08.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ଯୋଗ ଦ୍ୱାରା ବିକର୍ମର ବିନାଶ ହୋଇଥାଏ, ଟ୍ରାନ୍ସ ଦ୍ୱାରା ନୁହେଁ । ଟ୍ରାନ୍ସ ତ କଣା ପଇସାର ଖେଳ, ସେଥିପାଇଁ ଟ୍ରାନ୍ସରେ ଯିବାର ଆଶା ରଖ ନାହିଁ ।

ପ୍ରଶ୍ନ:-
ମାୟାର ଭିନ୍ନ ଭିନ୍ନ ରୂପରୁ ରକ୍ଷା ପାଇବା ପାଇଁ ବାବା ସବୁ ପିଲାଙ୍କୁ କେଉଁ ସାବଧାନୀ ଦେଉଛନ୍ତି?

ଉତ୍ତର:-
ମିଠେ ବଚ୍ଚେ ଟ୍ରାନ୍ସରେ ଯିବାର ଆଶା ରଖ ନାହିଁ । ଜ୍ଞାନ-ଯୋଗ ସହିତ ଟ୍ରାନ୍ସରେ ଯିବାର କୌଣସି ସମ୍ବନ୍ଧ ନାହିଁ । ଏଠାରେ ମୁଖ୍ୟ କଥା ହେଲା ପାଠପଢା । କେହି କେହି ଟ୍ରାନ୍ସରେ ଯାଇ କହୁଛନ୍ତି, ମୋ ଶରୀରରେ ମମ୍ମା ଆସୁଛନ୍ତି, ବାବା ଆସୁଛନ୍ତି । ଏ ସବୁ ସୂକ୍ଷ୍ମ ମାୟାର ସଂକଳ୍ପ ଅଟେ । ଏ ସବୁଥିରୁ ବହୁତ ସାବଧାନ ରହିବାକୁ ହେବ । ମାୟା ଅନେକ ପିଲାଙ୍କ ଭିତରେ ପ୍ରବେଶ କରି ଓଲଟା କାର୍ଯ୍ୟ କରାଇ ଦେଇଥାଏ । ସେଥିପାଇଁ ଟ୍ରାନ୍ସର ଆଶା ରଖିବା ଉଚିତ୍ ନୁହେଁ ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଏ କଥା ତୁମେମାନେ ବୁଝିଗଲଣି ଯେ ଗୋଟିଏ ପାର୍ଶ୍ଵରେ ଭକ୍ତି ଏବଂ ଅନ୍ୟ ପାର୍ଶ୍ଵରେ ଜ୍ଞାନ ରହିଛି । ଭକ୍ତି ତ ବହୁତ ପ୍ରକାରର ରହିଛି ଏବଂ ଶିଖାଇବା ପାଇଁ ମଧ୍ୟ ଅନେକ ରହିଛନ୍ତି । ଶାସ୍ତ୍ର ମଧ୍ୟ ଭକ୍ତି ଶିଖାଏ ଏବଂ ମଣିଷମାନେ ମଧ୍ୟ ଶିଖାଇଥାନ୍ତି । ଏଠାରେ ଭକ୍ତି ଶିଖାଇବା ପାଇଁ ନା କୌଣସି ଶାସ୍ତ୍ର ଅଛି ନା କେହି ମନୁଷ୍ୟ ଅଛନ୍ତି । ଏଠାରେ କେବଳ ଜଣେ ଆତ୍ମିକ ପିତା ହିଁ ଆତ୍ମାମାନଙ୍କୁ ବୁଝାଉଛନ୍ତି । ଯାହା ଆତ୍ମା ହିଁ ଧାରଣ କରିଥାଏ । ପରମପିତା ପରମାତ୍ମାଙ୍କ ପାଖରେ ସାରା ୮୪ ଚକ୍ରର ଜ୍ଞାନ ରହିଛି, ସେଥିପାଇଁ ତାଙ୍କୁ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ କୁହାଯାଇପାରିବ । ଆମ ସନ୍ତାନମାନଙ୍କୁ ସିଏ ହିଁ ସ୍ୱଦର୍ଶନ ଚକ୍ରଧାରୀ କରୁଛନ୍ତି । ବାବା ମଧ୍ୟ ଏହି ବ୍ରହ୍ମାଙ୍କ ଶରୀରରେ ରହିଛନ୍ତି ତେଣୁ ତାଙ୍କୁ ମଧ୍ୟ ବ୍ରାହ୍ମଣ କୁହାଯାଇପାରିବ । ଆମେ ତାଙ୍କର ସନ୍ତାନ ବ୍ରାହ୍ମଣରୁ ଦେବତା ହେଉଛୁ । ବର୍ତ୍ତମାନ ବାବା ଆସି ଯୋଗର ଯାତ୍ରା ଶିଖାଉଛନ୍ତି । ଏଥିରେ ହଠଯୋଗର କୌଣସି ସମ୍ପର୍କ ହିଁ ନାହିଁ । ସେମାନେ ହଠଯୋଗ ମାଧ୍ୟମରେ ଧ୍ୟାନରେ ବା ଟ୍ରାନ୍ସରେ ଚାଲିଯାଉଛନ୍ତି । ଏହା କିଛି ବଡ କଥା ନୁହେଁ । ଟ୍ରାନ୍ସରେ ଯିବା ତ ପଇସାକର ଖେଳ । ତୁମର କାହାକୁ କେବେ ଏପରି କହିବା ଉଚିତ୍ ନୁହେଁ ଯେ ଆମେ ଟ୍ରାନ୍ସରେ ଯାଉଛୁ, କାରଣ ବିଦେଶରେ ଅନେକ ଲୋକ ଟ୍ରାନ୍ସରେ ଯାଉଛନ୍ତି । ଟ୍ରାନ୍ସରେ ଯିବା ଦ୍ୱାରା ନା ତାଙ୍କର କୌଣସି ଲାଭ ହେଉଛି ନା ତୁମର କିଛି ଲାଭ ହେବ । ବାବା ବୁଝାଉଛନ୍ତି ଯେ ଧ୍ୟାନରେ ଯିବା କୌଣସି ଯୋଗର ଯାତ୍ରା ନୁହେଁ କିମ୍ବା କୌଣସି ଜ୍ଞାନ ନୁହେଁ । ଧ୍ୟାନ ଅଥବା ଟ୍ରାନ୍ସରେ ଯାଉଥିବା ଆତ୍ମା କେବେ କିଛି ବି ଜ୍ଞାନ ଶୁଣିବ ନାହିଁ, ନା ତାଙ୍କର ପାପ ଭସ୍ମ ହେବ । ଟ୍ରାନ୍ସର କୌଣସି ମହତ୍ତ୍ୱ ମଧ୍ୟ ନାହିଁ । ସନ୍ତାନମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି, ତାକୁ ଟ୍ରାନ୍ସ କୁହାଯିବ ନାହିଁ । ଯୋଗ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଟ୍ରାନ୍ସ ଦ୍ୱାରା ବିକର୍ମ ବିନାଶ ହେବ ନାହିଁ । ବାବା ଟ୍ରାନ୍ସରେ ଯିବାର ସଉକ ନ ରଖିବା ପାଇଁ ସାବଧାନ କରିଦେଉଛନ୍ତି ।

ତୁମେମାନେ ଜାଣିଛ, ଏହି ସନ୍ନ୍ୟାସୀମାନଙ୍କୁ ବିନାଶ ସମୟରେ ହିଁ ଜ୍ଞାନ ମିଳିବ । ଯଦିଓ ତୁମେ ତାଙ୍କୁ ଏମିତି ନିମନ୍ତ୍ରଣ ଦେଉଛ କିନ୍ତୁ ଏହି ଜ୍ଞାନ ତାଙ୍କ ବୁଦ୍ଧି ରୂପୀ କଳସରେ ଶୀଘ୍ର ଧାରଣ ହେବ ନାହିଁ । ସେମାନେ ବିନାଶକୁ ସମ୍ମୁଖରେ ଦେଖିଲେ ହିଁ ଆସିବେ ଏବଂ ବୁଝି ପାରିବେ ଯେ, ବର୍ତ୍ତମାନ ତ ମୃତ୍ୟୁର ସମୟ ଆସିଗଲା । ଯେତେବେଳେ ବିନାଶକୁ ସମ୍ମୁଖରେ ଦେଖିବେ ସେତେ ବେଳେ ମାନିବେ । ସେମାନଙ୍କର ଅଭିନୟ ହିଁ ଅନ୍ତିମ ସମୟରେ ରହିଛି । ତୁମେମାନେ କହୁଛ ଏବେ ବିନାଶ ସମ୍ମୁଖରେ ଉପସ୍ଥିତ । ସମସ୍ତଙ୍କର ମୃତ୍ୟୁର ସମୟ । ସେମାନେ ଭାବୁଛନ୍ତି ଏସବୁ ମନଗଢା କଥା ।

ତୁମର ଏହି ବୃକ୍ଷ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି । ସନ୍ନ୍ୟାସୀମାନଙ୍କୁ କେବଳ ଗୋଟିଏ କଥା କହିବାକୁ ହେବ, ଆପଣମାନେ ବାବାଙ୍କୁ ମନେ ପକାନ୍ତୁ । ଏକଥା ମଧ୍ୟ ବାବା ବୁଝାଇଛନ୍ତି ଯେ ତୁମକୁ ଆଖି ବନ୍ଦ କରିବାର ନାହିଁ । ଆଖି ବନ୍ଦ କଲେ ବାବାଙ୍କୁ କିପରି ଦେଖିବ । ଆମେ ଆତ୍ମା, ପରମପିତା ପରାମାତ୍ମାଙ୍କ ସମ୍ମୁଖରେ ବସିଛୁ । ପରମାତ୍ମାଙ୍କୁ ସ୍ଥୂଳ ଚକ୍ଷୁରେ ଦେଖି ପାରିବ ନାହିଁ । ମାତ୍ର ଏହି ଜ୍ଞାନ ଆମମାନଙ୍କ ବୁଦ୍ଧିରେ ରହିଛି । ତୁମେମାନେ ଜାଣିଛ ପରମପିତା ପରମାତ୍ମା ଏହି