13.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ବେହଦର ଖେଳରେ ତୁମେ ଆତ୍ମା ରୂପୀ ଅଭିନେତା ମାନେ ପାର୍ଟଧାରୀ ଅଟ, ତୁମମାନଙ୍କର ନିବାସ ସ୍ଥାନ
ହେଉଛି-ସୁଇଟ୍ ସାଇଲେନ୍ସ ହୋମ୍ ଅର୍ଥାତ୍ ଶାନ୍ତିଧାମ, ଯେଉଁଠାକୁ ଏବେ ଯିବାକୁ ହେବ ।’’
ପ୍ରଶ୍ନ:-
ଯେଉଁମାନେ
ଡ୍ରାମାର ଖେଳକୁ ଯଥାର୍ଥ ଭାବରେ ଜାଣିଛନ୍ତି, ସେମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରି ପାରିବ ନାହିଁ?
ଉତ୍ତର:-
ଏହା ଏପରି ହୋଇ ନ ଥିଲେ ଏପରି ହୋଇଥାନ୍ତା.. ଏପରି ହେବା ଉଚିତ୍ ନୁହେଁ - ଡ୍ରାମାର ଖେଳକୁ
ଜାଣିଥିବା ଆତ୍ମାମାନେ ଏପରି ଶବ୍ଦ କେବେ ବି କହିବେ ନାହିଁ । ତୁମେ ପିଲାମାନେ ଜାଣିଛ ଏହି
ଡ୍ରାମାର ଖେଳ ଉକୁଣୀ ସଦୃଶ ଧିରେ ଧିରେ ଘୂରି ଚାଲିଛି, ଯାହା କିଛି ହେଉଛି ସବୁ ଡ୍ରାମାରେ
ନିଧାର୍ଯ୍ୟ ଅଛି, ତେଣୁ ଚିନ୍ତା କରିବାର କୌଣସି କଥା ନାହିଁ ।
ଓମ୍ ଶାନ୍ତି ।
ବାବା ଆସି
ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି ତେଣୁ ପିଲାମାନଙ୍କୁ ନିଜର ପରିଚୟ ମଧ୍ୟ ମିଳିଯାଉଛି । ସବୁ
ସନ୍ତାନମାନେ ବହୁତ ସମୟ ଦେହ-ଅଭିମାନୀ ହୋଇ ରହୁଛନ୍ତି । ଯଦି ଦେହୀ-ଅଭିମାନୀ ହୋଇଥା’ନ୍ତେ ତେବେ
ବାବାଙ୍କର ଯଥାର୍ଥ ପରିଚୟ ମଧ୍ୟ ଜାଣିଥାନ୍ତେ । କିନ୍ତୁ ଡ୍ରାମାରେ ଏପରି ନାହିଁ । ଯଦିଓ
କହୁଛନ୍ତି ଯେ ଭଗବାନ ଗଡ୍ ଫାଦର, ରଚୟିତା ଅଟନ୍ତି, କିନ୍ତୁ ତାଙ୍କୁ ଜାଣି ନାହାଁନ୍ତି ।
ଶିବଲିଙ୍ଗର ଚିତ୍ର ମଧ୍ୟ ରହିଛି, କିନ୍ତୁ ସେ ତ ଏତେ ବଡ ନୁହଁନ୍ତି । ଯଥାର୍ଥ ଭାବରେ ନ ଜାଣିବା
କାରଣରୁ ବାବାଙ୍କୁ ଭୁଲିଯାଇଛନ୍ତି । ବାବା ରଚୟିତା ତେଣୁ ସିଏ, ନିଶ୍ଚୟ ନୂଆ ଦୁନିଆ ହିଁ ରଚନା
କରିବେ, ତେବେ ନିଶ୍ଚୟ ଆମମାନଙ୍କୁ ନୂଆ ଦୁନିଆର ରାଜଧାନୀର ବର୍ସା ମିଳିବା ଦରକାର । ସ୍ୱର୍ଗର
ନାମ ମଧ୍ୟ ଭାରତରେ ପ୍ରସିଦ୍ଧ, କିନ୍ତୁ କେହି କିଛି ହେଲେ ବୁଝୁ ନାହାଁନ୍ତି । କହୁଛନ୍ତି ଅମୁକ
ମରିଗଲା ସ୍ୱର୍ଗକୁ ଗଲା । ତେବେ ଏପରି କ’ଣ କେବେ ହୋଇଥାଏ । ଏବେ ତୁମେମାନେ ବୁଝିପାରୁଛ ଆମେ ସବୁ
ତୁଚ୍ଛ ବୁଦ୍ଧି ଥିଲୁ, କ୍ରମାନୁଯାୟୀ ତ ନିଶ୍ଚିତ କୁହାଯିବ । ଏହି ସୃଷ୍ଟିରେ ଯିଏ ମୁଖ୍ୟ ତାଙ୍କ
