09.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗବଳ
ଦ୍ୱାରା ହିଁ ତୁମକୁ ନିଜର ବିକର୍ମଗୁଡିକ ଉପରେ ବିଜୟ ପ୍ରାପ୍ତ କରି ବିକର୍ମାଜିତ୍ ହେବାକୁ ପଡିବ
।”
ପ୍ରଶ୍ନ:-
କେଉଁ ପ୍ରକାରର
ଚିନ୍ତନ ପୁରୁଷାର୍ଥୀ ପିଲାମାନଙ୍କୁ ମଧ୍ୟ ପୁରୁଷାର୍ଥ ହୀନ କରିଦେଇଥାଏ?
ଉତ୍ତର:-
ଯଦି କୌଣସି ପୁରୁଷାର୍ଥୀଙ୍କର ଏହି ସଂକଳ୍ପ ଆସିଯାଏ ଯେ ଏବେ ତ ବହୁତ ସମୟ ପଡିଛି, ଅନ୍ତିମ ସମୟରେ
ଆଗେଇଯିବି । କିନ୍ତୁ ବାବା ବୁଝାଉଛନ୍ତି ପିଲାମାନେ ମୃତ୍ୟୁର ସମୟ ନିଶ୍ଚିତ ନୁହେଁ, ଯଦି
କାଲି-କାଲି କରି ମରିଗଲ ତେବେ ପୁଣ୍ୟର ଜମା କିପରି ହେବ, ସେଥିପାଇଁ ଯେତେ ଦୂର ସମ୍ଭବ, ଶ୍ରୀମତ
ଆଧାରରେ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିଚାଲ । ସମୟ ବିଷୟରେ ଚିନ୍ତା କରି ପୁରୁଷାର୍ଥ ହୀନ
ହୁଅ ନାହିଁ ।
ଗୀତ:-
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ଏହି କଥା ତ
ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ନିରାକାର, ସାକାରଙ୍କ ବିନା କୌଣସି କର୍ମ କରିପାରିବେ ନାହିଁ
। କୌଣସି ପ୍ରକାର ଅଭିନୟ କରିପାରିବେ ନାହିଁ । ଆତ୍ମିକ ପିତା ଆସି ବ୍ରହ୍ମାଙ୍କ ଦ୍ୱାରା ଆତ୍ମିକ
ପିଲାମାନଙ୍କୁ ବୁଝାଉଛନ୍ତି । ଯୋଗବଳ ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହୋଇ ପୁଣି ବିଶ୍ୱର ମାଲିକ
ହେବାକୁ ପଡିବ । ଏକଥା ପିଲାମାନଙ୍କ ବୁଦ୍ଧିରେ ଅଛି ଯେ କଳ୍ପ କଳ୍ପ ବାବା ଆସି ବ୍ରହ୍ମାଙ୍କ
ଦ୍ୱାରା ରାଜଯୋଗ ଶିଖାଉଛନ୍ତି ଏବଂ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି ଅର୍ଥାତ୍
ମନୁଷ୍ୟକୁ ଦେବତା କରାଉଛନ୍ତି । ମନୁଷ୍ୟ ଯେଉଁମାନେ ଦେବୀ-ଦେବତା ଥିଲେ, ପବିତ୍ର ଥିଲେ ସେମାନେ
ଏବେ ୮୪ ଜନ୍ମ ପରେ ପତିତ ହୋଇଯାଇଛନ୍ତି, ଭାରତ ଯେବେ ପାରସପୁରୀ ଥିଲା ତେବେ ପବିତ୍ରତା
ସୁଖ-ଶାନ୍ତି ସବୁ କିଛି ଥିଲା । ଏହା ୫ ହଜାର ବର୍ଷର କଥା ଅଟେ । ତିଥି-ତାରିଖ ସହିତ ବାବା ସମସ୍ତ
ହିସାବ-କିତାବ ତୁମକୁ ବୁଝାଉଛନ୍ତି । ତାଙ୍କଠାରୁ ଉଚ୍ଚ ତ କେହି ନାହାଁନ୍ତି । ସୃଷ୍ଟି ବା ବୃକ୍ଷ
ଯାହାକୁ କଳ୍ପ ବୃକ୍ଷ ବୋଲି କହୁଛନ୍ତି, ତାର ଆଦି-ମଧ୍ୟ-ଅନ୍ତର ରହସ୍ୟ ମଧ୍ୟ ବାବା ହିଁ
ବୁଝାଉଛନ୍ତି । ଭାରତର ଯେଉଁ ଦେବୀ-ଦେବତା ଧର୍ମ ଥିଲା, ତାହା ଏବେ ପ୍ରାୟ ଲୋପ ହୋଇଗଲାଣି । କେବଳ
