09.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା
ସେହି ପାଠପଢା ଯାହାକି ତୁମମାନଙ୍କୁ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ କରିଦେଉଛି, ସେଥିପାଇଁ
ପାଠପଢା ପ୍ରତି ବହୁତ-ବହୁତ ଧ୍ୟାନ ଦେବାକୁ ହେବ ।”
ପ୍ରଶ୍ନ:-
ବାବାଙ୍କ ଦ୍ୱାରା
ପିଲାମାନଙ୍କୁ କେଉଁ ସମ୍ପତ୍ତି ମିଳୁଛି ଯାହାକି କୌଣସି ତୀର୍ଥଯାତ୍ରା ଅଥବା ଜଙ୍ଗଲକୁ ଯିବା
ଦ୍ୱାରା ମିଳିପାରିବ ନାହିଁ?
ଉତ୍ତର:-
ବାବାଙ୍କ ଦ୍ୱାରା ପିଲାମାନଙ୍କୁ ସୁଖ-ଶାନ୍ତି ଏବଂ ସମୃଦ୍ଧିର ସମ୍ପତ୍ତି ମିଳୁଛି, ଯାହାକି କେଉଁଠି
ବି ମିଳିପାରିବ ନାହିଁ । ମନୁଷ୍ୟମାନେ ଶାନ୍ତି ପାଇବା ପାଇଁ ଜଙ୍ଗଲକୁ ଯାଉଛନ୍ତି, କିନ୍ତୁ
ତୁମେମାନେ ଜାଣିଛ ଯେ ଶାନ୍ତି ତ ଆମ ଆତ୍ମାମାନଙ୍କର ସ୍ୱଧର୍ମ ଅଟେ ।
ଗୀତ:-
ତୁହ୍ମେ ପାକେ
ହମନେ ଜାହାଁ ପା ଲିୟା...
ଓମ୍ ଶାନ୍ତି ।
ବାବା ବସି
ପିଲାମାନଙ୍କୁ ବୁଝାଉଛନ୍ତି କାହିଁକି ନା ତୁମେମାନେ ବର୍ତ୍ତମାନ ସନାଥ ହୋଇଛ । ବାକି ଯେତେ ବି
ମନୁଷ୍ୟ ଅଛନ୍ତି, ସେମାନେ ସବୁ ଅନାଥ ଅଟନ୍ତି । ଏକମାତ୍ର ବାବାଙ୍କୁ ହିଁ ଧନୀ ବା ପିତା
କୁହାଯାଉଛି । ଘରେ ଯେତେବେଳେ ଲଢେଇ ଝଗଡା କରିଥାନ୍ତି ସେତେବେଳେ କୁହନ୍ତି - ତୁମମାନଙ୍କର କ’ଣ
କେହି ମୁରବୀ ନାହାଁନ୍ତି କି? ବର୍ତ୍ତମାନ ସାରା ଦୁନିଆର ମନୁଷ୍ୟମାନେ ଲଢେଇ ଝଗଡା କରୁଛନ୍ତି ।
ଜଣେ ଅନ୍ୟ ଜଣଙ୍କର ହତ୍ୟା ମଧ୍ୟ କରିଦେଉଛନ୍ତି । ତେଣୁ ବାବା ହିଁ ଆସି ବୁଝାଉଛନ୍ତି - ଏହି କାମ
ବିକାର ତ ମହାଶତ୍ରୁ ଅଟେ, ଯାହା ଦ୍ୱାରା ସମସ୍ତେ ଆଦି-ମଧ୍ୟ-ଅନ୍ତ ଦୁଃଖ ପାଉଛନ୍ତି । ତୁମେ
ସନ୍ତାନମାନେ ଜାଣିଛ - ଏବେ ଆମେ ବେହଦ ବାବାଙ୍କଠାରୁ ବେହଦ ସୁଖର ବର୍ସା ନେଉଛୁ । ଯଦିଓ
ମନୁଷ୍ୟମାନେ କହୁଛନ୍ତି ଯେ ଆମକୁ ଶାନ୍ତି ଦରକାର, କିନ୍ତୁ ଶାନ୍ତି କ’ଣ, କେଉଁଠାରୁ ମିଳିଥାଏ,
କ’ଣ ଜଙ୍ଗଲକୁ ଯିବା ଦ୍ୱାରା ଶାନ୍ତି ମିଳିବ? ସୁଖ-ଶାନ୍ତି କେବେ ଏବଂ କିଏ ଦେଉଛନ୍ତି, ତୀର୍ଥ
କରିବାକୁ କାହିଁକି ଯାଉଛନ୍ତି? ଏ କଥା ବି କେହି ଜାଣିନାହାଁନ୍ତି । କେବଳ ଶୁଣିଛନ୍ତି ଯେ ଭକ୍ତି
କରିବା ଦ୍ୱାରା ଭଗବାନ ମିଳିବେ । ଭଗବାନଙ୍କୁ ବି ଜାଣିନାହାଁନ୍ତି । ବାବା କହୁଛନ୍ତି ମୁଁ ଆସି
ତୁମମାନଙ୍କୁ ସୁଖ ଶାନ୍ତି ଦେଉଛି । ବର୍ତ୍ତମାନ ସୁଖ-ଶାନ୍ତି, ସମ୍ପତ୍ତି କାହା ପାଖରେ ନାହିଁ ।
ଏ ସବୁ ଯିଏ ଦିଅନ୍ତି ତାଙ୍କୁ ବି କେହି ଜାଣିନାହାଁନ୍ତି । ବାବା ଆସି ବୁଝାଉଛନ୍ତି ତୁମେମାନେ
ଦୁଃଖହର୍ତ୍ତା, ସୁଖକର୍ତ୍ତା ବୋଲି ଗାୟନ ମଧ୍ୟ କରୁଛ । ଗାନ୍ଧିଜୀ ମଧ୍ୟ ଡାକୁଥିଲେ ଯେ ହେ
ପତିତ-ପାବନ ଆସି ଆମ୍ଭମାନଙ୍କୁ ପାବନ କରାଅ । ଗାଉଛନ୍ତି ପତିତ-ପାବନ ସୀତାରାମ, କିନ୍ତୁ ଏହାର
ଅର୍ଥ ଜାଣିନାହାଁନ୍ତି । ଭକ୍ତି କାହିଁକି କରୁଛନ୍ତି, ତାହା ଦ୍ୱାରା କ’ଣ ମିଳିବ, କିଛି ହେଲେ ବି
ଜାଣିନାହାଁନ୍ତି । ଏହି ଭକ୍ତି ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଦ୍ୱାପରରୁ ରାବଣ
ରାଜ୍ୟ ଆରମ୍ଭ ହୋଇଥାଏ । ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି ଯେ ରାବଣ କେଉଁ ପ୍ରକାରର ଜିନିଷ ଅଟେ!
କେଉଁ ପର୍ଯ୍ୟନ୍ତ ରାବଣକୁ ଜଳାଉଥିବେ! ଯଦିଓ ତାର ଜନ୍ମ କେବେ ହୋଇଥିଲା ଜଣାନାହିଁ ତଥାପି ମଧ୍ୟ
ରାବଣର ପିତୁଳା ତିଆରି କରି ଜଳାଉଛନ୍ତି । ଆତ୍ମା କେବେ ଜଳି ନ ଥାଏ । ଏସବୁ କଥା ତୁମେ
ସନ୍ତାନମାନେ ହିଁ ଜାଣିଛ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ସେଠାରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଲକ୍ଷ୍ମୀ-ନାରାୟଣଙ୍କୁ ହିଁ ଭଗବତୀ-ଭଗବାନ କୁହାଯାଇଥାଏ ।
ପୁଣି ତ୍ରେତାରେ ରାମଙ୍କର ରାଜ୍ୟ ଥିଲା । ତାଙ୍କୁ ଏହି ରାଜ୍ୟ କିପରି ମିଳିଲା, ପୁଣି ସେହି
ରାଜ୍ୟ କୁଆଡେ ଗଲା, ଏକଥା କେହି ଜାଣି ନାହାଁନ୍ତି ଅର୍ଥାତ୍ ରଚନାର ଆଦି-ମଧ୍ୟ-ଅନ୍ତକୁ କେହି ଜାଣି
ନାହାଁନ୍ତି । ତୁମେମାନେ ଏହି ଜ୍ଞାନ ଦ୍ୱାରା ସ୍ୱର୍ଗର ମାଲିକ ହେଉଛ । ସ୍କୁଲରେ ପାଠ ପଢି କେହି
ଓକିଲ, ଜଜ୍ ଆଦି ହୋଇଥାନ୍ତି, କିନ୍ତୁ ଲକ୍ଷ୍ମୀ-ନାରାୟଣ ହୋଇପାରିବେ ନାହିଁ । ଏମାନେ କେଉଁ ପାଠ
ପଢିବା ଦ୍ୱାରା ଏହି ପଦ ପାଇଛନ୍ତି! ଏକଥା କାହାକୁ ଜଣା ନାହିଁ । ଭଗବାନୁବାଚ ମୁଁ ତୁମମାନଙ୍କୁ
ରାଜଯୋଗ ଶିଖାଉଛି । ଏଭଳି କେହି ନ ଥିବେ ଯିଏକି କହିପାରିବେ ଯେ ମୁଁ ତୁମମାନଙ୍କୁ ଏହିପରି ତିଆରି
କରୁଛି । ତୁମେମାନେ ଜାଣିଛ ଯେ ଲକ୍ଷ୍ମୀ-ନାରାୟଣଙ୍କର ବଂଶାବଳୀ ଏହି ପାଠପଢା ଦ୍ୱାରା ହୋଇଛି ।
