15.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମ ଆତ୍ମାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରୁଛନ୍ତି, ତୁମେମାନେ ୨୧ ଜନ୍ମ ପାଇଁ ବାବାଙ୍କ
ପାଖକୁ ନିଜ ଜୀବନକୁ ବୀମାଭୁକ୍ତ କରିବା ପାଇଁ ଆସିଛ, ତୁମମାନଙ୍କର ଜୀବନ ଏପରି ବୀମାଭୁକ୍ତ
ହୋଇଯାଉଛି ଯାହା ଦ୍ୱାରା ତୁମେମାନେ ଅମର ହୋଇଯାଉଛ ।”
ପ୍ରଶ୍ନ:-
ମନୁଷ୍ୟମାନେ
ମଧ୍ୟ ନିଜ ଜୀବନକୁ ବୀମାଭୁକ୍ତ କରୁଛନ୍ତି ଏବଂ ତୁମେମାନେ ମଧ୍ୟ କରୁଛ, ଏହା ଭିତରେ ଅନ୍ତର କ’ଣ?
ଉତ୍ତର:-
ମନୁଷ୍ୟମାନେ ନିଜର ମୃତ୍ୟୁ ପରେ ପରିବାରବର୍ଗଙ୍କୁ ଧନପ୍ରାପ୍ତି କରାଇବା ପାଇଁ ନିଜକୁ ବୀମାଭୁକ୍ତ
କରାଇଥା’ନ୍ତି । କିନ୍ତୁ ତୁମେମାନେ ୨୧ ଜନ୍ମ ଅମର ହେବା ପାଇଁ ଜୀବନବୀମା କରୁଛ । ସତ୍ୟଯୁଗରେ
କୌଣସି ଇନ୍ସିଓରାନ୍ସ କମ୍ପାନୀ ଅର୍ଥାତ୍ ବୀମା ସଂସ୍ଥା ନଥାଏ । ବର୍ତ୍ତମାନ ତୁମେମାନେ ନିଜ
ଜୀବନକୁ ଏଭଳି ଇନ୍ସିଓର କରି ଦେଉଛ ଯାହାକି କେବେ ମରିବ ହିଁ ନାହିଁ, ତେଣୁ ସର୍ବଦା ଏହି ଖୁସୀ
ରହିବା ଦରକାର ।
ଗୀତ:-
ୟହ କୌନ ଆୟା ଆଜ
ସବେରେ ସବେରେ...
ଓମ୍ ଶାନ୍ତି ।
ଆତ୍ମିକ ବାବା
ଆତ୍ମିକ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି । ତୁମେ ପିଲାମାନେ ଜାଣିଛ ବାବା ଆମର ୨୧
ଜନ୍ମ କ’ଣ, ୪୦-୫୦ ଜନ୍ମ ପାଇଁ ଜୀବନବୀମା କରୁଛନ୍ତି । ସେମାନେ ମରିଗଲେ ତାଙ୍କ ପରିବାରଙ୍କୁ ପଇସା
ମିଳିବ, ସେଥିପାଇଁ ଜୀବନ ବୀମା କରୁଛନ୍ତି । ତୁମେ ଜୀବନବୀମା କରୁଛ ୨୧ ଜନ୍ମ ନ ମରିବା ପାଇଁ ।
ବାବା ତୁମମାନଙ୍କୁ ଅମର କରୁଛନ୍ତି ନା । ତୁମେମାନେ ଅମର ଥିଲ, ବ୍ରହ୍ମଲୋକ ମଧ୍ୟ ଅମର ଲୋକ ଅଟେ ।
ସେଠାରେ ମରିବା ବଞ୍ଚିବାର କୌଣସି କଥା ନାହିଁ । ତାହା ହେଲା ଆତ୍ମାମାନଙ୍କର ନିବାସ ସ୍ଥାନ ।
ବର୍ତ୍ତମାନ ଏହି ବାର୍ତ୍ତାଳାପ ବାବା ନିଜର ପିଲାମାନଙ୍କ ସହିତ କରୁଛନ୍ତି, ଆଉ କାହା ସହିତ ନୁହେଁ
। ଯେଉଁ ଆତ୍ମା ନିଜକୁ ଜାଣିଛନ୍ତି ସେମାନଙ୍କ ସହିତ ହିଁ ବାବା କଥାବାର୍ତ୍ତା କରୁଛନ୍ତି । ବାକି
ଆଉ କେହି ବାବାଙ୍କର ଭାଷାକୁ ବୁଝିପାରିବେ ନାହିଁ । ପ୍ରଦର୍ଶନୀରେ ଏତେ ଆସନ୍ତି, ତୁମ କଥାକୁ କ’ଣ
ବୁଝିପାରନ୍ତି ! କେହି ମୁସ୍କିଲ୍ରେ ଜଣେ ଅଧେ ବୁଝନ୍ତି । ତୁମମାନଙ୍କୁ ମଧ୍ୟ ବୁଝାଇବାରେ କେତେ
ବର୍ଷ ହେଲାଣି ତେବେ ମଧ୍ୟ କେତେ କମ୍ ପିଲା ବୁଝିଛନ୍ତି । ଯଦିଓ ଏକ ସେକେଣ୍ଡରେ ବୁଝିବାର କଥା ।
ଆମେ ଆତ୍ମାମାନେ ଯିଏକି ପବିତ୍ର ଥିଲେ ସେହି ଆତ୍ମା ପୁଣି ପତିତ ହୋଇଯାଇଛନ୍ତି, ପୁଣି ଆମକୁ
ପବିତ୍ର ହେବାକୁ ପଡିବ । ସେଥିପାଇଁ ମିଠା ବାବାଙ୍କୁ ମନେ ପକାଇବାକୁ ହେବ । ତାଙ୍କଠାରୁ ମିଠା ଆଉ
କୌଣସି ବସ୍ତୁ ନାହିଁ । ଏହି କଥା ମନେ ପକାଇବାରେ ହିଁ ମାୟା ବିଘ୍ନ ପକାଇ ଥାଏ । ଏହା ବି ଜାଣୁଛ
ବାବା ଆମକୁ ଅମର କରିବା ପାଇଁ ଆସିଛନ୍ତି । ପୁରୁଷାର୍ଥ କରି ଅମର ହୋଇ ଆମକୁ ଅମରପୁରୀର ମାଲିକ
ହେବାକୁ ପଡିବ । ଅମର ତ ସମସ୍ତେ ହେବେ । ସତ୍ୟଯୁଗକୁ ତ ଅମର ଲୋକ ହିଁ କୁହାଯାଇଥାଏ । ଏହା ହେଉଛି
ମୃତ୍ୟୁ ଲୋକ । ଏହା ଅମର କଥା ଅଟେ, ଏପରି ନୁହେଁ କି କେବଳ ଶଙ୍କର ହିଁ ପାର୍ବତୀଙ୍କୁ ଅମର କଥା
ଶୁଣାଇଥିଲେ । ସେ ସବୁ ତ ଭକ୍ତି ମାର୍ଗର କଥା । ତୁମେ ପିଲାମାନେ କେବଳ ମୋଠାରୁ ହିଁ ଶୁଣ । କେବଳ
ମୋତେ ହିଁ ମନେ ପକାଅ । ଜ୍ଞାନ ମୁଁ ହିଁ ଦେଇପାରିବି । ଡ୍ରାମା ପ୍ଲାନ୍ ଅନୁସାରେ ସାରା ସଂସାର
ତମୋପ୍ରଧାନ ହୋଇଯାଇଛି । ଅମରପୁରୀରେ ରାଜ୍ୟ କରିବାକୁ ହିଁ ଅମରପଦ କୁହାଯାଏ । ସେଠାରେ ଇନ୍ସିଓରାନ୍ସ
କମ୍ପାନୀ ଆଦି ରହିବ ନାହିଁ । ବର୍ତ୍ତମାନ ତୁମେମାନେ ନିଜର ଜୀବନକୁ ବୀମାଭୁକ୍ତ କରୁଛ । ତୁମେମାନେ
କେବେ ବି ମରିବ ନାହିଁ । ବୁଦ୍ଧିରେ ଏହି ଖୁସୀ ରହିବା ଦରକାର । ଆମେ ଅମର ପୁରୀର ମାଲିକ ହେବାକୁ
ଯାଉଛୁ । ତେଣୁ ଅମର ପୁରୀକୁ ମନେ ପକାଇବାକୁ ହେବ । ଭାୟା ବ୍ରହ୍ମଲୋକ ଅର୍ଥାତ୍ ପରମଧାମ ଦେଇ
ଯିବାକୁ ହେବ । ଏକଥା ମଧ୍ୟ ମନେ ମନେ ସ୍ମରଣ କରିବାକୁ ମନମନାଭବ କୁହାଯିବ । ବ୍ରହ୍ମଲୋକ ହେଲା
ମନମନାଭବ, ଅମରପୁରୀ ଅର୍ଥାତ୍ ସ୍ୱର୍ଗ ହେଲା ମଧ୍ୟାଜୀଭବ । ପ୍ରତ୍ୟେକ କଥାରେ ଦୁଇଟି ଶବ୍ଦ ହିଁ
ଆସୁଛି । ବାବା ତୁମକୁ କେତେ ପ୍ରକାରର ଅର୍ଥ ବୁଝାଉଛନ୍ତି । ତେବେ ଯାଇ ବୁଦ୍ଧିରେ ଧାରଣା ହେଉଛି
। ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ । ଏହି କଥାରେ ସବୁଠାରୁ ବେଶୀ ପରିଶ୍ରମ କରିବାକୁ ପଡିବ ।
ମୁଁ ଆତ୍ମା ହିଁ ଏହି ଜନ୍ମ ନେଇଛି । ୮୪ ଜନ୍ମରେ ଭିନ୍ନ-ଭିନ୍ନ ନାମ, ରୂପ, ଦେଶ, କାଳ ପରିକ୍ରମା
କରି ଆସିଛି । ସତ୍ୟଯୁଗରେ ଏତିକି ଜନ୍ମ, ତ୍ରେତାଯୁଗରେ ଏତିକି ଜନ୍ମ... ଏକଥା ମଧ୍ୟ ବହୁତ
ସନ୍ତାନ ଭୁଲିଯାଇଥାନ୍ତି । ମୁଖ୍ୟ କଥା ହେଲା ନିଜକୁ ଆତ୍ମା ନିଶ୍ଚୟ କରି ମିଠା ବାବାଙ୍କୁ ମନେ
ପକାଇବା । ଉଠିଲା ବସିଲା ବେଳେ ଏହି କଥା ବୁଦ୍ଧିରେ ରହିଲେ ଖୁସୀ ରହିବ । ଏବେ ବାବା ଆସିଛନ୍ତି,
ଯାହାଙ୍କୁ ଆମେ ଅଧାକଳ୍ପ ହେବ ମନେ ପକାଇ ଆସୁଥିଲେ ଏବଂ କହୁଥିଲେ ଯେ ଏଠାକୁ ଆସ, ଆସି ଆମକୁ
