14.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବଡ-ବଡ
ସ୍ଥାନରେ ବଡ-ବଡ ଦୋକାନ ଅର୍ଥାତ୍ ସେଣ୍ଟର ଖୋଲ, ସେବାକୁ ବଢାଇବା ପାଇଁ ଯୋଜନା କର, ମିଟିଙ୍ଗ୍ କର,
ବିଚାର କର ।”
ପ୍ରଶ୍ନ:-
ଦୁନିଆର ସ୍ଥୂଳ
ଆଶ୍ଚର୍ଯ୍ୟଗୁଡିକୁ ତ ସମସ୍ତେ ଜାଣିଛନ୍ତି କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟ କ’ଣ, ଯାହାକୁ ତୁମେ
ପିଲାମାନେ ହିଁ ଜାଣିଛ?
ଉତ୍ତର:-
ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା ସମସ୍ତଙ୍କର ସଦ୍ଗତି ଦାତା ବାବା ନିଜେ ଆସି ପାଠ ପଢାଉଛନ୍ତି
। ସମସ୍ତଙ୍କୁ ଏହି ୱାଣ୍ଡରଫୁଲ୍ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ କଥା ଜଣାଇବା ନିମନ୍ତେ ତୁମକୁ
ନିଜ-ନିଜର ଦୋକାନକୁ ବହୁତ ଆକର୍ଷଣୀୟ କରିବାକୁ ପଡୁଛି କାହିଁକି ନା ମନୁଷ୍ୟ ବାହ୍ୟ ଆଡମ୍ବରକୁ
ଦେଖି ଆସିଥା’ନ୍ତି । ତେଣୁ ସବୁଠାରୁ ଭଲ ଏବଂ ବଡ ଦୋକାନ ରାଜଧାନୀ(ଦିଲ୍ଲୀ)ରେ ରହିବା ଦରକାର,
ଯେଉଁଠାକୁ ସମସ୍ତେ ଆସି ବୁଝିପାରିବେ ।
ଗୀତ:-
ମରନା ତେରୀ ଗଲୀ
ମେଁ...
ଓମ୍ ଶାନ୍ତି ।
ଶିବ ଭଗବାନୁବାଚ
। ରୁଦ୍ର ଭଗବାନୁବାଚ ମଧ୍ୟ କୁହାଯାଇପାରିବ କାହିଁକି ନା ଶିବମାଳାର ଗାୟନ କରାଯାଏ ନାହିଁ ।
ମନୁଷ୍ୟ ଭକ୍ତିମାର୍ଗରେ ଯେଉଁ ମାଳା ଗଡାଇଥାନ୍ତି ତା’ର ନାମ ରଖାଯାଇଛି ରୁଦ୍ର ମାଳା । ଯଦିଓ
ଦୁଇଟିଯାକ ଏକା କଥା କିନ୍ତୁ ପ୍ରକୃତରେ ଶିବବାବା ହିଁ ପାଠ ପଢାଉଛନ୍ତି, ତେଣୁ ଶିବମାଳାର ନାମ
ରହିବା ଉଚିତ୍ କିନ୍ତୁ ରୁଦ୍ର ମାଳା ନାମ ପ୍ରଚଳିତ ହୋଇ ଆସୁଛି । ତେଣୁ ତାହା ମଧ୍ୟ ବୁଝାଇବାକୁ
ପଡୁଛି । ବାସ୍ତବରେ ଶିବ ଏବଂ ରୁଦ୍ର ମଧ୍ୟରେ କୌଣସି ଫରକ ନାହିଁ । ପିଲାମାନଙ୍କ ବୁଦ୍ଧିରେ ଅଛି
ଯେ ଆମେ ଭଲ ଭାବରେ ପୁରୁଷାର୍ଥ କରି ବାବାଙ୍କ ମାଳାରେ ନିକଟବର୍ତ୍ତୀ ଦାନା ହେବୁ । ସେଥିପାଇଁ
ଦୃଷ୍ଟାନ୍ତ ମଧ୍ୟ ଦିଆଯାଏ ଯେ, ଯେପରି ପିଲାମାନେ ଦୌଡ ପ୍ରତିଯୋଗିତାରେ ଯେଉଁଠି ଚିହ୍ନ
ଦିଆଯାଇଥାଏ ସେ ପର୍ଯ୍ୟନ୍ତ ଯାଇ ପୁଣି ଫେରିଆସି ଶିକ୍ଷକଙ୍କ ପାଖରେ ଛିଡା ହୋଇଥା’ନ୍ତି ।
ତୁମେମାନେ ମଧ୍ୟ ଜାଣୁଛ ଯେ, ଆମେ ୮୪ ଜନ୍ମର ଚକ୍ର ଲଗାଇଛୁ । ଏବେ ପ୍ରଥମେ ଯାଇ ମାଳାରେ ଗୁନ୍ଥା
ହେବୁ । ତାହା ହେଲା ହ୍ୟୁମ୍ୟାନ୍ ବିଦ୍ୟାର୍ଥୀମାନଙ୍କର ପ୍ରତିଯୋଗିତା । ଏହା ହେଉଛି
ଆତ୍ମାମାନଙ୍କର ପ୍ରତିଯୋଗିତା । ସେ ରେସ୍ ତୁମେ କରିପାରିବ ନାହିଁ । ଏହା ହେଉଛି ହିଁ
ଆତ୍ମାମାନଙ୍କର କଥା । ଆତ୍ମା ବୁଢା, ଯୁବକ ଅଥବା ଛୋଟ-ବଡ ହୋଇନଥାଏ । ଆତ୍ମା ସର୍ବଦା ସମାନ
ସ୍ଥିତିରେ ରହିଥାଏ । ଆତ୍ମାକୁ ଏବେ ନିଜର ପିତାଙ୍କୁ ମନେ ପକାଇବାକୁ ହେବ, ଏଥିରେ କୌଣସି
ଅସୁବିଧାର କଥା ନାହିଁ । ଯଦିଓ ପାଠପଢାରେ ଢିଲା ହୋଇଯାଉଛନ୍ତି, ପରନ୍ତୁ ଏଥିରେ କୌଣସି ଅସୁବିଧା
ନାହିଁ । ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟନ୍ତି । ହଦର ରେସ୍ରେ ଯୁବକମାନେ ଅଧିକ ତୀବ୍ର ବେଗରେ
ଦୌଡିବେ । ଏଠାରେ ତ’ ସେଭଳି କିଛି କଥା ନାହିଁ । ତୁମର ରୁଦ୍ର ମାଳାରେ ଗୁନ୍ଥା ହେବା ପାଇଁ ରେସ୍
ହେଉଛି । ବୁଦ୍ଧିରେ ଅଛି ଆମ ଆତ୍ମାମାନଙ୍କର ମଧ୍ୟ ବୃକ୍ଷ ରହିଛି । ତାହା ହେଉଛି ଶିବବାବାଙ୍କର
ସମସ୍ତ ମନୁଷ୍ୟମାନଙ୍କର ମାଳା । ଏପରି ନୁହେଁ ଯେ ମାଳା କେବଳ ୧୦୮ ଅଥବା ୧୬୧୦୮ର ଅଛି । ନା,
ଏଠାରେ ଯେତେ ବି ମନୁଷ୍ୟ ଅଛନ୍ତି, ସମସ୍ତେ ମାଳାର ଦାନା ଅଟନ୍ତି । ପିଲାମାନେ ଜାଣିଛନ୍ତି
କ୍ରମାନ୍ୱୟରେ ସମସ୍ତେ ନିଜ-ନିଜର ଧର୍ମରେ ଯାଇ ବିରାଜମାନ ହେବେ, ଯେଉଁମାନେ ବି ପୁଣି କଳ୍ପ-କଳ୍ପ
ସେହି ସ୍ଥାନରେ ହିଁ ଆସୁଥିବେ । ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା । ଦୁନିଆରେ ଏହି କଥାକୁ କେହି ଜାଣି
ନାହାଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ ଯେଉଁମାନଙ୍କର ବିଶାଳ ବୁଦ୍ଧି ହୋଇଥିବ ସେମାନେ ଏହି କଥାକୁ
ବୁଝିପାରିବେ । ପିଲାମାନଙ୍କ ବୁଦ୍ଧିରେ ଏହି ଖିଆଲ ରହିବା ଉଚିତ୍ ଯେ ଆମେ ସମସ୍ତଙ୍କୁ କିପରି
ରାସ୍ତା ବତାଇବୁ । ଏହା ହେଉଛି ବିଷ୍ଣୁଙ୍କର ମାଳା । ଆରମ୍ଭରୁ ହିଁ ବଂଶାବଳୀ ଆରମ୍ଭ ହେଉଛି ।
ଶାଖା-ପ୍ରଶାଖା ମଧ୍ୟ ସବୁ ରହିଛି ନା । ସେଠାରେ ମଧ୍ୟ ଛୋଟ-ଛୋଟ ଆତ୍ମାମାନେ ରହିଥା’ନ୍ତି । ଏଠାରେ
ମନୁଷ୍ୟମାନେ ଅଛନ୍ତି । ପୁଣି ସବୁ ଆତ୍ମାମାନେ ଆକ୍ୟୁରେଟ୍ ଅର୍ଥାତ୍ ସଠିକ୍ ଭାବେ ସେହିଠାରେ ଯାଇ
ରହିବେ । ଏହା କେତେ ୱାଣ୍ଡରଫୁଲ କଥା ନା । ମନୁଷ୍ୟ ଏହି ସ୍ଥୂଳ ୱାଣ୍ଡରସ୍ ସବୁକୁ ଦେଖୁଛନ୍ତି
କିନ୍ତୁ ତାହା ତ କିଛି ବି ନୁହେଁ । ଏହା କେତେ ଆଶ୍ଚର୍ଯ୍ୟର କଥା ଯେ, ସମସ୍ତଙ୍କର ସଦ୍ଗତି ଦାତା
ପରମପିତା ପରମାତ୍ମା ଆସି ପାଠପଢାଉଛନ୍ତି । ଶ୍ରୀକୃଷ୍ଣଙ୍କୁ କ’ଣ ସମସ୍ତଙ୍କର ସଦ୍ଗତି ଦାତା
କୁହାଯିବ କି? ତୁମକୁ ଏହି ସବୁ ପଏଣ୍ଟସ୍ ଧାରଣ କରିବାକୁ ହେବ । ମୂଳ କଥା ହେଉଛି ଗୀତାର ଭଗବାନ
କିଏ । ଏହି କଥା ଉପରେ ଯଦି ବିଜୟ ପ୍ରାପ୍ତ କରିପାରିଲେ, ତେବେ ବାସ୍ ସବୁ କଥାରେ ବିଜୟ ପ୍ରାପ୍ତ
କରିଲ । ଗୀତା ହେଉଛି ହିଁ ସର୍ବ ଶାସ୍ତ୍ରମୟୀ ଶିରୋମଣୀ, ଯାହାକୁ ସ୍ୱଂୟ ଭଗବାନ ହିଁ ଗାୟନ
କରିଛନ୍ତି । ପ୍ରଥମେ-ପ୍ରଥମେ ଏହି ଚେଷ୍ଟା କରିବାକୁ ହେବ । ଆଜିକାଲି ତ’ ବହୁତ ଚାକଚକ୍ୟ ଦରକାର
। ଯେଉଁ ଦୋକାନ ବହୁତ ଚାକଚକ୍ୟ ସେଠାକୁ ବହୁତ ଲୋକ ଯାଇଥା’ନ୍ତି । ଭାବନ୍ତି ଏଠାରେ ଭଲ ଜିନିଷ
ମିଳୁଥିବ । ପିଲାମାନେ ଡରୁଛନ୍ତି, ଏତେ ବଡ-ବଡ ସେଣ୍ଟର ଖୋଲିଲେ ଲକ୍ଷେ ଦୁଇ ଲକ୍ଷ ସଲାମୀ ଦେବାକୁ
ପଡିବ, ତେବେ ଯାଇ ମନ ପସନ୍ଦ ଘର ମିଳିବ । ତେଣୁ ଗୋଟିଏ ରୟାଲ୍ ବଡ ଦୋକାନ ଅର୍ଥାତ୍ ସେଣ୍ଟର
ଖୋଲାଯାଉ, ଏହିଭଳି ବଡ ଦୋକାନ ବଡ-ବଡ ସହରରେ ହିଁ ଖୋଲିଥା’ନ୍ତି । ତୁମର ସବୁଠାରୁ ବଡ ଦୋକାନ
ରାଜଧାନୀରେ ଖୋଲିବା ଉଚିତ୍ । ପିଲାମାନେ ବିଚାର ସାଗର ମନ୍ଥନ କରିବା ଉଚିତ୍ ଯେ କିପରି ସେବା
ବଢିବ । ବଡ ଦୋକାନ ଖୋଲିଲେ ବଡ-ବଡ ଲୋକ ଆସିବେ । ବଡ ବଡ ଲୋକମାନଙ୍କର ପ୍ରଭାବ ତୁରନ୍ତ
ବିସ୍ତାରିତ ହୋଇଥାଏ । ପ୍ରଥମେ ପ୍ରଥମେ ତ ଏହି ଚେଷ୍ଟା କରିବା ଉଚିତ୍ । ସେବା ନିମନ୍ତେ ବଡରୁ ବଡ
ଏପରି ସ୍ଥାନ ନିଶ୍ଚିତ କର ଯେଉଁ ସ୍ଥାନକୁ ବଡ-ବଡ ମନୁଷ୍ୟମାନେ ଆସିବେ ଏବଂ ଦେଖି ଆଶ୍ଚର୍ଯ୍ୟ ହେବେ
। ସେଠାରେ ବୁଝାଇଲା ବାଲା ମଧ୍ୟ ଫାଷ୍ଟକ୍ଲାସ୍ ରହିବା ଆବଶ୍ୟକ । ଯଦି କେହି ସାଧାରଣ ବି.କେ
ବୁଝାଇବେ ତେବେ ଭାବିବେ ଯେ - ବୋଧ ହୁଏ ସବୁ ବି.କେ ଏହିପରି ହୋଇଥିବେ । ଯେପରି ଦୋକାନମାନଙ୍କରେ
ବହୁତ ଭଲ ଫାଷ୍ଟକ୍ଲାସ୍ ସେଲସ୍ମ୍ୟାନ ଅର୍ଥାତ୍ ବିକ୍ରେତା ରହିଥା’ନ୍ତି । ତେବେ ଏହା ମଧ୍ୟ ଧନ୍ଦା
ଅଟେ ନା । ବାବା ମଧ୍ୟ କହୁଛନ୍ତି ସାହାସ ପିଲାମାନଙ୍କର, ସାହାଯ୍ୟ ବାପଦାଦାଙ୍କର । ସେହି ବିନାଶୀ
ଧନ ତ’ କୌଣସି କାମରେ ଆସିବ ନାହିଁ । ଆମକୁ ତ ଅବିନାଶୀ ରୋଜଗାର କରିବାକୁ ହେବ । ଏହା ଦ୍ୱାରା
ବହୁତଙ୍କର କଲ୍ୟାଣ ହେବ, ଯେପରି ଏହି ବ୍ରହ୍ମା କରିଲେ । କେହି କ’ଣ ଭୋକରେ ମରୁଛନ୍ତି କି । ତୁମେ
ମଧ୍ୟ ଖାଉଛ । ଇଏ ମଧ୍ୟ ଖାଉଛନ୍ତି । ଏଠାରେ ଯେଉଁ ଖାଦ୍ୟ-ପାନୀୟ ମିଳୁଛି ତାହା ଅନ୍ୟ କେଉଁଠି
ମିଳୁ ନାହିଁ । ଏସବୁ କିଛି ପିଲାମାନଙ୍କ ପାଇଁ ଅଟେ ନା । ପିଲାମାନଙ୍କୁ ନିଜର ରାଜତ୍ତ୍ୱ ସ୍ଥାପନ
କରିବାକୁ ହେବ, ଏଥିପାଇଁ ବହୁତ ବିଶାଳବୁଦ୍ଧି ଆବଶ୍ୟକ । ରାଜଧାନୀରେ ନାମ ପ୍ରସିଦ୍ଧ ହେଲେ ସମସ୍ତେ
ବୁଝିଯିବେ । କହିବେ ବାସ୍ତବରେ ଏମାନେ ତ’ ସତ୍ୟ କଥା କହୁଛନ୍ତି, ବିଶ୍ୱର ମାଲିକ ତ କେବଳ ଭଗବାନ
ହିଁ କରିପାରିବେ । ମନୁଷ୍ୟ ମନୁଷ୍ୟକୁ କ’ଣ ବିଶ୍ୱର ମାଲିକ କରପାରିବେ କି ! ବାବା ସେବାର ବୃଦ୍ଧି
ପାଇଁ ରାୟ ଦେଉଛନ୍ତି ।
ସେବାରେ ବୃଦ୍ଧି
ସେତେବେଳେ ହେବ ଯେତେବେଳେ ପିଲାମାନଙ୍କର ଖୋଲା ଦୃଦୟ ହେବ । ଯେଉଁ କାର୍ଯ୍ୟ କରୁଛ ଖୋଲା ହୃଦୟରେ
କର । କୌଣସି ଶୁଭକାର୍ଯ୍ୟ ସ୍ୱତଃ ପ୍ରବୃତ୍ତ ହୋଇ କରିବା - ଏହା ବହୁତ ଭଲ କଥା । କୁହା ମଧ୍ୟ ଯାଏ
ଯେ, ସ୍ୱତଃ ପ୍ରବୃତ୍ତ ହୋଇ ଯିଏ କରେ ସିଏ ଦେବତା, କହିଲା ପରେ ଯିଏ କରେ ସିଏ ମନୁଷ୍ୟ, କହିବା ପରେ
ମଧ୍ୟ ଯିଏ ନ କରେ... । ବାବା ତ’ ଦାତା, ବାବା କାହାକୁ କ’ଣ କହିବେ କି ଏହା କର, ଏହି କାର୍ଯ୍ୟରେ
ଏତେ ଲଗାଅ । ନା, ବାବା ବୁଝାଇଛନ୍ତି ଯେ ବଡ-ବଡ ରାଜାଙ୍କର ହାତ କେବେ ଖାଲି ହୁଏ ନାହିଁ ।
ରାଜାମାନେ ସର୍ବଦା ଦାତା ହୋଇଥା’ନ୍ତି । ବାବା ମଧ୍ୟ ରାୟ ଦେଉଛନ୍ତି - କ’ଣ କ’ଣ କରିବା ଦରକାର ।
ସାବଧାନ ରହିବା ମଧ୍ୟ ବହୁତ ଆବଶ୍ୟକ । ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ପଦ ବହୁତ
ଶ୍ରେଷ୍ଠ ଅଟେ । ଶେଷରେ ରେଜଲ୍ଟ ବାହାରିବ, ଯିଏ ବହୁତ ନମ୍ବର ରଖି ପାସ୍ ହୋଇଥିବେ ସେ ଖୁସି ହେବେ
। ଶେଷ ସମୟରେ ସମସ୍ତଙ୍କୁ ସାକ୍ଷାତ୍କାର ହେବ ନା । କିନ୍ତୁ ସେ ସମୟରେ କ’ଣ କରିପାରିବ! ଭାଗ୍ୟରେ
ଯାହା ଥାଏ ତାହା ମିଳେ । ପୁରୁଷାର୍ଥର କଥା ଅଲଗା, ବାବା ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ
ବିଶାଳ ବୁଦ୍ଧି ହୁଅ । ଏବେ ତୁମେ ଧର୍ମାତ୍ମା ହେଉଛ, ଦୁନିଆକୁ ବହୁତ ଧର୍ମାତ୍ମା ଆସି କରି
ଯାଇଛନ୍ତି ନା । ଯେଉଁମାନଙ୍କର ବହୁତ ନାମାଚାର ହେଉଛି । ଅମୁକ ବହୁତ ଧର୍ମାତ୍ମା ମନୁଷ୍ୟ ଥିଲେ ।
କେହି-କେହି ତ’ ପଇସା ଏକତ୍ର କରି କରି ଅଚାନକ ମୃତ୍ୟୁବରଣ କରୁଛନ୍ତି । ପୁଣି ଟ୍ରଷ୍ଟି ମଧ୍ୟ
କରିଥା’ନ୍ତି । କୌଣସି ସନ୍ତାନ ଯଦି ଅଯୋଗ୍ୟ ହୁଏ ତେବେ ଟ୍ରଷ୍ଟି କରିଥା’ନ୍ତି, ବର୍ତ୍ତମାନ ଏହା
ହେଉଛି ପାପ ଆତ୍ମାମାନଙ୍କର ଦୁନିଆ । ସେଥିପାଇଁ ବଡ-ବଡ ଗୁରୁମାନଙ୍କୁ ଦାନ ଆଦି କରୁଛନ୍ତି ।
ଯେପରି କାଶ୍ମୀରୀର ମହାରାଜା ଥିଲେ, ତାଙ୍କର ସବୁ ସମ୍ପତ୍ତି ଆର୍ଯ୍ୟ ସମାଜ ନାମରେ ଉଇଲ୍ କରିଗଲେ,
ଭାବିଲେ ତାଙ୍କର ଧର୍ମ ବୃଦ୍ଧି ପ୍ରାପ୍ତ କରୁ । ଏବେ ତୁମକୁ କ’ଣ କରିବାକୁ ହେବ, କେଉଁ ଧର୍ମର
ବୃଦ୍ଧି ଘଟାଇବ? ତୁମମାନଙ୍କର ଧର୍ମ ହିଁ ଆଦି ସନାତନ ଦେବୀ-ଦେବତା ଧର୍ମ ଅଟେ । ଏକଥା ମଧ୍ୟ
