09.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ସାରା ବିଶ୍ୱରେ ଶାନ୍ତିର ରାଜ୍ୟ ସ୍ଥାପନ କରୁଥିବା ବାବାଙ୍କର ସହଯୋଗୀ ଅଟ, ଏବେ ତୁମ ସମ୍ମୁଖରେ ସୁଖ ଶାନ୍ତିର ଦୁନିଆ ରହିଛି ।”

ପ୍ରଶ୍ନ:-
ବାବା ସନ୍ତାନମାନଙ୍କୁ କ’ଣ ପାଇଁ ପାଠ ପଢ଼ାଉଛନ୍ତି ଏବଂ ପାଠପଢ଼ାର ସାରାଂଶ କ’ଣ?

ଉତ୍ତର:-
ବାବା ନିଜର ସନ୍ତାନମାନଙ୍କୁ ସ୍ୱର୍ଗର ରାଜକୁମାର, ବିଶ୍ୱର ମାଲିକ କରିବା ପାଇଁ ପାଠ ପଢ଼ାଉଛନ୍ତି । ବାବା କହୁଛନ୍ତି ପିଲାମାନେ ପାଠପଢ଼ାର ସାରାଂଶ ହେଲା ଦୁନିଆର ସବୁ କଥାକୁ ଭୁଲିଯାଅ, ଏପରି କେବେ ବି ଭାବନାହିଁ ଯେ ମୋ ପାଖରେ କୋଟିଏ ଟଙ୍କା ଅଛି କି ଲକ୍ଷେ ଟଙ୍କା ଅଛି କାରଣ ସବୁ କିଛି ନଷ୍ଟ ହୋଇଯିବ, ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କର, ପାଠପଢ଼ା ଉପରେ ଧ୍ୟାନ ଦିଅ ।

ଗୀତ:-
ଆଖିର ୱହ ଦିନ୍ ଆୟା ଆଜ୍‌...

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ - ଶେଷରେ ବିଶ୍ୱରେ ଶାନ୍ତିର ସମୟ ଆସିଲା । ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି କିପରି ଆସିବ, ସେଥିପାଇଁ ଯିଏ ଠିକ୍ ରାୟ ଦିଅନ୍ତି ତାଙ୍କୁ ପୁରସ୍କାର ଦେଇଥା’ନ୍ତି । ନେହେରୁ ମଧ୍ୟ ରାୟ ଦେଉଥିଲେ, ଶାନ୍ତି ତ’ ହେଲା ନାହିଁ । କେବଳ ମତ ଦେଇକରିଗଲେ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଏମିତି ବି ସମୟ ଥିଲା ଯେତେବେଳେ କି ସାରା ବିଶ୍ୱରେ ସୁଖ, ଶାନ୍ତି, ସମ୍ପତ୍ତି ଆଦି ସବୁ କିଛି ଥିଲା । ତାହା ଏବେ ନାହିଁ , ପୁଣି ହେବ । ସୃଷ୍ଟିଚକ୍ର ଘୂରିବ ନା, ଏ କଥା ମଧ୍ୟ ତୁମ ସଙ୍ଗମଯୁଗୀ ବ୍ରାହ୍ମଣମାନଙ୍କ ବୁଦ୍ଧିରେ ରହିଛି । ତୁମେମାନେ ଜାଣିଛ ପୁଣି ସୁନାର ଭାରତ ହେବ । ଭାରତକୁ ହିଁ ସୁନାର ଚଢ଼େଇ କୁହାଯାଉଛି । ଯଦିଓ ମହିମା କରୁଛନ୍ତି କିନ୍ତୁ କେବଳ କଥାକୁ ମାତ୍ର । ତୁମେ ତ ଏବେ ବାସ୍ତବରେ ପୁରୁଷାର୍ଥ କରୁଛ । ଜାଣିଛ ବାକି ଅଳ୍ପ ଦିନ ଅଛି ତେଣୁ ଏହି ନର୍କର ସବୁ ଦୁଃଖ କଥା ଭୁଲି ହୋଇଯାଉଛି । ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ଏବେ ସୁଖର ଦୁନିଆ ସମ୍ମୁଖରେ ଉପସ୍ଥିତ । ଯେପରି ଆଗରୁ ବିଲାତରୁ ଯେତେବେଳେ ଆସୁଥିଲେ ସେତେବେଳେ ସେମାନେ ଭାବୁଥିଲେ ଯେ, ଘରକୁ ପହଞ୍ଚିବା ପାଇଁ ବାକି ଆଉ ଅଳ୍ପ ସମୟ ଅଛି, କାହିଁକିନା ଆଗରୁ ବିଲାତରୁ ଆସିବାକୁ ବହୁତ ସମୟ ଲାଗୁଥିଲା । ଏବେ ତ ଉଡାଜାହାଜରେ ଜଲ୍‌ଦି ପହଞ୍ଚିଯାଉଛନ୍ତି । ସେହିଭଳି ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମର ସୁଖର ଦିନ ଆସିବ, ଯାହା ପାଇଁ ଆମେମାନେ ପୁରୁଷାର୍ଥ କରୁଛୁ । ସେଥିପାଇଁ ବାବା ମଧ୍ୟ ବହୁତ ସହଜ ପୁରୁଷାର୍ଥ ବତାଉଛନ୍ତି । ଡ୍ରାମା ଅନୁସାରେ କଳ୍ପ ପୂର୍ବ ଭଳି, ଏହା ନିଶ୍ଚିତ ହେବ । ତୁମେମାନେ ଦେବତା ଥିଲ, ଦେବତାମାନଙ୍କର କେତେ ଢ଼େର ମନ୍ଦିର ତିଆରି ହେଉଛି । ପିଲାମାନେ ଜାଣିଛନ୍ତି, ଏହି ମନ୍ଦିର ଆଦି ତିଆରି କରି କ’ଣ କରିବେ! ବାକି ଆଉ କେତେ ଦିନ ଅଛି! ତୁମେମାନେ ଏବେ ଜ୍ଞାନର ଅଧିକାରୀ ହୋଇଛ । କୁହା ମଧ୍ୟ ଯାଏ ପରମପିତା ପରମାତ୍ମା ସର୍ବଶକ୍ତିମାନ୍ ଅଲ୍‌ମାଇଟୀ ଅଥୋରିଟୀ ଅଟନ୍ତି । ତୁମେମାନେ ମଧ୍ୟ ଏବେ ଜ୍ଞାନର ଅଧିକାରୀ ହୋଇଛ । ସେମାନେ ହେଉଛନ୍ତି ଭକ୍ତିର ଅଧିକାରୀ । ବାବାଙ୍କୁ ଅଲ୍‌ମାଇଟୀ ଅଥୋରିଟୀ ଅର୍ଥାତ୍ ସର୍ବଶକ୍ତିର ଅଧିକାରୀ କୁହାଯାଉଛି । ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜ୍ଞାନର ଅଧିକାରୀ ହେଉଛ । ତୁମ ନିକଟରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ଜାଣିଛ ଆମେ ବାବାଙ୍କଠାରୁ ବର୍ସା ପାଇବା ପାଇଁ ପୁରୁଷାର୍ଥ କରୁଛୁ । ଭକ୍ତିର ଅଧିକାରୀମାନେ ସମସ୍ତଙ୍କୁ ଭକ୍ତିର କଥା ହିଁ ଶୁଣାଇଥା’ନ୍ତି । ତୁମେ ଜ୍ଞାନର ଅଧିକାରୀ ହୋଇଥିବାରୁ ଜ୍ଞାନ ଶୁଣାଉଛ । ସତ୍ୟଯୁଗରେ ଭକ୍ତି ରହିବ ନାହିଁ । ସେଠାରେ ଜଣେ ହେଲେ ପୂଜାରୀ ରହିବେ ନାହିଁ, କେବଳ ପୂଜ୍ୟ ହିଁ ପୂଜ୍ୟ ରହିବେ । ଅଧାକଳ୍ପ ପୂଜ୍ୟ, ଅଧାକଳ୍ପ ପୂଜାରୀ । ଭାରତବାସୀଙ୍କ ନିମନ୍ତେ କୁହାଯାଇଛି ଯେ, ଏମାନେ ଯେତେବେଳେ ପୂଜ୍ୟ ଥିଲେ ଭାରତ ସ୍ୱର୍ଗ ଥିଲା । ଏବେ ଭାରତ ପୂଜାରୀ ନର୍କ ହୋଇଯାଇଛି । ତୁମେମାନେ ଏବେ ବାସ୍ତବିକ ଜୀବନ ଗଢ଼ୁଛ । ପୁରୁଷାର୍ଥର କ୍ରମ ଅନୁସାରେ ସମସ୍ତଙ୍କୁ ବୁଝାଉଛ ଏବଂ ଏହାର ବୃଦ୍ଧି ହୋଇଚାଲିଛି । ଏ ସବୁ ଡ୍ରାମାରେ ପୂର୍ବରୁ ନିଧାର୍ଯ୍ୟ ହୋଇ ରହିଛି । ଡ୍ରାମା ତୁମକୁ ପୁରୁଷାର୍ଥ କରାଉଛି, ତୁମେମାନେ ପୁରୁଷାର୍ଥ କରି ଚାଲିଛ । ଜାଣିଛ ଡ୍ରାମାରେ ଆମର ଅବିନାଶୀ ପାର୍ଟ ରହିଛି । ଦୁନିଆ ଏହି କଥାକୁ କ’ଣ ଜାଣିବ! ଆମର ହିଁ ଡ୍ରାମାରେ ପାର୍ଟ ରହିଛି । ଯିଏ କହିବ ସେ ହିଁ ବୁଝିବ, ନା କିପରି ଆମର ଏହି ଡ୍ରାମାରେ ପାର୍ଟ ରହିଛି । ଏହି