10.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଆସିଛନ୍ତି ତୁମମାନଙ୍କୁ ପୂଜାରୀରୁ ପୂଜ୍ୟ କରିବା ପାଇଁ, ପୂଜ୍ୟରୁ ପୂଜାରୀ ଏବଂ ପୂଜାରୀରୁ ପୂଜ୍ୟ ହେବାର ସମ୍ପୂର୍ଣ୍ଣ କାହାଣୀ ତୁମେ ପିଲାମାନେ ଜାଣିଛ ।”

ପ୍ରଶ୍ନ:-
କେଉଁ କଥା ଦୁନିଆ ଲୋକଙ୍କୁ ଅସମ୍ଭବ ଲାଗୁଛି ଏବଂ ତୁମେ ସହଜରେ ତାକୁ ନିଜର ଜୀବନରେ ଧାରଣ କରୁଛ?

ଉତ୍ତର:-
ଦୁନିଆବାଲା ଭାବୁଛନ୍ତି ଯେ ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ରହିବା ସମ୍ପୂର୍ଣ୍ଣ ଅସମ୍ଭବ ଏବଂ ତୁମେ ଏହାକୁ ସହଜରେ ଧାରଣ କରିନେଉଛ, କାହିଁକି ନା ତୁମେ ଜାଣିଛ ଯେ ଏହା ଦ୍ୱାରା ସ୍ୱର୍ଗର ବାଦଶାହୀ ମିଳୁଛି । ତେବେ ଏହା ବହୁତ ଶସ୍ତା ସଉଦା ହେଲା ନା ।

ଗୀତ:-
ୟହ କୌନ ଆଜ ଆୟା ସବେରେ....

