08.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସର୍ବଦା
ଏହି ଖୁସିରେ ରୁହ ଯେ ମୁଁ ୮୪ ଜନ୍ମର ଚକ୍ର ପୂରା କରିଛି, ଏବେ ନିଜର ଘରକୁ ଫେରିବି, ବାକି ଅଳ୍ପ
କିଛି ଦିନ ଏହି କର୍ମଭୋଗ ଚୁକ୍ତ କରିବାକୁ ପଡିବ ।”
ପ୍ରଶ୍ନ:-
ବିକର୍ମାଜିତ୍
ହେଉଥିବା ସନ୍ତାନମାନଙ୍କୁ ବିକର୍ମ ଠାରୁ ଦୂରେଇ ରହିବା ପାଇଁ କେଉଁ କଥା ଉପରେ ବହୁତ ଧ୍ୟାନ
ଦେବାକୁ ହେବ ?
ଉତ୍ତର:-
ଯେଉଁ ଦେହ-ଅଭିମାନ ସବୁ ବିକର୍ମର ମୂଳ, ସେହି ଦେହ-ଅଭିମାନରେ କେବେ ବି ଆସିବାର ନାହିଁ, ଏହି କଥା
ପ୍ରତି ବହୁତ ଧ୍ୟାନ ରଖିବାକୁ ହେବ । ଏଥିପାଇଁ ବାରମ୍ବାର ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ
ପକାଇବାକୁ ହେବ । ଭଲ ଏବଂ ମନ୍ଦର ଫଳ ନିଶ୍ଚୟ ମିଳିଥାଏ, ଶେଷ ସମୟରେ ନିଜର ବିବେକ ହିଁ ପଶ୍ଚାତାପ
କରାଇଥାଏ । କିନ୍ତୁ ଏହି ଜନ୍ମର ପାପର ବୋଝକୁ ହାଲୁକା କରିବା ପାଇଁ, ବାବାଙ୍କୁ ସତ୍ୟ ସତ୍ୟ
ଶୁଣାଇବାକୁ ହେବ ।
ଓମ୍ ଶାନ୍ତି ।
ସବୁଠାରୁ ବଡ଼
ଲକ୍ଷ୍ୟ ହେଉଛି ବାବାଙ୍କର ସ୍ମୃତିରେ ରହିବା । ଅନେକଙ୍କର କେବଳ ଜ୍ଞାନ ଶୁଣିବାର ସଉକ ରହୁଛି ।
ଜ୍ଞାନକୁ ବୁଝିବା ତ ବହୁତ ସହଜ ଅଟେ । ୮୪ ଜନ୍ମର ଚକ୍ରକୁ ବୁଝି, ସ୍ୱଦର୍ଶନ ଚକ୍ରଧାରୀ ହେବାକୁ
ପଡ଼ିବ । ଆଉ ଅଧିକ କିଛିର ଆବଶ୍ୟକତା ନାହିଁ । ତୁମେ ସନ୍ତାନମାନେ ଜାଣିଛ ଯେ ଆମେ ସମସ୍ତେ
ସ୍ୱଦର୍ଶନ ଚକ୍ରଧାରୀ ଅଟୁ । ସ୍ୱଦର୍ଶନ ଚକ୍ର ଦ୍ୱାରା କାହାର ଗଳା କାଟୁନାହୁଁ । ଯେପରି
ଶ୍ରୀକୃଷ୍ଣଙ୍କ ନିମନ୍ତେ ଦେଖାଇଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ବିଷ୍ଣୁଙ୍କର ଦୁଇଟି ରୂପ ଅଟନ୍ତି
। କ’ଣ ତାଙ୍କର ସ୍ୱଦର୍ଶନ ଚକ୍ର ରହିଛି? ପୁଣି ଶ୍ରୀକୃଷ୍ଣଙ୍କୁ ଚକ୍ର କାହିଁକି ଦେଖାଇଛନ୍ତି?
ଗୋଟିଏ ପତ୍ରିକା ପ୍ରକାଶିତ ହେଉଛି, ଯେଉଁଥିରେ ଶ୍ରୀକୃଷ୍ଣଙ୍କର ଏପରି ବହୁତ ଚିତ୍ର ଦେଖାଇଥା’ନ୍ତି
। ବାବା ତ ଆସି ତୁମକୁ ରାଜଯୋଗ ଶିଖାଉଛନ୍ତି । ଏପରି ନୁହେଁ କି ଚକ୍ର ଦ୍ୱାରା ଅସୁରଙ୍କର ବିନାଶ
କରୁଛନ୍ତି । ଆସୁରୀ ସ୍ୱଭାବଧାରୀଙ୍କୁ ଅସୁର ବୋଲି କୁହାଯାଏ । ବାକି ମନୁଷ୍ୟ ତ ମନୁଷ୍ୟ ହିଁ
ଅଟନ୍ତି ନା । ଏପରି ନୁହେଁ ଯେ ସ୍ୱଦର୍ଶନ ଚକ୍ର ଦ୍ୱାରା ସମସ୍ତଙ୍କୁ ମାରୁଛନ୍ତି । ଭକ୍ତିମାର୍ଗରେ
କେତେ କେତେ ପ୍ରକାରର ଚିତ୍ର ତିଆରି କରୁଛନ୍ତି । ରାତି-ଦିନର ଫରକ ରହିଛି । ତୁମେ ସନ୍ତାନମାନଙ୍କୁ
ଏହି ସୃଷ୍ଟିଚକ୍ର ଏବଂ ପୂରା ଡ଼୍ରାମାକୁ ଜାଣିବା ଦରକାର କାହିଁକିନା ସମସ୍ତେ ହେଉଛନ୍ତି ଅଭିନେତା
। ଦୁନିଆର ଅଭିନେତାମାନେ ତ ଡ଼୍ରାମାକୁ ଜାଣିଛନ୍ତି । ଏହା ହେଲା ବେହଦର ଡ଼୍ରାମା । ଏହାକୁ
ବିସ୍ତାର ଭାବରେ କେହି ବୁଝିପାରିବେ ନାହିଁ । ଦୁନିଆରେ ତ ୨ ଘଣ୍ଟାର ଡ଼୍ରାମା ହୋଇଥାଏ । ବିସ୍ତାର
ଭାବରେ ତାକୁ ଜାଣିଥାଆନ୍ତି, ଏଠାରେ ତ ୮୪ ଜନ୍ମକୁ ଜାଣିବାକୁ ହେବ ।
ବାବା ବୁଝାଉଛନ୍ତି -
ମୁଁ ବ୍ରହ୍ମାଙ୍କ ରଥରେ ପ୍ରବେଶ କରୁଛି । ବ୍ରହ୍ମାଙ୍କର ମଧ୍ୟ ୮୪ ଜନ୍ମର କାହାଣୀ ଦରକାର ।
ମନୁଷ୍ୟମାନଙ୍କ ବୁଦ୍ଧିରେ ଏସବୁ କଥା ଆସିପାରିବ ନାହିଁ । ଏକଥା ମଧ୍ୟ ବୁଝିପାରୁନାହାଁନ୍ତି ଯେ
ବାସ୍ତବରେ ୮୪ ଲକ୍ଷ ଜନ୍ମ ଅଥବା ୮୪ ଜନ୍ମ ଅଟେ ? ବାବା କହୁଛନ୍ତି ତୁମକୁ ୮୪ ଜନ୍ମର କାହାଣୀ
ଶୁଣାଉଛି । ୮୪ ଲକ୍ଷ ଜନ୍ମ ହେଲେ ତେବେ କେତେ ବର୍ଷ ଶୁଣାଇବାରେ ଲାଗିଯିବ । ତୁମେ ତ ସେକେଣ୍ଡରେ
ଜାଣିଯାଉଛ - ଏହା ହେଉଛି ୮୪ ଜନ୍ମର କାହାଣୀ, ଆମେ କିପରି ୮୪ ଜନ୍ମର ଚକ୍ର ଲଗାଉଛୁ, ୮୪ ଲକ୍ଷ
ହୋଇଥିଲେ ଗୋଟିଏ ସେକେଣ୍ଡରେ ବୁଝିପାରିନଥାନ୍ତେ । ୮୪ ଲକ୍ଷ ଜନ୍ମ ହିଁ ନୁହେଁ । ତୁମେମାନେ ମଧ୍ୟ
ଖୁସି ହେବା ଉଚିତ୍ । ଆମର ୮୪ ଜନ୍ମର ଚକ୍ର ପୂରା ହେଲା । ଏବେ ଆମେ ଘରକୁ ଯିବୁ । ବାକି ଅଳ୍ପଦିନ
ଏହି କର୍ମଭୋଗ ରହିଛି । ବିକର୍ମ ଭସ୍ମ ହୋଇ କିପରି କର୍ମାତୀତ ଅବସ୍ଥା ହେବ, ସେଥିପାଇଁ ଏହି
ଯୁକ୍ତି ବତାଉଛନ୍ତି । ବାକି ବୁଝାଉଛନ୍ତି ଯେ ଏହି ଜନ୍ମରେ ଯାହାବି ବିକର୍ମ କରିଛ ତାକୁ ଲେଖିକରି
ଦେଲେ ବୋଝ ହାଲୁକା ହୋଇଯିବ । ଜନ୍ମ-ଜନ୍ମାନ୍ତରର ବିକର୍ମ ତ କେହି ଲେଖି ପାରିବେ ନାହିଁ ।
