10.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ଶ୍ରୀମତ ଆଧାରରେ ସମସ୍ତଙ୍କୁ ସୁଖ ଦେବାକୁ ହେବ, ନିଜେ ଶ୍ରେଷ୍ଠ ହେବା ସହିତ ଅନ୍ୟମାନଙ୍କୁ ଶ୍ରେଷ୍ଠ କରାଇବା ପାଇଁ ହିଁ ତୁମକୁ ବାବାଙ୍କର ଶ୍ରେଷ୍ଠ ମତ ମିଳୁଛି ।”

ପ୍ରଶ୍ନ:-
ଦୟାଳୁ ସନ୍ତାନମାନଙ୍କ ହୃଦୟରେ କେଉଁ ଉତ୍ସାହର ଲହରୀ ଉଠିଥାଏ? ସେମାନଙ୍କୁ କ’ଣ କରିବା ଉଚିତ୍‌?

ଉତ୍ତର:-
ଯେଉଁମାନେ ଦୟାଳୁ ସନ୍ତାନ ସେମାନଙ୍କର ଇଚ୍ଛା ହୁଏ ଯେ - ଆମେ ଗାଁ-ଗାଁକୁ ଯାଇ ସେବା କରିବୁ । ଆଜିକାଲି ବିଚରା ମନୁଷ୍ୟମାନେ, ବହୁତ ଦୁଃଖୀ ହୋଇଯାଇଛନ୍ତି, ସେମାନଙ୍କ ପାଖକୁ ଯାଇ ତାଙ୍କୁ ଖୁସୀ ଖବର ଶୁଣାଇବୁ ଯେ ବିଶ୍ୱରେ ପବିତ୍ରତା, ସୁଖ ଏବଂ ଶାନ୍ତିର ଦୈବୀ ସ୍ୱରାଜ୍ୟ ସ୍ଥାପନ ହେଉଛି, ଏହା ସେହି ମହାଭାରତ ଲଢେଇ ଅଟେ, ନିଶ୍ଚିତ ସେହି ସମୟରେ ମଧ୍ୟ ବାବା ଥିଲେ, ଏବେ ମଧ୍ୟ ବାବା ଆସିଛନ୍ତି ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଏଠାରେ ବସିଛ, ନିଶ୍ଚିତ ଭାବରେ ବୁଝିପାରିଛ ଯେ, ଆମେ ଈଶ୍ୱରୀୟ ସନ୍ତାନ, ତେଣୁ ନିଶ୍ଚୟ ନିଜକୁ ଆତ୍ମା ହିଁ ମନେ କରିବ । ଶରୀର ଅଛି, ତେଣୁ ତାହା ଦ୍ୱାରା ଆତ୍ମା ଶୁଣୁଛି । ବାବା ଏହି ଶରୀରକୁ ଧାର ସୂତ୍ରରେ ନେଇଛନ୍ତି ଏବଂ ସେହି ଶରୀର ମାଧ୍ୟମରେ ମଧ୍ୟ ଶୁଣାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ, ଆମେ ହେଲୁ ଈଶ୍ୱରୀୟ ସମ୍ପ୍ରଦାୟ ଭବିଷ୍ୟତରେ ପୁଣି ଆମେ ଦୈବୀ ସମ୍ପ୍ରଦାୟ ହେବୁ । ଦେବତାମାନେ ହେଉଛନ୍ତି ହିଁ ସ୍ୱର୍ଗର ମାଲିକ । ଆମେ ପୁର୍ନବାର ୫ ହଜାର ବର୍ଷ ପୂର୍ବ ଭଳି ସେହି ଦୈବୀ ସ୍ୱରାଜ୍ୟର ସ୍ଥାପନା କରୁଛୁ । ପୁଣି ଆମେ ଦେବତା ହୋଇଯିବୁ । ବର୍ତ୍ତମାନ ସମଗ୍ର ଦୁନିଆ, ବିଶେଷ ଭାବେ ଭାରତ ଏବଂ ସାଧାରଣ ଭାବେ ସାରା ଦୁନିଆ, ସବୁ ମନୁଷ୍ୟ ମାତ୍ରକେ ପରସ୍ପରକୁ ଦୁଃଖ ଦେଉଛନ୍ତି । ସେମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ ଯେ ସୁଖଧାମ ମଧ୍ୟ ଥାଏ । ପରମପିତା ପରମାତ୍ମା ହିଁ ଆସି ସମସ୍ତଙ୍କୁ ସୁଖୀ-ଶାନ୍ତ କରି ଦିଅନ୍ତି । ଏଠାରେ ଘରେ-ଘରେ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି । ସାରା ବିଶ୍ୱରେ ଏବେ ଦୁଃଖ ହିଁ ଦୁଃଖ ରହିଛି । ତୁମେ ପିଲାମାନେ ଜାଣୁଛ ବାବା ଆମକୁ ୨୧ ଜନ୍ମ ପାଇଁ ସଦା ସୁଖୀ କରୁଛନ୍ତି । କେବେଠାରୁ ଦୁଃଖ ଆରମ୍ଭ ହୋଇ ପୁଣି କେବେ ପୂରା ହେଉଛି, ଏକଥା ଆଉ କାହା ବୁଦ୍ଧିରେ ଚିନ୍ତନ ଚାଲୁ ନ ଥିବ । କେବଳ ତୁମମାନଙ୍କ ବୁଦ୍ଧିରେ ହିଁ ଅଛି ଯେ, ବାସ୍ତବରେ ଆମେ ଈଶ୍ୱରୀୟ ସମ୍ପ୍ରଦାୟର ଥିଲୁ, ଏମିତି ତ ସମଗ୍ର ଦୁନିଆର ମନୁଷ୍ୟ ମାତ୍ରକେ ଈଶ୍ୱରୀୟ ସମ୍ପ୍ରଦାୟର ଅଟନ୍ତି । ସମସ୍ତେ ତାଙ୍କୁ ପିତା ବୋଲି କହି ଡାକୁଛନ୍ତି । ଏବେ ପିଲାମାନେ ଜାଣିଛନ୍ତି ଶିବବାବା ଆମକୁ ଶ୍ରୀମତ ଦେଉଛନ୍ତି । ଶ୍ରୀମତ ପ୍ରସିଦ୍ଧ ଅଟେ । ଉଚ୍ଚରୁ ଉଚ୍ଚ ଭଗବାନଙ୍କର ମତ ମଧ୍ୟ ଉଚ୍ଚରୁ ଉଚ୍ଚ ଅଟେ । ଗାୟନ ମଧ୍ୟ କରାଯାଏ ତାଙ୍କର ଗତି ଓ ମତ ଅଲଗା ଅଟେ । ଶିବବାବାଙ୍କ ଶ୍ରୀମତ ଆମକୁ କ’ଣରୁ କ’ଣ କରିଦେଉଛି! ସ୍ୱର୍ଗର ମାଲିକ କରିଦେଉଛି । ଆଉ ଯିଏବି ମନୁଷ୍ୟ ଅଛନ୍ତି ସେମାନେ ତ ନର୍କର ମାଲିକ କରୁଛନ୍ତି । ଏବେ ତୁମେମାନେ ସଂଗମଯୁଗରେ ଅଛ । ଏହି ନିଶ୍ଚୟ ତ ଅଛି ନା । ନିଶ୍ଚୟବୁଦ୍ଧି ହିଁ ଏଠାକୁ ଆସିଥାନ୍ତି ଏବଂ ବୁଝିଥା’ନ୍ତି ଯେ, ବାବା ଆମକୁ ପୁର୍ନବାର ସୁଖଧାମର ମାଲିକ କରୁଛନ୍ତି । ଆମେ ହିଁ ଶତକଡା ଶହେ ଭାଗ ପବିତ୍ର ଗୃହସ୍ଥମାର୍ଗୀ ଥିଲୁ ତୁମମାନଙ୍କୁ ଏବେ ଏବେ ଏହି ସ୍ମୃତି ଆସିଛି । ୮୪ ଜନ୍ମର ମଧ୍ୟ ହିସାବ ରହିଛି ନା । କିଏ-କିଏ କେତେ ଜନ୍ମ ନେଉଛନ୍ତି । କେଉଁ ଧର୍ମ ସବୁ ପରେ ଆସୁଛି ସେମାନଙ୍କର ଜନ୍ମ ମଧ୍ୟ କମ୍ ହେଉଛି ।

ତୁମମାନଙ୍କୁ ଏବେ ଏହି ନିଶ୍ଚୟ ରଖିବାକୁ ହେବ ଯେ, ଆମେ ହେଉଛୁ ଈଶ୍ୱରୀୟ ସନ୍ତାନ । ସମସ୍ତଙ୍କୁ ଶ୍ରେଷ୍ଠ କରିବା ପାଇଁ ଆମକୁ ଏବେ ଶ୍ରେଷ୍ଠ ମତ ମିଳୁଛି । ଆମର ସେହି ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି ଯେ ବେଦ-ଶାସ୍ତ୍ର ଆଦି ସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା ଅଟେ । ଭଗବାନ କହୁଛନ୍ତି - ଏହା ଦ୍ୱାରା କେହି ବି ମୋତେ ପାଇପାରିବେ ନାହିଁ । ମୁଁ ଏଠାକୁ ଆସୁଛି, ସେଥିପାଇଁ ତ ମୋର ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ କେବେ ଏବଂ କାହାର ଶରୀରରେ ଆସୁଛି, କେବଳ ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କେହି ବି ଏ କଥା କେହି ଜାଣି ନାହାଁନ୍ତି । ଏବେ ତୁମ ସମସ୍ତଙ୍କୁ ସୁଖ ଦେବାକୁ ପଡିବ । ଦୁନିଆରେ ସମସ୍ତେ ପରସ୍ପରକୁ ଦୁଃଖ ଦେଉଛନ୍ତି । ସେମାନେ ଏ କଥା ବୁଝୁ ନାହାଁନ୍ତି ଯେ ବିକାରୀ ହେବା ଦୁଃଖ ଦେବା ଅଟେ । ଏବେ ତୁମେମାନେ ଜାଣୁଛ ଯେ ଏହା ହେଉଛି ମହାନ ଦୁଃଖ । କୁମାରୀ ଯିଏକି ପବିତ୍ର ଥା’ନ୍ତି ତାଙ୍କୁ ଅପବିତ୍ର କରାଉଛନ୍ତି । ନର୍କବାସୀ କରିବା ପାଇଁ କେତେ ଉତ୍ସବ ପାଳନ କରୁଛନ୍ତି । ଏଠାରେ ତ ସେପରି ବିଶୃଙ୍ଖଳାର କୌଣସି କଥା ନାହିଁ । ତୁମେମାନେ ବହୁତ ଶାନ୍ତିରେ ବସିଛ । ସମସ୍ତେ ଖୁସି ହୋଇ ସାରା ବିଶ୍ୱକୁ ସଦା ସୁଖୀ କରାଉଛନ୍ତି । ତୁମର ନାମ ଶିବଶକ୍ତି ରୂପରେ ରହିଛି । ତୁମ ତୁଳନାରେ ଲକ୍ଷ୍ମୀ-ନାରାୟଣଙ୍କର ତ କିଛି ବି ସମ୍ମାନ ନାହିଁ । ଶିବଶକ୍ତିମାନଙ୍କର ହିଁ ନାମ ପ୍ରସିଦ୍ଧ ଅଟେ କାହିଁକି ନା ଯେପରି ବାବା ସେବା କରିଛନ୍ତି, ସମସ୍ତଙ୍କୁ ପବିତ୍ର କରି ସଦା ସୁଖୀ କରିଛନ୍ତି, ସେହିପରି ତୁମେମାନେ ମଧ୍ୟ ବାବାଙ୍କର ସହଯୋଗୀ ହୋଇଛ, ସେଥିପାଇଁ ତୁମ ଶକ୍ତି ସ୍ୱରୂପିଣୀ ଭାରତ ମାତାଙ୍କର ମହିମା ହେଉଛି । ଲକ୍ଷ୍ମୀ-ନାରାୟଣ, ରାଜା-ରାଣୀ ଏବଂ ପ୍ରଜା ସବୁ ସ୍ୱର୍ଗବାସୀ ଥିଲେ । ଏହା କ’ଣ ବଡ କଥା! ଯେପରି ସେମାନେ ସ୍ୱର୍ଗବାସୀ ଅଟନ୍ତି, ସେହିପରି ଏଠିକାର ରାଜା ରାଣୀ ସମସ୍ତେ ନର୍କବାସୀ ଅଟନ୍ତି । ଏପରି ନର୍କବାସୀମାନଙ୍କୁ ତୁମେ ସ୍ୱର୍ଗବାସୀ କରୁଛ । ମନୁଷ୍ୟ ତ କିଛି ବି ଜାଣିନାହାଁନ୍ତି । ବିଲ୍‌କୁଲ୍ ହିଁ ତୁଚ୍ଛବୁଦ୍ଧି ଅଟନ୍ତି । କ’ଣ କ’ଣ ସବୁ କରୁଛନ୍ତି । କେତେ ଲଢ଼େଇ ଆଦି ହେଉଛି । ପ୍ରତ୍ୟେକ କଥାରେ ଦୁଃଖୀ ହିଁ ଦୁଃଖୀ ହେଉଛନ୍ତି । ସତ୍ୟଯୁଗରେ ପ୍ରତ୍ୟେକ ପରିସ୍ଥିତିରେ ସୁଖ ହିଁ ସୁଖ ଥାଏ । ଏବେ ସମସ୍ତଙ୍କୁ ସୁଖ ଦେବା ପାଇଁ ହିଁ ବାବା ଶ୍ରେଷ୍ଠ ମତ ଦେଉଛନ୍ତି । ଗାୟନ ମଧ୍ୟ କରୁଛନ୍ତି ଶ୍ରୀମତ ଭଗବାନୁବାଚ । ଶ୍ରୀମତ ମନୁଷ୍ୟବାଚ ନୁହେଁ । ସତ୍ୟଯୁଗରେ ଦେବତାମାନଙ୍କୁ ମତ ଦେବାର ଆବଶ୍ୟକତା ହିଁ ନାହିଁ । ଏଠାରେ ତୁମକୁ ଶ୍ରୀମତ ମିଳୁଛି । ବାବାଙ୍କ ସହିତ ତୁମର ମଧ୍ୟ ଶିବଶକ୍ତି ରୂପରେ ଗାୟନ ହେଉଛି । ଏବେ ବାସ୍ତବରେ ପୁନର୍ବାର ସେହି ପାର୍ଟ ଚାଲିଛି । ବାବା କହୁଛନ୍ତି, ତୁମ ପିଲାମାନଙ୍କୁ ମନ, ବଚନ, କର୍ମ ଦ୍ୱାରା ସମସ୍ତଙ୍କୁ ସୁଖ ଦେବାକୁ ହେବ । ସମସ୍ତଙ୍କୁ ସୁଖଧାମର ରାସ୍ତା ବତାଇବାକୁ ହେବ । ଏହା ହିଁ ହେଉଛି ତୁମର ଧନ୍ଦା । ଶରୀର ନିର୍ବାହ ଅର୍ଥେ ପୁରୁଷମାନଙ୍କୁ ଧନ୍ଦା ମଧ୍ୟ କରିବାକୁ ପଡିଥାଏ । କହୁଛନ୍ତି ସନ୍ଧ୍ୟା ସମୟରେ ଦେବତାମାନେ ପରିକ୍ରମାରେ ବାହାରିଥା’ନ୍ତି, ତେବେ ଦେବତାମାନେ ଏଠାରେ କେଉଁଠୁ ଆସିଲେ । ବାସ୍ତବରେ ଏହି ସମୟକୁ ଶୁଦ୍ଧ ସମୟ କୁହାଯାଇଥାଏ । ଏହି ସମୟରେ ସମସ୍ତଙ୍କୁ ଫୁର୍ସତ ମଧ୍ୟ ମିଳିଥାଏ । ତୁମେମାନେ ଚାଲିବା, ବୁଲିବା, ଉଠିବା ବସିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବା ଉଚିତ୍ । ବାସ୍ କୌଣସି ଦେହଧାରୀଙ୍କର ସେବା କରିବାର ନାହିଁ । ଗାୟନ ରହିଛି ଯେ ଭଗବାନ ମଧ୍ୟ ଦ୍ରୌପଦୀଙ୍କର ପାଦ ଦବାଇ ଥିଲେ । କିନ୍ତୁ ଏହାର ବାସ୍ତବ ଅର୍ଥକୁ ସେମାନେ ବୁଝୁନାହାଁନ୍ତି । ଏହା ସ୍ଥୂଳରେ ପାଦ ଦବାଇବାର କଥା ନୁହେଁ । ବାବାଙ୍କ ପାଖକୁ ବହୁତ ବୁଢ଼ୀମାନେ ଆସୁଛନ୍ତି, ଜାଣିଛନ୍ତି ଭକ୍ତି କରି କରି ଥକିଯାଇଛନ୍ତି । ଅଧାକଳ୍ପ ହେବ ବହୁତ ଧକ୍କା ଖାଇ ଖାଇ ଆସିଛନ୍ତି ନା । ତେଣୁ ଏହି ପାଦ ଦବାଇବାର ଶବ୍ଦକୁ ଧରିନେଇଛନ୍ତି । କୃଷ୍ଣ ପାଦ କିପରି ଦବାଇବେ । ଶୋଭା ପାଇବ? ତୁମେମାନେ ଶ୍ରୀକୃଷ୍ଣଙ୍କୁ ପାଦ ଦବାଇବାକୁ ଦେବ? ଶ୍ରୀକୃଷ୍ଣଙ୍କୁ ଦେଖିବା ମାତ୍ରେ ତ ଜାବୁଡି ଧରିବେ । ଚମକି ପଡିବେ । ତାଙ୍କ ପାଖରେ ବହୁତ ଚମତ୍କାରିତା ରହିଥାଏ । କୃଷ୍ଣଙ୍କ ବ୍ୟତୀତ ଆଉ କୌଣସି କଥା ବୁଦ୍ଧିରେ ରହୁନାହିଁ । ସେ ହିଁ ସବୁଠାରୁ ତେଜମୟ ଅଟନ୍ତି । କୃଷ୍ଣ ଛୋଟପିଲା ସିଏ ପୁଣି ମୁରଲୀ ଶୁଣାଇଲେ, ଏହି କଥା ଶୋଭା ପାଉନାହିଁ । ଏଠାରେ ତୁମେ ଶିବବାବାଙ୍କ ସହିତ କିପରି ମିଶିବ? ତୁମକୁ କହିବାକୁ ପଡୁଛି, ଶିବବାବାଙ୍କୁ ସ୍ମରଣ କରି କରି ପୁଣି ୟାଙ୍କ ପାଖକୁ ଆସ । ତୁମକୁ ତ ଆନ୍ତରିକ ଖୁସି ହେବା ଉଚିତ୍ ଯେ ଶିବବାବା ଆମକୁ ୨୧ ଜନ୍ମ ପାଇଁ ସୁଖୀ କରୁଛନ୍ତି । ଏପରି ବାବାଙ୍କ ଉପରେ ତ ସମର୍ପିତ ହୋଇଯିବା ଦରକାର । କେହି କେହି ସୁସନ୍ତାନମାନଙ୍କ ଉପରେ ତ ବାବା କୁର୍ବାନ ଅର୍ଥାତ୍ ସମର୍ପଣ ହୋଇଯା’ନ୍ତି । ବାବାଙ୍କର ପ୍ରତ୍ୟେକ କାମନାକୁ ପୂରା କରିଥା’ନ୍ତି । କିନ୍ତୁ ଏଭଳି ମଧ୍ୟ କେତେକ ସନ୍ତାନ ଅଛନ୍ତି ଯିଏକି ପିତାଙ୍କର ହତ୍ୟା ମଧ୍ୟ କରି ଦେଇଥା’ନ୍ତି । ଏଠାରେ ତ ତୁମକୁ ଅତି ସ୍ନେହୀ ହେବାକୁ ପଡିବ । କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ । ଦୟାଳୁ ସନ୍ତାନମାନଙ୍କର ମନ ହୁଏ ଆମେ ଗାଁ-ଗାଁ ଯାଇ ସେବା କରିବୁ । ଆଜିକାଲି ବିଚରା ଲୋକମାନେ ବହୁତ ଦୁଃଖୀ ହୋଇଯାଇଛନ୍ତି । ତାଙ୍କୁ ଯାଇ ଖୁସି ଖବର ଶୁଣାଅ ଯେ ବିଶ୍ୱରେ ପବିତ୍ରତା, ସୁଖ, ଶାନ୍ତିର ଦୈବୀ ସ୍ୱରାଜ୍ୟ ସ୍ଥାପନ ହେଉଛି, ଏହା ସେହି ମହାଭାରତ ଲଢେଇ ଅଟେ । ନିଶ୍ଚିତ ସେହି ସମୟରେ ମଧ୍ୟ ବାବା ଥିଲେ, ଏବେ ମଧ୍ୟ ବାବା ଆସିଛନ୍ତି । ତୁମେମାନେ ଜାଣିଛ ବାବା ଆମକୁ ପୁରୁଷୋତ୍ତମ କରୁଛନ୍ତି । ଏହା ହିଁ ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏ କଥା ମଧ୍ୟ ତୁମେମାନେ ଜାଣିଛ - ଆମେ କିପରି ପୁରୁଷୋତ୍ତମ ହେଉଛୁ । ତୁମକୁ ପଚାରୁଛନ୍ତି ତୁମର ଉଦ୍ଦେଶ୍ୟ କଣ? ତେବେ ସେମାନଙ୍କୁ କୁହ ମନୁଷ୍ୟରୁ ଦେବତା ହେବା । ଦେବତାମାନେ ତ ପ୍ରସିଦ୍ଧ ଅଟନ୍ତି । ବାବା କହୁଛନ୍ତି ଦେବତାମାନଙ୍କର ଭକ୍ତମାନଙ୍କୁ ବୁଝାଅ । ଭକ୍ତି ମଧ୍ୟ ପ୍ରଥମେ ପ୍ରଥମେ ତୁମେମାନେ ଆରମ୍ଭ କରିଛ, ଶିବଙ୍କର ଭକ୍ତି କରିଛ, ପୁଣି ଦେବତାମାନଙ୍କର ମଧ୍ୟ ଭକ୍ତି କରି ଆସିଛ । ତେଣୁ ପ୍ରଥମେ ପ୍ରଥମେ ଶିବବାବାଙ୍କର ଭକ୍ତମାନଙ୍କୁ ବୁଝାଇବାକୁ ହେବ । ସେମାନଙ୍କୁ କୁହ ଶିବବାବା କହୁଛନ୍ତି ମୋତେ ମନେ ପକାଅ । ଶିବଙ୍କର ପୂଜା କରୁଛନ୍ତି କିନ୍ତୁ ବୁଦ୍ଧିରେ ଆସୁନାହିଁ ଯେ, ସେ ପତିତ-ପାବନ ପିତା ଅଟନ୍ତି । ଦେଖ ଭକ୍ତିମାର୍ଗରେ କେତେ ଧକ୍କା ଖାଉଛନ୍ତି । ଶିବଲିଙ୍ଗ ତ ଘରେ ମଧ୍ୟ ରଖିପାରିବେ, ତାଙ୍କର ପୂଜା କରିପାରିବେ ପୁଣି ଅମରନାଥ, ବଦ୍ରିନାଥ ଆଦିକୁ ଯିବା କ’ଣ ଦରକାର । କିନ୍ତୁ ଭକ୍ତିମାର୍ଗରେ ମନୁଷ୍ୟମାନଙ୍କୁ ନିଶ୍ଚୟ ଧକ୍କା ଖାଇବାକୁ ହେବ । ତୁମମାନଙ୍କୁ ମୁଁ ସେ ସବୁଥିରୁ ମୁକ୍ତ କରି ଦେଉଛି । ତୁମେ ହେଉଛ ଶିବଶକ୍ତି । ଶିବଙ୍କର ସନ୍ତାନ । ତୁମେମାନେ ବାବାଙ୍କଠାରୁ ଶକ୍ତି ନେଉଛ । ତାହା ମଧ୍ୟ ଯୋଗବଳ ଦ୍ୱାରା ମିଳିବ । ବିକର୍ମ ମଧ୍ୟ ବିନାଶ ହେବ । ପତିତ-ପାବନ ତ ବାବା