15.02.26 Avyakt Bapdada Odia Murli 22.02.2009 Om Shanti Madhuban
“ଜନ୍ମ ଦିନରେ ତୀବ୍ର
ପୁରୁଷାର୍ଥ ଦ୍ୱାରା ପ୍ରଥମ ଶ୍ରେଣୀରେ ଆସିବାର ଉପହାର ପ୍ରାପ୍ତ କରିବା ପାଇଁ ନିଜର ପ୍ରତ୍ୟେକ
ନିଶ୍ୱାସ ଏବଂ ସଂକଳ୍ପ ସମର୍ଥ ହେଉ ଏବଂ ହୃଦୟ ଯଦି ବିଶାଳ ଏବଂ ସଚ୍ଚା ଥିବ, ତେବେ ସବୁ ଆବଶ୍ୟକତା
ପୂରଣ ହେବ ”
ଆଜି ଜିରୋ ଅର୍ଥାତ୍
ବିନ୍ଦୁ ସ୍ୱରୂପ ପିତା ନିଜର ହିରୋ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ତେଣୁ ବାପଦାଦା
ସବୁ ପିଲାମାନଙ୍କୁ ଚାହେଁ ସମ୍ମୁଖରେ ବସିଥାଆନ୍ତୁ ବା ଦୂରରେ ଥିଲେ ମଧ୍ୟ ଦିଲ୍ର ନିକଟରେ
ବସିଥାଆନ୍ତୁ, ଚାରିଆଡର ପିଲାମାନଙ୍କୁ ସର୍ବ ସମ୍ବନ୍ଧରେ ଶୁଭକାମନା ଜଣାଉଛନ୍ତି । ସେଥିରେ ମଧ୍ୟ
ତିନୋଟି ବିଶେଷ ଶୁଭ ଆଶୀର୍ବାଦ ପିତା, ଶିକ୍ଷକ ଏବଂ ସତ୍ଗୁରୁ ରୂପରେ ଦେଉଛନ୍ତି ଏବଂ ତା’ ସହିତ
ପାଳନା, ପାଠପଢା ଏବଂ ବରଦାନର ତିନୋଟି ଅଭିନନ୍ଦନ ଚାରିଆଡର ପିଲାମାନଙ୍କୁ ବିଶେଷ ଭାବରେ ଦେଉଛନ୍ତି
। ତେଣୁ ସବୁ ପିଲାଙ୍କୁ ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।
ଆଜି ଏହି ଜନ୍ମ ଦିନକୁ
ଭକ୍ତମାନେ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ତୁମେ ପିଲାମାନେ ଜାଣିଛ ଯେ ଏହି ଜନ୍ମଦିନ ପିତାଙ୍କ
ସହିତ ସନ୍ତାନ ମାନଙ୍କର ମଧ୍ୟ ଅବିନାଶୀ ସ୍ନେହର ଜନ୍ମଦିନ ଅଟେ । ଆରମ୍ଭ ସମୟରୁ ବାବା ଏବଂ
ପିଲାମାନେ ପରସ୍ପର ସାଥୀରେ ଅଛନ୍ତି, ଏଥି ସହିତ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟରେ ମଧ୍ୟ ବାବା
ପିଲାମାନଙ୍କ ସାଥୀରେ ଅଛନ୍ତି କାହିଁକିନା ବାବା ଏବଂ ପିଲାମାନଙ୍କ ଭିତରେ ବହୁତ ବହୁତ ଅତୁଟ
ସ୍ନେହ ରହିଛି । ଏବେ ମଧ୍ୟ ସାଥୀ ହୋଇ ଅଛନ୍ତି ଏବଂ ଘରକୁ ଯିବା ସମୟରେ ସାଥୀ ହୋଇଯିବେ । ବାବା
ପିଲାମାନଙ୍କ ବିନା ଯାଇପାରିବେ ନାହିଁ କି ପିଲାମାନେ ମଧ୍ୟ ବାବାଙ୍କ ବିନା ଯାଇପାରିବେ ନାହିଁ
କାହିଁକିନା ଆନ୍ତରିକ ସ୍ନେହରେ ବାନ୍ଧି ହୋଇ ରହିଛନ୍ତି । ଘରକୁ ଯିବା ପରେ ଯେତେବେଳେ ରାଜ୍ୟକୁ
ଆସିବେ ସେତେବେଳେ ବି ବ୍ରହ୍ମାବାବାଙ୍କ ସାଥୀରେ ରାଜ୍ୟ କରିବେ । ତେଣୁ ସବୁ ଜନ୍ମଠାରୁ ଏହି
ଜନ୍ମଟି ଅତିପ୍ରିୟ ଅଟେ ଏବଂ ନିଆରା ମଧ୍ୟ ଅଟେ ଏବଂ ଏହି ଜନ୍ମର ଯେତିକି ମୂଲ୍ୟ ରହିଛି, ସେତିକି
ମୂଲ୍ୟ ସାରା କଳ୍ପର ୮୪ ଜନ୍ମ ଭିତରେ ନାହିଁ । ଏହା ଏଭଳି ସ୍ନେହୀ ହୋଇ ସଂଗରେ ରହିବାର ହୀରା
ତୁଲ୍ୟ ବିଶେଷ ଜନ୍ମ ଅଟେ । ତେଣୁ ତୁମେ ସମସ୍ତେ ନିଜର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ ନା
ବାବାଙ୍କର ଜନ୍ମଦିନ ପାଳନ କରିବା ପାଇଁ ଆସିଛ! ନା ବାବା ପିଲାଙ୍କର ଏବଂ ପିଲାମାନେ ବାବାଙ୍କର
ପାଳନ କରିବା ପାଇଁ ଆସିଛନ୍ତି? ଚାରିଆଡେ ଭକ୍ତମାନେ ମଧ୍ୟ ଶିବଜୟନ୍ତୀ ବା ଶିବରାତ୍ରି କହି ପାଳନ
