15.06.25    Avyakt Bapdada     Odia Murli    30.11.2005     Om Shanti     Madhuban


“ସମୟର ସମୀପତା ଅନୁସାରେ ନିଜକୁ ବିନାଶୀ ବନ୍ଧନଗୁଡିକରୁ ମୁକ୍ତ କରି ସମ୍ପନ୍ନ ଏବଂ ସମାନ ହୁଅ”


ଆଜି ବାପଦାଦା ଚାରିଆଡର ସମ୍ପୂର୍ଣ୍ଣ ଏବଂ ସମାନ ପିଲାମାନଙ୍କୁ ଦେଖୁଛନ୍ତି ଏବଂ ସମାନ ପିଲାମାନେ ହିଁ ବାବାଙ୍କର ଦିଲ୍‌ରେ ସମାହିତ ହୋଇ ରହିଛନ୍ତି । ତେବେ ସମାନ ପିଲାମାନଙ୍କର ବିଶେଷତା ହେଲା - ସେମାନେ ସର୍ବଦା ନିର୍ବିଘ୍ନ, ନିର୍ବିକଳ୍ପ, ନିର୍ମାନ ଏବଂ ନିର୍ମଳ ହୋଇଥା’ନ୍ତି । ଏହିଭଳି ଆତ୍ମାମାନେ ସର୍ବଦା ସ୍ୱତନ୍ତ୍ର ଅର୍ଥାତ୍ ମୁକ୍ତ ହୋଇଥାଆନ୍ତି, କୌଣସି ପ୍ରକାରର ବିନାଶୀ ବନ୍ଧନରେ ବନ୍ଧାୟମାନ ହୋଇ ନ ଥାଆନ୍ତି । ତେଣୁ ସମସ୍ତେ ନିଜକୁ ପଚାର ମୁଁ ଏହିଭଳି ବେହଦର ସ୍ୱତନ୍ତ୍ର ଆତ୍ମା ହେଲିଣି? ତେବେ ସବୁଠାରୁ ପ୍ରଥମ ସ୍ୱତନ୍ତ୍ରତା ହେଲା ହେଦଭାନ ଅର୍ଥାତ୍ ଦେହର ସ୍ମୃତିଠାରୁ ସ୍ୱତନ୍ତ୍ର ହେବା । ଯେବେ ଇଚ୍ଛା ସେବେ ଦେହର ଆଧାର ନିଅ, ଯେବେ ଇଚ୍ଛା ଦେହଠାରୁ ଅଲଗା ହୋଇଯାଅ । ଦେହର ଆକର୍ଷଣରେ କେବେ ବି ଆସୁ ନ ଥିବ । ଦ୍ୱିତୀୟ କଥା ହେଲା - ସ୍ୱତନ୍ତ୍ର ଆତ୍ମା ନିଜର କୌଣସି ବି ପୁରୁଣା ସ୍ୱଭାବର ବା ସଂସ୍କାରର ବନ୍ଧନରେ ବାନ୍ଧି ହୋଇ ନ ଥିବ । ପୁରୁଣା ସ୍ୱଭାବ-ସଂସ୍କାରଠାରୁ ମଧ୍ୟ ମୁକ୍ତ ହୋଇଥିବ ଏବଂ କୌଣସି ବି ଦେହଧାରୀ ଆତ୍ମାର ସମ୍ବନ୍ଧ ସମ୍ପର୍କରେ ଆକର୍ଷିତ ହେଉ ନ ଥିବ । ସମ୍ବନ୍ଧ-ସମ୍ପର୍କରେ ଆସୁଥିଲେ ମଧ୍ୟ ନ୍ୟାରା ଏବଂ ପ୍ୟାରା ହୋଇଥିବ । ତେଣୁ ନିଜକୁ ଚେକ୍ କର - କୌଣସି ବି ଛୋଟିଆ କର୍ମେନ୍ଦ୍ରିୟ ତୁମକୁ ବନ୍ଧନରେ ବାନ୍ଧି ଦେଉ ନାହିଁ ତ? ତେଣୁ ସର୍ବଦା ନିଜର ସ୍ୱମାନକୁ ମନେ ପକାଅ - ମାଷ୍ଟର ସର୍ବଶକ୍ତିବାନ, ତ୍ରିକାଳଦର୍ଶୀ, ତ୍ରିନେତ୍ରୀ, ସ୍ୱଦର୍ଶନଚକ୍ରଧାରୀ ଏହିସବୁ ସ୍ୱମାନ ଗୁଡିକର ଆଧାରରେ ଚାଲୁଥିବା ସର୍ବଶକ୍ତିବାନଙ୍କର ସନ୍ତାନକୁ କ’ଣ କୌଣସି କର୍ମେନ୍ଦ୍ରିୟ ଆକର୍ଷିତ କରିପାରିବ? କାହିଁକି ନା ସମୟର ସମୀପତାକୁ ଦେଖି ନିଜକୁ ଦେଖ - ଗୋଟିଏ ସେକେଣ୍ଡ ଭିତରେ ସବୁ ପ୍ରକାରର ବନ୍ଧନଠାରୁ ମୁକ୍ତ ହୋଇପାରିବ? ଏଭଳି କୌଣସି ବନ୍ଧନ ରହିଯାଇ ନାହିଁ ତ? କାହିଁକି ନା ଅନ୍ତିମ ପରୀକ୍ଷାରେ ନମ୍ବରୱାନ ହେବାର ପ୍ରତ୍ୟକ୍ଷ ପ୍ରମାଣ ହେଲା, ଗୋଟିଏ ସେକେଣ୍ଡରେ ଯେଉଁଠି, ଯେପରି ମନ ବୁଦ୍ଧିକୁ ଲଗାଇବାକୁ ଚାହିଁବ ସେଠାରେ ଲାଗିଯାଉଥିବ । ହଲଚଲ୍ ହେଉ ନଥିବ । ଯେପରି ସ୍ଥୂଳ ଶରୀର ଦ୍ୱାରା ଯେଉଁଠାକୁ ଯିବାକୁ ଚାହୁଁଛ, ଯାଇପାରୁଛ ନା! ସେହିପରି ବୁଦ୍ଧି ଦ୍ୱାରା ଯେଉଁ ସ୍ଥିତିରେ ସ୍ଥିତ ହେବାକୁ ଚାହିଁବ ସ୍ଥିତ ହୋଇପାରିବ? ଯେପରି ବିଜ୍ଞାନର ବଳ ଦ୍ୱାରା ଲାଇଟ୍ ହାଉସ୍‌, ମାଇଟ୍ ହାଉସ୍ ତିଆରି ହୋଇଛି, ଏବଂ ସ୍ୱୀଚ୍ ଅନ୍ କରିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ଲାଇଟ୍ ହାଉସ୍ ଚାରିଆଡେ ଆଲୋକ ଦେଇପାରୁଛି, ଶକ୍ତି ଦେଇ ପାରୁଛି । ସେହିପରି ତୁମେମାନେ ନିଜର ସ୍ମୃତି ରୂପକ ସ୍ୱୀଚ୍‌କୁ ଅନ୍ କରି ଲାଇଟ୍ ହାଉସ୍‌, ମାଇଟ୍ ହାଉସ୍ ହୋଇ ଆତ୍ମାମାନଙ୍କୁ ଲାଇଟ୍ ମାଇଟ୍ ଦେଇପାରିବ? ଯଦି ଗୋଟିଏ ସେକେଣ୍ଡର ଆଦେଶ ମିଳିବ ଯେ ତୁରନ୍ତ ଅଶରୀରୀ ହୋଇଯାଅ ତେବେ ହୋଇପାରିବ? ନା ଯୁଦ୍ଧ କରିବାକୁ ପଡିବ? ବହୁତ କାଳର ଏହି ଅଭ୍ୟାସ ହିଁ ଅନ୍ତିମ ସମୟରେ ସହଯୋଗୀ ହେବ । ଯଦି ବହୁତ ସମୟର ଅଭ୍ୟାସ ନ ଥିବ ତେବେ ଅନ୍ତ ସମୟରେ ଅଶରୀରୀ ହେବା ପାଇଁ ମେହନତ କରିବାକୁ ପଡିବ ସେଥିପାଇଁ ବାପଦାଦା ଏହି ସଂକେତ ଦେଉଛନ୍ତି ଯେ ସାରା ଦିନ ଭିତରେ କର୍ମଧନ୍ଦା କରୁଥିଲେ ମଧ୍ୟ ବାରମ୍ବାର ଏହି ଅଭ୍ୟାସ କରୁଥାଅ । ଏଥିପାଇଁ ମନର କଣ୍ଟ୍ରୋଲିଙ୍ଗ୍ ପାୱାର ଅର୍ଥାତ୍ ନିୟନ୍ତ୍ରଣ ଅର୍ଥାତ୍ ନିୟନ୍ତ୍ରଣ କରିବାର ଶକ୍ତି ଆବଶ୍ୟକ । ଯଦି ମନ କଣ୍ଟ୍ରୋଲରେ ଆସିଗଲା ତେବେ କୌଣସି ବି କର୍ମେନ୍ଦ୍ରିୟ ତୁମକୁ ବଶୀଭୂତ କରିପାରିବ ନାହିଁ ।

