08.06.25 Avyakt Bapdada Odia Murli 15.11.2005 Om Shanti Madhuban
“ସଚ୍ଚା ହୃଦୟରେ
ବାବାଙ୍କର ଏବଂ ପରିବାରର ସ୍ନେହୀ ହୋଇ ମେହନତ ମୁକ୍ତ ହେବାର ପ୍ରତିଜ୍ଞା କର ଏବଂ ତା’ର ଲାଭ ଉଠାଅ”
ଆଜି ବାପଦାଦା ନିଜର
ଚାରିଆଡର ଶ୍ରେଷ୍ଠ ସ୍ୱରାଜ୍ୟ ଅଧିକାରୀ, ସ୍ୱମାନଧାରୀ ପିଲାମାନଙ୍କୁ ଦେଖୁଛନ୍ତି ବାବା ତ
ପିଲାମାନଙ୍କୁ ନିଜଠାରୁ ମଧ୍ୟ ଉଚ୍ଚ ସ୍ୱମାନ ଦେଇଛନ୍ତି । ପ୍ରତ୍ୟେକ ସନ୍ତାନକୁ ପାଦ ତଳେ ପଡିବାରୁ
ମୁକ୍ତ କରି ମସ୍ତକର ମୁକୁଟ କରିଦେଇଛନ୍ତି । ନିଜକୁ ସର୍ବଦା ପ୍ରିୟ ସନ୍ତାନମାନଙ୍କର ସେବାଧାରୀ
ବୋଲି କହିଆସିଛନ୍ତି । ଏତେ ବଡ ଅଧିକାରୀ ପଣିଆର ସ୍ୱମାନ ପିଲାମାନଙ୍କୁ ଦେଇଛନ୍ତି । ତେଣୁ ସମସ୍ତେ
ନିଜକୁ ଏତେ ବଡ ସ୍ୱମାନଧାରୀ ଭାବୁଛ ତ? ତେବେ ସ୍ୱମାନଧାରୀ ମାନଙ୍କର ବିଶେଷ ଲକ୍ଷଣ କ’ଣ ହୋଇଥାଏ?
ଯିଏ ଯେତିକି ସ୍ୱମାନଧାରୀ ହୋଇଥିବ ସେହି ଅନୁସାରେ ସମସ୍ତଙ୍କୁ ସମ୍ମାନ ମଧ୍ୟ ଦେଉଥିବ । ଏବଂ
ଯେତିକି ସ୍ୱମାନଧାରୀ ହୋଇଥିବ ସେତିକି ନିର୍ମାନ ତଥା ସମସ୍ତଙ୍କର ସ୍ନେହୀ ମଧ୍ୟ ହୋଇଥିବ । ତେବେ
ସ୍ୱମାନଧାରୀ ଆତ୍ମାର ଲକ୍ଷଣ ହେଲା - ସେ ବାବାଙ୍କର ପ୍ରିୟ ହେବା ସହିତ ସମସ୍ତଙ୍କର ମଧ୍ୟ ପ୍ରିୟ
ହୋଇଥିବ । ତାହା ମଧ୍ୟ ହଦର୍ ଅର୍ଥାତ୍ ଅଳ୍ପ କିଛି ଜଣଙ୍କର ନୁହେଁ ବେହଦର ଅର୍ଥାତ୍ ସମସ୍ତଙ୍କର
ପ୍ରିୟ ହୋଇଥିବ । ଯେପରି ବାବା ସମସ୍ତଙ୍କର ପ୍ରିୟ ଅଟନ୍ତି, ଚାହେଁ ମାସକର ହୋଇଥାଆନ୍ତୁ ବା ଆଦି
ରତ୍ନ ମଧ୍ୟ ହୋଇଥାଆନ୍ତୁ କିନ୍ତୁ ସମସ୍ତେ ଭାବୁଛନ୍ତି ମୁଁ ବାବାଙ୍କର ବାବା ମୋ’ର । ତେବେ ଏହା
ମଧ୍ୟ ସମସ୍ତଙ୍କର ପ୍ରିୟ ହେବାର ପ୍ରତୀକ ଅଟେ ଏବଂ ଶ୍ରେଷ୍ଠ ସ୍ୱମାନର ଲକ୍ଷଣ ଅଟେ କାହିଁକିନା
ଏହିଭଳି ପିଲାମାନେ ଫଲୋ ଫାଦର କରିବାବାଲା ଅଟନ୍ତି । ଦେଖ ବାବା ତ ସବୁ ବର୍ଗର ପିଲାମାନଙ୍କୁ,
ଛୋଟ ପିଲାଙ୍କଠାରୁ ନେଇ ବୟସ୍କ ପିଲାମାନଙ୍କୁ ମଧ୍ୟ ସ୍ୱମାନ ଦେଇଛନ୍ତି । ଯୁବାବର୍ଗକୁ
ବିନାଶକାରୀରୁ ବିଶ୍ୱକଲ୍ୟାଣକାରୀର ସ୍ୱମାନ ଦେଇଛନ୍ତି ଏବଂ ମହାନ କରିଛନ୍ତି । ପ୍ରବୃତ୍ତିବାଲା
ଅର୍ଥାତ୍ ଘର ଗୃହସ୍ଥ ବାଲାଙ୍କୁ ମହାତ୍ମାମାନଙ୍କଠାରୁ ଅର୍ଥାତ୍ ବଡ ବଡ ଜଗତ୍ଗୁରୁ ମାନଙ୍କଠାରୁ
ମଧ୍ୟ ଉଚ୍ଚ, ପ୍ରବୃତ୍ତିରେ ରହି ପର-ବୃତ୍ତିରେ ରହୁଥିବା, ମହାତ୍ମାମାନଙ୍କୁ ନତମସ୍ତକ କରାଉଥିବା
ଆତ୍ମା କରିଦେଇଛନ୍ତି । କନ୍ୟାମାନଙ୍କୁ ଶିବଶକ୍ତି ସ୍ୱରୂପର ସ୍ୱମାନ ମନେ ପକାଇ ଦେଇଛନ୍ତି ଏବଂ
ଶିବଶକ୍ତି କରିଛନ୍ତି ମଧ୍ୟ । ବୟୋଜ୍ୟେଷ୍ଠ ମାନଙ୍କୁ ବ୍ରହ୍ମାବାବାଙ୍କର ସମସାଥୀ ଅନୁଭବୀ ଆତ୍ମାର
ସ୍ୱମାନ ଦେଇଛନ୍ତି, ତେଣୁ ଏହିଭଳି ସ୍ୱମାନଧାରୀ ପିଲାମାନେ ମଧ୍ୟ ସବୁ ଆତ୍ମାଙ୍କୁ ଏହିଭଳି
