09.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ବେହଦର ଜାଗିରି ଅର୍ଥାତ୍ ସମ୍ପତ୍ତି ଦେବା ପାଇଁ ଆସିଛନ୍ତି, ଏହିଭଳି ମିଠା ବାବାଙ୍କୁ
ତୁମେ ସ୍ନେହର ସହିତ ମନେ ପକାଅ ତେବେ ପବିତ୍ର ହୋଇଯିବ’’ ।
ପ୍ରଶ୍ନ:-
ବିନାଶର ସମୟ
ଯେତିକି ନିକଟତର ହେଉଥିବ - ତାର ଲକ୍ଷଣ ସବୁ କ’ଣ ଦେଖାଯିବ?
ଉତ୍ତର:-
ଯେତେବେଳେ ବିନାଶର ସମୟ ନିକଟତର ହୋଇଯିବ ୧- ସମସ୍ତେ ଜାଣିଯିବେ ଯେ ଆମର ବାବା ଆସିଯାଇଛନ୍ତି ।
୨- ଏବେ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେବ । ବହୁତଙ୍କୁ ସାକ୍ଷାତ୍କାର
ମଧ୍ୟ ହେବ । ୩-ସନ୍ନ୍ୟାସୀମାନଙ୍କୁ ଏବଂ ରାଜା ଆଦିଙ୍କୁ ମଧ୍ୟ ଜ୍ଞାନ ମିଳିବ । ୪- ଯେତେବେଳେ
ଶୁଣିବେ ଯେ ବେହଦର ବାବା ଆସିଛନ୍ତି, ସେ ହିଁ ସଦ୍ଗତି ଦାତା ଅଟନ୍ତି, ତେବେ ବହୁତ ସଂଖ୍ୟାରେ
ଆସିବାକୁ ଲାଗିବେ । ୫- ଖବରକାଗଜ ଦ୍ୱାରା ଅନେକଙ୍କୁ ସନ୍ଦେଶ ମିଳିବ । ୬- ତୁମେମାନେ
ଆତ୍ମ-ଅଭିମାନୀ ହୋଇଯିବ, ଏକମାତ୍ର ବାବାଙ୍କୁ ମନେ ପକାଇ ଅତିନ୍ଦ୍ରିୟ ସୁଖରେ ରହିବ ।
ଗୀତ:-
ଇସ୍ ପାପ କି
ଦୁନିଆ ସେ ...
ଓମ୍ ଶାନ୍ତି ।
ଏ କଥା କିଏ ଏବଂ କାହାକୁ କହୁଛନ୍ତି - ଆତ୍ମିକ ସନ୍ତାନମାନେ! ବାବା ବାରମ୍ବାର ଆତ୍ମିକ ଶବ୍ଦ
କାହିଁକି କହୁଛନ୍ତି? କାହିଁକି ନା ଏବେ ଆତ୍ମାମାନଙ୍କୁ ଯିବାକୁ ହେବ । ପୁଣି ଯେବେ ଏହି ଦୁନିଆକୁ
ଆସିବ ତେବେ ସୁଖ ମିଳିବ । ଆତ୍ମାମାନେ ଏହି ଶାନ୍ତି ଏବଂ ସୁଖର ସମ୍ପତ୍ତି କଳ୍ପ ପୂର୍ବରୁ ମଧ୍ୟ
ପାଇଥିଲେ । ଏବେ ପୁନର୍ବାର ଏହି ସମ୍ପତ୍ତି ପୁନଃ ପ୍ରାପ୍ତ ହେଉଛି । ପୁନଃ ସମ୍ପତ୍ତି ମିଳିଲେ
ଯାଇ ସୃଷ୍ଟିର ଚକ୍ରର ମଧ୍ୟ ପୁନର୍ବାର ପୁନରାବୃତ୍ତି ହେବ । ସବୁ କିଛି ପୁନରାବୃତ୍ତି ତ ହେଉଛି
ନା । ଯାହା କିଛି ଅତୀତ ହୋଇଯାଇଛି, ତାହାର ପୁଣି ପୁନରାବୃତ୍ତି ହେବ । ଏମିତି ତ’ ନାଟକର ମଧ୍ୟ
ପୁନରାବୃତ୍ତି ହେଉଛି କିନ୍ତୁ ସେଥିରେ ପରିବର୍ତ୍ତନ ମଧ୍ୟ କରିହୁଏ । କୌଣସି ଅକ୍ଷର ଭୁଲିଯାଇଥିଲେ
ତାକୁ ଲେଖି ଦେଇପାରନ୍ତି । ଏହାକୁ ପୁଣି ଚଳଚିତ୍ର କୁହାଯାଉଛି, ଏଥିରେ ପରିବର୍ତ୍ତନ ହୋଇ ପାରିବ
ନାହିଁ । ଏହା ଅନାଦି ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ, ସେହି ନାଟକକୁ ପୂର୍ବ ପ୍ରସ୍ତୁତ ବୋଲି
କୁହାଯିବ ନାହିଁ । ଏହି ଡ୍ରାମାକୁ ବୁଝିଲେ ପୁଣି ତାକୁ ମଧ୍ୟ ବୁଝିହୁଏ । ପିଲାମାନେ ଜାଣିଛନ୍ତି
