13.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏଠାରେ
ତୁମର ସବୁକିଛି ଗୁପ୍ତ, ସେଥିପାଇଁ ତୁମକୁ କୌଣସି ବି ଆଡମ୍ବର କରିବାର ନାହିଁ, ନିଜର ନୂଆ
ରାଜଧାନୀର ନିଶାରେ ରହିବାର ଅଛି” ।
ପ୍ରଶ୍ନ:-
ଶ୍ରେଷ୍ଠ ଧର୍ମ
ଓ ଦୈବୀ କର୍ମର ସ୍ଥାପନା ପାଇଁ ତୁମେ ପିଲାମାନେ କେଉଁ ପରିଶ୍ରମ କରୁଛ?
ଉତ୍ତର:-
ତୁମେମାନେ ଏବେ ୫ ବିକାରକୁ ଛାଡିବାର ପରିଶ୍ରମ କରୁଛ, କାରଣ ଏହି ବିକାରଗୁଡିକ ହିଁ ସମସ୍ତଙ୍କୁ
ଭ୍ରଷ୍ଟ କରିଦେଇଛି । ତୁମେମାନେ ଜାଣିଛ ବର୍ତ୍ତମାନ ସମୟରେ ସମସ୍ତେ ଦୈବୀ ଧର୍ମ ଏବଂ ଶ୍ରେଷ୍ଠ
କର୍ମରୁ ଭ୍ରଷ୍ଟ ହୋଇଯାଇଛନ୍ତି । ବାବା ହିଁ ଶ୍ରୀମତ ଦେଇ ଶ୍ରେଷ୍ଠ ଧର୍ମ ଏବଂ ଶ୍ରେଷ୍ଠ ଦୈବୀ
କର୍ମର ସ୍ଥାପନା କରୁଛନ୍ତି । ତୁମେମାନେ ଶ୍ରୀମତରେ ଚାଲି ବାବାଙ୍କୁ ମନେ ପକାଇ ବିକାର ଉପରେ
ବିଜୟ ପ୍ରାପ୍ତ କରୁଛ । ପାଠପଢ଼ା ଦ୍ୱାରା ନିଜେ ନିଜକୁ ରାଜତିଳକ ଦେଉଛ ।
ଗୀତ:-
ତୁହ୍ମେ ପାକେ
ହମ୍ନେ...
ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ । ଆତ୍ମିକ ପିଲାମାନେ ହିଁ କହୁଛନ୍ତି ବାବା ।
ପିଲାମାନେ ଜାଣିଛନ୍ତି ଏହି ବେହଦର ବାବା ହିଁ ବେହଦ ସୁଖଦାତା ଅଟନ୍ତି, ସିଏ ସମସ୍ତଙ୍କର ପିତା
ଅଟନ୍ତି । ତାଙ୍କୁ ସବୁ ବେହଦର ସନ୍ତାନମାନେ ଅର୍ଥାତ୍ ଆତ୍ମାମାନେ କୌଣସି ନା କୌଣସି ରୂପରେ ମନେ
ପକାଉଛନ୍ତି ପରନ୍ତୁ ତାଙ୍କୁ ଏକଥା ଜଣାନାହିଁ ଯେ, ଆମକୁ ସେହି ପରମପିତା ପରମାତ୍ମାଙ୍କଠାରୁ
ବିଶ୍ୱର ବାଦଶାହୀ ମିଳୁଛି । ତୁମେ ଜାଣିଛ ବାବା ଆମକୁ ଯେଉଁ ସତ୍ୟଯୁଗୀ ବିଶ୍ୱର ବାଦଶାହୀ
ଦେଉଛନ୍ତି, ତାହା ଅଟଳ ଅଖଣ୍ଡ, ଅଡୋଳ ଅଟେ, ଯାହାକି ୨୧ ଜନ୍ମ କାଏମ ରହୁଛି । ସାରା ବିଶ୍ୱ ଉପରେ
ଆମର ରାଜତ୍ୱ ରହୁଛି, ଯାହାକୁ କେହି ଛଡାଇ ନେଇପାରିବେ ନାହିଁ, ଆମଠାରୁ କେହି ଲୁଟି ନେଇପାରିବେ
ନାହିଁ । ଆମର ରାଜତ୍ୱ ଅଡୋଳ ଅଟେ କାରଣ ସେଠାରେ କେବଳ ଗୋଟିଏ ଧର୍ମ ରହିବ, ଦ୍ୱିତୀୟ କିଛି ବି
ରହିବ ନାହିଁ । ତାହା ହେଉଛି ଅଦ୍ୱୈତ ରାଜ୍ୟ । ପିଲାମାନେ ଯେତେବେଳେ ଏହି ଗୀତ ଶୁଣୁଛନ୍ତି
ସେତେବେଳେ ନିଜର ରାଜଧାନୀର ନିଶା ଆସିବା ଦରକାର ଏବଂ ଏହିପରି ଗୀତ ସବୁ ଘରେ ମଧ୍ୟ ରଖିବା ଦରକାର