ସ୍ୱମାନର ସହିତ ଦେଖିବେ । କେବଳ ଦେଖିବେ ନାହିଁ ବରଂ ସମ୍ବନ୍ଧ-ସମ୍ପର୍କରେ ଆସିବେ, କାହିଁକି ନା
ସ୍ୱମାନ ହିଁ ଦେହ ଅଭିମାନକୁ ସମାପ୍ତ କରିଥାଏ । ଯେଉଁଠି ସ୍ୱମାନ ଥିବ ସେଠାରେ ଦେହର ଅଭିମାନ
ନଥିବ । ତେବେ ଦେହ ଅଭିମାନକୁ ସମାପ୍ତ କରିବାର ବହୁତ ସହଜ ସାଧନ ହେଲା - ସର୍ବଦା ସ୍ୱମାନରେ ରହିବା
ଏବଂ ସର୍ବଦା ସମସ୍ତଙ୍କୁ ସ୍ୱମାନର ଦୃଷ୍ଟିରେ ଦେଖିବା । ଚାହେଁ ପଦାତିକ ହୋଇଥାଆନ୍ତୁ ବା ୧୬
ହଜାର ମାଳାର ଶେଷ ନମ୍ବର ଦାନା ମଧ୍ୟ ହୋଇଥାଆନ୍ତୁ କିନ୍ତୁ ଶେଷ ନମ୍ବର ଆତ୍ମା ଭିତରେ ମଧ୍ୟ
ଡ୍ରାମା ଅନୁସାରେ କୌଣସି ନା କୌଣସି ବିଶେଷତା ନିଶ୍ଚିତ ଅଛି ଏବଂ ସ୍ୱମାନଧାରୀ ଆତ୍ମା ସମସ୍ତଙ୍କର
ବିଶେଷତାକୁ ଦେଖି ସ୍ୱମାନ ଦେଇଥାଆନ୍ତି । ସେମାନଙ୍କ ଦୃଷ୍ଟିରେ, ବୃତ୍ତିରେ ଏବଂ କୃତିରେ
ସମସ୍ତଙ୍କର ବିଶେଷତା ସମାହିତ ହୋଇ ରହିଥାଏ । ତେଣୁ ଯିଏବି ବାବାଙ୍କର ହୋଇଯାଇଛି ସେ ନିଶ୍ଚିତ
ବିଶେଷ ଆତ୍ମା ହିଁ ଅଟେ । ଯଦିଓ ସମସ୍ତ କ୍ରମାନ୍ୱୟରେ ଅଛନ୍ତି କିନ୍ତୁ ଦୁନିଆ ହିସାବରେ କୋଟିକ
ଭିତରେ କେହି ଅଟନ୍ତି । ତେବେ ସମସ୍ତେ ନିଜକୁ ଏହିଭଳି ବିଶେଷ ଆତ୍ମା ମନେ କରୁଛ ତ? ସେଥିପାଇଁ
ସ୍ୱମାନରେ ହିଁ ସ୍ଥିତ ରହିବାକୁ ହେବ । ଦେହ ଅଭିମାନରେ ନୁହେଁ, ସ୍ୱମାନରେ ।
ବାବାଙ୍କୁ ପ୍ରତ୍ୟେକ
ସନ୍ତାନ ପ୍ରତି ସ୍ନେହ କାହିଁକି ରହିଛି? କାହିଁକି ନା ବାବା ଜାଣିଛନ୍ତି ଯେ ଏମାନେ ମୋତେ ଜାଣିବା
ସହିତ ମୋ’ର ହୋଇଯାଇଛନ୍ତି । ଚାହେଁ ଆଜି ଏହି ମିଳନ ମେଳାକୁ ପ୍ରଥମ ଥର ପାଇଁ ମଧ୍ୟ ଆସିଥାଇ
ପାରନ୍ତି ପୁଣି ବି ଯଦି ବାବା ବୋଲି କହିଛନ୍ତି ତେବେ ବାବାଙ୍କର ସ୍ନେହର ପାତ୍ର ଅଟନ୍ତି । ତେବେ
ବାପଦାଦାଙ୍କୁ ଚାରିଆଡର ସବୁ ପିଲାମାନେ ସମସ୍ତଙ୍କଠାରୁ ପ୍ରିୟ ଅଟନ୍ତି । ଏହିଭଳି ତୁମେମାନେ
ମଧ୍ୟ ସମସ୍ତେ ନିଜର ପିତାଙ୍କୁ ଅନୁକରଣ କର । କେହି ବି ତୁମର ଅପ୍ରିୟ ନୁହଁନ୍ତି । ସମସ୍ତେ
ପ୍ରିୟ ଅଟନ୍ତି । ଦେଖ ଯେଉଁ ପିଲାମାନେ ବି ମେରା ବାବା ବୋଲି କହୁଛନ୍ତି ସେମାନଙ୍କ ଭିତରେ ଏହି
ମୋ’ର ପଣିଆ କିଏ ଭରି ଦେଇଛି? ସ୍ନେହ ହିଁ ଅଟେ । ଯେଉଁମାନେ ବି ଏଠାରେ ବସିଛ, ସମସ୍ତେ ଜାଣିଛ ଯେ
ସ୍ନେହ ହିଁ ଆମକୁ ବାବାଙ୍କର କରିଦେଇଛି । କାରଣ ବାବାଙ୍କର ସ୍ନେହ ଚୁମ୍ବକ ଅଟେ, ତେଣୁ ସ୍ନେହ
ରୂପୀ ଚୁମ୍ବକ ଦ୍ୱାରା ବାବାଙ୍କର ହୋଇଯାଇଛ । ତେବେ ଏହା ହେଉଛି ହୃଦୟର ସ୍ନେହ, କେବଳ କହିବାର
ସ୍ନେହ ନୁହେଁ । ଏହି ହାର୍ଦ୍ଦିକ ସ୍ନେହ ହିଁ ଏହି ବ୍ରାହ୍ମଣ ଜୀବନର ମୂଳଦୁଆ ଅଟେ । ତେବେ
ତୁମେମାନେ ଏଠାକୁ ମିଶିବା ପାଇଁ କାହିଁକି ଆସିଛ? ସ୍ନେହ ହିଁ ଏଠାକୁ ନେଇ ଆସିଛି ନା! ଯେଉଁମାନେ