ଏହାର ଚିତ୍ର ରହିଛି । ଭାରତବାସୀ ଜାଣିଛନ୍ତି ଯେ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା
। ଯଦିଓ ଶାସ୍ତ୍ରରେ ଏହି ଭୁଲ୍ କରିଦେଇଛନ୍ତି ଯେ କୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି । ଶିବବାବା
ହିଁ ଆସି ରାସ୍ତା ଭୁଲିଯାଇଥିବା ଆତ୍ମାମାନଙ୍କୁ ରାସ୍ତା ବତାଉଛନ୍ତି । ତାଙ୍କୁ
ମୁକ୍ତି-ଜୀବନମୁକ୍ତିର ପଥ ପ୍ରଦର୍ଶକ ବୋଲି କୁହାଯାଉଛି । ସମସ୍ତଙ୍କର ମୁକ୍ତି-ଜୀବନମୁକ୍ତି ଦାତା
ଜଣେ ହିଁ ଅଟନ୍ତି । ଭାରତ ଯେବେ ଜୀବନମୁକ୍ତ ଥିଲା ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ ଥିଲେ,
ସେଥିପାଇଁ ତାଙ୍କୁ ମୁକ୍ତି-ଜୀବନମୁକ୍ତି ଦାତା କୁହାଯାଉଛି । ସିଏ ଜଣେ ମାତ୍ର ରଚୟିତା ଅଟନ୍ତି ।
ସୃଷ୍ଟି ମଧ୍ୟ ଏକ ଅଟେ, ବିଶ୍ୱର ଇତିହାସ-ଭୂଗୋଳ ମଧ୍ୟ ଏକ, ଯାହାକି ପୁନରାବୃତ୍ତି ହୋଇ ଚାଲିଛି ।
ସତ୍ୟଯୁଗ ତ୍ରେତା, ଦ୍ୱାପର, କଳିଯୁଗ.... ପୁଣି ହୋଇଥାଏ ସଂଗମଯୁଗ । କଳିଯୁଗ ହେଉଛି ପତିତ,
ସତ୍ୟଯୁଗ ହେଉଛି ପବିତ୍ର । ସତ୍ୟଯୁଗର ସ୍ଥାପନା ପୂର୍ବରୁ ନିଶ୍ଚିତ କଳିଯୁଗର ବିନାଶ ହେବ ।
ବିନାଶ ପୂର୍ବରୁ ସ୍ଥାପନା ନିଶ୍ଚିତ ହେବ । ସତ୍ୟଯୁଗରେ ତ ସ୍ଥାପନା ହେବ ନାହିଁ । ଭଗବାନ
ସେତେବେଳେ ଆସିବେ ଯେବେ ପତିତ ଦୁନିଆକୁ ପବିତ୍ର କରିବାର ଥାଏ । ଏବେ ବାବା ସହଜ ଯୁକ୍ତି
ବତାଉଛନ୍ତି ଯେ ଦେହ ସହିତ ଦେହର ସବୁ ସମ୍ବନ୍ଧ ତୁଟାଇ ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଅ
। ଭକ୍ତମାନଙ୍କୁ ଫଳ ଦେଲାବାଲା ଶିବବାବା ଅଟନ୍ତି । ପବିତ୍ର ହେବା ପାଇଁ ଭକ୍ତମାନଙ୍କୁ ଜ୍ଞାନ
ଦେଉଛନ୍ତି । ତେବେ ପାବନ ହେବାର ଆଧାର ଯୋଗ ହିଁ ଅଟେ । ଜ୍ଞାନର ସାଗର ଆସି ମୁଖ ଦ୍ୱାରା ଜ୍ଞାନ
ଶୁଣାଉଛନ୍ତି । ପତିତମାନଙ୍କୁ ପବିତ୍ର କରାଉଛନ୍ତି । ବର୍ତ୍ତମାନ ସମୟରେ ସବୁ ଆତ୍ମାମାନେ ପତିତ
ହୋଇଯାଇଛନ୍ତି ସେଥିପାଇଁ ହିଁ ବାବାଙ୍କୁ ଡାକୁଛନ୍ତି କାହିଁକି ନା ବାବାଙ୍କ ବିନା ତ ଆଉ କେହି
ପବିତ୍ର କରାଇପାରିବେ ନାହିଁ । ଯଦି ଗଙ୍ଗା ପତିତ-ପାବନୀ ଅଟେ, ତେବେ ପୁଣି ପତିତ-ପାବନ ସୀତାରାମ
କହି କାହିଁକି ଡାକୁଛନ୍ତି । ବୁଦ୍ଧି କହୁଛି ଯେ ପରମପିତା ପରମାତ୍ମା ପୁଣି ନୂଆ ଦୁନିଆର ସ୍ଥାପନା
ଏବଂ ପୁରୁଣା ଦୁନିଆର ବିନାଶ ପାଇଁ ନିଶ୍ଚିତ ଆସିବେ । କଳ୍ପ ବୃକ୍ଷର ଆୟୁଷ ମଧ୍ୟ ରହିଥାଏ, ଯେଉଁ