ସୃଷ୍ଟିଚକ୍ର ଘୂରି ଚାଲିଛି । ଏହି ବିଶ୍ୱର ଇତିହାସ ଭୂଗୋଳ ସମ୍ବନ୍ଧରେ ତୁମମାନଙ୍କ ବ୍ୟତୀତ ଆଉ କାହାକୁ ଜଣାନାହିଁ । ସର୍ବୋଚ୍ଚ କିଏ, ଦୁନିଆରେ କେହି ହେଲେ ଜାଣିନାହାଁନ୍ତି । ଋଷି ମୁନି ଆଦି ମଧ୍ୟ କହୁଥିଲେ - ଆମେ ଜାଣିନାହୁଁ । ନେତି ନେତି କହୁଥିଲେ ନା । ଏବେ ତୁମେମାନେ ଜାଣୁଛ ରଚୟିତା କେବଳ ବାବା ହିଁ ଅଟନ୍ତି ଯିଏକି ଆମକୁ ପାଠ ପଢ଼ାଉଛନ୍ତି । ଏ କଥା ମଧ୍ୟ ବାବା ବାରମ୍ବାର ବୁଝାଇଛନ୍ତି ଯେ, ଏଠାରେ ଯେତେବେଳେ ବସୁଛ ଦେହୀ-ଅଭିମାନୀ ହୋଇ ବସ । ଏକମାତ୍ର ବାବା ହିଁ ରାଜଯୋଗ ଶିଖାଉଛନ୍ତି ଏବଂ ବିଶ୍ୱର ଇତିହାସ ଭୂଗୋଳ ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ କୌଣସି ଥଟ୍ ରିଡର୍ ଅର୍ଥାତ୍ ସଂକଳ୍ପକୁ ପଢିଲାବାଲା ନୁହେଁ । ଏତେ ବଡ ଦୁନିଆକୁ କ’ଣ ରିଡ୍ କରିବି କି! ବାବା ନିଜେ କହୁଛନ୍ତି ମୁଁ ଡ୍ରାମାର ନିଧାର୍ଯ୍ୟ ଅନୁସାରେ ତୁମକୁ ପବିତ୍ର କରିବାକୁ ଆସୁଛି । ଡ୍ରାମାରେ ମୋର ଯାହା ପାର୍ଟ ଅଛି ତାକୁ ବଜାଇବାକୁ ଆସୁଛି । ବାକି ମୁଁ କୌଣସି ଥଟ୍‌କୁ ରିଡ୍ କରୁନାହିଁ, ମୋର କ’ଣ ପାର୍ଟ ଏବଂ ତୁମେମାନେ କ’ଣ ପାର୍ଟ କରୁଛ ଏହି କଥା କହୁଛି । ତୁମେମାନେ ମଧ୍ୟ ଏହି ଜ୍ଞାନକୁ ଶିଖି ଅନ୍ୟମାନଙ୍କୁ ଶିଖାଉଛ । ମୋର ପାର୍ଟ ହେଉଛି ପତିତମାନଙ୍କୁ ପାବନ କରିବା । ଏ କଥା ମଧ୍ୟ ତୁମେମାନେ ଜାଣିଛ, ତିଥି ତାରିଖ ସହିତ ସବୁ ଜାଣିଛ । ଏକଥା ଦୁନିଆରେ କେହି ହେଲେ ଜାଣିନାହାଁନ୍ତି । ତୁମକୁ ବାବା ଶିଖାଉଛନ୍ତି ପୁଣି ଯେତେବେଳେ ଏହି ସୃଷ୍ଟିଚକ୍ର ପୂରା ହେବ ସେତେବେଳେ ପୁଣି ବାବା ଆସିବେ । ଏହି ସମୟରେ ଯାହା ସବୁ ଦୃଶ୍ୟ ଚାଲୁଛି ତାହା ପୁଣି କଳ୍ପ ପରେ ଚାଲିବ । ଗୋଟିଏ ସେକେଣ୍ଡ ମଧ୍ୟ ଅନ୍ୟ ସେକେଣ୍ଡ ସହିତ ମିଶିପାରିବ ନାହିଁ । ଏହି ନାଟକ ଘୂରି ଚାଲିଛି । ତୁମେମାନେ ଏହି ବେହଦ ନାଟକ ବିଷୟରେ ଜାଣିଛ । ତଥାପି ତୁମେମାନେ ବାରମ୍ବାର ଭୁଲିଯାଉଛ । ବାବା କହୁଛନ୍ତି, ତୁମେମାନେ କେବଳ ମୋତେ ମନେ ପକାଅ । ଆମର ବାବା, ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି । ତୁମମାନଙ୍କର ବୁଦ୍ଧି ଏବେ ସେପଟକୁ ଚାଲିଯିବା ଉଚିତ୍ । ଆତ୍ମା ବାବାଙ୍କର ମହିମା ଶୁଣି ଖୁସି ହେଉଛି । ସମସ୍ତେ କହୁଛନ୍ତି ଆମର ବାବା, ଟୀଚର ଅଟନ୍ତି, ସେ ହିଁ ସତ୍ୟ ଅଟନ୍ତି । ଏହି ପାଠପଢା ମଧ୍ୟ ସତ୍ୟ ଏବଂ ସଂପୂର୍ଣ୍ଣ ଅଟେ । ସେହି