08.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ତୁମେମାନେ ଶୁଦ୍ରକୁଳରୁ ବାହାରି ବ୍ରାହ୍ମଣ କୁଳକୁ ଆସିଛ, ବାବା ହିଁ ବ୍ରହ୍ମା ମୁଖ ଦ୍ୱାରା
ତୁମମାନଙ୍କୁ ପୋଷ୍ୟ କରିଛନ୍ତି - ତେଣୁ ଏହି ଖୁସିରେ ରୁହ । ”
ପ୍ରଶ୍ନ:-
କେଉଁ ଗହନ
ରହସ୍ୟକୁ ବ୍ରାହ୍ମଣ କୁଳର ପିଲାମାନେ ହିଁ ବୁଝିପାରିବେ?
ଉତ୍ତର:-
ନିରାକାର ଶିବବାବା ଆମର ପିତା ଏବଂ ବ୍ରହ୍ମା ଆମର ମାତା ଅଟନ୍ତି । ନିରାକାର ଭଗବାନ କିପରି
ମାତା-ପିତା, ବନ୍ଧୁ-ସଖା ହେଉଛନ୍ତି, ଏହି ଗୁହ୍ୟ ଏବଂ ଗୁପ୍ତ ରହସ୍ୟକୁ କେବଳ ବ୍ରାହ୍ମଣ କୁଳର
ପିଲାମାନେ ହିଁ ବୁଝିପାରିବେ । ସେମାନଙ୍କ ଭିତରେ ମଧ୍ୟ ଯେଉଁମାନେ ଦୈବୀକୁଳରେ ଉଚ୍ଚ ପଦ ପାଇବେ,
ସେହିମାନେ ହିଁ ଏହି ରହସ୍ୟକୁ ଯଥାର୍ଥ ଭାବରେ ବୁଝିପାରିବେ ।
ଓମ୍ ଶାନ୍ତି ।
ପିଲାମାନେ ବସିଛନ୍ତି ଏବଂ ଜାଣୁଛନ୍ତି ଯେ ବାପଦାଦା ଆସିଛନ୍ତି । ବାପା ତ ଦାଦାଙ୍କ ସହ ଏକତ୍ର
ହୋଇଯାଉଛନ୍ତି, ତେଣୁ କୁହାଯାଉଛି ବାପଦାଦା ଆସିଛନ୍ତି । ସିଏ ଶିକ୍ଷକ ମଧ୍ୟ ଅଟନ୍ତି । ବାବା,
ଦାଦାଙ୍କ ବିନା ତ କିଛି ଶୁଣାଇ ପାରିବେ ନାହିଁ । ବୁଦ୍ଧି ଖେଳାଇବାକୁ ପଡିବ କାହିଁକିନା ଏହା ନୂଆ
କଥା । ଅଜ୍ଞାନ କାଳରେ ଜଣଙ୍କୁ ହିଁ ମନେ ପକାଇଥା’ନ୍ତି । କହିବେ ଆମର ଗୁରୁ ଅମୁକ ଜାଗାରେ ଅଛନ୍ତି
। ତାଙ୍କର ଶରୀରର ନାମକୁ ଜାଣିଥାଆନ୍ତି । ପୁଣି କୁହନ୍ତି ମୋର ପିତା, ମୋର ମାତା ଅମୁକ ଜାଗାରେ
ଅଛନ୍ତି । ସେମାନଙ୍କର ନାମ ରୂପ ସବୁ କିଛି ରହିଛି । ମନୁଷ୍ୟମାନେ ପୁଣି ସଂକ୍ଷେପରେ
ଲେଖିଦେଇଛନ୍ତି । ମନୁଷ୍ୟମାନେ ଯାହା କିଛି ରଚନା କରିଛନ୍ତି, ସେଥିରେ କିଛି ନା କିଛି ଭୁଲ
ରହିଯାଇଛି । ଯଦିଓ ଗାୟନ ରହିଛି ତ୍ୱମେବ ମାତାଶ୍ଚ ପିତା... ଏହା ଜଣଙ୍କ ପାଇଁ ହିଁ ଗାୟନ ହେଉଛି
। ବ୍ରହ୍ମାଙ୍କ ପାଇଁ ମଧ୍ୟ ଗାୟନ ହେଉନାହିଁ । ତାଙ୍କର ନାମ ରୂପ ବୁଦ୍ଧିରେ ହିଁ ଆସୁନାହିଁ, ନା
ବିଷ୍ଣୁଙ୍କର, ନା ଶଙ୍କରଙ୍କର । ଗାୟନ କରୁଛନ୍ତି ତୁମେ ମାତାପିତା ଆମେ ତୁମର ସନ୍ତାନ, ତାହେଲେ
ବୁଦ୍ଧି ମଧ୍ୟ ଉପରକୁ ଯିବ । ଶ୍ରୀକୃଷ୍ଣଙ୍କୁ କେହି ମନେ ପକାଇବେ ନାହିଁ । ନିରାକାରଙ୍କୁ ହିଁ ମନେ
ପକାଇବେ, କାରଣ ସବୁ ମହିମା ତାଙ୍କର । ତେଣୁ ବାବା ବୁଝାଉଛନ୍ତି - ଏଠାରେ ଯେତେବେଳେ ବସୁଛ ତେବେ
ଲୌକିକ ସମ୍ବନ୍ଧଠାରୁ ବୁଦ୍ଧିର ସମ୍ପର୍କ ତୁଟାଇ ପାରଲୌକିକ ବାବାଙ୍କୁ ସ୍ମରଣ କର କାରଣ