ଏବେ ଯେଉଁସବୁ ନାଟକ ଦେଖୁଛନ୍ତି, ସେ ସବୁ ମିଛ ଅଟେ । କଳିଯୁଗରେ ଦେଖୁଥିବା ଜିନିଷ ସବୁ
ସତ୍ୟଯୁଗରେ ରହିବ ନାହିଁ । ସତ୍ୟଯୁଗରେ ଯାହା ହୋଇଥିଲା ତାହା ପୁଣି ସତ୍ୟଯୁଗରେ ହିଁ ହେବ । ଏହି
ହଦର ନାଟକ ଆଦି ସବୁ ପୁନର୍ବାର ଭକ୍ତିମାର୍ଗରେ ହିଁ ହେବ । ଯେଉଁ ଜିନିଷ ଭକ୍ତି ମାର୍ଗରେ ହେଉଛି
ତାହା ଜ୍ଞାନ ମାର୍ଗରେ ଅର୍ଥାତ୍ ସତ୍ୟଯୁଗରେ ହେବ ନାହିଁ । ତେଣୁ ଏବେ ବେହଦର ବାବାଙ୍କ ଠାରୁ ତୁମେ
ସମ୍ପତ୍ତି ପ୍ରାପ୍ତ କରୁଛ । ବାବା ବୁଝାଉଛନ୍ତି ପ୍ରଥମରେ ଲୌକିକ ପିତାଙ୍କଠାରୁ ଏବଂ ଦ୍ୱିତୀୟରେ
ପାରଲୌକିକ ପିତାଙ୍କଠାରୁ ସମ୍ପତ୍ତି ମିଳିଥାଏ, ବାକି ଯେଉଁ ଅଲୌକିକ ପିତା ଅଛନ୍ତି ତାଙ୍କଠାରୁ
ସମ୍ପତ୍ତି ମିଳେ ନାହିଁ । ଇଏ ବ୍ରହ୍ମା ନିଜେ ତାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରୁଛନ୍ତି । ଏହି
ନୂଆ ଦୁନିଆର ସମ୍ପତ୍ତି ବେହଦର ବାବା କେବଳ ଏହାଙ୍କ ଦ୍ୱାରା ହିଁ ଦେଉଛନ୍ତି । ଏହାଙ୍କ ଦ୍ୱାରା
ପୋଷ୍ୟ କରୁଥିବାରୁ ଏହାଙ୍କୁ ପିତା କୁହାଯାଉଛି । ଭକ୍ତିମାର୍ଗରେ ମଧ୍ୟ ଲୌକିକ ଏବଂ ପାରଲୌକିକ
ଉଭୟ ପିତା ମନେ ପଡିଥାନ୍ତି । ଇଏ ଅଲୌକିକ ପିତା ମନେ ପଡନ୍ତି ନାହିଁ କାହିଁକି ନା ଏହାଙ୍କଠାରୁ
କୌଣସି ସମ୍ପତ୍ତି ମିଳୁ ନାହିଁ । ବାବା ଅକ୍ଷର ତ’ ନିଶ୍ଚିତ ରହିଛି କିନ୍ତୁ ଏହି ବ୍ରହ୍ମା ମଧ୍ୟ
ରଚନା ଅଟନ୍ତି ନା । ରଚନାକୁ ରଚୟିତାଙ୍କଠାରୁ ସମ୍ପତ୍ତି ମିଳିଥାଏ । ତୁମକୁ ମଧ୍ୟ ଶିବବାବା
ସୃଷ୍ଟି କରିଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ ସେ ସୃଷ୍ଟି କରିଛନ୍ତି । ସମ୍ପତ୍ତି ରଚୟିତାଙ୍କଠାରୁ
ମିଳିଥାଏ, ସେ ହେଉଛନ୍ତି ବେହଦର ବାବା । ବ୍ରହ୍ମାଙ୍କ ପାଖରେ କ’ଣ ବେହଦର ବର୍ସା ଅଛି? ବାବା
ଏହାଙ୍କ ଦ୍ୱାରା ବସି ବୁଝାଉଛନ୍ତି, ଏହାଙ୍କୁ ମଧ୍ୟ ସମ୍ପତ୍ତି ମିଳୁଛି । ଏପରି ନୁହେଁ ଯେ ବର୍ସା
ନେଇ ତୁମକୁ ଦେଉଛନ୍ତି । ବାବା କହୁଛନ୍ତି ତୁମେ ଏହି ବ୍ରହ୍ମାଙ୍କୁ ମଧ୍ୟ ମନେ ପକାଅ ନାହିଁ । ଏହି
ବେହଦ ବାବାଙ୍କଠାରୁ ହିଁ ତୁମକୁ ସମ୍ପତ୍ତି ମିଳୁଛି । ଲୌକିକ ପିତାଙ୍କଠାରୁ ହଦର, ପାରଲୌକିକ
ପିତାଙ୍କଠାରୁ ବେହଦର, ଦୁଇଟି ସମ୍ପତ୍ତି ରିଜର୍ଭ ହୋଇଯାଇଛି ନା । ଶିବବାବାଙ୍କଠାରୁ ବର୍ସା
ମିଳୁଛି ଏକଥା ବୁଦ୍ଧିରେ ଆସୁଛି! ବାକି ବ୍ରହ୍ମା ବାବାଙ୍କଠାରୁ ସମ୍ପତ୍ତି ବୋଲି କ’ଣ କୁହାଯିବ!
ବୁଦ୍ଧିରେ ସମ୍ପତ୍ତି ଆସୁଛି ନା । ଏହି ବେହଦର ବାଦଶାହୀ ତୁମକୁ ତାଙ୍କଠାରୁ ମିଳୁଛି । ସିଏ ହେଲେ
ବଡ ବାବା । ଇଏ ତ’ କହୁଛନ୍ତି ମୋତେ ମନେ ପକାଅ ନାହିଁ, ମୋର ତ କୌଣସି ସମ୍ପତ୍ତି ନାହିଁ, ଯାହା
ତୁମକୁ ମିଳିବ । ଯାହାଙ୍କଠାରୁ ସମ୍ପତ୍ତି ମିଳିବ, ତାଙ୍କୁ ମନେ ପକାଅ । ସେ ହିଁ କହୁଛନ୍ତି କେବଳ
ମୋତେ ମନେ ପକାଅ । ଲୌକିକ ପିତାଙ୍କର ସମ୍ପତ୍ତି ପାଇବା ପାଇଁ କେତେ ଝଗଡା ହୋଇଥାଏ । ଏଠାରେ ତ
ଝଗଡାର କୌଣସି କଥା ନାହିଁ । ବାବାଙ୍କୁ ମନେ ନ ପକାଇଲେ ସ୍ୱତଃ ବେହଦର ସମ୍ପତ୍ତି ମଧ୍ୟ ମିଳିବ
ନାହିଁ । ବାବା କହୁଛନ୍ତି ନିଜକୁ ଆତ୍ମା ଭାବ । ଏହି ରଥକୁ ମଧ୍ୟ କହୁଛନ୍ତି ଯେ ତୁମେ ନିଜକୁ
ଆତ୍ମା ଭାବି ମୋତେ ମନେ ପକାଇଲେ ବିଶ୍ୱର ବାଦଶାହୀ ମିଳିବ । ଏହାକୁ ଯୋଗର ଯାତ୍ରା ବୋଲି
କୁହାଯାଉଛି । ଦେହର ସବୁ ସମ୍ବନ୍ଧକୁ ଛାଡି ନିଜକୁ ଅଶରୀରୀ ଆତ୍ମା ଭାବିବାକୁ ହେବ । ଏଥିରେ ହିଁ
ପରିଶ୍ରମ ରହିଛି । ପାଠପଢିବା ନିମନ୍ତେ କୌଣସି ପରିଶ୍ରମ ତ’ କରିବା ଦରକାର ନା । ଏହି ଯୋଗର
ଯାତ୍ରା ଦ୍ୱାରା ତୁମେ ପତିତରୁ ପବିତ୍ର ହେଉଛ । ସେମାନେ ଶରୀର ଦ୍ୱାରା ଯାତ୍ରା କରିଥାନ୍ତି । ଏହା
ତ ଆତ୍ମାର ଯାତ୍ରା ଅଟେ । ତୁମେ ପରମଧାମ ଯିବା ପାଇଁ ଏହି ଯାତ୍ରା କରୁଛ । ଏହି ପୁରୁଷାର୍ଥ ବିନା
ପରମଧାମ ଅଥବା ମୁକ୍ତିଧାମକୁ କେହି ଯାଇପାରିବେ ନାହିଁ । ଯିଏ ଭଲ ଭାବରେ ବାବାଙ୍କୁ ମନେ ପକାଇବେ
ସିଏ ହିଁ ଯାଇପାରିବେ ଏବଂ ଉଚ୍ଚ ପଦ ମଧ୍ୟ ସିଏ ହିଁ ପାଇପାରିବେ । ଯିବେ ତ ସମସ୍ତେ । କିନ୍ତୁ
ସେମାନେ ତ ପତିତ ଅଟନ୍ତି ନା, ସେଥିପାଇଁ ଡାକୁଛନ୍ତି । ଆତ୍ମା ମନେ ପକାଉଛି । ଖାଇବା-ପିଇବା ସବୁ
କିଛି ଆତ୍ମା କରୁଛି ନା । ଏହି ସମୟରେ ତୁମକୁ ଦେହୀ-ଅଭିମାନୀ ହେବାକୁ ପଡିବ, ଏଥିରେ ହିଁ ମେହନତ
ରହିଛି । ବିନା ମେହେନତରେ ତ କିଛି ମିଳି ନ ଥାଏ । ବହୁତ ସହଜ ମଧ୍ୟ ଅଟେ । କିନ୍ତୁ ମାୟାର ବିରୋଧ
ହେଉଛି । କାହାର ଭାଗ୍ୟ ଭଲ ଥିଲେ ତୁରନ୍ତ ଏହି ସେବାରେ ଲାଗିଯାଇଥାନ୍ତି । କେହି କେହି ଡେରିରେ
ମଧ୍ୟ ଆସିବେ । ଯଦି ବୁଦ୍ଧିରେ ଠିକ୍ ଭାବରେ ଜ୍ଞାନ ବସିଗଲା ତେବେ କହିବେ ବାସ୍ ମୁଁ ଏହି ରୁହାନୀ
ଯାତ୍ରାରେ ଲାଗିଯିବି । ଏହିପରି ତୀବ୍ର ବେଗରେ ସେବାରେ ଲାଗିଗଲେ ଭଲ ଭାବରେ ପୁରୁଷାର୍ଥ
କରିପାରିବେ । ଘରେ ରହି ମଧ୍ୟ ବୁଦ୍ଧିରେ ଆସିଯିବ ଯେ ଏହା ତ’ ବହୁତ ଭଲ ଏବଂ ଠିକ୍ କଥା ଅଟେ ।
ମୁଁ ନିଜକୁ ଆତ୍ମା ଭାବି ପତିତ-ପାବନ ବାବାଙ୍କୁ ମନେ ପକାଉଛି । ବାବାଙ୍କର ନିର୍ଦ୍ଦେଶରେ ଚାଲିଲେ
