10.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ନିଜର ଲକ୍ଷ୍ୟକୁ ସଦା ସର୍ବଦା ସମ୍ମୁଖରେ ରଖ ତେବେ ତୁମ ଭିତରେ ଦୈବୀ ଗୁଣର ବୃଦ୍ଧି ହୋଇ ଚାଲିବ । ଏବେ ନିଜର ଦାୟିତ୍ୱ ଦେବାକୁ ହେବ, ନିଜ ଭିତରୁ ସବୁ ଆସୁରୀ ଗୁଣକୁ ବାହାର କରିଦେବାକୁ ହେବ ।

ପ୍ରଶ୍ନ:-
ଆୟୁଷ୍ମାନ ଭବର ବରଦାନ ମିଳିଥିଲେ ମଧ୍ୟ ଦୀର୍ଘାୟୁ ହେବା ପାଇଁ କେଉଁ ପରିଶ୍ରମ କରିବାକୁ ହେବ?

ଉତ୍ତର:-
ଦୀର୍ଘାୟୁ ହେବା ପାଇଁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ପରିଶ୍ରମ କର । ଯେତେ ଯେତେ ବାବାଙ୍କୁ ମନେ ପକାଇବ ସେତେ ସେତେ ସତ୍ତ୍ୱପ୍ରଧାନ ହେବ ଏବଂ ଆୟୁଷ ମଧ୍ୟ ବୃଦ୍ଧି ହେବ, ପୁଣି ମୃତ୍ୟୁର ଭୟ ସମାପ୍ତ ହୋଇଯିବ । ଯୋଗ କରିବା ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯିବ । ତୁମେ ଫୁଲ ଭଳି ହୋଇଯିବ । ଯୋଗ କରିବା ଦ୍ୱାରା ଗୁପ୍ତ ରୋଜଗାର ହୋଇଥାଏ, ପାପର ବୋଝ ସମାପ୍ତ ହୋଇଯାଏ । ଆତ୍ମା ହାଲୁକା ହୋଇଯାଏ ଏବଂ ଆୟୁଷ ବୃଦ୍ଧି ହୋଇଯାଏ ।

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି ଏବଂ ତା ସହିତ ପାଠ ମଧ୍ୟ ପଢାଉଛନ୍ତି । ତେବେ ସିଏ କଣ ବୁଝାଉଛନ୍ତି? କହୁଛନ୍ତି ମିଠା-ମିଠା ସନ୍ତାନମାନେ, ତୁମମାନଙ୍କୁ ପ୍ରଥମତଃ ଅଧିକ ଆୟୁଷ ଦରକାର କାହିଁକି ନା ପୂର୍ବରୁ ତୁମର ଆୟୁଷ ବହୁତ ଅଧିକ ଥିଲା । ୧୫୦ ବର୍ଷ ଆୟୁଷ ଥିଲା, ତେବେ ଏତେ ଅଧିକ ଆୟୁଷ କିପରି ମିଳିଥାଏ? ତମଃପ୍ରଧାନରୁ ସତ୍ୱପ୍ରଧାନ ହେବା ଦ୍ୱାରା । ଯେତେବେଳେ ତୁମେ ସତ୍ତ୍ୱପ୍ରଧାନ ଥିଲ ସେତେବେଳେ ତୁମର ଆୟୁଷ ବହୁତ ଅଧିକ ଥିଲା । ବର୍ତ୍ତମାନ ତୁମେ ଉପରକୁ ଚଢୁଛ । ତୁମେ ଜାଣିଛ ଆମେମାନେ ତମଃପ୍ରଧାନ ହେବା ଦ୍ୱାରା ଆମର ଆୟୁଷ କମିଗଲା । ଆମର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ନ ଥିଲା । ବିଲ୍‌କୁଲ୍ ରୋଗୀ ହୋଇଯାଇଥିଲେ । ଏହି ଜୀବନ ଆମର ପୁରୁଣା ଅଟେ, ତେଣୁ ଏହାକୁ ନୂଆ ଜୀବନ ସହିତ ତୁଳନା କରାଯାଉଛି । ତୁମେ ଜାଣିଛ ଯେ ବାବା ଆମକୁ ଆୟୁ ବଢାଇବାର ଉପାୟ ବତାଉଛନ୍ତି । କହୁଛନ୍ତି - ମିଠା ମିଠା ସନ୍ତାନମାନେ, ଯଦି ତୁମେ ମୋତେ ମନେ ପକାଇବ ତେବେ ତୁମେ ଯେପରି ସତ୍ତ୍ୱପ୍ରଧାନ ଅବସ୍ଥାରେ ଅଧିକ ଆୟୁଷ ସମ୍ପନ୍ନ ଥିଲ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ୍ ଥିଲ ସେହିପରି ପୁଣି ହୋଇଯିବ । ଆୟୁଷ ଛୋଟ ହେବା ଦ୍ୱାରା ମୃତ୍ୟୁର