07.12.25 Avyakt Bapdada Odia Murli 02.02.2008 Om Shanti Madhuban
“ସମ୍ପୂର୍ଣ୍ଣ ପବିତ୍ରତା
ଦ୍ୱାରା ଆତ୍ମିକ ରାଜକୀୟତା ସମ୍ପନ୍ନ ବ୍ୟକ୍ତିତ୍ୱର ଅନୁଭବ କରି ନିଜର ମାଷ୍ଟର ଜ୍ଞାନ ସୂର୍ଯ୍ୟ
ସ୍ୱରୂପକୁ ପ୍ରକଟ କର”
ଆଜି ବାପଦାଦା ଚାରିଆଡର
ନିଜର ରାଜକୀୟ ବ୍ୟକ୍ତିତ୍ୱ ସମ୍ପନ୍ନ ପରିବାରକୁ ଦେଖୁଛନ୍ତି । ତେବେ ଏହି ରାଜକୀୟତା ବା ଆତ୍ମିକ
ବ୍ୟକ୍ତିତ୍ୱର ମୂଳଦୁଆ ହେଲା ସମ୍ପୂର୍ଣ୍ଣ ପବିତ୍ରତା । ପବିତ୍ରତାର ପ୍ରତୀକ ରୂପରେ ସମସ୍ତଙ୍କ
ମସ୍ତକରେ ଆଲୋକର ମୁକୁଟ ଚମକୁଛି । ଏହିଭଳି ଚମକଦାର ମୁକୁଟଧାରୀ ଆତ୍ମିକ ରାଜକୀୟତା ଏବଂ ଆତ୍ମିକ
ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମା କେବଳ ତୁମେ ବ୍ରାହ୍ମଣ ପରିବାର ହିଁ ଅଟ, କାହିଁକି ନା ତୁମେମାନେ
ପବିତ୍ରତାକୁ ଆପଣାଇ ନେଇଛ । ତେବେ ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ପବିତ୍ରତାର ପ୍ରଭାବ ଆଦିକାଳରୁ
ପ୍ରସିଦ୍ଧ ଅଟେ । କ’ଣ ନିଜର ଆଦି ଏବଂ ଅନାଦି କାଳ ମନେ ପଡୁଛି ତ! ମନେ ପକାଅ, ଅନାଦି କାଳରେ
ମଧ୍ୟ ତୁମେ ପବିତ୍ର ଆତ୍ମାମାନେ ଆତ୍ମା ରୂପରେ ବିଶେଷ ଚମକଦାର ଆତ୍ମା ହୋଇ ଚମକିଥାଅ, ସେଠାରେ
ଅନ୍ୟ ଆତ୍ମାମାନେ ମଧ୍ୟ ଥାଆନ୍ତି କିନ୍ତୁ ତୁମମାନଙ୍କର ଚମକ ସମସ୍ତଙ୍କ ସାଥୀରେ ଥିଲେ ମଧ୍ୟ
ବିଶେଷ ଚମକଦାର ଅଟେ । ଯେପରି ଆକାଶରେ ତାରାମାନେ ତ ଅନେକ ଅଛନ୍ତି କିନ୍ତୁ କେହି କେହି ତାରା
ବିଶେଷ ଚମକଦାର ଅଟନ୍ତି । ଏବେ ସମସ୍ତେ ନିଜକୁ ସେହି ରୂପରେ ଦେଖୁଛ ତ? ପୁଣି ଆଦିକାଳରେ ମଧ୍ୟ
ତୁମମାନଙ୍କର ପବିତ୍ରତାର ରାଜକୀୟତା ଏବଂ ବ୍ୟକ୍ତିତ୍ୱ କେତେ ମହାନ ଥିଲା? ଏବେ ସମସ୍ତେ ଆଦିକାଳରେ
ପହଞ୍ଚି ଗଲ ତ? ପହଞ୍ଚିଯାଅ । ଚେକ୍ କର ମୋ’ର ଚମକିବାର ରେଖା କେତେ ପ୍ରତିଶତରେ ଅଛି? ତେବେ
ଆଦିକାଳରୁ ଅନ୍ତିମ କାଳ ପର୍ଯ୍ୟନ୍ତ ତୁମମାନଙ୍କର ପବିତ୍ରତାର ରାଜକୀୟତା ଏବଂ ବ୍ୟକ୍ତିତ୍ୱ କାୟମ
ରହିଛି । ଅନାଦି କାଳରେ ଚମକଦାର ତାରକା, ଚମକଦାର ପିତାଙ୍କ ସହିତ ନିବାସ କରୁଥିବା ଆତ୍ମାମାନେ ଏବେ
ଏବେ ନିଜର ବିଶେଷତାକୁ ଅନୁଭବ କର । ପହଞ୍ଚିଗଲ ତ ସମସ୍ତେ ଅନାଦି କାଳରେ? ପୁଣି ସାରା କଳ୍ପ ଭିତରେ
ତୁମେ ପବିତ୍ର ଆତ୍ମାମାନଙ୍କର ରାଜକୀୟତା ଭିନ୍ନ ଭିନ୍ନ ରୂପରେ ରହୁଛି କାହିଁକିନା ତୁମମାନଙ୍କ ଭଳି
ସମ୍ପୂର୍ଣ୍ଣ ପବିତ୍ର କେହି ବି ହୋଇ ନାହାଁନ୍ତି । ପବିତ୍ରତାର ଜନ୍ମ ସିଦ୍ଧ ଅଧିକାର ତୁମ ବିଶେଷ
ଆତ୍ମାମାନଙ୍କୁ ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଛି । ଏବେ ନିଜର ଆଦି କାଳକୁ ଆସିଯାଅ । ଅନାଦି
କାଳକୁ ତ ଦେଖିଲ, ଏବେ ଆଦି କାଳରେ ତୁମମାନଙ୍କର ପବିତ୍ରତାର ରାଜକୀୟତାର ସ୍ୱରୂପ କେତେ ମହାନ ଅଟେ!
