11.05.25    Avyakt Bapdada     Odia Murli    07.03.2005     Om Shanti     Madhuban


“ସମ୍ପୂର୍ଣ୍ଣ ପବିତ୍ରତାର ବ୍ରତ ରଖିବା ଏବଂ ମୁଁ ପଣିଆକୁ ସମର୍ପିତ କରିବା ହିଁ ଶିବଜୟନ୍ତୀ ପାଳନ କରିବା”


ଆଜି ବିଶେଷ କରି ଶିବବାବା ନିଜର ଶାଳଗ୍ରାମ ସନ୍ତାନମାନଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛନ୍ତି । ତୁମେ ପିଲାମାନେ ବାବାଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ କିନ୍ତୁ ବାପଦାଦା ପିଲାମାନଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛନ୍ତି କାହିଁକି ନା ବାବାଙ୍କର ପିଲାମାନଙ୍କ ପ୍ରତି ବହୁତ ସ୍ନେହ ଅଛି । ବାବା ଏହି ଧରାଧାମରେ ଅବତରିତ ହେବା ମାତ୍ରକେ ଯଜ୍ଞ ରଚନା କରିଥାଆନ୍ତି ଏବଂ ଯଜ୍ଞରେ ବ୍ରାହ୍ମଣମାନଙ୍କ ବିନା ଯଜ୍ଞର କାର୍ଯ୍ୟ ସମ୍ପନ୍ନ ହୋଇ ପାରିବ ନାହିଁ ସେଥିପାଇଁ ଏହି ଜନ୍ମ ଦିନ ଅଲୌକିକ ଅଟେ, ନ୍ୟାରା ଏବଂ ପ୍ୟାରା ଅଟେ ଅର୍ଥାତ୍ ସ୍ୱତନ୍ତ୍ର ଅଟେ । ଏହି ଜନ୍ମ ଦିନ ଏଭଳି ଅଟେ ଯାହାକି ପିତାଙ୍କର ଜନ୍ମଦିନ ଏବଂ ପିଲାମାନଙ୍କର ଜନ୍ମଦିନ ଗୋଟିଏ ଦିନ ହୋଇଥିବ, ଏଭଳି ଜନ୍ମ ଦିନ ସାରା କଳ୍ପ ଭିତରେ ନା କାହାର ହୋଇଛି, ନା କେବେ ହୋଇପାରିବ । ବାବା ହେଉଛନ୍ତି ନିରାକାର, ଗୋଟିଏ ପଟେ ନିରାକାର ଅଟନ୍ତି, ଅନ୍ୟ ପଟେ ଜନ୍ମ ଦିବସ ମଧ୍ୟ ପାଳନ କରୁଛନ୍ତି । ଦୁନିଆରେ କେବଳ ଏକମାତ୍ର ଶିବବାବା ହିଁ ଅଟନ୍ତି ଯାହାଙ୍କର ନିଜର କୌଣସି ଶରୀର ନାହିଁ, ସେଥିପାଇଁ ବ୍ରହ୍ମାବାବାଙ୍କର ଶରୀରରେ ଅବତରିତ ହେଉଛନ୍ତି ଏବଂ ଏହିଭଳି ଅବତରିତ ହେବାକୁ ହିଁ ଭକ୍ତମାନେ ଜୟନ୍ତୀ ରୂପରେ ପାଳନ କରୁଛନ୍ତି । ତେବେ ତୁମେ ସମସ୍ତେ ବାବାଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ, ନା ନିଜର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ? ଅଭିନନ୍ଦନ ଦେବା ପାଇଁ ଆସିଛ ନା ନେବା ପାଇଁ ଆସିଛ? ଏହିଭଳି ଏକାଠି ରହିବାର ପ୍ରତିଜ୍ଞା ବାବା ପିଲାମାନଙ୍କ ସହିତ କରିଛନ୍ତି । ଏବେ ବି ସଂଗମଯୁଗରେ ଯୁଗଳ ରୂପରେ ସାଥୀରେ ଅଛନ୍ତି, ଅବତରଣ ମଧ୍ୟ ଏକାଠି କରିଛନ୍ତି, ପରିବର୍ତ୍ତନ କରିବାର କାର୍ଯ୍ୟ ମଧ୍ୟ ଏକାଠି କରୁଛନ୍ତି, ଏବଂ ନିଜ ଘର ପରମଧାମକୁ ଯିବାରେ ମଧ୍ୟ ସାଥୀ ଅଟନ୍ତି । ଏହା ହିଁ ହେଉଛି ବାବା ଏବଂ ପିଲାମାନଙ୍କର ସ୍ନେହର ସ୍ୱରୂପ ।