କରୁଛନ୍ତି ଏବଂ ବହୁତ ଶ୍ରଦ୍ଧାର ସହିତ ପାଳନ କରୁଛନ୍ତି, ତେଣୁ ବାପଦାଦା ମଧ୍ୟ ଭକ୍ତମାନଙ୍କୁ ଦେଖି
ସେମାନଙ୍କୁ ଭକ୍ତିର ଫଳ ଦେଉଛନ୍ତି । କିନ୍ତୁ ତୁମମାନଙ୍କର ପାଳନ କରିବା ଏବଂ ଭକ୍ତମାନଙ୍କର ପାଳନ
କରିବାରେ ଫରକ ରହିଛି । ସେମାନେ ରାତ୍ରି ପାଳନ କରୁଛନ୍ତି କିନ୍ତୁ ତୁମେମାନେ ଅମୃତବେଳା ପାଳନ
କରୁଛ, ଏବଂ ଅମୃତବେଳା ସବୁଠାରୁ ଶ୍ରେଷ୍ଠ ବେଳା ବା ସମୟ ଅଟେ । ଅମୃତବେଳାରେ ହିଁ ବାପଦାଦା ଅନେକ
ବରଦାନରେ ସବୁ ପିଲାଙ୍କର ଅଣ୍ଟି ଭରି ଦେଉଛନ୍ତି । ତେବେ ସମସ୍ତଙ୍କର ଅଣ୍ଟି ତ ବରଦାନ ଗୁଡିକରେ
ଭରି ରହିଛି ନା! ପ୍ରତିଦିନ ବରଦାତା ବାବାଙ୍କଠାରୁ ବରଦାନ ତ ନିଶ୍ଚିତ ମିଳୁଛି । ତୁମ ସମସ୍ତଙ୍କୁ
ବାପଦାଦାଙ୍କ ଦ୍ୱାରା କେତେ ସବୁ ବରଦାନ ମିଳିସାରିଛି । ସେଥିରେ ତୁମର ଅଣ୍ଟି ଭରି ହୋଇ ରହିଛି
ନା! ତେବେ ସମସ୍ତେ ବଡ ଉମଙ୍ଗ-ଉତ୍ସାହର ସହିତ ଏଠାରେ ପହଞ୍ଚି ଯାଇଛନ୍ତି । ବାପଦାଦା ମଧ୍ୟ
ପିଲାମାନଙ୍କୁ ଦେଖି ବହୁତ ବହୁତ ଖୁସି ହେଉଛନ୍ତି ଏବଂ ବାଃ ବଚ୍ଚେ ବାଃର ଗୀତ ଗାଉଛନ୍ତି! ଏବଂ
ପିଲାମାନେ କହୁଛନ୍ତି ବାଃ ବାବା ବାଃ! କାହିଁକିନା ଯେଉଁମାନେ ବି ବାବାଙ୍କର ସନ୍ତାନ ହୋଇଯାଇଛନ୍ତି,
ସେମାନେ ସମସ୍ତେ କୋଟିକ ଭିତରେ କେହି ଆତ୍ମା ଅଟନ୍ତି । ତେବେ ସାରା ବିଶ୍ୱରେ କେତେ କୋଟି ଆତ୍ମା
ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ତୁମେମାନେ ଯାହାଙ୍କୁ ବାବା ଭାଗ୍ୟବାନ ଏବଂ ଗେହ୍ଲା ପିଲା
ବୋଲି କହୁଛନ୍ତି ତୁମେମାନେ ସେହି କୋଟି କୋଟି ଆତ୍ମାଙ୍କ ମଧ୍ୟରେ କେହି କେହି ଆତ୍ମା ଅଟ । ତେଣୁ
ତୁମ ଭିତରେ ନିଶା ରହିଛି ଯେ ଆମେମାନେ ହିଁ କଳ୍ପ କଳ୍ପର କୋଟିକ ଭିତରେ କେହି ଆତ୍ମା ଅଟୁ ।
ଦୁନିଆରେ ବର୍ତ୍ତମାନ ସମୟରେ କେତେ ବି ବଡ ବଡ ପଦବୀବାଲା ଆତ୍ମା ଅଛନ୍ତି କିନ୍ତୁ ବାବାଙ୍କୁ
ଯଥାର୍ଥ ଭାବରେ ଚିହ୍ନି ବାବାଙ୍କର ଜନ୍ମଦିନ ପାଳନ କରୁଥିବା ଚାରିଆଡର ପିଲାମାନେ ତୁମେ କୋଟିକ
ଭିତରେ କେହି କେହି ଅଟ । ତେଣୁ ତୁମ ଭିତରେ ଏହି ଖୁସି ରହିଛି ଯେ ଆମେ କୋଟିକ ଭିତରେ କେହି ଅଟୁ!
ନିଶା ଅଛି ତ! ତେବେ ହାତ ଉଠାଅ । ଅବିନାଶୀ ନିଶା ଅଛି ତ! କେବେ କେବେ ବାଲା ନିଶା ନୁହେଁ ତ?
ସର୍ବଦା ନିଶା ରହୁଛି ଏବଂ ସର୍ବଦା ରହିଥିବ । ମାୟା ପରୀକ୍ଷା ତ ନିଶ୍ଚିତ ନେବ, ଅନୁଭବ ତ ଅଛି
ନା! ମାୟାର ମଧ୍ୟ ପରମାତ୍ମ ସନ୍ତାନମାନଙ୍କ ସହିତ ବହୁତ ସ୍ନେହ ଅଛି । ପିଲାମାନେ ମଧ୍ୟ ଜାଣିଛନ୍ତି
ଯେ ମାୟାର ପରମାତ୍ମାଙ୍କର ସନ୍ତାନମାନଙ୍କ ସହିତ ଆଦିଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ସମ୍ବନ୍ଧ
ରହିଛି । ତେବେ ମାୟା ଏବଂ ପରମାତ୍ମ ସନ୍ତାନମାନଙ୍କର ପରସ୍ପର ସହିତ ସମ୍ପର୍କ ଅଛି, ହେଲେ ମାୟାର
