13.03.25 Avyakt Bapdada Odia Murli 31.12.2004 Om Shanti Madhuban
“ଏହି ବର୍ଷର ଆରମ୍ଭରୁ
ବେହଦର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର - ଏହା ହିଁ ହେଉଛି ମୁକ୍ତିଧାମର ଦ୍ୱାର ଖୋଲିବାର ଚାବୀ
କାଠି”
ଆଜି ନବଯୁଗର ରଚୟିତା
ବାପଦାଦା ନିଜର ପିଲାମାନଙ୍କ ସହିତ ନବବର୍ଷ ପାଳନ କରିବା ପାଇଁ, ପରମାତ୍ମ ମିଳନ କରିବା ପାଇଁ,
ପିଲାମାନଙ୍କର ସ୍ନେହରେ ଟାଣି ହୋଇ ନିଜର ଦୂରଦେଶରୁ ସାକାର ଲୋକକୁ ମିଳନ କରିବା ପାଇଁ ଆସିଛନ୍ତି
। ଦୁନିଆରେ ତ ନବବର୍ଷର ଅଭିନନ୍ଦନ ପରସ୍ପରକୁ ବହୁତ ଦେଇଥାଆନ୍ତି, କିନ୍ତୁ ବାପଦାଦା ତୁମ
ପିଲାମାନଙ୍କୁ ନବଯୁଗର ଏବଂ ନବବର୍ଷର ଅଭିନନ୍ଦନ ଦେଉଛନ୍ତି । ତେବେ ନୂତନ ବର୍ଷକୁ ତ ଗୋଟିଏ ଦିନ
ପାଳନ କରିବ, କିନ୍ତୁ ନୂତନ ଯୁଗକୁ ତ ତୁମେମାନେ ସାରା ସଂଗମଯୁଗ ହିଁ ପାଳନ କରି ଚାଲିଛ । ତୁମେ
ସମସ୍ତେ ମଧ୍ୟ ପରମାତ୍ମ ସ୍ନେହର ଆକର୍ଷଣରେ ଟାଣି ହୋଇ ଏଠାରେ ପହଞ୍ଚି ଯାଇଛ । ପୁଣି ବି ସବୁଠାରୁ
ଦୁରଦେଶରୁ ଆସିବାବାଲା କିଏ? କ’ଣ ଡବଲ ବିଦେଶୀମାନେ? ସେମାନେ ତ ପୁଣି ବି ଏହି ସାକାର ଦେଶ ଭିତରେ
ହିଁ ଅଛନ୍ତି କିନ୍ତୁ ଦୂରଦେଶୀ ବାପଦାଦା କେତେ ଦୁରଦେଶରୁ ଆସିଛନ୍ତି? କ’ଣ ଏହାର ହିସାବ ବାହାର
କରିପାରିବ? କେତେ ମାଇଲରୁ ଆସିଛନ୍ତି? ତେବେ ଦୂରଦେଶୀ ବାପଦାଦା ଚାରିଆଡର ପିଲାମାନଙ୍କୁ ଚାହେଁ
ଡାଇମଣ୍ଡ ହଲ୍ରେ ବାପଦାଦାଙ୍କ ସମ୍ମୁଖରେ ବସିଥାଆନ୍ତୁ, ଚାହେଁ ମଧୁବନରେ ବସିଥାଆନ୍ତୁ, ଚାହେଁ
ଜ୍ଞାନ ସରୋବରରେ ବସିଥାଆନ୍ତୁ, ଗ୍ୟାଲେରୀରେ ବସିଥାଆନ୍ତୁ କିନ୍ତୁ, ତୁମମାନଙ୍କ ସହିତ ଯେଉଁମାନେ
ବି ଦେଶ-ବିଦେଶରେ ଦୂରରେ ବସି ମଧ୍ୟ ମିଳନ କରୁଛନ୍ତି ବାପଦାଦା ଦେଖୁଛନ୍ତି ସମସ୍ତେ କେତେ ସ୍ନେହର
ସହିତ, ଦୂରରେ ରହି ଦେଖୁଛନ୍ତି ମଧ୍ୟ ଏବଂ ଶୁଣୁଛନ୍ତି ମଧ୍ୟ । ତେଣୁ ଚାରିଆଡର ପିଲାମାନଙ୍କୁ
ନବଯୁଗ ଏବଂ ନବବର୍ଷର ପଦ୍ମଗୁଣା ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ନବଯୁଗ ତ ପିଲାମାନଙ୍କର
ନୟନ ସମ୍ମୁଖରେ ଅଛି ନା! ବାସ୍ ଆଜି ସଂଗମଯୁଗରେ ଅଛୁ, କାଲିକୁ ନିଜର ନୂଆ ଯୁଗରେ ରାଜ୍ୟ ଅଧିକାରୀ
ହୋଇ ରାଜ୍ୟ କରିବୁ । ଏତିକି ନିକଟରେ ଅନୁଭବ ହେଉଛି ତ? ଆଜି ଏବଂ କାଲିର ହିଁ ତ କଥା ନା । ଗତକାଲି
ଥିଲା, ଆସନ୍ତାକାଲିକୁ ପୁଣି ହେବ । ନିଜର ନବଯୁଗର, ସୁବର୍ଣ୍ଣ ଯୁଗର ସ୍ୱର୍ଣ୍ଣିମ ପୋଷାକ
ସମ୍ମୁଖରେ ଦେଖାଯାଇଛି ତ? ତାହା କେତେ ସୁନ୍ଦର ଅଟେ! ସ୍ପଷ୍ଟ ଦେଖାଯାଉଛି ନା? ଆଜି ସାଧାରଣ
ଡ୍ରେସରେ ଅଛୁ କାଲିକୁ ନୂଆ ଯୁଗର ସୁନ୍ଦର ଡ୍ରେସ୍ରେ ଚମକୁଥିବାର ଦେଖାଯାଉଥିବୁ । ନୂଆବର୍ଷରେ ତ
ଗୋଟିଏ ଦିନ ପାଇଁ ପରସ୍ପରକୁ ଉପହାର ଦେଇଥାଆନ୍ତି କିନ୍ତୁ ନବଯୁଗର ରଚୟିତା ବାପଦାଦା ତ ତୁମ
ସମସ୍ତଙ୍କୁ ସୁବର୍ଣ୍ଣ ବିଶ୍ୱର ଉପହାର ଦେଇଛନ୍ତି, ଯାହାକି ଅନେକ ଜନ୍ମ ପର୍ଯ୍ୟନ୍ତ ସାଥୀରେ ରହିବ
। ଏହା କୌଣସି ବିନାଶୀ ଉପହାର ନୁହେଁ । ବାବା ତୁମମାନଙ୍କୁ ଅବିନାଶୀ ଉପହାର ଦେଇ ଦେଇଛନ୍ତି । ଏହା
ତ ମନେ ଅଛି ନା! ଭୁଲି ତ ଯାଇ ନାହଁ ନା! ତେବେ ଗୋଟିଏ ସେକେଣ୍ଡ ଭିତରେ ମଧ୍ୟ ସେଠାକୁ ଯିବା ଆସିବା
କରିପାରିବ । ଏବେ ଏବେ ସଂଗମଯୁଗରେ ଅଛ, ଏବେ ଏବେ ନିଜର ସୁବର୍ଣ୍ଣ ଦୁନିଆରେ ପହଞ୍ଚିଯାଉଛ, ନା
ଡେରି ଲ।ଗୁଛି? ନିଜର ରାଜ୍ୟ ତ ସ୍ମୃତିରେ ଆସିଯାଉଛି ନା!