ବିକର୍ମ ତ କରି ଆସିଛେ । ରାବଣ ରାଜ୍ୟ ଆରମ୍ଭ ହେବାଠାରୁ କର୍ମ ବିକର୍ମ ହେଉଛି । ସତ୍ୟଯୁଗରେ
କର୍ମ ଅକର୍ମ ହେବ । ଭଗବାନୁବାଚ - ତୁମକୁ କର୍ମ-ଅକର୍ମ-ବିକର୍ମର ଗତିକୁ ବୁଝାଉଛି । ବିକର୍ମାଜିତ୍ର
ସଂବତ, ଲକ୍ଷ୍ମୀ-ନାରାୟଣଙ୍କଠାରୁ ଆରମ୍ଭ ହେଉଛି । ସିଢି ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ ରହିଛି ।
ଶାସ୍ତ୍ରରେ ଏସବୁ କଥା ନାହିଁ । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀଙ୍କର ରହସ୍ୟ ମଧ୍ୟ ତୁମେ ସନ୍ତାନମାନେ
ବୁଝିଛ କି ଆମେମାନେ ହିଁ ଥିଲୁ । ବିରାଟ ରୂପର ଚିତ୍ର ମଧ୍ୟ ବହୁତ ତିଆରି କରୁଛନ୍ତି କିନ୍ତୁ
ଅର୍ଥ କିଛି ହେଲେ ଜାଣିନାହାଁନ୍ତି । ବାବାଙ୍କ ବିନା କେହି ବୁଝାଇପାରିବେ ନାହିଁ । ଏହି
ବ୍ରହ୍ମାଙ୍କ ଉପରେ ମଧ୍ୟ କେହି ଅଛନ୍ତି ନା, ଯିଏ ଶିଖାଉଛନ୍ତି । ଯଦି କୌଣସି ଗୁରୁ ଶିଖାଇଥିବେ
ତେବେ ସେହି ଗୁରୁଙ୍କର କେବଳ ଇଏ ଜଣେ ଶିଷ୍ୟ ତ ହୋଇପାରିବେ ନାହିଁ । ବାବା କହୁଛନ୍ତି - ପିଲାମାନେ,
ତୁମକୁ ପତିତରୁ ପାବନ ଓ ପାବନରୁ ପତିତ ହେବାକୁ ହିଁ ପଡ଼ିବ । ଏହା ମଧ୍ୟ ଡ଼୍ରାମାରେ ନିଧାର୍ଯ୍ୟ
ହୋଇ ରହିଛି । ଅନେକ ଥର ଏହି ଚକ୍ରକୁ ଅତିକ୍ରମ କରିଛ । ଆଗକୁ ଅତିକ୍ରମ କରିଚାଲିବ ମଧ୍ୟ । ତୁମେ
ହେଉଛ ଅଲରାଉଣ୍ଡର ପାର୍ଟଧାରୀ । ଆଉ କାହାର ଆଦିରୁ ଅନ୍ତ ପର୍ଯ୍ୟନ୍ତ ଅଭିନୟ ନାହିଁ । ତୁମକୁ ହିଁ
ବାବା ବୁଝାଉଛନ୍ତି । ପୁଣି ତୁମେ ଏକଥା ମଧ୍ୟ ବୁଝୁଛ ଯେ ଅନ୍ୟ ଧର୍ମାବଲମ୍ବୀମାନେ ଅମୁକ-ଅମୁକ
ସମୟରେ ଆସୁଛନ୍ତି । ତୁମର ତ ଅଭିନୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଛି । ଖ୍ରୀଷ୍ଟିୟାନମାନଙ୍କ
ନିମନ୍ତେ ତ କୁହାଯିବ ନାହିଁ କି ସେମାନେ ସତ୍ୟଯୁଗରେ ଥିଲେ । ସେମାନେ ତ ଦ୍ୱାପରର ବି ମଝିରେ
ଆସୁଛନ୍ତି । ଏହି ଜ୍ଞାନ ତୁମ ସନ୍ତାନମାନଙ୍କ ବୁଦ୍ଧିରେ ହିଁ ଅଛି । ଏକଥା କାହାକୁ ବି ବୁଝାଇ
ପାରିବ । ଅନ୍ୟ କେହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିନାହାଁନ୍ତି । ରଚୟିତାଙ୍କୁ ହିଁ
ଜାଣିନାହାଁନ୍ତି ତ ରଚନାଙ୍କୁ କିପରି ଜାଣିବେ । ବାବା ବୁଝାଉଛନ୍ତି ସଠିକ୍ କଥାକୁ ଛପାଇ