କାହାକୁ ଜଣା ନାହିଁ । ଏବେ ପୁଣି ସେହି ଧର୍ମର ସ୍ଥାପନା କରୁଛ । କୁହାଯାଏ, ବ୍ରହ୍ମା ଦ୍ୱାରା
ସ୍ଥାପନା । ଏବେ ପିଲାମାନଙ୍କୁ କେବଳ ଜଣଙ୍କ ସ୍ମୃତିରେ ରହିବାକୁ ହେବ । ତୁମେ ଯୋଗ ବଳ ଦ୍ୱାରା
ହିଁ ସାରା ସୃଷ୍ଟିକୁ ପବିତ୍ର କରୁଛ କାହିଁକି ନା ତୁମ ପାଇଁ ପବିତ୍ର ସୃଷ୍ଟି ଦରକାର । ଏଠାରେ
ନିଆଁ ଲାଗିଲେ ପବିତ୍ର ହେବ । ଯେପରି ଖରାପ ଜିନିଷକୁ ନିଆଁରେ ପକାଇ ପବିତ୍ର କରିଥା’ନ୍ତି ।
ସେହିପରି ଏଥିରେ ମଧ୍ୟ ସବୁ ଅପବିତ୍ର ବସ୍ତୁ ପଡି ପୁଣି ଭଲ ହୋଇ ବାହାରିବ । ତୁମେମାନେ ଜାଣିଛ ଏହା
ବହୁତ ଛି-ଛି ତମୋପ୍ରଧାନ ଦୁନିଆ ଅଟେ । ପୁଣି ଏହା ସତ୍ତ୍ୱପ୍ରଧାନ ହେବ, ଏହା ଜ୍ଞାନ ଯଜ୍ଞ ଅଟେ
ନା । ତୁମେ ହେଉଛ ବ୍ରାହ୍ମଣ । ଏ କଥା ମଧ୍ୟ ତୁମେମାନେ ଜାଣିଛ ଯେ ଶାସ୍ତ୍ରରେ ଅନେକ କଥା ଲେଖି
ଦେଇଛନ୍ତି, ଯଜ୍ଞରେ ପୁଣି ଦକ୍ଷ ପ୍ରଜାପିତାଙ୍କର ନାମ ଉଲ୍ଲେଖ କରିଛନ୍ତି । ପୁଣି ରୁଦ୍ର ଜ୍ଞାନ
ଯଜ୍ଞ କୁଆଡେ ଗଲା । ଏଥିପାଇଁ ମଧ୍ୟ କ’ଣ-କ’ଣ କାହାଣୀ ବସି ସବୁ ଲେଖି ଦେଇଛନ୍ତି । ଯଜ୍ଞର
ବର୍ଣ୍ଣନା କାଇଦା ଅନୁସାରେ ହୋଇ ନାହିଁ । ବାବା ହିଁ ଆସି ସବୁ କିଛି ବୁଝାଉଛନ୍ତି । ଏବେ ତୁମେ
ଶ୍ରୀମତ ଆଧାରରେ ଜ୍ଞାନ ଯଜ୍ଞ ରଚନା କରିଛ । ଏହାକୁ ଜ୍ଞାନ ଯଜ୍ଞ ମଧ୍ୟ କୁହାଯାଉଛି ତ ବିଦ୍ୟାଳୟ
ମଧ୍ୟ କୁହାଯାଉଛି । ଜ୍ଞାନ ଏବଂ ଯଜ୍ଞ ଉଭୟ ଅଲଗା-ଅଲଗା ଶବ୍ଦ । ଯଜ୍ଞରେ ଆହୁତି ପକାଇବାକୁ ହେବ ।
ଜ୍ଞାନର ସାଗର ବାବା ହିଁ ଆସି ଏହି ଯଜ୍ଞ ରଚନା କରୁଛନ୍ତି । ଏହା ବହୁତ ବଡ ଯଜ୍ଞ, ଯେଉଁଥିରେ
ସମଗ୍ର ପୁରୁଣା ଦୁନିଆ ସ୍ୱାହା ହେବ ।
ପିଲାମାନଙ୍କୁ ସେବାର
ପ୍ଲାନ (ଯୋଜନା) କରିବାକୁ ହେବ । ଗାଁ ଆଦିରେ ମଧ୍ୟ ସେବା କର । ତୁମକୁ ବହୁତ କହୁଛନ୍ତି
ଗରୀବମାନଙ୍କୁ ଏହି ଜ୍ଞାନ ଦେବା ଦରକାର । ସେମାନେ କେବଳ ରାୟ ଦେଉଛନ୍ତି, ନିଜେ କୌଣସି କାମ କରୁ
ନାହାଁନ୍ତି । କିଛି ସେବା କରୁ ନାହାଁନ୍ତି କେବଳ ରାୟ ଦେଉଛନ୍ତି ଏପରି କର, ବହୁତ ଭଲ ହେବ ।
କିନ୍ତୁ ଆମକୁ ଫୁରସତ ନାହିଁ । ନଲେଜ୍ ବହୁତ ଭଲ । ସମସ୍ତଙ୍କୁ ଏହି ଜ୍ଞାନ ମିଳିବା ଉଚିତ୍ ।
ସେମାନେ ନିଜକୁ ବଡ, ତୁମକୁ ଛୋଟ ଲୋକ ଭାବୁଛନ୍ତି । ତେଣୁ ତୁମମାନଙ୍କୁ ବହୁତ ଖବରଦାର ରହିବାକୁ
ହେବ । ସେ ପାଠପଢା ସହିତ ପୁଣି ତୁମକୁ ଏହି ପାଠପଢା ମଧ୍ୟ ମିଳୁଛି । ପାଠପଢା ଦ୍ୱାରା
କଥାବାର୍ତ୍ତା କରିବାର ଅକଲ ଆସିଥାଏ । ତା’ଦ୍ୱାରା ମ୍ୟାନର୍ସ ଅର୍ଥାତ୍ ଆଚରଣ ଭଲ ହୋଇଯାଇଥାଏ ।
