09.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବୃକ୍ଷପତି ବାବା ତୁମମାନଙ୍କ ଉପରେ ବୃହସ୍ପତିର ଦଶା ବସାଇଛନ୍ତି, ଏବେ ତୁମେ ଅବିନାଶୀ ସୁଖର ଦୁନିଆକୁ ଯାଉଛ ।”

ପ୍ରଶ୍ନ:-
ଅବିନାଶୀ ବୃହସ୍ପତିର ଦଶା କେଉଁ ପିଲାମାନଙ୍କ ଉପରେ ପଡୁଛି, ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ଯେଉଁ ପିଲାମାନେ ବଞ୍ଚି ଥାଉ ଥାଉ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ନିଜକୁ ଆତ୍ମା ବୋଲି ଭାବିଥାନ୍ତି, ଏହିପରି ନିଶ୍ଚୟାତ୍ମକ ବୁଦ୍ଧିବାନ ପିଲାମାନଙ୍କ ଉପରେ ବୃହସ୍ପତିର ଦଶା ପଡିଥାଏ । ସେହିମାନଙ୍କର ହିଁ ସୁଖର ଗାୟନ ରହିଛି ଯେ ଅତିନ୍ଦ୍ରିୟ ସୁଖ ଗୋପ ଗୋପୀମାନଙ୍କୁ ପଚାର । ସେମାନଙ୍କର ଖୁସି କେବେ ଲୁଚି ରହିପାରିବ ନାହିଁ ।

ଗୀତ:-
ଓମ୍ ନମୋ ଶିବାୟ....

ଓମ୍ ଶାନ୍ତି ।
ପିଲାମାନେ ବାବାଙ୍କର ମହିମା ଶୁଣିଲେ । ଆଜିର ଦିନକୁ ବୃକ୍ଷପତି ଦିନ ବୋଲି କୁହାଯାଉଛି, ଯାହାକୁ ମିଶାଇ ବୃହସ୍ପତି କହୁଛନ୍ତି । ଏହାକୁ ହିଁ ଗୁରୁବାର ମଧ୍ୟ କୁହାଯାଉଛି । ନା କେବଳ ଗୁରୁବାର କିନ୍ତୁ ସତ୍‌ଗୁରୁବାର । ଏହି ଦିନଟିକୁ ବଙ୍ଗଳାରେ ବହୁତ ମାନ୍ୟତା ଦେଇଥାନ୍ତି । ଗାୟନ କରାଯାଏ ମନୁଷ୍ୟ ସୃଷ୍ଟିର ବୀଜରୂପ ସେଥିପାଇଁ ବୃକ୍ଷପତି କହୁଛନ୍ତି । ସେ ବୀଜ ଅଟନ୍ତି, ପୁଣି ପତି ମଧ୍ୟ ଅଟନ୍ତି । ବୃକ୍ଷର ବୀଜକୁ ବାପ ବୋଲି ମଧ୍ୟ କୁହାଯିବ । ତାଙ୍କଠାରୁ ବୃକ୍ଷ ଉତ୍ପନ୍ନ ହୋଇଥାଏ । ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ । ଏହାର ବୀଜ ଉପରେ ରହିଛି । ତୁମେ ଜାଣିଛ ଆମ ପିଲାମାନଙ୍କ ଉପରେ ଏବେ ଅବିନାଶୀ ବୃକ୍ଷପତିର ଦଶା ରହିଛି କାହିଁକି ନା ଅବିନାଶୀ ସ୍ୱରାଜ୍ୟ ମିଳୁଛି । ସତ୍ୟଯୁଗକୁ କୁହା ହିଁ ଯାଉଛି ଅବିନାଶୀ ସୁଖଧାମ । କଳିଯୁଗକୁ ବିନାଶୀ ଦୁଃଖଧାମ କୁହାଯାଉଛି । ଏବେ ଦୁଃଖଧାମର ବିନାଶ ହେବ । ସୁଖଧାମ ଅବିନାଶୀ ଅଟେ, ଏହା ଅଧାକଳ୍ପ ଚାଲୁଛି ଯାହାକୁ ଅବିନାଶୀ ବୃକ୍ଷପତି ସ୍ଥାପନ କରୁଛନ୍ତି । ସେବା କରିବା ପାଇଁ ପିଲାମାନଙ୍କୁ ପଏଣ୍ଟ୍ ନୋଟ୍ କରିବାକୁ ହେବ । ପ୍ରଦର୍ଶନୀରେ ଏହି-ଏହି ପଏଣ୍ଟସ୍ ମୁଖ୍ୟ ଭାବେ ବୁଝାଇବାକୁ ହେବ କାହିଁକି ନା ମନୁଷ୍ୟ ତ କିଛି ବି ଜାଣିନାହାଁନ୍ତି । ବାସ୍ତବରେ ଏହା ହେଉଛି ଜ୍ଞାନ । ଏବେ ବାବା ନୂଆ ଓ ପୁରୁଣା ଦୁନିଆର ମଧ୍ୟ ସମୟରେ ଏହି ଜ୍ଞାନ ଦେଉଛନ୍ତି - ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ । ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନଥାଏ । ଯଦି ଏହି ଚକ୍ରର ଜ୍ଞାନ ଥାନ୍ତା ତେବେ ପୁଣି ରାଜତ୍ୱରେ ମଜା ହିଁ ଆସି ନ ଥାନ୍ତା । ଏବେ ହିଁ ତୁମର ଖିଆଲ ହେଉଛି ନା । କ’ଣ ରାଜ୍ୟ ନେଇ ପୁଣି ଆମର ଏପରି ଅବସ୍ଥା ହେବ । କିନ୍ତୁ ଏହିପରି ତ ଡ୍ରାମା ତିଆରି ହୋଇଛି । ଚକ୍ରକୁ ତ ଘୂରିବାକୁ ହିଁ ହେବ । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । କିପରି ପୁନରାବୃତ୍ତି ହେଉଛି - ଏକଥା ତୁମେ ପିଲାମାନେ ଜାଣିଛ । ଏହା ହେଲା ମନୁଷ୍ୟ ସୃଷ୍ଟି । ତୁମ ବୁଦ୍ଧିରେ ମୂଳବତନର ବୃକ୍ଷ ମଧ୍ୟ ରହିଛି । ବିଭାଗ ସମସ୍ତଙ୍କର ଅଲଗା ଅଲଗା ଅଟେ । ଏହି କଥା କାହାରି ବୁଦ୍ଧିରେ କେବେ ହେଲେ ନ ଥିବ । କୌଣସି ଶାସ୍ତ୍ରରେ ତ ଏକଥା ଲେଖା ଯାଇନାହିଁ । ଅସଲରେ ଆମେ ଆତ୍ମା ଶାନ୍ତିଧାମର ବାସିନ୍ଦା, ଅବିନାଶୀ ଅଟୁ । କେବେ ହେଲେ ବିନାଶ ହେଉନାହୁଁ । ସେମାନେ ଭାବୁଛନ୍ତି ବୁଦବୁଦା ପାଣିରୁ ବାହାରି ପୁଣି ସେହିଥିରେ ମିଳାଇଯାଉଛି । ତୁମ ବୁଦ୍ଧିରେ ସମସ୍ତ ରହସ୍ୟ ରହିଛି । ଆତ୍ମା ଅବିନାଶୀ ଅଟେ । ଏଥିରେ ସମସ୍ତ ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି । ଏହି ଚକ୍ରର ଜ୍ଞାନ କୌଣସି ଶାସ୍ତ୍ରରେ ନାହିଁ । ଭଲେ କେଉଁଠି-କେଉଁଠି ସ୍ୱସ୍ତିକା ମଧ୍ୟ ଦେଖାଉଛନ୍ତି । ଚକ୍ରର କେବଳ ଏପରି-ଏପରି ରେଖା ସବୁ ଟାଣି ଦେଇଛନ୍ତି ଯାହା ଦ୍ୱାରା ସିଦ୍ଧ ହେଉଛି ଯେ ଅନେକ ଧର୍ମ ଥିଲା । ବାବା ବୁଝାଉଛନ୍ତି ମୁଖ୍ୟ ଧର୍ମ ଏବଂ ଶାସ୍ତ୍ର ହେଉଛି ୪ଟି, ସତ୍ୟଯୁଗ ତ୍ରେତାରେ ତ କୌଣସି ଧର୍ମ ସ୍ଥାପନ ହେଉନାହିଁ, ନା ସେଠାରେ କୌଣସି ଧର୍ମ ଶାସ୍ତ୍ର ଅଛି । ଏସବୁ ଦ୍ୱାପରରୁ ଆରମ୍ଭ ହେଉଛି । ପୁଣି ଦେଖ କେତେ ବୃଦ୍ଧି ହେଉଛି । ଆଚ୍ଛା - ଗୀତା କେବେ ଶୁଣାଯାଇଥିଲା? ବାବା କହୁଛନ୍ତି - ମୁଁ କଳ୍ପର ସଙ୍ଗମଯୁଗରେ ଆସୁଛି । ସେମାନେ ପୁଣି କଳ୍ପ ଅକ୍ଷର ବାହାର କରି କେବଳ ସଂଗମ ଯୁଗେ-ଯୁଗେ ଲେଖି ଦେଇଛନ୍ତି । ବାସ୍ତବରେ ସଂଗମଯୁଗରେ ଆଉ କେହି ଧର୍ମସ୍ଥାପନ କରି ନ ଥା’ନ୍ତି । ଏପରି ନୁହେଁ ଯେ ତ୍ରେତାର ଅନ୍ତ, ଦ୍ୱାପରର ଆଦିର ସଂଗମରେ ଇସ୍‌ଲାମୀ ଧର୍ମ ସ୍ଥାପନ ହେଲା । ନା, କହିବେ ଦ୍ୱାପରରେ ସ୍ଥାପନ ହେଲା । ଏହା ସଂଗମର ସୁନ୍ଦର ସମୟ, ଯାହାକୁ କୁମ୍ଭ କହୁଛନ୍ତି । କୁମ୍ଭ ସଂଗମକୁ କୁହାଯାଉଛି । ଏହା ହେଉଛି ଆତ୍ମାମାନଙ୍କର ଏବଂ ପରମାତ୍ମାଙ୍କର ମିଳନର ସଂଗମ । ଏହି ରୁହାନୀ ମେଳା ସଂଗମରେ ହିଁ ହୋଇଥାଏ । ସେମାନେ ପାଣିର ଗଙ୍ଗାର ନାମ ପ୍ରସିଦ୍ଧ କରିଦେଇଛନ୍ତି । ଜ୍ଞାନ ସାଗର, ପତିତ-ପାବନଙ୍କୁ ଜାଣି ହିଁ ନାହାଁନ୍ତି । ସେ କିପରି ପତିତ ଦୁନିଆକୁ ପାବନ କରାଇଲେ, ଏହା କୌଣସି ଶାସ୍ତ୍ରରେ ନାହିଁ । ଏବେ ତୁମ ପିଲାମାନଙ୍କୁ ବାବା କହୁଛନ୍ତି - ମୋତେ ୟାଦ କର । ଦେହର ସବୁ ଧର୍ମକୁ ତ୍ୟାଗ କର । କାହାକୁ କହୁଛନ୍ତି? ଆତ୍ମାମାନଙ୍କୁ । ଏହାକୁ କୁହାଯାଏ ବଞ୍ଚି ଥାଉ ଥାଉ ମରିବା । ମନୁଷ୍ୟ ଶରୀର ଛାଡିଲେ ଦେହର ସବୁ ସମ୍ବନ୍ଧ ତୁଟିଯାଇଥାଏ ।

ବାବା କହୁଛନ୍ତି - ଯାହା ବି ଦେହର ସମ୍ବନ୍ଧ ଅଛି ସେ ସବୁକୁ ଛାଡି ନିଜକୁ ଆତ୍ମା ନିଶ୍ଚୟ କର । ନିଶ୍ଚୟ ଆତ୍ମିକ ବୁଦ୍ଧି ହୁଅ । ଯେତେ ଅଧିକ ୟାଦ କରିବ ସେତେ ବୃହସ୍ପତିର ଦଶା ହେବ । ଯାଞ୍ଚ କର ଆମେ ଶିବବାବାଙ୍କୁ କେତେ ୟାଦ କରୁଛୁ! ୟାଦ କରିବା ଦ୍ୱାରା ହିଁ କଳଙ୍କି ଛାଡିଯିବ, ଏବଂ ତୁମକୁ ଖୁସି ମିଳିବ । ତୁମେ ଅନୁଭବ କରିପାରିବ, ମୁଁ ଆତ୍ମା କେତେ ବାବାଙ୍କୁ ୟାଦ କରୁଛି । ଯଦି କମ୍ ୟାଦ କରିବା ତେବେ କଳଙ୍କି ମଧ୍ୟ କମ୍ ଛାଡିବ । ଖୁସି ମଧ୍ୟ କମ୍ ରହିବ । ପଦ ମଧ୍ୟ କମ୍ ପାଇବୁ । ଆତ୍ମା ହିଁ ସତ୍ତ୍ୱ-ରଜୋ-ତମୋ ହୋଇଥାଏ । ଏହି ସମୟର ହିଁ ଗୋପ-ଗୋପୀମାନଙ୍କର ଅତିନ୍ଦ୍ରିୟ ସୁଖର ଗାୟନ ରହିଛି । ଏକମାତ୍ର ବାବାଙ୍କ ବିନା ଆଉ କିଛି ମନେ ପଡିବ ନାହିଁ ତେବେ ଯାଇ ଖୁସିର ନିଶା ଚଢିବ । ଆମ ଉପରେ ବୃହସ୍ପତିର ଦଶା ଅଥବା ସତଗୁରୁଙ୍କର ଦଶା ରହିଛି । ପୁଣି କେବେ ଖୁସି ଚାଲିଗଲେ କୁହନ୍ତି ବୃହସ୍ପତି ଦଶା ବଦଳି ରାହୁର ଦଶା ପଡିଛି । କେହି ବହୁତ ସାହୁକାର ହୋଇଥାନ୍ତି, କେହି ପୁଣି ଜୁଆ ଖେଳି ଦେବାଳିଆ ହୋଇଯାଇଥାନ୍ତି । ଭାରତରେ ହିଁ ଯେତେବେଳେ ଗ୍ରହଣ ଲାଗିଥାଏ ସେତେବେଳେ କହିଥାନ୍ତି ଦାନ ଦିଅ ତେବେ ଗ୍ରହଣ ଛାଡିଯିବ । ତୁମର ଦେବୀ ଦେବତା ଧର୍ମ ମଧ୍ୟ ୧୬ କଳା ସଂପୂର୍ଣ୍ଣ ଥିଲା, ସେଥିରେ ଗ୍ରହଣ ଲାଗିଯାଇଛି । ରାହୁର ଦଶା ପଡିଲେ ଦେବତାମାନଙ୍କ ଆଗରେ ଯାଇ ଗାୟନ କରିଥାନ୍ତି - ଆପଣ ସର୍ବଗୁଣ ସମ୍ପନ୍ନ... ଆମେ ପାପୀ କପଟୀ ଅଟୁ । ଏବେ ତୁମେ ଜାଣୁଛ ରାହୁର ଗ୍ରହଣ ଲାଗିବା ଦ୍ୱାରା ସମସ୍ତେ କଳା ହୋଇଯାଇଛନ୍ତି । ଚନ୍ଦ୍ରମା ଶେଷ ସମୟରେ ଏକ ଗାର ଭଳି ହୋଇ ରହିଯାଇଥାଏ । ବାବା ମଧ୍ୟ ବୁଝାଉଛନ୍ତି ତୁମ ଦେବୀ-ଦେବତାମାନଙ୍କର ମଧ୍ୟ ଚିତ୍ର ରହିଛି । ଗୀତା ହିଁ ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର ଅଟେ । କିନ୍ତୁ ଏମାନେ ନିଜର ଧର୍ମକୁ ଜାଣିନାହାଁନ୍ତି । ଧର୍ମର ମୁଖ୍ୟମାନଙ୍କର ସମ୍ମିଳନୀ କରିଥାଆନ୍ତି । ତୁମେ ସେଠାରେ ମଧ୍ୟ ବୁଝାଇପାରିବ - ଈଶ୍ୱର ତ ସର୍ବବ୍ୟାପୀ ନୁହଁନ୍ତି । ସେ ତ ବେହଦର ପିତା ଅଟନ୍ତି । ପିଲାମାନଙ୍କୁ ଆସି ବର୍ସା ଦେଉଛନ୍ତି । ସାଧୁ ସନ୍ଥ ଆଦିଙ୍କୁ ତ ବର୍ସା ମିଳୁ ନାହିଁ ତେବେ ମାନିବେ କିପରି! ତୁମ ପିଲାମାନଙ୍କୁ ହି ବର୍ସା ମିଳୁଛି । ମୁଖ୍ୟ ଏହି କଥା ସିଦ୍ଧ କରିବାକୁ ହେବ ଯେ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ଶିବ ଜୟନ୍ତୀ ହେଉଛି । ଶିବ ଜୟନ୍ତୀ କୁହ ଅଥବା ରୁଦ୍ର ଜୟନ୍ତୀ କୁହ - ରୁଦ୍ର ଏହି ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ସେ ତ ଶିବ ଅଟନ୍ତି । ଏହା ସେହି ଗୀତା ଜ୍ଞାନ ଯଜ୍ଞ, ଯେଉଁଥିରୁ ବିନାଶ ଜ୍ୱାଳା ପ୍ରଜ୍ଜଳିତ ହେଉଛି । ପ୍ରତ୍ୟକ୍ଷରେ ତୁମେ ଦେଖୁଛ, କିପରି ନିରାକାର ବାବା ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ସାକାର ତ କିଛି କରିପାରିବେ ନାହିଁ । ଏହା ବେହଦର ଯଜ୍ଞ, ଏଥିରେ ସାରା ପୁରୁଣା ଦୁନିଆ ସ୍ୱାହା ହେବ । ବାକି ତ ସେସବୁ ହେଲା ଶାରୀରିକ ଯଜ୍ଞ । କେତେ ରାତି-ଦିନର ଫରକ ରହିଛି । ବାବା କହୁଛନ୍ତି - ଏହା ରୁଦ୍ର ଜ୍ଞାନ ଯଜ୍ଞ, ବିନାଶ ମଧ୍ୟ ହେବାର ଅଛି । ତୁମେ ଯେବେ ପାସ୍ ହୋଇଯିବ, ପୂରା ଯୋଗୀ ଏବଂ ଜ୍ଞାନୀ ହୋଇଯିବ ତେବେ ପୁଣି ତୁମ ପାଇଁ ନୂଆ ଦୁନିଆ ସ୍ୱର୍ଗ ଦରକାର । ନର୍କର ନିଶ୍ଚୟ ବିନାଶ ହେବା ଦରକାର । ରାଜସ୍ୱ ଅଶ୍ୱମେଧ ଅକ୍ଷର ମଧ୍ୟ ଠିକ୍ । ଏଥିରେ ଘୋଡାକୁ ସ୍ୱାହା କରୁଛନ୍ତି । ବାସ୍ତବରେ ଏହା ତୁମର ରଥ । ଦକ୍ଷ ପ୍ରଜାପତିଙ୍କର ମଧ୍ୟ ଯଜ୍ଞ ରଚନା କରିଥାନ୍ତି । ତାଙ୍କର ମଧ୍ୟ କାହାଣୀ ରହିଛି ।

