08.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ଏବେ ଈଶ୍ୱରୀୟ ନ୍ୟୁ ବ୍ଲଡ୍ (ଯୁବାବସ୍ଥା) ଅଟେ, ତେଣୁ ତୁମକୁ ବହୁତ ଖୁସିରେ ଭାଷଣ କରିବା ଆବଶ୍ୟକ,
ଉତ୍ସାହ ରହିବା ଦରକାର ଯେ ଶିବବାବା ଆମକୁ ପାଠ ପଢାଉଛନ୍ତି ।”
ପ୍ରଶ୍ନ:-
ତୁମମାନଙ୍କୁ
ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଉଲ୍ଲାସ ସ୍ଥାୟୀ ଭାବରେ ରହୁ, ସେଥିପାଇଁ କେଉଁ ଉପାୟ ଅବଲମ୍ବନ କରିବ?
ଉତ୍ତର:-
ନିଜର ରାଜତ୍ୱର ପାସ୍ପୋର୍ଟ ତିଆରି କରି ରଖ । ତା’ ତଳେ ବର୍ତ୍ତମାନର ସାଧାରଣ ଚିତ୍ର, ଉପରେ
ରାଜାର ପୋଷାକରେ ସଜା ହୋଇଥିବା ଫଟୋ ଏବଂ ତା ଉପରେ ଶିବବାବା, ତେବେ ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟର
ସ୍ମୃତି ସହଜରେ ରହିବ । ପକେଟ୍ରେ ସବୁବେଳେ ଏହି ପାସ୍ର୍ପୋଟ୍ ଫଟୋ ପଡିଥାଉ । ଯଦି କେତେବେଳେ
ମାୟାର ତୋଫାନ ଆସିବ, ତେବେ ମନେ ପଡିବ ଯେ ଏବେ ମୋର ଏହି ପାସପୋର୍ଟ ତ ରଦ୍ଦ ହୋଇଯିବ । ମୁଁ
ସ୍ୱର୍ଗକୁ ଯାଇପାରିବି ନାହିଁ ।
ଗୀତ:-
ରାତ କେ ରାହୀ
ଥକ ମତ ଜାନା......
ଓମ୍ ଶାନ୍ତି ।
ପିଲାମାନେ ତ ଏହି
ଗୀତର ଅର୍ଥ ବୁଝିଲେ । ଏବେ ଭକ୍ତିମାର୍ଗର ଏହି ଘୋର ଅନ୍ଧକାର ରାତ୍ରି ଶେଷ ହେଲା । ପିଲାମାନେ
ଜାଣିଛନ୍ତି ଯେ ଏବେ ଆମ ପାଖକୁ କାଳ ଆସିପାରିବ ନାହିଁ । ଆମେ ଏଠାରେ ବସିଛୁ, ଆମର ଲକ୍ଷ୍ୟ ଓ
ଉଦ୍ଦେଶ୍ୟ ହେଲା ମନୁଷ୍ୟରୁ ଦେବତା ହେବା । ଯେପରି ସନ୍ନ୍ୟାସୀମାନେ କହିଥା’ନ୍ତି ଯେ ଯଦି ତୁମେ
ନିଜକୁ ମଇଁଷି ଭାବିବ ତେବେ ସେହିଭଳି ରୂପ ହୋଇଯିବ । ତାହା ହେଲା ଭକ୍ତିମାର୍ଗର ଦୃଷ୍ଟାନ୍ତ ।
ଯେପରି ଏହି ଦୃଷ୍ଟାନ୍ତ ମଧ୍ୟ ଅଛି ନା - ରାମଚନ୍ଦ୍ର ମାଙ୍କଡ ମାନଙ୍କର ସେନା ଦ୍ୱାରା ରାବଣ ଉପରେ
ବିଜୟ ପ୍ରାପ୍ତ କରିଥିଲେ । ତୁମେ ଏଠାରେ ବସିଛ, ଜାଣିଛ ଯେ ଆମେ ଦ୍ୱିମୁକୁଟଧାରୀ ଦେବୀ-ଦେବତା
ହେବୁ । ଯେପରି ସ୍କୁଲରେ ପାଠ ପଢିବା ବେଳେ କହିଥାନ୍ତି ଯେ ମୁଁ ଏହି ପାଠପଢି ଡାକ୍ତର ହେବି,
ଇଞ୍ଜିନିୟର ହେବି । ତୁମେ ଜାଣିଛ ଯେ ଆମେ ଏହି ପାଠପଢା ଦ୍ୱାରା ପୁନର୍ବାର ଦେବୀ-ଦେବତା ହେଉଛୁ ।
ଏହି ପୁରୁଣା ଶରୀର ଛାଡିଲା ପରେ ଆର ଜନ୍ମକୁ ଆମ ମୁଣ୍ଡ ଉପରେ ମୁକୁଟ ଥିବ । ବର୍ତ୍ତମାନ ଏହି
ଦୁନିଆ ବହୁତ ଖରାପ, ବିକାରୀ ଅଟେ । ନୂଆ ଦୁନିଆ ହେଉଛି ଫାଷ୍ଟକ୍ଲାସ୍ ଦୁନିଆ । ପୁରୁଣା ଦୁନିଆ