ଶରୀରର ଆଧାର ନେଇ ଆମକୁ ରାଜଯୋଗର ପାଠ ପଢାଉଛନ୍ତି । ଏଥିରେ ଧ୍ୟାନରେ ଯିବାର କୌଣସି କଥା ହିଁ ନାହିଁ । ଧ୍ୟାନରେ ଯିବା କୌଣସି ବଡ କଥା ନୁହେଁ । ଏହି ଭୋଗ ଆଦି ଲଗାଇବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ସେବାଧାରୀ ହୋଇ ଭୋଗ ଲଗାଉଛ । ଯେମିତିକି ସେବାଧାରୀମାନେ ଧନୀ ଲୋକମାନଙ୍କୁ ଖାନା ଖୁଆଇଥାନ୍ତି । ତୁମେ ମଧ୍ୟ ସେବାଧାରୀ, ଦେବତାମାନଙ୍କୁ ଭୋଗ ଲଗାଉଛ । ସେମାନେ ହେଉଛନ୍ତି ଫରିସ୍ତା । ସେଠାରେ ମମ୍ମା ବାବାଙ୍କୁ ଦେଖୁଛ । ସେମାନଙ୍କ ସଦୃଶ ସମ୍ପୂର୍ଣ୍ଣ ମୂର୍ତ୍ତୀ ହେବା ହିଁ ଆମର ଲକ୍ଷ୍ୟ । ସେମାନଙ୍କୁ ଏପରି ଫରିସ୍ତା କିଏ କରିଲେ? ବାକି ଧ୍ୟାନରେ ଯିବା ତ କୌଣସି ବଡ କଥା ନୁହେଁ । ଯେପରି ଶିବବାବା ଏଠାରେ ତୁମକୁ ପାଠ ପଢାଉଛନ୍ତି ସେହିପରି ସେଠାରେ ମଧ୍ୟ ଶିବବାବା ଏହାଙ୍କ (ବ୍ରହ୍ମାଙ୍କ) ଦ୍ୱାରା କିଛି ବୁଝାଇବେ । ସୂକ୍ଷ୍ମଲୋକରେ କଣ ହେଉଛି, ତାହା କେବଳ ଜାଣିବା କଥା । ବାକି ଟ୍ରାନ୍ସ ଆଦିକୁ କୌଣସି ମହତ୍ୱ ଦେବା ଉଚିତ୍ ନୁହେଁ । କାହାକୁ ଟ୍ରାନ୍ସରେ ନେଇଯିବା, ବା ଦେଖାଇ ଦେବା, ଏହା ମଧ୍ୟ ପିଲାଳିଆମୀ । ବାବା ସମସ୍ତଙ୍କୁ ସାବଧାନ କରି ଦେଉଛନ୍ତି - ଟ୍ରାନ୍ସରେ ଯାଅ ନାହିଁ, ଏଥିରେ କେବେ କେବେ ମାୟାର ପ୍ରବେଶତା ହୋଇଯାଇଥାଏ ।

ଏହା ପାଠପଢା, ଯେଉଁ ପାଠ ବାବା କଳ୍ପ କଳ୍ପ ଆସି ତୁମମାନଙ୍କୁ ପଢାଉଛନ୍ତି । ଏବେ ସଂଗମଯୁଗ । ତୁମର ଟ୍ରାନ୍ସଫର ହେବ । ଡ୍ରାମାର ଯୋଜନା ଅନୁସାରେ ତୁମେମାନେ ଅଭିନୟ କରୁଛ, ଅଭିନୟର ମଧ୍ୟ ମହିମା ରହିଛି । ବାବା ଡ୍ରାମା ଅନୁସାରେ ଆସି ତୁମମାନଙ୍କୁ ପାଠ ପଢାଉଛନ୍ତି । ତୁମକୁ ବାବାଙ୍କଠାରୁ ଥରେ ପାଠପଢି ମନୁଷ୍ୟରୁ ଦେବତା ନିଶ୍ଚିତ ଭାବେ ହେବାକୁ ପଡିବ । ଏଥିରେ ତ ପିଲାମାନେ ଖୁସୀ ହେବା ଦରକାର । ଆମେ ବାବାଙ୍କୁ ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିଗଲୁ । ବାବାଙ୍କଠାରୁ ଶିକ୍ଷା ପ୍ରାପ୍ତ କରି ବହୁତ ହର୍ଷିତ ହେବା ଦରକାର । ତୁମେମାନେ ନୂଆ ଦୁନିଆ ପାଇଁ ପାଠ ପଢୁଛ । ସେଠାରେ ତ ଦେବତାମାନଙ୍କର ରାଜ୍ୟ ରହିବ ତେଣୁ ସେମାନଙ୍କୁ ନିଶ୍ଚିତ ଭାବେ ପୁରୁଷୋତ୍ତମ ସଂଗମଯୁଗରେ ହିଁ ପଢିବାକୁ ହେବ । ତୁମେ ଏହି ଦୁଃଖରୁ ମୁକ୍ତ ହୋଇ ସୁଖର ଦୁନିଆକୁ ଯାଉଛ । ଏଠାରେ ସମସ୍ତେ ତମଃପ୍ରଧାନ ହୋଇଯାଇଛନ୍ତି