14.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କୁ ମନେ ପକାଇବାର ଭିନ୍ନ-ଭିନ୍ନ ଉପାୟମାନ ରଚନା କର, ପୁରୁଷାର୍ଥ କରି ଚାର୍ଟ ରଖ, ଏଥିରେ
ଥକି ଯାଅ ନାହିଁ, ତୋଫାନ ବା ବିଘ୍ନରେ ଅଚଳ ହୋଇ ରୁହ ।”
ପ୍ରଶ୍ନ:-
ପିଲାମାନଙ୍କୁ
ନିଜର କେଉଁ ଅନୁଭବ ପରସ୍ପରକୁ ଶୁଣାଇବା ଦରକାର?
ଉତ୍ତର:-
ମୁଁ ବାବାଙ୍କୁ କେତେ ସମୟ ଏବଂ କିପରି ମନେ ପକାଉଛି! ଭୋଜନ କରିବା ସମୟରେ ବାବାଙ୍କର ୟାଦ ରହୁଛି
ନା ଅନେକ ପ୍ରକାରର ବିଚାର ଆସିଯାଉଛି! ବାବା କହୁଛନ୍ତି ପିଲାମାନେ ଚେଷ୍ଟା କରିଦେଖ । ଭୋଜନ କରିବା
ସମୟରେ ବାବାଙ୍କ ବ୍ୟତୀତ ଅନ୍ୟ କିଛି କଥା ମନେ ପଡୁ ନାହିଁ ତ! ପୁଣି ପରସ୍ପରକୁ ଅନୁଭବ ଶୁଣାଅ ।
(୨) କୌଣସି ବି ଦୁଃଖଦାୟକ ଦୃଶ୍ୟ ଦେଖିବା ବେଳେ ମୋର ସ୍ଥିତି କିପରି ରହିଲା! ଏହାର ଅନୁଭବ ମଧ୍ୟ
ଶୁଣାଇବା ଦରକାର ।
ଗୀତ:-
ଲାଖ ଜମାନେ ବାଲେ....
ଓମ୍ ଶାନ୍ତି ।
ମିଠା ମିଠା
ପିଲାମାନେ ଏବେ ବେହଦ ବାବାଙ୍କୁ କିପରି ଭୁଲିବେ, ଯାହାଙ୍କଠାରୁ ବେହଦର ବର୍ସା ମିଳୁଛି ।
ଯାହାଙ୍କୁ ତୁମେମାନେ ଅଧାକଳ୍ପରୁ ୟାଦ କରୁଥିଲ । ଏକଥା ତ ବୁଝାଯାଇଛି ଯେ ମନୁଷ୍ୟମାନଙ୍କୁ
କେବେହେଲେ ଭଗବାନ ବୋଲି କୁହାଯାଏ ନାହିଁ । ଏବେ ଯେତେବେଳେ କି ତୁମକୁ ବେହଦର ବାବା ମିଳିଛନ୍ତି,
ତାଙ୍କର ୟାଦରେ ହିଁ କରାମତି ରହିଛି । ଯେତେ ପତିତ-ପାବନ ବାବାଙ୍କୁ ୟାଦ କରିବ, ସେତେ ପବିତ୍ର
ହୋଇ ଚାଲିବ । ଯେତେ ପର୍ଯ୍ୟନ୍ତ ଅନ୍ତ ନ ହୋଇଛି, ଏବେ ତୁମେ ନିଜକୁ ପବିତ୍ର ବୋଲି କହିପାରିବ ନାହିଁ
। ଯେତେବେଳେ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ, ସେତେବେଳେ ଏହି ଶରୀର ଛାଡି ଯାଇ ସମ୍ପୂର୍ଣ୍ଣ
ପବିତ୍ର ଶରୀର ନେବ । ତୁମକୁ ସତ୍ୟଯୁଗରେ ଯେତେବେଳେ ନୂଆ ଶରୀର ମିଳିବ ସେତେବେଳେ ସମ୍ପୂର୍ଣ୍ଣ
ବୋଲି କୁହାଯିବ । ଏହାପରେ ରାବଣର ଅନ୍ତ ହୋଇଯାଇଥାଏ । ସତ୍ୟଯୁଗରେ ରାବଣର କୁଶପୁତ୍ତଳିକା ତିଆରି
କରାଯାଏ ନାହିଁ । ତୁମେ ସନ୍ତାନମାନେ ଯେତେବେଳେ ବସୁଛ, ଚଲା-ବୁଲା କରୁଛ ତେବେ ବୁଦ୍ଧିରେ ଏହି କଥା
ମନରେ ରହୁ, ଏବେ ଆମେ ୮୪ ଜନ୍ମର ଚକ୍ର ଶେଷ କରିଲୁ ପୁଣି ନୂଆ ଚକ୍ର ଆରମ୍ଭ ହେଉଛି । ତାହା ହିଁ
ହେଉଛି ନୂଆ ପବିତ୍ର ଦୁନିଆ, ନୂଆ ଭାରତ ନୂଆ ଦିଲ୍ଲୀ । ପିଲାମାନେ ଜାଣିଛନ୍ତି ଯେ ପ୍ରଥମେ