ପବିତ୍ର କର । ତେବେ ପବିତ୍ର ଆତ୍ମାମାନେ ବ୍ରହ୍ମଲୋକରେ ରହିଥାନ୍ତି ଏବଂ ଅମରପୁରୀ ସତ୍ୟଯୁଗରେ
ରହିଥା’ନ୍ତି । ଭକ୍ତିମାର୍ଗରେ ମଧ୍ୟ ମନୁଷ୍ୟମାନେ ମୁକ୍ତିକୁ କିମ୍ବା କୃଷ୍ଣପୁରୀକୁ ଯିବା ପାଇଁ
ପୁରୁଷାର୍ଥ କରିଥାନ୍ତି । ମୁକ୍ତି କୁହନ୍ତୁ କିମ୍ବା ନିର୍ବାଣଧାମ କୁହନ୍ତୁ, ବାନପ୍ରସ୍ଥ ଶବ୍ଦ
ମଧ୍ୟ ଏକଦମ୍ ଠିକ୍ । ବାନପ୍ରସ୍ଥୀମାନେ ତ’ ସହରରେ ହିଁ ରହିଥା’ନ୍ତି । ସନ୍ନ୍ୟାସୀମାନେ ତ’
ଘରଦ୍ୱାର ଛାଡି ଜଙ୍ଗଲକୁ ଚାଲିଯା’ନ୍ତି । ଆଜି କାଲିର ବାନପ୍ରସ୍ଥିଙ୍କ ଭିତରେ କୌଣସି ତାକତ ନାହିଁ
। ସନ୍ନ୍ୟାସୀମାନେ ତ ବ୍ରହ୍ମକୁ ଭଗବାନ ବୋଲି କହିଥା’ନ୍ତି । ବ୍ରହ୍ମଲୋକ ବୋଲି କୁହନାହିଁ ।
ବର୍ତ୍ତମାନ ତୁମେ ପିଲାମାନେ ଜାଣୁଛ ଯେ, ପୁନର୍ଜନ୍ମରେ ତ’ ସମସ୍ତଙ୍କୁ ଆସିବାକୁ ହିଁ ପଡିବ ।
ସମସ୍ତେ ନିଜ ନିଜର ଅଭିନୟ କରିଥା’ନ୍ତି । ଜନ୍ମମୃତ୍ୟୁ ଚକ୍ରରୁ କେହି ବି ମୁକୁଳି ପାରିବେ ନାହିଁ
। ଏହି ସମୟରେ କୋଟି-କୋଟି ମନୁଷ୍ୟ ଅଛନ୍ତି ଆହୁରି ମଧ୍ୟ ଆସିବେ । ପୁନର୍ଜନ୍ମ ନେଉଥିବେ । ପୁଣି
ପ୍ରଥମ ମହଲା ଖାଲି ହୋଇଯିବ । ବ୍ରହ୍ମଲୋକ ପ୍ରଥମ ମହଲା, ସୂକ୍ଷ୍ମଲୋକ ଦ୍ୱିତୀୟ ମହଲା । ଏହା
ହେଉଛି ତୃତୀୟ ମହଲା ଅର୍ଥାତ୍ ଗ୍ରାଉଣ୍ଡ ଫ୍ଲୋର୍ ମଧ୍ୟ କହିପାରିବା । ଆଉ କୌଣସି ମହଲା ନାହିଁ ।
ସେମାନେ ଭାବୁଛନ୍ତି ତାରା ମଣ୍ଡଳରେ ମଧ୍ୟ ଦୁନିଆ ଅଛି । କିନ୍ତୁ ଏପରି କିଛି ନାହିଁ । ପ୍ରଥମ
ମହଲାରେ ଆତ୍ମାମାନେ ରହିଥା’ନ୍ତି । ବାକି ମନୁଷ୍ୟମାନଙ୍କ ପାଇଁ ତ’ ଏହି ଦୁନିଆ ରହିଛି ।
ତୁମେମାନେ ହେଲ ବେହଦର
ବୈରାଗୀ ସନ୍ତାନ, ତୁମେ ଏହି ପୁରୁଣା ଦୁନିଆରେ ରହୁଥିଲେ ମଧ୍ୟ ଏହି ଆଖିରେ ସବୁ କିଛି ଦେଖୁଥିଲେ
ମଧ୍ୟ କିଛି ବି ଦେଖ ନାହିଁ । ଏହା ହିଁ ହେଉଛି ମୁଖ୍ୟ ପୁରୁଷାର୍ଥ, କାହିଁକି ନା ଯାହାକିଛି
ଦେଖୁଛ ସବୁ ସମାପ୍ତ ହୋଇଯିବ । ବାକି ଏପରି ନୁହେଁ ଯେ ସଂସାର ତିଆରି ହିଁ ହୋଇନାହିଁ । ତିଆରି
ହୋଇଛି କିନ୍ତୁ ତାହାଠାରୁ ବୈରାଗ୍ୟ ହେଉଛି ଅର୍ଥାତ୍ ସାରା ପୁରୁଣା ଦୁନିଆରୁ ବୈରାଗ୍ୟ । ଭକ୍ତି,
ଜ୍ଞାନ ଏବଂ ବୈରାଗ୍ୟ । ଭକ୍ତି ପରେ ଜ୍ଞାନ, ପୁଣି ଭକ୍ତିରୁ ବୈରାଗ୍ୟ ଆସିଯାଏ । ବୁଦ୍ଧିରେ
ବୁଝିବାକୁ ହୁଏ ଯେ ଏହା ହେଲା ପୁରୁଣା ଦୁନିଆ । ଏହା ଆମର ଅନ୍ତିମ ଜନ୍ମ । ବର୍ତ୍ତମାନ ସମସ୍ତଙ୍କୁ
ଘରକୁ ଯିବାକୁ ହେବ । ଛୋଟ ପିଲାମାନଙ୍କୁ ମଧ୍ୟ ଶିବବାବାଙ୍କର ସ୍ମୃତି ଦେବାକୁ ହେବ । ଓଲଟା ସୋଲଟା
ଖାଦ୍ୟ ପାନୀୟ ଆଦିର କୌଣସି ଖରାପ ଅଭ୍ୟାସ ପକାଅ ନାହିଁ । ଛୋଟ ବେଳେ ଯେଉଁ ଅଭ୍ୟାସ ପକାଇବେ ସେହି
