09.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପୁରୁଷୋତ୍ତମ ସଂଗମଯୁଗ କଲ୍ୟାଣକାରୀ ଯୁଗ ଅଟେ, ଏହି ଯୁଗରେ ହିଁ ପାଠପଢା ଆଧାରରେ ତୁମକୁ
ଶ୍ରୀକୃଷ୍ଣ ପୁରୀର ମାଲିକ ହେବାର ଅଛି ।”
ପ୍ରଶ୍ନ:-
ବାବା
ମାତାମାନଙ୍କ ଉପରେ ଜ୍ଞାନର କଳସ କାହିଁକି ରଖିଛନ୍ତି? କେଉଁ ଏକ ପରମ୍ପରା ଭାରତରେ ହିଁ ଚାଲୁଛି?
ଉତ୍ତର:-
ପବିତ୍ରତାର ରାକ୍ଷୀ ବାନ୍ଧି ସମସ୍ତଙ୍କୁ ପତିତରୁ ପାବନ କରିବା ପାଇଁ ବାବା ମାତାମାନଙ୍କ ଉପରେ
ହିଁ ଜ୍ଞାନର କଳସ ରଖିଥା’ନ୍ତି । ରକ୍ଷାବନ୍ଧନ ପର୍ବ ମଧ୍ୟ ଭାରତର ପରମ୍ପରା ଅଟେ । ଏଥିରେ ଭଉଣୀ
ଭାଇକୁ ରାକ୍ଷୀ ବାନ୍ଧିଥାଏ । ଏହା ହେଉଛି ପବିତ୍ରତାର ଚିହ୍ନ । ବାବା କହୁଛନ୍ତି ପିଲାମାନେ, ଯଦି
ତୁମେମାନେ କେବଳ ମୋତେ ହିଁ ମନେ ପକାଇବ ତେବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇପାରିବ ।
ଗୀତ:-
ଭୋଳାନାଥ ସେ
ନିରାଲା.....
ଓମ୍ ଶାନ୍ତି ।
ଏହା ହେଲା
ଭୋଳାନାଥଙ୍କର ମହିମା, ଯେଉଁଥି ପାଇଁ କହିଥାନ୍ତି ଦାତା । ତୁମେ ପିଲାମାନେ ଜାଣୁଛ ଯେ ଶ୍ରୀ
ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜ୍ୟ ଭାଗ୍ୟ କିଏ ଦେଇଛନ୍ତି । ନିଶ୍ଚିତ ରୂପେ ଭଗବାନ ଦେଇଥିବେ
କାହିଁକି ନା ସ୍ୱର୍ଗର ସ୍ଥାପନା ତ ସେ ହିଁ କରୁଛନ୍ତି ନା । ସ୍ୱର୍ଗର ବାଦଶାହୀ ଭୋଳାନାଥ ଯେପରି
ଲକ୍ଷ୍ମୀ-ନାରାୟଣଙ୍କୁ ଦେଇଛନ୍ତି ସେହିପରି କୃଷ୍ଣଙ୍କୁ ମଧ୍ୟ ଦେଇଛନ୍ତି । ରାଧା-କୃଷ୍ଣ ଅଥବା
ଲକ୍ଷ୍ମୀ-ନାରାୟଣ କଥା ତ ଗୋଟିଏ ହିଁ ଅଟେ । ପରନ୍ତୁ ରାଜଧାନୀ ହିଁ ନାହିଁ । ସେମାନଙ୍କୁ କେବଳ
ପରମପିତା ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ରାଜ୍ୟ ଦେଇ ପାରିବେ ନାହିଁ । ସେମାନଙ୍କର ଜନ୍ମ
ସ୍ୱର୍ଗରେ ହେଉଛି ବୋଲି କହିବେ । ଏହା ତୁମେ ପିଲାମାନେ ହିଁ ଜାଣୁଛ । ତୁମେ ପିଲାମାନେ ହିଁ
ଜନ୍ମାଷ୍ଟମୀ ସମ୍ବନ୍ଧରେ ବୁଝାଇ ପାରିବ । ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଅଛି ତ ରାଧାଙ୍କର ବି
ହେବା ଦରକାର, କାହିଁକି ନା ଉଭୟ ସ୍ୱର୍ଗର ନିବାସୀ ଅଟନ୍ତି । ରାଧାକୃଷ୍ଣ ହିଁ ସ୍ୱୟଂବର ପରେ
ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ମୁଖ୍ୟ କଥା ହେଲା ସେମାନଙ୍କୁ ଏହି ରାଜ୍ୟ କିଏ ଦେଲା । ଏହି
ରାଜଯୋଗ କେବେ ଶିଖାଯାଇଥିଲା ଏବଂ କିଏ ଶିଖାଇଥିଲା? ସ୍ୱର୍ଗରେ ରାଜଯୋଗ ତ ଶିଖାଯାଇ ନ ଥିବ