ଯମୁନାର କୂଳ ରହିବ, ଯେଉଁଠାରେ ପରିସ୍ତାନ ତିଆରି ହେବ । ପିଲାମାନଙ୍କୁ ବହୁତ ଭଲ ଭାବରେ
ବୁଝାଯାଉଛି, ପ୍ରଥମେ ତ ବାବାଙ୍କୁ ୟାଦ କର । ଭଗବାନ ବାବା ତୁମକୁ ପାଠ ପଢାଉଛନ୍ତି, ସିଏ ହିଁ
ଶିକ୍ଷକ ଗୁରୁ ଅଟନ୍ତି, ଏହି କଥା ତ ମନେ ରଖ । ବାବା ଏ କଥା ମଧ୍ୟ ବୁଝାଇଥିଲେ ଯେ ତୁମେମାନେ
ବାଜୋଲି (ପାଦ ପାଖରେ ମୁଣ୍ଡ ରଖି ଲେଉଟିବା) ଖେଳୁଛ । ବର୍ଣ୍ଣର ଚିତ୍ର ମଧ୍ୟ ବହୁତ ଜରୁରୀ ଅଟେ ।
ସବୁଠାରୁ ଉପରେ ଅଛନ୍ତି ଶିବବାବା ପୁଣି ଚୂଟୀ, ବ୍ରାହ୍ମଣମାନେ ରହିଛନ୍ତି । ଏହି କଥା ବୁଝାଇବା
ପାଇଁ ବାବା କହୁଛନ୍ତି । ଆଚ୍ଛା ଏହି କଥା ବୁଦ୍ଧିରେ ରଖ ଯେ ଆମେ ୮୪ ଜନ୍ମର ବାଜୋଲୀ ଖେଳୁଛୁ ।
ଏବେ ସଂଗମଯୁଗ ଅଟେ, ବାବା ଅଧିକ ସମୟ ରହୁନାହାଁନ୍ତି । ତଥାପି ବି ୧୦୦ ବର୍ଷ ତ ଲାଗୁଛି । ଉପର
ତଳ ହୋଇ ସମ୍ପୂର୍ଣ୍ଣ ବିନାଶ ହେଲା ପରେ ରାଜ୍ୟ ଆରମ୍ଭ ହେବ । ଏହା ହିଁ ତ ମହାଭାରତ ଲଢେଇ ଅଟେ,
ଯେଉଁଥିରେ ଅନେକ ଧର୍ମର ବିନାଶ, ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି ।
ତୁମମାନଙ୍କର କଳାବାଜୀ ବା କଳାକୌଶଳ ତ ଆଶ୍ଚର୍ଯ୍ୟଜନକ ଅଟେ । ତୁମେମାନେ ଜାଣିଛ ଯେ ଫକୀର ଲୋକମାନେ
କଳାବାଜୀ ଖେଳିଥାନ୍ତି, ତୀର୍ଥକୁ ଯାଇଥାନ୍ତି । ମନୁଷ୍ୟମାନଙ୍କର ଶ୍ରଦ୍ଧା ତ ରହିଥାଏ ନା । ତେଣୁ
ସେମାନଙ୍କୁ କିଛି ନା କିଛି ଦେଇ ଦେଇଥାନ୍ତି । ସେହିଥିରେ ସେମାନଙ୍କର ଗୁଜୁରାଣ ମେଣ୍ଟିଯାଏ ।
କାରଣ ଏହିଭଳି ଲୋକମାନେ ଆଉ କ’ଣ ବା କରିପାରିବେ । ବାବା ତ ଏହି ସବୁ କଥା ଗୁଡିକର ଅନୁଭବୀ ଅଟନ୍ତି
। ସେଥିପାଇଁ ଶିବବାବା ଅନୁଭବୀ ରଥ ନେଇଛନ୍ତି । ସିଏ ଗୁରୁ ମଧ୍ୟ କରିଥିଲେ । ଦେଖିଥିଲେ ବି ବହୁତ
କିଛି । ତୀର୍ଥ ମଧ୍ୟ କରିଥିଲେ । ଏବେ ବାବା କହୁଛନ୍ତି ବାଜୋଲିକୁ ତ ୟାଦ କରିପାରିବ । ଆମେ ଏବେ
ବ୍ରାହ୍ମଣ ହୋଇଛୁ ପୁଣି ଦେବତା, କ୍ଷତ୍ରିୟ ହେବୁ । ଏସବୁ ହେଉଛି ଭାରତର କଥା । ବାବା ଏହିପରି
ଭାବେ ବୁଝାଇଛନ୍ତି, ଅନ୍ୟ ସବୁ ଧର୍ମ ତ ଯେପରି ଶାଖା-ପ୍ରଶାଖା ଅଟେ । ବାବା ତୁମକୁ ହିଁ ତୁମର ୮୪
ଜନ୍ମର କାହାଣୀ ବତାଇଛନ୍ତି । ଯେଉଁମାନେ ଜ୍ଞାନୀ ଅଟନ୍ତି, ସେମାନେ ହିସାବରୁ ବୁଝିପାରିବେ । ଇସ୍ଲାମୀମାନେ
ଆସିବେ ତ ହାରାହାରି କେତେ ଜନ୍ମ ନେବେ । ସଠିକ୍ ହିସାବର ତ ଆବଶ୍ୟକତା ନାହିଁ । ଏହି କଥା ଗୁଡିକରେ
ତ ଚିନ୍ତାର କୌଣସି କଥା ନାହିଁ । ସବୁଠାରୁ ଅଧିକ ଏହି ଚିନ୍ତା ରହିଥାଏ ଯେ ଆମେ ବାବାଙ୍କୁ ୟାଦ
କରି ଚାଲୁଥାଉ । ବାସ୍ ଜଣଙ୍କୁ ୟାଦ କରିବାର, ଗୋଟିଏ ହିଁ ଚିନ୍ତା ରହିଛି । ପ୍ରତି ମୂହୁର୍ତ୍ତରେ
ମାୟା ଆହୁରି ଚିନ୍ତାରେ ପକାଇ ଦେଉଛି, ଏଥିରେ ମାୟା ବହୁତ ଚିନ୍ତାରେ ପକାଇଥାଏ । ପିଲାମାନେ ୟାଦ
କରିବା ହିଁ ଦରକାର । ଏବେ ଆମକୁ ଘରକୁ ଯିବାକୁ ହେବ । ମିଠା ଘର କାହାର ମନେ ନ ପଡିବ । ମାଗୁଛନ୍ତି
ମଧ୍ୟ ଶାନ୍ତି ଦିଅ । ଭଗବାନଙ୍କୁ କହୁଛନ୍ତି - ଆମକୁ ଶାନ୍ତି ଦିଅ ।
ଏବେ ତୁମେ ପିଲାମାନେ
ଏକଥା ତ ଜାଣିଛ ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ଏକଥା ମଧ୍ୟ ତୁମମାନଙ୍କର ବୁଦ୍ଧିରେ ଅଛି
ଏବଂ ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି । ଶାନ୍ତି ସତ୍ୟଯୁଗରେ ହିଁ ଥାଏ । ଏକ ଧର୍ମ, ଏକ
ଭାଷା, ନୀତି-ପ୍ରଥା ମଧ୍ୟ ଗୋଟିଏ ହିଁ ରହିଥାଏ । ସେଠାରେ ଶାନ୍ତିର ହିଁ ରାଜ୍ୟ ହେବ । ଅଦ୍ୱୈତର
କଥା ହିଁ ନାହିଁ । ସେଠାରେ ତ ଗୋଟିଏ ହିଁ ରାଜତ୍ୱ ହୋଇଥାଏ ଏବଂ ତାହା ସତ୍ୱପ୍ରଧାନ ଅଟେ । ସେଠାରେ
ରାବଣ ରାଜ୍ୟ ହିଁ ରହିବ ନାହିଁ ଯାହା ଫଳରେ କି ଯୁଦ୍ଧ ହେବ । ତେବେ ତୁମ ପିଲାମାନଙ୍କର ଖୁସିର
ନିଶା ଚଢିବା ଦରକାର । ଶାସ୍ତ୍ରରେ ଯେଉଁ ଗାୟନ ରହିଛି ଯେ ଅତିନ୍ଦ୍ରିୟ ସୁଖ ଗୋପ-ଗୋପୀମାନଙ୍କୁ
ପଚାର । ଗୋପ-ଗୋପୀ ତ ତୁମେମାନେ ଅଟ ନା । ତୁମେମାନେ ସମ୍ମୁଖରେ ବସିଛ । ତୁମମାନଙ୍କ ଭିତରେ ମଧ୍ୟ
କ୍ରମାନ୍ୱୟରେ ରହିଛନ୍ତି ଯେଉଁମାନଙ୍କର ମନେ ରହିଥାଏ ଯେ - ବାବା ଆମର ପିତା, ଶିକ୍ଷକ, ଗୁରୁ
ମଧ୍ୟ ଅଟନ୍ତି । ଏହା ତ ଆଶ୍ଚର୍ଯ୍ୟର କଥା ଅଟେ ନା । ସାରା ଜୀବନ ସାଥୀରେ ରହିଥାନ୍ତି । କୋଳକୁ
ନେବା ମାତ୍ରକେ ପାଠପଢା ଆରମ୍ଭ କରିଦେଇଥାନ୍ତି । ତେବେ ଏହି କଥା ମନେ ରହିବା ଦ୍ୱାରା ମଧ୍ୟ ଖୁସି
ବହୁତ ରହିବ । କିନ୍ତୁ ମାୟା ପୁଣି ଏ କଥାକୁ ମଧ୍ୟ ଭୁଲାଇ ଦେଇଥାଏ । ମନୁଷ୍ୟମାନଙ୍କୁ ଏ କଥା
ମଧ୍ୟ ବୁଝାଇବାକୁ ପଡିଥାଏ, ମନୁଷ୍ୟମାନେ ପଚାରୁଛନ୍ତି ଯେ ବାକି ଅଳ୍ପ ସମୟ ଅଛି ବୋଲି କହୁଛ,
ଏହାର କ’ଣ ପ୍ରମାଣ ଅଛି? କୁହ, ଦେଖ ଏଥିରେ ଲେଖାଯାଇଛି ଭଗବାନୁବାଚ । ଯଜ୍ଞ ମଧ୍ୟ ରଚନା କରାଯାଇଛି
। ଏହା ହେଉଛି ଜ୍ଞାନ ଯଜ୍ଞ । ତେବେ କୃଷ୍ଣ ତ ଯଜ୍ଞ ରଚନା କରିପାରିବେ ନାହିଁ ।