ପାଇଁ ହିଁ କୁହାଯାଉଛି ଯେ ମୁଁ ଏହାଙ୍କ ବହୁତ ଜନ୍ମର ଅନ୍ତିମ ଶରୀରରେ ଆସୁଛି । ତେଣୁ ଇଏ ହେଲେ
ନମ୍ବରୱାନ୍ । ତୁମେମାନେ ଜାଣୁଛ ଯେ ଏବେ ଆମେ ତାଙ୍କର ସନ୍ତାନ ବ୍ରାହ୍ମଣ ହୋଇଗଲୁ । ଏସବୁ ହେଲା
ବୁଦ୍ଧିର କଥା । ବାବା ଏତେ ସମୟ ଧରି ବୁଝାଇ ଆସୁଛନ୍ତି ନଚେତ୍ ବାବାଙ୍କୁ ଚିହ୍ନିବା ତ ଏକ
ସେକେଣ୍ଡର କଥା । ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ଥରେ ନିଶ୍ଚୟ
ହୋଇଗଲେ ଆଉ କୌଣସି କଥାରେ ପ୍ରଶ୍ନ ଉଠିପାରିବ ନାହିଁ । ବାବା ବୁଝାଉଛନ୍ତି - ତୁମେମାନେ
ଶାନ୍ତିଧାମରେ ଥିବା ସମୟରେ ପବିତ୍ର ଥିଲ । ଏ କଥା ମଧ୍ୟ ତୁମେମାନେ ବାବାଙ୍କ ଦ୍ୱାରା ହିଁ ଶୁଣୁଛ
। ଅନ୍ୟ କେହି ଏକଥା ଶୁଣାଇ ପାରିବେ ନାହିଁ । ତୁମେ ଜାଣିଛ ଆମ ଆତ୍ମାମାନଙ୍କର ନିବାସ ସ୍ଥାନ
କେଉଁଠି । ଯେପରି ନାଟକର ଅଭିନେତାମାନେ କହିଥା’ନ୍ତି ଯେ, ଆମେ ଏହି ସ୍ଥାନର ନିବାସୀ ଅଟୁ, କପଡା
ବଦଳାଇ ଷ୍ଟେଜ୍କୁ ଆସିଯାଇଥା’ନ୍ତି । ଏବେ ତୁମେମାନେ ଜାଣୁଛ ଯେ, ଆମେ ଏଠାକାର ନିବାସୀ ନୁହେଁ ।
ଏହା ଏକ ନାଟକଶାଳା ଅଟେ । ଏକଥା ଏବେ ବୁଦ୍ଧିରେ ଆସୁଛି ଯେ ଆମେ ବ୍ରହ୍ମଲୋକର ନିବାସୀ ଅଟୁ,
ଯାହାକୁ ସୁଇଟ୍ ସାଇଲେନ୍ସ ହୋମ୍ କୁହାଯାଉଛି । ସମସ୍ତେ ଶାନ୍ତି ଏଥିପାଇଁ ଚାହୁଁଛନ୍ତି କାହିଁକି
ନା ଆତ୍ମା ଦୁଃଖୀ ହୋଇଯାଇଛି । ତେଣୁ କହୁଛନ୍ତି ଆମେ କିପରି ଘରକୁ ଫେରିବୁ, ଘରର ଠିକଣା ନ ଥିବା
କାରଣରୁ ଏଣେତେଣେ ଘୁରି ବୁଲୁଛନ୍ତି । ଏବେ ତୁମେମାନେ ବାଟବଣା ହେବାରୁ ମୁକ୍ତ ହୋଇଯାଉଛ । ତୁମେ
ଜାଣିଗଲଣି, ବାସ୍ତବରେ ଏବେ ଆମକୁ ଘରକୁ ଯିବାକୁ ହେବ । ମୁଁ ଆତ୍ମା କେତେ ଛୋଟ ବିନ୍ଦୁ । ଏହା
ମଧ୍ୟ ଆଶ୍ଚର୍ଯ୍ୟ ଅଟେ, ଯାହାକୁ ପ୍ରକୃତି କୁହାଯାଉଛି । ଏତେ ଛୋଟ ବିନ୍ଦୁରେ କେତେ ପାର୍ଟ ଭରି
ରହିଛି । ପରମପିତା ପରମାତ୍ମା କିପରି ପାର୍ଟ କରୁଛନ୍ତି, ଏକଥା ମଧ୍ୟ ତୁମେ ଜାଣିଗଲଣି । ମୁଖ୍ୟ
ପାର୍ଟଧାରୀ ସେ ହିଁ ଅଟନ୍ତି କାରଣ କରନ କରାବନହାର (କରିକରାଇଲାବାଲା) ଅଟନ୍ତି ନା । ଏବେ ମିଠା
ମିଠା ସନ୍ତାନମାନଙ୍କ ବୁଦ୍ଧିରେ ଆସୁଛି ଯେ ଆମେ ଆତ୍ମାମାନେ ଶାନ୍ତିଧାମରୁ ଆସୁଛୁ । ଆତ୍ମାମାନେ
କ’ଣ ନୂଆ ବାହାରୁଛନ୍ତି, ଯିଏକି ଶରୀରରେ ପ୍ରବେଶ କରୁଛନ୍ତି । ନାଁ । ଆତ୍ମାମାନେ ସମସ୍ତେ ସୁଇଟ୍