ଓମ୍ ଶାନ୍ତି ।
ଅନ୍ଧକାର ଏବଂ ସକାଳ, ଦୁନିଆ ପାଇଁ ପୂରାପୂରି ଅଲଗା ଅଟେ । ଏହା ପ୍ରତିଦିନର ସାଧାରଣ କଥା । ତୁମ ପିଲାମାନଙ୍କର ସକାଳ ଅସାଧାରଣ ଅଟେ । ଦୁନିଆରେ କେହି ଜାଣିନାହାଁନ୍ତି ଯେ ଏହି ଅନ୍ଧକାର ଏବଂ ସକାଳ କାହାକୁ କୁହାଯାଉଛି । ବାସ୍ତବରେ ଏହି ଅନ୍ଧକାର ଏବଂ ସକାଳ କଳ୍ପର ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ହେଉଛି । ବର୍ତ୍ତମାନ ଅଜ୍ଞାନ ଅନ୍ଧକାର ଦୂର ହେଉଛି । ଗାୟନ ରହିଛି - ଜ୍ଞାନ ସୂର୍ଯ୍ୟ ପ୍ରକଟ ହେଲେ । ସ୍ଥୂଳ ସୃଷ୍ଟିରେ ସୂର୍ଯ୍ୟ ତ ଆଲୋକ ଦେଇଥାନ୍ତି । ଏହା ହେଲା ଜ୍ଞାନ ସୂର୍ଯ୍ୟଙ୍କର କଥା । ଭକ୍ତିକୁ ଅନ୍ଧକାର, ଜ୍ଞାନକୁ ଆଲୋକ ବୋଲି କୁହାଯାଉଛି । ଏବେ ତୁମେ ପିଲାମାନେ ଜାଣିଛ ଯେ ଏବେ ସକାଳ ହେବାକୁ ହେଉଛି । ଭକ୍ତିମାର୍ଗର ଅନ୍ଧକାର ଦୂର ହୋଇଯାଉଛି । ଭକ୍ତିକୁ ଅଜ୍ଞାନ କୁହାଯାଉଛି କାହିଁକି ନା ଯାହାଙ୍କର ଭକ୍ତି କରୁଛନ୍ତି ତାଙ୍କ ବିଷୟରେ କିଛି ହେଲେ ଜ୍ଞାନ ନାହିଁ । କେବଳ ସମୟ ନଷ୍ଟ ହେଉଛି । ଯେପରି ଏହା କଣ୍ଢେଇମାନଙ୍କର ପୂଜା ହୋଇ ଚାଲିଛି । ଅଧାକଳ୍ପରୁ ଏହି କଣ୍ଢେଇମାନଙ୍କର ପୂଜା ହେଉଛି । ଯାହାର ପୂଜା କରୁଛନ୍ତି ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ମଧ୍ୟ ରହିବା ଆବଶ୍ୟକ । ଦେବୀ-ଦେବତାମାନଙ୍କର ହେଲା ପୂଜ୍ୟ ବଂଶାବଳୀ । ସେହି ପୂଜ୍ୟ ଦେବୀ-ଦେବତାମାନେ ପୁଣି ପୂଜାରୀ ହେଉଛନ୍ତି, ପୂଜ୍ୟରୁ ପୂଜାରୀ, ପୂଜାରୀରୁ ପୂଜ୍ୟ ହେବାର କେତେ ଲମ୍ବା ଚଉଡା କାହାଣୀ ରହିଛି । ମନୁଷ୍ୟମାନେ ତ ପୂଜ୍ୟ ପୂଜାରୀର ଅର୍ଥ ମଧ୍ୟ ବୁଝୁନାହାଁନ୍ତି । ପରମପିତା ପରମାତ୍ମା ସଂଗମ ଯୁଗରେ ହିଁ ଆସୁଛନ୍ତି, ଯେବେକି ଅନ୍ଧକାର ଅର୍ଥାତ୍ କଳିଯୁଗ ଶେଷ ହେଉଛି । ବାବା ସକାଳ ଅର୍ଥାତ୍ ସତ୍ୟଯୁଗ କରିବା ପାଇଁ ଆସୁଛନ୍ତି । କିନ୍ତୁ ସେମାନେ କଳ୍ପର ସଂଗମଯୁଗ ବଦଳରେ ଯୁଗେ-ଯୁଗେ ଲେଖିଦେଇଛନ୍ତି । ଯେବେ ୪ଟିଯାକ ଯୁଗ ପୂରା ହେଉଛି ତେବେ ପୁରୁଣା ଦୁନିଆ ବିନାଶ ହୋଇ ପୁଣି ନୂଆ ଦୁନିଆ ଆରମ୍ଭ ହେଉଛି । ତେଣୁ ଏହାକୁ କଲ୍ୟାଣକାରୀ ସଂଗମଯୁଗ କୁହାଯିବ । ଏହି ସମୟରେ ସମସ୍ତେ ନର୍କବାସୀ ଅଟନ୍ତି । କେହି ମରିଗଲେ କହନ୍ତି ଯେ ସ୍ୱର୍ଗକୁ ଗଲା, ତେବେ ନିଶ୍ଚିତ ସିଏ ନର୍କରେ ଥିଲା । ଏହି କଥା କେହି ବୁଝୁନାହାଁନ୍ତି ଯେ ଆମେ ନର୍କରେ ଅଛୁ । ରାବଣ ସମସ୍ତଙ୍କର ବୁଦ୍ଧିରେ ଯେପରି ଏକଦମ୍ ତାଲା ପକାଇ ଦେଇଛି । ସମସ୍ତଙ୍କର ବୁଦ୍ଧି ସମ୍ପୂର୍ଣ୍ଣ ରୂପେ ଭ୍ରଷ୍ଟ ହୋଇଯାଇଛି । ବାବା ବୁଝାଉଛନ୍ତି - ଭାରତବାସୀମାନଙ୍କର ବୁଦ୍ଧି ସବୁଠାରୁ ବିଶାଳ ଥିଲା । ପୁଣି ଯେବେ ବିଲ୍‌କୁଲ୍ ହିଁ ପଥରବୁଦ୍ଧି ହୋଇଯାଉଛନ୍ତି, ତେବେ ଦୁଃଖ ପାଉଛନ୍ତି । ଡ୍ରାମାର ପ୍ଲାନ ଅନୁସାରେ ବୁଦ୍ଧିହୀନ ହେବାକୁ ହିଁ ପଡିଥାଏ । ମାୟା ହିଁ ବୁଦ୍ଧିହୀନ କରିଦେଇଛି । ପୂଜ୍ୟକୁ ବୁଦ୍ଧିବାନ୍ ଏବଂ ପୂଜାରୀକୁ ନିର୍ବୋଧ ବୋଲି କୁହାଯାଉଛି । କହୁଛନ୍ତି ମଧ୍ୟ ଆମେ ନୀଚ ପାପୀ ଅଟୁ । କିନ୍ତୁ କେବେ ବୁଦ୍ଧିମାନ ଥିଲେ, ଏକଥା ଜଣା ପଡୁନାହିଁ । ରାବଣ ରୂପୀ ମାୟା ବିଲ୍‌କୁଲ୍ ହିଁ ପଥରବୁଦ୍ଧି କରିଦେଇଛି । ଏବେ ତୁମେ ଜାଣୁଛ ଯେ ଆମେ ହିଁ ପୂଜ୍ୟ ଥିଲୁ ପୁଣି ପୂଜାରୀ ହୋଇଛୁ । ଏବେ ତୁମେମାନେ ଖୁସି ହେଉଛ । ବହୁତ ଦିନରୁ ତୁମେ ଚିତ୍କାର କରି ଆସିଛ ଯେ ଆମକୁ ଶାନ୍ତି ମିଳୁ ଅଥବା ଜନ୍ମ ମରଣରୁ ମୁକ୍ତ ହୋଇଯାଉ । କିନ୍ତୁ ଏହି ମାୟାର ଜଞ୍ଜିରରୁ କିପରି ମୁକ୍ତ ହେବେ, ଏହି ଜ୍ଞାନ ମଧ୍ୟ କାହାରି ବୁଦ୍ଧିରେ ଆସୁ ନାହିଁ ।

