10.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ଏକମାତ୍ର ବାବାଙ୍କଠାରୁ ଗୋଟିଏ ମତ ମିଳୁଛି, ଯାହାକୁ ଅଦ୍ୱୈତ ମତ କୁହାଯାଏ, ଏହି ଅଦ୍ୱୈତ ମତ
ଆଧାରରେ ତୁମେ ଦେବତା ହେବ ।”
ପ୍ରଶ୍ନ:-
ଏହି ଭୁଲ୍
ଭୁଲୈୟା ଖେଳରେ ମନୁଷ୍ୟ ସବୁଠାରୁ ମୁଖ୍ୟ କେଉଁ କଥାଟି ଭୁଲିଯାଇଛନ୍ତି?
ଉତ୍ତର:-
ଆମମାନଙ୍କର ଘର କେଉଁଠି, ତାହାର ରାସ୍ତା ହିଁ ଏହି ଖେଳକୁ ଆସି ଭୁଲି ଯାଇଛନ୍ତି । ଜଣା ନାହିଁ ଯେ
ଘରକୁ କେବେ ଯିବାକୁ ହେବ ଏବଂ କିପରି ଯିବାକୁ ହେବ । ଏବେ ବାବା ତୁମ ସମସ୍ତଙ୍କ ସାଥିରେ ନେଇଯିବା
ପାଇଁ ଆସିଛନ୍ତି । ବର୍ତ୍ତମାନ ତୁମେମାନେ ବାଣୀଠାରୁ ଉର୍ଦ୍ଧ୍ୱକୁ ଅର୍ଥାତ୍ ସୁଇଟ୍ ହୋମ୍(ମିଠା
ଘର)କୁ ଯିବା ପାଇଁ ପୁରୁଷାର୍ଥ କରୁଛ ।
ଗୀତ:-
ରାତ୍ କେ ରାହୀ
ଥକ ମତ ଯାନା.....
ଓମ୍ ଶାନ୍ତି ।
ଡ୍ରାମାର ଯୋଜନା
ଅନୁସାରେ ଗୀତର ଅର୍ଥ ଆଉ କେହି ବୁଝିପାରିବେ ନାହିଁ । ମନୁଷ୍ୟମାନଙ୍କର କେତେକ ଗୀତ ଏପରି ରଚନା
ହୋଇଛି ଯାହାକି ତୁମକୁ ସାହାଯ୍ୟ କରୁଛି । ପିଲାମାନେ ଜାଣୁଛନ୍ତି ଯେ ଏବେ ଆମେ ଦେବୀ-ଦେବତା
ହେବାକୁ ଯାଉଛୁ । ଯେପରି ଲୌକିକ ପାଠ ପଢୁଥିବା ବିଦ୍ୟାର୍ଥୀମାନେ କହିଥାଆନ୍ତି ଯେ ଆମେ ଡାକ୍ତର
ଅଥବା ବାରିଷ୍ଟର ହେବୁ । ସେହିପରି ତୁମର ବୁଦ୍ଧିରେ ରହିଛି ଯେ, ଆମେମାନେ ହିଁ ନୂଆ ଦୁନିଆରେ
ଦେବୀ-ଦେବତା ହେବାକୁ ଯାଉଛୁ । କେବଳ ତୁମର ହିଁ ଏହି ଖିଆଲ ଆସୁଛି । ନୂଆ ଦୁନିଆ ସତ୍ୟଯୁଗକୁ ହିଁ
ଅମରଲୋକ କୁହାଯାଏ । ବର୍ତ୍ତମାନ ନା ସତ୍ୟଯୁଗ ଅଛି, ନା ଦେବତାମାନଙ୍କର ରାଜ୍ୟ ଅଛି । ଏଠାରେ ତ’
ହୋଇପାରିବ ନାହିଁ । ତୁମେ ଜାଣିଛ ଯେ ଏହି ଚକ୍ରରେ ଘୂରି-ଘୂରି ଆସି ଆମେ ଏବେ କଳିଯୁଗର ମଧ୍ୟ ଶେଷ
ସମୟରେ ପହଞ୍ଚିଛୁ । ଏହି ଚକ୍ର ଆଉ କାହାରି ବୁଦ୍ଧିରେ ଆସିବ ନାହିଁ । ସତ୍ୟଯୁଗକୁ ତ’ ସେମାନେ
ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । ତୁମ୍ଭମାନଙ୍କର ଏହି ନିଶ୍ଚୟ ଅଛି ଯେ - ବାସ୍ତବରେ ୫ ହଜାର
ବର୍ଷ ପରେ ଏହି ଚକ୍ରର ପୁନରାବୃତ୍ତି ହେଉଛି । ମନୁଷ୍ୟ ୮୪ ଜନ୍ମ ହିଁ ନେଇଥା’ନ୍ତି, ଏହାର ହିସାବ
ମଧ୍ୟ ଅଛି ନା । ଏହି ଦେବୀ-ଦେବତା ଧର୍ମକୁ ଅଦ୍ୱୈତ ଧର୍ମ ମଧ୍ୟ କୁହାଯାଏ । ଅଦ୍ୱୈତ ଶାସ୍ତ୍ର
ବୋଲି ମଧ୍ୟ ମାନନ୍ତି । ତାହା ମଧ୍ୟ ଗୋଟିଏ, ବାକି ତ’ ଅନେକ ଧର୍ମ, ଅନେକ ଶାସ୍ତ୍ର ଅଛି । ତୁମେ
ହେଉଛ ଏକ । ଏକଙ୍କ ଦ୍ୱାରା ହିଁ ଏକ ମତ ମିଳୁଛି । ତାହାକୁ ଅଦ୍ୱୈତ ମତ କୁହାଯାଉଛି । ଏହି
