08.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ସଂଗମଯୁଗ ହିଁ ସର୍ବୋତ୍ତମ ଯୁଗ ଅଟେ, ଏହି ଯୁଗରେ ହିଁ ତୁମେ ଆତ୍ମାମାନେ ପରମାତ୍ମା ପିତାଙ୍କ
ସହିତ ମିଳନ କରୁଛ, ଏହା ହିଁ ହେଉଛି ପ୍ରକୃତ କୁମ୍ଭମେଳା ।”
ପ୍ରଶ୍ନ:-
କେଉଁ ପାଠ ବାବା
ହିଁ ପଢାଉଛନ୍ତି, ଯାହାକୁ କୌଣସି ମନୁଷ୍ୟ ପଢାଇ ପାରିବେ ନାହିଁ?
ଉତ୍ତର:-
ଦେହୀ-ଅଭିମାନୀ ହେବାର ପାଠ ଏକମାତ୍ର ବାବା ହିଁ ପଢାଉଛନ୍ତି, ଏହି ପାଠ କୌଣସି ଦେହଧାରୀ ପଢାଇ
ପାରିବେ ନାହିଁ । ପ୍ରଥମେ-ପ୍ରଥମେ ତୁମକୁ ଆତ୍ମାର ଜ୍ଞାନ ମିଳୁଛି । ତୁମେ ଜାଣିଛ ଆମେ ଆତ୍ମାମାନେ
ପରମଧାମରୁ ଅଭିନେତା ରୂପରେ ଅଭିନୟ କରିବା ପାଇଁ ଆସିଛୁ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ,
ଯାହାକି ବର୍ତ୍ତମାନ ସମାପ୍ତ ହେବାକୁ ଯାଉଛି, ଏହାକୁ କେହି ରଚନା କରିନାହାଁନ୍ତି ସେଥିପାଇଁ ଏହାର
ଆଦି ଏବଂ ଅନ୍ତ ମଧ୍ୟ ନାହିଁ ।
ଗୀତ:-
ଜାଗ ସଜନିଆଁ
ଜାଗ...
ଓମ୍ ଶାନ୍ତି ।
ପିଲାମାନେ ଏହି
ଗୀତ ତ ଅନେକ ଥର ଶୁଣିଥିବେ । ସାଜନ ଅର୍ଥାତ୍ ପତି ସଜନୀ ଅର୍ଥାତ୍ ପତ୍ନୀମାନଙ୍କୁ କହୁଛନ୍ତି ।
ଯେତେବେଳେ ସିଏ ଶରୀରରେ ଆସୁଛନ୍ତି, ତାଙ୍କୁ ସାଜନ ବୋଲି କୁହାଯାଉଛି । ନଚେତ୍ ସେ ପିତା, ତୁମେ
ସନ୍ତାନ ଅଟ । ତୁମେ ସବୁ ଭକ୍ତିନୀ ଅଟ, ଭଗବାନଙ୍କୁ ମନେ ପକାଉଛ । କନ୍ୟା, ନିଜର ବରକୁ ମନେ
ପକାଇଥାଏ । ସମସ୍ତଙ୍କର ପ୍ରେମିକ ବା ବର ହେଉଛନ୍ତି ଜଣେ । ସେ ଆସି ପିଲାମାନଙ୍କୁ ବୁଝାଉଛନ୍ତି -
ଏବେ ଜାଗ୍ରତ ହୁଅ, ନୂଆ ଯୁଗ ଆସୁଛି । ନୂଆ ଅର୍ଥାତ୍ ନୂଆ ଦୁନିଆ ସତ୍ୟଯୁଗ । କଳିଯୁଗ ହେଉଛି
ପୁରୁଣା ଦୁନିଆ । ଏବେ ବାବା ଆସିଛନ୍ତି, ତୁମକୁ ସ୍ୱର୍ଗବାସୀ କରୁଛନ୍ତି । କୌଣସି ମନୁଷ୍ୟ ତ
କହିପାରିବେ ନାହିଁ ଯେ ମୁଁ ତୁମକୁ ସ୍ୱର୍ଗବାସୀ କରୁଛି । ସନ୍ନ୍ୟାସୀ ତ ସ୍ୱର୍ଗ ଏବଂ ନର୍କକୁ
ବିଲ୍କୁଲ୍ ଜାଣିନାହାଁନ୍ତି । ଯେପରି ଅନ୍ୟ ସବୁ ଧର୍ମ ରହିଛି ସେହିପରି ସନ୍ନ୍ୟାସୀମାନଙ୍କର
ମଧ୍ୟ ଅନ୍ୟ ଏକ ଧର୍ମ ରହିଛି । ତାହା କୌଣସି ଆଦି ସନାତନ ଦେବୀ-ଦେବତା ଧର୍ମ ନୁହେଁ । ଆଦି ସନାତନ
ଦେବୀ ଦେବତା ଧର୍ମ ଭଗବାନ ହିଁ ଆସି ସ୍ଥାପନା କରୁଛନ୍ତି, ଯେଉଁମାନେ ନର୍କବାସୀ ହୋଇଯାଇଛନ୍ତି
