11.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯୋଗର ଯାତ୍ରାରେ ପ୍ରତିଯୋଗିତା କର ତେବେ ପୁଣ୍ୟ ଆତ୍ମା ହୋଇଯିବ, ସ୍ୱର୍ଗର ବାଦଶାହୀ ମିଳିଯିବ ।”

ପ୍ରଶ୍ନ:-
ବ୍ରାହ୍ମଣ ଜୀବନରେ ଯଦି ଅତିନ୍ଦ୍ରିୟ ସୁଖର ଅନୁଭବ ନ ହେଉଛି, ତେବେ କ’ଣ ବୁଝିବା ଦରକାର?

ଉତ୍ତର:-
ନିଶ୍ଚିତ ଭାବରେ ସୂକ୍ଷ୍ମରେ ବି କିଛି ନା କିଛି ପାପ ହେଉଛି । ଦେହ-ଅଭିମାନରେ ରହିବା ଦ୍ୱାରା ହିଁ ପାପ ହୋଇଥାଏ, ଯେଉଁ କାରଣରୁ ସେହି ସୁଖର ଅନୁଭୂତି ହେଉ ନାହିଁ । ନିଜକୁ ଗୋପ ଗୋପୀ ମନେ କରୁଥିଲେ ମଧ୍ୟ ଯଦି ଅତିନ୍ଦ୍ରିୟ ସୁଖର ଅନୁଭବ ହେଉ ନାହିଁ, ତେବେ ନିଶ୍ଚିତ କୌଣସି ଭୁଲ ହେଉଛି, ସେଥିପାଇଁ ବାବାଙ୍କୁ ନିଜର ସତ୍ୟ ସମାଚାର ଶୁଣାଇ ଶ୍ରୀମତ ନେଇ ଆଗକୁ ବଢି ଚାଲ ।

ଓମ୍ ଶାନ୍ତି ।
ନିରାକାର ଭଗବାନୁବାଚ । ଶିବଙ୍କୁ ହିଁ ନିରାକାର ଭଗବାନ ବୋଲି କୁହାଯାଉଛି, ଯଦିଓ ଭକ୍ତିମାର୍ଗରେ ତାଙ୍କର ବହୁତ ନାମ ରଖି ଦେଇଛନ୍ତି, ଢେର ନାମ ରଖି ଦେଇଛନ୍ତି, ତେଣୁ ବିସ୍ତାର ମଧ୍ୟ ବହୁତ ରହିଛି । ବାବା ନିଜେ ଆସି କହୁଛନ୍ତି ପିଲାମାନେ, ତୁମେ ନିଜର ପିତା ଶିବବାବାଙ୍କୁ ମନେ ପକାଇ ଆସିଛ - ହେ ପତିତ-ପାବନ, ତେବେ ଏହି ପତିତ-ପାବନ ନାମ ତ କେବଳ ଜଣଙ୍କର ହିଁ ହେବ ନା । ବହୁତ ନାମ ତ ହୋଇପାରିବ ନାହିଁ । ଶିବାୟ ନମଃ କହୁଛନ୍ତି, ତେଣୁ ତାଙ୍କର କେବଳ ଗୋଟିଏ ନାମ ହେଲା ଶିବ । ରଚୟିତା ମଧ୍ୟ ସେହି ଜଣେ ହିଁ ଅଟନ୍ତି । ଯଦି ବହୁତ ନାମ ରହିବ ତେବେ ଦ୍ୱନ୍ଦ୍ୱରେ ପଡିବେ । ଯେପରି ତୁମର ନାମ ପୁଷ୍ପା ତା ବଦଳରେ ମୁଁ ଯଦି ତୁମକୁ ଶୀଲା କହି ଡାକିବି ତେବେ ତୁମେ ଉତ୍ତର ଦେବ ନା, ଭାବିବ ଆଉ କାହାକୁ ଡାକୁଛନ୍ତି । ତେବେ ଏହା ମଧ୍ୟ ସେହିପରି କଥା ହୋଇଗଲା ନା । ବାସ୍ତବରେ ତାଙ୍କର ନାମ ଏକ, କିନ୍ତୁ ଭକ୍ତିମାର୍ଗ ହୋଇଥିବା କାରଣରୁ ବହୁତ ମନ୍ଦିର ନିର୍ମାଣ କରିଛନ୍ତି ତେଣୁ ଭିନ୍ନ-ଭିନ୍ନ ନାମ ରଖିଦେଇଛନ୍ତି । ନଚେତ୍ ପ୍ରତ୍ୟେକଙ୍କର ନାମ ଗୋଟିଏ ହିଁ ହୋଇଥାଏ । ଗଙ୍ଗା ନଦୀକୁ କେବେହେଲେ ଯମୁନା ନଦୀ କୁହାଯିବ ନାହିଁ । ତେବେ କୌଣସି ବି ଜିନିଷର ଗୋଟିଏ ନାମ ପ୍ରସିଦ୍ଧ ହୋଇଥାଏ । ସେହିପରି ଏହି ଶିବ ନାମ ମଧ୍ୟ ପ୍ରସିଦ୍ଧ ଅଟେ । ଶିବାୟ ନମଃର ଗାୟନ ମଧ୍ୟ ରହିଛି । ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ, କିନ୍ତୁ ଶିବଙ୍କ ପାଇଁ କହନ୍ତି ଶିବ ପରମାତ୍ମାୟେ ନମଃ କାରଣ ସେ ହେଉଛନ୍ତି ସର୍ବୋଚ୍ଚ । ମନୁଷ୍ୟମାନଙ୍କର ବୁଦ୍ଧିରେ ମଧ୍ୟ ରହିଛି ଯେ, ନିରାକାରଙ୍କୁ ଉଚ୍ଚରୁ ଉଚ୍ଚ କୁହାଯାଉଛି । ତାଙ୍କର ନାମ ହେଉଛି ଗୋଟିଏ । ଯେପରି ବ୍ରହ୍ମାଙ୍କୁ ବ୍ରହ୍ମା ଏବଂ ବିଷ୍ଣୁଙ୍କୁ ବିଷ୍ଣୁ ହିଁ କୁହାଯିବ । ଯଦି ବହୁତ ନାମ ରଖି ଦିଆଯିବ, ତେବେ ଦ୍ୱନ୍ଦ୍ୱରେ ପଡିବେ । ରେସପଣ୍ଡ ହିଁ ମିଳିବ ନାହିଁ ଏବଂ ତାଙ୍କର ରୂପକୁ ମଧ୍ୟ ଜାଣି ନାହାଁନ୍ତି । ବାବା ପିଲାମାନଙ୍କ ସହିତ ହିଁ ଆସି କଥାବାର୍ତ୍ତା ହେଉଛନ୍ତି । ଶିବାୟ ନମଃ ବୋଲି କହୁଛନ୍ତି, ତେଣୁ ଗୋଟିଏ ନାମ ଠିକ୍ । ଶିବ ଶଙ୍କର କହିବା ମଧ୍ୟ ଭୁଲ୍ ହୋଇଯାଉଛି । ଶିବ ଏବଂ ଶଙ୍କର ନାମ ତ ଅଲଗା ଅଟେ । ଯେପରି ଲକ୍ଷ୍ମୀ-ନାରାୟଣଙ୍କ ନାମ ଅଲଗା ଅଲଗା ଅଟେ । ସେଠାରେ ନାରାୟଣଙ୍କୁ ତ ଲକ୍ଷ୍ମୀ-ନାରାୟଣ କହିବେ ନାହିଁ । ଆଜିକାଲି ତ ନିଜର ଦୁଇ-ଦୁଇଟି ନାମ ରଖି ଦେଉଛନ୍ତି । ଦେବତାମାନଙ୍କର ଏପରି ଦୁଇଟି ନାମ ନ ଥିଲା । ରାଧାଙ୍କର ନାମ ଅଲଗା ଏବଂ କୃଷ୍ଣଙ୍କର ଅଲଗା, ଏଠାରେ ତ ଜଣଙ୍କର ନାମ ରାଧା-କୃଷ୍ଣ, ଲକ୍ଷ୍ମୀ-ନାରାୟଣ ରଖିଦେଉଛନ୍ତି । ବାବା ବସି ବୁଝାଉଛନ୍ତି, ସୃଷ୍ଟିକର୍ତ୍ତା ହେଲେ ଜଣେ ଏବଂ ତାଙ୍କର ନାମ ମଧ୍ୟ ଏକ । ତାଙ୍କୁ ଜାଣିବାକୁ ହେବ । କହନ୍ତି ଆତ୍ମା ଏକ ତାରକା ସଦୃଶ ଅଟେ, ଯାହାକି ଭ୍ରୁକୁଟୀ ମଧ୍ୟରେ ଚମକୁଥାଏ, ପୁଣି କହୁଛନ୍ତି ଆତ୍ମା ସୋ ପରମାତ୍ମା । ତେଣୁ ପରମାତ୍ମା ମଧ୍ୟ ତାରକା ସଦୃଶ ହୋଇଥିବେ ନା । ଏପରି ନୁହେଁ କି ଆତ୍ମା ଛୋଟ ବା ବଡ ହୋଇଥାଏ । କଥା ବହୁତ ସହଜ ।

ବାବା କହୁଛନ୍ତି ତୁମେ ଡାକୁଥିଲ, ହେ ପତିତ-ପାବନ ଆସ । କିନ୍ତୁ ସେ ଏଠାକୁ ଆସି ମନୁଷ୍ୟମାନଙ୍କୁ କିପରି ପବିତ୍ର କରୁଛନ୍ତି ଏକଥା କେହି ଜାଣି ନାହାଁନ୍ତି । ଗଙ୍ଗାକୁ ପତିତ-ପାବନୀ ବୋଲି ଭାବିନେଉଛନ୍ତି । ବାସ୍ତବରେ ପତିତ-ପାବନ ତ ଏକମାତ୍ର ବାବା ଅଟନ୍ତି । ବାବା କହୁଛନ୍ତି ମୁଁ ପୂର୍ବରୁ ମଧ୍ୟ କହିଥିଲି - ମନମନଭବ ଅର୍ଥାତ୍ ମୋତେ ମନେ ପକାଅ । କିନ୍ତୁ ଶାସ୍ତ୍ରରେ ତାଙ୍କର ନାମକୁ କେବଳ ବଦଳାଇ ଦେଇଛନ୍ତି । ପିଲାମାନେ ଜାଣିଛନ୍ତି ଯେ, ବାବାଙ୍କୁ ସ୍ମରଣ କଲେ ବର୍ସା ନିଶ୍ଚୟ ମିଳିବ । ମନମନାଭବ କହିବାର ମଧ୍ୟ ଆବଶ୍ୟକତା ନାହିଁ । କିନ୍ତୁ ବାବା ଏବଂ ତାଙ୍କର ସମ୍ପତ୍ତିକୁ ବିଲ୍‌କୁଲ୍ ଭୁଲିଯାଇଛନ୍ତି, ସେଥିପାଇଁ କହୁଛି ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ । ବାବା ହେଉଛନ୍ତି ସ୍ୱର୍ଗର ରଚୟିତା ତେଣୁ ବାବାଙ୍କୁ ମନେ ପକାଇଲେ ଆମକୁ ସ୍ୱର୍ଗର ରାଜତ୍ୱ ନିଶ୍ଚିତ ମିଳିବ । ଯେପରି ଲୌକିକ ଦୁନିଆରେ ପିଲା ଜନ୍ମ ହେବା ମାତ୍ରକେ ଉତ୍ତରାଧିକାରୀ ଆସିଲା ବୋଲି କହିଥା’ନ୍ତି । କନ୍ୟା ଜନ୍ମ ହେଲେ ଏପରି କହିବେ ନାହିଁ । ତୁମେ ସବୁ ଆତ୍ମାମାନେ ତ ମୋର ସନ୍ତାନ ଅଟ । ଏକଥା ମଧ୍ୟ କହନ୍ତି, ଆତ୍ମା ଏକ ତାରକା ସଦୃଶ । ତେବେ ତାହା ପୁଣି ଆଙ୍ଗୁଳି ସଦୃଶ କିପରି ହୋଇପାରିବ । ଆତ୍ମା ଏତେ ସୂକ୍ଷ୍ମ ଜିନିଷ ଅଟେ ଯେ, ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ । ହଁ, ଏହାକୁ ଦିବ୍ୟଦୃଷ୍ଟି ଦ୍ୱାରା ଦେଖାଯାଇପାରିବ, କାହିଁକି ନା ଏହା ଅବ୍ୟକ୍ତ ଜିନିଷ ଅଟେ । ଦିବ୍ୟ ଦୃଷ୍ଟି ଦ୍ୱାରା ଚୈତନ୍ୟ ଆତ୍ମାର ସାକ୍ଷାତ୍‌କାର ହେଲା ପୁଣି ଅଦୃଶ୍ୟ ହୋଇଗଲା । କିନ୍ତୁ କିଛି ବି ତ ପ୍ରାପ୍ତି ହେଲା ନାହିଁ, କେବଳ ଖୁସି ହୋଇଯାଆନ୍ତି । ଏହାକୁ କୁହାଯିବ ଭକ୍ତିର ଅଳ୍ପ କାଳର ସୁଖ । ଏହା ହିଁ ହେଉଛି ଭକ୍ତିର ଫଳ । ଯିଏ ବହୁତ ଭକ୍ତି କରିଛନ୍ତି ତାଙ୍କୁ ସ୍ୱତଃ କାଇଦା ଅନୁସାରେ ଏହି ଜ୍ଞାନ ଦ୍ୱାରା ଫଳ ମିଳିଥାଏ । ବ୍ରହ୍ମା ଏବଂ ବିଷ୍ଣୁଙ୍କୁ ଏକାଠି ଦେଖାଉଛନ୍ତି । ବ୍ରହ୍ମାରୁ ବିଷ୍ଣୁ, ଭକ୍ତିର ଫଳ ବିଷ୍ଣୁ ରୂପରେ ରାଜତ୍ୱ ମିଳୁଛି । ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କର ସାକ୍ଷାତ୍‌କାର ତ ବହୁତ କରିଛ । କିନ୍ତୁ ବୁଝିବାକୁ ହେବ ଯେ, ଭିନ୍ନ ଭିନ୍ନ ନାମ ରୂପ ନେଇ ତୁମେମାନେ ଭକ୍ତି କରି ଆସିଛ । ସାକ୍ଷାତ୍‌କାରକୁ ଯୋଗ ଅଥବା ଜ୍ଞାନ କୁହାଯିବ ନାହିଁ । ଭକ୍ତିମାର୍ଗରେ ଯେଉଁମାନେ ନୌଧା ଭକ୍ତି କରୁଥିଲେ, ସେମାନଙ୍କୁ ସାକ୍ଷାତ୍‌କାର ହେଉଥିଲା । ଏବେ ସାକ୍ଷାତ୍‌କାର ନ ହେଲେ ମଧ୍ୟ ଚିନ୍ତା ନାହିଁ । ତୁମମାନଙ୍କର ଲକ୍ଷ୍ୟ ହେଲା, ମନୁଷ୍ୟରୁ ଦେବତା ହେବା । ତୁମେମାନେ ଏବେ ଦେବୀ-ଦେବତା ଧର୍ମର ହେବାକୁ ଯାଉଛ । ବାକି ପୁରୁଷାର୍ଥ କରାଇବା ପାଇଁ ବାବା କେବଳ ଗୋଟିଏ କଥା କହୁଛନ୍ତି, ବୁଦ୍ଧିର ଯୋଗକୁ ଅନ୍ୟ ସବୁ ଆଡୁ ତଥା ନିଜର ଦେହରୁ ମଧ୍ୟ ହଟାଇ ବାବାଙ୍କୁ ମନେ ପକାଅ । ଯେପରି ପ୍ରେମିକ ପ୍ରେମିକା କାମ ମଧ୍ୟ କରୁଥା’ନ୍ତି କିନ୍ତୁ ମନ ପ୍ରେମିକଙ୍କ ପାଖରେ ଲାଗି ରହିଥାଏ । ସେହିପରି ବାବା ମଧ୍ୟ କହୁଛନ୍ତି, ମୋତେ ମନେ ପକାଅ, ତଥାପି ବି ତୁମମାନଙ୍କର ବୁଦ୍ଧି ଅନ୍ୟ ଆଡକୁ ଚାଲିଯାଉଛି । ଏବେ ତୁମେମାନେ ଜାଣିଛ ଯେ, ଆମକୁ ସିଢିରେ ତଳକୁ ଓହ୍ଲାଇବାକୁ ଗୋଟିଏ କଳ୍ପ ଲାଗିଲା । ସତ୍ୟଯୁଗରୁ ଆରମ୍ଭ କରି ସିଡି ଓହ୍ଲାଉଛ । ଆତ୍ମାରେ ଅଳ୍ପ-ଅଳ୍ପ ଖାଦ ମିଶି ରହିଥାଏ । ସତ୍ତ୍ୱ ଅବସ୍ଥାରୁ ଧୀରେ ଧୀରେ ତମୋ ଅବସ୍ଥା ହୋଇଯାଉଛି । ପୁଣି ଏବେ ତମୋରୁ ସତ୍ତ୍ୱ ଅବସ୍ଥାକୁ ନେଇଯିବା ପାଇଁ ବାବା ଜମ୍ପ୍ କରାଉଛନ୍ତି । ତୁମେମାନେ ଗୋଟିଏ ସେକେଣ୍ଡରେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ ।