ମନୁଷ୍ୟମାନଙ୍କ ପାଠପଢା ଅଧା ଅଟେ । ତେବେ ତୁମମାନଙ୍କ ବୁଦ୍ଧିରେ କେତେ ଖୁସି ରହିବା ଦରକାର । ଯେଉଁମାନେ ବଡ ପରୀକ୍ଷାକୁ ପାସ୍ କରିଥା’ନ୍ତି ତାଙ୍କର ଅଧିକ ଖୁସି ରହିଥାଏ । ତୁମେ କେତେ ଉଚ୍ଚ ପାଠପଢୁଛ, ତେଣୁ କେତେ ଅପାର ଖୁସି ରହିବା ଦରକାର । ଭଗବାନ ବାବା, ବେହଦର ବାବା ଆମକୁ ପାଠ ପଢାଉଛନ୍ତି । ତେଣୁ ତୁମର ଲୋମ ଟାଙ୍କୁରୀ ଉଠିବା ଉଚିତ୍ । ସେହି ଅଧ୍ୟାୟ ପୁଣି ରିପିଟ୍ ହେଉଛି । ଏକଥା ତୁମମାନଙ୍କ ବ୍ୟତୀତ ଆଉ କାହାକୁ ବି ଜଣାନାହିଁ । କଳ୍ପର ଆୟୁଷକୁ ହିଁ ବଢାଇ ଦେଇଛନ୍ତି । ତୁମମାନଙ୍କ ବୁଦ୍ଧିରେ ଏବେ ୫ ହଜାର ବର୍ଷର ସାରା କାହାଣୀ ଘୂରୁଛି, ଯାହାକୁ ହିଁ ସ୍ୱଦର୍ଶନ ଚକ୍ର ବୋଲି କୁହାଯାଉଛି ।

ପିଲାମାନେ କହୁଛନ୍ତି ବାବା ବହୁତ ତୋଫାନ ଆସୁଛି, ଆମେ ଆପଣଙ୍କୁ ଭୁଲିଯାଉଛୁ । ବାବା କହୁଛନ୍ତି ତୁମେ କାହାକୁ ଭୁଲିଯାଉଛ? ବାବା ଯିଏକି ତୁମକୁ ଡ଼ବଲ ମୁକୁଟଧାରୀ ବିଶ୍ୱର ମାଲିକ କରୁଛନ୍ତି, ତାଙ୍କୁ ତୁମେ କିପରି ଭୁଲିଯାଉଛ! ଆଉ କାହାକୁ ତ ଭୁଲୁନାହଁ । ସ୍ତ୍ରୀ, ପିଲା ଛୁଆ, ଚାଚା, ମାମୁଁ, ମିତ୍ର-ସମ୍ବନ୍ଧୀ ଆଦି ସବୁ ମନେ ଅଛନ୍ତି । ବାକି ତୁମେ ଏହି କଥାକୁ କାହିଁକି ଭୁଲୁଛ । ତୁମର ଯୁଦ୍ଧ ଯୋଗରେ ବସିବା ସମୟରେ ହିଁ ହେଉଛି । ତେବେ ଯେତେ ଦୂର ସମ୍ଭବ ଯୋଗ କରିବାକୁ ହିଁ ହେବ । ପିଲାମାନେ ନିଜର ଉନ୍ନତି ପାଇଁ ସକାଳୁ-ସକାଳୁ ଉଠି ବାବାଙ୍କ ସ୍ମୃତିରେ ବିଚରଣ କରିବା ଉଚିତ୍ । ତୁମେ ଛାତ ଉପରକୁ ଅଥବା ବାହାରର ଥଣ୍ଡା ପବନକୁ ଚଲିଯାଅ । ଏଠାରେ ଆସି ବସିବାର କୌଣସି ଆବଶ୍ୟକତା ନାହିଁ । ବାହାରକୁ ମଧ୍ୟ ଯାଇ ପାରିବ, ସକାଳ ସମୟରେ କୌଣସି ଭୟର କଥା ନାହିଁ । ବାହାରକୁ ଯାଇ ଚାଲିବା ଉଚିତ୍ । ପରସ୍ପର ମଧ୍ୟରେ ଏହି କଥା ବାର୍ତ୍ତା କର, ଦେଖ ବାବାଙ୍କୁ କିଏ ଅଧିକ ସ୍ମରଣ କରୁଛି, ପୁଣି କହିବା ଉଚିତ୍ ଯେ ମୁଁ କେତେ ସମୟ ମନେ ପକାଉଛି । ବାକି ସମୟ ମୋର ବୁଦ୍ଧି କୁଆଡ଼େ କୁଆଡ଼େ ଗଲା । ଏହାକୁ କୁହାଯାଏ ପରସ୍ପର ମଧ୍ୟରେ ଉନ୍ନତିକୁ ପ୍ରାପ୍ତ କରିବାର ଉପାୟ । ନୋଟ୍ କର ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଲି । ବାବା (ବ୍ରହ୍ମା) ଯାହା ଅଭ୍ୟାସ କରୁଛନ୍ତି ତାହା ବତାଉଛନ୍ତି । ଯୋଗଯୁକ୍ତ ହୋଇ ତୁମେମାନେ ଏକ ଘଣ୍ଟା ଚାଲିଲେ ମଧ୍ୟ ଗୋଡ଼ ଥକିବ ନାହିଁ । ଯୋଗବଳ ଦ୍ୱାରା ତୁମର କେତେ ପାପ କଟିଯିବ । ଚକ୍ରକୁ ତ ତୁମେ ଜାଣିଛ, ରାତି-ଦିନ ତୁମ ବୁଦ୍ଧିରେ ରହିବା ଉଚିତ୍ ଯେ ଏବେ ଘରକୁ ଯିବାକୁ ହେବ । ସେଥିପାଇଁ ପୁରୁଷାର୍ଥ କରୁଛ, କଳିଯୁଗୀ ମନୁଷ୍ୟମାନଙ୍କୁ ଟିକିଏ ହେଲେ ଜଣାନାହିଁ, ସେଥିପାଇଁ ମୁକ୍ତି ନମନ୍ତେ କେତେ ଭକ୍ତି କରି ଚାଲିଛନ୍ତି । ଏଠାରେ ଅନେକ ମତ ରହିଛି । ତୁମ ବ୍ରାହ୍ମଣମାନଙ୍କର ହେଉଛି ଏକ ମତ, ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି ସେମାନଙ୍କର ହେଲା ଶ୍ରୀମତ । ତୁମେ ବାବାଙ୍କ ଶ୍ରୀମତ ଦ୍ୱାରା ଦେବତା ହେଉଛ । ଦେବତାମାନଙ୍କର କୌଣସି ଶ୍ରୀମତ ନାହିଁ । ଶ୍ରୀମତ ଏବେ ତୁମ ବ୍ରାହ୍ମଣମାନଙ୍କୁ ମିଳୁଛି । ଭଗବାନ ହେଉଛନ୍ତି ନିରାକାର । ଯିଏକି ତୁମକୁ ରାଜଯୋଗ ଶିଖାଉଛନ୍ତି । ଯାହାଙ୍କଠାରୁ ତୁମେମାନେ ନିଜର ରାଜ୍ୟ ଭାଗ୍ୟ ନେଇ କେତେ ଉଚ୍ଚ ବିଶ୍ୱର ମାଲିକ ହେଉଛ । ଭକ୍ତି ମାର୍ଗର ବେଦ-ଶାସ୍ତ୍ର ଆଦି କେତେ ଢେରକୁ ଢେର ରହିଛି । କିନ୍ତୁ ଏକମାତ୍ର ଗୀତା ହିଁ ମୂଲ୍ୟବାନ ଅଟେ । ଭଗବାନ ଆସି ରାଜଯୋଗ ଶିଖାଉଛନ୍ତି । ଏହାକୁ ହିଁ ଗୀତା କୁହାଯାଉଛି । ଏବେ ତୁମେମାନେ ବାବାଙ୍କଠାରୁ ପଢୁଛ, ଯାହା ଦ୍ୱାରା ସ୍ୱର୍ଗର ରାଜ୍ୟ ପଦ ପାଇବ । ଯିଏ ପଢିବେ ସିଏ ରାଜ୍ୟ ନେବେ । ଡ଼୍ରାମାରେ ପାର୍ଟ ରହିଛି ନା । ଜ୍ଞାନଦାତା ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି । ସେ ଡ଼୍ରାମା ପ୍ଲାନ ଅନୁସାରେ କଳିଯୁଗର ଶେଷ ସତ୍ୟଯୁଗର ଆଦି ସଙ୍ଗମ ସମୟରେ ହିଁ ଆସୁଛନ୍ତି । ଏଥିରେ କୌଣସି କଥାରେ ଦ୍ୱନ୍ଦ୍ୱରେ ପଡ଼ନାହିଁ । ବାବା ଏହାଙ୍କ ଶରୀରରେ ଆସି ପାଠ ପଢାଉଛନ୍ତି ଆଉ କେହି ପଢାଇ ପାରିବେ ନାହିଁ । ଏହି ଦାଦା ଯଦି ଆଗରୁ କାହା ପାଖରୁ ପଢିଥା’ନ୍ତେ, ତେବେ ଆହୁରି ଅନେକ ମଧ୍ୟ ତାଙ୍କଠାରୁ ପଢ଼ିଥାନ୍ତେ । ବାବା କହୁଛନ୍ତି - ଏହି ସବୁ ଗୁରୁ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସୁଛି । ଏବେ ତୁମର ଲକ୍ଷ୍ୟ ସମ୍ମୁଖରେ ରହିଛି । ଆମେ ଏହିପରି ହେବୁ, ଏହା ହେଉଛି ନରରୁ ନାରାୟଣ ହେବାର ସତ୍ୟ କଥା । ଏମାନଙ୍କର ପୁଣି ଭକ୍ତିମାର୍ଗରେ ମହିମା କରାଯାଉଛି । ଭକ୍ତି କରିବାର ପ୍ରଥା ଚାଲି ଆସିଛି । ଏବେ ଏହି ରାବଣ ରାଜ୍ୟ ପୂରା ହେବାକୁ ଯାଉଛି । ତୁମେ ଏବେ ଦଶହରା ଇତ୍ୟାଦି ଦେଖିବାକୁ ଯିବ ନାହିଁ । ତୁମେ ତ ବୁଝାଉଛ ଯେ ସେମାନେ ଏସବୁ କ’ଣ କରୁଛନ୍ତି । ଏହା ତ ଛୋଟ ପିଲାଙ୍କର କାମ । ବଡ଼-ବଡ଼ ଲୋକମାନେ ମଧ୍ୟ ଦେଖିବାକୁ ଯାଉଛନ୍ତି । ରାବଣକୁ କିପରି ଜଳାଉଛନ୍ତି, ଇଏ (ରାବଣ) କିଏ? କେହି କହିପାରିବେ ନାହିଁ । ରାବଣରାଜ୍ୟ ଅଟେ ନା । ଦଶହରା ଆଦିକୁ କେତେ ଖୁସିରେ ପାଳନ କରିଥା’ନ୍ତି । ଯେଉଁଥିରେ ରାବଣକୁ ଜଳାଇଥା’ନ୍ତି । ଦୁଃଖ ମଧ୍ୟ ଭୋଗ କରିଚାଲିଛନ୍ତି, କିଛି ହେଲେ ବୁଝୁନାହାଁନ୍ତି । ଏବେ ତୁମେମାନେ ଜାଣୁଛ, ଆମେ କେତେ ଅଜ୍ଞାନୀ ଥିଲୁ । ରାବଣ ସମସ୍ତଙ୍କୁ ଅଜ୍ଞାନୀ କରିଦେଉଛି । ଏବେ ତୁମେମାନେ କହୁଛ ବାବା ଆମେ ଲକ୍ଷ୍ମୀ-ନାରାୟଣ ନିଶ୍ଚିତ ହେବୁ । ଆମେ କମ୍ ପୁରୁଷାର୍ଥ କରିବୁ ନାହିଁ । ଏହା ଏକ ମାତ୍ର ସ୍କୁଲ ଅଟେ, ଯେଉଁଠାରେ ବହୁତ ସହଜ ପାଠପଢା ହେଉଛି । ବୁଢୀ-ବୁଢୀ ମାତାମାନେ ଆଉ କିଛି ମନେ ନ ପକାଇ ପାରିଲେ କେବଳ ବାବାଙ୍କୁ ମନେ ପକାନ୍ତି । ମୁଖ ଦ୍ୱାରା ହେ ରାମ କହୁଛନ୍ତି ନା, ବାବା ଏକଥା ବହୁତ ସହଜ କରି କହୁଛନ୍ତି ଯେ ତୁମେ ହେଉଛ ଆତ୍ମା, ପରମାତ୍ମା ବାବାଙ୍କୁ ସ୍ମରଣ କଲେ ତୁମର ଜୀବନ ରୂପି ନୌକା ପାରି ହୋଇଯିବ । କୁଆଡେ ଯିବ? ଶାନ୍ତିଧାମ, ସୁଖଧାମ । ଆଉ ସବୁ ଭୁଲିଯାଅ । ଯାହା ଶୁଣିଛ ପଢ଼ିଛ, ତାହା ସବୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବାବାଙ୍କଠାରୁ ବର୍ସା ନିଶ୍ଚୟ ମିଳିବ । ବର୍ତ୍ତମାନ ଏହି ରାବଣ ରାଜ୍ୟ ଶେଷ ହେବ । ତୁମେ ଦଶହରା ଆଦି ଦେଖିବାକୁ କ’ଣ ଯିବ କି? ବାବାଙ୍କ ସ୍ମୃତି ଦ୍ୱାରା ହିଁ ପାପ କଟିଯାଉଛି । କେତେ ସହଜ । ଏଭଳି ମଧ୍ୟ କହନ୍ତି ଭ୍ରୁକୁଟୀ ମଧ୍ୟରେ ଗୋଟିଏ ଅଜବ ତାରା ଚମକୁଛି । ତେବେ ନିଶ୍ଚୟ ଆତ୍ମା ଏତେ ଛୋଟ ହୋଇଥିବ ନା । ଡ଼ାକ୍ତରମାନେ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ଆତ୍ମାକୁ ଦେଖିବା ପାଇଁ କିନ୍ତୁ ତାହା ବହୁତ ସୂକ୍ଷ୍ମ ଅଟେ । ହଠ ଆଦି ଦ୍ୱାରା କେହି ଦେଖିପାରିବେ ନାହିଁ । ବାବା ମଧ୍ୟ ଏହିପରି ବିନ୍ଦୁ ଅଟନ୍ତି । କହୁଛନ୍ତି - ତୁମ ସଦୃଶ ମୁଁ ମଧ୍ୟ ସାଧାରଣ ହୋଇ ତୁମମାନଙ୍କୁ ପାଠ ପଢାଉଛି । କେହି କ’ଣ ଜାଣୁଛନ୍ତି ଯେ, ଭଗବାନ ଏମାନଙ୍କୁ କିପରି ପାଠ ପଢାଉଛନ୍ତି । ଯଦି କୃଷ୍ଣ ପଢାଉଥାନ୍ତେ, ତେବେ ସାରା ଆମେରିକା, ଜାପାନ ଆଦି ସବୁ ଆଡୁ ଆସି ଯାଇଥାନ୍ତେ । ତାଙ୍କଠାରେ ଏତେ ଆକର୍ଷଣ ରହିଛି । କୃଷ୍ଣଙ୍କ ସହିତ ସମସ୍ତଙ୍କର ସ୍ନେହ ରହିଛି । ଏବେ ତୁମେମାନେ ଜାଣୁଛ ଆମେ ସେହିପରି ହେଉଛୁ । କୃଷ୍ଣ ହେଉଛନ୍ତି ରାଜକୁମାର, ତାଙ୍କୁ କୋଳକୁ ନେବାକୁ ଚାହିଁଲେ ପୁରୁଷାର୍ଥ କରିବାକୁ ପଡିବ, କିନ୍ତୁ ଏହା କୌଣସି ବଡ କଥା ନୁହେଁ । ବାବା ନିଜର ସନ୍ତାନମାନଙ୍କୁ ସ୍ୱର୍ଗର ରାଜକୁମାର, ବିଶ୍ୱର ମାଲିକ କରିବା ପାଇଁ ପାଠ ପଢାଉଛନ୍ତି ।