ପବିତ୍ର ହୋଇପାରିବ । ହେବ ମଧ୍ୟ ନିଶ୍ଚୟ । ଏଥିରେ ପୁରୁଷାର୍ଥ କରିବାର ଅଛି । ବହୁତ ସହଜ ମଧ୍ୟ
ଅଟେ । ଭକ୍ତିମାର୍ଗରେ ତ ବହୁତ କଷ୍ଟ ହୋଇଥାଏ । ଏଠାରେ ତୁମ ବୁଦ୍ଧିରେ ଅଛି ଯେ ଏବେ ଆମକୁ
ବାବାଙ୍କ ପାଖକୁ ଯିବାକୁ ହେବ । ପୁଣି ଏଠାକୁ ଆସି ବିଷ୍ଣୁଙ୍କ ମାଳାରେ ଗୁନ୍ଥା ହେବା । ମାଳାର
ହିସାବ କର । ମାଳା ତ’ ବ୍ରହ୍ମାଙ୍କର ମଧ୍ୟ ଅଛି, ବିଷ୍ଣୁଙ୍କର ମଧ୍ୟ ଅଛି, ରୁଦ୍ରଙ୍କର ମଧ୍ୟ
ରହିଛି । ପ୍ରଥମେ ପ୍ରଥମେ ଇଏ ବ୍ରହ୍ମା ହିଁ ନୂଆ ସୃଷ୍ଟିର ଅଟନ୍ତି ନା । ବାକି ସମସ୍ତେ ପଛରେ
ଆସୁଛନ୍ତି । ଅର୍ଥାତ୍ ପଛରେ ଗୁନ୍ଥା ହେବେ । କହିବେ ତୁମର କେଉଁ ଉଚ୍ଚ କୁଳ ? ତୁମେ କହିବ
ବିଷ୍ଣୁଙ୍କ କୁଳ । ଆମେ ପ୍ରକୃତରେ ବିଷ୍ଣୁଙ୍କ କୁଳର ଥିଲୁ, ପୁଣି କ୍ଷତ୍ରିୟ କୁଳର ହେଲୁ । ପୁଣି
ସେଥିରୁ ବଂଶାବଳୀ ସୃଷ୍ଟି ହେଉଛି । ଏହି ଜ୍ଞାନରୁ ତୁମେ ଜାଣୁଛ ଯେ ବଂଶାବଳୀ କିପରି ସୃଷ୍ଟି
ହେଉଛି । ପ୍ରଥମେ-ପ୍ରଥମେ ରୁଦ୍ରଙ୍କର ମାଳା ତିଆରି ହେଉଛି । ଏହା ସର୍ବୋଚ୍ଚ ବଂଶ ଅଟେ । ବାବା
ବୁଝାଇଛନ୍ତି - ଏହା ତୁମର ବହୁତ ଉଚ୍ଚ କୁଳ ଅଟେ । ଏ କଥା ମଧ୍ୟ ବୁଝୁଛ ଯେ ସାରା ଦୁନିଆକୁ
ସନ୍ଦେଶ ନିଶ୍ଚୟ ମିଳିବ । ଯେପରି ଅନେକ କହୁଛନ୍ତି ଭଗବାନ ନିଶ୍ଚୟ କେଉଁଠି ଆସିଛନ୍ତି କିନ୍ତୁ ଜଣା
ପଡୁ ନାହିଁ । ଶେଷରେ ସମସ୍ତଙ୍କୁ ତ ନିଶ୍ଚୟ ଜଣାପଡିବ । ଖବରକାଗଜରେ ମଧ୍ୟ ବାହାରିବ । ଏବେ ତ କମ୍
ବାହାର କରୁଛନ୍ତି । ଏପରି ନୁହେଁ ଯେ ଗୋଟିଏ ଖବରକାଗଜ ସମସ୍ତେ ପଢ଼ୁଛନ୍ତି । ଲାଇବ୍ରେରୀରେ
ପଢିପାରିବେ । କେହି ୨-୪ଟା ଖବରକାଗଜ ମଧ୍ୟ ପଢିଥାନ୍ତି । କେହି ପୁଣି ବିଲ୍କୁଲ୍ ପଢନ୍ତି ନାହିଁ
। ଏ କଥା ସମସ୍ତେ ନିଶ୍ଚୟ ଜାଣିବେ ଯେ ବାବା ଆସିଛନ୍ତି, ବିନାଶର ସମୟ ନିକଟତ୍ତର ହେଲେ ଜଣାପଡିବ
। ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶ ହୋଇଥାଏ । ହୋଇପାରେ ବହୁତଙ୍କୁ ସାକ୍ଷାତ୍କାର
ମଧ୍ୟ ହେବ । ତୁମକୁ ସନ୍ନ୍ୟାସୀମାନଙ୍କୁ, ରାଜାମାନଙ୍କୁ ଜ୍ଞାନ ଦେବାକୁ ହେବ । ବହୁତଙ୍କୁ
ସନ୍ଦେଶ ଦେବାର ଅଛି । ଯେତେବେଳେ ଶୁଣିବେ ଯେ ବେହଦର ବାବା ଆସିଛନ୍ତି, ସେ ହିଁ ସଦ୍ଗତି ଦାତା
ଅଟନ୍ତି, ତେବେ ବହୁତ ଆସିବେ । ଏବେ ଖବରକାଗଜରେ ଏତେ ମନପସନ୍ଦ ହେଲା ଭଳି କାଇଦା ଅନୁସାରେ ବାହାରୁ
ନାହିଁ । କେହି ଆତ୍ମା ଆସିବେ ଯିଏକି ପଚରାପଚରି କରିବେ । ପିଲାମାନେ ଜାଣିଛନ୍ତି ଯେ ଆମେ ଶ୍ରୀମତ
ଆଧାରରେ ସତ୍ୟଯୁଗର ସ୍ଥାପନା କରୁଛୁ । ତୁମର ଏହା ନୂଆ ମିଶନ ଅର୍ଥାତ୍ ଆଧ୍ୟାତ୍ମିକ ସଂଗଠନ ଅଟେ ।