ପିଲାମାନଙ୍କର ଏକଥା ବି
ବୁଦ୍ଧିରେ ରହିବା ଦରକାର ଯେ ଆମେ ବ୍ରାହ୍ମଣ, ଏହି ବେହଦ ଯଜ୍ଞର ଅଟୁ । ବାବା ଆମକୁ ନିମିତ୍ତ
କରିଛନ୍ତି । ଯେତେବେଳେ ତୁମେ ଭଲ ଭାବରେ ଜ୍ଞାନ ଏବଂ ଯୋଗର ଧାରଣ କରିଥାଅ, ଆତ୍ମା ସମ୍ପୂର୍ଣ୍ଣ
ହୋଇଯାଇଥାଏ ସେତେବେଳେ ଏହି ସଂସାରରେ ନିଆଁ ଲାଗିଥାଏ । ମନୁଷ୍ୟମାନେ ହିଁ ଜାଣଛନ୍ତି ନା ଏହା
ବେହଦର କର୍ମକ୍ଷେତ୍ର ଅଟେ, ଯେଉଁଠାରେ ସମସ୍ତେ ଆସି ଖେଳ କରୁଛନ୍ତି । ଯାହା ହୋଇଥିଲା ତାହା
ପୁନର୍ବାର ହେଉଛି.... ବାବା କହୁଛନ୍ତି ପିଲାମାନେ ଚିନ୍ତା ସେହି ବିଷୟରେ କରାଯାଏ ଯାହା ଅଘଟଣ
ହୋଇଥାଏ । ଯାହା ହୋଇଗଲା ତାହା ଡ୍ରାମାରେ ଥିଲା ପୁଣି ତା’ର ଚିନ୍ତା କାହିଁକି କରିବା । ଆମେ
ଡ୍ରାମାକୁ ଦେଖୁଛୁ । ଡ୍ରାମାରେ ଯେବେ କୌଣସି ଭୟଙ୍କର ଦୃଶ୍ୟ ହୋଇଥାଏ ତେବେ ମନୁଷ୍ୟମାନେ ଦେଖି
କାନ୍ଦିଥାନ୍ତି । ତେବେ ତାହା ତ ହେଲା ମିଛ ଡ୍ରାମା । ଏହା ତ ସଚ୍ଚା ଡ୍ରାମା ଅଟେ । ସତ ସତ ବୋଲି
କହୁଛନ୍ତି । କିନ୍ତୁ ତୁମର କୌଣସି ଦୁଃଖର ଲୁହ ଆସିବା ଉଚିତ୍ ନୁହେଁ । ସାକ୍ଷୀ ହୋଇ ତୁମକୁ
ଦେଖିବାକୁ ହେବ । ଜାଣିଛ ଯେ ଏହା ଡ୍ରାମା ଅଟେ, ଏଥିରେ କାନ୍ଦିବା କ’ଣ ଦରକାର । ପାଷ୍ଟ ଇଜ୍
ପାଷ୍ଟ ଅର୍ଥାତ୍ ଅତୀତକୁ ଭୁଲିଯାଅ । ଏହାର କେବେ ବିଚାର ମଧ୍ୟ କରିବା ଉଚିତ୍ ନୁହେଁ । ତୁମେମାନେ
ଆଗକୁ ବଢି ବାବାଙ୍କୁ ୟାଦ କରିଚାଲ ଏବଂ ସମସ୍ତଙ୍କୁ ରାସ୍ତା ବତାଉଥାଅ, ବାବା ତ ରାୟ ଦେଇ
ଚାଲିଛନ୍ତି । ତ୍ରିମୂର୍ତ୍ତିର ଚିତ୍ର ତୁମ ପାଖରେ ବହୁତ ଅଛି । ସେଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି
ଯେ ସିଏ ହେଲେ ଶିବବାବା ଏବଂ ଇଏ ହେଲା ବର୍ସା । ତୁମ ସନ୍ତାନମାନଙ୍କୁ ଏହି ଚିତ୍ର ଦେଖିବା ଦ୍ୱାରା
ବହୁତ ଖୁସି ହେବା ଦରକାର । ବାବାଙ୍କଠାରୁ ଆମକୁ ବିଷ୍ଣୁପୁରୀର ବର୍ସା ମିଳୁଛି । ଏହି ପୁରୁଣା
ଦୁନିଆ ତ ଶେଷ ହୋଇଯିବ । ବାସ୍ ଏହି ଚିତ୍ରକୁ ସମ୍ମୁଖରେ ରଖିଦିଅ, ଏଥିରେ ତ କିଛି ହେଲେ ବି
ଖର୍ଚ୍ଚ ନାହିଁ । ଏହି ବୃକ୍ଷର ଚିତ୍ର ମଧ୍ୟ ବହୁତ ଭଲ । ପ୍ରତ୍ୟେକ ଦିନ ସକାଳୁ ଅର୍ଥାତ୍
ଅମୃତବେଳାରେ ଉଠି ବିଚାର ସାଗର ମନ୍ଥନ କର । ନିଜର ଶିକ୍ଷକ ନିଜେ ହୋଇ ପାଠପଢ । ବୁଦ୍ଧି ତ
ସମସ୍ତଙ୍କର ଅଛି । ଏହି ଚିତ୍ର ନିଜ ଘରେ ରଖ । ପ୍ରତ୍ୟେକ ଚିତ୍ରରେ ଫାଷ୍ଟକ୍ଲାସ ଜ୍ଞାନ ରହିଛି ।
