10.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସବୁଠାରୁ
ବଡ ବେମାରୀ ହେଲା ଦେହ-ଅଭିମାନ, ଏହା ଦ୍ୱାରା ହିଁ ଅଧଃପତନ ହୋଇଛି, ସେଥିପାଇଁ ଏବେ ଦେହୀ-ଅଭିମାନୀ
ହୁଅ । ”
ପ୍ରଶ୍ନ:-
ତୁମ
ସନ୍ତାନମାନଙ୍କର କର୍ମାତୀତ ଅବସ୍ଥା କେବେ ହେବ?
ଉତ୍ତର:-
ଯେତେବେଳେ ଯୋଗବଳ ଦ୍ୱାରା କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରିବ ଏବଂ ପୂରା-ପୂରା ଦେହୀ-ଅଭିମାନୀ
ହେବ । ଏହି ଦେହ-ଅଭିମାନର ରୋଗ ହିଁ ସବୁଠାରୁ ବଡ ରୋଗ, ଏହା ଦ୍ୱାରା ହିଁ ଦୁନିଆ ପତିତ ହୋଇଛି ।
ଦେହୀ-ଅଭିମାନୀ ହେଲେ ବହୁତ ଖୁସି ଏବଂ ନିଶା ରହିବ, ଚାଲି-ଚଳଣ ମଧ୍ୟ ସୁଧୁରିଯିବ ।
ଗୀତ:-
ରାତ କେ ରାହୀ
ଥକ ମତ ଜାନା...
ଓମ୍ ଶାନ୍ତି ।
ଯାତ୍ରୀର ଅର୍ଥକୁ ତ ପିଲାମାନେ ଶୁଣିଲେ । ଏହି କଥାକୁ ତ ତୁମ ବ୍ରହ୍ମା ମୁଖ ବଂଶାବଳୀ
ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ । ତୁମେମାନେ ଯେଉଁ ଦେବୀ-ଦେବତା
ଥିଲ, ଥିଲ ତ ମନୁଷ୍ୟ କିନ୍ତୁ ତୁମର ଚରିତ୍ର ବହୁତ ଭଲ ଥିଲା । ତୁମେ ସର୍ବଗୁଣ ସମ୍ପନ୍ନ, ୧୬ କଳା
ସମ୍ପୂର୍ଣ୍ଣ ଥିଲ । ତୁମେମାନେ ବିଶ୍ୱର ମାଲିକ ଥିଲ । ତେବେ ହୀରା ତୁଲ୍ୟରୁ କଉଡି ତୁଲ୍ୟ କିପରି
ହେଲ, ଏକଥା କୌଣସି ମନୁଷ୍ୟ ଜାଣି ନାହାଁନ୍ତି । ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ
ପରିବର୍ତ୍ତନ ହୋଇଛ । ଏବେ ତୁମେମାନେ ଦେବତା ହୋଇ ନାହଁ, ପରିବର୍ତ୍ତନ ହେଉଛ । କେହି ଅଳ୍ପ
ବଦଳିଛନ୍ତି, କାହାର ୫ ଶତକଡା, କାହାର ୧୦ ଶତକଡା ...ଚରିତ୍ର ବଦଳି ଚାଲିଛି । ଦୁନିଆକୁ ଏକଥା ଜଣା
ନାହିଁ ଯେ, ଭାରତ ହିଁ ସ୍ୱର୍ଗ ଥିଲା, କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବେ
ଭାରତରେ ଦେବୀ-ଦେବତାମାନେ ଥିଲେ, ତାଙ୍କ ଠାରେ ଏପରି ଗୁଣ ଥିଲା ଯେ, ସେମାନଙ୍କୁ ଭଗବାନ ଭଗବତୀ
ବୋଲି କୁହାଯାଉଥିଲା । ଏବେ ତ ସେହି ଗୁଣ ନାହିଁ । ମନୁଷ୍ୟମାନେ ବୁଝି ପାରୁ ନାହାଁନ୍ତି, ଯେଉଁ
ଭାରତ ଏତେ ସାହୁକାର ଥିଲା, ତାର ପୁଣି ଅଧୋଗତି କିପରି ହେଲା । ଏହା ମଧ୍ୟ ବାବା ହିଁ ବସି
ବୁଝାଉଛନ୍ତି । ତୁମେମାନେ ମଧ୍ୟ ଏ କଥାକୁ ବୁଝାଇପାରିବ, କାରଣ ତୁମମାନଙ୍କର ଜୀବନ ପରିବର୍ତ୍ତନ
ହୋଇଯାଇଛି । ବାବା କହୁଛନ୍ତି ପିଲାମାନେ ତୁମେମାନେ ଯେତେବେଳେ ଦେବୀ-ଦେବତା ଥିଲ ସେତେବେଳେ
ଆତ୍ମ-ଅଭିମାନୀ ଥିଲ ପୁଣି ଯେତେବେଳେ ରାବଣର ରାଜ୍ୟ ଆରମ୍ଭ ହେଲା ସେତେବେଳେ ଦେହ-ଅଭିମାନୀ ହୋଇଗଲ
। ଏହି ଦେହ-ଅଭିମାନର ସବୁଠାରୁ ବଡ ବେମାରୀ ତୁମକୁ ଲାଗିଯାଇଛି । ସତ୍ୟଯୁଗରେ ତୁମେ ଆତ୍ମ-ଅଭିମାନୀ
ଥିଲ, ତେଣୁ ବହୁତ ସୁଖୀ ଥିଲ, କିନ୍ତୁ ତୁମକୁ ଏପରି କିଏ କରିଲା? ଏକଥା କେହି ବି ଜାଣି ନାହାଁନ୍ତି
। ବାବା ଆସି ବୁଝାଉଛନ୍ତି, ତୁମର ଅଧଃପତନ କାହିଁକି ହେଲା । ତୁମେମାନେ ନିଜର ଧର୍ମକୁ ଭୁଲିଯାଇଛ
। ଭାରତ ୱର୍ଥ ନଟ ଏ ପେନି ଅର୍ଥାତ୍ ମୂଲ୍ୟହୀନ ହୋଇଗଲା । ତାର ମୂଳ କାରଣ କ’ଣ? ଦେହ-ଅଭିମାନ ।
ଏହି ଡ୍ରାମା ମଧ୍ୟ ପୂର୍ବନିର୍ମିତ । ମନୁଷ୍ୟ ଏକଥା ଜାଣି ନାହାଁନ୍ତି ଯେ, ଭାରତ ଏତେ ସାହୁକାର
ଥିଲା ପୁଣି ଗରୀବ କିପରି ହେଲା, ଆମେ ଆଦି-ସନାତନ ଦେବୀ-ଦେବତା ଧର୍ମର ଥିଲୁ ପୁଣି ଆମେ କିପରି
ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହେଲୁ । ବାବା ବୁଝାଉଛନ୍ତି, ରାବଣ ରାଜ୍ୟ ହେବା ଦ୍ୱାରା ତୁମେ
ଦେହ-ଅଭିମାନୀ ହୋଇଗଲ, ତେଣୁ ତୁମର ଏହିପରି ଅବସ୍ଥା ହେବାକୁ ଲାଗିଲା । ସିଡି ଚିତ୍ରରେ ମଧ୍ୟ
ଦେଖାଯାଇଛି - ତୁମମାନଙ୍କର କିପରି ଅଧଃଗତି ହେଲା, ୱର୍ଥ ନଟ ଏ ପେନିର ମୁଖ୍ୟ କାରଣ ହେଲା
ଦେହ-ଅଭିମାନ । ଏକଥା ମଧ୍ୟ ବାବା ବସି ବୁଝାଉଛନ୍ତି । ଶାସ୍ତ୍ରରେ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ
ବୋଲି ଲେଖି ଦେଇଛନ୍ତି । ଆଜିକାଲି ଖ୍ରୀଷ୍ଟିୟାନମାନେ ବହୁତ ବୁଦ୍ଧିମାନ । ସେମାନେ ମଧ୍ୟ
କହୁଛନ୍ତି - ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବେ ଭାରତ ସ୍ୱର୍ଗ ଥିଲା, ଭାରତବାସୀ ଏକଥା
ବୁଝିପାରୁ ନାହାଁନ୍ତି ଯେ, ପ୍ରାଚୀନ ଭାରତ ହିଁ ଥିଲା ଯାହାକୁ ସ୍ୱର୍ଗ, ହେଭେନ୍ କୁହାଯାଉଥିଲା ।
ଆଜିକାଲି ଭାରତର ସମ୍ପୂର୍ଣ୍ଣ ଇତିହାସ-ଭୂଗୋଳକୁ ତ କେହି ଜାଣି ହିଁ ନାହାଁନ୍ତି, କିଛି
ସନ୍ତାନମାନଙ୍କ ପାଖରେ କିଛି ଜ୍ଞାନ ରହିଛି ତେଣୁ ଦେହ-ଅଭିମାନ ଆସିଯାଉଛି । ଭାବୁଛନ୍ତି ଆମ ପରି
କେହି ନାହାଁନ୍ତି । ବାବା ବୁଝାଉଛନ୍ତି ଭାରତର ଏପରି ଦୁର୍ଦ୍ଦଶା କାହିଁକି ହେଲା? ଗାନ୍ଧୀ ବାପୁ
ମଧ୍ୟ କହୁଥିଲେ - ହେ ପତିତ-ପାବନ ଆସ, ଆସି ରାମରାଜ୍ୟର ସ୍ଥାପନା କର । ତେବେ ଆତ୍ମାକୁ ନିଶ୍ଚିତ
ଭାବରେ କେବେ ନା କେବେ ବାବାଙ୍କଠାରୁ ସୁଖ ମିଳିଥିଲା, ସେଥିପାଇଁ ପତିତ-ପାବନଙ୍କୁ ସ୍ମରଣ
କରୁଛନ୍ତି ।
ବାବା ବୁଝାଉଛନ୍ତି ମୋର ପିଲାମାନେ ଯିଏକି ଶୁଦ୍ରରୁ ପରିବର୍ତ୍ତନ ହୋଇ ବ୍ରାହ୍ମଣ ହୋଇଛନ୍ତି,
ସେମାନେ ମଧ୍ୟ ପୂରା ଦେହୀ-ଅଭିମାନୀ ହେଉ ନାହାଁନ୍ତି । ଘଡି ଘଡି ଦେହ-ଅଭିମାନରେ ଆସିଯାଉଛନ୍ତି ।
ଏହା ହେଉଛି ସବୁଠାରୁ ପୁରୁଣା ରୋଗ, ଯାହା ଦ୍ୱାରା ଭାରତର ଏହି ଅବସ୍ଥା ହୋଇଛି । ତେବେ
ଦେହୀ-ଅଭିମାନୀ ହେବାରେ ବହୁତ ମେହନତ ରହିଛି । ତୁମେମାନେ ଯେତେ ଦେହୀ-ଅଭିମାନୀ ହେବ ସେତେ
ବାବାଙ୍କୁ ସ୍ମରଣ କରିପାରିବ । ପୁଣି ଅସରନ୍ତି ଖୁସି ମଧ୍ୟ ରହିବା ଦରକାର । ଗାୟନ କରାଯାଏ -
ଚିନ୍ତା ଥିଲା ପାର ବ୍ରହ୍ମରେ ରହୁଥିବା ପରମେଶ୍ୱରଙ୍କର, ସେ ମିଳିଗଲେ, ତାଙ୍କଠାରୁ ୨୧ ଜନ୍ମର
ବର୍ସା (ସମ୍ପତ୍ତି) ମିଳୁଛି । ବାକି କ’ଣ ଦରକାର । ତୁମେ କେବଳ ଦେହୀ-ଅଭିମାନୀ ହୁଅ, ମୋତେ ମନେ
ପକାଅ । ଭଲେ ଗୃହସ୍ଥ ବ୍ୟବହାରରେ ରୁହ । ସାରା ଦୁନିଆର ମନୁଷ୍ୟମାନେ ଦେହ-ଅଭିମାନରେ ଅଛନ୍ତି ।
ଯେଉଁ ଭାରତ ଏତେ ଶ୍ରେଷ୍ଠ ଥିଲା ତା’ର ଏବେ ଅଧଃପତନ ହୋଇଯାଇଛି । ବାସ୍ତବରେ ଏହାର ଇତିହାସ-ଭୂଗୋଳ
କ’ଣ ତାହା କେହି ବି କହିପାରିବେ ନାହିଁ । ଏକଥା କୌଣସି ଶାସ୍ତ୍ରରେ ନାହିଁ । ଦେବତାମାନେ
ଆତ୍ମ-ଅଭିମାନୀ ଥିଲେ । ଜାଣିଥିଲେ ଯେ, ଗୋଟିଏ ଦେହକୁ ଛାଡି ଆଉ ଗୋଟିଏ ନେବାକୁ ହେବ । ସେମାନେ
ପରମାତ୍ମ-ଅଭିମାନୀ ନ ଥିଲେ । ତୁମେ ଯେତେ ଯେତେ ବାବାଙ୍କୁ ସ୍ମରଣ କରିବ, ସେତେ ସେତେ
ଦେହୀ-ଅଭିମାନୀ ହୋଇ ରହିବ ଏବଂ ସେତେ ବହୁତ ମିଠା ମଧ୍ୟ ହେବ । ଦେହ-ଅଭିମାନରେ ଆସିବା ଦ୍ୱାରା
ହିଁ ଲଢେଇ, ଝଗଡା, ମାଙ୍କଡପଣିଆ ଆସିଯାଉଛି । ଏକଥା ଶିବବାବା ବୁଝାଉଛନ୍ତି ଏବଂ ବ୍ରହ୍ମାବାବା
ମଧ୍ୟ ବୁଝୁଛନ୍ତି । କିନ୍ତୁ ପିଲାମାନେ ଦେହ-ଅଭିମାନରେ ଆସି ଶିବବାବାଙ୍କୁ ଭୁଲିଯାଉଛନ୍ତି । ଭଲ
ଭଲ ସନ୍ତାନମାନେ ମଧ୍ୟ ବହୁତ ଦେହ-ଅଭିମାନରେ ରହୁଛନ୍ତି । ଦେହୀ-ଅଭିମାନୀ ହେଉ ନାହାଁନ୍ତି, ତୁମେ
କାହାକୁ ବି ଏହି ବେହଦର ଇତିହାସ-ଭୂଗୋଳ ବୁଝାଇପାରିବ । ବରାବର ସୂର୍ଯ୍ୟବଂଶୀ
ଚନ୍ଦ୍ରବଂଶୀମାନଙ୍କର ରାଜଧାନୀ ଥିଲା, କିନ୍ତୁ ଏହି ଡ୍ରାମା ସମ୍ବନ୍ଧରେ କାହାକୁ ହେଲେ ଜଣା ନାହିଁ
। ଭାରତ ଯାହାର କି ଏତେ ଅଧଃପତନ ହୋଇଯାଇଛି ତାର ମୂଳଦୁଆ ହେଉଛି ଦେହ-ଅଭିମାନ । ପିଲାମାନଙ୍କ
ଭିତରେ ମଧ୍ୟ ଦେହ-ଅଭିମାନ ଆସିଯାଉଛି । ଏକଥା ବୁଝୁ ନାହାଁନ୍ତି ଯେ, ଆମକୁ କିଏ ନିର୍ଦ୍ଦେଶ
ଦେଉଛନ୍ତି । ସର୍ବଦା ଭାବିବା ଉଚିତ୍ ଯେ, ଏହିସବୁ କଥା ଆମକୁ ଶିବବାବା କହୁଛନ୍ତି । ଶିବବାବାଙ୍କୁ
ସ୍ମରଣ ନ କରିବା ଦ୍ୱାରା ଦେହ-ଅଭିମାନରେ ଆସିଯାଉଛନ୍ତି । ସାରା ଦୁନିଆ ଦେହ-ଅଭିମାନୀ ହୋଇଯାଇଛି,
ତେଣୁ ବାବା କହୁଛନ୍ତି ନିଜକୁ ଆତ୍ମ ନିଶ୍ଚୟ କରି, ମୋତେ ମନେ ପକାଅ । ଆତ୍ମା ଏହି ଦେହ ଦ୍ୱାରା
ଶୁଣୁଛି, ଏଠାରେ ଅଭିନୟ କରୁଛି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଯଦିଓ ଭାଷଣ ବହୁତ ଭଲ କରି
ପାରୁଛନ୍ତି କିନ୍ତୁ ଚଳଣି ମଧ୍ୟ ଭଲ ହେବା ଦରକାର ନା । ଦେହ-ଅଭିମାନ ଥିବା କାରଣରୁ ଫେଲ୍
ହୋଇଯାଉଛନ୍ତି । ସେହି ଖୁସି ଅଥବା ନିଶା ରହୁ ନାହିଁ । ତାଙ୍କ ଦ୍ୱାରା ବଡ ବିକର୍ମ ହେବା କାରଣରୁ
ବହୁତ ବଡ ଦଣ୍ଡର ଭାଗୀଦାର ମଧ୍ୟ ହୋଇଯାଆନ୍ତି । ଦେହ-ଅଭିମାନୀ ହେବା ଦ୍ୱାରା ବହୁତ କ୍ଷତି
ହୋଇଥାଏ । ବହୁତ ଦଣ୍ଡ ଭୋଗିବାକୁ ପଡିଥାଏ । ବାବା କହୁଛନ୍ତି ଏହା ଗଡଲି ୱାଲର୍ଡ ଗଭର୍ଣ୍ଣମେଣ୍ଟ
ଅଟେ ନା । ଭଗବାନଙ୍କ ଗଭର୍ଣ୍ଣମେଣ୍ଟର ରାଇଟ୍ହ୍ୟାଣ୍ଡ (ଡାହାଣ ହାତ) ହେଉଛନ୍ତି ଧର୍ମରାଜ ।
ତୁମେମାନେ ଭଲ କର୍ମ କରୁଛ ତେଣୁ ତାର ଭଲ ଫଳ ମିଳୁଛି । ଯଦି ଖରାପ କର୍ମ କରିବ ତେବେ ତା’ର ଦଣ୍ଡ
ଭୋଗ କରିବାକୁ ପଡିବ । ସମସ୍ତେ ଗର୍ଭ ଜେଲ୍ରେ ମଧ୍ୟ ଦଣ୍ଡ ଭୋଗ କରିଥାଆନ୍ତି । ଏ ସମ୍ବନ୍ଧରେ
ମଧ୍ୟ ଏକ କାହାଣୀ ରହିଛି । ଏହିସବୁ କଥା ବର୍ତ୍ତମାନ ସମୟର । ତେବେ ସବୁ ମହିମା ଏକମାତ୍ର
ବାବାଙ୍କର । ଅନ୍ୟ କାହାରି ମହିମା ନାହିଁ, ସେଥିପାଇଁ ଲେଖା ଯାଉଛି ତ୍ରିମୂର୍ତ୍ତି ଶିବ ଜୟନ୍ତୀ
ହେଉଛି ହୀରା ତୁଲ୍ୟ ଜୟନ୍ତୀ, ବାକି ସବୁ କଉଡି ତୁଲ୍ୟ । କାରଣ ଶିବବାବାଙ୍କ ବ୍ୟତୀତ କେହି ପାବନ
କରିପାରିବେ ନାହିଁ । ଆତ୍ମା ପାବନ ହେଉଛି ପୁଣି ରାବଣ ପତିତ କରିଦେଉଛି । ଯେଉଁଥିପାଇଁ ସମସ୍ତେ
ଦେହ ଅଭିମାନୀ ହୋଇଯାଇଛନ୍ତି । ଏବେ ତୁମେ ଦେହୀ-ଅଭିମାନୀ ହେଉଛ । ଏହି ଦେହୀ-ଅଭିମାନୀ ଅବସ୍ଥା
୨୧ ଜନ୍ମ ପର୍ଯ୍ୟନ୍ତ ରହୁଛି । ତେଣୁ ଜଣଙ୍କର ହିଁ ସମର୍ପଣର ଗାୟନ ରହିଛି । ଶିବବାବା ଭାରତକୁ
ସ୍ୱର୍ଗ କରୁଛନ୍ତି, ଏକଥା କାହାକୁ ଜଣା ନାହିଁ ଯେ, ଶିବବାବା କେବେ ଆସିଲେ, ତାଙ୍କର ଇତିହାସ ତ
ପ୍ରଥମେ ଆବଶ୍ୟକ । ପରମପିତା ପରମାତ୍ମାଙ୍କୁ ହିଁ ଶିବ କୁହାଯାଉଛି ।
ତୁମେ ଜାଣିଛ ଯେ, ଦେହ-ଅଭିମାନ ଯୋଗୁଁ ହିଁ ସମସ୍ତଙ୍କର ଅଧଃପତନ ହୋଇଛି । ତେବେ ଯାଇ ଉତ୍ଥାନ
କରିବା ପାଇଁ ବାବା ଆସିବେ । ଉତ୍ଥାନ ଏବଂ ପତନ, ଦିନ ଏବଂ ରାତି, ଜ୍ଞାନ ସୂର୍ଯ୍ୟଙ୍କର ଉଦୟ ହେଲା
ଅଜ୍ଞାନ ଅନ୍ଧକାର ବିନାଶ । ସବୁଠାରୁ ଅଧିକ ଅଜ୍ଞାନ ହେଉଛି ଏହି ଦେହ-ଅଭିମାନ । ଆତ୍ମା ବିଷୟରେ ତ
କାହାକୁ ହେଲେ ଜଣା ନାହିଁ । ଆତ୍ମା ସୋ ପରମାତ୍ମା ବୋଲି କହିଦେଉଛନ୍ତି, ସେଥିପାଇଁ କେତେ ପାପ
ଆତ୍ମା ହୋଇ ଯାଇଛନ୍ତି, ସେଥିପାଇଁ ସବୁର ଅଧଃପତନ ହୋଇଯାଇଛି । ୮୪ ଜନ୍ମ ନେଇ ସିଡି ତଳକୁ ଖସି
ଆସିଛନ୍ତି । ଏହିପରି ଖେଳ ତିଆରି ହୋଇଛି । ଏହି ବିଶ୍ୱର ଇତିହାସ-ଭୂଗୋଳକୁ ତୁମେ ସନ୍ତାନମାନେ
ଜାଣିଛ ଆଉ କେହି ଜାଣି ନାହାଁନ୍ତି । ବିଶ୍ୱର ଅଧଃପତନ କିପରି ହେଲା । ସେମାନେ ତ ଭାବୁଛନ୍ତି ଯେ,
ବିଜ୍ଞାନ ଦ୍ୱାରା ବହୁତ ଉନ୍ନତି ହୋଇଛି । ଏ କଥା ବୁଝୁ ନାହାଁନ୍ତି ଯେ ଦୁନିଆ ଆହୁରି ପତିତ ନର୍କ