ସତ୍ୟଯୁଗରେ ତ ସେମାନେ ଉତ୍ତମ ପୁରୁଷ ଅଟନ୍ତି । କଳିଯୁଗ ପରେ ହୋଇଥାଏ ସତ୍ୟଯୁଗ । ତେଣୁ ନିଶ୍ଚିତ
ରୂପେ କଳିଯୁଗ ଶେଷରେ ରାଜଯୋଗ ଶିଖିଥିବେ । ଯିଏ ପୁଣି ନୂତନ ଜନ୍ମରେ ରାଜା ପଦ ପ୍ରାପ୍ତି
କରିଛନ୍ତି । ପୁରୁଣା-ଦୁନିଆରୁ ନୂଆ ପାବନ ଦୁନିଆ ହେଉଛି । ନିଶ୍ଚିତ ପତିତ ପାବନ ହିଁ ଆସିଥିବେ ।
ଏବେ ସଂଗମଯୁଗରେ କେଉଁ ଧର୍ମ ରହିଛି, ଏ କଥା କାହାକୁ ଜଣା ନାହିଁ । ପୁରୁଣା ଦୁନିଆ ଏବଂ ନୂଆ
ଦୁନିଆ ମଝିରେ ଏହା ହେଲା ପୁରୁଷୋତ୍ତମ ସଂଗମଯୁଗ, ଯାହାର ଗାୟନ କରାଯାଇଛି । ଏହି
ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ନୂଆ ଦୁନିଆର ମାଲିକ । ଏମାନଙ୍କର ଆତ୍ମାକୁ ପୂର୍ବ ଜନ୍ମରେ ପରମପିତା
ପରମାତ୍ମା ହିଁ ରାଜଯୋଗ ଶିଖାଇଛନ୍ତି । ଯେଉଁ ପୁରୁଷାର୍ଥର ପ୍ରାରବ୍ଧ ପୁଣି ନୂଆ ଜନ୍ମରେ ମିଳୁଛି,
ଏହାର ନାମ ହିଁ ହେଉଛି କଲ୍ୟାଣକାରୀ ପୁରୁଷୋତ୍ତମ ସଂଗମଯୁଗ । ନିଶ୍ଚିତ ବହୁତ ଜନ୍ମର ଅନ୍ତିମ
ଜନ୍ମରେ ହିଁ ଏମାନଙ୍କୁ କେହି ଜଣେ ରାଜଯୋଗ ଶିଖାଇଥିବେ । କଳିଯୁଗରେ ଅଛି ଅନେକ ଧର୍ମ, ସତ୍ୟଯୁଗରେ
ଥିଲା ଏକ ଦେବୀ-ଦେବତା ଧର୍ମ । ସଂଗମଯୁଗରେ କେଉଁ ଧର୍ମ ରହିଛି, ଯାହା ଦ୍ୱାରା ଏମାନେ ପୁରୁଷାର୍ଥ
କରି ରାଜଯୋଗ ଶିଖୁଛନ୍ତି ଏବଂ ସତ୍ୟଯୁଗରେ ପ୍ରାରବ୍ଧ ପ୍ରାପ୍ତି କରୁଛନ୍ତି । ଏବେ ବାବା
ବୁଝାଉଛନ୍ତି ଯେ ସଂଗମଯୁଗରେ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ହିଁ ଜନ୍ମ ନେଇଛନ୍ତି । ଚିତ୍ରରେ
ମଧ୍ୟ ରହିଛି ବ୍ରହ୍ମାଦ୍ୱାରା କୃଷ୍ଣପୁରୀର ସ୍ଥାପନା । ବିଷ୍ଣୁ ଅଥବା ନାରାୟଣପୁରୀ କୁହନ୍ତୁ, କଥା
ତ ଗୋଟିଏ ଅଟେ । ଏବେ ତୁମେ ଜାଣୁଛ ଯେ ଏହି ପାଠ ପଢିବା ଏବଂ ପବିତ୍ର ରହିବା ଦ୍ୱାରା ଆମେ
କୃଷ୍ଣପୁରୀର ମାଲିକ ହେଉଛେ । ଶିବଭଗବାନୁବାଚ ରହିଛି ନା । ଶ୍ରୀକୃଷ୍ଣଙ୍କର ଆତ୍ମା ହିଁ ବହୁତ
ଜନ୍ମର ଅନ୍ତିମ ଜନ୍ମରେ ପୁଣି ଏହି ବ୍ରହ୍ମା ହେଉଛନ୍ତି । ୮୪ ଜନ୍ମ ନେଇଥାନ୍ତି ନା । ଏହା ହେଲା
୮୪ ଜନ୍ମର ଅନ୍ତିମ ଜନ୍ମ, ଏହାଙ୍କର ହିଁ ପୁଣି ବ୍ରହ୍ମା ନାମ ରଖିଥାନ୍ତି । ନଚେତ୍ ପୁଣି ବ୍ରହ୍ମା
କେଉଁଠୁ ଆସିଲେ । ଯଦି ଈଶ୍ୱର ସୃଷ୍ଟି ରଚନା କରିଛନ୍ତି, ତେବେ ବ୍ରହ୍ମା-ବିଷ୍ଣୁ-ଶଙ୍କର କେଉଁଠାରୁ
ଆସିଲେ? କିପରି ରଚନା କଲେ? କଣ ଛୁ ମନ୍ତ୍ର କଲେ ଯାହା ଦ୍ୱାରା ଜନ୍ମ ହୋଇଗଲେ । ବାବା ହିଁ
ସେମାନଙ୍କର ଇତିହାସ ବତାଉଛନ୍ତି । ପୋଷ୍ୟ ପୁତ୍ର ଗ୍ରହଣ କଲେ ନାମ ପରିବର୍ତ୍ତନ ହୁଏ । ଏହାଙ୍କର
ବ୍ରହ୍ମା ନାମ ତ ନ ଥିଲା ନା । କହିଥା’ନ୍ତି ଯେ ବହୁତ ଜନ୍ମର ଅନ୍ତିମ ସମୟରେ... ତେଣୁ ନିଶ୍ଚିତ
ପତିତ ମନୁଷ୍ୟ ହେଲେ । ବ୍ରହ୍ମା କେଉଁଠାରୁ ଆସିଲେ, କାହାକୁ ବି ଜଣା ନାହିଁ । ବହୁତ ଜନ୍ମର
ଅନ୍ତିମ ଜନ୍ମ କାହାର ହେଲା? ସେହି ଲକ୍ଷ୍ମୀ-ନାରାୟଣ ହିଁ ବହୁତ ଜନ୍ମ ନେଇଛନ୍ତି । ନାମ, ରୂପ,
ଦେଶ, କାଳ ବଦଳି ଯାଇଥାଏ । ଶ୍ରୀକୃଷ୍ଣଙ୍କର ଚିତ୍ରରେ ୮୪ ଜନ୍ମର କାହାଣୀ ସ୍ପଷ୍ଟ ଭାବରେ
ଲେଖାହୋଇଛି । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କର ଚିତ୍ର ମଧ୍ୟ ବହୁତ ବିକ୍ରି ହେଉଥିବ, କାହିଁକି ନା
କୃଷ୍ଣଙ୍କର ମନ୍ଦିରକୁ ତ ସମସ୍ତେ ଯିବେ ନା । ରାଧାକୃଷ୍ଣଙ୍କର ମନ୍ଦିରକୁ ହିଁ ଯାଇଥାନ୍ତି ।
ଶ୍ରୀକୃଷ୍ଣଙ୍କ ସାଥିରେ ରାଧା ନିଶ୍ଚିତ ଥିବେ । ରାଧା-କୃଷ୍ଣ, ରାଜକୁମାର-କୁମାରୀ ହିଁ
ଲକ୍ଷ୍ମୀ-ନାରାୟଣ ମହାରାଜା-ମହାରାଣୀ ହୋଇଥାନ୍ତି । ସେମାନେ ହିଁ ୮୪ ଜନ୍ମ ନେଇ ପୁଣି ଅନ୍ତିମ
ଜନ୍ମରେ ବ୍ରହ୍ମା-ସରସ୍ୱତୀ ହୋଇଛନ୍ତି । ଅନେକ ଜନ୍ମର ଅନ୍ତିମ ଜନ୍ମରେ ବାବା ପ୍ରବେଶ କରିଲେ ଏବଂ
ବ୍ରହ୍ମାଙ୍କୁ କହୁଛନ୍ତି ଯେ ତୁମେ ନିଜ ଜନ୍ମକୁ ଜାଣି ନାହଁ । ତୁମେ ପ୍ରଥମ ଜନ୍ମରେ
ଲକ୍ଷ୍ମୀ-ନାରାୟଣ ଥିଲ । ପୁଣି ଏହି ଜନ୍ମ ନେଇଛ, ଦୁନିଆରେ ଅର୍ଜୁନଙ୍କୁ ଗୀତା ଜ୍ଞାନ ଶିକ୍ଷା
ଦେବା କଥା କହିଦେଇଛନ୍ତି । ଅର୍ଜୁନ ଅର୍ଥାତ୍ ବ୍ରହ୍ମାଙ୍କୁ ରାଜଯୋଗ ଶିଖାଇଛନ୍ତି । ଗୀତାରେ
ଅର୍ଜୁନଙ୍କୁ ଅଲଗା କରିଦେଇଛନ୍ତି । ପରନ୍ତୁ ତାଙ୍କର ନାମ ଅର୍ଜୁନ ହିଁ ନୁହେଁ । ବ୍ରହ୍ମାଙ୍କର
ଜୀବନ ଚରିତ୍ର ଦରକାର ନା । ପରନ୍ତୁ ବ୍ରହ୍ମା ଏବଂ ବ୍ରାହ୍ମଣଙ୍କର ବର୍ଣ୍ଣନା କେଉଁଠାରେ ବି ନାହିଁ
। ଏହି କଥା ବାବା ହିଁ ବସି ବୁଝାଉଛନ୍ତି । ସବୁ ପିଲାମାନେ ଏ କଥା ଶୁଣିବେ ଓ ପୁଣି ସେମାନେ
ଅନ୍ୟମାନଙ୍କୁ ବୁଝାଇବେ । ଶାସ୍ତ୍ର କଥା ଶୁଣି ପୁଣି ଅନ୍ୟମାନଙ୍କୁ ବସି ଶୁଣାଇଥା’ନ୍ତି । ତୁମେ
ବି ଶୁଣୁଛ ପୁଣି ଶୁଣାଉଛ । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଅଧିଯୁଗ । ପୁରୁଷୋତ୍ତମ ମାସ
ପଡିଲେ ୧୩ ମାସ ହୋଇଯାଇଥାଏ । ଏହି ସଂଗମଯୁଗର ପର୍ବକୁ ହିଁ ପ୍ରତିବର୍ଷ ପାଳନ କରିଥାନ୍ତି । ଏହି
ପୁରୁଷୋତ୍ତମ ସଂଗମଯୁଗ ବିଷୟରେ କାହାକୁ ହେଲେ ଜଣା ନାହିଁ । ଏହି ସଂଗମଯୁଗରେ ହିଁ ବାବା ଆସି
ପବିତ୍ର ହେବାର ପ୍ରତିଜ୍ଞା କରାଇଥାନ୍ତି । ପତିତ ଦୁନିଆରେ ପବିତ୍ର ଦୁନିଆର ସ୍ଥାପନା କରିଥା’ନ୍ତି
। ରକ୍ଷା ବନ୍ଧନର ପର୍ବ ମଧ୍ୟ ଭାରତରେ ହିଁ ପ୍ରଚଳିତ ରହିଛି । ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଥାଏ
। ପରନ୍ତୁ ସେହି କୁମାରୀ ପୁଣି ଅପବିତ୍ର ହୋଇଯାଉଛି । ବର୍ତ୍ତମାନ ବାବା ଆସି ତୁମ ମାତାମାନଙ୍କୁ
ଜ୍ଞାନର କଳସ ଦେଇଛନ୍ତି । ଯେଉଁଥିପାଇଁ ବ୍ରହ୍ମାକୁମାର ବ୍ରହ୍ମାକୁମାରୀମାନେ ପବିତ୍ରତାର
ପ୍ରତିଜ୍ଞା କରାଇବା ପାଇଁ ରାକ୍ଷୀ ବାନ୍ଧିଥାନ୍ତି । ବାବା କହୁଛନ୍ତି ଯେ ମାମେକମ୍ ୟାଦ କରୋ ତେବେ
ଯାଇ ତୁମେ ପାବନ ହୋଇ ପବିତ୍ର ଦୁନିଆର ମାଲିକ ହୋଇପାରିବ । ବାକି କୌଣସି ରାକ୍ଷୀ ଆଦି ବାନ୍ଧିବାର
ଆବଶ୍ୟକତା ନାହିଁ । ଏହି କଥା ବୁଝାଯାଉଛି । ଯେପରି ସାଧୁ ସନ୍ନ୍ୟାସୀ ଲୋକେ ଦାନ ମାଗିଥାନ୍ତି ।
କିଏ କହିଥା’ନ୍ତି କ୍ରୋଧର ଦାନ ଦିଅ, କିଏ କହିଥାନ୍ତି ପିଆଜ ଖାଅ ନାହିଁ । ଯିଏ ନିଜେ ଖାଉ ନ ଥିବେ
ସେହିମାନେ ହିଁ ଦାନ ନେଇପାରିବେ । ସବୁଠାରୁ ମୁଖ୍ୟ ପ୍ରତିଜ୍ଞା ତ ଅବିନାଶୀ ବାବା କରାଉଛନ୍ତି,
ତୁମେ ପବିତ୍ର ହେବା ପାଇଁ ଚାହୁଁଛ ତ ପତିତ ପାବନ ବାବାଙ୍କୁ ମନେ ପକାଅ । ଦ୍ୱାପର ଯୁଗରୁ ନେଇ
ତୁମେ ପତିତ ହୋଇ ଆସିଛ, ଏବେ ସମଗ୍ର ବିଶ୍ୱ ପବିତ୍ର ହେବା ଦରକାର, ତାହା ତ ବାବା ହିଁ କରିପାରିବେ
। ସମସ୍ତଙ୍କର ଗତି-ସଦ୍ଗତିଦାତା କୌଣସି ମନୁଷ୍ୟ ହୋଇପାରିବେ ନାହିଁ । ବାବା ହିଁ ପବିତ୍ର ହେବାର
ପ୍ରତିଜ୍ଞା କରାଉଛନ୍ତି । ଭାରତ ପବିତ୍ର ସ୍ୱର୍ଗ ଥିଲା ନା । ପତିତ-ପାବନ ସେହି ପରମପିତା
ପରମାତ୍ମା ହିଁ ଅଟନ୍ତି । ଶ୍ରୀକୃଷ୍ଣଙ୍କୁ ତ ପତିତ-ପାବନ କୁହାଯିବ ନାହିଁ, ସେ ତ ଜନ୍ମ
ନେଇଥାନ୍ତି । ତାଙ୍କର ତ ମାଆ-ବାପା ମଧ୍ୟ ଦେଖାଇଛନ୍ତି । ଏକ ଶିବଙ୍କର ହିଁ ଅଲୌକିକ ଜନ୍ମ
ହୋଇଥାଏ । ସେ ନିଜେ ହିଁ ନିଜର ପରିଚୟ ଦେଇଥା’ନ୍ତି କି ମୁଁ ସାଧାରଣ ଶରୀରରେ ପ୍ରବେଶ କରିଥାଏ ।
ଶରୀରର ଆଧାର ନିଶ୍ଚିତ ନେବାକୁ ପଡିଥାଏ । ମୁଁ ଜ୍ଞାନର ସାଗର ପତିତ-ପାବନ, ତୁମମାନଙ୍କୁ ରାଜଯୋଗ
ଶିଖାଉଛି । ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି ଏବଂ ନର୍କର ବିନାଶ କରାଇଥାନ୍ତି । ଯେତେବେଳେ
ସ୍ୱର୍ଗ ଥାଏ ସେତେବେଳେ ନର୍କ ନ ଥାଏ । ଏବେ ପୁରା ରୌରବ ନର୍କ ହୋଇଯାଇଛି, ଯେତେବେଳେ ବିଲ୍କୁଲ୍
ତମୋପ୍ରଧାନ ନର୍କ ହୋଇଯାଇଥାଏ, ସେତେବେଳେ ହିଁ ବାବା ଆସି ସତ୍ତ୍ୱପ୍ରଧାନ ସ୍ୱର୍ଗ ତିଆରି
