12.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କର ଏହି ବ୍ରାହ୍ମଣ କୁଳ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ତୁମେ ବ୍ରାହ୍ମଣମାନେ ହିଁ ଜ୍ଞାନବାନ ଅଟ, ତୁମେମାନେ ଜ୍ଞାନ, ବିଜ୍ଞାନ ଏବଂ ଅଜ୍ଞାନତାକୁ ଜାଣିଛ ।”

ପ୍ରଶ୍ନ:-
କେଉଁ ସହଜ ପୁରୁଷାର୍ଥ ଦ୍ୱାରା ତୁମମାନଙ୍କର ମନ ସବୁ କଥାରୁ ହଟିଯିବ ?

ଉତ୍ତର:-
କେବଳ ଏହି ଆତ୍ମିକ ବ୍ୟବସାୟରେ ଲାଗିଯାଅ, ଯେତେ ଯେତେ ଆତ୍ମିକ ସେବା କରିଚାଲିବ, ସେତେ ଆପେ ଆପେ ସବୁକଥାରୁ ମନ ହଟିଯିବ ଏବଂ ରାଜତ୍ୱ ନେବାର ପୁରୁଷାର୍ଥରେ ଲାଗିପଡିବ । କିନ୍ତୁ ଆତ୍ମିକ ସେବା କରିବା ସହିତ ଯେଉଁ ସନ୍ତାନମାନଙ୍କୁ ରଚନା କରିଛନ୍ତି, ସେମାନଙ୍କୁ ମଧ୍ୟ ପାଳନା ଦେବାକୁ ହେବ ।

ଗୀତ:-
ଜୋ ପିୟା କେ ସାଥ ହେ ...

ଓମ୍ ଶାନ୍ତି ।
ପିତା ପରମାତ୍ମାଙ୍କୁ ପିୟା କୁହାଯାଉଛି । ଏବେ ତୁମେମାନେ ପିତା ପରମାତ୍ମାଙ୍କ ସମ୍ମୁଖରେ ବସିଛ । ତୁମେମାନେ ଜାଣିଛ ଆମେ କୌଣସି ସାଧୁ ସନ୍ନ୍ୟାସୀଙ୍କ ଆଗରେ ବସିନାହୁଁ । ବାବା ହେଲେ ଜ୍ଞାନର ସାଗର ଯେଉଁ ଜ୍ଞାନ ଦ୍ୱାରା ହିଁ ସମସ୍ତଙ୍କର ସଦ୍‌ଗତି ହୋଇଥାଏ । କୁହାଯାଏ ଜ୍ଞାନ, ବିଜ୍ଞାନ ଏବଂ ଅଜ୍ଞାନ । ବିଜ୍ଞାନ ଅର୍ଥାତ୍ ଦେହୀ-ଅଭିମାନୀ ହେବା, ଯୋଗର ଯାତ୍ରାରେ ରହିବା ଏବଂ ଜ୍ଞାନ ଅର୍ଥାତ୍ ସୃଷ୍ଟି ଚକ୍ରକୁ ଜାଣିବା । ତେବେ ଜ୍ଞାନ, ବିଜ୍ଞାନ ଏବଂ ଅଜ୍ଞାନ - ଏହାର ଅର୍ଥକୁ ମନୁଷ୍ୟମାନେ ବିଲକୁଲ୍ ଜାଣିନାହାଁନ୍ତି । ବର୍ତ୍ତମାନ ତୁମେ ହେଉଛ ସଙ୍ଗମଯୁଗୀ ବ୍ରାହ୍ମଣ । ତୁମର ଏହି ବ୍ରାହ୍ମଣ କୁଳ ଅଦ୍ୱିତୀୟ ଅଟେ । ଯେଉଁ କୁଳକୁ କେହି ହେଲେ ଜାଣିନାହାଁନ୍ତି । ବ୍ରାହ୍ମଣମାନେ ସଙ୍ଗମଯୁଗୀ ଅଟନ୍ତି, ଏକଥା କୌଣସି ଶାସ୍ତ୍ରରେ ନାହିଁ । ଏକଥା ମଧ୍ୟ ଜାଣିଛନ୍ତି ଯେ ପ୍ରଜାପିତା ବ୍ରହ୍ମା ତାଙ୍କର କର୍ତ୍ତବ୍ୟ କରି ଯାଇଛନ୍ତି । ତାଙ୍କୁ ଆଦି ଦେବ ମଧ୍ୟ କହୁଛନ୍ତି । ଆଦି ଦେବୀ ହେଲେ ଜଗତଅମ୍ବା, ସେ କିଏ? ଏକଥା ମଧ୍ୟ ଦୁନିଆ ଜାଣିନାହିଁ । ତେବେ ସିଏ ନିଶ୍ଚିତ ବ୍ରହ୍ମାଙ୍କର ମୁଖବଂଶାବଳୀ ହିଁ ହୋଇଥିବେ । ସେ କୌଣସି ବ୍ରହ୍ମାଙ୍କର ସ୍ତ୍ରୀ ନୁହଁନ୍ତି । ତାଙ୍କୁ ମଧ୍ୟ ବାବା ପୋଷ୍ୟ କରିଥା’ନ୍ତି । ତୁମକୁ ମଧ୍ୟ ପୋଷ୍ୟ କରୁଛନ୍ତି । ବ୍ରାହ୍ମଣମାନଙ୍କୁ ଦେବତା କୁହାଯିବ ନାହିଁ । ଏଠାରେ ବ୍ରହ୍ମାଙ୍କର ମନ୍ଦିର ଅଛି । ସେ ମଧ୍ୟ ମନୁଷ୍ୟ ଅଟନ୍ତି ନା । ବ୍ରହ୍ମାଙ୍କ ସହିତ ସରସ୍ୱତୀ ମଧ୍ୟ ଅଛନ୍ତି । ପୁଣି ଦେବତାମାନଙ୍କର ମନ୍ଦିର ମଧ୍ୟ ରହିଛି । ସମସ୍ତେ ଏଠାକାର ହିଁ ମନୁଷ୍ୟ ଅଟନ୍ତି । କେବଳ ଜଣଙ୍କର ମନ୍ଦିର କରିଦେଇଛନ୍ତି । ପ୍ରଜାପିତାଙ୍କର ତ ବହୁତ ପ୍ରଜା ଥିବେ ନା । ସେହି ପ୍ରଜାମାନେ ଏବେ ରଚନା ହେଉଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କର କୁଳ ବୃଦ୍ଧିକୁ ପାଇଚାଲିଛି । ସମସ୍ତେ ତାଙ୍କର ପୋଷ୍ୟ ବା ଧର୍ମର ସନ୍ତାନ ଅଟନ୍ତି । ଏବେ ତୁମକୁ ବେହଦର ବାବା ଧର୍ମର ସନ୍ତାନ କରିଛନ୍ତି । ବ୍ରହ୍ମା ମଧ୍ୟ ବେହଦ ବାବାଙ୍କର ସନ୍ତାନ । ଏହାଙ୍କୁ ମଧ୍ୟ ତାଙ୍କଠାରୁ ବର୍ସା ମିଳୁଛି । ନାତି-ନାତୁଣୀମାନଙ୍କୁ ମଧ୍ୟ ତାଙ୍କଠାରୁ ବର୍ସା ମିଳୁଛି । ଜ୍ଞାନ ତ କାହା ପାଖରେ ନାହିଁ । କାରଣ ଜ୍ଞାନର ସାଗର ହେଲେ ଏକମାତ୍ର ବାବା, ସିଏ ନ ଆସିବା ଯର୍ଯ୍ୟନ୍ତ କାହାର ସଦ୍‌ଗତି ହୋଇ ପାରିବ ନାହିଁ । ଏବେ ତୁମେ ସଦ୍‌ଗତି ପାଇବା ନିମନ୍ତେ ଭକ୍ତିମାର୍ଗରୁ ଜ୍ଞାନମାର୍ଗକୁ ଆସିଛ । ସତ୍ୟଯୁଗକୁ ସଦ୍‌ଗତି, କଳିଯୁଗକୁ ଦୁର୍ଗତି କୁହାଯାଉଛି, କାହିଁକିନା ଏହା ରାବଣର ରାଜ୍ୟ ଅଟେ । ସଦ୍‌ଗତିକୁ ରାମରାଜ୍ୟ ମଧ୍ୟ କହିଥା’ନ୍ତି ତ’ ସୂର୍ଯ୍ୟବଂଶୀ ମଧ୍ୟ କୁହାଯାଇଥାଏ । ଯଥାର୍ଥ ନାମ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଅଟେ । ପିଲାମାନେ ଜାଣିଛନ୍ତି ଆମେ ହିଁ ସୂର୍ଯ୍ୟବଂଶୀ କୁଳର ଥିଲୁ । ପୁଣି ୮୪ ଜନ୍ମ ନେଲୁ , ଏହି ଜ୍ଞାନ କୌଣସି ଶାସ୍ତ୍ରରେ ନାହିଁ କାହିଁକିନା ସେସବୁ ହେଲା ଭକ୍ତିମାର୍ଗର । ଯାହାକି ବିନାଶ ହୋଇଯିବ । ଏଠାରୁ ଯେଉଁ ସଂସ୍କାର ନେଇଯିବେ ସେଠାରେ ପୁଣି ତିଆରି କରିବାରେ ଲାଗିପଡିବେ । ତୁମ ଭିତରେ ମଧ୍ୟ ରାଜତ୍ୱର ସଂସ୍କାର ଭର୍ତ୍ତି କରାଯାଉଛି । ତୁମେ ରାଜତ୍ତ୍ୱ କରିବ ଏବଂ ସେହି ବୈଜ୍ଞାନିକମାନେ ଯେଉଁ କଳା ଶିଖିଛନ୍ତି ସେମାନେ ସେଠାରେ ସେସବୁ ତିଆରି କରିବେ । ତେଣୁ ସେମାନେ ମଧ୍ୟ ନିଶ୍ଚୟ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜତ୍ୱକୁ ଯିବେ । ତାଙ୍କ ପାଖରେ କେବଳ ବିଜ୍ଞାନର ଜ୍ଞାନ ରହିଛି । ସେମାନେ ସେହି ସଂସ୍କାରକୁ ନେଇଯିବେ । ତାହା ମଧ୍ୟ ସଂସ୍କାର ଅଟେ । ସେମାନେ ମଧ୍ୟ ପୁରୁଷାର୍ଥ କରୁଛନ୍ତି । ତାଙ୍କ ପାଖରେ ସେହି ବିଦ୍ୟା ରହିଛି ତୁମ ପାଖରେ ଅନ୍ୟ କୌଣସି ବିଦ୍ୟା ନାହିଁ । ତୁମେମାନେ ବାବାଙ୍କଠାରୁ ରାଜତ୍ୱ ନେଉଛ । ବ୍ୟବସାୟ ଆଦିରେ ତ ସେହି ସଂସ୍କାର ରହୁଛି ନା । କେତେ ଖିଟ୍‌ପିଟ୍ ହେଉଛି । କିନ୍ତୁ ଯେପର୍ଯ୍ୟନ୍ତ ବାନପ୍ରସ୍ଥ ଅବସ୍ଥା ନହୋଇଛି ସେ ପର୍ଯ୍ୟନ୍ତ ଘରଦ୍ୱାର ସମ୍ଭାଳିବାକୁ ପଡିବ । ନଚେତ୍ ପିଲାମାନଙ୍କର ଦାୟିତ୍ୱ କିଏ ନେବ । ଏଠାରେ ତ ଆସି ବସିଯିବ ନାହିଁ । ହଁ, ଏପରି କୁହାଯାଇପାରେ ଯେତେବେଳେ ଏହି ଧନ୍ଦାରେ ଆସି ସମ୍ପୂର୍ଣ୍ଣ ରୂପେ ଲାଗିଯିବ, ପୁଣି ସେହି ଦାୟିତ୍ୱ ତୁଟି ଯାଇପାରେ । ତା’ ସହିତ ରଚନାଙ୍କୁ ମଧ୍ୟ ନିଶ୍ଚିତ ସମ୍ଭାଳିବାକୁ ହେବ । ହଁ ଯଦି କେହି ଭଲ ଭାବରେ ଈଶ୍ୱରୀୟ ସେବାରେ ଲାଗି ଯାଆନ୍ତି ତେବେ ସେମାନଙ୍କଠାରୁ ତାଙ୍କର ଯେପରି ମନ ତୁଟିଯାଏ । ଭାବନ୍ତି ଯେତିକି ସମୟ ଏହି ଆତ୍ମିକ ସେବାରେ ସମୟ ଦେବା ସେତେ ଭଲ । ବାବା ଆସିଛନ୍ତି ପତିତରୁ ପାବନ ହେବାର ରାସ୍ତା ବତାଇବା ପାଇଁ , ତେଣୁ ପିଲାମାନଙ୍କୁ ମଧ୍ୟ ଏହି ସେବା କରିବାକୁ ହେବ । କିନ୍ତୁ ପ୍ରତ୍ୟେକଙ୍କର ହିସାବ ଦେଖାଯାଏ । ବେହଦର ବାବା ତ କେବଳ ପତିତରୁ ପବିତ୍ର ହେବାର ମତ ଦେଉଛନ୍ତି । ସେ କେବଳ ପବିତ୍ର ହେବାର ହିଁ ରାସ୍ତା ବତାଉଛନ୍ତି । ବାକି ଏସବୁକୁ ଦେଖାଶୁଣା କରିବା, ରାୟ ଦେବା ଏହାଙ୍କର(ବ୍ରହ୍ମାଙ୍କର) କର୍ତ୍ତବ୍ୟ ଅଟେ । ଶିବବାବା କହୁଛନ୍ତି ମୋତେ ବ୍ୟବସାୟ ଆଦିର କୌଣସି କଥା ପଚାର ନାହିଁ । ମୋତେ ତୁମେମାନେ ଡାକିଛ ଯେ ଏଠାକୁ ଆସି ଆମ ପତିତମାନଙ୍କୁ ପବିତ୍ର କର । ତେଣୁ ମୁଁ ଏହାଙ୍କ ଦ୍ୱାରା ତୁମମାନଙ୍କୁ ପବିତ୍ର କରାଉଛି । ଇଏ ମଧ୍ୟ ପିତା ଅଟନ୍ତି ତେଣୁ ୟାଙ୍କ ମତରେ ମଧ୍ୟ ଚାଲିବାକୁ ହେବ । ତାଙ୍କର (ଶିବବାବାଙ୍କର) ହେଲା ଆତ୍ମିକ ମତ ଏହାଙ୍କର ଶାରୀରିକ ମତ । ଏହାଙ୍କ ଉପରେ ମଧ୍ୟ କେତେ ଦାୟିତ୍ୱ ରହୁଛି । ଇଏ ମଧ୍ୟ କହୁଛନ୍ତି ଯେ ବାବାଙ୍କର ନିର୍ଦ୍ଦେଶ ହେଉଛି କେବଳ ମୋତେ ମନେପକାଅ । ମୋ’ ମତରେ ଚାଲ । ବାକି ପିଲାମାନଙ୍କର ଯାହା କିଛି ପଚାରିବାର ଅଛି, ଚାକିରୀରେ କିପରି ଚାଲିବୁ, ଇତ୍ୟାଦି ଇତ୍ୟାଦି... ଏହି କଥାକୁ ସାକାର ବାବା ଭଲ ଭାବରେ ବୁଝାଇପାରିବେ । ସିଏ ଅନୁଭବୀ ତେଣୁ ସେ ସମ୍ବନ୍ଧରେ ଇଏ କହିପାରିବେ ଯେ ମୁଁ ଏହିପରି