। ତୁମମାନଙ୍କର ସବୁକିଛି ଗୁପ୍ତ କିନ୍ତୁ ବଡ ବଡ ଲୋକମାନଙ୍କର ବହୁତ ଆଡମ୍ବର ଥାଏ । ତୁମର କୌଣସି
ଆଡମ୍ବର ନାହିଁ । ତୁମେମାନେ ଦେଖୁଛ ବାବା ଯାହାଙ୍କଠାରେ ପ୍ରବେଶ କରିଛନ୍ତି ସିଏ ମଧ୍ୟ କେତେ
ସାଧାରଣ ଭାବେ ରହୁଛନ୍ତି । ପିଲାମାନେ ଜାଣିଛନ୍ତି ଏଠାରେ ପ୍ରତ୍ୟେକ ମନୁଷ୍ୟ କେତେ ଅନ୍ରାଇଟିୟସ୍
ଅର୍ଥାତ୍ ଛି ଛି କାମ କରୁଛନ୍ତି, ସେଥିପାଇଁ ତାଙ୍କୁ ଅଜ୍ଞାନୀ କୁହାଯାଉଛି । ବୁଦ୍ଧିରେ ବିଲ୍କୁଲ୍
ତାଲା ପଡିଯାଇଛି । ତୁମେମାନେ କେତେ ବୁଦ୍ଧିମାନ୍ ଥିଲ, ବିଶ୍ୱର ମାଲିକ ଥିଲ । ଏବେ ମାୟା ଏତେ
ଅଜ୍ଞାନୀ କରିଦେଇଛି ଯେ ତୁମେମାନେ କିଛି କାମର ନୁହଁ । ବାବାଙ୍କ ପାଖକୁ ଯିବା ପାଇଁ ଯଜ୍ଞ ତପ ଆଦି
ବହୁତ କରୁଛନ୍ତି ପରନ୍ତୁ ତା’ ଦ୍ୱାରା କିଛି ମିଳୁନାହିଁ । ଭକ୍ତିମାର୍ଗରେ ଏହିପରି ଧକ୍କା
ଖାଇଚାଲିଛନ୍ତି । ଦିନକୁ ଦିନ ସମସ୍ତଙ୍କର ଅକଲ୍ୟାଣ ହିଁ ହୋଇଚାଲିଛି । ଯେତେ ଯେତେ ମନୁଷ୍ୟମାନେ
ତମୋପ୍ରଧାନ ହୋଇଚାଲିଛନ୍ତି, ସେତେସେତେ ଅକଲ୍ୟାଣ ହେବାର ହିଁ ଅଛି । ଋଷି ମୁନି ଯାହାଙ୍କର ଗାୟନ
ରହିଛି, ସେମାନେ ପବିତ୍ର ରହୁଥିଲେ । ସେମାନେ ମଧ୍ୟ ଭଗବାନଙ୍କ ସମ୍ବନ୍ଧରେ ନେତି ନେତି ଅର୍ଥାତ୍
ମୁଁ କିଛି ଜାଣିନାହିଁ ବୋଲି କହୁଥିଲେ । ଏବେ ତମୋପ୍ରଧାନ ହୋଇଯାଇଛନ୍ତି, ତେଣୁ କହୁଛନ୍ତି
ଶିବୋହମ୍ ତତ୍ତ୍ତ୍ୱମ୍, ସର୍ବବ୍ୟାପୀ ଅଟନ୍ତି, ତୁମଠାରେ ମୋ’ଠାରେ ସମସ୍ତଙ୍କଠାରେ ଭଗବାନ
ଅଛନ୍ତି । ସେମାନେ କେବଳ ପରମାତ୍ମା ଶବ୍ଦ କହିଦେଉଛନ୍ତି । ପିତା ଶବ୍ଦ ତାଙ୍କ ବୁଦ୍ଧିକୁ ଆସୁନାହିଁ
। ଯଦିଓ କେହି ବି କହୁଛନ୍ତି କିନ୍ତୁ ତାହା କେବଳ କଥାକୁ ମାତ୍ର । ଯଦି ପରମପିତା ବୋଲି
ଜାଣିଥାଆନ୍ତେ ତେବେ ତ ବୁଦ୍ଧି ଏକଦମ୍ ଚମକି ଉଠିଥାଆନ୍ତା । ବାବା ସ୍ୱର୍ଗର ବର୍ସା ଦେଉଛନ୍ତି,
ସେ ହେଉଛନ୍ତି ସ୍ୱର୍ଗୀୟ ଈଶ୍ୱରୀୟ ପିତା । ତେବେ ଆମେ ନର୍କରେ କାହିଁକି ପଡିଛୁ । ଆମେ ଏବେ
ମୁକ୍ତି ଜୀବନମୁକ୍ତି କିପରି ପ୍ରାପ୍ତ କରିପାରିବୁ । ଏ କଥା କାହାର ବୁଦ୍ଧିକୁ ଆସୁ ନାହିଁ ।
ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ ଏବଂ ବୁଦ୍ଧିମାନ ଥାଏ ତା’ପରେ ସତ୍ତ୍ୱ ରଜୋ ତମୋରେ ଆସି ଅଜ୍ଞାନୀ
ହୋଇଯାଇଥାଏ । ଯାହାର ଜ୍ଞାନ ଏବେ ତୁମମାନଙ୍କୁ ମିଳୁଛି । ବାବା ଆମକୁ ଏ ସବୁର ସ୍ମୃତି ଦେଇଛନ୍ତି