ତେଣୁ ରୋଗ ଆଦି ହେଉଛି । ଏହି ସବୁ ରୋଗ ସେଠାରେ ରହିବ ନାହିଁ । ତେବେ ମୁଖ୍ୟ କଥା ହେଲା - ପାଠପଢା, ଏଥିରେ ଟ୍ରାନ୍ସ ଆଦିର କୌଣସି ସମ୍ବନ୍ଧ ନାହିଁ । ଏହା କିଛି ବଡ କଥା ନୁହେଁ । ଅନେକ ସ୍ଥାନରେ ଏମିତି ଧ୍ୟାନରେ ଯାଆନ୍ତି ପୁଣି କହନ୍ତି ମମ୍ମା ଆସିଲେ, ବାବା ଆସିଲେ । ବାବା କହୁଛନ୍ତି, ଏଭଳି କିଛି ବି ନୁହେଁ । ବାବା ତ ଗୋଟିଏ କଥା ବୁଝାଉଛନ୍ତି - ତୁମେ ଅଧାକଳ୍ପ ହେବ ଦେହ-ଅଭିମାନୀ ହୋଇ ଯାଇଛ, ବର୍ତ୍ତମାନ ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ଏହାକୁ ହିଁ ଯୋଗର ଯାତ୍ରା କୁହାଯାଏ । ଯୋଗ କହିବା ଦ୍ୱାରା ଯାତ୍ରା ଶବ୍ଦ ସିଦ୍ଧ ହୋଇନଥାଏ । ତୁମ ଆତ୍ମାମାନଙ୍କୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ ଏଠାରୁ ଯିବାକୁ ହେବ । ତୁମେ ବର୍ତ୍ତମାନ ଯାତ୍ରା କରୁଛ । ସେମାନଙ୍କର ଯୋଗକୁ ଯାତ୍ରା କୁହାଯିବ ନାହିଁ । ହଠଯୋଗୀ ତ ଅନେକ ଅଛନ୍ତି । ତାହା ହେଉଛି ହଠଯୋଗ, ଏଠାରେ ତ କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ବାବା କହୁଛନ୍ତି - ମଧୁର ସନ୍ତାନଗଣ, ନିଜକୁ ଆତ୍ମା ନିଶ୍ଚୟ କର । ଆଉ କେହି କେବେ ହେଲେ ଏପରି ବୁଝାଇ ପାରିବେ ନାହିଁ । ଏହା ତ ହେଉଛି ପାଠପଢା । ବାବାଙ୍କର ସନ୍ତାନ ହୋଇ ବାବାଙ୍କଠାରୁ ପାଠପଢି ପୁଣି ଅନ୍ୟମାନଙ୍କୁ ପଢାଇବାକୁ ହେବ । ବାବା କହୁଛନ୍ତି - ତୁମେମାନେ ମ୍ୟୁଜିୟମ୍ (ସଂଗ୍ରାହଳୟ) ନିର୍ମାଣ କର । ତେବେ ସ୍ୱତଃ ପ୍ରବୃତ୍ତ ଭାବେ ତୁମ ପାଖକୁ ଆସିବେ । ଡାକିବାର ପରିଶ୍ରମ କରିବାକୁ ପଡିବ ନାହିଁ । କହିବେ ଏହି ଜ୍ଞାନ ତ ବହୁତ ଭଲ । ଏପରି ଜ୍ଞାନ ଆମେ କେବେ ଶୁଣିନାହୁଁ । ଏଥିରେ ତ ଚରିତ୍ରର ପରିବର୍ତ୍ତନ ହୋଇଥାଏ । ମୁଖ୍ୟ କଥା ହେଉଛି ପବିତ୍ରତା, ସେଥିପାଇଁ ହିଁ ଝଗଡା ଆଦି ହୋଇଥାଏ । ଅନେକ ବିଫଳ ମଧ୍ୟ ହୋଇଯାଉଛନ୍ତି । ତୁମର ଅବସ୍ଥା ଏପରି ହୋଇଯାଉଛି ଯେ, ଏହି ଦୁନିଆରେ ଥାଇ ମଧ୍ୟ ତୁମେ ଯେପରି ସେମାନଙ୍କୁ ଦେଖୁ ନାହଁ । ଖାଇବା ପିଇବା ସମୟରେ ମଧ୍ୟ ତୁମର ବୁଦ୍ଧି ବାବାଙ୍କ ପାଖରେ ଥାଉ । ଯେପରି ବାପା ନୂଆ ଘର ତିଆରି କଲେ ସମସ୍ତଙ୍କର ବୁଦ୍ଧି ସେହି ଆଡକୁ ଚାଲିଯାଏ । ସେହିପରି ଏବେ ତୁମମାନଙ୍କ ପାଇଁ ନୂଆ ଦୁନିଆ ତିଆରି ହେଉଛି । ବେହଦର ବାପା ବେହଦର ଘର ନିର୍ମାଣ କରୁଛନ୍ତି । ତୁମେମାନେ ଜାଣିଛ, ଆମେ ସ୍ୱର୍ଗବାସୀ ହେବା ପାଇଁ ପୁରୁଷାର୍ଥ କରୁଛୁ । ବର୍ତ୍ତମାନ ଚକ୍ର ସଂପୂର୍ଣ୍ଣ ହେଲା । ଏବେ ଆମକୁ ଘର ଏବଂ ସ୍ୱର୍ଗକୁ ଯିବାକୁ ହେବ, ସେଥିପାଇଁ ପବିତ୍ର ହେବାକୁ ପଡିବ । ଯୋଗର ଯାତ୍ରା ଦ୍ୱାରା ହିଁ ପବିତ୍ର ହେବାକୁ ପଡିବ । କିନ୍ତୁ ଯୋଗରେ ହିଁ ବିଘ୍ନ ଆସିଥାଏ, ଏଥିରେ ହିଁ ତୁମର ମାୟା ସହ ଯୁଦ୍ଧ ଚାଲିଥାଏ, ପାଠପଢାରେ ମାୟା ସହିତ ଯୁଦ୍ଧ କରିବାର କଥା ନ ଥାଏ । ପାଠପଢା ତ ବହୁତ ସହଜ । ୮୪ ଚକ୍ରର ଜ୍ଞାନ ମଧ୍ୟ ବହୁତ ସହଜ । ବାକି ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବା, ଏଥିରେ ହିଁ ପରିଶ୍ରମ କରିବାକୁ ପଡିଥାଏ । ବାବା କହୁଛନ୍ତି - ଯୋଗର ଯାତ୍ରାକୁ ଭୁଲ ନାହିଁ । ଅତି କମ୍‌ରେ ୮ ଘଣ୍ଟା ନିଶ୍ଚିତ ଭାବେ ଯୋଗ କର । ଶରୀର ନିର୍ବାହ ନିମନ୍ତେ କର୍ମ ମଧ୍ୟ କରିବାକୁ ହେବ । ଶୋଇବାକୁ ମଧ୍ୟ ପଡିବ । ଏହା ତ ସହଜମାର୍ଗ ନା । ଯଦି ନ ଶୋଇବ ତେବେ ଏହା ମଧ୍ୟ ହଠଯୋଗ ହୋଇଗଲା । ହଠଯୋଗୀ ତ ଅନେକ ଅଛନ୍ତି । ବାବା କହୁଛନ୍ତି ସେମାନଙ୍କୁ ଦେଖ ନାହିଁ, ସେଥିରେ କିଛି ଲାଭ ନାହିଁ । କେତେ ହଠଯୋଗ ଆଦି ଶିଖାଉଛନ୍ତି । ସେସବୁ ମନୁଷ୍ୟ ମତ । ତୁମେ ଆତ୍ମା ଅଟ, ଆତ୍ମା ହିଁ ଶରୀର ଧାରଣ କରି ଅଭିନୟ କରୁଛି । ଡାକ୍ତର ଆଦି ହେଉଛି । କିନ୍ତୁ ମନୁଷ୍ୟ ଦେହ-ଅଭିମାନୀ ହୋଇ କହୁଛି ମୁଁ ଅମୁକ.......

ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି - ମୁଁ ଆତ୍ମା । ବାବା ମଧ୍ୟ ଆତ୍ମା ହିଁ ଅଟନ୍ତି । ଏବେ ତୁମମାନଙ୍କୁ ପରମପିତା ପରମାତ୍ମା ପାଠ ପଢାଉଛନ୍ତି । ସେଥିପାଇଁ ଗାୟନ ରହିଛି - ଆତ୍ମା ପରମାତ୍ମା ଅଲଗ ରହିଲେ ବହୁକାଳ.... କଳ୍ପ କଳ୍ପ ମିଳନ ହେଉଛି । ବାକି ଯିଏବି ସାରା ଦୁନିଆରେ ଅଛନ୍ତି, ସେମାନେ ସବୁ ଦେହ-ଅଭିମାନରେ ଆସି ନିଜକୁ ଦେହ ଭାବି ପାଠ ପଢୁଛନ୍ତି ଓ ଅନ୍ୟମାନଙ୍କୁ ପଢାଉଛନ୍ତି । ବାବା କହୁଛନ୍ତି - ମୁଁ ଆତ୍ମାମାନଙ୍କୁ ରାଜଯୋଗର ପାଠ ପଢାଉଛି । ଜଜ୍‌, ବାରିଷ୍ଟର ଆଦି ମଧ୍ୟ ଆତ୍ମା ହିଁ ହେଉଛି । ତୁମେ ଆତ୍ମାମାନେ ସତ୍ତ୍ୱପ୍ରଧାନ ପବିତ୍ର ଥିଲ, ପୁଣି ଅଭିନୟ କରି କରି ପତିତ ହୋଇଯାଇଛ । ତେଣୁ ଡାକୁଛ ହେ - ବାବା ଆମକୁ ଆସି ପବିତ୍ର ଆତ୍ମା କରିଦିଅ । ବାବା ତ ସଦା ପବିତ୍ର । ଏହି ସବୁ କଥା ଶୁଣିଲେ ହିଁ ଧାରଣା ହେବ । ତୁମ ସନ୍ତାନମାନଙ୍କର