12.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଏବେ ଜ୍ଞାନର ଦୃଷ୍ଟି ମିଳିଛି, ସେଥିପାଇଁ ତୁମର ଏଣେ ତେଣେ ଘୁରି ବୁଲିବା ବନ୍ଦ ହୋଇ
ଯାଇଛି, ତୁମେ ଶାନ୍ତିଧାମ-ସୁଖଧାମକୁ ମନେ ପକାଉଛ ।”
ପ୍ରଶ୍ନ:-
ଦେବତାମାନଙ୍କ
ଭିତରେ କେଉଁ ଶକ୍ତି ଥିଲା ଏବଂ ସେହି ଶକ୍ତି କେଉଁ ବିଶେଷତା କାରଣରୁ ପ୍ରାପ୍ତ ହୋଇଥିଲା?
ଉତ୍ତର:-
ଦେବତାମାନଙ୍କ ଭିତରେ ସାରା ବିଶ୍ୱ ଉପରେ ରାଜତ୍ୱ କରିବାର କ୍ଷମତା ଥିଲା ଏବଂ ସେହି କ୍ଷମତା
ସେମାନଙ୍କୁ ବିଶେଷ ଭାବରେ ଏକ ମତର ବିଶେଷତା କାରଣରୁ ପ୍ରାପ୍ତ ହୋଇଥିଲା । ସେଠାରେ ଏକମତ ଥିବା
କାରଣରୁ ମନ୍ତ୍ରୀମାନଙ୍କୁ ରଖିବାର ଦରକାର ପଡୁନଥିଲା । ଦେବତାମାନେ ସଂଗମଯୁଗରେ ବାବାଙ୍କଠାରୁ
ଏପରି ଶ୍ରୀମତ ନେଇଥାନ୍ତି ଯାହାଦ୍ୱାରା ୨୧ ଜନ୍ମ ପର୍ଯ୍ୟନ୍ତ ରାଜତ୍ୱ କରିଥା’ନ୍ତି । ସେଠାରେ ଜଣେ
ରାଜାଙ୍କର ଗୋଟିଏ ହିଁ ଦୈବୀ ପରିବାର ରହିଥାଏ, ଦ୍ୱିତୀୟ ମତ ନ ଥାଏ ।
ଗୀତ:-
ନୟନ ହୀନ କୋ
ରାହ ଦିଖାଓ ପ୍ରଭୁ...
ଓମ୍ ଶାନ୍ତି ।
ପିଲାମାନଙ୍କୁ
ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି, ପୂର୍ବରୁ ଏହି ନେତ୍ର ନଥିଲା, କେଉଁ ନେତ୍ର? ଜ୍ଞାନର ନେତ୍ର
ନଥିଲା । ଅଜ୍ଞାନର ନେତ୍ର ତ ଥିଲା । ପିଲାମାନେ ଜାଣିଛନ୍ତି ଜ୍ଞାନର ସାଗର ଏକମାତ୍ର ବାବା ଅଟନ୍ତି
। ଆଉ କାହା ଭିତରେ ଏହି ଆତ୍ମିକ ଜ୍ଞାନ ନାହିଁ, ଯେଉଁ ଜ୍ଞାନ ଦ୍ୱାରା ସଦ୍ଗତି ହୁଏ ଅର୍ଥାତ୍
ଶାନ୍ତିଧାମ-ସୁଖଧାମକୁ ଯିବାକୁ ହୁଏ । ଏବେ ତୁମମାନଙ୍କୁ ଦୃଷ୍ଟି ମିଳିଛି କିପରି ସୁଖଧାମ ବଦଳି
ଯାଇ ପୁଣି ମାୟାର ରାଜ୍ୟ ଅଥବା ଦୁଃଖଧାମ ହୋଇଥାଏ । ଭକ୍ତିମାର୍ଗରେ ଡାକିଥା’ନ୍ତି ନୟନହୀନକୁ
ରାସ୍ତା ଦେଖାଅ ପ୍ରଭୁ । କିନ୍ତୁ ଭକ୍ତିମାର୍ଗର ଯଜ୍ଞ, ଦାନପୁଣ୍ୟ ଆଦିରେ ଶାନ୍ତିଧାମ-ସୁଖଧାମ
ଯିବାକୁ କୌଣସି ରାସ୍ତା ମିଳିନଥାଏ । ପ୍ରତ୍ୟେକଙ୍କୁ ଏଠାରେ ନିଜ ନିଜର ଅଭିନୟ କରିବାକୁ ପଡିଥାଏ
। ବାବା କହୁଛନ୍ତି ମୋତେ ମଧ୍ୟ ପାର୍ଟ ମିଳିଛି । ଭକ୍ତିମାର୍ଗରେ ଭଗବାନଙ୍କୁ ଡାକିଥା’ନ୍ତି,
କହିଥା’ନ୍ତି ମୁକ୍ତି-ଜୀବନମୁକ୍ତିର ରାସ୍ତା ଦେଖାଅ । ସେଥିପାଇଁ କେତେ ଯଜ୍ଞ-ତପ-ଦାନ-ପୂଣ୍ୟ ଆଦି
କରିଥା’ନ୍ତି । କେତେ ଏଣେତେଣେ ଯାଇଥା’ନ୍ତି । ଶାନ୍ତିଧାମ-ସୁଖଧାମରେ ଏଣେତେଣେ ଘୁରିବୁଲିବାର କଥା
ହିଁ ନାହିଁ । ତୁମେମାନେ ଏବେ ଜାଣୁଛ, ସେମାନେ ତ କେବଳ ଶାସ୍ତ୍ରର ପାଠ ଏବଂ ଲୌକିକ ପାଠ ହିଁ