। ଯେତେବେଳେ ଭାରତରେ ନୂଆ ଦୁନିଆ ଥିଲା ସେତେବେଳେ କେବଳ ଆମର ରାଜ୍ୟ ଥିଲା, ଏକମତ, ଏକ ଭାଷା, ଏକ
ଧର୍ମ, ଏକ ମହାରାଜା ମହାରାଣୀଙ୍କର ରାଜ୍ୟ ଥିଲା, ପୁଣି ଦ୍ୱାପର ଯୁଗରୁ ବାମମାର୍ଗ ଆରମ୍ଭ ହେଲା ।
ସେବେଠାରୁ ନିଜର କର୍ମ ଉପରେ ସବୁ କିଛି ନିର୍ଭର କରିବା ଆରମ୍ଭ ହେଲା ଅର୍ଥାତ୍ କର୍ମ ଅନୁସାରେ
ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ନେଇଥାଆନ୍ତି । ଏବେ ବାବା କହୁଛନ୍ତି ମୁଁ ତୁମକୁ ଏପରି କର୍ମ
ଶିଖାଉଛି ଯାହାଦ୍ୱାରା ତୁମେମାନେ ୨୧ ଜନ୍ମର ରାଜତ୍ୱ ପ୍ରାପ୍ତ କରୁଛ । ଯଦିଓ ସେଠାରେ ଲୌକିକ ପିତା
ମିଳୁଛନ୍ତି ପରନ୍ତୁ ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ, ଏହି ରାଜତ୍ୱର ବର୍ସା ବେହଦର ବାବା
ଦେଇଛନ୍ତି । ପୁଣି ଦ୍ୱାପର ଯୁଗରୁ ରାବଣ ରାଜ୍ୟ ଆରମ୍ଭ ହୋଇଯାଇଥାଏ, ବିକାରୀ ସମ୍ବନ୍ଧ ଆରମ୍ଭ
ହୋଇଯାଇଥାଏ । ପୁଣି କର୍ମ ଅନୁସାରେ ଜନ୍ମ ମିଳିଥାଏ । ଭାରତରେ ପୂଜ୍ୟ ରାଜା ବି ଥିଲେ ତ’ ପୂଜାରୀ
ରାଜା ମଧ୍ୟ ଥିଲେ । ସତ୍ୟଯୁଗ ଏବଂ ତ୍ରେତୟା ଯୁଗରେ ସମସ୍ତେ ପୂଜ୍ୟ ଥାଆନ୍ତି । ସେଠାରେ ପୂଜା ବା
ଭକ୍ତି କିଛି ହୁଏ ନାହିଁ, ପରେ ପୁଣି ଦ୍ୱାପର ଯୁଗଠାରୁ ଯେତେବେଳେ ଭକ୍ତିମାର୍ଗ ଆରମ୍ଭ ହୋଇଥାଏ
ଯଥା ରାଜା ରାଣୀ ତଥା ପ୍ରଜା ପୂଜାରୀ ଏବଂ ଭକ୍ତ ହୋଇଯାଇଥା’ନ୍ତି । ସବୁଠାରୁ ବଡ ରାଜା ଯିଏକି
ସୂର୍ଯ୍ୟବଂଶୀ ପୂଜ୍ୟ ଥିଲେ, ସେ ହିଁ ପୂଜାରୀ ହୋଇଯାଇଥା’ନ୍ତି ।
ଏବେ ତୁମେମାନେ ଯେଉଁ ନିର୍ବିକାରୀ ହେଉଛ, ତାହାର ପ୍ରାରବ୍ଧ ମଧ୍ୟ ୨୧ ଜନ୍ମ ପାଇଁ ରହୁଛି ।
ତା’ପରେ ପୁଣି ଭକ୍ତିମାର୍ଗ ଆରମ୍ଭ ହେଉଛି । ଦେବୀ-ଦେବତାମାନଙ୍କର ମନ୍ଦିର ତିଆରି କରି ପୂଜା
କରୁଛନ୍ତି । ଏହା କେବଳ ଭାରତରେ ହିଁ ହୋଇଥାଏ । ୮୪ ଜନ୍ମର କାହାଣୀ ଯାହା ବାବା ଶୁଣାଉଛନ୍ତି,
ତାହା ମଧ୍ୟ ଭାରତବାସୀମାନଙ୍କ ପାଇଁ । ଅନ୍ୟ ଧର୍ମାବଲମ୍ବୀମାନେ ତ’ ପରେ ଆସୁଛନ୍ତି । ଧୀରେ ଧୀରେ
ବୃଦ୍ଧି ହୋଇ ହୋଇ ଢ଼େର ହୋଇଯାଉଛନ୍ତି । ଭିନ୍ନ ଭିନ୍ନ ଧର୍ମାବଲମ୍ବୀଙ୍କର ଚେହେରା ଅଲଗା ଅଲଗା,
ପ୍ରତ୍ୟେକଙ୍କର କଥା ଅଲଗା ଅଲଗା ହୋଇଯାଉଛି । ରୀତି ନୀତି ମଧ୍ୟ ଭିନ୍ନ ଭିନ୍ନ ହୋଇଯାଉଛି ।
ଭକ୍ତିମାର୍ଗ ପାଇଁ ଭକ୍ତିର ସାମଗ୍ରୀ ମଧ୍ୟ ଦରକାର । ଯେପରି ବୀଜ ବହୁତ ଛୋଟ କିନ୍ତୁ ବୃକ୍ଷ କେତେ