ଏବେ ସର୍ବ ଆତ୍ମାଙ୍କୁ ତୁମମାନଙ୍କ ଦ୍ୱାରା ଶକ୍ତିର ବରଦାନ ଆବଶ୍ୟକ । ସର୍ବ ଆତ୍ମାଙ୍କର ତୁମେ ମାଷ୍ଟର ସର୍ବଶକ୍ତିବାନ ଆତ୍ମାମାନଙ୍କ ପ୍ରତି ଏହି ଶୁଭ ଇଚ୍ଛା ରହିଛି ଯେ ବିନା ମେହନତରେ ବରଦାନ ଦ୍ୱାରା, ଦୃଷ୍ଟି ଦ୍ୱାରା, ଭାଇବ୍ରେଶନ ଦ୍ୱାରା, ଆମକୁ ମୁକ୍ତ କର । ମେହନତ କରି କରି ସମସ୍ତେ ଥକିଗଲେଣି । ତୁମେମାନେ ତ ମେହନତରୁ ମୁକ୍ତ ହୋଇଯାଇଛ ନା! ନା ଏବେ ବି ମେହନତ କରିବାକୁ ପଡୁଛି? ଶୁଣାଇଥିଲୁ ନା ମେହନତରୁ ମୁକ୍ତ ହେବାର ସହଜ ବିଧି ହେଲା - ଦିଲ୍‌ରେ ବାବାଙ୍କର ଅତି ସ୍ନେହୀ ହୋଇଯାଅ । ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ଜନ୍ମର ପ୍ରତିଜ୍ଞା ହେଉଛି, କ’ଣ ପ୍ରତିଜ୍ଞା ମନେ ଅଛି ତ? ଯେତେବେଳେ ବାବା ତୁମକୁ ନିଜର ସନ୍ତାନ କରିଲେ ବ୍ରାହ୍ମଣ ଜୀବନ ଦେଲେ, ତେବେ ତୁମ ସମସ୍ତଙ୍କର ବ୍ରାହ୍ମଣ ଜୀବନର ପ୍ରତିଜ୍ଞା କ’ଣ? ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ମନେ ଅଛି ତ ପ୍ରତିଜ୍ଞା? ଯଦି ମନେ ଅଛି ତେବେ ମୁଣ୍ଡ ହଲାଅ । ଆଚ୍ଛା ହାତ ହଲାଉଛନ୍ତି । ପକ୍କା ମନେ ଅଛି ନା କେବେ କେବେ ଭୁଲି ହୋଇଯାଉଛି? ଦେଖ ୬୩ ଜନ୍ମ ତ ଭୁଲି ଭୁଲି ଆସିଲ, ଏବେ ଏହି ଗୋଟିଏ ଜନ୍ମ ସ୍ମୃତି ସ୍ୱରୂପ ହୋଇଛ । ତେଣୁ ବାବା ପିଲାମାନଙ୍କୁ ପଚାରୁଛନ୍ତି ପିଲାଦିନର ପ୍ରତିଜ୍ଞା ମନେ ଅଛି ତ? କେତେ ସହଜ କରିଦିଆଯାଇଛି - ଏକମାତ୍ର ବାବାଙ୍କ ଭିତରେ ହିଁ ସାରା ସଂସାର । ଏକା ବାବାଙ୍କ ସହିତ ହିଁ ସର୍ବ ସମ୍ବନ୍ଧ । ଏକମାତ୍ର ବାବାଙ୍କ ଠାରୁ ସର୍ବ ପ୍ରାପ୍ତି । ସେହି ଜଣେ ହିଁ ଶିକ୍ଷାଦାତା ଏବଂ ପାଳନକର୍ତ୍ତା ସବୁଥିରେ ଏକ ଅର୍ଥାତ୍ ଜଣେ । ଯଦିଓ ପରିବାର ମଧ୍ୟ ରହିଛି, ତେବେ ଏହି ଈଶ୍ୱରୀୟ ପରିବାର କିନ୍ତୁ ପରିବାର ମଧ୍ୟ ଜଣେ ପିତାଙ୍କର ଅଟେ । ଅଲଗା ଅଲଗା ପିତାଙ୍କର ପରିବାର ନୁହେଁ । ଗୋଟିଏ ହିଁ ପରିବାର । ପରିବାର ଭିତରେ ମଧ୍ୟ ପରସ୍ପର ସହିତ ଆତ୍ମିକ ସ୍ନେହ ରହିଛି, ସାଧାରଣ ସ୍ନେହ ନୁହେଁ ଆତ୍ମିକ ସ୍ନେହ । ବାପଦାଦା ତୁମମାନଙ୍କୁ ଜନ୍ମ ସମୟର ପ୍ରତିଜ୍ଞା ମନେ ପକାଇ ଦେଉଛନ୍ତି, ତେବେ ଆଉ କ’ଣ ସବୁ ପ୍ରତିଜ୍ଞା କରିଛ? ସମସ୍ତେ ବଡ ଉମଙ୍ଗ-ଉତ୍ସାହର ସହିତ ବାବାଙ୍କ ନିକଟରେ ଦିଲ୍‌ର ସହିତ କହିଲେ - ସବୁକିଛି ଆପଣଙ୍କର ହିଁ ଅଟେ । ଶରୀର-ମନ-ଧନ ସବୁ କିଛି ଆପଣଙ୍କର ତେବେ ଦେଇଥିବା ଜିନିଷକୁ ବାବାଙ୍କର ଅମାନତ ରୂପରେ କାର୍ଯ୍ୟରେ ଲଗାଇବା ପାଇଁ ବାବା ତୁମମାନଙ୍କୁ ଦେଇଛନ୍ତି, ତୁମେମାନେ ମଧ୍ୟ ବାବାଙ୍କୁ ଦେଇ ଦେଇଛ, କ’ଣ ଦେଇ ଦେଇଛ ନା? ନା କିଛି କିଛି ଫେରାଇ ନେଉଛ କି? ଯଦି ଫେରାଇ ନେଉଛ ତେବେ ଅମାନତରେ ଖ୍ୟାନାତ୍ ଅର୍ଥାତ୍ ଆତ୍ମାସାତ୍ କରିବା ହୋଇଗଲା । କେହି କେହି ପିଲା ବାର୍ତ୍ତାଳାପ କରିବା ସମୟରେ କହୁଛନ୍ତି ମୋ’ର ମନ ବହୁତ ଦୁଃଖ ରହୁଛି, ତେବେ ମୋ’ର ମନ କେଉଁଠୁ ଆସିଲା? ଯଦି ମୋ’ରକୁ ଅର୍ପଣ କରିଦେଇଛ ତେବେ ମୋ’ର ମନ କେଉଁଠୁ ଆସିଲା? ତୁମେମାନେ ତ ବିନା କଉଡିରେ ରାଜା ହୋଇଯାଇଛ, ଏବେ ତୁମର ଆଉ କିଛି ବି ନୁହେଁ, ବିନା କଉଡି ହୋଇଯାଇଛ, କିନ୍ତୁ ରାଜା ହୋଇଯାଇଛ । କାହିଁକି ଜାଣିଛ? ବାବାଙ୍କର ଭଣ୍ଡାର ହିଁ ତୁମର ଭଣ୍ଡାର ହୋଇଯାଇଛି, ତେଣୁ ରାଜା ହୋଇଗଲ ନା! ପରମାତ୍ମାଙ୍କର ସମ୍ପତ୍ତି ହିଁ ପିଲାମାନଙ୍କର ସମ୍ପତ୍ତି । ତେଣୁ ବାପଦାଦା ପ୍ରତିଜ୍ଞାକୁ ମନେ ପକାଇ ଦେଉଛନ୍ତି । ଯାହାକୁ ତୋ’ର କରିଦେଇଛ ତାକୁ ଆଉ ମୋ’ର ବୋଲି କୁହ ନାହିଁ କି କର ନାହିଁ । ବାବା କହୁଛନ୍ତି ଯେବେକି ବାବା ତୁମମାନଙ୍କୁ ପରମାତ୍ମ ସମ୍ପତ୍ତିରେ ମାଲାମାଲ କରିଦେଇଛନ୍ତି ଏବଂ ସବୁ ଦାୟିତ୍ୱ ବାବା ନେଇଯାଇଛନ୍ତି, କେଉଁ ଶବ୍ଦରେ ନେଇଛନ୍ତି? ତୁମେ କେବଳ ମୋତେ ମନେ ପକାଅ ତେବେ ସର୍ବ ପ୍ରାପ୍ତିର ଅଧିକାରୀ ନିଶ୍ଚିତ ହୋଇଯିବ । କେବଳ ମୋତେ ମନେ ପକାଅ ଏବଂ ତୁମେମାନେ କହିଛ ଆମେ ଆପଣଙ୍କର, ଆପଣ ଆମର । ଏହି ପ୍ରତିଜ୍ଞା କରିଛ ନା! ତେଣୁ ବାବା କହୁଛନ୍ତି ବାବାଙ୍କର ସମ୍ପତ୍ତି ଗୁଡିକୁ ସର୍ବଦା ନିଜ ପ୍ରତି ହେଉ ବା ସମସ୍ତଙ୍କ ପ୍ରତି ହେଉ କାର୍ଯ୍ୟରେ ଲଗାଅ । ଯେତେ ଯେତେ ଏହାକୁ କାର୍ଯ୍ୟରେ ଲଗାଇବ ସେତେ ବଢିଚାଲିବ । ସର୍ବଶକ୍ତିରୂପୀ ସମ୍ପତ୍ତିକୁ ଏବେ କାର୍ଯ୍ୟରେ ଲଗାଅ । କେବଳ ବୁଦ୍ଧିରେ ଜ୍ଞାନ ରୂପରେ ରଖ ନାହିଁ ଯେ ମୁଁ ସର୍ବଶକ୍ତିମାନ ଅଟେ, କିନ୍ତୁ ସର୍ବଶକ୍ତିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଅ ଏବଂ ସେବାରେ ଲଗାଅ ।