ଅଦ୍ୱୈତ ମତ ତୁମକୁ ମିଳୁଛି । ଏହା ଦେବୀ-ଦେବତା ହେବାର ପାଠପଢା ନା, ତେଣୁ ବାବାଙ୍କୁ ଜ୍ଞାନର
ସାଗର, ନଲେଜଫୁଲ କୁହାଯାଏ । ପିଲାମାନେ ଜାଣିଛନ୍ତି ଯେ ଭଗବାନ ନୂଆ ଦୁନିଆ ପାଇଁ ଆମକୁ ପାଠ
ପଢାଉଛନ୍ତି । ଏ କଥା ଭୂଲିବା ଉଚିତ ନୁହେଁ । ସ୍କୁଲରେ ପିଲାମାନେ କ’ଣ ଶିକ୍ଷକଙ୍କୁ କେବେ
ଭୂଲିଯାଆନ୍ତି କି? ନା । ଗୃହସ୍ଥ ବ୍ୟବହାରରେ ଯେଉଁମାନେ ରୁହନ୍ତି ସେମାନେ ମଧ୍ୟ ଉଚ୍ଚ ପଦ ପାଇବା
ପାଇଁ ପାଠପଢନ୍ତି । ତୁମେ ମଧ୍ୟ ନିଜର ଉନ୍ନତି କରିବା ପାଇଁ ଘର ଗୃହସ୍ଥ ବ୍ୟବହାରରେ ରହି ପାଠ
ପଢୁଛ । ଏହା ହୃଦ୍ବୋଧ ହେବା ଉଚିତ୍ ଯେ ଆମେ ବେହଦର ବାପାଙ୍କଠାରୁ ପଢୁଛୁ । ଶିବବାବା ବି ବାବା,
ପ୍ରଜାପିତା ବ୍ରହ୍ମା ମଧ୍ୟ ବାବା ଅଟନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ଆଦିଦେବ ନାମରେ ଖ୍ୟାତି
ରହିଛି । ସିଏ କେବଳ ଅତୀତ ହୋଇଯାଇଛନ୍ତି । ଯେପରି ଗାନ୍ଧୀଜୀ ମଧ୍ୟ ଅତୀତ ହୋଇଯାଇଛନ୍ତି । ତାଙ୍କୁ
ବାପୁଜୀ କହୁଛନ୍ତି କିନ୍ତୁ କିଛି ବି ବୁଝିନାହାଁନ୍ତି, କେବଳ କହିଦେଉଛନ୍ତି । ଏହି ଶିବବାବା
ହେଉଛନ୍ତି ସମ୍ପୂର୍ଣ୍ଣ ସତ୍ୟ, ବ୍ରହ୍ମାବାବା ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ, ଲୌକିକ ବାପା ମଧ୍ୟ
ସମ୍ପୂର୍ଣ୍ଣ ସତ୍ୟ ହୋଇଥା’ନ୍ତି । ବାକି ମେୟର(ନଗର ପାଳିକା) ଆଦିଙ୍କୁ ତ’ ଏହିପରି ଭାବେ ବାପୁ
ବୋଲି କହିଦେଉଛନ୍ତି । ସେ ସବୁ ମନଗଢା କଥା । କିନ୍ତୁ ଏହା ହେଉଛି ବାସ୍ତବ । ଆତ୍ମାମାନଙ୍କର ପିତା
ପରମାତ୍ମା ଆସି ଆତ୍ମାମାନଙ୍କୁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନିଜର କରୁଛନ୍ତି । ତେବେ
ତାଙ୍କର ନିଶ୍ଚୟ ବହୁତ ସନ୍ତାନ ହୋଇଥିବେ । ସମସ୍ତେ ତ’ ଶିବବାବାଙ୍କର ସନ୍ତାନ, ତେଣୁ ତାଙ୍କୁ
ସମସ୍ତେ ମନେପକାନ୍ତି । କିନ୍ତୁ କେହି କେହି ତାଙ୍କୁ ମଧ୍ୟ ମାନନ୍ତି ନାହିଁ, ପକ୍କା ନାସ୍ତିକ
ଥାଆନ୍ତି - ଯେଉଁମାନେ କୁହନ୍ତି କି ଏଇ ଦୁନିଆ ସଂକଳ୍ପରେ ତିଆରି ହୋଇଛି । ବର୍ତ୍ତମାନ ବାବା
ତୁମକୁ ବୁଝାଉଛନ୍ତି, ଏକଥା ବୁଦ୍ଧିରେ ରଖ ଯେ ଆମେ ପାଠ ପଢୁଛୁ । ଆମକୁ ଶିବବାବା ପାଠ ପଢ଼ାଉଛନ୍ତି
। ଏହିକଥା ରାତି-ଦିନ ମନେରହିବା ଉଚିତ । କିନ୍ତୁ ଏହି କଥାକୁ ହିଁ ମାୟା ସବୁବେଳେ ଭୁଲାଇ ଦିଏ,
ତେଣୁ ମନେପକାଇବାକୁ ପଡେ । ବାପା, ଶିକ୍ଷକ, ଗୁରୁ ତିନି ଜଣଙ୍କୁ ଭୂଲି ଯାଇଥା’ନ୍ତି । ସିଏ ଜଣେ
ହିଁ ଅଟନ୍ତି, ତଥାପି ବି ଭୂଲି ଯାଆନ୍ତି । ଏହିଥିରେ ହିଁ ରାବଣ ସହିତ ଲଢେଇ ହୁଏ । ବାବା
କହୁଛନ୍ତି - ହେ ଆତ୍ମାମାନେ ତୁମେ ସତ୍ତ୍ୱପ୍ରଧାନ ଥିଲ, ଏବେ ତମୋପ୍ରଧାନ ହୋଇଯାଇଛ । ଯେତେବେଳେ
ଶାନ୍ତିଧାମରେ ଥିଲ, ସେତେବେଳେ ପବିତ୍ର ଥିଲ । କୌଣସି ଆତ୍ମା ପବିତ୍ର ହେବା ବିନା ଉପରେ ରହି
ପାରିବ ନାହିଁ । ସେଥିପାଇଁ ସମସ୍ତ ଆତ୍ମା ପତିତ-ପାବନ ବାବାଙ୍କୁ ଡାକିଚାଲିଛନ୍ତି । ଯେତେବେଳେ
ସମସ୍ତେ ପତିତ ତମୋପ୍ରଧାନ ହୋଇଯାଉଛନ୍ତି ସେତେବେଳେ ବାବା ଆସି କହୁଛନ୍ତି ମୁଁ ତୁମକୁ
ସତ୍ତ୍ୱପ୍ରଧାନ କରୁଛି । ତୁମେ ଶାନ୍ତିଧାମରେ ଥିବାବେଳେ ସମସ୍ତେ ପବିତ୍ର ଥିଲ । ସେଠାରେ କୌଣସି
ଅପବିତ୍ର ଆତ୍ମା ରହିପାରିବେ ନାହିଁ । ତେଣୁ ସମସ୍ତଙ୍କୁ ଦଣ୍ଡ ଭୋଗ କରି ପବିତ୍ର ନିଶ୍ଚୟ ହେବାକୁ
ପଡିବ । ପବିତ୍ର ନ ହୋଇ କେହି ଫେରିଯାଇପାରିବେ ନାହିଁ । ଯଦିଓ କେହି କେହି କହୁଛନ୍ତି ଯେ
ବ୍ରହ୍ମରେ ଲୀନ ହୋଇଗଲେ, ଅମୁକ ଜ୍ୟୋତିରେ ମିଶିଗଲେ । ଏ ସବୁ ହେଉଛି ଭକ୍ତିମାର୍ଗର ଅନେକ ମତ ।
ଏହା ହେଉଛି ତୁମର ଅଦ୍ୱୈତ ମତ । ଏକମାତ୍ର ବାବା ହିଁ ମନୁଷ୍ୟରୁ ଦେବତା କରିପାରିବେ । ସେଥିପାଇଁ
କଳ୍ପ କଳ୍ପ ବାବା ରାଜଯୋଗର ପାଠ ପଢାଇବାକୁ ଆସିଥା’ନ୍ତି । ତାଙ୍କର କର୍ତ୍ତବ୍ୟ ଅବିକଳ ପୂର୍ବ
କଳ୍ପ ସଦୃଶ ହିଁ ଚାଲେ । ଏହା ଅନାଦି ପୂର୍ବ ନିର୍ମିତ ଡ୍ରାମା ଅଟେ ନା । ସୃଷ୍ଟି ଚକ୍ର ଘୂରି
ଚାଲିଛି । ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ ଏହା ପରେ ପୁଣି ହେଉଛି ଏହି ସଂଗମଯୁଗ । ମୁଖ୍ୟ
ଧର୍ମ ହେଲା ଏହି ଦେବୀ-ଦେବତା ଧର୍ମ, ଇସ୍ଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ୍ ଯେଉଁଥିରେ ରାଜତ୍ତ୍ୱ
ଚାଲୁଛି । ବ୍ରାହ୍ମଣମାନଙ୍କର ରାଜତ୍ତ୍ୱ ନାହିଁ କି କୌରବମାନଙ୍କର ରାଜତ୍ତ୍ୱ ନାହିଁ । ଏବେ
ତୁମମାନଙ୍କୁ ସବୁବେଳେ ବେହଦ ବାବାଙ୍କୁ ସ୍ମରଣ କରିବାକୁ ହେବ । ବ୍ରାହ୍ମଣମାନଙ୍କୁ ମଧ୍ୟ ତୁମେ
ବୁଝାଇ ପାରିବ । ବାବା ଅନେକ ଥର ବୁଝାଇଛନ୍ତି ଯେ ସର୍ବ ପ୍ରଥମେ ହେଉଛନ୍ତି ବ୍ରାହ୍ମଣ ଚୁଟି,
ପ୍ରଥମେ-ପ୍ରଥମେ ତୁମେମାନେ ହିଁ ବ୍ରହ୍ମାମୁଖବଂଶାବଳୀ ଅଟ । ଏକଥା ତୁମେମାନେ ଜାଣିଛ ପୁଣି
ଭକ୍ତିମାର୍ଗରେ ଆମେ ହିଁ ପୂଜ୍ୟରୁ ପୂଜାରୀ ହୋଇଯାଉଛୁ । ପୁଣି ଏବେ ଆମେ ପୂଜ୍ୟ ହେଉଛୁ । ଦୁନିଆରେ
ବ୍ରାହ୍ମଣମାନେ ଗୃହସ୍ଥି ହୋଇଥା’ନ୍ତି, ସନ୍ନ୍ୟାସୀ ନୁହଁନ୍ତି । ସନ୍ନ୍ୟାସୀମାନେ ହଠଯୋଗୀ ଅଟନ୍ତି,
