09.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ପ୍ରତ୍ୟେକଙ୍କର ନାଡି ଦେଖି ପ୍ରଥମେ ତାଙ୍କୁ ବାବାଙ୍କ ଉପରେ ନିଶ୍ଚୟ କରାଅ ତାପରେ ଆଗକୁ ବଢ
ଅର୍ଥାତ୍ ଅଧିକ ବୁଝାଅ, ବାବାଙ୍କ ପ୍ରତି ନିଶ୍ଚୟ ବିନା ଅଧିକ ଜ୍ଞାନ ଦେବା ସମୟ ନଷ୍ଟ କରିବା
ସହିତ ସମାନ ।”
ପ୍ରଶ୍ନ:-
କେଉଁ ଏକ ମୁଖ୍ୟ
ପୁରୁଷାର୍ଥ ପାଠପଢ଼ାରେ ବୃତ୍ତି ପାଇବାର ଅଧିକାରୀ କରିଦେଇଥାଏ?
ଉତ୍ତର:-
ଅନ୍ତର୍ମୁଖୀ ହେବାର ପୁରୁଷାର୍ଥ । ତୁମକୁ ବହୁତ ଅନ୍ତମୁର୍ଖୀ ହୋଇ ରହିବାକୁ ପଡିବ । ବାବା ତ
କଲ୍ୟାଣକାରୀ ଅଟନ୍ତି । ତୁମମାନଙ୍କର କଲ୍ୟାଣ ପାଇଁ ହିଁ ରାୟ ଦେଉଛନ୍ତି । ଯେଉଁମାନେ ଅନ୍ତର୍ମୁଖୀ
ଯୋଗୀ ସନ୍ତାନ ଅଟନ୍ତି ସେମାନେ କେବେହେଲେ ଦେହ-ଅଭିମାନରେ ଆସି ରୁଷି ନ ଥା’ନ୍ତି କି ଲଢେଇ
କରିନଥା’ନ୍ତି । ସେମାନଙ୍କର ଚାଲିଚଳଣ ବହୁତ ରାଜକୀୟ ଏବଂ ଉଚ୍ଚକୋଟିର ହୋଇଥାଏ । ସେମାନେ ବହୁତ
କମ୍ କଥାବାର୍ତ୍ତା କରିଥା’ନ୍ତି, ଯଜ୍ଞ ସେବାରେ ସେମାନଙ୍କର ବହୁତ ଆଗ୍ରହ ରହିଥାଏ । ସେମାନେ
ଅଧିକ ଜ୍ଞାନ ଚର୍ଚ୍ଚା କରନ୍ତି ନାହିଁ, ଯୋଗଯୁକ୍ତ ହୋଇ ସେବା କରିଥା’ନ୍ତି ।
ଓମ୍ ଶାନ୍ତି ।
ପ୍ରାୟତଃ ଏହି
କଥା ଦେଖାଯାଉଛି ଯେ ପ୍ରଦର୍ଶନୀ ସେବାର ଯେଉଁ ସବୁ ସମାଚାର ଆଦି ଆସୁଛି ସେଥିରେ ବାବାଙ୍କର ପରିଚୟ
ଯାହାକି ମୂଳ କଥା ଅଟେ, ତାହା ଉପରେ ସଂପୂର୍ଣ୍ଣ ନିଶ୍ଚୟ ନ କରାଇ ବାକି ଯାହା କିଛି ବୁଝାଉଛନ୍ତି,
ତାହା କାହାର ବୁଦ୍ଧିରେ ବସିବା ମୁସ୍କିଲ୍ ହେଉଛି । ଯଦିଓ ଭଲ-ଭଲ ବୋଲି କହୁଛନ୍ତି କିନ୍ତୁ
ବାବାଙ୍କର ପରିଚୟ ପାଇ ନାହାଁନ୍ତି । ପ୍ରଥମେ ତ ବାବାଙ୍କ ପରିଚୟ ଦିଅ । ବାବାଙ୍କର ମହାବାକ୍ୟ
ହେଉଛି ମୋତେ ମନେ ପକାଅ, ମୁଁ ହିଁ ପତିତ-ପାବନ ଅଟେ । ମୋତେ ମନେ ପକାଇଲେ ତୁମେ ପତିତରୁ ପବିତ୍ର
ହୋଇଯିବ । ଏହା ହେଉଛି ମୁଖ୍ୟ କଥା । ଭଗବାନ ଜଣେ ଅଟନ୍ତି, ସେ ହିଁ ପତିତ-ପାବନ ଅଟନ୍ତି ।
ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି । ସେ ହିଁ ସର୍ବୋଚ୍ଚ ଅଟନ୍ତି । ଏହି ନିଶ୍ଚୟ ହୋଇଗଲେ ପୁଣି
ଭକ୍ତିମାର୍ଗର ଯେଉଁ ସବୁ ଶାସ୍ତ୍ର, ବେଦ ଅଥବା ଗୀତା ଭାଗବତ ଅଛି, ସେ ସବୁ ଖଣ୍ଡିତ ହୋଇଯିବ ।
ସ୍ୱୟଂ ଭଗବାନ ତ ନିଜେ କହୁଛନ୍ତି, ମୁଁ ଏହା ଶୁଣାଇ ନାହିଁ । ମୋର ଜ୍ଞାନ ଶାସ୍ତ୍ରରେ ନାହିଁ ।
ତାହା ହେଉଛି ଭକ୍ତିମାର୍ଗର ଜ୍ଞାନ । ମୁଁ ତ ଜ୍ଞାନ ଦେଇ ସଦ୍ଗତି କରାଇ ଚାଲିଯାଉଛି । ପୁଣି ଏହି
ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି । ଯେତେବେଳେ ଜ୍ଞାନର ପ୍ରାରବ୍ଧ ଶେଷ ହୋଇଯାଉଛି ପୁଣି ଭକ୍ତିମାର୍ଗ
ଆରମ୍ଭ ହୋଇଯାଉଛି । ଯେତେବେଳେ ବାବାଙ୍କ ପ୍ରତି ନିଶ୍ଚୟ ଆସିଯିବ ତେବେ ବୁଝିବେ, ଭଗବାନୁବାଚ -
ଏହା ଭକ୍ତିମାର୍ଗର ଶାସ୍ତ୍ର ଅଟେ । ଜ୍ଞାନ ଏବଂ ଭକ୍ତି ଅଧା ଅଧା ଚାଲୁଛି । ଭଗବାନ ଯେତେବେଳେ
ଆସୁଛନ୍ତି ସେତେବେଳେ ନିଜର ପରିଚୟ ଦେଉଛନ୍ତି - ମୁଁ କହୁଛି ୫ ହଜାର ବର୍ଷର ଗୋଟିଏ କଳ୍ପ ଅଟେ,
ମୁଁ ତ ବ୍ରହ୍ମା ମୁଖ ଦ୍ୱାରା ବୁଝାଉଛି । ତେବେ ପ୍ରଥମ ଏବଂ ମୁଖ୍ୟ କଥାକୁ ବୁଦ୍ଧିରେ ଧାରଣ
କରାଇବାକୁ ହେବ ଯେ ଭଗବାନ କିଏ? ଏହି କଥା ଯେ ପର୍ଯ୍ୟନ୍ତ ବୁଦ୍ଧିରେ ନ ରହିଛି ସେ ପର୍ଯ୍ୟନ୍ତ
ଯାହା କିଛି ବୁଝାଇଲେ କିଛି ମଧ୍ୟ ପ୍ରଭାବ ପଡିବ ନାହିଁ । ସବୁ ମେହନତ ହିଁ ଏହି କଥା ଉପରେ ରହିଛି
। ବାବା ଆସୁଛନ୍ତି ହିଁ କବରରୁ ଜାଗ୍ରତ କରାଇବା ପାଇଁ । ତେବେ ଶାସ୍ତ୍ର ଆଦି ପଢ଼ିବା ଦ୍ୱାରା ତ
କେହି ବି ଜାଗ୍ରତ ହେବେ ନାହିଁ । ପରମ ଆତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି ତେଣୁ ତାଙ୍କର ସନ୍ତାନ (ଆତ୍ମା)ମାନେ
ମଧ୍ୟ ଜ୍ୟୋତି ସ୍ୱରୂପ ଅଟନ୍ତି । କିନ୍ତୁ ତୁମ ପିଲାମାନଙ୍କର ଆତ୍ମା ପତିତ ହୋଇଯାଇଛି, ଯେଉଁ
କାରଣରୁ ଜ୍ୟୋତି ଲିଭିଯାଇଛି । ଆତ୍ମା ତମଃପ୍ରଧାନ ହୋଇଯାଇଛି । ପ୍ରଥମେ-ପ୍ରଥମେ ବାବାଙ୍କର
ପରିଚୟ ନ ଦେବା ଦ୍ୱାରା ଆଉ ଯାହା କିଛି ବି ମେହନତ କରୁଛନ୍ତି, ମତାମତ ଆଦି ଲେଖାଉଛନ୍ତି ତାହା
କୌଣସି କାମର ହେଉ ନାହିଁ ସେଥିପାଇଁ ସେବା ହେଉନାହିଁ । ଯେତେବେଳେ ନିଶ୍ଚୟ ହୋଇଯିବ ସେତେବେଳେ
ବୁଝିବେ ଯେ, ବାସ୍ତବରେ ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ଜ୍ଞାନ ଦେଉଛନ୍ତି । ଲୋକମାନେ
ବ୍ରହ୍ମାଙ୍କୁ ଦେଖି କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି କାହିଁକି ନା ବାବାଙ୍କର ପରିଚୟ ନାହିଁ । ତୁମେ
ସମସ୍ତେ ଜାଣିଛ ଯେ ଭକ୍ତିମାର୍ଗ ଏବେ ଶେଷ ହୋଇଯାଇଛି । କଳିଯୁଗରେ ହେଉଛି ଭକ୍ତିମାର୍ଗ ଏବଂ ଏବେ
ସଂଗମଯୁଗରେ ହେଉଛି ଜ୍ଞାନମାର୍ଗ । ଆମେ ସଂଗମଯୁଗୀ ଅଟୁ । ରାଜଯୋଗ ଶିଖୁଛୁ । ନୂଆ ଦୁନିଆ ପାଇଁ
ଦୈବୀଗୁଣ ଧାରଣ କରୁଛୁ । ଯେଉଁମାନେ ସଂଗମଯୁଗରେ ନାହାଁନ୍ତି ସେମାନେ ଦିନକୁ ଦିନ ତମଃପ୍ରଧାନ