ଅଭ୍ୟାସ ରହିଯିବ । ଆଜିକାଲି ସଂଗର ଦୋଷ ମଧ୍ୟ ବହୁତ ଖରାପ । କୁହାଯାଏ ସୁସଂଗ ଉଦ୍ଧାର କରେ ଏବଂ
କୁସଙ୍ଗ ବୁଡାଇ ଦେଇଥାଏ । ଏହା ହେଉଛି ବିଷୟ ସାଗର, ବୈଶ୍ୟାଳୟ । ସତ୍ୟ ତ’ ଏକମାତ୍ର ପରମପିତା
ପରମାତ୍ମା ହିଁ ଅଟନ୍ତି । ଭଗବାନ କେବଳ ଜଣେ । ସେ ଆସି ସତ୍ୟ କଥା ବୁଝାଉଛନ୍ତି । ବାବା କହୁଛନ୍ତି
ହେ ଆତ୍ମିକ ସନ୍ତାନମାନେ, ମୁଁ ତୁମର ପିତା, ତୁମ ସହିତ ବାର୍ତ୍ତାଳାପ କରୁଛି । ମୋତେ ତୁମେମାନେ
ଡାକିଥାଅ ନା । ସେ ହିଁ ଜ୍ଞାନର ସାଗର, ପତିତପାବନ, ନୂଆ ସୃଷ୍ଟିର ରଚୟିତା ଅଟନ୍ତି ଏବଂ ପୁରୁଣା
ସୃଷ୍ଟିର ବିନାଶ କରାନ୍ତି । ଏହି ତ୍ରିମୂର୍ତ୍ତି ତ ପ୍ରସିଦ୍ଧ ଅଟେ । ଉଚ୍ଚରୁ ଉଚ୍ଚ ହେଲେ ଶିବ ।
ଆଚ୍ଛା ପୁଣି ସୂକ୍ଷ୍ମଲୋକରେ ବ୍ରହ୍ମା, ବିଷ୍ଣୁ, ଶଙ୍କର । ସେମାନଙ୍କର ସାକ୍ଷାତ୍କାର ମଧ୍ୟ
ହୋଇଥାଏ କାହିଁକି ନା ସେମାନେ ପବିତ୍ର ଅଟନ୍ତି । ସେମାନଙ୍କୁ ଚୈତନ୍ୟରେ ଏହି ଆଖିରେ ଦେଖିପାରିବ
ନାହିଁ । ବହୁତ ନବଧା ଭକ୍ତି ହେଲେ ଯାଇ ଦେଖିପାରିବ । ଭାବନ୍ତୁ ଯଦି କିଏ ହନୁମାନଙ୍କ ଭକ୍ତ
ହୋଇଥିବେ ତେବେ ତାଙ୍କୁ ହନୁମାନଙ୍କର ସାକ୍ଷାତ୍କାର ହେବ । ଶିବଙ୍କର ଭକ୍ତଙ୍କୁ ତ’ ଭୁଲ୍ କଥା
କହି ଦିଆଗଲା ଯେ ପରମାତ୍ମା ଅଖଣ୍ଡ ଜ୍ୟୋତିସ୍ୱରୂପ ଅଟନ୍ତି । ବାବା କହୁଛନ୍ତି ମୁଁ ତ ବହୁତ
ସୂକ୍ଷ୍ମ ଜ୍ୟୋତି ବିନ୍ଦୁ ଅଟେ । ସେମାନେ କହିଥା’ନ୍ତି ଅଖଣ୍ଡ ଜ୍ୟୋତିସ୍ୱରୂପ, ଅର୍ଜ୍ଜୁନଙ୍କୁ
ସାକ୍ଷାତ୍କାର ହୋଇଥିଲା । ସେ କହିଲେ ବାସ୍ ମୁଁ ସହନ କରିପାରୁ ନାହିଁ । ତାଙ୍କୁ ସାକ୍ଷାତ୍କାର
ହେଲା ତେଣୁ ଏକଥା ଗୀତାରେ ବର୍ଣ୍ଣିତ ଅଛି । ମନୁଷ୍ୟମାନେ ଭାବିଲେ ଅଖଣ୍ଡ ଜ୍ୟୋତି ସ୍ୱରୂପର
ସାକ୍ଷାତ୍କାର ହେଲା । ବର୍ତ୍ତମାନ ବାବା କହୁଛନ୍ତି - ଏହି ସବୁ ଭକ୍ତିମାର୍ଗର କଥା କେବଳ ମନକୁ
ଖୁସି କରିବା ପାଇଁ ଉଦ୍ଦିଷ୍ଟ । ମୁଁ ତ’ କହୁନାହିଁ ଯେ ମୁଁ ଅଖଣ୍ଡ ଜ୍ୟୋତି ସ୍ୱରୂପ ଅଟେ । ଯେପରି
ତୁମର ଆତ୍ମା ବିନ୍ଦୁ ସଦୃଶ, ସେହିପରି ମୁଁ ମଧ୍ୟ ବିନ୍ଦୁ ଅଟେ । ଯେପରି ତୁମେମାନେ ଡ୍ରାମାର
ବନ୍ଧନରେ ଅଛ ସେହିପରି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ସବୁ ଆତ୍ମାମାନଙ୍କୁ ନିଜ
ନିଜର ପାର୍ଟ ମିଳିଛି । ପୁନର୍ଜନ୍ମ ତ ସମସ୍ତଙ୍କୁ ନେବାକୁ ପଡିବ । କ୍ରମାନ୍ୱୟରେ ସମସ୍ତଙ୍କୁ
ଆସିବାକୁ ହେବ । ପ୍ରଥମ ନମ୍ବରର ଆତ୍ମା ମଧ୍ୟ ତଳକୁ ଯାଇଛନ୍ତି । ବାବା କେତେ କଥା ବୁଝାଉଛନ୍ତି ।
ଏକଥା ମଧ୍ୟ ବୁଝାଇଛନ୍ତି ଯେ - ସୃଷ୍ଟିରୂପୀ ଚକ୍ର ଘୁରି ଚାଲିଛି । ଯେପରି ଦିନ ପରେ ରାତି