ଜିନିଷ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଏ, ତାକୁ ହିଁ ତମୋପ୍ରଧାନ କୁହାଯାଏ । ଏହାକୁ ନୂଆ ଦୁନିଆ
କୁହାଯିବ ନାହିଁ, ଏହା ହେଉଛି ପୁରୁଣା କଳିଯୁଗୀ ଦୁନିଆ । ଅନ୍ୟମାନଙ୍କୁ ବୁଝାଇବା ପାଇଁ ଏହି ସବୁ
କଥା ବୁଦ୍ଧିରେ ରଖାଯାଇଥାଏ । ଘରେ-ଘରେ ତୁମକୁ ସନ୍ଦେଶ ଦେବାକୁ ହେବ, ସେମାନଙ୍କୁ ଏପରି କହିବ
ନାହିଁ ଯେ ପରମାତ୍ମା ଆସିଛନ୍ତି । ଯୁକ୍ତିର ସହିତ ବୁଝାଇବାକୁ ହେବ, କୁହ ତୁମର ଦୁଇ ଜଣ ପିତା
ଅଛନ୍ତି, ଲୌକିକ ଏବଂ ପାରଲୌକିକ । ଦୁଃଖ ସମୟରେ ପାରଲୌକିକ ପିତାଙ୍କୁ ହିଁ ମନେ ପକାଯାଇଥାଏ ।
ସୁଖଧାମରେ କେହି ପରମାତ୍ମାଙ୍କୁ ମନେ ପକାଇନଥା’ନ୍ତି । ସତ୍ୟଯୁଗ, ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟରେ
ସୁଖ ଶାନ୍ତି ପବିତ୍ରତା ସବୁ କିଛି ଥିଲା । ଆମମାନଙ୍କୁ ବାବାଙ୍କର ସମ୍ପତ୍ତି ମିଳିଗଲା, ପୁଣି
କାହିଁକି ଡାକିବୁ? ସେଠାରେ ସୁଖ ହିଁ ସୁଖ ରହିଛି । ବାବା ଦୁଃଖ ଦେବା ପାଇଁ ଦୁନିଆ ରଚନା କରି
ନାହାଁନ୍ତି । ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ, ଯେଉଁମାନଙ୍କର ଯାହାର ଅଭିନୟ ପଛକୁ ରହିଛି,
ସେମାନେ ୨-୪ ଜନ୍ମ ନେଉଛନ୍ତି, ଆଉ ବାକି ସମୟ ଶାନ୍ତିଧାମରେ ରହିବେ । କିନ୍ତୁ ଏହି ଖେଳରୁ କେହି
ବାହାରିଯିବେ, ଏକଥା ହୋଇପାରିବ ନାହିଁ । ଗୋଟିଏ ଦୁଇଟି ଜନ୍ମ ନେଲେ, ବାକି ସମୟ ଯେପରି ମୋକ୍ଷ
ମିଳିଛି, ଆତ୍ମା ଅଭିନେତା ଅଟେ ନା । କାହାର ବହୁତ ଶ୍ରେଷ୍ଠ ଅଭିନୟ ରହିଛି, ପୁଣି କାହାର କମ୍ ।
ଗାୟନ ମଧ୍ୟ ରହିଛି, ଈଶ୍ୱରଙ୍କର ଅନ୍ତ କେହି ପାଇପାରିବେ ନାହିଁ । ଈଶ୍ୱର ହିଁ ଆସି ରଚୟିତା ଓ
ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ବାବା ବୁଝାଉଛନ୍ତି ଯେ ମୁଁ ସାଧାରଣ ବୃଦ୍ଧ
ଶରୀରରେ ପ୍ରବେଶ କରୁଛି । ମୁଁ ଯାହାଙ୍କର ଶରୀରରେ ପ୍ରବେଶ କରୁଛି, ସେ ନିଜର ଜନ୍ମଗୁଡିକୁ
ଜାଣିନାହାଁନ୍ତି, ମୁଁ ତାଙ୍କର ୮୪ ଜନ୍ମର କାହାଣୀ ଶୁଣାଉଛି, କୌଣସି ବି ପାର୍ଟ ପରିବର୍ତ୍ତନ
ହୋଇପାରିବ ନାହିଁ । ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ । ଏହି କଥା କାହାରି ବୁଦ୍ଧିରେ ଠିକ୍ ଭାବରେ
ଆସୁନାହିଁ । ଯେବେ ପବିତ୍ର ହୋଇ ଏହି କଥାକୁ ବୁଝିବେ ତେବେ ବୁଦ୍ଧିରେ ଧାରଣ ହେବ । ଏହି କଥାକୁ
ଭଲ ଭାବରେ ବୁଝିବା ପାଇଁ ୭ ଦିନ ଯୋଗର ଭଟ୍ଟୀରେ ରହିବାକୁ ହେବ । ଭାଗବତ ଆଦି ମଧ୍ୟ ୭ ଦିନ