ଉଡ଼ାଜାହାଜରୁ ସବୁ ଜାଗାରେ ପକାଇବା ଉଚିତ୍ । ସେହିଭଳି ପଏଣ୍ଟସ୍ ଅଥବା ବିଷୟବସ୍ତୁ ଲେଖିବା ଦରକାର
। ପିଲାମାନେ କହୁଛନ୍ତି କାମ ନାହିଁ । ବାବା କହୁଛନ୍ତି ଏହି ସେବା ତ ବହୁତ ରହିଛି । ଏଠାରେ
ଏକାନ୍ତରେ ବସି ଏହି କାମ କର । ଯେତେ ସବୁ ବଡ଼-ବଡ଼ ସଂସ୍ଥା ଅଛି, ଗୀତା ପାଠଶାଳା ଆଦି ରହିଛି, ସେ
ସମସ୍ତଙ୍କୁ ଜାଗୃତ କରାଇବାକୁ ହେବ । ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ । ଏହା ହେଉଛି
ପୁରୁଷୋତ୍ତମ ସଙ୍ଗମଯୁଗ । ଯେଉଁମାନେ ବୁଦ୍ଧିମାନ ହୋଇଥିବେ ସେମାନେ ତୁରନ୍ତ ବୁଝିବେ, ନିଶ୍ଚୟ
ସଙ୍ଗମଯୁଗରେ ହିଁ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେଉଛି । ସତ୍ୟଯୁଗରେ
ପୁରୁଷୋତ୍ତମ ମନୁଷ୍ୟ ଥାଆନ୍ତି । ଏଠାରେ ଆସୁରୀ ସ୍ୱଭାବଧାରୀ ପତିତ ମନୁଷ୍ୟ ରହିଛନ୍ତି । ଏକଥା
ମଧ୍ୟ ବାବା ବୁଝାଉଛନ୍ତି, କୁମ୍ଭ ମେଳା ହେଲେ ବହୁତ ମନୁଷ୍ୟ ସ୍ନାନ କରିବାକୁ ଯାଇଥାନ୍ତି ।
କାହିଁକି ସ୍ନାନ କରିବାକୁ ଯାଉଛନ୍ତି? ପବିତ୍ର ହେବାକୁ ଚାହୁଁଛନ୍ତି । ତେଣୁ ଯେଉଁ ଯେଉଁ ସ୍ଥାନକୁ
ମନୁଷ୍ୟ ସ୍ନାନ କରିବାକୁ ଯାଉଛନ୍ତି ସେଠାକୁ ଯାଇ ସେବା କରିବା ଉଚିତ୍ । ମନୁଷ୍ୟମାନଙ୍କୁ ବୁଝାଇବା
ଦରକାର, ଏହି ପାଣି ପତିତ-ପାବନୀ ନୁହେଁ । ତୁମ ପାଖରେ ଚିତ୍ର ମଧ୍ୟ ରହିଛି । ଗୀତା ପାଠଶାଳାକୁ
ଯାଇ ଏହି ପର୍ଚ୍ଚା ବାଣ୍ଟିବା ଦରକାର । ପିଲାମାନେ ସେବା ମାଗୁଛନ୍ତି । ଏହିକଥା ବସି ଲେଖ-ଗୀତାର
ଭଗବାନ ପରମପିତା ପରମାତ୍ମା ଶିବ ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ପୁଣି ତାଙ୍କ ଜୀବନ ଚକ୍ରର
ମହିମା ଲେଖ । ଶିବବାବାଙ୍କର ବାୟୋଗ୍ରାଫି ଲେଖ । ପୁଣି ସ୍ୱତଃ ନିଜେ ବିଚାର କରିବେ । ଏହି
ପଏଣ୍ଟସ୍ ମଧ୍ୟ ଲେଖିବାକୁ ହେବ ଯେ ପତିତ-ପାବନ କିଏ? ଏହାପରେ ପୁଣି ଶିବ ଏବଂ ଶଙ୍କରଙ୍କର ଭେଦ
ମଧ୍ୟ ଦେଖାଇବାକୁ ହେବ । ଶିବ ଅଲଗା ଏବଂ ଶଙ୍କର ଅଲଗା ଅଟନ୍ତି । ଏକଥା ମଧ୍ୟ ବାବା ବୁଝାଇଛନ୍ତି
- କଳ୍ପ ୫ ହଜାର ବର୍ଷର ଅଟେ । ମନୁଷ୍ୟ ୮୪ ଜନ୍ମ ନେଉଛନ୍ତି, ୮୪ ଲକ୍ଷ ଜନ୍ମ ନୁହେଁ । ଏହି
ମୁଖ୍ୟ-ମୁଖ୍ୟ କଥା ସ୍ୱଳ୍ପରେ ଲେଖିବା ଦରକାର । ଯାହାକୁ (ଏହି ପରିଚୟ ପତ୍ରକୁ) ଉଡ଼ାଜାହାଜରୁ
ପକାଇପାରିବ, ବୁଝାଇ ମଧ୍ୟ ପାରିବ । ଯେପରି ଏହି ସୃଷ୍ଟିଚକ୍ର, ଏଥିରେ ସ୍ପଷ୍ଟ ଭାବରେ ରହିଛି
ଅମୁକ-ଅମୁକ ଧର୍ମ ଅମକ ଅମୁକ ସମୟରେ ସ୍ଥାପନ ହେଉଛି । ତେଣୁ ଏହି ଗୋଲା ମଧ୍ୟ ରହିବା ଦରକାର ।
ସେଥିପାଇଁ ମୁଖ୍ୟ ୧୨ଟି ଚିତ୍ରର କ୍ୟାଲେଣ୍ଡର୍ସ ମଧ୍ୟ ଛପାଇ ପାରିବ, ଯେଉଁଥିରେ ସାରା ଜ୍ଞାନ
ଆସିଯିବ ଏବଂ ସେବା ସହଜରେ ହୋଇପାରିବ । ଏହି ଚିତ୍ର ବହୁତ ଜରୁରୀ ଅଟେ । କେଉଁ ଚିତ୍ର ତିଆରି
କରିବାକୁ ହେବ, କ’ଣ ସବୁ ପଏଣ୍ଟସ୍ ଲେଖିବା ଦରକାର, ତାକୁ ଏଠାରେ ବସି ଲେଖ ।
ତୁମେ ଗୁପ୍ତ ବେଶରେ ଏହି
ପୁରୁଣା ଦୁନିଆର ପରିବର୍ତ୍ତନ କରୁଛ । ତୁମେ ଗୁପ୍ତ ଯୋଦ୍ଧା ଅଟ । ତୁମକୁ କେହି ଜାଣିନାହାଁନ୍ତି
। ବାବା ବି ଗୁପ୍ତ ଏବଂ ଏହି ଜ୍ଞାନ ମଧ୍ୟ ଗୁପ୍ତ ଅଟେ । ଏହି ଜ୍ଞାନର କୌଣସି ଶାସ୍ତ୍ର ଆଦି ତିଆରି
ହୁଏ ନାହିଁ, ଅନ୍ୟ ଧର୍ମ ସ୍ଥାପକ ମାନଙ୍କର ବାଇବେଲ୍ ଆଦି ଛପାଯାଉଛି ଯାହାକୁ ପଢି ଆସୁଛନ୍ତି ।
ପ୍ରତ୍ୟେକଙ୍କର ଶାସ୍ତ୍ର ଛପା ଯାଉଛି । ତୁମର ଶାସ୍ତ୍ର ପୁଣି ଭକ୍ତିମାର୍ଗରେ ଛପାଯିବ । ଏବେ
ଛପାଯିବ ନାହିଁ କାହିଁକି ନା ଏବେ ତ ଏହି ଶାସ୍ତ୍ର ଆଦି ସବୁ ବିନାଶ ହୋଇଯିବ । ଏବେ ତୁମକୁ ବୁଦ୍ଧି
ଦ୍ୱାରା କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କ ପାଖରେ ମଧ୍ୟ ବୁଦ୍ଧିରେ ଜ୍ଞାନ ରହିଛି
। ବାବା କୌଣସି ଶାସ୍ତ୍ର ଆଦି ପଢୁନାହାଁନ୍ତି । ସେ ତ ହେଉଛନ୍ତି ନଲେଜଫୁଲ । ନଲେଜ୍ଫୁଲର ଅର୍ଥ
ମନୁଷ୍ୟ ଭାବୁଛନ୍ତି ସମସ୍ତଙ୍କର ମନକୁ ଜାଣିବାବାଲା । ଭଗବାନ ପ୍ରତ୍ୟେକଙ୍କ କର୍ମକୁ ଦେଖୁଛନ୍ତି
ତେବେ ତ କର୍ମର ଫଳ ଦେଉଛନ୍ତି । ବାବା କହୁଛନ୍ତି ଏ ସବୁ ଡ଼୍ରାମାରେ ନିଧାର୍ଯ୍ୟ ହୋଇ ରହିଛି ।
ଡ଼୍ରାମା ଅନୁଯାୟୀ ଯିଏ ବିକର୍ମ କରୁଛନ୍ତି ତା’ର ପୁଣି ଦଣ୍ଡ ମିଳିଥାଏ । ଭଲ ଏବଂ ମନ୍ଦ କର୍ମର ଫଳ
ମିଳିଥାଏ । ତା’ର କୌଣସି ଲେଖା ହିଁ ନାହିଁ । ମନୁଷ୍ୟ ବୁଝିପାରିବେ ଯେ ନିଶ୍ଚୟ ପ୍ରତ୍ୟେକଙ୍କର
କର୍ମର ଫଳ ପର ଜନ୍ମରେ ମିଳୁଛି । ଅନ୍ତ ସମୟରେ ବହୁତ ପଶ୍ଚାତାପ କରିବେ ଯେ ଆମେ ଏହି ସବୁ ପାପ
କରିଛୁ । ସବୁ ମନେ ପଡ଼ିବ । କର୍ମ ଅନୁସାରେ ଜନ୍ମ ମିଳିବ । ଏବେ ତୁମେ ବିକର୍ମାଜିତ୍ ହେଉଥିବାରୁ