ହୋମ୍ରେ ରହୁଛନ୍ତି । ସେଠାରୁ ଅଭିନୟ କରିବା ପାଇଁ ଏଠାକୁ ଆସୁଛନ୍ତି । ସମସ୍ତଙ୍କୁ ପାର୍ଟ
କରିବାକୁ ହେବ । ଏହା ହେଉଛି ଖେଳ । ଏହି ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି କ’ଣ! ଏମାନେ ସବୁ ବତୀ (ଆଲୋକ)
ଅଟନ୍ତି । ଯେଉଁଥିରେ ରାତି ଏବଂ ଦିନର ଖେଳ ଚାଲୁଛି । କେତେକ କହୁଛନ୍ତି ସୂର୍ଯ୍ୟ ଦେବତାୟ ନମଃ,
ଚନ୍ଦ୍ରମା ଦେବତାୟ ନମଃ.... କିନ୍ତୁ ବାସ୍ତବରେ ଏମାନେ କୌଣସି ଦେବତା ନୁହଁନ୍ତି । ଏହି ଖେଳ
ବିଷୟରେ କାହାକୁ ଜଣା ନାହିଁ । ସୂର୍ଯ୍ୟ ଚନ୍ଦ୍ରକୁ ମଧ୍ୟ ଦେବତା କହି ଦେଉଛନ୍ତି । ବାସ୍ତବରେ
ଏମାନେ ସାରା ବିଶ୍ୱ ନାଟକ ପାଇଁ ବତୀ (ଆଲୋକ) ଅଟନ୍ତି । ଆମେ ସୁଇଟ୍ ସାଇଲେନ୍ସ ହୋମ୍ର ନିବାସୀ
ଅଟୁ । ଏଠାରେ ଆମେ ଅଭିନୟ କରୁଛୁ, ଏହି ଚକ୍ର ଉକୁଣି ସଦୃଶ ଧୀରେ ଧୀରେ ଘୂରି ଚାଲିଛି, ଯାହା କିଛି
ହେଉଛି ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଏପରି କହିବା ଅନୁଚିତ୍ ଯେ ଏଭଳି ନ ହୋଇଥିଲେ ଏଭଳି
ହୋଇଥାନ୍ତା । ଏହା ତ ଡ୍ରାମା ଅଟେ ନା । ଉଦାହରଣ ସ୍ୱରୂପ ଯେପରି ତୁମର ମାଁ (ମମ୍ମା) ଥିଲେ,
ଖିଆଲରେ ନଥିଲା ଯେ ଚାଲିଯିବେ । ଆଚ୍ଛା, ଶରୀର ଛାଡିଦେଲେ - ଡ୍ରାମା । ଏବେ ନିଜର ନୂଆ ପାର୍ଟ
ବଜାଉଛନ୍ତି, ଚିନ୍ତାର କୌଣସି କଥା ନାହିଁ । ଏଠାରେ ତୁମ ସମସ୍ତଙ୍କ ବୁଦ୍ଧିରେ ଅଛି ଯେ, ଆମେ
ହେଉଛୁ ଅଭିନେତା, ଏହା ହାରିବା ବା ଜିତିବାର ଖେଳ ଅଟେ । ଏହି ହାର୍ ଜିତ୍ର ଖେଳ ମାୟା ଉପରେ
ଆଧାରିତ । ମାୟାଠାରୁ ହାରିଲେ ହାର ମାୟାଠାରୁ ଜିତିଲେ ଜିତ୍ । ଏକଥା ତ ସମସ୍ତେ ଗାଉଛନ୍ତି କିନ୍ତୁ
ବୁଦ୍ଧିରେ ଜ୍ଞାନ ଟିକିଏ ହେଲେ ବି ନାହିଁ । ତୁମେ ଜାଣିଛ ମାୟା କି ପ୍ରକାର ଜିନିଷ, ଇଏ ତ ରାବଣ
ଅଟେ, ଯାହାକୁ ହିଁ ମାୟା କୁହାଯାଉଛି । ଧନକୁ ସମ୍ପତ୍ତି ବୋଲି କୁହାଯାଏ । ଧନକୁ ମାୟା କୁହାଯିବ
ନାହିଁ । ମନୁଷ୍ୟ ଭାବୁଛନ୍ତି ଏହାଙ୍କ ପାଖରେ ବହୁତ ଧନ ଅଛି ତେଣୁ କହିଦେଉଛନ୍ତି ମାୟାର ନିଶା ଅଛି
। କିନ୍ତୁ ବାସ୍ତବରେ ମାୟାର ନିଶା ଥାଏ କି! ମାୟାକୁ ତ ଆମେ ଜିତିବାକୁ ଚେଷ୍ଟା କରୁଛୁ । ତେଣୁ
ଏଥିରେ କୌଣସି କଥାରେ ସଂଶୟ ଆସିବା ଉଚିତ୍ ନୁହେଁ । ଅବସ୍ଥା ଦୁର୍ବଳ ହେବା କାରଣରୁ ହିଁ ସଂଶୟ
