12.10.25    Avyakt Bapdada     Odia Murli    17.03.2007     Om Shanti     Madhuban


“ଶ୍ରେଷ୍ଠ ବୃତ୍ତି ଦ୍ୱାରା ଶକ୍ତିଶାଳୀ ତରଙ୍ଗ ଏବଂ ବାୟୁମଣ୍ଡଳ ନିର୍ମାଣ କରିବାର ତୀବ୍ର ପୁରୁଷାର୍ଥ କର, ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ”


ଆଜି ସ୍ନେହ ଏବଂ ଶକ୍ତିର ସାଗର ବାପଦାଦା ନିଜର ସ୍ନେହୀ, ସିକିଲଧେ ଏବଂ ଗେହ୍ଲା ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ପିଲାମାନେ ମଧ୍ୟ ସ୍ନେହର ଆକର୍ଷଣ ଦ୍ୱାରା ଦୂର ଦୂରାନ୍ତରରୁ ଆସି ମିଳନ କରିବା ପାଇଁ ପହଞ୍ଚିଯାଇଛନ୍ତି । ଚାହେଁ ସମ୍ମୁଖରେ ବସିଥାଆନ୍ତୁ, ଚାହେଁ ଦେଶ ବିଦେଶରେ ବସିଥିଲେ ମଧ୍ୟ ସ୍ନେହର ମିଳନ କରୁଥାଆନ୍ତୁ । ବାପଦାଦା ଚାରିଆଡର ସମସ୍ତ ସ୍ନେହୀ, ସହଯୋଗୀ ସାଥୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ବାପଦାଦା ଦେଖୁଛନ୍ତି ଯେ ଅଧିକାଂଶ ପିଲାମାନଙ୍କ ଦିଲ୍‌ରେ ଗୋଟିଏ ହିଁ ସଂକଳ୍ପ ରହିଛି ଯେ ଏବେ ଶୀଘ୍ରରୁ ଶୀଘ୍ର ବାବାଙ୍କୁ କିପରି ପ୍ରତ୍ୟକ୍ଷ କରିବୁ । ବାବା ମଧ୍ୟ କହୁଛନ୍ତି ସବୁ ପିଲାଙ୍କ ଭିତରେ ଉମଙ୍ଗ-ଉତ୍ସାହ ବହୁତ ଭଲ ରହିଛି, କିନ୍ତୁ ବାବାଙ୍କୁ ପ୍ରତ୍ୟକ୍ଷ ସେତେବେଳେ କରିପାରିବ ଯେତେବେଳେ ନିଜକୁ ପ୍ରଥମେ ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ କରି ପ୍ରତ୍ୟକ୍ଷ କରିବ । ତେବେ ପିଲାମାନେ ବାବାଙ୍କୁ ପଚାରୁଛନ୍ତି ଯେ ପ୍ରତ୍ୟକ୍ଷତା କେବେ ହେବ? ତେଣୁ ବାବା ମଧ୍ୟ ପିଲାମାନଙ୍କୁ ପଚାରୁଛନ୍ତି ଯେ ତୁମେମାନେ କୁହ କେବେ ନିଜକୁ ବାବାଙ୍କ ସମାନ କରି ପ୍ରତ୍ୟକ୍ଷ କରିବ? ନିଜର ସମ୍ପନ୍ନ ହେବାର ତାରିଖ ନିଧାର୍ଯ୍ୟ କରିଛ? ବିଦେଶବାଲା ତ କହୁଛନ୍ତି ଗୋଟିଏ ବର୍ଷ ପୂର୍ବରୁ ହିଁ ସବୁ କାର୍ଯ୍ୟକ୍ରମର ତାରିଖ ନିଧାର୍ଯ୍ୟ କରିବାକୁ ପଡିଥାଏ । ତେବେ ନିଜକୁ ବାବାଙ୍କ ସମାନ କରିବା ପାଇଁ ପରସ୍ପର ମିଶି ମିଟିଙ୍ଗ୍ କରି କୌଣସି ତାରିଖ ନିଧାର୍ଯ୍ୟ କରିଛ କି?

ବାପଦାଦା ଦେଖୁଛନ୍ତି ଆଜିକାଲି ସବୁ ବର୍ଗ ବାଲାଙ୍କର ମଧ୍ୟ ବହୁତ ମିଟିଙ୍ଗ୍ ହେଉଛି । ଡବଲ ବିଦେଶୀମାନଙ୍କର ମିଟିଙ୍ଗ୍‌ର କଥା ମଧ୍ୟ ବାପଦାଦା ଶୁଣିଛନ୍ତି ଏବଂ ବହୁତ ଭଲ ଲାଗିଲା ମଧ୍ୟ । ତେବେ ସବୁ ମିଟିଙ୍ଗ୍‌ର ସମାଚାର ବାପଦାଦାଙ୍କ ନିକଟରେ ତ ନିଶ୍ଚିତ ପହଞ୍ଚୁଛି । ତେଣୁ ବାପଦାଦା ପଚାରୁଛନ୍ତି ଏହାର ତାରିଖ କେବେକୁ ନିଧାର୍ଯ୍ୟ କରିଛ? କ’ଣ ଏହାକୁ ଡ୍ରାମା ନିଧାର୍ଯ୍ୟ କରିବ ନା ତୁମେମାନେ କରିବ? କିଏ କରିବ! ଲକ୍ଷ୍ୟ ତ ତୁମମାନଙ୍କୁ ରଖିବାକୁ ହିଁ ପଡିବ ଏବଂ ଲକ୍ଷ୍ୟ ମଧ୍ୟ ବହୁତ ଭଲରୁ ଭଲ ଏବଂ ବଢିଆରୁ ବଢିଆ ରଖୁଛ, ଏବେ କେବଳ ଲକ୍ଷ୍ୟ ଅନୁସାରେ ଲକ୍ଷଣକୁ ଧାରଣ କରିବାକୁ ହେବ ବା ଶ୍ରେଷ୍ଠ ଲକ୍ଷ୍ୟ ସହିତ ସମାନ କରିବାକୁ ହେବ, କାରଣ ଏବେ ଲକ୍ଷ୍ୟ ଏବଂ ଲକ୍ଷଣ ଭିତରେ ପାର୍ଥକ୍ୟ ରହିଛି । ଯେତେବେଳେ ଲକ୍ଷ୍ୟ ଏବଂ ଲକ୍ଷଣ ସମାନ ହୋଇଯିବ ସେତେବେଳେ ତୁମର ଲକ୍ଷ୍ୟ ମଧ୍ୟ ସାକାର ହୋଇଯିବ । ସବୁ ପିଲା ଅମୃତବେଳାରେ ମିଳନ କରିବା ସହିତ ବହୁତ ଭଲ ଭଲ ସଂକଳ୍ପ ମଧ୍ୟ କରୁଛନ୍ତି । ବାପଦାଦା ଚାରିଆଡର ପିଲାମାନଙ୍କର ବାର୍ତ୍ତାଳାପ ମଧ୍ୟ ଶୁଣୁଛନ୍ତି । ବହୁତ ଭଲ ଭଲ କଥା କହିଥାଆନ୍ତି । ପୁରୁଷାର୍ଥ ମଧ୍ୟ ବହୁତ ଭଲ କରୁଛନ୍ତି କିନ୍ତୁ ଏବେ ପୁରୁଷାର୍ଥରେ ଗୋଟିଏ କଥାର ତୀବ୍ରତା ଆବଶ୍ୟକ, ପୁରୁଷାର୍ଥ ତ ଅଛି କିନ୍ତୁ ତୀବ୍ର ପୁରୁଷାର୍ଥ ଦରକାର । ସେଥିପାଇଁ ପୁରୁଷାର୍ଥ ସହିତ ଦୃଢ ସଂକଳ୍ପକୁ ଯୋଡିଦିଅ ।

ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଏହି ଆଶା ରହିଛି ଯେ ସମୟ ଅନୁସାରେ ସମସ୍ତେ ଏବେ ତୀବ୍ର ପୁରୁଷାର୍ଥୀ ହୋଇଯାଆନ୍ତୁ । ଯଦିଓ ବାପଦାଦା ଜାଣିଛନ୍ତି ଯେ ପିଲାମାନେ, କ୍ରମାନ୍ୱୟରେ ଅଛନ୍ତି ପୁଣି ବି ସେହି କ୍ରମାନ୍ୱୟ ଅନୁସାରେ ହିଁ ତୀବ୍ର ପୁରୁଷାର୍ଥ ସର୍ବଦା କାୟମ ରହିବା ଦରକାର । ଏହା ବହୁତ ଜରୁରୀ ଅଟେ । ସମୟ ସମ୍ପନ୍ନ ହେବା ପାଇଁ ମଧ୍ୟ ତୀବ୍ର ଗତିରେ ଆଗକୁ ବଢି ଚାଲିଛି କିନ୍ତୁ ଏବେ ପିଲାମାନଙ୍କୁ ବାବାଙ୍କ ସମାନ ତ ହେବାକୁ ହିଁ ପଡିବ, ଏହା ମଧ୍ୟ ନିଶ୍ଚିତ ଅଟେ, କେବଳ ଏଥିରେ ତୀବ୍ରଗତି ଆବଶ୍ୟକ । ତେଣୁ ସମସ୍ତେ ନିଜେ ନିଜକୁ ଚେକ୍ କର ଯେ ମୁଁ ସଦା ତୀବ୍ର ପୁରୁଷାର୍ଥୀ ଅଟେ ତ? କାହିଁକି ନା ପୁରୁଷାର୍ଥରେ ପରୀକ୍ଷା ତ ବହୁତ ଆସୁଛି ଏବଂ ଆସିବ ମଧ୍ୟ କିନ୍ତୁ ତୀବ୍ର ପୁରୁଷାର୍ଥୀଙ୍କ ପାଇଁ ପରୀକ୍ଷାରେ ପାସ୍ କରିବା ଏଭଳି ନିଶ୍ଚିତ ଅଟେ ଯାହାକି ପାସ୍ ହୋଇକରି ହିଁ ରହିଛନ୍ତି । ହେବାକୁ ପଡିବ ନୁହେଁ, ହୋଇକରି ହିଁ ରହିଛି, ଏହା ସୁନିଶ୍ଚିତ ଅଟେ । ସେବା ମଧ୍ୟ ସମସ୍ତେ ଭଲ ଆଗ୍ରହର ସହିତ କରୁଛ କିନ୍ତୁ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ସମୟ ଅନୁସାରେ ଏକା ସମୟରେ ମନ-ବଚନ-କର୍ମ ଅର୍ଥାତ୍ ଚାଲିଚଳନ ସହିତ ଚେହେରା ଦ୍ୱାରା ତିନି ପ୍ରକାରର ସେବା ହେବା ଦରକାର । ମନର ସଂକଳ୍ପ ଦ୍ୱାରା ଅନୁଭବ କରାଇବା, ବାଣୀ ଦ୍ୱାରା ଜ୍ଞାନ ରୂପକ ସମ୍ପତ୍ତିର ପରିଚୟ କରାଇବା ଏବଂ ଚାଲିଚଳନ ବା ଚେହେରା ଦ୍ୱାରା ସମ୍ପୂର୍ଣ୍ଣ ଯୋଗୀ ଜୀବନର ବାସ୍ତବିକ ସ୍ୱରୂପର ଅନୁଭବ କରାଇବା, ତିନୋଟିଯାକ ସେବା ଗୋଟିଏ ସମୟରେ କରିବାକୁ ହେବ, ଅଲଗା ଅଲଗା ନୁହେଁ । ସମୟ କମ୍ ଅଛି କିନ୍ତୁ ସେବା ଏବେ ମଧ୍ୟ ବହୁତ ବାକି ରହିଛି । ବାପଦାଦା ଦେଖୁଛନ୍ତି