ଅଟନ୍ତି ନା । ଯୋଗବଳ ଦ୍ୱାରା ହିଁ ତୁମେମାନେ ବିକର୍ମାଜିତ୍ ପାବନ ହେଉଛ । ତେବେ ଏହି ରାସ୍ତା ଅନ୍ୟମାନଙ୍କୁ ମଧ୍ୟ ବତାଇବାକୁ ହେବ । ଏବେ ତୁମେ ରାମଙ୍କର ହୋଇଛ । ରାମରାଜ୍ୟରେ ସୁଖ, ରାବଣ ରାଜ୍ୟରେ ଦୁଃଖ ଅଛି । ଭାରତରେ ହିଁ ସମସ୍ତଙ୍କର ଚିତ୍ର ଅଛି, ଯାହାଙ୍କର ଏତେ ପୂଜା ହେଉଛି । ଢେରରୁ ଢେର ମନ୍ଦିର ଅଛି । କେହି ହନୁମାନଙ୍କର ପୂଜାରୀ, କେହି ଆଉ କାହାର! ଏହାକୁ କୁହାଯାଏ ବ୍ଲାଇଣ୍ଡ୍ ଫେଥ୍ ଅର୍ଥାତ୍ ଅନ୍ଧବିଶ୍ୱାସ । ଏବେ ତୁମେ ଜାଣିଛ ଆମେ ମଧ୍ୟ ଅନ୍ଧ ଥିଲୁ । ଏହାଙ୍କୁ ମଧ୍ୟ ଜଣା ନ ଥିଲା - ବ୍ରହ୍ମା, ବିଷ୍ଣୁ, ଶଙ୍କର କିଏ, କ’ଣ ଅଟନ୍ତି । ଯେଉଁମାନେ ପୂଜ୍ୟ ଥିଲେ ସେମାନେ ପୁଣି ପୂଜାରୀ ହୋଇ ଯାଇଛନ୍ତି । ସତ୍ୟଯୁଗରେ ହେଉଛନ୍ତି ପୂଜ୍ୟ, ଏଠାରେ ପୂଜାରୀ, ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ତୁମେମାନେ ଜାଣିଛ, ପୂଜ୍ୟ ସତ୍ୟଯୁଗରେ ଥା’ନ୍ତି । ଏଠାରେ ଅଛନ୍ତି ପୂଜାରୀ, ତେଣୁ ପୂଜା କରୁଛନ୍ତି । ତୁମେମାନେ ହେଉଛ ଶିବଶକ୍ତି । ଏବେ ତୁମେମାନେ ପୂଜାରୀ କିମ୍ବା ପୂଜ୍ୟ ମଧ୍ୟ ନୁହଁ । ତୁମେମାନେ ବାବାଙ୍କୁ କେବେ ବି ଭୁଲି ଯାଅ ନାହିଁ । ଏହା ସାଧାରଣ ଶରୀର ଅଟେ ନା । ଏଥିରେ ଉଚ୍ଚରୁ ଉଚ୍ଚ ଭଗବାନ ଆସୁଛନ୍ତି । ତୁମେମାନେ ବାବାଙ୍କୁ ନିଜ ପାଖକୁ ଆସିବା ନିମେନ୍ତ ନିମନ୍ତ୍ରଣ ଦେଉଛ ନା । ବାବା ଆସ, ଆମେ ବହୁତ ପତିତ ହୋଇଗଲୁଣି । ପୁରୁଣା ପତିତ ଦୁନିଆ, ପତିତ ଶରୀରରେ ଆସି ଆମକୁ ପାବନ କର, ସନ୍ତାନମାନେ ନିମନ୍ତ୍ରଣ ଦେଉଛନ୍ତି । ଏଠାରେ ତ କେହି ପାବନ ନାହାଁନ୍ତି । ତେଣୁ ନିଶ୍ଚିତ ସମସ୍ତ ପତିତମାନଙ୍କୁ ପାବନ କରି ନେଇଯିବେ ନା । ସେଥିପାଇଁ ସମସ୍ତଙ୍କୁ ଶରୀର ଛାଡିବାକୁ ପଡିବ ନା । ମନୁଷ୍ୟ ଶରୀର ଛାଡିଲା ବେଳେ କେତେ ହାୟ ହାୟ କରିଥା’ନ୍ତି । କିନ୍ତୁ ତୁମେମାନେ ଖୁସୀ ଖୁସୀରେ ଯାଉଛ । ଏବେ ତୁମର ଆତ୍ମା ରେସ୍ କରୁଛି ଦେଖିବା କିଏ ଶିବବାବାଙ୍କୁ ଅଧିକ ସ୍ମରଣ କରୁଛନ୍ତି । ଯଦି ଶିବବାବାଙ୍କ ସ୍ମ୍ମୃତିରେ ରହି ରହି ଶରୀର ଛାଡିବ ତେବେ ଅହୋ ସୌଭାଗ୍ୟ ଜୀବନ ରୂପି ନୌକା ହିଁ ପାର ହୋଇଯିବ । ସମସ୍ତଙ୍କୁ ବାବା କହୁଛନ୍ତି ଏହିଭଳି ପୁରୁଷାର୍ଥ କର । ସନ୍ନ୍ୟାସୀମାନେ ମଧ୍ୟ କେହି-କେହି ଏଭଳି ଥା’ନ୍ତି । ବ୍ରହ୍ମରେ ଲୀନ ହେବା ପାଇଁ ଅଭ୍ୟାସ କରିଥା’ନ୍ତି । ପୁଣି ଶେଷ ସମୟରେ ଏହିପରି ବସି ବସି ଶରୀର ଛାଡି ଦେଇଥା’ନ୍ତି । ବାତାବରଣ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଇଥାଏ । ପୁଣି ସୁଖର ଦିନ ଆସିବ । ସେଥିପାଇଁ ହିଁ ତୁମେମାନେ ପୁରୁଷାର୍ଥ କରୁଛ, ବାବା ଆମେ ଆପଣଙ୍କ ପାଖକୁ ଯିବୁ । ଆପଣଙ୍କୁ ହିଁ ସ୍ମରଣ କରି-କରି ଯେତେବେଳେ ଆମର ଆତ୍ମା ପବିତ୍ର ହୋଇଯିବ ସେତେବେଳେ ଆପଣ ଆମକୁ ସାଥିରେ ନେଇଯିବେ । ଆଗରୁ ଯେତେବେଳେ କାଶୀରେ ନିଜକୁ ବଳି ଚଢାଉଥିଲେ ସେତେବେଳେ ନିଜକୁ ବହୁତ ସ୍ନେହରେ ବଳି ଦେଉଥିଲେ, ବାସ୍ ମୁଁ ମୁକ୍ତି ପାଇଯିବି । ଏପରି ଭାବୁଥିଲେ । ଏବେ ତୁମେମାନେ ବାବାଙ୍କୁ ସ୍ମରଣ କରି କରି ଶାନ୍ତିଧାମକୁ ଚାଲିଯାଉଛ । ତୁମେମାନେ ବାବାଙ୍କୁ ସ୍ମରଣ କରୁଛ ତେଣୁ ଏହି ଯୋଗର ବଳ ଦ୍ୱାରା ପାପ କଟୁଛି । ସେମାନେ ଭାବୁଛନ୍ତି ଆମେ ପାଣିରେ ସ୍ନାନ କରିବା ଦ୍ୱାରା ପାପ କଟିଯିବ, ମୁକ୍ତି ମିଳିଯିବ । ଏବେ ବାବା ବୁଝାଉଛନ୍ତି, ତାହା କୌଣସି ଯୋଗବଳ ନୁହେଁ । ପାପର ଦଣ୍ଡ ଭୋଗି ଭୋଗି ପୁଣି ଯାଇ ଜନ୍ମ ନେଉଛନ୍ତି, ପୁଣି ନୂଆ ରୂପେ ପାପର ଖାତା ଆରମ୍ଭ ହେଉଛି । କର୍ମ, ଅକର୍ମ, ବିକର୍ମର ଗତିକୁ ବାବା ବୁଝାଉଛନ୍ତି । ରାମରାଜ୍ୟରେ କର୍ମ ଅକର୍ମ ହୋଇଥାଏ, ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଯାଇଥାଏ । ମିଠା-ମିଠା ଫୁଲ ଭଳି ସନ୍ତାନମାନେ ଜାଣିଛନ୍ତି ବାବା ଆମକୁ ସବୁ ଉପାୟ, ସବୁ ରହସ୍ୟ ବୁଝାଉଛନ୍ତି । ମୁଖ୍ୟ କଥା ହେଉଛି ବାବାଙ୍କ ସହିତ ଯୋଗ । ପତିତ-ପାବନ ବାବା ତୁମ ସମ୍ମୁଖରେ ବସିଛନ୍ତି, କେତେ ନିରହଂକାରୀ ଅଟନ୍ତି । କୌଣସି ଅହଂକାର ନାହିଁ, ସମ୍ପୂର୍ଣ୍ଣ ସାଧାରଣ ଭାବରେ ଚାଲୁଛନ୍ତି । ବାପଦାଦା ଉଭୟ ସନ୍ତାନମାନଙ୍କର ସେବକ ଅଟନ୍ତି । ତୁମର ଦୁଇଜଣ ସେବାଧାରୀ ଅଛନ୍ତି, ଜଣେ ଉଚ୍ଚରୁ ଉଚ୍ଚ ଶିବବାବା ପୁଣି ପ୍ରଜାପିତା ବ୍ରହ୍ମା । ଲୋକମାନେ ତ୍ରିମୂର୍ତ୍ତୀ ବ୍ରହ୍ମା କହିଦେଉଛନ୍ତି କାରଣ ଏହାର ଅର୍ଥକୁ ଜାଣି ନାହାଁନ୍ତି । ତ୍ରିମୂର୍ତ୍ତି ବ୍ରହ୍ମା କ’ଣ କରୁଛନ୍ତି, କିଛି ହେଲେ ଜାଣିନାହାଁନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ନିଶ୍ଚୟ ରହୁ ଯେ ଆମେ ଈଶ୍ୱରୀୟ ସନ୍ତାନ, ଆମକୁ ଶ୍ରେଷ୍ଠ ମତରେ ଚାଲିବାକୁ ହେବ । କାହାକୁ ବି ଦୁଃଖ ଦେବାର ନାହିଁ, ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ ।

