ, ସେଠାରେ ପୃଥିବୀ ଆକାଶ କେଉଁଥିରେ ବି ବିଭାଜନ ନ ଥାଏ । ବର୍ତ୍ତମାନ ତ କେତେ
ପ୍ରକାରର ବିଭାଜନ ହୋଇଗଲାଣି । ନିଜ-ନିଜର ସୀମା ନିର୍ଦ୍ଧାରିତ କରିଦେଇଛନ୍ତି । ଦୁନିଆରେ କେତେ
ଝଗଡା ହେଉଛି । ତେଣୁ ଯେତେବେଳେ କେହି ବି ଆସୁଛନ୍ତି ପ୍ରଥମେ-ପ୍ରଥମେ ସେମାନଙ୍କୁ ବୁଝାଅ ଯେ ପିତା
କିଏ, ଭଗବାନ କାହାକୁ କୁହାଯାଉଛି? ବ୍ରହ୍ମା, ବିଷ୍ଣୁ, ଶଙ୍କର ହେଉଛନ୍ତି ଦେବତା । ଭଗବାନ ଜଣେ,
୧୦ ଜଣ ନୁହଁନ୍ତି । କୃଷ୍ଣ ଭଗବାନ ହୋଇପାରିବେ ନାହିଁ । ଭଗବାନ କିପରି ହିଂସା ଶିଖାଇବେ ।
ଭଗବାନୁବାଚ- କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପ୍ରତିଜ୍ଞା କର ।
ପବିତ୍ରତାର ରାକ୍ଷୀ ବାନ୍ଧ । ଏହା ବର୍ତ୍ତମାନର କଥା ଅଟେ । ଯାହା କିଛି ବିତି ଯାଇଛି ତାହା ପୁଣି
ଭକ୍ତିମାର୍ଗରେ ହେବ । ଦୀପାବଳୀରେ ମହାଲକ୍ଷ୍ମୀଙ୍କର ପୂଜା କରିଥାନ୍ତି । ଏକଥା କେହି
ଜାଣିନାହାଁନ୍ତି ଯେ ଲକ୍ଷ୍ମୀ-ନାରାୟଣ ଉଭୟ ଏକତ୍ର ଅଛନ୍ତି । ଲକ୍ଷ୍ମୀଙ୍କୁ ଧନ କେଉଁଠାରୁ ମିଳିବ?
ରୋଜଗାର କ୍ଷମ ତ ପୁରୁଷ ହୋଇଥା’ନ୍ତି ନା । କିନ୍ତୁ ଲକ୍ଷ୍ମୀଙ୍କ ନାମର ଗାୟନ ରହିଛି । ପ୍ରଥମେ
ଲକ୍ଷ୍ମୀ ପଛରେ ନାରାୟଣ । ସେମାନେ ପୁଣି ମହାଲକ୍ଷ୍ମୀଙ୍କୁ ଅଲଗା ଭାବି ନେଇଛନ୍ତି । ତାଙ୍କର ୪
ଭୂଜା ଦେଖାଉଛନ୍ତି । ଦୁଇଟି ଭୂଜା ସ୍ତ୍ରୀର, ଦୁଇଟି ପୁରୁଷର । କିନ୍ତୁ ସେମାନେ ଏହି କଥାକୁ
ଜାଣିନାହାଁନ୍ତି । ତୁମେମାନେ ଏବେ ବିସ୍ତାରରେ ଜାଣୁଛ ।
ତେବେ ଗୀତ ଶୁଣିଲ -
ବଚପନ କେ ଦିନ ଭୁଲା ନ ଦେନା । ଆତ୍ମା କହୁଛି - ବାବା ମୋର ଏବେ ସ୍ମୃତି ଆସିଛି । ସକାଳୁ-ସକାଳୁ
ଉଠି ବାବାଙ୍କ ସହିତ କଥା ହେବା ଉଚିତ୍ । ଅମୃତ ବେଳାରେ ବାବାଙ୍କୁ ୟାଦ କରିବା ବହୁତ ଭଲ ଅଟେ ନା
। ସନ୍ଧ୍ୟା ସମୟରେ ଏକାନ୍ତରେ ଯାଇ ବସ । ଯଦିଓ ସ୍ତ୍ରୀ-ପୁରୁଷ ଏକତ୍ର ରହୁଛ ତେବେ ବି ଏହି
କଥାବାର୍ତ୍ତା ହୁଅ । ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସି କ’ଣ କହୁଛନ୍ତି । ଆମେ ଯେବେ ପୂଜ୍ୟ
ଥିଲୁ ତେବେ ବାବାଙ୍କୁ ୟାଦ କରୁ ନ ଥିଲୁ । ଯେବେ ପୂଜାରୀ ହେଉଛୁ, ତେବେ ବାବାଙ୍କୁ ୟାଦ କରୁଛୁ ।
ଏହିପରି ସବୁ କଥା ହେବା ଉଚିତ୍, ଯେ କେହି ଯଦି ଏକଥା ଶୁଣିବେ ତ ଆଶ୍ଚର୍ଯ୍ୟ ହେବେ । ଅଧାକଳ୍ପ
ଆମେ କାମ ଚିତାରେ ବସି ଜଳି ଜଳି ଭସ୍ମ ହୋଇଯାଇଥିଲୁ, କବରଦାଖିଲ ହୋଇଯାଇଥିଲୁ ଅର୍ଥାତ୍ କବର ଭିତରେ
ରହିଯାଇଥିଲୁ । ଏବେ ଆମକୁ ଜ୍ଞାନ ଚିତାରେ ବସିବାକୁ ହେବ, ଆମକୁ ସ୍ୱର୍ଗକୁ ଯିବାକୁ ହେବ । ଏହା
ପୁରୁଣା ଦୁନିଆ ଅଟେ । ଭାରତବାସୀମାନେ ଭାବୁଛନ୍ତି ଏହା ସ୍ୱର୍ଗ ଅଟେ । ଆରେ ସ୍ୱର୍ଗ ତ ସତ୍ୟଯୁଗରେ
ହୋଇଥାଏ । ସ୍ୱର୍ଗରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏଠାରେ ତ ମାୟାର ବହୁତ ଆଡମ୍ବର ରହିଛି
। ଏବେ ବାବା କହୁଛନ୍ତି ସଂଗଦୋଷରେ ଆସି ବାବାଙ୍କ ସଂଗରୁ ମରିଯାଅ ନାହିଁ । ନଚେତ୍ ବହୁତ
ପଶ୍ଚାତାପ କରିବ । ପରୀକ୍ଷାର ଫଳାଫଳ ଯେବେ ବାହାରିଥାଏ, ତେବେ ସମସ୍ତଙ୍କୁ ଜଣାପଡିଯାଇଥାଏ । ଆଗରୁ
କନ୍ୟାମାନେ ଧ୍ୟାନରେ ଯାଇ ସବୁ କିଛି ଆସି ଶୁଣାଉଥିଲେ ଯେ ଇଏ ରାଣୀ ହେବ, ଇଏ ଦାସୀ ହେବ । ପୁଣି
ବାବା ଏସବୁ ବନ୍ଦ କରିଦେଲେ । ଶେଷ ସମୟରେ ସବୁ କିଛି ଜଣାପଡିଯିବ ଯେ ଆମେ କେତେ ବାବାଙ୍କର ସେବା
କରିଛୁ! କେତେ ଜଣଙ୍କୁ ନିଜ ସମାନ କରିଛୁ! ସେସବୁ ମନେ ପଡିବ । ସାକ୍ଷାତ୍କାର ହେବ, ବିନା
ସାକ୍ଷାତ୍କାରରେ ଧର୍ମରାଜ ମଧ୍ୟ ଦଣ୍ଡ ଦେଇପାରିବେ ନାହିଁ । ପିଲାମାନଙ୍କୁ ବାରମ୍ବାର ବୁଝାଯାଉଛି
ଯେ ମୋତେ ୟାଦ କର । ବାବା ଆସି ମିଠା-ମିଠା ବୃକ୍ଷର ଚାରା ଲଗାଉଛନ୍ତି । ଦୁନିଆର ସରକାର ଗଛର ଚାରା
ଲଗାଉଛନ୍ତି । ଉତ୍ସବ ପାଳନ କରୁଛନ୍ତି । ଏଠାରେ ନୂଆ ଦୁନିଆର ଚାରା ଲାଗୁଛି । ତେଣୁ ଏପରି
ବାବାଙ୍କୁ ଭୁଲିଯାଅ ନାହିଁ । ବାବାଙ୍କ ସେବାରେ ଲାଗିଯାଅ, ନଚେତ୍ ଅନ୍ତ ସମୟରେ ବହୁତ ପଶ୍ଚାତାପ
କରିବାକୁ ପଡିବ । ଯଦି ଏବେ ବର୍ସା ନ ନେଲ ତେବେ କଳ୍ପ କଳ୍ପାନ୍ତରର ହିସାବ ହୋଇଯିବ, ସେଥିପାଇଁ
ସମ୍ପୂର୍ଣ୍ଣ ପୁରୁଷାର୍ଥ କରିବାକୁ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେପରି ବାବା