ଆଜିର ଦିନକୁ ବିଦାୟର
ଦିନ ମଧ୍ୟ କୁହାଯାଉଛି ଏବଂ ରାତି ୧୨ଟା ପରେ ବଧାଇ ଅର୍ଥାତ୍ ଅଭିନନ୍ଦନ ଦେବାର ଦିନ ମଧ୍ୟ
କୁହାଯିବ । ତେବେ ବିଦାୟର ଦିନରେ ତୁମେମାନେ ବର୍ଷକୁ ବିଦାୟ ଦେବା ସହିତ ଆଉ କାହାକୁ ବିଦାୟ ଦେଲ?
ଚେକ୍ କରିଛ? ସବୁ ଦିନ ପାଇଁ ବିଦାୟ ଦେଇଛ ନା ଅଳ୍ପ ସମୟ ପାଇଁ ବିଦାୟ ଦେଇଛ? ବାପଦାଦା ତ ପୂର୍ବରୁ
ମଧ୍ୟ କହିଛନ୍ତି ଯେ ସମୟର ବେଗ ତୀବ୍ର ଗତିରେ ବଢିଚାଲିଛି । ତେବେ ତୁମେମାନେ ନିଜର ସାରାବର୍ଷର
ଫଳାଫଳକୁ ଚେକ୍ କରିଛ ଯେ ମୋ’ର ପୁରୁଷାର୍ଥର ବେଗ ତୀବ୍ର ଅଛି ତ? ନା କେବେ କିପରି କେବେ କିପରି
ଅଛି? ତେବେ ଦୁନିଆର ଅବସ୍ଥାକୁ ଦେଖି ଏବେ ବିଶେଷ କରି ନିଜର ଦୁଇଟି ସ୍ୱରୂପକୁ ଜାଗ୍ରତ କର । ସେହି
ଦୁଇଟି ସ୍ୱରୂପ ହେଲା - ଗୋଟିଏ ହେଲା ସମସ୍ତଙ୍କ ପ୍ରତି ଦୟାର ଭାବନା ଏବଂ କଲ୍ୟାଣକାରୀ ବୃତ୍ତି
ରଖିବା ଏବଂ ଦ୍ୱିତୀୟଟି ହେଲା ପ୍ରତ୍ୟେକ ଆତ୍ମା ପ୍ରତି ସର୍ବଦା ଦାତାଙ୍କର ସନ୍ତାନ ମାଷ୍ଟର ଦାତା
ହେବା । ତେବେ ବିଶ୍ୱର ଆତ୍ମାମାନେ ତ ବିଲ୍କୁଲ୍ ଶକ୍ତିହୀନ, ଦୁଃଖୀ ଏବଂ ଅଶାନ୍ତ ହୋଇ ଚିତ୍କାର
କରୁଛନ୍ତି । ବାବାଙ୍କ ଆଗରେ ଏବଂ ତୁମ ପୂଜ୍ୟ ଆତ୍ମାମାନଙ୍କ ଆଗରେ ଚିତ୍କାର କରୁଛନ୍ତି - ଅଳ୍ପ
ସମୟ ପାଇଁ ହେଉ ପଛକେ ଟିକିଏ ସୁଖ ଦେଇଦିଅ, ଟିକିଏ ଶାନ୍ତି ଦେଇଦିଅ, ଖୁସି ଦେଇଦିଅ, ସାହସ
ଦେଇଦିଅ । ତେବେ ବାବା ତ ନିଜର ପିଲାମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦେଖି ପାରିବେ ନାହିଁ କି
ଶୁଣିପାରିବେ ନାହିଁ । କ’ଣ ତୁମେ ସବୁ ପୂଜ୍ୟ ଆତ୍ମାମାନଙ୍କୁ ଦୟା ଲାଗୁ ନାହିଁ? ସେମାନେ ମାଗି
ଚାଲିଛନ୍ତି ଦିଅ, ଦିଅ, ଦିଅ.... । ତେବେ ଦାତାଙ୍କର ସନ୍ତାନ ହିସାବରେ କିଛି ଆଞ୍ଜୁଳୀ ତ ଦେଇଦିଅ
। ବାବା ମଧ୍ୟ ତୁମମାନଙ୍କୁ ସାଥୀ କରି, ମାଷ୍ଟର ଦାତା କରି, ନିଜର ଡାହାଣ ହାତ କରି ଏହି ସଂକେତ
ଦେଉଛନ୍ତି ଯେ ସାରା ବିଶ୍ୱର ଏତେ ସବୁ ଆତ୍ମା ମାନଙ୍କୁ ମୁକ୍ତି ତ ଦେବାକୁ ହେବ ନା! ସେମାନଙ୍କୁ
ମୁକ୍ତିଧାମକୁ ତ ଯିବାକୁ ହେବ ନା । ତେଣୁ ହେ ଦାତାଙ୍କର ସନ୍ତାନମାନେ ନିଜର ଶ୍ରେଷ୍ଠ ସଂକଳ୍ପ
ଦ୍ୱାରା, ସଂକଳ୍ପର ଶକ୍ତି ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା,
ଚାହେଁ ଶୁଭଭାବନା, ଶୁଭକାମନା ଦ୍ୱାରା, ଚାହେଁ ନିଜର ଶ୍ରେଷ୍ଠ ପ୍ରକମ୍ପନ ବା ବାୟୁମଣ୍ଡଳ ଦ୍ୱାରା
ଯେକୌଣସି ଉପାୟରେ ସେମାନଙ୍କୁ ମୁକ୍ତି ପ୍ରାପ୍ତ କରାଅ । ବାବା ସେମାନେ ଚିତ୍କାର କରୁଛନ୍ତି
ମୁକ୍ତି ଦିଅ, ମୁକ୍ତି ଦିଅ ବାପଦାଦା ମଧ୍ୟ ନିଜର ଡାହାଣ ହାତ ଅର୍ଥାତ୍ ଶ୍ରେଷ୍ଠ ସହଯୋଗୀ
ସନ୍ତାନମାନଙ୍କୁ କହୁଛନ୍ତି ସେମାନଙ୍କୁ ଦୟା କର ।
ତେବେ ବର୍ତ୍ତମାନ ସମୟ
ପର୍ଯ୍ୟନ୍ତ କରିଥିବା ସେବାର ହିସାବ ବାହାର କର, ଚାହେଁ ମେଗା ପ୍ରୋଗ୍ରାମ କରିଛ, ଚାହେଁ କୌଣସି
ସମ୍ମିଳନୀ ଆଦି କରିଛ, ଚାହେଁ ଭାରତରେ ବା ବିଦେଶରେ ସେଣ୍ଟର ଗୁଡିକ ମଧ୍ୟ ଖୋଲିଛ କିନ୍ତୁ ବିଶ୍ୱର
ସମସ୍ତ ଆତ୍ମାମାନଙ୍କର ସଂଖ୍ୟା ଅନୁପାତରେ କେତେ ପ୍ରତିଶତ ଆତ୍ମାଙ୍କୁ ମୁକ୍ତିର ରାସ୍ତା ବତାଇଛ?