ସମ୍ପୂର୍ଣ୍ଣ ଥାର୍ଡକ୍ଲାସ୍ ଅଟେ । ଏହି ଦୁନିଆ ତ ବିନାଶ ହୋଇଯିବ । ଆମକୁ ବିଶ୍ୱର ମାଲିକ କରାଇଲା
ବାଲା ନିଶ୍ଚୟ ବିଶ୍ୱର ରଚୟିତା ହିଁ ହୋଇଥିବେ, ଅନ୍ୟ କେହି ଏହି ପାଠପଢାଇ ପାରିବେ ନାହିଁ ।
ଶିବବାବା ହିଁ ଆମକୁ ପାଠପଢାଇ ରାଜଯୋଗ ଶିଖାଉଛନ୍ତି । ବାବା ବୁଝାଉଛନ୍ତି ଯେ ଆତ୍ମ-ଅଭିମାନୀ ହୁଅ
। ଆତ୍ମ-ଅଭିମାନୀ ହେବାରେ ହିଁ ପରିଶ୍ରମ ରହିଛି । ସମ୍ପୂର୍ଣ୍ଣ ଆତ୍ମ-ଅଭିମାନୀ ହୋଇଗଲେ, ଆଉ କ’ଣ
ଦରକାର । ତୁମେମାନେ ତ ବ୍ରାହ୍ମଣ ହିଁ ଅଟ, ଜାଣିଛ ଯେ ଆମେ ଏବେ ଦେବତା ହେବାକୁ ଯାଉଛୁ । ମନରେ
ଉଲ୍ଲାସ ରହୁଛି ଯେ - ମୁଁ ଏହିଭଳି ହେଉଛି । ପୂର୍ବରୁ ଆମେ କଳିଯୁଗ ନର୍କରେ ପତିତ ଥିଲୁ । ଅସୁର
ଓ ଦେବତାମାନଙ୍କ ମଧ୍ୟରେ କେତେ ପାର୍ଥକ୍ୟ ରହିଛି । ଦେବତାମାନେ କେତେ ପବିତ୍ର ଅଟନ୍ତି । ଏଠାରେ
କେତେ ପତିତ ମନୁଷ୍ୟ ଅଛନ୍ତି । ଯଦିଓ ଚେହେରା ମନୁଷ୍ୟଙ୍କ ଭଳି କିନ୍ତୁ ଚରିତ୍ର ଦେଖ କିପରି ।
ଯେଉଁମାନେ ଦେବତାମାନଙ୍କର ପୂଜାରୀ ଅଟନ୍ତି, ସେମାନେ ନିଜେ ମଧ୍ୟ ଦେବତାମାନଙ୍କ ଆଗରେ ମହିମା ଗାନ
କରିଥାନ୍ତି, ଆପଣ ସର୍ବଗୁଣ ସମ୍ପନ୍ନ, ମୋ ପାଖରେ କୌଣସି ଗୁଣ ନାହିଁ । ଏବେ ତୁମେ ପରିବର୍ତ୍ତିତ
ହୋଇ ଦେବତା ହେବ । କୃଷ୍ଣଙ୍କର ପୂଜା ହିଁ ଏଇଥିପାଇଁ କରିଥାନ୍ତି ଯେ ଆମେ କୃଷ୍ଣପୁରୀକୁ ଯିବୁ ।
କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ କେବେ ଯିବୁ । ଭକ୍ତି କରିଚାଲିଛନ୍ତି ଯେ ଭଗବାନ ଆସି ଆମକୁ
ଫଳ ଦେବେ । ଭକ୍ତିର ଫଳ ହେଲା ସଦ୍ଗତି । ତେବେ ଏହା ହେଲା ପାଠପଢା । ପ୍ରଥମେ ତ ଏହି ନିଶ୍ଚୟ
ରହିବା ଦରକାର ଯେ ଆମକୁ କିଏ ପାଠ ପଢାଉଛନ୍ତି । ଇଏ ହେଉଛନ୍ତି ଶ୍ରୀ ଶ୍ରୀ ଶିବବାବା । ତୁମେ
ପିଲାମାନେ ଜାଣିଛ ଯେ ବାବା ଆମକୁ ଶ୍ରୀମତ ଦେଉଛନ୍ତି । ଯେଉଁମାନେ ଏହି କଥା ଜାଣିନାହାଁନ୍ତି
ସେମାନେ କିପରି ଶ୍ରେଷ୍ଠ ହୋଇପାରିବେ । ଆଜିକାଲି ତ ପରସ୍ପରକୁ ଭ୍ରଷ୍ଟାଚାରୀ କରାଇବା ପାଇଁ ମତ
ଦେଉଛନ୍ତି । ଭ୍ରଷ୍ଟ ମତ ଅର୍ଥାତ୍ ଆସୁରୀ ମତ । ଏତେ ସବୁ ବ୍ରାହ୍ମଣ ଶ୍ରୀ ଶ୍ରୀ ଶିବବାବାଙ୍କର
ମତରେ ଚାଲୁଛନ୍ତି । ପରମାତ୍ମାଙ୍କର ମତ ଦ୍ୱାରା ହିଁ ଶ୍ରେଷ୍ଠ ହେଉଛନ୍ତି । ଯାହାଙ୍କର ଭାଗ୍ୟରେ
ଥିବ ସେହିମାନଙ୍କର ହିଁ ବୁଦ୍ଧିରେ ଧାରଣ ହେବ । ନଚେତ୍ କିଛି ହେଲେ ବି ବୁଝିପାରିବେ ନାହିଁ ।