ହୋଇଯାଇଛି, କାରଣ ଦେହ-ଅଭିମାନ ବହୁତ ରହିଛି । ବାବା କହୁଛନ୍ତି, ଏବେ ତୁମକୁ ଦେହୀ-ଅଭିମାନୀ
ହେବାକୁ ପଡିବ । ଭଲ ଭଲ ମହାରଥୀମାନେ ଢେର ଅଛନ୍ତି । ଜ୍ଞାନ ବହୁତ ଭଲ ଶୁଣାଉଛନ୍ତି କିନ୍ତୁ
ଦେହ-ଅଭିମାନ ସମ୍ପୂର୍ଣ୍ଣ ରୂପେ ହଟି ନାହିଁ । ଦେହ-ଅଭିମାନ ଥିବା କାରଣରୁ କାହା ପାଖରେ କ୍ରୋଧର
ଅଂଶ, କାହା ଭିତରେ ମୋହର ଅଂଶ, କିଛି ନା କିଛି ରହିଛି । ତେବେ ସମସ୍ତଙ୍କର ଚରିତ୍ର ସୁଧୁରିବା
ଦରକାର ନା । ବହୁତ-ବହୁତ ମିଠା ହେବା ଦରକାର । ସେଥିପାଇଁ ଉଦାହରଣ ଦିଆଯାଉଛି ଯେ, ସେଠାରେ ଛେଳି
ବାଘ ଏକତ୍ର ପାଣି ପିଇଥା’ନ୍ତି । ଦୁଃଖଦାୟୀ ଜୀବଜନ୍ତୁ ସେଠାରେ ରହିବେ ନାହିଁ । ଏହି ସବୁ କଥାକୁ
ମଧ୍ୟ ମୁସ୍କିଲ୍ରେ କେହି କେହି କ୍ରମଅନୁସାରେ ବୁଝୁଛନ୍ତି । କର୍ମ ଭୋଗ ସମାପ୍ତ ହୋଇଯାଉ,
କର୍ମାତୀତ ଅବସ୍ଥା ହୋଇଯାଉ, ଏହା ମୁସ୍କିଲ୍ରେ ହେଉଛି । ବହୁତ ଦେହ-ଅଭିମାନରେ ଆସିଯାଉଛନ୍ତି ।
ଜଣାପଡୁନାହିଁ - ଆମକୁ ଏହି ମତ କିଏ ଦେଉଛନ୍ତି । ଶ୍ରୀମତ, ଶ୍ରୀକୃଷ୍ଣଙ୍କ ଦ୍ୱାରା କିପରି ମିଳିବ
। ଶିବବାବା କହୁଛନ୍ତି, ମୁଁ ଏହାଙ୍କ ବିନା କିପରି ଶ୍ରୀମତ ଦେବି । ଇଏ ମୋର ସ୍ଥାୟୀ ରଥ ଅଟନ୍ତି
। ତେଣୁ ଦେହ-ଅଭିମାନରେ ଆସି ଓଲଟା-ସିଧା କର୍ମ କରି ଅଯଥାରେ ନିଜର ବରବାଦୀ କର ନାହିଁ । ନଚେତ୍
ଫଳାଫଳ କ’ଣ ହେବ । ବହୁତ କମ୍ ପଦ ପାଇବ । ପାଠୁଆଙ୍କ ଆଗରେ ଅପାଠୁଆ ବୋଝ ବୋହିବେ । ବହୁତ
କହୁଛନ୍ତି ଭାରତର ଇତିହାସ-ଭୂଗୋଳ ଯାହାକି ସମ୍ପୂର୍ଣ୍ଣ ଭାବେ ରହିବା ଦରକାର, ତାହା ନାହିଁ । ତେଣୁ
ତାଙ୍କୁ ବୁଝାଇବାକୁ ପଡିବ । ଏକଥା ତୁମମାନଙ୍କ ବ୍ୟତୀତ ତ କେହି ବୁଝାଇପାରିବେ ନାହିଁ । କିନ୍ତୁ
ସେଥିପାଇଁ ଦେହୀ-ଅଭିମାନୀ ସ୍ଥିତି ଆବଶ୍ୟକ ଏବଂ ସେହିମାନେ ହିଁ ଉଚ୍ଚ ପଦ ପାଇପାରିବେ । ଏବେ ତ
କାହାର କର୍ମାତୀତ ଅବସ୍ଥା ହୋଇନାହିଁ । ଏହାଙ୍କ ଉପରେ ତ ବହୁତ ଦାୟିତ୍ୱ ରହିଛି । କେତେ ଚିନ୍ତା
ରହୁଛି । ଯଦିଓ ଜାଣୁଛନ୍ତି ଯେ, ସବୁ ଡ୍ରାମା ଅନୁସାରେ ହେଉଛି । ତଥାପି ବି ବୁଝାଇବା ପାଇଁ
ଯୁକ୍ତି ତ ରଚନା କରିବାକୁ ପଡିବ ନା । ସେଥିପାଇଁ ବାବା କହୁଛନ୍ତି, ତୁମେ ଅଧିକ ଦେହୀ-ଅଭିମାନୀ
ହୋଇପାରିବ । ତୁମ ଉପରେ କୌଣସି ବୋଝ ନାହିଁ, ବାବାଙ୍କ ଉପରେ ତ ବହୁତ ବୋଝ ରହିଛି । ମୁଖ୍ୟ ତ
ପ୍ରଜାପିତା ବ୍ରହ୍ମା ଅଟନ୍ତି ନା । କିନ୍ତୁ ଏକଥା କାହାକୁ ଜଣା ନାହିଁ ଯେ, ଏହାଙ୍କ ଶରୀରରେ
ଶିବବାବା ଅଛନ୍ତି । କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ କେହି ମୁସ୍କିଲରେ ଏହି ନିଶ୍ଚୟରେ
ରହୁଛନ୍ତି । ତେଣୁ ଏହି ବିଶ୍ୱର ଇତିହାସ-ଭୂଗୋଳ ଜାଣିବା ଦରକାର ନା । ଭାରତରେ କେବେ ସ୍ୱର୍ଗ ଥିଲା,
ପୁଣି କେଉଁଆଡେ ଗଲା? କିପରି ପତନ ହେଲା? ଏକଥା କାହାକୁ ଜଣା ନାହିଁ । ତୁମେମାନେ ଯେ ପପର୍ଯ୍ୟନ୍ତ
ନ ବୁଝାଇଛ ସେ ପର୍ଯ୍ୟନ୍ତ କେହି ବୁଝିପାରିବେ ନାହିଁ, ସେଥିପାଇଁ ବାବା ନିର୍ଦ୍ଦେଶ ଦେଉଛନ୍ତି,
ଲେଖାପଢା କରି ସ୍କୁଲ୍ମାନଙ୍କରେ ବିଶ୍ୱର ଇତିହାସ ଭୂଗୋଳ ବୁଝାଇବା ଦରକାର । ଭାରତର ଅଧଃପତନ ଉପରେ
ଭାଷଣ କରିବା ଉଚିତ୍ । ଭାରତ ହୀରାତୁଲ୍ୟ ଥିଲା ତାହା ପୁଣି କଉଡିତୁଲ୍ୟ କିପରି ହେଲା? କଉଡିତୁଲ୍ୟ
ହେବା ପାଇଁ କେତେ ବର୍ଷ ଲାଗିଲା? ସେ କଥା ଆମେ ବୁଝାଉଛୁ । ତୁମେମାନେ ପର୍ଚ୍ଚା ଏପରି ତିଆରି କରି
ଉଡାଜାହାଜରୁ ମଧ୍ୟ ପକାଇପାରିବ । କିନ୍ତୁ ବୁଝାଇଲାବାଲା ବହୁତ ବୁଦ୍ଧିମାନ ହେବା ଉଚିତ୍ । ଯଦି
ଗଭର୍ଣ୍ଣମେଣ୍ଟ ଚାହୁଁଛି ତେବେ ଗଭର୍ଣ୍ଣମେଣ୍ଟର ହିଁ ହଲ ବିଜ୍ଞାନ ଭବନ, ଯାହାକି ଦିଲ୍ଲୀରେ ଅଛି
ସେଠାକୁ ସମସ୍ତଙ୍କୁ ଡାକିବା ଉଚିତ୍ । ଖବରକାଗଜରେ ମଧ୍ୟ ବାହାର କରାଯିବା ଉଚିତ୍ । କାର୍ଡ ମଧ୍ୟ
ସମସ୍ତଙ୍କ ପାଖକୁ ପଠାଇ ଦେବା ଉଚିତ୍ । ଆମେ ତୁମକୁ ସାରା ବିଶ୍ୱର ଇତିହାସ-ଭୂଗୋଳ ଆରମ୍ଭରୁ ଶେଷ
ପର୍ଯ୍ୟନ୍ତ ବୁଝାଉଛୁ । ତେବେ ସେମାନେ ସ୍ୱତଃ ଆସିବେ ଏବଂ ଯିବେ । ଏଥିରେ ପଇସାର ତ କିଛି କଥା
ହିଁ ନାହିଁ । ମନେକର ଆମକୁ କେହି ମିଳିଗଲେ, ଉପହାର ଦେଲେ ତେବେ ତାହା ତ ଆମେ ନେଇପାରିବା ନାହିଁ
। ସେ ସବୁକୁ ସେବାରେ ଲଗାଇଦେବା ଉଚିତ୍, ବାକି ଆମେ ନେଇପାରିବୁ ନାହିଁ । ବାବା କହୁଛନ୍ତି ମୁଁ
ତୁମଠାରୁ ଦାନ ନେଇ କ’ଣ କରିବି ଯାହା ପୁଣି ଭରି କରି ଦେବାକୁ ପଡିବ । ମୁଁ ପକ୍କା ବେପାରୀ ଅଟେ,
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଦେହ-ଅଭିମାନର ବଶୀଭୁତ ହୋଇ କୌଣସି ପ୍ରକାରର ଓଲଟା ସିଧା କାର୍ଯ୍ୟ କରିବାର ନାହିଁ ।
ଦେହୀ-ଅଭିମାନୀ ହେବା ପାଇଁ ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ । ନିଜର ଚାଲି-ଚଳଣକୁ ଧୀରେ
ଧୀରେ ସୁଧାରିବାକୁ ହେବ ।
(୨) ବହୁତ-ବହୁତ ମିଠା
ତଥା ଶୀତଳ ହେବାକୁ ପଡିବ । ନିଜ ଭିତରେ ଥିବା କ୍ରୋଧ ବା ମୋହର ଭୂତଗୁଡିକୁ ବାହାର କରିଦେବାକୁ
ହେବ ।
ବରଦାନ:-
ସମସ୍ତଙ୍କୁ
ରିଗାର୍ଡ ଅର୍ଥାତ୍ ସମ୍ମାନ ଦେବାର ରେକର୍ଡକୁ ଠିକ୍ ରଖି ଖୁସିର ମହାଦାନ ଦେଉଥିବା ପୁଣ୍ୟ ଆତ୍ମା
ଭବ ।
ବର୍ତ୍ତମାନ ସମୟରେ
ଚାରିଆଡେ ସମସ୍ତଙ୍କୁ ରିଗାର୍ଡ ଦେବାର ରେକର୍ଡକୁ ଠିକ୍ ରଖିବାର ଆବଶ୍ୟକତା ରହିଛି । ପରେ ପୁଣି
ଏହି ରେକର୍ଡ ଚାରିଆଡେ ବାଜିବ । ରିଗାର୍ଡ ଦେବା ଏବଂ ରିଗାର୍ଡ ନେବା, ଛୋଟମାନଙ୍କୁ ମଧ୍ୟ