ଉଠିଥାଏ । ଏବେ ଭଗବାନୁବାଚ - କାହା ପ୍ରତି? ଆତ୍ମାମାନଙ୍କ ପ୍ରତି । ଭଗବାନ ତ ନିଶ୍ଚୟ ଶିବ ହିଁ
ହେବା ଉଚିତ୍ ଯିଏକି ଆତ୍ମାମାନଙ୍କ ପ୍ରତି କହିବେ । କୃଷ୍ଣ ତ ହେଉଛନ୍ତି ଦେହଧାରୀ । ସେ
ଆତ୍ମାମାନଙ୍କ ପ୍ରତି କିପରି କହିବେ । ତୁମକୁ କୌଣସି ଦେହଧାରୀ ଜ୍ଞାନ ଶୁଣାଉ ନାହାଁନ୍ତି ।
ବାବାଙ୍କର ତ ଦେହ ନାହିଁ । ଆଉ ସମସ୍ତଙ୍କର ତ ଦେହ ଅଛି, ଯାହାଙ୍କର ପୂଜା କରୁଛନ୍ତି, ତାଙ୍କୁ ମନେ
ପକାଇବା ତ ସହଜ ନା । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ଦେବତା କୁହାଯିବ । ଶିବଙ୍କୁ ଭଗବାନ
କହୁଛନ୍ତି । ଉଚ୍ଚରୁ ଉଚ୍ଚ ଭଗବାନ, ତାଙ୍କର ଦେହ ନାହିଁ । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ
ଯେତେବେଳେ ତୁମେ ଆତ୍ମାମାନେ ବ୍ରହ୍ମଲୋକରେ ଥିଲ ସେତେବେଳେ ତୁମର ଦେହ ଥିଲା କି? ନାଁ, ତୁମେ
ଆତ୍ମାମାନେ ହିଁ ଥିଲ । ଏହି ବାବା ମଧ୍ୟ ଆତ୍ମା ଅଟନ୍ତି । କେବଳ ସେ ପରମ ଅଟନ୍ତି, ତାଙ୍କର
ଅଭିନୟର ଗାୟନ କରାଯାଉଛି । ସିଏ ମଧ୍ୟ ଏଠାରେ ଅଭିନୟ କରି ଯାଇଛନ୍ତି, ସେଥିପାଇଁ ପୂଜା ହେଉଛି ।
କିନ୍ତୁ ଜଣେ ହେଲେ ମନୁଷ୍ୟ ନାହିଁ ଯାହାଙ୍କୁ ଏକଥା ଜଣାଥିବ - ୫ ହଜାର ବର୍ଷ ପୂର୍ବରୁ ମଧ୍ୟ
ପରମପିତା ପରମାତ୍ମା ରଚୟିତା ଆସିଥିଲେ, ସିଏ ହିଁ ହେଭେନ୍ଲୀ ଗଡ୍ ଫାଦର (ସ୍ୱର୍ଗୀୟ ପିତା)
ଅଟନ୍ତି । ପ୍ରତ୍ୟେକ ୫ ହଜାର ବର୍ଷ ପରେ କଳ୍ପର ସଂଗମରେ ସେ ଆସିଥା’ନ୍ତ । କିନ୍ତୁ କଳ୍ପର ଆୟୁଷ
ଲମ୍ବା ଚଉଡା କରିଦେବା କାରଣରୁ ସବୁ ଭୁଲି ଯାଇଛନ୍ତି । ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି,
ତୁମେ ନିଜେ କହୁଛ ଯେ ବାବା ଆମେ ଆପଣଙ୍କ ସହିତ କଳ୍ପ-କଳ୍ପ ମିଶୁଛୁ ଏବଂ ଆପଣଙ୍କଠାରୁ ବର୍ସା
ନେଉଛୁ, ପୁଣି କିପରି ହରାଉଛୁ - ଏକଥା ବୁଦ୍ଧିରେ ଅଛି । ଜ୍ଞାନ ତ ଅନେକ ପ୍ରକାରର ରହିଛି କିନ୍ତୁ
ଜ୍ଞାନର ସାଗର ଭଗବାନଙ୍କୁ ହିଁ କୁହାଯାଉଛି । ଏ କଥା ଏବେ ସମସ୍ତେ ବୁଝୁଛନ୍ତି ଯେ ବିନାଶ ନିଶ୍ଚୟ
ହେବ । ପୂର୍ବରୁ ମଧ୍ୟ ବିନାଶ ହୋଇଥିଲା । କିପରି ହୋଇଥିଲା - ଏ କଥା କାହାକୁ ବି ଜଣା ନାହିଁ ।
ଶାସ୍ତ୍ରରେ ତ ବିନାଶ ବିଷୟରେ କ’ଣ-କ’ଣ ସବୁ ଲେଖି ଦେଇଛନ୍ତି । ପାଣ୍ଡବ ଏବଂ କୌରବଙ୍କର ଯୁଦ୍ଧ
କିପରି ହୋଇପାରିବ!