ଯେବେ ଏହାକୁ ବୁଝିବେ ତେବେ ନିଜେ ହିଁ ସାହାଯ୍ୟ କରିବାରେ ଲାଗି ପଡିବେ । ଅନେକ ତ ଜାଣି ହିଁ
ନାହାଁନ୍ତି ଯେ ଇଏ କିଏ, ସେଥିପାଇଁ ବାବା ମଧ୍ୟ କାହା ସହିତ ସାକ୍ଷାତ୍ କରିନଥାନ୍ତି । ସେମାନେ ତ
ଆହୁରି ନିଜର ଆସୁରୀ ମତ ଦେବାକୁ ଲାଗିବେ । ଏବେ ସମସ୍ତେ ମାନବ ମତରେ ହିଁ ଚାଲୁଛନ୍ତି । ଶ୍ରୀମତକୁ
ନ ଜାଣିବା କାରଣରୁ ବ୍ରହ୍ମାବାବାଙ୍କୁ ମଧ୍ୟ ନିଜର ମତ ଦେଉଛନ୍ତି । ଏବେ ବାବା ତୁମ ପିଲାମାନଙ୍କୁ
ଶ୍ରେଷ୍ଠ କରିବା ପାଇଁ ଆସିଛନ୍ତି । ଏବେ ପିଲାମାନେ କହୁଛନ୍ତି ବାବା ୫ ହଜାର ବର୍ଷ ପୂର୍ବ ଭଳି
ଆମେ ଆପଣଙ୍କ ସହିତ ସମ୍ବନ୍ଧ ଯୋଡିଛୁ । ଯେଉଁମାନେ ଏହି କଥା ଜାଣିନାହାଁନ୍ତି, ସେମାନେ ଏହିଭଳି
ଉତ୍ତର ଦେଇପାରିବେ ନାହିଁ । ପିଲାମାନଙ୍କର ପାଠପଢା ପ୍ରତି ବହୁତ ଆଗ୍ରହ ରହିବା ଦରକାର । ଏହା
ବହୁତ ଶ୍ରେଷ୍ଠ ପାଠପଢା ଅଟେ । କିନ୍ତୁ ଏଥିରେ ମାୟା ମଧ୍ୟ ବହୁତ ବିରୋଧୀ ଅଟେ । ତୁମେ ଜାଣିଛ ଯେ
ଆମେ ସେହି ପାଠ ପଢୁଛୁ, ଯାହା ଦ୍ୱାରା ଆମ ମୁଣ୍ଡ ଉପରେ ଦୁଇଟି ମୁକୁଟ ରହିବ । ଭବିଷ୍ୟ
ଜନ୍ମ-ଜନ୍ମାନ୍ତର ପାଇଁ ଆମେ ଦୁଇ ମୁକୁଟଧାରୀ ହେବୁ । ତେଣୁ ସେଥିପାଇଁ ସେହିଭଳି ପୁରୁଷାର୍ଥ
ମଧ୍ୟ କରିବା ଉଚିତ୍ । ଏହାକୁ କୁହାଯାଉଛି ରାଜଯୋଗ । କେତେ ଆଶ୍ଚର୍ଯ୍ୟ । ବାବା ସର୍ବଦା
ବୁଝାଉଛନ୍ତି ତୁମେ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ ଯାଅ । ସେଠାରେ ଥିବା ପୂଜାରୀକୁ ବି ତୁମେ
ବୁଝାଇପାରିବ । ତାଙ୍କୁ ପ୍ରଶ୍ନ ପଚାର ଯେ ଲକ୍ଷ୍ମୀ-ନାରାୟଣଙ୍କୁ ଏହି ପଦ କିପରି ମିଳିଲା? ଏମାନେ
ବିଶ୍ୱର ମାଲିକ କିପରି ହେଲେ? ଏହିପରି ବସି ଅନ୍ୟମାନଙ୍କୁ ଜ୍ଞାନ ଶୁଣାଅ, ତେବେ ପୂଜାରୀଙ୍କର
ମଧ୍ୟ କଲ୍ୟାଣ ହୋଇଯିବ । ତୁମେ ତାଙ୍କୁ କହିପାରିବ ଯେ ମୁଁ ଆପଣଙ୍କୁ ବୁଝାଉଛି । ଏହି
ଲକ୍ଷ୍ମୀ-ନାରାୟଣଙ୍କୁ ରାଜ୍ୟ କିପରି ମିଳିଲା । ଗୀତାରେ ମଧ୍ୟ ଭଗବାନୁବାଚ ରହିଛି ଯେ ମୁଁ ତୁମକୁ
ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରାଉଛି । ତେବେ ପିଲାମାନଙ୍କର କେତେ ଉତ୍କଣ୍ଠା ରହିବା
ଦରକାର, ଆମେ ଏହିଭଳି ହେଉଛୁ । ସେଥିପାଇଁ ନିଜର ଚିତ୍ର ଏବଂ ଭବିଷ୍ୟତ ରାଜତ୍ୱର ଚିତ୍ର ମଧ୍ୟ ଏକ
ସମୟରେ ତିଆରି କର । ତଳେ ତୁମର ବର୍ତ୍ତମାନର ସାଧାରଣ ଚିତ୍ର ଉପରେ ରାଜତ୍ୱର ଚିତ୍ର ରହୁ, ଏଥିରେ