ଜାଣିଛନ୍ତି । ଏହି ଆତ୍ମିକ ପିତା ଶିବବାବାଙ୍କୁ ତ ବିଲ୍କୁଲ୍ ଜାଣିନାହାଁନ୍ତି । ଆତ୍ମିକ ପିତା
ଜ୍ଞାନ ସେତେବେଳେ ଆସି ଦେଇଥା’ନ୍ତି ଯେତେବେଳେ କି ସମସ୍ତଙ୍କର ସଦ୍ଗତି ହେବାର ଥାଏ । ପୁରୁଣା
ଦୁନିଆ ବଦଳିବାର ଥାଏ । ମନୁଷ୍ୟରୁ ଦେବତା ହୋଇଥା’ନ୍ତି ପୁଣି ସମଗ୍ର ସୃଷ୍ଟି ଉପରେ
ଦେବୀ-ଦେବତାମାନଙ୍କର ରାଜତ୍ୱ ରହିଥାଏ ଯାହାକୁ ସ୍ୱର୍ଗ କୁହାଯାଏ । ଏକଥା ମଧ୍ୟ କେବଳ ଭାରତବାସୀ
ହିଁ ଜାଣିଥା’ନ୍ତି ଯେ ଆଦି ସନାତନ ଦେବୀ-ଦେବତା ଧର୍ମ ଭାରତରେ ହିଁ ଥିଲା । ସେ ସମୟରେ ଅନ୍ୟ
କୌଣସି ଧର୍ମ ନଥିଲା । ତୁମମାନଙ୍କ ପାଇଁ ବର୍ତ୍ତମାନ ସଙ୍ଗମଯୁଗ । ବାକି ସମସ୍ତେ କଳିଯୁଗରେ
ଅଛନ୍ତି । ତୁମେମାନେ ଏବେ ପୁରୁଷୋତ୍ତମ ସଙ୍ଗମଯୁଗରେ ବସିଛ । ଯେଉଁମାନେ ବାବାଙ୍କୁ ମନେ
ପକାଉଛନ୍ତି, ବାବାଙ୍କ ଶ୍ରୀମତରେ ଚାଲୁଛନ୍ତି, ସେମାନେ ସଙ୍ଗମଯୁଗରେ ଅଛନ୍ତି । ବାକି ସମସ୍ତେ
କଳିଯୁଗରେ ଅଛନ୍ତି । ବର୍ତ୍ତମାନ କୌଣସି ସାର୍ବଭୌମତ୍ୱ ରାଜଧାନୀ ତ ନାହିଁ । ଏଠାରେ ଅନେକ ମତ
ଚାଲୁଛି, ସତ୍ୟଯୁଗରେ ତ କେବଳ ଏକ ରାଜଙ୍କର ହିଁ ମତ ଚାଲିଥାଏ, ସେଠାରେ କେହି ମନ୍ତ୍ରୀ ନ ଥା’ନ୍ତି
। ଏତେ ଶକ୍ତି ରହିଥାଏ । ପୁଣି ଯେତେବେଳେ ପତିତ ହୋଇଯା’ନ୍ତି ସେତେବେଳେ ମନ୍ତ୍ରୀ ଆଦି
ରଖିଥା’ନ୍ତି, କାହିଁକିନା ସେହି ଶକ୍ତି ଆଉ ରହିନଥାଏ । ଏବେ ତ ପ୍ରଜାମାନଙ୍କର ରାଜ୍ୟ ଚାଲିଛି,
ସତ୍ୟଯୁଗରେ ଏକ ମତ ଥିବା କାରଣରୁ ଶକ୍ତି ରହିଥାଏ । ବର୍ତ୍ତମାନ ତୁମେମାନେ ବାବାଙ୍କ ଠାରୁ ସେହି
ଶକ୍ତି ନେଉଛ, ତେଣୁ ୨୧ ଜନ୍ମ ପର୍ଯ୍ୟନ୍ତ ସ୍ୱାଧୀନ ଭାବେ ରାଜ୍ୟ କରୁଛ । ତାହା ନିଜର ହିଁ ଦୈବୀ
ପରିବାର ଅଟେ । ଏବେ ଏହା ତୁମର ଈଶ୍ୱରୀୟ ପରିବାର । ବାବା କହୁଛନ୍ତି ଯେ, ନିଜକୁ ଆତ୍ମା ମନେ କରି
ବାବାଙ୍କ ସ୍ମୃତିରେ ରହୁଛ ତେଣୁ ତୁମେ ଈଶ୍ୱରୀୟ ପରିବାରର ଅଟ । ଯଦି ଦେହ-ଅଭିମାନରେ ଆସି
ଭୁଲିଯାଉଛ ତେବେ ଆସୁରୀ ପରିବାରର ଅଟ । ଏକ ସେକେଣ୍ଡରେ ଈଶ୍ୱରୀୟ ସମ୍ପ୍ରଦାୟରେ ଅଛ ଏବଂ ପୁଣି ଏକ
ସେକେଣ୍ଡରେ ଆସୁରୀ ସମ୍ପ୍ରଦାୟର ହୋଇଯାଉଛ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବା
କେତେ ସହଜ । କିନ୍ତୁ ପିଲାମାନଙ୍କୁ ମୁସ୍କିଲ୍ ଲାଗୁଛି ।
ବାବା କହୁଛନ୍ତି ଯଦି
ନିଜକୁ ଆତ୍ମା ମନେକରି ବାବାଙ୍କୁ ସ୍ମରଣ କରିବ ତେବେ ବିକର୍ମ ବିନାଶ ହେବ । ଦେହ ଦ୍ୱାରା କର୍ମ ତ
କରିବାକୁ ହିଁ ହେବ । ଦେହକୁ ଛାଡି ତ ତୁମେ କର୍ମ କରିପାରିବ ନାହିଁ । ତେବେ ଚେଷ୍ଟା କରିବାକୁ
ହେବ ଯେ, କର୍ମଧନ୍ଦା କରି ମଧ୍ୟ ଆମେ କିପରି ବାବାଙ୍କୁ ମନେ ପକାଇବା । ପରନ୍ତୁ ଏଠାରେ ତ କିଛି
କାମ ନ ଥିଲେ ମଧ୍ୟ ବାବାଙ୍କୁ ମନେ ପକାଇ ପାରୁ ନାହାଁନ୍ତି, ଭୁଲିଯାଉଛନ୍ତି । ଏଥିରେ ହିଁ ମେହନତ
ରହିଛି । ଭକ୍ତିରେ ଏପରି କ’ଣ କୁହାଯାଏ କି ସାରାଦିନ ଭକ୍ତି କର । ସେଥିରେ ସକାଳ, ସନ୍ଧ୍ୟା
କିମ୍ବା ରାତ୍ରିରେ ସମୟ ରହିଥାଏ । ପୁଣି ମନ୍ତ୍ର ଆଦି ଯାହା ମିଳିଥାଏ, ତାହା ବୁଦ୍ଧିରେ ରହିଥାଏ
। ଏକାଧିକ ଶାସ୍ତ୍ର ଅଛି ଯାହାକି ଭକ୍ତିମାର୍ଗରେ ପଢିଥା’ନ୍ତି । ତୁମକୁ ତ କୌଣସି ପୁସ୍ତକ ଆଦି
ପଢିବାର ନାହିଁ ନା ଶାସ୍ତ୍ର ରଚନା କରିବାର ଅଛି । ଏହି ମୁରଲୀ ମଧ୍ୟ ସତେଜ ଅର୍ଥାତ୍ ଖୁସିରେ
ରହିବା ପାଇଁ ଛପା ଯାଉଛି ବାକି କୌଣସି ପୁସ୍ତକ ଆଦି ରହିବ ନାହିଁ । ଏସବୁ ନଷ୍ଟ ହୋଇଯିବ । ଜ୍ଞାନ
ତ କେବଳ ଏକମାତ୍ର ବାବାଙ୍କ ପାଖରେ ଅଛି । ଏବେ ଦେଖନ୍ତୁ ଜ୍ଞାନ ବିଜ୍ଞାନ ଭବନ ନାମ ରଖାଯାଇଛି,
ଯେପରି ସେଠାରେ ଜ୍ଞାନ ଏବଂ ଯୋଗ ଶିଖାଯାଉଛି! ବିନା ଅର୍ଥରେ ଏଭଳି ନାମ ରଖି ଦେଉଛନ୍ତି । କିଛି
ବି ଜଣା ନାହିଁ ଯେ ଜ୍ଞାନ କ’ଣ, ବିଜ୍ଞାନ କ’ଣ । ବର୍ତ୍ତମାନ ତୁମେମାନେ ଜ୍ଞାନ ଏବଂ ବିଜ୍ଞାନକୁ
ଜାଣୁଛ । ଯୋଗ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ । ଯାହାକୁ ବିଜ୍ଞାନ କୁହାଯାଉଛି ଏବଂ
ଏହା ହେଲା ଜ୍ଞାନ, ଯେଉଁଥିରେ ବିଶ୍ୱର ଇତିହାସ ଭୂଗୋଳ ବିଷୟରେ ବୁଝାଯାଉଛି । ବିଶ୍ୱର ଇତିହାସ
ଭୂଗୋଳ କିପରି ପୁନରାବୃତ୍ତି ହୋଇଥାଏ, ତାହା ମଧ୍ୟ ଜାଣିବାକୁ ହେବ । ସେ ପାଠପଢା ହଦର ଅଟେ ।
ଏଠାରେ ତ ତୁମମାନଙ୍କ ବୁଦ୍ଧିରେ ବେହଦର ଇତିହାସ-ଭୂଗୋଳ ଅଛି । ଆମେ କିପରି ରାଜ୍ୟ ନେଉଛୁ । କେତେ
ସମୟ ଏବଂ କେବେ ରାଜ୍ୟ କରିଥିଲେ, କିପରି ରାଜଧାନୀ ମିଳିଥିଲା ଏହି କଥା ଆଉ କାହାର ବୁଦ୍ଧିରେ ଆସି
ନ ଥାଏ । ବାବା ହିଁ ଜ୍ଞାନର ଭଣ୍ଡାର ଅଟନ୍ତି । ଏହି ସୃଷ୍ଟି ଚକ୍ର କିପରି ଘୁରୁଛି, ବାବା ହିଁ
ବୁଝାଉଛନ୍ତି । ପୂର୍ବ ପ୍ରସ୍ତୁତ ଡ଼୍ରାମାକୁ ନ ଜାଣିବା କାରଣରୁ ମନୁଷ୍ୟ କହିଦେଇଥା’ନ୍ତି - ଅମୁକ
ନିର୍ବାଣ ପ୍ରାପ୍ତ କଲା କିମ୍ବା ଜ୍ୟୋତିରେ ମିଶିଗଲା ।
ତୁମେମାନେ ଜାଣିଛ ଯେ
ସମସ୍ତ ମନୁଷ୍ୟମାତ୍ର ଏହି ସୃଷ୍ଟି ଚକ୍ରରେ ଆସିଥା’ନ୍ତି, ଏଥିରୁ କେହି ଜଣେ ମଧ୍ୟ ବାଦ୍ ଯାଇପାରବେ
ନାହିଁ । ବାବା ବୁଝାଉଛନ୍ତି ଯେ ମନୁଷ୍ୟର ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଇଥାଏ, ଏହା
କେତେ ବଡ଼ ଡ଼୍ରାମା । ସମସ୍ତଙ୍କ ଭିତରେ ଆତ୍ମା ଅଛି ଏବଂ ସେହି ଆତ୍ମା ଭିତରେ ଅବିନାଶୀ ପାର୍ଟ ଭରି