କହୁଛନ୍ତି ବିନାଶ ହେବ କିନ୍ତୁ ତୁମର ତ ବାବାଙ୍କ ସହିତ ପ୍ରୀତି ଅଛି ନା । ଏକଥା ମଧ୍ୟ କହୁଛନ୍ତି
ଯେ ସତଗୁରୁ ଦଲାଲ ରୂପରେ ମିଳିଛନ୍ତି, ତେଣୁ ତୁମକୁ କେତେ ଭଲ-ଭଲ କଥା ବୁଝି-ବୁଝାଇବା ପାଇଁ
ମିଳୁଛି । ତଥାପି ବି ମାୟାର ବହୁତ ଆଡମ୍ବର ରହିଛି । ୧୦୦ ବର୍ଷ ପୂର୍ବରୁ ଏହି ବିଜୁଳି, ଗ୍ୟାସ୍
ଆଦି ନ ଥିଲା । ଆଗରୁ ଭାଇସ୍ରାୟ ବା ଇଂଗ୍ରେଜ ଅଫିସରମାନେ ୪ ଟିକିଆ, ୮ ଟିକିଆ ଘୋଡାର ଗାଡିରେ
ଆସୁଥିଲେ । ଆଗରୁ ସାହୁକାର ମାନେ ଗାଡିରେ ଯାଉଥିଲେ । ଏବେ ତ ବିମାନ ଆଦି ବାହାରିଗଲାଣି । ଆଗରୁ
ଏସବୁ କିଛି ନ ଥିଲା । ୧୦୦ ବର୍ଷ ଭିତରେ ଏସବୁ କ’ଣ ହୋଇଗଲା । ମନୁଷ୍ୟମାନେ ଭାବୁଛନ୍ତି ଯେ ଏହା
ହିଁ ସ୍ୱର୍ଗ ଅଟେ । ଏବେ ତୁମେ ପିଲାମାନେ ଜାଣିଛ ଯେ ସ୍ୱର୍ଗ ତ ସ୍ୱର୍ଗ ଅଟେ । ଏସବୁ ପାଇ
ପଇସାକର ଜିନିଷ ଅଟେ, ଏହାକୁ କୃତ୍ରିମ ଆଡମ୍ବର କୁହାଯାଉଛି । ଏବେ ତୁମ ସନ୍ତାନମାନଙ୍କର ଏହି
ଗୋଟିଏ ଚିନ୍ତା ରହିବା ଦରକାର କି ଆମେମାନେ ବାବାଙ୍କୁ ୟାଦ କରିବୁ ଯେଉଁଥିରେ କି ମାୟା ବିଘ୍ନ
ପକାଉଛି । ବାବା ନିଜର ଉଦାହରଣ ମଧ୍ୟ ଦେଉଛନ୍ତି । ଭୋଜନ ଖାଉଛି, ବହୁତ ଚେଷ୍ଟା କରୁଛି - ୟାଦରେ
ରହି ଖାଇବି ତଥାପି ବି ଭୁଲିଯାଉଛି । ସେଥିପାଇଁ ବୁଝୁଛି ଯେ ପିଲାମାନଙ୍କୁ ତ ବହୁତ ମେହନତ
କରିବାକୁ ପଡୁଥିବ । ଆଚ୍ଛା ପିଲାମାନେ ତୁମେ ଚେଷ୍ଟା କରି ଦେଖ । ବାବାଙ୍କର ୟାଦରେ ରହି ଦେଖାଅ ।
ଦେଖ ପୁରା ସମୟ ୟାଦରେ ରହିପାରୁଛ ନା ନାହିଁ । ଅନୁଭବ ଶୁଣାଇବା ଦରକାର । ବାବା ସବୁ ସମୟ ୟାଦରେ
ରହିପାରୁ ନାହୁଁ । ବହୁତ ଭିନ୍ନ-ଭିନ୍ନ ପ୍ରକାରର କଥା ମନେ ପଡିଯାଉଛି । ବାବା ନିଜେ ନିଜର ଅନୁଭବ
ଶୁଣାଉଛନ୍ତି । ବାବା ଯାହାଙ୍କ ଶରୀରରେ ପ୍ରବେଶ କରିଛନ୍ତି ଇଏ ବି ପୁରୁଷାର୍ଥୀ ଅଟନ୍ତି, ଏହାଙ୍କ
ଉପରେ ତ ବହୁତ ଜଞ୍ଜାଳ ରହିଛି । ବଡ ବୋଲାଇବା ଅର୍ଥାତ୍, ବଡ ଦୁଃଖ ପାଇବା । ଏହାଙ୍କ ପାଖକୁ କେତେ
ସମାଚାର ଆସୁଛି । ବିକାର ଯୋଗୁଁ କେତେ ମାରୁଛନ୍ତି । ଘରୁ ବାହାର କରିଦେଉଛନ୍ତି । କନ୍ୟାମାନେ
କହୁଛନ୍ତି ମୁଁ ଈଶ୍ୱରଙ୍କର ଶରଣକୁ ଆସିଛି । କେତେ ବିଘ୍ନ ପଡୁଛି । କାହା ପାଖରେ ବି ଶାନ୍ତି ନାହିଁ
। ତୁମମାନଙ୍କର ଖାତିରୀ ରହିଛି । ତୁମେ ଏବେ ପୁରୁଷାର୍ଥ କରି ଶ୍ରୀମତରେ ଚାଲି ଶାନ୍ତିରେ ରହୁଛ ।