ଏବେ ତୁମେ ବ୍ରାହ୍ମଣମାନେ
ସଂଗମ ଯୁଗରେ ଅଛ । ବ୍ରାହ୍ମଣମାନଙ୍କର ତ କୌଣସି ଲଢେଇ ହେଉ ନାହିଁ । ବାବା କହୁଛନ୍ତି ତୁମେମାନେ
ମୋର ସନ୍ତାନ ନନ୍ଭାୟୋଲେନ୍ସ,ଡବଲ ଅଂହିସକ ଅଟ । ଏବେ ତୁମେମାନେ ନିର୍ବିକାରୀ ଅର୍ଥାତ୍ ପବିତ୍ର
ହେଉଛ । ତୁମେମାନେ ହିଁ ବାବାଙ୍କଠାରୁ କଳ୍ପ କଳ୍ପ ବର୍ସା ନେଉଛ । ଏଥିରେ କୌଣସି ଅସୁବିଧାର କଥା
ନାହିଁ । ଜ୍ଞାନ ତ ବହୁତ ସହଜ । ୮୪ ଜନ୍ମର ଚକ୍ର ତୁମମାନଙ୍କ ବୁଦ୍ଧିରେ ଅଛି । ଏବେ ନାଟକ ପୂରା
ହେବାକୁ ଯାଉଛି, ବାକି ଅଳ୍ପ ସମୟ ରହିଛି । ତୁମେ ଜାଣିଛ - ଏବେ ଏପରି ସମୟ ଆସିବ ଯେ ସାହୁକାରଙ୍କୁ
ମଧ୍ୟ ଖାଦ୍ୟ ଶସ୍ୟ ମିଳିବ ନାହିଁ, ପାଣି ମିଳିବ ନାହିଁ, ଏହାକୁ କୁହାଯାଉଛି ଦୁଃଖର ପାହାଡ
ନିର୍ଦ୍ଦୋଷୀ ହତ୍ୟାର ଖେଳ ଅଟେ ନା । ଏତେ ସବୁ ସମାପ୍ତ ହୋଇଯିବେ । କେହି ଭୁଲ୍ କଲେ ତାଙ୍କୁ
ଦଣ୍ଡ ମିଳିଥାଏ, ଏମାନେ କ’ଣ ଭୁଲ୍ କରିଛନ୍ତି? କେବଳ ଗୋଟିଏ ଭୁଲ୍ କରିଛନ୍ତି, ଯାହାକି ବାବାଙ୍କୁ
ଭୁଲିଯାଇଛନ୍ତି । ତୁମେମାନେ ତ ବାବାଙ୍କଠାରୁ ରାଜତ୍ୱ ନେଉଛ । ବାକି ମନୁଷ୍ୟ ତ ଭାବୁଛନ୍ତି ମରିବୁ
ହିଁ ମରିବୁ । ମହାଭାରତ ଲଢେଇ ଆରମ୍ଭ ହେବା ମାତ୍ରେ ମରିଯିବେ । ତୁମେ ତ ବଞ୍ଚିଛ ନା । ତୁମେ ଏହି
ପାଠପଢାର ଶକ୍ତି ଦ୍ୱାରା ଟ୍ରାନ୍ସଫର ହୋଇ ଅମରଲୋକକୁ ଯାଉଛ । ପାଠପଢାକୁ ରୋଜଗାରର ପନ୍ଥା
କୁହାଯାଉଛି । ଶାସ୍ତ୍ରମାନଙ୍କର ମଧ୍ୟ ପଢା ରହିଛି, ସେଥିରୁ ମଧ୍ୟ ରୋଜଗାର ହୋଇଥାଏ, କିନ୍ତୁ ତାହା
ହେଉଛି ଭକ୍ତିର ପାଠପଢା । ଏବେ ବାବା କହୁଛନ୍ତି ମୁଁ ତୁମକୁ ଏହି ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ
କରୁଛି । ତୁମେମାନେ ଏବେ ସ୍ୱଚ୍ଛ ବୁଦ୍ଧି ହେଉଛ । ତୁମେମାନେ ଜାଣିଛ ଆମେ ଉଚ୍ଚରୁ ଉଚ୍ଚ ହେଉଛୁ,
ପୁଣି ପୁର୍ନଜନ୍ମ ନେଇ-ନେଇ ତଳକୁ ଓହ୍ଲାଉଛୁ । ଦୁନିଆ ନୂଆରୁ ପୁରୁଣା ହୋଇଥାଏ, ସିଡି ନିଶ୍ଚୟ
ଓହ୍ଲାଇବାକୁ ପଡିବ ନା । ଏବେ ସୃଷ୍ଟିର ମଧ୍ୟ ଅବତରଣ କଳା ଅଟେ । ଆରୋହଣ (ଚଢିବା) କଳା ଥିବା
ସମୟରେ ଏହି ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା, ସ୍ୱର୍ଗ ଥିଲା । ଏବେ ନର୍କ ହୋଇଯାଇଛି । ଏବେ
ତୁମେ ପୁର୍ନବାର ପୁରୁଷାର୍ଥ କରୁଛ - ସ୍ୱର୍ଗବାସୀ ହେବା ପାଇଁ ବାବା ବାବା କହିଚାଲିଛ ।