ଧାରଣା ହୋଇ ଗଲେ ଦେବତା ହୋଇ ଯାଉଛ । କିନ୍ତୁ ଏହା ସମ୍ପୂର୍ଣ୍ଣ ନୂଆ କଥା ତେଣୁ କାହାର ବୁଦ୍ଧିରେ ଧାରଣ ହେଉ ନାହିଁ । ଏହା ହେଉଛି ଜ୍ଞାନ । ତାହା ହେଉଛି ଭକ୍ତି । ତୁମେ ମଧ୍ୟ ଭକ୍ତି କରି କରି ଦେହ-ଅଭିମାନୀ ହୋଇଯାଉଛ । ଏବେ ବାବା କହୁଛନ୍ତି - ହେ ସନ୍ତାନଗଣ ଆତ୍ମ-ଅଭିମାନୀ ହୁଅ । ଆମ ଆତ୍ମମାନଙ୍କୁ ବାବା ଏହି ଶରୀର ଦ୍ୱାରା ପାଠ ପଢାଉଛନ୍ତି । ଏକଥା ନିରନ୍ତର ମନେ ରଖ ଯେ - ଏହି ସମୟରେ ଆମମାନଙ୍କୁ ଆତ୍ମାର ପିତା ପରମପିତା ପରମାତ୍ମା ପଢାଉଛନ୍ତି । କେବଳ ସଂଗମଯୁଗ ବ୍ୟତୀତ ବାକି ସାରା ଡ୍ରାମାରେ କେବେ ବି ତାଙ୍କର ପାର୍ଟ ନାହିଁ । ସେଥିପାଇଁ ବାବା କହୁଛନ୍ତି - ହେ ମଧୁର ସନ୍ତାନଗଣ, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ଏହା ବହୁତ ଶ୍ରେଷ୍ଠ ଯାତ୍ରା - ଚଢେ ତୋ ଚାଖେ ବୈକୁଣ୍ଠ ରସ, (ଚଢିଲେ ବୈକୁଣ୍ଠ ରସକୁ ପ୍ରାପ୍ତ କରିବ) । ବିକାରଗ୍ରସ୍ତ ହେବା ଦ୍ୱାରା ଏକଦମ୍ ରସା ତଳକୁ ଚାଲିଯାଉଛ । ତଥାପି ସ୍ୱର୍ଗରେ ତ ଆସିବେ କିନ୍ତୁ ପଦ ବହୁତ କମ୍ ହୋଇଯିବ । ଏଠାରେ ରାଜତ୍ୱର ସ୍ଥାପନା ହେଉଛି । ଏଥିରେ କମ୍ ପଦର ଅଧିକାରୀ ମଧ୍ୟ ଦରକାର । ସମସ୍ତେ କଣ ଜ୍ଞାନକୁ ଧାରଣ କରୁଛନ୍ତି । ତେବେ ତ ବାବାଙ୍କର ବହୁତ ସନ୍ତାନ ଦରକାର । ଯଦିଓ ମିଳୁଛନ୍ତି ତାହା ମଧ୍ୟ ବହୁତ କମ ସମୟ ପାଇଁ । ତୁମ ମାତାମାନଙ୍କର ବହୁତ ଗାୟନ ରହିଛି । ବନ୍ଦେ ମାତରମ୍ କହି ଗାୟନ କରୁଛନ୍ତି । ଜଗଦମ୍ବାଙ୍କର କେତେ ବିଶାଳ ମେଳା ହେଉଛି, କାରଣ ସିଏ ବହୁତ ସେବା କରିଛନ୍ତି । ଯିଏ ବହୁତ ସେବା କରନ୍ତି ସିଏ ବଡ ରାଜା ହୋଇଥାନ୍ତି । ଦିଲୱାଡା ମନ୍ଦିରରେ ତୁମମାନଙ୍କର ହିଁ ସ୍ମୃତି ଚିହ୍ନ ରହିଛି । ତୁମ କନ୍ୟାମାନଙ୍କୁ ତ ସମୟ ବାହାର କରିବାକୁ ହେବ । ତୁମେ ଭୋଜନ ଆଦି ପ୍ରସ୍ତୁତ କରିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତିରେ ରହି ବହୁତ ଶୁଦ୍ଧ ଭୋଜନ ତିଆରି କରିବା ଆବଶ୍ୟକ । ସେହି ଭୋଜନ ଯାହାଙ୍କୁ ଖୁଆଇବ ତାଙ୍କର ହୃଦୟ ମଧ୍ୟ ଶୁଦ୍ଧ ହୋଇଯିବ । ଏପରି ବହୁତ ଅଳ୍ପ ଅଛନ୍ତି, ଯାହାଙ୍କୁ ଏପରି ଶୁଦ୍ଧ ଭୋଜନ ପ୍ରାପ୍ତ ହୋଇଥାଏ । ନିଜକୁ ନିଜେ ପଚାର - ମୁଁ ଶିବବାବାଙ୍କର ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କରୁଛି, ଯାହାକୁ ଖାଇଲେ ସେମାନଙ୍କର