ଶିବଜୟନ୍ତୀ ଭକ୍ତମାନେ ମଧ୍ୟ ପାଳନ କରୁଛନ୍ତି ଏବଂ ତୁମୋମନେ ମଧ୍ୟ ପାଳନ କରୁଛ କିନ୍ତୁ ସେମାନେ କେବଳ ଡାକିଥାଆନ୍ତି ଏବଂ ଗୀତ ଗାଇଥାଆନ୍ତି । ତୁମେମାନେ ଡାକୁ ନାହଁ, ତୁମମାନଙ୍କର ପାଳନ କରିବାର ଅର୍ଥ ହେଲା ବାବାଙ୍କ ସମାନ ହେବା । ପାଳନ କରିବା ଅର୍ଥ ସର୍ବଦା ଉମଙ୍ଗ ଉତ୍ସାହରେ ଉଡିବା ସେଥିପାଇଁ ଏହାକୁ ଉତ୍ସବ କୁହାଯାଏ । ତେବେ ଉତ୍ସବର ଅର୍ଥ ହେଉଛି ଉତ୍ସାହରେ ରହିବା । ତେଣୁ ସର୍ବଦା ଉତ୍ସବରେ ଅର୍ଥାତ୍ ଉତ୍ସାହରେ ରହିବା ବାଲା ଅଟ ନା! ସବୁବେଳେ ରହୁଛ ନା କେବେ କେବେ ରହୁଛ? ଏମିତି ବି ଦେଖିବାକୁ ଗଲେ ବ୍ରାହ୍ମଣ ଜୀବନର ଶ୍ୱାସକ୍ରିୟା ଉମଙ୍ଗ-ଉତ୍ସାହ ଅଟେ । ଯେପରି ଶ୍ୱାସକ୍ରିୟା ବିନା ବଞ୍ଚିବା ଅସମ୍ଭବ, ସେହିପରି ବ୍ରାହ୍ମଣ ଆତ୍ମାମାନେ ଉମଙ୍ଗ-ଉତ୍ସାହ ଅଟେ । ବିନା ବ୍ରାହ୍ମଣ ଜୀବନରେ ରହିପାରିବେ ନାହିଁ । ଏହିଭଳି ଅନୁଭବ କରୁଛ ନା? ଦେଖ ବିଶେଷ କରି ଜୟନ୍ତୀ ପାଳନ କରିବା ପାଇଁ କେଉଁଠୁ କେଉଁଠୁ ଦୂରଦୂରାନ୍ତରୁ ଧାଇଁ ଧାଇଁ ଆସିଛ । ବାପଦାଦାଙ୍କୁ ନିଜର ଜନ୍ମ ଦିନ ପାଇଁ ସେତିକି ଖୁସି ଲାଗୁ ନାହିଁ ଯେତିକି ପିଲାମାନଙ୍କର ଜନ୍ମ ଦିନ ପାଳନ କରିବାର ଖୁସି ଲାଗୁଛି, ସେଥିପାଇଁ ବାପଦାଦା ଗୋଟିଏ ଗୋଟିଏ ସନ୍ତାନଙ୍କୁ ପଦ୍ମାଗୁଣା ଖୁସିର ଥାଳୀ ଗୁଡିକୁ ଭରପୁର କରି ଅଭିନନ୍ଦନ ଦେଉଛନ୍ତି । ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।

ବାପଦାଦାଙ୍କୁ ଆଜିର ଦିନରେ ସଚ୍ଚା ଭକ୍ତମାନେ ମଧ୍ୟ ବହୁତ ମନେ ପଡୁଛନ୍ତି । ସେମାନେ ବ୍ରତ ରଖୁଛନ୍ତି ଗୋଟିଏ ଦିନ ପାଇଁ କିନ୍ତୁ ତୁମେ ମାନେ ବ୍ରତ ରଖିଛ ସାରା ଜୀବନ ସମ୍ପୂର୍ଣ୍ଣ ପବିତ୍ର ହେବା ପାଇଁ । ସେମାନେ ଖାଇବା ପିଇବାର ବ୍ରତ ରଖୁଛନ୍ତି, ତୁମେମାନେ ମଧ୍ୟ ନିଜର ମନକୁ ବ୍ୟର୍ଥ ସଂକଳ୍ପର, ନକାରାତ୍ମକ ସଂକଳ୍ପର ଏବଂ ଅପବିତ୍ର ସଂକଳ୍ପର ଭୋଜନ ନ ଦେବାର ବ୍ରତ ରଖିଛ । କ’ଣ ପକ୍କା ବ୍ରତ ରଖିଛ ତ? ଡବଲ ବିଦେଶୀମାନେ ଆଗରେ ଆଗରେ ବସିଛନ୍ତି । ଆଗରେ ବସିଥିବା ଏହି କୁମାର କୁହ, କୁମାରମାନେ ବ୍ରତ ରଖିଛ, ପକ୍କା ବ୍ରତ ରଖିଛ ? କଞ୍ଚା ନୁହେଁ ତ? ମାୟା ମଧ୍ୟ ଶୁଣୁଛି । ସମସ୍ତେ ଝଣ୍ଡି ଅର୍ଥାତ୍ ଛୋଟ ଛୋଟ ପତାକା ହଲାଉଛନ୍ତି ତେଣୁ ମାୟା ମଧ୍ୟ ଏହାକୁ ଦେଖୁଛି । ଯେବେକି ବ୍ରତ ଧାରଣ କରିଛ-ମୋତେ ପବିତ୍ର ହେବାକୁ ହିଁ ପଡିବ, ତେଣୁ ବ୍ରତ ରଖିବା ଅର୍ଥ ନିଜର ମନୋବୃତ୍ତିକୁ ଶ୍ରେଷ୍ଠ କରିବା । ତେବେ ମନର ବୃତ୍ତି ଯେଉଁଭଳି ହୋଇଥାଏ ଦୃଷ୍ଟି ଏବଂ କୃତି ଅର୍ଥାତ୍ କର୍ମ ମଧ୍ୟ ସ୍ୱତଃ ହିଁ ସେହିଭଳି ହୋଇଥାଏ । ତେଣୁ ଏହିଭଳି ବ୍ରତ ରଖିଛ ନା! ପବିତ୍ର ଶୁଭବୃତ୍ତି, ପବିତ୍ର ଶୁଭଦୃଷ୍ଟି । ଯେତେବେଳେ ପରସ୍ପରକୁ ଦେଖୁଛ କ’ଣ ଦେଖୁଛ? ମୁହଁକୁ ଦେଖୁଛ ନା ଭ୍ରୃକୁଟୀ ମଝିରେ ଚମକୁଥିବା ଆତ୍ମାକୁ ଦେଖୁଛ? କେହି ଜଣେ କହୁଥିଲା ଯେତେବେଳେ କଥା କହିବାକୁ ପଡୁଛି ବା କିଛି କାମ କରିବାକୁ ପଡୁଛି ସେତେବେଳେ ମୁହଁକୁ ଦେଖି କଥା କହିବାକୁ ପଡୁଛି, ଆଖି ଉପରେ ହିଁ ଦୃଷ୍ଟି ପଡୁଛି, ତେଣୁ କେବେ କେବେ ମୁଖକୁ ଦେଖିବା ଦ୍ୱାରା ଟିକିଏ ବୃତ୍ତି ବଦଳିଯାଉଛି । ତେଣୁ ବାପଦାଦା କହୁଛନ୍ତି - ଆଖି ସହିତ ଭ୍ରୃକୁଟୀ ମଧ୍ୟ ରହିଛି, ତେଣୁ ଭ୍ରୃକୁଟୀ ମଝିରେ ଆତ୍ମାକୁ ଦେଖି କଥା ହୋଇପାରିବ! ଏବେ ବାପଦାଦା ସମ୍ମୁଖରେ ବସି ପିଲାମାନଙ୍କର ଆଖିକୁ ଦେଖୁଛନ୍ତି ନା ଭ୍ରୃକୁଟୀକୁ ଦେଖୁଛନ୍ତି, ଜାଣିପାରୁଛ? ଦୁଇଟିଯାକ ପାଖାପାଖି ତ ଅଛନ୍ତି ନା! ତେଣୁ ମୁଖକୁ ଦେଖ କିନ୍ତୁ ମୁଖରେ ଥିବା ଭ୍ରୃକୁଟୀ ମଝିରେ ଚମକୁଥିବା ତାରାକୁ ଦେଖ । ତେଣୁ ଏହାର ମଧ୍ୟ ବ୍ରତ ରଖ, ବ୍ରତ ରଖିଛ କିନ୍ତୁ ଏଥିପ୍ରତି ଆହୁରି ଅଧିକ ଧ୍ୟାନ ଦିଅ । ଆତ୍ମାକୁ ଦେଖି କଥାବାର୍ତ୍ତା କରିବାକୁ ହେବ, ଆତ୍ମା ସହିତ ଆତ୍ମା କଥା ହେଉଛି । ଆତ୍ମା ଦେଖୁଛି । ଏହାଦ୍ୱାରା ବୃତ୍ତି ସର୍ବଦା ଶୁଭ ରହିବ ଏବଂ ଆଉ ଗୋଟିଏ ଲାଭ ହେବ ଯାହାକି ଯେପରି ବୃତ୍ତି ସେହି ଅନୁସାରେ ବାୟୁମଣ୍ଡଳ ମଧ୍ୟ ନିର୍ମାଣ ହୋଇଥାଏ ଏବଂ ବାୟୁମଣ୍ଡଳକୁ ଶ୍ରେଷ୍ଠ କରିବା ଦ୍ୱାରା ନିଜର ପୁରୁଷାର୍ଥ ସହିତ ସେବା ମଧ୍ୟ ହୋଇଯାଇଥାଏ । ତେଣୁ ଡବଲ ଫାଇଦା ହେଲା ନା! ତେଣୁ ନିଜର ବୃତ୍ତିକୁ ଏଭଳି ଶ୍ରେଷ୍ଠ କର ଯାହାକି କିପରି କେତେ ବି ବିକାରୀ, ପତିତ ଆତ୍ମା ଆସୁ ତୁମର ଶ୍ରେଷ୍ଠ ବୃତ୍ତିର ବାୟୁମଣ୍ଡଳ ଦ୍ୱାରା ପରିବର୍ତ୍ତନ ହୋଇଯାଉ । ଏହିଭଳି ବ୍ରତ ସର୍ବଦା ସ୍ମୃତିରେ ରହୁ ଏବଂ ସ୍ୱରୂପରେ ରହୁ ।

ଆଜିକାଲି ବାପଦାଦା ପିଲାମାନଙ୍କର ଚାର୍ଟକୁ ଦେଖୁଛନ୍ତି, ନିଜର ବୃତ୍ତି ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିବା ପରିବର୍ତ୍ତେ କେଉଁଠି କେଉଁଠି, କେବେ କେବେ ଅନ୍ୟମାନଙ୍କର ବାୟୁମଣ୍ଡଳର ମଧ୍ୟ ପ୍ରଭାବ ପଡିଯାଉଛି । ଏହାର କାରଣ କ’ଣ? ପିଲାମାନେ ବାର୍ତ୍ତାଳାପ କରିବା ସମୟରେ ବହୁତ ମିଠା ମିଠା କଥା କହିଥାଆନ୍ତି, କହିଥାଆନ୍ତି ଏହାଙ୍କର ବିଶେଷତା ଭଲ ଲାଗୁଛି, ଏହାଙ୍କ ଠାରୁ ବହୁତ ଭଲ ସହଯୋଗ ମିଳୁଛି କିନ୍ତୁ ବିଶେଷତା ତ ପ୍ରଭୁଙ୍କର ଦାନ ଅଟେ । ବ୍ରାହ୍ମଣ ଜୀବନରେ ଯାହା ବି ପ୍ରାପ୍ତ ହୋଇଛି, ଯାହା ବି ବିଶେଷତା ଅଛି, ସବୁ କିଛି ପ୍ରଭୁ ପ୍ରସାଦ ଅଟେ, ପ୍ରଭୁଙ୍କର ଦାନ ଅଟେ ତେଣୁ ଦାତାଙ୍କୁ ଭୁଲି ଦାତାଙ୍କଠାରୁ ନେବାବାଲାଙ୍କୁ ମନେ ପକାଉଛ । ପ୍ରସାଦ କେବେ ବି କାହାର ବ୍ୟକ୍ତିଗତ ଅଟେ, ଏହା ତ ଗାୟନ ନାହିଁ । ପ୍ରଭୁ ପ୍ରସାଦ ବୋଲି କହିଥାଆନ୍ତି । ଅମୁକଙ୍କର ପ୍ରସାଦ କୁହାଯାଏ ନାହିଁ । ସହଯୋଗ ମିଳୁଛି, ଏହା ତ ଭଲ କଥା କିନ୍ତୁ ସହଯୋଗ କରାଉଥିବା ଦାତାଙ୍କୁ କାହିଁକି ଭୁଲିଯାଉଛ? ତେଣୁ ପକ୍କା ପକ୍କା ଜନ୍ମ ଦିନର ବ୍ରତ ରଖିଛ ତ? ବୃତ୍ତି ପରିବର୍ତ୍ତନ ହୋଇଯାଇଛି ତ? ତେବେ ସମ୍ପୂର୍ଣ୍ଣ ପବିତ୍ରତାକୁ ଧାରଣ କରିବା ହିଁ ସଚ୍ଚା ସଚ୍ଚା ବ୍ରତ ରଖିବା ବା ପ୍ରତିଜ୍ଞା କରିବା । ତେଣୁ ଚେକ୍ କର - ବଡ ବଡ ବିକାରଗୁଡିକର