13.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ଶ୍ରୀମତ ଆଧାରରେ ପଞ୍ଚ ତତ୍ତ୍ୱ ସହିତ ସାରା ଦୁନିଆକୁ ପାବନ କରିବାର ସେବା କରିବାକୁ ହେବ, ସମସ୍ତଙ୍କୁ ସୁଖ ଓ ଶାନ୍ତିର ରାସ୍ତା ବତାଇବାକୁ ପଡିବ ।’’

ପ୍ରଶ୍ନ:-
ତୁମେ ସନ୍ତାନମାନେ ନିଜର ଦେହକୁ ମଧ୍ୟ ଭୁଲିବାର ପୁରୁଷାର୍ଥ କରୁଛ, ସେଥିପାଇଁ ତୁମକୁ କେଉଁ ଜିନିଷର ଆବଶ୍ୟକତା ନାହିଁ?

ଉତ୍ତର:-
ଚିତ୍ରର । ଯେବେକି ଏହି ଚିତ୍ର ଅର୍ଥାତ୍ ଦେହକୁ ହିଁ ଭୁଲିବାକୁ ହେବ ତେବେ ସେହି ସ୍ଥୁଳ ଚିତ୍ରଗୁଡିକ କ’ଣ ଦରକାର? ନିଜକୁ ଆତ୍ମା ମନେ କରି ବିଦେହୀ ବାବା ଏବଂ ଶାନ୍ତିଧାମକୁ ମନେ ପକାଅ । ଏହି ଚିତ୍ରଗୁଡିକ ତ ଛୋଟ ପିଲାଙ୍କ ପାଇଁ ଅର୍ଥାତ୍ ନୂଆମାନଙ୍କ ପାଇଁ ହିଁ ରଖାଯାଇଛି । ତୁମକୁ ତ ନିଜେ ଯୋଗଯୁକ୍ତ ସ୍ଥିତିରେ ରହି ସମସ୍ତଙ୍କୁ ଯୋଗଯୁକ୍ତ କରାଇବାକୁ ପଡିବ । ସେଥିପାଇଁ କର୍ମ-ଧନ୍ଦା ଆଦି କରି ମଧ୍ୟ ସତ୍ତ୍ୱପ୍ରଧାନ ହେବା ପାଇଁ ବାବାଙ୍କ ସ୍ମୃତିରେ ରହିବାର ଅଭ୍ୟାସ କର ।

ଗୀତ:-
ତକଦୀର ଜଗାକର ଆଇ ହୁଁ...

ଓମ୍ ଶାନ୍ତି ।
ମିଠା-ମିଠା ସନ୍ତାନମାନେ ଏହି କଥା ଶୁଣିଲେ ଏବଂ ତୁରନ୍ତ ଖୁସିରେ ଲୋମ ମୂଳ ଟାଙ୍କୁରି ଉଠିଥିବ । ପିଲାମାନେ ଜାଣିଛନ୍ତି ଏଠାକୁ ଆସିଛନ୍ତି ନିଜର ସୌଭାଗ୍ୟ, ସ୍ୱର୍ଗୀୟ ଭାଗ୍ୟ ନେବା ପାଇଁ । ଏପରି ଆଉ କେଉଁଠି ହେଲେ ବି କହିବେ ନାହିଁ । ତୁମେ ଜାଣିଛ ଯେ ଆମେ ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛୁ ଅର୍ଥାତ୍ ସ୍ୱର୍ଗ ଗଢିବା ପାଇଁ ପୁରୁଷାର୍ଥ କରୁଛୁ । କେବଳ ସ୍ୱର୍ଗବାସୀ ହେବା ପାଇଁ ନୁହେଁ କିନ୍ତୁ ସ୍ୱର୍ଗରେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛୁ । ସ୍ୱର୍ଗର ସାକ୍ଷାତ୍କାର କରାଉଥିବା ବାବା ଆମକୁ ପାଠ ପଢାଉଛନ୍ତି । ଏହି ନିଶା ମଧ୍ୟ ପିଲାମାନଙ୍କର ଚଢିବା ଉଚିତ୍ । ଭକ୍ତି ଏବେ ଶେଷ ହେବାକୁ ଯାଉଛି । କୁହାଯାଏ ଭଗବାନ ଭକ୍ତମାନଙ୍କର ଉଦ୍ଧାର କରିବାକୁ ଆସିଥା’ନ୍ତି କାହିଁକି ନା ରାବଣର ଜଞ୍ଜିରରେ ବାନ୍ଧି ହୋଇ ରହିଛନ୍ତି । ଅନେକ ମନୁଷ୍ୟଙ୍କର ଅନେକ ମତ ରହିଛି । ତୁମେ ତ ସବୁ ଜାଣି ସାରିଛ । ସୃଷ୍ଟିର ଚକ୍ର, ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ । ଏକଥା ମଧ୍ୟ ଭାରତବାସୀମାନେ ବୁଝୁଛନ୍ତି ଯେ, ବାସ୍ତବରେ ଆମେ ପ୍ରାଚୀନ ନୂଆ ଦୁନିଆର ଅଧିବାସୀ ଥିଲୁ, ଏବେ ପୁରୁଣା ଦୁନିଆର ଅଧିବାସୀ ହୋଇଛୁ । ବାବା