13.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ସର୍ବ ପ୍ରଥମେ ପ୍ରତ୍ୟେକଙ୍କୁ ଏହି ମନ୍ତ୍ର ସ୍ପଷ୍ଟ ଭାବରେ ହୃଦୟଙ୍ଗମ କରାଅ ଯେ ତୁମେ ଆତ୍ମା ଅଟ, ତୁମକୁ ବାବାଙ୍କୁ ମନେପକାଇବାକୁ ହେବ, ଯାହା ଦ୍ୱାରା ତୁମର ପାପ ଖଣ୍ଡନ ହେବ ।

ପ୍ରଶ୍ନ:-
ପ୍ରକୃତ ସେବା କଣ, ଯାହାକୁ ତୁମେମାନେ ବର୍ତ୍ତମାନ କରୁଛ?

ଉତ୍ତର:-
ପତିତ ହୋଇଯାଇଥିବା ଭାରତକୁ ପବିତ୍ର କରିବା ହିଁ ପ୍ରକୃତ ସେବା । ଲୋକମାନେ ପଚାରୁଛନ୍ତି ତୁମେ ଭାରତର କି ସେବା କରୁଛ? ତୁମେ ସେମାନଙ୍କୁ କୁହ ଯେ ଆମେ ଶ୍ରୀମତ ଆଧାରରେ ଭାରତର ଏପରି ଆତ୍ମିକ ସେବା କରୁଛୁ ଯାହା ଦ୍ୱାରା ଭାରତ ଦୁଇ ମୁକୁଟଧାରୀ ହୋଇଯାଉଛି । ଭାରତରେ ଯେଉଁ ଶାନ୍ତି ଏବଂ ସମୃଦ୍ଧି ଥିଲା ତାହାର ଆମେ ପୁର୍ନସ୍ଥାପନା କରୁଛୁ ।

ଓମ୍ ଶାନ୍ତି ।
ପ୍ରଥମ ପ୍ରଥମ ପାଠ ହେଉଛି - ପିଲାମାନେ, ନିଜକୁ ଆତ୍ମା ନିଶ୍ଚୟ କର ଅଥବା ମନମନାଭବ । ଏହା ହେଉଛି ସଂସ୍କୃତ ଅକ୍ଷର । ଯେତେବେଳେ ପିଲାମାନେ ସେବା କରୁଛନ୍ତି ସେତେବେଳେ ପ୍ରଥମେ ସମସ୍ତଙ୍କୁ ଶିବବାବାଙ୍କର ପରିଚୟ ଦେବାକୁ ହେବ । ଯେବେ ବି କେହି ଆସୁଛନ୍ତି ତେବେ ତାଙ୍କୁ ପ୍ରଥମେ ଶିବବାବାଙ୍କ ଚିତ୍ର ସମ୍ମୁଖକୁ ନେଇଯାଅ, ଅନ୍ୟ କୌଣସି ଚିତ୍ର ସମ୍ମୁଖକୁ ନିଅ ନାହିଁ । ପ୍ରଥମେ ପ୍ରଥମେ ତାଙ୍କୁ ବାବାଙ୍କ ଚିତ୍ର ସମ୍ମୁଖକୁ ନେଇ କହିବା ଦରକାର ଯେ - ବାବା କହୁଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେପକାଅ । ମୁଁ ତୁମର ପରମପିତା, ପରମ ଶିକ୍ଷକ, ପରମ ଗୁରୁ ମଧ୍ୟ ଅଟେ । ସମସ୍ତଙ୍କୁ ଏହି ପାଠ ଶିଖାଇବାକୁ ହେବ । ଏହିଠାରୁ ହିଁ ଆରମ୍ଭ କରିବାକୁ ହେବ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେପକାଅ, କାହିଁକିନା ତୁମେ ବର୍ତ୍ତମାନ ପତିତ ହୋଇଯାଇଛ ପୁଣି ତୁମକୁ ପବିତ୍ର ସତ୍ତ୍ୱପ୍ରଧାନ ହେବାର ଅଛି । ଏହି ପାଠରେ ହିଁ ସବୁ କଥା ଆସିଯାଉଛି । ସମସ୍ତେ ଏହିପରି କରୁନାହାଁନ୍ତି । ବାବା କହୁଛନ୍ତି - ପ୍ରଥମେ ଶିବବାବାଙ୍କ ଚିତ୍ର ସମ୍ମୁଖକୁ ହିଁ ନେଇଯାଅ ଏବଂ କୁହ ଇଏ ହେଉଛନ୍ତି ବେହଦର ବାବା । ବାବା କହୁଛନ୍ତି - କେବଳ ମୋତେ ମନେପକାଅ । ନିଜକୁ ଆତ୍ମା ନିଶ୍ଚୟ କର ତେବେ ଜୀବନ ନୌକା ପାରି ହୋଇଯିବ । ତାଙ୍କୁ ମନେ ପକାଇ-ପକାଇ ପବିତ୍ର ଦୁନିଆରେ ପହଞ୍ଚି ଯିବାର ଅଛି । ଏହି ପାଠକୁ ଅତି କମ୍‌ରେ ୩ ମିନିଟ୍ ଲେଖାଏଁ ପ୍ରତି ଘଡି ଘଡି ପକ୍କା କରିବାର ଅଛି । ନିଜକୁ ପଚାରିବା ଦରକାର - ମୁଁ ବାବାଙ୍କୁ ମନେ ପକାଉଛି? ବାବା, ବାବା ମଧ୍ୟ ଅଟନ୍ତି, ରଚନାର ରଚୟିତା ମଧ୍ୟ ଅଟନ୍ତି । ବାବା ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି, କାହିଁକି ନା ସିଏ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ପ୍ରଥମେ ପ୍ରଥମେ ତ ଏହି ନିଶ୍ଚୟ କରାଇବା ଉଚିତ୍ । ବାବାଙ୍କୁ ମନେପକାଉଛ? ଏହି ଜ୍ଞାନ ବାବା ହିଁ ଦେଉଛନ୍ତି । (ବ୍ରହ୍ମାବାବା କହୁଛନ୍ତି) ମୁଁ ମଧ୍ୟ ବାବାଙ୍କଠାରୁ ଜ୍ଞାନ ନେଇ ତୁମମାନଙ୍କୁ ଦେଉଛି । ପ୍ରଥମେ ଏହି ମନ୍ତ୍ର ପକ୍କା କରାଇବାକୁ ହେବ - ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେପକାଅ ତେବେ ସନାଥ ହୋଇଯିବ । ଏହା ଉପରେ ହିଁ ସମସ୍ତଙ୍କୁ ବୁଝାଇବାକୁ ହେବ । ଯେ ପର୍ଯ୍ୟନ୍ତ ଏ କଥା ବୁଝିନାହାଁନ୍ତି ସେପର୍ଯ୍ୟନ୍ତ ଆଉ ଆଗକୁ ବଢ ନାହିଁ । ଏହିପରି ବାବାଙ୍କ ପରିଚୟ ଦେବା ପାଇଁ ଦୁଇ ଚାରିଟି ଚିତ୍ର ରହିବା ଦରକାର । ତେବେ ଏହି ଚିତ୍ର ବିଷୟରେ ଭଲ ଭାବରେ ବୁଝାଇବା ଦ୍ୱାରା ସେମାନଙ୍କ ବୁଦ୍ଧିରେ ଆସିଯିବ ଯେ - ଆମକୁ ବାବାଙ୍କୁ ମନେପକାଇବାକୁ ହେବ, ସିଏ ହିଁ ସର୍ବଶକ୍ତିମାନ ଅଟନ୍ତି, ତାଙ୍କୁ ମନେ ପକାଇବା ଦ୍ୱାରା ପାପ କଟିଯିବ । ବାବାଙ୍କର ମହିମା ତ ବହୁତ ସ୍ପଷ୍ଟ । ପ୍ରଥମେ ପ୍ରଥମେ ଏହା ନିଶ୍ଚିତ ବୁଝାଇବା ଦରକାର - ନିଜକୁ ଆତ୍ମା ନିଶ୍ଚୟ କରି କେବଳ ବାବାଙ୍କୁ ମନେପକାଅ, ଦେହର ସବୁ ସମ୍ବନ୍ଧକୁ ଭୁଲିଯାଅ । ମୁଁ ଶିଖ୍ ଧର୍ମର, ମୁଁ ଅମୁକ ଧର୍ମର... ଏ ସବୁ ଛାଡି ଏକମାତ୍ର ବାବାଙ୍କୁ ମନେପକାଇବାକୁ ହେବ । ପ୍ରଥମେ ବୁଦ୍ଧିରେ ଏହି ମୁଖ୍ୟ କଥା ମନେ ରଖ ଯେ ସେହି ବାବା ହିଁ ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତିର ଦାତା । ବାବା ହିଁ ଚରିତ୍ର ସୁଧାରିଥାନ୍ତି । ତେଣୁ ବ୍ରହ୍ମାବାବାଙ୍କର ବିଚାର ଆସୁଛି - ପିଲାମାନେ ପ୍ରଥମ ପାଠ ଠିକ୍ ଭାବରେ ପକ୍କା କରାଉନାହାଁନ୍ତି, ଯାହା ଅତ୍ୟନ୍ତ ଜରୁରୀ । ଯେତେ ଯେତେ ଏହାକୁ ଭଲ ଭାବରେ ବିଚାର ସାଗର ମନ୍ଥନ କରିବ ସେତେ ବୁଦ୍ଧିରେ ଧାରଣ ହେବ । ବାବାଙ୍କର ପରିଚୟ ଦେବାରେ ଭଲେ ୫ ମିନିଟ୍ ସମୟ ଲାଗିଯାଉ ତଥାପି ମଧ୍ୟ ସେଥିରୁ ଓହରି ଯିବାର ନାହିଁ । ସେମାନେ ବହୁତ ରୁଚିର ସହିତ ମହିମା ଶୁଣିବେ । ବାବାଙ୍କ ଚିତ୍ର ହେଉଛି ମୁଖ୍ୟ । ଏହି ଚିତ୍ର ସମ୍ମୁଖରେ ଧାଡି ଲାଗିବା ଦରକାର । ବାବାଙ୍କର ସନ୍ଦେଶ ସମସ୍ତଙ୍କୁ ଦେବା ଦରକାର । ପୁଣି ତାପରେ ରଚନାର ଜ୍ଞାନ ଦେବା ଦରକାର ଯେ ଏହି ଚକ୍ର କିପରି ଘୂରୁଛି । ଯେପରି ମସଲାକୁ କୁଟି କୁଟି ଏକଦମ୍ ଗୁଣ୍ଡ କରାଯାଇଥାଏ ନା । ତୁମର ଏହା ହେଲା ଈଶ୍ୱରୀୟ ମିଶନ୍‌, ତେଣୁ ତୁମକୁ ଗୋଟିଏ ଗୋଟିଏ କଥାକୁ ବୁଦ୍ଧିରେ ଭଲ ଭାବରେ ଧାରଣ କରାଇବାକୁ ହେବ, କାହିଁକିନା ଦୁନିଆର ମନୁଷ୍ୟମାନେ ବାବାଙ୍କୁ ନ ଜାଣିବା କାରଣରୁ ଅନାଥ ହୋଇଯାଇଛନ୍ତି । ସମସ୍ତଙ୍କୁ ପରିଚୟ ଦେବାକୁ ହେବ ଯେ ବାବା ହେଉଛନ୍ତି - ପରମପିତା, ପରମ ଶିକ୍ଷକ ଏବଂ ପରମ ଗୁରୁ । ଏହି ତିନୋଟି ମହିମା କହିବା ଦ୍ୱାରା ସର୍ବବ୍ୟାପୀର କଥା ବୁଦ୍ଧିରୁ ବାହାରିଯିବ । ଏହି କଥାକୁ ପ୍ରଥମେ ବୁଦ୍ଧିରେ ଧାରଣ କରାଅ ଯେ - ବାବାଙ୍କୁ ମନେପକାଇବାକୁ ହେବ ତେବେ ଯାଇ ତୁମେ ପତିତରୁ ପବିତ୍ର ହୋଇପାରିବ । ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ । ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତୁମକୁ ଅନ୍ୟମାନଙ୍କୁ ବାବାଙ୍କର ସ୍ମୃତି ଦେବାକୁ ପଡିବ । ସେଥିରେ ତୁମମାନଙ୍କର ହିଁ କଲ୍ୟାଣ ହେବ । ତୁମେମାନେ ମଧ୍ୟ ମନମନାଭବ ହୋଇ ରହିପାରିବ ।

ତୁମେମାନେ ହେଉଛ ବାବାଙ୍କର ସନ୍ଦେଶ ବାହକ, ତେଣୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । କେହି ଜଣେ ବି ମନୁଷ୍ୟ ନାହାଁନ୍ତି, ଯାହାଙ୍କୁ ଏହା ଜଣାଅଛି ଯେ ବାବା ଆମର ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି । ସେମାନେ ବାବାଙ୍କର ପରିଚୟ ଶୁଣିଲେ ବହୁତ ଖୁସି ହୋଇଯିବେ । ଭଗବାନୁବାଚ - କେବଳ ମୋତେ ମନେପକାଅ, ତେବେ ତୁମର ପାପ କଟିଯିବ । ଏକଥା ମଧ୍ୟ ତୁମେ ଜାଣିଛ । ଗୀତା ସାଥୀରେ ମହାଭାରତ ଲଢ଼େଇ ବିଷୟରେ ମଧ୍ୟ କୁହାଯାଇଛି, କିନ୍ତୁ ବାସ୍ତବରେ ତେବେ ସେଭଳି ଲଢ଼େଇର ତ କିଛି କଥା ହିଁ ନାହିଁ । ତୁମର ଲଢ଼େଇ ହେଉଛି ହିଁ ବାବାଙ୍କ ସହିତ ଯୋଗ ଲଗାଇବାରେ । ପାଠପଢ଼ା ତ ଅଲଗା, ବାକି ଲଢ଼େଇ ହେଉଛି ବାବାଙ୍କୁ ମନେପକାଇବାରେ କାରଣ ସମସ୍ତେ ଦେହ ଅଭିମାନୀ ଅଟନ୍ତି । ତୁମେ ବର୍ତ୍ତମାନ ହେଉଛ ଦେହୀ-ଅଭିମାନୀ । ବାବାଙ୍କୁ ତୁମେମାନେ ହିଁ ମନେପକାଉଛ । ପ୍ରଥମେ ପ୍ରଥମେ ଏହା ପକ୍କା କରାଅ ଯେ ସିଏ ହିଁ ଆମର ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି । ତେବେ ବର୍ତ୍ତମାନ ଆମେ ତାଙ୍କ କଥା ଶୁଣିବୁ ନା ତୁମ କଥା ଶୁଣିବୁ? ବାବା କହୁଛନ୍ତି - ପିଲାମାନେ, ଏବେ ତୁମକୁ ପୁରା ପୁରା ଶ୍ରୀମତ ପାଳନ କରି ଶ୍ରେଷ୍ଠ ହେବାକୁ ପଡିବ । ମୁଁ ତୁମର ଏହି ସେବା କରୁଛି । ତୁମେ ଈଶ୍ୱରୀୟ ମତରେ ପରିଚାଳିତ ହୁଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ । ବାବାଙ୍କର ଶ୍ରୀମତ ହେଉଛି - କେବଳ ମୋତେ ମନେପକାଅ । ତୁମକୁ ସୃଷ୍ଟିଚକ୍ର ବିଷୟରେ ଯିଏ ବୁଝାଉଛନ୍ତି, ତାଙ୍କରି ହିଁ ଏହି ମତ ମଧ୍ୟ ଅଟେ । ତୁମେ ଯଦି ପବିତ୍ର ହେବ ଏବଂ ବାବାଙ୍କୁ ମନେପକାଇବ ତେବେ ବାବା କହୁଛନ୍ତି ମୁଁ ତୁମକୁ ସାଥିରେ ନେଇଯିବି । ବାବା ବେହଦର ରୁହାନୀ ପଣ୍ଡା ମଧ୍ୟ ଅଟନ୍ତି । ତାଙ୍କୁ ଡାକୁଛନ୍ତି ମଧ୍ୟ - ହେ ପତିତ ପାବନ, ଆମକୁ ପାବନ କରି ଏହି ପତିତ ଦୁନିଆରୁ ନେଇଯାଅ । ଦୁନିଆରେ ହେଉଛନ୍ତି ଶାରୀରିକ ପଣ୍ଡା ଏବଂ ଇଏ ହେଉଛନ୍ତି ଆତ୍ମିକ ପଣ୍ଡା । ଶିବବାବା ଆମକୁ ପାଠ ପଢ଼ାଉଛନ୍ତି । ବାବା ତୁମମାନଙ୍କୁ ବି କହୁଛନ୍ତି ଚାଲିବା, ବୁଲିବା, ଉଠିବା ସମୟରେ ବାବାଙ୍କୁ ମନେପକାଉଥାଅ । ଏଥିରେ ନିଜକୁ କ୍ଲାନ୍ତ ଅନୁଭବ କରିବା ଦରକାର ନାହିଁ । ବାବା ଦେଖୁଛନ୍ତି - କେବେ କେବେ ପିଲାମାନେ ସକାଳୁ ସକାଳୁ ଆସି ବସୁଛନ୍ତି, ତେବେ ସେମାନେ ନିଶ୍ଚିତ ଥକିଯାଉଥିବେ । ଏହା ତ ସହଜ ମାର୍ଗ ଅଟେ । ହଠ ଅର୍ଥାତ୍ ଜବରଦସ୍ତ ବସିବାର ନାହିଁ । ଭଲେ ଚକ୍କର ଲଗାଅ, ଭ୍ରମଣ କର, କିନ୍ତୁ ବହୁତ ରୁଚିର ସହିତ ବାବାଙ୍କୁ ମନେପକାଅ । ମନ ଭିତରେ ବାବା ବାବା କହି ଖୁସିରେ ନାଚି ଉଠିବା ଦରକାର । ତେବେ ଖୁସିରେ ସେହିମାନେ ହିଁ ନାଚି ପାରିବେ ଯେଉଁମାନେ ସବୁବେଳେ ବାବାଙ୍କୁ ମନେପକାଉଥିବେ । କିଛି କିଛି ବ୍ୟର୍ଥ କଥା ଯାହା ବୁଦ୍ଧିରେ ରହିଛି ତାକୁ ବାହାର କରିଦେବା ଉଚିତ୍ । ବାବାଙ୍କ ସାଥିରେ ଯଦି ଅତି ସ୍ନେହ ଥିବ ତେବେ ସେହି ଅତିନ୍ଦ୍ରିୟ ସୁଖର ଅନୁଭବ ହେଉଥାଉ । ଯେବେ ତୁମେ ବାବାଙ୍କୁ ମନେ ପକାଇ ଚାଲିବ ତେବେ ଯାଇ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ପୁଣି ତୁମର ଖୁସିର ପାରାବାର ରହିବ ନାହିଁ । ଏହି ସବୁ କଥାର ବର୍ଣ୍ଣନା ଏହିଠାରେ ହୋଇଥାଏ ତେଣୁ ଗାୟନ ମଧ୍ୟ ରହିଛି - ଅତିନ୍ଦ୍ରିୟ ସୁଖ ବିଷୟରେ ଗୋପ ଗୋପୀମାନଙ୍କୁ ପଚାର, ଯେଉଁମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି ।