ବ୍ରତ ତ ରଖିଛ କିନ୍ତୁ ସେମାନଙ୍କର ଅନେକ ଛୋଟ ଛୋଟ ପିଲାଛୁଆଙ୍କଠାରୁ ମୁକ୍ତ ଅଟ ତ? ଏମିତି ବି ଦେଖ ଜୀବନରେ ଘର ଗୃହସ୍ଥ ବାଲାଙ୍କର ପିଲାମାନଙ୍କ ଠାରୁ ଅଧିକ ସ୍ନେହ ନାତି-ନାତୁଣୀଙ୍କ ପ୍ରତି ରହିଥାଏ । ମାତାମାନଙ୍କର ସ୍ନେହ ଥାଏ ନା । ତେବେ ବଡ ବଡ ରୂପକୁ ତ ଜିତିଯାଉଛ କିନ୍ତୁ ଛୋଟ ଛୋଟ ସୂକ୍ଷ୍ମ ସ୍ୱରୂପରେ ସେମାନେ ଆକ୍ରମଣ କରୁ ନାହାଁନ୍ତି ତ? ଯେମିତି କେହି କେହି କୁହନ୍ତି - ଆସକ୍ତି ନାହିଁ ଯେ କିନ୍ତୁ ଭଲ ଲାଗୁଛି । ଏହି ଜିନିଷଟି ବହୁତ ଭଲ ଲାଗୁଛି କିନ୍ତୁ ଆସକ୍ତି ନାହିଁ । ତେବେ ବିଶେଷ ଭଲ କାହିଁକି ଲାଗୁଛି? ତେଣୁ ଚେକ୍‌ କର ଛୋଟ ଛୋଟ ରୂପରେ ମଧ୍ୟ ଅପବିତ୍ରତାର ଅଂଶ ରହିଯାଇ ନାହିଁ ତ? କାହିଁକି ନା ଅଂଶରୁ କେବେ ବି ବଂଶର ଉତ୍ପତ୍ତି ହୋଇପାରେ । କୌଣସି ବି ବିକାର ଚାହେଁ ଛୋଟ ରୂପରେ ଚାହେଁ ବଡ ରୂପରେ ଆସିବାର ନିମିତ୍ତ ଗୋଟିଏ ଶବ୍ଦର ଭାବାର୍ଥ ହିଁ ଅଟେ, ସେହି ଗୋଟିଏ ଶବ୍ଦ ହେଲା - “ମୁଁ” ଦେହ ଅଭିମାନର “ମୁଁ” । ଏହି ଗୋଟିଏ ଶବ୍ଦରୁ ଅଭିମାନ ମଧ୍ୟ ଆସିଥାଏ ଏବଂ ଅଭିମାନ ଯଦି ପୂରଣ ନ ହୁଏ ତେବେ କ୍ରୋଧ ମଧ୍ୟ ଆସିଥାଏ କାହିଁକି ନା ଅଭିମାନର ଲକ୍ଷଣ ହେଲା - ସେହି ଆତ୍ମା ନିଜର ଅପମାନର ଗୋଟିଏ ବି ଶବ୍ଦ ସହନ କରିପାରିବ ନାହିଁ, ସେଥିପାଇଁ କ୍ରୋଧ ଆସିଯାଇଥାଏ । ତେଣୁ ଭକ୍ତମାନେ ତ ବଳୀ ଚଢାଇଥାଆନ୍ତି କିନ୍ତୁ ତୁମେମାନେ ଆଜିର ଦିନରେ ଯାହା ବି ସବୁ ବିନାଶୀ ମୁଁ ପଣିଆ ରହିଛି, ସେଗୁଡିକୁ ବାବାଙ୍କୁ ସମର୍ପଣ କରିଦିଅ ଅର୍ଥାତ୍ ବଳୀ ଚଢାଇଦିଅ । ଏକଥା ଭାବନାହିଁ ଯେ କରିବାକୁ ତ ହେବ - ହେବାକୁ ତ ପଡିବ.... ଏଭଳି ତ କର ନାହିଁ । ସମର୍ଥ ଅଟ ଏବଂ ସମର୍ଥ ହୋଇ ଏହାକୁ ସମାପ୍ତ କର । ଏହା କିଛି ନୂଆ କଥା ନୁହେଁ, କେତେ କଳ୍ପ, କେତେ ଥର ସମ୍ପୂର୍ଣ୍ଣ ହୋଇସାରିଛ, ମନେ ଅଛି? କିଛି ନୂଆ କଥା ନୁହେଁ । କଳ୍ପ କଳ୍ପ ହୋଇ ଆସିଛ, ହୋଇଥିବା କଥା ହିଁ ଏବେ ହେଉଛି । କେବଳ ପୁନରାବୃତ୍ତି କରିବାକୁ ହେବ । ହୋଇଥିବା କଥାକୁ ପୁଣି କରିବାକୁ ହେବ, ସେଥିପାଇଁ କୁହାଯାଏ ପୂର୍ବ ପ୍ରସ୍ତୁତ ଡ୍ରାମା । ତିଆରି ହୋଇ ରହିଛି କେବଳ ଏବେ ତାକୁ ପୁନରାବୃତ୍ତି କରିବାକୁ ହେବ ଅର୍ଥାତ୍ ତିଆରି କରିବାକୁ ହେବ ତେଣୁ ଏହା କଷ୍ଟକର ନା ସହଜ? ବାପଦାଦା ଜାଣିଛନ୍ତି ସଂଗମଯୁଗକୁ ସହଜ ପୁରୁଷାର୍ଥର ବରଦାନ ମିଳିଛି । ଏହି ଜନ୍ମରେ ସହଜ ପୁରୁଷାର୍ଥର ବରଦାନ ଦ୍ୱାରା ୨୧ ଜନ୍ମ ପର୍ଯ୍ୟନ୍ତ ସହଜ ଜୀବନ ସ୍ୱତଃ ହିଁ ପ୍ରାପ୍ତ ହେବ । ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ମେହନତରୁ ମୁକ୍ତ କରିବା ପାଇଁ ଆସିଛନ୍ତି । ୬୩ ଜନ୍ମ ତ ମେହନତ କରି କରି ଆସିଲ, ଏବେ ଏହି ଗୋଟିଏ ଜନ୍ମ ତ ପରମାତ୍ମ ସ୍ନେହ, ପରମାତ୍ମ ପ୍ରେମ ଆଧାରରେ ମେହନତରୁ ମୁକ୍ତ ହୋଇଯାଅ । କାରଣ ଯେଉଁଠି ମୋହବତ ଅର୍ଥାତ୍ ପ୍ରଭୁ ପ୍ରେମ ରହିଛି ସେଠାରେ ମେହନତ କରିବାକୁ ପଡେ ନାହିଁ, ଏବଂ ଯେଉଁଠି ମେହନତ୍ ଅଛି ସେଠାରେ ମୋହବତ୍ ନାହିଁ । ତେଣୁ ବାପଦାଦା ସମସ୍ତଙ୍କୁ ସହଜ ପୁରୁଷାର୍ଥୀ ଭବର ବରଦାନ ଦେଉଛନ୍ତି ଏବଂ ମେହନତରୁ ମୁକ୍ତ ହେବାର ସାଧନ ହେଲା - ମୋହବତ୍ ଅର୍ଥାତ୍ ବାବାଙ୍କ ସହିତ ହାର୍ଦ୍ଦିକ ସ୍ନେହ । ସ୍ନେହରେ ଲବଲୀନ ହୋଇଯାଅ, ଏହାର ଯନ୍ତ୍ର ଅର୍ଥାତ୍ ସାଧନ ହେଲା - ମନମନାଭବର ମନ୍ତ୍ର । ତେଣୁ ଯନ୍ତ୍ରକୁ ସର୍ବଦା କାମରେ ଲଗାଅ । କାମରେ ଲଗାଇବା ତ ଜଣା ଅଛି ନା! ବାପଦାଦା ଦେଖୁଛନ୍ତି ସଂଗମଯୁଗରେ ପରମାତ୍ମ ସ୍ନେହ ଦ୍ୱାରା, ବାପଦାଦାଙ୍କ ଦ୍ୱାରା କେତେ ସବୁ ଶକ୍ତି ମିଳିଛି, ଗୁଣ ମିଳିଛି, ଜ୍ଞାନ ମିଳିଛି, ଖୁସି ମିଳିଛି । ଏହି ସମସ୍ତ ପ୍ରଭୁଙ୍କ ଦାନକୁ ବା ସମ୍ପତ୍ତିକୁ ଯଥା ସମୟରେ କାର୍ଯ୍ୟରେ ଲଗାଅ ।

ତେଣୁ ବାପଦାଦା କ’ଣ ଚାହୁଁଛନ୍ତି ଶୁଣିଲ ତ? ପ୍ରତ୍ୟେକ ସନ୍ତାନ ସହଜ ପୁରୁଷାର୍ଥୀ ହୁଅନ୍ତୁ, ସହଜ ମଧ୍ୟ ଏବଂ ତୀବ୍ର ମଧ୍ୟ । ଏଥିପାଇଁ ଦୃଢତାର ଶକ୍ତିକୁ ବ୍ୟବହାର କର । ମୋତେ ହେବାକୁ ହିଁ ପଡିବ, ମୁଁ ହେବି ନାହିଁ ତ ଆଉ କିଏ ହେବ । ମୁଁ ହିଁ ହୋଇଥିଲି, ମୁଁ ହିଁ ଅଟେ, ଏବଂ ପ୍ରତି କଳ୍ପରେ ମୁଁ ହିଁ ହେଉଥିବି, ଏତିକି ଦୃଢ ନିଶ୍ଚୟ ନିଜ ଭିତରେ ଧାରଣ କରିବାକୁ ହିଁ ପଡିବ । କରିବି ବୋଲି କୁହ ନାହିଁ, ନିଶ୍ଚିତ କରିବି, ନିଶ୍ଚିତ ହେବ, ହୋଇ କରି ହିଁ ରହିଛି ।

ବାପଦାଦା ଦେଶ ବିଦେଶର ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । କେବଳ ତୁମେ ସମ୍ମୁଖରେ ବସିଥିବା ପିଲାମାନଙ୍କୁ ଦେଖୁ ନାହାଁନ୍ତି, ଚାରିଆଡର ଦେଶ ବିଦେଶର ପିଲାମାନଙ୍କୁ ଦେଖୁଛନ୍ତି । ଅଧିକାଂଶ ସ୍ଥାନମାନଙ୍କର ଜନ୍ମ ଦିନର ଅଭିନନ୍ଦନ ମିଳିଛି, କାର୍ଡ ମଧ୍ୟ ମିଳିଛି, ଇମେଲ୍ ମଧ୍ୟ ମିଳିଛି, ଅନ୍ତରର ସଂକଳ୍ପ ମଧ୍ୟ ମିଳିଛି । ବାବା ମଧ୍ୟ ପିଲାମାନଙ୍କୁ ଗୀତ ଗାଉଛନ୍ତି, ତୁମେମାନେ ଗୀତ ଗାଉଛ ନା - ବାବା ଆପନେ କର ଦୀ କମାଲ, ତେଣୁ ବାବା ମଧ୍ୟ ଗୀତ ଗାଉଛନ୍ତି, ମିଠା ମିଠା ପିଲାମାନେ ମଧ୍ୟ କମାଲ କରିଦେଲେ । ବାପଦାଦା ତ ସବୁବେଳେ କହୁଛନ୍ତି ଯେ ତୁମେମାନେ ତ ସମ୍ମୁଖରେ ବସିଛ କିନ୍ତୁ ଦୂରରେ ବସିଥିବା ପିଲାମାନେ ମଧ୍ୟ ବାପଦାଦାଙ୍କର ହୃଦୟରେ ବସିଛନ୍ତି । ଆଜି ଚାରିଆଡେ ପିଲାମାନଙ୍କର ସଂକଳ୍ପରେ ଅଛି - ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ବାପଦାଦାଙ୍କର କାନରେ ମଧ୍ୟ ଶବ୍ଦ ଶୁଣାଯାଉଛି ଏବଂ ମନରେ ସଂକଳ୍ପ ମଧ୍ୟ ପହଞ୍ଚୁଛି । ଏହି ସବୁ କାର୍ଡ ବା ପତ୍ର ଗୁଡିକ ତ ନିମିତ୍ତ ମାତ୍ର ଅଟେ କିନ୍ତୁ ବହୁତ ବଡ ହୀରାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଉପହାର ମଧ୍ୟ ଅଟେ । ଏହି କଥା ସମସ୍ତେ ଶୁଣୁଛନ୍ତି ମଧ୍ୟ ଏବଂ ହର୍ଷିତ ମଧ୍ୟ ହେଉଛନ୍ତି । ତେବେ ସମସ୍ତେ ନିଜର ଜନ୍ମ ଦିନ ପାଳନ କରିନେଲ ତ! ଚାହେଁ ଦୁଇ ବର୍ଷର ହୋଇଥାଅ, ଚାହେଁ ଏକ ବର୍ଷର ହୋଇଥାଅ, ଚାହେଁ ଏକ ସପ୍ତାହର ହୋଇଥାଅ କିନ୍ତୁ ଏହା ଯେହେତୁ ଯଜ୍ଞର ସ୍ଥାପନାର ଜନ୍ମ ଦିବସ ତେଣୁ ସବୁ ବ୍ରାହ୍ମଣ ପିଲାମାନେ ତ ଯଜ୍ଞ ନିବାସୀ ହିଁ ଅଟନ୍ତି, ସେଥିପାଇଁ ସବୁ ପିଲାଙ୍କୁ ବହୁତ ବହୁତ ଆନ୍ତରିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ମଧ୍ୟ ଦେଉଛୁ, ଆଶୀର୍ବାଦ ମଧ୍ୟ ଦେଉଛ ଏବଂ ସଦାସର୍ବଦା ଏହିଭଳି ଆଶୀର୍ବାଦରେ ହିଁ ପାଳିତ ହେଉଥାଅ, ଏବଂ ଉଡୁଥାଅ । ତେବେ ଅଶୀର୍ବାଦ ଦେବା ଏବଂ ନେବା ତ ସହଜ ଅଟେ ନା! କ’ଣ ସହଜ ଅଟେ ତ? ଯେଉଁମାନେ ଭାବୁଛନ୍ତି ସହଜ ଅଟେ ସେମାନେ ହାତ ଉଠାଅ, ପତାକା ହଲାଅ । ତେଣୁ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାକୁ ଭୁଲୁ ନାହଁ ତ? କାହିଁକି ନା ସବୁଠାରୁ ସହଜ ପୁରୁଷାର୍ଥ ହେଲା ଆଶୀର୍ବାଦ ଦେବା ଏବଂ ଆଶୀର୍ବାଦ ନେବା । ଏଥିରେ ସୁଯୋଗ ମଧ୍ୟ ଆସିଯାଉଛି, ଜ୍ଞାନ, ଧାରଣା ଏବଂ ସେବା ମଧ୍ୟ ଆସିଯାଉଛି । କେବଳ ଆଶୀର୍ବାଦ ଦେବାରେ ଏବଂ ଆଶୀର୍ବାଦ ନେବାରେ ଚାରୋଟିଯାକ ବିଷୟ ଆସିଯାଉଛି । ତେବେ ଡବଲ ବିଦେଶୀମାନେ କୁହ - ଆଶୀର୍ବାଦ ଦେବା ଏବଂ ନେବା ସହଜ ଅଟେ ନା! କ’ଣ କହୁଛ ସହଜ ଅଟେ ତ? ୨୦ ବର୍ଷ ହେଲା ଯେଉଁମାନେ ଆସିଛନ୍ତି ସେମାନେ ହାତ ଉଠାଅ । ତୁମମାନଙ୍କୁ ତ ୨୦ ବର୍ଷ ହୋଇଛି କିନ୍ତୁ ବାପଦାଦା ତୁମମାନଙ୍କୁ ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । କେତେ ଦେଶରୁ ଆସିଛ? (୬୯ଟି ଦେଶରୁ) ଅଭିନନ୍ଦନ । ୬୯ ତମ ଜନ୍ମ ଦିନ ପାଳନ କରିବା ପାଇଁ । ୬୯ଟି ଦେଶରୁ ଆସିଛନ୍ତି । କେତେ ଭଲ କଥା । ଆସିବା ବେଳେ କୌଣସି ଅସୁବିଧା ତ ହୋଇନାହିଁ ନା! ସହଜରେ ଆସିଯାଇଛ ନା! ଯେଉଁଠାରେ ମୋହବତ୍ ରହିଛି ସେଠାରେ କୌଣସି ମେହନତ ନ ଥାଏ । ତେବେ ଆଜିର ବିଶେଷ ବରଦାନ କ’ଣ ମନେ ରଖିଲ? ସହଜ ପୁରୁଷାର୍ଥୀ । ସହଜ କାର୍ଯ୍ୟକୁ ଶୀଘ୍ର ଶୀଘ୍ର କରି ଦେଇଥାନ୍ତି । କିନ୍ତୁ ପରିଶ୍ରମ କାମ କରିବା ପାଇଁ କଷ୍ଟ ଲାଗିଥାଏ, ତେଣୁ ସମୟ ଲାଗିଥାଏ । ତେଣୁ ତୁମେ ସମସ୍ତେ କ’ଣ ଅଟ? ସହଜ ପୁରୁଷାର୍ଥୀ । କୁହ, ମନେ ରଖିବ ତ! ନିଜ ନିଜ ଦେଶକୁ ଯାଇ ପରିଶ୍ରମ କରିବାରେ ଲାଗି ପଡିବ ନାହିଁ । ଯଦି କୌଣସି ମେହନତର କାମ ଆସିଯାଏ, ତେବେ ଦିଲ୍‌ରେ କହିବ ବାବା, ମେରା ବାବା ସାହାଯ୍ୟ କର, ତେବେ ମେହନତ ସମାପ୍ତ ହୋଇଯବ । ଆଚ୍ଛା! ପାଳନ କରିନେଲ ନା! ବାବା ମଧ୍ୟ ପାଳନ କରିଦେଲେ ଏବଂ ତୁମେମାନେ ମଧ୍ୟ ପାଳନ କରିଦେଲ । ଆଚ୍ଛା!