କାମ ହେଲା ଆସିବା କିନ୍ତୁ ତୁମମାନଙ୍କର କାମ କ’ଣ? ମାୟାକୁ ଦୂରରୂ ହିଁ ତଡିଦେବା, ଆସିବାକୁ ନ
ଦେବା, ନା ଆସିବାକୁ ଦେଉଛ କି? ନା । ତା’କୁ ଦୂରରୁ ହିଁ ତଡି ଦିଅ । ଯଦି ଆସିବାକୁ ଦେଉଛ, ତେବେ
ତା’ର ମଧ୍ୟ ଆସିବାର ଅଭ୍ୟାସ ହୋଇଯାଉଛି । ସେ ମଧ୍ୟ ଭାବୁଛି ଆସିବାକୁ ତ ଦେଉଛନ୍ତି ନା, ତେଣୁ
ଯିବି କିନ୍ତୁ ବାବା ଦେଖୁଛନ୍ତି ଯେ କେହି କେହି ପିଲା ମାୟାକୁ ଆସିବାକୁ ତ ଦେଉଛନ୍ତି, ପୁଣି
ଅତିଥି ଭଳି ସତ୍କାର ମଧ୍ୟ ଦେଉଛନ୍ତି, ଚା ପାଣି ମଧ୍ୟ ପିଆଉଛନ୍ତି, ଜାଣିଛ କେଉଁ ଭଳି ସତ୍କାର
କରୁଛନ୍ତି? ମାୟାର ପ୍ରଭାବରେ ଆସି ଏହି କଥା ଭାବୁଛନ୍ତି ଯେ ଏବେ ତ ଠୁ ଲେଟ୍ର ବୋର୍ଡ ଲାଗିନାହିଁ,
ଏବେ ତ ସମୟ ପଡିଛି । ପୁରୁଷାର୍ଥ ତ କରୁଛି, ପହଞ୍ଚିଯିବିନି କି । ତେଣୁ ମାୟା ମଧ୍ୟ ଭାବୁଛି
ପ୍ରଥମେ ତ ଆସିବାକୁ ଦେଇଛି, ପୁଣି ଏହିଭଳି ସଂକଳ୍ପ କରି ମୋତେ ସହଯୋଗ ମଧ୍ୟ କରୁଛି, ସତ୍କାର
ମଧ୍ୟ କରୁଛି । କେହି କେହି ତ ମାୟାକୁ ଚିହ୍ନିଯାଉଛନ୍ତି, ଆଉ କେହି କେହି ତ ଚିହ୍ନିବାରେ ମଧ୍ୟ
ଭୁଲ୍ କରି ଦେଉଛନ୍ତି, ଏହା ମାୟାର ମତ, ନା ବାବାଙ୍କର ମତ, ଏହିଭଳି ଜାଣି ନ ପାରିବା କାରଣରୁ
ମାୟାର ପ୍ରଭାବରେ ଆସିଯାଉଛନ୍ତି । କିନ୍ତୁ ବାପଦାଦା ନିଜର ଭାଗ୍ୟବାନ ମହାବୀର ବିଜୟୀ
ପିଲାମାନଙ୍କୁ କହୁଛନ୍ତି ମାୟାକୁ ଆସିବାକୁ ହିଁ ଦିଅ ନାହିଁ, ସେ ଆସିବ, ପୁଣି ତାକୁ ତୁମେ ତଡିବ,
ଏଥିରେ ଆଉ ସମୟ ଲଗାଅ ନାହିଁ, କାହିଁକିନା ସମୟ ବହୁତ କମ୍ ଅଛି କିନ୍ତୁ ତୁମେମାନେ ଯେଉଁ
ପ୍ରତିଜ୍ଞା କରିଛ ଯେ ବିଶ୍ୱ ପରିବର୍ତ୍ତକ ହୋଇ, ବିଶ୍ୱ ସେବକ ହୋଇ ବିଶ୍ୱର ଆତ୍ମାମାନଙ୍କୁ
ବାବାଙ୍କର ପରିଚୟ ଦେଇ ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଇବୁ, ସେହି କାର୍ଯ୍ୟ ତ ଏବେ ସମାପ୍ତ
ହୋଇ ନାହିଁ ନା । ତେଣୁ ସେହି କାର୍ଯ୍ୟକୁ ସମାପ୍ତ କରିବା ପାଇଁ ସମୟ ଲଗାଇବାକୁ ହେବ, ଯଦି ମାୟାକୁ
ତଡିବା ପାଇଁ ସମୟ ଲଗାଇବ, ତେବେ ବିଶ୍ୱ ପରିବର୍ତ୍ତକ ହେବାର ଯେଉଁ ପ୍ରତିଜ୍ଞା କରିଛ ତାହା ସାକାର
କିପରି କରିବ? ବାବାଙ୍କର ତ ସାଥୀ ଅଟ ନା, ଜନ୍ମ ହେବା ଠାରୁ ହିଁ ପ୍ରତିଜ୍ଞା କରିଛ, ଏବେ ମଧ୍ୟ
ସାଥୀରେ ରହିବୁ ଏବଂ ସାଥୀରେ ଘରକୁ ଯିବୁ.... ସେଥିପାଇଁ ଏବେ ବାବାଙ୍କଠାରୁ ଯେଉଁ ସବୁ
ଶକ୍ତିଗୁଡିକ ପ୍ରାପ୍ତ ହୋଇଛି ତାହା ଆଧାରରେ ମାୟାକୁ ଦୂରରୁ ହିଁ ତଡିଦିଅ । ଏଥିରେ ସମୟ ଲଗାଅ
ନାହିଁ । ଦେଖ, ୭୦ ବର୍ଷ ଧରି ପୁରୁଷାର୍ଥ କରି ଆସୁଛ, ତେଣୁ ଏବେ ଆଉ ମାୟା ଆସିବା ଏବଂ ତାକୁ
ତଡିବା ଏଥିରେ ସମୟ ଲଗାଅ ନାହିଁ, କାହିଁକିନା ତୁମେମାନେ ତ ଜାଣିଛ କାରଣ ଜ୍ଞାନୀ ତ ଅଟ ନା, ତେଣୁ
ସାରା ଡ୍ରାମାର ଜ୍ଞାନ ତ ଜାଣିଛ, ସେଥିପାଇଁ ହେ ଜ୍ଞାନୀ ପିଲାମାନେ! ଏବେ ସମୟ କେଉଁଥିରେ ଲଗାଇବ?
ଏବେ ତ ଦୁଇଟି ସମ୍ପତ୍ତିକୁ ବହୁତ ଜମା କରିବାକୁ ହେବ । କେଉଁ ଦୁଇଟି ଜାଣିଛ? ଗୋଟିଏ ହେଲା
ସଂକଳ୍ପ, ଦ୍ୱିତୀୟଟି ସମୟ । ଏହି ଦୁଇଟିଯାକ ସମ୍ପତ୍ତି ଅତି ମହାନ ଅଟେ ଏବଂ ତୁମେମାନେ ମଧ୍ୟ
ଜାଣିଛ କାହିଁକି ନା ଜ୍ଞାନର ଭଣ୍ଡାର ପିତାଙ୍କର ଜ୍ଞାନବାନ ସନ୍ତାନ ଅଟ । ମାଷ୍ଟର ନଲେଜ ଫୁଲ
ଅର୍ଥାତ୍ ମାଷ୍ଟର ଜ୍ଞାନର ଭଣ୍ଡାର ଅଟ ନା! ଫୁଲ, ବୁଲ୍ ନୁହେଁ । କେହି କେହି ନଲେଜେବୁଲ ଅଟନ୍ତି
ଅର୍ଥାତ୍ ଦୁନିଆ ହିସାବରେ ଜ୍ଞାନୀ ଅଟନ୍ତି କିନ୍ତୁ ଈଶ୍ୱରୀୟ ଜ୍ଞାନର ନଲେଜଫୁଲ ନୁହଁନ୍ତି ।
କିନ୍ତୁ ତୁମେମାନେ କିଏ, ନଲେଜଫୁଲ ଅଟ ତ? ହାତ ଉଠାଅ । ନଲେଜଫୁଲ ନା ନଲେଜେବୁଲ? ସମସ୍ତେ
ନଲେଜଫୁଲ ଅଟ ତ? ହାତ ତ ଉଠାଇ ଦେଲ ତ, ଆଚ୍ଛା! ବାଃ! ଫୁଲନଲେଜ ଅର୍ଥାତ୍ ସମ୍ପୂର୍ଣ୍ଣ ଜ୍ଞାନ
ଆସିଗଲାଣି ତ? ମାୟାକୁ ତଡିବାର ଜ୍ଞାନ ଜଣା ଅଛି ତ? କ’ଣ ପଛବାଲାଙ୍କୁ ଜଣା ଅଛି ତ? ଆଚ୍ଛା! ପତାକା
ତ ହଲାଉଛ । କ’ଣ ମାତାମାନଙ୍କୁ ଜଣା ଅଛି ତ? ମାତାମାନେ ନଲେଜଫୁଲ ଅଟନ୍ତି ତ? କ’ଣ କହୁଛ ଡବଲ
ବିଦେଶୀମାନେ! ଡବଲ ବିଦେଶୀମାନେ ମଧ୍ୟ ପତାକା ହଲାଉଛନ୍ତି । ଆଚ୍ଛା, ଦେଖ ଏହି ଦୃଶ୍ୟ କେତେ
ସୁନ୍ଦର ଦେଖାଯାଉଛି । ପତାକା ଗୁଡିକ ତ ଭଲ ଦେଖାଯାଉଛି । ତେବେ ନଲେଜଫୁଲ ଅର୍ଥାତ୍ ମାୟାକୁ ଦୂରରୁ
ହିଁ ତଡି ଦେବାବାଲା, କ’ଣ ଏହିଭଳି ଅଟ ତ? କାହିଁକିନା ବାପଦାଦା ପୂର୍ବରୁ ମଧ୍ୟ କହିଦେଇଛନ୍ତି ଯେ
ସମ୍ପତ୍ତିକୁ ଜମା କରିବାର ବ୍ୟାଙ୍କ କେବଳ ଏହି ସଂଗମଯୁଗରେ ହିଁ ଖୋଲିଛି କିନ୍ତୁ ସାରା କଳ୍ପ
ଭିତରେ ଏହିଭଳି ବ୍ୟାଙ୍କ୍ ଆଉ ମିଳିବ ନାହିଁ । ଏବେ ଯାହା ସବୁ ଜମା କରିଦେବ ତାହା ସାରା କଳ୍ପ
କାମରେ ଲାଗୁଥିବ । କିନ୍ତୁ ଜମା କରିବାର ବ୍ୟାଙ୍କ୍ ଏବେ ସଂଗମଯୁଗରେ ହିଁ ଖୋଲିଛି, ସେଥିପାଇଁ
ତୁମେମାନେ ମଧ୍ୟ ସମସ୍ତଙ୍କୁ ସନ୍ଦେଶ ଦେବା ସମୟରେ କ’ଣ କହୁଛ? ଏବେ ନୁହେଁ ତ କେବେ ନୁହେଁ । ତେଣୁ
ତୁମମାନଙ୍କୁ ମଧ୍ୟ ମନେ ଅଛି ତ! ଏବେ ନୁହେଁ ତ କେବେ ନୁହେଁ । ଏହି କଥା ସଦାସର୍ବଦା ମନେ ରହୁଛି
ତ? କାହିଁକିନା ସଂଗମଯୁଗର ଜନ୍ମ ସବୁଠାରୁ ଛୋଟିଆ ଅଟେ, କିନ୍ତୁ ଅମୂଲ୍ୟ ଅଟେ । ଏହି ଜନ୍ମର
ମୂଲ୍ୟ ସାରା କଳ୍ପ ଚାଲୁଛି । ତେଣୁ ଚେକ୍ କରୁଛ ତ, ମୋ’ର ଜମା ଖାତାରେ କେତେ ଜମା ଅଛି? ଯେତିକି
ଚାହୁଁଛ ସେତିକି ଜମା ହେଉଛି ତ? କାହିଁକି ନା ବାପଦାଦା ପୂର୍ବରୁ ହିଁ ଶୁଣାଇ ସାରିଛନ୍ତି ଯେ ଏବେ
ଚାଲିବାର ସମୟ ଶେଷ ହୋଇଯାଇଛି, ଏବେ ଉଡିବାର ସମୟ ଚାଲିଛି । ଏବେ ପୁରୁଷାର୍ଥର ସମୟ ଶେଷ ହୋଇଯାଇଛି,
ତୀବ୍ର ପୁରୁଷାର୍ଥ କରିବାର ସମୟ ଚାଲିଛି । ତାହା ମଧ୍ୟ ଖୁବ୍ କମ ସମୟ ବାକି ଅଛି ସେଥିପାଇଁ
ବାପଦାଦା ଡବଲ ବିଦେଶୀମାନଙ୍କୁ ଡବଲ ତୀବ୍ର ପୁରୁଷାର୍ଥୀର ଉପାଧି ଦେଇଛନ୍ତି । କୁହ, ଡବଲ ତୀବ୍ର
ପୁରୁଷାର୍ଥୀ ଅଟ ତ? ହାତ ଉଠାଅ । କ’ଣ ଡବଲ ତୀବ୍ର ପୁରୁଷାର୍ଥୀ ତ, ପକ୍କା, ଆଚ୍ଛା! ବାପଦାଦା ତ
ଜନ୍ମର ଶୁଭକାମନା ସହିତ ତୁମମାନଙ୍କୁ ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ପଦ୍ମାପଦ୍ମଗୁଣା ଅଭିନନ୍ଦନ,