ହୋଇ ରହିଛି । ଏହାକୁ କୁହାଯାଉଛି ପୂର୍ବପ୍ରସ୍ତୁତ... ଯଦି ଡ଼୍ରାମା କହୁଛ ତେବେ ନିଶ୍ଚିତ ତା’ର
ସମୟର ଅବଧି ମଧ୍ୟ ଥିବା ଦରକାର । ବାବା ବୁଝାଉଛନ୍ତି ଯେ ଏହି ଡ଼୍ରାମା ୫ ହଜାର ବର୍ଷର ଅଟେ ।
ଭକ୍ତିମାର୍ଗର ଶାସ୍ତ୍ରରେ ଲେଖି ଦିଆଯାଇଛି ଯେ ଏହି ଡ଼୍ରାମା ଲକ୍ଷ-ଲକ୍ଷ ବର୍ଷର ଅଟେ । ଏହି ସମୟରେ
ହିଁ ବାବା ଆସି ସହଜ ରାଜଯୋଗ ଶିଖାଇଥିଲେ, ଏହି ସମୟର ହିଁ ଗାୟନ ରହିଛି ଯେ, କୌରବମାନେ ଘୋର
ଅନ୍ଧକାରରେ ଥିଲେ ଏବଂ ପାଣ୍ଡବମାନେ ଆଲୋକରେ ଥିଲେ । ସେମାନେ ଭାବୁଛନ୍ତି ଯେ କଳିଯୁଗ ତ’ ଆହୁରି
୪୦ ହଜାର ବର୍ଷ ଚାଲିବ । ଏକଥା ଜାଣିପାରୁ ନାହାଁନ୍ତି ଯେ ଏବେ ଭଗବାନ ଆସିଛନ୍ତି, ଏହି ପୁରୁଣା
ଦୁନିଆର ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ଦୁନିଆରେ ସମସ୍ତେ ଅଜ୍ଞାନ ନିଦରେ ଶୋଇ ପଡ଼ିଛନ୍ତି ।
ଯେତେବେଳେ ଲଢେଇ ଦେଖିଥା’ନ୍ତି ତ କହିଥା’ନ୍ତି ଏହା ତ ସେହି ମହାଭାରତ ଲଢେଇର ଚିହ୍ନ । ଏହିଭଳି
ରିହଲସଲ୍ ତ ହୋଇଚାଲିବ । ପୁଣି ଚାଲୁ ଚାଲୁ ବନ୍ଦ ହୋଇଯିବ । ତୁମେମାନେ ଜାଣୁଛ ଯେ ବର୍ତ୍ତମାନ
କ’ଣ ଆମର ସମ୍ପୂର୍ଣ୍ଣ ସ୍ଥାପନା ହୋଇଗଲାଣି । ଗୀତାରେ କ’ଣ ଲେଖା ଅଛି ଯେ, ବାବା ସହଜ ରାଜଯୋଗ
ଶିଖାଇ ଏହିଠାରେ ହିଁ ରାଜଧାନୀ ସ୍ଥାପନ କରିଛନ୍ତି । ଗୀତାରେ ତ ପ୍ରଳୟ ଦେଖାଇ ଦିଆଯାଇଛି । ଦେଖା
ଯାଇଛି ଯେ ଆଉ ସବୁ ମରିଗଲେ, ବାକି ୫ ପାଣ୍ଡବ ରହିଲେ । ସେମାନେ ମଧ୍ୟ ପାହାଡ଼ ଉପରୁ ଖସି ପଡ଼ି
ମରିଗଲେ । ରାଜଯୋଗ ଦ୍ୱାରା କ’ଣ ହେଲା, କିଛି ବି ଜଣାନାହିଁ । ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି
। ତାହା ହେଉଛି ହଦର ଅର୍ଥାତ୍ ଲୌକିକ କଥା, ହଦର ରଚନା, ହଦର ବ୍ରହ୍ମା ଅର୍ଥାତ୍ ଲୌକିକ ପିତା
କରିଥା’ନ୍ତି । ପାଳନା ମଧ୍ୟ କରିଥା’ନ୍ତି ବାକି ପ୍ରଳୟ ବା ବିନାଶ କରିନଥା’ନ୍ତି । ସ୍ତ୍ରୀକୁ
ପୋଷ୍ୟ କରିଥା’ନ୍ତି । ବାବା ମଧ୍ୟ ଆସି ପୋଷ୍ୟ କରୁଛନ୍ତି । କହୁଛନ୍ତି ମୁଁ ଏହା (ବ୍ରହ୍ମା)ଙ୍କ
ଭିତରେ ପ୍ରବେଶ କରି ପିଲାମାନଙ୍କୁ ଜ୍ଞାନ ଶୁଣାଉଛି । ବ୍ରହ୍ମାଙ୍କ ଦ୍ୱାରା ପିଲାମାନଙ୍କୁ ରଚନା
କରୁଛି । ସିଏ ଆମର ପିତା ତେଣୁ ଏହା ମଧ୍ୟ ପରିବାର ଅଟେ, ଏହା ବହୁତ ଗୁହ୍ୟ କଥା, ବହୁତ ଗମ୍ଭୀର
କଥା । କିନ୍ତୁ ଏ କଥା ମୁସ୍କିଲ୍ରେ କାହା ବୁଦ୍ଧିରେ ରହିଥାଏ । ଏବେ ବାବା କହୁଛନ୍ତି ଯେ ପ୍ରଥମେ
ପ୍ରଥମେ ତ ନିଜକୁ ଆତ୍ମା ମନେ କର, ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରିଥାଏ
। ଶରୀରର ହିଁ ଭିନ୍ନ ଭିନ୍ନ ନାମ ରହିଥାଏ । ନାମ, ରୂପ, ଚେହେରା ସବୁ ଭିନ୍ନ ଭିନ୍ନ ଅଟେ ।
ଜଣଙ୍କର ଚେହେରା ଅନ୍ୟଜଣଙ୍କ ସହିତ ମିଶି ନ ଥାଏ । ପ୍ରତ୍ୟେକ ଆତ୍ମାର ଜନ୍ମଜନ୍ମାନ୍ତର ପାଇଁ
ନିଜସ୍ୱ ଚେହେରା ରହିଛି । ନିଜର ଅଭିନୟ ଡ଼୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଏଣୁ ଏହାକୁ ପୂର୍ବ
ପ୍ରସ୍ତୁତ ଡ଼୍ରାମା କୁହାଯାଉଛି । ଏବେ ବେହଦର ବାବା କହୁଛନ୍ତି ଯେ ମୋତେ ମନେ ପକାଇଲେ ବିକର୍ମ
ବିନାଶ ହେବ । ତେବେ ଆମେ କାହିଁକି ବାବାଙ୍କୁ ସ୍ମରଣ ନ କରିବା । ଏହା ହିଁ ମେହେନତର କଥା ଅଟେ ।
ତୁମେମାନେ ଯେତେବେଳେ
ଯୋଗର ଯାତ୍ରାରେ ବସୁଛ ସେତେବେଳେ ମାୟାର ତୋଫାନ ଆସୁଛି, ମାୟା ସହିତ ଯୁଦ୍ଧ ଚାଲେ, ସେଥିପାଇଁ
ବିଚଳିତ ହୁଅ ନାହିଁ । ମାୟା ଘଡ଼ିଘଡ଼ି ଯୋଗକୁ ଭଙ୍ଗ କରିବ । ସଂକଳ୍ପ ବିକଳ୍ପ ଏଭଳି ଆସିବ ଯାହାକି
ଏକଦମ୍ ମୁଣ୍ଡ ଖରାପ କରିଦେବ । କିନ୍ତୁ ତୁମେମାନେ ମେହନତ କର । ବାବା ବୁଝାଇଛନ୍ତି ଯେ ଏହି
ଲକ୍ଷ୍ମୀ - ନାରାୟଣଙ୍କର କର୍ମେନ୍ଦ୍ରିୟ ବଶୀଭୂତ କିପରି ହେଲା । ଏମାନେ ସମ୍ପୂର୍ଣ୍ଣ ନିର୍ବିକାରୀ
ଥିଲେ । ଏହି ଶିକ୍ଷା ସେମାନଙ୍କୁ କେଉଁଠାରୁ ମିଳିଲା ଏବେ ତୁମମାନଙ୍କୁ ଏପରି ଲକ୍ଷ୍ମୀ-ନାରାୟଣ
ହେବା ପାଇଁ ଶିକ୍ଷା ମିଳୁଛି । ଏମାନଙ୍କ ଭିତରେ କୌଣସି ବିକାର ନଥାଏ । କାରଣ ସେଠାରେ ରାବଣ
ରାଜ୍ୟ ହିଁ ନାହିଁ । ପରେ ରାବଣ ରାଜ୍ୟ ହୋଇଥାଏ । ରାବଣ କେଉଁ ବସ୍ତୁ, ଏକଥା କେହି ବି ଜାଣି
ନାହାଁନ୍ତି । ଡ଼୍ରାମାନୁସାରେ ଏହା ମଧ୍ୟ ନିଧାର୍ଯ୍ୟ ରହିଛି । ଡ଼୍ରାମାର ଆଦି-ମଧ୍ୟ-ଅନ୍ତକୁ କେହି
ବି ଜାଣି ନାହାଁନ୍ତି । ସେଥିପାଇଁ ନେତି-ନେତି କହିଆସୁଛନ୍ତି । ଏବେ ତୁମେମାନେ ସ୍ୱର୍ଗବାସୀ ହେବା
ପାଇଁ ପୁରୁଷାର୍ଥ କରୁଛ । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଅଟନ୍ତି ନା । ଏମାନଙ୍କ ଆଗରେ
ତମଃପ୍ରଧାନ କନିଷ୍ଠ ପୁରୁଷମାନେ ମୁଣ୍ଡ ନୁଆଇଁଥା’ନ୍ତି । ବାବା କହିଛନ୍ତି ଯେ, ପ୍ରଥମେ ପ୍ରଥମେ
ତ ଗୋଟିଏ କଥା ଉପରେ ପକ୍କା କରିନିଅ - ନିଜକୁ ଆତ୍ମ ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ଏଇଥିରେ
ହିଁ ମେହେନତ ଅଛି । ଯେପରି ୮ ଘଣ୍ଟା ସରକାରୀ ଚାକିରୀ ହୋଇଥାଏ ନା । ଏବେ ତୁମେ ବେହଦର
ସରକାରଙ୍କର ସହଯୋଗୀ ଅଟ । ତୁମକୁ ଅତି କମ୍ରେ ୮ ଘଣ୍ଟା ପୁରୁଷାର୍ଥ କରି ଯୋଗଯୁକ୍ତ ହୋଇ ରହିବାର
ଅଛି । ତୁମର ଅବସ୍ଥା ଦିନେ ଏଭଳି ପକ୍କା ହୋଇଯିବ ଯାହାକି କାହାର ବି ସ୍ମୃତି ଆସିବ ନାହିଁ ।