ବ୍ରହ୍ମାବାବା ଏଠାରେ ମଧ୍ୟ ଏପରି ଅନେକ ଘର ଦେଖିଛନ୍ତି ଯେଉଁଠି ପରସ୍ପର ସହିତ ବହୁତ ମିଳିମିଶି
ରହିଥାନ୍ତି । ସମସ୍ତେ ବଡଙ୍କର ଆଜ୍ଞାରେ ଚାଲିଥାନ୍ତି । କହିଥାନ୍ତି ଆମ ଘର ତ ସ୍ୱର୍ଗ ସହିତ
ସମାନ ।
ବର୍ତ୍ତମାନ ବାବା ତୁମକୁ
ଏପରି ସ୍ୱର୍ଗକୁ ନେଇଯାଉଛନ୍ତି । ଯେଉଁଠାରେ ସବୁ ପ୍ରକାରର ସୁଖ ରହିବ । ଦେବତାମାନଙ୍କର ୩୬
ପ୍ରକାର ଭୋଜନର ଗାୟନ ରହିଛି । ଏବେ ତୁମେ ସ୍ୱର୍ଗର ବର୍ସା ବାବାଙ୍କଠାରୁ ନେଉଛ । ସେଠାରେ ତ କେତେ
ପ୍ରକାରର ସ୍ୱାଦିଷ୍ଟ ଭୋଜନ ଖାଇବ ଏବଂ ପବିତ୍ର ରହିବ । ଏବେ ତୁମେମାନେ ସେହି ଦୁନିଆର ମାଲିକ
ହେଉଛ । ରାଜା-ରାଣୀ, ପ୍ରଜାରେ ଫରକ ତ ରହିବ ନା । ଆଗରୁ ରାଜାମାନେ ବହୁତ ଆଡମ୍ବରରେ ରହୁଥିଲେ ।
ଏମାନେ ତ ହେଲେ ପତିତ ଏବଂ ଏହି ରାବଣ ରାଜ୍ୟରେ ଅଛନ୍ତି, ତେବେ ବିଚାର କର ସତ୍ୟଯୁଗରେ କ’ଣ ହେବ ।
ସମ୍ମୁଖରେ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ରଖିଛନ୍ତି । କୃଷ୍ଣଙ୍କ ପାଇଁ ମିଛ କଥା ଲେଖି ତାଙ୍କର
ବଦନାମୀ କରିଦେଇଛନ୍ତି । କେବଳ ମିଛ ହିଁ ମିଛ, ତିଳେମାତ୍ର ସତ୍ୟ ନାହିଁ । ଏବେ ତୁମେମାନେ ବୁଝୁଛ
ଯେ ଆମେ ସ୍ୱର୍ଗର ମାଲିକ ଥିଲୁ ପୁଣି ୮୪ ଜନ୍ମ ନେଇ ବିଲ୍କୁଲ୍ ଶୁଦ୍ର ବୁଦ୍ଧି ହୋଇଯାଇଛୁ ।
ତୁମମାନଙ୍କର କ’ଣ ଅବସ୍ଥା ହୋଇଯାଇଛି । ଏବେ ପୁଣି ପୁରୁଷାର୍ଥ କରି କ’ଣ ହେଉଛ! ବାବା ମଧ୍ୟ
ପଚାରୁଛନ୍ତି ନା ତୁମେ କ’ଣ ହେବ? ତେବେ ସମସ୍ତେ ହାତ ଉଠାଉଛନ୍ତି ଯେ ସୂର୍ଯ୍ୟବଂଶୀ ହେବୁ । ଆମେ
ତ ମାତା-ପିତାଙ୍କୁ ପୂରା ଅନୁସରଣ କରିବୁ । ଆମେ କମ୍ ପୁରୁଷାର୍ଥ କରିବୁ ନାହିଁ । ସମସ୍ତ
ପରିଶ୍ରମ ୟାଦ ଏବଂ ନିଜ ସମାନ କରିବା ଉପରେ ରହିଛି । ସେଥିପାଇଁ ବାବା କହୁଛନ୍ତି ଯେତେ ଦୂର
ସମ୍ଭବ ସେବା କରିବା ଶିଖ । ଏହା ବହୁତ ସହଜ ଅଟେ । ଇଏ ହେଲେ ଶିବବାବା, ଏହା ବିଷ୍ଣୁପୁରୀ,
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଏହିପରି ହେବ । ଏହିଭଳି ବୁଝାଇବା ଦରକାର । ଇଏ ତ ବହୁତ ଅନୁଭବୀ
ଅଟନ୍ତି । ସିଢିର ଚିତ୍ର ଉପରେ ତୁମେମାନେ ବୁଝାଇପାରିବ । ତୁମ ସନ୍ତାନମାନଙ୍କୁ ଏହି ବୃକ୍ଷ,
ଚକ୍ର ଆଦିର ଚିତ୍ର ଦେଖିଲେ ହିଁ ବୁଦ୍ଧିରେ ସାରା ଜ୍ଞାନ ଆସିଯିବା ଦରକାର । ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ କୁଆଡେ ଚାଲିଗଲା! ଏମାନଙ୍କ ସହିତ କିଏ ଯୁଦ୍ଧ କଲା? ଯେଉଁଥିରେ