ତୁମେ ଜାଣିଛ ଯେ ଆମେ ସିଢିରେ ତଳକୁ ତଳକୁ ଓହ୍ଲାଇ ଆସିଛୁ । ତଥାପି ବି ସତ୍ୟଯୁଗରେ ତ ଆମେ ଧିରେ-ଧିରେ ତଳକୁ ଓହ୍ଲାଇ ଥାଉ, ସେଥିପାଇଁ ସମୟ ଲାଗେ । ସୁଖର ସିଢି ଓହ୍ଲାଇବାରେ ସମୟ ଲାଗୁଛି, କିନ୍ତୁ ଦୁଃଖର ସିଢି ଆମେ ଜଲ୍‌ଦି-ଜଲ୍‌ଦି ଓହ୍ଲାଉଛୁ । ସତ୍ୟଯୁଗ-ତ୍ରେତା ଯୁଗରେ ରହିଛି ୨୧ ଜନ୍ମ, ଦ୍ୱାପର-କଳିଯୁଗରେ ୬୩ ଜନ୍ମ, ତେଣୁ ଆୟୁଷ ମଧ୍ୟ କମି କମି ଯାଉଛି । ଏବେ ତୁମେ ଜାଣୁଛ ଯେ ଆମର ଉନ୍ନତିର କଳା ଗୋଟିଏ ସେକେଣ୍ଡରେ ହୋଇଯାଉଛି । ଗାୟନ ମଧ୍ୟ ରହିଛି ଯେ ରାଜା ଜନକଙ୍କୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଥିଲା । କିନ୍ତୁ ଜୀବନମୁକ୍ତିର ଅର୍ଥ ବୁଝୁନାହାଁନ୍ତି । କେବଳ ଜଣେ ଜନକଙ୍କୁ ଜୀବନମୁକ୍ତି ମିଳିଥିଲା ଅଥବା ସାରା ଦୁନିଆକୁ ମିଳିଥିଲା? ଏବେ ତୁମ ବୁଦ୍ଧିର ତାଲା ଖୋଲିଯାଇଛି । ଯଦି କାହାର ବୁଦ୍ଧି ମାନ୍ଦା ହୋଇଥାଏ, ତେବେ କହନ୍ତି ଯେ ପରମାତ୍ମା ଏହାଙ୍କୁ ଭଲ ବୁଦ୍ଧି ଦିଅନ୍ତୁ । ସତ୍ୟଯୁଗରେ ଏଭଳି କୌଣସି କଥା ନଥାଏ । ଯେଉଁ ଆତ୍ମାମାନେ ବହୁତ କାଳରୁ ପରମାତ୍ମାଙ୍କଠାରୁ ଅଲଗା ରହୁଛନ୍ତି, ତାଙ୍କର ବି ହିସାବ ରହିଛି । ବାବାଙ୍କ ସହିତ ପରମଧାମରେ ବହୁତ ସମୟ ରହିଥାଆନ୍ତି, ସେମାନେ ଏହି ସୃଷ୍ଟିକୁ ବହୁତ ପଛରେ ଆସନ୍ତି । ଆମେ ତ ବହୁତ କମ୍ ସମୟ ପରମଧାମରେ ରହୁଛୁ । ପ୍ରଥମେ-ପ୍ରଥମେ ଆମେ ବାବାଙ୍କଠାରୁ ଅଲଗା ହେଉଛୁ ସେଥିପାଇଁ ଗାୟନ କରାଯାଉଛି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ... ସେହିମାନଙ୍କର ହିଁ ଏବେ ମେଳା ହେଉଛି, ଯେଉଁମାନେ କି ବହୁତ ସମୟ ଧରି ବାବାଙ୍କଠାରୁ ଅଲଗା ରହିଛନ୍ତି । ଯେଉଁମାନେ ପରମଧାମରେ ବହୁତ ସମୟ ପର୍ଯ୍ୟନ୍ତ ବାବାଙ୍କ ସହିତ ରହୁଛନ୍ତି, ସେମାନଙ୍କ ସହିତ ବାବାଙ୍କର ମିଳନ ହେଉନାହିଁ । ବାବା କହୁଛନ୍ତି - ସ୍ୱତନ୍ତ୍ର ଭାବେ ତୁମ ପିଲାମାନଙ୍କୁ ମୁଁ ପାଠ ପଢାଇବା ପାଇଁ ଆସୁଛି । ବର୍ତ୍ତମାନ ମୁଁ ତୁମମାନଙ୍କ ସାଥିରେ ଥିବାରୁ ତୁମ ସହିତ ସମସ୍ତଙ୍କର ମଧ୍ୟ କଲ୍ୟାଣ ହୋଇଯାଉଛି । ଏବେ ସମସ୍ତଙ୍କର କୟାମତ ଅର୍ଥାତ୍ ମୃତ୍ୟୁର ସମୟ ଅଟେ । ସମସ୍ତେ ହିସାବ-କିତାବ ଚୁକ୍ତ କରି ପରମଧାମକୁ ଚାଲିଯିବେ । ଆଉ ତୁମ୍ଭେମାନେ ରାଜ୍ୟ-ଭାଗ୍ୟ ପ୍ରାପ୍ତ କରିବ । ଏହି କଥା କାହାରି ବୁଦ୍ଧିରେ ନାହିଁ । ଗାୟନ ମଧ୍ୟ କରୁଛନ୍ତି ହେ - ଈଶ୍ୱର ପିତା, ମୁକ୍ତିଦାତା, ପଥ ପ୍ରଦର୍ଶକ । ବାବା ଦୁଃଖରୁ ମୁକ୍ତ କରି ଶାନ୍ତିଧାମ ନେଇଯିବା ପାଇଁ ପଥପ୍ରଦର୍ଶକ ହେଉଛନ୍ତି । ସୁଖଧାମ ପାଇଁ ପଥପ୍ରଦର୍ଶକ ହେଉନାହାଁନ୍ତି । ବାବା ଆତ୍ମାମାନଙ୍କୁ ଶାନ୍ତିଧାମ ନେଇଯାଉଛନ୍ତି, ତାହା ହେଲା ନିରାକାରୀ ଦୁନିଆ ଯେଉଁଠାରେ ଆତ୍ମାମାନେ ରହିଥାନ୍ତି । କିନ୍ତୁ ସେଠାକୁ କେହି ଯାଇପାରିବେ ନାହିଁ କାରଣ ସମସ୍ତେ ପତିତ ଅଟନ୍ତି । ସେଥିପାଇଁ ପତିତ-ପାବନ ବାବାଙ୍କୁ ଡାକୁଛନ୍ତି । ବିଶେଷ କରି ଭାରତବାସୀମାନେ ଯେତେବେଳେ ଓଲଟା ଅର୍ଥାତ୍ ବିକାରୀ ହୋଇଯାଉଛନ୍ତି, ସେତେବେଳେ ଅନାଦି ଅବିନାଶୀ ବେହଦର ବାବାଙ୍କୁ କୁକୁର-ବିଲେଇ, ମାଟି-ଗୋଡି ଭିତରେ ଖୋଜିବାରେ ଲାଗୁଛନ୍ତି । ଏହା ଆଶ୍ଚର୍ଯ୍ୟ ଅଟେ ନା । ନିଜଠାରୁ ମଧ୍ୟ ମୋତେ ତଳକୁ ନେଇଯାଉଛନ୍ତି । ଡ୍ରାମା ତ ଏହିପରି ତିଆରି ହୋଇଛି । ଏଥିରେ କାହାର ଦୋଷ ନାହିଁ, ସମସ୍ତେ ଡ୍ରାମାର ଅଧୀନ ଅଟନ୍ତି । ଈଶ୍ୱରଙ୍କର ଅଧୀନ ନୁହଁନ୍ତି । ଈଶ୍ୱରଙ୍କଠାରୁ ବି ଡ୍ରାମା ଆହୁରି ତୀକ୍ଷ୍ମଣ ଅଟେ । ବାବା କହୁଛନ୍ତି - ମୁଁ ମଧ୍ୟ ଡ୍ରାମା ଅନୁସାରେ ନିଜର ସମୟରେ ଆସିବି । ମୁଁ ଥରେ ମାତ୍ର ହିଁ ଆସୁଛି । ଭକ୍ତିମାର୍ଗରେ ମନୁଷ୍ୟମାନେ କେତେ ଧକ୍କା ଖାଉଛନ୍ତି । ତୁମକୁ ବାବା ମିଳିଛନ୍ତି । ବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ସମ୍ପତ୍ତିର ଅଧିକାର ନେବାକୁ ହେବ । ସମ୍ପତ୍ତି ମିଳିଗଲା ପୁଣି ଆଉ ଧକ୍କା ଖାଇବାର ଦରକାର ନାହିଁ । ସ୍ୱୟଂ ଭଗବାନ କହୁଛନ୍ତି ଯେ ମୁଁ ଆସି ବେଦଶାସ୍ତ୍ର ଗୁଡିକର ସାରାଂଶ ତୁମକୁ ବୁଝାଉଛି । ଭାରତ ପ୍ରଥମେ ସତ୍ୟରାଷ୍ଟ୍ର ଥିଲା ପୁଣି ମିଥ୍ୟା ରାଷ୍ଟ୍ର କିପରି ହେଲା, ଏକଥା କେହି ଜାଣନାହାଁନ୍ତି । କିଏ ଗୀତା ଶୁଣାଇଥିଲେ, ଏକଥା ଭାରତବାସୀମାନେ ଜାଣିନାହାଁନ୍ତି । ଭାରତରେ ହିଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ଦେବତା ଧର୍ମ ବାଲା ହିଁ ସତ୍ତ୍ୱପ୍ରଧାନ ପୂଜ୍ୟରୁ ଯେବେ ତମୋପ୍ରଧାନ ପୂଜାରୀ ହୋଇଯାଉଛନ୍ତି, ତେବେ ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଉଛି ପୁଣି ବାବା ଆସି ପୁନର୍ବାର ସେହି ଧର୍ମର ସ୍ଥାପନା କରୁଛନ୍ତି । ତାର ଚିତ୍ର ମଧ୍ୟ ଅଛି, ଶାସ୍ତ୍ର ବି ରହିଛି । ଭାରତବାସୀମାନଙ୍କର ଏକମାତ୍ର ଶାସ୍ତ୍ର ଶିରୋମଣୀ ଶ୍ରୀମଦ୍ ଭଗବଦ୍ ଗୀତା ଅଟେ । ପ୍ରତ୍ୟେକ ନିଜର ଧର୍ମକୁ ହିଁ ଭୁଲିଯାଇଛନ୍ତି, ସେଥିପାଇଁ ନାମ ବଦଳାଇ ହିନ୍ଦୁ ରଖି ଦେଇଛନ୍ତି । ଏହି ସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଆତ୍ମା ହିଁ ପୁନର୍ଜନ୍ମରେ ଆସି ତମୋପ୍ରଧାନ ହୋଇଯାଉଛି । ସେଥିରେ ଖାଦ ମିଶିଯାଉଛି ।