ଏବେ ସମସ୍ତେ ସତ୍ୟଯୁଗରେ ପହଞ୍ଚି ଗଲ ତ! ପହଞ୍ଚିଗଲ ତ! ଆସିଗଲ? ତୁମମାନଙ୍କର ଦେବତା ସ୍ୱରୂପ କେତେ
ସୁନ୍ଦର । ଦେବତାମାନଙ୍କ ଭଳି ରାଜକୀୟତା ଏବଂ ବ୍ୟକ୍ତିତ୍ୱ ସାରା କଳ୍ପ ଭିତରେ କୌଣସି ବି ଆତ୍ମାର
ନାହିଁ । ତେବେ ଦେବତା ରୂପର ଚମକକୁ ଅନୁଭବ କରୁଛ ନା! ଏତେ ମହାନ ଆତ୍ମିକ ବ୍ୟକ୍ତିତ୍ୱ, ଏସବୁ
ପବିତ୍ରତାର ହିଁ ପ୍ରାପ୍ତି ଅଟେ । ଏବେ ଦେବତା ରୂପର ଅନୁଭବ କରିବା ସହିତ ମଧ୍ୟ କାଳକୁ ଆସିଯାଅ ।
ଆସିଗଲ? ଆସିବାର ଅନୁଭବ କରିବା ମଧ୍ୟ ସହଜ ଅଟେ ନା । ତେବେ ମଧ୍ୟ କାଳରେ ବି ଦେଖ, ତୁମମାନଙ୍କର
ଭକ୍ତମାନେ ତୁମ ପୂଜ୍ୟ ଆତ୍ମାମାନଙ୍କର ପୂଜା କରୁଛନ୍ତି, ମୂର୍ତ୍ତି ତିଆରି କରୁଛନ୍ତି । କେତେ
ରାଜକୀୟତା ସମ୍ପନ୍ନ ଚିତ୍ର ତିଆରି କରୁଛନ୍ତି ଏବଂ କେତେ ରାଜକୀୟ ଢଙ୍ଗରେ ପୂଜା କରୁଛନ୍ତି । ଏବେ
ନିଜର ପୂଜ୍ୟ ସ୍ୱରୂପର ଚିତ୍ର ସମ୍ମୁଖକୁ ଆସିଗଲା ନା! ଏମିତି ତ ଧର୍ମ ଆତ୍ମାମାନଙ୍କର ମଧ୍ୟ
ଚିତ୍ର ତିଆରି କରୁଛନ୍ତି । ଧର୍ମପିତାମାନଙ୍କର ମଧ୍ୟ ତିଆରି କରୁଛନ୍ତି, ଅଭିନେତା ମାନଙ୍କର ମଧ୍ୟ
ତିଆରି କରୁଛନ୍ତି କିନ୍ତୁ ତୁମମାନଙ୍କର ଚିତ୍ରର ବା ମୂର୍ତ୍ତିର ଆତ୍ମିକ ବ୍ୟକ୍ତିତ୍ୱ ଏବଂ ବିଧି
ପୂର୍ବକ ପୂଜାରେ ଫରକ ରହୁଛି । ତେଣୁ ନିଜର ପୂଜ୍ୟ ସ୍ୱରୂପ ଏବେ ସମ୍ମୁଖକୁ ଆସିଗଲା ତ! ଆଚ୍ଛା ଏବେ
ଅନ୍ତିମ କାଳର ସଂଗମଯୁଗକୁ ଆସିଯାଅ, ଏହିଭଳି ଆତ୍ମିକ ଡ୍ରିଲ୍ କରୁଛ ନା! ଚକ୍ର ଲଗାଅ ଏବଂ ନିଜର
ପବିତ୍ରତାର ଏବଂ ବିଶେଷ ପ୍ରାପ୍ତିର ଅନୁଭବ କର । ତେବେ ଅନ୍ତିମକାଳ ସଂଗମଯୁଗରେ ତୁମ ବ୍ରାହ୍ମଣ
ଆତ୍ମାମାନଙ୍କର ପରମାତ୍ମ ମିଳନର, ପରମାତ୍ମ ସ୍ନେହର, ପରମାତ୍ମ ପାଠପଢାର ଭାଗ୍ୟ ତୁମଭଳି କୋଟିକ
ଭିତରେ କେହି କେହି ଆତ୍ମାମାନଙ୍କୁ ହିଁ ମିଳୁଛି । ପରମାତ୍ମାଙ୍କର ପ୍ରତ୍ୟକ୍ଷ ରଚନା ଏବଂ ପ୍ରଥମ
ରଚନା ତୁମେ ପବିତ୍ର ଆତ୍ମାମାନଙ୍କୁ ହିଁ ପ୍ରାପ୍ତ ହେଉଛି । ଯାହାଦ୍ୱାରା ତୁମେ ବ୍ରାହ୍ମଣମାନେ
ହିଁ ସାରା ବିଶ୍ୱର ଆତ୍ମାମାନଙ୍କୁ ମଧ୍ୟ ମୁକ୍ତିର ସମ୍ପତ୍ତି ବାବାଙ୍କଠାରୁ ପ୍ରାପ୍ତ କରାଉଛ ।
ତେବେ ଏହି ସାରା ଚକ୍ର ଭିତରେ ଅନାଦିକାଳ, ଆଦିକାଳ, ମଧ୍ୟ କାଳ ଏବଂ ଅନ୍ତିମକାଳରେ ଏତେ ଶ୍ରେଷ୍ଠ
ପ୍ରାପ୍ତିର ଆଧାର ପବିତ୍ରତା ହିଁ ଅଟେ । ସାରା ଚକ୍ର ତ ଲଗାଇ ଦେଲ ଏବେ ନିଜକୁ ଚେକ୍ କର, ନିଜକୁ
ଦେଖ, ଦେଖିବାର ଆଇନା ତ ଅଛି ନା! କ’ଣ ନିଜକୁ ଦେଖିବାର ଆଇନା ଅଛି ତ? ଯାହାଙ୍କ ପାଖରେ ଅଛି
ସେମାନେ ହାତ ଉଠାଅ । କ’ଣ ଆଇନା ସ୍ୱଚ୍ଛ ଅଛି ତ? ତେବେ ଆଇନାରେ ଦେଖ ମୋ’ର ପବିତ୍ରତାର ପରିମାଣ
କେତେ? ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ କିନ୍ତୁ ବ୍ରହ୍ମାଚାରୀ ମଧ୍ୟ । ମନ-ବଚନ-କର୍ମ,
ସମ୍ବନ୍ଧ-ସମ୍ପର୍କ ସବୁଥିରେ ପବିତ୍ରତା ଅଛି ତ? କେତେ ପ୍ରତିଶତ ଅଛି? ଶତକଡା ହିସାବରେ
ପବିତ୍ରତାର ମାତ୍ରା ବାହାର କରିବା ଜଣା ଅଛି ତ? ଟୀଚରମାନଙ୍କୁ ଜଣା ଅଛି ତ? ପାଣ୍ଡବମାନଙ୍କୁ ଜଣା
ଅଛି ତ? ଆଚ୍ଛା ବୁଦ୍ଧିମାନ ଅଟ । ମାତାମାନଙ୍କୁ ଜଣା ଅଛି? ଜଣା ଅଛି? ଆଚ୍ଛା!