ଏପରି କୌଣସି ବିକର୍ମ କରିବା ଅନୁଚିତ୍ । ସବୁଠାରୁ ବଡ଼ ବିକର୍ମ ହେଉଛି ଦେହ-ଅଭିମାନୀ ହେବା । ବାବା
ବାରମ୍ବାର କହୁଛନ୍ତି ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଅ, ପବିତ୍ର ରହିବାକୁ ହିଁ ପଡ଼ିବ ।
ସବୁଠାରୁ ବଡ଼ ପାପ ହେଉଛି ବିକାରଗ୍ରସ୍ଥ ହେବା । ଏହା ହିଁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି ।
ସେଥିପାଇଁ ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି ଏହା କାକ ବିଷ୍ଠା ସମାନ ସୁଖ ଅଟେ । ସତ୍ୟଯୁଗରେ
ଦୁଃଖର ନାମ ନିଶାନ ରହିବ ନାହିଁ । ଏଠାରେ ଦୁଃଖ ହିଁ ଦୁଃଖ ରହିଛି, ସେଥିପାଇଁ
ସନ୍ନ୍ୟାସୀମାନଙ୍କର ବୈରାଗ୍ୟ ଆସୁଛି । କିନ୍ତୁ ସେମାନେ ଜଙ୍ଗଲକୁ ଚାଲିଯାଉଛନ୍ତି । ତାଙ୍କର
ହେଉଛି ହଦର ବୈରାଗ୍ୟ, ତୁମର ହେଲା ବେହଦର ବୈରାଗ୍ୟ । ଏହି ଦୁନିଆ ହିଁ ଛି- ଛି ବିକାରୀ ଅଟେ ।
ସମସ୍ତେ କହୁଛନ୍ତି ବାବା ଆସି ଆମର ଦୁଃଖ ଦୂର କରି ସୁଖ ଦିଅ । ବାବା ହିଁ ଦୁଃଖହର୍ତ୍ତା
ସୁଖକର୍ତ୍ତା ଅଟନ୍ତି । ତୁମେମାନେ ହିଁ ବୁଝୁଛ ଯେ ନୂଆ ଦୁନିଆରେ ଏହି ଦେବତାମାନଙ୍କର ରାଜ୍ୟ ଥିଲା
। ସେଠାରେ କୌଣସି ବି ପ୍ରକାରର ଦୁଃଖ ନ ଥିଲା । କେହି ଶରୀର ଛାଡ଼ିଲେ ମନୁଷ୍ୟ କହନ୍ତି ସ୍ୱର୍ଗବାସୀ
ହେଲା । କିନ୍ତୁ ଏକଥା ବୁଝୁନାହାଁନ୍ତି ଯେ ଆମେ ନର୍କରେ ଅଛୁ । ଆମେ ମଲେ ସ୍ୱର୍ଗକୁ ଯିବୁ ।
କିନ୍ତୁ ସେ ଆତ୍ମା ସ୍ୱର୍ଗକୁ ଗଲା ନାଁ ପୁଣି ନର୍କକୁ ଆସିଲା? କିଛି ବି ହେଲେ ବୁଝୁନାହାଁନ୍ତି ।
ତୁମେମାନେ ତିନିଜଣ ପିତାଙ୍କ ରହସ୍ୟ ମଧ୍ୟ ସମସ୍ତଙ୍କୁ ବୁଝାଇପାରିବ । ଦୁଇଟି ପିତା ବୋଲି ତ
ସମସ୍ତେ ଜାଣୁଛନ୍ତି ଯେ ଲୌକିକ ଏବଂ ପାରଲୌକିକ ପୁଣି ଇଏ ଅଲୌକିକ ପ୍ରଜାପିତା ବ୍ରହ୍ମା
ସଙ୍ଗମଯୁଗରେ ଅଛନ୍ତି । ବ୍ରାହ୍ମଣ ମଧ୍ୟ ଦରକାର ନା । ସେହି ବ୍ରାହ୍ମଣ ବ୍ରହ୍ମାଙ୍କର ମୁଖ
ବଂଶାବଳୀ ନୁହଁନ୍ତି । ଜାଣିଛନ୍ତି ବ୍ରହ୍ମା ଥିଲେ ସେଥିପାଇଁ ବ୍ରାହ୍ମଣ ଦେବୀ-ଦେବତା ନମଃ
କହୁଛନ୍ତି । ଏକଥା ଜାଣିନାହାଁନ୍ତି ଯେ କାହାକୁ କହୁଛନ୍ତି, କେଉଁ ବ୍ରାହ୍ମଣ? ତୁମେ ହେଉଛ
ପୁରୁଷୋତ୍ତମ ସଙ୍ଗମଯୁଗୀ ବ୍ରାହ୍ମଣ । ସେମାନେ ହେଲେ କଳିଯୁଗୀ । ଏହା ହେଉଛି ପୁରୁଷୋତ୍ତମ