ତୁମେ ଜାଣିଛ ଯେ ଆମେ ଖାଣ୍ଟି ସୁନାର ଅଳଙ୍କାର ସଦୃଶ ଥିଲୁ, ଏବେ ନକଲି ହୋଇଯାଇଛୁ । ଶରୀରକୁ ଅଳଙ୍କାର ବୋଲି କୁହାଯାଉଛି । ଆମେ ଶରୀର ଦ୍ୱାରା ହିଁ ଅଭିନୟ କରୁଛୁ । ଆମକୁ କେତେ ଲମ୍ବା ୮୪ ଜନ୍ମର ଅଭିନୟ ମିଳିଛି । ଦେବତା, କ୍ଷତ୍ରିୟ, ବୈଶ୍ୟ... ନିଜେ ପୂଜ୍ୟ, ପୂଜାରୀ ତୁମେ ହିଁ ହେଉଛ । ମୁଁ ଯଦି ପୂଜ୍ୟ ପୁଣି ପୂଜାରୀ ହେବି, ତାହା ହେଲେ, ତୁମକୁ ପୂଜ୍ୟ କିଏ କରାଇବ । ମୁଁ ସଦା ସର୍ବଦା ପବିତ୍ର, ଜ୍ଞାନର ସାଗର, ପତିତ-ପାବନ ଅଟେ । ତୁମେମାନେ ହିଁ ପୂଜ୍ୟ ପୂଜାରୀ ହୋଇ ଦିନ ଏବଂ ରାତ୍ରିରେ ଆସୁଛ । କିନ୍ତୁ ଏକଥା ଲୋକମାନେ ଜାଣିନାହାଁନ୍ତି । ବାବା ବୁଝାଉଛନ୍ତି ଦିନକୁ ଦିନ ଦୁନିଆ ମିଥ୍ୟାବାଦୀ ହୋଇ ଚାଲିଛି ସେଥିପାଇଁ ଏତେ ମିଥ୍ୟା କାହାଣୀ ରଚନା କରିଛନ୍ତି । ବ୍ୟାସଦେବ ମଧ୍ୟ ଚମତ୍କାର କାମ କରିଛନ୍ତି । ବ୍ୟାସ ତ ଭଗବାନ ନୁହଁନ୍ତି । ଭଗବାନ ତ ଆସି ବ୍ରହ୍ମାଙ୍କ ଦ୍ୱାରା ସମସ୍ତ ବେଦ ଶାସ୍ତ୍ର ଗୁଡିକର ସାରମର୍ମ ବୁଝାଉଛନ୍ତି । ସେମାନେ ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦେଇ ଦେଇଛନ୍ତି । ତେବେ ଭଗବାନ କିଏ ଓ କେଉଁଠି ଅଛନ୍ତି? ଏପରି ନୁହେଁ ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ । ତାହା ହେଲେ କ’ଣ ବିଷ୍ଣୁ ବସି ସମସ୍ତ ଶାସ୍ତ୍ରଗୁଡିକର ସାରମର୍ମ ବତାଉଛନ୍ତି! ନା, ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ତ୍ରିମୂର୍ତ୍ତି ଉପରେ ଅଛନ୍ତି ଶିବବାବା, ସେ ବସି ସମସ୍ତ ସାରମର୍ମ ବ୍ରହ୍ମାଙ୍କ ଦ୍ୱାରା ବତାଉଛନ୍ତି । ଯାହାଙ୍କ ଦ୍ୱାରା ବୁଝାଉଛନ୍ତି, ସିଏ ପୁଣି ପାଳନା କରିବେ । ତୁମେ ହେଲ ବ୍ରହ୍ମାକୁମାର-କୁମାରୀମାନେ । ବ୍ରାହ୍ମଣ ବର୍ଣ୍ଣ ସର୍ବୋଚ୍ଚ ଅଟେ । ବର୍ତ୍ତମାନ ତୁମେ ଈଶ୍ୱରୀୟ ସନ୍ତାନ ଅଟ । ଈଶ୍ୱରଙ୍କ ଦ୍ୱାରା ରଚନା କରାଯାଇଥିବା ଯଜ୍ଞକୁ ତୁମେମାନେ ସମ୍ଭାଳୁଛ । ଏହି ଜ୍ଞାନ ଯଜ୍ଞରେ ସମସ୍ତ ପୁରୁଣା ଦୁନିଆ ସ୍ୱାହା ହୋଇଯିବ । ଏହାର ନାମ ରଖାଯାଇଛି - ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ । ଆମକୁ ରାଜତ୍ୱ ପ୍ରାପ୍ତ କରାଇବା ପାଇଁ ବାବା ଯଜ୍ଞ ରଚନା କରିଛନ୍ତି । ଦୁନିଆରେ ଯଜ୍ଞ ରଚନା କଲେ ମାଟିର ଶିବଲିଙ୍ଗ ଏବଂ ଶାଳଗ୍ରାମ ତିଆରି କରିଥାନ୍ତି । ତା’ର ଉତ୍ପତ୍ତି କରି, ପାଳନା କରି ପୁଣି ବିନାଶ କରି ଦେଇଥା’ନ୍ତି । ଦେବତାମାନଙ୍କର ମୂର୍ତ୍ତିଗୁଡିକୁ ମଧ୍ୟ ଏହିପରି ହିଁ କରିଥାନ୍ତି । ଯେପରି ଛୋଟ ପିଲାମାନେ କଣ୍ଢେଇ ଖେଳ ଖେଳିଥାନ୍ତି, ଏମାନେ ମଧ୍ୟ ସେହିପରି କରିଥାନ୍ତି । ବର୍ତ୍ତମାନ ବାବାଙ୍କ ପାଇଁ କହୁଛନ୍ତି ଯେ ସିଏ ସ୍ଥାପନା, ପାଳନା ପୁଣି ବିନାଶ କରୁଛନ୍ତି । ପ୍ରଥମେ ସ୍ଥାପନା କରାଯାଉଛି ।