ଅଭିନନ୍ଦନ, ଅଭିନନ୍ଦନ ।
ବାପଦାଦା ଦେଖୁଛନ୍ତି ଯେ
ପିଲାମାନଙ୍କୁ ଯେଉଁ ହୋମୱାର୍କ ଅର୍ଥାତ୍ ଘରେ ରହି ଅଭ୍ୟାସ କରିବା ପାଇଁ ଯେଉଁ କାମ ଦିଆଯାଇଥିଲା,
ଓ.କେ. ଲେଖିବାର ସେଥିପ୍ରତି ଅନେକ ପିଲା ଧ୍ୟାନ ଦେଇଛନ୍ତି କିନ୍ତୁ ୧୦୦ ନମ୍ବର ବହୁତ କମ୍
ପିଲାଙ୍କୁ ମିଳିଛି । ୫୦ ପ୍ରତିଶତ ବାଲା ଅଧିକ ଅଛନ୍ତି । କିନ୍ତୁ ବାପଦାଦା ସେହି କଥା
ଚାହୁଁଛନ୍ତି, ଶୁଣାଇବୁ କ’ଣ ଚାହୁଁଛୁ? ବାପଦାଦାଙ୍କର ପ୍ରତ୍ୟେକ ଆଶାର ପ୍ରଦୀପ, ଆଶାକୁ ପୂର୍ଣ
କରିବାବାଲା ମହାବୀର ସନ୍ତାନମାନଙ୍କ ପ୍ରତି ଏହି ଆଶା ରହିଛି ଯେ ସମୟ ଅନୁସାରେ ଯଦି ଏବେଠାରୁ
ବହୁତ କାଳର ତୀବ୍ର ପୁରୁଷାର୍ଥର ଚାର୍ଟ ଜମା ନକରିବ, ତେବେ ଆଉ କେବେ କରିବ! ବାପଦାଦା ତ ସମୟ
ସମୟରେ ତିନୋଟି ଶବ୍ଦକୁ ବାରମ୍ବାର ମନେ ପକାଇ ଦେଉଛନ୍ତି, ଗୋଟିଏ ହେଲା ଅଚାନକ, ଦ୍ୱିତୀୟରେ
ଏଭରରେଡୀ ଅର୍ଥାତ୍ ସଦାପ୍ରସ୍ଥୁତ ଏବଂ ତୃତୀୟରେ ବହୁତ ସମୟରେ ଜମା ଖାତା, କାହିଁକି ନା ବାପଦାଦା
ଚାହୁଁଛନ୍ତି ଯେ ପିଲାମାନେ ତାଙ୍କର ନିଜ ରାଜ୍ୟରେ ପ୍ରଥମ ଜନ୍ମ ଠାରୁ ୨୧ ଜନ୍ମ ଶେଷ ପର୍ଯ୍ୟନ୍ତ
ସମ୍ପୂର୍ଣ୍ଣ ରାଜ୍ୟଭାଗ୍ୟର ଅଧିକାରୀ ହୁଅନ୍ତୁ । ଏବେ ତ ଏହି ଖୁସି ରହିଛି ନା, ଆମର ରାଜ୍ୟ ଆସିଲା
କି ଆସିଲା । ଯେପରି ଏବେ ସମସ୍ତଙ୍କୁ ସନ୍ଦେଶ ଦେଉଛ ଯେ ବାବା ଆସିଯାଇଛନ୍ତି, ସେହିପରି ଏହି
ଖୁସିର ଖବର ମଧ୍ୟ ଶୁଣାଉଛ ଯେ ଆମ ନିଜର ଦୈବୀ ଦୁନିଆ ବା ସୁଖଶାନ୍ତିମୟ ରାଜ୍ୟ ଆସିଲା କି ଆସିଲା
। ସମସ୍ତଙ୍କୁ ଯେହେତୁ ଏହି ସନ୍ଦେଶ ଦେଉଛ ତେଣୁ ନିଜର ମଧ୍ୟ ବହୁତ ସମୟର ତୀବ୍ର ପୁରୁଷାର୍ଥ ବାଲା
ଜମା ଖାତା ଦରକାର । ଏହାକୁ ବହୁତ କାଳ ହିସାବରେ ସ୍ମୃତିରେ ରଖ କାହିଁକି ନା ମଜା ତ ନୂଆ ଘରେ
ରହିବାରେ ଅଛି ନା । ଯଦି ଦୁଇ ଜନ୍ମ ପରେ ଆସିବ ତେବେ ନୂଆ ଘରକୁ ଦୁଇ ତିନି ମାସ ହୋଇଗଲା ପରେ
ତା’କୁ କ’ଣ କୁହାଯିବ? ନୂଆ କୁହାଯିବ ନା ତିନି ମାସର କୁହାଯିବ? ତେଣୁ ବାପଦାଦା ଚାହୁଁଛନ୍ତି ଯେ
ତାଙ୍କର ପ୍ରତ୍ୟେକ ଗେହ୍ଲା ସନ୍ତାନମାନେ ବାଃ ବାଃ ସନ୍ତାନମାନେ ବାବାଙ୍କର ହୃଦୟ ସିଂହାସନର
ଅଧିକାରୀ ସନ୍ତାନମାନେ, ପ୍ରଥମ ଜନ୍ମରେ ହିଁ ବ୍ରହ୍ମାବାବାଙ୍କର ସାଥୀ ହୋଇ ଆସନ୍ତୁ । କ’ଣ ପସନ୍ଦ
ତ? ପସନ୍ଦ ତ? ପସନ୍ଦ ତ? ତେଣୁ ଏବେ କ’ଣ କରିବାକୁ ପଡିବ? ଏବେଠାରୁ, ଆଚ୍ଛା ଠିକ୍ ଅଛି ଯାହା ବି
ବିତିଯାଇଛି, ତା’କୁ ଛାଡ, ବାପଦାଦା କ୍ଷମା କରିଦେବେ, ବିତି ତ ଯାଇଛି ନା । ଏବେଠାରୁ ବାବାଙ୍କୁ
ଜନ୍ମଦିନର ଉପହାର କ’ଣ ଦେବ? ବାବାଙ୍କୁ କିଛି ତ ଉପହାର ଦେବ ନା । ଯେହେତୁ ବାବାଙ୍କର ଜନ୍ମ ଦିନ
ପାଳନ କରିବା ପାଇଁ ଆସିଛ, ତେଣୁ ଉପହାର କ’ଣ ଦେବୁ? ପ୍ରତ୍ୟେକ ସନ୍ତାନ ପ୍ରତି ବାବାଙ୍କର ଯେଉଁ
ଆଶା ରହିଛି, ଶେଷ ସମୟରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥୀ ହୋଇ ପାରିବେ । ତେଣୁ ଯେଉଁମାନେ
ପ୍ରଥମ ଥର ଆସିଛନ୍ତି, ସେମାନେ ହାତ ଉଠାଅ । ଆଚ୍ଛା!