ପର୍ଯ୍ୟନ୍ତ ଜାରି ରଖିଥା’ନ୍ତି । କେହି କେହି ୭ ଦିନରେ ଭଲ ଭାବରେ ବୁଝିଯାଇଥାନ୍ତି, କେହି ପୁଣି
କହିଥାନ୍ତି ଯେ ଆମ ବୁଦ୍ଧିରେ କିଛି ହେଲେ ରହୁ ନାହିଁ । ଯଦି ଉଚ୍ଚ ପଦ ପାଇବାର ନଥିବ ତେବେ
ବୁଦ୍ଧିରେ କିପରି ରହିବ । ତଥାପି କଲ୍ୟାଣ ତ ହୋଇଗଲା ନା । ପ୍ରଜା ତ ଏହିଭଳି ହିଁ ତିଆରି ହୋଇଥାଏ,
ବାକି ରାଜ୍ୟ ଭାଗ୍ୟ ନେବା ପାଇଁ ପରିଶ୍ରମ କରିବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ହିଁ
ବିକର୍ମ ବିନାଶ ହେବ । ଏବେ ତୁମେ କର ବା ନ କର । କିନ୍ତୁ ଏହା ବାବାଙ୍କର ନିର୍ଦ୍ଦେଶ । ନିଜର
ପ୍ରିୟ ବସ୍ତୁକୁ ମନେପକାଇଥା’ନ୍ତି ନା । ଭକ୍ତିମାର୍ଗରେ ମଧ୍ୟ କହିଥାନ୍ତି ଯେ ହେ ପତିତ-ପାବନ ଆସ
। ବର୍ତ୍ତମାନ ସିଏ ଆମକୁ ମିଳିଛନ୍ତି, କହୁଛନ୍ତି ମୋତେ ମନେ ପକାଇଲେ ସବୁ କଳଙ୍କି ଛାଡିଯିବ ।
ରାଜତ୍ୱ କ’ଣ ବିନା ପୁରୁଷାର୍ଥରେ ମିଳିଯିବ! ବାବାଙ୍କ ସ୍ମୃତିରେ ରହିବାରେ ହିଁ ଟିକିଏ ପରିଶ୍ରମ
ତ କରିବାକୁ ହେବ । ଯେଉଁମାନେ ବାବାଙ୍କୁ ବହୁତ ମନେ ପକାଇଥା’ନ୍ତି, ସେମାନେ ହିଁ କର୍ମାତୀତ
ଅବସ୍ଥାକୁ ପ୍ରାପ୍ତ କରିଥାନ୍ତି । ସମ୍ପୂର୍ଣ୍ଣ ସ୍ମୃତି ସ୍ୱରୂପ ନ ହେଲେ ବିକର୍ମ ବିନାଶ ହେବ
ନାହିଁ । ଯୋଗବଳ ଦ୍ୱାରା ହିଁ ଆମକୁ ବିକର୍ମାଜିତ୍ ହେବାକୁ ପଡିବ । ଲକ୍ଷ୍ମୀ-ନାରାୟଣ ଏତେ
ପବିତ୍ର କିପରି ହୋଇଛନ୍ତି? ଯେତେବେଳେ କି କଳିଯୁଗ ଅନ୍ତ ସମୟରେ କେହି ଜଣେ ହେଲେ ପବିତ୍ର
ନାହାଁନ୍ତି । ବର୍ତ୍ତମାନ ସମୟରେ ଗୀତା ଜ୍ଞାନ ଅଧ୍ୟାୟର ପୁନରାବୃତ୍ତି ହେଉଛି । ଶିବ ଭଗବାନୁବାଚ,
ଭୁଲ୍ ତ ସମସ୍ତଙ୍କ ଦ୍ୱାରା ହୋଇଥାଏ । ମୁଁ ଆସି ସମସ୍ତଙ୍କୁ ଅଭୁଲ କରାଉଛି । ଭାରତରେ ଯେଉଁ
ଶାସ୍ତ୍ର ସବୁ ରହିଛି, ସେସବୁ ଭକ୍ତିମାର୍ଗର । ବାବା କହୁଛନ୍ତି - ମୁଁ ଯାହା କିଛି କହିଥିଲି ସେ
କଥା କାହାକୁ ଜଣା ନାହିଁ । ଯେଉଁମାନେ ମୋ ଦ୍ୱାରା ଶୁଣିଥିଲେ, ସେମାନଙ୍କୁ ୨୧ ଜନ୍ମର ପ୍ରାରବ୍ଧ
ମିଳିଗଲା, ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ । ତୁମେ ହିଁ ଚକ୍ର ଲଗାଇ ପୁଣି ଆସି ଏହି
ଜ୍ଞାନ ଶୁଣୁଛ ।
ତୁମେମାନେ ଜାଣିଛ ଯେ ଆମେ
ମନୁଷ୍ୟରୁ ଦେବତା କରାଇବାର ଚାରା ଲଗାଉଛୁ । ଏହା ହେଉଛି ଦୈବୀ ବୃକ୍ଷର ଚାରା । ଦୁନିଆରେ ତ
ବୃକ୍ଷଗୁଡିକର କଲମି ଲଗାଇ ଚାଲିଛନ୍ତି । ବାବା ଆସି ଏଗୁଡିକର ପ୍ରଭେଦ ବତାଉଛନ୍ତି, ତୁମେ ମଧ୍ୟ
ଦେଖାଉଛ ସେମାନଙ୍କର ଯୋଜନା କ’ଣ ଏବଂ ତୁମର କ’ଣ ଯୋଜନା ରହିଛି । ସେମାନେ ପରିବାର ନିୟନ୍ତ୍ରଣ