ଏବେ ତୁମ ସନ୍ତାନମାନଙ୍କର କେତେ ଖୁସି ରହିବା ଦରକାର - ଆମକୁ ବୃକ୍ଷପତି ବାବା ପାଠ ପଢାଉଛନ୍ତି । ଆମ ଉପରେ ଏବେ ବୃହସ୍ପତିର ଦଶା ପଡିଛି, ଆମର ଅବସ୍ଥା ବହୁତ ଭଲ । ପୁଣି ଚାଲୁ-ଚାଲୁ ଲେଖୁଛନ୍ତି ବାବା ଆମେ ତ ଦ୍ୱନ୍ଦ୍ୱରେ ପଡିଯାଇଛୁ । ପ୍ରଥମେ ଆମେ ବହୁତ ଖୁସିରେ ଥିଲୁ, ଜଣା ନାହିଁ ଏବେ କ’ଣ ହେଲା । ଏଠାକୁ ଆସି ବାବାଙ୍କର ହେବା ଏହା ବହୁତ ବଡ଼ ଯାତ୍ରା ଅଟେ । ତୀର୍ଥଯାତ୍ରା ଆଦି କରିବାକୁ ଗଲେ କେତେ ପଇସା ଖର୍ଚ୍ଚ କରୁଛନ୍ତି । ଏଠାରେ ତ ଦାନ କରିବାର କୌଣସି କଥା ନାହିଁ । ଏଥିରେ କୌଣସି ବି ପଇସା ଖର୍ଚ୍ଚ କରିବାର ନାହିଁ । ସେମାନଙ୍କର ଶାରୀରିକ ଯାତ୍ରା, ତୁମର ହେଲା ରୁହାନୀ ଯାତ୍ରା । ଶାରୀରିକ ଯାତ୍ରା ଦ୍ୱାରା କିଛି ହେଲେ ବି ଲାଭ ହେବ ନାହିଁ । ଗୀତରେ ମଧ୍ୟ ଅଛି ନା - ଚାରୋଁ ୱର ଲଗାଏ ଫେରେ, ଫିରଭି ହରଦମ୍ ଦୂର ରହେ ଅର୍ଥାତ୍ ଚାରିଆଡେ ବୁଲିଲୁ ତଥାପି ମଧ୍ୟ ଜନ୍ମ-ଜନ୍ମାନ୍ତର ଦୂରରେ ରହିଲୁ । ଏବେ ତୁମେ ଜାଣୁଛ ଢେର କେତେ ଯାତ୍ରା କରିଥିବୁ । କେଉଁଠିକୁ ନା କେଉଁଠିକୁ ମନୁଷ୍ୟ ନିଶ୍ଚୟ ଯାତ୍ରା କରିଥାନ୍ତି । ହରିଦ୍ୱାରରେ ଥିବା ଗଙ୍ଗାକୁ ନିଶ୍ଚୟ ଯାଇଥାନ୍ତି । ପତିତ ପାବନୀ ଗଙ୍ଗା ବୋଲି ଭାବୁଛନ୍ତି ନା । ଏବେ ବାସ୍ତବରେ ତୁମେମାନେ ହେଉଛ ସଚ୍ଚା-ସଚ୍ଚା ଜ୍ଞାନ ଗଙ୍ଗା । ତୁମ ପାଖକୁ ମଧ୍ୟ ବହୁତ ଆସି ଜ୍ଞାନ ସ୍ନାନ କରୁଛନ୍ତି । ବାବା ବୁଝାଉଛନ୍ତି - ସତ୍‌ଗୁରୁ ଏକ ହିଁ ଅଟନ୍ତି । ସମସ୍ତଙ୍କର ସଦ୍‌ଗତି ଦାତା ଏକମାତ୍ର ସତଗୁରୁଙ୍କ ବ୍ୟତୀତ ଆଉ କେହି ଗୁରୁ ନାହାଁନ୍ତି । ବାବା କହୁଛନ୍ତି ମୁଁ ତୁମକୁ କଳ୍ପ କଳ୍ପ ସଂଗମଯୁଗରେ ଆସି ସଦ୍‌ଗତି ଦେଇ ପୂଜାରୀରୁ ପୂଜ୍ୟ କରାଉଛି । ପୁଣି ତୁମେ ପୂଜାରୀ ହୋଇ ଦୁଃଖୀ ହୋଇଯାଉଛ । ଏକଥା ମଧ୍ୟ ଏବେ ଜାଣୁଛ । ବରାବର ଆମର ଅଧାକଳ୍ପ ରାଜ୍ୟ ଚାଲୁଛି ପୁଣି ଦ୍ୱାପରରେ ଆମେ ଦେବୀ ଦେବତାମାନେ ବାମମାର୍ଗକୁ ଚାଲିଯିବୁ । ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହେଉଛି ସେବେଠାରୁ ହିଁ ବାମମାର୍ଗ ଆରମ୍ଭ ହେଉଛି । ତା’ର ମଧ୍ୟ ଚିହ୍ନ ରହିଛି । ଜଗନ୍ନାଥଙ୍କ ମନ୍ଦିରକୁ ଯିବ ତ ଭିତରେ କଳା ମୂର୍ତ୍ତି ରହିଛି, ବାହାରେ ଦେବତାମାନଙ୍କର ବିକାରୀ ଚିତ୍ର ରହିଛି । ସେ ସମୟରେ ଆମେ ମଧ୍ୟ ବୁଝିପାରୁ ନ ଥିଲୁ ଯେ ଏହା କ’ଣ । ବିକାରୀ ମନୁଷ୍ୟମାନେ ବିକାରୀ ଦୃଷ୍ଟିରେ ଦେଖିବେ । ତେଣୁ ସେମାନେ ଭାବୁଛନ୍ତି, ଦେବତାମାନେ ମଧ୍ୟ ବିକାରୀ ଥିଲେ । ଏକଥା ଲେଖାଯାଇଛି ଦେବତାମାନେ ବାମମାର୍ଗରେ ଯାଇଥାନ୍ତି । ପୋଷାକ ମଧ୍ୟ ଦେବତାମାନଙ୍କର ଦେଇଛନ୍ତି । ଏଠାରେ ମଧ୍ୟ ଦିଲୱାଡା ମନ୍ଦିରକୁ ଗଲେ ଦେଖିବ ଉପରେ ସ୍ୱର୍ଗ ରହିଛି । ତଳେ ତପସ୍ୟାରେ ବସିଛନ୍ତି । ଏହି ସବୁ ରହସ୍ୟକୁ ଆଉ କେହି ଜାଣିନାହାଁନ୍ତି । ବାବାଙ୍କର ତ ଅନୁଭବୀ ରଥ ଅଟେ ନା ।