ଘର ଦ୍ୱାର ଛାଡିବା ହଠ ଅଟେ ନା । ହଠଯୋଗୀ ମଧ୍ୟ ଅନେକ ପ୍ରକାରର ଯୋଗ ଶିଖାଇଥା’ନ୍ତି । ଜୟପୁରରେ
ହଠଯୋଗୀମାନଙ୍କର ମଧ୍ୟ ମ୍ୟୁଜିୟମ ରହିଛି । କିନ୍ତୁ ସେଠାରେ ରାଜଯୋଗର ଚିତ୍ର ନାହିଁ । ଏହି
ଦିଲୱାଡାରେ ହିଁ ରାଜଯୋଗର ଚିତ୍ର ରହିଛି । ଏହାର ତ’ ମ୍ୟୁଜିୟମ ନାହିଁ । ହଠଯୋଗର କେତେ
ମ୍ୟୁଜିୟମ ରହିଛି । ଏହି ଭାରତରେ ହିଁ ରାଜଯୋଗର ମନ୍ଦିର ଅଛି । ଏହା ହେଉଛି ଚୈତନ୍ୟ । ଏଇଠି ତୁମେ
ଚୈତନ୍ୟରେ ବସିଛ । ମନୁଷ୍ୟମାନଙ୍କୁ ବିଲକୁଲ୍ ଜଣା ହିଁ ନାହିଁ ଯେ ସ୍ୱର୍ଗ କେଉଁଠି ଅଛି ।
ଦିଲୱାଡା ମନ୍ଦିରରେ ତଳେ ତପସ୍ୟାରେ ବସିଛନ୍ତି, ଏହା ହେଉଛି ସମ୍ପୂର୍ଣ୍ଣ ସ୍ମୃତିଚିହ୍ନ ।
ସ୍ୱର୍ଗ ନିଶ୍ଚିତ ଭାବରେ ଉପରେ ଦେଖାଇବାକୁ ହେବ । ମନୁଷ୍ୟମାନେ ବୁଝିଯାଆନ୍ତି ଯେ ସ୍ୱର୍ଗ ଉପରେ
ଅଛି । ଏହି ଚକ୍ର ତ ସର୍ବଦା ଘୂରି ଚାଲିଛି । ଅଧାକଳ୍ପ ପରେ ସ୍ୱର୍ଗ ତଳକୁ ଚାଲିଯିବ ପୁଣି
ଅଧାକଳ୍ପ ପରେ ଉପରକୁ ଆସିବ । ଏହାର ଆୟୁଷ କେତେ, କେହି ଜାଣି ନାହାନ୍ତି । ବାବା, ସାରା ଚକ୍ରର
କାହାଣୀ ତୁମକୁ ବୁଝାଇଛନ୍ତି । ତୁମେମାନେ ଜ୍ଞାନ ଧାରଣ କରି ଉପରକୁ ଯାଉଛ, ଚକ୍ର ପୂରା ହେଲେ ପୁଣି
ନୂଆ ଚକ୍ର ଆରମ୍ଭ ହେବ । ଏକଥା ବୁଦ୍ଧିରେ ରହିବା ଦରକାର । ଯେପରି ସେହି ପାଠ ପଢିବା ବେଳେ
ବୁଦ୍ଧିରେ ବହି ଆଦି ସବୁ ମନେ ରହିଥାଏ ନା । ଏହା ମଧ୍ୟ ପାଠ ପଢା ଅଟେ । ଏହି ପାଠପଢା ବୁଦ୍ଧିରେ
ଭରପୂର ରହିବା ଉଚିତ୍, ଭୂଲିଯିବା ଉଚିତ୍ ନୁହେଁ । ଏହି ପାଠପଢାକୁ ବୁଢା, ଯୁବକ, ପିଲା ଆଦି
ସମସ୍ତଙ୍କର ପଢିବା ପାଇଁ ହକ୍ ରହିଛି । କେବଳ ଅଲଫ (ବାବା)ଙ୍କୁ ଜାଣିବାର ଅଛି । ବାବାଙ୍କୁ
ଜାଣିଗଲେ ବାବାଙ୍କ ସମ୍ପତ୍ତି ମଧ୍ୟ ବୁଦ୍ଧିରେ ଆସିଯିବ । ପଶୁମାନଙ୍କର ମଧ୍ୟ ପିଲା ଛୁଆ ଆଦି ସବୁ
ବୁଦ୍ଧିରେ ରହିଥାଏ । ଜଙ୍ଗଲକୁ ଗଲେ ମଧ୍ୟ ଘର ଆଉ ଛୁଆ ଆଦି ମନେ ପଡିଥାଆନ୍ତି । ନିଜେ ହିଁ
ଖୋଜି-ଖୋଜି ଆସିଯାଇଥାଆନ୍ତି । ଏବେ ବାବା କହୁଛନ୍ତି ପିଲାମାନେ ମୋତେ ମନେପକାଅ ଏବଂ ନିଜ ଘରକୁ
ମନେପକାଅ । ଯେଉଁଠାରୁ ତୁମେ ଅଭିନୟ କରିବା ପାଇଁ ଆସିଛ । ଆତ୍ମାକୁ ଘର ବହୁତ ପ୍ରିୟ ଲାଗିଥାଏ ।
କେତେ ମନେ ପକାଉଛନ୍ତି କିନ୍ତୁ ରାସ୍ତା ଭୂଲି ଯାଇଛନ୍ତି । ତୁମର ବୁଦ୍ଧିରେ ଅଛି, ଯେ ଆମେ ବହୁତ
ଦୂରରେ ଅଛୁ । କିନ୍ତୁ ସେଠାକୁ କିପରି ଯିବାକୁ ହେବ, ଆମେ କାହିଁକି ଯାଇପାରିବା ନାହିଁ, ଏକଥା