ଓ ଗଡ୍ ଫାଦର କହି
ଡାକୁଛନ୍ତି କିନ୍ତୁ ଏକଥା ବୁଝୁ ନାହାଁନ୍ତି ଯେ ସେହି ଆତ୍ମାମାନଙ୍କର ପିତା ଉଚ୍ଚରୁ ଉଚ୍ଚ ଅଟନ୍ତି,
ଆମେ ତାଙ୍କର ସନ୍ତାନ ହୋଇ ଦୁଃଖୀ କାହିଁକି ହେଉଛୁ? ଏବେ ତୁମେମାନେ ବୁଝିପାରୁଛ ଦୁଃଖୀ ମଧ୍ୟ
ହେବାକୁ ପଡିବ । ଏହା ସୁଖ ଏବଂ ଦୁଃଖର ଖେଳ ଅଟେ ନା । ଜିତିବାରେ ସୁଖ, ହାରିବାରେ ଦୁଃଖ ରହିଛି ।
ବାବା ରାଜ୍ୟ ଦେଇଥିଲେ, ରାବଣ ଛଡାଇ ନେଲା । ଏବେ ତୁମ ବୁଦ୍ଧିରେ ଅଛି - ବାବାଙ୍କଠାରୁ ଆମକୁ
ସ୍ୱର୍ଗର ବର୍ସା ମିଳି ଆସୁଛି । ବାବା ଆସିଛନ୍ତି, ତେଣୁ ଏବେ କେବଳ ବାବାଙ୍କୁ ହିଁ ମନେ ପକାଇବାକୁ
ହେବ, ଯାହା ଦ୍ୱାରା ପାପ କଟିଯିବ । ଜନ୍ମ-ଜନ୍ମାନ୍ତରର ବୋଝ ମୁଣ୍ଡ ଉପରେ ରହିଛି ନା । ଏକଥା
ମଧ୍ୟ ତୁମେ ଜାଣିଛ, ତୁମେ ବହୁତ ଦୁଃଖୀ ହେଉନାହଁ । କିଛି ସୁଖ ମଧ୍ୟ ଅଛି - ଅଟାରେ ଲୁଣ ସଦୃଶ ।
ଯାହାକୁ କାଗ ବିଷ୍ଠା ସମାନ ସୁଖ କୁହାଯାଉଛି । ତୁମେ ଜାଣିଛ ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି
ଏକମାତ୍ର ବାବା । ଜଗତର ଗୁରୁ ମଧ୍ୟ ଏକ ଅଟନ୍ତି । ବାନପ୍ରସ୍ଥ ସମୟରେ ଗୁରୁ କରାଯାଏ । ଏବେ ତ
ଛୋଟ ପିଲାଙ୍କୁ ମଧ୍ୟ ଗୁରୁ କରାଇ ଦେଉଛନ୍ତି କାରଣ ଯଦି ମରିଯିବେ ତେବେ ସଦ୍ଗତିକୁ ପ୍ରାପ୍ତ
କରିବେ । ବାବା କହୁଛନ୍ତି ବାସ୍ତବରେ ଏଠାରେ କାହାକୁ ଗୁରୁ କୁହାଯିବ ନାହିଁ । ଗୁରୁ ସିଏ, ଯିଏ
ସଦ୍ଗତି ଦେବେ । ସଦ୍ଗତି ଦାତା ତ ଜଣେ ହିଁ ଅଟନ୍ତି । ବାକି ଖ୍ରୀଷ୍ଟ, ବୁଦ୍ଧ ଆଦି କେହି ବି
ଗୁରୁ ନୁହଁନ୍ତି । ସେମାନେ ଆସିଲେ କ’ଣ ସମସ୍ତଙ୍କୁ ସଦ୍ଗତି ମିଳିଯାଉଛି! ଖ୍ରୀଷ୍ଟ ଆସିଲେ,
ତାଙ୍କ ପଛରେ ଯେଉଁମାନେ ବି ସେହି ଧର୍ମର ଥିଲେ ସମସ୍ତେ ଆସିବାକୁ ଲାଗିଲେ । ପୁଣି ତାଙ୍କୁ ଗୁରୁ
କିପରି କୁହାଯିବ, ଯେବେ କି ସିଏ ତଳକୁ ନେଇ ଆସିବା ପାଇଁ ନିମିତ୍ତ ହେଉଛନ୍ତି । ପତିତ-ପାବନ
ଏକମାତ୍ର ବାବାଙ୍କୁ ହିଁ କହୁଛନ୍ତି । ସେ ସମସ୍ତଙ୍କୁ ଘରକୁ ନେଇଯାଉଛନ୍ତି । ସ୍ଥାପନା ମଧ୍ୟ
କରୁଛନ୍ତି, ଯଦି ସମସ୍ତଙ୍କୁ ନେଇଯିବେ ତେବେ ପ୍ରଳୟ ହୋଇଯିବ । ପ୍ରଳୟ ତ ହୋଇ ନଥାଏ ।
ସର୍ବଶାସ୍ତ୍ରମୟୀ ଶିରୋମଣୀ ଶ୍ରୀମଦ୍ ଭଗବତ ଗୀତାର ଗାୟନ ରହିଛି । ଗାୟନ ଅଛି - ୟଦା ୟଦା ହି...