ତୁମେ ଈଶ୍ୱରୀୟ ମିଶନର ଈଶ୍ୱରୀୟ ସଦସ୍ୟ ଅଟ । ଯେପରି ଖ୍ରୀଷ୍ଟିୟାନ୍ ମିଶନର ଖ୍ରୀଷ୍ଟିୟାନ ସଦସ୍ୟ
ହୋଇଯା’ନ୍ତି । ତୁମେ ହେଉଛ ଈଶ୍ୱରୀୟ ସଦସ୍ୟ, ସେଥିପାଇଁ ଗାୟନ ରହିଛି ଅତୀନ୍ଦ୍ରିୟ ସୁଖ
ଗୋପ-ଗୋପୀମାନଙ୍କୁ ପଚାର, ଯେଉଁମାନେ ଆତ୍ମ-ଅଭିମାନୀ ହୋଇଛନ୍ତି । ଏକମାତ୍ର ବାବାଙ୍କୁ ମନେ
ପକାଇବାକୁ ହେବ, ଅନ୍ୟ କାହାକୁ ନୁହେଁ । ଏହି ରାଜଯୋଗ ଏକମାତ୍ର ବାବା ହିଁ ଶିଖାଉଛନ୍ତି, ସେ ହିଁ
ଗୀତାର ଭଗବାନ ଅଟନ୍ତି । ସମସ୍ତଙ୍କୁ ଏହି ବାବାଙ୍କର ନିମନ୍ତ୍ରଣ ଅଥବା ସନ୍ଦେଶ ଦେବାକୁ ହେବ,
ବାକି ସବୁ କଥା ହେଉଛି ଜ୍ଞାନ ଶୃଙ୍ଗାର । ଏ ଚିତ୍ର ସବୁ ହେଉଛି ଜ୍ଞାନର ଶୃଙ୍ଗାର ନୁହେଁ କି
ଭକ୍ତିର । ଏହାକୁ ବାବା ମନୁଷ୍ୟମାନଙ୍କୁ ବୁଝାଇବା ପାଇଁ କରାଇଛନ୍ତି । ଏହି ଚିତ୍ର ଆଦି ତ ପ୍ରାୟଃ
ଲୋପ ହୋଇଯିବ । ବାକି ଏହି ଜ୍ଞାନ ଆତ୍ମାରେ ରହିଯାଉଛି । ବାବାଙ୍କର ମଧ୍ୟ ଏହି ଜ୍ଞାନ ଅଛି, ଏହା
ଡ୍ରାମାରେ ନିଧାର୍ଯ୍ୟ ରହିଛି ।
ତୁମେ ଏବେ ଭକ୍ତିମାର୍ଗକୁ ଅତିକ୍ରମ କରି ଜ୍ଞାନମାର୍ଗକୁ ଆସିଛ । ତୁମେ ଜାଣିଛ ଯେ ଆମ ଆତ୍ମାରେ
ସେହି ପାର୍ଟ ରହିଛି ଯାହା ହୋଇ ଚାଲିଛି । ଏହା ନିଧାର୍ଯ୍ୟ ଥିଲା ଯାହାଦ୍ୱାରା କି ପୁନର୍ବାର ଆମେ
ବାବାଙ୍କଠାରୁ ରାଜଯୋଗ ଶିଖୁଛୁ । ବାବାଙ୍କୁ ହିଁ ଆସି ଏହି ଜ୍ଞାନ ଦେବାର ଥିଲା । ଆତ୍ମାରେ
ନିଧାର୍ଯ୍ୟ ରହିଛି । ସେଠାରେ ଯାଇ ପହଞ୍ଚିବ ତାପରେ ପୁଣି ନୂଆ ଦୁନିଆର ପାର୍ଟର ପୁନରାବୃତ୍ତି ।
ଆତ୍ମାର ସମସ୍ତ ରେକର୍ଡକୁ ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ତୁମେ ସବୁ ବୁଝିଯାଇଛ । ପୁଣି
ଏସବୁ ବନ୍ଦ ହୋଇଯିବ । ଭକ୍ତିମାର୍ଗର ପାର୍ଟ ମଧ୍ୟ ବନ୍ଦ ହୋଇଯିବ । ତୁମର ଯାହା ଅଭିନୟ ସତ୍ୟଯୁଗରେ
ଚାଲିଥିଲା, ତାହା ପୁଣି ଚାଲିବ । କ’ଣ ହେବ ଏକଥା ବାବା କହୁ ନାହାଁନ୍ତି । ଯାହା କିଛି ହୋଇଥିବ
ତାହା ହିଁ ହେବ । ବୁଝାଯାଉଛି ସତ୍ୟଯୁଗ ହେଉଛି ନୂଆ ଦୁନିଆ । ନିଶ୍ଚୟ ସେଠାରେ ସବୁ କିଛି ନୂଆ
ସତ୍ତ୍ୱପ୍ରଧାନ ଏବଂ ଶସ୍ତା ହୋଇଥିବ, ଯାହା କିଛି କଳ୍ପ ପୂର୍ବେ ହୋଇଥିଲା ତାହା ହିଁ ହେବ ।
ଦେଖୁଛନ୍ତି ମଧ୍ୟ ଏହି ଲକ୍ଷ୍ମୀ-ନାରାୟଣ କେତେ ସୁଖରେ ଥିଲେ । ହୀରା-ନୀଳା ଧନ ରତ୍ନ ପ୍ରଭୃତି
ବହୁତ ରହିବ । ଧନ ଅଛି ତ’ ସୁଖ ବି ଅଛି । ଏଠାରେ ତୁମେ ତୁଳନା କରିପାରିବ । ସେଠାରେ କରିପାରିବ
ନାହିଁ । ଏଠାକାର କଥା ସେଠାରେ ସବୁ ଭୁଲିଯିବ । ଏହା ହେଲା ନୂଆ କଥା, ଯାହାକୁ ବାବା ହିଁ
ପିଲାମାନଙ୍କୁ ବୁଝାଉଛନ୍ତି । ଆତ୍ମାମାନଙ୍କୁ ସେଠାକୁ ଯିବାକୁ ହେବ, ଯେଉଁଠି ସବୁ କାରବାର ବନ୍ଦ