ଯେ ସବୁଠାରୁ ସହଜ ସେବାର ସାଧନ ହେଲା ନିଜର ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ଶ୍ରେଷ୍ଠ ତରଙ୍ଗ ବିଚ୍ଛୁରିତ କରିବା ଏବଂ ସେହି ତରଙ୍ଗ ଆଧାରରେ ଶ୍ରେଷ୍ଠ ବାୟୁମଣ୍ଡଳ ସୃ୍‌ଷ୍ଟି କରିବା, କାହିଁକି ନା ମନର ବୃତ୍ତି ହିଁ ସବୁଠାରୁ ତୀବ୍ର ଗତିଶୀଳ ସାଧନ ଅଟେ । ଯେପରି ବିଜ୍ଞାନର ରକେଟ୍ ତୀବ୍ର ବେଗରେ ଗତି କରିଥାଏ ସେହିପରି ତୁମମାନଙ୍କର ଆତ୍ମିକ ଶୁଭଭାବନା, ଶୁଭକାମନାର ବୃତ୍ତି ଦୃଷ୍ଟି ଏବଂ ସୃଷ୍ଟିକୁ ପରିବର୍ତ୍ତନ କରିଦେଇଥାଏ । ତେବେ ଗୋଟିଏ ସ୍ଥାନରେ ବସି ମଧ୍ୟ ନିଜର ବୃତ୍ତି ଦ୍ୱାରା ସେବା କରିପାରିବ । ଶୁଣିଥିବା କଥାକୁ ପୁଣି ବି ଭୁଲି ହୋଇଯାଇପାରେ କିନ୍ତୁ ବାୟୁମଣ୍ଡଳ ଦ୍ୱାରା ଯେଉଁ ଅନୁଭବ ହୋଇଥାଏ ତାହା ଭୁଲି ହୁଏ ନାହିଁ । ଯେପରି ମଧୁବନରେ ଅନୁଭବ କରୁଛ ଯେ ବ୍ରହ୍ମାବାବାଙ୍କର କର୍ମ ଭୁମି, ଯୋଗ ଭୁମି ଏବଂ ଚରିତ୍ର ଭୁମିର ବାୟୁମଣ୍ଡଳ ରହିଛି ଏବଂ ଏବେ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ସେହି ବାୟୁମଣ୍ଡଳର ଯେଉଁ ଅନୁଭବ କରୁଛନ୍ତି ତାହା ଭୁଲି ହେଉ ନାହିଁ । ବାୟୁମଣ୍ଡଳର ଅନୁଭବ ସେମାନଙ୍କର ଦିଲ୍‌ରେ ଛାପି ହୋଇଯାଉଛି । ତେବେ ବାଣୀ ଦ୍ୱାରା ବଡ ବଡ କାର୍ଯ୍ୟକ୍ରମ ତ କରି ଆସୁଛ କିନ୍ତୁ ସମସ୍ତଙ୍କୁ ନିଜର ଶ୍ରେଷ୍ଠ ଆତ୍ମିକ ବୃତ୍ତି ଦ୍ୱାରା, ତରଙ୍ଗ ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିବାକୁ ପଡିବ, କିନ୍ତୁ ବୃତ୍ତି ମଧ୍ୟ ଆତ୍ମିକ ଏବଂ ଶକ୍ତିଶାଳୀ ସେତେବେଳେ ହେବ ଯେତେବେଳେ ନିଜର ମନ ଭିତରେ ବା ହୃଦୟରେ କାହା ପ୍ରତି ମଧ୍ୟ ଓଲଟା ମନୋବୃତ୍ତିର ଭାଇବ୍ରେଶନ ନଥିବ । ନିଜର ମନର ବୃତ୍ତି ସର୍ବଦା ସ୍ୱଚ୍ଛ ରହୁଥିବ କାହିଁକି ନା କୌଣସି ବି ଆତ୍ମା ପ୍ରତି ଯଦି କୌଣସି ବ୍ୟର୍ଥ ବୃତ୍ତି ବା ଜ୍ଞାନ ହିସାବରେ ନକାରାତ୍ମକ ବୃତ୍ତି ରହିଥିବ ତେବେ ନକାରାତ୍ମକର ଅର୍ଥ ହେଲା ଆର୍ବଜନା, ଯଦି ମନ ଭିତରେ ଅଳିଆ, ଆବର୍ଜନା ଭରି ରହିଥିବ ତେବେ ଶୁଭ ବୃତ୍ତି ଦ୍ୱାରା ସେବା କରିପାରିବ ନାହିଁ । ତେଣୁ ପ୍ରଥମେ ନିଜେ ନିଜକୁ ଚେକ୍ କର ଯେ ମୋ’ର ମନର ବୃତ୍ତି ଶୁଭ ଏବଂ ଆତ୍ମିକ ଅଟେ ତ? ନକାରାତ୍ମକ ବୃତ୍ତିକୁ ମଧ୍ୟ ନିଜର ଶୁଭଭାବନା ଶୁଭକାମନା ଦ୍ୱାରା ସକାରାତ୍ମକରେ ପରିବର୍ତ୍ତିତ କରିପାରିବ କାହିଁକି ନା ନକାରାତ୍ମକ ବୃତ୍ତି ଦ୍ୱାରା ନିଜର ମନ ଭିତରେ ଚିଡଚିଡା ପଣିଆ ତ ରହିବ ନା! ବ୍ୟର୍ଥ ସଂକଳ୍ପ ତ ଚାଲିବ ନା! ତେଣୁ ପ୍ରଥମେ ନିଜକୁ ଚେକ୍ କର ଯେ ମୋ’ ମନ ଭିତରେ କୌଣସି ଖିଟ୍ ଖିଟ୍ ନାହିଁ ତ? ଯଦିଓ ସମସ୍ତେ କ୍ରମଅନୁସାରେ ଅଛନ୍ତି, ସେଥିରେ ଭଲ ମଧ୍ୟ ଅଛନ୍ତି ଏବଂ ଖିଟ୍ ଖିଟ୍ ବାଲା ମଧ୍ୟ ଅଛନ୍ତି, ତେବେ ଇଏ ଏହିଭଳି ଅଟେ, ସେ ସେଭଳି ଅଟେ, ଏହା ବୁଝିପାରିବା ମଧ୍ୟ ଭଲ କଥା । ଯିଏ ଭୁଲ୍ ତାକୁ ଭୁଲ୍ ବୋଲି ଭାବିବା ଏବଂ ଠିକ୍‌କୁ ଠିକ୍ ବୋଲି ଭାବିବାକୁ ତ ପଡିବ ନା କିନ୍ତୁ ମନ ଭିତରେ ରଖିବାର ନାହିଁ । ତେବେ ବୁଝିବା ଅଲଗା କଥା, ଜ୍ଞାନବାନ୍ ହେବା ମଧ୍ୟ ଭଲ କଥା କାରଣ ଭୁଲ୍‌କୁ ଭୁଲ୍ ତ କହିବ ନା! କେତେକ ପିଲା କହିଥାଆନ୍ତି ବାବା ଆପଣ ଜାଣିନାହାଁନ୍ତି ଇଏ କିପରି ଆତ୍ମା! ଆପଣ ଯଦି ଦେଖିବେ ତେବେ ଜାଣିନେବେ । ତେବେ ବାବା ମଧ୍ୟ ଏକଥା ମାନୁଛନ୍ତି, ତୁମ କହିବା ପୂର୍ବରୁ ମଧ୍ୟ ଜାଣିଛନ୍ତି ଯେ ସେ ସେହିପରି ହିଁ ଅଟେ, କିନ୍ତୁ ଏହିଭଳି କଥାଗୁଡିକୁ ନିଜ ଦିଲ୍ ଭିତରେ ବୃତ୍ତିରେ ରଖିବା ଦ୍ୱାରା ନିଜେ ବି ତ ଦୁଃଖୀ ହେଉଛ ନା । ଏହା ଛଡା ଖରାପ ଜିନିଷ ଯଦି ମନ ଭିତରେ ରହିବ, ଦିଲ୍‌ରେ ରହିବ ତେବେ ଯେଉଁଠି ଖରାପ ଜିନିଷ ବା ବ୍ୟର୍ଥ ଚିନ୍ତନ ରହିଛି ସେ ବିଶ୍ୱ କଲ୍ୟାଣକାରୀ କିପରି ହୋଇପାରିବ? ତେବେ ତୁମମାନଙ୍କର କର୍ତ୍ତବ୍ୟ କ’ଣ? କେହି କହୁଛ କି ଆମେ ଲଣ୍ଡନର କଲ୍ୟାଣକାରୀ, ବା ଦିଲ୍ଲୀର କଲ୍ୟାଣକାରୀ ବା ୟୁ.ପୀ.ର କଲ୍ୟାଣକାରୀ ଅଟୁ । ଆଚ୍ଛା, ଠିକ୍ ଅଛ ଯେଉଁଠି ବି ରହୁଛ, ଦେଶର ନ ହେଲେ ମଧ୍ୟ ସେଣ୍ଟରର କଲ୍ୟାଣକାରୀ ଅଟୁ, ନା, ସମସ୍ତେ କହୁଛ ଆମେ ବିଶ୍ୱକଲ୍ୟାଣକାରୀ ଅଟୁ । ତେଣୁ ସମସ୍ତେ କିଏ ହେଲ? ବିଶ୍ୱ କଲ୍ୟାଣକାରୀ ଅଟ ତ? ଯଦି ଅଟ ତେବେ ହାତ ଉଠାଅ । (ସମସ୍ତେ ହାତ ଉଠାଇଲେ) ତେବେ ସମସ୍ତେ ବିଶ୍ୱ କଲ୍ୟାଣକାରୀ ଅଟ । କ’ଣ ବିଶ୍ୱ କଲ୍ୟାଣକାରୀ ତ! ଆଚ୍ଛା! ତେବେ ମନ ଭିତରେ କୌଣସି ପ୍ରକାରର ଖରାପ ଜିନିଷ ନାହିଁ ତ? ଯିଏ ଯାହା ତା’କୁ ସେହିପରି ବୁଝିବା ମଧ୍ୟ ଅଲଗା କଥା, ଇଏ ଠିକ୍ ଇଏ ଭୁଲ୍‌, ଭଲେ ବୁଝ କିନ୍ତୁ ମନ ଭିତରେ ରଖ ନାହିଁ କାରଣ ମନ ଭିତରେ ଖରାପ ବୃତ୍ତି ରଖିବା ଦ୍ୱାରା ଦୃଷ୍ଟି ଏବଂ ସୃଷ୍ଟି ମଧ୍ୟ ବଦଳିଯାଉଛି ।

ବାପଦାଦା ଗୋଟିଏ ହୋମ୍‌ୱାର୍କ ଦେଇଥିଲେ - ତାହା କ’ଣ? ସବୁଠାରୁ ସହଜ ପୁରୁଷାର୍ଥ ଯାହାକୁ ସମସ୍ତେ କରିପାରିବେ, ମାତାମାନେ ମଧ୍ୟ କରିପାରିବେ, ବୁଢାବୁଢୀମାନେ ମଧ୍ୟ କରିପାରିବେ, ଯୁବକମାନେ ମଧ୍ୟ କରିପାରିବେ ଏବଂ ପିଲାମାନେ ମଧ୍ୟ କରିପାରିବେ, ତାହା ହେଲା କେବଳ ଗୋଟିଏ କାମ କର ଯାହା ସହିତ ମିଶୁଛ ତାକୁ ଆଶୀର୍ବାଦ ଦିଅ ଏବଂ ତା’ଠାରୁ ଆଶୀର୍ବାଦ ନିଅ । ଚାହେଁ ସେ ତୁମକୁ ଅଭିଶାପ ମଧ୍ୟ ଦେଉ କିନ୍ତୁ ତୁମେ ଅନ୍ୟମାନଙ୍କୁ କୋର୍ସ କ’ଣ କରାଉଛ । ନକାରାତ୍ମକ କଥାକୁ ସକାରାତ୍ମକରେ ପରିବର୍ତ୍ତନ କରିବା ପାଇଁ କହୁଛ ନା, ତେଣୁ ନିଜକୁ ମଧ୍ୟ ସେତେବେଳେ କୋର୍ସ କରାଅ । ତୁମର ଚାଲେଞ୍ଚ ମଧ୍ୟ କ’ଣ? ପ୍ରକୃତିକୁ ମଧ୍ୟ ତମୋଗୁଣୀରୁ ସତୋଗୁଣୀ ନିଶ୍ଚିତ କରିବୁ । ଏହି ଚାଲେଞ୍ଚ କରିଛ ନା! କରିଛ ତ! ପ୍ରକୃତିକୁ ମଧ୍ୟ ସତୋପ୍ରଧାନ କରିବାର ଚାଲେଞ୍ଚ ସମସ୍ତେ କରିଛ ତ! ତେବେ କରିବ ତ? ମୁଣ୍ଡ ହଲାଅ, ହାତ ମଧ୍ୟ ହଲାଅ । ଦେଖ, ଦେଖା ଦେଖିରେ ହଲାଅ ନାହିଁ । ଦିଲ୍‌ର ସହିତ ହାତ ହଲାଅ କାହିଁକି ନା ଏବେ ସମୟର ଗତି ଅନୁସାରେ ବୃତ୍ତି ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିବାରେ ତୀବ୍ର ପୁରୁଷାର୍ଥର ଆବଶ୍ୟକତା ରହିଛି । ତେବେ ତୁମର ବୃତ୍ତିରେ ଯଦି ଟିକିଏ ବି ଆବର୍ଜନା ରହିଥିବ ତେବେ ବୃତ୍ତି ଦ୍ୱାରା ବାୟୁମଣ୍ଡଳ କିପରି ସୃଷ୍ଟି ହେବ? ତେବେ ପ୍ରକୃତି ପର୍ଯ୍ୟନ୍ତ କେବଳ ତୁମର ଭାଇବ୍ରେଶନ ହିଁ ଯିବ ନା, ବାଣୀ ତ ଯାଇପାରିବ ନାହିଁ । କେବଳ ଭାଇବ୍ରେଶନ ଅର୍ଥାତ୍ ବୃତ୍ତିର ତରଙ୍ଗ ହିଁ ଯିବ, ତାହା ମଧ୍ୟ ତୁମର ବୃତ୍ତି ଦ୍ୱାରା ହିଁ ସୃଷ୍ଟି ହେବ ଏବଂ ଭାଇବ୍ରେଶନ ଦ୍ୱାରା ହିଁ ବାୟୁମଣ୍ଡଳ ସୃଷ୍ଟି ହେବ । ମଧୁବନରେ ମଧ୍ୟ ସମସ୍ତେ ଏକାଭଳି ତ ନୁହଁନ୍ତି କିନ୍ତୁ ବ୍ରହ୍ମାବାବା ଏବଂ ଅନନ୍ୟ ପିଲାମାନଙ୍କର ବୃତ୍ତି ଦ୍ୱାରା, ତୀବ୍ର ପୁରୁଷାର୍ଥ ଦ୍ୱାରା ହିଁ ବାୟୁମଣ୍ଡଳ ସୃଷ୍ଟି ହୋଇଛି ।

ଆଜି ତୁମ ଦାଦୀଙ୍କ କଥା ମନେ ପଡୁଛି, ଦାଦୀଙ୍କର ବିଶେଷତା କ’ଣ ଦେଖୁଛ? କିପରି ସମସ୍ତଙ୍କୁ କଣ୍ଟ୍ରୋଲ୍ କରି ଚଲାଉଛନ୍ତି? କେବେ ବି କୌଣସି ପ୍ରକାରର ମନୋବୃତ୍ତିବାଲାର ଦୋଷ-ଦୁର୍ବଳାତାକୁ ଦାଦୀ ମନ ଭିତରେ ରଖି ନାହାଁନ୍ତି । ସମସ୍ତଙ୍କୁ ଉମଙ୍ଗ-ଉତ୍ସାହ ଦେଇଛନ୍ତି । ତୁମମାନଙ୍କର ଜଗଦମ୍ବା ମା’ ମଧ୍ୟ ବାୟୁମଣ୍ଡଳ ତିଆରି କରି ଯାଇଛନ୍ତି । ସବୁ କିଛି ଜାଣିଥିଲେ ମଧ୍ୟ ନିଜର ମନୋବୃତ୍ତିକୁ ସର୍ବଦା ଶୁଭ ରଖିଥିଲେ, ଯେଉଁ ବାୟୁମଣ୍ଡଳର ଅନୁଭବ ତୁମେମାନେ ଏବେ ବି କରୁଛ । ଯଦିଓ ପିତାଙ୍କୁ ଅନୁକରଣ କରିବା ପାଇଁ କୁହାଯାଇଛି କିନ୍ତୁ ପୁଣି ବି ବାପଦାଦା ସବୁବେଳେ କହିଆସିଛନ୍ତି ଯେ ସମସ୍ତଙ୍କର ବିଶେଷତାକୁ ଜାଣି ସେହି ବିଶେଷତାକୁ ନିଜର କର ଏବଂ ସବୁ ପିଲାଙ୍କ ଭିତରେ ଯାଞ୍ଚ କରି ଦେଖ, ଯିଏ ବି ବାପଦାଦାଙ୍କର ସନ୍ତାନ ହୋଇଯାଇଛି ପ୍ରତ୍ୟେକଙ୍କ ଭିତରେ ଚାହେଁ ତିନି ନମ୍ବର ବାଲା ଅର୍ଥାତ୍ ପ୍ରଜା ପଦବାଲା ମଧ୍ୟ ହୋଇଥାଉ କିନ୍ତୁ ଏହାକୁ ଡ୍ରାମାର ବିଶେଷତା କୁହ ବା ବାପଦାଦାଙ୍କର ବରଦାନ କୁହ ସବୁ ପିଲାଙ୍କ ଭିତରେ ଚାହେଁ ୯୯ଟି କମୀ ରହିଥିବ କିନ୍ତୁ ଗୋଟିଏ ବିଶେଷତା ନିଶ୍ଚିତ ରହିଛି । ଯେଉଁ ବିଶେଷତା କାରଣରୁ ସେ ମେରା ବାବା, କହିବାର ହକଦାର ହୋଇଯାଇଛି । ଯଦିଓ ପରବଶ ଅଟେ କିନ୍ତୁ ବାବାଙ୍କ ସହିତ ତା’ର ଅତୁଟ ସ୍ନେହ ନିଶ୍ଚିତ ଅଛି । ସେଥିପାଇଁ ବାପଦାଦା ଏବେ ସମୟର ସମୀପତା ଅନୁସାରେ ବାବାଙ୍କର ଯେଉଁ ସବୁ ସ୍ଥାନଗୁଡିକ ରହିଛି, ଚାହେଁ ଗାଁ ଭିତରେ ଥାଆନ୍ତୁ ବା କୌଣସି ବଡ ଜୋନ୍‌ରେ ଥାଆନ୍ତୁ ବା ସେଣ୍ଟରରେ ରହୁଥାଆନ୍ତୁ କିନ୍ତୁ ପ୍ରତ୍ୟେକ ସ୍ଥାନରେ ଏବଂ ସାଥୀମାନଙ୍କ ଭିତରେ ଶ୍ରେଷ୍ଠ ବୃତ୍ତିର ବାୟୁମଣ୍ଡଳ ଆବଶ୍ୟକ । କେବଳ ଗୋଟିଏ କଥା ମନେ ରଖ ଯଦି କେହି ତୁମକୁ ଅଭିଶାପ ମଧ୍ୟ ଦେଉଛି ତେବେ ନେବାବାଲା କିଏ? କ’ଣ ନେବାବାଲା ଏବଂ ଦେବାବାଲା ଜଣେ ଅଟେ, ନା ଦୁଇ ଜଣ? ଯଦି କେହି ତୁମକୁ କିଛି ଖରାପ ଜିନିଷ ଦେବ ତେବେ ତୁମେ କ’ଣ କରିବ? ନିଜ ପାଖରେ ରଖିବ କି? ହୁଏ ତ ତାକୁ ଫେରାଇ ଦେବ ନଚେତ୍ ଫିଙ୍ଗି ଦେବ, ନା ତା’କୁ ଆଲମାରୀରେ ସାଇତି ରଖିବ? ସେହିପରି କାହାର କମୀକୁ ନିଜର ଦିଲ୍‌ରେ ସ୍ଥାନ ଦିଅ ନାହିଁ କାହିଁକି ନା ତୁମର ଦିଲ୍ ବାପଦାଦାଙ୍କର ବସିବାର ଆସନ ଅଟେ । ସେଥିପାଇଁ ଗୋଟିଏ ଶବ୍ଦକୁ ଏବେଠାରୁ ମନ ଭିତରେ ପକ୍କା କରିଦିଅ, ମୁଖରେ ନୁହେଁ ମନ ଭିତରେ ସର୍ବଦା ସ୍ମୃତିରେ ରଖ - ମୋତେ ଆଶୀର୍ବାଦ ଦେବାକୁ ହେବ, ଆଶୀର୍ବାଦ ନେବାକୁ ହେବ । କୌଣସି ବି ନକାରାତ୍ମକ କଥା ମନ ଭିତରେ ରଖ ନାହିଁ । ଆଚ୍ଛା । ଗୋଟିଏ କାନରେ ଶୁଣି ଦ୍ୱିତୀୟ କାନରେ ବାହାର କରିଦେବା ତୁମର କାମ ନା ଆଉ କାହାର କାମ? ତେବେ ଯାଇ ସାରା ବିଶ୍ୱରେ ଏବଂ ଆତ୍ମାମାନଙ୍କ ଭିତରେ ବୃତ୍ତି ଦ୍ୱାରା ବାୟୁମଣ୍ଡଳ ନିର୍ମାଣ କରିବାର ସେବା ତୀବ୍ରଗତିରେ କରିପାରିବ । ତୁମକୁ ବିଶ୍ୱ ପରିବର୍ତ୍ତନ କରିବାର ଅଛି ନା! ତେଣୁ କ’ଣ ମନେ ରଖିବ? ଆଶୀର୍ବାଦ ଶବ୍ଦକୁ ମନେ ରଖିଲ ତ? କାହିଁକି ନା ତୁମମାନଙ୍କର ଜଡଚିତ୍ର ଗୁଡିକ କ’ଣ ଦେଉଛନ୍ତି? ଆଶୀର୍ବାଦ ଦେଉଛନ୍ତି ନା! ମନ୍ଦିରକୁ ଗଲେ ଭକ୍ତମାନେ କ’ଣ ମାଗୁଛନ୍ତି? ଆଶୀର୍ବାଦ ମାଗୁଛନ୍ତି ନା! ଆଶୀର୍ବାଦ ମିଳୁଛି ବୋଲି ତ ମାଗୁଛନ୍ତି ନା । ତେବେ ତୁମମାନଙ୍କର ଜଡଚିତ୍ର ଗୁଡିକ ଶେଷ ଜନ୍ମ ପର୍ଯ୍ୟନ୍ତ ମଧ୍ୟ ଆଶୀର୍ବାଦ ଦେଉଛନ୍ତି, ବୃତ୍ତି ଦ୍ୱାରା ସେମାନଙ୍କର ମନୋକାମନାକୁ ପୂରଣ କରୁଛନ୍ତି । ତେବେ ତୁମେମାନେ ବାରମ୍ବାର ଏହିଭଳି ଆଶୀର୍ବାଦ ଦେବାବାଲା ହୋଇଥିବା କାରଣରୁ ହିଁ ତୁମର ଜଡ ଚିତ୍ରଗୁଡିକ ଆଜି ପର୍ଯ୍ୟନ୍ତ ମଧ୍ୟ ଆଶୀର୍ବାଦ ଦେଉଛନ୍ତି । ତେଣୁ ପରବଶ ଆତ୍ମାମାନଙ୍କୁ କ୍ଷମାର ସାଗରଙ୍କର ସନ୍ତାନ ହିସାବରେ ଯଦି ଟିକିଏ କ୍ଷମା ଦେଇ ଦେବ ତେବେ ବହୁତ ଭଲ କଥା ନା! ତେବେ ତୁମେ ସମସ୍ତେ ମାଷ୍ଟର କ୍ଷମାର ସାଗର ଅଟ ତ? କ’ଣ ଅଟ ନା ନାହିଁ? ଅଟ ନା! ଏଥିରେ ପ୍ରଥମେ ମୁଁ କୁହ । ଏଥିରେ ହେ ଅର୍ଜୁନ ହୁଅ । ଏଭଳି ବାୟୁମଣ୍ଡଳ ତିଆରି କର ଯାହାକି ଯିଏବି ତୁମ ସାମନାକୁ ଆସିବ ସେ କିଛି ନା କିଛି ସ୍ନେହର ବା ସହଯୋଗର ବା କ୍ଷମାର ଅନୁଭବ କରୁଥିବ, ସାହସର ଅନୁଭବ କରୁଥିବ, ଉମଙ୍ଗ-ଉତ୍ସାହରର ମଧ୍ୟ ଅନୁଭବ କରୁଥିବ । କ’ଣ ଏହିଭଳି ହୋଇପାରିବ? ପ୍ରଥମ ଧାଡିବାଲା କୁହ, ହୋଇପାରିବ? ହାତ ଉଠାଅ । ପ୍ରଥମେ କରିବାକୁ ପଡିବ । କ’ଣ ସମସ୍ତେ କରିବ ତ? ଟୀଚରମାନେ କରିବ ତ? ଆଚ୍ଛା ।