ବାପଦାଦା ଅଧିକାଂଶ ପିଲାଙ୍କର ଚାର୍ଟରେ ଦେଖୁଛନ୍ତି, ସେମାନେ ଯଦି କେବଳ ଦୁଇଟି ଶକ୍ତିକୁ ମଧ୍ୟ ସ୍ମୃତିରେ ରଖିବେ ଏବଂ ତାକୁ କାର୍ଯ୍ୟରେ ଲଗାଇବେ, ତେବେ ସର୍ବଦା ନିର୍ବିଘ୍ନରେ ରହିପାରିବେ । ବିଘ୍ନର ସାହସ ନାହିଁ ତୁମ ପାଖକୁ ଆସିବା ପାଇଁ, ଏକା ବାବାଙ୍କର ଗ୍ୟାରେଣ୍ଟି ଅଟେ । ଏମିତି ତ ସବୁ ଶକ୍ତିର ଆବଶ୍ୟକତା ଅଛି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ସହନ ଶକ୍ତି ଏବଂ ହୃଦ୍‌ବୋଧ କରିବୋର ଶକ୍ତି, ହୃଦ୍‌ବୋଧ ମଧ୍ୟ କରୁଛ କିନ୍ତୁ ତାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବାରେ କମ୍ ଧ୍ୟାନ ଦେଉଛ, ସେଥିପାଇଁ ଯେଉଁ ସମୟରେ ହୃଦ୍‌ବୋଧ କରୁଛ ସେହି ସମୟରେ ତୁମର ଚାଲିଚଳନ ଏବଂ ଚେହେରା ବଦଳିଯାଉଛି । ବହୁତ ଭଲ ଉମଙ୍ଗ-ଉତ୍ସାହରେ ଆସିଯାଉଛ, ହଁ ମୁଁ ହୃଦ୍‌ବୋଧ କରୁଛି କିନ୍ତୁ ତା’ପରେ କ’ଣ ହୋଇଯାଉଛି? ସମସ୍ତେ ଅନୁଭବୀ ତ ଅଟ ନା! ତା’ପରେ କ’ଣ ହେଉଛି? ତାକୁ ସବୁ ସମୟରେ ସ୍ୱରୂପରେ ଆଣିବାରେ କମୀ ହୋଇଯାଉଛି । କାହିଁକି ନା ଏହିଠାରେ ହିଁ ସ୍ୱରୂପ ହେବାକୁ ପଡିବ । କେବଳ ବୁଦ୍ଧିରେ ଜାଣିବା ଅଲଗା ଜିନିଷ, କିନ୍ତୁ ତାକୁ ସ୍ୱରୂପରେ ଆଣିବାର ଆବଶ୍ୟକତା ରହିଛି । କେବେ କେବେ ବାପଦାଦାଙ୍କୁ କେହି କେହି ପିଲାଙ୍କ ଉପରେ ଦୟା ମଧ୍ୟ ଆସିଯାଉଛି, ବାବା ଜାଣୁଛନ୍ତି ଏହି ପିଲା ଦ୍ୱାରା ଏତିକି ମେହନତ ହୋଇପାରୁ ନାହିଁ ତେଣୁ ପିଲା ବଦଳରେ ବାପ ହେଲେ କରିଦିଅନ୍ତା । କିନ୍ତୁ ଡ୍ରାମାର ରହସ୍ୟ ହେଲା “ଯିଏ କରିବ ସିଏ ପାଇବ” । ସେଥିପାଇଁ ବାପଦାଦା ସହଯୋଗ ନିଶ୍ଚିତ ଦେଉଛନ୍ତି କିନ୍ତୁ ପୁଣି ବି ପିଲାମାନଙ୍କୁ ହିଁ କରିବାକୁ ପଡୁଛି ।