ତେବେ ପବିତ୍ରତାକୁ
ପରଖିବା ପାଇଁ ନିଜର ବୃତ୍ତି, ଦୃଷ୍ଟି ଏବଂ କୃତିକୁ ଚେକ୍ କର । ସମ୍ପୂର୍ଣ୍ଣ ପବିତ୍ରତାର ବୃତ୍ତି
ଯେଉଁଭଳି ହୋଇଥିବ ତାହା ବୁଦ୍ଧିକୁ ଆସିଗଲାଣି ନା । ଚିନ୍ତା କର, ସମ୍ପୂର୍ଣ୍ଣ ପବିତ୍ରତାର ବୃତ୍ତି
ଅର୍ଥାତ୍ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା, ଶୁଭକାମନା । ଅନୁଭବୀ ତ ଅଟ ନା! ଏବଂ ଦୃଷ୍ଟି
କିପରି ହୋଇଥିବ? ପ୍ରତ୍ୟେକ ଆତ୍ମାକୁ ଆତ୍ମା ରୂପରେ ଦେଖିବାର ଦୃଷ୍ଟି । ଆତ୍ମିକ ସ୍ମୃତିରେ ରହି
କଥା କହିବା ଏବଂ ସେହିଭଳି ଚାଲିବା । ଶର୍ଟକର୍ଟରେ ଶୁଣାଉଛୁ । ବିସ୍ତାରରେ ତ ତୁମେମାନେ ମଧ୍ୟ
ଭାଷଣ କରିପାରିବ, ଏବଂ କୃତି ଅର୍ଥାତ୍ କର୍ମରେ ସୁଖ ନେବା, ସୁଖ ଦେବା । ଏହାକୁ ଚେକ୍ କର - ମୋ’ର
ବୃତ୍ତି, ଦୃଷ୍ଟି, କୃତି ଏହି ଅନୁସାରେ ଅଛି ତ? ମୋତେ ସୁଖ ହିଁ ନେବାର ଅଛି, ଦୁଖ ନେବାର ନାହିଁ
। ତେଣୁ ଚେକ୍ କର କେବେ କେବେ ଦୁଃଖ ନେଇଯାଉ ନାହିଁ ତ! କେବେ କେବେ ଅଳ୍ପ ଅଳ୍ପ ନେଉଛ କି? ଦୁଃଖ
ଦେବାବାଲା ମଧ୍ୟ ଅଛନ୍ତି ନା! ଧରିନିଅ ସେ ତୁମକୁ ଦୁଃଖ ଦେଉଛି, ତେବେ କ’ଣ ତୁମେ ତାକୁ ଅନୁକରଣ
କରିବ! କ’ଣ ଅନୁକରଣ କରିବ ନା ନାହିଁ? ଅନୁକରଣ କାହାକୁ କରିବାର ଅଛି? ଦୁଃଖଦାତାକୁ ନା ବାବାଙ୍କୁ?
ବାବା, ଅର୍ଥାତ୍ ବ୍ରହ୍ମାବାବା, ନିରାକାର ବାବାଙ୍କ କଥା ଛାଡ କିନ୍ତୁ ବ୍ରହ୍ମାବାବା କେବେ କୌଣସି
ପିଲାଠାରୁ ଦୁଃଖ ଗ୍ରହଣ କରିଛନ୍ତି କି? ସୁଖ ନେଇଛନ୍ତି ଏବଂ ସୁଖ ଦେଇଛନ୍ତି । କ’ଣ ଫଲୋ ଫାଦର
କରୁଛ ନା କେବେ କେବେ ନେବାକୁ ହିଁ ପଡୁଛି? ଯାହାର ନାମ ହିଁ ଦୁଃଖ, ଯେତେବେଳେ କେହି ଦୁଃଖ ଦେଉଛି
ବା ଅପମାନ ଦେଉଛି, ତେବେ ତୁମେ ତ ଜାଣିଛ ଏହା ଖରାପ ଜିନିଷ, କେହି ଯଦି ତୁମକୁ ଅପମାନ ଦେଉଛି ତୁମେ
କ’ଣ ତା’କୁ ଭଲ ଭାବୁଛ? ଖରାପ ମନେ କରୁଛ ନା! ତେବେ ସେ ଯଦି ତୁମକୁ ଦୁଃଖ ଦେଉଛି ବା ଅପମାନିତ
କରୁଛି ଅର୍ଥାତ୍ ଯଦି କେହି ଖରାପ ଜିନିଷ ଦେଉଛି, ତେବେ ତୁମେ କ’ଣ ଖରାପ ଜିନିଷକୁ ନେଉଛ କି? ନେବ
କି? କ’ଣ ଅଳ୍ପ ସମୟ ପାଇଁ ନେବ କି? ଅଧିକ ସମୟ ନୁହେଁ ଅଳ୍ପ ସମୟ ପାଇଁ ନେବ କି? କ’ଣ ଖରାପ
ଜିନିଷକୁ ନିଆଯାଏ କି? ତେବେ ଦୁଃଖ ବା ଅପମାନଙ୍କୁ ନେଉଛ କାହିଁକି? ଅର୍ଥାତ୍ ମନ ଭିତରେ ଦୁଃଖର
ଅନୁଭବ ରୂପରେ କାହିଁକି ରଖୁଛ? ତେବେ ନିଜେ ନିଜକୁ ପଚାର ଯେ ମୁଁ କାହାଠାରୁ ଦୁଃଖ ନେଉଛି କି? ନା
ଦୁଃଖକୁ ପରିବର୍ତ୍ତନ ରୂପରେ ଦେଖୁଛି? କ’ଣ ଭାବୁଛ - ଦୁଃଖ ନେବା ଠିକ୍ କି? ଠିକ୍ କି? ମଧୁବନବାଲା
ଠିକ୍ କି? ଅଳ୍ପ ଅଳ୍ପ ନେବା ଦରକାର କି? ଦୁଃଖ ତ ନେଇଯିବା ଉଚିତ୍ ନା! ନେବା ଉଚିତ୍ ନୁହେଁ
କିନ୍ତୁ ନେଇଯାଉଛ । ଭୁଲ୍ରେ ନେଇ ଯାଉଛ । ଯଦି ଦୁଃଖର ଅନୁଭବ ହେଲା ତେବେ ଦୁଃଖୀ କିଏ ହେଲା? ମନ
ଭିତରେ ଯଦି ଅଳିଆ ରଖିଲ ତେବେ ଅସୁବିଧାରେ କିଏ ପଡିବ? ଯେଉଁଠି ଅଳିଆ ରହିଥିବ ଅସୁବିଧା ତ ସେଇଠି
ହେବା ନା! ତେଣୁ ସେହି ସମୟରେ ନିଜର ରାଜକୀୟତାକୁ ଏବଂ ବ୍ୟକ୍ତିତ୍ୱକୁ ସମ୍ମୁଖକୁ ଆଣ ଏବଂ ନିଜକୁ
କେଉଁ ସ୍ୱରୂପରେ ଦେଖିବ? ଜାଣିଛ ତୁମମାନଙ୍କର ଉପାଧି ବା ମହିମା ହେଲା ସହନଶୀଳତାର ଦେବୀ ବା ଦେବତା
। ତେଣୁ ତୁମେମାନେ କିଏ ଅଟ? ସହନଶୀଳତାର ଦେବୀ ବା ଦେବତା ଅଟ ନା ନାହିଁ? ନା କେବେ କେବେ ହେଉଛ!
ନିଜର ପଦକୁ ମନେ ପକାଅ, ସ୍ୱମାନକୁ ମଧ୍ୟ ମନେ ପକାଅ । ମୁଁ କିଏ? ଏହାକୁ ସ୍ମୃତିକୁ ଆଣ । ସାରା
କଳ୍ପର ବିଶେଷ ସ୍ୱରୂପକୁ ସ୍ମୃତିକୁ ଆଣ । ସ୍ମୃତି ତ ଆସିବ ନା!
ବାପଦାଦା ଦେଖୁଛନ୍ତି ଯେ
ମୋ’ର ଶବ୍ଦକୁ ଯେପରି ସହଜଯୋଗରେ ପରିବର୍ତ୍ତନ କରିଦେଇଛ କାରଣ ମୋ’ର ଶବ୍ଦର ବିସ୍ତାରକୁ ସାରକୁ
ଆଣିବା ପାଇଁ କ’ଣ କହୁଛ? ମେରା ବାବା । ଯେତେବେଳେ ବି ମୋ’ର ମୋ’ର ଆସୁଛି ତାକୁ ମୋ’ର ବାବା
ଶବ୍ଦରେ ଏକତ୍ରିତ କରିଦେଉଛ ବାରମ୍ବାର ମେରା ବାବା କହିବା ଦ୍ୱାରା ଯୋଗ ମଧ୍ୟ ସହଜ ହୋଇଯାଉଛି ଏବଂ
ପ୍ରାପ୍ତି ମଧ୍ୟ ଅଧିକ ହେଉଛି । ସେହିପରି ସାରା ଦିନ ଭିତରେ ଯଦି କୌଣସି ପ୍ରକାରର ସମସ୍ୟା ବା
କାରଣ ଆସୁଛି ତେବେ ସେଥିରେ ଏହି ଦୁଇଟି ଶବ୍ଦ ବିଶେଷ ଅଟେ - “ମୁଁ ଏବଂ ମୋ’ର” । ଯେପରି ବାବା
ଶବ୍ଦ କହିବା ମାତ୍ରକେ ମୋ’ର ଶବ୍ଦ ପକ୍କା ମନେ ପଡିଯାଉଛି, ମନେ ପଡୁଛି ନା! ସମସ୍ତେ ଏବେ ଆଉ ବାବା
ବାବା କହୁ ନାହାଁନ୍ତି, ମେରା ବାବା କହୁଛନ୍ତି । ସେହିପରି ଏହି ମୁଁ ଶବ୍ଦକୁ ମଧ୍ୟ ପରିବର୍ତ୍ତନ
କରିବା ପାଇଁ ଯେତେବେଳେ ବି ମୁଁ ଶବ୍ଦ କହୁଛ ସେତେବେଳେ ନିଜର ସ୍ୱମାନର ତାଲିକାକୁ ସମ୍ମୁଖକୁ ଆଣ
। ମୁଁ କିଏ? କାହିଁକି ନା ମୁଁ ଶବ୍ଦ ତଳକୁ ଖସାଇବାର ମଧ୍ୟ ନିମିତ୍ତ ହୋଇଥାଏ ଏବଂ ସ୍ୱମାନର
ସ୍ମୃତି ଦ୍ୱାରା ଉଚ୍ଚକୁ ମଧ୍ୟ ଉଠାଇଥାଏ । ତେଣୁ ଯେପରି ମେରା ବାବା କହିବାର ଅଭ୍ୟାସ ହୋଇଗଲାଣି,
ସେହିପରି ମୁଁ ଶବ୍ଦ କହିବା ସମୟରେ ମଧ୍ୟ ଦେହ ଅଭିମାନର ସ୍ମୃତି ପରିବର୍ତ୍ତେ ନିଜର ଶ୍ରେଷ୍ଠ
ସ୍ୱମାନକୁ ସମ୍ମୁଖକୁ ଆଣ । ମୁଁ ଶ୍ରେଷ୍ଠ ଆତ୍ମା ଅଟେ, ସିଂହାସନ ଅଧିକାରୀ ଆତ୍ମା ଅଟେ, ବିଶ୍ୱ
କଲ୍ୟାଣୀ ଆତ୍ମା ଅଟେ, ଏହିଭଳି କୌଣସି ନା କୌଣସି ସ୍ୱମାନ ସହିତ ମୁଁ ଶବ୍ଦକୁ ଯୋଡି ଦିଅ,
ଯାହାଦ୍ୱାରା ମୁଁ ଶବ୍ଦ ଉନ୍ନତିର ଆଧାର ପାଲଟିଯିବ । ଯେପରି ମୋ’ର ଶବ୍ଦ ଏବେ ଅଧିକାଂଶ କ୍ଷେତ୍ରରେ
ବାବା ଶବ୍ଦକୁ ମନେ ପକାଇଦେଉଛି, ସେହିପରି ମୁଁ ଶବ୍ଦ ମଧ୍ୟ ସ୍ୱମାନର ସ୍ମରଣ କରାଉ କାହିଁକିନା