ରିଗାର୍ଡ ଦିଅ । ଏହିଭଳି ରିଗାର୍ଡ ଦେବାର ରେକର୍ଡ ଏବେ ତୁମ ଭିତରୁ ବାହାରିବା ଦରକାର ତେବେ ଯାଇ
ଖୁସିର ଦାନ କରିବାବାଲା ମହାଦାନୀ ପୁଣ୍ୟ ଆତ୍ମା ହୋଇପାରିବ । କାହାକୁ ବି ସମ୍ମାନ ଦେଇ ଖୁସି
କରିଦେବା - ଏହା ବଡରୁ ବଡ ପୁଣ୍ୟର କାମ ଅଟେ ଏବଂ ସେବା ମଧ୍ୟ ଅଟେ ।
ସ୍ଲୋଗାନ:-
ଯଦି ପ୍ରତ୍ୟେକ
ମୂହୁର୍ତ୍ତକୁ ଅନ୍ତିମ ମୂହୁର୍ତ୍ତ ମନେ କରିଚାଲିବ ତେବେ ସଦା ପ୍ରସ୍ତୁତ ରହିପାରିବ ।
“ମାତେଶ୍ୱରୀଙ୍କର
ଅମୂଲ୍ୟ ମହାବାକ୍ୟ”
(୧) ତମୋଗୁଣୀ ମାୟାର
ବିସ୍ତାର - ସତ୍ତ୍ୱଗୁଣୀ, ରଜୋଗୁଣୀ ଏବଂ ତମୋଗୁଣୀ ଏହି ତିନୋଟି ଶବ୍ଦ ସମସ୍ତେ କହୁଛନ୍ତି, କିନ୍ତୁ
ଏହାର ଯଥାର୍ଥ ଅର୍ଥକୁ ବୁଝିବା ବହୁତ ଜରୁରୀ । ମନୁଷ୍ୟମାନେ ଭାବୁଛନ୍ତି ଏହି ତିନୋଟିଯାକ ଗୁଣ
ଏକାଠି ଚାଲି ଆସୁଛି, କିନ୍ତୁ ବିବେକ କ’ଣ କହୁଛି - କ’ଣ ଏହି ତିନୋଟିଯାକ ଗୁଣ ଏକାଠି ଆସୁଛି, ନା
ତିନୋଟିଗୁଣର ପାର୍ଟ ଅଲଗା ଅଲଗା ଯୁଗରେ ରହୁଛି? ବିବେକ ତ ଏପରି କହୁଛି କି ଏହି ତିନୋଟିଯାକ ଗୁଣ
ଏକା ସମୟରେ ନ ଥାଏ । ସତ୍ୟଯୁଗରେ ମନୁଷ୍ୟମାନଙ୍କ ଭିତରେ ସତ୍ତ୍ୱଗୁଣ, ଦ୍ୱାପରରେ ରଜୋଗୁଣ ଏବଂ
କଳିଯୁଗରେ ତ ତମୋଗୁଣ ଥାଏ । ଯେତେବେଳେ ସତ୍ତ୍ୱଗୁଣ ଥାଏ, ସେତେବେଳେ ରଜୋ ତମୋ ଗୁଣ ନ ଥାଏ ଏବଂ
ଯେତେବେଳେ ରଜୋଗୁଣ ଥାଏ ସେତେବେଳେ ସତ୍ତ୍ୱଗୁଣ ନ ଥାଏ । ମନୁଷ୍ୟମାନେ ତ ଏପରି ଭାବି ନେଇଛନ୍ତି
ଯେ ଏହି ତିନୋଟି ଗୁଣ ଏକାଠି ଚାଲି ଆସୁଛି । କିନ୍ତୁ ଏକଥା କହିବା ସମ୍ପୂର୍ଣ୍ଣ ଭୁଲ୍ । ସେମାନେ
ଭାବୁଛନ୍ତି ଯେତେବେଳେ ମନୁଷ୍ୟ ସତ୍ୟ କଥା କହେ, କୌଣସି ପାପ କର୍ମ କରେ ନାହିଁ, ସେତେବେଳେ
ସତ୍ତ୍ୱଗୁଣୀ ହୋଇଥାଏ, କିନ୍ତୁ ବିବେକ କହୁଛି - ଯେତେବେଳେ ଆମେ ସତ୍ତ୍ୱଗୁଣ ବୋଲି କହୁଛେ, ଏହାର
ଅର୍ଥ ହେଲା - ସମ୍ପୂର୍ଣ୍ଣ ସୁଖ ଅର୍ଥାତ୍ ସାରା ସୃଷ୍ଟି ସତ୍ତ୍ୱଗୁଣୀ । ବାକି ଏଭଳି କୁହାଯିବ
ନାହିଁ ଯେ, ଯିଏ ସତ୍ୟ କହୁଛି ସିଏ ସତ୍ତ୍ୱଗୁଣୀ ଏବଂ ଯିଏ ମିଥ୍ୟା କହୁଛି ସିଏ କଳିଯୁଗୀ ତମୋଗୁଣୀ,
ଏହିଭଳି ଭାବରେ ହିଁ ଦୁନିଆ ଚାଲି ଆସୁଛି । ଏବେ ଯେହେତୁ ଆମେମାନେ ସତ୍ୟଯୁଗ ବୋଲି କହୁଛେ ତେବେ
ଏଥିରୁ ପ୍ରମାଣିତ ହେଉଛି ଯେ, ସେଠାରେ ସାରା ସୃଷ୍ଟିରେ ସତ୍ତ୍ୱଗୁଣ ସତ୍ତ୍ୱପ୍ରଧାନତା ଦରକାର ।
ବାକି ହଁ, ଏହି ଧରାପୃଷ୍ଠରେ ଏଭଳି ମଧ୍ୟ ସମୟ ଥିଲା, ଯେତେବେଳେ ସତ୍ୟଯୁଗ ଥିଲା, ସେତେବେଳେ ସାରା
ସଂସାର ସତ୍ତ୍ୱଗୁଣୀ ଥିଲା । ଏବେ ତ ସତ୍ୟଯୁଗ ନାହିଁ । ଏବେ ତ କଳିଯୁଗୀ ଦୁନିଆ ଅର୍ଥାତ୍ ସାରା
ସୃଷ୍ଟିରେ ତମୋପ୍ରଧାନତାର ରାଜ୍ୟ ଚାଲିଛି । ତେବେ ଏହି ତମୋଗୁଣୀ ସମୟରେ ସତ୍ତ୍ୱଗୁଣ ପୁଣି କେଉଁଠୁ