ବଡ ହୋଇଥାଏ । ବୃକ୍ଷର ପତ୍ର ଆଦିକୁ ଗଣନା କରିହୁଏ ନାହିଁ । ସେହିପରି ଭକ୍ତିର ମଧ୍ୟ ବହୁତ
ବିସ୍ତାର ହୋଇଯାଇଥାଏ । ସେଥିପାଇଁ ଢ଼େର ଶାସ୍ତ୍ର ଆଦି ତିଆରି ହୋଇଯାଏ । ଏବେ ବାବା ପିଲାମାନଙ୍କୁ
କହୁଛନ୍ତି - ଏହି ଭକ୍ତିମାର୍ଗର ସାମଗ୍ରୀ ସବୁ ସମାପ୍ତ ହୋଇଯିବ । ଏବେ ମୋତେ ଅର୍ଥାତ୍ ବାବାଙ୍କୁ
ମନେ ପକାଅ । ବର୍ତ୍ତମାନ ଭକ୍ତିର ପ୍ରଭାବ ମଧ୍ୟ ବହୁତ ରହିଛି ନା । ନାଚ, ତମାଶା, ଗାୟନ,
କୀର୍ତ୍ତନ ଆଦି କରି ମନୋରଞ୍ଜନ ରୀତିରେ ପାଳନ କରୁଛନ୍ତି ଏବଂ ସେଥିପାଇଁ କେତେ ଖର୍ଚ୍ଚ କରୁଛନ୍ତି
। ଏବେ ବାବା କହୁଛନ୍ତି, ମୋତେ ଏବଂ ବର୍ସାକୁ ସ୍ମରଣ କର । ନିଜର ଆଦି ସନାତନ ଧର୍ମକୁ ମନେ ପକାଅ
। ତୁମେମାନେ ଜନ୍ମ ଜନ୍ମାନ୍ତର ଅନେକ ପ୍ରକାରର ଭକ୍ତି କରିଆସିଛ । ସନ୍ନ୍ୟାସୀମାନେ ମଧ୍ୟ ଆତ୍ମାର
ରହିବାର ସ୍ଥାନକୁ, ଅର୍ଥାତ୍ ତତ୍ତ୍ୱକୁ ପରମାତ୍ମା ବୋଲି ଭାବି ନେଇଛନ୍ତି । ସେଥିପାଇଁ ସେମାନେ
ବ୍ରହ୍ମ ବା ତତ୍ତ୍ୱକୁ ହିଁ ସ୍ମରଣ କରୁଛନ୍ତି । ବାସ୍ତବରେ ସନ୍ନ୍ୟାସୀମାନେ ଯେହେତୁ
ସତ୍ତ୍ୱପ୍ରଧାନ ଅଟନ୍ତି, ତେଣୁ ସେମାନେ ଜଙ୍ଗଲରେ ଯାଇ ଶାନ୍ତିରେ ରହିବା ଉଚିତ୍ । ଏପରି ନୁହେଁ
କି, ସେମାନେ ବ୍ରହ୍ମରେ ଯାଇ ଲୀନ ହୋଇଯିବେ । ସେମାନେ ଭାବନ୍ତି ବ୍ରହ୍ମର ସ୍ମୃତିରେ ରହିଲେ,
ଶରୀର ଛାଡିବା ପରେ ବ୍ରହ୍ମରେ ଲୀନ ହୋଇଯିବେ । ବାବା କହୁଛନ୍ତି - ବାସ୍ତବରେ ବ୍ରହ୍ମରେ ଲୀନ କେହି
ହୋଇପାରିବେ ନାହିଁ । ଆତ୍ମା ତ’ ଅବିନାଶୀ ଅଟେ ନା, ତେଣୁ ଲୀନ କିପରି ହୋଇପାରିବ । ଭକ୍ତିମାର୍ଗରେ
କେତେ ମୁଣ୍ଡ ପିଟୁଛନ୍ତି, କହୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ ନିଶ୍ଚିତ ଆସିବେ । ତେବେ
କିଏ ଠିକ୍? ସେମାନେ କହୁଛନ୍ତି ଆମେ ବ୍ରହ୍ମ ସହିତ ଯୋଗ ଲଗାଇ ବ୍ରହ୍ମରେ ଯାଇ ଲୀନ ହୋଇଯିବୁ ।
ଯେଉଁମାନେ ଗୃହସ୍ଥରେ ରହୁଛନ୍ତି ସେମାନେ ମଧ୍ୟ କହନ୍ତି ଭଗବାନ କୌଣସି ନା କୌଣସି ରୂପରେ
ପତିତମାନଙ୍କୁ ପାବନ କରିବାକୁ ଆସିବେ । ଏପରି ନୁହେଁ କି ଉପରୁ ପ୍ରେରଣା ଦ୍ୱାରା ଶିଖାଇବେ ।
ଶିକ୍ଷକମାନେ କ’ଣ ଘରେ ବସି ପ୍ରେରଣା କରିବେ କି! ବାସ୍ତବରେ ପ୍ରେରଣା ଶବ୍ଦ କିଛି ନାହିଁ ।