କିଛି ହେଲେ ବି ଜଣା ନାହିଁ ତେଣୁ ବାବା କହିଥିଲେ ଯେ ଭୁଲ୍ ଭୁଲୈୟାର ଖେଳ ମଧ୍ୟ କରିଥା’ନ୍ତି,
ଯେଉଁ ଆଡକୁ ଗଲେ ମଧ୍ୟ ରାସ୍ତା ବନ୍ଦ ଥାଏ । ଏବେ ତୁମେମାନେ ଜାଣୁଛ ଯେ ଏହି ଲଢେଇ ପରେ ସ୍ୱର୍ଗର
ଦ୍ୱାର ଖୋଲିବ । ଏହି ମୃତ୍ୟୁଲୋକରୁ ସମସ୍ତେ ଯିବେ, ଏତେ ସବୁ ମନୁଷ୍ୟ କ୍ରମାନ୍ୱୟରେ ଧର୍ମ
ଅନୁସାରେ ଏବଂ ପାର୍ଟ ଅନୁସାରେ ଯାଇ ରହିବେ । ତୁମମାନଙ୍କ ବୁଦ୍ଧିରେ ଏବେ ଏହି ସବୁ କଥା ରହିଛି ।
ବ୍ରହ୍ମ ତତ୍ତ୍ୱକୁ ଯିବା ପାଇଁ ମନୁଷ୍ୟ କେତେ ମୁଣ୍ଡ ପିଟୁଛନ୍ତି । ବାଣୀରୁ ଉର୍ଦ୍ଧ୍ୱକୁ ଯିବାକୁ
ହେବ । ଆତ୍ମା ଶରୀରରୁ ବାହାରିଗଲା ପରେ ଆଉ କିଛି ଆବାଜ୍ ହୁଏ ନାହିଁ । ପିଲାମାନେ ଜାଣିଛନ୍ତି,
ତାହା ତ’ ଆମର ସୁଇଟ୍ ହୋମ୍(ମିଠା ଘର) ଅଟେ । ପୁଣି ଦେବତାମାନଙ୍କର ହେଉଛି ସୁଇଟ୍ ରାଜଧାନୀ,
ଅଦ୍ୱୈତ ରାଜଧାନୀ ।
ବାବା ଆସି ରାଜଯୋଗ
ଶିଖାଉଛନ୍ତି । ସାରା ସୃଷ୍ଟିର ଜ୍ଞାନ ବୁଝାଉଛନ୍ତି, ଯାହାର ପୁଣି ଭକ୍ତିମାର୍ଗରେ ଶାସ୍ତ୍ର ଆଦି
ରଚନା କରିଛନ୍ତି, ଏବେ ତୁମକୁ ସେହି ଶାସ୍ତ୍ର ଆଦି ଆଉ ପଢିବାର ଦରକାର ନାହିଁ । ସେହି ସ୍କୁଲରେ
ବୁଢିମାନେ ପଢନ୍ତି ନାହିଁ । ଏଠାରେ ତ’ ସମସ୍ତେ ପାଠ ପଢୁଛନ୍ତି । ତୁମେ ସନ୍ତାନମାନେ ଅମରଲୋକରେ
ଦେବତା ହୋଇଯାଉଛ, ସେଠାରେ ଏପରି କୌଣସି ଶବ୍ଦ କୁହାଯାଏ ନାହିଁ ଯାହାଦ୍ୱାରା କାହାର ଗ୍ଳାନି ହେବ
। ଏବେ ତୁମେ ଜାଣୁଛ ସ୍ୱର୍ଗ ଅତୀତ ହୋଇଯାଇଛି, ଯାହାର କେବଳ ମହିମା ରହିଛି । କେତେ ମନ୍ଦିର
ନିର୍ମାଣ କରୁଛନ୍ତି । ତାଙ୍କୁ ପଚାର ଯେ - ଏହି ଲକ୍ଷ୍ମୀ-ନାରାୟଣ କେବେ ଏଠାକୁ ଆସିଥିଲେ? କିଛି
ବି ଜାଣି ନାହାଁନ୍ତି । ଏବେ ତୁମେ ଜାଣିଛ ଯେ ଆମକୁ ଘରକୁ ଯିବାକୁ ହେବ । ମୁଁ ପିଲାମାନଙ୍କୁ
ବୁଝାଇଛି - ଓମ୍ର ଅର୍ଥ ଅଲଗା ଏବଂ ସୋ ହମ୍ର ଅର୍ଥ ଅଲଗା ଅଟେ । ପୁଣି ସେମାନେ ଓମ୍, ସୋ ହମ୍
ର ଅର୍ଥକୁ ଏକ କରି ଦେଇଛନ୍ତି । ତୁମେ ଆତ୍ମା ଶାନ୍ତିଧାମର ବାସିନ୍ଦା ଅଟ, ଏଠାକୁ ଅଭିନୟ କରିବା
ପାଇଁ ଆସିଛ । ପୁଣି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେଉଛ । ଓମ୍ ଅର୍ଥାତ ମୁଁ ଆତ୍ମା । କେତେ
ଅନ୍ତର ରହିଛି । ପୁଣି ସେମାନେ ଉଭୟକୁ ଏକ କରି ଦେଇଥା’ନ୍ତି । ଏହା ବୁଦ୍ଧିରେ ବିଚାର କରିବାର କଥା
। କେତେକ ଠିକ୍ ଭାବରେ ବୁଝିପାରନ୍ତି ନାହିଁ ତେଣୁ ଢୁଳାଇଥା’ନ୍ତି । ରୋଜଗାର କରିବା ସମୟରେ କେହି
କେବେ ବି ଢୁଳାନ୍ତି ନାହିଁ । ତାହା ତ’ ଅଳ୍ପକାଳ ପାଇଁ ରୋଜଗାର, ଏହା ତ ଅଧାକଳ୍ପ ପାଇଁ ଅଟେ ।
କିନ୍ତୁ ବୁଦ୍ଧି ଅନ୍ୟ ଆଡେ ଘୁରିବୁଲୁଥାଏ ତେଣୁ ଥକି ଯାଆନ୍ତି । ହାଇ ମାରି ଚାଲିଥା’ନ୍ତି ।
ତୁମମାନଙ୍କୁ ଆଖି ବନ୍ଦ କରି ବସିବା ଉଚିତ୍ ନୁହେଁ । ତୁମେ ତ ଜାଣିଛ ଯେ ଆତ୍ମା ଅବିନାଶୀ, ଶରୀର
ବିନାଶୀ ଅଟେ । କଳିଯୁଗୀ ନର୍କବାସୀ ମନୁଷ୍ୟମାନଙ୍କର ଦେଖିବା ଆଉ ତୁମର ଦେଖିବାରେ ମଧ୍ୟ
ରାତି-ଦିନର ଫରକ ହୋଇଯାଉଛି । ଆମେ ଆତ୍ମା ବାବାଙ୍କ ଦ୍ୱାରା ପାଠ ପଢୁଛୁ । ଏକଥା କାହାକୁ ହେଲେ
ଜଣା ନାହିଁ । ଜ୍ଞାନର ସାଗର ପରମପିତା ପରମାତ୍ମା ଏଠାକୁ ଆସି ପାଠ ପଢାଉଛନ୍ତି । ମୁଁ ଆତ୍ମା
ଶୁଣୁଛି । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେପକାଇଲେ ବିକର୍ମ ବିନାଶ ହେବ । ତୁମର ବୁଦ୍ଧି ଉପରକୁ
ଚାଲିଯିବ । ଶିବବାବା ଆମକୁ ଜ୍ଞାନ ଶୁଣାଉଛନ୍ତି, ସେଥିପାଇଁ ବୁଦ୍ଧି ବହୁତ ସ୍ୱଚ୍ଛ ହେବା ଦରକାର
। ବୁଦ୍ଧିକୁ ସ୍ୱଚ୍ଛ କରିବା ପାଇଁ ବାବା ଯୁକ୍ତି ବତାଉଛନ୍ତି ଯେ - ନିଜକୁ ଆତ୍ମା ଭାବିଲେ
ନିଶ୍ଚୟ ବାବା ମନେପଡିବେ । ନିଜକୁ ଆତ୍ମା ଏଇଥିପାଇଁ ଭାବିଥା’ନ୍ତି ଯେ ବାବା ଯେପରି ମନେପଡନ୍ତୁ,
ତାଙ୍କ ସହିତ ସମ୍ବନ୍ଧ ରହୁ ଯାହାକି ସାରା କଳ୍ପ ହେବ ଛିନ୍ନ ହୋଇଯାଇଛି । ସେଠାରେ ତ’ ପ୍ରାରବ୍ଧ
ସ୍ୱରୂପ କେବଳ ସୁଖ ହିଁ ସୁଖ ରହିଛି, ଦୁଃଖର କଥା ନାହିଁ । ତେଣୁ ତାହାକୁ ସ୍ୱର୍ଗ କୁହାଯାଏ ।
ସ୍ୱର୍ଗର ସ୍ଥାପକ ହିଁ ସ୍ୱର୍ଗର ମାଲିକ କରୁଛନ୍ତି । ଏପରି ବାବାଙ୍କୁ ମଧ୍ୟ ବହୁତ ଭୂଲିଯାଉଛନ୍ତି
। ବାବା ଆସି ସନ୍ତାନମାନଙ୍କୁ ପୋଷ୍ୟ କରୁଛନ୍ତି । ମାରୱାଡିମାନେ ବହୁତ ପୋଷ୍ୟ ସନ୍ତାନ ଗ୍ରହଣ
କରିଥା’ନ୍ତି, ତେବେ ତାଙ୍କର ଖୁସି ହେଉଥିବ ନା ମୁଁ ସାହୁକାରଙ୍କର କୋଳକୁ ଆସିଛି । ସାହୁକାରଙ୍କ
ସନ୍ତାନ ଗରିବ ପାଖକୁ କେବେ ବି ଯିବ ନାହିଁ । ଏମାନେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ତେବେ
ନିଶ୍ଚିତ ମୁଖ ବଂଶାବଳୀ ହେବେ ନା । ତୁମେ ହେଉଛ ମୁଖ ବଂଶାବଳୀ ବ୍ରାହ୍ମଣ । ସେମାନେ କୁଖ ବଂଶାବଳୀ
ଅର୍ଥାତ୍ ଗର୍ଭଜାତ । ତୁମେ ହିଁ ଏହାର ଅନ୍ତରକୁ ଜାଣୁଛ । ତୁମେମାନେ ଯେତେବେଳେ ସେମାନଙ୍କୁ
ବୁଝାଇବ ସେତେବେଳେ ସେମାନେ ମୁଖ ବଂଶାବଳୀ ହେବେ । ଏହା ହେଉଛି ପୋଷ୍ୟ ରୂପେ ଗ୍ରହଣ କରିବା ।
ସ୍ତ୍ରୀକୁ ମୋର ସ୍ତ୍ରୀ ବୋଲି ଭାବନ୍ତି । ତେବେ ସ୍ତ୍ରୀ କୁଖ ବଂଶାବଳୀ ହେଲେ ନା ମୁଖ ବଂଶାବଳୀ?
ସ୍ତ୍ରୀ ହେଉଛି ମୁଖ ବଂଶାବଳୀ । ପୁଣି ସନ୍ତାନ ହେଲେ, ସେମାନେ କୁଖ ବଂଶାବଳୀ ହୋଇଥାଆନ୍ତି । ବାବା
କହୁଛନ୍ତି, ଏମାନେ ସମସ୍ତେ ମୁଖ ବଂଶାବଳୀ, ମୋର କହିବା ଦ୍ୱାରା ମୋର ହୋଇଛନ୍ତି ନା । ମୋର
ସନ୍ତାନ ଅଟନ୍ତି ଏହି କଥା କହିବା ଦ୍ୱାରା ନିଶା ଚଢୁଛି । ତେଣୁ ଏମାନେ ସମସ୍ତେ ହେଲେ ମୁଖ
ବଂଶାବଳୀ, ଆତ୍ମାମାନେ କ’ଣ ମୁଖ ବଂଶାବଳୀ ଅଟନ୍ତି କି! ଆତ୍ମା ତ’ ଅନାଦି-ଅବିନାଶୀ ଅଟେ । ତୁମେ
ଜାଣିଛ ଯେ ଏହି ମନୁଷ୍ୟ ସୃଷ୍ଟିର କିପରି ପରିବର୍ତ୍ତନ ହୁଏ । ପିଲାମାନଙ୍କୁ ତ ବହୁତ ପଏଣ୍ଟ
ମିଳୁଛି । ତଥାପି ମଧ୍ୟ ବାବା କହୁଛନ୍ତି, ଯଦି ତୁମର କିଛି ଧାରଣା ହେଉ ନାହିଁ, ମୁଖ ଖୋଲୁ ନାହିଁ
ଜ୍ଞାନ ଶୁଣାଇପାରୁ ନାହଁ, ତେବେ ତୁମେ ସଦାସର୍ବଦା ବାବାଙ୍କୁ ମନେପକାଉଥାଅ, ତେବେ ଯେଉଁମାନେ
ଭାଷଣ କରୁଛନ୍ତି ତାଙ୍କଠାରୁ ମଧ୍ୟ ଉଚ୍ଚ ପଦ ପାଇପାରିବ । ଯେଉଁମାନେ ଭାଷଣ ଆଦି କରିଥା’ନ୍ତି
ସେମାନେ ମଧ୍ୟ କେବେ କେବେ ମାୟାର ତୋଫାନ ଲାଗିବା କାରଣରୁ ତଳକୁ ଖସିପଡିଥା’ନ୍ତି । ଯଦି ସେମାନେ
ମାୟାର ତୋଫାନରେ ତଳକୁ ନ ଖସି ବାବାଙ୍କର ସ୍ମୃତିରେ ରହିବେ, ତେବେ ଉଚ୍ଚ ପଦ ପାଇପାରିବେ । ଯିଏ
ସବୁଠାରୁ ଅଧିକ ବିକାରଗ୍ରସ୍ତ ହୁଅନ୍ତି ତାଙ୍କର ଯେପରି ୫ ମହଲାରୁ ଖସି ପଡି ହାଡ-ଗୋଡ ଭାଙ୍ଗି
ଚୂନା ହୋଇଯାଏ । ପଞ୍ଚମ ମହଲା ହେଉଛି ଦେହ-ଅଭିମାନ । ଚତୁର୍ଥ ମହଲା ହେଉଛି କାମ ବିକାର, ପୁଣି
ତଳକୁ ଆସ । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ପିଲାମାନେ ମଧ୍ୟ ଲେଖନ୍ତି ଯେ ବାବା ଆମେ ତଳକୁ
ଖସି ପଡିଲୁ । କ୍ରୋଧ ପାଇଁ ଏପରି କହିବେ ନାହିଁ ଯେ ମୁଁ ତଳେ ପଡିଗଲି । କଳାମୁହଁ କରିବା ଦ୍ୱାରା
ବହୁତ ଆଘାତ ଲାଗିଥାଏ । ପୁଣି ଅନ୍ୟମାନଙ୍କୁ କହି ପାରନ୍ତି ନାହିଁ, ଯେ କାମ ମହାଶତ୍ରୁ ଅଟେ ।
ବାବା ବାରମ୍ବାର ବୁଝାଉଛନ୍ତି ଯେ - କୁଦୃଷ୍ଟି ପ୍ରତି ବହୁତ ଯତ୍ନବାନ ହେବା ଉଚିତ । ସତ୍ୟଯୁଗରେ
ଉଲଗ୍ନ ହେବାର କୌଣସି କଥା ହିଁ ନାହିଁ । ସେଠାରେ କାହାର କୁଦୃଷ୍ଟି ନଥାଏ । ସମସ୍ତଙ୍କର ସୁଦୃଷ୍ଟି
ହୋଇଯାଇଥାଏ । ତାହା ହେଉଛି ଦୈବୀ ରାଜ୍ୟ । ଏହା ହେଉଛି ବିକାରୀ ଦୁନିଆ । ଏବେ ତୁମ ଆତ୍ମାକୁ
ସିଭିଲାଇଜ୍ ଅର୍ଥାତ୍ ପବିତ୍ର ଦୃଷ୍ଟି ମିଳୁଛି ଯାହାକି ୨୧ ଜନ୍ମ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି
। ସେଠାରେ କେହି ବି ବିକାରୀ ହୁଅନ୍ତି ନାହିଁ । ଏବେ ବାବା ମୁଖ୍ୟ କଥା ବୁଝାଉଛନ୍ତି ଯେ ବାବାଙ୍କୁ