କରୁଛି । ଏହାଙ୍କୁ ଦେଖି ଶିଖିବାକୁ ହେବ , ଇଏ ମଧ୍ୟ ଶିଖାଇବେ କାହିଁକିନା ଇଏ ସବୁଠାରୁ ଆଗରେ ଅଛନ୍ତି । ସବୁ ଝଡଝଞ୍ଜା ପ୍ରଥମେ ଏହାଙ୍କ ପାଖକୁ ଆସୁଛି ସେଥିପାଇଁ ଇଏ ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି, ସେଥିପାଇଁ ତ ଉଚ୍ଚପଦ ମଧ୍ୟ ପାଉଛନ୍ତି । ମାୟା ମଧ୍ୟ ଯୋଦ୍ଧା ହୋଇ ଲଢୁଛି । ଇଏ ତୁରନ୍ତ ସବୁକିଛି ଛାଡି ଦେଲେ, ତାଙ୍କର ସେହିଭଳି ପାର୍ଟ ଥିଲା । ଶିବବାବା ଏହାଙ୍କ ଦ୍ୱାରା ସେହିଭଳି କରାଇଦେଲେ । ସିଏ ହିଁ କରିକରାଇଲାବାଲା ଅଟନ୍ତି ନା । ତାଙ୍କୁ ସାକ୍ଷାତ୍କାର ହୋଇଗଲା ତା’ପରେ ଖୁସି-ଖୁସିରେ ସିଏ ସବୁକିଛି ଛାଡି ଦେଲେ । ଏବେ ମୁଁ ବିଶ୍ୱର ମାଲିକ ହେଉଛି । ତେଣୁ ଏହି ପାଇ ପଇସାର ଜିନିଷ ମୁଁ କ’ଣ କରିବି । ବିନାଶର ସାକ୍ଷାତ୍କାର ମଧ୍ୟ କରାଇଦେଲି । ବୁଝିଗଲେ ଯେ ଏହି ପୁରୁଣା ଦୁନିଆର ବିନାଶ ହେବ । ମୋତେ ପୁନର୍ବାର ରାଜତ୍ୱ ମିଳୁଛି, ତେଣୁ ତୁରନ୍ତ ସବୁ କିଛି (ବ୍ୟବସାୟ ଆଦି) ଛାଡି ଦେଲେ । ଏବେ ତ ବାବାଙ୍କ ମତରେ ଚାଲିବାକୁ ହେବ । ବାବା କହୁଛନ୍ତି ମୋତେ ମନେପକାଅ । ଡ୍ରାମା ଅନୁସାରେ ଭଟ୍ଟୀ ହେବାର ଥିଲା । ମନୁଷ୍ୟମାନେ କ’ଣ ଏକଥା ଜାଣିଛନ୍ତି ଯେ, ଏମାନେ ସବୁ କାହିଁକି ପଳାଇ ଆସିଲେ । ଇଏ କୌଣସି ସାଧୁ ସନ୍ଥ ନୁହେଁ । ଇଏ ତ ବହୁତ ସାଧାରଣ । ଇଏ ମଧ୍ୟ କାହାକୁ ଡାକି ନାହାଁନ୍ତି । ମନୁଷ୍ୟମାନଙ୍କର କୌଣସି ମହିମା ନାହିଁ । ମହିମା ତ’ ଏକମାତ୍ର ବାବାଙ୍କର । ବାସ୍ ବାବା ହିଁ ଆସି ସମସ୍ତଙ୍କୁ ସୁଖ ଦେଉଛନ୍ତି । ତୁମ ସହିତ କଥାବାର୍ତ୍ତା ହେଉଛନ୍ତି । ତୁମେମାନେ କାହା ପାଖକୁ ଆସିଛ ? ତୁମର ବୁଦ୍ଧି ସେଠାକୁ ମଧ୍ୟ ଯିବ ଏବଂ ଏଠାକୁ ମଧ୍ୟ ଆସିବ କାହିଁକିନା ଜାଣିଛ ଶିବବାବା ପରମଧାମ ନିବାସୀ ଅଟନ୍ତି । ବର୍ତ୍ତମାନ ଏହାଙ୍କ ଶରୀରରେ ଆସିଛନ୍ତି । ବାବାଙ୍କଠାରୁ ଆମକୁ ସ୍ୱର୍ଗର ବର୍ସା ଅର୍ଥାତ୍ ସମ୍ପତ୍ତି ମିଳୁଛି । କଳିଯୁଗ ପରେ ନିଶ୍ଚିତ ସ୍ୱର୍ଗ ଆସିବ । କୃଷ୍ଣ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେଇ ସେଠାକୁ ଯାଇ ରାଜତ୍ୱ କରିବେ । ଏଥିରେ ଚରିତ୍ରର କୌଣସି କଥା ନାହିଁ । ଯେପରି ରାଜକୁମାର ରାଜାଙ୍କ ପାଖରେ ଜନ୍ମ ନେଇ ପୁଣି ସ୍କୁଲରେ ପାଠପଢି ବଡ ହୋଇ ପୁଣି ଗଦି ଅର୍ଥାତ୍ ସିଂହାସନ ନେଇଥାଏ । ଏଥିରେ ମହିମା ଅଥବା ଚରିତ୍ରର କୌଣସି କଥା ନାହିଁ । ଉଚ୍ଚରୁ ଉଚ୍ଚ ତ ଏକମାତ୍ର ବାବା ହିଁ ଅଟନ୍ତି । ମହିମା ମଧ୍ୟ ତାଙ୍କର କରାଯାଉଛି । ଇଏ (ବ୍ରହ୍ମା) ମଧ୍ୟ ତାଙ୍କର ପରିଚୟ ଦେଉଛନ୍ତି । ଯଦି ସେ (ବ୍ରହ୍ମାବାବା) କହିବେ ମୁଁ କହୁଛି ତେବେ ଲୋକମାନେ ଭାବିବେ ଇଏ ନିଜ ପାଇଁ କହୁଛନ୍ତି । ଏହିସବୁ କଥାକୁ କେବଳ ତୁମେମାନେ ହିଁ ଜାଣୁଛ, ଭଗବାନଙ୍କୁ କେବେ ମନୁଷ୍ୟ କୁ୍‌ହାଯାଇ ପାରିବ ନାହିଁ । ସେ ତ ଏକମାତ୍ର ନିରାକାର ଯିଏକି ପରମଧାମରେ ରହିଥା’ନ୍ତି । ତୁମ ବୁଦ୍ଧି ଉପରକୁ ମଧ୍ୟ ଯାଉଛି ପୁଣି ତଳକୁ ମଧ୍ୟ ଆସୁଛି ।

ବାବା ଦୂର ଦେଶରୁ ପରଦେଶକୁ ଆସି ଆମକୁ ପାଠ ପଢାଇ ପୁଣି ଚାଲି ଯାଉଛନ୍ତି । ସେ ନିଜେ କହୁଛନ୍ତି - ମୁଁ ଗୋଟିଏ ସେକେଣ୍ଡରେ ଆସେ । ଡେରି ଲାଗେନାହିଁ । ଆତ୍ମା ମଧ୍ୟ ଏକ ସେକେଣ୍ଡରେ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉଛି । କେହି ଦେଖି ପାରିବେ ନାହିଁ । ଆତ୍ମା ବହୁତ ତୀକ୍ଷଣ ଅଟେ । ଗାୟନ ମଧ୍ୟ କରାଯାଏ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ରାବଣ ରାଜ୍ୟକୁ ଜୀବନବନ୍ଧନ ରାଜ୍ୟ କୁହାଯିବ । ପିଲା ଜନ୍ମ ନେଲା ମାତ୍ରେ ପିତାଙ୍କ ସମ୍ପତ୍ତିର ଅଧିକାରୀ ହେଲା । ତୁମେମାନେ ମଧ୍ୟ ବାବାଙ୍କୁ ଚିହ୍ନିଲ ଏବଂ ସ୍ୱର୍ଗର ମାଲିକ ହେଲ କିନ୍ତୁ ଏଥିରେ ପୁରୁଷାର୍ଥର କ୍ରମାନୁସାରେ ପଦ ରହିଛି । ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି । ଦୁଇ ଜଣ ବାବା ରହିଛନ୍ତି - ଜଣେ ହେଲେ ଲୌକିକ ଏବଂ ଆଉ ଜଣେ ପାରଲୌକିକ । ଗାୟନ କରନ୍ତି ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, ସୁଖରେ କେହି କରନ୍ତି ନାହିଁ । ତୁମେମାନେ ଜାଣିଛ, ଭାରତବାସୀ ଯେତେବେଳେ ସୁଖୀ ଥିଲେ ସେତେବେଳେ ସ୍ମରଣ କରୁନଥିଲେ । ପୁଣି ଆମେ ୮୪ ଜନ୍ମ ନେଲେ । ଆତ୍ମାରେ ଖାଦ ମିଶିବା ଦ୍ୱାରା ଡିଗ୍ରୀ କମ୍ ହୋଇଯାଏ । ୧୬ କଳା ସମ୍ପୂର୍ଣ୍ଣ ଆତ୍ମାରେ ପୁଣି ଦୁଇ କଳା କମ୍ ହୋଇଯାଉଛି । କମ୍ ନମ୍ବରରେ ପାସ୍ ହେବା କାରଣରୁ ରାମଙ୍କୁ ଧନୁ ତୀର ଧରିଥିବାର ଦେଖାଇଛନ୍ତି । ବାକି ସିଏ କୌଣସି ଧନୁ ଭାଙ୍ଗି ନ ଥିଲେ । କେବଳ ଚିହ୍ନ ଦେଇ ଦେଇଛନ୍ତି । ଏସବୁ ହେଲା ଭକ୍ତି ମାର୍ଗର କଥା । ଭକ୍ତିରେ ମନୁଷ୍ୟ ବାଟବଣା ହୋଇଥା’ନ୍ତି । ଏବେ ତୁମମାନଙ୍କୁ ଜ୍ଞାନ ମିଳିଛି । ତେଣୁ ତୁମର ଏଣେତେଣେ ଘୁରିବୁଲିବା ବନ୍ଦ ହୋଇଯାଇଛି ।