କେବଳ ଭାରତ କଲ୍ୟାଣକାରୀ ଅଟ ନା ବିଦେଶରେ ଯେଉଁ ପାଞ୍ଚଟି ମହାଦ୍ୱୀପ ରହିଛି, ଯେଉଁଠି ଯେଉଁଠି ବି
ସେବାକେନ୍ଦ୍ର ସବୁ ଖୋଲିଛ ସେହି ଅଞ୍ଚଳର କଲ୍ୟାଣକାରୀ ଅଟ, ନା ବିଶ୍ୱ କଲ୍ୟାଣକାରୀ ଅଟ? ତେବେ
ସାରା ବିଶ୍ୱର କଲ୍ୟାଣକାରୀ ହେବା ପାଇଁ ପ୍ରତ୍ୟେକ ସନ୍ତାନକୁ ବାବାଙ୍କର ହାତ ବା ଡାହାଣ ହାତ
ହେବାକୁ ପଡିବ । କାହାକୁ ବି ଯଦି କିଛି ଦିଆଯାଏ ତେବେ କେଉଁଥିରେ ଦେଇଥାଆନ୍ତି? ହାତ ଦ୍ୱାରା
ଦେଇଥାଆନ୍ତି ନା! ତେବେ ବାପଦାଦାଙ୍କର ତ ତୁମେମାନେ ଭୁଜା ଅଟ ନା । ତେବେ ବାପଦାଦା ନିଜର ରାଇଟ୍
ହ୍ୟାଣ୍ଡ ଅର୍ଥାତ୍ ବିଶେଷ ସହଯୋଗୀ ପିଲାମାନଙ୍କୁ ପଚାରୁଛନ୍ତି, କେତେ ପ୍ରତିଶତ ଆତ୍ମାମାନଙ୍କର
କଲ୍ୟାଣ କରିଛ? କେତେ ପ୍ରତିଶତ ହେବ, ଶୁଣାଅ? ହିସାବ ବାହାର କର । ପାଣ୍ଡବମାନେ ହିସାବ କରିବାରେ
ତ ବୁଦ୍ଧିମାନ ଅଟନ୍ତି ନା? ତେଣୁ ବାପଦାଦା କହୁଛନ୍ତି ଏବେ ନିଜର ସ୍ୱପୁରୁଷାର୍ଥ ଏବଂ ସେବାର
ଭିନ୍ନ ଭିନ୍ନ ବିଧି ଦ୍ୱାରା ପୁରୁଷାର୍ଥକୁ ତୀବ୍ର କର । ସ୍ୱ ଅର୍ଥାତ୍ ନିଜର ସ୍ଥିତିରେ ମଧ୍ୟ
ଚାରୋଟି କଥାକୁ ଚେକ୍ କର - ଯାହାକୁ କୁହାଯିବ ତୀବ୍ର ପୁରୁଷାର୍ଥ ।
ପ୍ରଥମ କଥା - ପ୍ରଥମେ
ଚେକ୍ କର ଯେ ମୋ ଭିତରେ ନିମିତ୍ତ ଭାବ ଅଛି ତ? କୌଣସି ପ୍ରକାରର ରାଜକୀୟ ରୂପର ମୁଁ ପଣିଆ ନାହିଁ
ତ? ମୋ’ର ପଣିଆ ନାହିଁ ତ? ସାଧାରଣ ଲୋକମାନଙ୍କର ମୁଁ ଏବଂ ମୋ’ର ମଧ୍ୟ ସାଧାରଣ ଅଟେ, ମୋଟା ରୂପରେ
ଅଟେ କିନ୍ତୁ ବ୍ରାହ୍ମଣ ଜୀବନର ମୁଁ ପଣିଆ ଏବଂ ମୋର ପଣିଆ ସୂକ୍ଷ୍ମ ଏବଂ ରାଜକୀୟ ଅଟେ । ତା’ର
ଭାଷା କ’ଣ ଜାଣିଛ? ଏହିଭଳି ତ ହୋଇଆସୁଛି, ଏଭଳି ତ ଚାଲି ଆସିଛି... । ଏହିଭଳି ହିଁ ହେବାର ଅଛି....