ସେହିମାନେ ହିଁ ପୁଣି ସତ୍ୟଯୁଗୀ ସ୍ୱର୍ଗବାସୀ ହେଉଛନ୍ତି । ଏବେ ତୁମେମାନେ ନର୍କବାସୀ ନୁହଁ । ଏବେ
ତୁମେ ସଂଗମଯୁଗରେ ଅଛ । ସତ୍ୟଯୁଗ ଏବଂ କଳିଯୁଗର ମଝିରେ ହିଁ ସଂଗମ ହୋଇଥାଏ । ସଂଗମରେ ହିଁ
ସ୍ୱର୍ଗବାସୀ ହେବା ପାଇଁ ତୁମେ ପୁରୁଷାର୍ଥ କରୁଛ, ସେଥିପାଇଁ ସଂଗମଯୁଗର ମହିମା ରହିଛି ।
ବାସ୍ତବରେ ଏହା ହିଁ ସର୍ବୋତ୍ତମ କୁମ୍ଭମେଳା ଅଟେ । ଏହାକୁ ହିଁ ପୁରୁଷୋତ୍ତମ କୁହାଯାଉଛି । ତୁମେ
ଜାଣିଛ ଆମେ ସବୁ ଗୋଟିଏ ପିତାଙ୍କର ସନ୍ତାନ ଅଟୁ, ସେଥିପାଇଁ ଭାଇ-ଭାଇ ବୋଲି କହୁଛନ୍ତି ନା । ସବୁ
ଆତ୍ମାମାନେ ପରସ୍ପର ମଧ୍ୟରେ ଭାଇ-ଭାଇ ଅଟନ୍ତି । କହୁଛନ୍ତି ହିନ୍ଦୁ ଚିନୀ ଭାଇ-ଭାଇ, ଧର୍ମ
ହିସାବରେ ତ ସମସ୍ତେ ଭାଇ-ଭାଇ ଅଟନ୍ତି - ଏହି ଜ୍ଞାନ ତୁମକୁ ଏବେ ମିଳିଛି । ବାବା ବୁଝାଉଛନ୍ତି
ତୁମେ ମୋର ସନ୍ତାନ ଅଟ । ଏବେ ତୁମେ ସମ୍ମୁଖରେ ଶୁଣୁଛ । ସେମାନେ ତ କେବଳ କଥାକୁ ମାତ୍ର
କହିଦେଉଛନ୍ତି କି ସବୁ ଆତ୍ମାମାନଙ୍କର ପିତା ଜଣେ ଅଟନ୍ତି, ସେହି ଜଣଙ୍କୁ ହିଁ ସମସ୍ତେ ମନେ
ପକାଉଛନ୍ତି । ପୁରୁଷ ଅଥବା ନାରୀ ଉଭୟଙ୍କ ଭିତରେ ଆତ୍ମା ରହିଛି । ତେବେ ଆତ୍ମିକ ଦୃଷ୍ଟିରୁ
ସମସ୍ତେ ଭାଇ-ଭାଇ, ଶାରିରୀକ ସମ୍ବନ୍ଧରେ ଭାଇ-ଭଉଣୀ ଏବଂ ଡ୍ରାମା ହିସାବରେ ସ୍ତ୍ରୀ-ପୁରୁଷ
ହୋଇଯାଉଛନ୍ତି । ତେଣୁ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଗାୟନ ମଧ୍ୟ କରାଯାଏ ଆତ୍ମା ଏବଂ
ପରମାତ୍ମା ଅଲଗା ରହିଲେ ବହୁକାଳ... ଏପରି କୁହାଯାଏ ନାହିଁ କି ନଦୀ ଏବଂ ସାଗର ଅଲଗା ରହିଲେ
ବହୁକାଳ... ବଡ ବଡ ନଦୀମାନେ ତ ସାଗର ସହିତ ମିଶି ରହିଥା’ନ୍ତି । ଏକଥା ମଧ୍ୟ ପିଲାମାନେ
ଜାଣିଛନ୍ତି ଯେ, ନଦୀମାନେ ସାଗରର କନ୍ୟା ଅଟନ୍ତି । ସାଗରରୁ ପାଣି ବାହାରିଥାଏ, ବାଦଲ ଦ୍ୱାରା
ପୁଣି ପାହାଡ ଉପରେ ବର୍ସା ହୋଇଥାଏ । ପୁଣି ନଦୀ ହୋଇଯାଇଥାଏ । ତେଣୁ ସମସ୍ତେ ସାଗରର ପୁତ୍ର ଏବଂ
କନ୍ୟା ହୋଇଗଲେ । ଅନେକେ ଏ କଥା ମଧ୍ୟ ଜାଣିନାହାଁନ୍ତି ଯେ ପାଣି କେଉଁଠାରୁ ଆସୁଛି । ଏକଥା ମଧ୍ୟ
ଶିଖାଯାଉଛି । ତେବେ ଏବେ ପିଲାମାନେ ଜାଣୁଛନ୍ତି ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି ।
ଏକଥା ମଧ୍ୟ ବୁଝାଯାଉଛି ଯେ ତୁମେ ସମସ୍ତେ ଆତ୍ମା ଅଟ ଏବଂ ସମସ୍ତ ଆତ୍ମାର ପିତା ଜଣେ ହିଁ ଅଟନ୍ତି