ତେବେ ବହୁତ ସ୍ଥାନରୁ ପିଲାମାନଙ୍କର ଇମେଲ୍ ଏବଂ ପତ୍ର ତ ନିଶ୍ଚିତ ଆସୁଛି କିନ୍ତୁ ଯେଉଁମାନେ ବି ପତ୍ର ଲେଖିନାହାଁନ୍ତି କିନ୍ତୁ ସଂକଳ୍ପ କରିଛନ୍ତି ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି । ପତ୍ର ମଧ୍ୟ ବଡ ମିଠା ମିଠା ଲେଖୁଛନ୍ତି । ଏଭଳି ପତ୍ର ଲେଖୁଛନ୍ତି ଲାଗୁଛି ଯେପରି ଇଏ ଉମଙ୍ଗ-ଉତ୍ସାହରେ ଉଡିବାରେ ଲାଗିଛନ୍ତି । ପୁଣି ବି ବହୁତ ଭଲ କଥା । ପତ୍ର ଲେଖିବା ଦ୍ୱାରା ନିଜକୁ ଯେପରି ବନ୍ଧନରେ ବାନ୍ଧି ଦେଉଛନ୍ତି, କଥା ଦେଉଛନ୍ତି ନା! ତେଣୁ ଚାରିଆଡେ ଯିଏ ଯେଉଁଠି ବି ଶୁଣୁଛ ବା ଦେଖୁଛ, ସମସ୍ତଙ୍କୁ ବାପଦାଦା ସମ୍ମୁଖବାଲାଙ୍କଠାରୁ ମଧ୍ୟ ପୂର୍ବରୁ ଶୁଭେଚ୍ଛା ଦେଉଛନ୍ତି କାହିଁକି ନା ବାପଦାଦା ଜାଣିଛନ୍ତି ଯେ ଏବେ କେଉଁଠି କେତେ, କେଉଁଠି କେତେ ସମୟ ହୋଇଥିବ କିନ୍ତୁ ସମସ୍ତେ ବହୁତ ଉତ୍ସାହର ସହିତ ବସିଛନ୍ତି ଏବଂ ଯୋଗଯୁକ୍ତ ସ୍ଥିତିରେ ଶୁଣୁଛନ୍ତି ମଧ୍ୟ । ଆଚ୍ଛା! ସମସ୍ତେ ସଂକଳ୍ପ କରିଲ ତ ତୀବ୍ର ପୁରୁଷାର୍ଥ କରି ନମ୍ବରୱାନ ନିଶ୍ଚିତ ହେବୁ? କରିଲ ତ? ହାତ ଉଠାଅ । ଏବେ ଟୀଚରମାନେ ମଧ୍ୟ ହାତ ଉଠାଉଛନ୍ତି । ପ୍ରଥମ ଧାଡିବାଲା ତ ପ୍ରସ୍ତୁତ ଅଛନ୍ତି ନା! ଭଲ କଥା - ବାପଦାଦାଙ୍କର ନିର୍ଦ୍ଦେଶ ହେଲା ସାରା ଦିନ ଭିତରେ ମଝିରେ ମଝିରେ ୫ ମିନିଟ୍ ବାହାର କରି ମଧ୍ୟ ମନର ବ୍ୟୟାମ କର କାହିଁକି ନା ଆଜିକାଲି ଏକସରସାଇଜ୍‌ର ସମୟ ଚାଲିଛି । ତେଣୁ ୫ ମିନିଟ୍ ଭିତରେ ମନର ଏକସରସାଇଜ୍ କର, ମନକୁ ପରମଧାମକୁ ନେଇଯାଅ, ସୂକ୍ଷ୍ମବତନର ଫରିସ୍ତା ସ୍ୱରୂପକୁ ମନେ ପକାଅ, ତା’ପରେ ପୂଜ୍ୟ ସ୍ୱରୂପକୁ ମନେ ପକାଅ, ପୁଣି ବ୍ରାହ୍ମଣ ସ୍ୱରୂପକୁ ମନେ ପକାଅ, ତା’ପରେ ଦେବତା ସ୍ୱରୂପକୁ ମନେ ପକାଅ । କେତେ ହେଲା? ପାଞ୍ଚ ସ୍ୱରୂପ ହେଲା ନା । ତେଣୁ ୫ ମିନିଟ୍‌ରେ ଏହି ଏକସରସାଇଜ୍ କର ଏବଂ ସାରା ଦିନ ଭିତରେ ଚାଲିବା ବୁଲିବା ସମୟରେ ଏହାକୁ ଅଭ୍ୟାସ କରିପାରିବ । ଏଥିପାଇଁ ପଡିଆ ଦରକାର ନାହିଁ, କି ଦୌଡିବା ମଧ୍ୟ ଦରକାର ନାହିଁ, ଚୌକି ମଧ୍ୟ ଦରକାର ନାହିଁ, ଆସନ ମଧ୍ୟ ଦରକାର ନାହିଁ କି କୌଣସି ମେଶିନ୍ ମଧ୍ୟ ଦରକାର ନାହିଁ । ଯେପରି ଶରୀର ପାଇଁ ଅନ୍ୟ ସବୁ ବ୍ୟାୟାମ ମଧ୍ୟ ଦରକାର ତାକୁ ବି କରିପାରିବ, କିଛି ମନା ନାହିଁ । କିନ୍ତୁ ଏହି ମନର ବ୍ୟାୟାମ ବା ମନର ଡ୍ରିଲ୍ ମନକୁ ସର୍ବଦା ଖୁସିରେ ରଖିବ । ଉମଙ୍ଗ-ଉତ୍ସାହରେ ରଖିବ, ଉଡିବାର କଳାର ଅନୁଭବ କରାଇବ । ତେଣୁ ଏବେ ଏବେ ଏହି ଡ୍ରିଲ୍‌କୁ ସମସ୍ତେ ଆରମ୍ଭ କରିଦିଅ - ପରମଧାମଠାରୁ ଆରମ୍ଭ କରି ଦେବତା ପର୍ଯ୍ୟନ୍ତ (ବାପଦାଦା ଡ୍ରିଲ୍ କରାଇଲେ) । ଆଚ୍ଛା -