ତେବେ ମଧୁର ସନ୍ତାନମାନଙ୍କୁ ପୁରୁଷାର୍ଥ କରିବାକୁ ପଡିବ । ବାବା ତ ଶିକ୍ଷା ଦେଇ ଚାଲିଛନ୍ତି । ଭଲ ଭଲ ସେନ୍‌ସିବୁଲ୍ ସନ୍ତାନମାନେ ନିଜେ ଅନୁଭବ କରୁଛନ୍ତି - ବାସ୍ତବରେ ଏହା ବହୁତ କଷ୍ଟସାଧ୍ୟ ଅଟେ । କେହି କେହି ନିଜର ଚାର୍ଟ ବାବାଙ୍କୁ ଲେଖି ଜଣାଉଛନ୍ତି, ଆଉ କେହି କେହି ଜଣାଉନାହାଁନ୍ତି । ତେବେ ନିଜ ଅବସ୍ଥା ବିଷୟରେ ବାବାଙ୍କୁ କହିବା ଉଚିତ୍ । ଯଦି ବାବାଙ୍କୁ ସ୍ମରଣ ହିଁ ନ କରିବ ତେବେ ବର୍ସା କିପରି ମିଳିବ । ବାବାଙ୍କୁ କାଇଦା ଅନୁସାରେ ସ୍ମରଣ କରୁ ନାହାଁନ୍ତି, ଭାବୁଛନ୍ତି ଆମେ ତ ଶିବବାବାଙ୍କର ହୋଇଛୁ । ସ୍ମରଣ କରୁନାହାଁନ୍ତି ତେଣୁ ତଳକୁ ଖସିଯାଉଛନ୍ତି । ବାବାଙ୍କୁ ନିରନ୍ତର ସ୍ମରଣ କଲେ ତେବେ ଖାଦ ବାହାରିଯିବ, ତେଣୁ ଧ୍ୟାନ ଦେବାକୁ ପଡିବ । ଯେ ପର୍ଯ୍ୟନ୍ତ ଶରୀର ଅଛି ସେ ପର୍ଯ୍ୟନ୍ତ ପୁରୁଷାର୍ଥ ଚାଲିଥିବ । ବୁଦ୍ଧି ମଧ୍ୟ କହୁଛି - ମୁଁ ବାରମ୍ବାର ବାବାଙ୍କୁ ଭୁଲିଯାଉଛି । ଏହି ଯୋଗବଳ ଦ୍ୱାରା ହିଁ ତୁମେମାନେ ରାଜତ୍ୱ ପ୍ରାପ୍ତ କରୁଛ । ଏପରି ମଧ୍ୟ କୌଣସି ନିୟମ ନାହିଁ ଯେ, ସମସ୍ତେ ସମାନ ଭାବରେ ଦୌଡିବେ । ରେସ୍‌ରେ ମଧ୍ୟ ଟିକିଏ ନା ଟିକିଏ ଫରକ ପଡିଥାଏ । ନମ୍ବରୱାନ ପୁଣି ପ୍ଲସ୍‌ରେ ଆସିଥା’ନ୍ତି । ଏଠାରେ ମଧ୍ୟ ପିଲାମାନଙ୍କର ରେସ୍ ହେଉଛି । ମୁଖ୍ୟ କଥା ହେଉଛି ୟାଦ କରିବା । ଏକଥା ତ ଜାଣିଛ ଯେ ଆମେମାନେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେବାକୁ ଯାଉଛୁ । ସେଥିପାଇଁ ବାବା ନିର୍ଦ୍ଦେଶ ଦେଇଛନ୍ତି, ଯଦି ଏବେ ପାପ କରିବା ତେବେ ଦଣ୍ଡ ଶହେଗୁଣା ହୋଇଯିବ । ଏମିତି ଅନେକ ଅଛନ୍ତି, ଯେଉଁମାନେ ବହୁତ ପାପ କରୁଛନ୍ତି, କିନ୍ତୁ କହୁନାହାଁନ୍ତି । ଯାହାକି ପୁଣି ବୃଦ୍ଧି ହୋଇ ଚାଲିଥାଏ, ସେମାନେ ଅନ୍ତିମ ସମୟରେ ଫେଲ୍ ହୋଇଯିବେ । ନିଜର ପାପ କର୍ମ ବାବାଙ୍କ ଆଗରେ ଶୁଣାଇବା ପାଇଁ ଲଜ୍ଜ୍ୟା ଲାଗୁଛି । ସତ୍ୟ ନ କହିବା ଦ୍ୱାରା ନିଜକୁ ହିଁ ଧୋକା ଦେଉଛନ୍ତି । କାହା କାହାକୁ ଡର ଲାଗୁଛି - ବାବା ଆମର ଏହି କଥା ଶୁଣିଲେ କ’ଣ କହିବେ । କେହି କେହି ତ ନିଜର ଛୋଟ ଛୋଟ ଭୁଲକୁ ମଧ୍ୟ ବାବାଙ୍କ ପାଖକୁ ଶୁଣାଇବାକୁ ଆସୁଛନ୍ତି । କିନ୍ତୁ ବାବା ତାଙ୍କୁ କହୁଛନ୍ତି, ବଡ-ବଡ ଭୁଲ୍ ତ ବହୁତ ଭଲ-ଭଲ ସନ୍ତାନମାନେ ମଧ୍ୟ କରୁଛନ୍ତି । ଭଲ ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ଛାଡୁ ନାହିଁ । ମାୟା ପହିଲମାନ ମାନଙ୍କୁ ହିଁ ଏହି ଚକ୍ର ଭିତରକୁ ନେଇଆସୁଛି, ସେଥିପାଇଁ ଏଥିରେ ବାହାଦୂର ହେବାକୁ ପଡିବ । ଏଠାରେ ମିଛ ତ ଚଳିବ ନାହିଁ । ସତ କଥା କହିଦେଲେ ହାଲୁକା ହୋଇଯିବ । ବାବା ଯେତେ ବୁଝାଇଲେ ମଧ୍ୟ କିଛି ନା କିଛି ଚାଲୁଛି । ଅନେକ ପ୍ରକାରର କଥା ରହିଛି । ଯେହେତୁ ତୁମେମାନେ ଏବେ ବାବାଙ୍କଠାରୁ ରାଜ୍ୟ ନେବାକୁ ଯାଉଛ, ତେଣୁ ବାବା କହୁଛନ୍ତି, ଅନ୍ୟ ସବୁ ଆଡୁ ବୁଦ୍ଧିକୁ ହଟାଅ । ତୁମ ସନ୍ତାନମାନଙ୍କୁ ଏବେ ଜ୍ଞାନ ମିଳିଛି, ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ତୁମେମାନେ ନିଜର ଜନ୍ମକୁ ମଧ୍ୟ ଜାଣି ଗଲଣି । କାହାର ଯଦି ଓଲଟା ସିଧା ଜନ୍ମ ହେଲା, ତେବେ ତାଙ୍କୁ ଡିଫେକ୍ଟଟେଡ୍ କୁହାଯାଇଥାଏ । ତେବେ ନିଜର କର୍ମ ଅନୁସାରେ ହିଁ ଏହିପରି ହୋଇଥାଏ । ବାକି ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । ତେଣୁ ବାବା ବୁଝାଉଛନ୍ତି ଯେ, ପ୍ରଥମତଃ ପବିତ୍ର ରହିବାକୁ ପଡିବ, ଦ୍ୱିତୀୟରେ ମିଛ, ପାପ କିଛି କରିବା ଉଚିତ୍ ନୁହେଁ । ନଚେତ୍ ବହୁତ କ୍ଷତି ହୋଇଯିବ । ଦେଖ, ଯଦି ଜଣଙ୍କ ଦ୍ୱାରା ଟିକିଏ ବି ଭୁଲ୍ ହୋଇଗଲା ଏବଂ ସିଏ ବାବାଙ୍କ ପାଖକୁ ଆସି କହିଲେ, ବାବା ମୋତେ କ୍ଷମା କରିଦିଅନ୍ତୁ । ମୁଁ ଏପରି କାମ ଆଉ କେବେ ବି କରିବି ନାହିଁ । ବାବା କହୁଛନ୍ତି, ଏହିପରି ଭୁଲ୍ ଅନେକଙ୍କ ଦ୍ୱାରା ହେଉଛି, ତୁମେ ତ ସତ୍ୟ କହୁଛ, ଏମିତି ବହୁତ ଅଛନ୍ତି ଯେଉଁମାନେ କି ବାବାଙ୍କୁ କିଛି ଶୁଣାଉ ନାହାଁନ୍ତି । ଏମିତି ମଧ୍ୟ ବହୁତ ଫାଷ୍ଟକ୍ଲାସ୍ କନ୍ୟା ଅଛନ୍ତି ଯେଉଁମାନଙ୍କର ବୁଦ୍ଧି କେବେ ବି କେଉଁଆଡକୁ ଯାଉ ନାହିଁ । ଯେପରି ବମ୍ବେର ଡକ୍ଟର ନିର୍ମଳା ନମ୍ବରୱାନ ଅଟନ୍ତି । ବିଲ୍‌କୁଲ୍ ସ୍ୱଚ୍ଛ ହୃଦୟ, କେବେ ବି ହୃଦୟରେ ଓଲଟା ବିଚାର ଆସୁ ନାହିଁ, ସେଥିପାଇଁ ସିଏ ବାବାଙ୍କ ହୃଦୟରେ ରହିଛନ୍ତି । ଏହିପରି ଆହୁରି ମଧ୍ୟ କନ୍ୟା ଅଛନ୍ତି । ତେଣୁ ବାବା ବୁଝାଉଛନ୍ତି କେବଳ ସତ୍ୟତାର ସହିତ ବାବାଙ୍କୁ ମନେ ପକାଅ । କର୍ମ ତ କରିବାକୁ ହିଁ ହେବ । ବୁଦ୍ଧିଯୋଗ ସର୍ବଦା ବାବାଙ୍କ ସହିତ ଲାଗି ରହୁ । ହାତ କାମ ଆଡକୁ ଏବଂ ହୃଦୟ ବାବାଙ୍କ ଆଡକୁ ଥାଉ । ଏହି ଅବସ୍ଥା ଶେଷ ସମୟରେ ହେବ । ଯାହା ପାଇଁ ହିଁ ଗାୟନ ରହିଛି - ଅତିନ୍ଦ୍ରିୟ ସୁଖ ଗୋପଗୋପୀମାନଙ୍କୁ ପଚାର, ଯେଉଁମାନେ ଏହି ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି । ଯିଏ ପାପ କର୍ମ କରୁଛନ୍ତି ତାଙ୍କର ଏହି ଅବସ୍ଥା ହେବ ନାହିଁ । ବାବା ଭଲ ଭାବରେ ଜାଣିଛନ୍ତି, ସେଥିପାଇଁ ତ ଭକ୍ତିମାର୍ଗରେ ମଧ୍ୟ ଭଲ ଏବଂ ମନ୍ଦ କର୍ମର ଫଳ ମିଳିଥାଏ । ବାବା ତ ଦାତା ଅଟନ୍ତି ନା । ଯିଏ କାହାକୁ ଦୁଃଖ ଦେବ ତେବେ ନିଶ୍ଚିତ ଦୁଃଖ ଭୋଗ କରିବ । ଯେପରି କର୍ମ କରିଛ ତାହା ତ ଭୋଗ କରିବାକୁ ପଡିବ । ଏଠାରେ ତ ବାବା ନିଜେ ହାଜିର ଅଛନ୍ତି, ତୁମମାନଙ୍କୁ ବୁଝାଇ ଚାଲିଛନ୍ତି ତଥାପି ଗଭର୍ଣ୍ଣମେଣ୍ଟ ଅଛି, ଧର୍ମରାଜ ମୋ ସାଥିରେ ଅଛି ନା । ବର୍ତ୍ତମାନ ମୋତେ କିଛି ହେଲେ ଲୁଚାଅ ନାହିଁ । ଏପରି ନୁହେଁ ଯେ, ବାବା ତ ସବୁ ଜାଣିଛନ୍ତି, ଆମେ ମନରେ ଶିବବାବାଙ୍କଠାରୁ କ୍ଷମା ମାଗି ନେଉଛୁ, କିନ୍ତୁ କିଛି ହେଲେ ବି କ୍ଷମା ହେବ ନାହିଁ । ପାପ କେବେ ବି କାହାର ଲୁଚି ରହିବ ନାହିଁ । ପାପ କରିବା ଦ୍ୱାରା ଦିନକୁ ଦିନ ପାପାତ୍ମା ହୋଇ ଚାଲିଥାଆନ୍ତି । ଯଦି ଭାଗ୍ୟରେ ନଥିବ ଏହିପରି ହେବ । ରେଜିଷ୍ଟର ଖରାପ ହୋଇଯିବ । ଥରେ ମିଛ କହିଲେ, ସତ୍ୟ କହିଲେ ନାହିଁ, ତେବେ ବୁଝିବାକୁ ହେବ ଯେ, ଏମାନେ ଏହିପରି କାମ କରିଚାଲିଛନ୍ତି । ମିଛ କେବେ ଲୁଚି ରହିବ ନାହିଁ । ବାବା ତଥାପି ପିଲାମାନଙ୍କୁ ବୁଝାଉଛନ୍ତି - କଖ କା ଚୋର ସୋ ଲଖ କା ଚୋର ଅର୍ଥାତ୍ ଛୋଟ ଚୋରୀକୁ ମଧ୍ୟ ଚୋରୀ ହିଁ କୁହାଯିବ । ସେଥିପାଇଁ କହିବା ଦରକାର ଯେ ମୋ ଦ୍ୱାରା ଏହି ଦୋଷ ହୋଇଗଲା । ଯେତେବେଳେ ବାବା ପଚାରୁଛନ୍ତି ତେବେ କହୁଛନ୍ତି, ବାବା ଭୁଲ୍ ହୋଇଗଲା, ନିଜେ ସ୍ୱତଃ କାହିଁକି କହୁ ନାହାଁନ୍ତି । ବାବା ଜାଣିଛନ୍ତି, ଏମିତି ବହୁତ ଅଛନ୍ତି ଯେଉଁମାନେ ବହୁତ କଥା ଲୁଚାଉଛନ୍ତି । ଯଦି ବାବାଙ୍କୁ ଶୁଣାଇବ ତେବେ ଶ୍ରୀମତ ମିଳିବ । କେଉଁଠାରୁ ଚିଠି ଆସିଲେ ପଚାର କ’ଣ ଉତ୍ତର ଦେବୁ । ଶୁଣାଇଲେ ଶ୍ରୀମତ ମିଳିବ । ଅନେକଙ୍କ ପାଖରେ ବହୁତ ଖରାପ ଅଭ୍ୟାସ ରହିଛି - ଯାହାକୁ ସେମାନେ ଲୁଚାଉଛନ୍ତି । କାହା କାହାକୁ ଲୌକିକ ଘରୁ କିଛି ମିଳୁଛି, ବାବା କହୁଛନ୍ତି ଭଲେ ପିନ୍ଧ, ତେବେ ରେସ୍‌ପନ୍‌ସିବୁଲ୍ ବାବା ହୋଇଗଲେ । ଅବସ୍ଥା ଦେଖି ପୁଣି କାହାକୁ କହୁଛି ଯଜ୍ଞକୁ ପଠାଇଦିଅ । ତୁମକୁ ମିଳିଥିବା ଜିନିଷକୁ ବଦଳେଇ ଦେଲେ ଠିକ୍ ହେବ ନଚେତ୍ ତାହା ମନେ ପଡିବ । ସେଥିପାଇଁ ବାବା ବହୁତ ଖବରଦାର କରୁଛନ୍ତି । କାରଣ ଏହି ମାର୍ଗ ବହୁତ ଉଚ୍ଚ । ପାଦେ-ପାଦେରେ ସର୍ଜନଙ୍କର ରାୟ ନେବାକୁ ହେବ । ବାବା ଶିକ୍ଷା ଦେଉଛନ୍ତି ଏହିପରି ଚିଠି ଲେଖ ତେବେ ଯାଇ ତୀର ଲାଗିବ, କିନ୍ତୁ ବହୁତଙ୍କ ପାଖରେ ଦେହ-ଅଭିମାନ ରହିଛି । ଶ୍ରୀମତରେ ନ ଚାଲିବା ଦ୍ୱାରା ନିଜର ଖାତା ଖରାପ କରୁଛନ୍ତି । ଯଦି ଶ୍ରୀମତରେ ଚାଲିବ ତେବେ ସବୁ କ୍ଷେତ୍ରରେ ଫାଇଦା ମିଳିବ । ଏହି ରାସ୍ତା କେତେ ସହଜ । କେବଳ ଯୋଗବଳ ଦ୍ୱାରା ତୁମେମାନେ ବିଶ୍ୱର ମାଲିକ ହେଉଛ । ବାବା ବୁଢୀମାନଙ୍କ ପାଇଁ କହୁଛନ୍ତି, କେବଳ ବାବା ଏବଂ ବର୍ସାକୁ ମନେ ପକାଅ । ପ୍ରଜା ତିଆରି ନ କରିଲେ ରାଜା ରାଣୀ ମଧ୍ୟ ହୋଇପାରିବ ନାହିଁ । ତଥାପି ବି ଯେଉଁମାନେ ନିଜର ଦୁର୍ବଳତାକୁ ଲୁଚାଉଛନ୍ତି, ତାଙ୍କ ଅପେକ୍ଷା ତୁମେ ଉଚ୍ଚ ପଦ ପାଇପାରିବ । ବାବାଙ୍କର କର୍ତ୍ତବ୍ୟ ହେଲା ବୁଝାଇବା । ଯେପରି କେହି ନ କହିବେ ଯେ ଆମକୁ ଏକଥା ଜଣା ନ ଥିଲା । ବାବା ସବୁ ପ୍ରକାରର ଶ୍ରୀମତ ଦେଉଛନ୍ତି । ନିଜର ଭୁଲ୍‌କୁ ତୁରନ୍ତ ବାବାଙ୍କୁ କହିଦେବା ଉଚିତ୍ । ବାବା କହୁଛନ୍ତି ଚିନ୍ତା କର ନାହିଁ, ପୁନର୍ବାର ଆଉ କେବେ ବି ସେହି ଭୁଲ୍ କର ନାହିଁ । ଏଥିରେ ଡରିବାର କୌଣସି କଥା ନାହିଁ । ବାବା ସ୍ନେହର ସହିତ ବୁଝାଉଛନ୍ତି । ତେବେ ବାବାଙ୍କୁ କହି