ବାପଦାଦା ଦେଖୁଛନ୍ତି ପିଲାମାନେ ବହୁତ ଭଲ ଭଲ ସଂକଳ୍ପ କରୁଛନ୍ତି । ଅମୃତବେଳାରେ ବାପଦାଦାଙ୍କ ପାଖକୁ ଭଲ ଭଲ ସଂକଳ୍ପର ବହୁତ ବହୁତ ମାଳା ସବୁ ଆସୁଛି । ଏମିତି କରିବି, ଏଇଆ କରିବି, ସେଇଆ କରିବି... ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି, ବାଃ ପିଲାମାନେ ବାଃ! ପୁଣି କରିବା ବେଳକୁ ଦୁର୍ବଳ କାହିଁକି ହୋଇଯାଉଛ? ଏହାର କାରଣ ଦେଖାଗଲା ଯେ - ବ୍ରାହ୍ମଣ ପରିବାରରେ ସଂଗଠନର ବାୟୁମଣ୍ଡଳ । କେଉଁଠି କେଉଁଠି ବାୟୁମଣ୍ଡଳ ମଧ୍ୟ ଦୁର୍ବଳ ଥାଏ, ତା’ର ପ୍ରଭାବ ଖୁବ୍ ଶୀଘ୍ର ପଡିଯାଏ । ପୁଣି ସେମାନଙ୍କର ଭାଷା କ’ଣ ହୋଇଥାଏ, ଶୁଣାଇବୁ? ସେମାନଙ୍କର ଭାଷା ବଡ ମିଠା ହୋଇଥାଏ । ଏହିଭଳି ତ ଚଳିଆସୁଛି... ଏମିତି ତ ହୋଇ ଆସୁଛି... ତେଣୁ ଏହିଭଳି ସମୟରେ କ’ଣ ସଂକଳ୍ପ କରିବ! ଏହିଭଳି ହେଉଛି, ଏହିଭଳି ଚାଲୁଛି... ଏହା ତ ଅବହେଳା ପଣିଆକୁ ନେଇ ଆସୁଛି କିନ୍ତୁ ସେହି ସମୟରେ ସେହି ଭାଷାକୁ ପରିବର୍ତ୍ତନ କର, ଭାବ ଯେ ବାବାଙ୍କର ନିର୍ଦ୍ଦେଶ କ’ଣ? ବାବାଙ୍କର ପସନ୍ଦ କ’ଣ? ବାବା କେଉଁ କଥାକୁ ପସନ୍ଦ କରୁଛନ୍ତି? ବାବା କ’ଣ ଏହି କଥା କହିଛନ୍ତି? ଏହିଭଳି କରିଛନ୍ତି? ଯଦି ବାବା ମନେ ପଡିଗଲେ ତେବେ ଅବହେଳା ପଣିଆ ସମାପ୍ତ ହୋଇ ଉମଙ୍ଗ-ଉତ୍ସାହ ଆସିଯିବ । ତେବେ ଅବହେଳା ପଣିଆ ମଧ୍ୟ ଅନେକ ପ୍ରକାରରେ ଆସିଥାଏ । ଏହା ଉପରେ ତୁମେମାନେ ପରସ୍ପର ବସି କ୍ଲାସ୍ କରିବ, ଲିଷ୍ଟ ବାହାର କରିବ । ଗୋଟିଏ ହେଲା ସାଧାରଣ ଅବହେଳା ପଣିଆ, ଆଉ ଗୋଟିଏ ହେଲା - ରାଜକୀୟ ଅବହେଳା ପଣିଆ । ତେବେ ଅବହେଳା ପଣିଆ ସଂକଳ୍ପରେ ଦୃଢତା ଆଣିବାକୁ ଦେବ ନାହିଁ କିନ୍ତୁ ଦୃଢତା ହିଁ ସଫଳତାର ଆଧାର ସେଥିପାଇଁ ସଂକଳ୍ପରେ ହିଁ ରହିଯାଉଛି କିନ୍ତୁ ସ୍ୱରୂପରେ ଆସୁ ନାହିଁ ।