ସବୁ ସମ୍ପତ୍ତି ହରାଇ ଦେଲେ । ଏବେ ତ ସେହି ରାଜ୍ୟ ନାହିଁ । ଏହି ସବୁ ଈଶ୍ୱରୀୟ କଥାକୁ କିଛି ବି
ଜାଣିନାହାଁନ୍ତି । ତୁମ ସନ୍ତାନମାନଙ୍କୁ ଏହା ମଧ୍ୟ ସାକ୍ଷାତ୍କାର ହୋଇଛି । କିପରି ଗୁମ୍ଫାରୁ,
ଖଣିରୁ ଯାଇ ସୁନା, ହୀରା ଆଦି ନେଇ ଆସୁଛନ୍ତି । ସେଠାରେ ଏହି ବିଜ୍ଞାନ ତୁମର ସୁଖ ପାଇଁ ରହିବ ।
ଏଠାରେ ଦୁଃଖ ପାଇଁ ରହିଛି, ସେଠାରେ ବିମାନ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ହେବ । ପିଲାମାନେ
ଆରମ୍ଭରୁ ଏ ସବୁ କିଛି ସାକ୍ଷାତ୍କାର କରିଥିଲେ । ଶେଷ ସମୟରେ ମଧ୍ୟ ତୁମେମାନେ ବହୁତ ସାକ୍ଷାତ୍କାର
କରିବ । ଏକଥା ବି ତୁମେମାନେ ସାକ୍ଷାତ୍କାର କରିଛ । ଚୋର ଲୁଟିବାକୁ ଆସୁଛନ୍ତି, ପୁଣି ତୁମର
ଶକ୍ତି ରୂପକୁ ଦେଖି ପଳାଇ ଯାଉଛନ୍ତି । ଏସବୁ କଥା ଅନ୍ତିମ ସମୟର ଅଟେ । ଚୋର ତ ଲୁଟିବାକୁ ଆସିବେ,
ତୁମେ ବାବାଙ୍କର ୟାଦରେ ଛିଡା ହୋଇଯିବ ତ ସିଏ ଏକଦମ୍ ପଳାଇଯିବେ ।
ବର୍ତ୍ତମାନ ବାବା
କହୁଛନ୍ତି ପିଲାମାନେ ଖୁବ୍ ପୁରୁଷାର୍ଥ କର । ମୁଖ୍ୟ କଥା ହେଉଛି ପବିତ୍ରତାର । ଗୋଟିଏ ଜନ୍ମ
ପବିତ୍ର ହେବାକୁ ପଡିବ । ମୃତ୍ୟୁ ତ ସମ୍ମୁଖରେ ଉପସ୍ଥିତ । ବହୁତ ବଡ ବଡ ପ୍ରାକୃତିକ ବିପର୍ଯ୍ୟୟ
ଆସିବ, ଯେଉଁଥିରେ ସବୁ ଶେଷ ହୋଇଯିବ । ଶିବବାବା ଏହାଙ୍କ ଦ୍ୱାରା ବୁଝାଉଛନ୍ତି, ଏହାଙ୍କର ଆତ୍ମା
ମଧ୍ୟ ଶୁଣୁଛି । ଏହି ବାବା ସବୁ କଥା କହୁଛନ୍ତି । ଶିବବାବାଙ୍କର ତ ଅନୁଭବ ନାହିଁ ।
ପିଲାମାନଙ୍କର ଅନୁଭବ ଥାଏ । ମାୟାର ତୋଫାନ କିପରି ଆସିଥାଏ । ପ୍ରଥମ ନମ୍ବରରେ ଇଏ ରହିଛନ୍ତି,
ତେବେ ଏହାଙ୍କୁ ସବୁ ଅନୁଭବ ହେବ । ତେବେ ଏଥିରେ ଡରିବାର ନାହିଁ, ଅଚଳ ରହିବାକୁ ହେବ । ବାବାଙ୍କର
ୟାଦରେ ରହିବା ଦ୍ୱାରା ହିଁ ଶକ୍ତି ମିଳିବ । କେହି-କେହି ସନ୍ତାନ ଚାର୍ଟ ଲେଖିଥାନ୍ତି, ପୁଣି
ଚାଲୁ-ଚାଲୁ ଚାର୍ଟ ଲେଖିବା ବନ୍ଦ କରିଦିଅନ୍ତି । ବାବା ବୁଝିଯାଆନ୍ତି ଯେ ଇଏ ଥକିଯାଇଛି ।
ପାରଲୌକିକ ବାବା ଯାହାଙ୍କଠାରୁ ଏତେ ବଡ ବର୍ସା ମିଳୁଛି ଏପରି ବାବାଙ୍କୁ କେବେ ପତ୍ର ମଧ୍ୟ
ଲେଖୁନାହାଁନ୍ତି । ୟାଦ ହିଁ କରୁନାହାଁନ୍ତି । ଏଭଳି ବାବାଙ୍କୁ ତ କେତେ ୟାଦ କରିବା ଦରକାର ।
ଶିବବାବା ମୁଁ ଆପଣଙ୍କୁ ବହୁତ ୟାଦ କରୁଛି । ବାବା ଆପଣଙ୍କ ୟାଦ ବିନା ଆମେ ଭଲା କିପରି ରହିପାରିବୁ!