ଭୟ ରହିଥାଏ । ତୁମକୁ ବର୍ତ୍ତମାନ ପ୍ରତିଶ୍ରୁତି ମିଳୁଛି ଯେ ସତ୍ୟଯୁଗରେ ତୁମର କେବେ ଅକାଳମୃତ୍ୟୁ ହେବ ନାହିଁ । ସେଥିପାଇଁ ବାବାଙ୍କୁ ଯେତେ ମନେ ପକାଇବ ତୁମର ଆୟୁଷ ସେତେ ଅଧିକ ହେବ ଏବଂ ସବୁ ଦୁଃଖ ମଧ୍ୟ ଦୂର ହୋଇଯିବ । ତୁମକୁ କୌଣସି ପ୍ରକାରର ଦୁଃଖ ଆସିବ ନାହିଁ, ଆଉ ତୁମକୁ କଣ ଦରକାର? ତୁମେ କହୁଛ - ଆମକୁ ଉଚ୍ଚ ପଦ ମଧ୍ୟ ଦରକାର । କିନ୍ତୁ ତୁମକୁ ଜଣା ନ ଥିଲା ଯେ ଏଭଳି ପଦ ମଧ୍ୟ ମିଳିପାରିବ । ତେଣୁ ଏବେ ବାବା ଉପାୟ ବତାଉଛନ୍ତି ଯେ ଏହିଭଳି କାର୍ଯ୍ୟ କର । ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ତୁମେ ଏହିଭଳି ପଦ ପ୍ରାପ୍ତ କରିପାରିବ । ଏହିଠାରେ ହିଁ ତୁମକୁ ଦୈବୀ ଗୁଣ ଧାରଣ କରିବାକୁ ହେବ । ତେଣୁ ନିଜକୁ ପଚାର ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ଅବଗୁଣ ମଧ୍ୟ ଅନେକ ପ୍ରକାରର ରହିଛି । ସିଗାରେଟ୍ ଟାଣିବା, ଛି-ଛି ଖାଦ୍ୟ ଖାଇବା - ଏ ସବୁ ଅବଗୁଣ ଅଟେ । ସବୁଠାରୁ ବଡ ଅବଗୁଣ ହେଉଛି ବିକାରର, ଯାହାକୁ ଖରାପ ଚରିତ୍ର କୁହାଯାଏ । ବାବା କହୁଛନ୍ତି - ତୁମେମାନେ ଏବେ ବିକାରୀ ହୋଇଯାଇଛ, ତେଣୁ ନିର୍ବିକାରୀ ହେବା ପାଇଁ ଉପାୟ ବତାଉଛନ୍ତି । ଏଥିରେ ଏହି ସବୁ ବିକାର ଗୁଡିକୁ, ଅବଗୁଣ ଗୁଡିକୁ ଛାଡି ଦେବାକୁ ହେବ । କେବେ ବି ବିକାରୀ ହେବା ଉଚିତ୍ ନୁହେଁ । ଏହି ଜନ୍ମରେ ଯାହା କିଛି ପରିବର୍ତ୍ତନ କରିବ ତାହା ୨୧ ଜନ୍ମ ପର୍ଯ୍ୟନ୍ତ ଚାଲିବ । ସବୁଠାରୁ ମୁଖ୍ୟ କଥା ହେଉଛି - ନିର୍ବିକାରୀ ହେବା । ଜନ୍ମ-ଜନ୍ମାନ୍ତରର ପାପର ଯେଉଁ ବୋଝ ମୁଣ୍ଡ ଉପରେ ଚଢି ରହିଛି, ତାହା ଯୋଗବଳ ଆଧାରରେ ବାହାରିଯିବ । ପିଲାମାନେ ଜାଣିଛନ୍ତି - ଆମେମାନେ ଜନ୍ମ ଜନ୍ମାନ୍ତର ବିକାରୀ ହୋଇଛୁ । ଏବେ ଆମେ ବାବାଙ୍କ ନିକଟରେ ପ୍ରତିଜ୍ଞା କରୁଛୁ ଯେ ଆଉ କେବେ ହେଲେ ବିକାରୀ ହେବୁ ନାହିଁ । ତେଣୁ ବାବା କହିଛନ୍ତି ଯଦି ପତିତ ହେବ ତେବେ ଶହେ ଗୁଣା ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ତା ସହିତ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ, କାହିଁକି ନା ବାବାଙ୍କର ନିନ୍ଦା କରାଇବା କାରଣରୁ ବିକାରୀ ମନୁଷ୍ୟଙ୍କ ପକ୍ଷକୁ ଚାଲିଗଲ । ଏହିଭଳି ବହୁତ ପିଲା ଚାଲିଯାଉଛନ୍ତି ଅର୍ଥାତ୍ ମାୟାଠାରୁ ହାରିଯାଉଛନ୍ତି । ଆଗରୁ ତୁମକୁ ଜଣା ନ ଥିଲା ଯେ ଏହି ବିକାରୀ ଧନ୍ଦା କରିବା ଉଚିତ୍ ନୁହେଁ । କେହି-କେହି ବହୁତ ଭଲ ପିଲା ମଧ୍ୟ ଥାନ୍ତି, ଯେଉଁମାନେ କହିଥାନ୍ତି ଯେ ଆମେ ବ୍ରହ୍ମଚାରୀ ହୋଇ ରହିବୁ । ସନ୍ନ୍ୟାସୀମାନଙ୍କୁ ଦେଖି ଭାବନ୍ତି - ପବିତ୍ରତା ହିଁ ବହୁତ ଭଲ । ପବିତ୍ର ଏବଂ ଅପବିତ୍ର, ଦୁନିଆରେ ଅପବିତ୍ର ତ ବହୁତ ଅଛନ୍ତି । ପାଇଖାନା ଯିବା ମଧ୍ୟ ଅପବିତ୍ରତା ଅଟେ ତେଣୁ ତୁରନ୍ତ ସ୍ନାନ କରିବା ଉଚିତ୍ । ଅପବିତ୍ରତା ଅନେକ ପ୍ରକାରର ଥାଏ । କାହାକୁ ଦୁଃଖ ଦେବା, ଲଢେଇ-ଝଗଡା କରିବା - ଏହା ମଧ୍ୟ ଅପବିତ୍ର କର୍ତ୍ତବ୍ୟ ଅଟେ । ବାବା କହୁଛନ୍ତି - ତୁମେମାନେ ତ ଜନ୍ମ ଜନ୍ମାନ୍ତର ଧରି ପାପ କର୍ମ କରିଆସିଛ । ବର୍ତ୍ତମାନ ସେହି ସବୁ ଅଭ୍ୟାସକୁ ତ୍ୟାଗ କରିବାକୁ ହେବ । ଏବେ ତୁମକୁ ସଚ୍ଚା ସଚ୍ଚା ମହାନ ଆତ୍ମା ହେବାର ଅଛି । ତେବେ ପ୍ରକୃତରେ ସଚ୍ଚା ସଚ୍ଚା ମହାନ ଆତ୍ମା ତ ଏହି ଲକ୍ଷ୍ମୀ-ନାରାୟଣ ହିଁ ଅଟନ୍ତି । ଆଉ କେହି ତ ସେହିଭଳି ହୋଇପାରିବେ ନାହିଁ କାରଣ ସମସ୍ତେ ତମଃପ୍ରଧାନ ଅଟନ୍ତି । ଭଗବାନଙ୍କର ଗ୍ଲାନୀ ମଧ୍ୟ ବହୁତ କରୁଛନ୍ତି । ସେମାନଙ୍କୁ ଜଣାପଡୁ ନାହିଁ ଯେ ସେମାନେ କଣ କରୁଛନ୍ତି । ଗୋଟିଏ ହେଉଛି ଗୁପ୍ତ ପାପ ଆଉ ଗୋଟିଏ ହେଉଛି ପ୍ରତ୍ୟକ୍ଷ ପାପ । ଏହା ହିଁ ହେଉଛି ତମଃପ୍ରଧାନ ଦୁନିଆ । ପିଲାମାନେ ଜାଣିଛନ୍ତି - ଏବେ ବାବା ଆମକୁ ବୁଦ୍ଧିମାନ କରାଉଛନ୍ତି ସେଥିପାଇଁ ତାଙ୍କୁ ସମସ୍ତେ ମନେ ପକାଉଛନ୍ତି । ବର୍ତ୍ତମାନ ତୁମକୁ ପବିତ୍ର ହେବାକୁ ପଡିବ ଏବଂ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ - ଏହା ହିଁ ହେଉଛି ସବୁଠାରୁ ଭଲ ଜ୍ଞାନ ଯାହାକି ତୁମମାନଙ୍କୁ ଏବେ ପ୍ରାପ୍ତ ହେଉଛି । ଦେବତାମାନଙ୍କ ସମ୍ମୁଖରେ ଯେଉଁ ମହିମା ଗାୟନ କରିଆସୁଥିଲ, ଏବେ ତୁମକୁ ସେହିଭଳି ହେବାକୁ ପଡିବ । ବାବା ବୁଝାଉଛନ୍ତି - ମିଠା-ମିଠା ସନ୍ତାନମାନେ, ତୁମେ କେତେ ମିଠା-ମିଠା ସୁଗନ୍ଧିତ ଫୁଲ ଥିଲ, ଏବେ କିନ୍ତୁ କଣ୍ଟା ହୋଇଯାଇଛ । ତେଣୁ ଏବେ ବାବାଙ୍କୁ ମନେ ପକାଅ କାରଣ ବାବାଙ୍କର ସ୍ମୃତିରେ ରହିଲେ ହିଁ ତୁମର ଆୟୁଷ ବଢିବ, ପାପ ମଧ୍ୟ ଭସ୍ମ ହୋଇଯିବ, ମୁଣ୍ଡରୁ ବୋଝ ହାଲୁକା ହୋଇଯିବ । ତେବେ ନିଜର ଦାୟିତ୍ୱ ନେବାକୁ ହେବ । ନିଜ ଭିତରେ କଣ-କଣ ଅବଗୁଣ ସବୁ ରହିଛି ତାକୁ ବାହାର କରିବାକୁ ହେବ । ଯେମିତି ନାରଦଙ୍କର ଉଦାହରଣ ଦିଆଯାଇଛି, ତାଙ୍କୁ ପଚରାଗଲା - ତୁମେ ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଯୋଗ୍ୟ ହୋଇଛ? ତେବେ ସିଏ ଜାଣି ପାରିଲେ ଯେ ସେ ଯୋଗ୍ୟ ନୁହଁନ୍ତି । ବର୍ତ୍ତମାନ ବାବା ତୁମକୁ ଶ୍ରେଷ୍ଠ କରୁଛନ୍ତି, କାରଣ ତୁମେ ବାବାଙ୍କର ସନ୍ତାନ ଅଟ ନା । ଯେପରି କାହାର ପିତା ଯଦି ମହାରାଜା ହୋଇଥାନ୍ତି ତେବେ ସିଏ କହିଥାନ୍ତି କି ମୋର ପିତା ମହାରାଜା ଅଟନ୍ତି, ବହୁତ ସୁଖଦାୟୀ ଅଟନ୍ତି । ଯେଉଁ ମହାରାଜା ଭଲ ସ୍ୱଭାବର ହୋଇଥାନ୍ତି ତାଙ୍କୁ କେବେ କ୍ରୋଧ ଆସି ନ ଥାଏ । କିନ୍ତୁ ବର୍ତ୍ତମାନ ତ ଧୀରେ ଧୀରେ ସମସ୍ତଙ୍କର କଳା କମି କମି ଗଲାଣି । ସବୁ ଅବଗୁଣ ପ୍ରବେଶ ହୋଇଗଲାଣି । କଳା କମି ଗଲାଣି । ସମସ୍ତେ ତମଃପ୍ରଧାନ ହୋଇଗଲେଣି । ତମଃପ୍ରଧାନତା ବି ଯେମିତିକି ଅନ୍ତିମ ଅବସ୍ଥାରେ ଆସି ପହଞ୍ଚିଗଲାଣି । ବର୍ତ୍ତମାନ ଦେଖ କେତେ ଦୁଃଖୀ ହୋଇଯାଇଛନ୍ତି । ତୁମକୁ କେତେ ସହନ କରିବାକୁ ପଡୁଛି । ଏବେ ଅବିନାଶୀ ଡାକ୍ତରଙ୍କ ଦ୍ୱାରା ତୁମର ଚିକିତ୍ସା ଚାଲିଛି । ବାବା କହୁଛନ୍ତି ଏହି ୫ ବିକାର ତ ତୁମକୁ ଘଡି ଘଡି ହଇରାଣ କରିବ । ତୁମେ ବାବାଙ୍କୁ ମନେ ପକାଇବାର ଯେତେ ପୁରୁଷାର୍ଥ କରିବ, ମାୟା ତୁମକୁ ତଳକୁ ଖସାଇବା ପାଇଁ ସେତେ ଚେଷ୍ଟା କରିବ । ତୁମର ଅବସ୍ଥା ଏପରି ଶକ୍ତିଶାଳୀ ହେବା ଦରକାର ଯାହାକି ମାୟାର କୌଣସି ତୋଫାନ ହଲଚଲ କରିପାରିବ ନାହିଁ । ରାବଣ ଅନ୍ୟ କୌଣସି ଜିନିଷ ନୁହେଁ ବା କୌଣସି ମନୁଷ୍ୟ ନୁହେଁ । ୫ ବିକାର ରୂପୀ ରାବଣକୁ ହିଁ ମାୟା କୁହାଯାଏ । ଆସୁରୀ ରାବଣ ସମ୍ପ୍ରଦାୟର ମନୁଷ୍ୟ ତୁମକୁ ଚିହ୍ନିପାରୁ ନାହାଁନ୍ତି ଯେ ବାସ୍ତବରେ ଏମାନେ କିଏ? ଏହି ବହ୍ମାକୁମାର-କୁମାରୀମାନେ କଣ ବୁଝାଉଛନ୍ତି? ଏମାନଙ୍କୁ ବାସ୍ତବରେ କେହି ଜାଣି ନାହାଁନ୍ତି । ଏମାନେ ନିଜକୁ ବ୍ରହ୍ମାକୁମାର-କୁମାରୀ କାହିଁକି ବୋଲାଉଛନ୍ତି? ବ୍ରହ୍ମା କାହାର ସନ୍ତାନ? ଏବେ ତୁମେ ପିଲାମାନେ ଜାଣିଛ ଯେ ଆମକୁ ଘରକୁ ଫେରିବାର ଅଛି । ଏହି ବାବା ଆସି ତୁମମାନଙ୍କୁ ଶିକ୍ଷା ଦେଉଛନ୍ତି । ଆୟୁଷ୍ମାନ ଭବ, ଧନବାନ ଭବ.... ବାବା ତୁମର ସବୁ ମନକାମନା ପୂରଣ କରୁଛନ୍ତି, ତୁମକୁ ବରଦାନ ଦେଉଛନ୍ତି । କିନ୍ତୁ କେବଳ ବରଦାନ ଦ୍ୱାରା କୌଣସି କାର୍ଯ୍ୟ ହୁଏ ନାହିଁ । ଏଥିପାଇଁ ପରିଶ୍ରମ କରିବାକୁ ପଡିବ । ପ୍ରତ୍ୟେକ କଥାକୁ ବୁଝିବାକୁ ପଡିବ । ନିଜକୁ ରାଜତିକଳ ଦେବାର ଅଧିକାରୀ ହେବାକୁ ପଡିବ । ବାବା ହିଁ ତୁମକୁ ଅଧିକାରୀ କରୁଛନ୍ତି । ତୁମ ସନ୍ତାନମାନଙ୍କୁ ଶିକ୍ଷା ଦେଉଛନ୍ତି କି ଏଭଳି ଏଭଳି ସବୁ କାର୍ଯ୍ୟ କର । ପ୍ରଥମ ନମ୍ବରର ଶିକ୍ଷା ଦେଉଛନ୍ତି କି କେବଳ ମୋତେ ମନେ ପକାଅ । ଦୁନିଆର