କରିଥାନ୍ତି । ଶହେ ଶତକଡା ପତିତରୁ ଶହେ ଶତକଡା ପବିତ୍ର କରିଥାନ୍ତି । ପ୍ରଥମ ଜନ୍ମ ନିଶ୍ଚିତ
ସତ୍ତ୍ୱପ୍ରଧାନ ହିଁ ମିଳିବ । ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରି ଭାଷଣ କରିବାର ଅଛି ।
ବୁଝାଇବା ତ ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଧରଣର ହେବ । ବାବା ବି ଆଜି ଗୋଟିଏ କଥା, କାଲି ପୁଣି
ଅନ୍ୟ କଥା ବୁଝାଇବେ । ଗୋଟିଏ ପ୍ରକାର କଥା ତ ବୁଝାଇବେ ନାହିଁ । ଭାବନ୍ତୁ ଟେପ୍ରେ କିଏ
ଆକ୍ୟୁରେଟ୍ ଶୁଣିଲେ ବି ପୁଣି ଠିକ୍ ସେହିପରି ଶୁଣାଇ ପାରିବେ ନାହିଁ, ନିଶ୍ଚିତ ଫରକ ରହିବ । ବାବା
ଯାହା ଶୁଣାଉଛନ୍ତି, ତୁମେ ଜାଣୁଛ ଯେ ଡ୍ରାମାରେ ସବୁ ନିର୍ଦ୍ଧାରିତ ହୋଇ ରହିଛି । ଅକ୍ଷର ଅକ୍ଷର
ଯାହା କଳ୍ପ ପୂର୍ବେ ଶୁଣାଇଥିଲେ ତାହା ପୁଣି ଆଜି ଶୁଣାଉଛନ୍ତି । ଏହା ରେକର୍ଡରେ ଭରା ହୋଇ ରହିଛି
। ଭଗବାନ ନିଜେ କହିଛନ୍ତି ଯେ ମୁଁ ୫୦୦୦ ବର୍ଷ ପୂର୍ବେ ଅବିକଳ ଅକ୍ଷରେ ଅକ୍ଷରେ ଯେପରି ଶୁଣାଇଥିଲି
ତାହା ଶୁଣାଉଛି । ଏହା ପୂର୍ବ ପ୍ରସ୍ତୁତ ହୋଇଥିବା ଡ୍ରାମା ଅଟେ । ଏଥିରେ ବି ସାମାନ୍ୟତମ ଫରକ
ହୋଇପାରିବ ନାହିଁ । ଏତେ ଛୋଟ ଆତ୍ମାରେ କେତେ ରେକର୍ଡ ଭରା ହୋଇ ରହିଛି । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
କେବେ ହୋଇଥିଲା, ଏ କଥା ମଧ୍ୟ ପିଲାମାନେ ବୁଝିଛନ୍ତି । ୫ ହଜାର ବର୍ଷରୁ କିଛି ଦିନ କମ୍ ବୋଲି
କହିବେ, କାହିଁକି ନା ଏବେ ପାଠ ପଢୁଛନ୍ତି । ନୂଆ ଦୁନିଆର ସ୍ଥାପନା ହେଉଛି । ପିଲାମାନଙ୍କ ହୃଦୟରେ
କେତେ ଖୁସି ରହିଛି । ତୁମେ ଜାଣୁଛ ଯେ କୃଷ୍ଣଙ୍କର ଆତ୍ମା ୮୪ ଜନ୍ମର ଚକ୍ର ଲଗାଇଛି । ଏବେ ପୁଣି
ସେ କୃଷ୍ଣଙ୍କର ନାମ-ରୂପରେ ଆସୁଛନ୍ତି । ଚିତ୍ରରେ ଦେଖାଯାଇଛି ଯେ - ପୁରୁଣା ଦୁନିଆକୁ ଲାତ
ମାରୁଛନ୍ତି । ନୂଆ ଦୁନିଆ ହାତରେ ରହିଛି । ଶ୍ରୀକୃଷ୍ଣ ଏବେ ପାଠ ପଢୁଛନ୍ତି । ଏଣୁ କୁହାଯାଇଛି
ଯେ - ଶ୍ରୀକୃଷ୍ଣ ଆସୁଛନ୍ତି । ନିଶ୍ଚିତ ବାବା ବହୁତ ଜନ୍ମର ଅନ୍ତରେ ହିଁ ଆସି ପଢାଇବେ । ଏହି
ପାଠପଢା ଶେଷ ହେବ ତ ଶ୍ରୀକୃଷ୍ଣ ଜନ୍ମ ନେବେ । ପାଠପଢା ଶେଷ ହେବା ପାଇଁ ବାକି ଅଳ୍ପ ସମୟ ଅଛି ।
ନିଶ୍ଚିତ ଅନେକ ଧର୍ମର ବିନାଶ ହେବା ପରେ ହିଁ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ । କୃଷ୍ଣପୁରୀରେ କେବଳ