ହୋଇଚାଲିଛନ୍ତି । ଗୋଟିଏ ପାର୍ଶ୍ଵରେ ତମଃପ୍ରଧାନତା ବଢି ଚାଲିଛି ଏବଂ ଅନ୍ୟ ପାର୍ଶ୍ଵରେ ସଂଗମଯୁଗ
ଶେଷ ହେବାକୁ ଯାଉଛି । ତେବେ ଏସବୁ ବୁଝିବାର କଥା ନା । କିନ୍ତୁ ବୁଝାଇବାବାଲା ମଧ୍ୟ କ୍ରମାନୁସାରେ
ଅଛନ୍ତି । ବାବା ପ୍ରତିଦିନ ପୁରୁଷାର୍ଥ କରାଉଛନ୍ତି । ନିଶ୍ଚୟବୁଦ୍ଧି ବିଜୟନ୍ତୀ ଅର୍ଥାତ୍ ବିଜୟୀ
ହୋଇଥା’ନ୍ତି । ପିଲାମାନଙ୍କର ତିକ୍-ତିକ୍ କରିବାର ଅର୍ଥାତ୍ ଅଧିକ ଜ୍ଞାନ ଶୁଣାଇବାର ଅଭ୍ୟାସ
ବହୁତ ରହିଛି । ସେମାନେ ବାବାଙ୍କୁ ବିଲ୍କୁଲ୍ ମନେପକାଉ ହିଁ ନାହାଁନ୍ତି । ତାଙ୍କ ପାଇଁ
ମନେପକାଇବା ବହୁତ କଷ୍ଟକର । ବାବାଙ୍କ ସ୍ମୃତିରେ ରହିବା ଛାଡି ନିଜର ହିଁ ତିକ୍-ତିକ୍ ଶୁଣାଇ
ଚାଲିଥା’ନ୍ତି । ବାବାଙ୍କ ଉପରେ ନିଶ୍ଚୟ ବିନା ଅନ୍ୟ ଚିତ୍ର ଆଡକୁ ବଢିବା ଅନୁଚିତ୍ । ନିଶ୍ଚୟ ନ
ଥିଲେ କିଛି ବି ବୁଝିବେ ନାହିଁ । ବାବାଙ୍କ ପ୍ରତି ନିଶ୍ଚୟ ନ ଥିଲେ ବାକି ବାଦଶାହୀ ଇତ୍ୟାଦିର
ଜ୍ଞାନ ବୁଝାଇବା ଅର୍ଥ ସମୟ ନଷ୍ଟ କରିବା । କାହାରି ନାଡି ଅର୍ଥାତ୍ ଲକ୍ଷଣକୁ ଜାଣି ପାରୁନାହାନ୍ତି,
ଯିଏ ଉଦ୍ଘାଟନ କରିବାକୁ ଆସୁଛନ୍ତି ତାଙ୍କୁ ମଧ୍ୟ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ଇଏ
ହେଲେ ସର୍ବୋଚ୍ଚ ପିତା ଯିଏକି ଜ୍ଞାନର ସାଗର । ବାବା ଏହି ଜ୍ଞାନ ବର୍ତ୍ତମାନ ହିଁ ଦେଉଛନ୍ତି ।
ସତ୍ୟଯୁଗରେ ଏହି ଜ୍ଞାନର ଆବଶ୍ୟକତା ରହିବ ନାହିଁ । ଭକ୍ତି ପରେ ଆରମ୍ଭ ହୋଇଥାଏ । ବାବା କହୁଛନ୍ତି
ଯେତେବେଳେ ଦୁର୍ଗତି ଅର୍ଥାତ୍ ମୋର ନିନ୍ଦା କରିବା ଶେଷ ହେବାର ସମୟ ହେଉଛି ସେତେବେଳେ ମୁଁ ଆସୁଛି
। ଅଧାକଳ୍ପ ସେମାନେ ନିନ୍ଦା ନିଶ୍ଚିତ କରିବେ, ଯାହାଙ୍କର ବି ପୂଜା କରୁଛନ୍ତି, ସେମାନଙ୍କର
କର୍ତ୍ତବ୍ୟ ବିଷୟରେ ଜାଣିନାହାଁନ୍ତି । ତୁମେ ପିଲାମାନେ ବସି ବୁଝାଉଛ କିନ୍ତୁ ଯଦି ନିଜର ହିଁ
ବାବାଙ୍କ ସହିତ ଯୋଗ ନାହିଁ ତେବେ ଅନ୍ୟମାନଙ୍କୁ କ’ଣ ବୁଝାଇପାରିବ । ଯଦିଓ ଶିବବାବା କହୁଛନ୍ତି
କିନ୍ତୁ ଯୋଗଯୁକ୍ତ ହୋଇ ବିଲ୍କୁଲ୍ ରହୁନାହାଁନ୍ତି, ତେଣୁ ବିକର୍ମ ମଧ୍ୟ ବିନାଶ ହେଉ ନାହିଁ,
ଧାରଣା ମଧ୍ୟ ହେଉନାହିଁ । ମୁଖ୍ୟ କଥା ହେଉଛି ଏକ ବାବାଙ୍କୁ ମନେପକାଇବା ।
ଯେଉଁ ସନ୍ତାନମାନେ
ଜ୍ଞାନୀ ତୁ ଆତ୍ମା ସହିତ ଯୋଗୀ ହେଉନାହାଁନ୍ତି, ସେମାନଙ୍କ ମଧ୍ୟରେ ଦେହ-ଅଭିମାନର ଅଂଶ ନିଶ୍ଚୟ
ରହିବ । ଯୋଗ ବିନା ଜ୍ଞାନ ବୁଝାଇବା କୌଣସି କାମର ନୁହେଁ । ପୁଣି ଦେହ-ଅଭିମାନରେ ଆସି କାହାକୁ ନା
