12.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବର୍ତ୍ତମାନ କୟାମତ ଅର୍ଥାତ୍ ବିନାଶର ସମୟ, ରାବଣ ସମସ୍ତଙ୍କୁ କବର ଭିତରେ ବନ୍ଦ କରିଦେଇଛି, ବାବା ଆସିଛନ୍ତି ଅମୃତ ବର୍ଷା କରି ସାଥିରେ ନେଇଯିବା ପାଇଁ ।”

ପ୍ରଶ୍ନ:-
ଶିବବାବାଙ୍କୁ ଭୋଳା ଭଣ୍ଡାରୀ ମଧ୍ୟ କୁହାଯାଉଛି - କାହିଁକି?

ଉତ୍ତର:-
କାରଣ ଶିବ ଭୋଳାନାଥ ଯେତେବେଳେ ଆସୁଛନ୍ତି ସେତେବେଳେ ଗଣିକା ଅର୍ଥାତ୍ ବେଶ୍ୟା, ଅହଲ୍ୟା, କୁବ୍‌ଜାମାନଙ୍କର ମଧ୍ୟ କଲ୍ୟାଣ କରି ସେମାନଙ୍କୁ ବିଶ୍ୱର ମାଲିକ କରିଦେଉଛନ୍ତି । ପତିତ ଦୁନିଆ ଏବଂ ପତିତ ଶରୀରରେ ହିଁ ଆସୁଛନ୍ତି ତେଣୁ ଭୋଳା ହେଲେ ନା । ଭୋଳା ବାବାଙ୍କର ନିର୍ଦ୍ଦେଶ ହେଲା - ମିଠେ ବଚ୍ଚେ, ଏବେ ଅମୃତ ପାନକର, ବିକାର ରୂପୀ ବିଷକୁ ତ୍ୟାଗ କର ।

ଗୀତ:-
ଦୂରଦେଶ କା ରହନେ ୱାଲା...

ଓମ୍ ଶାନ୍ତି ।
ରୁହାନୀ ପିଲାମାନେ ଗୀତ ଶୁଣିଲେ ଅର୍ଥାତ୍ ଆତ୍ମା ଏହି ଶରୀରର କାନ ରୂପୀ କର୍ମେନ୍ଦ୍ରିୟ ଦ୍ୱାରା ଗୀତ ଶୁଣିଲା । ଦୂରଦେଶର ପଥିକ ଶିବବାବା ଏଠାକୁ ଆସିଛନ୍ତି, ତୁମେମାନେ ମଧ୍ୟ ପଥିକ ଅଟ ନା । ଯିଏ ବି ମନୁଷ୍ୟ ଆତ୍ମାମାନେ ଅଛନ୍ତି ସେମାନେ ସବୁ ପଥିକ ଅଟନ୍ତି । ଆତ୍ମାମାନଙ୍କର କୌଣସି ଘର ନାହିଁ । ଆତ୍ମା ତ ନିରାକାର, ନିରାକାରୀ ଆତ୍ମାମାନେ ନିରାକାରୀ ଦୁନିଆର ବାସିନ୍ଦା ଅଟନ୍ତି । ତାକୁ କୁହାଯାଉଛି ନିରାକାରୀ ଆତ୍ମାମାନଙ୍କ ଘର, ଦେଶ ବା ଲୋକ, ଏହାକୁ ଜୀବ ଆତ୍ମାମାନଙ୍କର ଦେଶ କୁହାଯାଏ । ତାହା ହେଉଛି ଆତ୍ମାମାନଙ୍କର ଦେଶ, ଆତ୍ମାମାନେ ଯେତେବେଳେ ଏଠାକୁ ଆସି ଶରୀରରେ ପ୍ରବେଶ କରୁଛନ୍ତି, ସେତେବେଳେ ନିରାକାରରୁ ସାକାର ହେଉଛନ୍ତି । ଏପରି ନୁହେଁ କି ଆତ୍ମାର କୌଣସି ରୂପ ନାହିଁ । ରୂପ ମଧ୍ୟ ଅଛି ତ ନାମ ମଧ୍ୟ ଅଛି । ଏତେ ଛୋଟ ଆତ୍ମା ଏହି ଶରୀର ଦ୍ୱାରା କେତେ ପାର୍ଟ କରୁଛି । ପ୍ରତି ଆତ୍ମାରେ ଅଭିନୟ କରିବାର ରେକର୍ଡ ଭରି ହୋଇ ରହିଛି । ଥରେ ରେକର୍ଡ ଭରି ହୋଇଗଲା ପରେ ଯେତେ ଥର ବି ଚଲାଅ ତାହା ହିଁ ଚାଲିବ । ସେହିପରି ଆତ୍ମା ମଧ୍ୟ ଏହି ଶରୀର ଭିତରେ ରେକର୍ଡ ଅଟେ, ଯେଉଁଥିରେ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି । ବାବା ଯେପରି ନିରାକାର, ସେହିପରି ଆତ୍ମା ମଧ୍ୟ ନିରାକାର ଅଟେ, କେଉଁ କେଉଁ ଶାସ୍ତ୍ରରେ ଲେଖିଦେଇଛନ୍ତି ଯେ, ଆତ୍ମା ନାମ ରୂପରୁ ନିଆରା, ପରନ୍ତୁ ବାସ୍ତବରେ ନାମ ରୂପରୁ ନିଆରା କୌଣସି ବସ୍ତୁ ନାହିଁ । ଆକାଶ ମଧ୍ୟ ପୋଲାର । ନାମ ତ’ ରହିଛି ନା ‘ଆକାଶ’ । ସୃଷ୍ଟିରେ ଏଭଳି କିଛି ଜିନିଷ ନାହିଁ ଯାହାର ନାମ ନ ଥିବ । ମନୁଷ୍ୟମାନେ କହୁଛନ୍ତି ପରମପିତା ପରମାତ୍ମା । ବାସ୍ତବରେ ସେହି ଦୂରଦେଶରେ ତ’ ସବୁ ଆତ୍ମାମାନେ ରହିଥା’ନ୍ତି । ଏହା ସାକାର ଦେଶ ଅଟେ, ଏଥିରେ ମଧ୍ୟ ଦୁଇଟି ରାଜ୍ୟ ଚାଲେ - ରାମରାଜ୍ୟ ଏବଂ ରାବଣ ରାଜ୍ୟ । ଅଧାକଳ୍ପ ରାମରାଜ୍ୟ, ଅଧାକଳ୍ପ ରାବଣ ରାଜ୍ୟ । ବାବା କେବେହେଲେ ପିଲାମାନଙ୍କ ପାଇଁ ଦୁଃଖର ରାଜ୍ୟ ସ୍ଥାପନ କରିବେ ନାହିଁ । ମନୁଷ୍ୟମାନେ କହୁଛନ୍ତି ଈଶ୍ୱର ସୁଖ ଦିଅନ୍ତି ତ ଦୁଃଖ ବି ଦିଅନ୍ତି । ବାବା ବୁଝାଉଛନ୍ତି ମୁଁ ପିଲାମାନଙ୍କୁ କେବେ ବି ଦୁଃଖ ଦିଏ ନାହିଁ । ମୋର ନାମ ହିଁ ହେଲା ଦୁଃଖହର୍ତ୍ତା ସୁଖକର୍ତ୍ତା । ଏସବୁ ହେଲା ମନୁଷ୍ୟମାନଙ୍କର ଭୁଲ ଧାରଣା । ଈଶ୍ୱର କେବେ ବି କାହାକୁ ଦୁଃଖ ଦେବେ ନାହିଁ । ବର୍ତ୍ତମାନ ହେଉଛି ଦୁଃଖଧାମ । ଅଧାକଳ୍ପ ରାବଣ ରାଜ୍ୟରେ କେବଳ ଦୁଃଖ ହିଁ ଦୁଃଖ ମିଳେ । ତିଳେମାତ୍ର ସୁଖ ନାହିଁ । ସୁଖଧାମରେ ପୁଣି ଦୁଃଖ ରହିବ ନାହିଁ । ବାବା ଏବେ ସ୍ୱର୍ଗର ରଚନା କରୁଛନ୍ତି । ଏବେ ତୁମେମାନେ ସଙ୍ଗମଯୁଗରେ ଅଛ । ଏହାକୁ ନୂଆ ଦୁନିଆ ତ’ କେହି ବି କହିବେ ନାହିଁ । ନୂଆ ଦୁନିଆର ନାମ ହେଲା ସତ୍ୟଯୁଗ ତାହା ପୁଣି ପୁରୁଣା ହେଲେ ତାକୁ କଳିଯୁଗ କୁହାଯାଏ । ନୂଆ ଜିନିଷ ଭଲ ଏବଂ ପୁରୁଣା ଜିନିଷ ଖରାପ ଦେଖାଯାଇଥାଏ, ତେଣୁ ପୁରୁଣା ଜିନିଷକୁ ଫୋପାଡି ଦିଆଯାଇଥାଏ । ଏବେ ମନୁଷ୍ୟମାନେ ବିଷକୁ ହିଁ ସୁଖ ବୋଲି ଭାବୁଛନ୍ତି । ଗାୟନ ମଧ୍ୟ ରହିଛି - ଅମୃତ ଛାଡି ବିଷ କାହିଁକି ଖାଇଲ । ଆହୁରି ମଧ୍ୟ କହିଥା’ନ୍ତି ତେରେ ଭାନେ ସର୍ବ କା ଭଲା ଅର୍ଥାତ୍ ତୁମର କଲ୍ୟାଣରେ ସମସ୍ତଙ୍କର କଲ୍ୟାଣ ନିହିତ । ତୁମେ ଆସି ଯାହା କରିବ ସେଥିରେ ଭଲ ହିଁ ହେବ । ନଚେତ୍ ରାବଣ ରାଜ୍ୟରେ ମନୁଷ୍ୟମାନେ କେବଳ ଖରାପ କାମ ହିଁ କରିବେ । ଏବେ ତ’ ତୁମମାନଙ୍କୁ ଜଣାପଡିଲା କି ୫୦୦ ବର୍ଷ ପୂର୍ବରୁ ଗୁରୁନାନକ ଆସିଥିଲେ, ପୁଣି କେବେ ଆସିବେ? ତେବେ ସେମାନେ କହିବେ ତାଙ୍କର ଆତ୍ମା ତ’ ଜ୍ୟୋତି ହୋଇ ଜ୍ୟୋତିରେ ମିଶିଗଲା । ପୁଣି ଆସିବେ କିପରି । କିନ୍ତୁ ତୁମେ କହିବ ଆଜିଠାରୁ ୪୫୦୦ ବର୍ଷ ପରେ ପୁଣି ଗୁରୁନାନକ ଆସିବେ । ତୁମମାନଙ୍କ ବୁଦ୍ଧିରେ ସାରା ବିଶ୍ୱର ଇତିହାସ ଏବଂ ଭୂଗୋଳ ଚକ୍ର ଲଗାଇ ଚାଲିଛି । ବର୍ତ୍ତମାନ ସମସ୍ତେ ତମୋପ୍ରଧାନ ଅଟନ୍ତି, ଏହାକୁ ବିନାଶର ସମୟ କୁହାଯାଉଛି । ବର୍ତ୍ତମାନ ସବୁ ମନୁଷ୍ୟ ଯେପରିକି ମୃତପ୍ରାୟ ହୋଇଯାଇଛନ୍ତି । ସମସ୍ତଙ୍କର ଜ୍ୟୋତି ଯେପରି ଲିଭିଯାଇଛି । ବାବା ସମସ୍ତଙ୍କୁ ଜାଗ୍ରତ କରିବା ପାଇଁ ଆସିଛନ୍ତି । ଯେଉଁ ପିଲାମାନେ କାମ ଚିତା ଉପରେ ବସି ଭସ୍ମ ହୋଇଯାଇଛନ୍ତି, ତାଙ୍କୁ ଅମୃତ ବର୍ଷା ଦ୍ୱାରା ଜାଗ୍ରତ କରି ସାଥିରେ ନେଇଯିବେ । ମାୟା ରାବଣ କାମଚିତାରେ ବସାଇ କବର ଭିତରେ ବନ୍ଦ କରିଦେଇଛି । ସମସ୍ତେ ଅଜ୍ଞାନ ନିଦରେ ଶୋଇ ଯାଇଛନ୍ତି । ବାବା ଏବେ ଜ୍ଞାନ ଅମୃତ ପିଆଉଛନ୍ତି । ତେବେ କେଉଁଠି ଜ୍ଞାନର ଅମୃତ ଏବଂ କେଉଁଠି ପାଣି । ଶିଖ୍‌ମାନେ ତାଙ୍କର ବଡ ଦିନରେ ବହୁତ ଧୁମ୍‌ଧାମରେ ପୋଖରିକୁ ସଫା କରିଥା’ନ୍ତି, ମାଟି ବାହାର କରିଥା’ନ୍ତି ସେଥିପାଇଁ ନାମ ରଖାଯାଇଛି - ଅମୃତସର ଅର୍ଥାତ୍ ଅମୃତର ପୋଖରି । ଗୁରୁନାନକ ମଧ୍ୟ ବାବାଙ୍କର ବହୁତ ମହିମା କରି କହିଛନ୍ତି - ଏକଓମ୍କାର, ସତ୍‌ନାମ... ସେ ସର୍ବଦା ସତ୍ୟ କୁହନ୍ତି । ସତ୍ୟନାରାୟଣଙ୍କ କଥା ଅଟେ ନା । ମନୁଷ୍ୟ ଭକ୍ତିମାର୍ଗରେ କେତେ କାହାଣୀ ଶୁଣି ଆସିଛନ୍ତି । ଅମରକଥା, ତିଜରିର କଥା... କୁହାଯାଏ ଶଙ୍କର ପାର୍ବତୀଙ୍କୁ ଅମରକଥା ଶୁଣାଇଥିଲେ । ସିଏ ତ ସୂକ୍ଷ୍ମଲୋକରେ ରୁହନ୍ତି, ସେଠାରେ ପୁଣି କେଉଁ କଥା ଶୁଣାଇଲେ? ଏବେ ବାବା ତୁମମାନଙ୍କୁ ଏ ସବୁ କଥା ବୁଝାଉଛନ୍ତି, ବାସ୍ତବରେ ମୁଁ ତୁମମାନଙ୍କୁ ଅମରକଥା ଶୁଣାଇ ଅମରଲୋକକୁ ନେଇଯିବା ପାଇଁ ଆସିଛି । ତୁମମାନଙ୍କୁ ମୃତ୍ୟୁଲୋକରୁ ଅମରଲୋକକୁ ନେଇଯାଉଛି । ବାକି ସୂକ୍ଷ୍ମଲୋକରେ ପାର୍ବତୀ କେଉଁ ଦୋଷ କରିଲେ ଯେ, ତାଙ୍କୁ ଅମର କଥା ଶୁଣାଇବେ । ଶାସ୍ତ୍ରମାନଙ୍କରେ ତ’ ଅନେକ କଥା ଲେଖି ଦେଇଛନ୍ତି । ସେଥିରେ ତ ସତ୍ୟନାରାୟଣଙ୍କର ସତ୍ୟ କଥା ନାହିଁ । ତୁମେମାନେ କେତେ ସତ୍ୟନାରାୟଣଙ୍କ କଥା ଶୁଣିଥିବ । ତା’ପରେ କେହି ସତ୍ୟନାରାୟଣ ହୋଇଛନ୍ତି କି? ବରଂ ଆହୁରି ହିଁ ତଳକୁ ତଳକୁ ଖସିଯାଇଥା’ନ୍ତି । ଏବେ ତୁମେମାନେ ବୁଝୁଛ, ଆମେ ନରରୁ ନାରାୟଣ ଏବଂ ନାରୀରୁ ଲକ୍ଷ୍ମୀ ହେଉଛୁ । ଏହା ହିଁ ଅମରଲୋକକୁ ଯିବା ପାଇଁ ପ୍ରକୃତ ସତ୍ୟନାରାୟଣଙ୍କ କଥା, ତିଜରୀର କଥା । ତୁମ ଆତ୍ମାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । ବାବା ବୁଝାଉଛନ୍ତି ତୁମେ ହିଁ ଗୁଲ୍‌ଗୁଲ୍ ଥିଲ ଅର୍ଥାତ୍ ପୂଜ୍ୟ ଥିଲ ପୁଣି ୮୪ ଜନ୍ମ ପରେ ତୁମେ ହିଁ ପୂଜାରୀ ହୋଇଯାଇଛ । ସେଥିପାଇଁ ଗାୟନ ରହିଛି - ଆପେହି ପୂଜ୍ୟ, ଆପେହି ପୂଜାରୀ । ବାବା କହୁଛନ୍ତି - ମୁଁ ତ’ ସର୍ବଦା ପୂଜ୍ୟ ଅଟେ । ତୁମମାନଙ୍କୁ ଆସି ପୂଜାରୀରୁ ପୂଜ୍ୟ କରୁଛି । ଏହା ହେଉଛି ପତିତ ଦୁନିଆ । ସତ୍ୟଯୁଗରେ ପୂଜ୍ୟ ପାବନ ମନୁଷ୍ୟ ଥିଲେ, ବର୍ତ୍ତମାନ ପୂଜାରୀ ପତିତ ମନୁଷ୍ୟ । ସେଥିପାଇଁ ସାଧୁ-ସନ୍ଥମାନେ ମଧ୍ୟ ଗାୟନ କରୁଛନ୍ତି ହେ ପତିତ-ପାବନ ସୀତରାମ । ଏହି ଶବ୍ଦ ବିଲ୍‌କୁଲ୍ ଠିକ୍ ଅଟେ । ସବୁ ସୀତାମାନେ କନ୍ୟା ଅଟନ୍ତି । କହୁଛନ୍ତି, ହେ ରାମ ଏଠାକୁ ଆସି ଆମକୁ ପାବନ କର । ସବୁ ଭକ୍ତମାନେ ଡାକୁଛନ୍ତି, ଆତ୍ମା ଡାକୁଛି - ହେ ରାମ । ଗାନ୍ଧିଜୀ ମଧ୍ୟ ଗୀତା ଶୁଣାଇ ସାରିବା ପରେ କହୁଥିଲେ - ହେ ପତିତ-ପାବନ ସୀତାରାମ । ଏବେ ତୁମେମାନେ ଜାଣିଛ ଗୀତା ଶ୍ରୀକୃଷ୍ଣ ଶୁଣାଇ ନାହାଁନ୍ତି । ବାବା କହୁଛନ୍ତି - ସେମାନଙ୍କଠାରୁ ମତାମତ ନିଅ ଯେ, ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ଗୀତାର ଭଗବାନ ହେଲେ ଶିବ, ଶ୍ରୀକୃଷ୍ଣ ନୁହଁନ୍ତି । ତାଙ୍କୁ ପ୍ରଥମେ ପଚାର, ଗୀତାର ଭଗବାନ କାହାକୁ କୁହାଯାଏ । ଭଗବାନ ନିରାକାରଙ୍କୁ କୁହାଯିବ ନା ସାକାରଙ୍କୁ? ତେବେ ଶ୍ରୀକୃଷ୍ଣ ତ’ ହେଲେ ସାକାର । ଶିବ ନିରାକାର ଅଟନ୍ତି । ସେ କେବଳ ଏହି ଶରୀରର ଲୋନ୍ ନେଉଛନ୍ତି । ବାକି ସିଏ ମାତାଙ୍କ ଗର୍ଭରୁ ଜନ୍ମ ନେଉନାହାଁନ୍ତି । ଶିବଙ୍କର ନିଜର ଶରୀର ନାହିଁ । ଏହି ମନୁଷ୍ୟଲୋକରେ ମନୁଷ୍ୟମାନଙ୍କର ନିଜ ନିଜର ସ୍ଥୂଳ ଶରୀର ଅଛି । ବାବା ଆସି ପ୍ରକୃତ ସତ୍ୟନାରାୟଣଙ୍କର କଥା ଶୁଣାଉଛନ୍ତି । ବାବାଙ୍କର ମହିମା ହେଲା ପତିତ-ପାବନ, ସମସ୍ତଙ୍କର ସଦ୍‌ଗତିଦାତା, ସମସ୍ତଙ୍କର ମୁକ୍ତିଦାତା, ଦୁଃଖହର୍ତ୍ତା ସୁଖକର୍ତ୍ତା । ଆଚ୍ଛା, ଏକଥା ତ ଠିକ୍ କିନ୍ତୁ ସୁଖ ବାସ୍ତବରେ କେଉଁଠାରେ ଥାଏ? ଏଠାରେ କେହି ବି ସୁଖୀ ହୋଇପାରିବେ ନାହିଁ । ସୁଖ ପରଜନ୍ମରେ ମିଳିବ । ବାସ୍ତବରେ ସୁଖ ସେତେବେଳେ ମିଳିବ ଯେତେବେଳେ ପୁରୁଣା ଦୁନିଆ ସମାପ୍ତ ହୋଇ ସ୍ୱର୍ଗର ସ୍ଥାପନା ହୋଇଯିବ । ଆଚ୍ଛା, ସିଏ କାହାଠାରୁ ଲିବରେଟ୍ ଅର୍ଥାତ୍ ମୁକ୍ତ କରୁଛନ୍ତି? ରାବଣର ଦୁଃଖରୁ । ଏହା ତ’ ଦୁଃଖଧାମ ଅଟେ ନା । ବାବା ସମସ୍ତଙ୍କର ଗାଇଡ୍ ମଧ୍ୟ ହେଉଛନ୍ତି । ଏହି ଶରୀର ତ ଏହିଠାରେ ହିଁ ସମାପ୍ତ ହୋଇଯିବ, ବାକି ଆତ୍ମାମାନଙ୍କୁ ପରମାତ୍ମା ସାଥିରେ ନେଇଯାଇଥା’ନ୍ତି । ଶିବବାବା ପତି ରୂପରେ ଆଗେ ଆଗେ ଯିବେ, ଆତ୍ମା ରୂପି ପତ୍ନୀମାନେ ତାଙ୍କ ପଛେ ପଛେ ଯିବେ । ସେ ହେଉଛନ୍ତି ଅବିନାଶୀ ପ୍ରିୟତମ ପତି । ସିଏ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ପବିତ୍ର କରି ଘରକୁ ନେଇଯାଉଛନ୍ତି । ଯେପରି କେହି ବିବାହ କରି ଘରକୁ ଆସନ୍ତି ତେବେ ଆଗରେ ସ୍ୱାମୀ ରୁହନ୍ତି ପଛରେ ପତ୍ନୀ ଥାଏ, ତା’ପରେ ବରଯାତ୍ରୀ ଥାଆନ୍ତି । ତୁମର ମାଳା ମଧ୍ୟ ଠିକ୍ ଏହିପରି ରହୁଛି । ମାଳାର ଉପରେ ଶିବବାବା ଫୁଲ, ପ୍ରଥମେ ତାଙ୍କୁ ନମସ୍କାର କରିବେ । ତା’ପରେ ଯୁଗଳଦାନା ବ୍ରହ୍ମା-ସରସ୍ୱତୀ । ତା’ପରେ ତୁମେମାନେ, ଯିଏକି ବାବାଙ୍କର ସହଯୋଗୀ ହେଉଛ । ତେବେ ଫୁଲ ଅର୍ଥାତ୍ ଶିବବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେମାନେ ସୂର୍ଯ୍ୟବଂଶୀ ବିଷ୍ଣୁଙ୍କର ମାଳାର ଦାନା ହେଉଛ । ବ୍ରହ୍ମା-ସରସ୍ୱତୀ ହିଁ ଲକ୍ଷ୍ମୀ-ନାରାୟଣ ହୋଇଥା’ନ୍ତି । ଲକ୍ଷ୍ମୀ-ନାରାୟଣରୁ ବ୍ରହ୍ମା-ସରସ୍ୱତୀ ହୋଇଥା’ନ୍ତି । ଏମାନେ ସେତିକି ପରିଶ୍ରମ କରିଥା’ନ୍ତି, ସେଥିପାଇଁ ତାଙ୍କର ପୂଜା ହୋଇଥାଏ । ବାସ୍ତବରେ ଏକଥା କେହି ବି ଜାଣିନାହାଁନ୍ତି କି, ମାଳା କ’ଣ ଜିନିଷ । କେବଳ ମାଳା ଗଡାଇ ଚାଲିଛନ୍ତି । ୧୬୧୦୮ର ମାଳା ମଧ୍ୟ ରହିଛି । ତାକୁ ବଡ ବଡ ମନ୍ଦିରରେ ରଖାଯାଇଥାଏ, ଯାହାକୁ କେହି କେଉଁଆଡୁ ଆଉ କେହି ଆଉ କେଉଁଆଡୁ ଟାଣିଥା’ନ୍ତି । ବାବା ବମ୍ବେରେ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ଯାଉଥିଲେ, ସେଠାକୁ ଯାଇ ମାଳା ଗଡାଉଥିଲେ, ରାମ-ରାମ ଜପ କରୁଥିଲେ କାରଣ ଫୁଲ ଏକମାତ୍ର ବାବା ଅଟନ୍ତି ନା । ସେହି ଫୁଲକୁ ହିଁ ରାମ ରାମ ବୋଲି କହିଥା’ନ୍ତି । ତା’ପରେ ସାରା ମାଳାକୁ ଧରି ମୁଣ୍ଡିଆ ମାରିଥା’ନ୍ତି । କିନ୍ତୁ ତାଙ୍କ ଭିତରେ କିଛି ହେଲେ ଜ୍ଞାନ ନାହିଁ । ପାଦ୍ରୀମାନେ ମଧ୍ୟ ହାତରେ ମାଳା ଗଡାଇଥା’ନ୍ତି । ତାଙ୍କୁ ଯଦି ପଚାରିବ ତୁମେ କାହାର ମାଳା ଗଡାଉଛ? ତାଙ୍କୁ ତ ଜଣାନାହିଁ । ସେମାନେ କହିଦେବେ ଖ୍ରୀଷ୍ଟଙ୍କ ସ୍ମୃତିରେ ଗଡାଉଛୁ । ସେମାନଙ୍କୁ ଏକଥା ଜଣାନାହିଁ ଯେ, ଖ୍ରୀଷ୍ଟଙ୍କର ଆତ୍ମା ଏବେ କେଉଁଠି ଅଛି । ତୁମେମାନେ ଜାଣିଛ ଖ୍ରୀଷ୍ଟଙ୍କ ଆତ୍ମା ମଧ୍ୟ ଏବେ ତମୋପ୍ରଧାନ ହୋଇଯାଇଛି । ତୁମେମାନେ ମଧ୍ୟ ତମୋପ୍ରଧାନ ଭିକାରୀ ଥିଲ । ଏବେ ଭିକାରୀରୁ ରାଜକୁମାର ହେଉଛ । ଭାରତ ରାଜକୁମାର ଭଳି ଥିଲା, ଏବେ ଭିକାରୀ ହୋଇ ଯାଇଛି । ପୁଣି ଥରେ ରାଜକୁମାର ହେଉଛି ଏବଂ ତାହା ମଧ୍ୟ ବାବା ହିଁ କରୁଛନ୍ତି । ତୁମେମାନେ ମନୁଷ୍ୟରୁ ପୁଣି ରାଜକୁମାର ହେଉଛ । ଗୋଟିଏ ରାଜକୁମାର କଲେଜ୍ ମଧ୍ୟ ଥିଲା, ଯେଉଁଠାରେ କେବଳ ରାଜକୁମାର ରାଜକୁମାରୀ ହିଁ ପାଠ ପଢ଼ୁଥିଲେ ।

ତୁମେମାନେ ଏଠାରେ ପାଠପଢ଼ି ୨୧ ଜନ୍ମ ପାଇଁ ସ୍ୱର୍ଗର ପ୍ରିନ୍ସ ପ୍ରିନ୍ସେଜ୍ ହେଉଛ । ଏହି ଶ୍ରୀକୃଷ୍ଣ ସ୍ୱର୍ଗର ପ୍ରିନ୍ସ ଅଟନ୍ତି ନା । ତାଙ୍କର ହିଁ ୮୪ ଜନ୍ମର କାହାଣୀ ଲେଖାଯାଇଛି । କିନ୍ତୁ ମନୁଷ୍ୟ କ’ଣ ଜାଣିବେ । ଏ କଥା କେବଳ ତୁମେମାନେ ହିଁ ଜାଣିଛ । “ଭଗବାନୁବାଚ” ସେ ସମସ୍ତଙ୍କର ପିତା ଅଟନ୍ତି । ତୁମେ ଗଡ୍ ଫାଦରଙ୍କଠାରୁ ଶୁଣୁଛ, ଯିଏକି ସ୍ୱର୍ଗର ସ୍ଥାପନା କରୁଛନ୍ତି । ତାକୁ କୁହାଯାଏ ସତ୍ୟଖଣ୍ଡ । ଏହା ହେଉଛି ମିଥ୍ୟାଖଣ୍ଡ । ବାବା ତ ସତ୍ୟଖଣ୍ଡର ହିଁ ସ୍ଥାପନା କରିବେ ନା । ମିଥ୍ୟାଖଣ୍ଡ ରାବଣ ସ୍ଥାପନ କରିଥାଏ । ରାବଣର ରୂପ ତିଆରି କରୁଛନ୍ତି କିନ୍ତୁ ଏହାର ଅର୍ଥକୁ ବୁଝୁନାହାଁନ୍ତି, କେହି ଜାଣିନାହାଁନ୍ତି ଯେ ରାବଣ କିଏ, ଯାହାକୁ ପ୍ରତି ବର୍ଷ ମାରୁଛନ୍ତି ପୁଣି ସିଏ ବଞ୍ଚି ଯାଉଛି । ବାସ୍ତବରେ ୫ ବିକାର ସ୍ତ୍ରୀର, ୫ ବିକାର ପୁରୁଷର... ଏହାକୁ କୁହାଯାଏ ରାବଣ । ତାକୁ ମାରନ୍ତି । ରାବଣକୁ ମାରି ତା’ର ଲଙ୍କାରୁ ସୁନା ମଧ୍ୟ ଲୁଣ୍ଠନ କରିଥା’ନ୍ତି - ଏଭଳି ମଧ୍ୟ ପରମ୍ପରା ରହିଛି ।