ତୁମେମାନେ ଏବେ ବୁଝୁଛ - ଆତ୍ମାଏଁ ପରମାତ୍ମାଏଁ ଅଲଗ ରହେ ବହୁକାଳ... ଅର୍ଥାତ୍ ଆତ୍ମାମାନେ ଏବଂ ପରମାତ୍ମା ବହୁତ କାଳ ଅଲଗା ରହିଲେ । ତୁମେମାନେ ଯେଉଁମାନେ କି ପ୍ରଥମେ ଅଲଗା ହୋଇଛ ପୁଣି ପ୍ରଥମେ ଆସି ମିଶୁଛ । ସତ୍ୟଯୁଗର ପ୍ରଥମ ରାଜକୁମାର ଶ୍ରୀକୃଷ୍ଣ ଅଟନ୍ତି । ଶ୍ରୀକୃଷ୍ଣଙ୍କର ପିତା ମଧ୍ୟ ଥିବେ ନା । ଶ୍ରୀକୃଷ୍ଣଙ୍କର ମାତା ପିତାଙ୍କର ଏତେ କିଛି ମହିମା ଦେଖାଉନାହାଁନ୍ତି । କେବଳ ଦେଖାଉଛନ୍ତି ମୁଣ୍ଡ ଉପରେ ରଖି ନଦୀର ଆର ପାରିକୁ ନେଇଗଲେ । ରାଜତ୍ୱ ଆଦି କିଛି ଦେଖାଉ ନାହାଁନ୍ତି । ତାଙ୍କ ପିତାଙ୍କର ମହିମା କାହିଁକି ନାହିଁ! ଏବେ ତୁମେ ଜାଣୁଛ ଏହି ସମୟରେ ଶ୍ରୀକୃଷ୍ଣଙ୍କର ଆତ୍ମା ଭଲ ଭାବରେ ପାଠ ପଢିଛନ୍ତି । ଯେଉଁ କାରଣରୁ ମାତା ପିତାଙ୍କଠାରୁ ମଧ୍ୟ ଉଚ୍ଚ ପଦ ପାଇଛନ୍ତି । ତୁମେ ଜାଣୁଛ ଆମେ ଶ୍ରୀକୃଷ୍ଣଙ୍କର ରାଜଧାନୀରେ ଥିଲୁ, ସ୍ୱର୍ଗରେ ତ ଥିଲୁ ନା । ପୁଣି ଆମେ ଚନ୍ଦ୍ରବଂଶୀ ହେଲୁ । ଏବେ ପୁଣି ସୂର୍ଯ୍ୟବଂଶୀ ହେବା ପାଇଁ ଶ୍ରୀମତରେ ଚାଲି ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବୁ । ପ୍ରତ୍ୟେକ ନିଜ ନିଜର ଅବସ୍ଥାକୁ ଦେଖିପାରିବ । ଯଦି ଆମେ ଏହି ସମୟରେ ଶରୀର ଛାଡିଦେବୁ ତେବେ କେଉଁ ଗତିକୁ ପ୍ରାପ୍ତ ହେବୁ । ପ୍ରତ୍ୟେକ ଏ କଥାକୁ ବୁଝିପାରିବେ । ଯେତେ ବାବାଙ୍କୁ ୟାଦ କରିବ ସେତେ ବିକର୍ମ ବିନାଶ ହେବ । ମନୁଷ୍ୟମାନଙ୍କ ଉପରେ କୌଣସି ବିପଦ ଅଥବା ଦୁଃଖ ଆସିଲେ ବା ଦେବାଳିଆ ହୋଇଗଲେ ଯାଇ ସାଧୁମାନଙ୍କର ସଙ୍ଗ କରିଥାନ୍ତି । ପୁଣି ମନୁଷ୍ୟମାନେ ଭାବିଥାନ୍ତି ଇଏ ତ ଭକ୍ତ ଅଟନ୍ତି । ଠକାମୀ କରିବେ ନାହିଁ । ଏହିପରି ମଣିଷମାନେ ପୁଣି ଦୁଇ ଚାରି ବର୍ଷରେ ବହୁତ ଧନବାନ ହୋଇଯାଇଥାନ୍ତି । ତାଙ୍କ ପାଖରେ ଗୁପ୍ତ ଭାବରେ ବହୁତ ଧନ ରହିଥାଏ । ପ୍ରତ୍ୟେକ ନିଜର ବୁଦ୍ଧି ଦ୍ୱାରା ବୁଝିପାରିବେ । ତୁମମାନଙ୍କ ଭିତରେ ବହୁତ ଅଛନ୍ତି ଯିଏ ବହୁତ କମ୍ ୟାଦ କରୁଛନ୍ତି ସେଥିପାଇଁ ବାବା କହୁଛନ୍ତି ଯଦି ନିଜର କଲ୍ୟାଣ ଚାହୁଁଛ ତ ନିଜ ପାଖରେ ନୋଟ୍ ବୁକ୍ ରଖ । ଚାର୍ଟ ନୋଟ୍ କର । ଆମେ ସାରା ଦିନରେ କେତେ ସମୟ ୟାଦରେ ରହିଲୁ । ମନୁଷ୍ୟ ତ ସାରା ଜୀବନର ଇତିହାସ ଲେଖିଥାନ୍ତି । ତୁମକୁ ତ କେବଳ ୟାଦର ଚାର୍ଟ ଲେଖିବାକୁ ହେବ । ନିଜର ହିଁ ଉନ୍ନତି ହେବ । ଯଦି ବାବାଙ୍କୁ ୟାଦ ନ କରିବ ତ ଉଚ୍ଚପଦ ପାଇପାରିବ ନାହିଁ । ବିକର୍ମ ବିନାଶ ହିଁ ହେବ ନାହିଁ ତେବେ ଉଚ୍ଚପଦ କିପରି ପାଇବ । ପୁଣି ଦଣ୍ଡ ଭୋଗ କରିବାକୁ ପଡିବ । ଯେଉଁମାନେ ଦଣ୍ଡ ପାଇବେ ନାହିଁ ସେମାନଙ୍କୁ ପଦ ଭଲ ମଧ୍ୟ ମିଳିବ । ଦଣ୍ଡ ଭୋଗ କରି ପୁଣି କିଛି ଛୋଟ ମୋଟ ପଦ ପାଇବା ତାହା କେଉଁ କାମର । ଧର୍ମର ଦଣ୍ଡ ଖାଇବାକୁ ନ ପଡୁ, ବେଜିତ୍ ହେବାକୁ ନ ପଡୁ - ଏହିଭଳି ପୁରୁଷାର୍ଥ କରିବାକୁ ହେବ । ତୁମେ ଦେଖୁଛ ଶିବବାବା ବସିଛନ୍ତି ପୁଣି ଧର୍ମରାଜ ମଧ୍ୟ ଅଛନ୍ତି । ତୁମକୁ ସବୁ ସାକ୍ଷାତ୍‌କାର କରାଉଛନ୍ତି । ତୁମେ ଏହିସବୁ କାମ କରିଥିଲ, ମନେ ଅଛି? ଏବେ ଦଣ୍ଡ ଭୋଗ କର । ପୁଣି ସେହି ସମୟରେ ସେତିକି ଦଣ୍ଡଭୋଗ କରିଥାନ୍ତି, ଯେତିକି ଜନ୍ମ-ଜନ୍ମାନ୍ତର ଭୋଗିଥାନ୍ତି । ପଛକୁ ଖଣ୍ଡେ ଛୋଟିଆ ରୁଟୀର ଟୁକୁଡା ମିଳିଲା, ସେଥିରେ କ’ଣ ଲାଭ । ମୋଚରା ତ ଖାଇବା ଉଚିତ୍ ନୁହେଁ । ନିଜ ଅବସ୍ଥାର ଯାଞ୍ଚ କରିବାକୁ ହେବ । ଯେପରି ହିସାବ ବାହାର କରିଥାନ୍ତି । କେହି ୬ ମାସର, କେହି ୧୨ ମାସର । କେହି କେହି ତ ପ୍ରତ୍ୟେକ ଦିନର ମଧ୍ୟ ବାହାର କରିଥାନ୍ତି । ବାବା କହୁଛନ୍ତି - ତୁମେ ମଧ୍ୟ ବ୍ୟାପାରୀ ଅଟ । ବିରଳ କେହି ବ୍ୟାପାରୀ ବେହଦର ବାବାଙ୍କ ସହିତ ବ୍ୟାପାର କରିଥାନ୍ତି । ଧନ ନାହିଁ ତ ତନ-ମନ ତ ଅଛି ନା । ତାଙ୍କୁ ଶର୍ରାଫ ବା ସୌଦାଗର ମଧ୍ୟ କହିଥାନ୍ତି । ମଟ୍ଟା ସଟ୍ଟା ଅଥବା ଅଦଳ ବଦଳ କରିଥାନ୍ତି ନା । ତୁମେ ତନ-ମନ-ଧନ ଦେଉଛ ତା’ବଦଳରେ ୨୧ ଜନ୍ମ ପାଇଁ କେତେ ବର୍ସା ପାଉଛ । ବାବା ମୁଁ ଆପଣଙ୍କର ଅଟେ । ଏପରି ଯୁକ୍ତି ବତାଅ ଯେପରି ଆମର ଆତ୍ମା ଏବଂ ଶରୀର ଏହି ଲକ୍ଷ୍ମୀ-ନାରାୟଣଙ୍କ ପରି ହୋଇଯାଉ । ବାବା କହୁଛନ୍ତି ମୁଁ ତୁମକୁ କେତେ ଗୋରା କରାଉଛି । ଏକଦମ୍ ରୂପ ହିଁ ବଦଳାଇ ଦେଉଛି । ପରଜନ୍ମରେ ତୁମକୁ ଫାଷ୍ଟକ୍ଲାସ ଶରୀର ମିଳିବ । ତୁମେ ବୈକୁଣ୍ଠରେ ମଧ୍ୟ ଦେଖୁଛ । ତୁମେ ଜାଣିଛ ଏହି ମମ୍ମା-ବାବା ପୁଣି ଲକ୍ଷ୍ମୀ-ନାରାୟଣ ହେବେ । ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ଦେଖାଉଛନ୍ତି । ଏବେ ଯିଏ ଯେତେ ପୁରୁଷାର୍ଥ କରିବ । ଯଦି ପୂରା ପୁରୁଷାର୍ଥ ନ କରିବେ, ଧମଚକ୍ର ବା ବିଶୃଙ୍ଖଳା କରିବେ ତେବେ ନିଜର ପଦ ହିଁ ଭ୍ରଷ୍ଟ କରିବେ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜ ଅବସ୍ଥାର ଯାଞ୍ଚ ନିଜକୁ ହିଁ କରିବାକୁ ହେବ । ନିଜର କଲ୍ୟାଣ କରିବା ପାଇଁ ପ୍ରତ୍ୟହ ଡାଇରୀ ରଖିବାକୁ ହେବ, ଯେଉଁଥିରେ ୟାଦର ଚାର୍ଟ ନୋଟ୍ କରିବାକୁ ହେବ ।