ଆସିବ! ଏବେ ତ ଘୋର ଅନ୍ଧକାରର ସମୟ ଯେଉଁ ସମୟକୁ ବ୍ରହ୍ମାଙ୍କର ରାତି ବୋଲି କୁହାଯାଉଛି ।
ବ୍ରହ୍ମାଙ୍କର ଦିନ ହେଲା ସତ୍ୟଯୁଗ ଏବଂ ବ୍ରହ୍ମାଙ୍କର ରାତି ହେଲା କଳିଯୁଗ, ତେଣୁ ଉଭୟ ଯୁଗକୁ ଆମେ
ଏକାଠି ମିଶାଇ ପାରିବା ନାହିଁ ।
(୨) ଏହି କଳିଯୁଗୀ ଅସାର
ସଂସାରରୁ ସତ୍ୟଯୁଗୀ ସୁଖମୟ ଦୁନିଆକୁ ନେଇଯିବା, ଏହା ଏକମାତ୍ର ପରମାତ୍ମାଙ୍କର ହିଁ କାମ - ଏହି
କଳିଯୁଗୀ ସଂସାରକୁ ଅସାର ସଂସାର ବୋଲି କାହିଁକି କୁହାଯାଉଛି? କାରଣ ଏହି ଦୁନିଆରେ କୌଣସି ସାର
ନାହିଁ ଅର୍ଥାତ୍ କୌଣସି ବସ୍ତୁରେ ଶକ୍ତି ନାହିଁ ଅର୍ଥାତ୍ ସୁଖ, ଶାନ୍ତି, ପବିତ୍ରତା କିଛି ବି
ନାହିଁ । କିନ୍ତୁ ଦିନ ଥିଲା ଏହି ସୃଷ୍ଟିରେ ସୁଖ, ଶାନ୍ତି, ପବିତ୍ରତା ସବୁ କିଛି ଥିଲା । ଏବେ ତ
କୌଣସି ଜିନିଷରେ ଶକ୍ତି ନାହିଁ କାରଣ ଏହି ସୃଷ୍ଟିରେ ୫ ବିକାର ରୂପି ଭୂତମାନଙ୍କର ପ୍ରବେଶତା
ହୋଇଯାଇଛି । ସେଥିପାଇଁ ଏହି ସୃଷ୍ଟିକୁ ଭୟର ସାଗର ଅଥବା କର୍ମବନ୍ଧନର ସାଗର ବୋଲି କୁହାଯାଉଛି ।
ସେଇଥିପାଇଁ ହିଁ ମନୁଷ୍ୟ ଦୁଃଖୀ ହୋଇ ପରମାତ୍ମାଙ୍କୁ ଡାକୁଛି । କହୁଛନ୍ତି, ହେ ଭଗବାନ ପରମାତ୍ମା
ଆମକୁ ଏହି ଭବ ସାଗରରୁ ଉଦ୍ଧାର କର । ଏଥିରୁ ପ୍ରମାଣିତ ହେଉଛି ଯେ, ନିଶ୍ଚିତ ଭାବରେ କୌଣସି ଅଭୟ
ଅର୍ଥାତ୍ ନିର୍ଭୟତାର ସଂସାର ମଧ୍ୟ ଅଛି, ଯେଉଁଠିକୁ ସମସ୍ତେ ଯିବାକୁ ଚାହୁଁଛନ୍ତି । ସେଥିପାଇଁ
ଏହି ସଂସାରକୁ ପାପର ସାଗର ବୋଲି କହୁଛନ୍ତି । ଯେଉଁଠାରୁ ପାରି ହୋଇ ପୁଣ୍ୟ ଆତ୍ମାମାନଙ୍କର
ଦୁନିଆକୁ ଯିବାକୁ ଚାହୁଁଛନ୍ତି । ତେବେ ଦୁଇଟି ଦୁନିଆ ରହିଛି । ଗୋଟିଏ ହେଲା ସତ୍ୟଯୁଗୀ
ସାରଯୁକ୍ତ (ସୁଖମୟ) ଦୁନିଆ ଏବଂ ଅନ୍ୟଟି କଳିଯୁଗୀ ଅସାର ଦୁନିଆ । ଉଭୟ ଦୁନିଆ ଏହି ସୃଷ୍ଟିରେ
ହିଁ ରହିଛି । ବର୍ତ୍ତମାନ ପରମାତ୍ମା ସେହି ସାରଯୁକ୍ତ ଦୁନିଆର ସ୍ଥାପନା କରୁଛନ୍ତି । ଆଚ୍ଛା -
ଓମ୍ ଶାନ୍ତି ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ଯେପରି ଜ୍ଞାନ ଏକ ବିଷୟ
ଅଟେ ସେହିପରି ସେବା ମଧ୍ୟ ପାଠପଢାର ଏକ ବିଷୟ ଅଟେ, ଯିଏ ଏଥିରେ ବିଶ୍ୱସ୍ତ ଏବଂ ନିଶ୍ଚୟ ବୁଦ୍ଧି
ଅଟନ୍ତି ସେହିମାନେ ହିଁ ଆଗ ନମ୍ବରକୁ ଯାଇପାରିବେ । ସକାଳଠାରୁ ରାତ୍ରି ପର୍ଯ୍ୟନ୍ତ ନିଜର
କାର୍ଯ୍ୟକ୍ରମକୁ ନିଧାର୍ଯ୍ୟ କର, ପ୍ରତିଦିନର ଡାଏରୀ ରଖ, କାହିଁକିନା ତୁମେମାନେ ଦାୟିତ୍ୱ
ସମ୍ପନ୍ନ ଆତ୍ମା ଅଟ, ସାଧାରଣ ଆତ୍ମା ନୁହଁ, ବିଶ୍ୱ କଲ୍ୟାଣକାରୀ ଆତ୍ମା ଅଟ । ତେବେ ଯିଏ ଯେତେ
ବଡ ଲୋକ ହୋଇଥାଏ ତାଙ୍କର ଦିନଚର୍ଯ୍ୟା ମଧ୍ୟ ସେହି ଅନୁସାରେ ନିଧାର୍ଯ୍ୟ ହୋଇଥାଏ ।