ବର୍ତ୍ତମାନ ସିଏ ସମ୍ମୁଖରେ ଅଛନ୍ତି । ଭକ୍ତିମାର୍ଗରେ ଗାୟନ କରିଲା ବେଳେ ଆଖି ଉପରକୁ କରି
କୁହନ୍ତି - ତୁମ ମାତ୍ ପିତା.... ହେ ଭଗବାନ ବୋଲି କହି ସ୍ମରଣ କରନ୍ତି । ଯେତେବେଳେ ଭଗବାନ ବୋଲି
କହୁଛନ୍ତି ସେତେବେଳେ ଶିବଲିଙ୍ଗକୁ ମଧ୍ୟ ମନେ ପକାଉ ନାହାଁନ୍ତି । ଶୁଆ ଭଳି କିଛି ନ ବୁଝି ଡାକି
ଚାଲିଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କ ପାଇଁ ମଧ୍ୟ ସେଭଳି କହିପାରିବେ ନାହିଁ କାରଣ ସିଏ ତ ମହାରାଜା
ମହାରାଣୀ ଅଟନ୍ତି । ତାଙ୍କର ସନ୍ତାନ ହିଁ ତାଙ୍କୁ ମାତା-ପିତା ବୋଲି କହିବେ, ବନ୍ଧୁ କହି ପାରିବେ
ନାହିଁ । ଭକ୍ତମାନେ ଗାୟନ କରୁଛନ୍ତି ହେ ପତିତ-ପାବନ, କିନ୍ତୁ ବୁଦ୍ଧିରେ ଶିବଲିଙ୍ଗ ଆସୁନାହିଁ,
ଏମିତି ଖାଲି କହିଦେଉଛନ୍ତି ହେ ଭଗବାନ! ହେ ଭଗବାନ କିଏ କହିଲା, କାହାକୁ କହିଲା? କିଛି ବି ଜଣା
ନାହିଁ । ଯଦି ଏହି ଜ୍ଞାନ ଜଣାଥା’ନ୍ତା ଯେ ମୁଁ ଆତ୍ମା ତାଙ୍କୁ ଡାକୁଛି ତେବେ ଏକଥା ମଧ୍ୟ
ଜାଣିଥାନ୍ତେ ଯେ ସିଏ ନିରାକାର ପରମାତ୍ମା ହିଁ ଅଟନ୍ତି ଓ ତାଙ୍କର ରୂପ ଜ୍ୟୋତିର୍ଲିଙ୍ଗ ଅଟେ ।
ଯଥାର୍ଥ ଭାବରେ କେହି ବାବାଙ୍କୁ ମନେ ପକାଉ ନାହାଁନ୍ତି । ତାଙ୍କଠାରୁ କ’ଣ ପ୍ରାପ୍ତି ହେବ, କେବେ
ହେବ - ଏକଥା କିଛି ବି ଜାଣିନାହାଁନ୍ତି । ତୁମେ ବି ଜାଣି ନ ଥିଲ । ଏବେ ବାବାଙ୍କର ହୋଇଛ । ତୁମେ
ଜାଣିଛ ଆମକୁ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ନିଜର ସନ୍ତାନ କରିଛନ୍ତି । ବ୍ରହ୍ମା ମା ଅଟନ୍ତି ।
ଏହି ବ୍ରହ୍ମା ମାତାଙ୍କ ଦ୍ୱାରା ଶିବବାବା ଆମକୁ ପୋଷ୍ୟ କରିଛନ୍ତି । ବର୍ତ୍ତମାନ ତୁମେ ଭଲ ଭାବରେ
ଜାଣିଛ ଆମେ ଶିବ ବାବାଙ୍କର ସନ୍ତାନ ଅଟୁ । ସାକାରରେ ପୁଣି ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ
। ଶିବବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟିର ରଚନା କରୁଛନ୍ତି । ଏମିତି ନୁହେଁ
କି କୌଣସି ନୂତନ ସୃଷ୍ଟି ରଚନା କରୁଛନ୍ତି? ନା, ବର୍ତ୍ତମାନ ଆସି କୋଳକୁ ନେଇଛନ୍ତି । ପୋଷ୍ୟ
କରୁଛନ୍ତି । ଏବେ ମାତାପିତା କହୁଛୁ ତେଣୁ ଶିବ ହେଲେ ପିତା ଏବଂ ବ୍ରହ୍ମା ହେଲେ ମାତା । ତାଙ୍କୁ
କୁହାଯାଉଛି ମାତ-ପିତା । ପିତା ଶିବବାବା ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି ତୁମେ ଆତ୍ମାମାନେ ମୋର