ଜଣେ ଶ୍ରୀକୃଷ୍ଣ ତ ରହିବେ ନାହିଁ, ସମଗ୍ର କୃଷ୍ଣପୁରୀ ହେବ । ଏହି ବ୍ରାହ୍ମଣମାନେ ହିଁ, ରାଜଯୋଗ
ଶିଖି ଦେବତା ପଦ ପ୍ରାପ୍ତ କରିବେ । ଦେବତାମାନେ ଜ୍ଞାନ ଆଧାରରେ ହିଁ ଦେବତା ହେଉଛନ୍ତି । ବାବା
ଆସି ପାଠ ପଢାଇ ମନୁଷ୍ୟରୁ ଦେବତା କରିଥା’ନ୍ତି । ଏହା ପାଠଶାଳା ଅଟେ, ଏଥିରେ ସବୁଠାରୁ ବେଶୀ ସମୟ
ଲାଗିଥାଏ । ପାଠପଢା ତ ସହଜ ଅଟେ । ବାକି ଯୋଗରେ ପରିଶ୍ରମ କରିବାକୁ ପଡିଥାଏ । ତୁମେ କହିପାରିବ
ଯେ ପରମପିତା ପରମାତ୍ମାଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କର ଆତ୍ମା ଏବେ ରାଜଯୋଗ ଶିଖୁଛନ୍ତି । ଶିବବାବା
ବିଷ୍ଣୁପୁରୀର ରାଜ୍ୟ ଦେବା ପାଇଁ ବ୍ରହ୍ମାଙ୍କ ଦ୍ୱାରା ଆମ ଆତ୍ମାମାନଙ୍କୁ ପଢାଉଛନ୍ତି । ଆମେ
ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ-ବ୍ରାହ୍ମଣୀ ଅଟୁ । ଏହା ଅଟେ ସଂଗମଯୁଗ । ଏହା ବହୁତ
ଛୋଟ ଯୁଗ ଅଟେ । ଚୁଟି ସବୁଠାରୁ ଛୋଟ ହୋଇଥାଏ ନା । ପୁଣି ତାହାଠାରୁ ବଡ ହେଲା ମୁଖ, ତାହାଠାରୁ
ବଡ ହାତ, ତାହାଠାରୁ ବଡ ପେଟ, ପୁଣି ତାହାଠାରୁ ବଡ ଗୋଡ । ବିରାଟ ରୂପ ଦେଖାଇଥାନ୍ତି, ପରନ୍ତୁ ଏ
ରୂପ କାହାର କେହି ବୁଝିପାରନ୍ତି ନାହିଁ । ତୁମ ପିଲାମାନଙ୍କୁ ଏହି ୮୪ ଜନ୍ମର ଚକ୍ରର ରହସ୍ୟ
ବୁଝାଇବାକୁ ହେବ, ଶିବଜୟନ୍ତୀ ପରେ କୃଷ୍ଣ ଜୟନ୍ତୀ ଆସିଥାଏ ।
ତୁମ ପିଲାମାନଙ୍କ ପାଇଁ
ଏହା ସଂଗମଯୁଗ ଅଟେ । ତୁମ ପାଇଁ କଳିଯୁଗ ଶେଷ ହୋଇଗଲା । ବାବା କହୁଛନ୍ତି - ମିଠା ସନ୍ତାନଗଣ, ଏବେ
ମୁଁ ଆସିଛି, ତୁମକୁ ସୁଖଧାମ, ଶାନ୍ତିଧାମକୁ ନେଇଯିବା ପାଇଁ । ତୁମେ ସୁଖଧାମର ନିବାସୀ ଥିଲ ପୁଣି
ଦୁଃଖଧାମକୁ ଆସିଛ । ଡାକୁଛ ଯେ ବାବା, ଏହି ପୁରୁଣା ଦୁନିଆକୁ ଆସ । ଏହା ତୁମର ଦୁନିଆ ତ ନୁହଁ ।
ଏବେ ତୁମେ କ’ଣ କରୁଛ? ଯୋଗବଳରେ ନିଜର ଦୁନିଆ ସ୍ଥାପନ କରୁଛ । କୁହାଯାଇଛି ଯେ ଅହିଂସା ପରମୋ
ଦେବୀ-ଦେବତା ଧର୍ମ ଅଟେ । ତୁମକୁ ଅହିଂସକ ହେବାକୁ ପଡିବ, ନା ବିକାରଗ୍ରସ୍ତ ହେବାର ଅଛି, ନା
ଲଢେଇ-ଝଗଡା କରିବାର ଅଛି । ବାବା କହୁଛନ୍ତି ଯେ ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସୁଛି ।
ଲକ୍ଷ-ଲକ୍ଷ ବର୍ଷର କଥା ହିଁ ନୁହେଁ । ବାବା କହୁଛନ୍ତି ଯେ ଯଜ୍ଞ, ତପ, ଦାନ, ପୁଣ୍ୟ ଆଦି କରି
ତୁମେ ତଳକୁ ଖସି ଯାଇଛ । ଜ୍ଞାନ ଦ୍ୱାରା ହିଁ ସଦ୍ଗତି ହୋଇଥାଏ । ମନୁଷ୍ୟମାନେ ତ କୁମ୍ଭକର୍ଣ୍ଣ
ନିଦରେ ଶୋଇ ପଡିଛନ୍ତି, ଯିଏ କି ବିଲକୁଲ୍ ଉଠୁ ହିଁ ନାହାଁନ୍ତି । ଏଣୁ ବାବା କହୁଛନ୍ତି ଯେ ମୁଁ