କରୁଛନ୍ତି ଯେପରିକି ଦୁନିଆରେ ଜନସଂଖ୍ୟା ଆଉ ବଢିବ ନାହିଁ । ବାବା ବହୁତ ଭଲ କଥା ବୁଝାଉଛନ୍ତି ଯେ
ଅନେକ ଧର୍ମର ବିନାଶ ହୋଇଯିବ ଏବଂ ଦେବୀ-ଦେବତା ଧର୍ମର ପରିବାର ସ୍ଥାପନ ହୋଇଯିବ । ସତ୍ୟଯୁଗରେ
କେବଳ ଏକ ଆଦି ସନାତନ ଦେବୀ ଦେବତା ଧର୍ମର ପରିବାର ହିଁ ଥିଲା । ଆଉ ଅନେକ ଧର୍ମର ପରିବାର ନ ଥିଲା
। ବର୍ତ୍ତମାନ ସମୟରେ ଦେଖ ଭାରତରେ କେତେ ପ୍ରକାରର ପରିବାର ରହିଛନ୍ତି । ଗୁଜୁରାଟୀ ପରିବାର, ଶିଖ୍
ପରିବାର.... ବାସ୍ତବରେ ଭାରତରେ ଗୋଟିଏ ହିଁ ପରିବାର ରହିବା ଆବଶ୍ୟକ । ବହୁତ ପରିବାର ହେଲେ
ନିଶ୍ଚିତ ମତଭେଦ ହେବ । ପୁଣି ଗୃହଯୁଦ୍ଧ ମଧ୍ୟ ହୋଇଥାଏ । ପରିବାର ମଧ୍ୟରେ ବି ଗୃହଯୁଦ୍ଧ ହୋଇଯାଏ
। ଯେପରି ଖ୍ରୀଷ୍ଟିୟାନଙ୍କର ନିଜ ନିଜର ପରିବାର ଅଛନ୍ତି, ତେବେ ସେମାନଙ୍କ ଭିତରେ ମଧ୍ୟ ଦୁଇଭାଇ
ପରସ୍ପର ସହିତ ମିଳିମିଶି ରହିପାରୁ ନାହାଁନ୍ତି । ସେମାନଙ୍କ ଭିତରେ ଭାଗ-ଭାଗ ଯାଉଛି । ପାଣିକୁ
ମଧ୍ୟ ବଣ୍ଟାଯାଇଥାଏ । ଶିଖ୍ ଧର୍ମ ବାଲା ଭାବୁଛନ୍ତି ଯେ ଆମେ ନିଜ ଧର୍ମର ପରିବାରକୁ ଅଧିକ ସୁଖ
ଦେବୁ । ପରିବାର ପ୍ରତି ମୋହ ରହିଥାଏ ନା । ସେଥିପାଇଁ କେତେ କଷ୍ଟ କରୁଛନ୍ତି । ଯେତେବେଳେ ଅନ୍ତ
ସମୟ ଆସିଯାଉଛି, ସେତେବେଳେ ପରସ୍ପର ମଧ୍ୟରେ ଲଢେଇ କରିବାରେ ଲାଗି ପଡୁଛନ୍ତି । ବିନାଶ ତ
ନିଶ୍ଚିତ ହେବ । ଅନେକ ବୋମା ତିଆରି କରୁଛନ୍ତି । ଯେବେ ବଡ ଯୁଦ୍ଧ ଲାଗିଥିଲା ଦୁଇଟି ବୋମା
ପକାଇଥିଲେ । ଏବେ ତ ଢେର ବୋମା ତିଆରି କରି ରଖିଛନ୍ତି । ଏହା ବୁଦ୍ଧିର କଥା ଅଟେ ନା । ତୁମକୁ
ବୁଝାଇବାକୁ ହେବ ଯେ ଏହା ସେହି ମହାଭାରତ ଲଢେଇ ଅଟେ । ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ କହୁଛନ୍ତି
ଯଦି ଲଢେଇ ବନ୍ଦ ନ କରାଯିବ, ତେବେ ସାରା ଦୁନିଆରେ ନିଆଁ ଲାଗିଯିବ । ତୁମେ ଜାଣିଛ ଏହି ଦୁନିଆକୁ
ନିଶ୍ଚୟ ନିଆଁ ଲାଗିବ ।
ବାବା ଆଦି ସନାତନ ଦେବୀ
ଦେବତା ଧର୍ମର ସ୍ଥାପନା କରୁଛନ୍ତି । ରାଜଯୋଗ ହେଉଛି ସତ୍ୟଯୁଗ ପାଇଁ । ଯେଉଁ ଦେବତା ଧର୍ମ ପ୍ରାୟଃ
ଲୋପ ହୋଇଯାଇଛି ତାକୁ ପୁନର୍ବାର ସ୍ଥାପନ କରୁଛନ୍ତି । ଏବେ କଳିଯୁଗ ଅଛି, ଏହା ପରେ ପୁଣି
ସତ୍ୟଯୁଗ ହେବା ଦରକାର । ବର୍ତ୍ତମାନ କଳିଯୁଗର ବିନାଶ ପାଇଁ ଏହି ମହାଭାରତ ଲଢେଇ ରହିଛି । ଏହି
ସବୁ କଥାକୁ ଭଲ ଭାବରେ ଧାରଣ କରି ବୁଝାଇବାକୁ ହେବ କାହିଁକି ନା ମନୁଷ୍ୟମାନେ ଅସୁର ସମ୍ପ୍ରଦାୟର