ତେବେ ବାପଦାଦା ସମସ୍ତ
ଶେଷରେ ଆସିଥିବା ପିଲାମାନଙ୍କୁ, ପ୍ରଥମ ଥର ପାଇଁ ଆସିଥିବାରୁ ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି ।
କିନ୍ତୁ ଗୋଟିଏ ଭାଗ୍ୟର କଥା ମଧ୍ୟ ଶୁଣାଉଛନ୍ତି, ଏବେ ବି ଭାଗ୍ୟ ଜମା କରିବାର ସୁଯୋଗ ଅଛି
କାହିଁକିନା ଅତି ବିଳମ୍ବର ବୋର୍ଡ ଲାଗି ନାହିଁ । ଯଦି କେହି ଶେଷରେ ଆସିଥିବା ପିଲା ମଧ୍ୟ ତୀବ୍ର
ପୁରୁଷାର୍ଥ କରିବ, ତେବେ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ ଆଧାରରେ ପ୍ରଥମ ଶ୍ରେଣୀରେ
ମଧ୍ୟ ଆସିପାରିବ, ପ୍ରଥମ ନମ୍ବରରେ ନୁହେଁ କାରଣ ତାହା ତ ପ୍ରସିଦ୍ଧ ହୋଇଯାଇଛି, କିନ୍ତୁ ଫାଷ୍ଟ
ଡିଭିଜନରେ ଆସିପାରିବ । କ’ଣ ପସନ୍ଦ ଅଟେ ତ? ଆସିଥିବା ନୂଆ ପିଲାମାନଙ୍କୁ ପସନ୍ଦ ଅଟେ ତ? ସୁଯୋଗ
ଅଛି, ବାପଦାଦା ସିଟ୍ ଦେଇ ଦେବେ କିନ୍ତୁ କିଛି କରିବାକୁ ତ ପଡିବ ନା । ଗୋଟିଏ ଗୋଟିଏ ନିଶ୍ୱାସ
ଉପରେ, ଗୋଟିଏ ଗୋଟିଏ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ, ପ୍ରତିଟି ନିଶ୍ୱାସ, ପ୍ରତିଟି ସଂକଳ୍ପ
ସମର୍ଥ ହେଉଥିବ, ବ୍ୟର୍ଥ ହେଉ ନ ଥିବ କାହିଁକି ତୁମ ସମସ୍ତଙ୍କର ଉପାଧି କ’ଣ? ଚାହେଁ ପୁରୁଣା
ହୋଇଥା’ନ୍ତୁ, ଚାହେଁ ନୂଆ ହୋଇଥା’ନ୍ତୁ କିନ୍ତୁ ଉପାଧି କ’ଣ? ସମର୍ଥ ସନ୍ତାନ ଅଟ, ଦୁର୍ବଳ
ସନ୍ତାନ ନୁହେଁ । ବାପଦାଦା କ’ଣ ୟାଦପ୍ୟାର ଦେଉଛନ୍ତି? ପ୍ରତିଦିନର ୟାଦପ୍ୟାରରେ ଗେହ୍ଲା, ସିକଲଧା,
ହୃଦୟ ସିଂହାସନ ଅଧିକାରୀ ସନ୍ତାନ ବୋଲି କହୁଛନ୍ତି ନା, ସେଥିପାଇଁ ବାବା ତୁମମାନଙ୍କୁ ଏହି
ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି, ତେଣୁ ନେବାବାଲା ନେଇନିଅ । ବାବା ତ ଦେବେ, ଦେବା ପାଇଁ ବନ୍ଧା
ହୋଇଛନ୍ତି । ତେବେ ସେଭଳି କେହି ତୀବ୍ରପୁରୁଷାର୍ଥୀ ଅଛନ୍ତି କି! ଏବେ ବି ସୁଯୋଗ ଅଛି । ଯଦି ଠୁ
ଲେଟ୍ ଅର୍ଥାତ୍ ଅତି ବିଳମ୍ବର ବୋର୍ଡ ଲାଗିଗଲା, ତେବେ ସବୁ କିଛି ସମାପ୍ତ ହୋଇଯିବ । ତେଣୁ ତୁମେ
ବାପଦାଦାଙ୍କୁ ଜନ୍ମଦିନର ଉପହାର କ’ଣ ଦେବ? ଜନ୍ମ ଉତ୍ସବ ପାଳନ କରିବା ପାଇଁ ଆସିଛ ନା! ବାପଦାଦା
ତ ତୁମମାନଙ୍କର ଜନ୍ମଦିନ ଉପଲକ୍ଷେ ତୁମ ସମସ୍ତଙ୍କୁ ବିଶେଷ ଉପହାର ଦେଇଛନ୍ତି ଯେ ଆଜିଠାରୁ
ଅନ୍ତିମ ସମୟ ପର୍ଯ୍ୟନ୍ତ ଯଦି ତୁମର ୯୦ ପ୍ରତିଶତର ତୀବ୍ର ପୁରୁଷାର୍ଥ ରହିବ, ତେବେ ବାପଦାଦା ଆଉ
୧୦ ପ୍ରତିଶତ ବଢାଇ ଦେବେ । କ’ଣ ମଞ୍ଜୁର ଅଟେ ତ! ଏବେଠାରୁ ବ୍ୟର୍ଥ ସମାପ୍ତ । ଏବେ ଦେଖ ଯେପରି
ସତ୍ୟଯୁଗର ଦେବତାମାନେ ଆସୁଛନ୍ତି ନା, ସେମାନଙ୍କୁ ଜଣା ନାହିଁ ଯେ ଏଠିକାର ଭାଷାରେ କାହାକୁ କ’ଣ
କୁହାଯାଉଛି । ଯଦି ତୁମେ ପୁରୁଷାର୍ଥ ଶବ୍ଦ କହିବ ତେବେ ସେମାନେ କହିବେ ପୁରୁଷାର୍ଥ କ’ଣ?
କାହିଁକିନା ସେମାନେ ପ୍ରାରବ୍ଧ ଭୋଗ କରିବାବାଲା ଅଟନ୍ତି ନା! ସେହିପରି ତୁମେ ତୀବ୍ର ପୁରୁଷାର୍ଥୀ
ପିଲାମାନଙ୍କୁ ସ୍ୱପ୍ନରେ ବା ସଂକଳ୍ପରେ ବା ବାସ୍ତବିକ କାର୍ଯ୍ୟ ବ୍ୟବହାରରେ ବ୍ୟର୍ଥ କାହାକୁ
କୁହାଯାଏ, ତା’ର ଅବିଦ୍ୟା ହୋଇଯିବା ଦରକାର । କ’ଣ ସାହସ ଅଛି ତ? ୧୦ ପ୍ରତିଶତ ନମ୍ବର ବାବା
ଗ୍ରେସ୍ ମାର୍କ ଅର୍ଥାତ୍ ରିହାତି ଦେଇଦେବେ । ମଞ୍ଜୁର ଅଟେ ତ? ହାତ ଉଠାଅ । କେତେ ପ୍ରତିଶତ ପକ୍କା?