ସମୟ ଏବେ ପ୍ରକୃତିର ଆଧାର ନେଇ ତୁମମାନଙ୍କୁ ଚାଲେଞ୍ଚ କରୁଛି ।
ତେବେ ସମୟ ସମୀପତାକୁ
ସାଧାରଣ କଥା ମନେ କର ନାହିଁ । ଅଚାନକ ଏବଂ ଏଭରରେଡି ଶବ୍ଦକୁ ନିଜର କର୍ମଯୋଗୀ ଜୀବନରେ ସବୁ ସମୟରେ
ସ୍ମୃତିରେ ରଖ । ନିଜର ଶାନ୍ତିର ଶକ୍ତିର ପ୍ରୟୋଗ ଭିନ୍ନ ଭିନ୍ନ ରୂପରେ ନିଜ ପ୍ରତି ମଧ୍ୟ କର ।
ଯେପରି ବିଜ୍ଞାନ ନିଜର ନୂଆ ନୂଆ ପ୍ରୟୋଗ କରି ଚାଲିଛି, ସେହିପରି ତୁମେମାନେ ମଧ୍ୟ ଯେତେଯେତେ ନିଜ
ପ୍ରତି ପ୍ରୟୋଗ କରିବାର ଅଭ୍ୟାସ କରିଚାଲିବ, ସେହି ଅନୁସାରେ ଅନ୍ୟମାନଙ୍କ ପ୍ରତି ମଧ୍ୟ ଶାନ୍ତିର
ଶକ୍ତିର ପ୍ରୟୋଗ ହୋଇଚାଲିବ ।
ସେଥିପାଇଁ ଏବେ ବିଶେଷ
ଭାବରେ ନିଜର ଶକ୍ତିଗୁଡିକର ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ ଚତୁର୍ଦ୍ଦିଗରେ ଖେଳାଇଚାଲ । ଯେବେକି
ପ୍ରକୃତିର ସୂର୍ଯ୍ୟର କିରଣ, ସୂର୍ଯ୍ୟର ଶକ୍ତି କେତେ ପ୍ରକାରର କାର୍ଯ୍ୟ କରିପାରୁଛି, ପାଣିର
ବର୍ଷା ମଧ୍ୟ କରୁଛି, ପାଣିକୁ ସୁଖାଇ ମଧ୍ୟ ପାରୁଛି । ଦିନକୁ ରାତି ଏବଂ ରାତିକୁ ଦିନ କରି
ଦେଖାଉଛି, ତେବେ କ’ଣ ତୁମେମାନେ ନିଜର ଶକ୍ତିଗୁଡିକର କିରଣ ବାୟୁମଣ୍ଡଳରେ ବିଚ୍ଛୁରିତ କରିପାରିବ
ନାହିଁ? ନିଜର ଶକ୍ତିଗୁଡିକର ସକାଶ ଦ୍ୱାରା ଆତ୍ମାମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିପାରିବ
ନାହିଁ? ତେଣୁ ଏବେ ନିଜର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ ଜାଗ୍ରତ କର । କିରଣ ବିଚ୍ଛୁରିତ କର, ସକାଶ
ଦିଅ । ଯେପରି ସ୍ଥାପନାର ଆଦି କାଳରେ ବାପଦାଦାଙ୍କ ତରଫରୁ ଅନେକ ଆତ୍ମାଙ୍କୁ ଘରେ ବସି ସୁଖ
ଶାନ୍ତିର କିରଣ ମିଳିବାର ଅନୁଭବ ହେଉଥିଲା, ତାଙ୍କୁ ପ୍ରେରଣା ମିଳୁଥିଲା ସେଠାକୁ ଯାଅ । ସେହିପରି
ତୁମେ ମାଷ୍ଟର ଜ୍ଞାନସୂର୍ଯ୍ୟ ପିଲାମାନଙ୍କ ଦ୍ୱାରା ସୁଖ ଶାନ୍ତିର ତରଙ୍ଗ ଖେଳାଇବାର ଅନୁଭୂତି
ଅନ୍ୟମାନଙ୍କୁ ହେବା ଦରକାର । କିନ୍ତୁ ଏହା ସେତେବେଳେ ହୋଇପାରିବ ଯେତେବେଳେ ତୁମର ମନବୁଦ୍ଧି
ବାବାଙ୍କ ସ୍ମୃତିରେ ଏକାଗ୍ର ହୋଇଯିବ । ତେଣୁ ନିଜ ଭିତରେ ଏକାଗ୍ରତାର ଶକ୍ତିକୁ ବଢାଅ । ଯେବେ
ଇଚ୍ଛା, ଯେପରି ଇଚ୍ଛା, ଯେତେ ସମୟ ଚାହିଁବ ସେତେ ସମୟ ପର୍ଯ୍ୟନ୍ତ ମନକୁ ଏକାଗ୍ର କରିପାରୁଥିବ ।
ତେଣୁ ଏବେ ନିଜର ମାଷ୍ଟର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ ଜାଗ୍ରତ କର ଏବଂ ଶକ୍ତିଗୁଡିକର କିରଣ ବା
ସକାଶ ଦିଅ ।
ବାପଦାଦା ଶୁଣୁଛନ୍ତି ଏବଂ
ଖୁସି ମଧ୍ୟ ହେଉଛନ୍ତି ଯେ ପିଲାମାନେ ଭିନ୍ନ ଭିନ୍ନ ସ୍ଥାନରେ ବଡ ଉମଙ୍ଗ-ଉତ୍ସାହର ସହିତ ବହୁତ ଭଲ
ସେବା କରୁଛନ୍ତି । ବାପଦାଦାଙ୍କ ପାଖରେ ସବୁଆଡର ବହୁତ ଭଲ ସେବାର ସମାଚାର ପହଞ୍ଚିଛି, ଚାହେଁ