ତ କିଛି ଖର୍ଚ୍ଚ ନାହିଁ । ରାଜା ବେଶର ପୋଷାକ ତ ତୁରନ୍ତ ତିଆରି ହୋଇପାରିବ । ସେହି ଚିତ୍ରକୁ ନିଜ
ପାଖରେ ରଖ ତେବେ ତାହା ଘଡିକୁ ଘଡି ମନେ ପଡିବ । ଆମେ ମନୁଷ୍ୟରୁ ଦେବତା ହେବାକୁ ଯାଉଛୁ, ଉପରେ
ଶିବବାବାଙ୍କ ଚିତ୍ର ରହୁ । ଏହିସବୁ ଚିତ୍ର ତିଆରି କରିବାକୁ ହେବ । ଆମେ ମନୁଷ୍ୟରୁ ଦେବତା ହେଉଛୁ
। ଏହି ପୁରୁଣା ଶରୀର ଛାଡି ଆମେ ଦେବତା ହେବୁ କାହିଁକି ନା ଏବେ ଆମେ ରାଜଯୋଗ ଶିଖୁଛୁ । ଏଥିପାଇଁ
ଏହି ଚିତ୍ର ତୁମକୁ ସାହାଯ୍ୟ କରିବ । ଉପରେ ଶିବବାବାଙ୍କ ଚିତ୍ର, ତଳକୁ ରହିଛି ରାଜତ୍ୱର ଚିତ୍ର
ତା’ ତଳେ ତୁମର ସାଧାରଣ ଚିତ୍ର । ଶିବବାବାଙ୍କଠାରୁ ଆମେ ରାଜଯୋଗ ଶିକ୍ଷା କରି ଦ୍ୱିମୁକୁଟଧାରୀ
ଦେବତା ହେଉଛୁ । ଯଦି ପାଖରେ ଚିତ୍ର ଥିବ ତେବେ କେହି ପଚାରିଲେ ତୁମେ ତାଙ୍କୁ ବୁଝାଇ କହିପାରିବ ।
ଆମକୁ ସବୁ କିଛି ଶିଖାଇଲାବାଲା ଏହି ଶିବବାବା ଅଟନ୍ତି । ଏହି ଚିତ୍ରକୁ ଦେଖିଲେ ପିଲାମାନଙ୍କର
ଉତ୍କଣ୍ଠା ବଢିବ । ଦୋକାନରେ ମଧ୍ୟ ତୁମେ ଏହି ଚିତ୍ର ରଖିପାରିବ । ଭକ୍ତିମାର୍ଗରେ ବ୍ରହ୍ମାବାବା
ନାରାୟଣଙ୍କ ଚିତ୍ର ନିଜ ପାଖରେ ରଖୁଥିଲେ । ପକେଟ୍ରେ ମଧ୍ୟ ରହୁଥିଲା । ସେହିଭଳି ତୁମେ ବି ନିଜର
ଫଟୋ ପକେଟରେ ରଖ ତେବେ ମନେ ରହିବ ଯେ ଆମେ ପୁନର୍ବାର ମନୁଷ୍ୟରୁ ଦେବୀ-ଦେବତା ହେଉଛୁ । ବାବାଙ୍କୁ
ନିରନ୍ତର ମନେ ପକାଇବାର ଉପାୟ ବାହାର କରିବା ଆବଶ୍ୟକ । ବାବାଙ୍କ ସ୍ମୃତି ଭୁଲିଯିବାରୁ ହିଁ ତଳକୁ
ଖସିଯାଇଛ । ଯଦି ବିକାରର ବଶୀଭୂତ ହୋଇଯିବ, ତେବେ ପୁଣି ଲଜ୍ୟା ଲାଗିବ ଯେ ଏବେ ତ ମୁଁ ଏହିପରି
ଦେବତା ହୋଇପାରିବି ନାହିଁ । ମନକୁ ଖୁବ୍ ଜୋରରେ ଆଘାତ ଲାଗିବ ଯେ ମୁଁ ଏବେ ଦେବତା କିପରି ହେବି ।
ବାବା କହୁଛନ୍ତି - ବିକାରର ବଶୀଭୂତ ହୋଇ ତଳକୁ ଖସିଯାଉଥିବା ପିଲାମାନଙ୍କର ଫଟୋ ବାହାର କରି ଦିଅ
। କୁହ, ତୁମେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନୁହେଁ । ତୁମର ଅନୁମତି ପତ୍ର ରଦ୍ଦ ହେଲା । ସେମାନେ
ନିଜେ ମଧ୍ୟ ଅନୁଭବ କରିବେ - ମୁଁ ତ ପତିତ ହୋଇ ତଳକୁ ଖସିଗଲି! ଏବେ ସ୍ୱର୍ଗକୁ କିପରି ଯିବି ।
ଯେପରି ବାବା ନାରଦଙ୍କର ଉଦାହରଣ ଦେଉଛନ୍ତି, ତାଙ୍କୁ କୁହାଗଲା ନିଜର ଚେହେରାକୁ ଦେଖ, ତୁମେ
ଲକ୍ଷ୍ମୀଙ୍କୁ ବରଣ କରିବା ଯୋଗ୍ୟ ଅଟ? ଦର୍ପଣ ଦେଖିବାରୁ ଚେହେରା ମାଙ୍କଡ ଭଳି ଦେଖାଗଲା, ସେହିପରି