ଏବେ ଗୋଟିଏ ସେକେଣ୍ଡରେ ଡ୍ରିଲ୍ କରିପାରିବ? କରିପାରିବ ନା! ଆଚ୍ଛା! (ବାପଦାଦା ଡ୍ରିଲ୍ କରାଇଲେ)

ଚାରିଆଡର ସର୍ବଦା ଉମଙ୍ଗ-ଉତ୍ସାହରେ ରହୁଥିବା ଶ୍ରେଷ୍ଠ ପିଲାମାନଙ୍କୁ ସର୍ବଦା ସହଜ ପୁରୁଷାର୍ଥୀ ସଂଗମଯୁଗୀ ସର୍ବ ବରଦାନୀ ପିଲାମାନଙ୍କୁ, ସର୍ବଦା ବାବା ଏବଂ ମୁଁ ଆତ୍ମା - ଏହି ସ୍ମୃତିରେ ମୁଁ ଶବ୍ଦ କହିବାବାଲା, ମୁଁ ଆତ୍ମା, ସର୍ବଦା ସର୍ବ ଆତ୍ମାମାନଙ୍କୁ ନିଜର ବୃତ୍ତି ଦ୍ୱାରା ବାୟୁମଣ୍ଡଳର ସହଯୋଗ ଦେବାବାଲା ମାଷ୍ଟର ସର୍ବଶକ୍ତିବାନ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆଶୀର୍ବାଦ, ଅଭିନନ୍ଦନ ଏବଂ ନମସ୍ତେ ।

ଡବଲ ବିଦେଶୀ ବଡ ବଡ ଉଉଣୀ ମାନଙ୍କୁ:- ସମସ୍ତେ ଭଲ ମେହନତ କରିଛ । ଅଲଗା ଅଲଗା ଗ୍ରୃପ କରିଛ ନା ତେଣୁ ମେହନତ ଭଲ କରିଛ ଏବଂ ଏଠାରେ ବାୟୁମଣ୍ଡଳ ମଧ୍ୟ ଭଲ ଅଟେ, ସଂଗଠନରେ ମଧ୍ୟ ଶକ୍ତି ରହିଛି ତେଣୁ ସମସ୍ତଙ୍କୁ ଭଲ ସତେଜତା ମିଳିଯାଉଛି ଏବଂ ତୁମୋମନେ ନିମିତ୍ତ ହୋଇଯାଉଛ । ଭଲ କଥା । ଦୂର ଦୂରାନ୍ତରେ ରହୁଛ ନା, ତେଣୁ ସଂଗଠନର ଶକ୍ତି ତୁମମାନଙ୍କ ପାଇଁ ଭଲ କାମ କରୁଛି । ଏତେ ବଡ ପରିବାର ଯେତେବେଳେ ଏକାଠି ହେଉଛ ସେତେବେଳେ ସମସ୍ତଙ୍କର ବିଶେଷତାର ପ୍ରଭାବ ତ ନିଶ୍ଚିତ ପଡୁଛି । ବହୁତ ଭଲ ଯୋଜନା ମଧ୍ୟ କରିଛ! ବାପଦାଦା ଖୁସି ହେଉଛନ୍ତି । ସମସ୍ତଙ୍କର ସୁଗନ୍ଧ ତୁମୋମନେ ନେଇଯାଉଛ । ସେମାନେ ଖୁସି ହେଉଛନ୍ତି ତୁମମାନଙ୍କୁ ଆଶୀର୍ବାଦ ମିଳିଯାଉଛି । ଭଲ କଥା, ଏଠାରେ ଯେଉଁଭଳି ସମସ୍ତେ ଏକାଠି ହୋଇଯାଉଛ ଏହା ବହୁତ ଭଲ କଥା, ପରସ୍ପର ଭିତରେ ଲେନ୍‌-ଦେନ୍ ମଧ୍ୟ ହୋଇଯାଉଛି ଏବଂ ସତେଜତା ମଧ୍ୟ ମିଳିଯାଉଛି । ପରସ୍ପରର ବିଶେଷତା ଯାହାକି ସମସ୍ତଙ୍କୁ ପସନ୍ଦ ହେଉଛି, ତାକୁ ମଧ୍ୟ ବ୍ୟବହାର କରୁଛ ଏହାଦ୍ୱାରା ସଂଗଠନ ମଧ୍ୟ ଭଲ ହୋଇଯାଉଛି । ତେଣୁ ଏହା ଠିକ୍ ଅଛି ।

ସେଣ୍ଟର ନିବାସୀ ଭାଇଭଉଣୀଙ୍କ ସହିତ:- (ସମସ୍ତେ ଗୋଟିଏ ଗୋଟିଏ ବ୍ୟାନର ଦେଖାଇଛନ୍ତି ଯେଉଁଥିରେ ଲେଖା ଅଛି - ପ୍ରେମ ଏବଂ ଦୟାର ଜ୍ୟୋତି ଜଳାଇ ରଖିବୁ) ବହୁତ ଭଲ ସଂକଳ୍ପ କରିଛ । ନିଜ ଉପରେ ମଧ୍ୟ ଦୟା ଦୃଷ୍ଟି, ସାଥୀମାନଙ୍କ ଉପରେ ମଧ୍ୟ ଦୟା ଦୃଷ୍ଟି ଏବଂ ସମସ୍ତଙ୍କ ଉପରେ ମଧ୍ୟ ଦୟା ଦୃଷ୍ଟି । ଈଶ୍ୱରୀୟ ସ୍ନେହ ତ ଚୁମ୍ବକ ଅଟେ, ତେଣୁ ତୁମ ପାଖରେ ଈଶ୍ୱରୀୟ ସ୍ନେହର ଚୁମ୍ବକ ଅଛି । ଯେକୌଣସି ଆତ୍ମାକୁ ଈଶ୍ୱରୀୟ ସ୍ନେହର ଚୁମ୍ବକ ଦ୍ୱାରା ବାବାଙ୍କର କରିଦେଇପାରିବ । ବାପଦାଦା ସେବାକେନ୍ଦ୍ରରେ ରହୁଥିବା ପିଲାମାନଙ୍କୁ ବିଶେଷ କରି ଦିଲ୍‌ର ଆଶୀର୍ବାଦ ଦେଉଛନ୍ତି, ଯାହାକି ତୁମେମାନେ ସାରା ବିଶ୍ୱରେ ନାମ ବିଖ୍ୟାତ କରିଛ । କୋଣ ଅନୁକୋଣରେ ବ୍ରହ୍ମାକୁମାରୀ ସଂସ୍ଥାର ନାମକୁ ତ ବିସ୍ତାର କରିଛ ନା! ବାପଦାଦାଙ୍କୁ ମଧ୍ୟ ଗୋଟିଏ କଥା ବହୁତ ଭଲ ଲାଗୁଛି ତାହା ହେଲା ତୁମେମାନେ ଯେପରି ଡବଲ ବିଦେଶୀ ଅଟ ସେହିପରି ଡବଲ ଚାକିରୀ ମଧ୍ୟ କରୁଛ । ଅଧିକାଂଶ ପିଲା ଲୌକିକ ଚାକିରୀ ମଧ୍ୟ କରୁଛନ୍ତି ଏବଂ ଅଲୌକିକ ଚାକିରୀ ମଧ୍ୟ କରୁଛନ୍ତି ଏବଂ ବାପଦାଦା ଦେଖୁଛନ୍ତି, ବାପଦାଦାଙ୍କର ଟିଭି ମଧ୍ୟ ବହୁତ ବଡ ଅଟେ, ଏତେ ବଡ ଟିଭି ଏଠାରେ ମଧ୍ୟ ନାହିଁ । ତେଣୁ ବାପଦାଦା ଦେଖୁଛନ୍ତି କିପରି ଶୀଘ୍ର ଶୀଘ୍ର କ୍ଲାସ୍ ଶେଷ କରି, ଛିଡା ଛିଡା ଜଳଖିଆ ଖାଇ, ସମୟ ଅନୁସାରେ ଚାକିରୀରେ ପହଞ୍ଚି ଯାଉଛନ୍ତି ଏବଂ କମାଲ କରୁଛନ୍ତି । ଏହାକୁ ଦେଖିବା ସହିତ ବାପଦାଦା ଆନ୍ତରିକ ସ୍ନେହ ମଧ୍ୟ ଦେଉଛନ୍ତି । ବହୁତ ଭଲ କଥା, ସେବାର ନିମିତ୍ତ ମଧ୍ୟ ହୋଇଛ ଏବଂ ନିମିତ୍ତ ହେବାର ପୁରସ୍କାର ରୂପରେ ବାପଦାଦା ସର୍ବଦା ବିଶେଷ ଦୃଷ୍ଟି ମଧ୍ୟ ଦେଇ ଚାଲିଛନ୍ତି । ବହୁତ ଭଲ ଲକ୍ଷ୍ୟ ରଖିଛ, ଭଲ ଅଟ, ଭଲ ହୋଇ ରହିବ ଏବଂ ସମସ୍ତଙ୍କୁ ଭଲ କରିବ । ଆଚ୍ଛା!

ବରଦାନ:-
ସର୍ବ ସମ୍ପତ୍ତିର ମିତବ୍ୟୟିତାର ବଜେଟ୍ ତିଆରି କରୁଥିବା ସୂକ୍ଷ୍ମ ପୁରୁଷାର୍ଥୀ ଭବ ।

ଯେପରି ଲୌକିକ ରୀତିରେ ଯଦି ମିତବ୍ୟୟୀତାର ଘର ନ ଥିବ ତେବେ ଠିକ୍ ଭାବରେ ଘର ଚାଲିପାରିବ ନାହିଁ । ସେହିପରି ଯଦି ନିମିତ୍ତ ହୋଇଥିବା ପିଲାମାନେ ମିତବ୍ୟୟୀ ହୋଇ ନ ଥିବେ ତେବେ ସେଣ୍ଟର ମଧ୍ୟ ଠିକ୍ ଭାବରେ ଚାଲିପାରିବ ନାହିଁ । ତାହା ହେଲା ସୀମିତ ଗୃହସ୍ଥି, ଏହା ହେଉଛି ବେହଦର ଅର୍ଥାତ୍ ଅଲୌକିକ ଗୃହସ୍ଥି । ତେବେ ସର୍ବଦା ଚେକ୍ କରିବା ଦରକାର ଯେ ସଂକଳ୍ପରେ, ବାଣୀରେ ଏବଂ ଶକ୍ତିରେ ମୁଁ କ’ଣ କ’ଣ ସବୁ ଅତିରିକ୍ତ ଖର୍ଚ୍ଚ କରୁଛି? ଯେଉଁମାନେ ନିଜର ସର୍ବ ସମ୍ପତ୍ତିର ବଜେଟ୍ ଅର୍ଥାତ୍ ଅଟକଳ ପ୍ରସ୍ତୁତ କରି ସେହି ଅନୁସାରେ ଚାଲନ୍ତି, ସେହିମାନଙ୍କୁ ହିଁ ସୂକ୍ଷ୍ମ ପୁରୁଷାର୍ଥୀ କୁହାଯାଏ । ସେମାନଙ୍କର ସଂକଳ୍ପ, ବାଣୀ, କର୍ମ ବା ଜ୍ଞାନର ଶକ୍ତି କିଛି ବି ବ୍ୟର୍ଥ ହୋଇପାରିବ ନାହିଁ ।

ସ୍ଲୋଗାନ:-
ସ୍ନେହ ରୂପୀ ସମ୍ପତ୍ତିରେ ମାଲାମାଲ୍ ହୋଇ ସମସ୍ତଙ୍କୁ ସ୍ନେହ ଦିଅ ଏବଂ ସ୍ନେହ ନିଅ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର । ପବିତ୍ରତାର ଶକ୍ତି ପରମ ପୂଜ୍ୟ କରିଦିଏ । ପବିତ୍ରତାର ଶକ୍ତି ଦ୍ୱାରା ଏହି ପତିତ ଦୁନିଆକୁ ତୁମେମାନେ ପବିତ୍ର କରୁଛ । ପବିତ୍ରତାର ଶକ୍ତି ବିକାରର ଅଗ୍ନିରେ ଜଳୁଥିବା ଆତ୍ମାମାନଙ୍କୁ ଶୀତଳ କରିଦିଏ । ଆତ୍ମାକୁ ଅନେକ ଜନ୍ମର ବିକର୍ମର ବନ୍ଧନରୁ ମୁକ୍ତ କରିଦିଏ । ପବିତ୍ରତା ଆଧାରରେ ଦ୍ୱାପର ଯୁଗଠାରୁ ଏହି ସୃଷ୍ଟି କିଛି ନା କିଛି ଅଟକି ରହିଛି । ତେଣୁ ଏହାର ମହତ୍ୱକୁ ଜାଣି ପବିତ୍ରତାର ଆଲୋକର ମୁକୁଟ ଧାରଣ କରିନିଅ ।