କାହାକୁ ହଇରାଣ କରିଥା’ନ୍ତି । ପିଲାମାନେ ଯଦି ଭଲ ଭାଷଣ କରୁଛନ୍ତି ତେବେ ଭାବୁଛନ୍ତି ଆମେ ଜ୍ଞାନୀ
ଆତ୍ମା ଅଟୁ । ବାବା କହୁଛନ୍ତି ଜ୍ଞାନୀ ଆତ୍ମା ତ ଅଟ କିନ୍ତୁ ଯୋଗ କମ୍ ରହିଛି, ଯୋଗ ଉପରେ
ପୁରୁଷାର୍ଥ ବହୁତ କମ୍ ରହିଛି । ବାବା କେତେ ବୁଝାଉଛନ୍ତି, କହୁଛନ୍ତି ନିଜର ଚାର୍ଟ ରଖ । ମୁଖ୍ୟ
କଥା ହେଉଛି ଯୋଗ । ପିଲାମାନଙ୍କର ଜ୍ଞାନ ବୁଝାଇବାର ସଉକ ତ ଅଛି କିନ୍ତୁ ଯୋଗ ନାହିଁ । ତେବେ ଯୋଗ
ବିନା ବିକର୍ମ ବିନାଶ ହେବ ନାହିଁ ପୁଣି କି ପଦ ପାଇବେ! ଯୋଗରେ ତ ବହୁତ ସନ୍ତାନ ଫେଲ ହେଉଛନ୍ତି ।
ଭାବୁଛନ୍ତି ମୋର ୧୦୦ ଶତକଡା ଯୋଗ ରହିଛି । କିନ୍ତୁ ବାବା କହୁଛନ୍ତି ୨(ଦୁଇ) ଶତକଡା ଯୋଗ ରହିଛି
। ବାବା (ବ୍ରହ୍ମାବାବା) ନିଜେ କହୁଛନ୍ତି ଭୋଜନ ଖାଇବା ସମୟରେ ସ୍ମୃତିରେ ରହୁଛି, ପୁଣି ଭୁଲି
ଯାଉଛି । ସ୍ନାନ କରିବା ସମୟରେ ମଧ୍ୟ ବାବାଙ୍କୁ ମନେପକାଉଛି । ଯଦିଓ ତାଙ୍କର ସନ୍ତାନ ଅଟେ ତଥାପି
ବି ତାଙ୍କ ସ୍ମୃତିରେ ରହିବାକୁ ଭୁଲିଯାଉଛି । ତୁମେ ଭାବୁଛ ଇଏ ତ ନମ୍ବର ୱାନରେ ଯିବେ, ତେବେ
ନିଶ୍ଚିତ ଭାବରେ ତାଙ୍କର ଜ୍ଞାନ ଏବଂ ଯୋଗ ଠିକ୍ ଥିବ । ତଥାପି ମଧ୍ୟ ବାବା କହୁଛନ୍ତି ଯୋଗରେ
ବହୁତ ମେହନତ ରହିଛି । ଅଭ୍ୟାସ କରି ଦେଖ ପୁଣି ଅନୁଭବ ଶୁଣାଅ । ଧରିନିଅ ଦର୍ଜି ଯଦି କପଡା ସିଲେଇ
କରୁଛି ତେବେ ଦେଖିବା ଦରକାର ବାବାଙ୍କ ସ୍ମୃତିରେ ରହୁଛି । ସିଏ ତ ବହୁତ ମିଠା ପ୍ରେମିକ ଅଟନ୍ତି
। ତାଙ୍କୁ ଯେତେ ମନେପକାଇବା ସେତେ ଆମର ବିକର୍ମ ବିନାଶ ହେବ, ଆମେ ସତ୍ତ୍ୱପ୍ରଧାନ ହୋଇଯିବା ।
ତେଣୁ ନିଜକୁ ଦେଖ ମୁଁ କେତେ ସମୟ ବାବାଙ୍କର ସ୍ମୃତିରେ ରହୁଛି । ବାବାଙ୍କୁ ଫଳାଫଳ ଜଣାଇବା ଉଚିତ୍
। ବାବାଙ୍କ ସ୍ମୃତିରେ ରହିଲେ ହିଁ କଲ୍ୟାଣ ହେବ । ବାକି ଅଧିକ ବୁଝାଇଲେ କୌଣସି କଲ୍ୟାଣ ହେବ ନାହିଁ
। କାରଣ କିଛି ହେଲେ ବୁଝୁ ନାହାଁନ୍ତି । ଅଲଫ ଅର୍ଥାତ୍ ବାବାଙ୍କ ବିନା କାମ କିପରି ଚାଲିବ? ଅଲଫ
ବିଷୟରେ ତ ଜାଣିନାହାଁନ୍ତି ବାକି ତ ବିନ୍ଦୁ, ବିନ୍ଦୁ ହୋଇଯାଉଛି । ଅଲଫ ସହିତ ବିନ୍ଦୁ ଦେବା
ଦ୍ୱାରା ଫାଇଦା ହୋଇଥାଏ । ଯୋଗ ନ ଥିଲେ ସାରା ଦିନ ସମୟ ନଷ୍ଟ କରି ଚାଲିଥାନ୍ତି । ବାବାଙ୍କର ତ
ଦୟା ଆସୁଛି, ଇଏ କି ପଦ ପାଇବେ । ଭାଗ୍ୟରେ ନ ଥିଲେ ବାବା ମଧ୍ୟ କ’ଣ କରିବେ । ବାବା ତ ବାରମ୍ବାର