ଅଟନ୍ତି, ସେଥିପାଇଁ ଖବରଦାର ରହିବାକୁ ହେବ । କଳ୍ପ ପୂର୍ବ ଭଳି ଯେଉଁ ବିଘ୍ନ ପଡିବାର ଥିବ ତାହା
ନିଶ୍ଚିତ ପଡିବ । ଏହା ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ । ଏଥିରେ ଆମେ ସମସ୍ତେ ବନ୍ଧା । ବାବାଙ୍କ
ଦ୍ୱାରା ଶିକ୍ଷା ଦିଆଯାଇଥିବା ଯାତ୍ରା କେବେ ଭୁଲିଯିବା ଉଚିତ୍ ନୁହେଁ । ଗୀତ ରହିଛି ନା - ରାତ
କେ ରାହୀ ଥକ ମତ ଜାନା ..... ଏହାର ଅର୍ଥ କେହି ବୁଝିପାରୁ ନାହାଁନ୍ତି । ଏବେ ରାତ୍ରି ପୂରା ହୋଇ
ଦିନ ଆସିବ । ଅଧାକଳ୍ପ ପୂରା ହୋଇଗଲା । ଏବେ ସୁଖ ଆରମ୍ଭ ହେବ । ବାବା ମନମନାଭବର ଅର୍ଥ ମଧ୍ୟ
ବୁଝାଇଛନ୍ତି, କେବଳ ଗୀତାରେ କୃଷ୍ଣଙ୍କ ନାମ ଲେଖି ଦେଇଥିବାରୁ ସେହି ଶକ୍ତି ଆଉ ନାହିଁ ।
କୃଷ୍ଣଙ୍କୁ କେବେ ସର୍ବଶକ୍ତିମାନ୍ କୁହାଯାଇ ପାରିବ ନାହିଁ । ସିଏ ତ ପୂରା ୮୪ ଜନ୍ମ ନେଉଛନ୍ତି
ସେଥିପାଇଁ ଗୀତାରେ ସେହି ଶକ୍ତି ନାହିଁ । ବର୍ତ୍ତମାନ ଆମେ ସମସ୍ତ ମନୁଷ୍ୟମାନଙ୍କର କଲ୍ୟାଣ କରୁଛୁ
। ଯେଉଁମାନେ କଲ୍ୟାଣକାରୀ ହେବେ ସେମାନଙ୍କୁ ସମ୍ପତ୍ତି ମିଳିବ । ଯୋଗର ଯାତ୍ରା ବିନା କଲ୍ୟାଣ
ହୋଇପାରିବ ନାହିଁ । ଏହି ସମୟରେ ସମସ୍ତେ ବିପରୀତ ବୁଦ୍ଧି ଅଟନ୍ତି । କହିଦେଉଛନ୍ତି ଯେ ପରମାତ୍ମା
ସର୍ବବ୍ୟାପୀ ଅଟନ୍ତି । ତୁମକୁ ବୁଝାଇବାକୁ ହେବ ଯେ ସିଏ ହେଉଛନ୍ତି ବେହଦର ପିତା । ବେହଦର
ପିତାଙ୍କଠାରୁ ହିଁ ଭାରତବାସୀମାନଙ୍କୁ ବେହଦର ବର୍ସା ମିଳିଥିଲା । ଭାରତବାସୀମାନେ ହିଁ ୮୪ ଜନ୍ମ
ନେଇଛନ୍ତି । ଏବେ ତୁମେ ବାସ୍ତବରେ ଦେଖୁଛ । ତୁମେ ହିଁ ଜ୍ଞାନ ଶୁଣୁଛ । ଦିନକୁ ଦିନ ତୁମ ପାଖକୁ
ବହୁତ ନୂଆ ନୂଆ ଆତ୍ମାମାନେ ଆସିବେ । ବର୍ତ୍ତମାନ ଯଦି ବଡ-ବଡ ଲୋକମାନେ ଆସିଯିବେ, ତେବେ ସମାପ୍ତ
ହେବାରେ ବିଳମ୍ବ ହେବ ନାହିଁ । ତୁରନ୍ତ ଏହାର ପ୍ରଚାର ହୋଇଯିବ । ଗଣ୍ଡଗୋଳ ମଧ୍ୟ ହୋଇଯିବ
ସେଥିପାଇଁ ଯୁକ୍ତିର ସହିତ ଧିରେ-ଧିରେ ଚାଲୁଛି । ଏହା ହେଲା ଗୁପ୍ତ ଜ୍ଞାନ, କେହି ହେଲେ ବି
ଜାଣିପାରୁ ନାହାଁନ୍ତି ଯେ ଏମାନେ କ’ଣ କରୁଛନ୍ତି । ଭକ୍ତିରେ ଦୁଃଖ, ଜ୍ଞାନରେ ସୁଖ ରହିଛି ।
ରାବଣ ସାଥିରେ ତୁମର ଯୁଦ୍ଧ କିପରି ହେଉଛି, ଏହି କଥା ତ ତୁମେ ହିଁ ଜାଣିଛ ଆଉ କେହି ଜାଣିପାରିବେ
ନାହିଁ । ଭଗବାନୁବାଚ, ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ହେଲେ ମୋତେ ମନେ ପକାଅ, ତେବେ ତୁମର
ପାପ ବିନାଶ ହୋଇଯିବ । ତୁମେ ପବିତ୍ର ହୁଅ ତେବେ ବାବା ତୁମକୁ ସାଥିରେ ନେଇଯିବେ । ମୁକ୍ତି ତ