ଯିଏ ଅପାଠୁଆ ସିଏ ତ ଯେପରି ବୁଦ୍ଧିହୀନ ହୋଇଥା’ନ୍ତି । କିପରି କଥା ହେବା ଉଚିତ୍, ସେ ବୁଦ୍ଧି
ତାଙ୍କଠାରେ ନଥାଏ । ବଡ ଲୋକଙ୍କୁ ସର୍ବଦା “ଆପଣ” ବୋଲି ସମ୍ବୋଧନ କରି କଥା ହେବା ଉଚିତ୍ । ଏଠାରେ
କେହି କେହି ଏପରି ମଧ୍ୟ ଅଛନ୍ତି ଯିଏ ପତିକୁ ମଧ୍ୟ ତୁମେ ତୁମେ କହିଦେଉଛନ୍ତି । “ଆପଣ” ଶବ୍ଦ
ବହୁତ ରୟାଲ୍ ଶବ୍ଦ । ବଡ ଲୋକମାନଙ୍କୁ “ଆପଣ” କହିବା ଉଚିତ୍ । ତେଣୁ ବାବା ପ୍ରଥମେ ରାୟ ଦେଉଛନ୍ତି
ଯେ ଯେଉଁ ଦିଲ୍ଲୀ ପୂର୍ବରୁ ପରିସ୍ଥାନ ଥିଲା, ପୁନର୍ବାର ତାକୁ ପରିସ୍ଥାନ କରିବାକୁ ହେବ । ତେଣୁ
ଦିଲ୍ଲୀରେ ସମସ୍ତଙ୍କୁ ସନ୍ଦେଶ ଦେବା ଦରକାର, ସେଥିପାଇଁ ଭଲ ଆଡଭାଟାଇଜ୍ମେଣ୍ଟ କରିବା ଉଚିତ୍ ।
ବାବା ଟପିକ୍ସ ମଧ୍ୟ ବତାଉଛନ୍ତି, ଟପିକ୍ସ ଲିଷ୍ଟ କର ପୁଣି ଲେଖି ଚାଲ । ବିଶ୍ୱରେ ଶାନ୍ତି କିପରି
ହୋଇପାରିବ । ଏଠାକୁ ଆସି ବୁଝ, ୨୧ ଜନ୍ମ ପାଇଁ କିପରି ନିରୋଗୀ ହୋଇପାରିବ ଆସି ବୁଝ । ଏହିପରି
ଖୁସିର କଥା ଲେଖା ହୋଇଥିବା ଦରକାର । ୨୧ ଜନ୍ମ ପାଇଁ ନିରୋଗୀ, ସତ୍ୟଯୁଗୀ ଡବଲ ମୁକୁଟଧାରୀ ଆସି
ହୁଅ । ସତ୍ୟଯୁଗୀ ଶବ୍ଦ ସବୁଠାରେ ରଖ । ସୁନ୍ଦର ସୁନ୍ଦର ଅକ୍ଷର ହେଉ, ଯେପରି ମନୁଷ୍ୟମାନେ ଆସି
ଦେଖି କରି ଖୁସି ହେବେ । ଘରେ ମଧ୍ୟ ଏପରି ବୋର୍ଡ ଏବଂ ଚିତ୍ର ଆଦି ଲାଗି ରହିବା ଦରକାର । ନିଜର
ଧନ୍ଦା ଆଦି କର ତା’ ସହିତ ଏହି ସେବା ମଧ୍ୟ କର । ସାରା ଦିନ କ’ଣ ଧନ୍ଦାରେ ରହିବାକୁ ପଡିଥାଏ ।
ଉପରୁ କେବଳ ଦେଖା ଶୁଣା କରିବାକୁ ପଡିଥାଏ । ବାକି କାମ ଆସିଷ୍ଟାଣ୍ଡ୍ ମ୍ୟାନେଜର୍ ଚଳାଇଥା’ନ୍ତି
। କେତେକ ସେଠ୍ଙ୍କର ଖୋଲା ହୃଦୟ ଥାଏ ସେମାନେ ଆସିଷ୍ଟାଣ୍ଟ୍କୁ ଭଲ ଦରମା ଦେଇ ଗଦିରେ ମଧ୍ୟ
ବସାଇଥା’ନ୍ତି । ଏହା ତ ବେହଦର ସେବା ଅଟେ । ଆଉ ସବୁ ତ’ ହଦର ସେବା । ଏହି ବେହଦର ସେବାରେ କେତେ
ବିଶାଳବୁଦ୍ଧି ରହିବା ଦରକାର । ଆମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛୁ । କାଳ ଉପରେ ମଧ୍ୟ
ବିଜୟପ୍ରାପ୍ତ କରି ଅମର ହୋଇଯାଉଛୁ । ଏହିଭଳି ଲେଖା ଦେଖିଲେ ବୁଝିବା ପାଇଁ ଚେଷ୍ଟା କରିବେ । ଅମର
ଲୋକର ମାଲିକ ତୁମେ କିପରି ହୋଇପାରିବ ଆସି ବୁଝ । ବହୁତ ଟପିକ୍ସ୍ ବାହାରିପାରିବ । ତୁମେ କାହାକୁ
ବି ବିଶ୍ୱର ମାଲିକ କରାଇପାରିବ । ସେଠାରେ ଦୁଃଖର ଚିହ୍ନ-ବର୍ଣ୍ଣ ରହିବ ନାହିଁ । ତେଣୁ
ପିଲାମାନଙ୍କର କେତେ ଖୁସି ହେବା ଉଚିତ୍ । ବାବା ଆମକୁ ପୁଣି ଥରେ କ’ଣରୁ କ’ଣ କରିବାକୁ ଆସିଛନ୍ତି!