ଦୁନିଆରେ ଏକଥାକୁ କେହି ଜାଣିନାହାଁନ୍ତି । ସତ୍ୟଯୁଗକୁ ମଧ୍ୟ ସେମାନେ ଲକ୍ଷ-ଲକ୍ଷ ବର୍ଷ ବୋଲି
କହିଦେଉଛନ୍ତି, ତେଣୁ ଲକ୍ଷ୍ମୀ-ନାରାୟଣ କୁଆଡେ ଗଲେ ବୋଲି କିପରି ଜାଣିବେ? ଦେଖୁଛନ୍ତି ମଧ୍ୟ
ଭାରତରେ ହିଁ ଲକ୍ଷ୍ମୀ-ନାରାୟଣଙ୍କର ବହୁତ ଗୁଡିଏ ଚିତ୍ର ରହିଛି । ଏଠାରେ ତାଙ୍କର ଅନେକ ମନ୍ଦିର
ତିଆରି ହୋଇଛି । ଭାବୁଛନ୍ତି ଏହାଙ୍କଠାରୁ ଆମକୁ ଧନ ମିଳିବ । ମହାଲକ୍ଷ୍ମୀଙ୍କୁ ପ୍ରତ୍ୟେକ ବର୍ଷ
ଦୀପାବଳୀରେ ଧନ ମାଗୁଛନ୍ତି, କିନ୍ତୁ ସାଥିରେ ନିଶ୍ଚୟ ନାରାୟଣ ବି ଥିବେ । ଦୀପାବଳୀରେ
ଲକ୍ଷ୍ମୀଙ୍କୁ ପୂଜା କଲେ ତାଙ୍କର ଅଳ୍ପକାଳ ସୁଖର ଭାବନା ପୂର୍ଣ୍ଣ ହୋଇଥାଏ, ତେଣୁ ଭାବିଥାନ୍ତି
ଯେ ଲକ୍ଷ୍ମୀଙ୍କଠାରୁ ଧନ ମିଳିଥାଏ । ବାସ୍ତବରେ ଲକ୍ଷ୍ମୀ-ନାରାୟଣ ଉଭୟ ଅଛନ୍ତି । ଲକ୍ଷ୍ମୀ,
ମହାଲକ୍ଷ୍ମୀ କିଛି ଅଲଗା-ଅଲଗା ନୁହଁନ୍ତି, ଏକଥା ମନୁଷ୍ୟମାନେ ଜାଣିନାହାଁନ୍ତି । ବାବା ହିଁ ଆସି
ବୁଝାଉଛନ୍ତି । ଆଜିକାଲି ମନୁଷ୍ୟମାନେ ତ କହିଦେଉଛନ୍ତି ଯେ ଈଶ୍ୱର ଗୋଡି ମାଟିରେ ବି ଅଛନ୍ତି ।
ବାବା କହୁଛନ୍ତି ସମସ୍ତେ ପଥରବୁଦ୍ଧି ହୋଇଯାଇଛନ୍ତି । ସତ୍ୟଯୁଗରେ ତ ସମସ୍ତେ ପାରସବୁଦ୍ଧି ହେବେ
। ଯେବେ ଲକ୍ଷ୍ମୀ-ନରାୟଣଙ୍କର ରାଜ୍ୟ ଥିଲା ତେବେ ସେଠାରେ ସୁନା ହୀରାର ମହଲ ଥିଲା । ଏହା ୫ ହଜାର
ବର୍ଷର କଥା । ଶାସ୍ତ୍ରଗୁଡିକରେ କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି । ବାବା
କହୁଛନ୍ତି - ଏହି ଭକ୍ତିମାର୍ଗରେ ସିଢିରେ ତଳକୁ ଓହ୍ଲାଇବାକୁ ପଡିଥାଏ । ଡ୍ରାମା ଅନୁସାରେ ଯେବେ
ସମସ୍ତଙ୍କର ଦୁର୍ଗତି ହୋଇଥାଏ, ସେତେବେଳେ ମୁଁ ଆସି ନୂଆ ଦୁନିଆ ସ୍ଥାପନ କରିଥାଏ । ଏବେ ତୁମେ
ସନ୍ତାନମାନେ ନୂଆ ଦୁନିଆର ମାଲିକ ହେବା ପାଇଁ ରାଜଯୋଗ ଶିଖୁଛ । ତୁମେମାନେ ଜାଣିଛ ଯେ ଏହି
ମହାଭାରତ ଲଢେଇ ଦ୍ୱାରା ପୁରୁଣା ଦୁନିଆର ବିନାଶ ହେବ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ।
ସତ୍ୟଯୁଗରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏହାକୁ ୫ ହଜାର ବର୍ଷ ହୋଇଗଲାଣି । ୨୫୦୦ ବର୍ଷ
ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀମାନଙ୍କର ରାଜଧାନୀ ଚାଲିଲା । ବାକି ଦ୍ୱାପରରୁ ରାବଣ ରାଜ୍ୟ ଆରମ୍ଭ