। ଚାଲୁଛୁ ତ.... ଦେଖୁଛୁ ତ.... । ତେବେ ଗୋଟିଏ ହେଲା ନିମିତ୍ତ ଭାବ ଅର୍ଥାତ୍ ସବୁ କଥାରେ ମୁଁ
ନିମିତ୍ତ ଅଟେ । ଚାହେଁ ସେବାରେ, ଚାହେଁ ସ୍ଥିତିରେ, ଚାହେଁ ସମ୍ବନ୍ଧ-ସର୍ମ୍ପକରେ ତୁମର ଚେହେରା
ଏବଂ ଚାଲିଚଳନ ନିମିତ୍ତ ଭାବଯୁକ୍ତ ହେଉ ଏବଂ ସେମାନଙ୍କର ଆଉ ଗୋଟିଏ ବିଶେଷତା ମଧ୍ୟ ଥିବ - ତାହା
ହେଲା ନିର୍ମାନ ଭାବନା । ନିମିତ୍ତ ଭାବ ଏବଂ ନିର୍ମାନ ଭାବ ଦ୍ୱାରା ନିର୍ମାଣ କରିବା । ତେବେ ଏହି
ତିନୋଟି କଥା ତ ଶୁଣିଲ - ନିମିତ୍ତ, ନିର୍ମାନ୍ ଏବଂ ନିର୍ମାଣ । ଚତୁର୍ଥରେ ହେଲା - ନିର୍ବାଣ ।
ଯେତେବେଳେ ଇଚ୍ଛା ନିର୍ବାଣ ଧାମରେ ପହଞ୍ଚିଯାଅ ଏବଂ ନିର୍ବାଣ ସ୍ଥିତିରେ ସ୍ଥିତ ହୋଇଯାଅ କାହିଁକି
ନା ନିଜେ ଯଦି ନିର୍ବାଣ ସ୍ଥିତିରେ ସ୍ଥିତ ରହିଥିବ ତେବେ ଯାଇ ଅନ୍ୟମାନଙ୍କୁ ନିର୍ବାଣ ଧାମରେ
ପହଞ୍ଚାଇ ପାରିବ । ଏବେ ତ ସମସ୍ତେ ମୁକ୍ତି ଚାହୁଁଛନ୍ତି । ଆମକୁ ମୁକ୍ତ କର, ମୁକ୍ତ କର ଚିତ୍କାର
କରୁଛନ୍ତି । ତେବେ ଏହି ଚାରୋଟି କଥା ବହୁତ ମାତ୍ରାରେ ବାସ୍ତବିକ ଜୀବନରେ ରହିବା ଅର୍ଥ ତୀବ୍ର
ପୁରୁଷାର୍ଥୀ ହେବା । ତେବେ ଯାଇ ବାପଦାଦା କହିବେ ବାଃ ବାଃ ପିଲାମାନେ ବାଃ ବାଃ । ତୁମେମାନେ
ମଧ୍ୟ କହିବ ବାଃ, ବାବା ମଧ୍ୟ କହିବେ ବାଃ ବାଃ ଡ୍ରାମା ବାଃ! ବାଃ ପୁରୁଷାର୍ଥ ବାଃ! କିନ୍ତୁ ତୁମେ
ଜାଣିଛ ଏବେ କ’ଣ କରୁଛ? ଜାଣିଛ? କେବେ ବାଃ କହୁଛ ତେବେ ହ୍ୱାଏ ଅର୍ଥାତ୍ କାହିଁକି କହୁଛ । ବାଃ
କହିବା ବଦଳରେ ହ୍ୱାଏ କହୁଛ ଏବଂ ହ୍ୱାଏ ପୁଣି ହାଏ ହୋଇଯାଉଛି । ତେଣୁ ହ୍ୱାଏ କୁହ ନାହିଁ । ବାଃ
କୁହ । ତୁମମାନଙ୍କୁ ମଧ୍ୟ କ’ଣ ଭଲ ଲାଗୁଛି, ବାଃ ଭଲ ଲାଗୁଛି ନା ହ୍ୱାଏ ଭଲ ଲାଗୁଛି? କ’ଣ ଭଲ
ଲାଗୁଛି? ବାଃ । କେବେ ହ୍ୱାଏ କରୁ ନାହିଁ ତ? ଭୁଲ୍ରେ ଆସିଯାଉଛି ।
କ’ଣ ଡବଲ ବିଦେଶୀମାନେ
ହ୍ୱାଏ, ହ୍ୱାଏ କହୁଛି କି? କେବେ କେବେ କହିଦେଉଛ କି? ଯେଉଁ ଡବଲ ବିଦେଶୀମାନେ କେବେ ବି ହ୍ୱାଏ
କହୁନାହାଁନ୍ତି ସେମାନେ ହାତ ଉଠାଅ । ବହୁତ କମ୍ ଅଛନ୍ତି । ଆଚ୍ଛା - ଭାରତବାସୀ ଯେଉଁମାନେ ବାଃ
ବାଃ ପରିବର୍ତ୍ତେ କାହିଁକି, କ’ଣ କହୁଛନ୍ତି ସେମାନେ ହାତ ଉଠାଅ । କାହିଁକି, କ’ଣ କହୁଛ? କିଏ
ତୁମକୁ ଅନୁମତି ଦେଇଛି? ସଂସ୍କାର? ପୁରୁଣା ସଂସ୍କାର ତୁମକୁ ହ୍ୱାଏ କହିବା ପାଇଁ ଅନୁମତି ଦେଇ
ଦେଇଛି, କିନ୍ତୁ ବାବା କହୁଛନ୍ତି ବାଃ ବାଃ କୁହ । ହ୍ୱାଏ ହ୍ୱାଏ କୁହ ନାହିଁ । ତେବେ ଏହି ନୂତନ
ବର୍ଷରେ କ’ଣ କରିବ? ବାଃ ବାଃ କରିବ ତ? ନା କେବେ କେବେ ହ୍ୱାଏ କହିବା ପାଇଁ ଅନୁମତି ଦେଇ ଦେବା?
ହ୍ୱାଏ ଆଦୌ ଭଲ ନୁହେଁ । ପେଟ ଭିତରେ ଯେପରି ବାୟୁ ଅର୍ଥାତ୍ ଗ୍ୟାସ୍ ହୋଇଗଲେ ଦେହ ଖରାପ ହୋଇଯାଉଛି
ନା ସେହିପରି ହ୍ୱାଏ ମଧ୍ୟ ବାୟୁ ଅଟେ, ତେଣୁ ହ୍ୱାଏ କର ନାହିଁ । ବାଃ ବାଃ କରିବା କେତେ ଭଲ
ଲାଗୁଛି? ହଁ କୁହ, ବାଃ, ବାଃ, ବାଃ!
ଆଚ୍ଛା! ତେବେ ଦୂରଦେଶରେ
ମଧ୍ୟ ପିଲାମାନେ ଶୁଣୁଛନ୍ତି ଏବଂ ଦେଖୁଛନ୍ତି - ତେଣୁ ଭାରତ ଭିତରେ ଏବଂ ବିଦେଶରେ ଯେଉଁମାନେ ବି
ଶୁଣୁଛନ୍ତି, ବାପଦାଦା ସେମାନଙ୍କୁ ମଧ୍ୟ ପଚାରୁଛନ୍ତି ବାଃ ବାଃ କରୁଛ ନା ହ୍ୱାଏ ହ୍ୱାଏ କରୁଛ?