ପ୍ରଦର୍ଶନୀ କରନ୍ତୁ, ଚାହେଁ ସମାଚାର ପତ୍ର ଦ୍ୱାରା ହେଉ, ଟି.ଭି. ଦ୍ୱାରା ହେଉ ସନ୍ଦେଶ ଦେବାର
କାର୍ଯ୍ୟକୁ ବଢାଇ ଚାଲିଛନ୍ତି । ସନ୍ଦେଶ ମଧ୍ୟ ପହଞ୍ଚୁଛି, ବହୁତ ଭଲ ଭାବରେ ସନ୍ଦେଶ
ପହଞ୍ଚାଉଛନ୍ତି । ଯେଉଁ ସବୁ ଗ୍ରାମ ଗୁଡିକ ବାକି ରହିଯାଇଥିଲା ସେଠାରେ ମଧ୍ୟ ପ୍ରତ୍ୟେକ ଜୋନ୍
ନିଜ ନିଜର ଏରିଆକୁ ବଢାଇ ଚାଲିଛନ୍ତି । ଖବର କାଗଜ ଦ୍ୱାରା, ଟି.ଭି. ଦ୍ୱାରା, ଭିନ୍ନ ଭିନ୍ନ
ସାଧନ ଗୁଡିକ ଦ୍ୱାରା ଉମଙ୍ଗ-ଉତ୍ସାହର ସହିତ ସେବା କରୁଛନ୍ତି ସେଥିପାଇଁ ସେବା କରୁଥିବା ସବୁ
ପିଲାଙ୍କୁ ବାପଦାଦା ବହୁତ ବହୁତ ସ୍ନେହଯୁକ୍ତ, ଆଶୀର୍ବାଦ ଭରା ଅଭିନନ୍ଦନ ଦେଉଛନ୍ତି । କିନ୍ତୁ
ଏବେ ସନ୍ଦେଶ ଦେବାରେ ତ ବହୁତ ଭଲ ଉମଙ୍ଗ-ଉତ୍ସାହ ରଖିଛ ଏବଂ ଚାରିଆଡେ କହୁଛନ୍ତି
ବ୍ରହ୍ମାକୁମାରୀମାନେ ବହୁତ ଭଲ ଶକ୍ତିଶାଳୀ କାର୍ଯ୍ୟ କରୁଛନ୍ତି, ଏହି ସମାଚାର ମଧ୍ୟ ବହୁତ ଭଲ
ବ୍ୟାପୀ ଗଲାଣି ଏବଂ ଆହୁରି ମଧ୍ୟ ଚାରିଆଡେ ବ୍ୟାପୀବାରେ ଲାଗିଛି । କିନ୍ତୁ... କିନ୍ତୁ କ’ଣ
ହେଉଛି ଶୁଣାଇବୁ? କିନ୍ତୁ ବ୍ରହ୍ମାକୁମାରୀମାନଙ୍କର ବାବା କେତେ ଭଲ ଏହି ସନ୍ଦେଶ ଏବେ ଆହୁରି
ଅଧିକ ପ୍ରଚାର ହେବା ଦରକାର । ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି କିନ୍ତୁ କରାଇବାବାଲା କିଏ,
ଏବେ ଏହାର ପ୍ରତ୍ୟକ୍ଷତା ହେବା ଦରକାର । ବାବା ଆସିଗଲେଣି, ଏହି ସମାଚାର ସମସ୍ତଙ୍କର ମନ
ପର୍ଯ୍ୟନ୍ତ ପହଞ୍ଚିବା ଦରକାର । ଏବେ ଏହାର ପ୍ଲାନ୍ ତିଆରି କର ।
ପିଲାମାନେ ବାପଦାଦାଙ୍କୁ
ପ୍ରଶ୍ନ ପଚାରୁଛନ୍ତି ଯେ ୱାରିସ୍ ବା ମାଇକ୍ ଆତ୍ମା କାହାକୁ କହିବା? ତେବେ ମାଇକ୍ ଆତ୍ମାମାନେ
ମଧ୍ୟ ବାହାରିଛନ୍ତି କିନ୍ତୁ ବର୍ତ୍ତମାନର ସମୟ ଅନୁସାରେ ବାପଦାଦା ଏଭଳି ମାଇକ୍ ଆତ୍ମା
ଚାହୁଁଛନ୍ତି ଯାହାର କଥାରେ ମହାନତା ଥିବ । ଯଦି ସାଧାରଣ ଭାବରେ ବାବା ଶବ୍ଦ ମଧ୍ୟ କହିଦେଉଛନ୍ତି,
ତେବେ ବି ବହୁତ ଭଲ କରୁଛନ୍ତି, ଏତିକି ପର୍ଯ୍ୟନ୍ତ ତ ଆଣିପାରିଛନ୍ତି, ଏଥିପାଇଁ ବାପଦାଦା ମଧ୍ୟ
ଅଭିନନ୍ଦନ ଦେଉଛନ୍ତି କିନ୍ତୁ ଏବେ ଏଭଳି ମାଇକ୍ ଆବଶ୍ୟକ ଯାହାଙ୍କର କଥାର ଲୋକମାନଙ୍କ ପାଖରେ ଓଜନ
ଥିବ । ଏହିଭଳି ପ୍ରସିଦ୍ଧ ହୋଇଥିବେ, ତେବେ ପ୍ରସିଦ୍ଧର ଅର୍ଥ ଏହା ନୁହେଁ ଯେ ଶ୍ରେଷ୍ଠ ପଦାଧିକାରୀ
ହୋଇଥିବେ କିନ୍ତୁ ତା’ର କଥା ଶୁଣି ଭାବିବେ ଯେ ଇଏ ଯାହା କହୁଛନ୍ତି ଏହାଙ୍କ କଥାର ମହତ୍ୱ ଅଛି ।
ଯଦି ଇଏ ଅନୁଭବ କରି କହୁଛନ୍ତି ତେବେ ଏହାଙ୍କ କଥାର ମୂଲ୍ୟ ଅଛି । ଯେପରି ସ୍ଥୂଳ ମାଇକ୍ ମେଶିନ୍
ତ ବହୁତ ପ୍ରକାରର ଅଛି କିନ୍ତୁ କିଏ କେତେ ପାୱାରବାଲା, କିଏ କେତେ ପାୱାରବାଲା ହୋଇଥାଏ, ସେହିପରି