ବୁଝାଉଛନ୍ତି - ଦୈବୀଗୁଣ ଧାରଣ କର, ବାବାଙ୍କର ସ୍ମୃତିରେ ରୁହ । ତାଙ୍କୁ ମନେପକାଇବା ବହୁତ ଜରୁରୀ
। ଯଦି ଯୋଗ ପ୍ରତି ସ୍ନେହ ଥିବ ତେବେ ଯାଇ ଶ୍ରୀମତରେ ଚାଲିପାରିବ । ପ୍ରଜା ତ ଢେର ହେବେ । ତୁମେ
ଏଠାକୁ ଆସିଛ - ଏହିପରି ଲକ୍ଷ୍ମୀ-ନାରାୟଣ ହେବା ପାଇଁ, ଏଥିରେ ବହୁତ ମେହନତ କରିବାକୁ ପଡିବ ।
ଯଦିଓ ସ୍ୱର୍ଗକୁ ଯିବ କିନ୍ତୁ ଦଣ୍ଡ ଭୋଗ କରି ପଛରେ ଯାଇ କମ୍ ପଦ ପ୍ରାପ୍ତ କରିବ । ବାବା ତ ସବୁ
ପିଲାମାନଙ୍କୁ ଜାଣିଛନ୍ତି ନା । ଯେଉଁ ସନ୍ତାନମାନେ ଯୋଗରେ ଦୁର୍ବଳ, ସେମାନେ ଦେହ-ଅଭିମାନରେ ଆସି
ରୁଷିଥା’ନ୍ତି ଏବଂ ଲଢେଇ-ଝଗଡା କରିଥା’ନ୍ତି । ଯେଉଁମାନେ ପକ୍କା ଯୋଗୀ, ସେମାନଙ୍କର ଚଳଣି ବହୁତ
ରାଜକୀୟ ଏବଂ ଉଚ୍ଚକୋଟିର ହେବ, ସେମାନେ ବହୁତ କମ୍ କଥା କହିବେ । ଯଜ୍ଞ ସେବାରେ ମଧ୍ୟ ରୁଚି (ଆଗ୍ରହ)
ରଖିବେ । ଯଜ୍ଞ ସେବାରେ ନିଜର ହାଡ ମଧ୍ୟ ସ୍ୱାହା ହୋଇଯାଉ । ଏପରି ମଧ୍ୟ କେତେ ଜଣ ଅଛନ୍ତି ।
କିନ୍ତୁ ବାବା କହୁଛନ୍ତି ଅଧିକରୁ ଅଧିକ ଯୋଗଯୁକ୍ତ ହୋଇ ରୁହ ତେବେ ବାବାଙ୍କ ସହିତ ସ୍ନେହ ରହିବ
ଏବଂ ଖୁସିରେ ମଧ୍ୟ ରହିବ । ବାବା କହୁଛନ୍ତି ମୁଁ ଭାରତ ଖଣ୍ଡରେ ହିଁ ଆସୁଛି । ଭାରତକୁ ହିଁ ଆସି
ଶ୍ରେଷ୍ଠ କରୁଛି । ସତ୍ୟଯୁଗରେ ତୁମେ ବିଶ୍ୱର ମାଲିକ ଥିଲ, ସଦ୍ଗତିରେ ଥିଲ ପୁଣି ତୁମର ଦୁର୍ଗତି
କିଏ କରିଲା? ରାବଣ । ରାବଣ ରାଜ୍ୟ କେବେ ଆରମ୍ଭ ହେଲା? (ଦ୍ୱାପରରୁ) । ଗୋଟିଏ ସେକେଣ୍ଡରେ
ଅଧାକଳ୍ପ ପାଇଁ ସଦ୍ଗତି ପାଉଛ, ୨୧ ଜନ୍ମ ପାଇଁ ବର୍ସା ନେଇ ନେଉଛ । ତେଣୁ ଯେତେବେଳେ ବି କେହି
ଭଲ ଲୋକ ଆସୁଛନ୍ତି ତେବେ ପ୍ରଥମେ-ପ୍ରଥମେ ତାଙ୍କୁ ବାବାଙ୍କର ପରିଚୟ ଦିଅ । ବାବା କହୁଛନ୍ତି -
ପିଲାମାନେ, ଏହି ଜ୍ଞାନ ଦ୍ୱାରା ହିଁ ତୁମର ସଦ୍ଗତି ହେବ । ତୁମେମାନେ ଜାଣିଛ ଏହି ଡ୍ରାମା
ସେକେଣ୍ଡ ବାଇ ସେକେଣ୍ଡ ଅତିକ୍ରାନ୍ତ ହୋଇ ଚାଲୁଛି, ଏହି କଥା ବୁଦ୍ଧିରେ ମନେ ରହିଲେ ମଧ୍ୟ ତୁମେ
ଭଲ ଭାବରେ ସ୍ଥିର ହୋଇ ରହିପାରିବ । ଏଠାରେ ବସିଥିଲେ ମଧ୍ୟ ବୁଦ୍ଧିରେ ରହୁ ଯେ ଏହି ସୃଷ୍ଟି ଚକ୍ର
ଉକୁଣୀ ସଦୃଶ କିପରି ଧିରେ ଧିରେ ଘୂରି ଚାଲିଛି । ସେକେଣ୍ଡ-ସେକେଣ୍ଡ ଟିକ୍-ଟିକ୍ ହୋଇଚାଲିଛି ।
ଡ୍ରାମା ଅନୁସାରେ ହିଁ ସାରା ପାର୍ଟ ଚାଲୁଛି । ଗୋଟିଏ ସେକେଣ୍ଡ ଅତିକ୍ରାନ୍ତ ହୋଇଗଲା, ସରିଗଲା ।
ଅଭିନୟ ହୋଇ ଚାଲିଛି । ବହୁତ ଧିରେ ଧିରେ ଘୁରୁଛି । ଏହା ହେଉଛି ବେହଦର ଡ୍ରାମା । ଯେଉଁମାନେ