(୨) ବେହଦର ବାବାଙ୍କ ସହିତ ସଚ୍ଚା-ସଚ୍ଚା ବ୍ୟାପାର କରିବାକୁ ହେବ । ନିଜର ତନ-ମନ-ଧନ ବାବାଙ୍କୁ ଅର୍ପଣ କରି ୨୧ ଜନ୍ମ ପାଇଁ ତା ବଦଳରେ ସମ୍ପତ୍ତି ନେବାକୁ ହେବ । ନିଶ୍ଚୟ ବୁଦ୍ଧି ହୋଇ ନିଜର କଲ୍ୟାଣ କରିବାକୁ ହେବ ।

ବରଦାନ:-
ଖୁସି ସହିତ ଶକ୍ତିକୁ ଧାରଣ କରି ବିଘ୍ନ ଗୁଡିକୁ ଅତିକ୍ରମ କରୁଥିବା ବିଘ୍ନଜିତ୍ ଭବ ।

ଯେଉଁ ପିଲାମାନେ ଜମା କରିବା ଜାଣିଛନ୍ତି ସେମାନେ ଶକ୍ତିଶାଳୀ ହୋଇଥାଆନ୍ତି । ଯଦି ଏବେ ଏବେ ରୋଜଗାର କରିଲ, ଏବେ ଏବେ ବାଣ୍ଟି ଦେଲ, ନିଜ ଭିତରେ ଧାରଣ କରିଲ ନାହିଁ, ତେବେ ଶକ୍ତିର ଅନୁଭୂତି ହେବ ନାହିଁ । କେବଳ ବାଣ୍ଟିବାର ବା ଦାନ କରିବାର ଖୁସି ଅନୁଭବ ହେବ । ଯଦି ଖୁସି ସହିତ ଶକ୍ତି ମଧ୍ୟ ଥିବ ତେବେ ସହଜରେ ବିଘ୍ନଗୁଡିକୁ ଅତିକ୍ରମ କରି ବିଘ୍ନଜିତ୍ ହୋଇଯିବ, ଯାହାଦ୍ୱାରା କୌଣସି ବି ବିଘ୍ନ ତୁମର ଲଗନକୁ ହଲଚଲ୍ କରିପାରିବ ନାହିଁ । ସେଥିପାଇଁ ତୁମର ଚେହେରାରେ ଯେପରି ଖୁସିର ଝଲକ ଦେଖାଯାଉଛି ସେହିପରି ଶକ୍ତିର ଝଲକ ମଧ୍ୟ ଦେଖାଯାଉ ।

ସ୍ଲୋଗାନ:-
ପରିସ୍ଥିତି ଗୁଡିକରେ ଭୟଭୀତ ହେବା ପରିବର୍ତ୍ତେ ସେଗୁଡିକୁ ଶିକ୍ଷକ ମନେ କରି ଶିକ୍ଷା ଗ୍ରହଣ କରିନିଅ ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଲାଷ୍ଟ ସୋ ଫାଷ୍ଟ ଅର୍ଥାତ୍ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରିବାର ପୁରୁଷାର୍ଥ ହେଲା ଜ୍ୱାଳା ସ୍ୱରୂପ ହେବା - ଯାହାକି ଏବେ ସୁଦ୍ଧା ବାକି ରହିଛି । ପାଣ୍ଡବମାନଙ୍କ ପାଇଁ ହିଁ ଯାଦବମାନେ ସମ୍ଭାଳି ହୋଇ ରହିଛନ୍ତି । ପାଣ୍ଡବମାନଙ୍କର ଶ୍ରେଷ୍ଠ ଶାନ୍ ଅର୍ଥାତ୍ ଶ୍ରେଷ୍ଠ ଗାରିମାମୟ ସ୍ଥିତି ବା ଆତ୍ମିକ ସ୍ଥିତି ଯାଦବମାନଙ୍କର ଦୁଃଖ ଅଶାନ୍ତିର ପରିସ୍ଥିତିକୁ ସମାପ୍ତ କରିବ । ତେଣୁ ନିଜର ଶାନ୍ ଦ୍ୱାରା ପରେଶାନ୍ ଅର୍ଥାତ୍ ଦୁଃଖ-ଅଶାନ୍ତିରେ ରହିଥିବା ଆତ୍ମାମାନଙ୍କୁ ଶାନ୍ତି ଏବଂ ଆରାମର ବରଦାନ ଦିଅ । ଜ୍ୱାଳା ସ୍ୱରୂପ ଅର୍ଥାତ୍ ଲାଇଟ୍ ହାଉସ୍ ଏବଂ ମାଇଟ୍ ହାଉସ୍ ସ୍ଥିତିକୁ ଭଲ ଭାବରେ ଜାଣି ସେହିପରି ପୁରୁଷାର୍ଥ କର ।