ମନେପକାଅ ଏବଂ ୮୪ ଜନ୍ମର ଚକ୍ରକୁ ମନେପକାଅ । ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ଯେ ଯିଏ ଶ୍ରୀ ନାରାୟଣ
ଥିଲେ, ସିଏ ହିଁ ଶେଷରେ ଆସି ଭାଗ୍ୟଶାଳୀ ରଥ ହେଉଛନ୍ତି । ତାଙ୍କ ଶରୀରରେ ବାବା ପ୍ରବେଶ କରୁଛନ୍ତି
ତେଣୁ ସିଏ ଭାଗ୍ୟଶାଳୀ ହୋଇଯାଉଛନ୍ତି । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା, ଏହି ୮୪
ଜନ୍ମର ଚକ୍ର ବୁଦ୍ଧିରେ ରହିବା ଉଚିତ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କର
ସ୍ମୃତି ଆଧାରରେ ବୁଦ୍ଧିକୁ ରିଫାଇନ୍ ଅର୍ଥାତ୍ ସ୍ୱଚ୍ଛ କରିବାକୁ ହେବ । ପାଠପଢାରେ ତୁମର ବୁଦ୍ଧି
ସର୍ବଦା ଭରପୁର ହୋଇ ରହୁ । ବାବା ଏବଂ ଘରକୁ ସର୍ବଦା ସ୍ମୃତିରେ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ
ମନେ ପକାଇଦେବାକୁ ହେବ ।
(୨) ଏହି ଅନ୍ତିମ ଜନ୍ମରେ
କୁଦୃଷ୍ଟିକୁ ସମାପ୍ତ କରି ସୁଦୃଷ୍ଟି ଅର୍ଥାତ୍ ପବିତ୍ର ଦୃଷ୍ଟି କରିବାକୁ ହେବ । କୁଦୃଷ୍ଟି ପ୍ରତି
ବହୁତ ସାବଧାନ ରହିବାକୁ ପଡିବ ।
ବରଦାନ:-
ଦାତା ପଣିଆର
ସ୍ଥିତି ଏବଂ ସମାହିତ କରିବାର ଶକ୍ତି ଦ୍ୱାରା ବିଘ୍ନ ବିନାଶକ, ସମାଧାନ ସ୍ୱରୂପ ଭବ ।
ବିଘ୍ନ-ବିନାଶକ ସମାଧାନ
ସ୍ୱରୂପ ହେବାର ବରଦାନ ବିଶେଷ କରି ଦୁଇଟି କଥା ଆଧାରରେ ପ୍ରାପ୍ତ ହୋଇଥାଏ - ସର୍ବଦା ସ୍ମୃତି ରହୁ
ଯେ ମୁଁ ଦାତାଙ୍କର ସନ୍ତାନ ଅଟେ ସେଥିପାଇଁ ମୋତେ ସମସ୍ତଙ୍କୁ ଦେବାକୁ ହେବ । ସମ୍ମାନ ମିଳୁ,
ସ୍ନେହ ମିଳୁ, ତେବେ ଯାଇ ସ୍ନେହୀ ହେବି, ନା । ମୋତେ ହିଁ ଦେବାକୁ ହେବ । ଦ୍ୱିତୀୟଟି ହେଲା ନିଜ
ପ୍ରତି ତଥା ସମ୍ବନ୍ଧ ସମ୍ପର୍କରେ ଆସୁଥିବା ସମସ୍ତଙ୍କ ପ୍ରତି ସାଗର ଭଳି ସମାହିତ କରିବାର ଶକ୍ତିର
ସ୍ୱରୂପ ହେବାକୁ ପଡିବ । ଏହି ଦୁଇଟି ବିଶେଷତାର ଆଧାରରେ ଶୁଭଭାବନା, ଶୁଭକାମନାରେ ସମ୍ପନ୍ନ
ସମାଧାନ ସ୍ୱରୂପ ହୋଇଯିବ ।
ସ୍ଲୋଗାନ:-
ଯଦି ସତ୍ୟକୁ
ନିଜର ସାଥୀ କରିଦେବ ତେବେ ତୁମର ନୌକା କେବେ ବି ବୁଡିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯେତେବେଳେ ସଂକଳ୍ପ
ଦ୍ୱାରା ସର୍ବଦା ଶୁଭଭାବନା ବା ଶୁଭ ଆଶୀର୍ବାଦ ଦେବାର ଅଭ୍ୟାସ ସ୍ୱାଭାବିକ ହୋଇଯିବ ସେତେବେଳେ
ତୁମର ସଂକଳ୍ପ ସେହିଥିରେ ବ୍ୟସ୍ତ ରହିବ ଏବଂ ମନ ଭିତରେ ଯେଉଁ ସବୁ ହଲଚ୍ଲ ଆସୁଛି, ସେଥିରୁ ସ୍ୱତଃ
ହିଁ ମୁକ୍ତ ହୋଇଯିବ । ନିଜର ପୁରୁଷାର୍ଥରେ କେବେ କେବେ ଯେଉଁଭଳି ନିରାଶ ହୋଇଯାଉଛ ସେଭଳି ହେବ
ନାହିଁ । ଯାଦୁ ମନ୍ତ୍ର ହୋଇଯିବ ।