ସନ୍ତାନ ଅଟ । ପୁଣି ଆତ୍ମାମାନଙ୍କୁ ପରିଚୟ ଦେଉଛନ୍ତି ଯେ ଆତ୍ମା କ’ଣ? କହୁଛନ୍ତି ମଧ୍ୟ ଭ୍ରୃକୁଟୀ
ମଝିରେ ନିବାସ କରୁଛି, ତାରକା ସଦୃଶ ଅଟେ, ଆଉ କିଛି ଜାଣିନାହାଁନ୍ତି । ଏକଥା କହିପାରିବେ ନାହିଁ
ଯେ ଆତ୍ମା ୮୪ ଜନ୍ମ ଭୋଗ କରୁଛି । ଆତ୍ମା ଶରୀର ଦ୍ୱାରା ଅଭିନୟ କରୁଛି । ଭିନ୍ନ-ଭିନ୍ନ ନାମ,
ରୂପ, ଦେଶ, କାଳରେ ଆତ୍ମା ଗୋଟିଏ ଶରୀର ଛାଡିଲେ ତାହାର ସାରା ପରିବାର ହିଁ ବଦଳିଯାଉଛି । ଯେମିତି
କେହି ଯଦି ପୋଷ୍ୟ କରିଥା’ନ୍ତି ତେବେ ତା’ର ପରିବାର ହିଁ ବଦଳି ଯାଇଥାଏ । ଯେଉଁ ମାତା ପିତା ଜନ୍ମ
ଦେଇଛନ୍ତି ତାଙ୍କୁ ଜାଣିଥାଏ ମାତ୍ର ଯିଏ ପୋଷ୍ୟ କରି ନେଇଥା’ନ୍ତି ତାଙ୍କ ଘରର ହୋଇଯାଇଥା’ନ୍ତି ।
ଏବେ ତୁମେ ଶୁଦ୍ର କୁଳରୁ ଆସି ବ୍ରାହ୍ମଣ କୁଳର ହୋଇଛ । ବ୍ରହ୍ମାଙ୍କ ଶରୀର ଦ୍ୱାରା ତୁମକୁ ପୋଷ୍ୟ
କରିଛନ୍ତି । ତୁମେ ତ ବ୍ରାହ୍ମଣ କୁଳକୁ ଆସିଗଲ । ଏହି ସବୁ କଥା ଶାସ୍ତ୍ରରେ ଲେଖାଯାଇ ନାହିଁ, ଏହା
ତୁମକୁ ବୁଝାଯାଉଛି । ଲେଖିବା ଦ୍ୱାରା କେହି ବୁଝିପାରୁ ନାହାଁନ୍ତି ।
ଏବେ ତୁମେ ପିଲାମାନେ ହିଁ ଜାଣିଛ - ଆମେ ପରମପିତା ପରମାତ୍ମାଙ୍କର ସନ୍ତାନ ହୋଇଛୁ । ଇଏ ବ୍ରହ୍ମା
ହେଲେ ମା’ । ବ୍ରହ୍ମାଙ୍କୁ ପ୍ରଜାପିତା ହିଁ କୁହାଯାଏ । ଏହାଙ୍କ ଦ୍ୱାରା ତୁମମାନଙ୍କୁ ପୋଷ୍ୟ
କରୁଛି - ଏ ସବୁ ଗୁପ୍ତ କଥା । ସମ୍ମୁଖକୁ ନ ଆସିଲେ ଏକଥା କେହି ବୁଝିପାରିବେ ନାହିଁ । ଯିଏ ଏହି
ବ୍ରାହ୍ମଣ କୁଳର ହୋଇଥିବେ ଏବଂ ଦେବତା କୁଳରେ ଉଚ୍ଚ ପଦ ପ୍ରାପ୍ତ କରିଥିବେ ସେହିମାନେ ହିଁ ବୁଝିବେ
। ନୂଆମାନଙ୍କ ବୁଦ୍ଧିରେ ଏହି କଥା ଧାରଣ ହେବ ନାହିଁ । ନା ତାଙ୍କ ବୁଦ୍ଧିରେ ଧାରଣ ହେବ, ନା
ସେମାନେ କାହାକୁ ବୁଝାଇ ପାରିବେ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ବୁଦ୍ଧିରେ
ଧାରଣା କରୁଛନ୍ତି । ଗାୟନ ହେଉଛି ତ୍ୱମେବ ମାତାଶ୍ଚ ପିତା... ଶିବ ବାବାଙ୍କୁ ହିଁ ମନେ ପକାଉଛନ୍ତି
। ପୁଣି କହୁଛନ୍ତି ତୁମେ ମାତା ପିତା । ଜଣେ ପିତା ପୁଣି ମାତା ପିତା ଉଭୟ କିପରି ହେଉଛନ୍ତି? ଏହି
କଥା ଆଉ କେହି ବୁଝାଇ ପାରିବେ ନାହିଁ । ଯେପରି ଶାସ୍ତ୍ରରେ ବ୍ୟାସ ଦେବ ଯାହା ଲେଖିଯାଇଛନ୍ତି ତାକୁ
ଲୋକମାନେ ମୁଖସ୍ତ କରିଦେଇଛନ୍ତି, ସେହିପରି ତୁମକୁ ମଧ୍ୟ କହିବେ, ତୁମକୁ କେହି ଶୁଣାଇଛନ୍ତି ଓ
ତୁମେମାନେ ତାକୁ ମୁଖସ୍ତ କରିଦେଇଛ । ନୂଆ ଲୋକଙ୍କ ପାଇଁ ବୁଝିବା ବଡ ମୁଶକିଲ୍ । ଏଠାରେ ଯେଉଁମାନେ