। ଆତ୍ମା ମଧ୍ୟ ନିରାକାର ଅଟେ, ପୁଣି ଯେତେବେଳେ ସାକାରରେ ଆସୁଛ ସେତେବେଳେ ପୁନର୍ଜନ୍ମ ନେଉଛ ।
ବାବା ମଧ୍ୟ ସାକାରରେ ଆସିବା ପରେ ପିଲାମାନଙ୍କ ସହିତ ମିଶୁଛନ୍ତି । ବାବାଙ୍କର ମିଳନ ଥରେ ମାତ୍ର
ହେଉଛି । ଏହି ସମୟରେ ଆସି ସମସ୍ତଙ୍କ ସହିତ ମିଶୁଛନ୍ତି । ସମସ୍ତେ ଏକଥା ମଧ୍ୟ ଜାଣିଯିବେ ଯେ ଇଏ
ଭଗବାନ ଅଟନ୍ତି । ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି କିନ୍ତୁ ଶ୍ରୀକୃଷ୍ଣ ତ ଏଠାକୁ
ଆସିପାରିବେ ନାହିଁ । ସେ କିପରି ଗାଳି ଖାଇବେ? ଏକଥା ତୁମେ ଜାଣିଛ ଯେ ଶ୍ରୀକୃଷ୍ଣଙ୍କ ଆତ୍ମା
ବର୍ତ୍ତମାନ ସମୟରେ ଏହିଠାରେ ଅଛନ୍ତି । ପ୍ରଥମେ-ପ୍ରଥମେ ତୁମକୁ ଆତ୍ମାର ଜ୍ଞାନ ମିଳୁଛି । ତୁମେ
ଆତ୍ମା ଅଟ, ନିଜକୁ ଶରୀର ବୋଲି ଭାବି ଭାବି ଏତେ ସମୟ ହେଲା ଚାଲି ଆସିଛ, ଏବେ ବାବା ଆସି ଦେହୀ-
ଅଭିମାନୀ କରାଉଛନ୍ତି । ସାଧୁ-ସନ୍ଥ ଆଦି କେବେ ତୁମକୁ ଦେହୀ-ଅଭିମାନୀ କରାଉ ନାହାଁନ୍ତି । ତୁମେ
ସନ୍ତାନ ଅଟ, ତୁମକୁ ବେହଦର ବାବାଙ୍କ ପାଖରୁ ବର୍ସା ମିଳୁଛି । ତୁମର ବୁଦ୍ଧିରେ ଅଛି ଯେ ଆମେ
ପରମଧାମର ବାସିନ୍ଦା ଅଟୁ ପୁଣି ଏଠାକୁ ଆମେ ଅଭିନୟ କରିବାକୁ ଆସିଛୁ । ଏବେ ଏହି ନାଟକ ଶେଷ ହେବାକୁ
ଯାଉଛି । ଏହି ଡ୍ରାମା କେହି ତିଆରି କରିନାହାଁନ୍ତି । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ ।
ତୁମକୁ ପଚାରୁଛନ୍ତି ଏହି ଡ୍ରାମା କେବେଠାରୁ ଆରମ୍ଭ ହେଲା? ତେବେ ତୁମେ କୁହ ଏହି ଡ୍ରାମା ତ ଅନାଦି
ଅଟେ । ଏହାର ଆଦି ଅନ୍ତ ନାହିଁ । କେବଳ ପୁରୁଣାରୁ ନୂଆ, ନୂଆରୁ ପୁରୁଣା ହେଉଛି । ଏହି ପାଠ ତୁମ
ପିଲାମାନଙ୍କର ପକ୍କା ହୋଇଯାଇଛି । ତୁମେ ଜାଣିଛ ନୂଆ ଦୁନିଆ କେତେବେଳେ ହେଉଛି ପୁଣି ପୁରୁଣା
ଦୁନିଆ କେତେବେଳେ ହେଉଛି । ଏହା ମଧ୍ୟ କାହା କାହା ବୁଦ୍ଧିରେ ସଂପୂର୍ଣ୍ଣ ଭାବରେ ରହିଛି । ତୁମେ
ଜାଣିଛ ଏବେ ନାଟକ ପୂରା ହେବାକୁ ଯାଉଛି ପୁଣି ଏହାର ପୁନରାବୃତ୍ତି ହେବ । ନିଶ୍ଚିତ ଭାବରେ ଆମର
୮୪ ଜନ୍ମର ପାର୍ଟ ପୂରା ହେଉଛି । ଏବେ ବାବା ଆମକୁ ନେଇଯିବା ପାଇଁ ଆସିଛନ୍ତି । ବାବା ଗାଇଡ୍
ମଧ୍ୟ ଅଟନ୍ତି ନା । ତୁମେ ସମସ୍ତେ ପଣ୍ଡା ଅଟ । ପଣ୍ଡାମାନେ ଯାତ୍ରୀମାନଙ୍କୁ ତୀର୍ଥକୁ