ବାବା କହୁଛନ୍ତି - ପିଲାମାନେ, ପାଠପଢାର ସାରାଂଶ ହେଉଛି - ଦୁନିଆର ସବୁ କଥାକୁ ଛାଡିଦିଅ । ଏପରି କେବେ ଭାବ ନାହିଁ ଯେ ଆମ ପାଖରେ କୋଟିଏ ଟଙ୍କା ଅଛି, ଲକ୍ଷେ ଟଙ୍କା ଅଛି । କିଛି ବି ହାତକୁ ଆସିବ ନାହିଁ ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କର । ବାବାଙ୍କ ପାଖକୁ ଆସିଲେ ବାବା ଅଭିମାନ କରି କୁହନ୍ତି, ୮ ମାସ ହେଲା ଏହି ଜ୍ଞାନ ମାର୍ଗରେ ଆସିଲଣି କିନ୍ତୁ ବାବା ଯାହାଙ୍କଠାରୁ ସ୍ୱର୍ଗର ବାଦଶାହୀ ମିଳୁଛି ତାଙ୍କ ସହିତ ଏତେ ସମୟ ହେଲା ମିଶିବ ନାହଁ । କହୁଛନ୍ତି ବାବା ଅମୁକ କାମ ଥିଲା । ଆରେ, ଯଦି ତୁମେ ଶରୀର ଛାଡି ଦେଇଥା’ନ୍ତ, ପୁଣି ଏଠାକୁ କିପରି ଆସିଥାନ୍ତ । ତେଣୁ ଏଭଳି ବାହାନା ଚଳିବ ନାହିଁ । ବାବା ରାଜଯୋଗ ଶିଖାଉଛନ୍ତି କିନ୍ତୁ ତୁମେମାନେ ଶିଖୁନାହଁ, ଯିଏ ବହୁତ ଭକ୍ତି କରୁଥିବେ ତାଙ୍କୁ ୭ ଦିନ କ’ଣ ଗୋଟିଏ ସେକେଣ୍ଡରେ ମଧ୍ୟ ତୀର ଲାଗିଯିବ । ଏକ ସେକେଣ୍ଡରେ ବିଶ୍ୱର ମାଲିକ ହୋଇପାରିବ । ଇଏ ନିଜେ ଅନୁଭବୀ ବସିଛନ୍ତି, ବିନାଶ ଦେଖିଲେ, ଚତୁର୍ଭୂଜ ରୂପ ଦେଖିଲେ ବାସ୍ ବୁଝିଗଲେ ଓହୋ, ମୁଁ ବିଶ୍ୱର ମାଲିକ ହେବି । ସାକ୍ଷାତ୍‌କାର ହେଲା, ଉମଙ୍ଗ ଉତ୍ସାହ ଆସିଲା ଏବଂ ସବୁ କିଛି ଛାଡିଦେଲେ । ଏଠାରେ ତୁମେ ଜାଣୁଛ ବାବା ବିଶ୍ୱର ରାଜତ୍ୱ ଦେବା ପାଇଁ ଆସିଛନ୍ତି । ବାବା ପଚାରୁଛନ୍ତି ନିଶ୍ଚୟ କେବେ ହେଲା? ତେବେ କହୁଛନ୍ତି ୮ ମାସ ହେଲା । ବାବା ବୁଝାଉଛନ୍ତି ମୂଳକଥା ହେଲା ଯୋଗ ଏବଂ ଜ୍ଞାନ । ବାକି ସାକ୍ଷାତ୍‌କାରର କୌଣସି ଆବଶ୍ୟକତା ନାହିଁ । ବାବାଙ୍କୁ ଚିହ୍ନିଗଲ, ପଢିବା ଆରମ୍ଭ କର ତେବେ ତୁମେ ମଧ୍ୟ ଏହିପରି ହୋଇଯିବ । ବହୁତ ପଏଣ୍ଟସ୍ ମିଳିଛି, ଯାହାକୁ ତୁମେମାନେ କାହାକୁ ହେଲେ ବୁଝାଇ ପାରିବ । ବହୁତ ସ୍ନେହର ସହିତ ବୁଝାଅ । ଶିବବାବା ଯିଏକି ପତିତ-ପାବନ ଅଟନ୍ତି ସିଏ କହୁଛନ୍ତି ମୋତେ ମନେ ପକାଅ ତେବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ । ଏହି କଥାକୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ହେବ । ତୁମେମାନେ ଚାହୁଁଛ ନା - ଗଡ୍ ଫାଦର ଆମକୁ ମୁକ୍ତ କରି ଶାନ୍ତିଧାମକୁ ନେଇଯା’ନ୍ତୁ । ଆଚ୍ଛା, ଏବେ ତୁମ ଉପରେ ଯେଉଁ କଳଙ୍କ ଲାଗିଯାଇଛି, ସେଥିପାଇଁ ବାବା କହୁଛନ୍ତି ମୋତେ ମନେ ପକାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସକାଳୁ-ସକାଳୁ ଉଠି ବାବାଙ୍କୁ ମନେ ପକାଇ ପ୍ରାତଃ ଭ୍ରମଣ କର, ପରସ୍ପର ମଧ୍ୟରେ ଏହିଭଳି ମିଠା ବାର୍ତ୍ତାଳାପ କର - ଦେଖିବା କିଏ କେତେ ସମୟ ବାବାଙ୍କୁ ସ୍ମରଣ କରୁଛି, ତା’ପରେ ନିଜର ଅନୁଭବ ଶୁଣାଅ ।

(୨) ବାବାଙ୍କୁ ଚିହ୍ନିଲା ପରେ କୌଣସି ବାହାନା କରିବାର ନାହିଁ, ପାଠପଢାରେ ଲାଗିଯିବାର ଅଛି, ମୁରଲୀ ଶୁଣିବା କେବେ ବି ବନ୍ଦ କରିବାର ନାହିଁ ।

ବରଦାନ:-
ସମସ୍ତଙ୍କର ଗୁଣକୁ ଦେଖୁଥିଲେ ମଧ୍ୟ ନିଜ ଭିତରେ ବାବାଙ୍କର ଗୁଣକୁ ଧାରଣ କରୁଥିବା ଗୁଣମୂରତ ଆତ୍ମା ହୁଅ ।

ସଂଗମଯୁଗରେ ଯେଉଁ ପିଲାମାନେ ଗୁଣର ମାଳା ପିନ୍ଧିଥାଆନ୍ତି ସେହିମାନେ ହିଁ ବିଜୟମାଳାରେ ଆସିଥାଆନ୍ତି । ସେଥିପାଇଁ ନିଜେ ହୋଲୀହଂସ ହୋଇ ସମସ୍ତଙ୍କର ଗୁଣକୁ ଦେଖ ଏବଂ ଏକମାତ୍ର ବାବାଙ୍କର ଗୁଣକୁ ହିଁ ଧାରଣ କର । ଏହିଭଳି ଗୁଣର ମାଳା ସମସ୍ତଙ୍କର ଗଳାରେ ପଡି ରହିବା ଦରକାର । ଯେଉଁମାନେ ଯେତିକି ବାବାଙ୍କର ଗୁଣକୁ ନିଜ ଭିତରେ ଧାରଣ କରିଥାଆନ୍ତି, ସେମାନଙ୍କର ଗଳାରେ ସେତିକି ବଡ ମାଳା ପଡିଥାଏ ଏବଂ ଗୁଣର ମାଳାକୁ ସ୍ମରଣ କରିବା ଦ୍ୱାରା ନିଜେ ମଧ୍ୟ ଗୁଣ ମୂରତ ହୋଇଯାଆନ୍ତି । ଏହାର ସ୍ମାରକୀ ରୂପରେ ଦେବତାମାନଙ୍କର ଏବଂ ଶକ୍ତିମାନଙ୍କର ଗଳାରେ ମାଳା ପିନ୍ଧିଥିବାର ଦେଖାଇଥାଆନ୍ତି ।

ସ୍ଲୋଗାନ:-
ସାକ୍ଷୀପଣିଆର ସ୍ଥିତି ହିଁ ଯଥାର୍ଥ ନିର୍ଣ୍ଣୟ କରିବାର ଆସନ ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଅର୍ନ୍ତମୁଖୀ ହୋଇ କାର୍ଯ୍ୟ କରିବା ଦ୍ୱାରା ଅନେକ ପ୍ରକାରର ବିଘ୍ନ ଠାରୁ ଏବଂ ବ୍ୟର୍ଥ ସଂକଳ୍ପଠାରୁ ମୁକ୍ତ ହୋଇଯିବ ଏବଂ ସମୟ ମଧ୍ୟ ବହୁତ ବଞ୍ଚିଯିବ । ତେବେ ଯେଉଁ ଆତ୍ମାମାନେ ଅର୍ନ୍ତମୁଖୀ ସ୍ଥିତିରେ ରହିଥାଆନ୍ତି ସେମାନଙ୍କ ଭିତରେ ସ୍ମୃତିର ସମର୍ଥୀ ମଧ୍ୟ ଆସିଥାଏ ଏବଂ ଆତ୍ମା ରୂପୀ ନେତ୍ର ଶକ୍ତିଶାଳୀ ହେବାକୁ ଲାଗିଥାଏ, ଯାହାଦ୍ୱାରା ଯଦି କୌଣସି ବି ବିଘ୍ନ ଆସିବାକୁ ଯାଉଥିବ ତେବେ ଅନୁଭବ ହେବ ଯେ ଆଜି କୌଣସି ପରୀକ୍ଷା ଆସିବାକୁ ଯାଉଛି ଏବଂ ଯେତେ ପୂର୍ବରୁ ଜଣାପଡିଯିବ ସେହି ଅନୁସାରେ ସଚେତନ ହେବା କାରଣରୁ ସଫଳତାକୁ ମଧ୍ୟ ପ୍ରାପ୍ତ କରିଥାଆନ୍ତି ।