। ବାବା ଭାରତରେ ହିଁ ଆସୁଛନ୍ତି । ସ୍ୱର୍ଗର ରାଜତ୍ୱ ଦେଉଛନ୍ତି, କିନ୍ତୁ ତାଙ୍କୁ ମଧ୍ୟ
ସର୍ବବ୍ୟାପୀ କହିଦେଉଛନ୍ତି । ଏବେ ତୁମମାନଙ୍କୁ ଖୁସି ଲାଗୁଛି ଯେ ନୂଆ ଦୁନିଆରେ ସାରା ବିଶ୍ୱରେ
ଏକମାତ୍ର ଆମର ହିଁ ରାଜ୍ୟ ହେବ । ସେହି ରାଜ୍ୟକୁ କେହି ଛଡାଇ ନେଇପାରିବେ ନାହିଁ । ଏଠାରେ ତ ଟିକେ
ଟିକେ ସ୍ଥାନ ପାଇଁ ପରସ୍ପର ମଧ୍ୟରେ କେତେ ଲଢେଇ କରୁଛନ୍ତି । ତୁମକୁ ତ ମଜା ଲାଗୁଛି । ତୁମେମାନେ
ତ ଖୁସିରେ ଗଦଗଦ୍ ହେବା ଉଚିତ୍ । କଳ୍ପ-କଳ୍ପ ବାବାଙ୍କଠାରୁ ଆମେ ବର୍ସା ନେଉଛୁ ତେଣୁ କେତେ ଖୁସି
ହେବା ଉଚିତ୍ । ବାବା କହୁଛନ୍ତି ମୋତେ ମନେ ପକାଅ ତଥାପି ମଧ୍ୟ ଭୁଲି ଯାଉଛନ୍ତି । କହୁଛନ୍ତି -
ବାବା ଯୋଗ ତୁଟିଯାଉଛି । ବାବା କହୁଛନ୍ତି ଯୋଗ ଶବ୍ଦକୁ ବୁଦ୍ଧିରୁ ବାହାର କରିଦିଅ ଅର୍ଥାତ୍
ଭୁଲିଯାଅ । ତାହା ତ ଶାସ୍ତ୍ରର ଶବ୍ଦ ଅଟେ । ବାବା କହୁଛନ୍ତି - ମୋତେ ମନେ ପକାଅ । ଯୋଗ
ଭକ୍ତିମାର୍ଗର ଶବ୍ଦ ଅଟେ । ବାବାଙ୍କଠାରୁ ସ୍ୱର୍ଗର ରାଜତ୍ୱ ମିଳୁଛି, ତୁମେ ତାଙ୍କୁ ସ୍ମରଣ ନ
କରିଲେ ବିକର୍ମ ବିନାଶ କିପରି ହେବ । ରାଜତ୍ୱ କିପରି ମିଳିବ । ତାଙ୍କୁ ସ୍ମରଣ ନ କରିଲେ ପଦ ମଧ୍ୟ
କମ୍ ହୋଇଯିବ ଏବଂ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ । ଏତିକି ବି ବୁଦ୍ଧି ନାହିଁ, ଏତେ ନିର୍ବୋଧ
ହୋଇଯାଇଛ ନା! ମୁଁ କଳ୍ପ-କଳ୍ପ ତୁମକୁ କହୁଛି - କେବଳ ମୋତେ ମନେ ପକାଅ । ବଞ୍ଚି ଥାଉ ଥାଉ ଏହି
ଦୁନିଆରୁ ମରିଯାଅ । ବାବାଙ୍କ ସ୍ମୃତି ଦ୍ୱାରା ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ବିଜୟ ମାଳାର
ଦାନା ହୋଇଯିବ । ଏହା କେତେ ସହଜ । ଉଚ୍ଚରୁ ଉଚ୍ଚ ଶିବବାବା ଏବଂ ବ୍ରହ୍ମା ଉଭୟ ହାଇଏଷ୍ଟ (ସର୍ବୋଚ୍ଚ)
ଅଟନ୍ତି । ସେ ପାରଲୌକିକ ଏବଂ ଇଏ ଅଲୌକିକ । ବିଲ୍କୁଲ୍ ସାଧାରଣ ଟିଚର ଅଟନ୍ତି । ଲୌକିକ ଶିକ୍ଷକ
ତ ପୁଣି ବି ଦଣ୍ଡ ଦେଇଥା’ନ୍ତି, କିନ୍ତୁ ଇଏ ତ ସ୍ନେହ କରିଥା’ନ୍ତି । କହୁଛନ୍ତି - ମଧୁର
ସନ୍ତାନମାନେ, ବାବାଙ୍କୁ ମନେ ପକାଅ, କାରଣ ତୁମମାନଙ୍କୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ।
ପତିତ-ପାବନ ହେଉଛନ୍ତି ଏକ ମାତ୍ର ବାବା । ଗୁରୁ ମଧ୍ୟ ସେ ହିଁ ଅଟନ୍ତି ଆଉ କେହି ଗୁରୁ ହୋଇପାରିବେ
ନାହିଁ । କହୁଛନ୍ତି ବୁଦ୍ଧଦେବ ପାର ନିର୍ବାଣ ଗଲେ - ଏସବୁ ହେଉଛି ଗପ । କେହି ଜଣେ ହେଲେ ଘରକୁ
ଯାଇପାରିବେ ନାହିଁ । ସମସ୍ତଙ୍କର ଡ୍ରାମାରେ ପାର୍ଟ ରହିଛି । ତୁମମାନଙ୍କର କେତେ ବିଶାଳ ବୁଦ୍ଧି
ହେବା ଉଚିତ୍ ଏବଂ ଖୁସୀ ମଧ୍ୟ ରହିବା ଉଚିତ୍ । ଆମୂଳଚୂଳ ସବୁ ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ରହିଛି