ରହୁଛନ୍ତି ସେମାନଙ୍କ ଭିତରୁ କେହି କେହି ମଧ୍ୟ କାହାକୁ ଏତିକି କଥା ବୁଝାଇପାରିବେ ନାହିଁ ଯେ ତୁମେ
ଗୋଟିଏ ଆତ୍ମା ଏବଂ ତୁମର ପିତା ପରମପିତା ପରମାତ୍ମା ଅଟନ୍ତି । ସେହି ଅବିନାଶୀ ପିତା ହିଁ ଅବିନାଶୀ
ସମ୍ପତ୍ତି ଦେଉଛନ୍ତି । ପୂର୍ବରୁ ସମ୍ପତ୍ତି ଦେଇଥିଲେ, ପୁନର୍ଜନ୍ମ ନେଇ ନେଇ ୮୪ ଜନ୍ମ ପୂର୍ଣ୍ଣ
ହେଲା, ଏବେ ବାବା ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ଏହି କଥା କାହାକୁ ବୁଝାଇବା କେତେ
ସହଜ ଅଟେ । ତୁମେ ମାତା-ପିତା ବୋଲି କାହାକୁ କୁହାଯାଉଛି - ଏହା ବିଚାର କରିବାର କଥା ନା ।
ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି ତେଣୁ ମା ମଧ୍ୟ ନିଶ୍ଚିତ ଦରକାର । ତେବେ ଯିଏ ଅନନ୍ୟ
କନ୍ୟା ଅଟନ୍ତି, ଡ୍ରାମା ପ୍ଲାନ ଅନୁସାରେ ତାଙ୍କୁ ହିଁ ଜଗତ-ଅମ୍ବାର ଉପାଧି ଦିଆଯାଇଛି । ପୁରୁଷକୁ
ଜଗତଅମ୍ବା କହିପାରିବା ନାହିଁ, ତାଙ୍କୁ ଜଗତପିତା କୁହାଯିବ । ତାଙ୍କର ପ୍ରଜାପିତା ନାମ ବିଖ୍ୟାତ
ଅଟେ । ଆଚ୍ଛା! ପ୍ରଜା ମାତା କୁଆଡେ ଗଲେ? ତେଣୁ ମାତାଙ୍କୁ (ମମ୍ମାଙ୍କୁ) ପୋଷ୍ୟ କରାଯାଉଛି ।
ଆଦିଦେବ ତ ଅଛନ୍ତି ପୁଣି ଆଦି ଦେବୀକୁ ନିଧାର୍ଯ୍ୟ କରାଯାଉଛି । ଜଗତଅମ୍ବା ତ କେବଳ ଜଣେ ହିଁ
ଅଟନ୍ତି - ତାଙ୍କର ମହିମା କରାଯାଉଛି । ଜଗତଅମ୍ବାଙ୍କ ମନ୍ଦିରରେ କେତେ ମେଳା ଲାଗୁଛି । କିନ୍ତୁ
ତାଙ୍କର କର୍ତ୍ତବ୍ୟ ବିଷୟରେ କେହି ବି ଜାଣିନାହାଁନ୍ତି । କଲିକତାରେ କାଳୀଙ୍କର ମନ୍ଦିର ଅଛି ।
ବମ୍ବେରେ ମଧ୍ୟ ଜଗତଅମ୍ବାଙ୍କର ମନ୍ଦିର ରହିଛି । କିନ୍ତୁ ଚେହେରା ଅଲଗା ଅଲଗା । ଜଗତଅମ୍ବା କିଏ?
ଏକଥା କେହି ଜାଣିନାହାଁନ୍ତି । ତାଙ୍କୁ ମଧ୍ୟ ଭଗବତୀ ବୋଲି କହୁଛନ୍ତି । ବର୍ତ୍ତମାନ
ଜଗତଅମ୍ବାଙ୍କୁ ଭଗବତୀ କହିପାରିବ ନାହିଁ କାରଣ ସିଏ ତ ବ୍ରାହ୍ମଣୀ ଅଟନ୍ତି, ଜ୍ଞାନ-ଜ୍ଞାନେଶ୍ୱରୀ
ଅଟନ୍ତି, ତାଙ୍କୁ ବାବାଙ୍କଠାରୁ ଜ୍ଞାନ ମିଳିଛି । ତୁମେ ସବୁ ଜଗତଅମ୍ବାଙ୍କର ସନ୍ତାନ ଅଟ । ନିଜେ
ଜ୍ଞାନକୁ ଶୁଣି ପୁଣି ଅନ୍ୟମାନଙ୍କୁ ଶୁଣାଉଛ । ଏହା ତୁମର ଧନ୍ଦା । ତୁମକୁ ଈଶ୍ୱର ପାଠ ପଢାଉଛନ୍ତି,
କୌଣସି ମନୁଷ୍ୟ ପଢାଉନାହାଁନ୍ତି । ଏହି ବ୍ରହ୍ମା ମଧ୍ୟ ମନୁଷ୍ୟ ଅଟନ୍ତି । ମନୁଷ୍ୟ କାହାକୁ ବି
ପବିତ୍ର କରିପାରିବେ ନାହିଁ । ମନୁଷ୍ୟଙ୍କର ବୁଦ୍ଧି ଏତେ ଦୁର୍ବଳ ହୋଇଯାଇଛି ଯେ କିଛି ବି
ବୁଝିପାରୁନାହାଁନ୍ତି । ପତିତପାବନ ତ ଏକମାତ୍ର ଶିବବାବା ଅଟନ୍ତି । ସିଏ ପତିତମାନଙ୍କୁ ପବିତ୍ର
କରିବା ପାଇଁ ହିଁ ଆସୁଛନ୍ତି । ବର୍ତ୍ତମାନ ସାରା ଦୁନିଆ ତମୋପ୍ରଧାନ ଅଟେ, ଏଠାରେ ସମସ୍ତେ ପତିତ
ଅଟନ୍ତି । ନୂଆ ଦୁନିଆ ପବିତ୍ର, ପୁରୁଣା ଦୁନିଆ ପତିତ ଅଟେ । ପୁରୁଣା ଦୁନିଆରେ ନର୍କବାସୀ
ମନୁଷ୍ୟ ଅଛନ୍ତି, ନୂଆ ଦୁନିଆରେ ସ୍ୱର୍ଗବାସୀ ମନୁଷ୍ୟ ଥାନ୍ତି । ବିବେକ କହୁଛି ଯେ ସତ୍ୟଯୁଗରେ
କେବଳ ଭାରତବାସୀ ଦେବୀ ଦେବତାମାନେ ହିଁ ଥିବେ ଆଉ କେହି ନ ଥିବେ । ଏବେ ତୁମ ପିଲାମାନଙ୍କୁ ଏହି
ଜ୍ଞାନ ମିଳିଛି । ନୂଆ ଦୁନିଆରେ ପ୍ରଥମେ ସୂର୍ଯ୍ୟବଂଶୀ ଦେବତାମାନେ ଥିଲେ ପରେ ଚନ୍ଦ୍ରବଂଶୀମାନେ
ଆସିଲେ ତେଣୁ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ଅତୀତ ହୋଇଗଲା । ଚନ୍ଦ୍ରବଂଶୀମାନଙ୍କ ପରେ ପୁଣି
ବୈଶ୍ୟବଂଶୀ... ଆସିଥା’ନ୍ତି । ତେବେ ନିଶ୍ଚିତ ଭାବରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ।
ଆଚ୍ଛା ତାଙ୍କ ପୂର୍ବରୁ କ’ଣ ଥିଲା ଏକଥା କେହି ବୁଝିପାରୁ ନାହାଁନ୍ତି । ତୁମ ପିଲାମାନଙ୍କୁ ବାବା
ହିଁ ଚକ୍ରର ରହସ୍ୟ ବୁଝାଇ ଦେଇଛନ୍ତି ଯେ ଦ୍ୱାପର ଯୁଗରେ ବୈଶ୍ୟବଂଶୀ ଓ କଳିଯୁଗରେ ଥା’ନ୍ତି
ଶୁଦ୍ରବଂଶୀ ।
ଏବେ ତୁମେ ଜାଣିଛ - ଆମେ ଏବେ ବ୍ରାହ୍ମଣ ହୋଇଛୁ । ତୁମକୁ ବାବା ଆସି ନିଜର କରିଛନ୍ତି ଅର୍ଥାତ୍
ଶୁଦ୍ର ଧର୍ମରୁ ଦେବତା ଧର୍ମକୁ ପରିବର୍ତ୍ତନ କରୁଛନ୍ତି । ଏବେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ତ
ନାହାଁନ୍ତି, ନା ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଅଛି, ନା ରାମରାଜ୍ୟ ଅଛି । ଏବେ ହେଲା କଳିଯୁଗର
ଶେଷ ସମୟ । କଳିଯୁଗ ପରେ ନିଶ୍ଚିତ ସତ୍ୟଯୁଗ ଆସିବ । କଳିଯୁଗରେ ପୁରୁଣା ପତିତ ଦୁନିଆ
ହୋଇଯାଇଥିବାରୁ ଏଠାରେ ସମସ୍ତେ ମହାନ ଦୁଃଖୀ ହୋଇଯାଇଛନ୍ତି, ସେଥିପାଇଁ ଦେବତାମାନଙ୍କ ପାଖରେ ଯାଇ
ମହିମା ଗାନ କରୁଛନ୍ତି, ମୁଣ୍ଡ ନୁଆଁଉଛନ୍ତି । ଆଚ୍ଛା ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜ୍ୟ କିଏ
ଦେଇଥିଲେ? କେହି ଅଛନ୍ତି ଯିଏ ଏକଥା କହିପାରିବ । କାହାରି ବିଚାରରେ ଏ କଥା ନ ଥିବ କାରଣ
ସେମାନଙ୍କ ବୁଦ୍ଧିରେ ଅଛି କଳିଯୁଗ ଏବେ ବାଳୁତ ଅବସ୍ଥାରେ ଅଛି । ଆହୁରି ୪୦ ହଜାର ବର୍ଷ ବାକି
ରହିଛି ସେଥିପାଇଁ ଏହି ବିଚାର ଆସୁ ହିଁ ନାହିଁ । ଏବେ ତୁମକୁ ଏହି ବିଚାର ଆସୁଛି । କେତେକ ପିଲା