ଯେଉଁ ବାବାଙ୍କଠାରୁ ବିଶ୍ୱର ବାଦାଶାହୀ ମିଳୁଛି, ଏପରି ବାବାଙ୍କୁ ଆମେ କିପରି ଭୁଲିବୁ । ଯଦି
ଗୋଟିଏ ଚିଠି ଲେଖିଲ ତେବେ ତ ମନେ ପକାଇଲ ନା । ଲୌକିକ ପିତା ମଧ୍ୟ ପିଲାମାନଙ୍କ ପାଖକୁ ଚିଠି
ଲେଖିଥାନ୍ତି - ନୁରେ ରତ୍ନ... ସ୍ତ୍ରୀ, ସ୍ୱାମୀକୁ କିପରି ଚିଠି ଲେଖିଥାଏ! ଏଠାରେ ତ ଦୁଇଟିଯାକ
ସମ୍ବନ୍ଧ ରହିଛି । ଏହା ମଧ୍ୟ ୟାଦ କରିବାର ଯୁକ୍ତି ଅଟେ । ବାବା କେତେ ମିଠା ଅଟନ୍ତି! ଆମଠାରୁ
କ’ଣ ମାଗୁଛନ୍ତି? କିଛି ବି ନୁହେଁ । ସିଏ ତ ଦାତା ଅଟନ୍ତି, ଦେଇଥା’ନ୍ତି ନା । ଶିବବାବା ନିଅନ୍ତି
ନାହିଁ । କହୁଛନ୍ତି ମିଠା ପିଲାମାନେ ମୁଁ ଆସିଛି, ଭାରତକୁ ସୁଗନ୍ଧିତ ବଗିଚା କରିଦେଇ ଚାଲିଯାଉଛି
। ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସୂର୍ଯ୍ୟବଂଶୀ ହେବା ପାଇଁ ମାତା-ପିତାଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରିବାକୁ ହେବ ।
ଯୋଗଯୁକ୍ତ ସ୍ଥିତିରେ ରହିବାର ଏବଂ ଅନ୍ୟମାନଙ୍କୁ ନିଜ ସମାନ କରିବାର ମେହନତ କରିବାକୁ ହେବ ।
(୨) ପୁରୁଷାର୍ଥ କରି
ଶ୍ରୀମତରେ ଚାଲି ଶାନ୍ତ ହୋଇ ରହିବାକୁ ହେବ । ବଡମାନଙ୍କର ଆଜ୍ଞା ମାନିବାକୁ ହେବ ।
ବରଦାନ:-
ଏକ ବଳ ଏକ ଭରସା
ଆଧାରରେ ଲକ୍ଷ୍ୟ ସ୍ଥଳକୁ ଅତି ନିକଟରେ ଅନୁଭବ କରୁଥିବା ସାହାସୀ ହୁଅ ।
ଉଚ୍ଚ ଲକ୍ଷ୍ୟ ସ୍ଥଳରେ
ପହଞ୍ଚିବା ପୂର୍ବରୁ ଝଡ ବାତ୍ୟା ନିଶ୍ଚିତ ଆସିଥାଏ । ଜାହାଜକୁ ଆର ପାରିକୁ ଯିବା ପାଇଁ ହେଲେ ମଝି
ଭଉଁରୀକୁ ଅତିକ୍ରମ କରିବାକୁ ହିଁ ପଡିବ, ସେଥିପାଇଁ ଏତେ ଶୀଘ୍ର ଡରିଯାଅ ନାହିଁ, ଥକିଯାଅ ନାହିଁ
କି ଅଟକିଯାଅ ନାହିଁ । ସାଥୀଙ୍କୁ ସର୍ବଦା ସାଥୀରେ ରଖିଥାଅ ତେବେ ସବୁ କଷ୍ଟସାଧ୍ୟ ଗୁଡିକ ସହଜ
ହୋଇଯିବ, ସାହାସୀ ହୋଇ ବାବାଙ୍କର ସାହାଯ୍ୟ ପାଇବାର ପାତ୍ର ହୁଅ । ଏକ ବଳ ଏକ ଭରସାର ପାଠକୁ
ସର୍ବଦା ପକ୍କା ରଖ ଯାହାଦ୍ୱାରା ମଝି ଭଉଁରୀରୁ ସହଜରେ ବାହାରି ଆସିବ ଏବଂ ଲକ୍ଷ୍ୟସ୍ଥଳ ନିକଟରେ
ଅନୁଭବ ହେବ ।
ସ୍ଲୋଗାନ:-
ବିଶ୍ୱ
କଲ୍ୟାଣକାରୀ ତାଙ୍କୁ କୁହାଯିବ ଯେଉଁମାନେ ପ୍ରକୃତି ସହିତ ସର୍ବଆତ୍ମାଙ୍କ ପ୍ରତି ଶୁଭଭାବନା
ରଖିଥାଆନ୍ତି ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାର ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ସର୍ବ ଆତ୍ମାଙ୍କ ପ୍ରତି
ଦୟାର ଭାବନା, ସର୍ବଦା ସହଯୋଗ ଦେବାର ଭାବନା, ସାହସ ବଢାଇବାର ଭାବନା ରହୁ । ସବୁ ପରିସ୍ଥିତିରେ,
ସବୁ କାର୍ଯ୍ୟରେ, ସବୁ ସହଯୋଗୀ ସଂଗଠନରେ ନିଃସ୍ୱାର୍ଥ ପଣିଆ ରହୁ, ତେବେ କୁହାଯିବ ପରୋପକାରର
ଭାବନା । ଯେପରି ବ୍ରହ୍ମାବାବା ସ୍ୱ-ପ୍ରତି କିଛି ବି ସ୍ୱୀକାର କରିନଥିଲେ । ନା ମହିମା ସ୍ୱୀକାର
କରିଥିଲେ, ନା କୌଣସି ବସ୍ତୁ ସ୍ୱୀକାର କରିଥିଲେ, ନା ରହିବା ପାଇଁ ଉତ୍ତମ ସ୍ଥାନ ସ୍ୱୀକାର
କରିଥିଲେ । ସ୍ଥୂଳ ପ୍ରାପ୍ତି ହେଉ ବା ସୂକ୍ଷ୍ମ ପ୍ରାପ୍ତି ହେଉ ସବୁଥିରେ “ପ୍ରଥମେ ପିଲାମାନେ”
ଏହାକୁ କୁହାଯାଏ ପରୋପକାରୀ, ଏଥିରେ ପିତାଙ୍କୁ ଅନୁକରଣ କରି ସମାନ ହୁଅ ।