12.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- କର୍ମଧନ୍ଦା ଇତ୍ୟାଦି କରି ମଧ୍ୟ ସର୍ବଦା ନିଜର ଈଶ୍ୱରୀୟ ଛାତ୍ର ଜୀବନ ଏବଂ ପାଠପଢାକୁ ମନେ ରଖ, ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି, ସର୍ବଦା ଏହି ନିଶାରେ ରୁହ ।”

ପ୍ରଶ୍ନ:-
ଯେଉଁ ପିଲାମାନଙ୍କୁ ଜ୍ଞାନ ଅମୃତ ହଜମ କରିବା ଜଣା ଅଛି ସେମାନଙ୍କର ଲକ୍ଷଣ କିପରି ହୋଇଥିବ?

ଉତ୍ତର:-
ସେମାନଙ୍କ ଭିତରେ ସର୍ବଦା ଆତ୍ମିକ ନିଶା ଚଢି ରହିଥିବ ଏବଂ ସେହି ନିଶା ଆଧାରରେ ସେମାନେ ସମସ୍ତଙ୍କର କଲ୍ୟାଣ କରିଚାଲିବେ । କାହାର କଲ୍ୟାଣ ବ୍ୟତୀତ ଅନ୍ୟ କୌଣସି କଥାବାର୍ତ୍ତା କରିବା ପାଇଁ ସେମାନଙ୍କୁ ଭଲ ଲାଗିବ ନାହିଁ । କଣ୍ଟାକୁ ଫୁଲ କରିବାର ସେବାରେ ହିଁ ସେମାନେ ବ୍ୟସ୍ତ ରହିବେ ।

ଓମ୍ ଶାନ୍ତି ।
ଏବେ ତୁମେ ପିଲାମାନେ ଏଠାରେ ବସିଛ ଏବଂ ଏହା ମଧ୍ୟ ଜାଣିଛ ଯେ ଆମେ ହେଲୁ ଅଭିନେତା । ଆମେ ୮୪ ଜନ୍ମର ଚକ୍ରକୁ ପୂରା କରିଛୁ । ଏହା ପିଲାମାନଙ୍କ ସ୍ମୃତିରେ ଆସିବା ଉଚିତ୍ । ତୁମେ ଜାଣିଛ ଯେ ବାବା ଆସିଛନ୍ତି, ଆମକୁ ପୁଣି ଥରେ ରାଜ୍ୟଭାଗ୍ୟ ପ୍ରାପ୍ତ କରାଇବା ପାଇଁ ଅଥବା ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କରାଇବା ପାଇଁ । ଏ କଥା ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ । ତୁମେ ଯେତେବେଳେ ଏଠାରେ ବସୁଛ ସେତେବେଳେ ଯେପରି ସ୍କୁଲରେ ବସିଛ । ବାହାରେ ଥିଲାବେଳେ ସ୍କୁଲରେ ନାହଁ । ଜାଣିଛ ଏହା ହେଉଛି ସର୍ବୋଚ୍ଚ ରୁହାନୀ ସ୍କୁଲ । ଏଠାରେ ରୁହାନୀ ବାବା ଆସି ପଢାଉଛନ୍ତି । ପାଠପଢା ତ ପିଲାମାନଙ୍କର ମନେ ପଡିବା ଦରକାର ନା । ଇଏ ବ୍ରହ୍ମା ମଧ୍ୟ ସନ୍ତାନ ଅଟନ୍ତି । ଏହାଙ୍କୁ ଅଥବା ସମସ୍ତଙ୍କୁ ଏକମାତ୍ର ବାବା ଶିଖାଉଛନ୍ତି । ସମସ୍ତ ମନୁଷ୍ୟ ଆତ୍ମାଙ୍କର ସେ ହେଉଛନ୍ତି ପିତା । ସେ ଆସି ବ୍ରହ୍ମାବାବାଙ୍କ ଶରୀର ଉଧାର ନେଇ ତୁମକୁ ବୁଝାଉଛନ୍ତି । ପ୍ରତିଦିନ ବୁଝାଉଛନ୍ତି, ଏଠାରେ ବସିଥିବା ବେଳେ ବୁଦ୍ଧିରେ ସ୍ମୃତି ରହିବା ଦରକାର ଯେ ଆମେ ୮୪ ଜନ୍ମ ନେଇଛୁ । ଆମେ ବିଶ୍ୱର ମାଲିକ ଥିଲୁ, ଦେବୀ-ଦେବତା ଥିଲୁ ପୁଣି ପୁନର୍ଜନ୍ମ ନେଇ-ନେଇ ଆସି ନୀଚ୍ଚ ଅବସ୍ଥାରେ ପହଞ୍ଚିଛୁ । ଭାରତ କେତେ ଧନଶାଳୀ ଥିଲା । ସବୁ ସ୍ମୃତିରେ ଆସୁଛି । ଏହା ଭାରତର ହିଁ କାହାଣୀ, ତା’ ସହିତ ଆମର ମଧ୍ୟ । ନିଜକୁ ପୁଣି ଯେପରି ଭୁଲି ନ ଯାଅ । ଆମେ ସ୍ୱର୍ଗରେ ରାଜ୍ୟ କରୁଥିଲୁ ପୁଣି ଆମକୁ ୮୪ ଜନ୍ମ ନେବାକୁ ପଡିଲା । ଏହିକଥା ସାରାଦିନ ସ୍ମୃତିରେ ଆଣିବାକୁ ପଡିବ । ଧନ୍ଦା ଆଦି କଲେ ମଧ୍ୟ ପାଠ ତ ମନେ ପଡିବା ଦରକାର ନା । କିପରି ଆମେ ବିଶ୍ୱର ମାଲିକ ଥିଲୁ ପୁଣି ଆମେ ତଳକୁ ଖସି ଆସିଲୁ, ବହୁତ ସହଜ, କିନ୍ତୁ ଏହି କଥା ମଧ୍ୟ କାହାର ମନେ ରହୁ ନାହିଁ । ଆତ୍ମା ପବିତ୍ର ନ ହେବା କାରଣରୁ ୟାଦ ଭୁଲିଯାଉଛି । ମୋତେ ଭଗବାନ ପଢାଉଛନ୍ତି ଏହି କଥା ବୁଦ୍ଧିରୁ ଖସିଯାଉଛି । ମୁଁ ବାବାଙ୍କର ଛାତ୍ର । ବାବା କହୁଛନ୍ତି - ଯୋଗର ଯାତ୍ରାରେ ରୁହ । ବାବା ଆମକୁ ପାଠପଢାଇ ଏହିପରି ଲକ୍ଷ୍ମୀ-ନାରାୟଣ କରାଉଛନ୍ତି । ସାରାଦିନ ଏହା ସ୍ମୃତିରେ ଆସିବା ଦରକାର । ବାବା ହିଁ ସ୍ମୃତି ଦେଉଛନ୍ତି, ଏହି ଭାରତ ସ୍ୱର୍ଗ ଥିଲା ନା । ଆମେ ହିଁ ସେହି ଦେବୀ-ଦେବତା ଥିଲୁ, ଏବେ ଆସୁରୀ ପ୍ରବୃତ୍ତିର ହୋଇଯାଇଛୁ । ପୂର୍ବେ ତୁମର ବୁଦ୍ଧି ମଧ୍ୟ ଆସୁରୀ ଥିଲା । ଏବେ ବାବା ଈଶ୍ୱରୀୟ ବୁଦ୍ଧି ଦେଇଛନ୍ତି । ତଥାପି କାହାରି-କାହାରି ବୁଦ୍ଧିରେ ପଶୁ ନାହିଁ । ଭୁଲିଯାଉଛନ୍ତି । ବାବା କେତେ ନିଶା ଚଢାଉଛନ୍ତି । ତୁମେ ପୁନର୍ବାର ଦେବତା ହେବାକୁ ଯାଉଛ, ତେଣୁ ତୁମ ଭିତରେ ସେହି ନିଶା ରହିବା ଉଚିତ୍ ନା । ଆମେ ନିଜର ରାଜ୍ୟ ନେଉଛୁ । ଆମେ ନିଜର ରାଜ୍ୟ କରିବୁ, କେତେ ଜଣଙ୍କର ତ ବିଲ୍‌କୁଲ୍ ନିଶା ଚଢୁନାହିଁ । ଜ୍ଞାନ ଅମୃତ ହଜମ ହିଁ ହେଉ ନାହିଁ । ଯାହାଙ୍କର ନିଶା ଚଢିଥିବ, ତାଙ୍କୁ ଅନ୍ୟର କଲ୍ୟାଣ କରିବା ବିନା ଅନ୍ୟ କୌଣସି କଥାବାର୍ତ୍ତା ହେବାକୁ ଭଲ ଲାଗିବ ନାହିଁ । କଣ୍ଟାରୁ ଫୁଲ କରିବାର ସେବାରେ ହିଁ ଲାଗି ରହିବେ । ପୂର୍ବେ ଆମେ ଫୁଲ ଥିଲୁ, ପରେ ମାୟା କଣ୍ଟା କରି ଦେଇଛି । ଏବେ ପୁଣି ଥରେ ଫୁଲ ଭଳି ହେଉଛୁ - ଏହିପରି ନିଜ ସହିତ କଥା ହେବା ଉଚିତ୍ । ଏହି ନିଶାରେ ରହି ତୁମେ କାହାକୁ ମଧ୍ୟ ବୁଝାଇଲେ ତୁରନ୍ତ ତାଙ୍କୁ ତୀର ଲାଗିଯିବ । ଭାରତ ଆଲ୍ଲାଙ୍କର ବଗିଚା ଥିଲା । ଏବେ ପତିତ ହୋଇଯାଇଛି । ଆମେ ହିଁ ସାରା ବିଶ୍ୱର ମାଲିକ ଥିଲୁ, କେତେ ବଡ କଥା! ଏବେ ପୁଣି ଆମେ କ’ଣ ହୋଇ ଯାଇଛୁ! କେତେ ତଳକୁ ଖସିଯାଇଛୁ! ଆମର ଚଢିବା ଏବଂ ଖସିବାର ଏହି ନାଟକ ଚାଲିଛି । ଏହି କାହାଣୀ ବାବା ବସି ଶୁଣାଉଛନ୍ତି । ଭକ୍ତିମାର୍ଗରେ ଯାହା ଶୁଣିଛ ତାହା ମିଥ୍ୟା, ଏହା ସତ୍ୟ । ସେମାନେ ସତ୍ୟ ନାରାୟଣଙ୍କର କଥା ଶୁଣାଇଥାନ୍ତି, କିନ୍ତୁ ସେମାନେ କ’ଣ ବୁଝିପାରନ୍ତି କି ଆମେ କିପରି ଚଢିଲୁ ପୁଣି କିପରି ତଳକୁ ଖସିଲୁ । ଏହି ବାବା ସତ୍ୟ ସତ୍ୟନାରାୟଣଙ୍କର କଥା ଶୁଣାଉଛନ୍ତି । ରାଜପଦ କିପରି ହରାଇଲୁ, ଏହି ସାରା ନାଟକ ଆମ ଉପରେ ଆଧାରିତ । ଆତ୍ମାକୁ ଏବେ ଜଣାପଡିଲା ଯେ ଆମେ କିପରି ଏବେ ବାବାଙ୍କଠାରୁ ରାଜତ୍ୱ ନେଉଛୁ । ବାବା ଏଠାରେ ପଚାରିଲେ କହୁଛନ୍ତି - ହଁ, ନିଶା ଅଛି ପୁଣି ବାହାରକୁ ଗଲା ପରେ କିଛି ହେଲେ ନିଶା ରହୁନାହିଁ । ପିଲାମାନେ ନିଜେ ଜାଣିପାରୁଛନ୍ତି, ଯଦିଓ ହାତ ତ ଉଠାଇ ଦେଉଛନ୍ତି କିନ୍ତୁ ଚଳଣି ଏପରି ଯାହାକି ନିଶା ରହିପାରୁନାହିଁ । ଅନୁଭବ ତ ହେଉଛି ନା ।

ବାବା ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି - ପିଲାମାନେ ତୁମକୁ ମୁଁ ରାଜତ୍ୱ ଦେଇଥିଲି ପୁଣି ତୁମେ ହରାଇଦେଲ । ତୁମେ ତଳକୁ ଖସି ଆସିଛ କାହିଁକି ନା ଏହା ହେଉଛି ଚଢିବା ଏବଂ ଖସିବାର ନାଟକ । ଆଜି ରାଜା ଅଛନ୍ତି, କାଲି ତାଙ୍କୁ ପୁଣି ପଦବୀରୁ ବାହାର କରି ଦେଉଛନ୍ତି । ଖବର କାଗଜରେ ବହୁତ ଏହିପରି କଥା ବାହାରୁଛି, ଯାହାର ପ୍ରତ୍ୟୁତ୍ତର ଦେଲେ ଲୋକମାନେ କିଛି ବୁଝିପାରିବେ । ଏହା ନାଟକ ଚାଲିଛି, ଏହା ମନେ ରହିଲେ ମଧ୍ୟ ସର୍ବଦା ଖୁସିରେ ରହିପାରିବ । ବୁଦ୍ଧିରେ ଅଛି ନା - ଆଜିଠାରୁ ୫ ହଜାର ବର୍ଷ ପୂର୍ବେ ଶିବବାବା ଆସିଥିଲେ, ଏଠାକୁ ଆସି ରାଜଯୋଗ ଶିଖାଇଥିଲେ । ଲଢେଇ ଲାଗିଥିଲା । ଏବେ ଏହି ସବୁ ସତ୍ୟ କଥା ବାବା ଶୁଣାଉଛନ୍ତି । ଏହା ହେଉଛି ପୁରୁଷୋତ୍ତମ ଯୁଗ । କଳିଯୁଗ ପରେ ଏହି ପୁରୁଷୋତ୍ତମ ଯୁଗ ଆସୁଛି । କଳିଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯିବ ନାହିଁ । ସତ୍ୟଯୁଗକୁ ମଧ୍ୟ କୁହାଯିବ ନାହିଁ । ଆସୁରୀ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟ କୁହାଯାଏ, ତା’ର ମଝିରେ ଏହି ସଂଗମଯୁଗ ରହିଛି, ଯେତେବେଳେ କି ପୁରୁଣା ଦୁନିଆରୁ ନୂଆ ଦୁନିଆ ହେଉଛି । ନୂଆରୁ ପୁରୁଣା ହେବା ପାଇଁ ସାରା ଚକ୍ରର ସମୟ ଲାଗିଯାଉଛି । ଏବେ ସଂଗମଯୁଗ ଚାଲିଛି । ସତ୍ୟଯୁଗରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏବେ ତାହା ନାହିଁ । ଏବେ ତ ଅନେକ ଧର୍ମ ଆସିଯାଇଛି । ଏହା ତୁମ ବୁଦ୍ଧିରେ ରହୁଛି । ଅନେକ ଅଛନ୍ତି ଯେଉଁମାନେ କି ୬-୮ ମାସ, ୧୨ ମାସ ପାଠପଢି ପୁଣି ତଳକୁ ଖସି ଯାଉଛନ୍ତି । ଫେଲ୍ ହୋଇ ଯାଉଛନ୍ତି । ଯଦିଓ ପବିତ୍ର ରହୁଛନ୍ତି କିନ୍ତୁ ପାଠ ପଢୁ ନ ଥିବାରୁ ଖସିଯାଉଛନ୍ତି । କେବଳ ପବିତ୍ରତା କାମରେ ଆସେ ନାହିଁ । ଏହିପରି ବହୁତ ସନ୍ନ୍ୟାସୀ ମଧ୍ୟ ଅଛନ୍ତି, ସେମାନେ ସନ୍ନ୍ୟାସ ଧର୍ମ ଛାଡି ଯାଇ ଗୃହସ୍ଥି