କଳ୍ପ-କଳ୍ପ ଆସୁଛି, ମୋର ବି ଡ୍ରାମାରେ ଅଭିନୟ ରହିଛି । ଅଭିନୟ ଛାଡି ମୁଁ ମଧ୍ୟ କିଛି କରିପାରିବି
ନାହିଁ । ମୁଁ ବି ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ସଠିକ୍ ସମୟରେ ଆସିଥାଏ । ଡ୍ରାମାର ଯୋଜନା
ଅନୁସାରେ ମୁଁ ତୁମ ପିଲାମାନଙ୍କୁ ପୁନର୍ବାର ଘରକୁ ନେଇ ଯାଉଛି । ଏବେ କହୁଛି ମନମନାଭବ । ପରନ୍ତୁ
ଏହାର ଅର୍ଥ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି ଯେ ଦେହର ସର୍ବ ସମ୍ବନ୍ଧ ଛାଡି ମାତେ ମନେ
ପକାଅ ତେବେ ପବିତ୍ର ହୋଇଯିବ । ପିଲାମାନେ ପରିଶ୍ରମ କରିଥା’ନ୍ତି, ବାବାଙ୍କୁ ମନେ ପକାଇବା ପାଇଁ
। ଏହା ଅଟେ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସମଗ୍ର ବିଶ୍ୱକୁ ସଦ୍ଗତି ଦେବା ପାଇଁ ଅନ୍ୟ କୌଣସି
ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ହୋଇପାରିବ ନାହିଁ । ଈଶ୍ୱର ପିତା ସ୍ୱୟଂ ଆସି ସମଗ୍ର ବିଶ୍ୱକୁ
ପରିବର୍ତ୍ତନ କରିଥାନ୍ତି । ନର୍କକୁ ସ୍ୱର୍ଗରେ ପରିଣତ କରିଥାନ୍ତି । ଯାହା ଉପରେ ତୁମେ ରାଜତ୍ୱ
କରିବ । ଶିବଙ୍କୁ ବବୁଲନାଥ ମଧ୍ୟ କହିଥାନ୍ତି କାହିଁକି ନା ସେ ଆସି ତୁମକୁ କାମ ବିକାରରୁ ମୁକ୍ତ
କରି ପବିତ୍ର କରିଥା’ନ୍ତି । ଭକ୍ତିମାର୍ଗରେ ତ ବହୁତ ଦେଖାଣିଆ କଥା ସବୁ ରହିଛି । ଏଠାରେ ତ
ଶାନ୍ତିରେ ମନେ ପକାଇବାକୁ ହେବ । ସନ୍ନ୍ୟାସୀମାନେ ତ ଅନେକ ପ୍ରକାରର ହଠଯୋଗ ଆଦି କରିଥାନ୍ତି ।
ସେମାନଙ୍କର ତ ନିବୃତ୍ତିମାର୍ଗ ହିଁ ଅଲଗା ଅଟେ । ସେମାନେ ବ୍ରହ୍ମକୁ ମାନନ୍ତି । ବ୍ରହ୍ମଯୋଗୀ
ତତ୍ତ୍ୱଯୋଗୀ ଅଟନ୍ତି । ବ୍ରହ୍ମ ତ ହେଲା ଆତ୍ମାମାନଙ୍କର ରହିବାର ସ୍ଥାନ, ଯାହାକୁ ବ୍ରହ୍ମାଣ୍ଡ
ବୋଲି କୁହାଯାଇଛି । ସେମାନେ ପୁଣି ବ୍ରହ୍ମକୁ ଭଗବାନ ବୋଲି ମାନିଥାନ୍ତି । କହିଥା’ନ୍ତି ବ୍ରହ୍ମରେ
ଲୀନ ହୋଇଯିବେ ଅର୍ଥାତ୍ ଆତ୍ମାକୁ ବିନାଶୀ ସିଦ୍ଧ କରୁଛନ୍ତି । ବାବା କହୁଛନ୍ତି ଯେ ମୁଁ ହିଁ ଆସି
ସମସ୍ତଙ୍କର ସଦ୍ଗତି କରୁଛି । ଶିବବାବା ହିଁ ସମସ୍ତଙ୍କର ସଦ୍ଗତି କରିଥା’ନ୍ତି, ସେ ହେଲେ ହୀରା
ସମାନ । ପୁଣି ତୁମକୁ ସୁବର୍ଣ୍ଣଯୁଗକୁ ନେଇଯାଉଛନ୍ତି । ତୁମର ମଧ୍ୟ ଏହା ହୀରା ପରି ଜନ୍ମ ଅଟେ,
ତୁମେ ପୁଣି ସୁବର୍ଣ୍ଣଯୁଗରେ ଆସିବ । ଏହି ଜ୍ଞାନ ତୁମକୁ ବାବା ହିଁ ଆସି ପଢାଉଛନ୍ତି, ଯାହାଦ୍ୱାରା