ସ୍ୱର୍ଗ ନୂଆ ଦୁନିଆ ସ୍ଥାପନା କରିଥା’ନ୍ତି, ରାବଣ ଏହାକୁ ପୁଣି ନର୍କ କରିଦେଇଛି । ବାପଦାଦାଙ୍କ ମତ ଆଧାରରେ ତୁମେ ଏବେ ନିଜ ପାଇଁ ନୂଆ ଦୁନିଆ ଗଢୁଛ । ନୂଆ ଦୁନିଆ ପାଇଁ ପାଠ ପଢୁଛ । କିଏ ପଢାଉଛନ୍ତି? ଜ୍ଞାନର ସାଗର, ପତିତ-ପାବନ ଯାହାଙ୍କର ସମସ୍ତେ ମହିମା କରୁଛନ୍ତି । ଜଣଙ୍କ ବ୍ୟତୀତ ଆଉ କାହାର ମହିମା ଗାୟନ କରାଯାଉ ନାହିଁ । ସେ ହିଁ ପତିତ-ପାବନ ଅଟନ୍ତି । ଆମେ ସମସ୍ତେ ପତିତ ଅଟୁ । ପବିତ୍ର ଦୁନିଆର କଥା କାହାରି ମନେ ନାହିଁ । ଏବେ ତୁମେ ଜାଣୁଛ ଯେ ବାସ୍ତବରେ ୫ ହଜାର ବର୍ଷ ପୂର୍ବରୁ ପବିତ୍ର ଦୁନିଆ ଥିଲା । ଏହି ଭାରତ ହିଁ ଥିଲା । ବାକି ସବୁ ଧର୍ମର ଆତ୍ମାମାନେ ଶାନ୍ତିଧାମରେ ଥିଲେ । ଆମେ ଭାରତବାସୀମାନେ ସୁଖଧାମରେ ଥିଲୁ । ମନୁଷ୍ୟ ଶାନ୍ତି ଚାହୁଁଛନ୍ତି କିନ୍ତୁ ଏଠାରେ ତ କେହି ଶାନ୍ତ ହୋଇ ରହିପାରିବେ ନାହିଁ । ଏହା ଶାନ୍ତିଧାମ ନୁହେଁ । ଶାନ୍ତିଧାମ ହେଲା ନିରାକାରୀ ଦୁନିଆ, ଯେଉଁଠାରୁ ଆମେ ଆସିଛୁ । ବାକି ସତ୍ୟଯୁଗରେ ହେଉଛି ସୁଖଧାମ ତାକୁ ଶାନ୍ତିଧାମ ବୋଲି କୁହାଯିବ ନାହିଁ । ସେଠାରେ ତୁମେ ପବିତ୍ରତା-ସୁଖ-ଶାନ୍ତିରେ ରହୁଛ । କୌଣସି ହଙ୍ଗାମା ହୁଏ ନାହିଁ । ଘରେ ପିଲାମାନେ ଝଗଡା ଆଦି କଲେ ତାଙ୍କୁ ଶାନ୍ତିରେ ରହିବା ପାଇଁ କୁହାଯାଏ । ତେଣୁ ବାବା କହୁଛନ୍ତି ତୁମେ ଆତ୍ମାମାନେ ସେହି ଶାନ୍ତି ଦେଶରେ ଥିଲ । ଏବେ ଝଗଡା ହେଉଥିବା ଦେଶରେ ଆସି ବସିଛ । ଏହି କଥା ତୁମ ବୁଦ୍ଧିରେ ଅଛି । ତୁମେ ବାବାଙ୍କ ଦ୍ୱାରା ପୁନର୍ବାର ଉଚ୍ଚରୁ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛ । ଏହି ସ୍କୁଲ୍ କିଛି କମ୍ ନୁହେଁ । ଏହା ଈଶ୍ୱର ପିତାଙ୍କର ବିଶ୍ୱ ବିଦ୍ୟାଳୟ ଅଟେ । ସାରା ଦୁନିଆରେ ଏହା ସବୁଠାରୁ ବଡ ବିଶ୍ୱ ବିଦ୍ୟାଳୟ । ଏଠାରେ ସମସ୍ତେ ବାବାଙ୍କଠାରୁ ଶାନ୍ତି ଓ ସୁଖର ସମ୍ପତ୍ତି ପ୍ରାପ୍ତ କରୁଛନ୍ତି । ଏକମାତ୍ର ବାବାଙ୍କ ବ୍ୟତୀତ କାହାର ହେଲେ ମହିମା ନାହିଁ । ବ୍ରହ୍ମାଙ୍କର ମଧ୍ୟ ମହିମା ନାହିଁ । ବାବା ହିଁ ବର୍ତ୍ତମାନ ଆସି ସମ୍ପତ୍ତି ଦେଉଛନ୍ତି । ଏହା ପରେ ତ ସୁଖ ହିଁ ସୁଖ ରହିବ । ଏକମାତ୍ର ବାବା ହିଁ ସୁଖ-ଶାନ୍ତି ଦେଉଛନ୍ତି । ତାଙ୍କର ହିଁ ମହିମା ରହିଛି । ସତ୍ୟଯୁଗ-ତ୍ରେତାରେ କାହାର ମହିମା ହୁଏ ନାହିଁ । ସେଠାରେ ତ ରାଜଧାନୀ ଚାଲୁଛି । ତୁମେ ସମ୍ପତ୍ତି ନେଇ ନେଉଛ, ବାକି ସବୁ ଶାନ୍ତିଧାମରେ ରହିଥାଆନ୍ତି । ମହିମା କାହାର ହେଲେ ନାହିଁ । ଯଦିଓ ଯୀଶୁଖ୍ରୀଷ୍ଟ ଧର୍ମ ସ୍ଥାପନ କରୁଛନ୍ତି, ସେ ଏହା ତ କରିବେ ନିଶ୍ଚୟ । ଧର୍ମ ସ୍ଥାପନ କରିଥା’ନ୍ତି ତଥାପି ବି ତଳକୁ ତଳକୁ ଖସି ଚାଲିଥାଆନ୍ତି । ତେବେ ମହିମା କ’ଣ ହେଲା? ମହିମା କେବଳ ଜଣଙ୍କର ରହିଛି, ଯାହାଙ୍କୁ ପତିତ-ପାବନ, ମୁକ୍ତିଦାତା କହି ଡାକୁଛନ୍ତି । ଏପରି ନୁହେଁ ଯେ ସେମାନଙ୍କୁ ଖ୍ରୀଷ୍ଟ, ବୁଦ୍ଧ ଆଦି ମନେ ପଡୁଥିବେ । ହେ ଗଡ ଫାଦର ବୋଲି କହି କେବଳ ଜଣକୁ ହିଁ ମନେ ପକାଉଛନ୍ତି । ସତ୍ୟଯୁଗରେ ତ କାହାର ମହିମା ହୁଏ ନାହିଁ । ପଛରେ ଏହି ଧର୍ମ ଆରମ୍ଭ ହେଉଛି, ତେଣୁ ବାବାଙ୍କର ମହିମା ଗାନ କରୁଛନ୍ତି ଏବଂ ଭକ୍ତି ଆରମ୍ଭ ହେଉଛି । ଦେଖ ଡ୍ରାମା କିପରି ତିଆରି କରାଯାଇଛି । ପୁଣି କିପରି ଚକ୍ର ଘୂରୁଛି, ଯେଉଁମାନେ ବାବାଙ୍କର ସନ୍ତାନ ହୋଇଛନ୍ତି ସେହିମାନେ ହିଁ ଜାଣିଛନ୍ତି । ବାବା ହେଉଛନ୍ତି ରଚୟିତା । ସ୍ୱର୍ଗ ରୂପୀ ନୂଆ ସୃଷ୍ଟି ରଚନା କରୁଛନ୍ତି । କିନ୍ତୁ ସମସ୍ତେ ତ ସ୍ୱର୍ଗକୁ ଆସିପାରିବେ ନାହିଁ । ଡ୍ରାମାର ରହସ୍ୟକୁ ମଧ୍ୟ ବୁଝିବାକୁ ହେବ । ବାବାଙ୍କଠାରୁ ସୁଖର ସମ୍ପତ୍ତି ମିଳୁଛି । ବର୍ତ୍ତମାନ ସମସ୍ତେ ଦୁଃଖୀ ଅଟନ୍ତି । ସମସ୍ତଙ୍କୁ ଘରକୁ ଯିବାକୁ ହେବ ପୁଣି ସୁଖଧାମକୁ ଆସିବେ । ତୁମ ସନ୍ତାନମାନଙ୍କୁ ପାର୍ଟ ମିଳିଛି । ଯେଉଁ ବାବାଙ୍କର ଏତେ ମହିମା ରହିଛି ସେ ଏବେ ଆସି ସମ୍ମୁଖରେ ବସିଛନ୍ତି ଓ ପିଲାମାନଙ୍କୁ ବୁଝାଉଛନ୍ତି । ସମସ୍ତେ ସନ୍ତାନ ଅଟନ୍ତି ନା । ବାବା ତ ସଦା ସୁଖୀ ଅଟନ୍ତି । ବାସ୍ତବରେ ବାବାଙ୍କ ନିମନ୍ତେ ଏପରି କୁହାଯାଇପାରିବ ନାହିଁ । ଯଦି ସେ ସୁଖୀ ହେବେ ତେବେ ଦୁଃଖି ମଧ୍ୟ ହେବାକୁ ପଡିବ । ବାବା ତ ଏ ସବୁଥିରୁ ନିଆରା ଅଟନ୍ତି । ବର୍ତ୍ତମାନ ବାବାଙ୍କ ପରି ତୁମର ମଧ୍ୟ ମହିମା ରହିଛି ପୁଣି ଭବିଷ୍ୟତରେ ତୁମର ମହିମା ଅଲଗା ହେବ । ବାବାଙ୍କ ପରି ତୁମେ ମଧ୍ୟ ଜ୍ଞାନର ସାଗର ଅଟ । ତୁମ ବୁଦ୍ଧିରେ ସୃଷ୍ଟିଚକ୍ରର ଜ୍ଞାନ ରହିଛି । ଜାଣିଛ ଯେ ବାବା ସୁଖର ସାଗର ଅଟନ୍ତି, ତାଙ୍କଠାରୁ ଅସରନ୍ତି ସୁଖ ମିଳିଥାଏ । ବର୍ତ୍ତମାନ ତୁମେ ବାବାଙ୍କଠାରୁ ସମ୍ପତ୍ତି ନେଉଛ । ବାବା ପିଲାମାନଙ୍କୁ ଏବେ ଶ୍ରେଷ୍ଠ କର୍ମ ଶିଖାଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ପୂର୍ବଜନ୍ମରେ ନିଶ୍ଚୟ ଭଲ କର୍ମ କରିଥିଲେ ଯାହା ଫଳରେ ଏହି ପଦ ପ୍ରାପ୍ତ କରିଛନ୍ତି । ଦୁନିଆରେ କେହି ବୁଝୁ ନାହାଁନ୍ତି ଯେ ଇଏ କିପରି ରାଜ୍ୟ ପ୍ରାପ୍ତ କରିଲେ?