‘ହେ ଶିବବାବା’ କହିବା, ଏହା ମଧ୍ୟ ତାଙ୍କୁ ଡାକିବାର ଶବ୍ଦ ଅଟେ । ତୁମକୁ ଏବେ ହେ ଶବ୍ଦ କହିବାର ନାହିଁ । ବାବାଙ୍କୁ ମନେପକାଇବାକୁ ହେବ । ଚିତ୍କାର କରିବା ଅର୍ଥ ଭକ୍ତିର ଅଂଶ ଆସିଗଲା । ହେ ଭଗବାନ କହିବା ମଧ୍ୟ ଭକ୍ତିର ଅଭ୍ୟାସ ଅଟେ । ବାବା କହି ନାହାଁନ୍ତି ଯେ - ହେ ଭଗବାନ କହି ମୋତେ ମନେପକାଅ । ସିଏ କହିଛନ୍ତି ଅର୍ନ୍ତମୂଖୀ ହୋଇ ମୋତେ ମନେପକାଅ । ନାମର ସ୍ମରଣ ମଧ୍ୟ କରିବା ଉଚିତ ନୁହେଁ । ସ୍ମରଣ ଶବ୍ଦ ମଧ୍ୟ ଭକ୍ତିମାର୍ଗର ଅଟେ । ତୁମକୁ ବାବାଙ୍କର ପରିଚୟ ମିଳିଲା । ଏବେ ବାବାଙ୍କ ଶ୍ରୀମତରେ ଚାଲ । ବାବାଙ୍କୁ ଏପରି ମନେପକାଅ ଯେପରି ଲୌକିକ ସନ୍ତାନ ଦେହଧାରୀ ପିତାଙ୍କୁ ମନେପକାଇଥା’ନ୍ତି । ନିଜେ ମଧ୍ୟ ଦେହ-ଅଭିମାନୀ ତେଣୁ ମନେ ମଧ୍ୟ ଦେହଧାରୀ ପିତାଙ୍କୁ କରୁଛନ୍ତି । ପାରଲୌକିକ ବାବା ତ ହେଉଛନ୍ତି ଦେହୀ-ଅଭିମାନୀ । ବ୍ରହ୍ମାଙ୍କ ଶରୀରରେ ଆସିଲେ ମଧ୍ୟ ଦେହ-ଅଭିମାନୀ ହେଉନାହାଁନ୍ତି । କହୁଛନ୍ତି ମୁଁ ଏହାକୁ ଲୋନ୍ ନେଇଛି, ତୁମକୁ ଜ୍ଞାନ ଦେବା ପାଇଁ ଏହି ଶରୀରକୁ ଲୋନ୍ ନେଉଛି । ମୁଁ ଜ୍ଞାନ ସାଗର କିନ୍ତୁ ତୁମମାନଙ୍କୁ ଜ୍ଞାନ କିପରି ଦେବି । ଗର୍ଭକୁ ପ୍ରବେଶ ତ’ ତୁମେମାନେ କରୁଛ । ମୁଁ ତ ଗର୍ଭରେ ପ୍ରବେଶ କରୁନାହିଁ । ମୋର ଗତି ମତ ହିଁ ଅଲଗା । ବାବା ଏହାଙ୍କ ଶରୀରରେ ଆସୁଛନ୍ତି । ଏକଥା ମଧ୍ୟ କେହି ଜାଣିନାହାଁନ୍ତି । କହୁଛନ୍ତି ମୁଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛି । କିନ୍ତୁ କିପରି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି ? କ’ଣ ପ୍ରେରଣା ଦ୍ୱାରା କରିବେ ! ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି । ତାଙ୍କର ନାମ ବ୍ରହ୍ମା ରଖୁଛି କାହିଁକିନା ପୁରୁଣା ଦୁନିଆର ସନ୍ନ୍ୟାସ କରୁଛନ୍ତି ନା ।