ସଙ୍ଗମଯୁଗ ଯେତେବେଳେ କି ତୁମେ ମନୁଷ୍ୟରୁ ଦେବତା ହେଉଛ । ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି ।
ତେଣୁ ତୁମ ସନ୍ତାନମାନଙ୍କୁ ସବୁ ପଏଣ୍ଟସ୍କୁ ଧାରଣ କରି ସେବା କରିବା ଉଚିତ୍ । ପୂଜା କରିବା ପାଇଁ
ଅଥବା ଶ୍ରାଦ୍ଧ ଖାଇବା ପାଇଁ ବ୍ରାହ୍ମଣ ଲୋକେ ଆସିଥାନ୍ତି । ତାଙ୍କ ସହିତ ମଧ୍ୟ ତୁମେ ଜ୍ଞାନର
ବାର୍ତ୍ତାଳାପ କରିପାରିବ । ତୁମେ ତାଙ୍କୁ ପ୍ରକୃତ ବ୍ରାହ୍ମଣ କରାଇପାରିବ । ଏବେ ଭାଦ୍ରବ ମାସ
ଆସୁଛି, ସମସ୍ତେ ପୂର୍ବପୁରୁଷଙ୍କୁ ଖୁଆଉଛନ୍ତି । ତାହା ବି ଯୁକ୍ତିର ସହିତ କରିବା ଦରକାର, ନଚେତ୍
କହିବେ ବ୍ରହ୍ମାକୁମାରୀମାନଙ୍କ ପାଖକୁ ଯାଇ ସବୁକିଛି ଛାଡ଼ି ଦେଲେ । ଏପରି କିଛି କରିବା ଅନୁଚିତ୍,
ଯେଉଁଥିରେ ନାରାଜ ହେବେ । ଯୁକ୍ତିର ସହ ତୁମେ ଜ୍ଞାନ ଦେଇପାରିବ । ନିଶ୍ଚୟ ବ୍ରାହ୍ମଣ ଲୋକ ଆସିବେ,
ତେବେ ଯାଇ ଜ୍ଞାନ ଦେବ ନା । ଏହି ମାସରେ ତୁମେ ବ୍ରାହ୍ମଣମାନଙ୍କର ବହୁତ ସେବା କରିପାରିବ । ତୁମେ
ବ୍ରାହ୍ମଣମାନେ ତ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ । କୁହ ବ୍ରାହ୍ମଣ ଧର୍ମ କିଏ ସ୍ଥାପନ
କରିଥିଲେ? ତୁମେ ଘରେ ବସି ତାଙ୍କର ମଧ୍ୟ କଲ୍ୟାଣ କରିପାରିବ । ଯେପରି ଅମରନାଥ ଯାତ୍ରାକୁ ଯାଉଥିବା
ଲୋକେ କେବଳ ଲେଖାରୁ ଏତେ ସ୍ପଷ୍ଟ ଭାବେ ବୁଝି ପାରିବେ ନାହିଁ । ସେଠାରେ ବସି ସେମାନଙ୍କୁ ବୁଝାଇବା
ଦରକାର । ଆମେ ତୁମକୁ ସତ୍ୟ ଅମରନାଥଙ୍କର କଥା ଶୁଣାଇବୁ । ଅମରନାଥ ତ ଜଣଙ୍କୁ ହିଁ କୁହାଯାଉଛି ।
ଅମରନାଥ ଅର୍ଥାତ୍ ଯିଏ ଅମରପୁରୀର ସ୍ଥାପନା କରୁଛନ୍ତି । ତାହା ହେଉଛି ସତ୍ୟଯୁଗ । ଏହିପରି ସେବା
କରିବାକୁ ପଡ଼ିବ । ସେଠାକୁ ପାଦରେ ଚାଲି ଚାଲି ଯିବାକୁ ପଡିଥାଏ । ଭଲ-ଭଲ ବଡ଼-ବଡ ଲୋକମାନଙ୍କୁ ଯାଇ
ବୁଝାଇବା ଦରକାର । ସନ୍ନ୍ୟାସୀମାନଙ୍କୁ ମଧ୍ୟ ତୁମେ ଜ୍ଞାନ ଦେଇପାରିବ । ତୁମେ ସମଗ୍ର ସୃଷ୍ଟିର
କଲ୍ୟାଣକାରୀ ଅଟ । ଶ୍ରୀମତ ଆଧାରରେ ଆମେ ବିଶ୍ୱର କଲ୍ୟାଣ କରୁଛୁ - ବୁଦ୍ଧିରେ ଏହି ନିଶା ରହିବା
ଉଚିତ୍ । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେତେବେଳେ
କୌଣସି ଏକାନ୍ତ ସ୍ଥାନ ବା ଫୁରସତ୍ ମିଳୁଛି ସେତେବେଳେ ଜ୍ଞାନର ଭଲ-ଭଲ ପଏଣ୍ଟସ୍ ଉପରେ ବିଚାର