ତୁମେମାନେ ମଧ୍ୟ ଏଭଳି ମାଇକ୍ ଆତ୍ମାକୁ ଖୋଜି ବାହାର କର ଯାହାଙ୍କ କଥାର ମୂଲ୍ୟ ଥିବ । ତାଙ୍କର
କଥା ଶୁଣି ସମସ୍ତେ ଭାବିବେ ଯେ ଇଏ ଯଦି ଏଭଳି ଅନୁଭବ କରି ଆସିଛନ୍ତି ତେବେ ନିଶ୍ଚିତ କିଛି ଅଛି,
କିନ୍ତୁ ପୁଣି ବି ବର୍ତ୍ତମାନ ସମୟରେ ପ୍ରତ୍ୟେକ ଜୋନ୍ରେ, ପ୍ରତ୍ୟେକ ବର୍ଗରେ ମାଇକ୍ ଆତ୍ମାମାନେ
ନିଶ୍ଚିତ ବାହାରିଛନ୍ତି । ବାପଦାଦା ଏଭଳି କହୁନାହାଁନ୍ତି ଯେ ସେବାର ପ୍ରତ୍ୟକ୍ଷ ଫଳ ମିଳୁନାହିଁ,
ନିଶ୍ଚିତ ମିଳିଛି, କିନ୍ତୁ ଏବେ ସମୟ କମ୍ ଅଛି ତେଣୁ ସେବା ପାଇଁ ମହତ୍ୱପୂର୍ଣ୍ଣ ଆତ୍ମାମାନଙ୍କୁ
ଏବେ ନିମିତ୍ତ କରିବାକୁ ପଡିବ, ଯେଉଁମାନଙ୍କର କଥାର ଗୁରୁତ୍ୱ ଥିବ । ଉଚ୍ଚ ପଦବୀ ହୁଏତ ନ ଥାଉ
କିନ୍ତୁ ସେମାନଙ୍କର ବାସ୍ତବିକ ଜୀବନର ଏବଂ ବାସ୍ତବିକ ଅନୁଭବର ଅଥୋରିଟୀ ଥିବ । ସେମାନଙ୍କ ବାଣୀରେ
ଅନୁଭବର ଅଥୋରିଟୀ ଅର୍ଥାତ୍ ଅଧିକାରୀ ପଣିଆ ଥିବ । ବୁଝିପାରିଲ ତ କେଉଁଭଳି ମାଇକ୍ ଦରକାର? ୱାରିସ୍
ଅର୍ଥାତ୍ ଉତ୍ତରାଧିକାରୀ ଆତ୍ମାଙ୍କର ଲକ୍ଷଣ ତ ତୁମେମାନେ ଜାଣିଛ । ଯେଉଁମାନଙ୍କର ପ୍ରତିଟି
ନିଶ୍ୱାସରେ, ପ୍ରତିପାଦରେ ବାବା ଏବଂ ସେବାର କର୍ତ୍ତବ୍ୟ ସହିତ ମନ-ବଚନ-କର୍ମ ଏବଂ ଶରୀର-ମନ-ଧନ
ସବୁଥିରେ ବାବା ଏବଂ ଯଜ୍ଞ ସମାହିତ ହୋଇଥିବ । ବେହଦର ସେବା ସମାହିତ ହୋଇଥିବ । ସକାଶ ଦେବାର
ସାମର୍ଥ୍ୟ ମଧ୍ୟ ଥିବ । ଆଚ୍ଛା!
ଏବେ ଗୋଟିଏ ସେକେଣ୍ଡ
ଭିତରେ, ଗୋଟିଏ ସେକେଣ୍ଡ ତ ହୋଇଗଲାଣି, ପୁଣି ବି ଗୋଟିଏ ସେକେଣ୍ଡ ଭିତରେ ସାରା ସଭାରେ ଯିଏ
ଯେଉଁଠି ବି ଅଛ, ସେହିଠାରେ ନିଜର ମନକୁ ଗୋଟିଏ ହିଁ ସଂକଳ୍ପରେ ସ୍ଥିତ କରିଦିଅ - ବାବା ଏବଂ ମୁଁ
ପରମଧାମରେ ଅନାଦି ଜ୍ୟୋତି ବିନ୍ଦୁ ସ୍ୱରୂପ ଅଟୁ, ପରମଧାମରେ ବାବାଙ୍କ ପାଖରେ ବସିଯାଅ । ଆଚ୍ଛା ।
ଏବେ ସାକାରକୁ ଆସିଯାଅ ।
ଏବେ ବର୍ତ୍ତମାନର ସମୟ
ହିସାବରେ ମନ-ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ କର, ଯେଉଁ କାର୍ଯ୍ୟ କରୁଛ ସେହି କାର୍ଯ୍ୟରେ
ହିଁ ମନ-ବୁଦ୍ଧିକୁ ଏକାଗ୍ର କର, ନିୟନ୍ତ୍ରଣ କରିବାର ଶକ୍ତିକୁ ଅଧିକ ବଢାଅ ।
ମନ-ବୁଦ୍ଧି-ସଂସ୍କାର ତିନୋଟି ଉପରେ କଣ୍ଟ୍ରୋଲିଙ୍ଗ୍ ପାୱାର ରହୁ । ଏହି ଅଭ୍ୟାସ ଆଗାମୀ ସମୟରେ
ବହୁତ ସହଯୋଗ ଦେବ । ବାତାବରଣ ହିସାବରେ ଗୋଟିଏ ସେକେଣ୍ଡ ଭିତରେ କଣ୍ଟ୍ରୋଲ କରିବାକୁ ପଡିବ ।
ଯାହା ଚାହୁଁଥିବ ତାହା ହିଁ ହେବା ଦରକାର । ତେଣୁ ଏହି ଅଭ୍ୟାସ ବହୁତ ଆବଶ୍ୟକ ଅଟେ । ଏହାକୁ
ହାଲୁକା କରିବାର ନାହିଁ କାହିଁକି ନା ସମୟ ଅନୁସାରେ ଏହି ଅଭ୍ୟାସ ହିଁ ତୁମର ଅନ୍ତିମ ସ୍ଥିତିକୁ
ସୁଖମୟ କରିବ । ଆଚ୍ଛା!