ଆସିଥାଏ, ସେହିପରି କଳିଯୁଗ ପରେ ସତ୍ୟଯୁଗ, ପୁଣି ତ୍ରେତା ଯୁଗ... ପୁଣି ସଂଗମଯୁଗ ଆସିଥାଏ ।
ସଂଗମଯୁଗରେ ହିଁ ବାବା ଆସି ପରିବର୍ତ୍ତନ କରିଥା’ନ୍ତି । ଯେଉଁମାନେ ସତ୍ତ୍ୱପ୍ରଧାନ ଥିଲେ
ସେହିମାନେ ତମୋପ୍ରଧାନ ହୋଇଯାଇଛନ୍ତି, ସେହିମାନେ ହିଁ ପୁଣି ସତ୍ତ୍ୱପ୍ରଧାନ ହେବେ । ଡାକୁଛନ୍ତି
ମଧ୍ୟ ହେ ପତିତପାବନ ଆସ । ତେଣୁ ବର୍ତ୍ତମାନ ବାବା ଆସି କହୁଛନ୍ତି ମନମନାଭବ । ମୁଁ ଆତ୍ମା, ମୋତେ
ବାବାଙ୍କୁ ମନେ ପକାଇବାକୁ ହେବ । ଏହିକଥାକୁ ଠିକ୍ ଭାବରେ କେହି ମୁସ୍କିଲ୍ରେ ବୁଝିଥା’ନ୍ତି ।
ଆମ ଆତ୍ମାମାନଙ୍କର ବାବା କେତେ ମିଠା । ଆତ୍ମା ତ’ ମିଠା ଅଟେ ନା । ଶରୀର ତ ବିନାଶ ହୋଇଯାଏ ପୁଣି
ତାର ଆତ୍ମାକୁ ଡାକିଥା’ନ୍ତି । ସ୍ନେହ ତ ଆତ୍ମା ସାଥିରେ ରହିଥାଏ ନା । ସଂସ୍କାର ଆତ୍ମାରେ
ରହିଥାଏ । ଆତ୍ମା ହିଁ ପାଠ ପଢିଥାଏ କିମ୍ବା ଶୁଣିଥାଏ । ଦେହ ତ’ ସମାପ୍ତ ହୋଇଯାଏ । ମୁଁ ଆତ୍ମା
ଅମର ଅଟେ । ପୁଣି ତୁମେ ମୋ ପାଇଁ କାନ୍ଦୁଛ କାହିଁକି? ଏହା ମଧ୍ୟ ଦେହ ଅଭିମାନ ଅଟେ ନା । ତୁମର
ଦେହ ସହିତ ସ୍ନେହ ଅଛି । କିନ୍ତୁ ବାସ୍ତବରେ ଆତ୍ମା ସହିତ ସ୍ନେହ ରହିବା ଦରକାର । ଅବିନାଶୀ ବସ୍ତୁ
ପ୍ରତି ସ୍ନେହ ରହିବା ଦରକାର । ବିନାଶୀ ବସ୍ତୁରେ ସ୍ନେହ ରହିବା ଦ୍ୱାରା ହିଁ ଲଢେଇ ଝଗଡା
କରୁଛନ୍ତି । ସତ୍ୟଯୁଗରେ ସମସ୍ତେ ଦେହୀ-ଅଭିମାନୀ ରହିଥା’ନ୍ତି, ସେଥିପାଇଁ ଖୁସି-ଖୁସିରେ ଗୋଟିଏ
ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥା’ନ୍ତି । ସେଠାରେ କାନ୍ଦ ବୋବାଳି କିଛି ବି ହୋଇନଥାଏ ।
ତୁମମାନଙ୍କୁ ନିଜର
ଆତ୍ମ-ଅଭିମାନୀ ଅବସ୍ଥା ସ୍ଥାୟୀ ରଖିବା ପାଇଁ ବହୁତ ବହୁତ ଅଭ୍ୟାସ କରିବାକୁ ହେବ - ମୁଁ ଆତ୍ମା,
ନିଜର ଭାଇ ଆତ୍ମାକୁ ବାବାଙ୍କର ସନ୍ଦେଶ ଶୁଣାଉଛି, ମୋର ଭାଇ ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛି
- ଏହିଭଳି ଭାବରେ ନିଜର ଅବସ୍ଥାକୁ ପକ୍କା କର । ବାବାଙ୍କୁ ମନେ ପକାଇ ଚାଲ ତେବେ ବିକର୍ମ ବିନାଶ
ହୋଇଯିବ । ନିଜକୁ ଆତ୍ମା ମନେକର ଏବଂ ଅନ୍ୟମାନଙ୍କୁ ମଧ୍ୟ ଆତ୍ମିକ ଦୃଷ୍ଟିରେ ଦେଖ ତେବେ ପକ୍କା
ଅଭ୍ୟାସ ପଡିଯିବ । ଏହା ହେଉଛି ଗୁପ୍ତ ପୁରୁଷାର୍ଥ । ଅର୍ନ୍ତମୁଖୀ ହୋଇ ଏହି ଅବସ୍ଥାକୁ ପକ୍କା କର
। ଯେତେ ସମୟ ବାହାର କରିପାରିବ ସେତେ ସମୟ ଏହି ଅଭ୍ୟାସରେ ଲଗାଅ । ୮ ଘଣ୍ଟା ତ’ କର୍ମଧନ୍ଦା
ଇତ୍ୟାଦି କର । ନିଦ୍ରା ମଧ୍ୟ କର, ବାକି ସମୟ ଏଥିରେ ଲଗାଅ । ବାକି ୮ ଘଣ୍ଟା ଏହିଭଳି ପୁରୁଷାର୍ଥ
