15.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜର ସ୍ୱଭାବକୁ ବାବାଙ୍କ ସ୍ୱଭାବ ଭଳି ସରଳ କରିଦିଅ, ତୁମ ଭିତରେ କୌଣସି ଅହଙ୍କାର ରହିବା ଉଚିତ୍ ନୁହେଁ, ତୁମର ଜ୍ଞାନଯୁକ୍ତ ବୁଦ୍ଧି ହେଉ କିନ୍ତୁ ସେଥିରେ ଅଭିମାନ ନ ଥାଉ ।”

ପ୍ରଶ୍ନ:-
ସେବା କରୁଥିଲେ ମଧ୍ୟ କେତେକ ସନ୍ତାନ ଛୋଟ ପିଲାଙ୍କଠାରୁ ମଧ୍ୟ ନିର୍ବୋଧ ଅଟନ୍ତି - କିପରି?

ଉତ୍ତର:-
କେତେକ ସନ୍ତାନ ସେବା କରିଚାଲିଛନ୍ତି, ଅନ୍ୟକୁ ଜ୍ଞାନ ଶୁଣାଇ ଚାଲିଛନ୍ତି କିନ୍ତୁ ନିଜେ ବାବାଙ୍କୁ ମନେ ପକାଉନାହାଁନ୍ତି । କହୁଛନ୍ତି ବାବା ଆପଣଙ୍କ ସ୍ମୃତି ଭୁଲି ହୋଇଯାଉଛି । ତେଣୁ ବାବା ସେମାନଙ୍କୁ ଛୋଟ ପିଲାଙ୍କଠାରୁ ବି ନିର୍ବୋଧ ବୋଲି କହୁଛନ୍ତି କାରଣ ପିଲାମାନେ କେବେ ନିଜର ପିତାଙ୍କୁ ଭୁଲନ୍ତି ନାହିଁ, ତୁମକୁ ଯେଉଁ ବାବା ରାଜକୁମାର-ରାଜକୁମାରୀ କରୁଛନ୍ତି, ତାଙ୍କୁ ତୁମେ କାହିଁକି ଭୁଲିଯାଉଛ? ଯଦି ଭୁଲିଯିବ ତେବେ ସମ୍ପତ୍ତି କିପରି ମିଳିବ । ତୁମକୁ ହାତ ଦ୍ୱାରା କାମ କରି ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ ।

ଓମ୍ ଶାନ୍ତି ।
ଏହି ପାଠପଢାର ଲକ୍ଷ୍ୟ ତ ତୁମ ସନ୍ତାନମାନଙ୍କ ସମ୍ମୁଖରେ ରହିଛି । ପିଲାମାନେ ଏ କଥା ମଧ୍ୟ ଜାଣିଛନ୍ତି ଯେ ବାବା ସାଧାରଣ ଶରୀରରେ ଅଛନ୍ତି, ତାହା ମଧ୍ୟ ଏକ ବୃଦ୍ଧ ଶରୀରରେ । ସେଠାରେ ଅର୍ଥାତ୍ ସତ୍ୟଯୁଗରେ ବୃଦ୍ଧ ଅବସ୍ଥା ଆସିଲେ ମଧ୍ୟ ଖୁସି ରହିଥାଏ ଯେ ମୁଁ ଯାଇ ପୁଣି ଛୋଟ-ପିଲା ହେବି । ତେବେ ଇଏ ମଧ୍ୟ ଜାଣିଛନ୍ତି, ୟାଙ୍କୁ (ବ୍ରହ୍ମାବାବାଙ୍କୁ) ମଧ୍ୟ ଏହି ଖୁସି ରହୁଛି ଯେ ମୁଁ ସେଠାରେ ଯାଇ ଏହିପରି (ଶ୍ରୀକୃଷ୍ଣ) ହେବି । ଛୋଟ ପିଲାଙ୍କ ସଦୃଶ ଚାଲି-ଚଳଣ ହୋଇଯାଉଛି, ଛୋଟ ପିଲାଙ୍କ ସଦୃଶ ସରଳ ରହୁଛନ୍ତି । ଗର୍ବ ଅହଂକାର କିଛି ନାହିଁ । ବୁଦ୍ଧି ଜ୍ଞାନଯୁକ୍ତ ରହିଛି । ଯେପରି ସ୍ୱଭାବ ଏହାଙ୍କର ଅଛି ସେହିପରି ତୁମମାନଙ୍କର ମଧ୍ୟ ରହିବା ଉଚିତ୍ । ବାବା ଆମକୁ ରାଜଯୋଗର ପାଠ ପଢାଇବାକୁ ଆସିଛନ୍ତି, ଯେଉଁ ପାଠପଢା ଦ୍ୱାରା ଆମେ ଏହିପରି ହେବୁ । ତେଣୁ ତୁମମାନଙ୍କ ଭିତରେ ଏହି ଖୁସି ରହିବା ଦରକାର ଯେ - ଆମେ ଏହି ଶରୀରକୁ ତ୍ୟାଗ କରି ଯାଇ ପୁଣି ଏହିପରି ହେବୁ । ସେଥିପାଇଁ ରାଜଯୋଗ ଶିଖୁଛୁ । ଛୋଟ ପିଲା ଅଥବା ବଡ, ସମସ୍ତେ ଶରୀର ଛାଡିବେ । ସମସ୍ତଙ୍କ ପାଇଁ ପାଠପଢା ଗୋଟିଏ । ଇଏ ମଧ୍ୟ କହୁଛନ୍ତି ମୁଁ ରାଜଯୋଗ ଶିଖୁଛି । ପୁଣି ମୁଁ ଯାଇ ରାଜକୁମାର ହେବି । ତୁମେମାନେ ମଧ୍ୟ କହୁଛ ଆମେ ରାଜକୁମାର-କୁମାରୀ ହେବୁ । ରାଜକୁମାର-କୁମାରୀ ହେବା ପାଇଁ ତୁମେମାନେ ଏବେ ପାଠପଢୁଛ । ତେବେ ଅନ୍ତିମ ସ୍ଥିତି ଅନୁସାରେ ତୁମମାନଙ୍କର ଗତି ହୋଇଯିବ । ଏବେ ବୁଦ୍ଧିରେ ଏହି ନିଶ୍ଚୟ ଅଛି ଯେ ଆମେ ଭିକାରୀରୁ ରାଜକୁମାର ହେବୁ, ଏହି ଭିକାରୀ ଦୁନିଆ ହିଁ ସମାପ୍ତ ହୋଇଯିବ । ତେଣୁ ପିଲାମାନଙ୍କର ବହୁତ ଖୁସି ରହିବା ଉଚିତ୍ । ବାବା ପିଲାମାନଙ୍କୁ ମଧ୍ୟ ନିଜ ସମାନ କରୁଛନ୍ତି । ଶିବବାବା କହୁଛନ୍ତି ମୋତେ ତ ରାଜକୁମାର-ରାଜକୁମାରୀ ହେବାର ନାହିଁ । ବ୍ରହ୍ମାବାବା କହୁଛନ୍ତି ମୋତେ ତ ହେବାର ଅଛି ନା, ଏହିପରି ରାଜକୁମାର ହେବା ପାଇଁ ମୁଁ ପାଠ ପଢୁଛି । ଏହା ରାଜଯୋଗ ଅଟେ ନା । ପିଲାମାନେ ମଧ୍ୟ କହୁଛନ୍ତି ଆମେ ରାଜକୁମାର-ରାଜକୁମାରୀ ହେବୁ । ବାବା କହୁଛନ୍ତି ତୁମେମାନେ ବିଲ୍‌କୁଲ୍ ଠିକ୍ କଥା କୁହଛ । ତୁମମାନଙ୍କ ମୁଖରେ ଗୋଲାପ ଅର୍ଥାତ୍ ତୁମ ତୁଣ୍ଡ ସୁତୁଣ୍ଡ ହେଉ । ଏହା ରାଜକୁମାର-ରାଜକୁମାରୀ ହେବାର ପରୀକ୍ଷା ଅଟେ । ଜ୍ଞାନ ତ ବହୁତ ସହଜ । ଏବେ ବାବାଙ୍କୁ ସ୍ମରଣ କରିବାକୁ ହେବ ଓ ଭବିଷ୍ୟତ ବର୍ସାକୁ ମଧ୍ୟ ସ୍ମରଣ କରିବାକୁ ହେବ । ଏହିଥିରେ ହିଁ ମେହନତ ରହିଛି । ବାବାଙ୍କୁ ମନେ ପକାଇଲେ ଅନ୍ତ ମତି ସୋ ଗତି ଅର୍ଥାତ୍ ଅନ୍ତିମ ସ୍ଥିତି ଅନୁସାରେ ଗତି ହୋଇଯିବ । ସନ୍ନ୍ୟାସୀମାନେ ଉଦାହରଣ ଦେଇଥା’ନ୍ତି, କେହି ଜଣେ କହିଲା ମୁଁ ମଇଁଷି... ଏବଂ ସିଏ ସତକୁ ସତ ସେହିଭଳି ଅନୁଭବ କରିବାକୁ ଲାଗିଲା । ତେବେ ଏ ସବୁ ଫାଲତୁ କଥା । ଏଠାରେ ତ ଧର୍ମର କଥା ରହିଛି । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି ଜ୍ଞାନ ତ’ ବଡ ସହଜ, କିନ୍ତୁ ଯୋଗ କରିବାରେ ବହୁତ ମେହନତ ରହିଛି । ବାବା କେବେ କେବେ କହିଥା’ନ୍ତି - ତୁମେ ତ’ ବେବି ଅର୍ଥାତ୍ ଛୋଟ ପିଲା ଅଟ । ତେବେ ପିଲାମାନଙ୍କର ଅଭିଯୋଗ ଆସୁଛି, ଆମେ କ’ଣ ଛୋଟ ପିଲା? ବାବା କହୁଛନ୍ତି - ହଁ, ତୁମେମାନେ ଛୋଟ ପିଲା ଅଟ । ଯଦିଓ ଜ୍ଞାନ ବହୁତ ଭଲ ଜାଣିଛ । ପ୍ରର୍ଦଶନୀରେ ବହୁତ ଭଲ ସେବା କରୁଛ, ଦିନ-ରାତି ସେବାରେ ଲାଗିଯାଉଛ ତଥାପି ବି ଛୋଟ ପିଲା ବୋଲି କହିଦେଉଛି । ବାବା କହୁଛନ୍ତି ଇଏ ବ୍ରହ୍ମା ମଧ୍ୟ ବେବି ଅଟନ୍ତି । ବ୍ରହ୍ମାବାବା କହୁଛନ୍ତି ତୁମେମାନେ ମୋ’ ଠାରୁ ମଧ୍ୟ ବଡ, କାରଣ ଏହାଙ୍କ ଉପରେ ତ ବହୁତ ମାମଲା ଅଛି । କୁହାଯାଏ ଯାହାଙ୍କ ମୁଣ୍ଡରେ ମାମଲା...ତାଙ୍କ ମୁଣ୍ଡ ଉପରେ ସବୁ ପ୍ରକାର ଚିନ୍ତା ରହୁଛି । କେତେ ସମାଚାର ବାବାଙ୍କ ପାଖକୁ ଆସୁଛି ପୁଣି ସକାଳୁ ଉଠି ଯୋଗ କରିବାକୁ ଚେଷ୍ଟା କରୁଛନ୍ତି । ବର୍ସା ତ ତାଙ୍କଠାରୁ ହିଁ ପାଇବାକୁ ହେବ । ତେଣୁ ବାବାଙ୍କୁ ମନେ ପକାଇବାକୁ ହେବ । ସବୁ ସନ୍ତାନମାନଙ୍କୁ ମୁଁ ପ୍ରତିଦିନ ବୁଝାଉଛି । ମଧୁର ସନ୍ତାନମାନେ, ତୁମେମାନେ ଯୋଗର ଯାତ୍ରାରେ ବହୁତ କମ୍‌ଜୋର ଅଛ । ଜ୍ଞାନରେ ତ’ ଭଲ ଅଛ କିନ୍ତୁ ତୁମେମାନେ ନିଜ ମନକୁ ପଚାର - ମୁଁ ବାବାଙ୍କୁ କେତେ ସମୟ ମନେ ପକାଉଛି? ଆଚ୍ଛା, ଦିନରେ ବହୁତ କାମଧନ୍ଦା ଆଦିରେ ବ୍ୟସ୍ତ ରହୁଛ, ଏମିତି ତ କାମ କରି ମଧ୍ୟ ବାବାଙ୍କୁ ମନେ ପକାଇ ପାରିବ । କଥାରେ ମଧ୍ୟ ଅଛି ହାତେ କାମ୍ ହୃଦେ ରାମ୍‌.... ଅର୍ଥାତ୍ ହାତରେ କାମ କରି ମଧ୍ୟ ବୁଦ୍ଧିଯୋଗ ବାବାଙ୍କ ଠାରେ ଲାଗି ରହୁ । ଯେପରି ଭକ୍ତିମାର୍ଗରେ ପୂଜା ଇତ୍ୟାଦି କରିଲା ବେଳେ ମଧ୍ୟ ବୁଦ୍ଧି ଅନ୍ୟ ସବୁ ଆଡକୁ କର୍ମଧନ୍ଦା ଆଦିକୁ ଚାଲିଯାଇଥାଏ ଅଥବା ସ୍ତ୍ରୀର ସ୍ୱାମୀ ବିଲାତରେ ଥିଲେ ତାଙ୍କର ବୁଦ୍ଧି ସେଠାକୁ ଚାଲିଯାଇଥାଏ, ଯାହା ସହିତ ଅଧିକ ସମ୍ପର୍କ ଥିବ ତା ଆଡକୁ ବୁଦ୍ଧି ଚାଲିଯିବ । ତେଣୁ ଭଲ ଭାବରେ ସେବା କରିଲେ ମଧ୍ୟ ବାବା ବେବି ବୁଦ୍ଧି କହୁଛନ୍ତି । ବହୁତ ସନ୍ତାନ ଲେଖୁଛନ୍ତି - ଆମେ ବାବାଙ୍କୁ ଭୁଲିଯାଉଛୁ । ଆରେ, ବାପାଙ୍କୁ ତ ଛୋଟ ପିଲାମାନେ ମଧ୍ୟ ଭୁଲନ୍ତି ନାହିଁ, ତୁମେ କ’ଣ ଛୋଟ ପିଲାମାନଙ୍କଠାରୁ ମଧ୍ୟ ଛୋଟ । ଯେଉଁ ବାବାଙ୍କ ଦ୍ୱାରା ତୁମେମାନେ ରାଜକୁମାର-ରାଜକୁମାରୀ ହେଉଛ, ସେ ତୁମର ପିତା-ଶିକ୍ଷକ ଏବଂ ଗୁରୁ ଅଟନ୍ତି, ତୁମେମାନେ ତାଙ୍କୁ ଭୁଲିଯାଉଛ!

ଯେଉଁ ସନ୍ତାନମାନେ ନିଜର ସଂପୂର୍ଣ୍ଣ ହିସାବ-କିତାବ ବାବାଙ୍କ ନିକଟକୁ ପଠାଇ ଦେଉଛନ୍ତି ବାବା ତାଙ୍କୁ ହିଁ ରାୟ ଦେଉଛନ୍ତି । ପିଲାମାନେ କହିଦେବା ଦରକାର ଯେ, ଆମେ ବାବାଙ୍କୁ କିପରି ସ୍ମରଣ କରୁଛୁ? କେତେବେଳେ ସ୍ମରଣ କରୁଛୁ? ପୁଣି ବାବା ରାୟ ଦେବେ । ବାବା ବୁଝିଯିବେ ଯେ ଏହାଙ୍କୁ ଏହି ସେବା କରିବାକୁ ହେବ, ତେଣୁ ସେହି ଅନୁସାରେ ତାଙ୍କୁ କେତେ ସମୟ ମିଳିପାରିବ? ସରକାରୀ ଚାକିରିଆଙ୍କୁ ତ ବହୁତ ଫୁର୍‌ସତ୍ ମିଳିଥାଏ । କାମ ଟିକେ ହାଲୁକା ହେଲେ, ବାବାଙ୍କୁ ସ୍ମରଣ କରୁଥାଅ । ଚାଲି-ବୁଲି ମଧ୍ୟ ବାବାଙ୍କର ସ୍ମୃତି ରହୁ । ବାବା ସମୟ ମଧ୍ୟ ଦେଉଛନ୍ତି । ଆଚ୍ଛା । ରାତିରେ ୯ଟା ବେଳେ ଶୋଇ ଯାଅ ପୁଣି ୨-୩ଟା ସମୟରେ ବାବାଙ୍କ ସମ୍ମୁଖରେ ଆସି ଯୋଗରେ ବସିଯାଅ । କିନ୍ତୁ ଏହିଭଳି ବସିବାର ଅଭ୍ୟାସ ବାବା କରାଉ ନାହାଁନ୍ତି, ସେମାନେ ଚାଲି-ବୁଲି ମଧ୍ୟ ମନେ ପକାଇ କରିପାରିବ । ଏଠାରେ ପିଲାମାନଙ୍କୁ ବହୁତ ଫୁରସତ ମିଳୁଛି । ଆଗରୁ ତୁମେ ଏକାନ୍ତରେ ପାହାଡ ଉପରେ ଯାଇ ବସୁଥିଲ । ବାବାଙ୍କୁ ତ ନିଶ୍ଚୟ ସ୍ମରଣ କରିବାକୁ ହେବ । ନଚେତ୍ ବିକର୍ମ ବିନାଶ କିପରି ହେବ! ବାବାଙ୍କୁ ମନେ ପକାଇ ପାରୁ ନାହଁ ତେବେ ଛୋଟ ପିଲାଠାରୁ ବି ବଳି କୁହାଯିବ ନା । ତେବେ ଏ ସବୁ କିଛିର ସମସ୍ତ ଆଧାର ହେଲା ଯୋଗ । ପତିତ-ପାବନ ବାବାଙ୍କୁ ମନେ ପକାଇବାରେ ହିଁ ମେହନତ କରିବାକୁ ପଡିଥାଏ । ଜ୍ଞାନ ତ’ ବହୁତ ସହଜ । ତୁମେମାନେ ଏକଥା ମଧ୍ୟ ଜାଣିଛ - ଏଠାକୁ ଆସି ସେହିମାନେ ବୁଝିବେ ଯେଉଁମାନେ କଳ୍ପ ପୂର୍ବରୁ ଆସିଥିବେ । ପିଲାମାନଙ୍କୁ ନିର୍ଦ୍ଦେଶ ମିଳି ଚାଲିଛି । ତେବେ ତୁମମାନଙ୍କୁ ଏହି ଚେଷ୍ଟା କରିବାକୁ ହେବ ଯେ ଆମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବୁ । ବାବାଙ୍କ ସ୍ମୃତି ବିନା ଅନ୍ୟ କୌଣସି ଉପାୟ ନାହିଁ । ତୁମେମାନେ ବାବାଙ୍କୁ ଜଣାଇ ପାରିବ, ବାବା ମୋର ଏହି ଧନ୍ଦା ରହିଥିବା କାରଣରୁ ଅଥବା ଏହି କାର୍ଯ୍ୟ ରହିଥିବା କାରଣରୁ ମୁଁ ଯୋଗ କରିପାରୁ ନାହିଁ । ତେବେ ବାବା ତୁରନ୍ତ ରାୟ ଦେବେ - ଏପରି ନୁହେଁ, ଏପରି କର । ତୁମର ଯୋଗବଳ ଉପରେ ହିଁ ସବୁକିଛି ନିର୍ଭର କରୁଛି । ଭଲ-ଭଲ ସନ୍ତାନମାନେ ବହୁତ ଭଲ ଜ୍ଞାନ ତ ଦେଉଛନ୍ତି, କାହାକୁ ଖୁସି ବି କରିଦେଉଛନ୍ତି କିନ୍ତୁ ଯୋଗ ବଳ ନାହିଁ । ତୁମକୁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ, ଏ କଥା ବୁଝୁଥିଲେ ମଧ୍ୟ ପୁଣି ଭୁଲିଯାଉଛନ୍ତି, ଏଥିରେ ହିଁ ମେହନତ ରହିଛି । ଯେତେବେଳେ ଅଭ୍ୟାସ ହୋଇଯିବ, ସେତେବେଳେ ଉଡାଜାହାଜ ଅଥବା ଟ୍ରେନ୍‌ରେ ବସିଥିଲେ ମଧ୍ୟ ନିଜର ଅଭ୍ୟାସ ଜାରି ରହିବ । ଆନ୍ତରିକ ଖୁସି ରହିବ ଯେ, ମୁଁ ବାବାଙ୍କ ଦ୍ୱାରା ଭବିଷ୍ୟତରେ ରାଜକୁମାର ବା ରାଜକୁମାରୀ ହେବାକୁ ଯାଉଛି । ସକାଳୁ ଉଠି ଏହିପରି ବାବାଙ୍କର ସ୍ମୃତିରେ ବସିଯାଅ । ଯଦି ଥକିଯାଉଛ ତେବେ ବାବାଙ୍କ ସ୍ମୃତିରେ ଶୋଇଯାଅ । ବାବା ଅନେକ ପ୍ରକାରର ଉପାୟମାନ ବତାଉଛନ୍ତି । ଯଦି ଚାଲିବା ବୁଲିବା ସମୟରେ ବାବାଙ୍କୁ ସ୍ମରଣ କରିପାରୁ ନାହଁ ତେବେ ବାବା କହିବେ ଆଚ୍ଛା ଯଦି ରାତ୍ରିକୁ ନିଷ୍ଠାରେ ବସିଯିବ ତେବେ ତୁମର କିଛି ଜମା ହୋଇଯିବ । କିନ୍ତୁ ଏହିଭଳି ଜବରଦସ୍ତି ଗୋଟିଏ ଜାଗାରେ ବସିଯିବା ତ ହଠଯୋଗ ହୋଇଯାଉଛି । ତୁମର ତ ହେଉଛି ସହଜ ମାର୍ଗ । ଆଚ୍ଛା ରୁଟି ଖାଉଛ ବାବାଙ୍କୁ ମନେ ପକାଅ । ମୁଁ ବାବାଙ୍କ ଦ୍ୱାରା ବିଶ୍ୱର ମାଲିକ ହେବାକୁ ଯାଉଛି । ଏହିପରି ନିଜେ ନିଜ ସହିତ କଥାବାର୍ତ୍ତା କରିଚାଲ, ମୁଁ ଏହି ପାଠପଢା ଦ୍ୱାରା ଏହିପରି ହେବାକୁ ଯାଉଛି । ପାଠପଢା ଉପରେ ପୂରା ଧ୍ୟାନ ଦେବାକୁ ହେବ । ତୁମର ପାଠପଢାର ବିଷୟ ହିଁ ଅଳ୍ପ ରହିଛି । ବାବା କେତେ ଅଳ୍ପ ବୁଝାଉଛନ୍ତି, କୌଣସି କଥା ବୁଝି ନ ପାରିଲେ ବାବାଙ୍କୁ ପଚାର । ନିଜକୁ ଆତ୍ମା ଭାବିବାକୁ ହେବ, ଏହି ଶରୀର ତ ୫ ଭୂତ ଅର୍ଥାତ୍ ୫ ତତ୍ତ୍ୱରେ ତିଆରି ହୋଇଛି । ମୁଁ ଶରୀର ଅଟେ ଏପରି କହିବା ଅର୍ଥାତ୍ ନିଜକୁ ଭୂତ ଭାବିବା । ଏହା ହେଲା ହିଁ ଆସୁରୀ ଦୁନିଆ । ତାହା ହେଲା ଦୈବୀ ଦୁନିଆ । ଏଠାରେ ସମସ୍ତେ ହେଲେ ଦେହ-ଅଭିମାନୀ । ନିଜର ଆତ୍ମାକୁ କେହି ହେଲେ ଜାଣି ନାହାଁନ୍ତି । ଭୁଲ୍ ଏବଂ ଠିକ୍ ତ ହୋଇଥାଏ ନା । ଆତ୍ମା ଅବିନାଶୀ - ଏ କଥା ବୁଝିବା ଠିକ୍ । ନିଜକୁ ବିନାଶୀ ଶରୀର ବୋଲି ଭାବିବା ଭୁଲ୍ । ସମସ୍ତଙ୍କଠାରେ ଦେହର ଅହଂକାର ବହୁତ ରହିଛି । ଏବେ ବାବା କହୁଛନ୍ତି - ଏହି ଦେହକୁ ଭୁଲି ଆତ୍ମ-ଅଭିମାନୀ ହୁଅ । ଏଥିରେ ହିଁ ମେହନତ ରହିଛି । ତୁମେମାନେ ୮୪ ଜନ୍ମ ନେଉଛ, ଏବେ ଘରକୁ ଫେରିଯିବାକୁ ହେବ । ଏ କଥା ତୁମମାନଙ୍କୁ ହିଁ ସହଜ ଲାଗୁଛି, କାରଣ ତୁମେମାନେ ହିଁ ୮୪ ଜନ୍ମ ନେଉଛ । ସୂର୍ଯ୍ୟବଂଶୀ ଦେବତା ଧର୍ମାବଲମ୍ବୀମାନେ ୮୪ ଜନ୍ମ ନେଇଥା’ନ୍ତି, ଏହିକଥା ଠିକ୍ ଭାବରେ ଲେଖିବାକୁ ହେବ । ପିଲାମାନେ ପାଠ ପଢୁଛନ୍ତି । ସମୟ ଅନୁସାରେ ଏହି ପାଠପଢାରେ ସଂଶୋଧନ ହୋଇ ଚାଲିଛି । ଲୌକିକ ପାଠପଢାରେ ମଧ୍ୟ କ୍ରମାନ୍ୱୟରେ ରହିଥା’ନ୍ତି । କମ୍ ପାଠ ପଢିଲେ ପଇସା କମ୍ ମିଳିବ । ଏବେ ତୁମେ ସନ୍ତାନମାନେ ସତ୍ୟ-ସତ୍ୟ ନରରୁ ନାରାୟଣ ହେବାର ଅମରକଥା ଶୁଣିବା ପାଇଁ ବାବାଙ୍କ ପାଖକୁ ଆସିଛ, ଏହି ମୃତ୍ୟୁଲୋକ ଏବେ ଶେଷ ହୋଇଯିବ । ଆମ ସମସ୍ତଙ୍କୁ ଅମରଲୋକକୁ ଯିବାକୁ ହେବ । ଏବେ ତୁମ ସନ୍ତାନମାନଙ୍କର ଏହି ଚିନ୍ତା ଲାଗିରହିବା ଉଚିତ୍ ଯେ ଆମକୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ, ପତିତରୁ ପାବନ ହେବାକୁ ପଡିବ । ପତିତ-ପାବନ ବାବା ସମସ୍ତ ସନ୍ତାନମାନଙ୍କୁ କେବଳ ଗୋଟିଏ ହିଁ ଉପାୟ ବତାଉଛନ୍ତି - କେବଳ କହୁଛନ୍ତି ବାବାଙ୍କୁ ମନେ ପକାଅ, ଚାର୍ଟ ରଖ ତେବେ ତୁମକୁ ବହୁତ ଖୁସି ମିଳିବ । ଏବେ ତୁମ ପାଖରେ ଜ୍ଞାନ ଅଛି, ସାରା ଦୁନିଆ ତ ଘୋର ଅନ୍ଧକାରରେ ରହିଛି । ତୁମମାନଙ୍କୁ ଏବେ ଜ୍ଞାନର ଆଲୋକ ମିଳିଛି । ତେଣୁ ତୁମେମାନେ ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ହେଉଛ । ଏପରି ବହୁତ ମନୁଷ୍ୟ ଅଛନ୍ତି ଯିଏକି କହୁଛନ୍ତି ଜ୍ଞାନ ତ ସବୁଆଡେ ମିଳୁଛି, ଏହା କୌଣସି ନୂଆ କଥା ନୁହେଁ । ଆରେ, ଏହି ଜ୍ଞାନ କାହାକୁ ବି ମିଳୁ ନାହିଁ । ଯଦି ବି ସେଠାରେ ଅର୍ଥାତ୍ ଅନ୍ୟ ସତସଙ୍ଗମାନଙ୍କରେ ଜ୍ଞାନ ମିଳୁଛି, ତଥାପି ମଧ୍ୟ କିଛି କରୁ ନାହାଁନ୍ତି । ନରରୁ ନାରାୟଣ ହେବାର ପୁରୁଷାର୍ଥ କେହି କରୁଛନ୍ତି? କିଛି ବି ନାହିଁ । ତେଣୁ ବାବା ପିଲାମାନଙ୍କୁ କହୁଛନ୍ତି - ସକାଳର ସମୟ ବହୁତ ଭଲ । ଯେଉଁ ସମୟରେ ବହୁତ ମଜା ଲାଗିଥାଏ, ସାରା ଦୁନିଆ ଶାନ୍ତ ହୋଇଯାଇଥାଏ, ତେଣୁ ସେ ସମୟର ବାୟୁମଣ୍ଡଳ ବହୁତ ଭଲ ରହିଥାଏ । ରାତ୍ରି ୧୦ରୁ୧୨ଟା ପର୍ଯ୍ୟନ୍ତ ସବୁଠାରୁ ଖରାପ ବାୟୁମଣ୍ଡଳ ରହିଥାଏ । ସେଥିପାଇଁ ସକାଳର ସମୟ ବହୁତ ଭଲ । ରାତିରେ ଜଲ୍‌ଦି ଶୋଇଯାଅ ପୁଣି ୨ଟା-୩ଟା ସମୟରେ ଉଠିଯାଅ । ଆରାମରେ ବାବାଙ୍କ ସମ୍ମୁଖରେ ବସ । ବାବାଙ୍କ ସହିତ କଥାବାର୍ତ୍ତା ହୁଅ । ବିଶ୍ୱର ଇତିହାସ-ଭୂଗୋଳକୁ ମନେ ପକାଅ । ଶିବବାବା କହୁଛନ୍ତି - ରଚୟିତା ଏବଂ ରଚନାର ଜ୍ଞାନ ମୋ ପାଖରେ ଅଛି ନା । ତେଣୁ ମୁଁ ତୁମମାନଙ୍କୁ ଶିକ୍ଷକ ହୋଇ ସେହି ଶିକ୍ଷା ଦେଉଛି । ତୁମେ ଆତ୍ମାମାନେ ବାବାଙ୍କୁ ସ୍ମରଣ କରି ଚାଲିଛ । ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ତେବେ ଯୋଗ କାହା ସହିତ? ଏ କଥା ମଧ୍ୟ ଲେଖିବାକୁ ହେବ । ଆତ୍ମାର ପରମାତ୍ମାଙ୍କ ସହିତ ଯୋଗ ଅର୍ଥାତ୍ ୟାଦ ରହିଛି । ତୁମେମାନେ ଏବେ ଜାଣୁଛ ଯେ ଆମେ ଅଲରାଉଣ୍ଡର ଅଟୁ, ପୂରା ୮୪ ଜନ୍ମ ନେଉଛୁ । ଏଠାକୁ କେବଳ ବ୍ରାହ୍ମଣ କୁଳର ଆତ୍ମାମାନେ ହିଁ ଆସିବେ । ଆମେମାନେ ସମସ୍ତେ ବ୍ରାହ୍ମଣ । ଏବେ ଆମେ ଦେବତା ହେବାକୁ ଯାଉଛୁ । ସରସ୍ୱତୀ ମଧ୍ୟ କନ୍ୟା ଅଟନ୍ତି ନା । ମୁଁ ବୁଢା ହେଲେ ମଧ୍ୟ ମୋତେ ବହୁତ ଖୁସି ଲାଗୁଛି - ଏବେ ମୁଁ ଶରୀର ତ୍ୟାଗ କରି ସେଠାରେ ଯାଇ ରାଜା ଘରେ ଜନ୍ମ ନେବି । ମୁଁ ଏବେ ପାଠ ପଢୁଛି ଭବିଷ୍ୟତରେ ସୁନା ଚାମଚରେ ଭୋଜନ କରିବି ଅର୍ଥାତ୍ ରାଜା ଘରେ ଜନ୍ମ ନେବି । ତୁମ ସମସ୍ତଙ୍କର ମଧ୍ୟ ଏହା ହିଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ । ତେବେ କାହିଁକି ଖୁସି ନ ହେବ । ମନୁଷ୍ୟମାନେ ଯାହା ବି କୁହନ୍ତୁ କିନ୍ତୁ ତୁମର ଖୁସି କାହିଁକି ହଜିଯାଉଛି । ବାବାଙ୍କୁ ମନେ ନ ପକାଇଲେ ନରରୁ ନାରାୟଣ କିପରି ହେବ! ଶ୍ରେଷ୍ଠ ହେବାକୁ ପଡିବ ନା । ତେଣୁ ସେହିପରି ପୁରୁଷାର୍ଥ କରି ଦେଖାଅ, ଦ୍ୱନ୍ଦ୍ୱରେ କାହିଁକି ପଡୁଛ ? ନିରାଶ କାହିଁକି ହେଉଛ କି ସମସ୍ତେ କ’ଣ ରାଜା ହେବେ! ଏହି ଖିଆଲ ଆସିଲା ଅର୍ଥାତ୍ ଫେଲ୍ ହେଲ । ସ୍କୁଲରେ ବାରିଷ୍ଟରୀ, ଇଞ୍ଜିନିୟରୀଂ ଆଦି ପଢିଥା’ନ୍ତି । ତେବେ ଏପରି କ’ଣ କୁହାଯିବ ସମସ୍ତେ କ’ଣ ବାରିଷ୍ଟର ହେବେ । ଯଦି ନ ପଢିବେ ତେବେ ଫେଲ୍ ହୋଇଯିବେ । ସମ୍ପୂର୍ଣ୍ଣ ମାଳା ହେଲା ୧୬୧୦୮ର । ସତ୍ୟଯୁଗରେ ପ୍ରଥମେ-ପ୍ରଥମେ କିଏ ଆସିବେ? ଯିଏ ଯେତେ ପୁରୁଷାର୍ଥ କରିବେ । ଜଣେ ଅନ୍ୟ ଜଣଙ୍କଠାରୁ ତୀବ୍ର ପୁରୁଷାର୍ଥ କରୁଛନ୍ତି ନା । ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଅଛି - ଏବେ ଆମେମାନେ ଏହି ପୁରୁଣା ଶରୀରକୁ ତ୍ୟାଗ କରି ଘରକୁ ଫେରିଯିବୁ । ଏହି କଥା ମନେ ରହିଲେ ମଧ୍ୟ ପୁରୁଷାର୍ଥ ତୀବ୍ର ହୋଇଯିବ । ତୁମ ସନ୍ତାନମାନଙ୍କର ବୁଦ୍ଧିରେ ରହିବା ଉଚିତ୍ ଯେ ସମସ୍ତଙ୍କର ମୁକ୍ତି-ଜୀବନମୁକ୍ତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ଆଜି ଦୁନିଆରେ ଏତେ କୋଟି ମନୁଷ୍ୟ ଅଛନ୍ତି । ସେଠାରେ ତୁମେମାନେ କେବଳ ୯ ଲକ୍ଷ ରହିବ । ତାହା ପୁଣି ପ୍ରାୟତଃ କୁହାଯାଉଛି । ସତ୍ୟଯୁଗରେ ଆଉ କେତେ ସଂଖ୍ୟା ହେବେ । ରାଜତ୍ୱ ପାଇଁ କିଛି ତ ଲୋକ ଦରକାର ନା, ଏବେ ରାଜତ୍ୱ ସ୍ଥାପନ ହେଉଛି । ବୁଦ୍ଧି କହୁଛି ସତ୍ୟଯୁଗରେ ବହୁତ ସୁନ୍ଦର, ଛୋଟ ବୃକ୍ଷ ହେବ । ନାମ ହିଁ ହେଉଛି ସ୍ୱର୍ଗ ପାରାଡାଇଜ୍‌! ତୁମ ସନ୍ତାନ ମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଚକ୍ର ଘୂରି ଚାଲିଛି । ଏହି ଚକ୍ର ସର୍ବଦା ଘୂରି ଚାଲିଲେ ମଧ୍ୟ ବହୁତ ଭଲ ।