କହୁଛନ୍ତି ମୋର ମନେ ରହୁ ନାହିଁ । କାହିଁକି ମନେ ରହୁ ନାହିଁ? କାରଣ ସକାଳୁ ସକାଳୁ ଉଠି ବାବାଙ୍କ
ସ୍ମୃତିରେ ବସି ଧାରଣା କରୁନାହଁ । ନିଜେ ବୁଝୁଛନ୍ତି କିନ୍ତୁ କାହାକୁ ବୁଝାଇ ପାରୁ ନାହାଁନ୍ତି ।
ଏମିତି ତ ନିଶ୍ଚିତ ହେବ । ସମସ୍ତେ ତ ଏକାଭଳି ବୁଦ୍ଧିମାନ ହୋଇପାରିବେ ନାହିଁ । ଏଠାରେ
ବୁଦ୍ଧିମାନ ବି ଆବଶ୍ୟକ ଏବଂ ନିର୍ବୁଦ୍ଧିଆ ମଧ୍ୟ ଆବଶ୍ୟକ । ବହୁତ ବୁଦ୍ଧିମାନ ହେଲେ ଯାଇ ରାଜା
ରାଣୀ ହେବେ । ଯେତେ ଅଧିକ ଯିଏ ବୁଝୁଛନ୍ତି ଏବଂ ବୁଝାଉଛନ୍ତି ସେମାନଙ୍କର ନାମ ବିଖ୍ୟାତ ହେଉଛି ।
କେଉଁଠାରେ ଯେବେ ପ୍ରଦର୍ଶନୀ ଲାଗୁଛି, ତେବେ ବାବାଙ୍କ ପାଖକୁ ପତ୍ର ଲେଖୁଛନ୍ତି ବାବା ଅମୁକଙ୍କୁ
ପଠାନ୍ତୁ । ବାବା କହୁଛନ୍ତି କ’ଣ ତୁମେ ବୁଝାଇପାରିବ ନାହିଁ? ଉତ୍ତରରେ କହୁଛନ୍ତି, ବାବା ତାଙ୍କର
ଭଲ ଅଭ୍ୟାସ ରହିଛି । ବୁଝାଇବାରେ ଆମେ ଟିକିଏ ଦୁର୍ବଳ ଅଛୁ । ବାବା ନିଜେ ବି କହୁଛନ୍ତି - ଯଦି
କେଉଁଠାରୁ ନିମନ୍ତ୍ରଣ ମିଳୁଛି, ତେବେ ଲେଖି ଜଣାଇଦିଅ ଯେ କିଏ କିଏ ସେଠାରେ ଅଛନ୍ତି ତେବେ ମୁଁ
ଦେଖିବି କେଉଁମାନଙ୍କୁ ପଠାଇବା ଉଚିତ୍ । କୌଣସି ସନ୍ନ୍ୟାସୀଙ୍କୁ ସେଠାକୁ ନିମନ୍ତ୍ରଣ ଦିଆଯାଇଛି
କି? ତେବେ ବହୁତ ଭଲ ବ୍ରହ୍ମାକୁମାରୀଙ୍କୁ ପଠାଇବାକୁ ହେବ । ଆଚ୍ଛା, କୁମାରକା (ପ୍ରକାଶମଣୀ)
ଅଛନ୍ତି, ମନୋହର ଅଛନ୍ତି, ଗଙ୍ଗେ ଅଛନ୍ତି - ଏମାନଙ୍କ ଭିତରୁ କାହାକୁ ବି ପଠାଇ ଦିଅନ୍ତୁ ।
ସନ୍ତାନ ତ ଅନେକ ଅଛନ୍ତି । ଜଗଦୀଶଙ୍କୁ ପଠାଇ ଦିଅନ୍ତୁ, ରମେଶଙ୍କୁ ପଠାଇ ଦିଅନ୍ତୁ । ତୁମେ ବି
ଜାଣିଛ ଏମାନେ ଜଣେ ଜଣଙ୍କ ଠାରୁ ବଳି ଯୋଗ୍ୟ ଅଟନ୍ତି । ଯେପରି ଜଜ୍ ମାଜିଷ୍ଟ୍ରେଟ୍ ଥା’ନ୍ତି ।
ଜଣେ ଅନ୍ୟଜଣଙ୍କଠାରୁ ଯୋଗ୍ୟ ହୋଇଥାନ୍ତି । ସରକାରଙ୍କୁ ଜଣା ଥାଏ ଯେ ଏମାନେ ଜଣେ ଅନ୍ୟ ଜଣଙ୍କଠାରୁ
ଯୋଗ୍ୟ ଅଟନ୍ତି । ସେଥିପାଇଁ ତ ମକଦ୍ଦମା ଗୁଡିକ ଗୋଟିଏ କୋର୍ଟରୁ ଉପର କୋର୍ଟକୁ ଯାଉଛି ତା’ଠାରୁ
ମଧ୍ୟ ଉପରକୁ ହାଇକୋର୍ଟକୁ ଯାଇ ତା’ଠାରୁ ଉପରକୁ ଯାଇଥାଆନ୍ତି । ସିଏ ବି ଯଦି ଠିକ୍ ଭାବରେ ନ୍ୟାୟ
ନ କରିପାରିଲେ ତେବେ ତା ଉପର କୋର୍ଟକୁ ମଧ୍ୟ ଯିବେ । ଗୁହାରୀ ଶୁଣାଇବେ ଯେ ୟାଙ୍କ ଉପରେ ଦୟା
କରନ୍ତୁ । ଏବେ ଏପରି କଥା ସବୁ ଏହିଠାରେ ହେଉଛି । ସତ୍ୟଯୁଗ-ତ୍ରେତା ଯୁଗରେ ହୋଇ ନ ଥାଏ । ପୁଣି
ଦ୍ୱାପର ଯୁଗରେ ରାଜାରାଣୀଙ୍କର ରାଜ୍ୟ ଚାଲେ । ସେଠାରେ ତ ମହାରାଜା-ମହାରାଣୀ ହିଁ ମକଦ୍ଦମାର