କରିବାକୁ ପଡିବ, ତେବେ ତୁମକୁ ବହୁତ ଖୁସି ମିଳିବ । ପତିତ-ପାବନ ବାବା କହୁଛନ୍ତି ମୋତେ ମନେ ପକାଅ
ତେବେ ତୁମର ବିକର୍ମ ବିନାଶ ହେବ । ଏହି ଜ୍ଞାନ ତୁମକୁ ବର୍ତ୍ତମାନ ସଂଗମ ଯୁଗରେ ହିଁ ମିଳୁଛି ।
ମହିମା ସବୁ ଏହି ସଂଗମଯୁଗର ଅଟେ ଯେତେବେଳେ କି ବାବା ବସି ଆମକୁ ଜ୍ଞାନ ବୁଝାଉଛନ୍ତି । ଏଥିରେ
ସ୍ଥୂଳ କଥା କିଛି ନାହିଁ । ଯାହାସବୁ ତୁମେମାନେ ଲେଖୁଛ ସେସବୁ ନଷ୍ଟ ହୋଇଯିବ । ତେବେ ତୁମେମାନେ
ଏଥିପାଇଁ ଲେଖିଛ ଯେମିତି ମନେ ରହିଯିବ । ଯଦି କାହାର ବୁଦ୍ଧି ତୀକ୍ଷଣ ହୋଇଥାଏ ତେବେ ବୁଦ୍ଧିରେ
ମନେ ରହିଯାଏ । କ୍ରମାନ୍ୱୟରେ ତ ଅଛନ୍ତି ନା । ମୁଖ୍ୟ କଥା ହେଲା ବାବାଙ୍କୁ ମନେପକାଇବା,
ସୃଷ୍ଟିଚକ୍ରକୁ ମନେ ପକାଇବା ଏବଂ କୌଣସି ବିକର୍ମ ନ କରିବା । ଗୃହସ୍ଥ ବ୍ୟବାହାରରେ ମଧ୍ୟ ରହିବାକୁ
ପଡିବ । କିନ୍ତୁ ପବିତ୍ର ନିଶ୍ଚିତ ହେବାକୁ ପଡିବ । କେହି କେହି ବିକାରୀ ମନୋଭାବବାଲା ପିଲା
ଭାବନ୍ତି - ମୋତେ ଅମୁକ ବହୁତ ଭଲ ଲାଗୁଛି ଏହା ସହିତ ମୁଁ ଗନ୍ଧର୍ବୀ ବିବାହ କରିନେବି । କିନ୍ତୁ
ଏହି ଗନ୍ଧର୍ବୀ ବିବାହ ତ ସେତେବେଳେ କରାଯାଏ ଯେତେବେଳେ ମିତ୍ର-ସମ୍ବନ୍ଧୀ ଆଦି ବହୁତ ବିବ୍ରତ
କରାଇଥା’ନ୍ତି । ତେଣୁ ସେମାନଙ୍କୁ ବଞ୍ଚାଇବା ପାଇଁ କରାଯାଏ । ଏମିତି ନୁହେଁ କି ସମସ୍ତେ କହିବେ
ଆମେ ଗନ୍ଧର୍ବୀ ବିବାହ କରିବୁ । ସେମାନେ କେବେ ପବିତ୍ର ରହିପାରିବେ ନାହିଁ । ପ୍ରଥମ ଦିନ ହିଁ
ଯାଇ ନର୍ଦ୍ଦମାରେ ପଡିବେ । ନାମ ରୂପରେ ମନ ଲାଗିଯାଇଥାଏ । ଏହା ତ ବହୁତ ଖରାପ କଥା । ଗନ୍ଧର୍ବୀ
ବିବାହ କରିବା କୌଣସି ମାଉସୀ ଘର କଥା ନୁହେଁ । ଯଦି ଜଣଙ୍କର ଆଉ ଜଣଙ୍କ ପ୍ରତି ମନ ଲାଗିଗଲା ତେବେ
କହିଦେଇଥା’ନ୍ତି ଗନ୍ଧର୍ବୀ ବିବାହ କରିବୁ । ଏଥିରେ ସମ୍ବନ୍ଧୀମାନଙ୍କୁ ବଡ ଖବରଦାର ରହିବା ଦରକାର
। ବୁଝିଯିବା ଦରକାର ଯେ, ଏହି ସନ୍ତାନ କୌଣସି କାମକୁ ନୁହେଁ । ଯାହା ସହିତ ମନ ଲାଗିଛି ତାଠାରୁ
ଦୂରେଇ ଦେବା ଦରକାର । ନ ହେଲେ କଥାବାର୍ତ୍ତା କରିବା ଚାଲିବ । ଏହି ସଭାରେ ବହୁତ ସାବଧାନୀ ରଖିବା
ଦରକାର । ଆଗକୁ ଗଲେ ବହୁତ କାଇଦା (ନିୟମ)ଅନୁସାରେ ସଭା ଲାଗିବ । ଏହିଭଳି ଖିଆଲବାଲାଙ୍କୁ ଆସିବାକୁ
ଦିଆଯିବ ନାହିଁ ।
ଯେଉଁ ପିଲାମାନେ ଆତ୍ମିକ
ସେବାରେ ତତ୍ପର ରହୁଛନ୍ତି, ଯିଏ ଯୋଗଯୁକ୍ତ ହୋଇ ସେବା କରୁଛନ୍ତି, ସେମାନେ ସତ୍ୟଯୁଗ ରାଜଧାନୀ
ସ୍ଥାପନ କରିବାରେ ସହଯୋଗୀ ହେଉଛନ୍ତି । ସେବାଧାରୀ ପିଲାମାନଙ୍କ ପ୍ରତି ବାବାଙ୍କର ନିର୍ଦ୍ଦେଶ