ଭଗବାନୁବାଚ - ମୋତେ ମନେପକାଅ । ସମସ୍ତଙ୍କୁ ବାବାଙ୍କର ମହିମା ହିଁ ଶୁଣାଇବାକୁ ହେବ । ସଦ୍‌ଗତିର ବର୍ସା ତ ଏକମାତ୍ର ବାବାଙ୍କଠାରୁ ମିଳୁଛି । ସମସ୍ତଙ୍କୁ ନିଶ୍ଚିତ ରୂପେ ସଦ୍‌ଗତି ମିଳିଥାଏ । ପ୍ରଥମେ ସମସ୍ତେ ଶାନ୍ତିଧାମକୁ ଯିବେ । ତୁମ ବୁଦ୍ଧିରେ ଏହା ରହିବା ଦରକାର ଯେ ବାବା ଆମକୁ ସଦ୍‌ଗତି ପ୍ରାପ୍ତ କରାଉଛନ୍ତି । ଶାନ୍ତିଧାମ, ସୁଖଧାମ କାହାକୁ କୁହାଯାଏ - ଏହା ତ ତୁମମାନଙ୍କୁ ବୁଝାଯାଇଛି । ଶାନ୍ତିଧାମରେ ସବୁ ଆତ୍ମାମାନେ ରହିଥାଆନ୍ତି । ତାହା ହେଉଛି ସ୍ୱିଟ୍ ହୋମ୍‌, ସାଇଲେନ୍ସ ହୋମ୍ (ମିଠା ଘର, ଶାନ୍ତିର ଘର), ଶାନ୍ତିର ସ୍ତମ୍ଭ । ତାକୁ ଏହି ଆଖିରେ କେହି ଦେଖିପାରିବେ ନାହିଁ । ଯେଉଁ ଜିନିଷକୁ ଖାଲି ଆଖିରେ ଦେଖି ହେଉଛି ସେ ସମ୍ବନ୍ଧରେ ବୈଜ୍ଞାନିକମାନଙ୍କର ବୁଦ୍ଧି ଚାଲୁଛି । ଆତ୍ମାକୁ ତ ଏହି ଆଖି ଦ୍ୱାରା କେହି ଦେଖିପାରିବେ ନାହିଁ । କେବଳ ଅନୁଭବ କରିପାରିବେ । ଯଦି ଆତ୍ମାକୁ ହିଁ ଦେଖିପାରୁନାହାଁନ୍ତି ତେବେ ଆତ୍ମାର ପିତା ବାବାଙ୍କୁ କିପରି ଦେଖି ପାରିବେ । ଏହା ବୁଝିବାର କଥା ନା । ତାଙ୍କୁ ଏହି ଆଖିରେ ଦେଖି ହେବ ନାହିଁ । ଭଗବାନୁବାଚ - ମୋତେ ମନେପକାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ଏ କଥା କିଏ କହିଲେ? ମନୁଷ୍ୟ ଭଲ ଭାବରେ ନ ବୁଝିବା ଦ୍ୱାରା ଶ୍ରୀକୃଷ୍ଣଙ୍କର ନାମ କହିଦେଉଛନ୍ତି । କୃଷ୍ଣଙ୍କୁ ତ ବହୁତ ମନେ ପକାଉଛନ୍ତି । ଦିନକୁ ଦିନ ବ୍ୟଭିଚାରୀ ହୋଇ ଚାଲିଛନ୍ତି ଅର୍ଥାତ୍ ଅନେକଙ୍କୁ ମନେ ପକାଉଛନ୍ତି । ଭକ୍ତିରେ ମଧ୍ୟ ପ୍ରଥମେ ଏକମାତ୍ର ଶିବଙ୍କର ହିଁ ଭକ୍ତି କରୁଥିଲେ । ତାହା ଥିଲା ଅବ୍ୟଭିଚାରୀ ଭକ୍ତି, ପୁଣି ତାପରେ ଲକ୍ଷ୍ମୀ ନାରାୟଣଙ୍କର ଭକ୍ତି କଲେ... କିନ୍ତୁ ସବୁଠାରୁ ଉଚ୍ଚ ହେଉଛନ୍ତି ଭଗବାନ । ସିଏ ହିଁ ବିଷ୍ଣୁ ହେବାର ସମ୍ପତ୍ତି ଦେଉଛନ୍ତି । ତୁମେମାନେ ପ୍ରଥମେ ଶିବବଂଶୀ ହେଉଛ ପୁଣି ତାପରେ ବିଷ୍ଣୁପୁରୀର ମାଲିକ ହେଉଛ । ତୁମେ ଯେତେବେଳେ ପ୍ରଥମ ପାଠକୁ ଭଲ ଭାବରେ ପକ୍କା କରୁଛ ସେତେବେଳେ ତୁମର ମାଳା ତିଆରି ହେଉଛି । କାରଣ ବାବାଙ୍କୁ ମନେପକାଇବା କିଛି କମ୍ କଥା ନୁହେଁ । ମନ ବୁଦ୍ଧିକୁ ସବୁ ଆଡୁ ହଟାଇ କେବଳ ଜଣଙ୍କ ସହିତ ଲଗାଇବାକୁ ହେବ । ଯାହା କିଛି ଏହି ଆଖିରେ ଦେଖୁଛ ସେଥିରୁ ବୁଦ୍ଧିଯୋଗ ହଟାଇ ଦିଅ ।

ବାବା କହୁଛନ୍ତି - କେବଳ ମୋତେ ମନେପକାଅ, ଏଥିରେ ଦ୍ୱନ୍ଦ୍ୱରେ ପଡିବାର ନାହିଁ । ଯାହାଙ୍କର ସମସ୍ତେ ମହିମା କରୁଛନ୍ତି, ସିଏ ଏହି ବ୍ରହ୍ମାଙ୍କ ରଥରେ ବସିଛନ୍ତି, ସିଏ ହେଉଛନ୍ତି ନିରାକାର । ଏହି ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଘଡି ଘଡି ଏହା ମନେପକାଇ ଦେଉଛନ୍ତି କି ତୁମେ ମନମନାଭବ ହୋଇ ରୁହ ଅର୍ଥାତ୍ ତୁମେ ସମସ୍ତଙ୍କର ଉପକାର କରୁଛ । ତୁମେ ଭୋଜନ ପ୍ରସ୍ତୁତକାରୀଙ୍କୁ ମଧ୍ୟ କହୁଛ - ଶିବବାବାଙ୍କ ସ୍ମୃତିରେ ରହି ଭୋଜନ ତିଆରି କର ତେବେ ଖାଇଲାବାଲାଙ୍କର ବୁଦ୍ଧି ଶୁଦ୍ଧ ହୋଇଯିବ । ତେଣୁ ପରସ୍ପରକୁ ମନେ ପକାଇ ଦେବାକୁ ହେବ । ପ୍ରତ୍ୟେକ ଆତ୍ମା କିଛି ନା କିଛି ସମୟ ବାବାଙ୍କୁ ମନେ ପକାଉଛନ୍ତି । କେହି ଅଧଘଣ୍ଟା ଯୋଗରେ ବସୁଛନ୍ତି, କେହି ୧୦ ମିନିଟ୍ ବସୁଛନ୍ତି । ଆଚ୍ଛା, ଯଦି ୫ ମିନିଟ୍ ବାବାଙ୍କୁ ସ୍ନେହର ସହିତ ମନେପକାଇବ ତେବେ ମଧ୍ୟ ରାଜଧାନୀରେ ଆସିଯିବ । ରାଜା ରାଣୀ ସର୍ବଦା ସମସ୍ତଙ୍କୁ ସ୍ନେହ କରିଥାନ୍ତି । ତୁମେ ମଧ୍ୟ ସ୍ନେହର ସାଗର ହେଉଛ, ସେଥିପାଇଁ ତୁମର ସମସ୍ତଙ୍କ ପ୍ରତି ସ୍ନେହ ରହୁଛି । କେବଳ ସ୍ନେହ ହିଁ ସ୍ନେହ ରହିଥାଏ । ବାବା ସ୍ନେହର ସାଗର ଅଟନ୍ତି ତେଣୁ ପିଲାମାନଙ୍କର ମଧ୍ୟ ଏହିପରି ସ୍ନେହ ରହିଥାଏ ଏବଂ ସେଠାରେ (ସତ୍ୟଯୁଗରେ) ମଧ୍ୟ ଏହିପରି ସ୍ନେହ ରହିବ । ରାଜା ରାଣୀଙ୍କର ମଧ୍ୟ ବହୁତ ସ୍ନେହ ରହିଥାଏ । ପିଲାମାନଙ୍କର ମଧ୍ୟ ବହୁତ ସ୍ନେହ ରହିଥାଏ । ତେବେ ଏହି ସ୍ନେହ ମଧ୍ୟ ବେହଦର ଅଟେ । ଏଠାରେ ତ ସ୍ନେହର ନାମ ଗନ୍ଧ ହିଁ ନାହିଁ, କେବଳ ଦୁଃଖ ହିଁ ଦୁଃଖ ରହିଛି । କିନ୍ତୁ ସ୍ୱର୍ଗରେ କାମ ବିକାର ରୂପୀ ହିଂସା ହିଁ ନ ଥାଏ, ସେଥିପାଇଁ ଗାୟନ ହୋଇଛି ଭାରତର ମହିମା ଅପରମ ଅପାର । ଭାରତ ପରି ପବିତ୍ର ଦେଶ ଅନ୍ୟ ଦେଶ ହୋଇପାରିବ ନାହିଁ । ଏହା ହେଉଛି ସବୁଠାରୁ ବଡ ତୀର୍ଥ ସ୍ଥାନ । ବାବା ଏହି ଭାରତକୁ ଆସି ସମସ୍ତଙ୍କର ସେବା କରୁଛନ୍ତି, ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି । ମୁଖ୍ୟ ହେଉଛି ପାଠପଢ଼ା । ତୁମକୁ କେହି କେହି ପଚାରୁଛନ୍ତି - ତୁମେ ଭାରତର କି ସେବା କରୁଛ? ତାଙ୍କୁ କୁହ, ତୁମେ ଚାହୁଁଛ ନା ଭାରତ ପବିତ୍ର ହେଉ, ଏବେ ଭାରତ ପତିତ ହୋଇ ଯାଇଛି, ତେଣୁ ଆମେ ଶ୍ରୀମତ ଅନୁସାରେ ଭାରତକୁ ପବିତ୍ର କରୁଛୁ । ସମସ୍ତଙ୍କୁ କହୁଛୁ - ବାବାଙ୍କୁ ମନେପକାଅ ତେବେ ପତିତରୁ ପବିତ୍ର ହୋଇଯିବ । ଏହି ଆତ୍ମିକ ସେବା ଆମେମାନେ କରୁଛୁ । ଭାରତ ଯିଏକି ଶ୍ରେଷ୍ଠ ଥିଲା, ସେଠାରେ ଯେଉଁ ଶାନ୍ତି, ସମୃଦ୍ଧି ଥିଲା ତାହା ପୁଣି ଥରେ ଡ୍ରାମାର ପ୍ଲାନ୍ ଅନୁସାରେ କଳ୍ପ ପୂର୍ବ ଭଳି ଶ୍ରୀମତ ଆଧାରରେ ସ୍ଥାପନା କରୁଛୁ । ଏହି ଅକ୍ଷରକୁ ଭଲ ଭାବରେ ସ୍ମୃତିରେ ରଖ । ମନୁଷ୍ୟମାନେ ମଧ୍ୟ ଚାହୁଁଛନ୍ତି ଯେ ବିଶ୍ୱରେ ଶାନ୍ତି ହେଉ । ତାହା ହିଁ ଆମେ କରୁଛୁ । ଭଗବାନୁବାଚ - ବାବା ଆମ ସନ୍ତାନମାନଙ୍କୁ ବୁଝାଇ ଚାଲିଛନ୍ତି ଯେ, କେବଳ ମୋତେ ମନେପକାଅ । ତୁମେ ବାବାଙ୍କୁ କେତେ ମନେପକାଉଛ ଏକଥା ମଧ୍ୟ ବାବାଙ୍କୁ ଜଣା ଅଛି । ଏହିଥିରେ ହିଁ ପରିଶ୍ରମ କରିବାକୁ ହେବ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ତୁମର କର୍ମାତୀତ ଅବସ୍ଥାକୁ ଆସିଯିବ । ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ମଧ୍ୟ ହେବାକୁ ପଡିବ । ଏହାର ଅର୍ଥ ମଧ୍ୟ କାହାର ବୁଦ୍ଧିରେ ନାହିଁ । ଶାସ୍ତ୍ରମାନଙ୍କରେ ତ କେତେ କଥା ଲେଖି ଦେଇଛନ୍ତି । ଏବେ ବାବା କହୁଛନ୍ତି - ତୁମେ ଯାହା କିଛି ପଢ଼ିଛ ସେ ସବୁକୁ ଭୁଲି ଯିବାକୁ ହେବ, ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ । ତାହା ହିଁ ସାଥିରେ ଯିବ, ଆଉ କିଛି ବି ସାଥିରେ ଯିବ ନାହିଁ । ଏହି ବାବାଙ୍କର ଜ୍ଞାନ ହିଁ ତୁମ ସାଥିରେ ଯିବ । ସେଥିପାଇଁ ହିଁ ତୁମେ ସମସ୍ତେ ପ୍ରଚେଷ୍ଟା କରୁଛ ।

ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ କିଛି କମ୍ ଭାବ ନାହିଁ । ଯେତେ ଛୋଟ ସେତେ ବାବାଙ୍କର ନାମ ବିଖ୍ୟାତ କରିପାରିବେ । ଛୋଟ ଛୋଟ କନ୍ୟାମାନେ ଯଦି ବଡ ବଡ ବୟସ୍କ ଲୋକମାନଙ୍କୁ ଜ୍ଞାନ ବୁଝାଇବେ ତେବେ କମାଲ୍ କରି ଦେଖାଇ ପାରିବେ । ସେମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ । ତାଙ୍କୁ ଯଦି କେହି କୌଣସି ପ୍ରଶ୍ନ ପଚାରିବେ ତେବେ ସେ ତାହାର ଉତ୍ତର ଦେଇପାରୁଥିବେ ତାଙ୍କୁ ଏହିପରି ପ୍ରସ୍ତୁତ କର । ପୁଣି ଯେଉଁ ଯେଉଁ ସ୍ଥାନରେ ସେବାକେନ୍ଦ୍ର ମାନ ଅଛି ବା ମ୍ୟୁଜିୟମ୍ ଅଛି ସେହିଠାକୁ ତାଙ୍କୁ ପଠାଇ ଦିଅ । ଏଭଳି ଗ୍ରୁପ୍ ପ୍ରସ୍ତୁତ କର । ବର୍ତ୍ତମାନ ହିଁ ଏହି ସେବା କରିବାର ସମୟ । ଏହିଭଳି ଭାବେ ସେବା କର । ବୟସ୍କ ଲୋକମାନଙ୍କୁ ଯଦି ଛୋଟ କୁମାରୀମାନେ ବୁଝାଇବେ ତେବେ କମାଲ୍ ହୋଇଯିବ । ଯଦି କେହି ପଚାରନ୍ତି ତୁମେ କାହାର ସନ୍ତାନ? ତାଙ୍କୁ କୁହ - ଆମେ ଶିବବାବାଙ୍କର ସନ୍ତାନ ଅଟୁ । ସିଏ ନିରାକାର ଅଟନ୍ତି । ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମକୁ ପାଠ ପଢ଼ାଉଛନ୍ତି । ଏହି ପାଠପଢ଼ା ଦ୍ୱାରା ହିଁ ଆମକୁ ଲକ୍ଷ୍ମୀ ନାରାୟଣଙ୍କ ଭଳି ହେବାର ଅଛି । ସତ୍ୟଯୁଗ ଆଦିରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ନା । ତେବେ ଏମାନଙ୍କୁ ଏପରି ଶ୍ରେଷ୍ଠ କିଏ କରିଲା? ସେମାନେ ନିଶ୍ଚିତ ଏଭଳି କିଛି କର୍ମ କରିଥିବେ ନା । ବାବା ଆସି କର୍ମ-ଅକର୍ମ-ବିକର୍ମର ଗତି ଶୁଣାଉଛନ୍ତି । ଶିବବାବା ଆମକୁ ପାଠ ପଢ଼ାଉଛନ୍ତି । ସିଏ ଆମର