ବି ସବୁ ବସିଛ, ଆସିଛ, କାହିଁକି ଆସିଛ? ସ୍ନେହ ହିଁ ତୁମକୁ ଟାଣି ଆଣିଛି ନା! ତେବେ ସ୍ନେହ ମଧ୍ୟ
କେତେ ରହିଛି? ୧୦୦ ପ୍ରତିଶତ ନା ତା’ଠାରୁ କମ୍? ଯେଉଁମାନେ ଭାବୁଛନ୍ତି ସ୍ନେହରେ ଆମେ ୧୦୦
ପ୍ରତିଶତ ଅଟୁ ସେମାନେ ହାତ ଉଠାଅ । ୧୦୦ ପ୍ରତିଶତ ସ୍ନେହ, ଟିକିଏ ବି କମ୍ ନୁହେଁ? ବହୁତ ଭଲ ।
ତେବେ ଏତିକି ସ୍ନେହ ତୁମ ବ୍ରାହ୍ମଣ ମାନଙ୍କ ଭିତରେ ପରସ୍ପର ସହିତ ଅଛି ତ? ଏଥିରେ ହାତ ଉଠା
କରାଇବା ତ? ଏଥିରେ କିନ୍ତୁ କମୀ ବେଶୀ ରହିଛି । ଯେପରି ବାବାଙ୍କର ସମସ୍ତଙ୍କ ସହିତ ସ୍ନେହ ଅଛି
ସେହିପରି ପିଲାମାନଙ୍କର ମଧ୍ୟ ସମସ୍ତଙ୍କ ପ୍ରତି ସ୍ନେହ ରହୁ ଏବଂ ସମସ୍ତଙ୍କର ସ୍ନେହୀ ହୋଇ
ରୁହନ୍ତୁ । ଏଥିରେ ଅନ୍ୟମାନଙ୍କର ଦୋଷ ଦୁର୍ବଳତା ଗୁଡିକୁ ଦେଖ ନାହିଁ । ଯଦି କେହି କୌଣସି ଖରାପ
ସଂସ୍କାରର ବଶୀଭୂତ ଅଟେ, ତେବେ ତୁମେ କାହାକୁ ଅନୁକରଣ କରିବ? କ’ଣ ବଶୀଭୂତବାଲାଙ୍କୁ ଅନୁକରଣ
କରିବ? ତୁମେମାନେ ତ ବଶୀକରଣ ମନ୍ତ୍ର ଶିଖାଇବାବାଲା ଅଟ, ବଶୀଭୂତ ଅବସ୍ଥାରୁ ମୁକ୍ତ କରିବାର
ମନ୍ତ୍ର ଦେଉଛ, ତେଣୁ ସେଥିରୁ ମୁକ୍ତ କରିବାବାଲା ଅଟ ନା? ନା କେବଳ ଦେଖିବାବାଲା ଅଟ? ନା । ନ
ଚାହିଁଲେ ମଧ୍ୟ ଦେଖି ହୋଇଯାଉଛି । ଯଦି କୌଣସି ଖରାପ ଜିନିଷକୁ ଦେଖିବାକୁ ପଡୁଛି, ତେବେ କ’ଣ
କରୁଛ? ତାକୁ ଦେଖିବାରେ ଲାଗି ପଡୁଛ ନା ଆଡ ହୋଇ ଚାଲିଯାଉଛ? କାହିଁକି ନା ବାପଦାଦା ଦେଖୁଛନ୍ତି,
ଯେଉଁମାନେ ଦିଲ୍ର ସ୍ନେହୀ ଅଟନ୍ତି, ବାବାଙ୍କ ପ୍ରତି ହାର୍ଦ୍ଦିକ ସ୍ନେହ ରହିଛି ସେମାନେ
ସମସ୍ତଙ୍କର ସ୍ନେହୀ ନିଶ୍ଚିତ ହୋଇଥିବେ । ତେଣୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାର ସହଜ ବିଧି
ହେଲା ବାବାଙ୍କ ପ୍ରତି ହାର୍ଦ୍ଦିକ ସ୍ନେହ । ଚାହେଁ କେହି କେତେ ବି ଜ୍ଞାନୀ ହୋଇଥାଆନ୍ତୁ କିନ୍ତୁ
ଯଦି ଦିଲ୍ର ସ୍ନେହ ନାହିଁ ତେବେ ବ୍ରାହ୍ମଣ ଜୀବନରେ ରମଣୀକ ଜୀବନ ହୋଇପାରିବ ନାହିଁ । ରୁଖା-ସୁଖା
ଜୀବନ ହୋଇଯିବ । କାହିଁକି ନା ଜ୍ଞାନମାର୍ଗରେ ସ୍ନେହ ବିନା ଯଦି କେବଳ ଜ୍ଞାନ ରହିଛି ତେବେ
ଜ୍ଞାନରେ ମଧ୍ୟ କାହିଁକି, କ’ଣର ପ୍ରଶ୍ନ ଉଠିବ । କିନ୍ତୁ ଜ୍ଞାନ ସହିତ ଯଦି ସ୍ନେହ ରହିଥିବ ତେବେ
ସ୍ନେହୀ ଆତ୍ମା ସର୍ବଦା ସ୍ନେହରେ ଲବଲୀନ ରହିଥାଏ ଏବଂ ସ୍ନେହୀକୁ ମନେ ପକାଇବା ପାଇଁ ମେହନତ
କରିବାକୁ ପଡି ନ ଥାଏ । ଯଦି କେବଳ ଜ୍ଞାନୀ ଅଟ କିନ୍ତୁ ସ୍ନେହ ନାହିଁ ତେବେ ମେହନତ କରିବାକୁ
ପଡିଥାଏ । ଇଏ ମେହନତର ଫଳ ଖାଇଥାଏ ଏବଂ ସିଏ ମୋହବତ୍ ଅର୍ଥାତ୍ ସ୍ନେହର ଫଳ ଖାଇଥାଏ । କାରଣ
ଜ୍ଞାନ ଯଦି ବୀଜ ହେଲା ତେବେ ସ୍ନେହ ପାଣି ସହିତ ସମାନ । ଯଦି ବୀଜକୁ ସ୍ନେହର ପାଣି ନ ମିଳିବ ତେବେ
ଫଳ କିପରି ଫଳିବ?
ତେଣୁ ଆଜି ବାପଦାଦା ସବୁ
ପିଲାଙ୍କର ଦିଲ୍ର ସ୍ନେହକୁ ଚେକ୍ କରୁଥିଲେ । ଚାହେଁ ବାବାଙ୍କ ସହିତ, ଚାହେଁ ସମସ୍ତଙ୍କ ସହିତ ।
ତେବେ ତୁମେ ସମସ୍ତେ ନିଜକୁ କ’ଣ ମନେ କରୁଛ? ସ୍ନେହୀ ଅଟ ତ? ଅଟ ତ? ଯେଉଁମାନେ ଭାବୁଛନ୍ତି ଆମେ
ଦିଲ୍ର ସ୍ନେହୀ ଅଟୁ ସେମାନେ ହାତ ଉଠାଅ । (ଅଧିକାଂଶ ସମସ୍ତେ ହାତ ଉଠାଇଛନ୍ତି) ଆଚ୍ଛା
ସମସ୍ତଙ୍କର ସ୍ନେହୀ ଅଟ । ବାବାଙ୍କ ପ୍ରତି ତ ଦିଲ୍ର ସ୍ନେହୀ ଅଟ, କିନ୍ତୁ ସମସ୍ତଙ୍କର ସ୍ନେହୀ
ଅଟ ତ? ସମସ୍ତଙ୍କର ସ୍ନେହୀ? ସମସ୍ତେ ଭାବୁଛନ୍ତି ତ ଇଏ ମୋ’ର ଭାଇ ବା ଭଉଣୀ ଅଟନ୍ତି? ସମସ୍ତେ
ଭାବୁଛନ୍ତି ତ ଇଏ ମୋ’ର ନିଜର ଅଟନ୍ତି? ଏହିଭଳି ଭାବୁଛନ୍ତି? ନା କେହି କେହି ଭାବୁଛନ୍ତି? ଯେପରି
ବାବାଙ୍କର ସ୍ନେହରେ ସମସ୍ତେ ହାତ ଉଠାଉଛନ୍ତି, ହଁ ଆମେ ବାବାଙ୍କର ସ୍ନେହୀ ଅଟୁ, ସେହିପରି
ସମସ୍ତଙ୍କ ପାଇଁ ହାତ ଉଠାଇବେ ତ, ହଁ ଇଏ ସମସ୍ତଙ୍କର ସ୍ନେହୀ ଅଟନ୍ତି? ଏହି ସାର୍ଟିଫିକେଟ ମିଳିବ
ତ? କାହିଁକି ନା ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ କେବଳ ବାବାଙ୍କଠାରୁ ସାଟିଫିକେଟ୍ ନେବାର
ନାହିଁ, ବ୍ରାହ୍ମଣ ପରିବାର ଠାରୁ ମଧ୍ୟ ନେବାର ଅଛି କାହିଁକି ନା ଏହି ସମୟରେ ବାବା ଧର୍ମ ଏବଂ
ରାଜ୍ୟ ଉଭୟ ଏକାଠି ସ୍ଥାପନ କରୁଛନ୍ତି । ରାଜ୍ୟ ଭିତରେ କେବଳ ବ୍ରହ୍ମାବାବା ନ ଥିବେ, ପରିବାର
ମଧ୍ୟ ଥିବ, ତେଣୁ ବାବାଙ୍କର ମଧ୍ୟ ପ୍ରିୟ ଏବଂ ପରିବାରର ମଧ୍ୟ ପ୍ରିୟ ହେବାକୁ ପଡିବ । ଜ୍ଞାନୀ ତ
ହୋଇଯାଇଛ କିନ୍ତୁ ତା’ ସହିତ ସ୍ନେହୀ ହେବା ମଧ୍ୟ ଜରୁରୀ ଅଟେ । ସ୍ୱମାନରେ ରହିବା ଏବଂ ସମ୍ମାନ
ଦେବା ଏହି ଦୁଇଟିଯାକ ଜରୁରୀ ଅଟେ । ବାବା ତ ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ ପ୍ରତ୍ୟେକ ସନ୍ତାନକୁ
ସମ୍ମାନ ଦେଇଛନ୍ତି, ସେଥିପାଇଁ ତ ଉଚ୍ଚ ହୋଇଛ ନା । ତେଣୁ ଏହି ଗୋଟିଏ ଜନ୍ମରେ ସମ୍ମାନ ଦେବାକୁ
ହେବ ଏବଂ ସାରା କଳ୍ପରେ ତା’ର ପ୍ରାଲବ୍ଧ ରୂପରେ ସମ୍ମାନ ପ୍ରାପ୍ତ ହେବ । ଅଧାକଳ୍ପ ରାଜ୍ୟ
ଅଧିକାରୀ ରୂପରେ ସମ୍ମାନ ମିଳିବ, ଅଧାକଳ୍ପ ଭକ୍ତିମାର୍ଗରେ ଭକ୍ତ ଆତ୍ମାମାନଙ୍କ ଦ୍ୱାରା ସମ୍ମାନ
ମିଳିବ । କିନ୍ତୁ ଏହାର ଆଧାର ଅର୍ଥାତ୍ ସାରା କଳ୍ପ ସମ୍ମାନ ପାଇବାର ଆଧାର ହେଲା ଏହି ଗୋଟିଏ
ଜନ୍ମ ସମ୍ମାନ ଦେବାକୁ ହେବ ଏବଂ ସମ୍ମାନ ନେବାକୁ ହେବ ।
ଏବେ ଏବେ ବାପଦାଦା
ଦେଖୁଛନ୍ତି ଚାରିଆଡେ ଦେଶ ବିଦେଶରେ କେହି ରାତିରେ, କେହି ଦିନରେ ମିଳନ କରୁଛନ୍ତି । ତେବେ ତୁମର
ପୁରୁଷାର୍ଥର ଗତିକୁ ବଢାଇବା ପାଇଁ ତୁମକୁ ଦାଦୀ ମଧ୍ୟ (ଜାନକୀ ଦାଦୀ) ଭଲ ମିଳିଛନ୍ତି । କ’ଣ ଠିକ୍
କଥା ନା? ଯଦି ଟିକିଏ କେଉଁଠି କମୀ ଦେଖିଲେ ତେବେ ତୁରନ୍ତ କ୍ଳାସ୍ ଉପରେ କ୍ଲାସ କରାଇଥା’ନ୍ତି ।