ଏବେ ତୁମେ ମୃତ୍ୟୁଲୋକରେ ଅମରଲୋକକୁ ଯିବା ପାଇଁ ପାଠ ପଢୁଛ । ଏହା ତୁମର ମୃତ୍ୟୁଲୋକର ଅନ୍ତିମ ଜନ୍ମ ଅଟେ । ବାବା ଆସୁଛନ୍ତି ଅମରଲୋକର ସ୍ଥାପନା କରିବା ପାଇଁ । ଜଣେ ପାର୍ବତୀଙ୍କୁ କଥା ଶୁଣାଇଲେ କ’ଣ ହେବ । ଅମରନାଥ ଶଙ୍କରଙ୍କୁ କହୁଛନ୍ତି, ତାଙ୍କ ପାଖରେ ପାର୍ବତୀଙ୍କୁ ରଖିଛନ୍ତି, ବର୍ତ୍ତମାନ ଶଙ୍କର ପାର୍ବତୀ ସ୍ଥୂଳରେ କିପରି ଆସିପାରିବେ? ଯାହାକି କି ସେମାନଙ୍କୁ ସୂକ୍ଷ୍ମବତନରେ ରହିଥିବାର ଦେଖାଇଛନ୍ତି । ଏବେ ତୁମକୁ ବୁଝାଯାଇଛି ଜଗତଅମ୍ବା, ଜଗତପିତା ଲକ୍ଷ୍ମୀ-ନାରାୟଣ ହିଁ ହେଉଛନ୍ତି । ଲକ୍ଷ୍ମୀ-ନାରାୟଣ ପୁଣି ୮୪ ଜନ୍ମ ପରେ, ଜଗତଅମ୍ବା, ଜଗତପିତା ହେଉଛନ୍ତି । ବାସ୍ତବରେ ଜଗତଅମ୍ବା ହେଲେ ପୁରୁଷାର୍ଥୀ, ପୁଣି ଲକ୍ଷ୍ମୀ ହେଉଛନ୍ତି ପବିତ୍ର ପ୍ରାରବ୍ଧ । ତେବେ କାହାର ମହିମା ଅଧିକ? ଜଗତଅମ୍ବାଙ୍କ ପାଖରେ ଦେଖ କେତେ ମେଳା ଲାଗୁଛି । କଲିକତାର କାଳୀ ମଧ୍ୟ ପ୍ରସିଦ୍ଧ ଅଟନ୍ତି । କାଳୀମାତାଙ୍କ ପାଖରେ ପୁଣି କଳା ପିତାଙ୍କୁ କାହିଁକି ରଖିନାହାଁନ୍ତି? ବାସ୍ତବରେ ଜଗତଅମ୍ବା ଆଦି ଦେବୀ ଜ୍ଞାନ ଚିତା ଉପରେ ବସି କଳାରୁ ଗୋରା ହେଉଛନ୍ତି । ପ୍ରଥମେ ଜ୍ଞାନ ଜ୍ଞାନେଶ୍ୱରୀ ପୁଣି ରାଜ-ରାଜେଶ୍ୱରୀ ହେଉଛନ୍ତି । ଏଠାକୁ ତୁମେ ଆସିଛ ଈଶ୍ୱରଙ୍କଠାରୁ ଜ୍ଞାନ ପ୍ରାପ୍ତ କରି ରାଜ-ରାଜେଶ୍ୱରୀ ହେବା ପାଇଁ । ଲକ୍ଷ୍ମୀ-ନାରାୟଣଙ୍କୁ କିଏ ରାଜ୍ୟଭାଗ୍ୟ ଦେଇଛନ୍ତି? ଈଶ୍ୱର । ଅମରକଥା, ସତ୍ୟ ନାରାୟଣଙ୍କ କଥା ବାବା ହିଁ ଶୁଣାଉଛନ୍ତି, ଯାହା ଦ୍ୱାରା ତୁମେ ଗୋଟିଏ ସେକେଣ୍ଡରେ ନରରୁ ନାରାୟଣ ହେଉଛ ।

ଏବେ ତୁମମାନଙ୍କର ବୁଦ୍ଧିର ଦ୍ୱାର ଖୋଲିଯାଇଛି ଯେ କାମ ବିକାର ମହାଶତ୍ରୁ ଅଟେ । କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ରହିବା ଅସମ୍ଭବ । ସମସ୍ତଙ୍କୁ ବୁଝାଇ ଦିଆଯାଉଛି ଯେ - ବାବା ସ୍ୱର୍ଗର ରଚୟିତା ଅଟନ୍ତି, ତେବେ ନିଶ୍ଚିତ ସିଏ ନିଜର ପିଲାମାନଙ୍କୁ ସ୍ୱର୍ଗର ବାଦଶାହୀ ଦେବେ । ତେବେ ସ୍ୱର୍ଗର ବାଦଶାହୀ ପାଇବା ପାଇଁ ଗୋଟିଏ ଜନ୍ମ ତ ପବିତ୍ର ରହିବାକୁ ପଡିବ । ଏହା ତୁମମାନଙ୍କ ପାଇଁ ଏକ ଶସ୍ତା ସଉଦା ହେଲା ନା । ବ୍ୟାପାରୀ ଲୋକମାନେ ଏହି କଥାକୁ ଭଲ ଭାବରେ ଧାରଣ କରିବେ କାରଣ ବ୍ୟାପାରୀମାନେ ଦାନ ମଧ୍ୟ କରିଥା’ନ୍ତି । ସେମାନେ ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ପଇସା ମଧ୍ୟ ବାହାର କରି ରଖିଥାନ୍ତି । ବାବା କହୁଛନ୍ତି - ଏହିପରି ସଉଦା କରୁଥିବା ବ୍ୟକ୍ତି ବିରଳ ଅଟନ୍ତି । ଏହା କେତେ ଶସ୍ତା ବ୍ୟାପାର । ତଥାପି ଅନେକ ଅଛନ୍ତି ଯେଉଁମାନେ ସଉଦା କରୁ କରୁ ପୁଣି ଧୋକା ଦେଇ ଦେଉଛନ୍ତି । ଏହି ଜ୍ଞାନ ବାବାଙ୍କ ବିନା ଆଉ କେହି ବୁଝାଇପାରିବେ ନାହିଁ । ଜଣେ ମାତ୍ର ଜ୍ଞାନର ସାଗର ଅଟନ୍ତି, ସେ ହିଁ ବୁଝାଉଛନ୍ତି । ଯେଉଁମାନେ ପବିତ୍ର ପୂଜ୍ୟ ଥିଲେ ପୁଣି ୮୪ ଜନ୍ମର ଅନ୍ତିମରେ ପୂଜାରୀ ହୋଇଯାଇଛନ୍ତି । ଏହାଙ୍କର ଶରୀରରେ ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ ମୁଁ ପ୍ରବେଶ କରିଛି । ପ୍ରଜାପିତା ତ ଏହିଠାରେ ରହିବେ ନା । ଏବେ ତୁମେ ପୁରୁଷାର୍ଥ କରି ଫରିସ୍ତା ହେଉଛ । ଏବେ ଭକ୍ତିମାର୍ଗର ରାତ୍ରି ପରେ ଜ୍ଞାନ ଅର୍ଥାତ୍ ଦିନ ହେଉଛି । ଏହାର ତିଥି ତାରିଖ ତ କିଛି ହେଲେ ନାହିଁ । ଶିବବାବା କେବେ ଆସିଥିଲେ ଏକଥା କେହି ମଧ୍ୟ ଜାଣିନାହାଁନ୍ତି । କୃଷ୍ଣ ଜୟନ୍ତୀ ବହୁତ ଧୂମ୍‌ଧାମରେ ପାଳନ କରୁଛନ୍ତି । ଶିବଜୟନ୍ତୀ ବିଷୟରେ ସମ୍ପୂର୍ଣ୍ଣ ଭାବରେ କେହି ବି ଜାଣିନାହାଁନ୍ତି । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି କଲ୍ୟାଣକାରୀ ଯୁଗରେ ଏକମାତ୍ର ବାବାଙ୍କଠାରୁ ହିଁ ପ୍ରକୃତ ସତ୍ୟନାରାୟଣ କଥା, ଅମରକଥା ଶୁଣିବାକୁ ହେବ । ଆଉ ଯାହା କିଛି ଶୁଣିଛୁ ତାକୁ ଭୁଲିଯିବାକୁ ପଡିବ ।