ସାଗର ମନ୍ଥନ କରି ଲେଖିବା ଉଚିତ୍ । ସମସ୍ତଙ୍କ ନିକଟରେ ସନ୍ଦେଶ ପହଞ୍ଚାଇବା ପାଇଁ ଅଥବା
ସମସ୍ତଙ୍କର କଲ୍ୟାଣ କରିବା ପାଇଁ ଉପାୟ କରିବାକୁ ହେବ ।
(୨) ବିକର୍ମରୁ ବଞ୍ଚିବା
ପାଇଁ ଦେହୀ-ଅଭିମାନୀ ହୋଇ ବାବାଙ୍କୁ ୟାଦ କରିବାକୁ ହେବ । ଏବେ କୌଣସି ବିକର୍ମ କରିବା ଅନୁଚିତ୍,
ଏହି ଜନ୍ମରେ କରିଥିବା ବିକର୍ମକୁ ବାପଦାଦାଙ୍କୁ ସତ୍ୟ-ସତ୍ୟ ଶୁଣାଇବାକୁ ହେବ ।
ବରଦାନ:-
ଅଟଳ ଭବିଷ୍ୟତକୁ
ଜାଣିଥିଲେ ମଧ୍ୟ ଶ୍ରେଷ୍ଠ କାର୍ଯ୍ୟକୁ ପ୍ରତ୍ୟକ୍ଷ ରୂପ ଦେଉଥିବା ସଦା ସମର୍ଥ ଆତ୍ମା ଭବ ।
ଭବିଷ୍ୟତ ନୂତନ ଶ୍ରେଷ୍ଠ
ବିଶ୍ୱର ନିର୍ମାଣ ଅଟଳ ହୋଇଥିଲେ ମଧ୍ୟ ସମର୍ଥ ଭବର ବରଦାନୀ ପିଲାମାନେ କେବଳ କର୍ମ ଏବଂ ଫଳର,
ପୁରୁଷାର୍ଥ ଏବଂ ପ୍ରାରବ୍ଧର, ନିମିତ୍ତ ଏବଂ ନିର୍ମାଣର କର୍ମ ଦର୍ଶନ ଅନୁଯାଇ ନିମିତ୍ତ ହୋଇ
କାର୍ଯ୍ୟ କରିଥାଆନ୍ତି । ଦୁନିଆର ଲୋକମାନଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ତୁମେମାନେ କହୁଛ ଏହି
କାର୍ଯ୍ୟ ଅନେକ ଥର ହୋଇ ସାରିଛି ଏବଂ ଏବେ ମଧ୍ୟ ହୋଇ କରି ହିଁ ରହିଛି କାହିଁକି ନା
ସ୍ୱପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରମାଣ ନିକଟରେ ଅନ୍ୟ କୌଣସି ପ୍ରମାଣର ଆବଶ୍ୟକତା ନାହିଁ, ଏହା
ବ୍ୟତୀତ ପରମାତ୍ମାଙ୍କର କାର୍ଯ୍ୟ ସର୍ବଦା ସଫଳ ହେବା ସୁନିଶ୍ଚିତ ଅଟେ ।
ସ୍ଲୋଗାନ:-
କହିବା କମ୍,
କରିବା ଅଧିକ - ଏହି ଶ୍ରେଷ୍ଠ ଲକ୍ଷ୍ୟ ତୁମକୁ ମହାନ କରିଦେବ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ସେବାରେ ହେଉ ବା ସ୍ୱ
ଉନ୍ନତିରେ ହେଉ, ସଫଳତା ପାପ୍ତ କରିବାର ମୁଖ୍ୟ ଆଧାର ହେଲା - ଏକମାତ୍ର ବାବାଙ୍କ ସହିତ ଅତୁଟ
ସ୍ନେହ । ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖା ନ ଯାଉ । ସଂକଳ୍ପରେ ବି ବାବା, ବାଣୀରେ ମଧ୍ୟ
ବାବା, କର୍ମରେ ମଧ୍ୟ ବାବାଙ୍କର ସଂଗର ଅନୁଭବ । ଯଦି ଏହିଭଳି ଲବଲୀନ ସ୍ଥିତିରେ ରହି କାହାକୁ
ଗୋଟିଏ ଶବ୍ଦ ବି କହିବ ତେବେ ସେହି ସ୍ନେହପୂର୍ଣ୍ଣ ଶବ୍ଦଟିଏ ମଧ୍ୟ ଅନ୍ୟ ଆତ୍ମାକୁ ସ୍ନେହର ଡୋରୀରେ
ବାନ୍ଧିଦେବ । ଏହିଭଳି ଲବଲୀନ ଆତ୍ମାର ଏକମାତ୍ର ବାବା ଶବ୍ଦ ହିଁ ଯାଦୁ ମନ୍ତ୍ରର କାମ କରିବ ।