ହୋଇଯାଇଥାଏ । ହିସାବ-କିତାବ ସବୁ ଚୁକ୍ତ ହେଉଛି । ଅଭିନୟ ଶେଷ ହେଉଛି । ଏହି ଏକମାତ୍ର ରେକର୍ଡ
ବହୁତ ବଡ ଅଟେ । ପୁଣି କହୁଛନ୍ତି ଆତ୍ମା ମଧ୍ୟ ସେତିକି ବଡ ହେବା ଦରକାର । କିନ୍ତୁ ନା, ଏତେ ଛୋଟ
ଆତ୍ମାରେ ୮୪ ଜନ୍ମର ପାର୍ଟ ରହିଛି । ଆତ୍ମା ମଧ୍ୟ ଅବିନାଶୀ ଅଟେ । ଏହାକୁ କେବଳ ଆଶ୍ଚର୍ଯ୍ୟ ବୋଲି
କୁହାଯିବ । ଏପରି ଆଶ୍ଚର୍ଯ୍ୟଜନକ ଜିନିଷ ଆଉ କିଛି ହୋଇପାରିବ ନାହିଁ । ବାବାଙ୍କ ପାଇଁ ତ’ କହନ୍ତି
ସେ ସତ୍ୟ-ତ୍ରେତାଯୁଗ ସମୟରେ ବିଶ୍ରାମରେ ରହନ୍ତି । ଆମେ ତ ଅଲରାଉଣ୍ଡର ପାର୍ଟ ବଜାଉଛୁ । ସବୁଠାରୁ
ଅଧିକ ପାର୍ଟ ଆମର ରହିଛି । ବାବା ଶ୍ରେଷ୍ଠ ସମ୍ପତ୍ତି ଦେଉଛନ୍ତି । କହୁଛନ୍ତି ୮୪ ଜନ୍ମ ମଧ୍ୟ
ତୁମେ ହିଁ ନେଉଛ । ଆମର ପାର୍ଟ ତ ଏପରି ଯାହାକି ଆଉ କେହି କରିପାରିବେ ନାହିଁ । ଆଶ୍ଚର୍ଯ୍ୟଜନକ
କଥା ନା । ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ଯେ ଆତ୍ମାମାନଙ୍କୁ ବାବା ଆସି ବୁଝାଉଛନ୍ତି । ଆତ୍ମା
ପୁରୁଷ କିମ୍ବା ସ୍ତ୍ରୀ ନୁହେଁ । ଯେତେବେଳେ ଶରୀର ଧାରଣ କରେ ସେତେବେଳେ ମେଲ୍-ଫିମେଲ୍ କୁହାଯାଏ
। ଆତ୍ମାମାନେ ସବୁ ସନ୍ତାନ ହୋଇଥିବାରୁ ଭାଇ-ଭାଇ ହୋଇଗଲେ । ନିଶ୍ଚିତ ସମ୍ପତ୍ତି ପାଇବା ପାଇଁ
ଭାଇ-ଭାଇ ହୋଇଛନ୍ତି । ଆତ୍ମା ବାବାଙ୍କର ସନ୍ତାନ ଅଟେ ନା । ବାବାଙ୍କଠାରୁ ସମ୍ପତ୍ତି ନେଉଛି
ସେଥିପାଇଁ ଆତ୍ମାକୁ ପୁରୁଷ ହିଁ କୁହାଯିବ । ସମସ୍ତ ଆତ୍ମାଙ୍କର ଅଧିକାର ରହିଛି ବାବାଙ୍କଠାରୁ
ବର୍ସା ପାଇବା ପାଇଁ । ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ । ନିଜକୁ ଆତ୍ମା ଭାବିବାକୁ ହେବ
। ଆମେ ସବୁ ଭାଇ-ଭାଇ ଅଟୁ । ଆତ୍ମା, ଆତ୍ମା ହିଁ ଅଟେ । ସେ କେବେ ପରିବର୍ତ୍ତନ ହୁଏ ନାହିଁ ।
ବାକି ଶରୀର କେବେ ପୁରୁଷର କେବେ ସ୍ତ୍ରୀର ନେଉଛି । ବୁଝିବା ପାଇଁ ବଡ ଅଡୁଆ କଥା, ଆଉ କେହି ବି
ଶୁଣାଇପାରିବେ ନାହିଁ । ବାବାଙ୍କଠାରୁ ଅଥବା ତୁମ ପିଲାମାନଙ୍କଠାରୁ ହିଁ ଶୁଣି ପାରିବେ । ବାବା ତ
ତୁମମାନଙ୍କ ସହିତ ହିଁ କଥା ହେଉଛନ୍ତି । ଆଗରୁ ତ ସମସ୍ତଙ୍କ ସହିତ ମିଶୁଥିଲେ, ସମସ୍ତଙ୍କ ସହିତ
କଥା ହେଉଥିଲେ । ଏହିପରି କରୁ-କରୁ ତ ଶେଷରେ କାହା ସହିତ କଥା ହିଁ ହେବେ ନାହିଁ । ପିଲାମାନଙ୍କ
ଦ୍ୱାରା ହିଁ ବାବା ପ୍ରତ୍ୟକ୍ଷ ହୋଇଥା’ନ୍ତି । ପିଲାମାନଙ୍କୁ ହିଁ ପଢାଇବାକୁ ହେବ । ତୁମେମାନେ
ବହୁତଙ୍କର ସେବା କରି ଏଠାକୁ ନେଇ ଆସୁଛ । ବାବା ଜାଣିଛନ୍ତି ଇଏ ବହୁତଙ୍କୁ ନିଜ ସମାନ କରି ନେଇ
ଆସୁଛନ୍ତି । ଇଏ ବଡ ରାଜା ହେବେ, ଇଏ ଛୋଟ ରାଜା ହେବେ । ତୁମେ ରୁହାନୀ ସେନା ମଧ୍ୟ ଅଟ, ଯିଏକି