ବାବା କହୁଛନ୍ତି ତୁମେମାନେ ବର୍ତ୍ତମାନ ଏହିପରି ଦେବୀ-ଦେବତା ହେଉଛ । ତୁମ ବୁଦ୍ଧିରେ ଆସୁଛି ଯେ ଆମେ ଏହିପରି ଥିଲୁ ପୁଣି ଏହିପରି ହେଉଛୁ । ବାବା କର୍ମ-ଅକର୍ମ-ବିକର୍ମର ଗତି ବୁଝାଉଛନ୍ତି ଯାହା ଦ୍ୱାରା ଆମେ ଏହିପରି ହେଉଛୁ । ଶ୍ରୀମତ ଦେଉଛନ୍ତି, ତେଣୁ ଶ୍ରୀମତକୁ ଜାଣିବା ଦରକାର ନା । ଶ୍ରୀମତ ଦ୍ୱାରା ସାରା ଦୁନିଆ ଓ ତତ୍ତ୍ୱ ଆଦିକୁ ସତ୍ତ୍ୱପ୍ରଧାନ କରାଉଛନ୍ତି । ସତ୍ୟଯୁଗରେ ସମସ୍ତେ ଶ୍ରେଷ୍ଠ ଥିଲେ । ସେଠାରେ କିଛି ହଙ୍ଗାମା ଅଥବା ତୋଫାନ ଆଦି ହେବ ନାହିଁ । ନା ଅଧିକ ଥଣ୍ଡା ହେବ ନା ଅଧିକ ଗରମ ହେବ । ସର୍ବଦା ବସନ୍ତ ଋତୁ ରହିବ । ସେଠାରେ ତୁମେ କେତେ ସୁଖୀ ହୋଇ ରହିଥାଅ । ମନୁଷ୍ୟ ମାନେ ଗାୟନ ମଧ୍ୟ କରୁଛନ୍ତି ଯେ ଭଗବାନ ବହିସ୍ଥ ଅଥବା ହେଭେନ୍ (ସ୍ୱର୍ଗ) ସ୍ଥାପନ କରୁଛନ୍ତି । ତେଣୁ ସେଥିରେ ଉଚ୍ଚ ପଦ ପାଇବାର ପୁରୁଷାର୍ଥ କରିବା ଉଚିତ୍ । ସର୍ବଦା ଗାୟନ କରାଯାଏ ଯେ ମାତାପିତାଙ୍କୁ ଅନୁକରଣ କର । ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ । ଆଉ ତାଙ୍କ ସହିତ ଆମେ ଆତ୍ମାମାନେ ପୁଣି ଏକାଠି ହୋଇଯିବୁ । ଶ୍ରୀମତରେ ଚାଲି ପ୍ରତ୍ୟେକଙ୍କୁ ରାସ୍ତା ବତାଇବାକୁ ହେବ ।

ବେହଦର ବାବା ସ୍ୱର୍ଗର ରଚୟିତା ଅଟନ୍ତି । ଏବେ ତ ଏହି ଦୁନିଆ ନର୍କ ହୋଇଯାଇଛି । ନିଶ୍ଚୟ ବାବା ନର୍କରେ ଆସି ସ୍ୱର୍ଗର ସମ୍ପତ୍ତି ଦେଇଥିବେ । ଏବେ ୮୪ ଜନ୍ମ ପୂରା ହେଉଛି ପୁଣି ଆମକୁ ପ୍ରଥମ ଜନ୍ମ ସ୍ୱର୍ଗରେ ନେବାକୁ ହେବ । ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ଏହିପରି ହେବାକୁ ପଡିବ । ଆମେ ହିଁ ଲକ୍ଷ୍ମୀ-ନାରାୟଣ ହେଉଛୁ, ବାସ୍ତବରେ ଏହି ଚିତ୍ର ଗୁଡିକର ଆବଶ୍ୟକତା ନାହିଁ । ଯେଉଁମାନେ କମଜୋର ଅଟନ୍ତି, ଘଡି ଘଡି ଭୁଲିଯାଉଛନ୍ତି, ସେଇମାନଙ୍କ ପାଇଁ ଚିତ୍ର ରଖାଯାଇଛି । କେହି କେହି ଶ୍ରୀକୃଷ୍ଣଙ୍କର ଚିତ୍ର ରଖୁଛନ୍ତି । ଶ୍ରୀକୃଷ୍ଣଙ୍କୁ ନ ଦେଖିଲେ ମନେ ପକାଇ ପାରିବେ ନାହିଁ । ସମସ୍ତଙ୍କ ବୁଦ୍ଧିରେ ଚିତ୍ର ତ ରହୁଛି । ତୁମକୁ କୌଣସି ଚିତ୍ର ଲଗାଇବାର ଆବଶ୍ୟକତା ନାହିଁ । ତୁମେ ନିଜକୁ ଆତ୍ମା ମନେ କରୁଛ, ତୁମକୁ ନିଜର ଚିତ୍ରକୁ ମଧ୍ୟ ଭୁଲିବାକୁ ହେବ । ଦେହ ସହିତ ସବୁ ସମ୍ବନ୍ଧକୁ ଭୁଲିବାକୁ ହେବ । ବାବା କହୁଛନ୍ତି ତୁମେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ଅଟ । ମାସୁକ (ପ୍ରେମିକ) ବାବା କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ଏପରି ଅବସ୍ଥା ହେଉ ଯାହାକି ଶରୀର ଛାଡିବା ସମୟରେ ମଧ୍ୟ ସ୍ମୃତିରେ ଆସିବ ଯେ ଏହି ପୁରୁଣା ଶରୀରକୁ ଛାଡି ଏବେ ବାବାଙ୍କ ପାଖକୁ ଯାଉଛି । ୮୪ ଜନ୍ମ ପୁରା ହେଲା ଏବେ ଯିବାକୁ ହେବ । ବାବା ଆଦେଶ ଦେଉଛନ୍ତି ଯେ ମୋତେ ମନେ ପକାଅ । ବାସ୍‌, କେବଳ ବାବା ଏବଂ ଶାନ୍ତିଧାମ ଘରକୁ ମନେ ପକାଅ । ବୁଦ୍ଧିରେ ରହୁଛି ଯେ ମୁଁ ଆତ୍ମା ବିନା ଶରୀରରେ ଥିଲି ଏଠାରେ ଅଭିନୟ କରିବା ପାଇଁ ଶରୀର ଧାରଣ କରିଛି । ଅଭିନୟ କରି କରି ପତିତ ହୋଇଯାଇଛି । ଏହି ଶରୀର ତ ହେଉଛି ପୁରୁଣା ଜୋତା । ବର୍ତ୍ତମାନ ଆତ୍ମା ପବିତ୍ର ହେଉଛି । ଏଠାରେ ତ ପବିତ୍ର ଶରୀର ମିଳିପାରିବ ନାହିଁ । ଏବେ ଆମେ ଆତ୍ମା ଘରକୁ ଯିବୁ । ପ୍ରଥମେ ରାଜକୁମାର-ରାଜକୁମାରୀ ହେବୁ ପୁଣି ସ୍ୱୟଂମ୍ବର ପରେ ଲକ୍ଷ୍ମୀ-ନାରାୟଣ ହେବୁ । ମନୁଷ୍ୟମାନଙ୍କୁ ଏ କଥା ଜଣା ନାହିଁ ଯେ ରାଧା-କୃଷ୍ଣ କିଏ? ଉଭୟ ଅଲଗା-ଅଲଗା ରାଜଧାନୀର ଥିଲେ, ପୁଣି ତାଙ୍କର ସ୍ୱୟଂମ୍ବର ହେଲା । ତୁମେ ସନ୍ତାନମାନେ ଧ୍ୟାନରେ ସ୍ୱୟଂମ୍ବର ଦେଖିଛ । ଆରମ୍ଭରୁ ବହୁତ ସାକ୍ଷାତ୍‌କାର ହେଉଥିଲା କାହିଁକି ନା ପାକିସ୍ତାନରେ ତୁମକୁ ଖୁସିରେ ରଖିବା ପାଇଁ ଏହି ସବୁ ପାର୍ଟ ଚାଲୁଥିଲା । ଶେଷ ସମୟରେ ତ ଗଣ୍ଡଗୋଳ ହେବାର ଅଛି । ଭୂମିକମ୍ପ ଆଦି ବହୁତ ହେବ । ତୁମମାନଙ୍କୁ ସାକ୍ଷାତ୍‌କାର ହେବ । ପ୍ରତ୍ୟେକ ଜାଣିଯିବେ ଯେ ଆମେ କେଉଁ ପଦ ପାଇବୁ । ପୁଣି ଯେଉଁମାନେ କମ୍ ପଢିଥିବେ ସେମାନେ ବହୁତ ପଶ୍ଚାତାପ କରିବେ । ସେତେବେଳେ ବାବା କହିବେ ତୁମେ ନା ନିଜେ ପଢିଲ, ନା ଅନ୍ୟମାନଙ୍କୁ ପଢାଇଲ, ନାଁ ଯୋଗଯୁକ୍ତ ସ୍ଥିତିରେ ରହିଲ? ତେବେ ଯୋଗଯୁକ୍ତ ସ୍ଥିତି ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହୋଇପାରିବ । ପତିତ-ପାବନ ତ ବାବା ହିଁ ଅଟନ୍ତି । ସେ କହୁଛନ୍ତି ମୋତେ ମନେ ପକାଇଲେ ତୁମର ଖାଦ ବାହାରିଯିବ । ତେଣୁ ଯୋଗର ଯାତ୍ରାରେ ରହିବାର ପୁରୁଷାର୍ଥ କରିବାକୁ ହେବ । କର୍ମ ଧନ୍ଦା ଆଦି ଭଲେ କର । କର୍ମ ତ କରିବାକୁ ହିଁ ହେବ ନା । କିନ୍ତୁ ବୁଦ୍ଧିର ଯୋଗ ବାବାଙ୍କ ନିକଟରେ ରହୁ । ଏହିଠାରେ ହିଁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଘର ସଂସାରରେ ରହି ମୋତେ ମନେ ପକାଅ, ତେବେ ତୁମେ ନୂଆ ଦୁନିଆର ମାଲିକ ହୋଇଯିବ । ବାବା ଆଉ କୌଣସି କଷ୍ଟ ଦେଉ ନାହାଁନ୍ତି । ତୁମକୁ ବହୁତ ସହଜ ଉପାୟ ବତାଉଛନ୍ତି । ସୁଖଧାମର ମାଲିକ ହେବା ପାଇଁ କେବଳ ମୋତେ ମନେ ପକାଅ । ଏବେ ତୁମେ ମନେ ପକାଅ - ବାବା