ବାବାଙ୍କର ସ୍ମୃତିରେ ହିଁ ଶରୀର ତ୍ୟାଗ କରିବ । ସେହିମାନେ ହିଁ ବିଜୟ ମାଳାର ଦାନା ହେବେ । ଜଣେ
ରାଜାଙ୍କର କେତେ ଢେର ପ୍ରଜା ଥା’ନ୍ତି । ତେବେ ଏହିଠାରେ ମଧ୍ୟ ପ୍ରଜା ତିଆରି ହୁଅନ୍ତି । ତୁମେ
ବିଜୟ ମାଳାର ଦାନା ପୂଜନୀୟ ଯୋଗ୍ୟ ହେବ । ୧୬୧୦୮ର ମାଳା ମଧ୍ୟ ଥାଏ । ଗୋଟିଏ ବଡ ବାକ୍ସରେ
ପଡିଥାଏ । ୮ର ମାଳା ଅଛି, ୧୦୮ର ମାଳା ବି ଅଛି । ଅନ୍ତିମ ସମୟରେ ପୁଣି ୧୬୧୦୮ର ମଧ୍ୟ ମାଳା
ହୋଇଥାଏ । ତୁମେ ପିଲାମାନେ ହିଁ ବାବାଙ୍କଠାରୁ ରାଜଯୋଗ ଶିଖି ସମଗ୍ର ବିଶ୍ୱକୁ ସ୍ୱର୍ଗରେ ପରିଣତ
କରୁଛ, ସେଥିପାଇଁ ତୁମକୁ ପୂଜା କରାଯାଉଛି । ତୁମେ ହିଁ ପୂଜ୍ୟ ଥିଲ, ପୁଣି ପୂଜାରୀ ହୋଇଛ । ଏହି
ଦାଦା (ବ୍ରହ୍ମା) କହୁଛନ୍ତି ମୁଁ ନିଜେ ମାଳା ଗଡେଇଛି । ଏମିତି ତ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ
ରୁଦ୍ର ମାଳା ରହିବା ଦରକାର । ତୁମେ ପ୍ରଥମେ ରୁଦ୍ର ମାଳା ପୁଣି ରୁଣ୍ଡମାଳା (ବିଷ୍ଣୁମାଳା)ରେ
ଆସିଥାଅ । ପ୍ରଥମ ନମ୍ବରରେ ଅଛି ରୁଦ୍ରମାଳା ଯେଉଁଥିରେ ଶିବ ମଧ୍ୟ ଅଛନ୍ତି, ରୁଣ୍ଡ ମାଳାରେ ଶିବ
କେଉଁଠାରୁ ଆସିବେ । ତାହା ହେଲା ବିଷ୍ଣୁଙ୍କର ମାଳା । ଏହି କଥାକୁ ମଧ୍ୟ କେହି କ’ଣ ବୁଝିଛନ୍ତି!
ଏବେ ତୁମେମାନେ କହୁଛ ଯେ ଆମେ ଯାଇ ଶିବବାବାଙ୍କର ଗଳାର ହାର ହେଉଛୁ । ବ୍ରାହ୍ମଣଙ୍କର ମାଳା ତିଆରି
ହୋଇପାରିବ ନାହିଁ । ବ୍ରାହ୍ମଣଙ୍କର ମାଳା ନ ଥାଏ । ତୁମେମାନେ ଯେତେ ଯୋଗଯୁକ୍ତ ହୋଇ ରହିବ ସେଠାରେ
ମଧ୍ୟ ନିକଟରେ ଆସି ରାଜ୍ୟ କରିବ । ଏହି ପାଠପଢା ଆଉ କୌଣସି ଜାଗାରେ ମିଳିପାରିବ ନାହିଁ । ତୁମେ
ଜାଣୁଛ ଯେ ଏବେ ଆମେ ଏହି ପୁରୁଣା ଶରୀରକୁ ଛାଡି ସ୍ୱର୍ଗବାସୀ ହେବୁ । ସମଗ୍ର ଭାରତ ବର୍ଷ
ସ୍ୱର୍ଗବାସୀ ହେବ । ବିଶେଷ କରି ଭାରତ ହିଁ ସ୍ୱର୍ଗ ଥିଲା । ଏହା ୫୦୦୦ ବର୍ଷର କଥା, ଲକ୍ଷେ
ବର୍ଷର କଥା ହୋଇପାରିବ ନାହିଁ । ଦେବତାମାନଙ୍କୁ ହିଁ ୫୦୦୦ ବର୍ଷ ହେଲା । ସ୍ୱର୍ଗକୁ ମନୁଷ୍ୟ
ଭୁଲିଯାଇଛନ୍ତି ତେଣୁ ଏପରି କହିଦେଉଛନ୍ତି । ବାକି ଏଭଳି କିଛି ନୁହେଁ । ଏତେ ପୁରୁଣା ସଂବତ ଆଦି
କ’ଣ ଅଛି । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଥା’ନ୍ତି ପରେ ପୁଣି ଅନ୍ୟଧର୍ମାବଲମ୍ବୀମାନେ ଆସିଥା’ନ୍ତି
। ପୁରୁଣା ଜିନିଷ କ’ଣ କାମରେ ଆସିବ । କେତେ କିଣୁଛନ୍ତି, ପୁରୁଣା ଜିନିଷର ବହୁତ ମୂଲ୍ୟ କରୁଛନ୍ତି
। ତେବେ ସବୁଠାରୁ ମୂଲ୍ୟବାନ ତ ଶିବବାବା ଅଟନ୍ତି, କେତେ ଶିବଲିଙ୍ଗ ତିଆରି କରୁଛନ୍ତି । ଆତ୍ମା