ପିତା, ଶିକ୍ଷକ, ଗୁରୁ ଅଟନ୍ତି । ତେଣୁ ବାବା ବୁଝାଉଛନ୍ତି ସେହି ଗୋଟିଏ ମୁଖ୍ୟ କଥା ବିଷୟରେ ବୁଝାଇବା ଦରକାର । ପ୍ରଥମେ ଯଦି ଅଲଫ୍‌(ବାବା)ଙ୍କୁ ଜାଣି ଯିବେ ତେବେ ଆଉ ଏତେ ପ୍ରଶ୍ନ ଆଦି କେହି ପଚାରିବେ ନାହିଁ । ଅଲଫ୍‌ଙ୍କ ଚିତ୍ର ବୁଝାଇବା ବଦଳରେ ଯଦି ଅନ୍ୟ ଚିତ୍ର ଉପରେ ବୁଝାଇବ ତେବେ ତୁମର ମୁଣ୍ଡ ଖରାପ କରିଦେବେ । ତେଣୁ ପ୍ରଥମେ ଅଲଫଙ୍କର ପରିଚୟ ଦିଅ । ଆମେ ତାଙ୍କରି ଶ୍ରୀମତ ଅନୁସାରେ ପରିଚାଳିତ ହେଉଛୁ । ଏମିତି ମଧ୍ୟ ଅନେକ ବାହାରିବେ ଯିଏକି କହିବେ ଆମେ ଅଲଫଙ୍କୁ ଜାଣିଗଲୁ ବାକି ଏହି ଚିତ୍ର ଆଦି ଦେଖିବା କଣ ଦରକାର । ଆମେ ଅଲଫଙ୍କୁ ଜାଣିଗଲୁ ଅର୍ଥାତ୍ ସବୁକିଛି ଜାଣିଗଲୁ । ସେମାନଙ୍କୁ ଯେପରି ଭିକ୍ଷା ମିଳିଗଲା ସେଥିରେ ସନ୍ତୁଷ୍ଟ ହୋଇଯାଆନ୍ତି । ତୁମେ ଫାଷ୍ଟକ୍ଲାସ୍ ଭିକ୍ଷା ଦେଉଛ । ବାବାଙ୍କର ପରିଚୟ ଦେବା ଦ୍ୱାରା ହିଁ ସେମାନେ ବାବାଙ୍କୁ ଯେତେ ମନେପକାଇବେ ସେତେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅତିନ୍ଦ୍ରୀୟ ସୁଖର ଅନୁଭବ କରିବା ପାଇଁ ମନ ଭିତରେ ବାବା-ବାବା ଶବ୍ଦ ଅନବରତ ଶୁଭୁଥାଉ । ବାଧ୍ୟବାଧକତାରେ ନୁହେଁ କିନ୍ତୁ ଆଗ୍ରହର ସହିତ ଚାଲିବା-ବୁଲିବା ସମୟରେ ବାବାଙ୍କୁ ମନେ ପକାଅ । ବୁଦ୍ଧିକୁ ସବୁଆଡୁ ବିଚ୍ଛିନ୍ନ କରି ଜଣଙ୍କ ସହିତ ଯୋଡି ଦିଅ ।

(୨) ଯେପରି ବାବା ସ୍ନେହର ସାଗର ଅଟନ୍ତି ସେହିପରି ବାବାଙ୍କ ସମାନ ସ୍ନେହର ସାଗର ହେବାକୁ ପଡିବ । ସମସ୍ତଙ୍କର ଉପକାର କରିବାକୁ ପଡିବ । ନିଜେ ବାବାଙ୍କ ସୃତିରେ ରହିବା ସହିତ ସମସ୍ତଙ୍କୁ ବାବାଙ୍କର ସ୍ମରଣ କରାଇବାକୁ ହେବ ।

ବରଦାନ:-
ଶାନ୍ତିର ଶକ୍ତିର ସାଧନ ଦ୍ୱାରା ସାରା ବିଶ୍ୱକୁ ଶାନ୍ତ କରୁଥିବା ଆତ୍ମିକ ଶସ୍ତ୍ରଧାରୀ ହୁଅ ।

ଶାନ୍ତିର ଶକ୍ତିର ସାଧନଗୁଡିକ ହେଲା ଶୁଭ ସଂକଳ୍ପ, ଶୁଭ ଭାବନା ଏବଂ ନୟନର ଭାଷା । ଯେପରି ମୁଖର ଭାଷା ଦ୍ୱାରା ବାବାଙ୍କର ବା ରଚନା ଅର୍ଥାତ୍ ସାରା ସୃଷ୍ଟିର ପରିଚୟ ଦେଉଛ ସେହିପରି ଶାନ୍ତିର ଶକ୍ତି ଆଧାରରେ ନୟନର ଭାଷା ଦ୍ୱାରା ମଧ୍ୟ ବାବାଙ୍କର ଅନୁଭବ କରାଇପାରିବ । ସ୍ଥୂଳ ରୂପରେ ସେବା କରିବାର ସାଧନଠାରୁ ଶାନ୍ତିର ଶକ୍ତି ଅତି ଶ୍ରେଷ୍ଠ ଅଟେ । ଆତ୍ମିକ ସେନାବାହିନୀର ଏହା ହିଁ ହେଉଛି ବିଶେଷ ଶସ୍ତ୍ର - ଏହି ଶସ୍ତ୍ର ଦ୍ୱାରା ଅଶାନ୍ତ ବିଶ୍ୱକୁ ଶାନ୍ତ କରିପାରିବ ।

ସ୍ଲୋଗାନ:-
ନିଜେ ନିର୍ବିଘ୍ନ ରହିବା ଏବଂ ଅନ୍ୟମାନଙ୍କୁ ନିର୍ବିଘ୍ନ କରିବା - ଏହା ହିଁ ହେଉଛି ପ୍ରକୃତ ସେବାର ପ୍ରମାଣ ।