୧୦୦ ପ୍ରତିଶତ ନୁହେଁ, ୧୦୧ ପ୍ରତିଶତ, କାହିଁକିନା ବାପଦାଦାଙ୍କୁ ପିଲାମାନଙ୍କ ବିନା,
ପିଲାମାନଙ୍କ ସଙ୍ଗ ବିନା ଭଲ ଲାଗେ ନାହିଁ । ବାବା ଭାବୁଛନ୍ତି ଯେହେତୁ ତୁମେମାନେ ମେରା ବାବା
ବୋଲି କହିଦେଇଛ ଏବଂ ବାବା କହି ଦେଇଛନ୍ତି ମେରା ବଚ୍ଚା, ତେଣୁ ବାପ୍ ସମାନ ହେବାକୁ ହିଁ ପଡିବ ।
ଏବେ କେବଳ ଦୃଢ ସଂକଳ୍ପର ଆବଶ୍ୟକତା ରହିଛି । ତୁମେମାନେ ଗୋଟିଏ ବହି ଛପାଇଛ ନା - ଦୃଢ ସଂକଳ୍ପ
ହିଁ ସଫଳତାର ଚାବିକାଠି । ତେଣୁ ନିଜର ସଂକଳ୍ପକୁ ସାଧାରଣ ସଂକଳ୍ପ କର ନାହିଁ । ବିଚାର କର
ତୁମେମାନେ କିଏ ଅଟ? ଯଦି ଏଠିକାର ରାଷ୍ଟ୍ରପତି ଗାଉଁଲି ଲୋକଙ୍କ ଭଳି ଚାଲିଚଳନ କରିବେ ତେବେ ଭଲ
ଲାଗିବ, ସେହିଭଳି ତୁମେମାନେ କିଏ ଅଟ? ତୁମେମାନେ ତ ତିନୋଟି ସିଂହାସନର ନିବାସୀ ଅଟ । ସବୁଠାରୁ
ବଡ ଆସନ ହେଲା ବାପଦାଦାଙ୍କର ହୃଦୟ ସିଂହାସନ । ତେବେ ହୃଦୟ ସିଂହାସନର ଅଧିକାରୀ ପିଲାମାନେ ପ୍ରଥମ
ଜନ୍ମରେ ସାଥୀ ତ ହେବେ ନା । ଯଦିଓ ସିଂହାସନ ଉପରେ ଜଣେ ବସିବ କିନ୍ତୁ ରାଜକୀୟ ପରିବାର ହିସାବରେ
ରାଜ୍ୟ ଅଧିକାରୀ ତ ହୋଇପାରିବ । ତେଣୁ ସାଥୀରେ ରହିବାବାଲା ଘର ପର୍ଯ୍ୟନ୍ତ ତ ସାଥୀରେ ଯିବେ ନା ।
ବାପଦାଦା ଯେମିତି ବି ହେଉ ସାଥୀରେ ନେଇକରି ହିଁ ଯିବେ । ଭାୟା ଧର୍ମରାଜପୁରୀ ହେଉ ବା ସିଧାସଳଖ
ହେଉ କିନ୍ତୁ ସାଥୀରେ ତ ନେବେ ନା । ତା’ ପରେ କ’ଣ ଯାଇ ଘରେ ବସିଯିବ, ବ୍ରହ୍ମାବାବା ନୂଆ ଦୁନିଆକୁ
ଚାଲିଯିବେ ଆଉ ତୁମେ ଘରେ ବସିଯିବ, ଭଲ ଲାଗିବ ତ? ରାଜଯୋଗୀ ଅଟ ନା! ତୁମେମାନେ ନିଜକୁ କେଉଁ ଉପାଧି
ଦେଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ କ’ଣ ଶିଖାଉଛ? ରାଜଯୋଗ, ନା ପ୍ରଜାଯୋଗ? ଚାହେଁ ରାଜକୀୟ ପ୍ରଜା
ମଧ୍ୟ ହୁଅ କିନ୍ତୁ ଏବେ ପ୍ରଜାଯୋଗୀ ତ ନୁହେଁ ନା । ରାଜଯୋଗୀ ଅଟ । ତେବେ ବାବା ତୁମମାନଙ୍କୁ ଯେଉଁ
ଉପହାର ଦେଲେ ତାହା ମନେ ରହିବ ତ? କେତେ ଦିନ ପର୍ଯ୍ୟନ୍ତ ମନେ ରହିବ? ଶେଷ ପର୍ଯ୍ୟନ୍ତ । ବାପଦାଦା
ଦେଖୁଛନ୍ତି ପିଲାମାନେ ପୁରୁଷାର୍ଥ ବହୁତ କରୁଛନ୍ତି । ବାପଦାଦା ଯେତେବେଳେ ଦେଖୁଛନ୍ତି ପିଲାମାନେ
ମେହନତ ବହୁତ କରୁଛନ୍ତି ତେଣୁ ପିଲାମାନଙ୍କର ମେହନତ କରିବା ଦେଖି ବାବାଙ୍କୁ ଆଦୌ ଭଲ ଲାଗୁନାହିଁ
। ସେଥିପାଇଁ ଯଦି ସ୍ନେହରେ ବୁଡି ରହିବ ତେବେ ମେହନତ ସମାପ୍ତ ହୋଇଯିବ । ଯଦି ବାବା ମୋ’ର ହୋଇଗଲେ
ତେବେ ଅନ୍ୟ ସବୁ ମୋ’ର ମୋ’ର ସମାପ୍ତ ହୋଇଯିବ । ଯେତେବେଳେ ମେରା ବାବା ବୋଲି କହିଲ, ତେବେ ଅନେକ
ମେରା ତା’ ଭିତରେ ସମାପ୍ତ ହୋଇଗଲା ନା । ତୁମେମାନେ ଗୋଟିଏ ଖେଳଣା ଆଣୁଛ ନା, ଗୋଟିଏ ଭିତରେ ଆଉ
ଗୋଟିଏ, ତା’ ଭିତରେ ଆଉ ଗୋଟିଏ, ତା’ ଭିତରେ ଆଉ ଗୋଟିଏ ଏହିପରି ରହୁଛି ନା । ଗୋଟିଏ ଭିତରେ
୧୦-୧୨ଟି ରହିଯାଉଛି, ଖେଳଣାକୁ ଦେଖାଇ ଏକା ମୋ’ର ବାବା, ମୋ’ର ବାବା କହୁଛ ନା! ମୋର ବାବା ଅଟନ୍ତି
ନା! ମହାରଥୀମାନଙ୍କର ବାବା ତ ନୁହଁନ୍ତି ନା! ମେରା ବାବା । ଯେହେତୁ ବାବା ମୋ’ର ତେବେ ବିନାଶୀ
ମୋ’ର ମୋ’ର ଗୁଡିକୁ ତୋ’ର କରିଦିଅ । ମୋ’ର ବଦଳରେ ତୋ’ର ବୋଲି କୁହ, କେତେ ଫରକ ହୋଇଗଲା, ମୋ’ର
ଏବଂ ତୋ’ର ଭିତରେ କେତେ ଫରକ ହୋଇଯାଉଛି । ମୋ ଏବଂ ତୋ କେବଳ ଗୋଟିଏ ଶବ୍ଦର ଫରକ ଅଛି । ତେଣୁ ମେରା
ବାବା ପକ୍କା ଅଟେ ନା । ପକ୍କା ତ, କେତେ ପ୍ରତିଶତ? ୧୦୦ ପ୍ରତିଶତ, ୧୦୦ ଏବଂ ଏକ । ଏହିଭଳି
ଗୋଟିଏ ଆଙ୍ଗୁଳି ଉଠାଅ । ଯେଉଁମାନେ ୧୦୧ ପ୍ରତିଶତ କହୁଛନ୍ତି ସେହିମାନେ ଉଠାଅ । ବାପଦାଦା
ଦେଖୁଛନ୍ତି । ଟି.ଭି.ରେ ମଧ୍ୟ ଦେଖୁଛନ୍ତି । ଆଚ୍ଛା!