ଏହି କାଶ ଆଦି ହେବା ମଧ୍ୟ କର୍ମଭୋଗ ଅଟେ, ଏହା ପୁରୁଣା ଜୋତା ଅଟେ । ନୂଆ ତ ଏଠାରେ ମିଳିବାର ନାହିଁ । ମୁଁ ପୁର୍ନଜନ୍ମ ତ ନେଉ ନାହିଁ, ନା କୌଣସି ଗର୍ଭକୁ ଯାଉଛି । ମୁଁ ତ’ ସାଧାରଣ ଶରୀରରେ ପ୍ରବେଶ କରୁଛି । ଏବେ ତୁମମାନଙ୍କର ଏହା ବାନପ୍ରସ୍ଥ ଅବସ୍ଥା ଅଟେ, ଏବେ ତୁମମାନଙ୍କୁ ବାଣୀରୁ ଉର୍ଦ୍ଧ୍ୱ ଶାନ୍ତିଧାମକୁ ଯିବାକୁ ହେବ । ଯେପରି ରାତି ପରେ ଦିନ, ଦିନ ପରେ ରାତି ନିଶ୍ଚିତ ହେଉଛି, ସେହିପରି ପୁରୁଣା ଦୁନିଆର ବିନାଶ ମଧ୍ୟ ନିଶ୍ଚିତ ହେବ । ଏହି ସଂଗମଯୁଗ ପୁରା ହୋଇ ପୁଣି ସତ୍ୟଯୁଗ ନିଶ୍ଚୟ ଆସିବ । ତେଣୁ ପିଲାମାନଙ୍କୁ ଯୋଗର ଯାତ୍ରା ଉପରେ ବହୁତ ଧ୍ୟାନ ଦେବାକୁ ହେବ, ଯାହାକି ଏବେ ବହୁତ କମ୍ ଅଛି, ସେଥିପାଇଁ ବାବା ତୁମମାନଙ୍କୁ ବେବି ଅର୍ଥାତ୍ ଛୋଟ ପିଲା ବୋଲି କହୁଛନ୍ତି । ପିଲାଳିଆମି ଦେଖାଉଛନ୍ତି । କହୁଛନ୍ତି ବାବାଙ୍କୁ ସ୍ମରଣ କରିପାରୁ ନାହୁଁ, ତେଣୁ ବେବି କୁହାଯିବ ନା । ତୁମେମାନେ ଛୋଟ ବେବି ଅଟ, ସେଥିପାଇଁ ବାବାଙ୍କୁ ଭୁଲିଯାଉଛ? ଅତି ମିଠା ବାବା, ଶିକ୍ଷକ, ଗୁରୁ, ଅଧାକଳ୍ପର ପ୍ରାଣର ପ୍ରିୟ ବାବାଙ୍କୁ ଭୁଲିଯାଉଛ ! ଅଧାକଳ୍ପ ହେବ ଦୁଃଖ ସମୟରେ ତୁମେମାନେ ତାଙ୍କୁ ମନେ ପକାଇ ପକାଇ ଆସିଛ, ହେ ଭଗବାନ! ଏ କଥା ଆତ୍ମା ଶରୀର ଦ୍ୱାରା କହୁଛି ନା । ଏବେ ମୁଁ ଆସିଛି, ତେଣୁ ମୋତେ ଭଲ ଭାବରେ ମନେ ପକାଅ । ଅନେକଙ୍କୁ ରାସ୍ତା ବତାଅ, ଆଗକୁ ଗଲେ ବହୁତ ବୃଦ୍ଧି ହୋଇଚାଲିବ । ଧର୍ମର ବୃଦ୍ଧି ତ ହେଉଛି ନା । ଅରବିନ୍ଦ ଘୋଷଙ୍କର ଉଦାହରଣ ରହିଛି ନା । ଆଜି ତାଙ୍କର କେତେ ସେଣ୍ଟର (କେନ୍ଦ୍ର) ରହିଛି । ଏବେ ତୁମେ ଜାଣୁଛ ସେ ସବୁ ହେଲା ଭକ୍ତିମାର୍ଗ । ଏବେ ତୁମକୁ ଜ୍ଞାନ ମିଳୁଛି । ଏହା ପୁରୁଷୋତ୍ତମ ହେବାର ଜ୍ଞାନ ଅଟେ । ତୁମେମାନେ ମନୁଷ୍ୟରୁ ଦେବତା ହେବାକୁ ଯାଉଛ । ବାବା ଆସି ସବୁ ବିକାର ଯୁକ୍ତ କପଡାକୁ ସଫା କରୁଛନ୍ତି । ତେଣୁ ତାଙ୍କର ହିଁ ମହିମା ରହିଛି । ତେବେ ମୁଖ୍ୟ କଥା ହେଲା ଯୋଗ । ଜ୍ଞାନ ତ’ ବହୁତ ସହଜ । ନିଜେ ମୁରଲୀ ପଢି ଅନ୍ୟମାନଙ୍କୁ ଶୁଣାଅ । ବାବାଙ୍କୁ ସ୍ମରଣ କରି ଚାଲ । ବାବାଙ୍କୁ ଯେତେ ମନେ ପକାଇବ ଆତ୍ମା ପବିତ୍ର ହୋଇଯିବ । ଆତ୍ମାରେ ପେଟ୍ରୋଲ୍ ଅର୍ଥାତ୍ ଶକ୍ତି ଭରି ଚାଲିବ । ତାପରେ ଆତ୍ମା ଧାଇଁବ ନିଜ ଘରକୁ । ଏହାକୁ ଶିବବାବାଙ୍କର ବରଯାତ୍ରୀ କୁହ ବା ସନ୍ତାନ କୁହ । ବାବା କହୁଛନ୍ତି ମୁଁ ତୁମମାନଙ୍କୁ କାମ ଚିତାରୁ ଓହ୍ଲାଇ ଏବେ ଯୋଗ ଚିତା ଉପରେ ବସାଉଛି । ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଜ୍ଞାନ ଦ୍ୱାରା ସମ୍ପତ୍ତି ମିଳୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଖୁସିରେ ରହିବାକୁ ହେବ । କେବେ ବି ନିରାଶ ହେବା ଉଚିତ୍ ନୁହେଁ - ଏଭଳି ବିଚାର କେବେ ବି ନ ଆସୁ କି ସମସ୍ତେ କ’ଣ ରାଜା ହେବେ! ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ହେବ ।

(୨) ପରମପ୍ରିୟ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ, ଏଥିରେ ଛୋଟ ପିଲା ହେବା ଉଚିତ୍ ନୁହେଁ । ଯୋଗ କରିବା ପାଇଁ ସକାଳର ସମୟ ବହୁତ ଭଲ । ଆରାମରେ ଶାନ୍ତିରେ ବସି ବାବାଙ୍କୁ ମନେ ପକାଅ ।

ବରଦାନ:-
ଯଜ୍ଞ ସେବା ଦ୍ୱାରା ସର୍ବ ପ୍ରାପ୍ତି ରୂପୀ ପ୍ରସାଦ ପ୍ରାପ୍ତ କରୁଥିବା ଅଲରାଉଣ୍ଡ ସେବାଧାରୀ ହୁଅ ।

ସଂଗମଯୁଗରେ ଅଲରାଉଣ୍ଡ ସେବା ଅର୍ଥାତ୍ ସବୁ ପ୍ରକାରର ସେବାର ସୁଯୋଗ ମିଳିବା - ଏହା ମଧ୍ୟ ଡ୍ରାମାରେ ଏକ ଲିଫ୍ଟ ଭଳି ଅଟେ, ଯେଉଁମାନେ ସ୍ନେହର ସହିତ ଯଜ୍ଞର ସବୁ ପ୍ରକାରର ସେବା କରିଥାଆନ୍ତି ସେମାନଙ୍କୁ ସର୍ବ ପ୍ରାପ୍ତି ରୂପୀ ପ୍ରସାଦ ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ । ସେମାନେ ସର୍ବଦା ନିର୍ବିଘ୍ନ ରହିଥାଆନ୍ତି । ଗୋଟିଏ ଥର ସେବା କରି ହଜାର ଥର ସେବାର ଫଳ ପ୍ରାପ୍ତ କରିଥାଆନ୍ତି । ତେଣୁ ସର୍ବଦା ସ୍ଥୂଳ ଏବଂ ସୂକ୍ଷ୍ମ ଲଙ୍ଗର ଲାଗି ରହିଥାଉ ଅର୍ଥାତ୍ ସ୍ଥୂଳରେ ହେଉ ବା ସୂକ୍ଷ୍ମରେ ହେଉ କିଛି ନା କିଛି ଦେଉଥାଅ । କାହାକୁ ବି ସନ୍ତୁଷ୍ଟ କରିବା - ଏହା ସବୁଠାରୁ ବଡ ସେବା ଅଟେ । ଅତିଥି ସତ୍କାର କରିବା ମଧ୍ୟ ବହୁତ ବଡ ଭାଗ୍ୟ ଅଟେ ।

ସ୍ଲୋଗାନ:-
ସଦା ସର୍ବଦା ଯଦି ନିଜର ସ୍ୱମାନରେ ସ୍ଥିତ ରହିବ ତେବେ ଅନେକ ପ୍ରକାରର ଅଭିମାନ ସ୍ୱତଃ ହିଁ ସମାପ୍ତ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ଯେପରି ଦୁନିଆରେ ରାଜକୀୟ ଆତ୍ମାମାନେ କେବେ ବି ଛୋଟ ଛୋଟ କଥାରେ ବା ଛୋଟ ଛୋଟ ଜିନିଷରେ ନିଜର ବୁଦ୍ଧିକୁ ବା ସମୟକୁ ଲଗାନ୍ତି ନାହିଁ, ଦେଖୁଥିଲେ ମଧ୍ୟ ଦେଖନ୍ତି ନାହିଁ, ଶୁଣୁଥିଲେ ମଧ୍ୟ ଶୁଣନ୍ତି ନାହିଁ, ସେହିପରି ତୁମେ ଆତ୍ମିକ ରାଜକୀୟ ଆତ୍ମାମାନେ କୌଣସି ବି ଆତ୍ମାର ଛୋଟ ଛୋଟ କଥାରେ, ଯାହାକି ରାଜକୀୟ ନୁହେଁ ଅର୍ଥାତ୍ ମୂଲ୍ୟବାନ ନୁହେଁ ସେଥିରେ ନିଜର ବୁଦ୍ଧି ବା ସମୟ ଲଗାଇପାରିବ ନାହିଁ ଏବଂ ଆତ୍ମିକ ରାଜକୀୟ ଆତ୍ମାମାନଙ୍କ ମୁଖରୁ କେବେ ବି ବ୍ୟର୍ଥ ବା ସାଧାରଣ ବାଣୀ ମଧ୍ୟ ବାହାରି ପାରିବ ନାହିଁ ।