୨) ସତ୍ୟଯୁଗୀ ବାଦଶାହୀ ନେବା ପାଇଁ ଏହି ଗୋଟିଏ ଜନ୍ମରେ ପବିତ୍ର ରହିବାକୁ ହେବ । ଫରିସ୍ତା ହେବାର ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ପ୍ରତିଟି ସଂକଳ୍ପ, ପ୍ରତିଟି ମୂହୁର୍ତ୍ତ, ପ୍ରତିଟି ଶବ୍ଦ ଏବଂ କର୍ମ ଦ୍ୱାରା ଈଶ୍ୱରୀୟ ସେବା କରୁଥିବା ସମ୍ପୂର୍ଣ୍ଣ ବିଶ୍ୱସ୍ତ ଭବ ।

ସମ୍ପୂର୍ଣ୍ଣ ବିଶ୍ୱସ୍ତ ସେମାନଙ୍କୁ କୁହାଯିବ ଯେଉଁମାନେ ପ୍ରତ୍ୟେକ ଜିନିଷର ପୂରା ପୂରା ଯତ୍ନ ନେଇଥାଆନ୍ତି । କୌଣସି ଜିନିଷକୁ ବ୍ୟର୍ଥରେ ନଷ୍ଟ କରନ୍ତି ନାହିଁ । ଯେବେଠାରୁ ଜନ୍ମ ନେଇଛନ୍ତି ସେବେଠାରୁ ସଂକଳ୍ପ, ସମୟ ଏବଂ କର୍ମ ସବୁକିଛି ଈଶ୍ୱରୀୟ ସେବା ଅର୍ଥେ ହୋଇଥିବ । ଯଦି ଈଶ୍ୱରୀୟ ସେବା ପରିବର୍ତ୍ତେ ଅନ୍ୟ କେଉଁଠି ବି ସମୟ ବା ସଂକଳ୍ପ ଖର୍ଚ୍ଚ ହେଉଛି, ମୁଖର ବ୍ୟର୍ଥ ବାଣୀ ବାହାରୁଛି ବା ଶରୀର ଦ୍ୱାରା ବ୍ୟର୍ଥ କାର୍ଯ୍ୟ ହେଉଛି ତେବେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱସ୍ତ କୁହାଯିବ ନାହିଁ । ଏମିତି ନୁହେଁ ଯେ ମାତ୍ର ଗୋଟିଏ ସେକେଣ୍ଡ ବା ଗୋଟିଏ ପଇସା ହିଁ ବ୍ୟର୍ଥରେ ଯାଇଛି - ଏହା କ’ଣ ବଡ କଥା । ନା । ସମ୍ପୂର୍ଣ୍ଣ ବିଶ୍ୱସ୍ତର ଅର୍ଥ ହେଲା ସବୁ କିଛି ସଫଳ କରିବାବାଲା ଆତ୍ମା ।

ସ୍ଲୋଗାନ:-
ଶ୍ରୀମତକୁ ଯଥାର୍ଥ ଭାବରେ ବୁଝି ପ୍ରତି ପାଦରେ ପାଳନ କରି ଚାଲିବାରେ ହିଁ ସଫଳତା ଅର୍ନ୍ତନିହିତ ଅଟେ ।

ମାତେଶ୍ୱରୀ ଜୀଙ୍କର ଅମୂଲ୍ୟ ମହାବାକ୍ୟ:- “ରାଜଋଷିମାନେ ସତ୍ୟଯୁଗୀ ହୋଇଥାଆନ୍ତି”