ଚାରିଆଡର ବାପଦାଦାଙ୍କର
ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ, ଚାରିଆଡର ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ, ବାପଦାଦା
ଯେଉଁ ଉପହାର ଦେଇଛନ୍ତି ତା’କୁ ସ୍ୱୀକାର କରୁଥିବା ଏବଂ ଯେଉଁ ପିଲାମାନେ, ସଂକଳ୍ପ ଦ୍ୱାରା
ବାପଦାଦାଙ୍କୁ ଉପହାର ଦେଇଛନ୍ତି, ସେହି ସଂକଳ୍ପକୁ ସର୍ବଦା ଦୃଢତା ରଖିବାବାଲା ଦୃଢ ପୁରୁଷାର୍ଥୀ,
ପିଲାମାନଙ୍କୁ ନିଜର ପ୍ରତିଜ୍ଞା ଦ୍ୱାରା ପ୍ରତ୍ୟକ୍ଷତା କରିବାବାଲା ସବୁ ପିଲାମାନଙ୍କୁ
ବାପଦାଦାଙ୍କର ବହୁତ ବହୁତ ଦିଲ୍ର ଦୁଲାର ଅର୍ଥାତ୍ ଦିଲ୍ର ସ୍ନେହ ଏବଂ ଦିଲ୍ର ୟାଦପ୍ୟାର
ସ୍ୱୀକାର ହେଉ, ତା’ ସହିତ ସବୁ ପିଲାଙ୍କୁ ବାରମ୍ବାର ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।
ବରଦାନ:-
ଅତିଥି ପଣିଆର
ବୃତ୍ତି ଦ୍ୱାରା ପ୍ରବୃତ୍ତିକୁ ଶ୍ରେଷ୍ଠ, ସ୍ଥିତିକୁ ଉଚ୍ଚ କରୁଥିବା ସଦା ଉପରାମ ଭବ ।
ଯେଉଁମାନେ ନିଜକୁ ଅତିଥି
ମନେ କରି ଚାଲିଥାଆନ୍ତି, ସେମାନେ ନିଜର ଦେହ ରୂପୀ ବାସଗୃହଠାରୁ ମଧ୍ୟ ନିର୍ମୋହୀ ହୋଇଯାଆନ୍ତି ।
ଅତିଥିର ନିଜର କିଛି ବି ନ ଥାଏ, ସବୁ ଜିନିଷକୁ କାର୍ଯ୍ୟରେ ଲଗାଇଥାଏ କିନ୍ତୁ ତା’ ଭିତରେ ମୋ’ର
ବା ନିଜର ପଣିଆର ମନୋଭାବ ନ ଥାଏ । ସେମାନେ ସବୁ ପ୍ରକାରର ସାଧନଗୁଡିକୁ କାର୍ଯ୍ୟରେ ଲଗାଉଥିଲେ
ମଧ୍ୟ ସେଗୁଡିକ ଠାରୁ ଯେତିକି ନିଆରା ହୋଇ ରୁହନ୍ତି, ସେତିକି ବାବାଙ୍କର ପ୍ରିୟ ମଧ୍ୟ ହୋଇଥାଆନ୍ତି
। ସେମାନେ ନିଜର ଦେହ, ଦେହର ସମ୍ବନ୍ଧ ଏବଂ ଦେହର ବୈଭବ ଅର୍ଥାତ୍ ସମ୍ପତ୍ତିଗୁଡିକଠାରୁ ସହଜରେ
ଉପରାମ ହୋଇଯାଆନ୍ତି । ତେବେ ଅତିଥି ପଣିଆର ମନୋବୃତ୍ତି ଯେତିକି ରହିବ ସେହି ଅନୁସାରେ ନିଜର
ପ୍ରବୃତ୍ତି ଅର୍ଥାତ୍ କାର୍ଯ୍ୟ ବ୍ୟବହାର ଶ୍ରେଷ୍ଠ ହେବ ଏବଂ ସ୍ଥିତି ଉଚ୍ଚରେ ରହିବ ।
ସ୍ଲୋଗାନ:-
ଯଦି ନିଜର
ସ୍ୱଭାବକୁ ନିର୍ମଳ କରିଦେବ, ତେବେ ପ୍ରତି ପାଦରେ ସଫଳତା ଅନ୍ତିର୍ନିହିତ ଅଟେ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ । ଦୁନିଆ ଆଗରେ ଏବେ ଏହି ବାସ୍ତବିକତା
ଦେଖାଇବାକୁ ହେବ ଯେ ଆମେ ସବୁ ଏକ୍ ଅଟୁ, ଜଣଙ୍କର ଅଟୁ ଏବଂ ଏକରସ ସ୍ଥିତିବାଲା ଅଟୁ । ଜଣଙ୍କର
ଲଗନରେ ମଗନ ରହି ସେହି ଜଣଙ୍କର ନାମକୁ ପ୍ରତ୍ୟକ୍ଷ କରିବାବାଲା ଅଟୁ । ଏବେ ଏହିଭଳି ନ୍ୟାରା ଏବଂ
ପ୍ୟାରା ସୁବର୍ଣ୍ଣଯୁଗୀ ସ୍ଥିତିର ପତାକା ଉଡାଅ । ଛୋଟ ହୋଇଥାଅ ବା ବଡ ହୋଇଥାଅ, ରୋଗୀ ହୋଇଥାଅ ବା
ସୁସ୍ଥ ହୋଇଥାଅ, ମହାରଥୀ ହୋଇଥାଅ ବା ଅଶ୍ୱାରୋହୀ ହୋଇଥାଅ, ସମସ୍ତେ ଏକମତ ହୋଇ ପରସ୍ପରର ସହଯୋଗୀ
ହୁଅ, ତେବେ ସହଜରେ ସଫଳତାମୂରତ ହୋଇଯିବ ।