ମନୁଷ୍ୟମାନଙ୍କୁ ମଧ୍ୟ ଲଜ୍ୟା ଲାଗିବ - ମୋ ଭିତରେ ତ ଏହି ସବୁ ବିକାର ଅଛି, ତେବେ
ଶ୍ରୀଲକ୍ଷ୍ମୀ-ନାରାୟଣଙ୍କୁ କିପରି ବରଣ କରିପାରିବି । ବାବା ତ ବହୁତ ଗୁଡିଏ ଯୁକ୍ତି ତଥା ଉପାୟ
ବତାଉଛନ୍ତି । କିନ୍ତୁ ବିଶ୍ୱାସ ମଧ୍ୟ ରଖିବା ଆବଶ୍ୟକ । ଯଦି ବିକାରରେ ଆଗ୍ରହ ଆସିଯାଏ ତେବେ
ଭାବିଥାନ୍ତି ଯେ ଏହି ସ୍ଥିତିରେ ମୁଁ ରାଜାମାନଙ୍କର ରାଜା ଦ୍ୱିମୁକୁଟଧାରୀ କିପରି ହେବି ।
ଏଥିପାଇଁ ପୁରୁଷାର୍ଥ କରିବା ଆବଶ୍ୟକ ନା । ବାବା ବୁଝାଉଛନ୍ତି ଯେ ଏହିପରି ସ୍ଥୂଳ ଉପାୟ ମାନ ରଚନା
କର ଏବଂ ସମସ୍ତଙ୍କୁ ବୁଝାଇଚାଲ । ରାଜଯୋଗ ଦ୍ୱାରା ହିଁ ସତ୍ୟଯୁଗର ସ୍ଥାପନା ହେଉଛି । ଏବେ ବିନାଶ
ସମ୍ମୁଖରେ ଉପସ୍ଥିତ । ଦିନକୁ ଦିନ ତୋଫାନ ଇତ୍ୟାଦି ମଧ୍ୟ ଅଧିକରୁ ଅଧିକ ଆସିବ । ବୋମା ଆଦିର
ମଧ୍ୟ ପ୍ରସ୍ତୁତି ଚାଲିଛି ।
ତୁମେ ପିଲାମାନେ ଉଚ୍ଚ
ପଦ ପାଇବା ପାଇଁ ହିଁ ଏହି ପାଠ ପଢୁଛ । ତୁମେ ଥରେ ମାତ୍ର ପତିତରୁ ପବିତ୍ର ହେଉଛ । ମନୁଷ୍ୟମାନେ
ବୁଝିପାରୁନାହାଁନ୍ତି ଯେ ଆମେ ନର୍କବାସୀ ଅଟୁ, କାରଣ ପଥରବୁଦ୍ଧି ହୋଇଯାଇଛନ୍ତି । ଏବେ ତୁମେ
ପଥରବୁଦ୍ଧିରୁ ପାରସବୁଦ୍ଧି ହେଉଛ । ଯଦି ଭାଗ୍ୟରେ ଥିବ ତେବେ ତୁରନ୍ତ ବୁଝିଯିବେ । ନହେଲେ ଯେତେ
ବି ଚେଷ୍ଟା କର, ବୁଦ୍ଧି ଖଟାଅ, ତାଙ୍କ ବୁଦ୍ଧିରେ ରହିବ ନାହିଁ । ବାବାଙ୍କୁ ହିଁ ଜାଣିନାହାଁନ୍ତି
ତେବେ ନାସ୍ତିକ ଅର୍ଥାତ୍ ଅନାଥ ଅଟନ୍ତି । ବର୍ତ୍ତମାନ ଧନୀ ଅର୍ଥାତ୍ ପିତାଙ୍କର ହେବା ଉଚିତ୍ ।
ଯେହେତୁ ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି । ଏଠାରେ ଯେଉଁମାନଙ୍କ ପାଖରେ ଜ୍ଞାନ ଅଛି ସେମାନେ
ନିଜର ପିଲାମାନଙ୍କୁ ବିକାରରୁ ବଞ୍ଚାଇ ଚାଲିବେ । ଅଜ୍ଞାନୀ ଲୋକମାନେ ତ ନିଜ ଭଳି ପିଲାମାନଙ୍କୁ
ମଧ୍ୟ ବିକାରରେ ଫସାଇଦେଇଥାନ୍ତି । ତୁମେ ଜାଣିଛ ଏଠାରେ ବିକାରଠାରୁ ରକ୍ଷା କରାଯାଉଛି ।
କନ୍ୟାମାନଙ୍କୁ ତ ପ୍ରଥମେ ରକ୍ଷା କରିବା ଦରକାର । ଲୌକିକ ମାତା-ପିତା ତ ଯେପରି ପିଲାମାନଙ୍କୁ
ବିକାର ମଧ୍ୟକୁ ଠେଲି ଦେଉଛନ୍ତି । ତୁମେ ଜାଣିଛ ଯେ ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ । ସମସ୍ତେ ତ
ଶ୍ରେଷ୍ଠାଚାରୀ ଦୁନିଆକୁ ଯିବା ପାଇଁ ଚାହୁଁଛନ୍ତି କିନ୍ତୁ ତାହା କିଏ ତିଆରି କରିବ? ଭଗବାନୁବାଚ