ମଧ୍ୟ ତାରକା ଅଟନ୍ତି । ମନୁଷ୍ୟ ତ ଭାବୁଛନ୍ତି ସେ ସର୍ବଶକ୍ତିମାନ୍‌, ବହୁତ ତେଜବାନ୍ ଅଟନ୍ତି । ବାବା କହୁଛନ୍ତି ମୁଁ ମନୁଷ୍ୟ ସୃଷ୍ଟିର ଚୈତନ୍ୟ ବୀଜରୂପ ଅଟେ । ବୀଜରୂପ ହୋଇଥିବା କାରଣରୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛି । ତୁମେ ତ ବୀଜ ନୁହଁ, ମୁଁ ବୀଜ ଅଟେ ସେଥିପାଇଁ ମୋତେ ଜ୍ଞାନର ସାଗର କହୁଛନ୍ତି । ସେ ମନୁଷ୍ୟ ସୃଷ୍ଟିର ଚୈତନ୍ୟ ବୀଜ ହୋଇଥିବାରୁ ତାଙ୍କୁ ନିଶ୍ଚୟ ଜଣାଥିବ ଯେ ଏହି ସୃଷ୍ଟି ଚକ୍ର କିପରି ଘୂରୁଛି । ଋଷି-ମୁନି କେହି ରଚୟିତା ଓ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣି ନାହାଁନ୍ତି । ପିଲାମାନେ ଯଦି ଜାଣିଥାନ୍ତେ ତେବେ ତାଙ୍କ ପାଖକୁ ଯିବାକୁ ଡେରି ଲାଗି ନ ଥାନ୍ତା । କିନ୍ତୁ ବାବାଙ୍କ ପାଖକୁ ଯିବାର ରାସ୍ତା କେହି ହେଲେ ବି ଜାଣି ନାହାଁନ୍ତି । ପାବନ ଦୁନିଆକୁ ପତିତ ଆତ୍ମା ଯାଇପାରିବେ ନାହିଁ, ସେଥିପାଇଁ ବାବା କହୁଛନ୍ତି କାମ ବିକାର ରୂପୀ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କର । ଏହା ହିଁ ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି । ବାବା ତୁମ ସନ୍ତାନମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି । କୌଣସି କଷ୍ଟ ଦେଉ ନାହାଁନ୍ତି । କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାକୁ ହେବ । ବାବାଙ୍କର ସ୍ମୃତି ଅର୍ଥାତ୍ ଯୋଗ ଦ୍ୱାରା ପାପ ଭସ୍ମ ହେବ । ଗୋଟିଏ ସେକେଣ୍ଡରେ ହିଁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ଭଲେ ପିଲାମାନେ ସ୍ୱର୍ଗକୁ ଆସିବେ କିନ୍ତୁ ସ୍ୱର୍ଗରେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ । ସ୍ୱର୍ଗକୁ ତ ଯିବାକୁ ହିଁ ହେବ । ଅଳ୍ପ ଶୁଣିଲେ ମଧ୍ୟ ବୁଝିଯିବେ ଯେ ବାବା ଆସିଛନ୍ତି । ଏବେ ମଧ୍ୟ କହୁଛନ୍ତି ଯେ ଏହା ସେହି ମହାଭାରତ ଲଢେଇ ଅଟେ । ନିଶ୍ଚୟ ବାବା ମଧ୍ୟ ଥିବେ ଯିଏକି ପିଲାମାନଙ୍କୁ ରାଜଯୋଗ ଶିଖାଉଛନ୍ତି । ତୁମେ ସମସ୍ତଙ୍କୁ ଜାଗ୍ରତ କରୁଛ । ଯିଏ ବହୁତଙ୍କୁ ଜାଗ୍ରତ କରାଇବେ ସେ ଶ୍ରେଷ୍ଠ ପଦ ପ୍ରାପ୍ତ କରିବେ । ତେଣୁ ପୁରୁଷାର୍ଥ କରିବାକୁ ହେବ । ସମସ୍ତେ ଏକାପରି ପୁରୁଷାର୍ଥୀ ହୋଇପାରିବେ ନାହିଁ । ଏହି ସ୍କୁଲ୍ ବହୁତ ଉଚ୍ଚ ଅଟେ । ଏହା ହେଉଛି ବିଶ୍ୱର ଯୁନିଭରସିଟି । ସାରା ବିଶ୍ୱକୁ ସୁଖଧାମ ଓ ଶାନ୍ତିଧାମ କରିବାକୁ ହେବ । ଏପରି ଶିକ୍ଷକ କ’ଣ କେଉଁଠାରେ ଅଛନ୍ତି କି? ସାରା ଦୁନିଆକୁ ୟୁନିଭର୍ସ ବୋଲି କୁହାଯାଏ । ବାବା ହିଁ ସାରା ୟୁନିଭର୍ସର ଅର୍ଥାତ୍ ସାରା ଦୁନିଆର ମନୁଷ୍ୟ ମାତ୍ରଙ୍କୁ ସତ୍ତ୍ୱପ୍ରଧାନ କରାଉଛନ୍ତି ଅର୍ଥାତ୍ ସ୍ୱର୍ଗ ସ୍ଥାପନ କରୁଛନ୍ତି ।