ହୋଇଯାଆନ୍ତି, ବିବାହ ଆଦି କରିଥା’ନ୍ତି । ତେଣୁ ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି - ତୁମେ ସ୍କୁଲରେ ବସିଛ । ଏ କଥା ସ୍ମୃତିରେ ଅଛି ଯେ ଆମେ ଆମ ରାଜତ୍ୱ କିପରି ହରାଇଛୁ, କେତେ ଜନ୍ମ ନେଇଛୁ । ଏବେ ପୁଣି ବାବା କହୁଛନ୍ତି ବିଶ୍ୱର ମାଲିକ ହୁଅ । ଏଥିପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଯେତେ ଅଧିକ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହୋଇଯିବ କାହିଁକି ନା ସୁନାରେ ଖାଦ ପଡିଛି, ତାହା ବାହାରିବ କିପରି? ପିଲାମାନଙ୍କ ବୁଦ୍ଧିରେ ଅଛି ଆମେ ଆତ୍ମାମାନେ ସତ୍ୱପ୍ରଧାନ ଥିଲୁ, ୨୪ କ୍ୟାରେଟ୍ ଥିଲୁ ପୁଣି ତଳକୁ ଖସି-ଖସି ଏପରି ଅବସ୍ଥା ହୋଇଯାଇଛି । ଆମେ କ’ଣ ହୋଇଯାଇଛୁ! ବାବା ତ ଏପରି କହୁ ନାହାଁନ୍ତି ଯେ ମୁଁ କ’ଣ ଥିଲି । ତୁମେ ମନୁଷ୍ୟମାନେ ହିଁ କହୁଛ ଆମେ ଦେବତା ଥିଲୁ । ଭାରତର ମହିମା ତ ଅଛି ନା । ଭାରତକୁ କିଏ ଆସୁଛନ୍ତି, କ’ଣ ଜ୍ଞାନ ଦେଉଛନ୍ତି, ଏ କଥା କେହି ଜାଣିନାହାଁନ୍ତି । ଏ କଥା ଜାଣିବା ଦରକାର ନା ମୁକ୍ତିଦାତା କେବେ ଆସୁଛନ୍ତି । ଭାରତ ପ୍ରାଚୀନ ବୋଲି ଗାୟନ ରହିଛି, ତେଣୁ ନିଶ୍ଚିତ ଭାରତରେ ହିଁ ରିଇନ୍‌କାରନେସନ୍ ଅର୍ଥାତ୍ ପୁନଃ ଅବତରଣ ହେଉଥିବ କାରଣ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରୁଛନ୍ତି । ତେବେ ନିଶ୍ଚିତ ବିଶ୍ୱ ପିତା ଏଠାକୁ ଆସୁଥିବେ । କହନ୍ତି ମଧ୍ୟ ଭାଗୀରଥ ଅର୍ଥାତ୍ ଭାଗ୍ୟଶାଳୀ ରଥ । ତେବେ ମନୁଷ୍ୟ ଶରୀରରେ ଆସିଥିବେ ନା । ପୁଣି ଘୋଡା ଗାଡି ମଧ୍ୟ ଦେଖାଇଛନ୍ତି । ଉଭୟ କଥା ମଧ୍ୟରେ କେତେ ଫରକ ରହିଛି । ଶ୍ରୀକୃଷ୍ଣ ଏବଂ ରଥ ଦେଖାଇଛନ୍ତି । ବାବା କହୁଛନ୍ତି ମୋ ବିଷୟରେ କେହି ଜାଣିନାହାଁନ୍ତି । ଏବେ ତୁମେ ଜାଣୁଛ ବାବା ଏହି ବ୍ରହ୍ମାଙ୍କ ଶରୀର ରୂପି ରଥରେ ଆସୁଛନ୍ତି, ଏହାଙ୍କୁ ହିଁ ଭାଗ୍ୟଶାଳୀ ରଥ କୁହାଯାଉଛି । ବ୍ରହ୍ମା ହିଁ ବିଷ୍ଣୁ, ଚିତ୍ରରେ କେତେ ସ୍ପଷ୍ଟ ଭାବରେ ରହିଛି । ତ୍ରିମୂର୍ତ୍ତି ଉପରେ ଶିବ ଅଛନ୍ତି, ଏହି ଶିବଙ୍କ ପରିଚୟ କିଏ ଦେଲେ । ଶିବବାବା ହିଁ ତିଆରି କରାଇଛନ୍ତି ନା । ଏବେ ତୁମେ ଜାଣୁଛ ବାବା ଏହି ବ୍ରହ୍ମାଙ୍କ ରଥରେ ଆସିଛନ୍ତି । ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା । ଏହା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ଯେ କାହିଁ ୮୪ ଜନ୍ମ ପରେ ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି, କାହିଁ ବ୍ରହ୍ମାରୁ ବିଷ୍ଣୁ ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି । ଏହା ବିଚିତ୍ର କଥା ନା ଯାହାକି ବୁଦ୍ଧିରେ ଧାରଣ କରିବାକୁ ହେବ । ପ୍ରଥମେ ବାବାଙ୍କ ପରିଚୟ ବୁଝାଇବାକୁ ହେବ ଏବଂ ଏ କଥା ମଧ୍ୟ କହିବାକୁ ହେବ ଭାରତ ନିଶ୍ଚିତ ସ୍ୱର୍ଗ ଥିଲା । ସ୍ୱର୍ଗୀୟ ପିତା ନିଶ୍ଚିତ ସ୍ୱର୍ଗ ତିଆରି କରିଥିବେ । ଏହି ଚିତ୍ର ତ ବହୁତ ଫାଷ୍ଟକ୍ଲାସ, ପିଲାମାନଙ୍କର ବୁଝାଇବା ପାଇଁ ସଉକ ରହୁଛି ନା । ବାବାଙ୍କର ମଧ୍ୟ ସଉକ ରହିଛି । ତୁମେ ସେଣ୍ଟରରେ ମଧ୍ୟ ଏହିପରି ବୁଝାଉଛ । ଏଠାରେ ତ ଡାଇରେକ୍ଟ ବାବା ଅଛନ୍ତି । ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ଆତ୍ମାମାନଙ୍କ ବୁଝାଇବା ଏବଂ ବାବାଙ୍କ ବୁଝାଇବାରେ ଫରକ ତ ନିଶ୍ଚିତ ରହୁଛି । ସେଥିପାଇଁ ବାବାଙ୍କଠାରୁ ଶୁଣିବା ନିମନ୍ତେ ଏଠାକୁ ସମ୍ମୁଖକୁ ଆସୁଛନ୍ତି । ବାବା ହିଁ ଘଡି ଘଡି ବଚ୍ଚେ-ବଚ୍ଚେ କହୁଛନ୍ତି । ଭାଇ କଥାର ଏତେ ପ୍ରଭାବ ପଡି ନ ଥାଏ ଯେତେ ବାପାଙ୍କ କଥାର ପ୍ରଭାବ ପଡିଥାଏ । ଏଠାରେ ତୁମେ ବାବାଙ୍କ ସମ୍ମୁଖରେ ବସିଛ । ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ହେଉଥିବାରୁ ଏହାକୁ ମେଳା କୁହାଯାଉଛି । ବାବା ସମ୍ମୁଖରେ ବସି ବୁଝାଇଲେ ବହୁତ ନିଶା ଚଢିଥାଏ । ଭାବନା ଆସେ ଯେ ଆମକୁ ବେହଦର ବାବା କହୁଛନ୍ତି, ଆମେ କ’ଣ ତାଙ୍କ କଥା ମାନିବା ନାହିଁ! ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି ତୁମେ ପୁଣି ୮୪ ଜନ୍ମ ନେଇ ନେଇ ପତିତ ହୋଇଯାଇଛ । ପୁଣି କ’ଣ ତୁମେ ପାବନ ହେବ ନାହିଁ । ବାବା ଏ କଥା ଆତ୍ମାମାନଙ୍କୁ କହୁଛନ୍ତି । କେହି-କେହି ଭାବୁଛନ୍ତି, ବାବା ସତ୍ୟ କହୁଛନ୍ତି, କେହି ତ ତୁରନ୍ତ କହିଦେଉଛନ୍ତି ବାବା ଆମେ ପବିତ୍ର କାହିଁକି ନ ହେବୁ!

ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ କଟିଯିବ । ତୁମେ ଖାଣ୍ଟି ସୁନା ହୋଇଯିବ । ମୁଁ ହେଉଛି ସମସ୍ତଙ୍କର ପିତା ପତିତ-ପାବନ । ତେଣୁ ବାବାଙ୍କ ବୁଝାଇବାରେ ଏବଂ ଆତ୍ମାମାନଙ୍କର ବୁଝାଇବାରେ କେତେ ଫରକ ରହିଛି । ଧରିନିଅ କେହି ନୂଆ ଆସୁଛନ୍ତି, ତାଙ୍କ ମଧ୍ୟରୁ ଯିଏ ଏଠିକାର ଫୁଲ ଅର୍ଥାତ୍ ଏହି କୁଳର ଆତ୍ମା ହୋଇଥିବେ ତାଙ୍କୁ ଅନୁଭବ ହେବ । ସେମାନେ କହିବେ ଇଏ ଠିକ୍ କଥା କହୁଛନ୍ତି । ଯିଏ ଏଠାକାର ହୋଇ ନ ଥିବେ ସେ ବୁଝିପାରିବେ ନାହିଁ । ତେବେ ତୁମେ ମଧ୍ୟ ବୁଝାଅ ଆମ ଆତ୍ମାମାନଙ୍କୁ ବାବା କହୁଛନ୍ତି ତୁମେ ପବିତ୍ର ହୁଅ । ମନୁଷ୍ୟ ପବିତ୍ର ହେବା ପାଇଁ ଗଙ୍ଗା ସ୍ନାନ କରିଥାନ୍ତି, ଗୁରୁ କରିଥାନ୍ତି । କିନ୍ତୁ ପତିତ-ପାବନ ତ ବାବା ହିଁ ଅଟନ୍ତି । ବାବା ଆତ୍ମାମାନଙ୍କୁ କହୁଛନ୍ତି ଯେ ତୁମେ କେତେ ପତିତ ହୋଇଯାଇଛ, ସେଥିପାଇଁ ତ ଆତ୍ମା ମନେ ପକାଉଛି ଯେ ବାବା ଆପଣ ଆସି ପବିତ୍ର କରନ୍ତୁ । ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସୁଛି ତୁମମାନଙ୍କୁ କହୁଛି ଏହି ଅନ୍ତିମ ଜନ୍ମରେ ପବିତ୍ର ହୁଅ । ଏହି ରାବଣ ରାଜ୍ୟ ଶେଷ ହୋଇଯିବ । ମୁଖ୍ୟ କଥାହେଲା ପବିତ୍ର ହେବା । ସ୍ୱର୍ଗରେ ବିଷ ନ ଥାଏ । କେହି ଆସିଲେ ତାଙ୍କୁ ବୁଝାଅ ଯେ ବାବା କହୁଛନ୍ତି - ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ପବିତ୍ର ହୋଇଯିବ, ଖାଦ ବାହାରିଯିବ । ମନ୍‌ମନାଭବ ଅକ୍ଷର ମନେ ଅଛି ନା । ବାବା ନିରାକାର ଅଟନ୍ତି ଆମେ ଆତ୍ମାମାନେ ମଧ୍ୟ ହେଉଛୁ ନିରାକାର । ଯେପରି ଆମେ ଶରୀର ଦ୍ୱାରା ଶୁଣୁଛୁ, ବାବା ମଧ୍ୟ ଏହି ଶରୀରରେ ଆସି ବୁଝାଉଛନ୍ତି । ନଚେତ୍ କିପରି କହିବେ ଯେ ମାମେକମ୍ ୟାଦ କରୋ । ଦେହର ସବୁ ସମ୍ବନ୍ଧକୁ ଛାଡ । ନିଶ୍ଚିତ ଏଠାକୁ ଆସୁଛନ୍ତି, ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛନ୍ତି । ପ୍ରଜାପିତା ବ୍ରହ୍ମା ଏବେ ବାସ୍ତବରେ ଅଛନ୍ତି, ଏହାଙ୍କ ଦ୍ୱାରା ଆମକୁ ବାବା ଏହିପରି କହୁଛନ୍ତି, ଆମେ ବେହଦର ବାବାଙ୍କୁ ହିଁ ମାନୁଛୁ । ସେ କହୁଛନ୍ତି ପବିତ୍ର ହୁଅ । ପତିତ ପଣିଆ ଛାଡିଦିଅ । ପୁରୁଣା ଦେହର ଅଭିମାନକୁ ଛାଡ । ମୋତେ ମନେ ପକାଇଲେ ଅନ୍ତ ମତି ସୋ ଗତି (ଅନ୍ତିମ ସ୍ମୃତି ଅନୁସାରେ ପରବର୍ତ୍ତୀ ଜନ୍ମ ହୋଇଯିବ), ତୁମେ ଲକ୍ଷ୍ମୀ-ନାରାୟଣ ହୋଇଯିବ ।

ବାବାଙ୍କଠାରୁ ବିମୁଖ କରାଉଥିବା ମୁଖ୍ୟ ଅବଗୁଣ ହେଲା - ପରଚିନ୍ତନ କରିବା ଓ ସଇତାନୀ କଥା ଶୁଣିବା ଏବଂ ଶୁଣାଇବା । ବାବାଙ୍କ ନିର୍ଦ୍ଦେଶ ହେଲା ତୁମକୁ ସଇତାନୀ କଥା ଶୁଣିବା ଅନୁଚିତ୍ । ୟାଙ୍କ କଥା ତାଙ୍କୁ, ତାଙ୍କ କଥା ୟାଙ୍କୁ ଶୁଣାଇବା ଏହି ଚୁଗୁଲିଆମି ତୁମ ପିଲାମାନଙ୍କ ପାଖରେ ରହିବା ଅନୁଚିତ୍ । ଏହି ସମୟରେ ଦୁନିଆରେ ସମସ୍ତେ ହେଉଛନ୍ତି ବିପରୀତ ବୁଦ୍ଧି । ବାବାଙ୍କ କଥା ବିନା ଅନ୍ୟ କିଛି କଥା ଶୁଣିବା ତାକୁ ଚୁଗୁଲିଆମି କୁହାଯାଏ । ଏବେ ବାବା କହୁଛନ୍ତି ଏହି ଚୁଗୁଲିଆମି ଛାଡ । ତୁମେ ସମସ୍ତ ଆତ୍ମାମାନଙ୍କୁ କୁହ - ହେ ଆତ୍ମାରୂପୀ ସୀତାମାନେ, ତୁମେ ଏବେ ରାମଙ୍କ ସହିତ ଯୋଗ ଲଗାଅ । ତୁମେ ହେଉଛ ବାର୍ତ୍ତାବହ । ଏହି ବାର୍ତ୍ତା ଦିଅ ଯେ ବାବା କହିଛନ୍ତି ମୋତେ ମନେ ପକାଅ, ବାସ୍ । ଏହି କଥା ବ୍ୟତୀତ ଆଉ ସବୁ ହେଉଛି ଚୁଗୁଲିଆମି । ବାବା ସବୁ ସନ୍ତାନମାନଙ୍କୁ କହୁଛନ୍ତି - ଚୁଗୁଲିଆମି ଛାଡ । ସମସ୍ତ ଆତ୍ମା ରୂପୀ ସୀତାମାନଙ୍କର ଏକ ରାମଙ୍କ ସହିତ ସମ୍ବନ୍ଧ ଯୋଡ । ତୁମର ଧନ୍ଦା ହିଁ ଏଇଆ । ବାସ୍ ଏହି ବାର୍ତ୍ତା ଦେଇଚାଲ । ବାବା ଆସିଛନ୍ତି, କହୁଛନ୍ତି - ତୁମକୁ ସତ୍ୟଯୁଗକୁ ଯିବାକୁ ହେବ । ଏହି ଲୌହଯୁଗକୁ ଛାଡିବାକୁ ହେବ । ତୁମକୁ ବନବାସ ମିଳିଛି, ଜଙ୍ଗଲରେ ବସିଛ ନା । ବନ ଜଙ୍ଗଲକୁ କୁହାଯାଏ । କନ୍ୟାର ବିବାହ ପୂର୍ବରୁ ସେ ବନରେ ବସିଥାଏ ଅର୍ଥାତ୍ ବୈରାଗ୍ୟରେ ଥାଏ ପୁଣି ମହଲକୁ ଯାଇଥାଏ । ତୁମେ ମଧ୍ୟ ଜଙ୍ଗଲରେ ବସିଛ । ଏବେ ଶ୍ୱଶୂର ଘରକୁ ଯିବାକୁ ହେବ, ଏହି ପୁରୁଣା ଦେହକୁ ଛାଡିବାକୁ ପଡିବ । ସେଥିପାଇଁ ଏକମାତ୍ର ବାବାଙ୍କୁ ମନେ ପକାଅ । ବିନାଶ କାଳେ ଯେଉଁମାନଙ୍କର ପ୍ରୀତ ବୁଦ୍ଧି ହୋଇଥିବ ସେ ତ ମହଲକୁ ଯିବେ, ବାକି ବିପରୀତମାନଙ୍କର ହେଉଛି ବନବାସ । ଜଙ୍ଗଲରେ ବାସ । ବାବା ତୁମ ପିଲାମାନଙ୍କୁ ଭିନ୍ନ-ଭିନ୍ନ ରୀତିରେ ବୁଝାଉଛନ୍ତି । ଯେଉଁ ବାବାଙ୍କଠାରୁ ଏତେ ବେହଦର ବାଦଶାହୀ ନେଇଥିଲ, ତାଙ୍କୁ ଭୁଲିଯାଇଛ, ତେଣୁ ବନବାସକୁ ଚାଲିଯାଇଛ । ବନବାସ ଏବଂ ବଗିଚା ବାସ ଦୁଇଟି ହୋଇଥାଏ । ବାବାଙ୍କ ନାମ ହିଁ ହେଉଛି ବାଗବାନ । କିନ୍ତୁ ଏସବୁ କଥା କେହି ବୁଝିପାରିଲେ ସିନା । ଭାରତରେ ହିଁ ଆମର ରାଜ୍ୟ ଥିଲା । ଏବେ ନାହିଁ । ଏବେ ତ ବନବାସ ଚାଲିଛି । ପୁଣି ବଗିଚାକୁ ଯିବା । ତୁମେ ଏଠାରେ ବସିଥିଲେ ମଧ୍ୟ ବୁଦ୍ଧିରେ ଅଛି - ଆମେ ବେହଦର ବାବାଙ୍କଠାରୁ ନିଜର ରାଜ୍ୟ ନେଉଛୁ । ବାବା କହୁଛନ୍ତି ମୋ ସହିତ ପ୍ରୀତି ରଖ ତଥାପି ଭୁଲିଯାଉଛନ୍ତି । ବାବା ଦୋଷାରୋପ କରୁଛନ୍ତି - ତୁମେ ମୋତେ କେତେ ପର୍ଯ୍ୟନ୍ତ ଭୁଲୁଥିବ । ପୁଣି ସତ୍ୟଯୁଗକୁ କିପରି ଯିବ । ନିଜକୁ ପଚାର ମୁଁ କେତେ ସମୟ ବାବାଙ୍କୁ ମନେ ପକାଉଛି? ତୁମେ ତ ଯେପରି ଯୋଗର ଅଗ୍ନିରେ ପଡିଛ, ଯାହା ଦ୍ୱାରା ବିକର୍ମ ବିନାଶ ହେଉଛି । ଏକ ବାବାଙ୍କ ସହିତ ପ୍ରୀତି ବୁଦ୍ଧି ହେବା ଉଚିତ୍ । ସବୁଠାରୁ ଫାଷ୍ଟକ୍ଲାସ୍ ପ୍ରେମିକ ଯିଏକି ତୁମକୁ ମଧ୍ୟ ଫାଷ୍ଟକ୍ଳାସ୍ କରୁଛନ୍ତି । କେଉଁଠି ଥାର୍ଡ କ୍ଲାସ୍‌ରେ ଛେଳି ମେଣ୍ଢା ଭଳି ଯାତ୍ରା କରିବା ଏବଂ କେଉଁଠି ଏୟାରକଣ୍ଡିସନ୍‌ରେ ଯାତ୍ରା କରିବା । କେତେ ଫରକ ରହିଛି । ଏହିପରି ବିଚାର-ସାଗର ମନ୍ଥନ କଲେ ତୁମକୁ ବହୁତ ମଜା ଆସିବ । ଏହି ବାବା ମଧ୍ୟ କହୁଛନ୍ତି ମୁଁ ମଧ୍ୟ ବାବାଙ୍କୁ ମନେ ପକାଇବା ପାଇଁ ବହୁତ ମେହନତ କରୁଛି । ସାରା ଦିନ ଖିଆଲ ଚାଲୁଛି । ତୁମକୁ ମଧ୍ୟ ଏହି ମେହନତ କରିବାକୁ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କାହାକୁ ବି ଏକମାତ୍ର ରାମ ଅର୍ଥାତ୍ ବାବାଙ୍କ କଥା ବିନା ଅନ୍ୟ କୌଣସି କଥା ଶୁଣାଇବା ଅନୁଚିତ୍ । ଜଣଙ୍କର କଥା ଅନ୍ୟ ଜଣଙ୍କୁ ଶୁଣାଇବା, ପରଚିନ୍ତନ କରିବା ଏହା ଚୁଗୁଲିଆମି ଅଟେ, ଏହାକୁ ତ୍ୟାଗ କରିବାକୁ ହେବ ।

(୨) ଏକମାତ୍ର ବାବାଙ୍କ ସାଥିରେ ପ୍ରୀତି ଅର୍ଥାତ୍ ସ୍ନେହପୂର୍ଣ୍ଣ ସମ୍ବନ୍ଧ ରଖିବାକୁ ହେବ । ପୁରୁଣା ଦେହର ଅଭିମାନକୁ ଛାଡି ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ନିଜକୁ ପବିତ୍ର କରିବାକୁ ହେବ ।

ବରଦାନ:-
ସମାହିତ କରିବାର ଶକ୍ତି ଦ୍ୱାରା ଭୁଲ୍‌କୁ ମଧ୍ୟ ଠିକ୍ କରୁଥିବା ବିଶ୍ୱ ପରିବର୍ତ୍ତକ ଭବ ।

ଅନ୍ୟର ଭୁଲ୍‌କୁ ଦେଖି ନିଜେ କୌଣସି ଭୁଲ୍ କର ନାହିଁ । ଯଦି କେହି ଭୁଲ୍ ବି କରୁଛି, ତେବେ କରୁ କିନ୍ତୁ ମୋତେ ଠିକ୍ ହିଁ କରିବାର ଅଛି । ତା’ର ସଂଗର ପ୍ରଭାବରେ ଆସିବାର ନାହିଁ । ଯେଉଁମାନେ ଅନ୍ୟର ପ୍ରଭାବରେ ଆସିଯାଆନ୍ତି, ସେମାନେ ବେପରୁଆ ହୋଇଯାଆନ୍ତି । ତେଣୁ ସମସ୍ତେ କେବଳ ଏହି ଗୋଟିଏ ସଂକଳ୍ପ ନିଅ ଯେ ମୋତେ ଠିକ୍ ରାସ୍ତାରେ ହିଁ ଚାଲିବାର ଅଛି, ଯଦି ଅନ୍ୟ ଜଣେ ଭୁଲ୍ କରୁଛି, ତେବେ ସେହି ସମୟରେ ସମାହିତ କରିବାର ଶକ୍ତିକୁ ବ୍ୟବହାର କର । କାହାର ଭୁଲ୍‌କୁ ନୋଟ୍ କରିବା ଅର୍ଥାତ୍ ବୁଦ୍ଧିରେ ଧାରଣ କରିବା ପରିବର୍ତ୍ତେ ତାକୁ ସହଯୋଗର ନୋଟ୍ ଦିଅ ଅର୍ଥାତ୍ ସହଯୋଗରେ ଭରପୁର କରିଦିଅ, ତେବେ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ସହଜରେ ହୋଇଯିବ ।

ସ୍ଲୋଗାନ:-
ଯଦି ନିରନ୍ତର ଯୋଗୀ ହେବାର ଅଛି ତେବେ ହଦର ଅର୍ଥାତ୍ ବିନାଶୀ ମୁଁ ପଣିଆ ଏବଂ ମୋ’ର ପଣିଆକୁ ବେହଦରେ ପରିବର୍ତ୍ତନ କରିଦିଅ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ବର୍ତ୍ତମାନ ସମୟରେ ଫରିସ୍ତା ପଣିଆର ସମ୍ପନ୍ନ ସ୍ଥିତିର ବା ବାପ ସମାନ ସ୍ଥିତିର ପାଖାପାଖି ହୋଇ ଚାଲିଛ, ସେହି ଅନୁସାରେ ପବିତ୍ରତାର ପରିଭାଷା ମଧ୍ୟ ଅତି ସୂକ୍ଷ୍ମ ହୋଇ ଚାଲିଛି । କେବଳ ବ୍ରହ୍ମଚାରୀ ହେବାଟା ପବିତ୍ରତା ନୁହେଁ କିନ୍ତୁ ବ୍ରହ୍ମଚାରୀ ହେବା ସହିତ ବ୍ରହ୍ମାବାବାଙ୍କର ପ୍ରତ୍ୟେକ କର୍ମ ରୂପୀ ପାଦ ଉପରେ ପାଦ ରଖି ଚାଲିବାବାଲା ବ୍ରହ୍ମାଚାରୀ ହୁଅ ।