- ମୁଁ ଏହି ସାଧୁ, ସନ୍ଥମାନଙ୍କର ମଧ୍ୟ ଉଦ୍ଧାର କରୁଛି । ଗୀତାରେ ମଧ୍ୟ ଲେଖାଯାଇଛି ଯେ
ଭଗବାନଙ୍କୁ ହିଁ ସମସ୍ତଙ୍କର ଉଦ୍ଧାର କରିବାକୁ ପଡିବ । ଏକମାତ୍ର ଭଗବାନ ହିଁ ଆସି ସମସ୍ତଙ୍କର
ଉଦ୍ଧାର କରୁଛନ୍ତି । ଏହି ସମୟରେ ଯଦି ଜଣାପଡିଯିବ ଯେ ବାସ୍ତବରେ ଗୀତାର ଭଗବାନ ଶିବ ଅଟନ୍ତି,
ତେବେ କହିହେଉନାହିଁ କ’ଣ ହୋଇଯିବ । କିନ୍ତୁ ଏବେ ଟିକେ ବିଳମ୍ବ ଅଛି । ନଚେତ୍ ସମସ୍ତଙ୍କର
ଆସ୍ଥାନ ଏକଦମ୍ ହଲିବାକୁ ଲାଗିବ । ଯେପରି ସିଂହାସନ ହଲିଥାଏ ନା । ଲଢେଇ ଯେତେବେଳେ ଲାଗିଥାଏ ତେବେ
ଜଣା ପଡିଯାଇଥାଏ ଯେ ଏହାଙ୍କର ସିଂହାସନ ହଲିବାକୁ ଲାଗିଲାଣି, ଏବେ ସିଂହାସନ ଛାଡିବାକୁ ପଡିବ ।
ଏବେ ଯଦି ଏମାନେ ହଲଚଲ ହୋଇଯିବେ ତେବେ ଚହଳ ପଡିଯିବ । ନିକଟ ଭବିଷ୍ୟତରେ ଏହା ସବୁ ହେବ । ତେଣୁ
ଭାଷଣ ଦ୍ୱାରା ବି ତୁମେ ସମସ୍ତଙ୍କୁ ବୁଝାଇପାରିବ । ଯେଉଁମାନେ ଭଲ ଭାବରେ ସଂସ୍କୃତ ଜାଣିଛନ୍ତି
ସେମାନେ ଶ୍ଲୋକ ମଧ୍ୟ ଶୁଣାଇପାରିବେ । ପତିତ-ପାବନ, ସମସ୍ତଙ୍କର ସଦ୍ଗତି ଦାତା ନିଜେ କହୁଛନ୍ତି,
ବାସ୍ତବରେ ମୁଁ ବ୍ରହ୍ମାଙ୍କ ଶରୀର ଦ୍ୱାରା ସତ୍ୟଯୁଗର ସ୍ଥାପନା କରୁଛି । ସମସ୍ତଙ୍କର ସଦ୍ଗତି
ଅର୍ଥାତ୍ ଉଦ୍ଧାର କରୁଛନ୍ତି । ଭାଷଣ କରିବା ପାଇଁ ବହୁତ ଉତ୍ସାହ ରହିବା ଦରକାର । କନ୍ୟାମାନଙ୍କର
ଯୁବାବସ୍ଥା ହୋଇଥିବା କାରଣରୁ ସେମାନେ ଜ୍ଞାନର ପଥର ମାରିପାରିବେ ଅର୍ଥାତ୍ ଭଲ ଭାଷଣ କରିପାରିବେ
। ଛାତ୍ର-ଛାତ୍ରୀମାନଙ୍କର ଯୁବାବସ୍ଥା ଅଟେ ନା, ସେଥିପାଇଁ ସେମାନେ ଖୁବ୍ ହଙ୍ଗାମା କରିଥା’ନ୍ତି,
ପଥର ମାରିଥାନ୍ତି । ଏଥିରେ ସେମାନେ ବହୁତ ଆଗୁଆ ହୋଇଥାନ୍ତି । ବର୍ତ୍ତମାନ ତୁମର ମଧ୍ୟ ଈଶ୍ୱରୀୟ
ଯୁବାବସ୍ଥା ଅଟେ । ତୁମେ ଜାଣିଛ ଯେ ସେମାନେ ନିଜର କେତେ କ୍ଷତି କରୁଛନ୍ତି । ତୁମର ଏହା ଈଶ୍ୱରୀୟ
ଯୁବାବସ୍ଥା ଅଟେ । ତୁମେ ପୁରୁଣାରୁ ନୂଆ ହେଉଛ । ତୁମର ଆତ୍ମା ଯାହାକି ପୁରୁଣା କଳିଯୁଗୀ
ହୋଇଯାଇଛି, ତାହା ଏବେ ନୂଆ ସତ୍ତ୍ୱପ୍ରଧାନ ସତ୍ୟଯୁଗୀ ହେଉଛି । ତେଣୁ ପିଲାମାନଙ୍କର ବହୁତ
ଉତ୍ସାହ ରହିବା ଦରକାର । ନିଜର ଈଶ୍ୱରୀୟ ସ୍ଥିତିକୁ ସ୍ଥାୟୀ ରଖିବା ଦରକାର । ନିଜର
ସମସାଥୀମାନଙ୍କୁ ଉପରକୁ ଉଠାଇବା ଦରକାର । ଗୁରୁ ମାତା ବୋଲି ମଧ୍ୟ ଗାୟନ କରାଯାଏ । ମାତା କେବେ
ଗୁରୁ ହୋଇଥାଏ, ତାହା ତ ତୁମେମାନେ ଜାଣିଛ । ଗୁରୁ କରିବାର ପରମ୍ପରା ଏବେ ଚାଲୁଛି । ମାତାମାନଙ୍କ