ଜ୍ଞାନର, ଆନନ୍ଦର, ପ୍ରେମର ସାଗର ଅଟନ୍ତି, ସେହିପରି ବାବାଙ୍କ ସମାନ ହେବାକୁ ହେବ ଏବଂ
ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ । ସମସ୍ତଙ୍କୁ ଜ୍ଞାନର ତୃତୀୟ ନେତ୍ର
ଦେବାକୁ ହେବ ।
(୨) ଏପରି କୌଣସି ସଂଗ
କରିବାର ନାହିଁ, ଯାହା ଦ୍ୱାରା ପଶ୍ଚାତାପ କରିବାକୁ ପଡିବ । ସଂଗଦୋଷ ବହୁତ ଖରାପ ସେଥିପାଇଁ ନିଜକୁ
ସୁରକ୍ଷିତ ରଖିବାକୁ ହେବ । ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ପୂରା ପୂରା ପୁରୁଷାର୍ଥ କରିବାକୁ
ହେବ ।
ବରଦାନ:-
ସନ୍ତୁଷ୍ଟତାର
ବିଶେଷତା ବା ଶ୍ରେଷ୍ଠତା ଦ୍ୱାରା ସମସ୍ତଙ୍କର ଇଷ୍ଟ ହେଉଥିବା ବରଦାନୀ ମୂରତ ଭବ ।
ଯେଉଁମାନେ ସର୍ବଦା ନିଜ
ଉପରେ ଏବଂ ସମସ୍ତଙ୍କ ଉପରେ ସନ୍ତୁଷ୍ଟ ରହିଥାଆନ୍ତି, ସେହିମାନେ ହିଁ ଅନେକ ଆତ୍ମାମାନଙ୍କର ଇଷ୍ଟ
ବା ଅଷ୍ଟ ଦେବତା ହୋଇପାରିବେ । ତେବେ ସବୁଠାରୁ ବଡ ଗୁଣ କୁହ, ଦାନ କୁହ ବା ବିଶେଷତା ବା
ଶ୍ରେଷ୍ଠତା କୁହ - ତାହା ସନ୍ତୁଷ୍ଟତା ହିଁ ଅଟେ । ସନ୍ତୁଷ୍ଟ ଆତ୍ମା ହିଁ ପ୍ରଭୁ ପ୍ରିୟ,
ଲୋକପ୍ରିୟ ଏବଂ ସ୍ୱୟଂ ପ୍ରିୟ ହୋଇଥାଏ । ଏହିଭଳି ସନ୍ତୁଷ୍ଟ ଆତ୍ମାମାନେ ହିଁ ବରଦାନୀ ରୂପରେ
ପ୍ରସିଦ୍ଧ ହେବେ । ଏବେ ଅନ୍ତିମ ସମୟରେ ମହାଦାନୀ ଠାରୁ ମଧ୍ୟ ଅଧିକ ବରଦାନୀ ରୂପ ଦ୍ୱାରା ସେବା
ହେବ ।
ସ୍ଲୋଗାନ:-
ବିଜୟୀ ରତ୍ନ
ସେହିମାନେ ଅଟନ୍ତି, ଯେଉଁମାନଙ୍କର ମସ୍ତକରେ ସର୍ବଦା ବିଜୟର ତିଳକ ଚମକୁଥିବ ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ପାଣ୍ଡବମାନଙ୍କର ଗାୟନ
ରହିଛି ଯେ ସେମାନେ ପାହାଡ ଉପରେ ହିଁ ନଷ୍ଟ ହୋଇଯାଇଥିଲେ । କିନ୍ତୁ ପ୍ରକୃତରେ କୌଣସି ପାହାଡ ଉପରେ
ନୁହେଁ କିନ୍ତୁ ଉଚ୍ଚ ସ୍ଥିତିରୁ ହିଁ ନିଜକୁ ନିମ୍ନ ସ୍ଥିତିଠାରୁ ଉର୍ଦ୍ଧ୍ୱରେ, ଯେଉଁ ଅବ୍ୟକ୍ତ
ସ୍ଥିତି ରହିଛି, ତା’ରି ଭିତରେ ବିଲୀନ ହୋଇଯାଇ ଥିଲେ ଅର୍ଥାତ୍ ସେହି ଅବ୍ୟକ୍ତ ସ୍ଥିତିରେ
ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ, ଏହା ତୁମ ପାଣ୍ଡବମାନଙ୍କର ହିଁ ସ୍କାରକୀ ଅଟେ ।