08.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବଞ୍ଚିଥିବା ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଇବାକୁ ହେବ, ମନେ ପକାଇବା ଦ୍ୱାରା ହିଁ ଆୟୁଷ ବଢିବ, ପାଠପଢାର ତନ୍ତ (ସାର କଥା) ହେଲା ବାବାଙ୍କୁ ମନେ ପକାଇବା ।”

ପ୍ରଶ୍ନ:-
ତୁମମାନଙ୍କର ଅତୀନ୍ଦ୍ରିୟ ସୁଖର ଗାୟନ ରହିଛି, କାହିଁକି?

ଉତ୍ତର:-
କାହିଁକି ନା ତୁମେମାନେ ସର୍ବଦା ବାବାଙ୍କୁ ମନେ ପକାଇ ଖୁସିର ଅନୁଭବ କରୁଛ, ବର୍ତ୍ତମାନ ତୁମର ସଦାକାଳ ପାଇଁ ଖ୍ରୀଷ୍ଟମାସ ଅର୍ଥାତ୍ ବଡଦିନ ଚାଲିଛି । ତୁମକୁ ଭଗବାନ ପାଠ ପଢାଉଛନ୍ତି, ଏହାଠାରୁ ବଡ ଖୁସି ଆଉ କ’ଣ ଅଛି, ଏହା ହିଁ ହେଉଛି ସବୁଦିନିଆ ଖୁସି, ସେଥିପାଇଁ ତୁମମାନଙ୍କର ହିଁ ଅତୀନ୍ଦ୍ରିୟ ସୁଖର ଗାୟନ ରହିଛି ।

ଗୀତ:-
ନୟନ ହୀନ୍ କୋ ରାହ ଦିଖାଓ ପ୍ରଭୁ...

ଓମ୍ ଶାନ୍ତି ।
ଜ୍ଞାନର ତୃତୀୟ ନେତ୍ରର ଦାତା ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ବାବାଙ୍କ ବିନା ଜ୍ଞାନର ତୃତୀୟ ନେତ୍ର କେହି ଦେଇପାରିବେ ନାହିଁ । ଏବେ ପିଲାମାନଙ୍କୁ ଜ୍ଞାନର ନେତ୍ର ମିଳିଛି । ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ଭକ୍ତିମାର୍ଗ ହେଉଛି ଅନ୍ଧକାରର ମାର୍ଗ । ଯେପରି ରାତିରେ ଆଲୋକ ନ ଥିବାରୁ ମନୁଷ୍ୟ ଧକ୍କା ଖାଇଥା’ନ୍ତି । ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କର ରାତି, ବ୍ରହ୍ମାଙ୍କର ଦିନ । ସତ୍ୟଯୁଗରେ କେହି ଏକଥା କହିବେ ନାହିଁ ଯେ ଆମକୁ ରାସ୍ତା ବତାଅ କାହିଁକି ନା ଏବେ ତୁମକୁ ରାସ୍ତା ମିଳୁଛି । ବାବା ଆସି ମୁକ୍ତିଧାମ ଜୀବନମୁକ୍ତି ଧାମର ରାସ୍ତା ବତାଉଛନ୍ତି । ଏବେ ତୁମେ ପୁରୁଷାର୍ଥ କରୁଛ । ଏବେ ତୁମେ ଜାଣୁଛ ଯେ ଆଉ ଅଳ୍ପ ସମୟ ବାକି ରହିଛି, ଦୁନିଆ ତ ପରିବର୍ତ୍ତନ ହେବ । ଏହିଭଳି ଗୀତ ମଧ୍ୟ ଲେଖାଯାଇଛି ଯେ ଦୁନିଆ ବଦଳିବାକୁ ଯାଉଛି... କିନ୍ତୁ ବିଚରା ମନୁଷ୍ୟମାନେ ଜାଣି ନାହାଁନ୍ତି ଯେ ଦୁନିଆ କେବେ ବଦଳିବ, କିପରି ବଦଳିବ, କିଏ ବଦଳାଉଛନ୍ତି, କାହିଁକି