ଏବେ ତ ବିଦାୟର ଦିନ ଅଟେ ନା! ଆଜି ଏହି ବର୍ଷର ବିଦାୟର ଶେଷ ଦିନ ଅଟେ । ତେଣୁ ସମସ୍ତେ ସଂକଳ୍ପ
କର - କେବେ ବି ହ୍ୱାଏ କହିବୁ ନାହିଁ କି ଭାବିବୁ ହିଁ ନାହିଁ । ପ୍ରଶ୍ନବାଚକ ଚିହ୍ନ ମଧ୍ୟ ନୁହେଁ
କି ଆଶ୍ଚର୍ଯ୍ୟର ଚିହ୍ନ ମଧ୍ୟ ନୁହେଁ କେବଳ ବିନ୍ଦୁ ଲଗାଇବୁ । ଗୋଟିଏ ପ୍ରଶ୍ନବାଚକ ଚିହ୍ନ ଲେଖି
ଦେଖ, କେତେ ତେଢା ମେଢା ଅଟେ ଏବଂ ବିନ୍ଦୁ ଲଗାଇବା କେତେ ସହଜ । ବାସ୍ ନିଜର ନୟନରେ ଏକାମାତ୍ର
ବିନ୍ଦୁ ରୂପୀ ବାବାଙ୍କୁ ସମାହିତ କରିନିଅ । ନୟନରେ ଯେପରି ଦେଖିବାର ବିନ୍ଦୁ ସମାହିତ ଅଟେ ନା,
ସେହିପରି ସର୍ବଦା ନୟନରେ ସେହି ବିନ୍ଦୁକୁ ସମାହିତ କରିନିଅ । କ’ଣ ଦୃଷ୍ଟି ସମ୍ମୁଖକୁ ଆସିଯାଉଛି
ନା? ନା ନୟନରେ ଫିଟ୍ ହେଉ ନାହିଁ? ତଳ ଉପର ହୋଇଯାଉଛି କି? ତେବେ କ’ଣ କରିବ? ଆଜି କାହାକୁ ବିଦାୟ
ଦେବ? ହ୍ୱାଏ କୁ ତ? କେବେ ବି ଆଶ୍ଚର୍ଯ୍ୟର ଚିହ୍ନ ମଧ୍ୟ ଯେପରି ନ ଆସେ, ଏହା କିପରି ହେବ! ଏଭଳି
କ’ଣ ହୁଏ କି! ହେବା ତ ଉଚିତ୍ ନୁହେଁ, କାହିଁକି ହେଉଛି! ତେବେ ପ୍ରଶ୍ନବାଚକ ମଧ୍ୟ ନୁହେଁ, କିମ୍ବା
ଆଶ୍ଚର୍ଯ୍ୟର ଚିହ୍ନ ମଧ୍ୟ ନୁହେଁ । ବାସ୍ ବାବା ଏବଂ ମୁଁ । କେତେକ ପିଲା କହୁଛନ୍ତି ଏହିଭଳି ତ
ଚାଲୁଛି ନା! ବାପଦାଦାଙ୍କୁ ବହୁତ ରମଣିକ କଥା ସବୁ ଅମୃତବେଳାରେ ବାର୍ତ୍ତାଳାପ କରିବା ସମୟରେ
କହୁଛନ୍ତି, ସମ୍ମୁଖରେ ତ କହିପାରିବେ ନାହିଁ ନା! ତେଣୁ ରୁହରିହାଣ ଅର୍ଥାତ୍ ଆତ୍ମିକ
ବାର୍ତ୍ତାଳାପ କରିବା ସମୟରେ ସବୁ କଥା କହିଦେଉଛନ୍ତି । ଆଚ୍ଛା ଦୁନିଆରେ ଯାହା ବି ଚାଲୁଛି ଚାଲୁ
କିନ୍ତୁ ତୁମକୁ ଚାଲିବାର ନାହିଁ, ତୁମକୁ ତ ଉଡିବାର ଅଛି ତେଣୁ ଚାଲିବାର କଥାଗୁଡିକୁ କାହିଁକି
ଦେଖୁଛ, ଉଡ ଏବଂ ଉଡାଅ । ଶୁଭଭାବନା, ଶୁଭକାମନା ଏଭଳି ଶକ୍ତିଶାଳୀ ଅଟେ ଯାହାକି ମଝିରେ ଯଦି କେବଳ
ହାଏ ଶବ୍ଦ ନ ଆସିବ ତେବେ ଶୁଭଭାବନା ଏବଂ ଶୁଭକାମନା ଭିତରେ ଏତେ ଶକ୍ତି ରହିଛି ଯାହାକି ଯେକୌଣସି
ଅଶୁଭ ଭାବନାବାଲା ବ୍ୟକ୍ତିକୁ ମଧ୍ୟ ଶୁଭଭାବନାବାଲା କରାଇ ଦେଇପାରିବ । ଦ୍ୱିତୀୟ ନମ୍ବର ହେଲା -
ଯଦି ବଦଳାଇ ନ ପାରିବ ତେବେ ବି ତୁମର ଶୁଭଭାବନା ଶୁଭକାମନା ଯଦି ଅବିନାଶୀ ଅଟେ, କେବେ କେବେ ବାଲା
ନୁହେଁ ତେବେ ତୁମ ଉପରେ କାହାର ଅଶୁଭ ଭାବନାର ପ୍ରଭାବ ପଡିପାରିବ ନାହିଁ । ଯେହେତୁ ତୁମେମାନେ
ପ୍ରଶ୍ନକୁ ଚାଲିଯାଉଛ, ଏହା କାହିଁକି ହେଉଛି? ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ? କପରି ଚାଲିବ?