ଏତେ ଛୋଟ ବିନ୍ଦୁ, ଏକଥା କାହାରି ବୁଦ୍ଧିରେ ଆସୁ ନାହିଁ । ଆତ୍ମାର ରୂପ ଅତି ସୂକ୍ଷ୍ମ । ବାବା
ହିଁ ବୁଝାଇଛନ୍ତି ଏତେ ଛୋଟ ବିନ୍ଦୁରେ କେତେ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି, ଏହି ଡ୍ରାମାର
ପୁନରାବୃତ୍ତି ହୋଇଚାଲିଛି । ଏହି ଜ୍ଞାନ ତୁମ ବୁଦ୍ଧିରେ ସେଠାରେ ରହିବ ନାହିଁ । ଏହା ପ୍ରାୟଃ
ଲୋପ ହୋଇଯାଏ । ତେବେ ପୁଣି କେହି ସହଜ ରାଜଯୋଗ ଶିଖାଇବେ କିପରି । ଏ ସବୁ ଭକ୍ତିମାର୍ଗ ପାଇଁ
ତିଆରି କରିଛନ୍ତି । ଏବେ ପିଲାମାନେ ଜାଣୁଛନ୍ତି ଯେ ବାବାଙ୍କ ଦ୍ୱାରା ବ୍ରାହ୍ମଣ, ଦେବତା,
କ୍ଷତ୍ରୀୟ ତିନି ଧର୍ମର ସ୍ଥାପନ ଭବିଷ୍ୟତ ନୂଆ ଦୁନିଆ ପାଇଁ ହେଉଛି, ଏହି ପାଠପଢା ଯାହାକି
ତୁମେମାନେ ପଢୁଛ ତାହା ଏହି ଜନ୍ମ ପାଇଁ ଅଟେ । ଏହାର ପ୍ରାରବ୍ଧ ତୁମକୁ ନୂଆ ଦୁନିଆରେ ମିଳିବ ।
ଏହି ପାଠପଢା କେବଳ ସଂଗମଯୁଗରେ ହିଁ ହୋଇଥାଏ । ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ । ମନୁଷ୍ୟରୁ
ଦେବତା ତ ନିଶ୍ଚିତ ସଂଗମଯୁଗରେ ହିଁ ହୋଇଥିବେ । ବାବା ପିଲାମାନଙ୍କୁ ସବୁ ରହସ୍ୟ ବୁଝାଉଛନ୍ତି ।
ଏ କଥା ମଧ୍ୟ ବାବା ଜାଣିଛନ୍ତି ଯେ ତୁମେ ସାରା ଦିନ ବାବାଙ୍କ ସ୍ମୃତିରେ ରହିପାରିବ ନାହିଁ, ଏହା
ଅସମ୍ଭବ ତେଣୁ ଚାର୍ଟ ରଖ, ଦେଖ ମୁଁ କେତେ ଯୋଗଯୁକ୍ତ ହୋଇ ରହିପାରୁଛି? ଯଦି ଦେହର ଅଭିମାନ ଥିବ
ତେବେ ବାବାଙ୍କ ସ୍ମୃତି କିପରି ରହିପାରିବ ! ପାପର ବୋଝ ମୁଣ୍ଡ ଉପରେ ବହୁତ ରହିଛି । ସେଥିପାଇଁ
ବାବା କହୁଛନ୍ତି ଯୋଗଯୁକ୍ତ ହୋଇ ରୁହ । ତ୍ରିମୂର୍ତ୍ତିର ଚିତ୍ର ପକେଟରେ ରଖିଥାଅ, ପରନ୍ତୁ ତୁମେ
ଘଡି ଘଡି ଭୁଲିଯାଉଛ । ଅଲଫ ଅର୍ଥାତ୍ ଶିବବାବାଙ୍କୁ ମନେ ପକାଇଲେ ବେ ଅର୍ଥାତ୍ ସମ୍ପତ୍ତି ଆଦି ସବୁ
ମନେ ପଡିଥାଏ । ବ୍ୟାଚ୍ ତ ସବୁବେଳେ ପିନ୍ଧିବା ଉଚିତ୍ । ବହି ମଧ୍ୟ ସାଥିରେ ରଖ, ଯଦି କୌଣସି ଭଲ
ମନୁଷ୍ୟ ଜୁଟି ଗଲେ ତେବେ ତାଙ୍କୁ ଦିଅ । ଭଲ ଲୋକ କେବେ ମାଗଣାରେ ନେବେ ନାହିଁ । ଯଦି କହିବେ,
ଏହାର ଦାମ୍ କେତେ ଅଛି? କୁହ - ଏହା ଗରୀବଙ୍କୁ ତ ମାଗଣାରେ ଦିଆଯାଉଛି, ବାକି ଯିଏ ଯେତେ ଦେବେ ।
ତୁମ ଭିତରେ ରାଜକୀୟ ଢଙ୍ଗ ରହିବା ଦରକାର । ତୁମର ପରମ୍ପରା ଦୁନିଆଠାରୁ ବିଲ୍କୁଲ୍ ଅଲଗା ହେବା
ଦରକାର । ଭଲ ଲୋକ ଆପେ ହିଁ କିଛି ନା କିଛି ଦେଇ ଦେବେ । ଏହା ତ କଲ୍ୟାଣ ପାଇଁ ଆମେ ସମସ୍ତଙ୍କୁ
ଦେଇଥାଉ । କେହି ପଢି ସାରି ମଧ୍ୟ ତୁମ ପାଖକୁ ପଇସା ପଠାଇ ଦେବେ । ଖର୍ଚ୍ଚ ତ ତୁମେ କରୁଛ ନା ।