ଉପରେ ବାବା ଆସି ଜ୍ଞାନ ଅମୃତର କଳସ ରଖିଛନ୍ତି । ଏହିପରି ହିଁ ଆରମ୍ଭ ହୁଏ । ସେଣ୍ଟର ଖୋଲିବା
ପାଇଁ ମଧ୍ୟ କହିଥାନ୍ତି ଆମର ବ୍ରାହ୍ମଣୀ ଦରକାର । ବାବା କହୁଛନ୍ତି ନିଜେ ନିଜେ ସେବାକେନ୍ଦ୍ର
ଚଲାଅ, କିନ୍ତୁ ସେମାନଙ୍କର ସାହାସ ନାହିଁ, ସେଥିପାଇଁ କହୁଛନ୍ତି ଆମର ମାତା ଆବଶ୍ୟକ । ଏହା ମଧ୍ୟ
ଠିକ୍ କଥା ଯେ ମାତାମାନଙ୍କୁ ସମ୍ମାନ ଦେଉଛନ୍ତି । ଆଜିକାଲି ଦୁନିଆରେ ପରସ୍ପରକୁ ଲେଙ୍ଗଡା (କ୍ଷଣିକ)
ସମ୍ମାନ ଦେଉଛନ୍ତି । ସ୍ଥାୟୀ ଭାବରେ କାହାକୁ ସମ୍ମାନ ମିଳୁନାହିଁ । ବର୍ତ୍ତମାନ ତୁମମାନଙ୍କୁ
ସ୍ଥାୟୀ ରୂପେ ରାଜ୍ୟଭାଗ୍ୟ ମିଳୁଛି । ତୁମକୁ ବାବା କେତେ ପ୍ରକାରରେ ବୁଝାଉଛନ୍ତି । ନିଜକୁ
ସର୍ବଦା ହର୍ଷିତମୁଖ ରଖିବା ପାଇଁ ବାବା ବହୁତ ଭଲ-ଭଲ ଯୁକ୍ତିମାନ ବତାଉଛନ୍ତି । ତେଣୁ ନିଜପ୍ରତି
ଶୁଭଭାବନା ରହିବା ଉଚିତ୍ । ଓହୋ! ମୁଁ ଏହିପରି ଲକ୍ଷ୍ମୀ-ନାରାୟଣ ହେଉଛି । ଯଦି କାହାର ଭାଗ୍ୟରେ
ନଥିବ ତେବେ ସିଏ ପୁରୁଷାର୍ଥ କ’ଣ କରିବ । ବାବା ତ ପୁରୁଷାର୍ଥ କରିବା ପାଇଁ ଯୁକ୍ତି ବତାଉଛନ୍ତି,
ପୁରୁଷାର୍ଥ କେବେ ବ୍ୟର୍ଥ ଯାଏ ନାହିଁ । ଏହା ତ ସର୍ବଦା ସଫଳ ହିଁ ହୋଇଥାଏ । ଏହିପରି ହିଁ
ରାଜଧାନୀ ସ୍ଥାପନ ହୋଇଯିବ । ବିନାଶ ମଧ୍ୟ ମହାଭାରୀ ଅର୍ଥାତ୍ ଭୀଷଣ ଆକାରରେ ମହାଭାରତ ଲଢେଇ
ଦ୍ୱାରା ହିଁ ହେବ । ଆଗକୁ ତୁମେମାନେ ମଧ୍ୟ ଶକ୍ତିଶାଳୀ ହୋଇଯିବ, ତେବେ ସାଧୁ ସନ୍ଥମାନେ ସବୁ
ଆସିବେ । ସେମାନେ ଏବେ ବୁଝିବେ ନାହିଁ, ନଚେତ୍ ସେମାନଙ୍କର ରାଜତ୍ୱ ସମାପ୍ତ ହୋଇଯିବ । ତୁମ ପାଖରେ
ବହୁତ ଭଲ-ଭଲ ଚିତ୍ର ରହିଛି । ଏହା ହେଲା ସଦ୍ଗତି ଅର୍ଥାତ୍ ସୁଖଧାମ, ତାହା ହେଲା ମୁକ୍ତିଧାମ ।
ବୁଦ୍ଧି ମଧ୍ୟ କହୁଛି ଆମେ ସବୁ ଆତ୍ମାମାନେ ନିର୍ବାଣଧାମରେ ରହିଥାଉ, ଯେଉଁଠାରୁ ପୁଣି ଏହି
ସ୍ଥୂଳଧାମକୁ ଆସୁଛୁ । ଆମେ ଆତ୍ମାମାନେ ସେଠାକାର ଅର୍ଥାତ୍ ଆତ୍ମିକ ଲୋକର ଅଧିବାସୀ ଅଟୁ । ଏହି
ଖେଳ ହିଁ ଭାରତକୁ ଆଧାର କରି ତିଆରି ହୋଇଛି । ଶିବ ଜୟନ୍ତୀ ମଧ୍ୟ ଏହିଠାରେ ପାଳନ କରୁଛନ୍ତି ।
ବାବା କହୁଛନ୍ତି - ଏବେ ମୁଁ ଆସିଛି, କଳ୍ପ ପରେ ପୁଣି ଆସିବି । ଭାରତ ହିଁ ସ୍ୱର୍ଗ ହେବ ।
କହିଥାନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଏବେ ନାହିଁ, ପୁଣି