ହେଲା । ସେଥିପାଇଁ ମନୁଷ୍ୟମାନେ ପତିତ ହୋଇ ଚାଲିଛନ୍ତି । କିନ୍ତୁ ସେମାନେ ଏକଥା ଜାଣିନାହାଁନ୍ତି
ଯେ ଆମକୁ ପତିତ କିଏ କରାଇଲା? ଆମେମାନେ ପବିତ୍ର ଥିଲୁ, ପୁଣି ପତିତ କିପରି ହେଲୁ? ଏକଥା ବାବା ଆସି
ବୁଝାଉଛନ୍ତି । ରାବଣ ରାଜ୍ୟ ଆରମ୍ଭ ହେବା ଦ୍ୱାରା ତୁମେମାନେ ପତିତ ହୋଇଯାଉଛ । ରାବଣର ଜନ୍ମକୁ
ଏବେ ୨୫୦୦ ବର୍ଷ ହୋଇଛି । ଶିବବାବାଙ୍କର ଜନ୍ମକୁ ଏବେ ୫୦୦୦ବର୍ଷ ହେଲା, ଅବତରଣ ହୋଇଥାଏ । ତାକୁ
ରାମରାଜ୍ୟ, ଏହାକୁ ରାବଣ ରାଜ୍ୟ କୁହାଯାଉଛି । ବାସ୍ତବରେ ରାମ କହିବା ଉଚିତ୍ ନୁହେଁ । ଆଜିକାଲି
ମନୁଷ୍ୟମାନଙ୍କର ନାମ ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର ରଖୁଛନ୍ତି । ୫ ହଜାର ବର୍ଷ ପୂର୍ବରୁ ଭାରତ
ସୁନାର ଚଢେଇ ଥିଲା । ତାକୁ ସୁବର୍ଣ୍ଣଯୁଗ କୁହାଯାଇଥାଏ । ବୈକୁଣ୍ଠ ଥିଲା, କିନ୍ତୁ କେଉଁଠି ଥିଲା
ଏକଥା ଜାଣିନାହାଁନ୍ତି । ଆତ୍ମା କ’ଣ, ପରମାତ୍ମା କ’ଣ, ଏହି ସୃଷ୍ଟି କ’ଣ, କିଛି ବି
ଜାଣିନାହାଁନ୍ତି । ତେଣୁ ସେମାନଙ୍କୁ ତୁଚ୍ଛ ବୁଦ୍ଧି ବୋଲି କୁହାଯାଉଛି । ଋଷି ମୁନିମାନେ ରଚୟିତା
ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହାଁନ୍ତି । ସେଥିପାଇଁ ତ ବାରମ୍ବାର କହୁଛନ୍ତି ଯେ ଆମେମାନେ
ଜାଣିନାହୁଁ । ନା ବାବାଙ୍କୁ, ନା ବର୍ସାକୁ ଜାଣିଛନ୍ତି । ବାବାଙ୍କ ଦ୍ୱାରା ବିଶ୍ୱ ଉପରେ ରାଜତ୍ୱ
କରିବାର ଯେଉଁ ବର୍ସା ମିଳିଥାଏ ତାକୁ ବି ଜାଣିନାହାଁନ୍ତି । ଏବେ ସାରା ସୃଷ୍ଟିର ଆଦି ମଧ୍ୟ
ଅନ୍ତକୁ ତୁମେମାନେ ଜାଣିଛ, ସେଥିପାଇଁ ତୁମେ ଡବଲ ଆସ୍ତିକ ହେଲ । ଲୋକମାନେ ତ ଏକଥା ବି
ଜାଣିନାହାଁନ୍ତି ଯେ ଶାନ୍ତି କାହା ଦ୍ୱାରା ଏବଂ କେଉଁଠାରୁ ମିଳିବ । ସନ୍ନ୍ୟାସୀମାନଙ୍କ ପାଖକୁ
ଯାଇ କହୁଛନ୍ତି ଯେ ଆମକୁ ଶାନ୍ତି ଦରକାର । ଏବେ ଆମକୁ ଶାନ୍ତି ଏଠାରେ କେଉଁଠୁ ମିଳିପାରିବ? କର୍ମ
ତ କରିବାକୁ ହେବ ନା? ଶାନ୍ତି ତ ଶାନ୍ତିଧାମରେ ମିଳିବ । ଯଦି ଘରେ ଜଣେ ବ୍ୟକ୍ତି ଅଶାନ୍ତ ହେବ,
ତେବେ ବି ସାରା ଘରକୁ ଅଶାନ୍ତ କରିଦେବ । ଶାନ୍ତି ତ ମିଳୁଛି ଶାନ୍ତିଧାମରେ । ସେଠାରୁ ଆମ