ନା କାହା ପାଖରେ ଜ୍ଞାନର ତୃତୀୟ ନେତ୍ର ନାହିଁ । ଏବେ ତୁମମାନଙ୍କୁ ତୃତୀୟ ନେତ୍ର ମିଳିଛି ଯାହା ଦ୍ୱାରା ତୁମେ ଏହି ସୃଷ୍ଟି ଚକ୍ରର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଇଛ । ଏହା ହିଁ ତୁମ ବୁଦ୍ଧି ପାଇଁ ଜ୍ଞାନର ସାକାରିନ୍ । କୌଣସି ଖାଦ୍ୟପଦାର୍ଥରେ ଅଳ୍ପ ସାକାରିନ୍ ପକାଇଲେ ଯେପରି ବହୁତ ମିଠା ହୋଇଥାଏ ସେହିପରି ଜ୍ଞାନର ଦୁଇଟି ଅକ୍ଷର ‘ମନମନାଭବ....’ ଏହା ହିଁ ସବୁଠାରୁ ମିଠା ଜିନିଷ, ବାସ୍ ବାବାଙ୍କୁ ମନେ ପକାଅ ।

ବାବା ଆସୁଛନ୍ତି ଏବଂ ରାସ୍ତା ବତାଉଛନ୍ତି । କେଉଁଠାର ରାସ୍ତା ବତାଉଛନ୍ତି? ଶାନ୍ତିଧାମ ଏବଂ ସୁଖଧାମର । ତେଣୁ ପିଲାମାନେ ଖୁସି ହେଉଛନ୍ତି । ଦୁନିଆ ତ ଜାଣିନାହିଁ ଯେ ବାସ୍ତବ ଖୁସି କେବେ ପାଳନ କରାଯାଏ? ପ୍ରକୃତ ଖୁସି ତ ନୂଆ ଦୁନିଆରେ ପାଳନ କରାଯିବ ନା । ଏହା ତ ବିଲ୍‌କୁଲ୍ ସାଧାରଣ କଥା ଯେ ପୁରୁଣା ଦୁନିଆରେ ଖୁସି କେଉଁଠୁ ଆସିବ? ପୁରୁଣା ଦୁନିଆରେ ମନୁଷ୍ୟ ତ୍ରାହି-ତ୍ରାହି କରୁଛନ୍ତି କାହିଁକି ନା ତମୋପ୍ରଧାନ ଅଟେ । ତମୋପ୍ରଧାନ ଦୁନିଆରେ ଖୁସି କେଉଁଠୁ ଆସିବ? ସତ୍ୟଯୁଗର ଜ୍ଞାନ ତ କାହା ପାଖରେ ନାହିଁ, ସେଥିପାଇଁ ବିଚରା ଏହିଠାରେ ହିଁ ଖୁସି ପାଳନ କରୁଛନ୍ତି । ଦେଖ, ବଡଦିନର ଖୁସି ମଧ୍ୟ କେତେ ଧୁମଧାମରେ ପାଳନ କରୁଛନ୍ତି, ବାବା ତ କହୁଛନ୍ତି ଖୁସିର କଥା ପଚାରିବାର ଅଛି, ତେବେ ଗୋପ-ଗୋପୀମାନଙ୍କୁ ପଚାର କାହିଁକି ନା ବାବା ବହୁତ ସହଜ ରାସ୍ତା ବତାଉଛନ୍ତି । ଘର ଗୃହସ୍ଥରେ ରହି, ନିଜର କର୍ମଧନ୍ଦାର କର୍ତ୍ତବ୍ୟ କରି କମଳ ପୁଷ୍ପ ସମାନ ରୁହ ଏବଂ ମୋତେ ମନେ ପକାଅ । ଯେପରି ପ୍ରେମିକ-ପ୍ରେମିକା ହୋଇଥାନ୍ତି ନା କାମଧନ୍ଦା କରି ମଧ ପରସ୍ପରକୁ ମନେ ପକାଇଥା’ନ୍ତି । ସେମାନଙ୍କୁ ସାକ୍ଷାତ୍‌କାର ମଧ୍ୟ ହୋଇଥାଏ ଯେପରି ଲୈଲା-ମଜନୁ, ହୀର-ରାଞ୍ଝା । ସେମାନେ ବିକାର ପାଇଁ ପରସ୍ପରକୁ ଭଲ ପାଇ ନ ଥା’ନ୍ତି । ତାଙ୍କ ପ୍ରେମର ଗାୟନ ରହିଛି । ସେମାନେ ପରସ୍ପରର ପ୍ରେମିକ ପ୍ରେମିକା ହୋଇଥା’ନ୍ତି । କିନ୍ତୁ ଏଠାରେ ତ ସେ କଥା ନାହିଁ । ଏଠାରେ ତ ତୁମେ ଜନ୍ମ-ଜନ୍ମାନ୍ତର ସେହି ପ୍ରେମିକଙ୍କର ପ୍ରେମିକା ହୋଇ ରହିଛ । ବାବା ତୁମର ପ୍ରେମିକ କିନ୍ତୁ ସେ ତୁମର ପ୍ରେମିକା ନୁହଁନ୍ତି । ତୁମେ ତାଙ୍କୁ ଏଠାକୁ ଆସିବା ପାଇଁ ଡାକୁଛ, ହେ ଭଗବାନ ନୟନ ହୀନକୁ ଆସି ରାସ୍ତା ବତାଅ । ବାବାଙ୍କୁ ତୁମେ ଅଧାକଳ୍ପ ଡାକିଛ । ଯେତେବେଳେ ଦୁଃଖ ଅଧିକ ହୋଇଥାଏ, ସେତେବେଳେ ଅଧିକ ଡାକିଥା’ନ୍ତି । ଅଧିକ ଦୁଃଖ ପଡିଲେ ଅଧିକ ସ୍ମରଣ କରିଲାବାଲା ମଧ୍ୟ ଥାନ୍ତି । ଦେଖ, ଏବେ କେତେ ଅଧିକରୁ ଅଧିକ ମନୁଷ୍ୟ ମନେ ପକାଉଛନ୍ତି । ଗାୟନ ରହିଛି ନା - ଦୁଃଖରେ ସମସ୍ତେ ସ୍ମରଣ କରନ୍ତି... ଯେତେ ଅଧିକ ସମୟ ବିତିଚାଲିଛି ସେତେ ଅଧିକ ତମୋପ୍ରଧାନ ହୋଇଚାଲିଛନ୍ତି । ତୁମେ ଚଢୁଛ, ଦୁନିଆର ଲୋକମାନେ ଆହୁରି ତଳକୁ ଖସୁଛନ୍ତି କାହିଁକି ନା ବିନାଶ ନ ହେବା ପର୍ଯ୍ୟନ୍ତ ତମୋପ୍ରଧାନତା ବୃଦ୍ଧି ହୋଇ ଚାଲିବ । ଦିନକୁ ଦିନ ମାୟା ମଧ୍ୟ ତମୋପ୍ରଧାନ ହୋଇ ବଢ଼ିଚାଲିଛି । ବାବା ମଧ୍ୟ ସର୍ବଶକ୍ତିମାନ ଅଟନ୍ତି, ତେବେ ମାୟା ମଧ୍ୟ ଏହି ସମୟରେ ସର୍ବଶକ୍ତିମାନ ହୋଇଯାଇଛି । ସେ ମଧ୍ୟ ଜବରଦସ୍ତ ଅର୍ଥାତ୍ ଶକ୍ତିଶାଳୀ ଅଟେ ।

ତୁମେମାନେ ବର୍ତ୍ତମାନ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ କୁଳ ଭୂଷଣ ଅଟ । ତୁମର ହେଉଛି ସର୍ବୋତ୍ତମ କୁଳ, ଏହାକୁ ସର୍ବୋଚ୍ଚ କୁଳ ବୋଲି କୁହାଯାଉଛି । ବର୍ତ୍ତମାନ ତୁମର ଏହି ଜୀବନ ଅମୂଲ୍ୟ ଅଟେ, ସେଥିପାଇଁ ଏହି ଜୀବନ ଅର୍ଥାତ୍ ଶରୀରର ଯତ୍ନ ମଧ୍ୟ ନେବାକୁ ପଡିବ । କାହିଁକି ନା - ୫ ବିକାର ଯୋଗୁଁ ଶରୀରର ଆୟୁଷ ମଧ୍ୟ କମ୍ ହୋଇ ଚାଲିଛି ନା । ତେଣୁ ବାବା କହୁଛନ୍ତି ଏହି ସମୟରେ ୫ ବିକାରକୁ ତ୍ୟାଗ କରି ଯୋଗଯୁକ୍ତ ହୋଇ ରହିଲେ ଆୟୁଷ ବଢି ଚାଲିବ । ଆୟୁଷ ବଢି-ବଢି ଭବିଷ୍ୟତରେ ତୁମର ଆୟୁଷ ୧୫୦ ବର୍ଷ ହୋଇଯିବ । ଏବେ ହୋଇନାହିଁ, ସେଥିପାଇଁ ବାବା କହୁଛନ୍ତି ଯେ ଏହି ଶରୀରର ମଧ୍ୟ ବହୁତ ଯତ୍ନ ନେବାକୁ ପଡିବ । ନଚେତ୍ କହୁଛନ୍ତି ଏହି ଶରୀର କୌଣସି କାମର ନୁହେଁ, ମାଟିର ପିଣ୍ଡୁଳା ଅଟେ । ଏବେ ତୁମକୁ ଜ୍ଞାନ ମିଳୁଛି ଯେ ବଞ୍ଚିଥିବା ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଇବାକୁ ହେବ । ଆତ୍ମା ବାବାଙ୍କୁ ମନେ ପକାଉଛି - କାହିଁକି? ସମ୍ପତ୍ତି ପାଇବା ପାଇଁ । ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ଏବଂ ଦୈବୀଗୁଣ ଧାରଣ କର ତେବେ ତୁମେ ପୁଣି ଏହିପରି ଦେବତା ହୋଇଯିବ । ତେଣୁ ପିଲାମାନେ ଭଲ ଭାବରେ ପାଠପଢିବା ଉଚିତ୍ । ପାଠପଢା ସମୟରେ ଆଳସ୍ୟ କରିବା ଉଚିତ୍ ନୁହେଁ ନଚେତ୍ ଫେଲ୍ ହୋଇଯିବେ ଓ ବହୁତ କମ୍ ପଦ ପାଇବେ । ପାଠପଢାରେ ମଧ୍ୟ ଏହି କଥା ମୁଖ୍ୟ ଅଟେ ଯାହାକୁ କି ସାରତତ୍ୱ ବୋଲି କୁହାଯାଉଛି ଯେ ବାବାଙ୍କୁ ମନେ ପକାଅ । ଯେବେ ପ୍ରଦର୍ଶନୀ ଅଥବା ସେଣ୍ଟରକୁ କେହି ଆସୁଛନ୍ତି ତେବେ ତାଙ୍କୁ ପ୍ରଥମେ-ପ୍ରଥମେ ଏହି କଥା ବୁଝାଅ ଯେ ବାବାଙ୍କୁ ମନେ ପକାଅ, କାହିଁକି ନା ସେ ସର୍ବୋଚ୍ଚ ଅଟନ୍ତି । ତେଣୁ ସର୍ବୋଚ୍ଚଙ୍କୁ ହିଁ ମନେ ପକାଇବା ଉଚିତ୍‌, ତାଙ୍କଠାରୁ କମ୍ ଆତ୍ମାଙ୍କୁ ମନେ ପକାଇବା କ’ଣ ଦରକାର । କହୁଛନ୍ତି ସର୍ବୋଚ୍ଚ ଭଗବାନ ଅଟନ୍ତି । ଭଗବାନ ହିଁ ତ ନୂଆ ଦୁନିଆର ସ୍ଥାପନକର୍ତ୍ତା ଅଟନ୍ତି । ଦେଖ, ବାବା ମଧ୍ୟ କହୁଛନ୍ତି ନୂଆ ଦୁନିଆର ସ୍ଥାପନା ମୁଁ ହିଁ କରୁଛି ସେଥିପାଇଁ ତୁମେ ମୋତେ ମନେ ପକାଅ ତେବେ ତୁମର ପାପ କଟିଯିବ । ତେଣୁ ଏହି କଥାକୁ ପକ୍କା ମନେ ରଖ କାହିଁକି ନା ବାବା ପତିତ-ପାବନ ଅଟନ୍ତି ନା । ସେ କହୁଛନ୍ତି ଯଦି ତୁମେ ମୋତେ ପତିତ-ପାବନ ବୋଲି କହୁଛ, ତେଣୁ ତୁମେ ତମୋପ୍ରଧାନ ଅଟ, ବହୁତ ପତିତ ଅଟ, ଏବେ ତୁମେ ପବିତ୍ର ହୁଅ ।

ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମର ଏବେ ସୁଖର ଦିନ ଆସୁଛି, ଦୁଃଖର ଦିନ ଶେଷ ହେଉଛି । ଡାକୁଛ ମଧ୍ୟ - ହେ ଦୁଃଖହର୍ତ୍ତା, ସୁଖଦାତା । ତେଣୁ ଜାଣିଛ ଯେ ବାସ୍ତବରେ ସତ୍ୟଯୁଗରେ ସମସ୍ତେ ସୁଖୀ ହିଁ ସୁଖୀ ହେବେ । ତେଣୁ ବାବା ସନ୍ତାନମାନଙ୍କୁ କହୁଛନ୍ତି ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ । ଏହା ହେଉଛି