ତେବେ କୌଣସି ବି ପିଲାକୁ, ଚାହେଁ ଦେଶବାସୀ ହୁଅନ୍ତୁ ଚାହେଁ ବିଦେଶ ବାସୀ ହୁଅନ୍ତୁ, ଯଦି କୌଣସି
ବିଷୟରେ ମେହନତ କରିବାକୁ ପଡୁଛି ତେବେ ତା’ର ମୂଳ କାରଣ ହେଲା - ଦିଲ୍ର ସ୍ନେହର କମୀ । ତେବେ
ଦିଲ୍ର ସ୍ନେହର ଅର୍ଥ ହେଲା ଲବଲୀନ ରହିବା । ମନେ ପକାଇବାକୁ ପଡିବ ନାହିଁ ବରଂ ଭୁଲିବା କଷ୍ଟକର
ହେବ । ଏଥିରେ ଯଦି ମେହନତ କରିବାକୁ ପଡୁଛି ତେବେ ଆନ୍ତରିକ ସ୍ନେହକୁ ଚେକ୍ କର - କେଉଁଠି ଛିଦ୍ର
ନାହିଁ ତ? ଚାହେଁ କୌଣସି ବ୍ୟକ୍ତି ସହିତ ମୋହର ଆକର୍ଷଣ ରହିଥାଉ ବା କୌଣସି ବ୍ୟକ୍ତିର ବିଶେଷତା
ପ୍ରତି ହେଉ ବା କୌଣସି ସାଧନ ପ୍ରତି ହେଉ ବା କାହାର ସହଯୋଗ ପ୍ରତି ହେଉ, ମର୍ଯ୍ୟାଦା ଅନୁସାରେ
ସହଯୋଗ ତ ଠିକ୍ ଅଛି କିନ୍ତୁ ଅତିରିକ୍ତ ସହଯୋଗ ପ୍ରତି ମଧ୍ୟ ସ୍ନେହ ରହିଥାଏ, ଆକର୍ଷଣ ରହିଥାଏ ।
ସେହି ସହଯୋଗ ମଧ୍ୟ ସବୁବେଳେ ମନେ ପଡିବ । ତାର ଚିହ୍ନ ହେଲା - କେଉଁଠି ବି ଯଦି ଛିଦ୍ର ରହିଥିବ
ତେବେ ଜୀବନରେ ସର୍ବଦା କୌଣସି ନା କୌଣସି କାରଣରୁ ସନ୍ତୁଷ୍ଟତାର ଅନୁଭୂତି ହୋଇପାରିବ ନାହିଁ ।
ସର୍ବଦା କୌଣସି ନା କୌଣସି କାରଣ ଅସନ୍ତୁଷ୍ଟତାର ଅନୁଭବ କରାଇବ ଏବଂ ଯେଉଁଠି ସନ୍ତୁଷ୍ଟତା ଥିବ
ତା’ର ଲକ୍ଷଣ ହେଲା ସର୍ବଦା ପ୍ରସନ୍ନତା ରହିଥିବ । ସେହି ଆତ୍ମା ସର୍ବଦା ଆତ୍ମିକ ଗୋଲାପ ଫୁଲ ଭଳି
ପ୍ରସ୍ଫୁଟିତ ହୋଇ ରହିଥିବ, ହର୍ଷିତ ରହୁଥିବ । ମୁଡ୍ ଅଫ୍ ହେଉ ନ ଥିବ, ସର୍ବଦା ଡବଲ ଲାଇଟ୍ ।
ତେଣୁ ବୁଝିପାରିଲ ତ, ଏବେ ମେହନତ କରିବାରୁ ମୁକ୍ତ ହୋଇଯାଅ । ବାପଦାଦାଙ୍କୁ ପିଲାମାନଙ୍କର ମେହନତ
କରିବା ଆଦୌ ଭଲ ଲାଗୁ ନାହିଁ । ଅଧାକଳ୍ପ ତ ମେହନତ କରି କରି ଆସିଲ ଏବେ ମଉଜ କର । ସ୍ନେହରେ
ଲବଲୀନ ହୋଇ, ଜ୍ଞାନ ସାଗରର ଗଭୀରତାକୁ ଯାଇ ଅନୁଭବର ମୋତି ସଂଗ୍ରହ କର ଅର୍ଥାତ୍ ଅନୁଭବ କର ।
କେବଳ ବୁଡ ପକାଇ ସାଗରରୁ ବାହାରି ଆସ ନାହିଁ, ଲବଲୀନ ରୁହ ।
ସମସ୍ତେ ପ୍ରତିଜ୍ଞା ତ
କରିଛ ନା! ସାଥୀରେ ରହିବୁ, ସାଥୀରେ ଯିବୁ? କରିଛ ପ୍ରତିଜ୍ଞା? ସାଥିରେ ଯିବ ନା ପଛେ ପଛେ ଯିବ?
ଯେଉଁମାନେ ସାଥୀରେ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ ହାତ ଉଠାଅ । ଭାବିଚିନ୍ତି ହାତ ଉଠାଅ,
ପ୍ରସ୍ତୁତ ଅଛ ତ ଅର୍ଥାତ୍ ବାବାଙ୍କ ସମାନ ଅଟ ତ? ତେବେ ସାଥୀରେ ମଧ୍ୟ କିଏ ଯାଇପାରିବ? ସମାନ
ହୋଇଥିଲେ ତ ସାଥୀରେ ଯିବ ନା! ତେବେ ସାଥୀରେ ଯିବ ତ? ପ୍ରସ୍ତୁତ ଅଛ ତ? ପ୍ରଥମ ଧାଡିବାଲା
ପ୍ରସ୍ତୁତ ଅଛ ତ? କାଲି ଯିବା ପାଇଁ ଆଦେଶ ଦେଇଦେବୁ, ଯିବ ତ? ଆଚ୍ଛା, ପ୍ରବୃତ୍ତିବାଲା ଯିବ ତ?
ପିଲାଛୁଆ ମନେ ପଡିବେ ନାହିଁ ତ? କ’ଣ ମାତାମାନେ ସାଥୀରେ ଯିବ ତ? ମାତାମାନେ ପ୍ରସ୍ତୁତ ଅଛ ତ?
କୌଣସି ଜିନିଷ ମନେ ପଡିବ ନାହିଁ ତ? ଟୀଚରମାନଙ୍କୁ ସେଣ୍ଟର ତଥା ଜିଜ୍ଞାସୁ ମନେ ପଡିବେ ନାହିଁ ତ?