ସମସ୍ତଙ୍କୁ ମିଳିବ । ସମସ୍ତେ ଏହି ରାବଣ ରାଜ୍ୟରୁ ମୁକ୍ତ ହୋଇଯିବେ । ତୁମେ କହୁଛ ଯେ ଶିବଶକ୍ତି
ବ୍ରହ୍ମାକୁମାର-କୁମାରୀମାନେ ହିଁ ଶ୍ରେଷ୍ଠାଚାରୀ ଦୁନିଆ ସ୍ଥାପନ କରିବେ । ପରମପିତା
ପରମାତ୍ମାଙ୍କର ଶ୍ରୀମତ ଆଧାରରେ କଳ୍ପ ପୂର୍ବ ଭଳି ନୂଆ ଦୁନିଆ ସ୍ଥାପନ କରିବେ । ୫ ହଜାର ବର୍ଷ
ପୂର୍ବରୁ ଶ୍ରେଷ୍ଠାଚାରୀ ଦୁନିଆ ଥିଲା, ଏକଥା ବୁଦ୍ଧିରେ ରହିବା ଆବଶ୍ୟକ । ମୁଖ୍ୟ ପଏଣ୍ଟ ସବୁ
ଯେବେ ବୁଦ୍ଧିରେ ଧାରଣ ହେବ ତେବେ ସ୍ମୃତିର ଯାତ୍ରାରେ ରହିବ । କେହି କେହି ଭାବୁଛନ୍ତି ଏବେ ସମୟ
ଅଛି, ପଛରେ ପୁରୁଷାର୍ଥ କରିନେବୁ । କିନ୍ତୁ ମୃତ୍ୟୁର କୌଣସି ନିୟମ ନାହିଁ । ଯଦି କାଲି ମରିଯିବ
ତେବେ! ସେଥିପାଇଁ ଏପରି ଭାବ ନାହିଁ ଯେ ଅନ୍ତିମ ସମୟରେ ଆଗେଇଯିବୁ । ଏହି ଚିନ୍ତନ ଆହୁରି ତଳକୁ
ଖସାଇ ଦେବ । ଯେତେ ସମ୍ଭବ ପୁରୁଷାର୍ଥ କରିଚାଲ । ଶ୍ରୀମତ ଆଧାରରେ ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ
କରିବାକୁ ହେବ, ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ କେତେ ବାବାଙ୍କୁ ମନେ ପକାଉଛି ଏବଂ କେତେ
ବାବାଙ୍କର ସେବା କରୁଛି । ତୁମେ ଆତ୍ମିକ ଈଶ୍ୱରୀୟ ସେବାଧାରୀ ଅଟ ନା । ତୁମେ ଆତ୍ମାମାନଙ୍କୁ
ଉଦ୍ଧାର କରୁଛ । ଆତ୍ମା ପତିତରୁ ପାବନ କିପରି ହେବ, ତାର ଉପାୟ ବାବା ବତାଉଛନ୍ତି ।
ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ଦ୍ୱାରା ବିକର୍ମ ବିନାଶ ହେବ ନାହିଁ । ଶ୍ରୀକୃଷ୍ଣ ତ ରାଜକୁମାର
ଥିଲେ, ସିଏ ପ୍ରାରବ୍ଧ ଭୋଗ କରିଥିଲେ, ତାଙ୍କର ମହିମାର ମଧ୍ୟ ଆବଶ୍ୟକତା ନାହିଁ । ଦେବତାମାନଙ୍କର
ମହିମା କ’ଣ କରିବ! ହଁ ଜନ୍ମଦିନ ତ ସମସ୍ତେ ପାଳନ କରୁଛନ୍ତି । ଏହା ସାଧାରଣ କଥା ଅଟେ । ବାକି
ସେମାନେ କ’ଣ କଲେ, ସିଢିରେ ତ ତଳକୁ ହିଁ ଖସିଆସୁଛନ୍ତି । ଭଲ ବା ଖରାପ ମନୁଷ୍ୟ ତ ହୋଇଥାନ୍ତି ।
ପ୍ରତ୍ୟେକଙ୍କର ନିଜ-ନିଜର ଅଭିନୟ ରହିଛି । ଏହା ହେଉଛି ବିଶାଳ ନାଟକର କଥା । ମୁଖ୍ୟ ଶାଖା
ପ୍ରଶାଖାଗୁଡିକ ଗଣନା କରାଯାଇଥାଏ । ବାକି ପତ୍ର ତ ଅନେକ ରହିଛି । ସେଗୁଡିକୁ କେତେ ପର୍ଯ୍ୟନ୍ତ
ତୁମେ ଗଣନା କରିପାରିବ । ବାବା ବୁଝାଇଛନ୍ତି, ପିଲାମାନେ ପରିଶ୍ରମ କର, ସମସ୍ତଙ୍କୁ ବାବାଙ୍କର
ପରିଚୟ ଦିଅ, ତେବେ ବାବାଙ୍କ ସହିତ ବୁଦ୍ଧିର ଯୋଗ ଲାଗିଯିବ । ବାବା କହୁଛନ୍ତି - ସମସ୍ତଙ୍କୁ କୁହ