ଦେବାରେ କଲ୍ୟାଣ ରହିଛି । ବାବା, ସ୍ନେହର ସହିତ ବୁଝାଇବେ । ନଚେତ୍ ବ୍ରହ୍ମାବାବାଙ୍କ ହୃଦୟରୁ ଏକଦମ୍ ଖସିଯାଇଥାଆନ୍ତି । ତାଙ୍କ ହୃଦୟରୁ ଖସିଗଲ ଅର୍ଥାତ୍ ଶିବବାବାଙ୍କ ହୃଦୟରୁ ମଧ୍ୟ ଖସିଗଲ । ଏପରି ନୁହେଁ ଯେ, ଆମେ ଶିବବାବାଙ୍କଠାରୁ ସିଧାସଳଖ ନେଇପାରିବୁ, କିଛି ବି ହେବ ନାହିଁ । ବାବା ଯେତେ ବୁଝାଉଛନ୍ତି - ବାବାଙ୍କୁ ମନେ ପକାଅ, ସେତେ ବୁଦ୍ଧି ବାହାରକୁ ପଳାଇଯାଉଛି । ଏହିସବୁ କଥା ବାବା ସିଧାସଳଖ ବସି ବୁଝାଉଛନ୍ତି, ଯାହାର ପରେ ଶାସ୍ତ୍ର ତିଆରି ହେଉଛି । ସେଥି ମଧ୍ୟରୁ ଗୀତା ହିଁ ହେଉଛି ଭାରତର ସର୍ବୋତ୍ତମ ଶାସ୍ତ୍ର । ଗାୟନ ମଧ୍ୟ ରହିଛି ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା, ଯାହାର ଗାୟନ ସ୍ୱୟଂ ଭଗବାନ କରିଛନ୍ତି । ବାକି ସବୁ ଧର୍ମ ତ ପରେ ଆସୁଛି । ଗୀତା ହୋଇଗଲା ମାତାପିତା, ବାକି ସମସ୍ତେ ହେଲେ ତା’ର ସନ୍ତାନ । ଗୀତାରେ ହିଁ ଭଗବାନୁବାଚ ରହିଛି । ଶ୍ରୀକୃଷ୍ଣଙ୍କୁ ତ ଦୈବୀ ସମ୍ପ୍ରଦାୟ କୁହାଯିବ । ବ୍ରହ୍ମା, ବିଷ୍ଣୁ, ଶଙ୍କର ତ କେବଳ ଦେବତା ଅଟନ୍ତି । ଭଗବାନ ତ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ହେଲେ । ଏକଥା ବିଲ୍‌କୁଲ୍ ସ୍ପଷ୍ଟ ଯେ, ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଶିବବାବା ରଚନା କରିଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଏଭଳି ତ କେବେ କହୁ ନାହାଁନ୍ତି ଯେ, ଶ୍ରୀକୃଷ୍ଣଙ୍କ ଦ୍ୱାରା ସ୍ଥାପନା । ବ୍ରହ୍ମାଙ୍କର ରୂପ ଦେଖାଇଛନ୍ତି । କାହାର ସ୍ଥାପନା? ବିଷ୍ଣୁପୁରୀର । ଏହି ଚିତ୍ର ତ ହୃଦୟରେ ଛପିଯିବା ଉଚିତ୍ । ଆମେ ଶିବବାବାଙ୍କଠାରୁ ବ୍ରହ୍ମାଙ୍କ ଦ୍ୱାରା ବର୍ସା ନେଉଛୁ । ବାବାଙ୍କ ବିନା ଦାଦାଙ୍କଠାରୁ ବର୍ସା ମିଳିପାରିବ ନାହିଁ । ଯେତେବେଳେ କାହା ସହିତ ମିଶୁଛ ତେବେ ତାଙ୍କୁ କୁହ ବାବା କହୁଛନ୍ତି ମୋତେ ମନେ ପକାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେହେତୁ ଲକ୍ଷ୍ୟ ବହୁତ ଉଚ୍ଚ ତେଣୁ ପ୍ରତି ପାଦରେ ଆତ୍ମିକ ସର୍ଜନଙ୍କ ଠାରୁ ରାୟ ନେବାକୁ ହେବ । ଶ୍ରୀମତ ଅନୁସାରେ ଚାଲିବାରେ ହିଁ ଫାଇଦା ରହିଛି, ତେଣୁ ବାବାଙ୍କୁ କିଛି ବି ଲୁଚାଇବାର ନାହିଁ ।

(୨) ଦେହ ଏବଂ ଦେହଧାରୀମାନଙ୍କଠାରୁ ବୁଦ୍ଧିର ଯୋଗ ହଟାଇ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ । କର୍ମଧନ୍ଦା କରି ମଧ୍ୟ ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ପଡିବ ।

ବରଦାନ:-
ସର୍ବଦା ଏକରସ ସମ୍ପନ୍ନ ମୁଡରେ ରହୁଥିବା ପୁରୁଷାର୍ଥୀ ତଥା ପ୍ରାରବ୍ଧୀ ସ୍ୱରୂପ ଭବ ।