ହେଲା - ଆରାମ ହାରାମ ଅଟେ । ଯେଉଁମାନେ ବହୁତ ସେବା କରୁଛନ୍ତି ସେମାନେ ନିଶ୍ଚିତ ରୂପେ ରାଜାରାଣୀ
ହେବେ । ଯେଉଁମାନେ ପରିଶ୍ରମ କରୁଛନ୍ତି, ଅନ୍ୟମାନଙ୍କୁ ନିଜ ସଦୃଶ ଗଢୁଛନ୍ତି, ତାଙ୍କ ଭିତରେ
ଶକ୍ତି ମଧ୍ୟ ରହିଥାଏ । ସ୍ଥାପନା ତ ଡ୍ରାମା ଅନୁସାରେ ନିଶ୍ଚିତ ହେବ । ତେବେ ଭଲ ଭାବରେ ସବୁ
ଜ୍ଞାନକୁ ବୁଦ୍ଧିରେ ଧାରଣ କରି ପୁଣି ସେବାରେ ଲାଗିଯିବା ଦରକାର । ଆରାମ ମଧ୍ୟ ହାରାମ ଅର୍ଥାତ୍
ଖରାପ ଅଟେ । କେବଳ ସେବା ହିଁ ସେବା, ତେବେ ଯାଇ ଉଚ୍ଚ ପଦ ପାଇବ । ବାଦଲ ହୋଇ ଜ୍ଞାନ ଜଳରେ ଭରପୁର
ହୋଇ ଆସ ପୁଣି ବର୍ଷିବା ପାଇଁ ଅର୍ଥାତ୍ ସେବା କରିବା ପାଇଁ ଯାଅ । ସେବା ତ’ ତୁମର ବହୁତ ରହିଛି ।
ବିଭିନ୍ନ ପ୍ରକାରର ଚିତ୍ର ବାହାରିବ ଯାହାଦ୍ୱାରା ମନୁଷ୍ୟ ଜଲ୍ଦି ବୁଝିଯିବେ । ଆଗକୁ ଏହି
ଚିତ୍ରଗୁଡିକର ମଧ୍ୟ ବହୁତ ପରିବର୍ତ୍ତନ ହେବ । ଏଥିରେ ବି ଯିଏ ଆମର ବ୍ରାହ୍ମଣ କୁଳର ହୋଇଥିବେ
ସେହିମାନେ ହିଁ ଭଲ ଭାବରେ ବୁଝିବେ । ବୁଝାଇବାବାଲା ଭଲ ଥିଲେ କିଛି ବୁଝିବେ । ଯିଏ ଭଲ ଭାବରେ
ଧାରଣା କରନ୍ତି, ବାବାଙ୍କୁ ବହୁତ ବହୁତ ମନେପକାଇଥା’ନ୍ତି ସେମାନଙ୍କ ଚେହେରାରୁ ଜଣାପଡିଯାଇଥାଏ ।
ବାବା ମୁଁ ତ ଆପଣଙ୍କଠାରୁ ପୁରା ସମ୍ପତ୍ତି ନେବି ତେଣୁ ତାଙ୍କ ଭିତରେ ଖୁସିର ଢୋଲ ବାଜିଥାଏ ।
ସେମାନଙ୍କୁ ସେବାର ବହୁତ ସଉକ ମଧ୍ୟ ରହିବ । ସେମାନେ ବାବାଙ୍କ ପାଖକୁ (ମଧୁବନ) ଆସି ସତେଜ ହୋଇ
ତୁରନ୍ତ ସେବାରେ ବାହାରିଯିବେ । ସେବା ପାଇଁ ପ୍ରତି ସେବାକେନ୍ଦ୍ରରୁ ବହୁତ ସେବାଧାରୀ ପ୍ରସ୍ତୁତ
ହେବା ଦରକାର । ତୁମର ସେବା ତ ବହୁତ ପ୍ରସାରିତ ହୋଇଯିବ । ତୁମ ସାଥିରେ ସମସ୍ତେ ମିଶିବେ । ଶେଷରେ
ଏପରି ଦିନ ଆସିବ ଯେତେବେଳେ ସନ୍ନ୍ୟାସୀମାନେ ମଧ୍ୟ ଆସିବେ । ବର୍ତ୍ତମାନ ତ ସେମାନଙ୍କର ରାଜ୍ୟ
ଚାଲିଛି । ସେମାନଙ୍କ ପାଦ ତଳେ ପଡୁଛନ୍ତି, ପୂଜା କରୁଛନ୍ତି । ବାବା କହୁଛନ୍ତି - ଏହା ଭୂତ ପୂଜା
ଅଟେ । ମୋର ତ’ ପାଦ ନାହିଁ, ତେଣୁ ବାବା ପୂଜା କରିବାକୁ ଦିଅନ୍ତି ନାହିଁ । ମୁଁ ତ’ ଏହି ଶରୀର
ଲୋନରେ ନେଇଛି, ତେଣୁ ଏହାଙ୍କୁ ଭାଗ୍ୟଶାଳୀ ରଥ କୁହାଯାଉଛି ।
ଏବେ ତୁମେ ପିଲାମାନେ
ବହୁତ ସୌଭାଗ୍ୟଶାଳୀ ଅଟ କାହିଁକି ନା ତୁମେମାନେ ଏଠି ଈଶ୍ୱରୀୟ ସନ୍ତାନ ହୋଇଛ । ଗାୟନ ମଧ୍ୟ ରହିଛି
ଆତ୍ମା ପରମାତ୍ମା ଅଲଗା ରହନ୍ତି ବହୁକାଳ... ତେଣୁ ଯିଏ ବହୁତ କାଳରୁ ଅଲଗା ରହିଥା’ନ୍ତି ସେହିମାନେ
ହିଁ ଆସୁଛନ୍ତି । ଆଉ ସେହିମାନଙ୍କୁ ହିଁ ମୁଁ ଆସି ପାଠ ପଢାଉଛି । କୃଷ୍ଣଙ୍କ ପାଇଁ କେବେ ହେଲେ