ନେଇଯାଇଥା’ନ୍ତି । ସେମାନେ ହେଉଛନ୍ତି ଶାରୀରିକ ପଣ୍ଡା, ତୁମେ ହେଉଛ ଆତ୍ମିକ ପଣ୍ଡା ସେଥିପାଇଁ
ତୁମର ନାମ ପାଣ୍ଡବ ଗଭର୍ଣ୍ଣମେଣ୍ଟ ମଧ୍ୟ ଅଟେ, କିନ୍ତୁ ଏହା ହେଉଛି ଗୁପ୍ତ । ପାଣ୍ଡବ, କୌରବ,
ଯାଦବ କ’ଣ କ’ଣ କରିଥିଲେ । ତାହା ମଧ୍ୟ ଏହି ସମୟର କଥା ଅଟେ ଯେତେବେଳେ କି ମହାଭାରତ ଲଢେଇ ହେବାକୁ
ଯାଉଛି । ଅନେକ ଧର୍ମ ରହିଛି, ଦୁନିଆ ମଧ୍ୟ ତମଃପ୍ରଧାନ ହୋଇଯାଇଛି, ଭିନ୍ନ ଭିନ୍ନ ଧର୍ମର ବୃକ୍ଷ
ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପୁରୁଣା ହୋଇଗଲାଣି । ତୁମେ ଜାଣିଛ ଏହି ବୃକ୍ଷର ପ୍ରଥମ ମୂଳଦୁଆ
ହେଉଛି ଆଦି ସନାତନ ଦେବୀ-ଦେବତା ଧର୍ମ । ସତ୍ୟଯୁଗରେ କମ୍ ସଂଖ୍ୟାରେ ରହିବେ ପୁଣି ଧୀରେ ଧୀରେ
ବୃଦ୍ଧି ହୋଇ ଚାଲିବ । ଏକଥା କେହି ବି ଜାଣିନାହାଁନ୍ତି, ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ
ଅଛନ୍ତି । ଛାତ୍ରମାନଙ୍କ ଭିତରେ ମଧ୍ୟ କେହି କେହି ଭଲ ବୁଦ୍ଧିମାନ ଥା’ନ୍ତି, ଯିଏକି ନିଜେ ଭଲ
ଭାବେ ଧାରଣା କରି ପୁଣି ଅନ୍ୟମାନଙ୍କୁ ମଧ୍ୟ କରାଇବାର ସଉକ ରଖିଥା’ନ୍ତି । କେହି ତ ଭଲ ଭାବରେ
ଧାରଣ କରିଥା’ନ୍ତି । କେହି ମଧ୍ୟମ, କେହି ତୃତୀୟ, କେହି ଚତୁର୍ଥ ଶ୍ରେଣୀର ମଧ୍ୟ ହୋଇଥା’ନ୍ତି ।
ପ୍ରଦର୍ଶନୀରେ ତ ପ୍ରାଞ୍ଜଳ ଭାବରେ ରିଫାଇନ୍ ରୀତିରେ ବୁଝାଇଲାବାଲା ଦରକାର । ପ୍ରଥମେ କୁହ ଯେ
ଦୁଇଜଣ ପିତା ଅଛନ୍ତି । ଜଣେ ହେଉଛନ୍ତି ବେହଦର ପାରଲୌକିକ ପିତା, ଆଉ ଜଣେ ହେଉଛନ୍ତି ହଦର ଲୌକିକ
ପିତା । ଭାରତକୁ ବେହଦର ବର୍ସା ଅର୍ଥାତ୍ ଅବିନାଶୀ ସମ୍ପତ୍ତି ମିଳିଥିଲା । ଭାରତ ସ୍ୱର୍ଗ ଥିଲା
ଯାହା ପୁଣି ନର୍କ ହୋଇଯାଇଛି, ଏହାକୁ ଆସୁରୀ ରାଜ୍ୟ କୁହାଯାଉଛି । ଭକ୍ତି ମଧ୍ୟ ପ୍ରଥମେ-ପ୍ରଥମେ
ଅବ୍ୟଭିଚାରୀ ହୋଇଥାଏ । ଯେତେବେଳେ କି ଏକମାତ୍ର ଶିବବାବାଙ୍କୁ ହିଁ ମନେ ପକାଇଥା’ନ୍ତି ।
ବାବା କହୁଛନ୍ତି -
ପିଲାମାନେ, ପୁରୁଷୋତ୍ତମ ହେବାକୁ ଅଛି ତ କନିଷ୍ଠ କରାଉଥିବା କଥା ଗୁଡିକୁ ଶୁଣ ନାହିଁ । ଏକମାତ୍ର
ବାବାଙ୍କଠାରୁ ଶୁଣ । ଅବ୍ୟଭିଚାରୀ ଜ୍ଞାନ ଶୁଣ, ଅନ୍ୟ କାହାଠାରୁ ଯାହା ବି ଶୁଣିବ ତାହା ସବୁ
ମିଥ୍ୟା । ବାବା ଏବେ ତୁମକୁ ସତ୍ୟ ଶୁଣାଇ ପୁରୁଷୋତ୍ତମ କରାଉଛନ୍ତି । ଆସୁରୀ କଥା ତୁମେ
ଶୁଣି-ଶୁଣି ଏବେ କନିଷ୍ଠ ହୋଇଯାଇଛ । ଆଲୋକ ହେଉଛି ବ୍ରହ୍ମାଙ୍କର ଦିନ, ଅନ୍ଧକାର ହେଲା