ଆତ୍ମାମାନଙ୍କୁ ବାବା ଅଭିନୟ କରିବା ପାଇଁ ନୂଆ ଦୁନିଆକୁ ପଠାଇ ଦେଇଥାଆନ୍ତି । ବାବା କ’ଣ କେବେ
ନର୍କକୁ ପଠାଇବେ । ଆମେମାନେ ଶାନ୍ତିଧାମରୁ ସୁଖଧାମକୁ ଯିବୁ । ତୁମେ ସନ୍ତାନମାନେ ଜାଣିଛ ଯେ ଏହା
ଭଗବାନଙ୍କର ପାଠଶାଳା । ଏହା କୌଣସି ସତସଙ୍ଗ ନୁହେଁ । ଏଠାରେ ଭଗବାନୁବାଚ ପିଲାମାନଙ୍କ ପାଇଁ
ରହିଛି । ନିରାକାର ଶିବବାବା ଶରୀରରେ ପ୍ରବେଶ କରି ତୁମମାନଙ୍କ ସହିତ କଥା ହେଉଛନ୍ତି । ଆତ୍ମା ବି
ଶରୀରରେ ରହିଛି ନା । ଆତ୍ମାକୁ ଯେତେବେଳେ କର୍ମେନ୍ଦ୍ରିୟ ମିଳିଥାଏ ସେତେବେଳେ ସିଏ କଥା କହିଥାଏ,
ଶୁଣିଥାଏ । ଏବେ ଆତ୍ମାମାନଙ୍କୁ ବାବା ଆସି ପାଠ ପଢାଉଛନ୍ତି, ପରମାତ୍ମାଙ୍କୁ ଡାକୁଛନ୍ତି ହେ
ପତିତ-ପାବନ..... ହେ ସଦ୍ଗତି ଦାତା, ମୁକ୍ତିଦାତା, ପଥପ୍ରଦର୍ଶକ କିନ୍ତୁ ଏକଥା ଜାଣିନାହାଁନ୍ତି
ଯେ ସେ କିପରି ମୁକ୍ତ କରି ପୁଣି ପଥପ୍ରଦର୍ଶକ ହୋଇ କୁଆଡେ ନେଇଯିବେ । ସେମାନେ କେବଳ ଚିତ୍କାର
କରିଚାଲିଛନ୍ତି । ଏବେ ଈଶ୍ୱର ପିତା ଆସିଛନ୍ତି । ତୁମମାନଙ୍କୁ ସିଏ ଗାଇଡ୍ କରୁଛନ୍ତି । ବାବା
ନିଜେ ତୁମକୁ ଶାନ୍ତିଧାମକୁ ନେଇଯାଉଛନ୍ତି । ପୁଣି ତୁମେମାନେ ଆପେ ଆପେ ସୁଖଧାମକୁ ଚାଲିଯିବ ।
ବାବା ଥରେ ମାତ୍ର ହିଁ ଆସି ସମସ୍ତଙ୍କର ଗାଇଡ୍ ହେଉଛନ୍ତି । ପୁଣି ନୂଆ ଦୁନିଆରେ ବାବା ଗାଇଡ୍
କରିବେ ନାହିଁ । ବର୍ତ୍ତମାନ ସମୟରେ ସବୁ ମନୁଷ୍ୟମାନେ ପତିତ ହୋଇଥିବା କାରଣରୁ ଏକଥା
ଜାଣିନାହାଁନ୍ତି ଯେ ଆମେ ଘରକୁ କିପରି ଯିବୁ, ଉଡିପାରୁ ନାହାଁନ୍ତି । ସେଠାକୁ ଯିବା ପାଇଁ ବହୁତ
ଭକ୍ତି କରୁଛନ୍ତି । କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ଆମେ ପତିତ ଅଟୁ, ସେଥିପାଇଁ ଘରକୁ ଯାଇପାରୁ
ନାହୁଁ ଯେବେ ପତିତ-ପାବନ ବାବା ଆସି ଆମକୁ ପାବନ କରିବେ ସେତେବେଳେ ଆମେ ଘରକୁ ଯାଇପାରିବୁ । ଏବେ
ବାବା ପବିତ୍ର ହେବା ପାଇଁ ତୁମକୁ ଯୁକ୍ତି ବତାଉଛନ୍ତି, ସମସ୍ତଙ୍କୁ ପତିତରୁ ପାବନ ହେବାକୁ ହିଁ
ପଡିବ । ଏବେ କେତେ ଢେର ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ଯେବେ ଦେବତାମାନଙ୍କର ରାଜ୍ୟ ହେବ,
ସେତେବେଳେ ସେଠାରେ ୯ ଲକ୍ଷ ଲୋକ ନୂଆ ବୃକ୍ଷରେ ହେବେ । ଗଛରେ ପ୍ରଥମେ ପ୍ରଥମେ ଅଳ୍ପ ପତ୍ର