ବାପଦାଦା ବତନରେ ରହି ଦେଖୁଛନ୍ତି ଯେ କେତେକ ପିଲାଙ୍କର ମୁଡ୍ ବହୁତ ବଦଳୁଛି, କେବେ ଆଶ୍ଚର୍ଯ୍ୟର ମୁଡ୍‌, କେବେ ପ୍ରଶ୍ନବାଚକ ମୁଡ୍‌, କେବେ ପୁଣି ଦ୍ୱନ୍ଦ୍ୱରେ ରହିଥିବା ମୁଡ୍‌, କେବେ ଟେନ୍‌ସନ୍‌, କେବେ ଆଟେନ୍‌ଶନ୍‌ର ଝୁଲଣାରେ ଝୁଲିବାର ମୁଡ୍‌... କିନ୍ତୁ ସଂଗମଯୁଗ ପ୍ରାରବ୍ଧୀ ଯୁଗ ଅଟେ, ପୁରୁଷାର୍ଥୀ ଯୁଗ ନୁହେଁ, ସେଥିପାଇଁ ଯାହା ବାବାଙ୍କର ଗୁଣ ତାହା ପିଲାମାନଙ୍କର ଗୁଣ, ଯାହା ବାବାଙ୍କର ସ୍ଥିତି, ତାହା ପିଲାମାନଙ୍କର ସ୍ଥିତି - ଏହା ହିଁ ହେଉଛି ସଂଗମଯୁଗର ପ୍ରାରବ୍ଧ । ତେଣୁ ସର୍ବଦା ଏକରସ ସ୍ଥିତି ଏବଂ ଏକମାତ୍ର ସମ୍ପନ୍ନ ମୁଡ୍‌ରେ ରୁହ, ତେବେ କୁହାଯିବ ବାପ ସମାନ ଅର୍ଥାତ୍ ପ୍ରାରବ୍ଧୀ ସ୍ୱରୂପବାଲା ଆତ୍ମା ।

ସ୍ଲୋଗାନ:-
ଯଦି ବାପଦାଦାଙ୍କ ହାତରେ ନିଜର ବୁଦ୍ଧି ରୂପୀ ହାତ ରହିଥିବ ତେବେ ପରୀକ୍ଷା ରୂପୀ ସାଗରରେ ହଲଚଲ୍ ହେବ ନାହିଁ ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ବିଶ୍ୱସ୍ତ ଆତ୍ମାର ପ୍ରଥମ ଲକ୍ଷଣ ହେଲା - ପ୍ରତି ମୂହୁର୍ତ୍ତରେ ପ୍ରତି ପାଦରେ ଶ୍ରୀମତ ଅନୁସାରେ ଠିକ୍ ଭାବରେ ଚାଲିବା । ସଠିକ୍ ଅର୍ଥାତ୍ ସମ୍ପୂର୍ଣ୍ଣ ମୂର୍ତ୍ତି ହେବା ଅର୍ଥ ହାତୁଡିର ଆଘାତକୁ ସହନ କରିବା । ହାତୁଡି ଦ୍ୱାରା ତ ମୂର୍ତ୍ତିକୁ ଠୁକ୍ ଠୁକ୍ କରି ଠିକ୍ କରାଯାଏ । ତୁମେମାନେ ତ ହାତୁଡିର ପ୍ରହାରକୁ ସହନ କରିବାର ଅନୁଭବୀ ହୋଇଗଲଣି, ତେଣୁ ନଥିଙ୍ଗ୍ ନ୍ୟୁ, କିଛି ନୂଆ କଥା ନୁହେଁ । ଖେଳ ଭଳି ଲାଗୁଛି ନା । ତୁମେ ସେହି ଖେଳକୁ ଦେଖୁଛ ଏବଂ ଖୁସି ମଧ୍ୟ ହେଉଛ । ଆଶୀର୍ବାଦ ମଧ୍ୟ ଦେଉଛ । ତେବେ ହୀରୋ ପାର୍ଟଧାରୀର ଅର୍ଥ ହେଲା ନିର୍ଭୁଲ୍ ଭାବରେ ନିଜର ପାର୍ଟ କରୁଥିବା ନିଶ୍ଚୟବୁଦ୍ଧି, ନିଶ୍ଚିନ୍ତ ଆତ୍ମା ।

ନୋଟ୍‌:- ଆଜି ଆମ ସମସ୍ତଙ୍କର ଅତି ପ୍ରିୟ ବାପଦାଦାଙ୍କର ନୟନର ପିତୁଳା, ନିଜ ହୃଦୟ ସିଂହାସନରେ ବାପଦାଦାଙ୍କୁ ବସାଇଥିବା ମିଠି ଦାଦୀ ଗୁଲ୍‌ଜାର ଜୀଙ୍କର ପୁଣ୍ୟ ସ୍ମୃତି ଦିବସରେ ଆମେ ସବୁ ବ୍ରାହ୍ମଣ କୂଳଭୁଷଣ ଭାଇଭଉଣୀମାନଙ୍କୁ ତାଙ୍କ ଦ୍ୱାରା ସ୍ନେହୀ ଅବ୍ୟକ୍ତ ବାପଦାଦାଙ୍କର ଯେଉଁ ପାଳନା ମିଳିଛି, ସେହି ପାଳନାର ରିଟର୍ଣ୍ଣ (ପ୍ରତିଦାନ) ଦେବା ପାଇଁ ଶୁଭ ସଂକଳ୍ପ କରିବାକୁ ହେବ ଯେପରି ଦାଦିଜୀ ପ୍ରତ୍ୟେକ ପାଦ ଶ୍ରୀମତ ଅନୁସାରେ ଆକ୍ୟୁରେଟ୍ ଚାଲି, ସର୍ବଦା ନିଜର ହର୍ଷିତମୁଖ ଚେହେରା ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ ଦେଲେ ଏବଂ ଆଶୀର୍ବାଦ ନେଲେ, ଆକ୍ୟୁରେଟ୍ ପାର୍ଟ କଲେ, ସେହିପରି ଆମେ ସମସ୍ତେ ତାଙ୍କର ପାଦଚିହ୍ନରେ ଚାଲି ତାଙ୍କୁ ଆମର ସ୍ନେହ ସୁମନ ଅର୍ପଣ କରିବା - ଏହା ହିଁ ହେଉଛି ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ।