11.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଦୁନିଆରେ
ଯଦିଓ ଆଉ କାହା ପ୍ରତି ତୁମର ଡର ନ ରହୁ କିନ୍ତୁ ଏହି ବାବାଙ୍କ ପ୍ରତି ତୁମମାନଙ୍କର ନିଶ୍ଚିତ ଡର
ରହୁ, କାରଣ ଡର ରଖିବା ଅର୍ଥାତ୍ ପାପ କର୍ମରୁ ଦୂରେଇ ରହିବା ।”
ପ୍ରଶ୍ନ:-
ବାବା ପ୍ରତ୍ୟେକ
ପିଲାକୁ ନିଜର ଯାଞ୍ଚ କରିବା ପାଇଁ ଅର୍ଥାତ୍ ଚାର୍ଟ ରଖିବା ପାଇଁ ଶ୍ରୀମତ କାହିଁକି ଦେଉଛନ୍ତି?
ଉତ୍ତର:-
କାହିଁକି ନା ଈଶ୍ୱରୀୟ ନିୟମ ବହୁତ କଡା । ଯଦି ବ୍ରାହ୍ମଣ ହେବା ପରେ ମଧ୍ୟ ଛୋଟ-ଛୋଟ ଭୁଲ୍ ହେଉଛି
ତେବେ ବହୁତ କଡା ଦଣ୍ଡ ଭୋଗ କରିବାକୁ ପଡିବ, ସେଥିପାଇଁ ବାବା କହୁଛନ୍ତି ନିଜର ଯାଞ୍ଚ କର । ଯଦି
କୌଣସି ବି ପୁରୁଣା ହିସାବ-କିତାବ ରହିଲା ତେବେ ମାନୀ ଏବଂ ମୋଚରା ଖାଇବାକୁ ପଡିବ ଅର୍ଥାତ୍ ଦଣ୍ଡ
ଭୋଗ କରି ଛୋଟ ପଦଟିଏ ପାଇବ । ଏବେ ତ ବିନାଶର ସମୟ ବହୁତ ନିକଟରେ, ସେଥିପାଇଁ ନିଜର ସବୁ
ହିସାବ-କିତାବକୁ ଯୋଗବଳ ଦ୍ୱାରା ଚୁକ୍ତ କର ।
ଓମ୍ ଶାନ୍ତି ।
ବାବାଙ୍କ
ସ୍ମୃତିରେ ତ ପିଲାମାନେ ସ୍ୱତଃ ରହୁଛନ୍ତି । ଏକଥା ମନେ ପକାଇ ଦେବାର ଆବଶ୍ୟକତା ନାହିଁ ।
ବାବାଙ୍କର ନିର୍ଦ୍ଦେଶ ରହିଛି ଯେ ଚାଲିବା-ବୁଲିବା, ଉଠିବା-ବସିବା ସମୟରେ ବାବାଙ୍କୁ ମନେ ପକାଅ
ତେବେ ରାବଣ ଯିଏକି ତୁମ୍ଭମାନଙ୍କୁ ପତିତ କରିଦେଇଛି, ତା ଉପରେ ବିଜୟୀ ହୋଇଯିବ । ତୁମକୁ କୌଣସି
ଅସ୍ତ୍ରଶସ୍ତ୍ର ଆଦି ଦିଆଯାଉନାହିଁ, କେବଳ ଯୋଗବଳ ଦ୍ୱାରା ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ
। ତୁମକୁ ବିଜୟୀ ନିଶ୍ଚିତ ହେବାର ଅଛି ଏବଂ ଏହି ସଂଗମଯୁଗରେ ହିଁ ହେଉଛ, ଯେତେବେଳେ କି ରାବଣ
ରାଜ୍ୟ ସମାପ୍ତ ହୋଇ ରାମରାଜ୍ୟର ସ୍ଥାପନା ହେବାର ଅଛି । ବାବା ହିଂସା ତ କେବେ ଶିଖାଇପାରିବେ ନାହିଁ
। ଦେବତାମାନଙ୍କର ହେଉଛି ହିଁ ଅହିଂସା ପରମୋଧର୍ମ । ଦୁନିଆ ଏକଥା ଜାଣିନାହିଁ ଯେ ସେଠାରେ ଅର୍ଥାତ୍
ସତ୍ୟଯୁଗରେ କାମ ବିକାରର ହିଂସା ରହିବ ନାହିଁ । ଯେଉଁମାନେ କଳ୍ପ ପୂର୍ବରୁ ନିର୍ବିକାରୀ ହୋଇଥିବେ
ସେହିମାନେ ହିଁ ତୁମର କଥାକୁ ମାନିବେ । ଏବେ ତୁମେମାନେ ଯୁଦ୍ଧ ଭୂମିରେ ଅଛ । ଶିବଶକ୍ତି ସେନା
ବୋଲି ଗାୟନ ମଧ୍ୟ ରହିଛି । ତୁମେମାନେ ହେଉଛ ଗୁପ୍ତ ଯୋଦ୍ଧା, ପ୍ରତ୍ୟେକେ ନିଜ ପାଇଁ ହିଁ ଲଢେଇ
କରୁଛ । ତୁମକୁ ମାୟାଜିତ୍ ତଥା ଜଗତଜିତ୍ ହେବାକୁ ପଡିବ । ତୁମେ ନିଜ ପାଇଁ ହିଁ କରୁଛ, ଅର୍ଥାତ୍
ନିଜର ଭାରତ ଦେଶ ପାଇଁ କରୁଛ । ଏଥିରେ ଯେଉଁମାନେ ଶ୍ରେଷ୍ଠ ପୁରୁଷାର୍ଥ କରୁଛନ୍ତି ସେହିମାନେ ହିଁ
ବିଜୟୀ ହେଉଛନ୍ତି । ଯେଉଁମାନେ ୫ ବିକାର ଉପରେ ବିଜୟୀ ହେବେ ସେହିମାନେ ହିଁ ଜଗତ୍ଜିତ୍ ହେବେ ଆଉ
କୌଣସି ଜିନିଷ ଉପରେ ବିଜୟ ପାଇବାର କଥା ନୁହେଁ । ତୁମର ହେଉଛି ହିଁ ରାବଣ ଉପରେ ବିଜୟୀ ହେବା
ଅର୍ଥାତ୍ ଦୈବୀଗୁଣ ଧାରଣ କରିବା । ଦୈବୀଗୁଣ ଧାରଣ କରିବା ବିନା ତୁମେମାନେ ସତ୍ୟଯୁଗକୁ ଯାଇପାରିବ
ନାହିଁ । ତେଣୁ ନିଜକୁ ପଚାରିବାକୁ ହେବ ଯେ କେଉଁ ପର୍ଯ୍ୟନ୍ତ ମୁଁ ଦୈବୀଗୁଣ ଧାରଣ କରିଛି?
ଦୈବୀଗୁଣ ଧାରଣ କରିବା ଅର୍ଥ ରାବଣ ଉପରେ ବିଜୟ ଲାଭ କରିବା । କହୁଛନ୍ତି ରାମରାଜ୍ୟ ଥିଲା ତେବେ
ଜଣେ ରାମ ତ ରାଜ୍ୟ କରି ନ ଥିବେ? ପ୍ରଜା ମଧ୍ୟ ଥିବେ । ଏଠାରେ ରାଜା, ରାଣୀ ତଥା ପ୍ରଜା ସମସ୍ତେ
ରାବଣ ଉପରେ ବିଜୟୀ ହେଉଛନ୍ତି । ଦୈବୀଗୁଣ ଧାରଣ କରୁଛନ୍ତି । ଦୈବୀଗୁଣ ଦ୍ୱାରା ଖାଇବା-ପିଇବା,
କଥା କହିବା, କର୍ମ କରିବା ସବୁ ଶୁଦ୍ଧ ପବିତ୍ର ହୋଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ସତ୍ୟ କହିବାକୁ
ହେବ । ବାବା ହେଉଛନ୍ତି ହିଁ ସତ୍ୟ । ତେବେ ଏପରି ବାବାଙ୍କ ସହିତ କେତେ ସତ୍ୟତା ଆଚରଣ କରିବା
ଦରକାର । ଯଦି ସତ୍ୟତା ନାହିଁ ତେବେ ତୁମର ଗତି କେତେ ଖରାପ ହୋଇଯିବ । ତୁମର ଗତି ତ ଶ୍ରେଷ୍ଠ ହେବା
ଦରକାର । ତୁମକୁ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବାକୁ ପଡିବ । କୁହାଯାଇଥାଏ ମଧ୍ୟ - ତୁମର
ଗତି ମତ ତୁମେ ହିଁ ଜାଣିଛ । ବାବା ଯେଉଁ ମତ ଦେଉଛନ୍ତି, ତାହା ଦ୍ୱାରା କେତେ ଉଚ୍ଚ ଗତି ହୋଇଥାଏ
। ସର୍ବୋଚ୍ଚ ବାବା ଆମକୁ ସର୍ବୋଚ୍ଚ ଗତି ପ୍ରାପ୍ତ କରାଉଛନ୍ତି । ତେବେ ବର୍ତ୍ତମାନ ଶ୍ରୀମତରେ
ଚାଲି ଦୈବୀଗୁଣ ଧାରଣ କରିବାକୁ ହେବ । ଜନ୍ମ-ଜନ୍ମାନ୍ତରର ପାପ ଯୋଗବଳ ବିନା କଟିବ ନାହିଁ,
ସେଥିପାଇଁ ଯୋଗର ଯାତ୍ରା ବହୁତ ଭଲ ଭାବରେ ମନଯୋଗ ସହିତ କରିବା ଦରକାର । ଅମୃତବେଳାରେ ଯୋଗର
ସ୍ଥିତି ଭଲ ରହେ । ସେହି ସମୟରେ ବାୟୁମଣ୍ଡଳ ଭଲ ରହିଥାଏ । ଦିନରେ କେତେ ସମୟ ବି ଯୋଗରେ ବସ
କିନ୍ତୁ ତାହା ଅମୃତବେଳା ପରି ପ୍ରଭାବଶାଳୀ ନୁହେଁ ।
ଆମର କଥାଗୁଡିକ ଗୁପ୍ତ ଅଟେ । ଇଂରାଜୀରେ କହିଥାନ୍ତି “ୱି ଆର୍ ଆଟ୍ ୱାର ’’ଅର୍ଥାତ୍ ଆମେ ସମସ୍ତେ
ଯୁଦ୍ଧ ସ୍ଥଳରେ ଅଛୁ, ଆମମାନଙ୍କର ଲଢେଇ ରାବଣ ସହିତ ହେଉଛି । ଇଏ ହେଉଛି ଆମର ପ୍ରଥମ ନମ୍ବରର
ଶତ୍ରୁ । ବାବାଙ୍କ ଶ୍ରୀମତକୁ ଆଧାର କରି ରାମ ସମ୍ପ୍ରଦାୟ ରାବଣ ସମ୍ପ୍ରଦାୟ ଉପରେ ବିଜୟ ପ୍ରାପ୍ତ
କରିବ । ବାବା ସର୍ବଶକ୍ତିମାନ୍ ଅଟନ୍ତି ନା । ଦୁନିଆ ତ ବିଚରା ଏହି ସମୟରେ ଘୋର ଅନ୍ଧକାରରେ ରହିଛି
। ସେମାନେ ଜାଣିନାହାଁନ୍ତି ଯେ ଆମେ ହାରି ଯାଇଛୁ । ମାୟାଠାରୁ ହାରିଲେ ହାରିଯିବ, ମାୟା କାହାକୁ
କୁହାଯାଉଛି - ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ସମଗ୍ର ଲଙ୍କାରେ ରାବଣର ରାଜ୍ୟ ଥିଲା ।
ଶାସ୍ତ୍ର ଗୁଡିକରେ ଭକ୍ତିମାର୍ଗର କେତେ ମିଥ୍ୟା କଥାମାନ ଲେଖି ଦେଇଛନ୍ତି, ଯାହାକୁ ତୁମେ
ଜନ୍ମ-ଜନ୍ମାନ୍ତର ପଢିଆସିଛ । ଶାସ୍ତ୍ରବାଦୀମାନେ ଏବେ ମଧ୍ୟ କହୁଛନ୍ତି ଶାସ୍ତ୍ର ତ ନିଶ୍ଚୟ ପଢିବା
ଆବଶ୍ୟକ । ଯେଉଁମାନେ ପଢୁନାହାଁନ୍ତି ତାଙ୍କୁ ନାସ୍ତିକ କହୁଛନ୍ତି । ବାବା କହୁଛନ୍ତି - ଶାସ୍ତ୍ର
ପଢି ପଢି ସମସ୍ତେ ନାସ୍ତିକ ହୋଇଯାଇଛନ୍ତି । ଏକଥା ପିଲାମାନଙ୍କୁ ଭଲ ଭାବରେ ବୁଝାଇବାକୁ ହେବ ଯେ
ଭାରତ ଯେବେ ସତ୍ତ୍ୱପ୍ରଧାନ ଥିଲା ତେବେ ତାକୁ ସ୍ୱର୍ଗ କୁହାଯାଉଥିଲା । ସେହି ଭାରତବାସୀ ୮୪ ଜନ୍ମ
ନେଇ ନେଇ ଏବେ ପତିତ ତମୋପ୍ରଧାନ ହୋଇଯାଇଛନ୍ତି । ଏବେ ପୁଣି ପବିତ୍ର କିପରି ହେବେ । ବାବା
କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେମାନେ ସତ୍ତ୍ୱପ୍ରଧାନ ପବିତ୍ର ହୋଇଯିବ, ଆଉ କୌଣସି
ଦେହଧାରୀକୁ ସ୍ମରଣ କର ନାହିଁ । କାହାକୁ ଗୁରୁ କର ନାହିଁ । କୁହାଯାଏ ଗୁରୁଙ୍କ ବିନା ଘୋର
ଅନ୍ଧକାର ଅଟେ । ଅନେକାନେକ ଗୁରୁ ଅଛନ୍ତି । କିନ୍ତୁ ସମସ୍ତେ ଅନ୍ଧକାରକୁ ନେଇଯିବାବାଲା ଅଟନ୍ତି
। ବାବା କହୁଛନ୍ତି - ଯେବେ ଜ୍ଞାନ ସୂର୍ଯ୍ୟ ଆସିବେ ତେବେ ଘୋର ଅନ୍ଧକାର ଦୂର ହେବ । ଯଦିଓ
ସନ୍ନ୍ୟାସୀମାନେ ପବିତ୍ର ରହୁଛନ୍ତି କିନ୍ତୁ ସେମାନେ ବିକାରର ଜନ୍ମ ନେଉଛନ୍ତି ନା ।
ଦେବୀ-ଦେବତାମାନେ ତ ବିକାରରେ ଜନ୍ମ ଗ୍ରହଣ କରୁ ନାହାଁନ୍ତି । ଏଠାରେ ସମସ୍ତଙ୍କ ଶରୀର
ବିକାରଯୁକ୍ତ ଅଟେ । ବାବା ଏହିପରି ବିକାରଯୁକ୍ତ ବସ୍ତ୍ରକୁ ସଫା କରୁଛନ୍ତି । ଯଦି ଆତ୍ମା ପବିତ୍ର
ହେବ ତେବେ ଶରୀର ମଧ୍ୟ ପବିତ୍ର ମିଳିବ । ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ । ନିଜକୁ ନିଜେ
ଯାଞ୍ଚ କରିବାକୁ ହେବ - ମୋ ଦ୍ୱାରା କୌଣସି ଖରାପ କର୍ମ ହେଉନାହିଁ ତ । ଈଶ୍ୱରୀୟ ନିୟମ ମଧ୍ୟ
ବହୁତ ଶକ୍ତ ଅଟେ । ଯଦି କେହି ଖରାପ କର୍ମ କରନ୍ତି ତେବେ ତାଙ୍କର ଦଣ୍ଡ ବହୁତ କଠୋର ଅଟେ । ଏହା
ହେଉଛି ବିନାଶର ସମୟ । ଯୋଗବଳ ଦ୍ୱାରା ସବୁ ହିସାବ-ପତ୍ର ଚୁକ୍ତ କରିବାକୁ ହେବ । ଯଦି ହିସାବ
ଚୁକ୍ତ ନ କଲ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । ସେଥିପାଇଁ କୁହାଯାଏ - ମୋଚରା ଏବଂ ମାନୀ । ମାନୀ
ଅଥବା ପଦ ସମସ୍ତଙ୍କୁ ମିଳିବ । ମୁକ୍ତି ଏବଂ ଜୀବନମୁକ୍ତିର ମାନୀ ତ ସମସ୍ତଙ୍କୁ ଦେବେ । କେହି
ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବେ, କାହାକୁ ଦଣ୍ଡ ମିଳିବ ପୁଣି ଛୋଟ ପଦ ପାଇବେ । ସିଂହାସନ ଉପରେ
ତ ସେମାନେ ବସିପାରିବେ ନାହିଁ । ଯଦି କୌଣସି ଖରାପ କର୍ମ କରିବ ତେବେ ସମ୍ମାନ ହାନି ହେବ, ତାହା
ପୁଣି ବାବାଙ୍କ ସମ୍ମୁଖରେ । ଶିବବାବା ବସିଛନ୍ତି ନା । ତୁମମାନଙ୍କୁ ସାକ୍ଷାତ୍କାର କରାଇବେ ଯେ
ମୁଁ ଏହାଙ୍କ ଶରୀରରେ ଥିଲି, ତୁମକୁ କେତେ ବୁଝାଇଥିଲି । ବର୍ତ୍ତମାନ ମୁଁ ଫରିସ୍ତା ବ୍ରହ୍ମାଙ୍କ
ଶରୀରରେ ଅଛି । ତୁମେ କନ୍ୟାମାନେ ସମ୍ପୂର୍ଣ୍ଣ ବାବାଙ୍କ ପାଖକୁ ଯାଉଛ । ତାଙ୍କ ଦ୍ୱାରା ଶିବବାବା
ନିର୍ଦ୍ଦେଶ ଆଦି ଦେଉଛନ୍ତି ନା । ତୁମକୁ ବାବା ସାକ୍ଷାତ୍କାର କରାଇବେ ଯେ ଏହାଙ୍କ ଶରୀରରେ ବସି
ତୁମକୁ କେତେ ପାଠ ପଢାଉଥିଲି, ବୁଝାଉଥିଲି ଯେ ଦୈବୀଗୁଣ ଧାରଣ କର, ସେବା କର । କାହାର ନିନ୍ଦା କର
ନାହିଁ । ତଥାପି ତୁମେ ଏହି କାମ କଲ, ଏବେ ଦଣ୍ଡ ଭୋଗ କର । ଯେତେ-ଯେତେ ପାପ କରିଥିବ, ସେହି
ଅନୁଯାୟୀ ଦଣ୍ଡ ଭୋଗ କରିବାକୁ ପଡିବ । କେହି-କେହି ବହୁତ ଦଣ୍ଡ ପାଇଥାନ୍ତି, କେହି କମ୍ ।
ସେମାନଙ୍କ ଭିତରେ ବି କ୍ରମାନୁସାରେ ରହିଛନ୍ତି, ତେଣୁ ଯେତେ ଦୂର ସମ୍ଭବ ଯୋଗବଳ ଦ୍ୱାରା
ବିକର୍ମଗୁଡିକୁ ଚୁକ୍ତ କରିବାକୁ ହେବ । ପିଲାମାନଙ୍କୁ ଏହା ଧ୍ୟାନ ରଖିବାକୁ ହେବ ଯେ ଆମେ
ସମ୍ପୂର୍ଣ୍ଣ ଖାଣ୍ଟି ସୁନା କିପରି ହେବୁ? ଉଠିବା ବସିବା ସମୟରେ ଏହି କଥା ବୁଦ୍ଧିରେ ରହୁ, ଯେତେ
ବାବାଙ୍କୁ ମନେ ପକାଇବା ସେତେ ଉଚ୍ଚ ପଦ ପାଇବା । ମାୟାର ତୋଫାନ ପାଇଁ ଚିନ୍ତା କରିବାର ନାହିଁ ।
ଯେତିକି ସମୟ ମିଳୁଛି ବାବାଙ୍କୁ ମନେ ପକାଇବାକୁ ହେବ । ମୋତେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ
ହେବାର ଅଛି । ଯଦି ବାବାଙ୍କୁ ମନେ ପକାଇବ ତେବେ ପାପ କଟିଯିବ । ଆଉ ଏବେ କୌଣସି ପାପ କରିବା
ଅନୁଚିତ୍ । ନହେଲେ ତାହା ଶହେଗୁଣା ବୃଦ୍ଧି ହୋଇଯିବ । ଯଦି କ୍ଷମା ନ ମାଗିଲ ତା’ ହେଲେ ବୃଦ୍ଧି
ହୋଇ-ହୋଇ ସତ୍ୟାନାଶ ହୋଇଯିବ । ମାୟା ପାପ ପଛରେ ପାପ କରାଇ ଚାଲିବ । ତେଣୁ ଅବିନାଶୀ ପିତାଙ୍କର
ଅସମ୍ମାନ ହୋଇଯିବ । ଏହି କଥା ମଧ୍ୟ ଅନେକ ଜାଣିପାରି ନଥାନ୍ତି । ବାବା ସବୁବେଳେ ବୁଝାଇଥାନ୍ତି
ଯେ ତୁମେମାନେ ଏପରି ଭାବ ଯେ ଶିବବାବା ମୁରଲୀ ଶୁଣାଉଛନ୍ତି ଶିବବାବା ନିର୍ଦ୍ଦେଶ ଦେଉଛନ୍ତି ।
ତେଣୁ ତାଙ୍କର ସ୍ମୃତି ମଧ୍ୟ ରହିବ ଏବଂ ମନରେ ଭୟ ମଧ୍ୟ ରହିବ । ବହୁତ ପାପ କରିଚାଲିଛନ୍ତି ।
ସ୍ପଷ୍ଟ ଭାବେ ଜଣାଇବା ଦରକାର ଯେ ବାବା ମୋ ଦ୍ୱାରା ଏହି ଭୁଲ୍ ହୋଇଗଲା । ବାବା ବୁଝାଉଛନ୍ତି ଯେ
ପାପର ବୋଝ ମୁଣ୍ଡ ଉପରେ ବହୁତ ରହିଛି । ଯାହା କିଛି କରିଛ କହିଦିଅ । ସତ୍ୟ କହିବା ଦ୍ୱାରା
ଅର୍ଦ୍ଧେକ ପାପ କମିଯିବ ।
ବାବା ବୁଝାଉଛନ୍ତି ଯେଉଁମାନେ ପ୍ରଥମ ନମ୍ବର ପୁଣ୍ୟ ଆତ୍ମା ହୋଇଥାନ୍ତି, ସେମାନେ ପୁଣି ପ୍ରଥମ
ନମ୍ବର ପାପ ଆତ୍ମା ମଧ୍ୟ ହୋଇଯାଆନ୍ତି । ବାବା ନିଜେ କହୁଛନ୍ତି - ଏହା ତୁମମାନଙ୍କର ବହୁତ ଜନ୍ମର
ମଧ୍ୟ ଅନ୍ତିମ ଜନ୍ମ ଅଟେ । ତୁମେମାନେ ପୁଣ୍ୟ ଆତ୍ମା ଥିଲ, ପୁଣି ଏବେ ପାପ ଆତ୍ମା ହୋଇଛ,
ପୁନର୍ବାର ପୁଣ୍ୟ ଆତ୍ମା ହେବାର ଅଛି । ନିଜର କଲ୍ୟାଣ ତ କରିବାକୁ ହେବ । ଏଠାରେ ତୁମକୁ ମୁଣ୍ଡ
ଆଦି ନୁଆଁଇବାର ଆବଶ୍ୟକତା ନାହିଁ, କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ଯଦିଓ ଇଏ (ବ୍ରହ୍ମା)
ବୟୋଜ୍ୟେଷ୍ଠ ଅଟନ୍ତି, ଇଏ ମଧ୍ୟ ନମସ୍କାର କରୁଛନ୍ତି । ପିଲାମାନେ କ’ଣ ଘରେ ପ୍ରତି ମୁହୂର୍ତ୍ତରେ
ନମସ୍କାର କରିଥାନ୍ତି । ଥରେ ନମସ୍କାର କଲେ ପୁଣି ଏହାର ଉତ୍ତରରେ ମଧ୍ୟ ନମସ୍କାର କରାଯାଇଥାଏ ।
ବାବା କହୁଛନ୍ତି - ତୁମେ ମୋତେ ବଡ ଭାବି ନମସ୍କାର କରୁଛି, ମୁଁ ପୁଣି ତୁମମାନଙ୍କୁ ବିଶ୍ୱର
ମାଲିକ ଭାବି ନମସ୍କାର କରୁଛି । ଏହାର ଭାବାର୍ଥ ରହିଛି ନା । ମନୁଷ୍ୟମାନେ ତ ରାମ-ରାମ
କହିଦେଉଛନ୍ତି କିନ୍ତୁ ଏହାର ଅର୍ଥ କିଛି ବୁଝୁନାହାଁନ୍ତି । ବାସ୍ତବରେ ରାମ ଅର୍ଥାତ୍ ଶିବବାବା ।
ରଘୁପତି ରାମ ନୁହେଁ, ଏହି ରାମ ନିରାକାର ଅଟନ୍ତି । ତାଙ୍କର ନାମ ହେଉଛି ଶିବବାବା । ଶିବଙ୍କ
ପାଖରେ କେହି ଏପରି କହନ୍ତି ନାହିଁ ଯେ ମୁଁ ରାମଙ୍କର ପୂଜା କରୁଛି । ବାବା କହୁଛନ୍ତି ତୁମେ
ମନ୍ଦିରମାନଙ୍କରେ ଯାଇ ବୁଝାଅ ଯେ ଇଏ ବି ମନୁଷ୍ୟ ଥିଲେ । ତୁମେମାନେ ଏହାଙ୍କ ଆଗରେ ଯାଇ ମହିମା
ଗାଉଛ - ଆପଣ ନିର୍ବିକାରୀ, ସର୍ବଗୁଣ ସମ୍ପନ୍ନ, ଆମେ ନୀଚ ପାପୀ ଅଟୁ । ଆମର ଏହି ଶରୀର ମଧ୍ୟ
ମନୁଷ୍ୟର ଅଟେ ଏବଂ ତାଙ୍କର ସେହି ଶରୀର ମଧ୍ୟ ମନୁଷ୍ୟ ସଦୃଶ ଅଟେ କିନ୍ତୁ ତାଙ୍କ ଭିତରେ ଦୈବୀଗୁଣ
ରହିଛି ସେଥିପାଇଁ ସେମାନେ ଦେବତା ଅଟନ୍ତି । ତୁମେମାନେ ନିଜେ କହୁଛ ଯେ - ଆମ ପାଖରେ ଆସୁରୀ ଗୁଣ
ରହିଛି, ସେଥିପାଇଁ ଆମେ ବାନର ଅଟୁ । ଉଭୟଙ୍କର ଚେହେରା ଏକା ପ୍ରକାରର । କେବଳ ଚରିତ୍ରରେ ପ୍ରଭେଦ
ରହିଛି । ଭାରତବାସୀ ହିଁ ମୁକୁଟଧାରୀ ଥିଲେ । ଏବେ କୌଣସି ମୁକୁଟ ନାହିଁ, ଗରିବ ମଧ୍ୟ ଭାରତବାସୀ
ହିଁ ଅଟନ୍ତି । ବାବା ମଧ୍ୟ ଭାରତକୁ ହିଁ ଆସୁଛନ୍ତି । ଯେଉଁଠାରେ ସ୍ୱର୍ଗ ଗଢିବାର ଅଛି ତେବେ
ସେଠାକୁ ବାବା ଆସିବେ ନା । ତାଙ୍କୁ କଳକୀ ଅବତାର କୁହାଯାଇଥାଏ, କେତେ କଳଙ୍କ ଲଗାଇଛନ୍ତି । ଯଦି
ଅନ୍ୟ ଧର୍ମବାଲା ମଧ୍ୟ କିଛି କହୁଛନ୍ତି, ତେବେ ସେମାନେ ମଧ୍ୟ ଭାରତବାସୀମାନଙ୍କୁ ଅନୁସରଣ
କରୁଛନ୍ତି । ନିଜେ ପଥରବୁଦ୍ଧି ହୋଇଥିବା ଯୋଗୁଁ ମୋତେ ମଧ୍ୟ ପଥର-ଗୋଡିରେ ଘୂରାଇ ଦେଇଛନ୍ତି ।
ସେମାନେ ବାବାଙ୍କୁ ଜାଣି ହିଁ ନାହାଁନ୍ତି ଯେ ବାବା ଏହାଙ୍କ ଶରୀରରେ ପ୍ରବେଶ କରି ଭାରତକୁ
ମୁକୁଟଧାରୀ କରୁଛନ୍ତି । ଭାରତର କେତେ ସେବା କରୁଛନ୍ତି । ବାବା କହୁଛନ୍ତି ତୁମେମାନେ ମୋର କେତେ
ଗ୍ଳାନି କରୁଛ । ମୁଁ ତୁମମାନଙ୍କୁ ସ୍ୱର୍ଗର ମାଲିକ କରୁଛି । ତୁମେମାନେ ମୋର କେତେ ଅପକାର କରୁଛ
। ରାବଣ ତୁମର କେତେ ଦୁର୍ଦ୍ଦଶା କରିଦେଇଛି । ତୁମର ଅବସ୍ଥା କେତେ ଖରାପ ହୋଇଯାଇଛି, ସେଥିପାଇଁ
ମୋତେ ଡାକୁଛ ହେ ପତିତ-ପାବନ ଆସ । ତୁମକୁ କେତେ ସହଜ ଭାବରେ ବୁଝାଉଛନ୍ତି । ତଥାପି କେତେକ
ସନ୍ତାନ ଭୁଲିଯାଉଛନ୍ତି । ଯଦି ଯୋଗ ନାହିଁ ତେବେ ଧାରଣା ମଧ୍ୟ ହୋଇ ନ ଥାଏ ସେଥିପାଇଁ ବାବା
କହୁଛନ୍ତି ବନ୍ଧନରେ ଥିବା ଆତ୍ମାମାନେ ସବୁଠାରୁ ଅଧିକ ମନେ ପକାଉଛନ୍ତି । ଶିବବାବାଙ୍କ ସ୍ମୃତିରେ
ସହନ ମଧ୍ୟ କରିଥାନ୍ତି । ଭାରତବାସୀମାନଙ୍କ ମଧ୍ୟରେ ଯେଉଁମାନେ ଦେବୀ-ଦେବତା ହେବେ ସେହିମାନେ ହିଁ
ଏଠାକୁ ଆସିବେ । ଆର୍ଯ୍ୟ ସମାଜୀମାନେ ଦେବତାମାନଙ୍କର ମୂର୍ତ୍ତି ପୂଜାକୁ ମାନି ହିଁ ନ ଥାନ୍ତି ।
ସେମାନେ କଳ୍ପ ବୃକ୍ଷର ଶେଷ ସମୟର ଶାଖା ପ୍ରଶାଖା ଅଟନ୍ତି, ସେମାନଙ୍କର ଅତି ବେଶୀରେ ୨-୩ ଜନ୍ମ
ହୋଇଥିବ ।
ବହୁତ ଲୋକେ ଭାବୁଛନ୍ତି ବିକାର ବିନା ଦୁନିଆ କିପରି ଚାଲିବ । ଆରେ ଦେବତାମାନଙ୍କୁ ସମ୍ପୂର୍ଣ୍ଣ
ନିର୍ବିକାରୀ ବୋଲି କୁହାଯାଏ ନା । ଏକଥା ମଧ୍ୟ କେହି ଜାଣିନାହାଁନ୍ତି ଯେ ସେଠାରେ ବିକାର ହିଁ
ନାହିଁ । କଳ୍ପ ପୂର୍ବର ଆତ୍ମା ତୁରନ୍ତ ଏସବୁକୁ ବୁଝିଯାଇଥାନ୍ତି । ଗାୟନ ରହିଛି, ଭଗବାନୁବାଚ -
କାମ ମହାଶତ୍ରୁ ଅଟେ । କିନ୍ତୁ ଭଗବାନ କେବେ କହିଥିଲେ - ଏକଥା କେହି ଜାଣିନାହାଁନ୍ତି । ଏବେ
ତୁମେମାନେ ଜଗତଜିତ୍ ହେଉଛ । କିନ୍ତୁ ଉଚ୍ଚପଦ ପାଇବା ପାଇଁ ପରିଶ୍ରମ କରିବାକୁ ପଡିବ । ବାବା
କହୁଛନ୍ତି - ଗୃହସ୍ଥ ବ୍ୟବହାରରେ ରହି କେବଳ ବୁଦ୍ଧିଯୋଗ ମୋ ସହିତ ଯୋଡ । ଯେବେକି ତୁମେ
ବାବାଙ୍କର ହୋଇସାରିଛ ତେବେ ବାବାଙ୍କ ପ୍ରତି ସେତିକି ସ୍ନେହ ରହିବା ଆବଶ୍ୟକ । ବାକି ଅନ୍ୟ
ମାନଙ୍କ ସହିତ କାର୍ଯ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସ୍ନେହ ରଖିବାକୁ ହେବ । ବୁଦ୍ଧିରେ ଏହି ଧ୍ୟାନ
ରଖିବାକୁ ହେବ ଯେ ସେମାନଙ୍କୁ ସ୍ୱର୍ଗବାସୀ କିପରି କରିବୁ । ସତ୍ୟ ଯାତ୍ରାରେ ଯିବା ପାଇଁ ଉପାୟ
କିପରି ବତାଇବୁ । ତାହା ହେଉଛି ଶାରୀରିକ ଯାତ୍ରା, ଯାହା ତୁମେ ଜନ୍ମ-ଜନ୍ମାନ୍ତର କରି ଆସିଛ । ଏହା
ଏକମାତ୍ର ହିଁ ଯୋଗର ଯାତ୍ରା ଅଟେ । ଏବେ ଆମର ୮୪ ଜନ୍ମ ଶେଷ ହେଲା ପୁଣି ସତ୍ୟଯୁଗ ଇତିହାସର
ପୁନରାବୃତ୍ତି ହେବ । ପତିତ ଆତ୍ମାମାନେ ତ ଘରକୁ ଯାଇପାରିବେ ନାହିଁ । ତେଣୁ ପବିତ୍ର କରିବା ପାଇଁ
ପତିତ-ପାବନ ବାବା ଆସିବା ଦରକାର । ଯଦିଓ ସନ୍ନ୍ୟାସୀମାନେ ପବିତ୍ର ହେଉଛନ୍ତି କିନ୍ତୁ ସେମାନେ
ଘରକୁ ଫେରି ଯାଇପାରିବେ ନାହିଁ । ସମସ୍ତଙ୍କୁ ଘରକୁ ନେଇ ଯିବାର କାମ ବାବା ହିଁ କରନ୍ତି । ବାବା
ଆସି ସମସ୍ତଙ୍କୁ ରାବଣଠାରୁ ମୁକ୍ତ କରିଦେଉଛନ୍ତି । ସତ୍ୟଯୁଗରେ ଦୁଃଖଦାୟୀ କୌଣସି ଜିନିଷ ରହିବ
ନାହିଁ । ତା’ର ନାମ ହିଁ ହେଉଛି ସୁଖଧାମ । ଏହା ହେଉଛି ଦୁଃଖଧାମ । ତାହା କ୍ଷୀର ସାଗର, ଏହା
ହେଉଛି ବିଷୟ ସାଗର ।
ଏବେ ତୁମେମାନେ ଜାଣୁଛ ଯେ ସ୍ୱର୍ଗରେ ଆମେ କେତେ ସୁଖ, ଆରାମରେ ରହିଥାଉ । କ୍ଷୀର ସାଗରରୁ ବାହାରି
ବିଷୟ ସାଗରକୁ କିପରି ଆସୁଛୁ, ଏକଥା କେହି ଜାଣିନାହାଁନ୍ତି । ବାବା ବୁଝାଉଛନ୍ତି ତୁମକୁ ଶ୍ରୀମତରେ
ଚାଲିବାକୁ ହେବ ପୁଣି ଏହାର ଉତ୍ତରଦାୟୀ ବାବା ହେବେ । ଶ୍ରୀମତ କହୁଛି - ହଁ ଯାଅ, ତୁମେ ଘର
ଗୃହସ୍ଥରେ ରୁହ, ପିଲାମାନଙ୍କର ପାଳନା କର । ତାଙ୍କ ନିକଟରେ ଜ୍ଞାନର ଭୁଁ-ଭୁଁ କରୁଥାଅ, ତେବେ
କିଛି ନା କିଛି କଲ୍ୟାଣ ହୋଇଯିବ । ସ୍ୱର୍ଗକୁ ତ ଆସିଯିବେ । ବାବା ଆସି ୨୧ ଜନ୍ମ ପାଇଁ
ନର୍କବାସୀରୁ ସ୍ୱର୍ଗବାସୀ କରୁଛନ୍ତି । ଏକଥା ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ମନୁଷ୍ୟମାନେ ତ
କିଛି ବି ଜାଣିନାହାଁନ୍ତି । ଇଏ ଅର୍ଥାତ୍ ବ୍ରହ୍ମା ମଧ୍ୟ ପୂର୍ବରୁ କିଛି ଜାଣି ନ ଥଲେ । ଯେପରି
ଏହାଙ୍କର ୮୪ ଜନ୍ମର କାହାଣୀ ରହିଛି - “ତତ୍ତ୍ତ୍ୱମ୍” ଇଏ ବି ରାଜଯୋଗ ଶିଖୁଛନ୍ତି । ତୁମେ
ହେଉଛ ରାଜଋଷି । ସେମାନେ ହେଉଛନ୍ତି ହଠଯୋଗ ଋଷି । ତୁମେମାନେ ଗୃହସ୍ଥ ବ୍ୟବହାରରେ ରହି ରାଜତ୍ୱ
ପ୍ରାପ୍ତ କରୁଛ । ତୁମେ ସମସ୍ତେ ଶରଣାଗତି ହେବାକୁ ଆସିଛ ନା । ଲୋକେ ଭାବୁଛନ୍ତି ଏବେ ଆମେ ତ
ସ୍ୱର୍ଗରେ ବସିଛୁ । ଦୁନିଆରେ ମାୟାର ବହୁତ ଆଡମ୍ବର ରହିଛି । ଯେ ପର୍ଯ୍ୟନ୍ତ ନର୍କର ବିନାଶ ନ
ହୋଇଛି ସେ ପର୍ଯ୍ୟନ୍ତ ସ୍ୱର୍ଗ ତିଆରି ହୋଇପାରିବ ନାହିଁ । ମାୟାବୀ ମାନବ ଏହାକୁ ହିଁ ସ୍ୱର୍ଗ
ଭାବି ବସିଛନ୍ତି । ବାବାଙ୍କୁ ନୂଆ ଦୁନିଆ ସ୍ଥାପନ କରିବା ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି
। ସମସ୍ତେ ପୂରା ନର୍କବାସୀ ଅଟନ୍ତି । ସ୍ୱର୍ଗବାସୀ ହେଉ ହିଁ ନାହାଁନ୍ତି । ବାବା କେତେ ସ୍ନେହରେ
ବୁଝାଉଛନ୍ତି ।
ଆଚ୍ଛା! ମିଠା ମିଠା ସନ୍ତାନମାନେ ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରିଲେ ହିଁ ଜଗତ୍ଜିତ୍ ହେବ
। ସେଥିପାଇଁ ପୁରା ପୁରୁଷାର୍ଥ କରିବାକୁ ହେବ । ଆଚ୍ଛା! ମିଠା ମିଠା ସିକିଲଧେ ସନ୍ତାନମାନଙ୍କ
ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର
ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏଭଳି କୌଣସି
କର୍ମ କରିବାର ନାହିଁ ଯାହା ଦ୍ୱାରା ନିଜର ଇଜ୍ଜତ ଚାଲିଯିବ ବା ଦଣ୍ଡ ଭୋଗ କରିବାକୁ ପଡିବ ।
ମାୟାର ତୋଫାନ ଗୁଡିକୁ ଖାତିରି ନ କରି ଯେତେ ସମୟ ମିଳୁଛି ବାବାଙ୍କୁ ମନେ ପକାଇବାକୁ ପଡିବ ।
ଏକମାତ୍ର ବାବାଙ୍କ ସହିତ ବାସ୍ତବ ଓ ନିସ୍ୱାର୍ଥ ସ୍ନେହ ରଖିବାକୁ ହେବ ।
(୨) ନିଜର ଉଚ୍ଚ ଗତି
ଅର୍ଥାତ୍ ଶ୍ରେଷ୍ଠ ସ୍ଥିତି ନିର୍ମାଣ କରିବା ପାଇଁ ସଚ୍ଚା ବାବାଙ୍କ ସହିତ ସଚ୍ଚା ରହିବାକୁ ହେବ ।
କୌଣସି କଥା ଲୁଚାଇବାର ନାହିଁ ।
ବରଦାନ:-
ସବୁ ପ୍ରକାରର
ଦାୟିତ୍ୱର ବୋଝକୁ ବାବାଙ୍କୁ ଦେଇ ସର୍ବଦା ନିଜର ଉନ୍ନତି କରୁଥିବା ସହଜଯୋଗୀ ଭବ ।
ଯେଉଁ ପିଲାମାନେ
ବାବାଙ୍କର କାର୍ଯ୍ୟକୁ ସମ୍ପନ୍ନ କରିବାର ଦାୟିତ୍ୱ ନେବା ପାଇଁ ସଂକଳ୍ପ କରିନିଅନ୍ତି ସେମାନଙ୍କୁ
ବାବା ମଧ୍ୟ ସେତିକି ସହଯୋଗ ଦେଇଥାଆନ୍ତି । କେବଳ ଯାହା ସବୁ ବ୍ୟର୍ଥ ବୋଝଗୁଡିକ ଅଛି ତା’କୁ
ବାବାଙ୍କ ଉପରେ ଛାଡିଦିଅ । ବାବାଙ୍କର ହୋଇ ସାରିବା ପରେ ବାବାଙ୍କ ଉପରେ ଦାୟିତ୍ୱର ବୋଝଗୁଡିକୁ
ଛାଡି ଦେଲେ ସଫଳତା ମଧ୍ୟ ଅଧିକ ଏବଂ ଉନ୍ନତି ମଧ୍ୟ ସହଜରେ ହୋଇଥାଏ । ସେଥିପାଇଁ କାହିଁକି ଏବଂ
କ’ଣ ପ୍ରଶ୍ନଠାରୁ ମୁକ୍ତ ରୁହ, ଯଦି ବିଶେଷ କରି ଫୁଲଷ୍ଟପ୍ ଲଗାଇବାର ସ୍ଥିତି ରହିଥିବ, ତେବେ
ସହଜଯୋଗୀ ହୋଇ ଅତିନ୍ଦ୍ରିୟ ସୁଖର ଅନୁଭବ କରିଚାଲିବ ।
ସ୍ଲୋଗାନ:-
ମନ ଏବଂ
ବୁଦ୍ଧିରେ ଯଦି ସତ୍ୟତା ଥିବ ତେବେ ବାବାଙ୍କର ବା ପରିବାରର ବିଶ୍ୱାସ ପାତ୍ର ହୋଇଯିବ ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ଯେତେଯେତେ ସମ୍ପୂର୍ଣ୍ଣ
ସ୍ଥିତି ପାଖେଇ ଆସୁଥିବ ସେତେସେତେ ଅନ୍ୟମାନଙ୍କର ସଂକଳ୍ପକୁ ମଧ୍ୟ ଜାଣିପାରିବ, ଏଥିପାଇଁ ନିଜର
ସଂକଳ୍ପ ଗୁଡିକ ଉପରେ କଡା ବ୍ରେକ ଲଗାଇବା ଦରକାର । ଯେଉଁମାନେ ନିଜର ସଂକଳ୍ପଗୁଡିକୁ ଏକତ୍ରିତ
କରିପାରିବେ ସେହିମାନେ ହିଁ ଅନ୍ୟମାନଙ୍କର ସଂକଳ୍ପକୁ ବୁଝିପାରିବେ । ତେଣୁ ସଂକଳ୍ପର ବେଡିଙ୍ଗ୍
ବିସ୍ତର ବନ୍ଦ କରିଚାଲ ।