ପ୍ରେରଣା ଦ୍ୱାରା କିଛି କାମ ହୁଏ ନାହିଁ । ଯଦିଓ କହନ୍ତି ଶଙ୍କରଙ୍କ ପ୍ରେରଣା ଦ୍ୱାରା ବିନାଶ
ହୁଏ କିନ୍ତୁ ବାସ୍ତବରେ ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ସେମାନଙ୍କୁ ତ ବିନାଶ ପାଇଁ
ନିଶ୍ଚିତ ଏହି ମୂଶଳ ଆଦି ତିଆରି କରିବାର ଅଛି । ଏହା କେବଳ ମାତ୍ର ମହିମା ରୂପରେ ଗାୟନ କରାଯାଉଛି
। ଦୁନିଆରେ କେହି ବି ନିଜର ବଡମାନଙ୍କର ମହିମାକୁ ଜାଣି ନାହାଁନ୍ତି । ଧର୍ମସ୍ଥାପକମାନଙ୍କୁ ମଧ୍ୟ
ଗୁରୁ ବୋଲି କହିଦେଉଛନ୍ତି କିନ୍ତୁ ସେମାନେ ତ’ କେବଳ ଧର୍ମ ସ୍ଥାପନ କରନ୍ତି । ଗୁରୁ ତାଙ୍କୁ
କୁହାଯାଏ ଯିଏକି ସଦ୍ଗତି କରିଥା’ନ୍ତି । ସେମାନେ ତ’ ଧର୍ମ ସ୍ଥାପନ କରିବାକୁ ଆସିଥା’ନ୍ତି,
ତାଙ୍କ ପରେ ପୁଣି ତାଙ୍କର ବଂଶାବଳୀମାନେ ଆସି ଚାଲିଥାଆନ୍ତି । ସେମାନେ ତ କାହାର ସଦ୍ଗତି କରନ୍ତି
ହିଁ ନାହିଁ । ତେଣୁ ତାଙ୍କୁ ଗୁରୁ ବୋଲି କିପରି କୁହାଯିବ । ଗୁରୁ ତ’ କେବଳ ଜଣେ, ଯାହାଙ୍କୁ କି
ସମସ୍ତଙ୍କର ସଦ୍ଗତିଦାତା ବୋଲି କୁହାଯାଏ । ସେ ହେଲେ ଭଗବାନ ଶିବବାବା ଯିଏକି ଏଠାକୁ ଆସି
ସମସ୍ତଙ୍କର ସଦ୍ଗତି କରିଥା’ନ୍ତି । ମୁକ୍ତି ଜୀବନମୁକ୍ତି ଦେଇଥାଆନ୍ତି । ସେଥିପାଇଁ ତାଙ୍କୁ
କେବେ କେହି ଭୁଲିପାରନ୍ତି ନାହିଁ । ଯଦିଓ ନିଜର ସ୍ୱାମୀଙ୍କ ସହିତ କେତେ ବି ପ୍ରେମ ଥାଉ ତଥାପି
ହେ ଭଗବାନ, ହେ ଈଶ୍ୱର ନିଶ୍ଚିତ କହିବେ କାରଣ ସେ ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି । ବାବା
ଏବେ ବୁଝାଉଛନ୍ତି, ଏମାନେ ସମସ୍ତେ ହେଲେ ରଚନା ଏବଂ ମୁଁ ସମସ୍ତଙ୍କର ରଚୟିତା । ସମସ୍ତଙ୍କର
ସୁଖଦାତା ଏକମାତ୍ର ବାବା ହିଁ ଅଟନ୍ତି । ଭାଇ, ଭାଇଙ୍କୁ ବର୍ସା କେବେ ବି ଦେଇପାରିବ ନାହିଁ ।
ବର୍ସା ତ ସର୍ବଦା ବାବାଙ୍କଠାରୁ ହିଁ ମିଳିଥାଏ । ମୁଁ ତୁମ ବେହଦର ସନ୍ତାନମାନଙ୍କୁ ବେହଦର ବର୍ସା
ବା ସମ୍ପତ୍ତି ଦେଉଛି ସେଥିପାଇଁ ମୋତେ ମନେ ପକାନ୍ତି ଏବଂ କୁହନ୍ତି - ହେ ପରମପିତା, ମୋତେ କ୍ଷମା
କର, ଦୟା କର । କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଭକ୍ତିମାର୍ଗରେ ଅନେକ ପ୍ରକାରର ମହିମା
କରିଥା’ନ୍ତି, ତେବେ ସେମାନେ ମଧ୍ୟ ଡ୍ରାମା ଅନୁସାରେ ନିଜର ପାର୍ଟ କରୁଛନ୍ତି । ବାବା କହୁଛନ୍ତି