ହୋଇଥାଏ ନା । ପୁଣି ବୃକ୍ଷ ଧିରେ ଧିରେ ବଡ ହୋଇଥାଏ । ପ୍ରଥମେ ଏ ବୃକ୍ଷ ଗୋଟିଏ ଧର୍ମଯୁକ୍ତ ଥିଲା
। ତୁମେମାନେ ଏବେ ନିଜକୁ ନର୍କବାସୀ ବୋଲି ଭାବୁନାହଁ, ବାକି ସମସ୍ତେ ହେଉଛନ୍ତି ନର୍କବାସୀ ।
କିନ୍ତୁ ସେମାନେ ନିଜକୁ ନର୍କବାସୀ ବୋଲି ଭାବୁ ନାହାଁନ୍ତି । ବର୍ତ୍ତମାନ ସମସ୍ତଙ୍କର ଚେହେରା ତ
ମନୁଷ୍ୟର ଅଟେ, କିନ୍ତୁ ଚରିତ୍ର ବନ୍ଦର ବା ମାଙ୍କଡ ସଦୃଶ ଅଟେ । ବଡ-ବଡ ରାଜାମାନେ ମଧ୍ୟ
ଲକ୍ଷ୍ମୀ-ନାରାୟଣଙ୍କର ପାଦ ତଳେ ପଡିଥା’ନ୍ତି । ସେମାନେ କୌଣସି ପତିତଙ୍କୁ ପାବନ କରିପାରିବେ ନାହିଁ
ଅଥବା ସେମାନେ କୌଣସି ଦୟାର ସାଗର ନୁହଁନ୍ତି । ଯେବେ କେହି ଦୁଃଖୀ ହୋଇଥାନ୍ତି ତେବେ ତାଙ୍କ ଉପରେ
ଦୟା କରାଯାଇଥାଏ । ଏକମାତ୍ର ବାବା ହିଁ ଦୟାର ସାଗର ଅଟନ୍ତି । ବାବା ହିଁ ଆସି ପଥରବୁଦ୍ଧିମାନଙ୍କୁ
ପାରସ ବୁଦ୍ଧି କରୁଛନ୍ତି । ଏବେ ତୁମେମାନେ ଦେବତା ହେଉଛ । ଏହା ହିଁ ହେଉଛି ନରରୁ ନାରାୟଣ ହେବାର
ପାଠଶାଳା । ଏହା ରାଜଯୋଗ ଅଟେ । ଋଷି ମୁନିମାନେ ଏକଥା ଜାଣିନାହାଁନ୍ତି ଯେ ଗୀତାର ରାଜଯୋଗ କିଏ
ଶିଖାଇଥିଲେ । ଗୀତାକୁ ବିଲ୍କୁଲ୍ ଖଣ୍ଡନ କରିଦେଇଛନ୍ତି । ଭାବୁଛନ୍ତି ଯେ - କୃଷ୍ଣ ରାଜଯୋଗ
ଶିଖାଇଥିଲେ । କହୁଛନ୍ତି କୃଷ୍ଣ ଭଗବାନୁବାଚ ମନମନାଭବ । ତେବେ କୃଷ୍ଣ ତ ପରମାତ୍ମା ନୁହଁନ୍ତି ।
ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି । ଯିଏକି ସଂଗମଯୁଗରେ ରାଜଯୋଗ ଶିକ୍ଷା କରି ରାଜତ୍ୱ
ପ୍ରାପ୍ତ କରୁଛନ୍ତି । ତାଙ୍କୁ ପୁଣି ଭଗବାନ କରିଦେଇଛନ୍ତି । ଢେର ମନୁଷ୍ୟ ଗୀତା ଶୁଣିଥାନ୍ତି ।
କିନ୍ତୁ ଜଣେ ବି ଜାଣି ନାହାଁନ୍ତି ଯେ ଗୀତାର ଭଗବାନ ଶିବ ଅଟନ୍ତି, ନା କି କୃଷ୍ଣ । କହିଦେଉଛନ୍ତି
ଯେ ସମସ୍ତେ ଏକ ଅଟନ୍ତି । ଏଭଳି ଲୋକମାନଙ୍କୁ ମଧ୍ୟ ବୁଝାଇବାକୁ ପଡୁଛି । ୬୩ ଜନ୍ମ ହେଲା ଭାବି
ଆସିଛନ୍ତି ଯେ କୃଷ୍ଣ ଭଗବାନ ଅଟନ୍ତି । ଦ୍ୱାପରଯୁଗଠାରୁ ଶାସ୍ତ୍ର ତିଆରି ହୋଇଛି । ନିଶ୍ଚୟ
ପ୍ରଥମେ ଗୀତା ରଚନା ହୋଇଥିବ । ଏହି ଶାସ୍ତ୍ର ସବୁ ହେଉଛି ଭକ୍ତିମାର୍ଗର । ଜ୍ଞାନ ମାର୍ଗର ଗୋଟିଏ
ବି ଶାସ୍ତ୍ର ନାହିଁ । ଗୀତା ହେଉଛି ନମ୍ବରୱାନ ଶାସ୍ତ୍ର । ପରେ ପୁଣି ଏହି ବେଦ ଉପନିଷଦ ଆଦି ରଚନା