(୨) ସୁପୁତ୍ର ସନ୍ତାନ ହୋଇ ବାବାଙ୍କ ଉପରେ ସମର୍ପଣ ହେବାକୁ ପଡିବ, ବାବାଙ୍କର ପ୍ରତ୍ୟେକ କାମନାକୁ ପୂରଣ କରିବାକୁ ହେବ । ଯେପରି ବାପଦାଦା ନମ୍ର ଏବଂ ନିରଂହକାରୀ ଅଟନ୍ତି, ସେହିପରି ବାବାଙ୍କ ସମାନ ହେବାକୁ ପଡିବ ।

ବରଦାନ:-
ସ୍ୱଉନ୍ନତି ଦ୍ୱାରା ସେବାରେ ଉନ୍ନତି କରୁଥିବା ସଚ୍ଚା ସେବାଧାରୀ ହୁଅ ।

ସ୍ୱଉନ୍ନତି ସେବାରେ ଉନ୍ନତିର ବିଶେଷ ଆଧାର ଅଟେ । ଯଦି ସ୍ୱ-ଉନ୍ନତି କମ୍ ଅଛି ତେବେ ସେବା ମଧ୍ୟ କମ୍ ହେବ । କେବଳ କାହାକୁ ମୁଖ ଦ୍ୱାରା ପରିଚୟ ଦେବା ହିଁ ସେବା ଅଟେ ତାହା ନୁହେଁ, କିନ୍ତୁ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ଶ୍ରେଷ୍ଠ କର୍ମ କରିବାର ପ୍ରେରଣା ଦେବା ମଧ୍ୟ ସେବା ଅଟେ । ଯେଉଁମାନେ ମନ-ବଚନ-କର୍ମରେ ସର୍ବଦା ସେବାରେ ତତ୍‌ପର ରହିଥାଆନ୍ତି ସେମାନଙ୍କୁ ସେବା ଦ୍ୱାରା ଶ୍ରେଷ୍ଠ ଭାଗ୍ୟର ଅନୁଭବ ହୋଇଥାଏ । ଯେତିକି ସେବା କରିଥାଆନ୍ତି ସେତିକି ନିଜେ ମଧ୍ୟ ଆଗକୁ ବଢିଥାଆନ୍ତି । ନିଜର ଶ୍ରେଷ୍ଠ କର୍ମ ଦ୍ୱାରା ସେବା କରୁଥିବା ଆତ୍ମାମାନେ ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରିଚାଲିଥାଆନ୍ତି ।

ସ୍ଲୋଗାନ:-
ବାବାଙ୍କର ନିକଟତର ହେବା ପାଇଁ ହେଲେ ଭାବିବା-କହିବା ଏବଂ କରିବାକୁ ସମାନ କର ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଏକାଗ୍ରତାର ଆଧାର ଅନ୍ତର୍ମୁଖତା ଅଟେ । ଅନ୍ତର୍ମୁଖତାରେ ରହିବା ଦ୍ୱାରା ସୂକ୍ଷ୍ମ ଶକ୍ତିର ଲୀଳା ଗୁଡିକୁ ଅନୁଭବ କରିପାରିବ । ଆତ୍ମିକ ସ୍ଥିତିରେ ରହି ଆତ୍ମାମାନଙ୍କୁ ଆବାହନ କରିବା, ଆତ୍ମାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରିବା, ଆତ୍ମାମାନଙ୍କର ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବା, ଆତ୍ମାମାନଙ୍କର ସମ୍ବନ୍ଧ ବାବାଙ୍କ ସହିତ ଯୋଡିବା - ଏହିଭଳି ଆତ୍ମିକ ଲୀଳା ବା କାର୍ଯ୍ୟକଳାପର ଅନୁଭବ ହୋଇ ଚାଲିବ ।