ଏହାଦ୍ୱାରା ଶୁଭଭାବନାର ଶକ୍ତି କମ୍ ହୋଇଯାଉଛି । ନଚେତ୍ ଶୁଭଭାବନା ଶୁଭକାମନା ଭିତରେ ବହୁତ ଶକ୍ତି
ରହିଛି । ଦେଖ, ତୁମେ ସମସ୍ତେ ବାପଦାଦାଙ୍କ ପାଖକୁ ଆସିଛ । ପ୍ରଥମ ଦିନକୁ ମନେ ପକାଅ, ବାପଦାଦା
କ’ଣ କରିଥିଲେ? ଚାହେଁ ପତିତ ଅବସ୍ଥାରେ ଆସିଥିଲ, ବା ପାପୀ ଅବସ୍ଥାରେ ଆସିଥିଲ ବା ସାଧାରଣ ହୋଇ
ଆସିଥିଲ ବା ଭିନ୍ନ ଭିନ୍ନ ଭିନ୍ନ ମନୋବୃତ୍ତି ବାଲା ବା ଭିନ୍ନ ଭିନ୍ନ ଭାବନା ବାଲା ଆସିଥିଲ,
କିନ୍ତୁ ବାପଦାଦା କ’ଣ କରିଥିଲେ? ଶୁଭଭାବନା ରଖିଥିଲେ ନା! ତୁମେ ମୋ’ର ଅଟ, ମାଷ୍ଟର
ସର୍ବଶକ୍ତିମାନ ଅଟ, ହୃଦୟ ସିଂହାସନର ଅଧିକାରୀ ଅଟ, ଏହିଭଳି ଶୁଭଭାବନା ଶୁଭକାମନା ରଖିଥିଲେ ନା!
ଏହି ଆଧାରରେ ତ ବାବାଙ୍କର ହୋଇଯାଇଛ ନା । ବାବା କ’ଣ କହିଥିଲେ ହେ ପାପୀ ଆତ୍ମାମାନେ ଏଠାକୁ
କାହିଁକି ଆସିଛ? ଶୁଭଭାବନା ରଖିଥିଲେ ନା, ତୁମେମାନେ ମୋ’ର ସନ୍ତାନ, ମାଷ୍ଟର ସର୍ବଶକ୍ତିବାନ
ସନ୍ତାନ । ଯେହେତୁ ବାବା ତୁମମାନଙ୍କ ପ୍ରତି ଶୁଭଭାବନା, ଶୁଭକାମନା ରଖିଥିଲେ ତେଣୁ ତୁମର ହୃଦୟ
କ’ଣ କହିଲା? ମେରା ବାବା । ବାବା କ’ଣ କହିଲେ? ମେରେ ବଚ୍ଚେ । ଏହିଭଳି ଯଦି ସମସ୍ତଙ୍କ ପ୍ରତି
ଶୁଭଭାବନା, ଶୁଭକାମନା ରଖିବ ତେବେ କ’ଣ ଦେଖାଯିବ? ମୋ’ର କଳ୍ପ ପୂର୍ବର ମିଠା ଭାଇ ବା ମୋ’ର
ଗେହ୍ଲା ଭଉଣୀ । ତେବେ ପରିବର୍ତ୍ତନ ହୋଇଗଲା ନା!
ତେଣୁ ଏହି ବର୍ଷ କିଛି
ନା କିଛି କରି ଦେଖାଅ । କେବଳ ହାତ ଉଠାଅ ନାହିଁ । ସ୍ଥୂଳ ହାତ ଉଠାଇବା ତ ବହୁତ ସହଜ ତେଣୁ ମନର
ହାତ ଉଠାଅ କାହିଁକି ନା ବହୁତ କାମ ବାକି ରହିଛି । ବାପଦାଦା ଯେତେବେଳେ ବିଶ୍ୱର ଆତ୍ମାମାନଙ୍କ
ଉପରେ ନଜର ପକାଉଛନ୍ତି ସେତେବେଳେ ବହୁତ ଦୟା ଲାଗୁଛି । ଏବେ ତ ପ୍ରକୃତି ମଧ୍ୟ ସନ୍ତୁଳନ ହରାଇ
ଦେଲାଣି । ପ୍ରକୃତି ଯେତେବେଳେ ନିଜେ ଭାରସାମ୍ୟ ହରାଇ ଦେଉଛି, ତେଣୁ ସେ କ’ଣ କରିବ?
ଆତ୍ମାମାନଙ୍କୁ ଦୁଃଖ ଦେଉଛି ଏବଂ ବାବାଙ୍କୁ ମଧ୍ୟ ପିଲାମାନଙ୍କୁ ଦେଖି ଦୟା ଲାଗୁଛି । କ’ଣ
ତୁମମାନଙ୍କୁ ଦୟା ଲାଗୁ ନାହିଁ! କେବଳ ଖବର ଶୁଣି ଚୁପ୍ ରହିଯାଉଛ, ବାସ୍, ଏତିକି ଆତ୍ମା ଚାଲିଗଲେ
। ସେହି ଆତ୍ମାମାନେ ବାବାଙ୍କର ସନ୍ଦେଶ ପାଇବାରୁ ତ ବଞ୍ଚିତ ରହିଗଲେ ନା! ତେଣୁ ଏବେ ତ ଦାତା ହୁଅ,
ଦୟାଳୁ ହୁଅ! ତେବେ ଏହା ମଧ୍ୟ ସେତେବେଳେ ହେବ ଏବଂ ଦୟା ମଧ୍ୟ ସେତେବେଳେ ଆସିବ ଯଦି ଏହି ବର୍ଷର
ଆରମ୍ଭରୁ ନିଜ ଭିତରେ ବେହଦର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କରିବ । ବେହଦର ବୈରାଗ୍ୟ ବୃତ୍ତି ।
ତେବେ ଏହି ଦେହର ସ୍ମୃତି ବା ଦେହ ଅଭିମାନର ସ୍ମୃତି, ମଧ୍ୟ ବେହଦର ବୈରାଗ୍ୟ ବୃତ୍ତିର କମୀ ଅଟେ ।
ଛୋଟ ଛୋଟ ବିନାଶୀ କଥା ସବୁ ତୁମର ସ୍ମୃତିକୁ ଟଳମଳ କରି ଦେଉଛି, ଏହାର କାରଣ କ’ଣ? ବେଦହର
ବୈରାଗ୍ୟ ବୃତ୍ତି କମ୍ ଅଛି ଏବଂ ମୋହ ରହିଛି । ବୈରାଗ୍ୟ ନାହିଁ, ମୋହ ଅଛି । ଯେତେବେଳେ
ସମ୍ପୂର୍ଣ୍ଣ ବୈରାଗୀ ହୋଇଯିବ ବୃତ୍ତିରେ ମଧ୍ୟ ବେହଦର ବୈରାଗୀ, ଦୃଷ୍ଟିରେ ମଧ୍ୟ ବେହଦର ବୈରାଗୀ,
ସମ୍ବନ୍ଧ-ସମ୍ପର୍କରେ, ସେବାରେ, ସବୁଥିରେ ବେହଦର ବୈରାଗୀ.... ତେବେ ଯାଇ ମୁକ୍ତିଧାମର ଫାଟକ
ଖୋଲିବ । ଏବେ ତ ଯେଉଁ ଆତ୍ମାମାନେ ବି ଶରୀର ଛାଡି ଯାଉଛନ୍ତି ସେମାନେ ପୁଣି ଜନ୍ମ ନେଉଛନ୍ତି,
ପୁଣି ଦୁଃଖୀ ହେଉଛନ୍ତି । ତେବେ ମୁକ୍ତିଧାମର ଫାଟକ ଖୋଲିବାର ନିମିତ୍ତ ତ ତୁମେମାନେ ହିଁ ଅଟ ନା?