ତୁମେମାନେ ଜାଣିଛ - ଏହା ହେଲା କଣ୍ଟାର ଜଙ୍ଗଲ । ବମ୍ବେରେ ବବୁଲ୍‌ନାଥଙ୍କର ମଧ୍ୟ ମନ୍ଦିର ଅଛି । ବାବା ଆସି କଣ୍ଟାକୁ ଫୁଲ କରୁଛନ୍ତି । ସମସ୍ତେ ପରସ୍ପରକୁ କଣ୍ଟା ଫୋଡୁଛନ୍ତି ଅର୍ଥାତ୍ କାମ ବିକାରର ବଶବର୍ତ୍ତୀ ହେଉଛନ୍ତି, ସେଥିପାଇଁ ଏହାକୁ କଣ୍ଟାର ଜଙ୍ଗଲ କୁହାଯାଏ । ସତ୍ୟଯୁଗକୁ ଗାର୍ଡେନ୍ ଅଫ୍ ଆଲ୍ଲା ଅର୍ଥାତ୍ ଈଶ୍ୱରଙ୍କର ବଗିଚା କୁହାଯାଏ, ସେହି ଫୁଲମାନେ ହିଁ କଣ୍ଟା ହୋଇଯାଆନ୍ତି ପୁଣି କଣ୍ଟାରୁ ଫୁଲ ହୁଅନ୍ତି । ଏବେ ତୁମେମାନେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ । ଏହି ରାବଣ ରାଜ୍ୟର ବିନାଶ ତ’ ନିଶ୍ଚିତ ହେବ ହିଁ ହେବ । ଶେଷରେ ବଡ ଲଢେଇ ଲାଗିବ । ସଚ୍ଚା ସଚ୍ଚା ଦଶହରା ମଧ୍ୟ ହେବ । ରାବଣରାଜ୍ୟ ସମାପ୍ତ ହୋଇଗଲା ପରେ ତୁମେମାନେ ଲଙ୍କାକୁ ଲୁଣ୍ଠନ କରିବ । ତୁମମାନଙ୍କୁ ସୁନାର ମହଲ ମିଳିଯିବ । ତୁମେମାନେ ଏବେ ରାବଣ ଉପରେ ବିଜୟ ପ୍ରାପ୍ତ କରି ସ୍ୱର୍ଗର ମାଲିକ ହେଉଛ । ବାବା ସାରା ବିଶ୍ୱର ରାଜ୍ୟଭାଗ୍ୟ ଦେଉଛନ୍ତି, ସେଥିପାଇଁ ତାଙ୍କୁ ଶିବଭୋଳା ଭଣ୍ଡାରୀ କୁହାଯାଏ । ଗଣିକା, ଅହଲ୍ୟା, କୁବ୍‌ଜା... ସମସ୍ତଙ୍କୁ ବାବା ବିଶ୍ୱର ମାଲିକ କରୁଛନ୍ତି । କେତେ ଭୋଳା ଅଟନ୍ତି । ପତିତ ଦୁନିଆ, ପତିତ ଶରୀରରେ ହିଁ ଆସୁଛନ୍ତି । ବାକି ଯିଏ ସ୍ୱର୍ଗର ଯୋଗ୍ୟ ନୁହେଁ, ସେ ବିଷପାନ କରିବା ଛାଡୁନାହାନ୍ତି । ବାବା କହୁଛନ୍ତି - ପିଲାମାନେ, ଏବେ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ଏହି ବିକାର ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖୀ କରିଦେଉଛି । ତୁମେ କ’ଣ ଏହି ଗୋଟିଏ ଜନ୍ମ ପାଇଁ ବିଷପାନ କରିବା ଛାଡିପାରିବ ନାହିଁ? ମୁଁ ତୁମକୁ ଅମୃତ ପିଆଇ ଅମର କରୁଛି, ତଥାପି ତୁମେ ପବିତ୍ର ହେଉନାହଁ । ବିଷ ବିନା, ସିଗାରେଟ୍‌, ମଦ ବିନା ରହିପାରୁନାହଁ । ମୁଁ ବେହଦର ବାବା ତୁମକୁ କହୁଛି - ପିଲାମାନେ, ଯଦି ଏହି ଗୋଟିଏ ଜନ୍ମ ପାବନ ହେବ ତେବେ ତୁମକୁ ସ୍ୱର୍ଗର ମାଲିକ କରିଦେବି । ପୁରୁଣା ଦୁନିଆର ବିନାଶ ଓ ନୂଆ ଦୁନିଆର ସ୍ଥାପନା କରିବା - ଏହା ବାବାଙ୍କର ହିଁ କାମ ଅଟେ । ବାବା ଆସିଛନ୍ତି ସାରା ଦୁନିଆକୁ ଦୁଃଖରୁ ମୁକ୍ତ କରି ସୁଖଧାମ ଏବଂ ଶାନ୍ତିଧାମକୁ ନେଇଯିବା ପାଇଁ । ଏବେ ସବୁ ଧର୍ମ ବିନାଶ ହୋଇଯିବ । ବର୍ତ୍ତମାନ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମର ପୁନଃ ସ୍ଥାପନା ହେଉଛି । ଗ୍ରନ୍ଥରେ ମଧ୍ୟ ପରମପିତା ପରମାତ୍ମାଙ୍କୁ ଅକାଳମୂରତ କହନ୍ତି । ବାବା ହେଉଛନ୍ତି ମହାକାଳ, କାଳର କାଳ । ସେହି କାଳ ତ’ ଜଣେ ଦୁଇଜଣଙ୍କୁ ନେଇଯିବ । କିନ୍ତୁ ମୁଁ ତ’ ସବୁ ଆତ୍ମାମାନଙ୍କୁ ନେଇଯିବି, ସେଥିପାଇଁ ମୋତେ ମହାକାଳ କହନ୍ତି । ବାବା ଆସି ତୁମମାନଙ୍କୁ କେତେ ବୁଦ୍ଧିମାନ୍ କରୁଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଅନ୍ତିମ ଜନ୍ମରେ ବିଷକୁ ତ୍ୟାଗ କରି ନିଜେ ଅମୃତ ପାନ କର ଏବଂ ଅନ୍ୟମାନଙ୍କୁ କରାଅ । ପବିତ୍ର ହେବାକୁ ପଡିବ ଏବଂ କଣ୍ଟାକୁ ଫୁଲ କରିବାର ସେବା କରିବାକୁ ହେବ ।

(୨) ବିଷ୍ଣୁଙ୍କ ଗଳାର ମାଳାର ଦାନା ହେବା ପାଇଁ ବାବାଙ୍କର ସ୍ମୃତିରେ ରହିବାକୁ ହେବ, ପୂରା ପୂରା ସହଯୋଗୀ ହୋଇ ବାବାଙ୍କ ସମାନ ଦୁଃଖହର୍ତ୍ତା ହେବାକୁ ପଡିବ ।

ବରଦାନ:-
ନିଜର ଅଲୌକିକ ଆତ୍ମିକ ବୃତ୍ତି ଦ୍ୱାରା ସର୍ବ ଆତ୍ମାଙ୍କ ଉପରେ ନିଜର ପ୍ରଭାବ ପକାଉଥିବା ମାଷ୍ଟର ଜ୍ଞାନ ସୂର୍ଯ୍ୟ ଭବ ।

ଯେପରି କୌଣସି ବି ଆକର୍ଷକ ବସ୍ତୁ ଆଖପାଖ ବାଲାଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ, ଯାହାଦ୍ୱାରା ସମସ୍ତଙ୍କର ଧ୍ୟାନ ତା’ ଆଡକୁ ଯାଇଥାଏ, ସେହିପରି ଯେତେବେଳେ ତୁମମାନଙ୍କର ବୃତ୍ତି, ଅଲୌକିକ ଏବଂ ଆତ୍ମ ଅଭିମାନଯୁକ୍ତ ହୋଇଯିବ, ସେତେବେଳେ ତୁମର ପ୍ରଭାବ ଅନେକ ଆତ୍ମାଙ୍କ ଉପରେ ସ୍ୱତଃ ହିଁ ପଡିବାକୁ ଲାଗିବ । ଅଲୌକିକ ବୃତ୍ତି ଅର୍ଥାତ୍ ନ୍ୟାରା ଏବଂ ପ୍ୟାରା ପଣିଆର ସ୍ଥିତି ସ୍ୱତଃ ହିଁ ଅନେକ ଆତ୍ମାଙ୍କୁ ଆକର୍ଷିତ କରିଥାଏ । ଏହିଭଳି ଅଲୌକିକ ଶକ୍ତିଶାଳୀ ଆତ୍ମାମାନେ ମାଷ୍ଟର ଜ୍ଞାନସୂର୍ଯ୍ୟ ହୋଇ ଚତୁର୍ଦ୍ଦିଗରେ ନିଜର ପ୍ରକାଶ ବିଚ୍ଛୁରିତ କରିଥାଆନ୍ତି ।

ସ୍ଲୋଗାନ:-
ଯଦି ସଦାସର୍ବଦା ନିଜର ସ୍ୱମାନର ଆସନ ଉପରେ ସ୍ଥିତ ରହିବ, ତେବେ ସର୍ବଶକ୍ତିଗୁଡିକ ତୁମର ଆଦେଶକୁ ମାନି ଚାଲିବେ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ଜ୍ଞାନୀ ହେବା ସହିତ ଏବେ ସ୍ନେହୀ ମଧ୍ୟ ହୁଅ, କାରଣ ସ୍ୱର ସେବା ବିଶ୍ୱ ସେବାର ଆଧାର ଅଟେ । ତେଣୁ ସେବା କରିବା ପାଇଁ କେବଳ ଦୁଇଟି ଶବ୍ଦକୁ ମନେ ରଖିଥାଅ - ଗୋଟିଏ ହେଲା ମୁଁ ନିମିତ୍ତ ଅଟେ, ଦ୍ୱିତୀୟରେ ମୋତେ ନିର୍ମାନ ହେବାକୁ ହିଁ ପଡିବ, ଏହାଦ୍ୱାରା ଏକତାର ବାତାବରଣ ନିର୍ମାଣ ହେବ । ପରସ୍ପରର ସହଯୋଗୀ ହେବେ । ତୋ’ର ମୋ’ରର, ମାନ-ଶାନ ପାଇବାର, ମୁହାମୁହିଁ ହେବାର ଭାବନା ସମାପ୍ତ ହୋଇଯିବ ।