ବ୍ରହ୍ମାଙ୍କର ରାତି । ଏହି ସବୁ ଜ୍ଞାନର କଥାକୁ ଧାରଣ କରିବାକୁ ହେବ । ପ୍ରତ୍ୟେକ କଥାରେ ତ
କ୍ରମାନୁସାରେ ରହିଥା’ନ୍ତି ନା । କେହି କେହି ଡାକ୍ତର ତ ଗୋଟିଏ ଅପରେସନ୍ ପାଇଁ ୧୦-୨୦ ହଜାର
ନେଇଥା’ନ୍ତି, ଆଉ କାହାର ପୁଣି ଖାଇବା ପାଇଁ ପଇସା ନ ଥାଏ । ବାରିଷ୍ଟର ଅର୍ଥାତ୍ ଓକିଲମାନେ ମଧ୍ୟ
ସେହିପରି ହୋଇଥା’ନ୍ତି । ତୁମେ ମଧ୍ୟ ଯେତେ ପଢିବ ଏବଂ ପଢାଇବ ସେତେ ଉଚ୍ଚପଦ ପାଇବ । ଫରକ ତ ଅଛି
ନା ଦାସ-ଦାସୀମାନେ ମଧ୍ୟ କ୍ରମାନୁସାରେ ରହିଥା’ନ୍ତି । ତେବେ ପାଠପଢା ଉପରେ ହିଁ ସମସ୍ତ ଆଧାର
ରହିଛି । ତେଣୁ ନିଜକୁ ପଚାରିବା ଉଚିତ୍, ମୁଁ କେତେ ପଢୁଛି, ଭବିଷ୍ୟତରେ ଜନ୍ମ-ଜନ୍ମାନ୍ତର କ’ଣ
ହେବି? ଯାହା ଜନ୍ମ-ଜନ୍ମାନ୍ତର ହେବି ତାହା କଳ୍ପ-କଳ୍ପାନ୍ତର ହେବି ସେଥିପାଇଁ ପାଠପଢା ଉପରେ ତ
ପୂରା ଧ୍ୟାନ ଦେବା ଦରକାର । ବିଷ ପିଇବା ଅର୍ଥାତ୍ ବିକାରୀ ହେବା ଏକଦମ୍ ଛାଡିଦେବା ଉଚିତ୍ ।
ସତ୍ୟଯୁଗରେ ତ ଏପରି କୁହାଯିବ ନାହିଁ - ମୂତ ପଲିତି କପଡ ଧୋୟେ (ଭଗବାନ ମଇଳା ବସ୍ତ୍ର ସଫା କରନ୍ତି)
। ବର୍ତ୍ତମାନ ସମୟରେ ସମସ୍ତଙ୍କର ଶରୀର ରୂପୀ ବସ୍ତ୍ର ସଢିଯାଇଛି । ତମଃପ୍ରଧାନ ହୋଇଯାଇଛି ନା ।
ଏହା ମଧ୍ୟ ବୁଝାଇବାର କଥା ଅଟେ ନା । ସବୁଠାରୁ ପୁରୁଣା ଶରୀର କାହାର? ଆମର । ଆମେ ଏହି ଶରୀରକୁ
ବଦଳାଇ ଚାଲିଛୁ । ଆତ୍ମା ପତିତ ହୋଇ ଚାଲିଛି । ଶରୀର ମଧ୍ୟ ପତିତ ପୁରୁଣା ହୋଇଯାଇଥାଏ । ତେଣୁ
ଶରୀରକୁ ବଦଳାଇବାକୁ ପଡିଥାଏ । ଆତ୍ମା ତ ବଦଳିବ ନାହିଁ । ଶରୀର ବୃଦ୍ଧ ହେଲେ, ମୃତ୍ୟୁ ହେବ -
ଏହିପରି ଡ୍ରାମା ମଧ୍ୟ ତିଆରି ହୋଇଛି । ଏଠାରେ ସମସ୍ତଙ୍କର ଅଭିନୟ ରହିଛି । ଆତ୍ମା ହେଉଛି
ଅବିନାଶୀ । ଆତ୍ମା ନିଜେ କହୁଛି - ମୁଁ ଶରୀର ତ୍ୟାଗ କରୁଛି । ବର୍ତ୍ତମାନ ଦେହୀ-ଅଭିମାନୀ ହେବାକୁ
ପଡିବ । ଏବେ ସବୁ ମନୁଷ୍ୟ ଦେହ-ଅଭିମାନୀ ଅଟନ୍ତି । ଅଧାକଳ୍ପ ଦେହ-ଅଭିମାନୀ ହେଉଛନ୍ତି ଏବଂ
ଅଧାକଳ୍ପ ଦେହୀ-ଅଭିମାନୀ ହେଉଛନ୍ତି ।
ଦେହୀ-ଅଭିମାନୀ ହୋଇଥିବା
କାରଣରୁ ସତ୍ୟଯୁଗର ଦେବତାମାନଙ୍କୁ ମୋହଜିତ୍ର ଉପାଧି ମିଳିଛି କାହିଁକି ନା ସେଠାରେ ଜାଣିଥା’ନ୍ତି
ଯେ ଆମେ ହେଉଛୁ ଆତ୍ମା, ଏବେ ଏହି ଶରୀର ଛାଡି ଅନ୍ୟ ଏକ ନେବୁ । ମୋହଜିତ୍ ରାଜାଙ୍କର ମଧ୍ୟ କାହାଣୀ