ବ୍ରହ୍ମାବାବାଙ୍କର ସାଥୀ ଅଟ ନା! ତେଣୁ ବେହଦର ବୈରାଗ୍ୟ ବୃତ୍ତି ହେଉଛି ଫାଟକ ଖୋଲିବାର ଚାବୀ
କାଠି । ଏବେ ତ ଚାବୀ ଲାଗି ନାହିଁ, ଚାବୀ ପ୍ରସ୍ତୁତି ମଧ୍ୟ ହୋଇ ନାହିଁ । ବ୍ରହ୍ମାବାବା ମଧ୍ୟ
ଅପେକ୍ଷା କରିଛନ୍ତି । ଆଡଭାନ୍ସ ପାର୍ଟି ମଧ୍ୟ ଅପେକ୍ଷା କରିଛି, ପ୍ରକୃତି ମଧ୍ୟ ଅପେକ୍ଷା କରି
କରି ବହୁତ ଦୁଃଖୀ ହୋଇଗଲାଣି । ମାୟା ମଧ୍ୟ ନିଜର ବିଦାୟ ନେବାର ଦିନ ଗଣୁଛି । ଏବେ କୁହ, ହେ
ମାଷ୍ଟର ସର୍ବଶକ୍ତିବାନ ଆତ୍ମାମାନେ, କୁହ କ’ଣ କରିବ?
ଏହି ବର୍ଷ କିଛି ନା କିଛି
ନବୀନତା ତ କରିବ ନା! ନୂଆ ବର୍ଷରେ କିଛି ନା କିଛି, ନବୀନତା ତ କରିବ ନା! ଯେହେତୁ ନୂଆ ବର୍ଷ ବୋଲି
କହୁଛ ତେଣୁ କିଛି ତ ନବୀନତା କରିବା ଦରକାର ନା! ତେଣୁ ଏବେ ବେହଦର ବୈରାଗ୍ୟ ବୃତ୍ତିର ଏବଂ
ମୁକ୍ତିଧାମକୁ ଯିବାର ଚାବୀ ପ୍ରସ୍ତୁତ କର । ତୁମମାନଙ୍କୁ ତ ପ୍ରଥମେ ମୁକ୍ତିଧାମକୁ ଯିବାକୁ ହେବ
ନା । ବ୍ରହ୍ମାବାବାଙ୍କୁ ତ କଥା ଦେଇଛ ନା - ସାଥୀରେ ଯିବୁ, ସାଥୀରେ ଆସିବୁ, ସାଥୀରେ ରାଜ୍ୟ
କରିବୁ । ସାଥୀ ହୋଇ ଭକ୍ତି କରିବୁ.... । ତେଣୁ ଏବେ ପ୍ରସ୍ତୁତି ଆରମ୍ଭ କର । କ’ଣ ଏହି ବର୍ଷ
କରିବ ନା, ଆଉ ଗୋଟିଏ ବର୍ଷ ଦରକାର? ଯେଉଁମାନେ ଭାବୁଛନ୍ତି ଏହି ବର୍ଷ ଅଧିକରୁ ଅଧିକ ଧ୍ୟାନ ଦେବୁ,
ବାରମ୍ବାର କରିବୁ ସେମାନେ ହାତ ଉଠାଅ । କରିବ ତ? ତାହା ହେଲେ ତ ଆଡଭାନ୍ସ ପାର୍ଟୀ ବାଲା ତୁମକୁ
ବହୁତ ଅଭିନନ୍ଦନ ଦେବେ । ସେମାନେ ମଧ୍ୟ ଥକିଗଲେଣି । ଆଚ୍ଛା ଟୀଚର ମାନେ କ’ଣ କହୁଛନ୍ତି? ପ୍ରଥମ
ଧାଡିବାଲା କ’ଣ କହୁଛନ୍ତି? ପ୍ରଥମେ ତ ପ୍ରଥମ ଧାଡିବାଲା ପାଣ୍ଡବ ଏବଂ ପ୍ରଥମ ଧାଡିବାଲା
ଶକ୍ତିମାନେ ଯେଉଁମାନେ କରିବେ ସେମାନେ ହାତ ଉଠାଅ । ଅଧା ହାତ ଉଠାଅ ନାହିଁ । ଯଦି ଅଧା ହାତ
ଉଠାଇବ ତେବେ କୁହାଯିବ ଅଧା କରିବ । ତେଣୁ ଲମ୍ବା ହାତ ଉଠାଅ । ଆଚ୍ଛା । ଅଭିନନ୍ଦନ, ଅଭିନନ୍ଦନ ।
ଆଚ୍ଛା! ଡିବଲ ବିଦେଶୀମାନେ ହାତ ଉଠାଅ । ପରସ୍ପରକୁ ଦେଖ କିଏ ଉଠାଉ ନାହିଁ । ଆଚ୍ଛା, ସିନ୍ଧୀ
ଗ୍ରୃପବାଲା ମଧ୍ୟ ହାତ ଉଠାଇଛନ୍ତି, ଚମତ୍କାର । ତୁମେମାନେ ମଧ୍ୟ କରିବ? ତେବେ ତ ଡବଲ ଅଭିନନ୍ଦନ
। ବହୁତ ଭଲ କଥା । ପରସ୍ପରକୁ ସହଯୋଗ ଦେଇ, ଶୁଭଭାବନାର ସହିତ ଶିକ୍ଷା-ସାବଧାନୀ ଦେଇ, ହାତରେ ହାତ
ମିଶାଇ ନିଶ୍ଚିତ କରିବୁ । ଆଚ୍ଛା! (ସଭା ଭିତରେ କିଏ ଜଣେ ଶବ୍ଦ କରିଲା) ସମସ୍ତେ ବସିଯାଅ, କିଛି
ନୂଆ କଥା ନୁହେଁ ।
ଏବେ ଏବେ ଗୋଟିଏ
ସେକେଣ୍ଡରେ ବିନ୍ଦୁ ହୋଇ ବିନ୍ଦୁ ବାବାଙ୍କୁ ମନେ ପକାଅ ଏବଂ ଯାହା ବି ହୋଇଥିବ ତାକୁ ବିନ୍ଦୁ
ଲଗାଅ । କ’ଣ ଲଗାଇ ପାରିବ ତ? ବାସ୍ ଗୋଟିଏ ସେକେଣ୍ଡ ଭିତର “ମୁଁ ବାବାଙ୍କର ବାବା ମୋ’ର” ଆଚ୍ଛା!