ଚାରିଆଡର ଡବଲ ସିଂହାସନ
ଅଧିକାରୀ, ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ, ଏହା ସହିତ ବିଶ୍ୱର ରାଜ୍ୟ ସିଂହାସନର
ଅଧିକାରୀ, ସର୍ବଦା ନିଜର ଅନାଦି ସ୍ୱରୂପ, ଆଦି ସ୍ୱରୂପ, ମଧ୍ୟ ସ୍ୱରୂପ ଏବଂ ଅନ୍ତିମ ସ୍ୱରୂପରେ
ଯେବେ ଇଚ୍ଛା ସେବେ ସ୍ଥିତ ରହୁଥିବା, ସର୍ବଦା ସର୍ବ ସମ୍ପତ୍ତିକୁ ନିଜର କାର୍ଯ୍ୟରେ ଲଗାଇବା ସହିତ
ଅନ୍ୟମାନଙ୍କୁ ମଧ୍ୟ ସମ୍ପତ୍ତିରେ ସମ୍ପନ୍ନ କରୁଥିବା, ସର୍ବ ଆତ୍ମାଙ୍କୁ ବାବାଙ୍କଠାରୁ ମୁକ୍ତିର
ସମ୍ପତ୍ତି ପ୍ରାପ୍ତ କରାଉଥିବା ପରମାତ୍ମ ସ୍ନେହର ପାତ୍ର ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ
ସମ୍ପନ୍ନ ଶୁଭେଚ୍ଛା, ଆନ୍ତରିକ ଆଶୀର୍ବାଦ ଏବଂ ନମସ୍ତେ ।
ବରଦାନ:-
ସାଥୀ ଏବଂ
ସାକ୍ଷୀପଣିଆର ଅନୁଭବ ଦ୍ୱାରା ସଦା ସଫଳତା ମୂରତ ଭବ ।
ଯେଉଁ ପିଲାମାନେ ସର୍ବଦା
ବାବାଙ୍କ ସାଥୀରେ ରହିଥା’ନ୍ତି, ସେମାନେ ସ୍ୱତଃ ହିଁ ସାକ୍ଷୀ ହୋଇଯାଇଥାଆନ୍ତି । କାହିଁକି ନା
ବାବା ନିଜେ ସର୍ବଦା ସାକ୍ଷୀ ହୋଇ ପାର୍ଟ କରିଥାଆନ୍ତି, ତେଣୁ ତାଙ୍କ ସାଥୀରେ ରହୁଥିବା ଆତ୍ମାମାନେ
ମଧ୍ୟ ସାକ୍ଷୀ ହୋଇ ପାର୍ଟ କରିବେ ଏବଂ ଯେଉଁମାନଙ୍କର ସାଥୀ ସ୍ୱୟଂ ସର୍ବଶକ୍ତିମାନ ବାବା ଅଟନ୍ତି
ସେମାନେ ସ୍ୱତଃ ହିଁ ସଫଳତା ମୂରତ ହୋଇଯାଆନ୍ତି । ଭକ୍ତିମାର୍ଗରେ ତ ଭକ୍ତମାନେ ଡାକ ଛାଡୁଛନ୍ତି
କିଛି ସମୟ ପାଇଁ ସଂଗର ଅନୁଭବ କରାଅ, ଟିକିଏ ଝଲକ ଦେଖାଅ କିନ୍ତୁ ତୁମୋମନେ ତ ସର୍ବ ସମ୍ବନ୍ଧରେ
ସାଥୀ ହୋଇଯାଇଛ - ତେଣୁ ଏହି ଖୁସିରେ ଏବଂ ନିଶାରେ ରୁହ ଯେ - ଯାହା ପାଇବାର ଥିଲା, ତାହା ପାଇଗଲି
।
ସ୍ଲୋଗାନ:-
ବ୍ୟର୍ଥ ସଂକଳ୍ପ
ଚାଲିବାର ଲକ୍ଷଣ ହେଲା - ମନ ଉଦାସ ହେବା ଏବଂ ଖୁସି ହଜିଯିବା ।
ଅବ୍ୟକ୍ତ ଇଶାରା:- ଏବେ
ସମ୍ପନ୍ନ ଏବଂ କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର । ଯଦି ବହୁତ କାଳ ପର୍ଯ୍ୟନ୍ତ ଅଚଳ-ଅଟଳ,
ନିର୍ବିଘ୍ନ, ନିର୍ବନ୍ଧନ, ନିର୍ବିକଳ୍ପ, ନିର୍ବିକର୍ମ ଅର୍ଥାତ୍ ନିରାକାରୀ, ନିର୍ବିକାରୀ ଏବଂ
ନିରହଂକାରୀ ସ୍ଥିତିରେ ରହିବ ତେବେ ଯାଇ କର୍ମାତୀତ ହୋଇପାରିବ । ସେବାର ବିସ୍ତାରକୁ ଯେତେ ବି
ବଢାଅ କିନ୍ତୁ ବିସ୍ତାରକୁ ଯାଇ ସାର ସ୍ୱରୂପର ସ୍ଥିତିର ଅଭ୍ୟାସ କମ ନ ହେଉ, ବିସ୍ତାର ଭିତରେ
ସାରକୁ ଭୁଲି ଯାଅ ନାହିଁ । ଖାଅ, ପିଅ, ସେବା କର କିନ୍ତୁ ନିଆରା ପଣିଆକୁ ଭୁଲ ନାହିଁ ।