ସମସ୍ତଙ୍କୁ ରାବଣର ଜଞ୍ଜିରରୁ ମୁକୁଳାଇ ନିଜର ମିଶନକୁ ନେଇ ଆସୁଛ । ଯିଏ ଯେତେ ସେବା କରନ୍ତି
ତାଙ୍କୁ ସେତେ ଫଳ ମିଳିଥାଏ । ଯିଏ ଅଧିକ ଭକ୍ତି କରିଛନ୍ତି ସେହିମାନେ ହିଁ ଅଧିକ ବୁଦ୍ଧିମାନ ହୋଇ
ବର୍ସା ନେଇଥାଆନ୍ତି । ଏହା ହେଉଛି ପାଠପଢା, ଭଲ ଭାବରେ ପାଠ ନ ପଢିଲେ ଫେଲ୍ ହୋଇଯିବେ । ପାଠପଢା
ବହୁତ ସହଜ ଅଟେ । ବୁଝିବା ଏବଂ ବୁଝାଇବା ମଧ୍ୟ ସହଜ ଅଟେ । ଅସୁବିଧାର କୌଣସି କଥା ନାହିଁ ।
କିନ୍ତୁ ରାଜଧାନୀ ସ୍ଥାପନ ହେଉଛି, ସେଥିରେ ତ ସବୁ ଦରକାର ନା । ତେଣୁ ପୁରୁଷାର୍ଥ କରିବାକୁ ହେବ
। ଏଥିରେ ଯେପରି ଆମକୁ ଉଚ୍ଚ ପଦ ମିଳୁ । ମୃତ୍ୟୁଲୋକରୁ ସ୍ଥାନାନ୍ତରିତ ହୋଇ ଅମରଲୋକକୁ ଯିବାକୁ
ହେବ । ଯେତେ ପଢିବ ସେତେ ଅମରପୁରୀରେ ଉଚ୍ଚ ପଦ ପାଇବ ।
ବାବାଙ୍କୁ ସ୍ନେହ ମଧ୍ୟ କରିବାକୁ ହେବ କାହିଁକି ନା ଇଏ ହେଉଛନ୍ତି ବହୁତ ପ୍ରିୟରୁ ପ୍ରିୟ ବସ୍ତୁ
। ସେ ସ୍ନେହର ସାଗର ମଧ୍ୟ ଅଟନ୍ତି, ସମସ୍ତଙ୍କ ପ୍ରତି ଏକାଭଳି ସ୍ନେହ ହୋଇପାରିବ ନାହିଁ । କେହି
ତାଙ୍କୁ ମନେ ପକାଉଛନ୍ତି, ଆଉ କେହି ମନେ ପକାଉ ନାହାଁନ୍ତି । କାହାକୁ ବୁଝାଇବାର ମଧ୍ୟ ନିଶା
ରହିଥାଏ ନା । ଏହା ବଡ ପ୍ରଲୋଭନ ଅଟେ । କାହାକୁ ବି କୁହ - ଏହା ବିଶ୍ୱ ବିଦ୍ୟାଳୟ ଅଟେ । ଏହା
ଆଧ୍ୟାତ୍ମିକ ପାଠପଢା ଅଟେ । ଏପରି ଚିତ୍ର ଆଉ କୌଣସି ସ୍କୁଲ୍ରେ ଦେଖାଯାଏ ନାହିଁ । ଦିନକୁ ଦିନ
ଆହୁରି ମଧ୍ୟ ଚିତ୍ର ବାହାରିବ । ଯାହାକୁ ମନୁଷ୍ୟ ଦେଖିବା ଦ୍ୱାରା ହିଁ ବୁଝିଯିବେ । ସିଡିର
ଚିତ୍ର ବହୁତ ଭଲ । କିନ୍ତୁ ଦେବତା ଧର୍ମର ନ ହୋଇଥିଲେ ସେ ବୁଝିପାରିବେ ନାହିଁ । ଯିଏ ଏହି କୁଳର
ହୋଇଥିବେ ତାଙ୍କୁ ତୀର ଲାଗିବ । ଯିଏ ଆମ ଦେବତା ଧର୍ମର ପାତ୍ର ହୋଇଥିବେ ସିଏ ଆସିବେ । ତୁମକୁ
ଅନୁଭବ ହେବ ଯେ ଇଏ ତ ବହୁତ ଆଗ୍ରହରେ ଶୁଣୁଛନ୍ତି । କେହି ତ’ ଖାଲିଖାଲି ଚାଲିଯିବେ । ଦିନକୁ ଦିନ
ନୂଆ-ନୂଆ କଥା ମଧ୍ୟ ପିଲାମାନଙ୍କୁ ବୁଝାଯାଉଛି । ତେଣୁ ସେବାର ବହୁତ ସଉକ ରହିବା ଦରକାର । ଯିଏ
ସେବାରେ ତତ୍ପର ଥିବେ ସେ ହୃଦୟରେ ବସିବେ ଏବଂ ସିଂହାସନ ଉପରେ ମଧ୍ୟ ଚଢିବେ । ଆଗକୁ ଗଲେ ତୁମକୁ
ସବୁ ସାକ୍ଷାତ୍କାର ହୋଇଚାଲିବ । ସେହି ଖୁସିରେ ତୁମେ ରହିବ । ଦୁନିଆରେ ତ ବହୁତ ହାହାକାର ହେବ ।
ରକ୍ତର ନଦୀ ମଧ୍ୟ ବହିବ । ବାହାଦୂର ସେବାଧାରୀ କେବେ ଭୋକରେ ମରିବେ ନାହିଁ । କିନ୍ତୁ ଏଠାରେ ତ
ତୁମକୁ ବନବାସରେ ଅର୍ଥାତ୍ ସାଧାରଣ ଭାବରେ ରହିବାକୁ ହେବ । ସୁଖ ମଧ୍ୟ ସେଠାରେ ମିଳିବ । କନ୍ୟାକୁ
ତ ବିବାହ ପୂର୍ବରୁ ସାଧାରଣ ଅବସ୍ଥାରେ ବସାଇଥା’ନ୍ତି ନା । ଶ୍ୱଶୁରଘରକୁ ଯାଇ ଖୁବ୍ ଅଳଙ୍କାର
ପିନ୍ଧିଥାଏ । ତୁମେ ମଧ୍ୟ ଶ୍ୱଶୁରଘରକୁ ଯାଉଛ, ତେଣୁ ସେହି ନିଶା ରହୁଛି । ତାହା ହିଁ ହେଉଛି
ସୁଖଧାମ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାଳାରେ
ଗୁନ୍ଥା ହେବା ପାଇଁ ଦେହୀ-ଅଭିମାନୀ ହୋଇ ତୀବ୍ର ବେଗରେ ଯୋଗର ଯାତ୍ରା କରିବାକୁ ହେବ । ବାବାଙ୍କର
ଆଜ୍ଞା ଅନୁସାରେ ଚାଲି ପବିତ୍ର ହେବାକୁ ପଡିବ ।
(୨) ବାବାଙ୍କର ପରିଚୟ
ଦେଇ ବହୁତଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ । ଏଠାରେ ବୈରାଗ୍ୟ ବୃତ୍ତିକୁ ଧାରଣ କରି
ରହିବାକୁ ହେବ । ଅନ୍ତିମ ହାହାକାରର ଦୃଶ୍ୟ ଦେଖିବା ପାଇଁ ମହାବୀର ହେବାକୁ ପଡିବ ।
ବରଦାନ:-
ବନ୍ଧନଗୁଡିକର
ପଞ୍ଜୁରୀକୁ ଭାଙ୍ଗି ଜୀବନମୁକ୍ତ ସ୍ଥିତିର ଅନୁଭବ କରୁଥିବା ସଚ୍ଚା ଟ୍ରଷ୍ଟୀ ଭବ ।
ଶରୀରର ବା ସମ୍ବନ୍ଧର
ବନ୍ଧନ ହିଁ ପଞ୍ଜୁରୀ ଅଟେ । ଦାୟିତ୍ୱଗୁଡିକୁ ମଧ୍ୟ ନିମିତ୍ତ ମାତ୍ର ସମ୍ପାଦନ କରିବାକୁ ହେବ,
ମୋହର ଅଧୀନ ହୋଇ ନୁହେଁ, ତେବେ କୁହାଯିବ ନିର୍ବନ୍ଧନ । ଯେଉଁମାନେ ଟ୍ରଷ୍ଟୀ ହୋଇ ଚାଲିଥା’ନ୍ତି,
ସେହିମାନେ ହିଁ ନିର୍ବନ୍ଧନ ଅଟନ୍ତି । ଯଦି କୌଣସି ବି ମୋ’ର ପଣିଆ ଅଛି ତେବେ ପଞ୍ଜୁରୀ ଭିତରେ
ବନ୍ଦ ରହିଛନ୍ତି । ଏବେ ତ ପଞ୍ଜୁରୀର ସାରୀରୁ ଫରିସ୍ତା ହୋଇଯାଉଛ, ସେଥିପାଇଁ କେଉଁଠି ବି ଟିକିଏ
ବନ୍ଧନ ନ ରହୁ । ମନର ମଧ୍ୟ ବନ୍ଧନ ନ ରହୁ । କ’ଣ କରିବି, କିପରି କରିବି, ଚାହୁଁଛି କିନ୍ତୁ
ହୋଇପାରୁ ନାହିଁ - ଏହା ମଧ୍ୟ ମନର ବନ୍ଧନ ଅଟେ । ଯେବେକି ମରଜୀବା ହୋଇଗଲ ତେଣୁ ସବୁ ପ୍ରକାରର
ବନ୍ଧନ ସମାପ୍ତ ହୋଇଗଲା, ସର୍ବଦା ଜୀବନମୁକ୍ତ ସ୍ଥିତିର ଅନୁଭବ ହେବା ଦରକାର ।
ସ୍ଲୋଗାନ:-
ଯଦି ସଂକଳ୍ପକୁ
ସଞ୍ଚୟ କରିବ ତେବେ ସମୟ, ବାଣୀ... ସବୁ କିଛି ଆପେ ଆପେ ସଞ୍ଚୟ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତ ଅର୍ଥାତ୍
କର୍ମର କୌଣସି ବି ବନ୍ଧନଠାରୁ ସ୍ୱତନ୍ତ୍ରତା । ଏହିଭଳି ଅନୁଭବ ଦିନକୁ ଦିନ ବଢିଚାଲୁ । କୌଣସି ବି
କାର୍ଯ୍ୟ ତୁମକୁ ସ୍ପର୍ଶ ନ କରୁ ଅର୍ଥାତ୍ ପ୍ରଭାବିତ ନ କରୁ ଏବଂ କରିସାରିବା ପରେ ଯାହା ବି ଫଳ
ମିଳୁଛି ତାହା ମଧ୍ୟ ତୁମକୁ ସ୍ପର୍ଶ ନ କରୁ, ସମ୍ପୂର୍ଣ୍ଣ ନିଆରା ପଣିଆର ଅନୁଭବ ହେଉଥାଉ । ଯେପରି
ଅନ୍ୟ କେହି ମୋ ଦ୍ୱାରା କରାଇଛି ଏବଂ ମୁଁ କରୁଛି । ନିମିତ୍ତ ଭାବରେ ମଧ୍ୟ ନିଆରା ପଣିଆ ଅନୁଭବ
ହେଉ । ଯାହା କିଛି ବିତିଗଲା ତା’କୁ ବିନ୍ଦୁ ଲଗାଇ ସେଥିରୁ ନିଆରା ହୋଇଯାଅ ।