ଚାରିଆଡର ସର୍ବଦା ନିଜର ବୃତ୍ତି ଦ୍ୱାରା ଶକ୍ତିଶାଳୀ ଆତ୍ମିକ ବାୟୁମଣ୍ଡଳ ନିର୍ମାଣ କରୁଥିବା ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ନିଜର ସ୍ଥାନ ଏବଂ ସ୍ଥିତିକୁ ଶକ୍ତିଶାଳୀ ଭାଇବ୍ରେଶନ ଦ୍ୱାରା ଅନୁଭବ କରାଉଥିବା ଦୃଢ ସଂକଳ୍ପଧାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ଆଶୀର୍ବାଦ ଦେଉଥିବା ଏବଂ ନେଉଥିବା ଦୟାଳୁ ଆତ୍ମାମାନଙ୍କୁ, ସର୍ବଦା ନିଜେ ନିଜକୁ ଉଡିବାର କଳାର ଅନୁଭବ କରାଉଥିବା ଡବଲ ଲାଇଟ୍ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ନିଜର ବିଶାଳ ବୁଦ୍ଧି ଦ୍ୱାରା ସଂଗଠନର ଶକ୍ତିକୁ ବୃଦ୍ଧି କରାଉଥିବା ସଫଳତା ସ୍ୱରୂପ ଆତ୍ମା ଭବ ।

ସଂଗଠନରର ଶକ୍ତିକୁ ବଢାଇବା ହେଉଛି ବ୍ରାହ୍ମଣ ଜୀବନର ପ୍ରଥମ ଶ୍ରେଷ୍ଠ କାର୍ଯ୍ୟ । ସେଥିପାଇଁ ଯେବେ ବି କୌଣସି କଥାକୁ ଅଧିକାଂଶ ଭାଇ ଭଉଣୀ ଇଚ୍ଛା କରୁଛନ୍ତି, ତେବେ ଯେଉଁଠି ସଂଖ୍ୟାଧିକ ସେଠାରେ ମୁଁ - ଏହା ହିଁ ହେଉଛି ସଂଗଠନର ଶକ୍ତିକୁ ବଢାଇବା । ଏଥିରେ ନିଜର ବଡେଇ ଦେଖାଇବାର ନାହିଁ ଯେ ମୋର ବିଚାର ତ ବହୁତ ଭଲ । ଯଦିଓ ତୁମର ବିଚାର ବହୁତ ଭଲ ହୋଇଥାଉ କିନ୍ତୁ ଯେଉଁଠି ସଂଗଠନ ଭାଙ୍ଗିଯାଉଛି ସେଠାରେ ଭଲ ବିଚାର ମଧ୍ୟ ସାଧାରଣ ହୋଇଯିବ । ସେହି ସମୟରେ ଯଦି ନିଜର ବିଚାରକୁ ତ୍ୟାଗ କରିବାକୁ ମଧ୍ୟ ପଡୁଛି ତେବେ ସେହି ତ୍ୟାଗ ଭିତରେ ହିଁ ଭାଗ୍ୟ ରହିଛି । ଏହିଭଳି ଧାରଣା ଦ୍ୱାରା ହିଁ ସଫଳତା ସ୍ୱରୂପ ହୋଇପାରିବ ଏବଂ ନିକଟ ସମ୍ବନ୍ଧରେ ଆସିପାରିବ ।

ସ୍ଲୋଗାନ:-
ସବୁ ପ୍ରକାରର ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ମନର ଏକାଗ୍ରତାକୁ ବଢାଅ ।

ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର । ସମୟର ଗତିକୁ ଦୃଷ୍ଟିରେ ରଖି ଏବେ ସଂକଳ୍ପର ଏବଂ ବାଣୀର ସେବା ଏକାଠି କର । ତେବେ ବାଣୀର ସେବା ସହଜ କିନ୍ତୁ ସଂକଳ୍ପ ଦ୍ୱାରା ସେବା କରିବା ପାଇଁ ହେଲେ ନିଜ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ, ସେଥିପାଇଁ ସର୍ବ ଆତ୍ମାଙ୍କ ପ୍ରତି ମନ ଭିତରେ ଶୁଭଭାବନା ଏବଂ ଶୁଭକାମନା ଯୁକ୍ତ ସଂକଳ୍ପ ରହିବା ଦରକାର । ବାଣୀରେ ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପୀ ନବୀନତା ରହିବା ଦରକାର । ତାହା ହେଲେ ସେବା କ୍ଷେତ୍ରରେ ସହଜରେ ସଫଳତା ମିଳିଚାଲିବ ।