ନୁହେଁ ନା? ଆଚ୍ଛା! ତେବେ କ’ଣ ସମସ୍ତେ ନିର୍ମୋହୀ ହୋଇଯାଇଛ? ତା’ହେଲେ ତ ବହୁତ ଭଲ କଥା । ତେବେ
ଆଉ ମେହନତ କରିବାକୁ ତ ପଡିବ ନାହିଁ ନା ।
ଆଜି ବାପଦାଦା ସମସ୍ତଙ୍କୁ,
ଚାହେଁ ସମ୍ମୁଖରେ ବସିଛନ୍ତି, ଚାହେଁ ଦୂରରେ ବସିଥିଲେ ମଧ୍ୟ ବାବାଙ୍କର ଦିଲ୍ରେ ବସିଛନ୍ତି,
ସମସ୍ତଙ୍କୁ ଆଜିର ଦିନରେ ମେହନତରୁ ମୁକ୍ତ କରିବାକୁ ଚାହୁଁଛନ୍ତି । ତେବେ ହେବ ତ? ତାଳି ତ ବଜାଇ
ଦେଉଛ କିନ୍ତୁ ହେବ ତ? କାଲିଠାରୁ କେହି ଦାଦିମାନଙ୍କ ପାଖକୁ ଆସିବ ନାହିଁ ତ? ମେହନତ କରାଇବ ନାହିଁ
ତ? ଖୁସି ଖୁସିରେ ମିଶିବ । ଜୋନ୍ର ମୁଖ୍ୟଙ୍କ ପାଖକୁ ଯିବ ନାହିଁ । କୌଣସି ଅଭିଯୋଗ କରିବ ନାହିଁ,
ସମ୍ପୂର୍ଣ୍ଣ ହୋଇ ଦେଖାଇବ । ଠିକ୍ ଅଛି ତ? ଏବେ ହାତ ଉଠାଅ । ଦେଖ ଭାବିଚିନ୍ତି ହାତ ଉଠାଅ ।
ଏମିତି ଉଠାଅ ନାହିଁ । କୌଣସି ଅଭିଯୋଗ ନାହିଁ, କୌଣସି ମୋ’ର ମୋ’ର ନାହିଁ, ମୁଁ ନାହିଁ କି ମୋ’ର
ନାହିଁ, ସବୁ ସମାପ୍ତ । ଦେଖ ପ୍ରତିଜ୍ଞା ତ କରିଛ ନା, ବହୁତ ଭଲ କଥା, ସେଥିପାଇଁ ଅଭିନନ୍ଦନ
କିନ୍ତୁ କ’ଣ କରୁଛ? ପ୍ରତିଜ୍ଞା କରିବାର ଲାଭ ତ ଉଠାଉ ନାହଁ । ପ୍ରତିଜ୍ଞା ତ ବହୁତ ଶୀଘ୍ର କରି
ଦେଉଛ କିନ୍ତୁ ପ୍ରତିଜ୍ଞାର ଲାଭ ନେବା ପାଇଁ ହେଲେ ପ୍ରତିଦିନ ଦୁଇଟି କଥା ମନେ ରଖ ଗୋଟିଏ ହେଲା
ହୃଦ୍ବୋଧ କରିବା, ଦ୍ୱିତୀୟରେ ପ୍ରତିଜ୍ଞାକୁ ସ୍ମୃତିରେ ଦୋହାରଇବା । ତେଣୁ ପ୍ରତିଜ୍ଞାକୁ
ପ୍ରତିଦିନ ମନେ ପକାଅ ମୁଁ କ’ଣ ପ୍ରତିଜ୍ଞା କରିଛି? ଅମୃତବେଳାରେ ମିଳନ କରିସାରିବା ପରେ
ପ୍ରତିଜ୍ଞା ଏବଂ ତା’ ଦ୍ୱାରା ହେଉଥିବା ଲାଭ, ଏହି ଦୁଇଟିର ଫଳାଫଳର ଚାର୍ଟ ତିଆରି କର ।
ପ୍ରତିଜ୍ଞା କ’ଣ କରିଛି, ଏବଂ ସେଥିରୁ ଲାଭ କ’ଣ ପାଉଛି? ତାକୁ ହୃଦ୍ବୋଧକର ଏବଂ ଦୋହାରାଅ । ଯଦି
ଉଭୟ ପାଖ ସମାନ ହୋଇଯିବ ତେବେ ସବୁ କିଛି ଠିକ୍ ହୋଇଯିବ । ବାପଦାଦାଙ୍କୁ ଜଣା ଅଛି ମିଟିଙ୍ଗରେ
ଆସିଥିବା ପିଲାମାନେ ପ୍ରତିଜ୍ଞା କରିଛନ୍ତି ।
ବାପଦାଦା ଦେଖୁଛନ୍ତି
ପିଲାମାନେ ବହୁତ ଭଲ ଭଲ ଯୋଜନା ସବୁ କରୁଛନ୍ତି । ବାପଦାଦାଙ୍କୁ ମଧ୍ୟ ପସନ୍ଦ ଆସୁଛି । ତେବେ
ବାପଦାଦା କ’ଣ ଚାହୁଛଁନ୍ତି? ବାପଦାଦ କେବଳ ଗୋଟିଏ ଶବ୍ଦ ଚାହୁଁଛନ୍ତି । ସେହି ଗୋଟିଏ ଶବ୍ଦ ହେଲା
- “ସଫଳ କର ଏବଂ ସଫଳ ହୁଅ” । ତୁମ ପାଖରେ ଯେଉଁ ସବୁ ସମ୍ପତ୍ତି ଗୁଡିକ ରହିଛି, ଶକ୍ତି ରହିଛି,
ସଂକଳ୍ପ ରହିଛି, ବାଣୀ ରହିଛି, କର୍ମ ମଧ୍ୟ ଶକ୍ତି ଅଟେ, ବର୍ତ୍ତମାନର ସମୟ ମଧ୍ୟ ଏକ ଶକ୍ତି ଅଟେ
। ତୁମର ସମ୍ପତ୍ତି ଅଟେ, ଏହି ସବୁକୁ ସଫଳ କରିବାକୁ ହେବ । ଚାହେଁ ସ୍ଥୁଳ ଧନ, ଚାହେଁ ଅଲୌକିକ ଧନ
ବା ସମ୍ପତ୍ତି, ସବୁ କିଛି ସଫଳ କରିବାକୁ ହେବ ଏବଂ ସଫଳତା ମୂରତର ସାର୍ଟିଫିକେଟ୍ ନିଶ୍ଚିତ ନେବାକୁ
ହେବ । ତେଣୁ ସଫଳ କର ଏବଂ ସଫଳ କରାଅ । ଯଦି କେହି ଅସଫଳ କରୁଛି ତେବେ ବାଣୀର ଶିକ୍ଷା ଦ୍ୱାରା
ନୁହେଁ, ନିଜର ଶୁଭଭାବନା, ଶୁଭକାମନା ଏବଂ ସର୍ବଦା ତାଙ୍କୁ ଶୁଭ ସମ୍ମାନ ଦେବା ଦ୍ୱାରା ସଫଳ କରାଅ
। କେବଳ ଶିକ୍ଷା ଦିଅ ନାହିଁ । ଯଦି ଶିକ୍ଷା ଦେବାକୁ ହିଁ ପଡୁଛି ତେବେ କ୍ଷମା ଏବଂ ଶିକ୍ଷା
ଅର୍ଥାତ୍ କ୍ଷମାଶୀଳ ହୋଇ ଶିକ୍ଷା ଦିଅ । କୃପାଳୁ ହୁଅ ଦୟାଳୁ ହୁଅ । ତୁମମାନଙ୍କର ଦୟାଳୁ ରୂପ