ହୃଦୟ ପରିବର୍ତ୍ତନ ହୋଇଯିବ । କିନ୍ତୁ ବାରମ୍ବାର ବାବାଙ୍କୁ ଭୁଲି ଯାଉଛ । ବାବା କହୁଛନ୍ତି - ଭୁଲିବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । କାରଣ ବର୍ତ୍ତମାନ ୧୬ କଳା ତ ହୋଇନାହଁ । ସଂପୂର୍ଣ୍ଣ ତ ନିଶ୍ଚିତ ହେବାକୁ ପଡିବ । ପୂର୍ଣ୍ଣିମା ଚାନ୍ଦ କେତେ ଉଜ୍ୱଳ ହୋଇଥାଏ, ପୁଣି କମି କମି କେବଳ ଗୋଟିଏ ଗାର ସଦୃଶ ରହିଥାଏ । ଘନ ଅନ୍ଧକାର ହୋଇଯାଏ ପୁଣି ସମ୍ପୂର୍ଣ୍ଣ ଆଲୋକିତ ହୋଇଥାଏ । ସେହିପରି ଏହି ବିକାର ଇତ୍ୟାଦିକୁ ତ୍ୟାଗ କରି ବାବାଙ୍କ ସହିତ ଯୋଗ ଲଗାଇଲେ ତୁମର ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ । ତୁମେ ମହାରାଜା ହେବା ପାଇଁ ଚାହୁଁଛ, କିନ୍ତୁ ସମସ୍ତେ ତ ହୋଇପାରିବେ ନାହିଁ । ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ । କେହି କେହି ତ କିଛି ବି ପୁରୁଷାର୍ଥ କରୁ ନାହାଁନ୍ତି, ସେଥିପାଇଁ ମହାରଥୀ, ଘୋଡା ସବାର, ପଦାତିକ ବୋଲି କୁହାଯାଏ । ମହାରଥୀ ବହୁତ ଅଳ୍ପ ଥାଆନ୍ତି । ପ୍ରଜା ବା ସେନା ଯେତେ ସଂଖ୍ୟାରେ ଥାଆନ୍ତି, ମେଜର ବା କମାଣ୍ଡର ସେତିକି ନ ଥାନ୍ତି । ତୁମମାନଙ୍କ ଭିତରେ ମଧ୍ୟ କମାଣ୍ଡର, ମେଜର, କ୍ୟାପଟେନ୍ ଆଦି ଅଛନ୍ତି । ପଦାତିକ ମଧ୍ୟ ଅଛନ୍ତି । ତୁମର ମଧ୍ୟ ଏହା ଆତ୍ମିକ ସୈନ୍ୟ-ବାହିନୀ । ତେବେ ସବୁ କିଛି ଯୋଗର ଯାତ୍ରା ଉପରେ ନିର୍ଭର କରୁଛି । ସେଥିରୁ ହିଁ ବଳ ମିଳିବ । ତୁମେ ହେଉଛ ଗୁପ୍ତ ଯୋଦ୍ଧା । ବାବାଙ୍କୁ ଯୋଗ କରିବା ଦ୍ୱାରା ବିକର୍ମର ଯେଉଁ ଆବର୍ଜନା ରହିଛି ତାହା ଭସ୍ମ ହୋଇଯିବ । ବାବା କହୁଛନ୍ତି - କାମଧନ୍ଦା ଆଦି କର, କିନ୍ତୁ ବାବାଙ୍କୁ ମନେ ପକାଅ । ତୁମେମାନେ ହେଉଛ ଜନ୍ମ ଜନ୍ମାନ୍ତରର ପ୍ରେମିକା, ତୁମର ଜଣେ ମାତ୍ର ପ୍ରେମିକ ଅଛନ୍ତି । ଏବେ ସେହି ପ୍ରେମିକ ମିଳିଛନ୍ତି, ତେଣୁ ତାଙ୍କୁ ହିଁ ମନେପକାଇବାକୁ ହେବ । ପୂର୍ବରୁ ମଧ୍ୟ ମନେ ପକାଉଥିଲୁ କିନ୍ତୁ ବିକର୍ମ ବିନାଶ ହେଉ ନ ଥିଲା । ବାବା କହିଛନ୍ତି - ଏଠାରେ ତୁମକୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସତ୍ତ୍ୱପ୍ରଧାନ ତ ଆତ୍ମାକୁ ହିଁ ହେବାକୁ ପଡିବ । ଆତ୍ମା ହିଁ ମେହନତ କରୁଛି । ଏହି ଗୋଟିଏ ଜନ୍ମରେ ତୁମକୁ ଜନ୍ମ-ଜନ୍ମାନ୍ତରର ମଇଳା ସଫା କରିବାକୁ ହେବ । ଏହା ହେଉଛି ମୃତ୍ୟୁଲୋକର ଅନ୍ତିମ ଜନ୍ମ, ପୁଣି ଅମର ଲୋକକୁ ଯିବାକୁ ହେବ । ଆତ୍ମା ପବିତ୍ର ନ ହେଲେ ଯାଇପାରିବ ନାହିଁ । ସମସ୍ତେ ନିଜର ହିସାବ-କିତାବ ଚୁକ୍ତ କରି ଯିବେ । ଯଦି ଦଣ୍ଡ ଭୋଗ କରି ଯିବେ ତେବେ ପଦ କମିଯିବ । ଯେଉଁମାନେ ଦଣ୍ଡ ପାଆନ୍ତି ନାହିଁ, ସେହିମାନଙ୍କୁ ହିଁ କେବଳ ମାଳାର ୮ ଦାନା ଅର୍ଥାତ୍ ଅଷ୍ଟ ରତ୍ନ କୁହାଯାଏ । ନବରତ୍ନର ମୁଦ୍ରିକା ମଧ୍ୟ ତିଆରି ହୁଏ । ତେବେ ଏପରି ଶ୍ରେଷ୍ଠ ହେବାକୁ ହେଲେ ବାବାଙ୍କୁ ମନେ ପକାଇବାର ବହୁତ ମେହନତ କରିବାକୁ ପଡିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ସଂଗମ ଯୁଗରେ ନିଜକୁ ପରିବର୍ତ୍ତନ କରିବାକୁ ହେବ । ପାଠପଢା ଏବଂ ପବିତ୍ରତାର ଧାରଣା ଦ୍ୱାରା ନିଜର ଚରିତ୍ରକୁ ସୁଧାରିବାକୁ ହେବ । ଟ୍ରାନ୍ସ ଇତ୍ୟାଦିର ଆଶା ରଖିବା ଉଚିତ୍ ନୁହେଁ ।

(୨) ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରିବାକୁ ହେବ, କିଛି ସମୟ ଶୋଇବାକୁ ମଧ୍ୟ ହେବ, କାରଣ ଏହା କୌଣସି ହଠଯୋଗ ନୁହେଁ, କିନ୍ତୁ ଯୋଗର ଯାତ୍ରାକୁ କେବେ ହେଲେ ଭୁଲିଯାଅ ନାହିଁ । ଯୋଗଯୁକ୍ତ ହୋଇ ଏପରି ଶୁଦ୍ଧ ଭୋଜନ ପ୍ରସ୍ତୁତ କର ଏବଂ ସମସ୍ତଙ୍କୁ ଖୁଆଅ ଯାହା ଦ୍ୱାରା ଭୋଜନ କରୁଥିବା ଆତ୍ମାମାନଙ୍କର ହୃଦୟ ଶୁଦ୍ଧ ହୋଇଯିବ ।

ବରଦାନ:-
ନିଜର ସୂକ୍ଷ୍ମ ଶକ୍ତିଗୁଡିକ ଉପରେ ବିଜୟୀ ହେଉଥିବା ରାଜଋଷି ସ୍ୱରାଜ୍ୟ ଅଧିକାରୀ ଆତ୍ମା ହୁଅ ।

କର୍ମେନ୍ଦ୍ରିୟଜୀତ୍ ହୋଇଯିବା ତ ସହଜ କଥା କିନ୍ତୁ ନିଜର ମନ-ବୁଦ୍ଧି ଏବଂ ସଂସ୍କାର ରୂପୀ ସୂକ୍ଷ୍ମ ଶକ୍ତିଗୁଡିକ ଉପରେ ବିଜୟୀ ହେବା ପାଇଁ ସୂକ୍ଷ୍ମ ଅଭ୍ୟାସ ଆବଶ୍ୟକ । ଯେଉଁ ସମୟରେ ଯେଉଁଭଳି ସଂକଳ୍ପ, ଯେଉଁଭଳି ସଂସ୍କାର ପ୍ରକଟ କରିବାକୁ ଚାହିଁବ ସେହି ସଂକଳ୍ପ ଏବଂ ସେହି ସଂସ୍କାରକୁ ସହଜରେ ଆପଣାଇ ପାରୁଥିବ - ତେବେ କୁହାଯିବ ସୂକ୍ଷ୍ମ ଶକ୍ତିଗୁଡିକ ଉପରେ ବିଜୟ ପ୍ରାପ୍ତ କରିବା ଅର୍ଥାତ୍ ରାଜଋଷି ସ୍ଥିତି । ଯଦି ସଂକଳ୍ପ ଶକ୍ତିକୁ ଆଦେଶ ଦେବ ଯେ ଏବେ ଏବେ ଏକାଗ୍ରଚିତ୍ତ ହୋଇଯାଅ ତେବେ ରାଜାର ଆଦେଶକୁ ସେହି ସମୟରେ ସେହି ପ୍ରକାରରେ ପାଳନ କରିବା ହିଁ ହେଉଛି ରାଜ୍ୟ ଅଧିକାରର ଲକ୍ଷଣ । ଏହି ଅଭ୍ୟାସ ଦ୍ୱାରା ହିଁ ଅନ୍ତିମ ପରୀକ୍ଷାରେ ପାସ୍ ହୋଇପାରିବ ।

ସ୍ଲୋଗାନ:-
ସେବା ଦ୍ୱାରା ଯେଉଁ ସବୁ ଆଶୀର୍ବାଦ ମିଳିଥାଏ, ତାହା ହିଁ ହେଉଛି ବଡରୁ ବଡ ପ୍ରାପ୍ତି ।