ସଂଗମଯୁଗ, ନାଉରିଆ ତୁମକୁ ଏପାରିରୁ ସେ ପାରିକୁ ନେଇଯାଉଛନ୍ତି । ବାକି ଏଥିରେ କୌଣସି ନାଉରିଆ ଅଥବା ଡଙ୍ଗାର କଥା ନାହିଁ । ଏହା ତ କେବଳ ମହିମା କରୁଛନ୍ତି ଯେ ନାଆକୁ ମୋର ପାରି କରିଦିଅ । ତେବେ ଜଣଙ୍କର ନାଆକୁ ତ ପାରି କରିବେ ନାହିଁ ନା । ସାରା ଦୁନିଆର ନାଆକୁ ପାରି କରିବାକୁ ହେବ । ଏହି ସାରା ଦୁନିଆ ଯେପରି ଏକ ବହୁତ ବଡ ଜାହାଜ ଅଟେ, ଏହାକୁ ପାରି କରିବାକୁ ପଡୁଛି । ତେଣୁ ତୁମ ପିଲାମାନଙ୍କୁ ବହୁତ ଖୁସି ହେବା ଉଚିତ୍ କାହିଁକି ନା ତୁମ ପାଇଁ ତ ଏବେ ସର୍ବଦା ଖୁସିର ଦିନ ଏବଂ ସର୍ବଦା ବଡଦିନ ଅଟେ । ତୁମକୁ ବାବା ମିଳିବା ଦିନଠାରୁ ତୁମର ସବୁଦିନ ବଡଦିନ ଅଟେ, ସେଥିପାଇଁ ହିଁ ଅତୀନ୍ଦ୍ରିୟ ସୁଖର ଗାୟନ ରହିଛି । ଦେଖ, ଇଏ ବ୍ରହ୍ମାବାବା ସର୍ବଦା ଖୁସିରେ ରହୁଛନ୍ତି, କାହିଁକି? ଆରେ ବେହଦର ବାବା ମିଳିଛନ୍ତି ! ସେ ଆମକୁ ପାଠ ପଢାଉଛନ୍ତି । ତେଣୁ ଏହିଭଳି ପ୍ରତ୍ୟେକ ଦିନ ଖୁସି ରହିବା ଉଚିତ୍ ନା । ବେହଦର ବାବା ପଢାଉଛନ୍ତି ବାଃ! କେବେ କେହି ଏକଥା ଶୁଣିଛନ୍ତି? ଗୀତାରେ ମଧ୍ୟ ଭଗବାନୁବାଚ ଅଛି ଯେ ମୁଁ ତୁମକୁ ରାଜଯୋଗ ଶିଖାଉଛି । ଯେପରି ସେମାନେ ବାରିଷ୍ଟରୀ ଯୋଗ, ସର୍ଜରୀ ଯୋଗ ଶିଖାଉଛନ୍ତି, ମୁଁ ସେହିଭଳି ତୁମ ଆତ୍ମିକ ସନ୍ତାନମାନଙ୍କୁ ରାଜଯୋଗ ଶିଖାଉଛି । ତୁମେ ଏଠାକୁ ବାସ୍ତବରେ ରାଜଯୋଗ ଶିଖିବାକୁ ଆସୁଛ ନା । ଦ୍ୱନ୍ଦ୍ୱରେ ପଡିବାର ତ ଆବଶ୍ୟକତା ନାହିଁ । ତେଣୁ ରାଜଯୋଗ ଶିକ୍ଷା କରି ଶିକ୍ଷାକୁ ପୂର୍ଣ୍ଣାଙ୍ଗ କରିବା ଦରକାର ନା । ମଝିରେ ପାଠପଢା ଛାଡିବା ଉଚିତ୍ ନୁହେଁ । ପାଠ ପଢିବାକୁ ହେବ ତାହା ସହିତ ଭଲ ଭାବରେ ଧାରଣା ମଧ୍ୟ କରିବାକୁ ହେବ । ଶିକ୍ଷକ ପାଠ ପଢାଇଥାଆନ୍ତି ଧାରଣା କରିବା ପାଇଁ ।

ପ୍ରତ୍ୟେକଙ୍କର ବୁଦ୍ଧି ନିଜସ୍ୱ ଅଟେ - କାହାର ଉତ୍ତମ, କାହାର ମଧ୍ୟମ, କାହାର କନିଷ୍ଠ ବୁଦ୍ଧି ହୋଇଥାଏ । ତେଣୁ ନିଜକୁ ପଚାରିବା ଉଚିତ୍ ଯେ ମୁଁ ଉତ୍ତମ ବୁଦ୍ଧି ସମ୍ପନ୍ନ ନା ମଧ୍ୟମ ବୁଦ୍ଧି ସମ୍ପନ୍ନ ନା କନିଷ୍ଠ ବୁଦ୍ଧି ସମ୍ପନ୍ନ ଅଟେ? ନିଜେ ନିଜକୁ ପରଖିବା ଉଚିତ୍ ଯେ ମୁଁ ଏହିପରି ଉଚ୍ଚରୁ ଉଚ୍ଚ ପରୀକ୍ଷାରେ ପାସ୍ କରି ଉଚ୍ଚ ପଦ ପାଇବାର ଯୋଗ୍ୟ ହୋଇଛି? ମୁଁ ସେବା କରୁଛି? ବାବା କହୁଛନ୍ତି - ପିଲାମାନେ, ସେବାଯୋଗ୍ୟ ହୁଅ, ବାବାଙ୍କୁ ଅନୁକରଣ କର, କାହିଁକି ନା ମୁଁ ବି ସେବା କରୁଛି ନା । ସେବା କରିବା ପାଇଁ ହିଁ ଆସିଛି ଏବଂ ପ୍ରତିଦିନ ସେବା କରୁଛି । ସେବା କରିବା ପାଇଁ ତ ରଥ ମଧ୍ୟ ନେଇଛି ନା । ରଥ ମଧ୍ୟ ମଜବୁତ୍ ଏବଂ ଭଲ ଅଛି, ୟାଙ୍କ ପାଇଁ ତ ସବୁବେଳେ ସେବା ରହିଛି । ବାପଦାଦା ତ ଏହାଙ୍କ ରଥରେ ସର୍ବଦା ଅଛନ୍ତି । ହୁଏତ ୟାଙ୍କର ଶରୀର ରୋଗଗ୍ରସ୍ତ ହୋଇପାରେ କିନ୍ତୁ ମୁଁ ତ ବସିଛି ନା । ମୁଁ ଏହାଙ୍କ ଶରୀରରେ ବସି ଲେଖୁଛି ମଧ୍ୟ । ଯଦି ଇଏ ମୁଖ ଦ୍ୱାରା କିଛି ନ କହିପାରିବେ ତେବେ ମଧ୍ୟ ମୁଁ ତ ଲେଖିପାରିବି । ମୁରଲୀ କେବେ ବନ୍ଦ ହେବ ନାହିଁ । ଯେ ପର୍ଯ୍ୟନ୍ତ ବସିପାରିବେ, ଲେଖିପାରିବେ, ତେବେ ମୁଁ ମୁରଲୀ ମଧ୍ୟ ଶୁଣାଉଛି, ପିଲାମାନଙ୍କ ନିକଟକୁ ଲେଖିକରି ପଠାଇ ଦେଉଛି କାରଣ ସେବାଧାରୀ ଅଟେ ନା । ତେଣୁ ବାବା ଆସି ବୁଝାଉଛନ୍ତି ଯେ ତୁମେ ନିଜକୁ ଆତ୍ମା ଭାବି ନିଶ୍ଚୟ ବୁଦ୍ଧି ହୋଇ ସେବାରେ ଲାଗିଯାଅ । ବାବାଙ୍କର ସେବାରେ ହାଜିର ଅର୍ଥାତ୍‌, ଅନ୍ ଗଡଫାଦରଲୀ ସର୍ଭିସ୍ । ଯେପରି ସେମାନେ ଲେଖିଥା’ନ୍ତି ଅନ୍ ହିଜ୍ ମ୍ୟାଜେଷ୍ଟୀ ସର୍ଭିସ୍ । ତେବେ ତୁମେ କ’ଣ କହିବ? ଏହା ମ୍ୟାଜେଷ୍ଟୀଠାରୁ ମଧ୍ୟ ଉଚ୍ଚ ସେବା ଅଟେ କାହିଁକି ନା ବାବା ଆମକୁ ସଦାକାଳ ପାଇଁ ମ୍ୟାଜେଷ୍ଟୀ ଅର୍ଥାତ୍ ମହାରାଜା କରାଉଛନ୍ତି । ଏକଥା ମଧ୍ୟ ତୁମେ ବୁଝିପାରୁଛ ଯେ ବାସ୍ତବରେ ଆମେ ବିଶ୍ୱର ମାଲିକ ହେଉଛୁ ।

ତୁମମାନଙ୍କ ମଧ୍ୟରେ ଯେଉଁମାନେ ଭଲ ଭାବରେ ପୁରୁଷାର୍ଥ କରୁଛନ୍ତି ତାଙ୍କୁ ହିଁ ମହାବୀର କୁହାଯାଉଛି । ତେଣୁ ଏହା ଯାଞ୍ଚ କରିବାକୁ ହେବ ଯେ କେଉଁମାନେ ମହାବୀର ଅଟନ୍ତି ଯିଏକି ବାବାଙ୍କର ନିର୍ଦ୍ଦେଶରେ ଚାଲୁଛନ୍ତି । ବାବା ବୁଝାଉଛନ୍ତି ପିଲାମାନେ ନିଜକୁ ଆତ୍ମା ଭାବ, ଭାଇ-ଭାଇକୁ ଦେଖ । ବାବା ନିଜକୁ ଆତ୍ମାମାନଙ୍କର ପିତା ବୋଲି ଭାବୁଛନ୍ତି ଏବଂ ଭାଇମାନଙ୍କୁ ହିଁ ଦେଖୁଛନ୍ତି । ସମସ୍ତଙ୍କୁ ତ ଦେଖିବେ ନାହିଁ । ଏକଥା ତ ଜାଣିଛ ଯେ ଶରୀର ବିନା ତ କେହି ଶୁଣିପାରିବେ ନାହିଁ କିମ୍ବା କହି ପାରିବେ ନାହିଁ । ତୁମେ ତ ଜାଣିଛ ମୁଁ ମଧ୍ୟ ଏଠାକୁ ଶରୀର ମାଧ୍ୟମରେ ଆସିଛି । ମୁଁ ଏହି ଶରୀରକୁ ଉଧାର ନେଇଛି । ସମସ୍ତଙ୍କର ତ ଶରୀର ରହିଛି, ଶରୀର ସହିତ ହିଁ ଆତ୍ମା ଏଠାରେ ପାଠ ପଢୁଛି । ତେଣୁ ଏବେ ଆତ୍ମାମାନଙ୍କୁ ବୁଝାଇବାକୁ ହେବ ଯେ ବାବା ଆମକୁ ପଢାଉଛନ୍ତି । ବାବା କେଉଁଠି ବସୁଛନ୍ତି? ଅକାଳ ତଖତ୍‌ରେ ଅର୍ଥାତ୍ ଭ୍ରୁକୁଟୀରେ । ବାବା ବୁଝାଇଛନ୍ତି ଯେ ପ୍ରତ୍ୟେକ ଆତ୍ମା ଅକାଳମୂର୍ତ୍ତ ଅଟେ, ଆତ୍ମାର କେବେ ବିନାଶ ହୁଏ ନାହିଁ, କେବେ ଜଳେ ନାହିଁ, କଟେ ନାହିଁ, ବୁଡେ ନାହିଁ । ଛୋଟ-ବଡ ମଧ୍ୟ ହୁଏ ନାହିଁ । ଶରୀର ଛୋଟ-ବଡ ହୋଇଥାଏ । ତେଣୁ ଦୁନିଆରେ ଯିଏବି ମନୁଷ୍ୟ ଅଛନ୍ତି, ତାଙ୍କ ଭିତରେ ଯେଉଁ ଆତ୍ମା ରହିଛି ତାର ଆସନ ଏହି ଭ୍ରୁକୁଟୀ ଅଟେ । ଭିନ୍ନ-ଭିନ୍ନ ଶରୀର ରହିଛି । କାହାର ଅକାଳତଖତ୍ ପୁରୁଷର, କାହାର ସ୍ତ୍ରୀ କିମ୍ବା କାହାର ପିଲାର । ତେଣୁ ଯେବେ ବି କାହା ସହିତ କଥା ହେଉଛ ତେବେ ଏହି କଥା ଭାବ ଯେ ମୁଁ ଆତ୍ମା ନିଜର ଭାଇ ସହିତ କଥା ହେଉଛି । ବାବାଙ୍କର କମ୍ ହୋଇଥାଏ ସେହିପରି ତୁମର ମଧ୍ୟ ମୂଲ୍ୟ କମ୍ ହୋଇ ଯାଇଛି । ଏବେ ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଯାଇଛ । ଏହାକୁ ଦେବାଳିଆ ହେବା ମଧ୍ୟ କୁହାଯାଉଛି । ଭାରତ କେତେ ଧନବାନ ଥିଲା, ଏବେ କରଜ କରିଚାଲିଛି । ବିନାଶରେ ତ ସମସ୍ତଙ୍କର ପଇସା ନଷ୍ଟ ହୋଇଯିବ । ଦେଲାବାଲା ନେଲାବାଲା ସମସ୍ତେ ବିନାଶ ହୋଇଯିବେ ବାକି ଯେଉଁମାନେ ଅବିନାଶୀ ଜ୍ଞାନ ରତ୍ନ ନେଉଛନ୍ତି ସେମାନେ ପୁଣି ଆସି ନିଜର ଭାଗ୍ୟ ନେବେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କୁ ଅନୁକରଣ କରି ବାବାଙ୍କ ସମାନ ଯୋଗ୍ୟ ସେବାଧାରୀ ହେବାକୁ ପଡିବ । ନିଜେ ନିଜକୁ ପରଖିବାକୁ ହେବ ଯେ ମୁଁ ଏହି ଉଚ୍ଚରୁ ଉଚ୍ଚ ପରୀକ୍ଷାକୁ ପାସ୍ କରି ଉଚ୍ଚପଦ ପାଇବା ପାଇଁ ଯୋଗ୍ୟ ଅଟେ?