ତେବେ ଆଜି କ’ଣ ଶୁଣିଲ? ପ୍ରତିଜ୍ଞା ଗୁଡିକୁ ସ୍ମରଣ କରାଇଦିଆଗଲା ନା! ପ୍ରତିଜ୍ଞା ଗୁଡିକ ଏତେ ଭଲ ଭଲ କରୁଛ ଯେ ବାପଦାଦା ତୁମର ପ୍ରତିଜ୍ଞାକୁ ଶୁଣି ଖୁସି ହୋଇଯାଉଛନ୍ତି । କିନ୍ତୁ ଯେତିକି ପ୍ରତିଜ୍ଞା ଅର୍ଥାତ୍ ୱାଇଦା କରୁଛ ସେତିକି ଫାଇବା ଉଠାଇ ପାରୁନାହଁ । ତେଣୁ ବାପଦାଦା ଏହି କଥା ଚାହୁଁଛନ୍ତି, ପଚାରୁଛ ନା, ବାବା ଆମଠାରୁ କ’ଣ ଚାହୁଁଛନ୍ତି? ତେଣୁ ବାପଦାଦା ଏହି କଥା ଚାହୁଛଁନ୍ତି ଯେ - ସମୟ ପୂର୍ବରୁ ସମସ୍ତେ ସଦାପ୍ରସ୍ତୁତ ହୋଇଯାଅ । ସମୟ ତୁମର ମାଷ୍ଟର ନ ହେଉ । ସମୟର ମାଷ୍ଟର ତ ତୁମେମାନେ ହିଁ ଅଟ, ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସମୟ ପୂର୍ବରୁ ସମ୍ପନ୍ନ ହୋଇ ବିଶ୍ୱ ମଞ୍ଚ ଉପରେ ବାବାଙ୍କ ସହିତ ତୁମେ ପିଲାମାନେ ମଧ୍ୟ ପ୍ରତ୍ୟକ୍ଷ ହୋଇଯାଅ । ଆଚ୍ଛା!