ମୁଁ ଏମାନଙ୍କ ଡାକରାରେ ଆସୁନାହିଁ । ଡ୍ରାମା ତ ଏହିଭଳି ତିଆରି ହୋଇଛି । ଡ୍ରାମାରେ ମୋର ଆସିବାର
ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ମୋତେ ଅନେକ ଧର୍ମର ବିନାଶ ଏବଂ ଗୋଟିଏ ଧର୍ମର ସ୍ଥାପନା ବା
କଳିଯୁଗର ବିନାଶ, ସତ୍ୟଯୁଗର ସ୍ଥାପନା କରିବାକୁ ପଡେ । ମୁଁ ଠିକ୍ ସମୟରେ ସ୍ୱତଃ ଆସେ । ଏହି
ଭକ୍ତିମାର୍ଗର ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ବର୍ତ୍ତମାନ ଯେତେବେଳେ ଭକ୍ତିମାର୍ଗର ପାର୍ଟ ପୁରା
ହେଲା ସେତେବେଳେ ମୁଁ ଆସିଛି । ତୁମେମାନେ ମଧ୍ୟ କହୁଛ, ଏବେ ଆମେ ଜାଣିଗଲୁଣି, ୫ ହଜାର ବର୍ଷ ପରେ
ପୁଣି ଥରେ ଆପଣଙ୍କ ସହିତ ମିଶୁଛୁ । କଳ୍ପ ପୂର୍ବରୁ ମଧ୍ୟ ବାବା ଆପଣ ବ୍ରହ୍ମାଙ୍କ ଶରୀରରେ
ଆସିଥିଲେ । ଏହି ଜ୍ଞାନ ତୁମମାନଙ୍କୁ ଏବେ ମିଳୁଛି ଆଉ କେବେ ବି ଏହି ଜ୍ଞାନ ମିଳି ପାରିବ ନାହିଁ
। ଏହାକୁ ଜ୍ଞାନ କୁହାଯାଉଛି, ତାହା ହେଲା ଭକ୍ତି । ଜ୍ଞାନର ପ୍ରାରବ୍ଧ ହେଲା ଚଢ଼ତି କଳା । ଗୋଟିଏ
ସେକେଣ୍ଡରେ ଜୀବନମୁକ୍ତି ବୋଲି କୁହାଯାଏ । କହନ୍ତି ରାଜା ଜନକ ସେକେଣ୍ଡରେ ଜୀବନମୁକ୍ତିକୁ
ପ୍ରାପ୍ତ କଲେ । ତେବେ କେବଳ ଜଣେ ଜନକ କ’ଣ ଜୀବନମୁକ୍ତିକୁ ପ୍ରାପ୍ତ କରିଲେ? ଜୀବନମୁକ୍ତି
ଅର୍ଥାତ୍ ଏହି ରାବଣର ରାଜ୍ୟରୁ ଜୀବନକୁ ମୁକ୍ତ କରିବା ।
ବାବା ଜାଣିଛନ୍ତି, ଏବେ ସମସ୍ତ ସନ୍ତାନମାନଙ୍କର କେତେ ଦୁର୍ଗତି ହୋଇଯାଇଛି । ଏବେ ପୁଣି
ସେମାନଙ୍କର ସଦ୍ଗତି ହେବ । ଦୁର୍ଗତିରୁ ଉଚ୍ଚଗତି ଅର୍ଥାତ୍ ମୁକ୍ତି-ଜୀବନମୁକ୍ତିକୁ ପ୍ରାପ୍ତ
କରନ୍ତି । ତେବେ ପ୍ରଥମେ ମୁକ୍ତିକୁ ଯାଇ ପୁଣି ଜୀବନମୁକ୍ତିରେ ଆସିବେ । ଶାନ୍ତିଧାମରୁ ପୁଣି
ସୁଖଧାମକୁ ଆସିବେ । ଏହି ଚକ୍ରର ସବୁ ରହସ୍ୟକୁ ବାବା ଏବେ ବୁଝାଉଛନ୍ତି । ତୁମମାନଙ୍କର ଧର୍ମ
ସହିତ ଅନ୍ୟ ଧର୍ମ ସବୁ ମଧ୍ୟ ଆସିଯାଇଥା’ନ୍ତି, ମନୁଷ୍ୟ ସୃଷ୍ଟି ବୃଦ୍ଧି ହୋଇ ଚାଲିଥାଏ । ବାବା
କହୁଛନ୍ତି ବର୍ତ୍ତମାନ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ତମୋପ୍ରଧାନ ଜଡ ଜଡିଭୂତ ହୋଇଯାଇଛି ।
ଆଦି ସନାତନ ଦେବୀ ଦେବତା ଧର୍ମର ମୂଳଦୁଆ ହିଁ ସଢ଼ିଯାଇଛି । ବାକି ସବୁ ଧର୍ମ ରହିଛି । ଭାରତରେ
ଏମିତି କେହି ଜଣେ ବି ନାହାଁନ୍ତି ଯିଏକି ନିଜକୁ ଆଦି ସନାତନ ଦେବୀ ଦେବତା ଧର୍ମର ବୋଲି ମାନୁଛନ୍ତି