। ବ୍ରାହ୍ମଣ ହିଁ ଜ୍ଞାନ ଉଠାଉଛନ୍ତି ନା । ଶୂଦ୍ର କିମ୍ବା ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନାହିଁ
। ଏବେ ବୁଝିଲାବାଲା ବୁଝିବେ । ଯିଏ ନ ବୁଝିବେ ତାଙ୍କର ମୃତ୍ୟୁ ହେବ । ପଦ ମଧ୍ୟ କମ୍ ହୋଇଯିବ ।
ସ୍କୁଲ୍ରେ ମଧ୍ୟ ଭଲ ନ ପଢିଲେ ପଦ କମ୍ ହୋଇଯାଏ । ଅଲଫ ବାବା, ବେ ବାଦଶାହୀ, ଆମେ ପୁନର୍ବାର
ନିଜର ରାଜଧାନୀକୁ ଯାଉଛୁ । ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଆମକୁ
ଏପରି ନୂଆ ବିଶ୍ୱର ରାଜତ୍ୱ ଦେଉଛନ୍ତି ଯାହାକୁ କେହି ବି ଛଡାଇ ନେଇ ପାରିବେ ନାହିଁ - ଏହି ଖୁସିରେ
ହେଣ୍ଡି ମାରିବା (କାଖ ତଳେ ହାତ ରଖି ଶବ୍ଦ କରିବା) ଦରକାର ।
(୨) ବିଜୟ ମାଳାର ଦାନା
ହେବା ପାଇଁ ବଞ୍ଚି ଥାଉ ଥାଉ ଏହି ପୁରୁଣା ଦୁନିଆରୁ ମରିବାକୁ ହେବ । ବାବାଙ୍କୁ ମନେ ପକାଇ
ବିକର୍ମ ବିନାଶ କରିବାକୁ ହେବ ।
ବରଦାନ:-
ନିଜର ଶକ୍ତିଶାଳୀ
ସ୍ଥିତି ଦ୍ୱାରା ସମସ୍ତଙ୍କର ଶୁଭକାମନାକୁ ପୂର୍ଣ୍ଣ କରୁଥିବା ମହାଦାନୀ ହୁଅ ।
ପଛରେ ଆସୁଥିବା
ଆତ୍ମାମାନେ ଅଳ୍ପ ପ୍ରାପ୍ତିରେ ମଧ୍ୟ ସନ୍ତୁଷ୍ଟ ହୋଇଯିବେ କାହିଁକି ନା ସେମାନଙ୍କର ପାର୍ଟ ହିଁ
ସାମାନ୍ୟ ପ୍ରାପ୍ତି କରିବାର ଅଟେ । ତେବେ ଏହିଭଳି ଆତ୍ମାମାନଙ୍କୁ ସେମାନଙ୍କର ଭାବନାର ଫଳ
ପ୍ରାପ୍ତ ହେଉ, କେହି ବି ବଞ୍ଚିତ ନ ରୁହନ୍ତୁ, ସେଥିପାଇଁ ଏବେଠାରୁ ନିଜ ଭିତରେ ସର୍ବଶକ୍ତିକୁ ଜମା
କରିଚାଲ । ଯଦି ତୁମେମାନେ ନିଜର ସମ୍ପୂର୍ଣ୍ଣ ଶକ୍ତିଶାଳୀ ମହାଦାନୀ ସ୍ଥିତିରେ ସ୍ଥିତ ରହିବ, ତେବେ
ଯେକୌଣସି ଆତ୍ମାକୁ ନିଜର ସହଯୋଗ ଦ୍ୱାରା ମହାଦାନ ଦେବାର କର୍ତ୍ତବ୍ୟ ଆଧାରରେ, ଶୁଭଭାବନାର ସ୍ୱୀଚ୍
ଅନ୍ କରିବା ମାତ୍ରକେ ଦୃଷ୍ଟି ଦ୍ୱାରା କୃତାର୍ଥ କରିଦେଇପାରିବ ।
ସ୍ଲୋଗାନ:-
ଯଦି ସର୍ବଦା
ଈଶ୍ୱରୀୟ ମର୍ଯ୍ୟାଦା ଅନୁସାରେ ଚାଲୁଥିବ, ତେବେ ସହଜରେ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଯିବ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ଯେତେବେଳେ ସେବାର ମଞ୍ଚ
ଉପରକୁ ଯାଉଛ ସେତେବେଳେ ସମ୍ମୁଖରେ ଥିବା ଆତ୍ମାମାନଙ୍କୁ ଏହି ଅନୁଭବ ହେବା ଦରକାର ଯେ ଏହି
ଆତ୍ମାମାନେ ବହୁତ ସମୟର ଅନ୍ତର୍ମୁଖତାର ଏବଂ ଆତ୍ମ ଅଭିମାନୀ ସ୍ଥିତିର ଗୁମ୍ଫାରୁ ବାହାରି ସେବା
କରିବା ପାଇଁ ଆସିଛନ୍ତି । ତୁମମାନଙ୍କର ଚେହେରାରେ ତପସ୍ୱୀ ରୂପ ସହିତ ବେହଦର ବୈରାଗ୍ୟର ରେଖା
ଦେଖାଯିବା ଦରକାର । ଯେତିକି ଆତ୍ମିକ ନିଶାରେ ରହୁଛ, ସେତିକି ଦୟାଭାବ ମଧ୍ୟ ରହିବା ଦରକାର ।
ବର୍ତ୍ତମାନ ସମୟରେ ଏହିଭଳି ସେବାର ଆବଶ୍ୟକତା ରହିଛି ।