ପବିତ୍ର ହୁଅ, ତେବେ ମୁକ୍ତିଧାମକୁ ଚାଲିଯିବ । ଦୁନିଆରେ ଏକଥା କେହି ହେଲେ ଜାଣିନାହାଁନ୍ତି ଯେ
ମହାଭାରତ ଲଢେଇ ଦ୍ୱାରା କ’ଣ ହେବ । ଏହି ଯଜ୍ଞ ରଚନା କରାଯାଇଛି କାହିଁକି ନା ନୂଆ ଦୁନିଆ ଦରକାର
। ଆମର ଯଜ୍ଞ ସମ୍ପୂର୍ଣ୍ଣ ହୋଇଗଲେ, ସମସ୍ତେ ଏହି ଯଜ୍ଞରେ ସ୍ୱାହା ହୋଇଯିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଚ୍ଚା
ସଚ୍ଚା ଈଶ୍ୱରୀୟ ସେବାଧାରୀ ହୋଇ ସମସ୍ତ ଆତ୍ମାମାନଙ୍କୁ ଉଦ୍ଧାର କରିବାର ସେବା କରିବାକୁ ହେବ ।
ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ ।
(୨) ପ୍ରିୟରୁ ପ୍ରିୟ
ବାବାଙ୍କୁ ସ୍ନେହର ସହିତ ମନେ ପକାଇବାକୁ ହେବ । ପୂର୍ବ-ପ୍ରସ୍ତୁତ ଡ୍ରାମା ଉପରେ ଅଟଳ ରହିବାକୁ
ହେବ । ବିଘ୍ନରେ ବିଚଳିତ ହେବାର ନାହିଁ ।
ବରଦାନ:-
ମନମନାଭବର ବିଧି
ଦ୍ୱାରା ମନରସ ସ୍ଥିତିର ଅନୁଭବ କରୁଥିବା ଏବଂ କରାଉଥିବା ସର୍ବ ବନ୍ଧନ ମୁକ୍ତ ଭବ ।
ଯେଉଁ ପିଲାମାନେ ଲୁହାର
ଜଞ୍ଜିର ଭଳି ଶକ୍ତିଶାଳୀ ଏବଂ ସୂତାଖିଅ ଭଳି ସୂକ୍ଷ୍ମ ବନ୍ଧନଗୁଡିକୁ ତୁଟାଇ ବନ୍ଧନମୁକ୍ତ
ସ୍ଥିତିରେ ରହିଥାଆନ୍ତି, ସେମାନେ କଳିଯୁଗୀ ସ୍ଥୁଳ ବସ୍ତୁଗୁଡିକର ସ୍ୱାଦ ଠାରୁ ବା ମନର
ଆକର୍ଷଣଠାରୁ ମୁକ୍ତ ହୋଇଯାଆନ୍ତି । ସେମାନଙ୍କୁ ଦେହର ଅଭିମାନ ବା ଦେହର ପୁରୁଣା ଦୁନିଆର କୌଣସି
ବି ବସ୍ତୁ ଟିକିଏ ବି ଆକର୍ଷିତ କରି ନ ଥାଏ । ଯେତେବେଳେ କୌଣସି ବି ଇନ୍ଦ୍ରିୟର ରସ ଅର୍ଥାତ୍
ବିନାଶୀ ସୁଖ ପ୍ରତି ଆକର୍ଷଣ ନ ରହିବ ସେତେବେଳେ ଯାଇ ଅଲୌକିକ ଅତୀନ୍ଦ୍ରିୟ ସୁଖ ବା ମନରସ
ସ୍ଥିତିର ଅନୁଭବ ହେବ । ସେଥିପାଇଁ ନିରନ୍ତର ମନମନାଭବ ସ୍ଥିତିରେ ରହିବା ଆବଶ୍ୟକ ।
ସ୍ଲୋଗାନ:-
ପ୍ରକୃତ ସେବା
ତାକୁ କୁହାଯିବ, ଯେଉଁଥିରେ ସମସ୍ତଙ୍କର ଆଶୀର୍ବାଦ ସହିତ ଖୁସିର ଅନୁଭୂତି ହେଉଥିବ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ଦୁନିଆରେ ମଧ୍ୟ ଦାନକୁ
ପୂଣ୍ୟ ମନେ କରିଥାଆନ୍ତି, ଆପଣ ଦାତାଙ୍କର ସନ୍ତାନମାନେ ସର୍ବଦା ଦାନ କରୁଥିବା ପୁଣ୍ୟ ଆତ୍ମା ଅଟ,
ତେଣୁ ତୁମେମାନେ କୌଣସି ବି ଆତ୍ମା ଦ୍ୱାରା ଅଳ୍ପକାଳର ପ୍ରାପ୍ତି ନେବାର କାମନା କରିପାରିବ ନାହିଁ
। ଏହି ଆତ୍ମା ମୋତେ କିଛି ଦେଲେ ଯାଇ ମୁଁ ଦେବି, ବା ଇଏ ଯଦି କିଛି କରିବ ତେବେ ମୁଁ ବି କରିବି,
ଏହିଭଳି ବିନାଶୀ କାମନା ରଖ ନାହିଁ । ତେଣୁ ଦାତାଙ୍କର ସନ୍ତାନ ହୋଇ ସମସ୍ତଙ୍କୁ ସ୍ନେହ, ସହଯୋଗ
ଏବଂ ଶକ୍ତି ଦେଉଥିବା ପୂଣ୍ୟ ଆତ୍ମା ହୁଅ ।