କରାଯାଇଛି । ସମସ୍ତ ବେଦଶାସ୍ତ୍ର ଗୁଡିକ ଗୀତାର ସନ୍ତାନ ସନ୍ତତି ଅଟନ୍ତି । ସେସବୁ ପଢି-ପଢି ତଳକୁ
ତଳକୁ ଖସି ଆସିଛନ୍ତି । ଏବେ ୮୪ ଜନ୍ମ ପୁରା ହେଲା । ଏବେ ପୁଣି ପ୍ରଥମ ଜନ୍ମକୁ ଯିବାକୁ ହେବ ।
ଏବେ ତୁମେ ପୁଣି ଥରେ ସତ୍ୟଯୁଗୀ ଲକ୍ଷ୍ମୀ-ନାରାୟଣ ହେବା ପାଇଁ ଏଠାକୁ ପାଠପଢିବାକୁ ଆସିଛ ।
ସମସ୍ତେ ତ ଲକ୍ଷ୍ମୀ-ନାରାୟଣ ହେବେ ନାହିଁ, ଏଠାରେ ରାଜଧାନୀ ସ୍ଥାପନ ହେଉଛି । କିନ୍ତୁ କିଏ
ରାଜଧାନୀ ସ୍ଥାପନ କଲେ, ଏକଥା କାହାରି ବୁଦ୍ଧିରେ ଆସୁ ନାହିଁ । କଳିଯୁଗରେ ଏତେ ଢେର ମନୁଷ୍ୟ
ଅଛନ୍ତି ଯେ ଖାଇବା ପାଇଁ ଖାଦ୍ୟ ଶସ୍ୟ ମଧ୍ୟ ମିଳୁନାହିଁ ଏବଂ ସତ୍ୟଯୁଗରେ କେବଳ
ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ହେବ । ଏଠାରେ ଦେଖ କେତେ ଧର୍ମ ରହିଛି । ସମ୍ମୁଖରେ ମହାଭାରୀ
ମହାଭାରତ ଲଢେଇ ମଧ୍ୟ ଉପସ୍ଥିତ, ତଥାପି ବି ମନୁଷ୍ୟ ମାନଙ୍କର ଆଖି ଖୋଲୁନାହିଁ । ତେବେ ଏହି
ମହାଭାରତ ଲଢେଇ କଳ୍ପ ପୂର୍ବରୁ ମଧ୍ୟ ଲାଗିଥିଲା, ତାପରେ କ’ଣ ହେଲା କିଛି ଜାଣିନାହାଁନ୍ତି । ଏସବୁ
କଥା ତୁମେ ବ୍ରାହ୍ମଣ ବ୍ରାହ୍ମଣୀମାନେ ହିଁ ଜାଣିଛ । ତୁମମାନଙ୍କୁ ବାବା ବ୍ରହ୍ମାଙ୍କ ଦ୍ୱାରା
ପୋଷ୍ୟ କରିଛନ୍ତି । ଭଗବାନ ତୁମକୁ ପାଠପଢାଇ ଏହିଭଳି ଲକ୍ଷ୍ମୀ-ନାରାୟଣ କରୁଛନ୍ତି, ତେଣୁ ଭଲ
ଭାବରେ ପାଠ ପଢିବା ଦରକାର । କେବଳ ବାବାଙ୍କୁ ଏବଂ ନୂଆ ଦୁନିଆକୁ ୟାଦ କଲେ ତୁମେମାନେ ନୂଆ
ଦୁନିଆକୁ ଚାଲିଯିବ । ପୁଣି ଯଦି ଭଲ ଭାବରେ ପାଠ ପଢିବ ଏବଂ ପଢାଇବ ତେବେ ରାଜାରାଣୀ ହୋଇପାରିବ ।
ତୁମେ ଯେତେ ରୁହାନୀ ସେବା କରିପାରିବ ସେତେ ଉଚ୍ଚ ପଦ ପାଇବ । ତୁମେ ହେଉଛ ଆତ୍ମିକ ସମାଜ ସେବକ ।
ବାକି ସାରା ଦୁନିଆ ହେଉଛି ଶାରୀରିକ ସମାଜ ସେବକ । ତୁମ ଆତ୍ମାମାନଙ୍କୁ ବାବା ପ୍ରତ୍ୟେକ ଦିନ
ଜ୍ଞାନ ଦେଉଛନ୍ତି । ଆତ୍ମାମାନଙ୍କର ସେବା କରୁଛନ୍ତି ନା । ଏହାକୁ ଆତ୍ମାମାନଙ୍କର ସେବା ବୋଲି
କୁହାଯାଉଛି, ଯାହାକୁ ଆଧ୍ୟାତ୍ମିକ ପିତା ହିଁ ଶିଖାଉଛନ୍ତି । ଏହା ହେଉଛି ମନୁଷ୍ୟମାନଙ୍କୁ ଦେବତା
କରିବାର ପାଠଶାଳା । ଦେବତା ହେବେ ବି ନିଶ୍ଚୟ । ଯେବେ ତୁମେ ପାଠପଢି ଯୋଗ୍ୟ ହୋଇଯିବ ଏବଂ ବିନାଶ
ଆରମ୍ଭ ହୋଇଯିବ, ପୁଣି ତୁମେ ମଧ୍ୟ ଯିବ । କଥାରେ କହିଥାନ୍ତି ନା - ରାମ ଗଲେ, ରାବଣ ଗଲେ....