ପିଲାମାନେ ଜାଣିଛନ୍ତି ଯେ ପୁରୁଣା ସୃଷ୍ଟି ପୁଣି ନୂଆ ହେବ, ମୃତ୍ୟୁ ମଧ୍ୟ ସମ୍ମୁଖରେ ଉପସ୍ଥିତ ।
ଦେଖୁଛ ଲଢେଇ ଲାଗି ରହିଛି । ଯଦି ବଡ ଲଢେଇ ଲାଗିବ, ତେବେ ସବୁ ଖେଳ ସମାପ୍ତ ହୋଇଯିବ । ତୁମେ ତ
ଭଲ ଭାବରେ ଜାଣିଛ । ବାବା ବହୁତ ସ୍ନେହର ସହିତ କହୁଛନ୍ତି - ମଧୁର ସନ୍ତାନମାନେ, ଏହି ବିଶ୍ୱର
ବାଦଶାହୀ ତୁମ ପାଇଁ ଅଟେ । ତୁମେ ବିଶ୍ୱର ମାଲିକ ଥିଲ, ଭାରତରେ ତୁମେ ଅସରନ୍ତି ସୁଖ ଦେଖିଛ ।
ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ତେଣୁ ବହୁତ ଖୁସୀ ହେବା ଦରକାର । ପିଲାମାନେ ମିଳିମିଶି
ପରସ୍ପର ମଧ୍ୟରେ ରାୟ କରିବା ଉଚିତ୍ । ଖବରକାଗଜରେ ବାହାର କରିବା ଉଚିତ୍ । ଦିଲ୍ଲୀରେ ମଧ୍ୟ
ଉଡାଜାହାଜରୁ ପର୍ଚ୍ଚା ପକାଅ । ନିମନ୍ତ୍ରଣ ଦେଉଛ, ଅଧିକ ଖର୍ଚ୍ଚ ହେବ ନାହିଁ, ଯଦି ବଡ ଅଫିସରମାନେ
ବୁଝିଗଲେ ତେବେ ବିନା ମୂଲ୍ୟରେ ମଧ୍ୟ କରିପାରିବେ । ବାବା ରାୟ ଦେଉଛନ୍ତି, ଯେପରି କଲିକତାର
ଚୌରଙ୍ଗିରେ ଗୋଟିଏ ଫାଷ୍ଟକ୍ଲାସ୍ ବଡ ରୟାଲ ଅର୍ଥାତ୍ ରାଜକୀୟ ସେଣ୍ଟର ହେଉ, ତେବେ ଗ୍ରାହକ ବହୁତ
ଆସିବେ । ମାଡ୍ରାସ୍, ବମ୍ବେ ବଡ-ବଡ ସହରରେ ବଡ ବଡ ଦୋକାନ ହେଉ, ବାବା ମଧ୍ୟ ଜଣେ ବିଜିନେସ୍ମ୍ୟାନ୍
ନା । ତୁମଠାରୁ ପାଇ ପଇସା ନେଇ ତା’ ବଦଳରେ କ’ଣ ଦେଉଛନ୍ତି । ସେଥିପାଇଁ ତାଙ୍କର ଗାୟନ କରାଯାଏ
ସିଏ ଦୟାଳୁ ଅଟନ୍ତି । କଉଡିରୁ ହୀରା ତୁଲ୍ୟ, ମନୁଷ୍ୟରୁ ଦେବତା କରୁଛନ୍ତି । ମହାନତା ତ ଏକମାତ୍ର
ବାବାଙ୍କର ହିଁ ଅଟେ । ବାବା ନ ଥିଲେ ତୁମମାନଙ୍କର କ’ଣ ମହିମା ହୋଇଥା’ନ୍ତା!
ତୁମର ନିଶା ରହିବା ଉଚିତ୍
ଯେ ଭଗବାନ ଆମକୁ ପାଠ ପଢାଉଛନ୍ତି । ନରରୁ ନାରାୟଣ ହେବାର ଲକ୍ଷ୍ୟ-ସମ୍ମୁଖରେ ରହିଛି ।
ପ୍ରଥମେ-ପ୍ରଥମେ ଯେଉଁମାନେ ଅବ୍ୟଭିଚାରୀ ଭକ୍ତି ଆରମ୍ଭ କରିଛନ୍ତି, ସେହିମାନେ ହିଁ ଆସି ଉଚ୍ଚ ପଦ
ପାଇବା ପାଇଁ ପୁରୁଷାର୍ଥ କରିବେ । ବାବା କେତେ ଭଲ-ଭଲ ପଏଣ୍ଟସ୍ ବୁଝାଉଛନ୍ତି । କିନ୍ତୁ ପିଲାମାନେ
ଭୁଲିଯାଉଛନ୍ତି, ସେଥିପାଇଁ ବାବା କହୁଛନ୍ତି ପଏଣ୍ଟସ୍ ଲେଖ । ଟପିକସ୍ ଲେଖିଚାଲ । ଡାକ୍ତରମାନେ
ମଧ୍ୟ ବହି ପଢିଥା’ନ୍ତି । ତୁମେ ହେଲ ମାଷ୍ଟର ରୁହାନୀ ସର୍ଜନ ଅର୍ଥାତ୍ ଆଧ୍ୟାତ୍ମିକ ଡାକ୍ତର ।
ମୁଁ ତୁମକୁ ଶିଖାଉଛି ଆତ୍ମାକୁ କିପରି ଇଞ୍ଜେକ୍ସନ୍ ଲଗାଇବ । ଏହା ହେଉଛି ଜ୍ଞାନର ଇଞ୍ଜେକ୍ସନ୍
। ଏଥିରେ ଛୁଞ୍ଚି ଆଦି କିଛି ନାହିଁ । ବାବା ହେଲେ ଅବିନାଶୀ ସର୍ଜନ । ବାବା ଆତ୍ମାମାନଙ୍କୁ ଆସି
ପାଠ ପଢାଉଛନ୍ତି । ଆତ୍ମା ହିଁ ଅପବିତ୍ର ହୋଇଯାଇଛି । ଏହା ତ’ ବହୁତ ସହଜ । ବାବା ଆମକୁ ବିଶ୍ୱର
ମାଲିକ କରାଉଛନ୍ତି, ତାଙ୍କୁ ଆମେ କ’ଣ ମନେ ପକାଇ ପାରିବୁ ନାହିଁ! କିନ୍ତୁ ମାୟାର ବହୁତ ଅପୋଜିସନ୍
ରହିଛି ସେଥିପାଇଁ ବାବା କହୁଛନ୍ତି - ଚାର୍ଟ ରଖ ଏବଂ ସେବାର ବିଚାର କର ତେବେ ବହୁତ ଖୁସି ରହିବ ।
ମୁରଲୀ ଯେତେ ଭଲ ଶୁଣାଇଲେ ମଧ୍ୟ ଯୋଗବଳ ନାହିଁ । ତେଣୁ ବାବାଙ୍କ ପ୍ରତି ସଚ୍ଚା ରହିବା ମଧ୍ୟ
ବହୁତ ମୁସ୍କିଲ୍ ହେଉଛି । ଯଦି ଭାବୁଛ ଆମେ ବହୁତ ଶ୍ରେଷ୍ଠ ତେବେ ବାବାଙ୍କୁ ଯୋଗର ଚାର୍ଟ ପଠାଅ
ତେବେ ବାବା ବୁଝିଯିବେ ଯେ କେତେ ସତ, କେତେ ମିଛ ଅଟେ? ଆଚ୍ଛା, ମୁଁ ପିଲାମାନଙ୍କୁ ବୁଝାଉଛି -
ଅବିନାଶୀ ଜ୍ଞାନ ରତ୍ନର ସେଲ୍ସମ୍ୟାନ୍ ଅର୍ଥାତ୍ ବିକ୍ରେତା ହେବାକୁ ପଡିବ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଆତ୍ମିକ ନିଶାରେ ରହିବାକୁ ହେବ, ମାଷ୍ଟର ରୁହାନୀ ସର୍ଜନ ଅର୍ଥାତ୍
ଆତ୍ମିକ ଚିକିତ୍ସକ ହୋଇ ସମସ୍ତଙ୍କୁ ଜ୍ଞାନରୂପକ ଇଞ୍ଜେକ୍ସନ୍ ଲଗାଇବାକୁ ହେବ । ସେବା କରିବା
ସହିତ ଯୋଗର ଚାର୍ଟ ମଧ୍ୟ ରଖିବାକୁ ହେବ ଯାହାଦ୍ୱାରା ଖୁସି ସ୍ଥାୟୀ ହୋଇ ରହିବ ।
(୨) କଥାବାର୍ତ୍ତା
କରିବାରେ ଶାଳୀନତା ରକ୍ଷା କରିବାକୁ ହେବ, “ଆପଣ” “ଆପଣ’’ କହି କଥାବାର୍ତ୍ତା କରିବାକୁ ହେବ ।
ପ୍ରତ୍ୟେକ କାର୍ଯ୍ୟ ଖୋଲା ହୃଦୟରେ କରିବାକୁ ହେବ ।
ବରଦାନ:-
ସମସ୍ତ
କର୍ମେନ୍ଦ୍ରିୟର ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ କମଳପୁଷ୍ପ ସମାନ ସ୍ଥିତିରେ ରହୁଥିବା ଦିବ୍ୟବୁଦ୍ଧି
ଏବଂ ଦିବ୍ୟନେତ୍ରର ବରଦାନୀ ହୁଅ ।
ଜନ୍ମ ହେବା ମାତ୍ରକେ
ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନଙ୍କୁ ବାପଦାଦାଙ୍କ ଦ୍ୱାରା ଦିବ୍ୟ ସମର୍ଥ ବୁଦ୍ଧି ଏବଂ ଦିବ୍ୟ
ନେତ୍ରର ବରଦାନ ମିଳିଯାଇଛି । ଯେଉଁ ପିଲାମାନେ ନିଜର ଏହି ଜନ୍ମ ଦିନର ଉପହାରକୁ ସର୍ବଦା ଯଥାର୍ଥ
ରୂପରେ ବ୍ୟବହାର କରିଥାଆନ୍ତି ସେମାନେ ପଦ୍ମ ଫୁଲ ଭଳି ଶ୍ରେଷ୍ଠ ସ୍ଥିତି ରୂପୀ ଆସନ ଉପରେ ସ୍ଥିତ
ହୋଇ ରହିଥାଆନ୍ତି । କୌଣସି ପ୍ରକାରର ଆକର୍ଷଣ ଯଥା ଦେହର ସମ୍ବନ୍ଧ, ଦେହର ପଦାର୍ଥ ବା କୌଣସି ବି
କର୍ମେନ୍ଦ୍ରିୟ ସେମାନଙ୍କୁ ଆକର୍ଷିତ କରିପାରିବ ନାହିଁ । ସେମାନେ ସର୍ବ ଆକର୍ଷଣ ଠାରୁ
ଉର୍ଦ୍ଧ୍ୱରେ ସର୍ବଦା ହର୍ଷିତ ସ୍ଥିତିରେ ରହିଥାଆନ୍ତି । ସେମାନେ ନିଜକୁ କଳିଯୁଗୀ ପତିତ ବିକାରୀ
ଆକର୍ଷଣ ଠାରୁ ଦୂରେଇଯାଇଥିବାର ଅନୁଭବ କରିଥାଆନ୍ତି ।
ସ୍ଲୋଗାନ:-
ଯେତେବେଳେ
କେଉଁଥିରେ ବି ଆସକ୍ତି ନ ରହିବ ସେତେବେଳେ ତୁମର ଶକ୍ତିସ୍ୱରୂପ ପ୍ରତ୍ୟକ୍ଷ ହେବ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ନିଜର ଶ୍ରେଷ୍ଠ ସଂକଳ୍ପ
ଦ୍ୱାରା ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ରୂପୀ ବନ୍ୟା ଜଳରେ ଭାସିଯାଉଥିବା ଆତ୍ମାମାନଙ୍କୁ ନିଜର
ଶକ୍ତି ଆଧାରରେ ଅଳ୍ପ ସମୟ ମଧ୍ୟରେ କୂଳରେ ଲଗାଇ ଦେଖାଅ । ସେମାନଙ୍କର ବ୍ୟର୍ଥ ସଂକଳ୍ପକୁ ଶୁଦ୍ଧ
ସଂକଳ୍ପରେ ପରିବର୍ତ୍ତିତ କରିଦିଅ । ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ଅନେକ ଆତ୍ମାମାନଙ୍କ ଉପରେ
ତୁମର ଶ୍ରେଷ୍ଠ ସଂକଳ୍ପ ଏବଂ ଦିବ୍ୟ ଦୃଷ୍ଟିର ପ୍ରଭାବ ପଡୁ ।