ବୟସ୍କ ବ୍ୟକ୍ତି କିମ୍ବା ବୃଦ୍ଧ ବ୍ୟକ୍ତି ଆଦି ଅଛନ୍ତି ସେମାନଙ୍କର ବୁଦ୍ଧିରେ ଏହିସବୁ କଥା
ରହିପାରିବ ନାହିଁ । ଜ୍ଞାନ ମଧ୍ୟ ଧାରଣା ହୋଇପାରିବ ନାହିଁ । ଯୋଗ ମଧ୍ୟ ନାହିଁ ତଥାପି ସନ୍ତାନ ତ
ଅଟନ୍ତି ନା । ହଁ, ସେବାଧାରୀମାନଙ୍କର ପଦ ଉଚ୍ଚ ହୋଇଥାଏ । ବାକି ଅନ୍ୟ ସମସ୍ତଙ୍କର ପଦ କମ୍ ହେବ
। ଏହି ଖିଆଲ ପକ୍କା କରିଦିଅ । ଏହା ହେଉଛି ବେହଦର ଡ୍ରାମା, ଚକ୍ର ଘୂରି ଚାଲିଛି । ଯେପରି
ରେକର୍ଡ ଘୂରି ଚାଲିଥାଏ ନା । ଆମ ଆତ୍ମାରେ ମଧ୍ୟ ସେହିପରି ରେକର୍ଡ ଭରି ହୋଇ ରହିଛି । ଏତେ ଛୋଟ
ଆତ୍ମାରେ ଏତେ ସବୁ ପାର୍ଟ ଭରି ରହିଛି, ଏହାକୁ ହିଁ କୁଦରତ ଅର୍ଥାତ୍ ପ୍ରକୃତି ବୋଲି କୁହାଯାଉଛି
। କିଛି ହେଲେ ବି ଦେଖାଯାଉ ନାହିଁ । ଏହା ବୁଦ୍ଧିର କଥା ଅଟେ । ମୋଟା ବୁଦ୍ଧିବାଲା ଏକଥା
ବୁଝିପାରିବେ ନାହିଁ । ଏଥିରେ ଆମେ ଯାହା କିଛି କହିଚାଲିଛୁ, ସମୟ ଅତିକ୍ରାନ୍ତ ହୋଇଯାଉଛି ତାହାର
ପୁଣି ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେବ । ଏପରି ବୁଦ୍ଧି କାହା ପାଖରେ ନାହିଁ । ଯେଉଁମାନେ
ମହାରଥୀ ହୋଇଥିବେ ସେମାନେ ଘଡ଼ିକୁ ଘଡ଼ି ଏହି କଥା ଉପରେ ଧ୍ୟାନ ଦେଇ ବୁଝାଇ ଚାଲିବେ, ସେଥିପାଇଁ
ବାବା କହୁଛନ୍ତି ପ୍ରଥମେ-ପ୍ରଥମେ ଏହି କଥାକୁ ଗଣ୍ଠି ପକାଅ ଅର୍ଥାତ୍ ଦୃଢ଼ ସଂକଳ୍ପ କରିନିଅ ଯେ -
ମୁଁ ବାବାଙ୍କୁ ମନେପକାଇବି । ବାବା କହୁଛନ୍ତି ମୋତେ ମନେପକାଅ । ଆତ୍ମାକୁ ଏବେ ଘରକୁ ଯିବାକୁ
ହେବ । ତେଣୁ ଦେହର ସବୁ ସମ୍ବନ୍ଧକୁ ଛାଡ଼ି ଦେବାକୁ ପଡ଼ିବ । ଯେତେ ଦୂର ସମ୍ଭବ ବାବାଙ୍କୁ ମନେ
ପକାଇଚାଲ । ଏହି ପୁରୁଷାର୍ଥ ଗୁପ୍ତ ଅଟେ । ବାବା ରାୟ ଦେଉଛନ୍ତି, ସମସ୍ତଙ୍କୁ ବାବାଙ୍କର ହିଁ
ପରିଚୟ ଦିଅ । କମ୍ ଯୋଗ କରୁଥିବାରୁ ପରିଚୟ ମଧ୍ୟ କମ୍ ଦେଉଛନ୍ତି । ପ୍ରଥମେ ତ ବାବାଙ୍କର ପରିଚୟ
ବୁଦ୍ଧିରେ ରହିବା ଉଚିତ୍ । କୁହ, ଏବେ ଲେଖ ବାସ୍ତବରେ ସେ ଆମର ପିତା ଅଟନ୍ତି । ତେଣୁ ଦେହ ସହିତ
ସବୁ କିଛି ଛାଡ଼ି ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଯୋଗବଳ ଦ୍ୱାରା ହିଁ ତୁମେ
ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବ । ମୁକ୍ତିଧାମ, ଜୀବନମୁକ୍ତିଧାମରେ ତ ଦୁଃଖ-କଷ୍ଟ କିଛି ବି
ହୋଇ ନ ଥାଏ । ବାବା ଦିନକୁ ଦିନ ବହୁତ ଭଲ ଭଲ କଥା ବୁଝାଉଛନ୍ତି । ପରସ୍ପର ସହିତ ମଧ୍ୟ ଏହି ସବୁ