ଯେଉଁ ନୂଆ ନୂଆ ପିଲାମାନେ ବାବାଙ୍କ ସହିତ ମିଶିବା ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ । ବଡ ଏବଂ ଲମ୍ବା ହାତ ଉଠାଅ । ଆଚ୍ଛା, ବାପଦାଦା ନୂଆ ନୂଆ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଯେ ଭାଗ୍ୟବାନ୍ ପିଲାମାନେ ନିଜର ଭାଗ୍ୟ ନେବା ପାଇଁ ଆସି ପହଞ୍ଚି ଯାଇଛନ୍ତି । ସେଥିପାଇଁ ଅଭିନନ୍ଦନ, ଅଭିନନ୍ଦନ । ଏବେ ଯେଉଁମାନେ ବି ନୂଆ ନୂଆ ପିଲା ଆସିଛନ୍ତି ସେମାନଙ୍କ ଭିତରୁ ଦେଖିବା କିଏ କମାଲ କରିଦେଖାଉଛି? ଯଦିଓ ପଛରେ ଆସିଛ କିନ୍ତୁ ଆଗକୁ ଯାଇ ଦେଖାଅ । ବାପଦାଦାଙ୍କ ପାଖରେ ତ ସବୁ ଫଳାଫଳ ପହଞ୍ଚି ଯାଉଛି । ଆଚ୍ଛା!

ଡବଲ ବିଦେଶୀ:- ଭଲ କଥା, ଡବଲ ବିଦେଶୀ ପିଲାମାନେ ନିଜ ଉପରେ ଏବଂ ସେବା ଉପରେ ବହୁତ ଭଲ ଧ୍ୟାନ ଦେଉଛନ୍ତି । କିନ୍ତୁ ଏଥିରେ କେବଳ ଆଉ ଗୋଟିଏ ମାତ୍ରା ଯୋଡିବାକୁ ହେବ । ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ, ଯାହା ବି ପରିବର୍ତ୍ତନର ସଂକଳ୍ପ କରୁଛ ଏବଂ ବହୁତ ଭଲ ଉମଙ୍ଗ-ଉତ୍ସାହ ଏବଂ ସାହସର ସହିତ ସଂକଳ୍ପ କରୁଛ କେବଳ ତା’ ପ୍ରତି ବିଶେଷ ଧ୍ୟାନ ଦେଇଚାଲ, କରିବାକୁ ହିଁ ପଡିବ । ବଦଳିବାକୁ ହିଁ ପଡିବ । ନିଜେ ବଦଳିବା ସହିତ ବିଶ୍ୱକୁ ମଧ୍ୟ ବଦଳାଇବୁ । ଏହିଭଳି ଦୃଢତା ଉପରେ ବାରମ୍ବାର ବିଶେଷ ଧ୍ୟାନ ଦିଅ । ବାକି ବାପଦାଦା ଖୁସି ଅଛନ୍ତି, ବୃଦ୍ଧି ମଧ୍ୟ ଭଲ କରୁଛ ଏବଂ ସେବା ସହିତ ସ୍ୱ ଉପରେ ମଧ୍ୟ ଧ୍ୟାନ ଦେଉଛ କିନ୍ତୁ ପୂରା ଧ୍ୟାନ ଦେଉ ନାହଁ, ଧ୍ୟାନ ଅର୍ଥାତ୍ ଆଟେନ୍‌ସନ୍ ମଧ୍ୟ ଅଛି କିନ୍ତୁ ମଝିରେ ମଝିରେ ଟେନ୍‌ଶନ୍ ମଧ୍ୟ ଆସିଯାଉଛି । ତାକୁ ନିଶ୍ଚିତ ରୂପେ ସମାପ୍ତ କରିବାକୁ ହିଁ ପଡିବ । ବାକି ସାହସ ବହୁତ ଭଲ ରଖିଛ । ସେଥିପାଇଁ ଅଭିନନ୍ଦନ । ଯେଉଁମାନେ ବି ଏଠାରେ ବାବାଙ୍କ ସହିତ ବସିଛ ତୁମମାନଙ୍କୁ ସାହସ ପାଇଁ ଅଭିନନ୍ଦନ ଦିଆଯାଉଛି । ତାଳି ବଜାଅ । ଆଚ୍ଛା!

ତୁମେମାନେ ତ ଏଠାରେ ବସିଛ କିନ୍ତୁ ବାପଦାଦାଙ୍କୁ ଦୂରରେ ବସିଥିବା ବହୁତ ପିଲାଙ୍କ ଠାରୁ ଶୁଭେଚ୍ଛା ବାର୍ତ୍ତା ମିଳିଛି ଏବଂ ବାପଦାଦା ପ୍ରତ୍ୟେକ ସନ୍ତାନକୁ ନିଜର ନୟନରେ ସମାହିତ କରିବା ସହିତ ବହୁତ ବହୁତ ଆନ୍ତରିକ ଆଶୀର୍ବାଦ ଦେଉଛନ୍ତି । ଚାହେଁ ଭାରତରୁ, ଚାହେଁ ବିଦେଶରୁ ବହୁତ ପିଲାଙ୍କର ଶୁଭେଚ୍ଛା ପହଞ୍ଚୁଛି, ପତ୍ର ମଧ୍ୟ ଆସୁଛି, ଇମେଲ ମଧ୍ୟ ଆସୁଛି, ସବୁ କିଛି ବାବାଙ୍କ ପାଖରେ ପହଞ୍ଚିଯାଇଛି । ଆଚ୍ଛା!