ଏକଥା କୁହାଯାଇପାରିବ ନାହିଁ । ସେ ତ ପୁରା ୮୪ ଜନ୍ମ ନେଉଛନ୍ତି । ଏହା ହେଉଛି ତାଙ୍କର ଶେଷ ଜନ୍ମ,
ସେଥିପାଇଁ ନାମ ମଧ୍ୟ ତାଙ୍କର ଶ୍ୟାମସୁନ୍ଦର ରଖାଯାଇଛି । ଶିବଙ୍କ ବିଷୟରେ ତ କାହାକୁ ଜଣାନାହିଁ
ଯେ, ସେ କିଏ ଏବଂ କ’ଣ ଅଟନ୍ତି । ଏହିସବୁ କଥା ବାବା ହିଁ ଆସି ବୁଝାଉଛନ୍ତି । ମୁଁ ହିଁ ପରମଆତ୍ମା
ପରମଧାମର ନିବାସୀ ଅଟେ । ତୁମେମାନେ ମଧ୍ୟ ସେଠାକାର ନିବାସୀ ଅଟ । ମୁଁ ପରମପିତା ପତିତ-ପାବନ ଅଟେ
। ତୁମେମାନେ ବର୍ତ୍ତମାନ ଈଶ୍ୱରୀୟ ବୁଦ୍ଧି ସମ୍ପନ୍ନ ହୋଇଛ । ଈଶ୍ୱରଙ୍କ ବୁଦ୍ଧିରେ ଯେଉଁ ଜ୍ଞାନ
ଅଛି ତାହା ସେ ତୁମକୁ ଶୁଣାଉଛନ୍ତି । ସତ୍ୟଯୁଗରେ ଭକ୍ତିର କଥା ନଥାଏ । ଏହି ଜ୍ଞାନ ତୁମକୁ
ବର୍ତ୍ତମାନ ମିଳୁଛି । ଆଚ୍ଛା ।
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅନ୍ତର୍ମୂଖୀ
ହୋଇ ନିଜର ଅବସ୍ଥାକୁ ମଜବୁତ କରି, ଏହି ଅଭ୍ୟାସ କରିବାକୁ ହେବ ଯେ - ମୁଁ ଏକ ଆତ୍ମା, ନିଜର ଆତ୍ମା
ଭାଇକୁ ବାବାଙ୍କର ସନ୍ଦେଶ ଦେଉଛି... । ଏହିପରି ଆତ୍ମ-ଅଭିମାନୀ ହେବାର ଗୁପ୍ତ ପୁରୁଷାର୍ଥ
କରିବାକୁ ହେବ ।
(୨) ଆତ୍ମିକ ସେବାର ସଉକ
ରଖିବାକୁ ହେବ । ଅନ୍ୟମାନଙ୍କୁ ନିଜ ସମାନ କରିବାର ପୁରୁଷାର୍ଥ କରିବାକୁ ହେବ । ସଙ୍ଗ ଦୋଷରେ
ଆସିବା ବହୁତ ଖରାପ, ସେଥିରୁ ନିଜକୁ ଦୂରେଇ ରଖିବାକୁ ହେବ । ଅଶୁଦ୍ଧ ଖାଦ୍ୟପେୟର ଅଭ୍ୟାସକୁ
ସମାପ୍ତ କରିବାକୁ ହେବ ।
ବରଦାନ:-
ବିଶ୍ୱ କଲ୍ୟାଣର
କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରହୁଥିବା ବିଶ୍ୱର ଆଧାର ମୂରତ ହୁଅ ।
ବିଶ୍ୱ କଲ୍ୟାଣକାରୀ
ପିଲାମାନେ ସ୍ୱପ୍ନରେ ମଧ୍ୟ ଖାଲି ରହିପାରିବେ ନାହିଁ । ଯେଉଁମାନେ ଦିନ ରାତି ସେବାରେ ବ୍ୟସ୍ତ
ରହିଥାଆନ୍ତି ସେମାନଙ୍କୁ ସ୍ୱପ୍ନରେ ମଧ୍ୟ ଅନେକ ନୂଆ ନୂଆ କଥା, ସେବାରେ ଯୋଜନା ବା ବିଧି
ଦେଖାଯାଇଥାଏ । ସେମାନେ ସର୍ବଦା ସେବାରେ ବ୍ୟସ୍ତ ରହୁଥିବା କାରଣରୁ ନିଜର ପୁରୁଷାର୍ଥର
ବ୍ୟର୍ଥଠାରୁ ଏବଂ ଅନ୍ୟମାନଙ୍କର ବ୍ୟର୍ଥଠାରୁ ମଧ୍ୟ ରକ୍ଷାପାଇ ଯାଆନ୍ତି । ସେମାନଙ୍କ ସମ୍ମୁଖରେ
ବେହଦ ବିଶ୍ୱର ସର୍ବ ଆତ୍ମାମାନେ ସର୍ବଦା ପ୍ରକଟ ଥାଆନ୍ତି । ସେମାନଙ୍କୁ ଟିକିଏ ବି ଅବହେଳା ପଣିଆ
ଆସିପାରିବ ନାହିଁ । ଏହିଭଳି ସେବାଧାରୀ ପିଲାମାନଙ୍କୁ ଆଧାରମୂରତ ହେବାର ବରଦାନ ପ୍ରାପ୍ତ ହୋଇଥାଏ
।
ସ୍ଲୋଗାନ:-
ସଂଗମଯୁଗର
ଗୋଟିଏ ଗୋଟିଏ ସେକେଣ୍ଡ ଅନେକ ବର୍ଷ ସହିତ ସମାନ ସେଥିପାଇଁ ଅବହେଳା ପଣିଆରେ ସମୟ ନଷ୍ଟ କର ନାହିଁ
।