ତୁମେ ଦେବତା ହେଉଛ । ପୁଣି ଏହି ଜ୍ଞାନ ପ୍ରାୟଃ ଲୋପ ପାଇଯିବ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ
ରଚୟିତା ଏବଂ ରଚନାର ଜ୍ଞାନ ଜଣା ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ଦୁନିଆରେ ରହି ଡବଲ ଅହିଂସକ ହୋଇ ଯୋଗବଳ ଆଧାରରେ ନିଜର ନୂଆ ଦୁନିଆ ସ୍ଥାପନ କରିବାକୁ ହେବ । ନିଜର
ଜୀବନକୁ ହୀରା ସମାନ କରିବାକୁ ହେବ ।
(୨) ବାବା ଯାହା
ଶୁଣାଉଛନ୍ତି ତାହା ଉପରେ ବିଚାର ସାଗର ମନ୍ଥନ କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ । ସର୍ବଦା ନିଶା
ରହୁ ଯେ ଏହି ପାଠପଢା ଶେଷ ହେଲେ ଆମେ ଶ୍ରୀକୃଷ୍ଣପୁରୀକୁ ଯିବୁ ।
ବରଦାନ:-
ଅପବିତ୍ରତାର
ଚିହ୍ନବର୍ଣ୍ଣକୁ ମଧ୍ୟ ସମାପ୍ତ କରି ହିଜ୍ ହୋଲୀନେସ୍ ଅର୍ଥାତ୍ ପବିତ୍ର ଆତ୍ମାର ଉପାଧି ପ୍ରାପ୍ତ
କରୁଥିବା ହୋଲୀହଂସ ହୁଅ ।
ଯେପରି ହଂସ କେବେ ହେଲେ
ଗୋଡି ପଥର ଗ୍ରହଣ କରେ ନାହିଁ କିନ୍ତୁ ରତ୍ନକୁ ଗ୍ରହଣ କରେ ସେହିପରି ହୋଲୀହଂସ ପିଲାମାନେ ମଧ୍ୟ
କାହାର ଅବଗୁଣ ଅର୍ଥାତ୍ ଗୋଡି-ପଥରକୁ ଧାରଣ କରିବେ ନାହିଁ । ସେମାନେ ବ୍ୟର୍ଥ ଏବଂ ସମର୍ଥକୁ ଅଲଗା
କରି ବ୍ୟର୍ଥକୁ ଛାଡି ଦେଇଥାଆନ୍ତି । ସମର୍ଥକୁ ଗ୍ରହଣ କରିଥାଆନ୍ତି । ଏହିଭଳି ହୋଲୀହଂସମାନେ ହିଁ
ପବିତ୍ର ଶୁଦ୍ଧ ଆତ୍ମା ଅଟନ୍ତି । ସେମାନଙ୍କ ଆହାର, ବ୍ୟବହାର ସବୁକିଛି ଶୁଦ୍ଧ ହୋଇଥାଏ ।
ଯେତେବେଳେ ଅଶୁଦ୍ଧ ଅର୍ଥାତ୍ ଅପବିତ୍ରତାର ଚିହ୍ନ ବର୍ଣ୍ଣ ସମାପ୍ତ ହୋଇଯିବ, ତେବେ ଯାଇ ଭବିଷ୍ୟତରେ
ହିଜ୍ ହୋଲୀନେସ୍ ର ଉପାଧି ପ୍ରାପ୍ତ ହେବ । ସେଥିପାଇଁ କେବେ ବି ଭୁଲ୍ରେ ମଧ୍ୟ କାହାର ଅବଗୁଣକୁ
ଧାରଣ କର ନାହିଁ ।
ସ୍ଲୋଗାନ:-
ସର୍ବଂଶ ତ୍ୟାଗୀ
ତାଙ୍କୁ କୁହାଯିବ ଯେଉଁମାନେ ପୁରୁଣା ସ୍ୱଭାବ ସଂସ୍କାରର ବଂଶକୁ ମଧ୍ୟ ତ୍ୟାଗ କରିଥାଆନ୍ତି ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ସହଜଯୋଗୀ ହେବା ପାଇଁ
ହେଲେ ପରମାତ୍ମ ସ୍ନେହର ଅନୁଭବୀ ହୁଅ । ଯେକୌଣସି କାର୍ଯ୍ୟ କରୁଥିଲେ ମଧ୍ୟ ବାବାଙ୍କ ସ୍ମୃତିରେ
ଲବଲୀନ ରହିଥାଅ । କୌଣସି ବି କଥାର ବିସ୍ତାରକୁ ନ ଯାଇ ବିସ୍ତାରକୁ ବିନ୍ଦୁ ଲଗାଇ ବିନ୍ଦୁ ଭିତରେ
ସମାହିତ କରିଦିଅ, ବିନ୍ଦୁ ହୋଇଯାଅ ଏବଂ ବିନ୍ଦୁ ଲଗାଇଦିଅ ତେବେ ସାରା ବିସ୍ତାର ବା ପୂରା ଜାଲଟି
ଗୋଟିଏ ସେକେଣ୍ଡରେ ସମାସ୍ତ ହୋଇଯିବ, ତୁମର ସମୟ ବଞ୍ଚିଯିବ ଏବଂ ତୁମେ ମେହନତରୁ ମୁକ୍ତ ହୋଇଯିବ ।
ତା’ପରେ ତୁମେ ବିନ୍ଦୁ ହୋଇ ବିନ୍ଦୁରେ ଲବଲୀନ ହୋଇଯିବ ।