(୨) ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲି ମହାବୀର ହେବାକୁ ପଡିବ, ବାବା ଯେପରି ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି, ଆତ୍ମାମାନଙ୍କୁ ପଢାଉଛନ୍ତି, ସେହିପରି ନିଜକୁ ଆତ୍ମା ମନେକରି ଆତ୍ମା ଭାଇକୁ ଦେଖି କଥାବାର୍ତ୍ତା କରିବାକୁ ହେବ ।

ବରଦାନ:-
ଶ୍ରେଷ୍ଠତା ଆଧାରରେ ବାପଦାଦାଙ୍କର ସମୀପତା ଦ୍ୱାରା ସାରା କଳ୍ପ ପାଇଁ ଶ୍ରେଷ୍ଠ ପ୍ରାରବ୍ଧ ଜମା କରୁଥିବା ବିଶେଷ ପାର୍ଟଧାରୀ ଭବ ।

ଏହି ମରଜୀବା ଜୀବନରେ ଶ୍ରେଷ୍ଠତାର ଆଧାର ଦୁଇଟି କଥା ଅଟେ - (୧) ସଦା ପରୋପକାରୀ ରହିବା (୨) ବାଳ ବ୍ରହ୍ମଚାରୀ ହୋଇ ରହିବା । ଯେଉଁ ପିଲାମାନେ ଏହି ଦୁଇଟି କଥାରେ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଅଖଣ୍ଡ ହୋଇ ରହିଛନ୍ତି, କୌଣସି ପ୍ରକାରର ପବିତ୍ରତା ଅର୍ଥାତ୍ ସ୍ୱଚ୍ଛତା ବାରମ୍ବାର ଖଣ୍ଡିତ ହୋଇ ନାହିଁ ତଥା ବିଶ୍ୱ ପ୍ରତି ଏବଂ ବ୍ରାହ୍ମଣ ପରିବାର ପ୍ରତି ଯେଉଁମାନେ ସର୍ବଦା ଉପକାରୀ ଅଟନ୍ତି ସେହିଭଳି ବିଶେଷ ପାର୍ଟଧାରୀ ପିଲାମାନେ ସର୍ବଦା ବାପଦାଦାଙ୍କର ସମୀପରେ ଅର୍ଥାତ୍ ନିକଟରେ ରହିଥାନ୍ତି ଏବଂ ସେମାନଙ୍କର ପ୍ରାରବ୍ଧ ସାରା କଳ୍ପ ପାଇଁ ଶ୍ରେଷ୍ଠ ହୋଇଯାଏ ।

ସ୍ଲୋଗାନ:-
ଯଦି ସଂକଳ୍ପ ବ୍ୟର୍ଥ ହୋଇଥାଏ, ତେବେ ଅନ୍ୟ ସବୁ ସମ୍ପତ୍ତି ମଧ୍ୟ ବ୍ୟର୍ଥ ହୋଇଯାଇଥାଏ ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

କର୍ମାତୀତ ସ୍ଥିତିର ଅନୁଭବ କରିବା ପାଇଁ ଜ୍ଞାନ ଶୁଣିବା ଏବଂ ଶୁଣାଇବା ସହିତ ଏବେ ବ୍ରହ୍ମାବାବାଙ୍କ ସମାନ ଦେହଠାରୁ ନିଆରା ଅଶରୀରୀ ହେବାର ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦିଅ । ବ୍ରହ୍ମାବାବା ଯେପରି ସାକାର ଜୀବନରେ କର୍ମାତୀତ ହେବା ପୂର୍ବରୁ ନ୍ୟାରା ଏବଂ ପ୍ୟାରା ରହିବାର ଅଭ୍ୟାସର ପ୍ରତ୍ୟକ୍ଷ ଅନୁଭବ କରାଇଥିଲେ । ସେବାକୁ ବା କୌଣସି ବି କର୍ତ୍ତବ୍ୟକୁ ଛାଡି ନ ଥିଲେ କିନ୍ତୁ ସବୁଥିରୁ ନିଆରା ହୋଇ ଶେଷ ଦିନ ପର୍ଯ୍ୟନ୍ତ ମଧ୍ୟ ପିଲାମାନଙ୍କ ପ୍ରତି ସେବା ସମାପ୍ତ କରିଥିଲେ, ସେହିପରି ନିଜର ପିତାଙ୍କୁ ଅନୁକରଣ କର ।