ନିଶ୍ଚିତ ଭାବରେ ଶିକ୍ଷାର ଫଳ ଦେଖାଇବ । ଦେଖ, ଆଜିକାଲି ବିଜ୍ଞାନ ପଢା ଡାକ୍ତରମାନେ ମଧ୍ୟ
ଅପରେଶନ୍ କରିବା ସମୟରେ ପ୍ରଥମେ କ’ଣ କରୁଛନ୍ତି? ପ୍ରଥମେ ନିଶା ଦେଇ ଶୁଆଇ ଦେଉଛନ୍ତି ତା’ପରେ
କଟାକଟି କରୁଛନ୍ତି । ପ୍ରଥମରୁ କଟାକଟି କରୁନାହାଁନ୍ତି । ଯଦି ଟୀଚର ଭଳି କୌଣସି କଡା ଔଷଧ ମଧ୍ୟ
ଲଗାଇବାର ଥିବ ତେବେ ପ୍ରଥମେ ଫୁଙ୍କି ଦେବେ ତା’ ପରେ ଟୀଚର ଲଗାଇବେ । ସେହିପରି ତୁମେମାନେ ମଧ୍ୟ
ପ୍ରଥମେ ଦୟାଳୁ ହୋଇ, କ୍ଷମା ସ୍ୱରୂପ ହୋଇ ତା’ପରେ ଶିକ୍ଷା ଦିଅ, ଯାହା ଦ୍ୱାରା ତୁମର ଶିକ୍ଷାର
ପ୍ରଭାବ ପଡିବ, ନଚେତ୍ କ’ଣ ହେଉଛି ନା ତୁମେ ତାଙ୍କୁ ଶିକ୍ଷା ଦେଇଚାଲୁଛ କିନ୍ତୁ ସେ ତୁମଠାରୁ
ଅଧିକ ଶିକ୍ଷକ ଅଟନ୍ତି । ତେଣୁ ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷକଙ୍କର ଶିକ୍ଷାକୁ ତ ଗ୍ରହଣ କରିବ ନାହିଁ
। ଯେଉଁ ସବୁ ଶିକ୍ଷାର ପଏଣ୍ଟଗୁଡିକ ତୁମେ ଶୁଣାଇବ, ଏଭଳି କର ନାହିଁ, ଏଭଳି କର, କିନ୍ତୁ ତାଙ୍କ
ପାଖରେ ତା’କୁ କାଟିବା ପାଇଁ ୧୦ଟି ପଏଣ୍ଟ ଥିବ । ସେଥିପାଇଁ କ୍ଷମା ଏବଂ ଶିକ୍ଷା ଏକାଠି ରହୁ ।
ତେଣୁ ଏହି ୭୦ ତମ ବର୍ଷର ମୂଳ ବିଷୟ ହେଲା ନିଜେ ସଫଳ କର ଏବଂ ସଫଳ କରାଅ, ସଫଳତା ମୂରତ ହେବ ଏବଂ
ସବୁ କିଛି ସଫଳ କର । ଡବଲ ଲାଇଟ୍ ତ ହେବାର ଅଛି ନା ତେଣୁ ସବୁ କିଛି ସଫଳ କରିନିଅ । ନିଜର
ସଂସ୍କାରକୁ ମଧ୍ୟ ସଫଳ କର । ଯେଉଁ ସଂସ୍କାର ତୁମର ମୂଳ ଏବଂ ଅସଲି ସଂସ୍କାର ଅଟେ ଯାହାକି ଆତ୍ମାର
ଆଦି ସଂସ୍କାର ଅର୍ଥାତ୍ ଦେବତାର ସଂସ୍କାର ଏବଂ ଆତ୍ମାର ଅନାଦି ସଂସ୍କାର ଅଟେ, ସେଗୁଡିକୁ ଏତେ
ଜାଗ୍ରତ କର । ଓଲଟା ସଂସ୍କାରଗୁଡିକୁ ଦାହ ସଂସ୍କାର କରିଦିଅ । ନିଜର ଆଦି ଏବଂ ଅନାଦି ସଂସ୍କାରକୁ
ପ୍ରକଟ କର । ଏବେ ସମସ୍ତଙ୍କର ବିଶେଷ କରି ଗୋଟିଏ ଅଭିଯୋଗ ରହିଯାଉଛି ତାହା ହେଲା ଆମର ସଂସ୍କାର
ବଦଳୁ ନାହିଁ । ସଂସ୍କାର ବଦଳୁ ନାହିଁ ।
ସମସ୍ତେ ମେହନତରୁ ମୁକ୍ତ
ହେବାର ପ୍ରତିଜ୍ଞା ତ କରିଛ ନା! (ସମସ୍ତେ ହାତ ଉଠାଇଲେ) ଆଚ୍ଛା । ଏମାନଙ୍କର ଫଟୋ ଉଠାଅ । ଏବେ
ଗୋଟିଏ ମିନିଟ୍ ପାଇଁ ନିଜର ଦିଲ୍ରେ ଏହି ପ୍ରତିଜ୍ଞାରେ ଦୃଢତାର ଷ୍ଟାମ୍ପ ଲଗାଅ । ନିଜ ମନ ଭିତରେ
ପକ୍କା କର । (ଡ୍ରିଲ୍ କରାଇଲେ) ଆଚ୍ଛା!
ଚାରିଆଡର ସମସ୍ତ
ସ୍ୱମାନଧାରୀ ପିଲାମାନଙ୍କୁ, ସର୍ବଦା ବାବାଙ୍କର ଦିଲ୍ର ସ୍ନେହୀ ତଥା ସମସ୍ତଙ୍କର ସ୍ନେହୀ
ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ମେହନତରୁ ମୁକ୍ତ, ଜୀବନମୁକ୍ତ ସ୍ଥିତିର ଅନୁଭବ କରୁଥିବା
ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ନିଜର ପ୍ରତିଜ୍ଞାର ଲାଭ ନେଉଥିବା ତଥା ପ୍ରତିଜ୍ଞା
ଏବଂ ତା’ର ଲାଭର ସନ୍ତୁଳନ ରଖିୁଥିବା ସୌଭାଗ୍ୟଶାଳୀ ପିଲାମାନଙ୍କୁ, ସର୍ବଦା ନିଜେ ମଉଜରେ ରହୁଥିବା
ତଥା ଅନ୍ୟମାନଙ୍କୁ ମଧ୍ୟ ମଉଜରେ ରଖୁଥିବା ସଂଗମଯୁଗୀ ଶ୍ରେଷ୍ଠ ଭାଗ୍ୟର ଅଧିକାରୀ ପିଲାମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଦିଲାରାମ ବାବାଙ୍କର ଦିଲ୍ର ଆଶୀର୍ବାଦ ସ୍ୱୀକାର
କରିବା ହେଉ । ୟାଦପ୍ୟାର ଏବଂ ନମସ୍ତେ ।
ଦାଦିମାନଙ୍କ ସହିତ:-
ସବୁ କିଛି ଠିକ୍ ଠାକ୍ ଅଛି ତ! ସମସ୍ତେ ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି । ବାବା ଏବଂ
ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ଉଭୟ ସମାନ । ସମସ୍ତଙ୍କର ଗେହ୍ଲା ଅଟ । ସମସ୍ତଙ୍କର
ଦାଦିମାନଙ୍କ ସହିତ ବିଶେଷ ସ୍ନେହ ଅଛି ନା! ବହୁତ ସ୍ନେହ ଅଛି, କାହିଁକି ନା ଯେଉଁମାନେ ନିମିତ୍ତ
ହୋଇଥାଆନ୍ତି, ସେମାନଙ୍କ ଉପରେ ଦାୟିତ୍ୱ ମଧ୍ୟ ଥାଏ, ତେଣୁ ସ୍ନେହ ମଧ୍ୟ ସେତିକି ଥାଏ କାହିଁକି
ନା ସମସ୍ତଙ୍କର ସ୍ନେହ ଏବଂ ଆଶୀର୍ବାଦର ଲିଫ୍ଟ ସେମାନଙ୍କୁ ମିଳିଯାଇଥାଏ । ତୁମମାନଙ୍କ ମଧ୍ୟରୁ
ଯେଉଁମାନେ ବି ନିମିତ୍ତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଲିଫ୍ଟ ମିଳୁଛି । କିନ୍ତୁ ସେହି ଲିଫ୍ଟ
ରୂପକ ଗିଫ୍ଟକୁ ଅର୍ଥାତ୍ ଉପହାରକୁ ଯଦି ସର୍ବଦା କାୟମ ରଖିବ ତେବେ ବହୁତ ଲାଭ ପାଇପାରିବ । ଏହା
ତୁମମାନଙ୍କୁ ଅତିରିକ୍ତ ବରଦାନ ମିଳୁଛି । ଯେକୌଣସି କାର୍ଯ୍ୟରେ ଅର୍ଥାତ୍ ଈଶ୍ୱରୀୟ କାର୍ଯ୍ୟରେ
ହେଉ ବା ଯଜ୍ଞ ସେବାରେ ହେଉ, ଯେଉଁମାନେ ବିଶେଷ ଭାବରେ ନିମିତ୍ତ ହୋଇଥାଆନ୍ତି ସେମାନଙ୍କୁ
ଆଶୀର୍ବାଦ ଏବଂ ସ୍ନେହ ଦୁଇଟି ଯାକର ଲିଫ୍ଟ ମିଳିଯାଏ । ତେବେ ସ୍ନେହ ଏଭଳି ଜିନିଷ ଯାହାକି କ’ଣରୁ
କ’ଣ କରିଦିଏ । ଆଜି ଦୁନିଆରେ ମଧ୍ୟ କାହାକୁ ଯଦି ପଚାରିବ ତୁମକୁ କ’ଣ ଦରକାର? ତେବେ କହିବେ ମୋତେ
ସ୍ନେହ ଦରକାର । ଶାନ୍ତି ଦରକାର, ତାହା ମଧ୍ୟ ସ୍ନେହ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ । ତେଣୁ
ସ୍ନେହ ଅର୍ଥାତ୍ ଆତ୍ମିକ ସ୍ନେହ ହିଁ ସବୁଠାରୁ ଶ୍ରେଷ୍ଠ ଅଟେ । ଆଚ୍ଛା!
ବରଦାନ:-
ଯୁଗଳ ସ୍ୱରୂପର
ସ୍ମୃତି ଦ୍ୱାରା ଅଭୁଲ୍ ଅର୍ଥାତ୍ କେବେ ବି ଭୁଲ କରୁ ନ ଥିବା ନିରନ୍ତର ଯୋଗୀ ହୁଅ ।
ଯେଉଁ ପିଲାମାନେ ନିଜକୁ
ବାବାଙ୍କ ସହିତ ଯୁଗଳ ରୂପରେ ଅନୁଭବ କରିଥାଆନ୍ତି ସେମାନଙ୍କୁ ନିରନ୍ତର ଯୋଗୀ ଭବର ବରଦାନ ସ୍ୱତଃ
ହିଁ ମିଳିଯାଏ, କାହିଁକି ନା ସେମାନେ ଯେଉଁଠାରେ ବି ରହିଥାଆନ୍ତି ସେଠାରେ ମିଳନ ମେଳା ହୋଇଥାଏ ।
ସେମାନଙ୍କୁ ଯିଏ ଯେତେବି ଭୁଲାଇବାକୁ ଚେଷ୍ଟା କରିଲେ ମଧ୍ୟ ସେମାନେ କେବେ ବି ଭୁଲନ୍ତି ନାହିଁ ।
ଏହିଭଳି ଅଭୁଲ୍ ପିଲାମାନେ ଯେଉଁମାନେ କି ବାବାଙ୍କର ଅତି ପ୍ରିୟ ଅଟନ୍ତି ସେହିମାନେ ହିଁ ନିରନ୍ତର
ଯୋଗୀ ଅଟନ୍ତି, କାହିଁକି ନା ସ୍ନେହର ଲକ୍ଷଣ ହେଲା ସ୍ୱତଃ ସ୍ମୃତି । ସେମାନଙ୍କର ସଂକଳ୍ପ ରୂପୀ
ନଖକୁ ମଧ୍ୟ ମାୟା ହଲଚଲ୍ କରିପାରିବ ନାହିଁ ।
ସ୍ଲୋଗାନ:-
କାରଣ ଶୁଣାଇବା
ପରିବର୍ତ୍ତେ ତା’ର ନିବାରଣ କରିପାରିଲେ ଆଶୀର୍ବାଦର ଅଧିକାରୀ ହୋଇଯିବ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ । ଅନ୍ତର୍ମୁଖୀ ହୋଇ ଜ୍ଞାନକୁ ମନନ
କରିବାର ଅଭ୍ୟାସ କରି ଅଲୌକିକ ମସ୍ତିରେ ସର୍ବଦା ମସ୍ତ ରୁହ । ତେବେ ଏହି ଦୁନିଆର କୌଣସି ବି
ଦ୍ୱନ୍ଦ୍ୱ ବିଚାର ଗୁଡିକ ନିଜ ଆଡକୁ ଆକର୍ଷିତ କରିପାରିବ ନାହିଁ । ଯେପରି ମିଲିଟାରୀବାଲା ଭୁମି
ତଳକୁ ଚାଲିଯାଆନ୍ତି ଯାହା ଫଳରେ ବାହାରର ବମ୍ ଇତ୍ୟାଦିର ପ୍ରଭାବ ପଡେ ନାହିଁ । ସେହିପରି
ତୁମେମାନେ ମଧ୍ୟ ଅନ୍ତର୍ମୁଖୀ ଆତ୍ମିକ ସ୍ଥିତିର ଅଣ୍ଡରଗ୍ରାଉଣ୍ଡରେ ରହିବାର ଅଭ୍ୟାସ କର, ଯାହା
ଫଳରେ ବାହ୍ୟମୁଖୀ କଥାଗୁଡିକ ତୁମକୁ ହଲଚଲ୍ କରିପାରିବ ନାହିଁ ।