। ବାସ୍ତବରେ ସେମାନେ ଦେବତା ଧର୍ମର ଥିଲେ ପରନ୍ତୁ ବର୍ତ୍ତମାନ ଏକଥା ଜାଣି ନାହାଁନ୍ତି ଯେ - ଆମେ
ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ କାରଣ ଦେବତାମାନେ ତ’ ପବିତ୍ର ଥିଲେ । ଭାବୁଛନ୍ତି ଆମେ ତ’
ପବିତ୍ର ନୁହେଁ । ଆମେ ତ ପତିତ, ତେଣୁ ନିଜକୁ ଦେବତା ବୋଲି କିପରି କହିବୁ? ତେଣୁ ଏହା ମଧ୍ୟ
ଡ୍ରାମାର ଯୋଜନା ଅନୁସାରେ ନିଜକୁ ହିନ୍ଦୁ ବୋଲି କହିବାର ରୀତି ହୋଇଯାଉଛି । ଜନଗଣନାରେ ମଧ୍ୟ
ହିନ୍ଦୁ ଧର୍ମ ବୋଲି ଲେଖିଦେଉଛନ୍ତି । ଯଦିଓ ଗୁଜୁରାଟି ହୋଇଥିବେ ତେବେ ମଧ୍ୟ ନିଜକୁ ହିନ୍ଦୁ
ଗୁଜୁରାଟି ବୋଲି କହିବେ । ତେବେ ସେମାନଙ୍କୁ ପଚାରିବା ଉଚିତ୍ ଯେ, ହିନ୍ଦୁ ଧର୍ମ କେଉଁଠୁ ଆସିଲା?
ତେବେ ଏକଥା କାହାକୁ ଜଣାନାହିଁ, କେବଳ କହିଦେଉଛନ୍ତି - ଆମର ଧର୍ମ ଶ୍ରୀକୃଷ୍ଣ ସ୍ଥାପନ କରିଛନ୍ତି
। କେବେ? ଦ୍ୱାପର ଯୁଗରେ । ବାସ୍ତବରେ ମନୁଷ୍ୟମାନେ ଦ୍ୱାପର ଯୁଗରୁ ନିଜର ଧର୍ମକୁ ଭୁଲି ହିନ୍ଦୁ
କହିବାକୁ ଲାଗିଲେ, ସେଥିପାଇଁ ତାଙ୍କୁ ଦୈବୀ ଧର୍ମଭ୍ରଷ୍ଟ ବୋଲି କୁହାଯାଏ । ସେଠାରେ ସମସ୍ତେ ଭଲ
କର୍ମ କରନ୍ତି । କିନ୍ତୁ ଏଠାରେ ସମସ୍ତେ ଛି ଛି କର୍ମ କରନ୍ତି ସେଥିପାଇଁ ଧର୍ମଭ୍ରଷ୍ଟ,
କର୍ମଭ୍ରଷ୍ଟ ବୋଲି କୁହାଯାଏ । ଏବେ ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ ଦୈବୀ କର୍ମର ସ୍ଥାପନା ହେଉଛି
ସେଥିପାଇଁ କୁହାଯାଉଛି, ଏହି ୫ ବିକାରଗୁଡିକୁ ଛାଡ । ଅଧାକଳ୍ପ ହେବ ତୁମ ଭିତରେ ଏହି ବିକାର ରହି
ଆସିଛି । ଏବେ ଏହି ଗୋଟିଏ ଜନ୍ମରେ ଏହାକୁ ଛାଡିବାକୁ ହେବ, କିନ୍ତୁ ଏଥିରେ ମେହେନତ ଲାଗୁଛି ।
ତେବେ ବିନା ମେହେନତରେ କ’ଣ ବିଶ୍ୱର ବାଦଶାହୀ ମିଳିବ କି? ବାବାଙ୍କୁ ସ୍ମରଣ କରି କରି ନିଜକୁ
ରାଜତିଳକ ଦେଉଛ ଅର୍ଥାତ୍ ରାଜତ୍ୱର ଅଧିକାରୀ ହେଉଛ । ଯେତେ ଭଲ ଭାବରେ ଯୋଗର ଯାତ୍ରାରେ ରହିବ,
ଶ୍ରୀମତରେ ଚାଲିବ ତୁମେ ରାଜାମାନଙ୍କର ରାଜା ହୋଇପାରିବ । ବାବା ଏବେ ଶିକ୍ଷକ ରୂପରେ ପାଠ ପଢ଼ାଇବା
ପାଇଁ ତ ଆସିଛନ୍ତି । ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ପାଠଶାଳା । ବାବା ନରରୁ ନାରାୟଣ
ହେବାର କଥା ଶୁଣାଉଛନ୍ତି । ଏହି କଥା କେତେ ପ୍ରସିଦ୍ଧ । ଏହାକୁ ଅମରକଥା, ସତ୍ୟନାରାୟଣଙ୍କ କଥା,