କେବଳ ଅଳ୍ପ କେତେ ଜଣ ରହିଯାଇଥାନ୍ତି ପୁଣି ଏସବୁ ଅଦଳ-ବଦଳ ହୋଇ ଚାଲିବ । ପୁଣି ତୁମେ ସ୍ୱର୍ଗକୁ
ଆସିବ । ତୁମମାନଙ୍କ ପାଇଁ ଏବେ ନୂଆ ଦୁନିଆ ସ୍ଥାପନ ହେଉଛି, ତୁମେମାନେ ସ୍ୱର୍ଗବାସୀ ହେବା ପାଇଁ
ପାଠ ପଢୁଛ । ଏହା ହେଉଛି ନର୍କ । ଏବେ ତୁମେମାନେ ସଂଗମଯୁଗରେ ଅଛ । ଯଦି ଏବେ ତୁମେମାନେ
ବ୍ରାହ୍ମଣ ବ୍ରାହ୍ମଣୀ ନ ହେବ, ତେବେ ବାବାଙ୍କଠାରୁ ବର୍ସା ନେଇପାରିବ ନାହିଁ । ବର୍ସା
ବ୍ରାହ୍ମଣମାନଙ୍କୁ ମିଳିଥାଏ, ଯେଉଁମାନେ କି ଏକମାତ୍ର ବାବାଙ୍କ ବିନା ଆଉ କୌଣସି ବି ଦେହଧାରୀକୁ
ୟାଦ କରି ନ ଥାନ୍ତି । ବାକି ଯଦି କିଛି ନା କିଛି ଜ୍ଞାନ ଶୁଣିଲେ ତେବେ ପ୍ରଜା ହୋଇଯିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଆଧ୍ୟାତ୍ମିକ ସମାଜ ସେବକ ହୋଇ ନିଜେ ପାଠପଢିବା ସହିତ ଅନ୍ୟମାନଙ୍କୁ ପଢାଇବାକୁ ହେବ । ବାବାଙ୍କୁ
ମନେ ପକାଇବା ସହିତ ଭବିଷ୍ୟତ ନୂଆ ଦୁନିଆକୁ ମଧ୍ୟ ମନେ ପକାଇବାକୁ ହେବ ।
(୨) ବାବାଙ୍କ ସମାନ
ଦୟାଶୀଳ ହୋଇ ସମସ୍ତଙ୍କୁ ପାରସବୁଦ୍ଧି କରିବାର ସେବା କରିବାକୁ ହେବ ।
ବରଦାନ:-
ନିରାକାରରୁ
ସାକାର - ଏହି ମନ୍ତ୍ରର ସ୍ମୃତି ଦ୍ୱାରା ସେବାର ପାର୍ଟ କରୁଥିବା ଆତ୍ମିକ ସେବାଧାରୀ ଭବ ।
ଯେପରି ବାବା ନିରାକାରରୁ
ସାକାର ହୋଇ ସେବାର ପାର୍ଟ କରୁଛନ୍ତି ସେହିପରି ପିଲାମାନଙ୍କୁ ମଧ୍ୟ ଏହି ମନ୍ତ୍ର ରୂପକ ଯନ୍ତ୍ରକୁ
ସ୍ମୃତିରେ ରଖି ସେବାର ପାର୍ଟ କରିବା ପାଇଁ ହେବ । ଏହି ସାକାର ସୃଷ୍ଟି ଏବଂ ସାକାର ଶରୀର
ରଙ୍ଗମଞ୍ଚ ସଦୃଶ ଅଟେ । ରଙ୍ଗମଞ୍ଚ ଆଧାର ଅଟେ ଏବଂ ପାର୍ଟଧାରୀ ଆଧାରମୂରତ ଅଟେ, ମାଲିକ ଅଟେ । ଏହି
ସ୍ମୃତି ଦ୍ୱାରା ଦେହଠାରୁ ନିଆରା ହୋଇ ପାର୍ଟ କର ଯାହାଦ୍ୱାରା ଜ୍ଞାନୀ ହେବା ସହିତ ଯୋଗଯୁକ୍ତ
ଆତ୍ମିକ ସେବାଧାରୀ ହୋଇଯିବ ।
ସ୍ଲୋଗାନ:-
ସାକ୍ଷୀ ହୋଇ
ପ୍ରତ୍ୟେକ ଖେଳକୁ ଦେଖିଲାବାଲା ହିଁ ସାକ୍ଷୀଦ୍ରଷ୍ଟା ଅଟନ୍ତି ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ଯେତେବେଳେ ସ୍ନେହ ଏବଂ
ଶକ୍ତିର ଭରପୂର ମିଳନ ହୋଇଯାଏ, ସେତେବେଳେ ଅବସ୍ଥା ଅତି ନ୍ୟାରୀ ଏବଂ ଅତି ପ୍ୟାରୀ ହୋଇଯାଏ । ତେବେ
ଯାହା ପ୍ରତି ସ୍ନେହ ଅଛି ତା’ ସହିତ ସମାନ ହେବାକୁ ପଡିବ, ଏହା ହିଁ ସ୍ନେହର ପ୍ରମାଣ ଅଟେ ।
କିନ୍ତୁ କେବଳ ସ୍ନେହ ରଖିବା ଦ୍ୱାରା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ, ତେଣୁ ସ୍ନେହ ସହିତ ଯଦି
ଶକ୍ତି ରହିଥିବ ତେବେ ନିଜେ ସମ୍ପୂର୍ଣ୍ଣ ହୋଇ ଅନ୍ୟମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ କରିପାରିବ ।