କଥାବାର୍ତ୍ତା ହୁଅ । ଯୋଗ୍ୟ ମଧ୍ୟ ହେବା ଦରକାର ନା । ବ୍ରାହ୍ମଣ ହୋଇ ଯଦି ବାବାଙ୍କର ରୁହାନୀ
ସେବା ନ କରିବ ତେବେ ତୁମେ କେଉଁ କାମର । ପାଠପଢାକୁ ତ ଭଲ ଭାବରେ ଧାରଣ କରିବା ଦରକାର ନା । ବାବା
ଜାଣିଛନ୍ତି ବହୁତ ଅଛନ୍ତି ଯେଉଁମାନଙ୍କର ଗୋଟିଏ ଅକ୍ଷର ମଧ୍ୟ ଧାରଣ ହେଉନାହିଁ । ଯଥାର୍ଥ ରୀତିରେ
ବାବାଙ୍କୁ ସ୍ମରଣ କରୁନାହାଁନ୍ତି । ତେବେ ରାଜା-ରାଣୀ ପଦ ପାଇବା ପାଇଁ ମେହନତ କରିବାକୁ ହେବ ।
ଯିଏ ମେହନତ କରିବେ ସିଏ ଉଚ୍ଚ ପଦ ପାଇବେ । ପରିଶ୍ରମ କଲେ ଯାଇ ରାଜପଦ ପ୍ରାପ୍ତ କରି ପାରିବେ ।
ପ୍ରଥମ ନମ୍ବରରେ ରହିଲେ ହିଁ ବୃତ୍ତି ମିଳିବ । ଏହି ଲକ୍ଷ୍ମୀ-ନାରାୟଣ ବୃତ୍ତି ନେଇଛନ୍ତି । ଆଉ
ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ଏହା ବହୁତ ବଡ ପରୀକ୍ଷା ଅଟେ ନା । ଯେଉଁମାନେ ବୃତ୍ତି ପାଇବେ
ତାଙ୍କର ହିଁ ମାଳା ତିଆରି ହୋଇଛି । ୮ ରତ୍ନ ଅଛନ୍ତି ନା । ୮ ଅଛନ୍ତି, ପୁଣି ୧୦୦, ପୁଣି ଅଛନ୍ତି
୧୬ ହଜାର । ତେଣୁ ମାଳାରେ ଗୁନ୍ଥା ହେବା ପାଇଁ କେତେ ପୁରୁଷାର୍ଥ କରିବା ଦରକାର । ଅନ୍ତର୍ମୁଖୀ
ହୋଇ ରହିବାର ପୁରୁଷାର୍ଥ କରିଲେ ବୃତ୍ତି ନେବାର ଅଧିକାରୀ ହୋଇଯିବ । ତୁମକୁ ବହୁତ ଅର୍ନ୍ତମୁଖୀ
ହୋଇ ରହିବାକୁ ପଡିବ । ବାବା ତ କଲ୍ୟାଣକାରୀ ଅଟନ୍ତି । ତେଣୁ କଲ୍ୟାଣ ନିମନ୍ତେ ହିଁ ରାୟ
ଦେଉଛନ୍ତି । କଲ୍ୟାଣ ତ ସାରା ଦୁନିଆର ହେବ । କିନ୍ତୁ କ୍ରମାନ୍ୱୟରେ ହେବ । ତୁମେ ଏଠାରେ
ବାବାଙ୍କ ପାଖକୁ ପଢିବାକୁ ଆସିଛ । ତୁମମାନଙ୍କ ମଧ୍ୟରେ ମଧ୍ୟ ସେହି ଛାତ୍ରମାନେ ଭଲ ଯେଉଁମାନେ
ପାଠପଢା ଉପରେ ଧ୍ୟାନ ଦେଇଥାନ୍ତି । କେହି-କେହି ତ ବିଲକୁଲ୍ ଧ୍ୟାନ ଦେଉନାହାଁନ୍ତି । ଏପରି ମଧ୍ୟ
ବହୁତ ଭାବୁଛନ୍ତି ଯାହା ଭାଗ୍ୟରେ ଥିବ । ପାଠପଢାର ଲକ୍ଷ୍ୟ ହିଁ ନାହିଁ । ତେଣୁ ପିଲାମାନଙ୍କୁ
ଯୋଗର ଚାର୍ଟ ରଖିବା ଦରକାର । ଆମକୁ ଏବେ ଘରକୁ ଫେରିଯିବାକୁ ହେବ । ଜ୍ଞାନ ତ ଏହିଠାରେ ହିଁ ଛାଡି
ଚାଲିଯିବା । ଜ୍ଞାନର ଅଭିନୟ ଶେଷ ହୋଇଯାଇଥାଏ । ଆତ୍ମା କେତେ ଛୋଟ, ସେଥିରେ କେତେ ପାର୍ଟ ରହିଛି,
ଆଶ୍ଚର୍ଯ୍ୟ ଅଟେ ନା । ଏ ସବୁ ଅବିନାଶୀ ଡ୍ରାମା ଅଟେ । ଏହିପରି ତୁମେ ଅର୍ନ୍ତମୁଖୀ ହୋଇ ନିଜ
ସହିତ କଥା ହୋଇଚାଲ ତେବେ ତୁମକୁ ବହୁତ ଖୁସି ମିଳିବ ଯେ ବାବା ଆସି ଏପରି କଥା ଶୁଣାଉଛନ୍ତି କି -
ଆତ୍ମାର କେବେ ବିନାଶ ହେବ ନାହିଁ । ଡ୍ରାମାରେ ଗୋଟିଏ ଗୋଟିଏ ମନୁଷ୍ୟଙ୍କର, ଗୋଟିଏ-ଗୋଟିଏ