ଅଛି ନା । ବାବା ବୁଝାଉଛନ୍ତି ଦେବୀ-ଦେବତାମାନେ ମୋହଜିତ ହୋଇଥା’ନ୍ତି । ଖୁସି-ଖୁସିରେ ଗୋଟିଏ
ଶରୀର ଛାଡି ଆଉ ଗୋଟିଏ ନେଇଥା’ନ୍ତି । ପିଲାମାନଙ୍କୁ ଏହିସବୁ ଜ୍ଞାନ ଏବେ ବାବାଙ୍କ ଦ୍ୱାରା
ମିଳୁଛି । ତୁମେ ହିଁ ଚକ୍ର ଲଗାଇ ଏବେ ପୁଣି ଆସି ମିଶୁଛ । ଯେଉଁମାନେ ଅନ୍ୟ ସବୁ ଧର୍ମକୁ
ସ୍ଥାନାନ୍ତରିତ ହୋଇଯାଇଛନ୍ତି ସେମାନେ ମଧ୍ୟ ପୁଣି ଆସି ମିଶିବେ । ନିଜର ଯାହା କିଛି ବର୍ସା
ପାଇବାର ଅଛି ତାହା ଆସି ନେବେ । ଧର୍ମ ହିଁ ବଦଳିଗଲା ନା । ଜଣାନାହିଁ କେତେ ସମୟ ହେବ ସେହି
ଧର୍ମକୁ ଚାଲି ଯାଇଛନ୍ତି । ୨-୩ ଜନ୍ମ ନେଇଥିବେ । କାହାକୁ ହିନ୍ଦୁରୁ ମୁସଲମାନ କରିଦେଉଛନ୍ତି
ତେବେ ସେ ସେହି ଧର୍ମରେ ଆସି ଚାଲିବେ ପୁଣି ଶେଷରେ ଏଠାକୁ ଅର୍ଥାତ୍ ଏହି ବ୍ରାହ୍ମଣ ଧର୍ମକୁ
ଆସିଯିବେ । ଏହା ମଧ୍ୟ ବହୁତ ବିସ୍ତାରର କଥା । ବାବା କହୁଛନ୍ତି ଯଦି ଏତେ କଥା ମନେ ନ ପକାଇ
ପାରୁଛ, ତେବେ ନିଜକୁ କେବଳ ବାବାଙ୍କର ସନ୍ତାନ ବୋଲି ତ ଭାବ । ଏକଥା ଭଲ-ଭଲ ପିଲାମାନେ ମଧ୍ୟ ଭୁଲି
ଯାଉଛନ୍ତି । ବାବାଙ୍କୁ ମନେ ପକାଉନାହାଁନ୍ତି । ମାୟା ଏ କଥାକୁ ଭୁଲାଇ ଦେଉଛି । ତୁମେ ମଧ୍ୟ
ପୂର୍ବରୁ ମାୟାର ଚେଲା ଥିଲ ନା । ଏବେ ଈଶ୍ୱରଙ୍କର ହୋଇଛ । ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି ।
ନିଜକୁ ଆତ୍ମା ଭାବି ବାବାଙ୍କୁ ମନେପକାଇବାକୁ ପଡିବ । ଯେତେବେଳେ ତୁମେ ଆତ୍ମାମାନେ
ପ୍ରଥମେ-ପ୍ରଥମେ ଶରୀରକୁ ଆସିଥିଲ ସେତେବେଳେ ପବିତ୍ର ଥିଲ, ପୁଣି ପୁନର୍ଜନ୍ମ ନେଇ-ନେଇ ପତିତ
ହୋଇଯାଇଛ । ଏବେ ପୁଣି ବାବା କହୁଛନ୍ତି ନଷ୍ଟମୋହା ହୁଅ । ନିଜର ଏହି ଶରୀର ପ୍ରତି ମଧ୍ୟ ମୋହ ରଖ
ନାହିଁ ।
ଏବେ ତୁମ ପିଲାମାନଙ୍କୁ
ଏହି ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟ ଆସୁଛି କାହିଁକି ନା ଏହି ଦୁନିଆରେ ସମସ୍ତେ
ଜଣେ-ଅନ୍ୟଜଣଙ୍କୁ ଦୁଃଖ ଦେଉଛନ୍ତି ସେଥିପାଇଁ ଏହି ପୁରୁଣା ଦୁନିଆକୁ ହିଁ ଭୁଲିଯାଅ । ଆମେ ଅଶରୀରୀ
ଆସିଥିଲୁ ପୁଣି ଏବେ ଅଶରୀରୀ ହୋଇ ଘରକୁ ଫେରି ଯିବାକୁ ହେବ । ଏବେ ଏହି ଦୁନିଆ ହିଁ ଶେଷ ହୋଇଯିବ
। ତମଃପ୍ରଧାନରୁ ସତ୍ୱପ୍ରଧାନ ହେବା ପାଇଁ ବାବା କହୁଛନ୍ତି - ମୋତେ ମନେ ପକାଅ । କୃଷ୍ଣ ତ
କହିପାରିବେ ନାହିଁ ଯେ ମୋତେ ମନେ ପକାଅ । ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ରହିବେ । ବାବା ହିଁ
କହୁଛନ୍ତି ମୋତେ ତୁମେମାନେ ପତିତ-ପାବନ ବୋଲି କହୁଥିଲ ତେଣୁ ଏବେ ମୋତେ ମନେ ପକାଅ, ପବିତ୍ର ହେବା
ପାଇଁ ମୁଁ ତୁମମାନଙ୍କୁ ଏହି ଉପାୟ ବତାଉଛି ଏବଂ କଳ୍ପ-କଳ୍ପ ଏହି ଉପାୟ ବତାଇଥାଏ, ଯେବେ ଦୁନିଆ
ପୁରୁଣା ହୋଇଯାଇଥାଏ ସେତେବେଳେ ଭଗବାନଙ୍କୁ ଆସିବାକୁ ପଡିଥାଏ । ମନୁଷ୍ୟମାନେ ଡ୍ରାମାର ଆୟୁଷକୁ
ଲମ୍ବା-ଚଉଡା କରିଦେଇଛନ୍ତି । ତେଣୁ ମନୁଷ୍ୟମାନେ ବିଲ୍କୁଲ୍ ଭୁଲିଯାଇଛନ୍ତି । ଏବେ ତୁମେ ଜାଣୁଛ
ଏହା ସଂଗମଯୁଗ ଅଟେ । ଏହା ହେଉଛି ପୁରୁଷୋତ୍ତମ ହେବାର ଯୁଗ । ମନୁଷ୍ୟମାନେ ତ ବିଲ୍କୁଲ୍ ଘୋର
ଅନ୍ଧକାରରେ ପଡିଛନ୍ତି । ବର୍ତ୍ତମାନ ସମସ୍ତେ ତମଃପ୍ରଧାନ ହୋଇଯାଇଛନ୍ତି, ଏବେ ତୁମେ ତମଃପ୍ରଧାନରୁ
ସତ୍ତ୍ୱପ୍ରଧାନ ହେଉଛ । ତୁମେ ହିଁ ସବୁଠାରୁ ଅଧିକ ଭକ୍ତି କରିଛ । ଏବେ ଭକ୍ତିମାର୍ଗ ଶେଷ ହେବାକୁ
ଯାଉଛି । ମୃତ୍ୟୁଲୋକରେ ହିଁ ଭକ୍ତି ହୋଇଥାଏ । ପୁଣି ଆସିବ ଅମରଲୋକ, ତୁମେମାନେ ବର୍ତ୍ତମାନ ସମୟରେ
ଜ୍ଞାନ ନେଉଛ ପୁଣି ଭକ୍ତିର ଚିହ୍ନ ବର୍ଣ୍ଣ ରହିବ ନାହିଁ । ହେ ଭଗବାନ, ହେ ରାମ ଏସବୁ ଭକ୍ତିର
ଶବ୍ଦ ଅଟେ । ଏଥିରେ କୌଣସି ଆବାଜ କରିବାର ନାହିଁ । ବାବା ଜ୍ଞାନର ସାଗର ଅଟନ୍ତି, ସିଏ କ’ଣ କିଛି
ଆବାଜ କରୁଛନ୍ତି । ତାଙ୍କୁ ସୁଖ-ଶାନ୍ତିର ସାଗର ବୋଲି କୁହାଯାଉଛି । ତେଣୁ ଶୁଣାଇବା ପାଇଁ ମଧ୍ୟ
ତାଙ୍କୁ ଶରୀର ଦରକାର ନା । ଭଗବାନଙ୍କର ଭାଷା କ’ଣ, ଏ କଥା କେହି ଜାଣିନାହାଁନ୍ତି । ଏପରି ତ ନୁହେଁ
ଯେ, ବାବା ସବୁ ଭାଷାରେ କହିବେ । ନାଁ, ତାଙ୍କର ଭାଷା ହିଁ ହେଉଛି ହିନ୍ଦୀ । ବାବା ଗୋଟିଏ ଭାଷାରେ
ହିଁ ବୁଝାଉଛନ୍ତି ପୁଣି ତୁମେମାନେ ଅନୁବାଦ କରି ବୁଝାଉଛ । ବିଦେଶୀ ଆଦି ଯିଏ ବି ଭେଟୁଛନ୍ତି
ତାଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ବାବା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା
କରୁଛନ୍ତି । ତ୍ରିମୂର୍ତ୍ତି ଉପରେ ମଧ୍ୟ ବୁଝାଇବା ଦରକାର । ପ୍ରଜାପିତା ବ୍ରହ୍ମାଙ୍କର କେତେ
ବ୍ରହ୍ମାକୁମାର-କୁମାରୀ ଅଛନ୍ତି । କେହି ବି ଆସିଲେ ପ୍ରଥମେ ତାଙ୍କୁ ପଚାର ଯେ କାହା ପାଖକୁ ଆସିଛ?