ଲୋକମାନଙ୍କର କହିବା ଅନୁସାରେ ରାଜଋଷିମାନେ ଦ୍ୱାପରଯୁଗରେ ଥିଲେ, ଯେଉଁମାନେ କି ବେଦ-ଶାସ୍ତ୍ର ଇତ୍ୟାଦି ରଚନା କରିଥିଲେ କାହିଁକି ନା ସେମାନେ ତ୍ରିକାଳଦର୍ଶୀ ଥିଲେ, କିନ୍ତୁ ବାସ୍ତବରେ ଆମେ କହିପାରିବା ଯେ ରାଜଋଷିମାନେ ସତ୍ୟଯୁଗରେ ହିଁ ଥିଲେ, କାହିଁକି ନା ସେମାନେ ପୂର୍ଣ୍ଣ ରୂପରେ ବିକାର ଉପରେ ବିଜୟ ପ୍ରାପ୍ତ କରିଥିଲେ ଅର୍ଥାତ୍ କମଳ ପୁଷ୍ପ ସମାନ ଜୀବନମୁକ୍ତ ଅବସ୍ଥାରେ ରହି ରାଜତ୍ୱ କରୁଥିଲେ । ବାକି ଦ୍ୱାପରଯୁଗରେ ଯେଉଁ ଋଷିମାନେ ପରମାତ୍ମାଙ୍କୁ ପ୍ରାପ୍ତ କରିବା ପାଇଁ ଜପ-ତପ ଆଦି କରୁଥିଲେ, ଯେଉଁମାନେ କି ବେଦଶାସ୍ତ୍ର ଆଦି ରଚନା କରିଛନ୍ତି, ବାସ୍ତବରେ ସତ୍ୟଯୁଗରେ ତ ବେଦ-ଶାସ୍ତ୍ର ଇତ୍ୟାଦିର ଆବଶ୍ୟକତା ହିଁ ନ ଥାଏ, ତେଣୁ ଆମେ ସେମାନଙ୍କୁ ତ୍ରିକାଳଦର୍ଶୀ ମଧ୍ୟ କହିପାରିବା । ଯେବେକି ଆମେ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ତ୍ରିକାଳଦର୍ଶୀ କହିପାରିବା ନାହିଁ ତେବେ ଦ୍ୱାପରଯୁଗର ଏହି ଋଷିମୁନିମାନେ କିପରି ତ୍ରିକାଳଦର୍ଶୀ ହୋଇପାରିବେ! ତ୍ରିକାଳଦର୍ଶୀ, ତ୍ରିମୂର୍ତ୍ତି, ତ୍ରିନେତ୍ରୀ କେବଳ ଏକମାତ୍ର ପରମାତ୍ମା ଶିବଙ୍କୁ ହିଁ କହିପାରିବା, ଯିଏକି ସ୍ୱୟଂ ଏହି କଳ୍ପର ଅନ୍ତିମ ସମୟରେ ଆସି ସାରା ରଚନା ଅର୍ଥାତ୍ ସୃଷ୍ଟିର ଅନ୍ତର ଜ୍ଞାନ କରିଦେଉଛନ୍ତି । ସେଠାରେ ଅର୍ଥାତ୍ ସତ୍ୟଯୁଗରେ କେବଳ ପ୍ରାରବ୍ଧ ହିଁ ଭୋଗ କରାଯାଇଥାଏ, ସେଠାରେ ଏହି ଜ୍ଞାନ ମଧ୍ୟ ନଥାଏ ଯେ ଆମେ ବ୍ରହ୍ମାବଂଶୀ ବ୍ରାହ୍ମଣମାନେ ହିଁ କେବଳ ମାଷ୍ଟର ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ହେଉଛୁ, ବାକି ସାରା କଳ୍ପ ଭିତରେ କାହାକୁ ବି ଏହି ଜ୍ଞାନ ମିଳିପାରିବ ନାହିଁ । ତେଣୁ ମନୁଷ୍ୟମାନଙ୍କୁ ବା ଦେବତାମାନଙ୍କୁ ଆମେ ତ୍ରିକାଳଦର୍ଶୀ କହିପାରିବା ନାହିଁ । ଆଚ୍ଛା!

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

କେବେ ବି ନିଜର ପୁଣ୍ୟ କର୍ମ ବଦଳରେ ପ୍ରଂଶସା ପାଇବାର କାମନା ମଧ୍ୟ ରଖିବାର ନାହିଁ । ତେବେ ଏହି ବିନାଶୀ ପ୍ରଶଂସାକୁ ସ୍ୱୀକାର କରିବା ଅର୍ଥ ସଦାକାଳର ପ୍ରାପ୍ତିରୁ ବଞ୍ଚିତ ହେବା ଅଟେ, ସେଥିପାଇଁ ସର୍ବଦା ଦେବାରେ ସାଗର ଭଳି ସମ୍ପନ୍ନ ହୋଇ ରୁହ । ତୁମମାନଙ୍କର ପ୍ରତ୍ୟେକ ବାଣୀ ଅନ୍ୟମାନଙ୍କୁ ଖୁସିର, ବାବାଙ୍କ ସ୍ନେହର, ଅତିନ୍ଦ୍ରିୟ ସୁଖର, ଆତ୍ମିକ ଆନନ୍ଦମୟ ଜୀବନର ଅନୁଭବ କରାଉ ଏବଂ ପ୍ରତ୍ୟେକ କର୍ମ ସର୍ବ ଆତ୍ମାଙ୍କ ପାଇଁ ସର୍ବଦା ସହଯୋଗର ପ୍ରାପ୍ତି କରାଇବାର ନିମିତ୍ତ ହେଉ ।