ଜିନିଷର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଏହାକୁ ସୀମାହୀନ ମଧ୍ୟ କୁହାଯିବ ନାହିଁ । ଅନ୍ତ(ସୀମା)
ତ ପାଇଛ କିନ୍ତୁ ଏହା ହେଉଛି ଅନାଦି । କେତେ ଜିନିଷ ରହିଛି । ଏହାକୁ କୁଦରତ ଅର୍ଥାତ୍ ପ୍ରକୃତି
ବୋଲି କହିବା! ଈଶ୍ୱରଙ୍କୁ କୁଦରତ ମଧ୍ୟ କହି ପାରିବ ନାହିଁ । ସେ କହୁଛନ୍ତି ମୋର ମଧ୍ୟ ଏଥିରେ
ପାର୍ଟ ରହିଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗରେ
ବହୁତ ମେହନତ କରିବାକୁ ହେବ, ଟ୍ରାଏଲ୍ (ଉଦ୍ୟମ) କରି ଦେଖିବାକୁ ହେବ ଯେ କର୍ମ କଲାବେଳେ କେତେ
ସମୟ ବାବାଙ୍କର ସ୍ମୃତି ରହୁଛି । ଯୋଗଯୁକ୍ତ ହୋଇ ରହିବାରେ ହିଁ କଲ୍ୟାଣ ରହିଛି, ମିଠା
ପ୍ରେମିକଙ୍କୁ ବହୁତ ସ୍ନେହରେ ସ୍ମରଣ କରିବାକୁ ହେବ, ଯୋଗର ଚାର୍ଟ ରଖିବାକୁ ହେବ ।
(୨) ସୂକ୍ଷ୍ମ ବୁଦ୍ଧି
ଦ୍ୱାରା ଏହି ଡ୍ରାମାର ରହସ୍ୟକୁ ବୁଝିବାକୁ ହେବ । ଏହା ବହୁତ-ବହୁତ କଲ୍ୟାଣକାରୀ ଡ୍ରାମା ଅଟେ,
ଆମେ ଯାହା କିଛି କହୁଛୁ ଅଥବା କରୁଛୁ ତାହାର ପୁଣି ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେବ, ଏହାକୁ
ଯଥାର୍ଥ ଭାବରେ ବୁଝି ଖୁସିରେ ରହିବାକୁ ହେବ ।
ବରଦାନ:-
ନିଜର ଶ୍ରେଷ୍ଠ
ଜୀବନ ଦ୍ୱାରା ପରମାତ୍ମ ଜ୍ଞାନର ପ୍ରତ୍ୟକ୍ଷ ପ୍ରମାଣ ଦେଉଥିବା ମାୟାପ୍ରୁଫ ଅର୍ଥାତ୍ ମାୟାଠାରୁ
ମୁକ୍ତ ଭବ ।
ନିଜକୁ ପରମାତ୍ମା
ଜ୍ଞାନର ପ୍ରତ୍ୟକ୍ଷ ପ୍ରମାଣ ବା ପ୍ରୃଫ ମନେ କରିବା ଦ୍ୱାରା ମାୟାପ୍ରୃଫ୍ ହୋଇଯିବ । ତେବେ ଏହାର
ପ୍ରତ୍ୟକ୍ଷ ପ୍ରମାଣ ହେଲା ତୁମମାନଙ୍କର ଶ୍ରେଷ୍ଠ ପବିତ୍ର ଜୀବନ ଏବଂ ସବୁଠାରୁ ଅସମ୍ଭବକୁ ସମ୍ଭବ
କରୁଥିବା କଥା ହେଲା ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥରେ ରହି ଅପବିତ୍ର ଗୃହସ୍ଥୀ ଜୀବନଠାରୁ ପରେ
ଅର୍ଥାତ୍ ଉର୍ଦ୍ଧ୍ୱରେ ରହି ଦେହ ଏବଂ ଦେହର ସମ୍ବନ୍ଧଗୁଡିକଠାରୁ ପରେ ଅର୍ଥାତ୍ ଅଲଗା ରହିବା ।
ପୁରୁଣା ଶରୀରର ଆଖି ଦ୍ୱାରା ପୁରୁଣା ଦୁନିଆର ବସ୍ତୁଗୁଡିକୁ ଦେଖୁଥିଲେ ମଧ୍ୟ ନ ଦେଖିବା ଅର୍ଥାତ୍
ସମ୍ପୂର୍ଣ୍ଣ ପବିତ୍ର ଜୀବନରେ ରହିବା - ଏହା ହିଁ ହେଉଛି ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରିବାର ବା
ମାୟାପ୍ରୃଫ ହେବାର ସହଜ ବିଧି ।
ସ୍ଲୋଗାନ:-
ଯଦି ନିଜ ଉପରେ
ଧ୍ୟାନ ଦେବାର ଜଗୁଆଳୀ ଠିକ୍ ଥିବ ତେବେ ଅତିନ୍ଦ୍ରିୟ ସୁଖର ସମ୍ପତ୍ତି କେବେ ବି ହଜିପାରିବ ନାହିଁ
।