ବିଚାର କରିଥାନ୍ତି । ମକଦ୍ଦମା ମଧ୍ୟ ବହୁତ କମ୍ ଥାଏ । ଏବେ ତମୋପ୍ରଧାନ ପତିତ ହୋଇଯାଇଛନ୍ତି ।
ତେଣୁ ବାଦଶାହଙ୍କ ପାଖକୁ ମକଦ୍ଦମା ଗଲେ ଅଳ୍ପ କିଛି ଦଣ୍ଡ ଦେଇଦେଇଥା’ନ୍ତି । ଗୁରୁତର ଅପରାଧ
ହୋଇଥିଲେ ଅଧିକ ଦଣ୍ଡ ଦେବେ । ଏଠାରେ ତ ଅନେକ ଜଜ୍ ଓକିଲ ଆଦି ଅଛନ୍ତି । ଦ୍ୱାପରଯୁଗର ଏବଂ
ଏଠାକାର କାରବାର ଭିତରେ କେତେ ପ୍ରଭେଦ ରହିଛି, ସତ୍ୟଯୁଗରେ କ’ଣ ହୁଏ ଏକଥା କାହାକୁ ଜଣାନାହିଁ ।
ଏବେ ବାବା ଆସି ବୁଝାଉଛନ୍ତି - କାହାକୁ ବି ପଚାର, ଲକ୍ଷ୍ମୀ-ନାରାୟଣଙ୍କୁ ଜାଣିଛ? ଯେମିତି ବିରଳା
ଅଛନ୍ତି । ବହୁତ ମନ୍ଦିର ତିଆରି କରି ଚାଲିଛନ୍ତି, ତେବେ ଯଦି କେହି ବୁଦ୍ଧିମାନ ପିଲା ଅଛନ୍ତି
ତାଙ୍କୁ ଚିଠି ଲେଖନ୍ତୁ । ତୁମେ ତ ବହୁତ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରୁଛ କିନ୍ତୁ
ଏମାନଙ୍କୁ ଏହି ରାଜଧାନୀ କିପରି ମିଳିଲା? ଯେବେ କି ସତ୍ୟଯୁଗ ପୂର୍ବରୁ କଳିଯୁଗ ଥିଲା? କଳିଯୁଗରେ
ତ କିଛି ବି ନାହିଁ । ଦେବତାମାନେ ତ କାହା ସହିତ ଲଢେଇ କରି ନ ଥିବେ । ଯୁଦ୍ଧ ଦ୍ୱାରା କେହି
ବିଶ୍ୱର ମାଲିକ ହୋଇପାରିବେ ନାହିଁ । ଯିଏ ବିଶ୍ୱର ମାଲିକ ଥିଲେ, ସେହି ଲକ୍ଷ୍ମୀ-ନାରାୟଣଙ୍କର
ମୂର୍ତ୍ତି ରଖାଯାଇଛି । ଏବେ ତ ହେଉଛି କଳିଯୁଗ । ଏଠାରେ ତ ଅସ୍ତ୍ରଶସ୍ତ୍ରରେ ଲଢେଇ ଚାଲିଛି ।
ବାବା ବୁଝାଉଛନ୍ତି - ଖ୍ରୀଷ୍ଟିୟାନଧର୍ମବଲମ୍ବୀମାନେ ଯଦି ପରସ୍ପର ଭିତରେ ମିଶିଯିବେ, ପରସ୍ପର
ସହିତ ଭଲ ସମ୍ପର୍କ ରଖିବେ ତେବେ ବିଶ୍ୱର ମାଲିକ ହୋଇପାରିବେ । କିନ୍ତୁ ବିଶ୍ୱର ମାଲିକ ତ
ଲକ୍ଷ୍ମୀ-ନାରାୟଣ ହିଁ ହେଉଛନ୍ତି । ବିବେକ କହୁଛି ଏମାନେ ଯଦି ପରସ୍ପର ମିଶିଯିବେ ତେବେ ବିଶ୍ୱର
ମାଲିକ ହୋଇପାରିବେ କିନ୍ତୁ ସତ୍ୟଯୁଗରେ ରାଜା-ରାଣୀ ତ କେହି ହୋଇପାରିବେ ନାହିଁ । ଡ୍ରାମା ହିଁ
ଏହିଭଳି ରଚନା ହୋଇଛି । ଏବେ ଆମେ ପୁନର୍ବାର ଯୋଗବଳ ଦ୍ୱାରା ସ୍ୱର୍ଗର ସମ୍ପତ୍ତି ନେଉଛୁ । ତୁମେ
ଜଣାଇ ପାରିବ - କଳ୍ପ ପୂର୍ବରୁ ମଧ୍ୟ ସଂଗମଯୁଗରେ ବାବାଙ୍କଠାରୁ ଏହି ପଦ ପାଇଥିଲୁ, ଏବେ ୮୪ ଜନ୍ମ
ଶେଷ ହେଲା, ତେଣୁ ପୁନର୍ବାର ସେହି ସମ୍ପତ୍ତି ନେଉଛୁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଭିତରେ
ଧାରଣା କରିବା ଏବଂ ଅନ୍ୟମାନଙ୍କୁ କରାଇବା ପାଇଁ, ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସିବାକୁ
ହେବ । ନିଜେ ଯାହା କିଛି ବୁଝିଛ ତାକୁ ଅନ୍ୟମାନଙ୍କୁ ବୁଝାଇବାର ଅଭ୍ୟାସ କରିବାକୁ ହେବ ।
(୨) ଲୌକିକ ସମ୍ବନ୍ଧଠାରୁ
ବୁଦ୍ଧିଯୋଗ ତୁଟେଇ ଏକମାତ୍ର ପାରଲୌକିକ ପିତାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କଠାରୁ ଯେଉଁ
ଜ୍ଞାନ ମିଳୁଛି, ତାହାକୁ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ । ଏହା ହିଁ ତୁମର
ଧନ୍ଦା ଅଟେ ।
ବରଦାନ:-
ସମାହିତ କରିବାର
ଶକ୍ତି ଦ୍ୱାରା ଏକମତର ବାତାବରଣ ସୃଷ୍ଟି କରୁଥିବା ଦୃଷ୍ଟାନ୍ତ ରୂପ ହୁଅ ।
ଯେଉଁମାନେ ଏକାଭଳି ଦାନା
ଅଟନ୍ତି, ଜଣଙ୍କର ଲଗନରେ ମଗ୍ନ ଏବଂ ଏକରସ ସ୍ଥିତିରେ ସ୍ଥିତ ରହିଛନ୍ତି ତଥା ଜଣଙ୍କର ମତ ଅନୁସାରେ
ଚାଲୁଛନ୍ତି, ପରସ୍ପର ଭିତରେ ସଂକଳ୍ପରେ ମଧ୍ୟ ଏକମତ ଅଟନ୍ତି, ସେହିମାନେ ହିଁ ମାଳାରେ ଗୁନ୍ଥା
ହୋଇଥାଆନ୍ତି । କିନ୍ତୁ ଏକମତର ବାତାବରଣ ସେତେବେଳେ ସୃଷ୍ଟି ହେବ, ଯେତେବେଳେ ତୁମ ଭିତରେ ସମାହିତ
କରିବାର ଶକ୍ତି ଥିବ । ଯଦି ବି କୌଣସି କଥାରେ ଭିନ୍ନତା ହୋଇଯାଉଛି, ତେବେ ସେହି ଭିନ୍ନତାକୁ ନିଜ
ଭିତରେ ସମାହିତ କରିନିଅ, ତେବେ ଯାଇ ପରସ୍ପର ଭିତରେ ଏକତାର ସହିତ ସମ୍ବନ୍ଧରେ ନିକଟତା ରହିବ ଏବଂ
ସମସ୍ତଙ୍କ ଆଗରେ ଦୃଷ୍ଟାନ୍ତ ରୂପ ହୋଇଯିବ ।
ସ୍ଲୋଗାନ:-
ଯଦି ପ୍ରତ୍ୟେକ
ସଂକଳ୍ପରେ, ବାଣୀରେ ଏବଂ କର୍ମରେ ଆତ୍ମ ଅଭିମାନୀ ସ୍ଥିତିକୁ ଧାରଣ କରିବ ତେବେ ସେବା କ୍ଷେତ୍ରରେ
ଚମକ ଆସିଯିବ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଯେ କୌଣସି ଦୁଃଖଦାୟୀ
ଦୃଶ୍ୟ ଦେଖୁଥିଲେ ମଧ୍ୟ ନଥିଙ୍ଗ୍ ନିଉ ଅର୍ଥାତ୍ କିଛି ନୂଆ କଥା ନୁହେଁ, ଯେଉଁମାନଙ୍କର ଏହିଭଳି
ନଥିଙ୍ଗ୍ ନ୍ୟୁର ଜ୍ଞାନ ପକ୍କା ମନେ ରହିଥିବ ସେମାନେ କେବେ ବି କୌଣସି ପରିସ୍ଥିତିରେ ବିଚଳିତ ହେବେ
ନାହିଁ । କ’ଣ ହେଲା, କିପରି ହେଲା, ଏପରି ହେଲା, ସେପରି ହେଲା.... ଏହିଭଳି ସମାଚାର ଶୁଣୁଥିଲେ
ବା ଦେଖୁଥିଲେ ମଧ୍ୟ ଡ୍ରାମାର ପୂର୍ବ ନିର୍ଦ୍ଧାରିତ ନିଧାର୍ଯ୍ୟକୁ ଶକ୍ତିଶାଳୀ ସ୍ଥିତିରେ ରହି
ଦେଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶକ୍ତି ଦେଇଚାଲ । ଦୁନିଆର ଲୋକମାନେ ବିଚଳିତ ହେଉଥିବେ କିନ୍ତୁ
ତୁମେମାନେ ଏକରସ ସ୍ଥିତିରେ ସ୍ଥିତ ରହି ସେମାନଙ୍କ ଭିତରେ ଶକ୍ତି ଭରୁଥିବ । ତେଣୁ ଯେଉଁମାନେ ବି
ତୁମ ସମ୍ପର୍କରେ ଆସୁଛନ୍ତି, ସେମାନଙ୍କୁ ଶକ୍ତିର ଏବଂ ଶାନ୍ତିର ଦାନ ଦେଇଚାଲ ।