ତୁମେ ପିଲାମାନେ ଜାଣିଛ, ଏବେ ବ୍ରାହ୍ମଣମାନଙ୍କର ମାଳା ହୋଇପାରିବ ନାହିଁ କାହିଁକିନା ତଳକୁ ଖସୁଛନ୍ତି । ଯେବେ ବ୍ରାହ୍ମଣମାନେ ଫାଇନାଲ୍ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଯାଉଛନ୍ତି ତେବେ ଯାଇ ରୁଦ୍ରମାଳା ହେଉଛି । ପୁଣି ବିଷ୍ଣୁଙ୍କର ମାଳାକୁ ଯାଉଛନ୍ତି । ମାଳାରେ ଆସିବା ପାଇଁ ଯୋଗର ଯାତ୍ରା ଆବଶ୍ୟକ । ଏବେ ତୁମ ବୁଦ୍ଧିରେ ଅଛି ଯେ ଆମେ ପ୍ରଥମେ-ପ୍ରଥମେ ସତ୍ତ୍ୱପ୍ରଧାନ ଥିଲୁ ପୁଣି ସତ୍ତ୍ୱ ରଜୋ ତମୋରେ ଆସୁଛୁ । ହମ୍ ସୋ ର ମଧ୍ୟ ଅର୍ଥ ରହିଛି ନା । ଓମ୍ ର ଅର୍ଥ ଅଲଗା, ଓମ୍ ଅର୍ଥ ଆତ୍ମା । ପୁଣି ସେହି ଆତ୍ମା କହୁଛି ହମ୍ ସୋ ଦେବତା କ୍ଷତ୍ରୀୟ... ଲୋକମାନେ ପୁଣି କହିଦେଉଛନ୍ତି ଆମେ ଆତ୍ମା ସୋ ପରମାତ୍ମା ଅଟୁ । ତୁମର ଓମ୍ ଏବଂ ହମ୍ ସୋ’ର ଅର୍ଥ ବିଲକୁଲ୍ ଅଲଗା । ଆମେମାନେ ହେଲେ ଆତ୍ମା, ଏବଂ ଆତ୍ମା ଭିନ୍ନ ଭିନ୍ନ ବର୍ଣ୍ଣରେ ଆସୁଛି । ଆମେ ଆତ୍ମା ପ୍ରଥମେ ଦେବତା, କ୍ଷତ୍ରିୟ ହେଉଛୁ । ଏପରି ନୁହେଁ କି ଆତ୍ମା ସୋ ପରମାତ୍ମା । ସମ୍ପୂର୍ଣ୍ଣ ଜ୍ଞାନ ନଥିବା କାରଣରୁ ଅର୍ଥକୁ ମଧ୍ୟ ଭୁଲ କରିଦେଇଛନ୍ତି । ଅହମ୍ ବ୍ରହ୍ମସ୍ମି କହୁଛନ୍ତି । ଏହା ମଧ୍ୟ ଭୁଲ୍ । ବାବା କହୁଛନ୍ତି ମୁଁ ରଚନାର ଅର୍ଥାତ୍ ସୃଷ୍ଟିର ମାଲିକ ତ ହେଉନାହିଁ । ଏହି ରଚନାର ମାଲିକ ତୁମେ ଅଟ । ବିଶ୍ୱର ମାଲିକ ମଧ୍ୟ ତୁମେ ହେଉଛ । ବ୍ରହ୍ମ ତ ତତ୍ୱ ଅଟେ । ତୁମେ ଆତ୍ମା ଏହି ରଚନାର ମାଲିକ ହେଉଛ । ଏବେ ବାବା ସବୁ ବେଦ ଶାସ୍ତ୍ରର ଯଥାର୍ଥ ଅର୍ଥ ବସି ଶୁଣାଉଛନ୍ତି । ଏବେ ତ ପାଠ ପଢିବାକୁ ହେବ । ବାବା ତୁମକୁ ନୂଆ-ନୂଆ କଥା ବୁଝାଇ ଚାଲିଛନ୍ତି । ଭକ୍ତି କ’ଣ କହୁଛି , ଜ୍ଞାନ କ’ଣ କହୁଛି । ଭକ୍ତି ମାର୍ଗରେ ମନ୍ଦିର ତିଆରି କଲେ, ଜପ-ତପ କରି ପଇସା ବରବାଦ କଲେ । ତୁମର ମନ୍ଦିରକୁ ଅନେକ ଲୁଟି ନେଇଛନ୍ତି । ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି, ପୁଣି ନିଶ୍ଚିତ ଭାବରେ ତାଙ୍କଠାରୁ ହିଁ ଫେରସ୍ତ ମିଳିବ । ଏବେ ଦେଖ କେତେ ଦେଉଛନ୍ତି । ଦିନକୁ ଦିନ ବଢାଇ ଚାଲିଛନ୍ତି । ଏମାନେ ମଧ୍ୟ ନେଇଛନ୍ତି । ସେମାନେ ଯେତିକି ନେଇଛନ୍ତି ପୁରା ସେତିକି ହିସାବରେ ଦେବେ । ତୁମର ଧନ ଯିଏବି ଖାଇଛନ୍ତି କେହି ବି ତାକୁ ହଜମ କରିପାରିବେ ନାହିଁ । ଭାରତ ତ ଅବିନାଶୀ ରାଷ୍ଟ୍ର ଅଟେ ନା । ବାବାଙ୍କର ଜନ୍ମସ୍ଥାନ । ଏଠାକୁ ହିଁ ବାବା ଆସୁଛନ୍ତି । ବାବାଙ୍କ ଜନ୍ମସ୍ଥାନରୁ ହିଁ ନେଇଯାଉଛନ୍ତି, ତେଣୁ ଫେରାଇବାକୁ ପଡିବ । ଉଚିତ୍ ସମୟରେ ଦେଖ କିପରି ମିଳୁଛି । ତୁମେ ଏସବୁ କଥା ଜାଣିଛ । ସେମାନେ କ’ଣ ଜାଣିଛନ୍ତି ବିନାଶ କେଉଁ ସମୟରେ ହେବ! ଗଭର୍ଣ୍ଣମେଣ୍ଟ ମଧ୍ୟ ଏହିସବୁ କଥା ମାନିବ ନାହିଁ । ଡ୍ରାମାରେ ନିଧାର୍ଯ୍ୟ ରହିଛି କରଜ ଉଠାଉଛନ୍ତି । ଫେରସ୍ତ ହେଉଛି । ତୁମେ ଜାଣିଛ ଆମ ରାଜଧାନୀରୁ ବହୁତ ପଇସା ନେଇଯାଇଛନ୍ତି । ତାକୁ ପୁଣି ଦେଉଛନ୍ତି । ତୁମର କୌଣସି କଥା ପ୍ରତି ଚିନ୍ତା ନାହିଁ । ଚିନ୍ତା କେବଳ ବାବାଙ୍କୁ ମନେପକାଇବାରେ । କାରଣ ଯୋଗ ଦ୍ୱାରା ହିଁ ପାପ ଭସ୍ମ ହେବ । ଜ୍ଞାନ ତ ବହୁତ ସହଜ । ଏବେ ଯିଏ ଯେତେ ପୁରୁଷାର୍ଥ କରି ପାରିବ । ଶ୍ରୀମତ ତ ମିଳିଚାଲିଛି । ଅବିନାଶୀ ସର୍ଜନଙ୍କଠାରୁ ପ୍ରତ୍ୟେକ କଥାରେ ମତ ନେବାକୁ ପଡିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେତେକି ସମୟ ମିଳୁଛି ସେତିକି ସମୟ ଏହି ଆତ୍ମିକ ବ୍ୟବସାୟରେ ଲାଗିଯିବାକୁ ହେବ ଏବଂ ଏହି ଆତ୍ମିକ ବ୍ୟବସାୟର ସଂସ୍କାର ନିଜ ଭିତରେ ଭରିବାକୁ ପଡିବ । ପତିତମାନଙ୍କୁ ପବିତ୍ର କରିବାର ସେବା କରିବାକୁ ହେବ ।

(୨) ଅନ୍ତର୍ମୂଖୀ ହୋଇ ବାବାଙ୍କୁ ମନେପକାଇବାକୁ ହେବ । ମୁଖରୁ ହେ ଶବ୍ଦ ମଧ୍ୟ ବାହାରିବା ଉଚିତ୍ ନୁହେଁ । ଯେପରି ବାବାଙ୍କର ଟିକିଏ ବି ଅହଙ୍କାର ନାହିଁ, ସେହିପରି ନିରହଙ୍କାରୀ ହେବାକୁ ପଡିବ ।

ବରଦାନ:-
ମନର ସଂକଳ୍ପ ବା ବୃତ୍ତି ଦ୍ୱାରା ଶ୍ରେଷ୍ଠ ପ୍ରକମ୍ପନର ସୁଗନ୍ଧ ଖେଳାଉଥିବା ଶିବଶକ୍ତି ଯୁଗଳ ସ୍ୱରୂପ ହୁଅ ।

ଆଜିକାଲି ଯେପରି ସ୍ଥୂଳ ସୁଗନ୍ଧ ସୃଷ୍ଟି କରିବାର ଉପକରଣ ଗୁଡିକ ଦ୍ୱାରା ଗୋଲାପ, ଚନ୍ଦନ ଆଦି ଭିନ୍ନ ଭିନ୍ନ ପ୍ରକାରର ସୁଗନ୍ଧ ବାୟୁମଣ୍ଡଳରେ ଖେଳାଇ ଦେଉଛନ୍ତି ସେହିପରି ତୁମେମାନେ ମଧ୍ୟ ଶିବଶକ୍ତି ଯୁଗଳ ସ୍ୱରୂପ ହୋଇ ନିଜର ମାନସିକ ସଂକଳ୍ପ ବା ବୃତ୍ତି ଦ୍ୱାରା ସୁଖ-ଶାନ୍ତି, ପ୍ରେମ ଏବଂ ଆନନ୍ଦର ସୁଗନ୍ଧ ବାୟୁମଣ୍ଡଳରେ ବିଚ୍ଛୁରିତ କର । ପ୍ରତିଦିନ ଅମୃତବେଳାରେ ଭିନ୍ନ ଭିନ୍ନ ଶ୍ରେଷ୍ଠ ପ୍ରକମ୍ପନକୁ ଝରଣା ସଦୃଶ ଆତ୍ମାମାନଙ୍କ ଉପରେ ସିଞ୍ଚନ କର । ଏଥିପାଇଁ କେବଳ ଶ୍ରେଷ୍ଠ ସଂକଳ୍ପର ଅଟୋମେଟିକ୍ ସ୍ୱିଚ୍‌କୁ ଅନ୍ କରିଦିଅ, ଯାହାଦ୍ୱାରା ସାରା ବିଶ୍ୱରେ ଯେଉଁ ସବୁ ଅଶୁଦ୍ଧ ମନୋବୃତ୍ତିର ଦୁର୍ଗନ୍ଧ ରହିଛି ସେଗୁଡିକ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ସୁଖଦାତାଙ୍କ ଦ୍ୱାରା ସୁଖର ଭଣ୍ଡାର ପ୍ରାପ୍ତ ହେବା - ଏହା ହିଁ ହେଉଛି ତାଙ୍କର ସ୍ନେହର ପ୍ରତୀକ ।