ବାପଦାଦା ଗୋଟିଏ ସେକେଣ୍ଡରେ ଅଶରୀରୀ ଭବର ଡ୍ରିଲ୍ ଦେଖିବାକୁ ଚାହୁଁଛନ୍ତି । ଯଦି ଶେଷ ସମୟରେ ପାସ୍ ହେବାକୁ ଚାହୁଁଛ ତେବେ ଏହି ଡ୍ରିଲ୍ କରିବା ଅତି ଆବଶ୍ୟକ ଅଟେ, ସେଥିପାଇଁ ଏବେ ଏତେ ବଡ ସଂଗଠନ ଭିତରେ ବସି ଗୋଟିଏ ସେକେଣ୍ଡ ଭିତରେ ଦେହର ସ୍ମୃତିଠାରୁ ଉର୍ଦ୍ଧ୍ୱ ସ୍ଥିତିରେ ସ୍ଥିତ ହୋଇଯାଅ । କୌଣସି ବି ଆକର୍ଷଣ ଯେପରି ଆକର୍ଷିତ କରୁ ନଥିବ । (ଡ୍ରିଲ୍‌) ଆଚ୍ଛା!

ଚାରିଆଡର ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ସ୍ୱ ପରିବର୍ତ୍ତନ ଏବଂ ବିଶ୍ୱ ପରିବର୍ତ୍ତନର ସେବାରେ ତତ୍‌ପର ରହୁଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବଦା ବ୍ରହ୍ମାବାବାଙ୍କ ସମାନ କର୍ମଯୋଗୀ କର୍ମର ତଥା କର୍ମେନ୍ଦ୍ରିୟ ଗୁଡିକର ଆକର୍ଷଣ ଠାରୁ ମୁକ୍ତ ଆତ୍ମାମାନଙ୍କୁ, ସର୍ବଦା ଦୃଢତାକୁ ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ, ପ୍ରତ୍ୟେକ କର୍ମରେ ସ୍ୱରୂପରେ ଆଣୁଥିବା ବାବାଙ୍କର ସମୀପ ଏବଂ ସମାନ ପିଲାମାନଙ୍କୁ ବାପଦାଦାଙ୍କର ଦିଲ୍‌ର ଆଶୀର୍ବାଦ ଏବଂ ଦିଲ୍‌ର ୟାଦପ୍ୟାର ସ୍ୱୀକାର ହେଉ । ସମସ୍ତଙ୍କୁ ନମସ୍ତେ ।

ଦାଦୀଜୀଙ୍କ ସହିତ:- ସୁସ୍ଥ ହୋଇଯାଇଛ । ଏବେ ତ ବେମାରୀ ଚାଲିଯାଇଛି । ରୋଗ ବେମାରୀ ଗୁଡିକ ମଧ୍ୟ ମହାରଥୀମାନଙ୍କଠାରୁ ବିଦାୟ ନେବା ପାଇଁ ଆସିଥାଆନ୍ତି । ଭିତରେ ଭିତରେ କର୍ମାତୀତ ହେବାର ଅଭ୍ୟାସ ଜାରୀ ରଖିଛ । (ଦାଦୀ ଜାନକୀ କହୁଛନ୍ତି ଦାଦୀଜୀ ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି)

ତୁମେ କ’ଣ ଚିନ୍ତା କରିବାବାଲା କି? ତୁମେ ମଧ୍ୟ ଚିନ୍ତାମୁକ୍ତ ଅଟ । ଦୁଇ ଜଣ ଯାକ ଭଲ ପାର୍ଟ କରୁଛନ୍ତି । ଦେଖ, ସବୁଠାରୁ ବଡରୁ ବଡ ଦାୟିତ୍ୱର ମୁକୁଟ ପିନ୍ଧିବାବାଲା ନିମିତ୍ତ ତ ହୋଇଛନ୍ତି ନା! ଏମାନେ ସମସ୍ତେ ସାଥୀ ଅଟନ୍ତି । ତୁମମାନଙ୍କୁ ଦେଖି ଉମଙ୍ଗ ଉତ୍ସାହ ଆସୁଛି ନା! (ଏବେ ନୂଆ କ’ଣ କରିବୁ? ବାବା ହିଁ କିଛି ପ୍ରେରଣା ଦିଅନ୍ତୁ) ବାପଦାଦା ତ ଶୁଣାଇଛନ୍ତି ନା ପ୍ରତ୍ୟେକ ବର୍ଗର ଫୁଲତୋଡା ଅର୍ଥାତ୍ ବିଶେଷ ଆତ୍ମାମାନଙ୍କର ସଂଗଠନ ଯେଉଁମାନେ କି ମାଇକ୍ ମଧ୍ୟ ହୋଇଥିବେ ଅର୍ଥାତ୍ ପ୍ରଚାର ମଧ୍ୟ କରୁଥିବେ ଏବଂ ମାଇଟ୍ ଅର୍ଥାତ୍ ଶକ୍ତିଶାଳୀ ମଧ୍ୟ ହୋଇଥିବେ । କେବଳ ମାଇକ୍ ଏବଂ ସମ୍ପର୍କବାଲା ନୁହେଁ, ସମ୍ବନ୍ଧରେ ମଧ୍ୟ ପାଖାପାଖି ରହୁଥିବେ, ଏହିଭଳି ଫୁଲତୋଡା ପ୍ରସ୍ତୁତ କର । ତା’ପରେ ସେହି ଗ୍ରୃପ ସେବା କରିବା ପାଇଁ ନିମିତ୍ତ ହେବ । ସେମାନେ ମାଇକ୍ ହେବେ, ତୁମେମାନେ ମାଇଟ୍ ହେବ । ସେମାନଙ୍କର ହୃଦୟରୁ ବାହାରୁ ବାବା, ତେବେ ଯାଇ ପ୍ରଭାବ ପଡିବ । ସେମାନଙ୍କୁ ନିକଟ ସମ୍ବନ୍ଧକୁ ଆଣ । କେବେ କେବେ ଆସିବା ଦ୍ୱାରା ନିଶା ଟିକିଏ କମ୍ ହୋଇଯାଉଛି । ଯିଏ ଯେଉଁଠାରେ ବି ସମ୍ବନ୍ଧ-ସମ୍ପର୍କରେ ଆସୁଛନ୍ତି ସେହିଠାରେ ହିଁ ସମ୍ବନ୍ଧ ଏବଂ ସମ୍ପର୍କ ରଖନ୍ତୁ । ତେବେ ଠିକ୍ ହୋଇଯିବେ । ଆଚ୍ଛା!