ହେବ । ତେବେ ନିଶ୍ଚିତ ନର୍କବାସୀମାନଙ୍କର ବିନାଶ, ସ୍ୱର୍ଗବାସୀମାନଙ୍କର ସ୍ଥାପନା ହେବା ଆବଶ୍ୟକ
। ତେଣୁ ତୁମେ ତ ସ୍ୱର୍ଗବାସୀ ହେଉଛ । ପୁଣି ନର୍କର ବିନାଶ ହୋଇଯିବ । ଏ ବିଷୟରେ ମଧ୍ୟ ବୁଝିବା
ଆବଶ୍ୟକ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ପ୍ରତ୍ୟେକଙ୍କ ପ୍ରତି ଶୁଭଭାବନା ରଖିବାକୁ ହେବ । ସମସ୍ତଙ୍କୁ ସଚ୍ଚା (ପ୍ରକୃତ) ସମ୍ମାନ ଦେବାକୁ
ପଡିବ । ସତ୍ୟଯୁଗୀ ରାଜଧାନୀରେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ ।
(୨) ଆତ୍ମ-ଅଭିମାନୀ ହେବା
ପାଇଁ ପରିଶ୍ରମ କରିବାକୁ ହେବ । ମନୁଷ୍ୟ ମତ ଛାଡି ଜଣଙ୍କର ଶ୍ରୀମତରେ ଚାଲିବାକୁ ପଡିବ ।
ପାଠପଢାର ଉତ୍ସାହରେ ରହିବାକୁ ହେବ ।
ବରଦାନ:-
ସର୍ବ
ଆତ୍ମାଙ୍କର ପତିତ ସଂକଳ୍ପ ବା ମନୋବୃତ୍ତିକୁ ଭସ୍ମ କରୁଥିବା ମାଷ୍ଟର ଜ୍ଞାନ ସୂର୍ଯ୍ୟ ଭବ ।
ଯେପରି ସୂର୍ଯ୍ୟ ନିଜର
କିରଣ ଦ୍ୱାରା ପଙ୍କ-କାଦୁଅକୁ ବା ଅଳିଆ ଆର୍ବଜନାର କୀଟାଣୁ ଗୁଡିକୁ ଭସ୍ମ କରିଦେଇଥାଏ ସେହିପରି
ଯେତେବେଳେ ତୁମେମାନେ ମାଷ୍ଟର ଜ୍ଞାନ ସୂର୍ଯ୍ୟ ହୋଇ କୌଣସି ବି ପତିତ ଆତ୍ମାକୁ ଦେଖିବ ସେତେବେଳେ
ତା’ର ପତିତ ସଂକଳ୍ପ, ପତିତ ମନୋବୃତ୍ତି ବା ଦୃଷ୍ଟି ଭସ୍ମ ହୋଇଯିବ । ପତିତ ପାୱନୀ ଆତ୍ମାକୁ ପତିତ
ସଂକଳ୍ପ ଆକ୍ରମଣ କରିପାରିବ ନାହିଁ । ପତିତ ଆତ୍ମାମାନେ ପତିତ ପାବନୀ ଆତ୍ମାମାନଙ୍କ ନିକଟରେ ନିଜକୁ
ସମର୍ପଣ କରିଦେବେ । ସେଥିପାଇଁ ମାଇଟ୍ ହାଉସ୍ ଅର୍ଥାତ୍ ମାଷ୍ଟର ଜ୍ଞାନସୂର୍ଯ୍ୟ ସ୍ଥିତିରେ ସର୍ବଦା
ସ୍ଥିତ ହୋଇ ରୁହ ।
ସ୍ଲୋଗାନ:-
ନିଜର ଧାରଣା
ସ୍ୱରୂପ ଦ୍ୱାରା ଯୋଗୀ ଜୀବନର ପ୍ରଭାବ ପକାଇବା ହିଁ ବହୁତ ବଡ ସେବା ଅଟେ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ଯେପରି ଗାୟନ ରହିଛି ଯେ
ଭାଗ୍ୟ ବିଧାତା ବାବା ବ୍ରହ୍ମାଙ୍କ ଦ୍ୱାରା ଭାଗ୍ୟ ବାଣ୍ଟିଥିଲେ, ତେଣୁ ଯାହା ବ୍ରହ୍ମାଙ୍କର
କାର୍ଯ୍ୟ ତାହା ବ୍ରାହ୍ମଣମାନଙ୍କର କାର୍ଯ୍ୟ । ଦୁନିଆର ଲୋକମାନେ ଲୁଗାପଟା ବାଣ୍ଟିଥାଆନ୍ତି,
ଭୋଜନ ବାଣ୍ଟିଥାଆନ୍ତି, ପାଣି ବାଣ୍ଟିଥାଆନ୍ତି କିନ୍ତୁ ଶ୍ରେଷ୍ଠ ଭାଗ୍ୟ ତ କେବଳ ତୁମେ ଭାଗ୍ୟ
ବିଧାତାଙ୍କ ସନ୍ତାନମାନେ ହିଁ ବାଣ୍ଟିପାରିବ । ଯାହାକୁ ଭାଗ୍ୟ ପ୍ରାପ୍ତ ହୋଇଯିବ ତା’କୁ ସବୁ କିଛି
ପ୍ରାପ୍ତ ହୋଇଯିବ, ସେଥିପାଇଁ ଭାଗ୍ୟ ବାଣ୍ଟିବାରେ ଉଦାର ହୃଦୟ ହୁଅ ।