ଏବେ ଚାରିଆଡର ସମସ୍ତ
ନୂଆ ଯୁଗର ମାଲିକ ପିଲାମାନଙ୍କୁ, ଚାରିଆଡର ନୂତନ ବର୍ଷ ପାଳନ କରିବାର ଉମଙ୍ଗ-ଉତ୍ସାହ ରଖିଥିବା
ପିଲାମାନଙ୍କୁ, ସର୍ବଦା ଉଡିଚାଲ ଏବଂ ଉଡାଇଚାଲ - ଏହିଭଳି ଉଡିବାର କଳାବାଲା ପିଲାମାନଙ୍କୁ,
ସର୍ବଦା ନିଜର ତୀବ୍ର ପୁରୁଷାର୍ଥ ଦ୍ୱାରା ବିଜୟ ମାଳାର ଦାନା ହେଉଥିବା ବିଜୟୀ ରତ୍ନ ମାନଙ୍କୁ
ବାପଦାଦାଙ୍କର ନୂତନ ବର୍ଷ ଏବଂ ନୂତନ ଯୁଗର ଆଶୀର୍ବାଦ ସହିତ ପଦ୍ମଗୁଣା ଥାଳି ଭରି ଭରି ଅଭିନନ୍ଦନ,
ଅଭିନନ୍ଦନ, ଅଭିନନ୍ଦନ । ଗୋଟିଏ ହାତର ତାଳି ବଜାଅ । ଆଚ୍ଛା!
ବରଦାନ:-
ଏକାଗ୍ରତାର
ଅଭ୍ୟାସ ଦ୍ୱାରା ଏକରସ ସ୍ଥିତି ନିର୍ମାଣ କରୁଥିବା ସର୍ବ ସିଦ୍ଧି ସ୍ୱରୂପ ହୁଅ ।
ଯେଉଁଠି ଏକାଗ୍ରତା ରହିଛି
ସେଠାରେ ସ୍ୱତଃ ହିଁ ଏକରସ ସ୍ଥିତି ରହିଛି । ଏକାଗ୍ରତା ଦ୍ୱାରା ସଂକଳ୍ପ, ବାଣୀ ଏବଂ କର୍ମର
ବ୍ୟର୍ଥ ପଣିଆ ସମାପ୍ତ ହୋଇଯାଏ ଏବଂ ସମର୍ଥ ପଣିଆ ଆସିଯାଏ । ତେବେ ଏକାଗ୍ରତାର ଅର୍ଥ ହେଲା ଗୋଟିଏ
ହିଁ ସମର୍ଥ ଅର୍ଥାତ୍ ଶ୍ରେଷ୍ଠ ସଂକଳ୍ପରେ ସ୍ଥିତ ରହିବା । ଯେଉଁ ଗୋଟିଏ ବୀଜ ସଦୃଶ ସଂକଳ୍ପ ଭିତରେ
ସାରା ବୃକ୍ଷରୂପୀ ବିସ୍ତାର ସମାହିତ ଅଟେ । ତେଣୁ ଯଦି ଏକାଗ୍ରତାକୁ ବୃଦ୍ଧି କରିବ ତେବେ ସବୁ
ପ୍ରକାରର ହଲଚଲ୍ ସମାପ୍ତ ହୋଇଯିବ । ସବୁ ସଂକଳ୍ପ, ସବୁ ବାଣୀ ଏବଂ କର୍ମ ସହଜରେ ସିଦ୍ଧ ହୋଇଯିବ ।
ସେଥିପାଇଁ ପ୍ରଥମେ ଏକାନ୍ତବାସୀ ହୁଅ ।
ସ୍ଲୋଗାନ:-
ଗୋଟିଏ ଥର
କରିଥିବା ଭୁଲ୍କୁ ବାରମ୍ବାର ଭାବିବା ଅର୍ଥାତ୍ ଦାଗ ଉପରେ ଦାଗ ଲଗାଇବା, ସେଥିପାଇଁ ବିତିଯାଇଥିବା
କଥାରେ ବିନ୍ଦୁ ଲଗାଇ ଦିଅ ।
ଅବ୍ୟକ୍ତ ଈଶାରା:-
କମ୍ବାଇଣ୍ଡ ରୂପର ସ୍ମୃତି ଦ୍ୱାରା ସଦା ବିଜୟୀ ହୁଅ । ଯେପରି ବର୍ତ୍ତମାନ ସମୟରେ ଆତ୍ମା ଏବଂ
ଶରୀର ଉଭୟ କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ଅଟନ୍ତି । ସେହିପର ତୁମେ ଏବଂ ବାବା ସର୍ବଦା କମ୍ବାଇଣ୍ଡ
ରୁହ । କେବଳ ଏତିକି ମନେ ରଖ “ମେରା ବାବା” । ନିଜର ମସ୍ତକରେ ସର୍ବଦା ସଂଗରେ ରହିବାର ତିଳକ ଲଗାଅ
। ଯିଏ ସୁହାଗ ହୋଇଥାଏ, ସାଥୀରେ ରହିଥାଏ ତାକୁ କେବେ ଭୁଲି ହୁଏ ନାହିଁ । ତେଣୁ ସାଥୀଙ୍କୁ ସର୍ବଦା
ସାଥୀରେ ରଖ । ଯଦି ସର୍ବଦା ସାଥୀରେ ରହିବ ତେବେ ସାଥୀରେ ମଧ୍ୟ ଯିବ । ତେଣୁ ସାଥୀରେ ରହିବାର ଅଛି
ଏବଂ ସାଥୀରେ ଯିବାର ଅଛି । ପ୍ରତି ମୂହୁର୍ତ୍ତରେ, ପ୍ରତ୍ୟେକ ସଂକଳ୍ପରେ ସାଥୀରେ ହିଁ ଅଛନ୍ତି ।
ଏହିଭଳି ଅନୁଭବ କରିବାର ଅଛି ।