ବୋର୍ଡ ତ ଲଗାଯାଇଛି । ପ୍ରଜାପିତା ଅର୍ଥାତ୍ ସେ ତ ରଚୟିତା ହୋଇଗଲେ । କିନ୍ତୁ ତାଙ୍କୁ ଭଗବାନ
କୁହାଯାଇପାରିବ ନାହିଁ । କେବଳ ନିରାକାରଙ୍କୁ ହିଁ ଭଗବାନ କୁହାଯାଇଥାଏ । ଏହି
ବ୍ରହ୍ମାକୁମାର-କୁମାରୀମାନେ ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି । ତୁମେ ଏଠାକୁ କ’ଣ ପାଇଁ ଆସିଛ? ଆମ
ବାବାଙ୍କ ପାଖରେ ତୁମର କ’ଣ କାମ ଅଛି! ପିତାଙ୍କ ସହିତ ପିଲାମାନଙ୍କର ହିଁ କାମ ରହିବ ନା । ଆମେ
ବାବାଙ୍କୁ ଭଲ ଭାବରେ ଜାଣିଛୁ । ଗାୟନ ରହିଛି ପୁତ୍ର ପିତାଙ୍କର ପ୍ରତ୍ୟକ୍ଷତା କରିଥା’ନ୍ତି । ଆମେ
ତାଙ୍କର ସନ୍ତାନ ଅଟୁ । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ପୁରୁଷୋତ୍ତମ ହେବା ପାଇଁ କନିଷ୍ଠ ଅର୍ଥାତ୍ ପତିତ କରୁଥିବା କୌଣସି ଆସୁରୀ କଥା ଶୁଣିବା ଉଚିତ୍
ନୁହେଁ । ଏକମାତ୍ର ବାବାଙ୍କଠାରୁ ହିଁ ଅବ୍ୟଭିଚାରୀ ଜ୍ଞାନ ଶୁଣିବାକୁ ହେବ ।
(୨) ନଷ୍ଟମୋହା ହେବା
ପାଇଁ ଦେହୀ-ଅଭିମାନୀ ହେବାର ପୁରା-ପୁରା ପୁରୁଷାର୍ଥ କରିବାକୁ ହେବ । ବୁଦ୍ଧିରେ ରହୁ ଏହା ପୁରୁଣା
ଦୁନିଆ ଦୁଃଖଦାୟୀ ଅଟେ, ଏହାକୁ ଭୁଲିବାକୁ ହେବ । ଏଥିରୁ ବେଦହର ବୈରାଗ୍ୟ ଆସିବା ଉଚିତ୍ ।
ବରଦାନ:-
ସଂଗମଯୁଗର ସର୍ବ
ପ୍ରାପ୍ତି ଗୁଡିକୁ ସ୍ମୃତିରେ ରଖି ଚଢିବାର କଳାର ଅନୁଭବ କରୁଥିବା ଶ୍ରେଷ୍ଠ ପ୍ରାରବ୍ଧୀ ହୁଅ ।
ପରମାତ୍ମା ମିଳନର ବା
ପରମାତ୍ମା ଜ୍ଞାନର ବିଶେଷତା ହେଲା - ଅବିନାଶୀ ପ୍ରାପ୍ତି । ଏମିତି ନୁହେଁ ଯେ ସଂଗମଯୁଗ କେବଳ
ପୁରୁଷାର୍ଥୀ ଜୀବନ ବିତାଇବାର ଯୁଗ ଏବଂ ସତ୍ୟଯୁଗ ହେଉଛି ପ୍ରାରବ୍ଧ ଜୀବନ ବିତାଇବାର ଯୁଗ, ବରଂ
ସଂଗମଯୁଗର ବିଶେଷତା ହେଉଛି ଗୋଟିଏ ପାଦ ଆଗକୁ ବଢାଇ ହଜାର ପାଦର ସହଯୋଗ ପ୍ରାରବ୍ଧ ରୂପରେ
ପ୍ରାପ୍ତ କରିବା । ତେଣୁ ତୁମେମାନେ କେବଳ ପୁରୁଷାର୍ଥୀ ନୁହେଁ କିନ୍ତୁ ଶ୍ରେଷ୍ଠ ପ୍ରାରବ୍ଧୀ
ମଧ୍ୟ ଅଟ - ଏହି ସ୍ୱରୂପକୁ ସର୍ବଦା ସମ୍ମୁଖରେ ରଖ । ପ୍ରାରବ୍ଧକୁ ଦେଖିଲେ ସହଜରେ ଚଢିବାର କଳାର
ଅନୁଭବ କରିପାରିବ । “ଯାହା ପାଇବାର ଥିଲା ତାହା ପାଇଯାଇଛି” ଯଦି ସର୍ବଦା ଏହି ଗୀତ ଗାଉଥିବ ତେବେ
ମାୟା ଦ୍ୱାରା ଅଣନିଶ୍ୱାସୀ ହେବା ଏବଂ ଢୁଳେଇବାରୁ ରକ୍ଷା ପାଇଯିବ ।
ସ୍ଲୋଗାନ:-
ବ୍ରାହ୍ମଣମାନଙ୍କର ଶ୍ୱାସ-ପ୍ରଶ୍ୱାସ ହେଲା ସାହସ, ଯାହାଦ୍ୱାରା କଠିନରୁ କଠିନ କାର୍ଯ୍ୟ ମଧ୍ୟ
ସହଜ ହୋଇଯାଏ ।