କୁହ, ଆମେ ନିଜର ଶରୀର, ମନ, ଧନ ଭାରତର ସେବାରେ ଖର୍ଚ୍ଚ କରୁଛୁ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ବେହଦର
ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଅତି କମ୍ରେ ୮ ଘଣ୍ଟା ଯୋଗଯୁକ୍ତ ସ୍ଥିତିରେ ରହିବାର
ପୁରୁଷାର୍ଥ କରିବାକୁ ହେବ । ଯୋଗ କରିବା ସମୟରେ ମାୟା ଯେଉଁ ବିଘ୍ନ ପକାଉଛି, ସେଥିରେ ବିଚଳିତ
ହେବାର ନାହିଁ।
(୨) ଏହି ପୁରୁଷୋତ୍ତମ
ସଂଗମଯୁଗରେ ଈଶ୍ୱରୀୟ ସମ୍ପ୍ରଦାୟର ସଦସ୍ୟ ହୋଇ, ଈଶ୍ୱରଙ୍କ ମତରେ ଚାଲିବାକୁ ହେବ । କର୍ମ କରିବା
ସମୟରେ ମଧ୍ୟ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହେବ ।
ବରଦାନ:-
ଅନ୍ତର୍ମୁଖତା
ରୂପୀ ଗୁମ୍ପାରେ ରହୁଥିବା ଦେହଠାରୁ ଅଲଗା ଦେହୀ ହୁଅ ।
ଭକ୍ତିମାର୍ଗରେ
ପାଣ୍ଡବମାନଙ୍କର ଯେଉଁ ଗୁମ୍ଫା ଦେଖାଇଛନ୍ତି ତାହା ତୁମମାନଙ୍କର ବର୍ତ୍ତମାନର ଅର୍ନ୍ତମୁଖୀ ସ୍ଥିତି
ରୂପୀ ଗୁମ୍ଫାର ସ୍କାରକୀ ଅଟେ । ତୁମେମାନେ ଯେତେ ଯେତେ ଦେହଠାରୁ ଅଲଗା ହୋଇ ଦେହୀ ସ୍ୱରୂପରେ
ସ୍ଥିତ ହେବାର ଗୁମ୍ଫାରେ ରହୁଛ, ସେହି ଅନୁସାରେ ଦୁନିଆର ବାତାବରଣଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହୁଛ
। ବାତାବରଣର ପ୍ରଭାବରେ ଆସୁ ନାହଁ । ଯେପରି ଗୁମ୍ଫା ଭିତରେ ରହିବା ଦ୍ୱାରା ବାହାରର ବାତାବରଣଠାରୁ
ସୁରକ୍ଷିତ ରହିଥାଆନ୍ତି, ସେହିପରି ଏହି ଅନ୍ତର୍ମୁଖତା ରୂପୀ ଗୁମ୍ଫା ମଧ୍ୟ ସମସ୍ତଙ୍କଠାରୁ ନିଆରା
କରି ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ କରିଦେଇଥାଏ ଏବଂ ଯିଏ ବାବାଙ୍କର ପ୍ରିୟ ଅଟେ ସେ ଆପେ ଆପେ
ସମସ୍ତଙ୍କଠାରୁ ନିଆରା ହୋଇଯାଏ ।
ସ୍ଲୋଗାନ:-
ସାଧନ ରୂପୀ
ବିସ୍ତାରର ବୀଜ ସାଧନା ଅଟେ, ତେଣୁ ବିସ୍ତାର ଭିତରେ ସାଧନାକୁ ଲୁଚାଇ ଦିଅ ନାହିଁ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ଅନ୍ତର୍ମୁଖୀ ସ୍ଥିତିର
ଲକ୍ଷଣ ହେଲା ସର୍ବଦା ସାଗରର ଗର୍ଭରେ ମଗ୍ନ ରହିଥିବା ଗମ୍ଭୀରମୂରତ । ସେମାନଙ୍କର ଚେହେରା ଦ୍ୱାରା
ସର୍ବଦା ଆତ୍ମିକ ସ୍ଥିତିର ଚିହ୍ନ ଦେଖାଯାଉଥିବ । ଗୋଟିଏ ପଟେ ମନନ ଚିନ୍ତନ କରିବାର ଚେହେରା ଅନ୍ୟ
ପଟେ ରମଣୀକ ଅର୍ଥାତ୍ ହର୍ଷିତମୁଖ ଚେହେରା, ଦୁଇଟିଯାକ ଲକ୍ଷଣ ଚେହେରା ଦ୍ୱାରା ପ୍ରତ୍ୟକ୍ଷ
ହେଉଥିବ । ଅନ୍ତର୍ମୁଖୀ ଆତ୍ମାଙ୍କର ଚେହେରା ସର୍ବଦା ହର୍ଷିତମୁଖ ଦେଖାଯାଉଥିବା କାରଣରୁ ମାୟା
ସହିତ ସେମାନଙ୍କର ଯୁଦ୍ଧ କରିବା ସମାପ୍ତ ହୋଇଯାଇଥାଏ ।