ମନୁଷ୍ୟମାନେ ବାବାଙ୍କୁ ମନେ ପକାଉ ନାହାଁନ୍ତି କାହିଁକି ନା ତାଙ୍କୁ ଜାଣି ହିଁ ନାହାଁନ୍ତି । କହୁଛନ୍ତି ଈଶ୍ୱର ସର୍ବବ୍ୟାପୀ ଅଟନ୍ତି । ତେବେ ପୁଣି ଶିବବାବାଙ୍କୁ କିପରି ମନେ ପକାଇବେ! ସେମାନେ ଶିବଙ୍କ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରୁଛନ୍ତି, ତୁମେ ତାଙ୍କୁ ଶିବଙ୍କର କର୍ତ୍ତବ୍ୟ ବିଷୟରେ ପଚାର? ତେବେ ସେମାନେ କହିବେ ଭଗବାନ ସର୍ବବ୍ୟାପୀ ଅଟନ୍ତି । ସେମାନେ ଶିବଙ୍କୁ ପୂଜା କରୁଛନ୍ତି, ତାଙ୍କୁ ଦୟାର ଭିକ୍ଷା ମାଗୁଛନ୍ତି, ପୁଣି ତାଙ୍କୁ ଯଦି କେହି ପଚାରିବେ ପରମାତ୍ମା କେଉଁଠି ଅଛନ୍ତି? ତେବେ ସେମାନେ କହିବେ ସିଏ ସର୍ବବ୍ୟାପୀ ଅଟନ୍ତି । ଚିତ୍ର ସମ୍ମୁଖରେ କଣ କରୁଛନ୍ତି ଏବଂ ଚିତ୍ର ସମ୍ମୁଖରେ ନ ଥିଲାବେଳେ ପାପ କର୍ମରେ ଲାଗିଯାଉଛନ୍ତି । ଭକ୍ତିରେ କେତେ ଭୁଲ୍ କରୁଛନ୍ତି । ତଥାପି ମଧ୍ୟ ଭକ୍ତି ପ୍ରତି କେତେ ଶ୍ରଦ୍ଧା ରହିଛି । କୃଷ୍ଣଙ୍କ ପାଇଁ କେତେ ନିର୍ଜଳ । ବ୍ରତ ଆଦି କରୁଛନ୍ତି । ଏଠାରେ ତୁମେ ପାଠ ପଢୁଛ ଆଉ ଦେଖ ଭକ୍ତମାନେ କଣ କଣ ସବୁ କରୁଛନ୍ତି । ସେ ସବୁକୁ ଦେଖି ତୁମକୁ ଏବେ ହସ ଲାଗୁଛି । ଡ୍ରାମା ଅନୁସାରେ ଭକ୍ତି କରି କରି ସମସ୍ତେ ତଳକୁ ଖସି ଖସି ଆସିଛନ୍ତି । ଉପରକୁ ତ କେହି ଚଢିପାରିବେ ନାହିଁ ।

ବର୍ତ୍ତମାନ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଯାହା ବିଷୟରେ କାହାକୁ ଜଣା ନାହିଁ । ଏବେ ତୁମେମାନେ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛ । ଶିକ୍ଷକ ବିଦ୍ୟାର୍ଥୀମାନଙ୍କର ସେବକ ହୋଇଥାଆନ୍ତି ନା! କାରଣ ବିଦ୍ୟାର୍ଥୀ ମାନଙ୍କର ସେବା କରିଥାନ୍ତି! ଏମାନେ ସରକାରୀ ସେବକ ଅଟନ୍ତି । ବାବା ମଧ୍ୟ କହୁଛନ୍ତି - ମୁଁ ତୁମମାନଙ୍କର ସେବା କରୁଛି ଏବଂ ତୁମମାନଙ୍କୁ ପଢାଉଛି ମଧ୍ୟ । ବାବା ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମଧ୍ୟ ଶୁଣାଉଛନ୍ତି । ଏହି ଜ୍ଞାନ ଆଉ କୌଣସି ମନୁଷ୍ୟମାନଙ୍କ ପାଖରେ ନାହିଁ । କେହି ଏହିଭଳି ଶିକ୍ଷା ଦେଇପାରିବେ ନାହିଁ । ତୁମେମାନେ ଏହିଭଳି ଦେବୀ-ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ । ଦୁନିଆରେ ମନୁଷ୍ୟମାନଙ୍କର ବୁଦ୍ଧି କେତେ ତମଃପ୍ରଧାନ । ବହୁତ ଭୟଙ୍କର ଦୁନିଆ ଅଟେ । ଯାହା ମନୁଷ୍ୟଙ୍କର କରିବା ଉଚିତ୍ ନୁହେଁ ତାହା ସବୁ କରୁଛନ୍ତି । କେତେ ସବୁ ହତ୍ୟା, ଡକାୟତି ଆଦି କରୁଛନ୍ତି । କଣ କଣ ସବୁ ନ କରୁଛନ୍ତି । କାହିଁକି ନା ଏହା ଶତ ପ୍ରତିଶତ ତମଃପ୍ରଧାନ ଦୁନିଆ ଅଟେ । ଏବେ ପୁଣି ତୁମେ ଶତ ପ୍ରତିଶତ ସତ୍ତ୍ୱପ୍ରଧାନ ହେଉଛ । ସେଥିପାଇଁ ବାବା ତୁମକୁ ଉପାୟ ବତାଉଛନ୍ତି ଯେ ଯୋଗର ଯାତ୍ରା । କାରଣ ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ ଏବଂ ବାବାଙ୍କ ସହିତ ମିଳନ କରିପାରିବ । ଭଗବାନ ପିତା କିପରି ଆସୁଛନ୍ତି - ଏହା ମଧ୍ୟ ତୁମେମାନେ ଏବେ ବୁଝୁଛ । ବାବା ଏହି ବ୍ରହ୍ମାଙ୍କ ରଥରେ ହିଁ ଆସିଛନ୍ତି, ଯାହାଙ୍କ ଦ୍ୱାରା ତୁମକୁ ଜ୍ଞାନ ଶୁଣାଉଛନ୍ତି । ଯାହାକୁ ତୁମେ ନିଜେ ଧାରଣ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଉଛ, ତେଣୁ ତୁମର ବହୁତ ଇଚ୍ଛା ହେଉଛି ଯେ କିପରି ବାବାଙ୍କ ନିକଟରୁ ସିଧାସଳଖ ଶୁଣିବୁ, କିପରି ବାବାଙ୍କ ପରିବାରରେ ଆସିବୁ । ଏଠାରେ ବାବା ମଧ୍ୟ ଅଛନ୍ତି, ମା ମଧ୍ୟ ଅଛନ୍ତି ଏବଂ ପିଲାମାନେ ମଧ୍ୟ ଅଛନ୍ତି । ତେବେ ଏହା ଗୋଟିଏ ପରିବାର ହୋଇଗଲା ନା । ସେହି ଦୁନିଆ ତ ଆସୁରୀ ଅଟେ । ତୁମେ ସେହି ଆସୁରୀ ପରିବାରରେ ରହି ରହି ବହୁତ ଦୁଃଖୀ ହୋଇଯାଇଛ ସେଥିପାଇଁ ସବୁ କର୍ମଧନ୍ଦା ଛାଡି ବାବାଙ୍କ ନିକଟକୁ ସତେଜ ହେବା ପାଇଁ ଆସୁଛ । ଏଠାରେ ବ୍ରାହ୍ମଣମାନେ ହିଁ ରୁହନ୍ତି । ତେଣୁ ତୁମେ ଏହି ପରିବାରକୁ ଆସି ବସିଛ । ଲୌକିକ ଘରେ ତ ଏଭଳି ପରିବାର ମିଳିବ ନାହିଁ । ସେଠାରେ ତ ସମସ୍ତେ ଦେହର ସମ୍ବନ୍ଧୀ ହୋଇଥାଆନ୍ତି, ସେହି ଗୋରଖ ଧନ୍ଦାରୁ ବାହାରି ତୁମେ ଏଠାକୁ ଆସୁଛ । ତେଣୁ ବାବା କହୁଛନ୍ତି ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କର । ତୁମକୁ ସୁଗନ୍ଧିତ ଫୁଲ ହେବାର ଅଛି । ଫୁଲରେ ହିଁ ସୁଗନ୍ଧ ରହିଥାଏ । ସମସ୍ତେ ଫୁଲର ବାସ୍ନା ନେଇଥାନ୍ତି । ଅରଖ ଫୁଲକୁ ତ କେହି ଧରିବେ ନାହିଁ । ତେଣୁ ଫୁଲ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ, ସେଥିପାଇଁ ବାବା ମଧ୍ୟ ଫୁଲ ନେଇ ଆସିଥାନ୍ତି ଏବଂ କହିଥାନ୍ତି ତୁମମାନଙ୍କୁ ଏହିଭଳି ହେବାର ଅଛି । ଘର ଗୃହସ୍ଥରେ ରହି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ତୁମେମାନେ ଜାଣିଛ କି ଏହି ଦେହର ସମ୍ବନ୍ଧୀମାନେ ସମସ୍ତେ ତ ଛାଡି ଚାଲିଯିବେ । ତୁମେ ଏଠାରେ ଗୁପ୍ତ ରୋଜଗାର କରୁଛ । ତୁମକୁ ନିଶ୍ଚିତ ଶରୀର ତ୍ୟାଗ କରିବାକୁ ହେବ, ତେଣୁ ଭଲ ଭାବରେ ରୋଜଗାର କରିବା ଦରକାର ଏବଂ ବହୁତ ହର୍ଷିତମୁଖ ହୋଇ ଶରୀର ତ୍ୟାଗ କରିବା ଦରକାର । ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତିରେ ରୁହ ତେବେ ତୁମକୁ କେବେ ଥକ୍କା ଲାଗିବ ନାହିଁ । ବାବାଙ୍କ ସ୍ମୃତିରେ ରହି କେତେ ବି ଭ୍ରମଣ କର, ଏଠାରୁ ଯଦିଓ ତଳକୁ ଅର୍ଥାତ୍ ଆବୁରୋଡ୍ ପର୍ଯ୍ୟନ୍ତ ବି ଚାଲି ଚାଲିଯିବ ତଥାପି ମଧ୍ୟ ଥକ୍କା ଲାଗିବ ନାହିଁ । ତୁମର ପାପ କଟିଯିବ ଓ ହାଲୁକା ହୋଇଯିବ । ତୁମ ପିଲାମାନଙ୍କର କେତେ ଲାଭ ହେଉଛି, ଅନ୍ୟମାନେ ତ କେହି ଜାଣିପାରିବେ ନାହିଁ । ସାରା ଦୁନିଆର ମନୁଷ୍ୟମାନେ ଡାକୁଛନ୍ତି - ହେ ପତିତ-ପାବନ ଆସ, ଆସି ଆମକୁ ପବିତ୍ର କର । ତେବେ ସେମାନଙ୍କୁ ମହାତ୍ମା ବୋଲି କିପରି କୁହାଯିବ । ପତିତମାନଙ୍କ ନିକଟରେ କଣ କେହି ନତମସ୍ତକ ହୋଇଥାଆନ୍ତି! ପବିତ୍ର ଆତ୍ମାମାନଙ୍କ ନିକଟରେ ନତମସ୍ତକ ହୋଇଥାଆନ୍ତି । ଯେପରି କନ୍ୟାର ଉଦାହରଣ ରହିଛି - ଯେତେବେଳେ ସିଏ ବିକାରୀ ହୋଇଯାଉଛି ସେତେବେଳେ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଉଛି ପୁଣି ଦୁଃଖରେ ଡାକୁଛି ହେ ପତିତ-ପାବନ ଆସ । ଆରେ, ପତିତ କାହିଁକି ହେଲ ଯାହା ଫଳରେ ଡାକିବାକୁ ପଡିଲା । ସମସ୍ତଙ୍କର ଶରୀର ତ ବିକାରରୁ ଜନ୍ମ, କାହିଁକି ନା ଏହା ରାବଣର ରାଜ୍ୟ ଅଟେ । ଏବେ ତୁମେ ରାବଣର ବନ୍ଧନରୁ ମୁକ୍ତ ହୋଇଯାଇଛ । ଏହାକୁ କୁହାଯାଉଛି - ପୁରୁଷୋତ୍ତମ ସଂଗମଯୁଗ । ଏବେ ତୁମେ ରାମରାଜ୍ୟକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ସତ୍ୟଯୁଗ ହେଉଛି ରାମରାଜ୍ୟ । ଯଦି କେବଳ ତ୍ରେତାଯୁଗକୁ ରାମରାଜ୍ୟ କୁହାଯିବ ତେବେ ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କୁଆଡେ ଗଲା? ତେବେ ଏହି ସବୁ ଜ୍ଞାନ ଏବେ ତୁମ ପିଲାମାନଙ୍କୁ ମିଳୁଛି । ନୂଆ ନୂଆମାନଙ୍କୁ ମଧ୍ୟ ତୁମେ ଜ୍ଞାନ ଦେଉଛ, ଯୋଗ୍ୟ କରାଉଛ । ତେବେ କାହା କାହାକୁ ପୁଣି ଏଭଳି ସଂଗ ମିଳି ଯାଇଛି ଯାହା ଫଳରେ ଯୋଗ୍ୟ ହେବା ବଦଳରେ ଅଯୋଗ୍ୟ ହୋଇଯାଉଛନ୍ତି । ବାବା ତ ପବିତ୍ର କରୁଛନ୍ତି । ତେଣୁ ଏବେ ଆଉ ପତିତ ହେବାର ହିଁ ନାହିଁ । ବର୍ତ୍ତମାନ ବାବା ପବିତ୍ର କରିବା ପାଇଁ ଆସିଛନ୍ତି, କିନ୍ତୁ ମାୟା ଏଭଳି ଶକ୍ତିଶାଳୀ ଯାହାକି ପତିତ କରିଦେଉଛି, ହରାଇ ଦେଉଛି । ତେଣୁ କହୁଛନ୍ତି - ବାବା ରକ୍ଷା କର । ବାଃ, ଯୁଦ୍ଧ କ୍ଷେତ୍ରରେ ଅନେକ ମୃତ୍ୟୁବରଣ କରୁଛନ୍ତି, ତାଙ୍କୁ କଣ ରକ୍ଷା କରାଯାଉଛି କି! ଏହି ମାୟାର ଗୁଳି ବନ୍ଧୁକର ଗୁଳିଠାରୁ ମଧ୍ୟ ଅଧିକ ତୀକ୍ଷ୍‌ଣ ଅଟେ । କାମ ବିକାରର ଚୋଟ ଖାଇବା ଅର୍ଥାତ୍ ଉପରୁ ତଳକୁ ଖସିବା । ସତ୍ୟଯୁଗରେ ସମସ୍ତେ ପବିତ୍ର ଗୃହସ୍ଥ ଧର୍ମର ହୋଇଥାନ୍ତି, ଯାହାଙ୍କୁ ଦେବତା କୁହାଯାଏ । ଏବେ ତୁମେମାନେ ଜାଣୁଛ ବାବା କିପରି ଆସିଛନ୍ତି, କେଉଁଠାରେ ରହୁଛନ୍ତି, କିପରି ଆସି ରାଜଯୋଗ ଶିଖାଉଛନ୍ତି? ମହାଭାରତରେ ଦେଖାଇଛନ୍ତି - ଅର୍ଜୁନଙ୍କ ରଥରେ ବସି ଭଗବାନ ଜ୍ଞାନ ଦେଇଛନ୍ତି । ପୁଣି ତାଙ୍କୁ ସର୍ବବ୍ୟାପୀ କାହିଁକି କହୁଛନ୍ତି? ତେବେ ବାବା ଯିଏକି ସ୍ୱର୍ଗର ସ୍ଥାପନା କରୁଛନ୍ତି ତାଙ୍କୁ ହିଁ ଭୁଲିଯାଇଛନ୍ତି । ଏବେ ସିଏ ନିଜେ ନିଜର ପରିଚୟ ଦେଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମହାନ ଆତ୍ମା ହେବା ପାଇଁ ଅପବିତ୍ରତାର ଯାହାବି ଖରାପ ଅଭ୍ୟାସ ସବୁ ରହିଛି ସେଗୁଡିକୁ ସମାପ୍ତ କରିବାକୁ ହେବ । ଦୁଃଖ ଦେବା, ଲଢେଇ ଝଗଡା କରିବା.... ଏହା ସବୁ ହେଉଛି ଅପବିତ୍ର କର୍ତ୍ତବ୍ୟ ଯାହା ତୁମକୁ କରିବାର ନାହିଁ । ନିଜେ ନିଜକୁ ରାଜତିଳକ ଲଗାଇବାର ଅଧିକାରୀ କରିବାକୁ ହେବ ।

(୨) ବୁଦ୍ଧିକୁ ସବୁ ପ୍ରକାରର ଜଞ୍ଜାଳରୁ, ଦେହଧାରୀମାନଙ୍କଠାରୁ ଅଲଗା କରି ସୁଗନ୍ଧ ଯୁକ୍ତ ଫୁଲ ହେବାକୁ ପଡିବ । ଗୁପ୍ତ ରୋଜଗାର ଜମା କରିବା ପାଇଁ ଚାଲିବା ବୁଲିବା ସମୟରେ ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ ।

ବରଦାନ:-
ନିଜର ଶୁଭଚିନ୍ତନର ଶକ୍ତି ଦ୍ୱାରା ଆତ୍ମାମାନଙ୍କୁ ଚିନ୍ତାମୁକ୍ତ କରୁଥିବା ଶୁଭଚିନ୍ତକମଣୀ ହୁଅ ।

ଆଜିର ବିଶ୍ୱରେ ସବୁ ଆତ୍ମାମାନେ ଚିନ୍ତାମଣୀ ଅଟନ୍ତି । ଏହି ଚିନ୍ତାମଣୀ ଆତ୍ମାମାନଙ୍କୁ ତୁମ ଭଳି ଶୁଭଚିନ୍ତକମଣୀ ଆତ୍ମାମାନେ ନିଜର ଶୁଭଚିନ୍ତନର ଶକ୍ତି ଦ୍ୱାରା ପରିବର୍ତ୍ତନ କରିପାରିବ । ଯେପରି ସୂର୍ଯ୍ୟର କିରଣ ବହୁ ଦୂର ପର୍ଯ୍ୟନ୍ତ ଅନ୍ଧକାରକୁ ସମାପ୍ତ କରିଦେଇଥାଏ ସେହିଭଳି ତୁମେ ଶୁଭଚିନ୍ତକ ମଣୀ ଆତ୍ମାମାନଙ୍କର ଶୁଭ ସଂକଳ୍ପ ରୂପୀ ଚମକ ବା କିରଣ ସାରା ବିଶ୍ୱର ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେଉଛି ସେଥିପାଇଁ ଲୋକମାନେ ଭାବୁଛନ୍ତି କୌଣସି ଆଧ୍ୟାତ୍ମିକ ପ୍ରକାଶ ଗୁପ୍ତ ରୂପରେ ନିଜର କାର୍ଯ୍ୟ କରୁଛି । ଏହିଭଳି ପ୍ରେରଣା ମିଳିବା ଏବେ ଆରମ୍ଭ ହୋଇଯାଇଛି, ଶେଷରେ ସେମାନେ ଖୋଜି ଖୋଜି ଆସି ଠିକଣା ସ୍ଥାନରେ ପହଞ୍ଚିଯିବେ ।

ସ୍ଲୋଗାନ:-
ବାପଦାଦାଙ୍କର ନିର୍ଦ୍ଦେଶକୁ ସ୍ପଷ୍ଟ ଭାବରେ ଗ୍ରହଣ କରିବା ପାଇଁ ନିଜର ମନ-ବୁଦ୍ଧିର ଲାଇନ୍ କ୍ଲିଅର ରଖ ।