ବରଦାନ:-
ସର୍ବଦା ଶ୍ରେଷ୍ଠ ଏବଂ ନୂଆ ପ୍ରକାରର ସେବା ଦ୍ୱାରା ବୃଦ୍ଧି କରୁଥିବା ସହଜ ସେବାଧାରୀ ଭବ ।

ସଂକଳ୍ପ ଦ୍ୱାରା ଈଶ୍ୱରୀୟ ସେବା କରିବା ଏହା ମଧ୍ୟ ସେବା କରିବାର ଶ୍ରେଷ୍ଠ ଏବଂ ନୂଆ ବିଧି ଅଟେ, ଯେପରି ଜବାହରୀ ଅର୍ଥାତ୍ ରତ୍ନ ବ୍ୟବସାୟୀ ପ୍ରତିଦିନ ସକାଳେ ନିଜର ପ୍ରତ୍ୟେକ ରତ୍ନକୁ ଚେକ୍ କରିଥାଏ, ରତ୍ନଟି ଠିକ୍ ଅଛି ତ, ପରିଷ୍କାର ଅଛି ତ, ଚମକ୍ ଠିକ୍ ଅଛି ତ, ଠିକ୍ ଜାଗାରେ ଅଛି ତ, ସେହିପରି ତୁମେମାନେ ମଧ୍ୟ ପ୍ରତିଦିନ ଅମୃତବେଳାରେ ନିଜର ସମ୍ପର୍କରେ ଆସୁଥିବା ଆତ୍ମାମାନଙ୍କ ଉପରେ ସଂକଳ୍ପ ଦ୍ୱାରା ନଜର ଦୌଡାଅ, ଯେତେ ଯେତେ ତୁମେ ସେମାନଙ୍କୁ ସଂକଳ୍ପ ଦ୍ୱାରା ମନେ ପକାଇବ ସେହି ଅନୁସାରେ ତୁମର ସଂକଳ୍ପ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିବ.... ଏହିଭଳି ସେବା କରିବାର ନୂଆ ବିଧିକୁ ଆପଣାଇ ବୃଦ୍ଧି କରିଚାଲ । ତୁମମାନଙ୍କର ସହଯୋଗର ସୂକ୍ଷ୍ମ ଶକ୍ତି ଆତ୍ମାମାନଙ୍କୁ ସ୍ୱତଃ ହିଁ ତୁମ ଆଡକୁ ଆକର୍ଷିତ କରିବ ।

ସ୍ଲୋଗାନ:-
ବାହାନାବାଜୀକୁ ସୁପ୍ତ କର ଏବଂ ବେହଦର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅର୍ନ୍ତମୁଖୀ ହୁଅ । ଜ୍ଞାନର ମନନ ଚିନ୍ତନ ସହିତ ଶୁଭଭାବନା, ଶୁକକାମନାର ସଂକଳ୍ପ, ସକାଶ ଦେବାର ଅଭ୍ୟାସ କର । ଏହିଭଳି ମନର ଟ୍ରାଫିକ୍ କଣ୍ଟ୍ରୋଲ କରିବା ପାଇଁ ମଝିରେ ମଝିରେ ଦିନ ନିଧାର୍ଯ୍ୟ କର । ଯେତେଯେତେ ଅର୍ନ୍ତମୁଖତାର ଗୁମ୍ପାରେ ବସି ରିସର୍ଚ କରିବ ସେତିକି ଭଲ ଭଲ ଟଚିଙ୍ଗ୍ ମଧ୍ୟ ହେବ ଏବଂ ସେହି ଟଚିଙ୍ଗ୍ ଦ୍ୱାରା ଅନେକ ଆତ୍ମାଙ୍କୁ ଲାଭ ମିଳିବ । ସୂଚନା:- ଆଜି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ, ତୃତୀୟ ରବିବାର ଅଟେ, ସନ୍ଧ୍ୟା ୬.୩୦ ଠାରୁ ୭.୩୦ ପର୍ଯ୍ୟନ୍ତ ସବୁ ଭାଇଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ଯୋଗ ଅଭ୍ୟାସରେ ଅନୁଭବ କରିବେ ଯେ ମୁଁ ଭ୍ରୃକୁଟୀ ଆସନ ଉପରେ ବିରାଜମାନ ପରମାତ୍ମ ଶକ୍ତିରେ ସମ୍ପନ୍ନ ସର୍ବଶ୍ରେଷ୍ଠ ରାଜଯୋଗୀ ଆତ୍ମା କର୍ମେନ୍ଦ୍ରିୟଜିତ୍‌, ବିକର୍ମାଜିତ୍ ଅଟେ । ସାରାଦିନ ଏହି ସ୍ୱମାନରେ ରହିବେ ଯେ ସାରା କଳ୍ପ ଭିତରେ ହୀରୋ ପାର୍ଟ କରିବାବାଲା ମୁଁ ସର୍ବଶ୍ରେଷ୍ଠ ମହାନ ଆତ୍ମା ଅଟେ ।