ତିଜରର କଥା ମଧ୍ୟ କୁହାଯାଏ । ତିନିଟିର ଅର୍ଥ ମଧ୍ୟ ବାବା ବସି ବୁଝାଉଛନ୍ତି । ଭକ୍ତିମାର୍ଗର
କାହାଣୀ ତ ବହୁତ ରହିଛି । ତେବେ ଦେଖ ଆଜିର ଏହି ଗୀତ କେତେ ଭଲ । ବାବା ଆମକୁ ସାରା ବିଶ୍ୱର
ମାଲିକ କରୁଛନ୍ତି, ଯେଉଁ ମାଲିକପଣିଆକୁ କେହି ବି ଲୁଟି ନେଇପାରିବେ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା ଏହା
ସ୍ମୃତି ରଖ ଯେ ଆମେ ଏକମତ, ଏକ ରାଜ୍ୟ ଏବଂ ଏକ ଧର୍ମର ସ୍ଥାପନାର ନିମିତ୍ତ ଅଟୁ, ସେଥିପାଇଁ ଏକମତ
ହୋଇ ରହିବାକୁ ହେବ ।
(୨) ନିଜକୁ ରାଜତ୍ୱର
ତିଳକ ଦେବା ପାଇଁ ବିକାର ଗୁଡିକୁ ଛାଡିବାର ମେହେନତ କରିବାକୁ ହେବ । ପାଠପଢ଼ା ଉପରେ ପୂରା ପୂରା
ଧ୍ୟାନ ଦେବାକୁ ହେବ ।
ବରଦାନ:-
କର୍ମାତୀତ
ସ୍ଥିତିରେ ସ୍ଥିତ ହୋଇ ଚାରିଆଡର ସେବାଗୁଡିକୁ ପରିଚାଳିତ କରୁଥିବା ସିଦ୍ଧି ସ୍ୱରୂପ ଭବ ।
ଆଗକୁ ଗଲେ ଚାରିଆଡର
ସେବାଗୁଡିକର ବିସ୍ତାରକୁ ପରିଚାଳନା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରିବାକୁ ପଡିବ କାହିଁକି
ନା ସେହି ସମୟରେ ପତ୍ର ବ୍ୟବହାର ବା ଟେଲିଫୋନ ଟେଲିଗ୍ରାମ ଆଦି କାମ କରିବ ନାହିଁ । ଏଭଳି ସମୟରେ
ସେବା କରିବା ପାଇଁ ୱାୟାରଲେସ୍ ସେଟ୍ ଦରକାର । ସେଥିପାଇଁ ଏବେ ଏବେ କର୍ମଯୋଗୀ, ଏବେ ଏବେ
କର୍ମାତୀତ ସ୍ଥିତିରେ ସ୍ଥିତ ହୋଇ ରହିବାର ଅଭ୍ୟାସ କର । ତେବେ ଯାଇ ନିଜର ସଂକଳ୍ପର ସିଦ୍ଧି
ଦ୍ୱାରା ଚାରିଆଡର ସେବାରେ ସହଯୋଗୀ ହୋଇପାରିବ ।
ସ୍ଲୋଗାନ:-
ପରମାତ୍ମ
ସ୍ନେହର ପାଳନାର ସ୍ୱରୂପ ହେଲା - ତୁମମାନଙ୍କର ସହଜଯୋଗୀ ଜୀବନ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ସମସ୍ତଙ୍କୁ ଦୁଇଟି କଥା
ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ହେବ - ଗୋଟିଏ ହେଲା ସର୍ବଦା ସଂସ୍କାରକୁ ମିଶାଇ ଚାଲିବାର
ଏକତା ଏବଂ ଦ୍ୱିତୀୟରେ ପରସ୍ପର ପ୍ରତି ବିଶ୍ୱାସ ରଖି ନିଜେ ସର୍ବଦା ସନ୍ତୁଷ୍ଟ ରହିବା ସହିତ
ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବା । ଯେତେବେଳେ ଏହି ଦୁଇଟି କଥାକୁ ସଦାସର୍ବଦା ଧ୍ୟାନରେ
ରଖିବ, ସେତେବେଳେ ବାବା ଯିଏ ଅଟନ୍ତି, ଯେପରି ଅଟନ୍ତି ସେହିପରି ଦେଖିପାରିବେ ଏବଂ ପ୍ରତ୍ୟକ୍ଷତା
ହୋଇଯିବ ।