ଭକ୍ତିମାର୍ଗରେ ଯେଉଁ ସବୁ ପର୍ବ ପର୍ବାଣୀ ପାଳନ କରୁଛନ୍ତି ସେ ସବୁ ଏହି ସଂଗମଯୁଗର ଅଟେ । ସତ୍ୟଯୁଗ-ତ୍ରେତାରେ ଯୁଗରେ କୌଣସି ପର୍ବପର୍ବାଣୀ ହୁଏ ନାହିଁ । ସେଠାରେ ପ୍ରାରବ୍ଧ ଭୋଗ କରନ୍ତି । ସବୁ ପର୍ବ ପର୍ବାଣୀ ଏହିଠାରେ ପାଳନ କରୁଛନ୍ତି । ହୋଲି ଓ ଧୂରିଆ ଏହା ଜ୍ଞାନର କଥା । ଯାହା ଅତୀତ ହୋଇଯାଇଛି ତାର ପର୍ବ ପାଳନ କରିଆସୁଛନ୍ତି । ସେ ସବୁ ବର୍ତ୍ତମାନ ସମୟର ଅଟେ । ହୋଲି ମଧ୍ୟ ବର୍ତ୍ତମାନ ସମୟର ଅଟେ । ଏହି ଶହେ ବର୍ଷ ମଧ୍ୟରେ ସବୁ କାମ ହୋଇଯାଉଛି । ସୃଷ୍ଟି ମଧ୍ୟ ନୂଆ ହୋଇଯାଉଛି । ତୁମେ ଜାଣିଛ ଯେ ଆମେ ଅନେକ ଥର ସୁଖର ସମ୍ପତ୍ତି ନେଇଛୁ ପୁଣି ହରାଇଛୁ । ଖୁସି ଲାଗୁଛି ଯେ ଆମେ ପୁନର୍ବାର ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ । ଡ୍ରାମା ଅନୁସାରେ ସ୍ୱର୍ଗର ସ୍ଥାପନା ନିଶ୍ଚୟ ହେବ । ଯେପରି ଦିନ ପରେ ରାତି, ରାତି ପରେ ଦିନ ହୋଇଥାଏ ସେହିପରି କଳିଯୁଗ ପରେ ନିଶ୍ଚୟ ସତ୍ୟଯୁଗ ହେବ । ମଧୁର ସନ୍ତାନମାନଙ୍କ ବୁଦ୍ଧିରେ ଖୁସିର ନାଗରା ବାଜିବା ଉଚିତ୍ । ଏବେ ସମୟ ପୂରା ହେଉଛି, ଆମେ ଶାନ୍ତିଧାମ ଯାଉଛୁ । ଏହା ଆମର ଅନ୍ତିମ ଜନ୍ମ ଅଟେ । କର୍ମ ଭୋଗ ମଧ୍ୟ ଖୁସିରେ ହାଲୁକା ହୋଇଯାଉଛି । କିଛି ଭୋଗିବା ଦ୍ୱାରା, କିଛି ଯୋଗବଳ ଦ୍ୱାରା ହିସାବ-କିତାବ ଚୁକ୍ତ ହେଉଛି । ବାବା ପିଲାମାନଙ୍କୁ ଧୈର୍ଯ୍ୟ ଦେଉଛନ୍ତି, କହୁଛନ୍ତି - ତୁମର ସଦା ସୁଖର ଦିନ ଆସୁଛି । କର୍ମ ଧନ୍ଦା ଆଦି ମଧ୍ୟ କରିବାକୁ ହେବ । ଶରୀର ନିର୍ବାହ ଅର୍ଥେ ପଇସା ତ ଦରକାର ନା । ବାବା ବୁଝାଉଛନ୍ତି ଯେ ବ୍ୟବସାୟ କରୁଥିବା ଲୋକେ ଧର୍ମ ଅର୍ଥେ ପଇସା ଦାନ କରିଥା’ନ୍ତି । ଭାବନ୍ତି ଅଧିକ ଧନ ଏକତ୍ର ହେଲେ ବହୁତ ଦାନ କରିବୁ । ଏଠାରେ ମଧ୍ୟ ବାବା ବୁଝାଉଛନ୍ତି ଯେ କେହି ଯଦି ଦୁଇ ପଇସା ଦେଲେ ତାଙ୍କୁ ପ୍ରତିଦାନରେ ୨୧ ଜନ୍ମ ପାଇଁ ବହୁତ ମିଳିଯାଇଥାଏ । ଆଗରୁ ତୁମେ କରୁଥିବା ଦାନ-ପୁଣ୍ୟର ପ୍ରତିଦାନ ପରଜନ୍ମରେ ମିଳୁଥିଲା । ଏବେ ତ ୨୧ ଜନ୍ମ ପାଇଁ ଫଳ ମିଳୁଛି । ଆଗରୁ ସାଧୁ-ସନ୍ଥ ଆଦିଙ୍କୁ ଦେଉଥିଲେ । ଏବେ ତ ତୁମେ ଜାଣୁଛ ଏସବୁ ବିନାଶ ହୋଇଯିବ । ଏବେ ମୁଁ ସମ୍ମୁଖକୁ ଆସିଛି ତେଣୁ ଏହି କାର୍ଯ୍ୟରେ ଲଗାଅ । ତେବେ ତୁମକୁ ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳିଯିବ । ଆଗରୁ ତୁମେ ପରୋକ୍ଷରେ ଦେଉଥିଲ, ଏବେ ପ୍ରତ୍ୟକ୍ଷରେ ଦେଉଛ । ବାକି ତ ତୁମର ସବୁ କିଛି ବିନାଶ ହୋଇଯିବ । ବାବା କହିଚାଲିଛନ୍ତି - ପଇସା ଥିଲେ ସେଣ୍ଟର ଖୋଲି ଚାଲ । ବୋର୍ଡରେ ଏହି ଅକ୍ଷର ଲେଖିଦିଅ - ସତ୍ୟ ଗୀତା ପାଠଶାଳା । ଭଗବାନୁବାଚ ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ଭଳି ମହିମା ଯୋଗ୍ୟ ହେବା ପାଇଁ ନିଜର ପିତାଙ୍କୁ ଅନୁକରଣ କରିବାକୁ ହେବ ।

(୨) ଏହା ଆମର ଅନ୍ତିମ ଜନ୍ମ, ଏବେ ଆମକୁ ଘରକୁ ଯିବାକୁ ହେବ ସେଥିପାଇଁ ମନ ଭିତରେ ସର୍ବଦା ଖୁସିର ନାଗରା ବାଜିବା ଦରକାର । ସେଥିପାଇଁ କର୍ମଭୋଗକୁ କର୍ମଯୋଗ ଦ୍ୱାରା ଅର୍ଥାତ୍ ବାବାଙ୍କ ସ୍ମୃତିରେ ରହି ଖୁସି-ଖୁସିରେ ଚୁକ୍ତ କରିବାକୁ ହେବ ।

ବରଦାନ:-
ବାଳକ ହିସାବରେ ମାଲିକ ପଣିଆର ସ୍ମୃତି ଦ୍ୱାରା ସର୍ବ ସମ୍ପତ୍ତିର ଅଧିକାରୀ ତଥା ପ୍ରାପ୍ତି ସମ୍ପନ୍ନ ଆତ୍ମା ଭବ ।

ମୁଁ ବାବାଙ୍କର ସର୍ବ ସମ୍ପତ୍ତିର ବାଳକ ହିସାବରେ ମାଲିକ ଅଟେ, ନେଚୁରାଲ୍ ଅର୍ଥାତ୍ ସହଜ ଯୋଗୀ ଏବଂ ସହଜ ସ୍ୱରାଜ୍ୟ ଅଧିକାରୀ ଅଟେ । ଏହି ସ୍ମୃତି ଦ୍ୱାରା ସର୍ବ ପ୍ରାପ୍ତି ସମ୍ପନ୍ନ ହୁଅ । ଏହି ଗୀତ ସଦା ସର୍ବଦା ଗାଉ ଥାଅ ଯେ, “ଯାହା ପାଇବାର ଥିଲା ତାହା ପାଇଗଲି” । ହରାଇଲି-ପାଇଲି, ପୁଣି ହରାଇଦେଲି - ପୁଣି ପାଇଲି ଏହିଭଳି ଖେଳ କର ନାହିଁ । ମୁଁ ପାଉଛି, ମୁଁ ପାଉଛି - ଏହା ମଧ୍ୟ ଅଧିକାରୀ ଆତ୍ମାର ଭାଷା ନୁହେଁ । ଯେଉଁମାନେ ସମ୍ପନ୍ନ ପିତାଙ୍କର ବାଳକ ବା ସାଗରର ସନ୍ତାନ, ସେମାନେ ଚାକିରିଆଙ୍କ ଭଳି ମେହନତ କରିପାରିବେ ନାହିଁ ।

ସ୍ଲୋଗାନ:-
ଯୋଗବଳ ଦ୍ୱାରା କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରିବା ହିଁ ଶ୍ରେଷ୍ଠ ପୁରୁଷାର୍ଥ ଅଟେ ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ସର୍ବ ପ୍ରଥମେ ନିଜ ଉପରେ ପୂରା ବିଶ୍ୱାସ ରହିବା ଦରକାର, ତା’ପରେ ବାପଦାଦା ଏବଂ ସର୍ବ ପରିବାରର ଆଶା ପ୍ରତି ବିଶ୍ୱସ୍ତ ହେବାକୁ ପଡିବ । ଯେତେଯେତେ ବିଶ୍ୱସ୍ତ ହୋଇ, ନିଶ୍ଚୟବୁଦ୍ଧି ହୋଇ କୌଣସି ବି କର୍ତ୍ତବ୍ୟ କରିବ ସେଥିରେ ବିଶ୍ୱସ୍ତ ହେବା ଦ୍ୱାରା ସଫଳତା ମଧ୍ୟ ନିଶ୍ଚିତ ପ୍ରାପ୍ତ କରିନେବ । ତେବେ ଫେଥଫୁଲ୍ ହେବା ଦ୍ୱାରା ପ୍ରତ୍ୟେକ କର୍ତ୍ତବ୍ୟ, ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ ପାୱାରଫୁଲ ଅର୍ଥାତ୍ ଶକ୍ତିଶାଳୀ ହୋଇଯିବ ।